କାଲି ଠାରୁ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେଉଥିବା ବେଳେ ରାଞ୍ଚି ପିଚ୍କୁ ଦେଖି ଚକିତ ହୋଇଛନ୍ତି ଇଂଲିଶ ଟିମର ଅଧିନାୟକ ବେନ ଷ୍ଟୋକ୍ସ। ସେ ପୂର୍ବରୁ କେବେ ହେଲେ ଏମିତି ପିଚ୍ କେବେ ଦେଖି ନଥିଲେ ବୋଲି କହିଛନ୍ତି।
ଷ୍ଟୋକ୍ସଙ୍କ କହିବା କଥା ଯେ ରାଞ୍ଚି ପିଚ୍ ବେଶ ଭ୍ରମାତ୍ମକ ରହିବ। କାରଣ କିଛି ଦୂରରୁ ପିଚ୍ରେ ପୂରା ଘାସ ରହିଥିବା ଭଳି ଦେଖାଯାଉଛି। କିନ୍ତୁ ପାଖରେ ଦେଖିଲା ବେଳକୁ ପିଚ୍ରେ ଅନେକ କ୍ରାକ୍ ରହିଛି। ଏହା ଉଭୟ ବ୍ୟାଟିଂ ଓ ବୋଲିଂ ସାଇଡ୍ ପାଇଁ ବେଶ ଚ୍ୟାଲେଞ୍ଜ କରିବ ବୋଲି ଷ୍ଟୋକ୍ସ ଆଶଙ୍କା କରିଛନ୍ତି।
ବେନ ଷ୍ଟୋକ୍ସ କହିଛନ୍ତି, “ମୁଁ ପୂର୍ବରୁ କେବେ ହେଲେ ଏମିତି କିଛି ଦେଖି ନଥିଲି। ମୁଁ ଜାଣି ପାରୁନି କ’ଣ ସବୁ ହେବ। ଆପଣ ଗୋଟିଏ ପଟରୁ ବିପରୀତ ପଟୁକୁ ଚାହିଁଲେ, ଏହା ପୂରା ଭିନ୍ନ ଦେଖାଯାଉଛି।
ଚେଞ୍ଜିଂ ରୁମରୁ ଆପଣ ଦେଖିଲେ ପିଚ୍ ପୂରା ଗ୍ରୀନ ଓ ଗ୍ରାସୀ ଦେଖାଯାଉଛି। କିନ୍ତୁ ଆପଣ ପାଖକୁ ଗଲେ, ଏହା ପୂରା ଭିନ୍ନ। ପିଚ୍ ବହୁତ ମାଟିଆ ଓ ପିଚ୍ରେ ଅନେକ ଦୃଶ୍ୟମାନ ହେଉଥିବା କ୍ରାକ ସବୁ ରହିଛି।”
ହାଇଦ୍ରାବାଦ, ବିଶାଖାପଟନମ ଓ ରାଜକୋଟ ପିଚ୍ ଉଭୟ ସ୍ପିନ ଓ ପେସ ବୋଲରଙ୍କୁ ସୁହାଇଥିଲା। ଏଯାଏ କୌଣସି ପିଚ୍ କେବଳ ସ୍ପିନକୁ ସୁହାଇ ନାହିଁ। ତେଣୁ ରାଞ୍ଚି ପିଚ୍ ସମ୍ଭବତଃ ସ୍ପିନରଙ୍କୁ ସୁହାଇବ। ଏପରି ସ୍ଥିତିରେ ଟସ୍ର ଗୁରୁତ୍ୱ ବଢ଼ିଯିବ। କାରଣ ସ୍ପିନ ଟ୍ରାକ୍ରେ ୪ର୍ଥ ଇନିଂସରେ ବ୍ୟାଟିଂ କରିବା ବେଶ କଷ୍ଟକର।
ପିଚ୍କୁ ନେଇ ଟିମ ଇଣ୍ଡିଆର ମୁଖ୍ୟ କୋଚ ରାହୁଲ ଡ୍ରାଭିଡ ମଧ୍ୟ ମତ ରଖିଛନ୍ତି। ରାଞ୍ଚି ପିଚ୍ରେ ଅନେକ କ୍ରାକ୍ ରହିଥିବା ସେ ସ୍ୱୀକାର କରିଛନ୍ତି। ଡ୍ରାଭିଡ କହିଛନ୍ତି, ଆମେ ଯେତେବେଳେ ବି ଭାରତରେ ଖେଳୁ ସେତେବେଳେ ପିଚ୍କୁ ନେଇ ପ୍ରଶ୍ନ ଉଠେ।
ରାଞ୍ଚି ପିଚ୍ ପୂରା ଭାରତୀୟ ପରମ୍ପରାର ୱିକେଟ। ଏଠାରେ କ୍ରାକ୍ସ ଅଛି। ପିଚ୍ରେ ଟର୍ଣ୍ଣ ମିଳିବ। କିନ୍ତୁ କେତେ ଟର୍ଣ୍ଣ ହେବ ଓ କେତେବେଳେ ହେବ, ସେ ବିଷୟରେ ଜାଣିନାହୁଁ। ଆମ ପାଖରେ ଗୋଟିଏ ସନ୍ତୁଳିତ ଟିମ ରହିଛି ବୋଲି ଡ୍ରାଭିଡ କହିଛନ୍ତି।
ଏହାର ଜବାବରେ ଡ୍ରାଭିଡ କହିଛନ୍ତି ଯେ ଈଶାନ କେବେ ଖେଳ ଆରମ୍ଭ କରିବେ, ସେ ନିଷ୍ପତ୍ତି ତାଙ୍କ ଉପରେ ନିର୍ଭର କରେ। ସେ ଖେଳିବା ପରେ ଆମେ ତାଙ୍କୁ ଜାତୀୟ ଟିମରେ ଚୟନ ପାଇଁ ବିଚାରକୁ ନେବୁ ବୋଲି ଡ୍ରାଭିଡ ସ୍ପଷ୍ଟ ଭାବେ କହିଛନ୍ତି।
