ସମୁଦାୟ ଆପ୍ରେଣ୍ଟିସ୍ ପଦବୀ ସଂଖ୍ୟା-୧୬୪୬
ଆଜମେର ଡିଆରଏମ୍ ଅଫିସ-୪୦୨ ପଦବୀ
ବିକାନିର ଡିଆରଏମ୍ ଅଫିସ- ୪୨୪
ଜୟପୁର ଡିଆରଏମ୍ ଅଫିସ -୪୮୮
ଯୋଧପୁର ଡିଆରଏମ୍ ଅଫିସ - ୬୭ ପଦବୀ
ଆଜମେର ବି.ଟି.ସି. କ୍ୟାରେଜ-୧୧୩
ଆଜମେର ବି.ଟି.ସି. ଲୋକୋ- ୫୬
ବିକାନିର କ୍ୟାରେଜ ୱାର୍କସପ୍- ୨୯ ପଦ
ଯୋଧପୁର କ୍ୟାରେଜ ୱାର୍କସପ୍-୬୭
ଶିକ୍ଷାଗତ ଯୋଗ୍ୟତା
ଇଚ୍ଛୁକ ପ୍ରାର୍ଥୀ ସର୍ମନିମ୍ନ ୫୦% ମାର୍କ ସହ ମାଟ୍ରିକ ପାସ୍ କରିଥିବା ଉଚିତ। ଏଥିସହ ସେମାନେ ଯେକୌଣସି ଟ୍ରେଡରେ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଆଇଟିଆଇ ସାର୍ଟିଫିକେଟ ହାସଲ କରିଥିବା ଜରୁରୀ ।
କିପରି କରିବେ ଆବେଦନ
ଇଚ୍ଛୁକ ପ୍ରାର୍ଥୀ ନର୍ଥ- ୱେଷ୍ଟର୍ଣ୍ଣ ରେଲୱେର ଅଫିସିଆଲ ୱେବସାଇଟ୍ rrcjaipur.in. ରେ ଆବେଦନ କରି ପାରିବେ ।
ବୟସ ସୀମା
ଏହି ପଦ ନିମନ୍ତେ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୫ ବର୍ଷ ହୋଇଥିବା ଆବଶ୍ୟକ । ଏଥିସହ ଏହା ଚଳିତ ବର୍ଷ ଫେବୃୟାରୀ ୧୦ ତାରିଖ ସୁଦ୍ଧା ୨୪ ବର୍ଷ ଅତିକ୍ରମ ନ କରିଥିବା ଉଚିତ ।
ଆବେଦନ ଫି
ଏହି ପଦ ନିମନ୍ତେ ଆବେଦନ କରିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀ ଶହେ ଟଙ୍କା ଦେଇ ଅନଲାଇନ୍ରେ ନିଜ ନାମ ପଞ୍ଜୀକରଣ କରି ପାରିବେ। ଏହାବାଦ ଅନୁସୂଚିତ ଜାତି, ଜନଜାତି ଓ ଭିନ୍ନକ୍ଷମମାନଙ୍କ ନିମନ୍ତେ ଆବେଦନ ଫି ଛାଡ଼ କରାଯାଇଛି।
ପ୍ରାର୍ଥୀ ଚୟନ ତାଲିକା
ପ୍ରାର୍ଥୀମାନଙ୍କ ମେରିଟ୍ ଲିଷ୍ଟ ଆଧାରରେ ସେମାନଙ୍କୁ ନିଯୁକ୍ତି ମିଳିବ । ସେମାନେ ମାଟ୍ରିକ ଓ ଆଇଟିଆଇରେ ରଖିଥିବା ମାର୍କ ହିସାବରେ ସେମାନଙ୍କୁ ଚୟନ କରାଯିବ ।
ମୋଟ ପଦବୀ: ଉତ୍ତର ପୂର୍ବ ରେଲୱେରେ ସମୁଦାୟ ୧୧୦୪ଟି ଅପରେଣ୍ଟିସ୍ ପଦବୀ ଖାଲି ପଡ଼ିଛି।
ଗୋରଖପୁରରେ ୪୧୧ ପଦବୀ, ଲକ୍ଷ୍ନୌରେ ୧୫୫ ପଦ, ଇଜ୍ଜତନଗରରେ ୱାର୍କସପ୍ ପାଇଁ ୧୫୧ ପଦ, କ୍ୟାରିଜ ଓ ବୈଗନ ପାଇଁ ୬୪ ପଦ, ଗୋଣ୍ଡାରେ ୯୦ ପଦ, ବାରଣାସୀ ପାଇଁ ୭୫ ପଦ, ଗୋରଖପୁର ପାଇଁ ୬୩ ପଦ, ଇଜ୍ଜତନଗରର ଡିଜେଲ ସେଡ ପାଇଁ ୬୦ ପଦ, ଗୋରଖପୁର ବ୍ରିଜ ୱାର୍କସପ୍/ କ୍ୟାଣ୍ଟ ପାଇଁ ୩୫ ପଦ ଖାଲି ଥିବା ସୂଚନା ମିଳିଛି ।
କିପରି କରିବେ ଆବେଦନ ?
ଇଚ୍ଛୁକ ପ୍ରାର୍ଥୀ ner.indianrailways.gov.in ୱେବସାଇଟକୁ ଯାଇ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ବେଳେ ଏହାର ଶେଷ ତାରିଖ ଡିସେମ୍ବର ୨୪ ଯାଏ ରହିଛି।
ବୟସ ସୀମା : ସର୍ବନିମ୍ନ ବୟସ ସୀମା ୧୫ ବର୍ଷ ଥିବା ବେଳେ ସର୍ବାଧୀକ ସୀମା ୨୪ ବର୍ଷ ବୋଲି ଜଣାଯାଇଛି।
ଆବେଦନ ଫି: ସାଧାରଣ ବର୍ଗ, ଆର୍ଥିକ ଭାବେ ପଛୁଆ ବର୍ଗ ତଥା ଓବିସି ବର୍ଗ ପ୍ରାର୍ଥୀଙ୍କୁ ଶହେ ଟଙ୍କା ଆବେଦନ ଶୁକ୍ଳ ଦେବାକୁ ପଡ଼ିବ । କିନ୍ତୁ ଅନୁସୁଚିତ ଜାତି, ଜନଜାତି ଓ ମହିଳା ବର୍ଗପ୍ରାର୍ଥୀଙ୍କୁ କୌଣସି ଫି ଦେବାକୁ ପଡ଼ିବ ନାହିଁ।
North East Frontier ପକ୍ଷରୁ ଜାରି ନୋଟିଫିକେସନ ଅନୁଯାୟୀ, ଖାଲିଥିବା ୩୭୦ ପଦ ମଧ୍ୟରୁ୨୦ଟି ଜୁନିୟର ଇଞ୍ଜିନିୟର ପଦ, ୧୫୦ ଟେକନିସିଆନ ପଦ ଓ ୨୦୦ ହେଲପର ପଦ ଖାଲି ପଡ଼ିଛି । ଇଚ୍ଛୁକ ପ