ବେଶ କିଛି ମାସ ହେବ ଈଶାନ କିଶନ ଉଭୟ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ଦୂରେଇ ରହିଛନ୍ତି। ଗତବର୍ଷ ଡିସେମ୍ବରରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ଅଧାରୁ ବ୍ରେକ ମାଗିଥିଲେ। ବାସ ଏହାପରେ ତାଙ୍କର ଆଉ କମବ୍ୟାକ ହୋଇନାହିଁ। ସେ ନଭେମ୍ବରରୁ ଭାରତ ପାଇଁ ଖେଳି ନାହାନ୍ତି। ଚଳିତ ବର୍ଷ ରଣଜୀରେ ମଧ୍ୟ ସେ ଝାରଖଣ୍ଡ ପାଇଁ ଖେଳୁ ନାହାନ୍ତି।
ଏବେ ରାହୁଲ ଡ୍ରାଭିଡ କହିଛନ୍ତି, “କମବ୍ୟାକ ପାଇଁ ସମସ୍ତ ପାଇଁ ସୁଯୋଗ ରହିଛି। ମୁଁ ନିର୍ଦ୍ଦିଷ୍ଟ ଭାବେ ଈଶାନ କିଶନଙ୍କ ସମ୍ପର୍କରେ କିଛି ବି କହିପାରିବି ନାହିଁ। ମୁଁ ଯାହା ବୁଝାଇବା କଥା ବୁଝାଇ ସାରିଛି।
ମୂଳ କଥା ହେଉଛି ସେ ବ୍ରେକ ମାଗିଥିଲେ। ଆମେ ତାଙ୍କୁ ବ୍ରେକ ଦେଇ ଖୁସି। ସେ ଯେତେବେଳେ ପ୍ରସ୍ତୁତ ହେବ ଓ କିଛି କ୍ରିକେଟ ଖେଳିବେ ସେତେବେଳେ କମବ୍ୟାକ କରିପାରିବେ।
ଏହାର ଅର୍ଥ ନୁହେଁ ଯେ ମୁଁ ତାଙ୍କୁ ଘରୋଇ କ୍ରିକେଟ ଖେଳିବାକୁ ବାଧ୍ୟ କରୁଛି। ସବୁ କିଛି ତାଙ୍କ ପସନ୍ଦ ଉପରେ ନିର୍ଭର କରେ। ଆମେ ତାଙ୍କୁ କୌଣସି କାମ କରିବାକୁ ବାଧ୍ୟ କରୁନାହୁଁ। ଏ ସମ୍ପର୍କରେ ଟିମ ମ୍ୟାନେଜମେଣ୍ଟ ନିଜର ପକ୍ଷ ସ୍ପଷ୍ଟ କରିସାରିଛି।”
୧୮ ବର୍ଷୀୟ ସମିତ ୯୮ ରନ୍ କରିବା ସହିତ ୩ଟି ୱିକେଟ୍ ନେଇଥିଲେ। ଭାଇରାଲ ଭିଡିଓରେ ସମିତଙ୍କର କିଛି ବଢ଼ିଆ କଭର ଡ୍ରାଇଭ ଦେଖିବାକୁ ମିଳିଛି, ଯାହା ତାଙ୍କ ବାପାଙ୍କ ଷ୍ଟାଇଲକୁ ମନେ ପକାଇ ଦେଉଛି।
ନିକଟରେ ନିଜ କାର୍ଯ୍ୟରୁ ବିରତି ନେଇ କୁଚ ବେହାର ଟ୍ରଫିରେ ପୁଅର ଖେଳ ଦେଖିବାକୁ ଯାଇଥିଲେ ରାହୁଲ ଡ୍ରାଭିଡ। ଉକ୍ତ ମ୍ୟାଚ୍ରେ ଉତ୍ତରାଖଣ୍ଡ ବିପକ୍ଷରେ ଖେଳୁଥିଲା କର୍ଣ୍ଣାଟକା।
ବିସିସିଆଇ ଭାରତୀୟ କ୍ରିକେଟ ଟିମ୍ର ମୁଖ୍ୟ କୋଚ୍ ପଦବୀରେ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳକୁ ବଢ଼ାଇ ଦେଇଛି। ରାହୁଲଙ୍କ ସହିତ ଅନ୍ୟ ସପୋର୍ଟ ଷ୍ଟାଫଙ୍କ କାର୍ଯ୍ୟକାଳକୁ ମଧ୍ୟ ବୃଦ୍ଧି କରାଯାଇଛି।
ଗତମାସରେ ୨୦୨୩ ବିଶ୍ୱକପ୍ କ୍ରିକେଟ୍ ଶେଷ ହେବା ସହିତ ମୁଖ୍ୟ କୋଚ୍ ଭାବେ ରାହୁଲଙ୍କ ୨ ବର୍ଷିଆ ଚୁକ୍ତି ଶେଷ ହୋଇଯାଇଥିଲା।
Getting on to the front foot and playing these gorgeous looking cover drives is so very evident in his genes.
— North Stand Gang - Wankhede (@NorthStandGang) December 20, 2023
Early signs of seeing a confident looking young Jammy in the form of Samit Rahul Dravid. ❤️pic.twitter.com/8vTqlUMFXe
କେବଳ ଡ୍ରାଭିଡ ନୁହନ୍ତି, ବ୍ୟାଟିଂ କୋଚ ବିକ୍ରମ ରାଠୋର, ବୋଲିଂ କୋଚ ପାରସ ମହାମ୍ବ୍ରେ ଓ ଫିଲ୍ଡିଂ କୋଚ ଟି ଦୀଲିପ ମଧ୍ୟ ଭାରତୀୟ ଟିମର ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତିରେ ସାମିଲ ହେବେ।
ଆଜି ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିସିସିଆଇ କହିଛି ଯେ ଟିମ ଇଣ୍ଡିଆର ମୁଖ୍ୟ କୋଚ ରାହୁଲ ଡ୍ରାଭିଡ, ବ୍ୟାଟିଂ କୋଚ ବିକ୍ରମ ରାଠୋର, ବୋଲିଂ କୋଚ୍ ପାରସ ମହାମ୍ବ୍ରେ ଓ ଫିଲ୍ଡିଂ କୋଚ ଟି ଦୀଲିପ ଟେଷ୍ଟ ସ୍କ୍ୱାଡ ସହ ଯୋଗଦେବେ। ସେମାନେ ଇଣ୍ଟର ସ୍କ୍ୱାଡ ଓ ଟେଷ୍ଟ ସିରିଜର ପ୍ରସ୍ତୁତି ଉପରେ ନଜର ରଖିବେ।
ରାହୁଲ ଡ୍ରାଡିଭଙ୍କ ଅନୁପସ୍ଥିତିରେ ଭାରତୀୟ ଟିମକୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ବେଳେ ଇଣ୍ଡିଆ ଏ’ର କୋଚିଂ ଷ୍ଟାଫ ସହାୟତା କରିବେ। ଏହି ଟିମରେ ବ୍ୟାଟିଂ କୋଚ ସୀତାଂଶୁ କୋଟାକ, ବୋଲିଂ କୋଚ ରାଜୀବ ଦତ୍ତା ଓ ଫିଲ୍ଡିଂ କୋଚ ଅଜୟ ରାତ୍ରା ରହିଛନ୍ତି।
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ଟିକିଆ ଦିନିକିଆ ସିରିଜ ଖେଳାଯିବ। ଦକ୍ଷିଣ ଆଫ୍ରିକା ଏଡେନ ମାର୍କରମଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ। ଭାରତର ମଙ୍ଗ କେଏଲ ରାହୁଲ ଧରିବେ। ଏହାପୂର୍ବରୁ ଦୁଇ ଦେଶ ମଧ୍ୟରେ ଖେଳା ଯାଇଥିବା ଟି-୨୦ ସିରିଜ ୧-୧ରେ ଶେଷ ହୋଇଥିଲା।
ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବାଜିମାତ କରିଥିଲା। କିନ୍ତୁ ତୃତୀୟ ମ୍ୟାଚକୁ ସୂର୍ଯ୍ୟ କୁମାର ଯାଦବ ଆଣ୍ଡ କୋ ବିଜୟୀ ହୋଇ ସିରିଜକୁ ୧-୧ରେ ବରାବର କରିଥିଲେ।
ଦିନିକିଆ ବିଶ୍ୱକପ ଫାଇନାଲ ହାରିବା ପରେ ଭାରତୀୟ ଟିମ ପ୍ରଥମ ଥର ODI ମ୍ୟାଚ୍ ଖେଳିବାକୁ ଯାଉଛି। ରୋହିତ ଶର୍ମା, ବିରାଟ କୋହଲି ଓ ଯଶପ୍ରୀତ ବୁମ୍ରାଙ୍କ ଭଳି ଖେଳାଳି ଦିନିକିଆ ସ୍କ୍ୱାଡରେ ନାହାନ୍ତି। ସେହିପରି ସ୍କ୍ୱାଡରେ ସାମିଲ ଥିବା ଦୀପକ ଚହର ବ୍ୟକ୍ତିଗତ କାରଣରୁ ଦିନିକିଆ ସିରିଜରୁ ନିଜ ନାଁ ପ୍ରତ୍ୟାହାର କରିନେଇଛନ୍ତି।
ଶ୍ରେୟସ ଆୟର ଦ୍ୱିତୀୟ ଓ ତୃତୀୟ ଦିନିକିଆରେ ଖେଳିବେ ନାହିଁ। ସେ ଟେଷ୍ଟ ସିରିଜର ପ୍ରସ୍ତୁତି ପାଇଁ ଶେଷ ଦୁଇଟି ଦିନିକିଆ ଖେଳିବେ ନାହିଁ। ଦୀପକ ଚହରଙ୍କ ଅନୁପସ୍ଥିତ ଯୋଗୁ ସ୍କ୍ୱାଡରେ ଆକାଶ ଦୀପଙ୍କୁ ସାମିଲ କରାଯାଇଛି।
ଭାରତର ଦିନିକିଆ ସ୍କ୍ୱାଡ: ଋତୁରାଜ ଗାଏକ୍ୱାଡ, ସାଇ ସୂଦର୍ଶନ, ତିଲକ ବର୍ମା, ରଜତ ପଟିଦାର, ରିଙ୍କୁ ସିଂହ, ଶ୍ରେୟସ ଆୟର, କେଏଲ ରାହୁଲ, ସଞ୍ଜୁ ସାମସନ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ୟୁଜଭେନ୍ଦର ଚହଲ, ମୁକେଶ କୁମାର, ଆବେଶ ଖାନ, ଅର୍ଶଦୀପ ସିଂହ ଓ ଆକାଶ ଦୀପ।
NEWS 🚨 -BCCI announces extension of contracts for Head Coach and Support Staff, Team India (Senior Men)
— BCCI (@BCCI) November 29, 2023
More details here - https://t.co/rtLoyCIEmi #TeamIndia
ବିଶ୍ୱକପ ୨୦୨୩ ପରେ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ଏହି ଅବଧି ଶେଷ ହେବା ପରେ ରାହୁଲଙ୍କ ସହ ଆଲୋଚନା କରିଥିଲା ବିିସିସିଆଇ। ଏହି ବୈଠକ ପରେ ରାହୁଲଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ବିିସିସିଆଇ ନିଷ୍ପତ୍ତି ନେଇଥିଲା। ରାହୁଲ ମଧ୍ୟ ବିସିସିଆଇର ପ୍ରସ୍ତାବରେ ସହମତି ପ୍ରଦାନ କରିଛନ୍ତି।
ରାହୁଲଙ୍କ ବ୍ୟତୀତ ଏନସିଏ ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କ ପ୍ରଂଶସା କରିଛି ବିସିସିଆଇ। କାରଣ ରାହୁଲଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆର କୋଚ୍ ଭାବେ ଦାୟିତ୍ୱ ତୁଲାଉଛନ୍ତି ଲକ୍ଷ୍ମଣ। ବିସିସିଆଇ ସଭାପତି କହିଛନ୍ତି, ରାହୁଲଙ୍କ ମାର୍ଗଦର୍ଶନରେ ଟିମ୍ ଇଣ୍ଡିଆ ଦମଦାର ପ୍ରଦର୍ଶନ କରୁଛ । ନୂଆ ଚ୍ୟାଲେଞ୍ଜ ସ୍ୱୀକାର କରିବା ସହ ଯୁବ କ୍ରିକେଟରଙ୍କୁ ଆଗକୁ ବଢିବାରେ ସହଯୋଗ କରିବାରେ ରାହୁଲଙ୍କ ଅବଦାନ ବେଶ ପ୍ରଂଶସାଯୋଗ୍ୟ ବୋଲି କହିଛି ବିସିସିଆଇ। ଏହାସହ ରାହୁଲ ମୁଖ୍ୟ କୋଚ୍ ପଦ ଗ୍ରହଣ କରିଥିବାରୁ ଧନ୍ୟବାଦ ଜଣାଇଛି ବିସିସିଆଇ।
ଉଭୟ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲୁଟିସି) ଓ ଦିନିକିଆ ବିଶ୍ୱକପରେ ଭାରତ ରନର୍ସଅପ୍ ହୋଇଥିଲା। ତେଣୁ ଏହାପରେ ଦ୍ରାବିଡ଼ କୋଚ୍ ପଦରୁ ଇସ୍ତଫା ନେବେ ବୋଲି କିମ୍ବା ବିସିସିସିଆ ନବୀକରଣ ଚୁକ୍ତି କରିନପାରେ ବୋଲି ଚର୍ଚ୍ଚା ହେଉଥିଲା।
ବିଶ୍ୱକପ୍ ଫାଇନାଲରେ ଭାରତର ପରାଜୟ ସତ୍ତ୍ୱେ ତିନିଟି ଫର୍ମାଟରେ ଭାରତର ଶୀର୍ଷ ମାନ୍ୟତାକୁ ନେଇ ରାହୁଲ ଦ୍ରାବିଡ ସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ବିଶ୍ୱସ୍ତରୀୟ ଟ୍ରଫି ପାଇବାରେ ସୁଯୋଗ ହାତଛଡା କରିବା 'ନିରାଶାଜନକ' ବୋଲି ସେ ସ୍ୱୀକାର କରିଛନ୍ତି।
ଏସବୁ ଭିତରେ ବଡ଼ ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ରାହୁଲ ଡ୍ରାଭିଡ ଆଉ ଟିମ ଇଣ୍ଡିଆ ମୁଖ୍ୟ କୋଚ ପଦରେ ରହିବେ ନାହିଁ। ସେ ଆଇପିଏଲରେ ନଜର ଆସିବେ। ୨୦୨୪ ଆଇପିଏଲରେ ସେ ଲକ୍ଷ୍ମୌ ସୁପର ଜାଏଣ୍ଟସର ମେଣ୍ଟୋର ହୋଇପାରନ୍ତି। ଏଥିପାଇଁ ସବୁ ପ୍ରକାରର ଡିଲ୍ ଫାଇନାଲ ହୋଇସାରିଛି।
ଗତ ଦୁଇ ବର୍ଷ ହେଲା ଲକ୍ଷ୍ନୌର ମେଣ୍ଟୋର ଭାବେ ଗୌତମ ଗମ୍ଭୀର କାମ କରୁଥିଲେ। କିନ୍ତୁ ୨୦୨୪ ସଂସ୍କରଣ ପୂର୍ବରୁ ସେ କେକେଆରକୁ ଚାଲି ଯାଇଛନ୍ତି। ତେଣୁ ତାଙ୍କ ସ୍ଥାନରେ କେଏଲ ରାହୁଲଙ୍କ ଟିମର ମେଣ୍ଟୋର ଭୂମିକାରେ ରାହୁଲ ଡ୍ରାଭିଡ କାମ ଆରମ୍ଭ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି।
ରିପୋର୍ଟରେ ଆହୁରି କୁହାଯାଇଛି ଯେ ଜାତୀୟ କ୍ରିକେଟ ଏକାଡେମୀ(ଏନସିଏ)ର ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ଟିମ ଇଣ୍ଡିଆର ସ୍ଥାୟୀ ମୁଖ୍ୟ କୋଚ ଭାବେ ନିଯୁକ୍ତି ପାଇବେ। ଏବେ ସେ ରାହୁଲ ଡ୍ରାଭିଡଙ୍କ ଅନୁପସ୍ଥିତିରେ ଦଳର ମୁଖ୍ୟ କୋଚ ଭାବେ କାମ କରୁଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ଟି-୨୦ ସିରିଜରେ ମଧ୍ୟ ସେ ମୁଖ୍ୟ କୋଚ ରହିଛନ୍ତି। ଏବେ ପୂର୍ଣ୍ଣକାଳୀନ ଭାବେ ଲକ୍ଷ୍ମଣଙ୍କୁ ଟିମ ଇଣ୍ଡିଆ ମୁଖ୍ୟ କୋଚ ଭାବେ ନିଯୁକ୍ତି ଦିଆଯିବ।
ମୁଖ୍ୟ କୋଚ ଭାବେ ରାହୁଲ ଡ୍ରାଭିଡଙ୍କ ଅବଧି ଶେଷ ହୋଇଥିଲେ ହେଁ ତାଙ୍କୁ ଏହାକୁ ବୃଦ୍ଧି କରିବା ପାଇଁ ବିସିସିଆଇ ପ୍ରସ୍ତାବ ଦେଇଥିଲା। ହେଲେ ସେ ଏହାକୁ ଗ୍ରହଣ କରି ନାହାନ୍ତି। ସେ ଲକ୍ଷ୍ମୌ ସୁପର ଜାଏଣ୍ଟସ ସହ କଥା ହୋଇ ସବୁ କିଛି ସ୍ଥିର କରିଥିବାରୁ ଆଉ ଜାତୀୟ ଟିମର ମୁଖ୍ୟ କୋଚ ହେବାକୁ ଚାହୁଁ ନଥିବା ବିସିସିଆଇକୁ କହି ଦେଇଛନ୍ତି।
ବିସିସିଆଇ ପକ୍ଷରୁ ଖୁବଶୀଘ୍ର ଟିମ ଇଣ୍ଡିଆର କୋଚିଂ ସମ୍ପର୍କରେ ନିଷ୍ପତ୍ତି ନେବାକୁ ବୈଠକ ଡାକିବ। ଏହି ବୈଠକରେ ଲକ୍ଷ୍ମଣ ମୁଖ୍ୟ କୋଚ ଭାବେ କାମ କରିବେ ବୋଲି ବିଧିବଦ୍ଧ ଭାବେ ମୋହର ମରାଯିବ।
ଭାରତର ପୂର୍ବତନ ଅଧିନାୟକ ତଥା ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ଏଥିପାଇଁ ସମୟ ଆବଶ୍ୟକ, ଆଗକୁ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱରେ ରହିବି କି ନାହିଁ ବିଚାର କରିବା ପାଇଁ ସମୟ ଆବଶ୍ୟକ।"
ସେ ତାଙ୍କର ଭବିଷ୍ୟତ ଯୋଜନା କଣ ରଖିଛନ୍ତି ଏବଂ କୌଣସି ଗୋଟିଏ ଫର୍ମାଟରେ ପ୍ରଶିକ୍ଷଣ ଦେବାକୁ ଯୋଜନା କରୁଛନ୍ତି କି ପ୍ରଶ୍ନରେ କହିଛନ୍ତି, "ମୁଁ ଏ ବିଷୟରେ ଚିନ୍ତା କରି ନାହିଁ। ବର୍ତ୍ତମାନ ମୁଁ ବିଶ୍ୱକପ ଫାଇନାଲ୍ ମ୍ୟାଚରୁ ଆସିଛି। ଏ ବିଷୟରେ ଚିନ୍ତା କରିବା ପାଇଁ ମୋ ପାଖରେ ସମୟ ନାହିଁ। ବର୍ତ୍ତମାନ ସମୟରେ ମୁଁ କେବଳ ଏହି ଅଭିଯାନ ଉପରେ ଧ୍ୟାନ ଦେଇଥିଲି, ତା' ଛଡ଼ା ମୋ ମନରେ ଆଉ କିଛି ନଥିଲା।" ଭବିଷ୍ୟତରେ କ’ଣ ହେବ ସେ ବିଷୟରେ ମୋର ଅନ୍ୟ କୌଣସି ଚିନ୍ତା ମଧ୍ୟ ନଥିଲା ବୋଲି ଦ୍ରାବିଡ କହିଛନ୍ତି।
ଦ୍ରାବିଡ ଆହୁରି କହିଛନ୍ତି ଯେ, ସେ ଦୁଇ ବର୍ଷ କାର୍ଯ୍ୟକାଳ ମଧ୍ୟରେ କଣ କରିଛନ୍ତି ତାକୁ ବିଶ୍ଳେଷଣ କରିବାରେ ବିଶ୍ୱାସ କରନ୍ତିନି। "ସତ କହିବାକୁ ଗଲେ, ନିଜକୁ ମୂଲ୍ୟାଙ୍କନ କିମ୍ବା ବିଶ୍ଳେଷଣ କରୁଥିବା ବ୍ୟକ୍ତିଙ୍କ ଭଳି ମୁଁ ନୁହେଁ। ମୁଁ ଟିମ୍ ପ୍ଲେୟରଙ୍କ ସହ କାମ କରିଥିବାରୁ ଗର୍ବିତ। ଗତ ଦୁଇ ବର୍ଷ ମଧ୍ୟରେ ସବୁ ଫର୍ମାଟରେ ଖେଳାଳିଙ୍କ ସହ କାମ କରିବା ମୋ ପାଇଁ ଏକ ସୌଭାଗ୍ୟ ଥିଲା।"
ଆସନ୍ତା ବର୍ଷ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି-20 ବିଶ୍ୱକପ ସମୟରେ ସେ ଦଳର ମାର୍ଗଦର୍ଶନ କରିବାକୁ ଆଗ୍ରହୀ କି ନାହିଁ ପ୍ରଶ୍ନରେ ଦ୍ରାବିଡ଼ କହିଛନ୍ତି, "ମୁଁ ଏ ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେବାକୁ ଚାହୁଁନାହିଁ।"
"ସତ କହିବାକୁ ଗଲେ, ମୁଁ ଏ ବିଷୟରେ ଚିନ୍ତା କରି ନାହିଁ। ଆମର ସବୁ ଉଦ୍ୟମ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଏବଂ ଏହି ଟୁର୍ନାମେଣ୍ଟ ଉପରେ ହିଁ ଥିଲା। ଭବିଷ୍ୟତରେ କଣ ଘଟିବ ସେଥିପାଇଁ ମୋର କୌଣସି ଯୋଜନା ନାହିଁ। 2027 ବିଶ୍ୱକପ୍ ଦଳରେ ମଧ୍ୟ କିଏ ରହିବେ କିଏ ରହିବେ ନାହିଁ ସେ ଉପରେ ମଧ୍ୟ ଚିନ୍ତା କରୁନାହିଁ। ଏଥିପାଇଁ ବହୁତ ସମୟ ଅଛି।"
ସେ କହିଛନ୍ତି, ଦଳର ଭଲ ପ୍ରଦର୍ଶନ ପଛରେ କୋଚ୍ ରାହୁଲ ଡ୍ରାଭିଡ୍ଙ୍କର ବହୁତ ବଡ଼ ଭୂମିକା ରହିଛି। ସମସ୍ତ ଖେଳାଳିଙ୍କୁ ସେମାନଙ୍କ ଦାୟିତ୍ୱ ସଂପର୍କରେ ପୂରା ସ୍ପଷ୍ଟ କରିଛନ୍ତି ଡ୍ରାଭିଡ। ରାହୁଲ ଭାଇ କେମିତି ଖେଳୁ ଥିଲେ ଆପଣମାନେ ଦେଖିଛନ୍ତି। ଏବେ ମୁଁ କେମିତି ଖେଳୁଛି, ତାହା ବି ଆପଣମାନେ ଦେଖୁଛନ୍ତି। ଆମ ଦୁହିଁଙ୍କ ଭିତରେ ପାର୍ଥକ୍ୟ ରହିଛି। କିନ୍ତୁ ସେ ଆମକୁ ସ୍ୱାଧିନତା ଦେଇଛନ୍ତି। ଆମେ ଯେଉଁ ଭଳି ଢଙ୍ଗରେ ଖେଳିବାକୁ ଚାହୁଁଛୁ, ସେମିତି ଖେଳିବାକୁ ସେ ସ୍ୱାଧିନତା ଦେଇଛନ୍ତି। ଏହା ତାଙ୍କ ସଂପର୍କରେ ବହୁତ କିଛି କଥାକୁ ପ୍ରତିପାଦିତ କରୁଛି।
ରୋହିତ ଆହୁରି କହିଛନ୍ତି, ଖରାପ ସମୟରେ ସେ ସମସ୍ତ ଖେଳାଳିଙ୍କ ସହିତ ଛିଡ଼ା ହୋଇଛନ୍ତି। ବିଶେଷକରି ଗତ ଟିଟ୍ୱେଣ୍ଟି ବିଶ୍ୱକପ୍ ବେଳେ ସେ ସମସ୍ତ ଖେଳାଳିଙ୍କୁ ସମର୍ଥନ କରିଥିଲେ ଓ ପ୍ରୋତ୍ସାହିତ କରିଥିଲେ। ସେହି ଟୁର୍ଣ୍ଣାମେଣ୍ଟରେ ଆମେ ସେମି ଫାଇନାଲରେ ହାରି ଯାଇଥିଲୁ। ଅନେକ ସ୍ଥିତିରେ ତାଙ୍କର ମତାମତ ସମସ୍ତ ଖେଳାଳିଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହୋଇଛି। ସେ ଏଭଳି (ବିଶ୍ୱକପ୍ ବିଜୟୀ ହେବା ଭଳି) ଏକ ବଡ଼ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ଚାହାନ୍ତି। ଆମେ ତାଙ୍କ (ରାହୁଲ ଡ୍ରାଭିଡ) ପାଇଁ ବିଶ୍ୱକପ୍ ଜିତିବାକୁ ଚାହୁଁଛୁ।
ରାହୁଲ ଡ୍ରାଭିଡ ୨୦୦୩ ବିଶ୍ୱକପ୍ ଟିମ୍ର ସଦସ୍ୟ ଥିଲେ, ଯେଉଁଥିରେ ଭାରତ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରି ଯାଇଥିଲା।
ଭାରତ ଦୁଇ ଥର ବିଶ୍ୱକପ୍ ଜିତିଥିବା ବେଳେ ଅଷ୍ଟ୍ରେଲିଆ ୫ ଥର ଜିତିଛି। ସେହିପରି ଭାରତ ଚତୁର୍ଥ ଥର ପାଇଁ ବିଶ୍ୱକପ୍ ଫାଇନାଲ ଖେଳିବାକୁ ଯାଉଥିବା ବେଳେ ଅଷ୍ଟ୍ରେଲିଆ ଅଷ୍ଟମ ଥର ପାଇଁ ଖେଳିବ। ନ୍ୟୁଜିଲ୍ୟାଣ୍ଡକୁ ୭୦ ରନ୍ରେ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଥିଲା।
ସେ ୬୪ ବଲରେ ୧୦୨ ରନ କରି ଇନିଂସର ଶେଷ ଓଭରରେ ଆଉଟ ହୋଇଛନ୍ତି। ଏପରି ବିସ୍ଫୋରକ ଶତକ ପରେ ରାହୁଲ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି।
ଚଳିତ ବିଶ୍ୱକପରେ ଏହା ରାହୁଲଙ୍କ ପ୍ରଥମ ଶତକ ହୋଇଥିବା ବେଳେ ବିଶ୍ୱକପ ଇତିହାସରେ ଦ୍ୱିତୀୟ। ଆଜିର ଶତକ ପରେ ସେ ରାହୁଲ ଡ୍ରାଭିଡଙ୍କ ବିରଳ କ୍ଲବରେ ସାମିଲ ହୋଇଛନ୍ତି।
ଭାରତର ପ୍ରଥମ ୱିକେଟ କିପର ବ୍ୟାଟର ଭାବେ ରାହୁଲ ଡ୍ରାଭିଡ ବିଶ୍ୱକପରେ ଶତକ ହାସଲ କରିଥିଲେ। ୧୯୯୯ ବିଶ୍ୱକପରେ ରାହୁଲ ଡ୍ରାଭିଡ୍ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ୧୪୫ ରନର ଚମତ୍କାର ଇନିଂସ ଖେଳିଥିଲେ। ଏହାପରେ ଆଉ କୌଣସି ୱିକେଟ କପିର ବ୍ୟାଟର ଭାରତ ପାଇଁ ବିଶ୍ୱକପରେ ଶତକ ହାସଲ କରି ନଥିଲେ।
ହେଲେ ଆଜି କେଏଲ ରାହୁଲ ଏପରି କୀର୍ତ୍ତିମାନ ହାସଲ କରିଛନ୍ତି। ରାହୁଲ ଡ୍ରାଭିଡ ଏବେ ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ରହିଛନ୍ତି। ତାଙ୍କ ଆଗରେ ହିଁ କେଏଲ ରାହୁଲ ଶତକୀୟ ଇନିଂସ ଖେଳିଛନ୍ତି।
ଅନ୍ୟପକ୍ଷରେ ରାହୁଲ ଭାରତର ଦ୍ରୁତତମ ବ୍ୟାଟର ଭାବେ ବିଶ୍ୱକପରେ ଶତକ ହାସଲ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି। ସେ ଆଜି ୬୨ ବଲରେ ଶତକ ହାସଲ କରିଥିଲେ। ପୂର୍ବରୁ ଏହି ରେକର୍ଡ ରୋହିତ ଶର୍ମାଙ୍କ ନାଁରେ ଥିଲା। ସେ ଆଫଗାନିସ୍ତାନ ବିପକ୍ଷ ବିଶ୍ୱକପ ମ୍ୟାଚ୍ରେ ୬୩ ବଲରେ ଶତକ ହାସଲ କରିଥିଲେ।
ତେବେ ପାକିସ୍ତାନ ବପକ୍ଷ ଲଢ଼େଇ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିଲେ ମଧ୍ୟ ଭାରତୀୟ ସ୍କ୍ୱାଡରେ ସ୍ଥାନ ପାଇଥିବା କେଏଲ ରାହୁଲ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବେ ନାହିଁ। ସେହିପରି ୪ ତାରିଖ ନେପାଳ ବିପକ୍ଷ ମ୍ୟାଚ୍ରେ ମଧ୍ୟ ସେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ ନାହିଁ ବୋଲି ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡ ସ୍ପଷ୍ଟ କରିଛନ୍ତି।
କେଏଲ ରାହୁଲ ଏବେ ସୁସ୍ଥ ହେବା ପ୍ରକ୍ରିୟାରେ ରହିଛନ୍ତି। କିନ୍ତୁ ସେ ଭାରତ ଏସିଆ କପରେ ଖେଳିବାକୁ ଥିବା ପ୍ରଥମ ଦୁଇ ମ୍ୟାଚ୍ରେ ଉପଲବ୍ଧ ହେବେ ନାହିଁ। ପାକିସ୍ତାନ ଓ ନେପାଳ ବିପକ୍ଷ ମ୍ୟାଚ୍ ରାହୁଲ ଖେଳିବେ ନାହିଁ ବୋଲି ଡ୍ରାଭିଡ କହିଛନ୍ତି। ବିସିସିଆଇ ମଧ୍ୟ ଗୋଟିଏ ଟ୍ୱିଟ କରି କେଏଲ ରାହୁଲ ଏସିଆ କପର ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବେ ନାହିଁ ବୋଲି ସୂଚନା ଦେଇଛି।
ଡ୍ରାଭିଡ ଆଜି ଗୋଟିଏ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “କେଏଲ ଆମ ସହ ବେଶ ଭଲ ଭାବେ ଗୋଟିଏ ସପ୍ତାହ ଅଭ୍ୟାସ କରିଛନ୍ତି। ସେ ଭଲ ଲୟରେ ଥିବା ସହ ଦ୍ରୁତଗତିରେ ସୁସ୍ଥ ହେଉଛନ୍ତି। କିନ୍ତୁ ସେ ଏସିଆ କପର ପ୍ରଥମ କିଛି ମ୍ୟାଚ୍ରେ ଉପଲବ୍ଧ ହେବେ ନାହିଁ।
ନ୍ୟାଶନାଲ କ୍ରିକେଟ ଏକାଡେମୀ ତାଙ୍କ ଉପରେ ନଜର ରଖିବ। ସେପ୍ଟେମ୍ବର ୪ ପରେ ଆମକୁ ବ୍ରେକ ମିଳିବ। ଏହାପରେ ଆମେ ରାହୁଲଙ୍କ ଉପରେ ନିଷ୍ପତ୍ତି ନେବୁ। କିନ୍ତୁ ତାଙ୍କୁ ନେଇ ମିଳିଥିବା ସଙ୍କେତ ସକାରାତ୍ମକ ରହିଛି। ସେ ଏବେ କେବଳ ପ୍ରଥମ ଦୁଇଟି ମ୍ୟାଚ୍ରୁ ବାଦ ପଡ଼ିଛନ୍ତି।”
UPDATE
— BCCI (@BCCI) August 29, 2023
KL Rahul is progressing really well but will not be available for India’s first two matches – against Pakistan and Nepal – of the #AsiaCup2023: Head Coach Rahul Dravid#TeamIndia
ଆହତ ସମସ୍ୟାରେ ପଡ଼ିଥିବା ଶ୍ରେୟସ ଆୟର କିନ୍ତୁ ଏବେ ମ୍ୟାଚ୍ ଖେଳିବାକୁ ପୂରା ଫିଟ ଥିବା ରାହୁଲ ଡ୍ରାଭିଡ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି। ଏଥିସହ ଏସିଆ କପ୍ରେ ସେ ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି।
ଏସବୁ ଭିତରେ ମୁହଁ ଖୋଲିଛନ୍ତି ରାହୁଲ ଡ୍ରାବିଡ। ରବିବାର ଭାରତ ଟି-୨୦ ସିରିଜ୍ କ୍ଲିନ ସୁଇପ କରିବା ପରେ ରାହୁଲ ଏ ପ୍ରସଙ୍ଗରେ ଜବାବ ରଖିଛନ୍ତି। ରିଦ୍ଧିମାନ ସାହା ପ୍ରକୃତରେ କେଉଁ ସ୍ଥାନରେ ରହିଛନ୍ତି, ସେକଥା ଜଣାଇବାକୁ ରାହୁଲ ଚେଷ୍ଟା କରିଥିଲେ ଓ ଏଥିପାଇଁ ସେ ଆଦୌ ଅନୁତପ୍ତ ନୁହନ୍ତି ବୋଲି ମଧ୍ୟ କହିଛନ୍ତି।
ଡ୍ରାବିଡ କହିଛନ୍ତି, “ମୁଁ ବୟାନରେ ଆଦୌ ମର୍ମାହତ ହୋଇନି। ରିଦ୍ଧିମାନଙ୍କ ପ୍ରତି ମୋର ଗଭୀର ସମ୍ମାନ ରହିଛି। ଭାରତୀୟ କ୍ରିକେଟ ପାଇଁ ତାଙ୍କର ଅବଦାନ ଓ ସେ ହାସଲ କରିଥିବା ସଫଳତାକୁ ମୁଁ ସବୁବେଳେ ସମ୍ମାନ କରେ। ମୁଁ ଚାହୁଁନାହିଁ ଯେ ମୁଁ ତାଙ୍କୁ ଯେଉଁ କଥା କହିଥିଲି, ସେକଥା ସେ ଆଉ କାହାଠାରୁ ଶୁଣନ୍ତୁ।
ସେ ପୂରା ସତ ମୋ ଠାରୁ ହିଁ ଶୁଣନ୍ତୁ ବୋଲି ମୁଁ ଚାହୁଁଥିଲି। ଆମ ଦୁଇ ଜଣଙ୍କ ମଧ୍ୟରେ କଥାବାର୍ତ୍ତା ପୂରା ସମ୍ମାନର ସହ ହୋଇଥିଲା। ସେ ସଚ୍ଚୋଟତା ଓ ସ୍ପଟତାର ସହ ସବୁ କଥା ଜାଣିବାର ହକଦାର। ତାଙ୍କୁ କୌଣସି କଥା ମିଡିଆକୁ ଜାଣିବାକୁ ମିଳୁ ବୋଲି ମୁଁ ଚାହୁଁ ନଥିଲି।
ତେଣୁ ମୁଁ ତାଙ୍କୁ ସବୁ କଥା ପୂର୍ବରୁ କହି ଦେଇଥିଲି। ଋଷଭ ପନ୍ତ ନିଜକୁ ୧ନଂ ୱିକେଟ କିପର ବ୍ୟାଟର ଭାବେ ପ୍ରସ୍ତୁତ କରିଥିବା ମୁଁ ବାର୍ତ୍ତା ପହଞ୍ଚାଇବାକୁ ଚାହୁଁଥିଲି। ଆମେ ଆଉ ଜଣେ ଯୁବ ୱିକେଟ କିପରଙ୍କୁ ମଧ୍ୟ ମ୍ୟାଚ୍ ପାଇଁ ପ୍ରସ୍ତୁତ କରିବାକୁ ଚାହୁଁଥିବା ତାଙ୍କୁ ଜଣାଇବାକୁ ଚେଷ୍ଟା କରିଛୁ। ସବୁ କିଛି ପରେ ମଧ୍ୟ ରିଦ୍ଧିମାନଙ୍କ ପ୍ରତି ଥିବା ମୋର ସମ୍ମାନ କେବେ ହେଲେ ବଦଳିବ ନାହିଁ।”
ରାହୁଲ ଦ୍ରାବିଡ ଆହୁରି କହିଛନ୍ତି, “ମୁଁ ସବୁ କ୍ରିକେଟରଙ୍କ ସହ ନିୟମିତ ଭାବେ ଏପରି କଥା ହୋଇଥାଏ। ମୁଁ ଆଦୌ ବ୍ୟତିଥି ନୁହେଁ। କାରଣ ମୁଁ ଭଲ ଭାବେ ଜାଣିଛି ଯେ ଖେଳାଳିମାନେ ଅନେକ ସମୟରେ ଏପରି କଥାକୁ ସହଜରେ ଗ୍ରହଣ କରିପାରନ୍ତି ନାହିଁ। ଏହା ଅତ୍ୟନ୍ତ କଠିନ ବିଷୟ।
ଦଳର ଚୂଡ଼ାନ୍ତ ଏକଦଶ ଚୟନ କରିବା ପୂର୍ବରୁ ମଧ୍ୟ ଏପରି ଆଲୋଚନା ହୋଇଥାଏ। କେବଳ ମୁଁ ନୁହେଁ, ଅଧିନାୟକ ରୋହିତ ଶର୍ମା ମଧ୍ୟ ଖେଳାଳିଙ୍କ ସହ କଥା ହୋଇ ସେମାନେ ମ୍ୟାଚ୍ ଖେଳୁ ନଥିବା କଥା କୁହନ୍ତି। ଆମେ ଖେଳାଳିଙ୍କ ପ୍ରଶ୍ନର ଜବାବ ଦେବାକୁ ମଧ୍ୟ ପ୍ରସ୍ତୁତ ରହିଥାଉ। ସେମାନେ କାହିଁକି ଖେଳୁ ନାହାନ୍ତି ଓ କାହିଁକି ଅନ୍ୟମାନେ ଖେଳୁଛନ୍ତି, ତା’ର ଉତ୍ତର ମଧ୍ୟ ମିଟିଂରେ ଦିଆଯାଏ।”
ସୂଚନାଯୋଗ୍ୟ, ରିଦ୍ଧିମାନ ସାହା କହିଥିଲେ ଯେ “ମୋତେ ଟିମ୍ ମ୍ୟାନେଜମେଣ୍ଟ ମୋ ନାଁ ଉପରେ ଆଉ ବିଚାର କରାଯିବ ନାହିଁ ବୋଲି କହିଥିଲେ। ହେଲେ ଏକଥା ମୁଁ ଟିମରେ ଥିବାରୁ କାହାକୁ କହି ପାରି ନଥିଲେ। ଏପରି କି ମୁଖ୍ୟ କୋଚ ରାହୁଲ ଦ୍ରାବିଡ ମଧ୍ୟ ମୋତେ ଅବସର ନେବା କଥା ବିଚାର କରିବାକୁ ପରାମର୍ଶ ଦେଇଥିଲେ।”
ସାମ୍ନାକୁ ଆସିଛି ଡ୍ରାଭିଡ୍ଙ୍କ ଆକ୍ରମକ ରୂପ। ରାଗରେ ପୂରା ପଞ୍ଚମ ହୋଇଯାଇଛନ୍ତି ସେ। ରାହୁଲଙ୍କ ରାଗ ଏତେ ଯେ ସେ ବିଚ୍ ରାସ୍ତାରେ କରିଛନ୍ତି ହଙ୍ଗାମା। ରାସ୍ତା ମଝିରେ ଠିଆ ହୋଇ ବଡ଼ ପାଟିରେ କହୁଛନ୍ତି, ‘ମୁଁ ଇନ୍ଦିରାନଗରର ଗୁଣ୍ଡା’। ଏଥିସହ ବ୍ୟାଟ୍ ଧରି ରାସ୍ତାରେ ଠିଆ ହୋଇଥିବା ଏକ କାର୍ର ମିରର୍ ମଧ୍ୟ ଭାଙ୍ଗି ଦେଇଛନ୍ତି। ରହୁଲଙ୍କ ଏହି ଆଙ୍ଗ୍ରି ଅବତାରର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ବିରାଟ କୋହଲି ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓକୁ ଶେଆର କରିଛନ୍ତି। ଭିଡିଓରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ ଖୁବ୍ ରାଗି ଯାଇ କାରର ମିରର୍ ଭାଙ୍ଗୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଟ୍ୱିଟ୍ କରି ବିରାଟ ନିଜ କ୍ୟାପସନ୍ରେ ଲେଖିଛନ୍ତି, “ରାହୁଲ ଭାଇଙ୍କ ଏଭଳି ଆଙ୍ଗ୍ରି ଅବତାର ମୁଁ କେବେ ଦେଖିନଥିଲି।”
ପ୍ରକୃତରେ ରାହୁଲଙ୍କ ଏହି ଭିଡିଓ ହେଉଛି ଏକ କ୍ରେଡିଟ କାର୍ଡ ବିଜ୍ଞାପନର। ଯାହାକୁ ବିରାଟ କୋହଲି ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଅତି ମଜାଳିଆ ଢଙ୍ଗରେ ଶେଆର କରିଛନ୍ତି। ଡ୍ରାଭିଡଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ମାନେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ୪୮ ବର୍ଷୀୟ ଏହି କ୍ରିକେଟ୍ ଲିଜେଣ୍ଡଙ୍କ ଏଭଳି ନୂଆ ରୂପ ସମସ୍ତଙ୍କୁ ପସନ୍ଦ ଆସିଛି।
ସୂଚନାଯୋଗ୍ୟ, ରାହୁଲ ଡ୍ରାଭିଡ ଭାରତର ଅନ୍ୟତମ ସଫଳ ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରୁ ଜଣେ। ୧୬ ବର୍ଷ ଧରି ଟିମ୍ ଇଣ୍ଡିଆ ପାଇଁ ଖେଳିବା ପରେ ୨୦୧୨ରେ ସେ ଅବସର ନେଇଥିଲେ। ଉଭୟ ଟେଷ୍ଟ ଓ ଦିନିକିଆରେ ସେ ୨୪ ହଜାରରୁ ଅଧିକ ରନ୍ ସଂଗ୍ରହ କରିଥିଲେ।
https://twitter.com/imVkohli/status/1380451732690411521?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1380451732690411521%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fwww.ndtv.com%2Foffbeat%2Frahul-dravid-has-anger-issues-watch-video-shared-by-virat-kohli-2410044
https://twitter.com/abhijeet_dipke/status/1380469553172344835?s=20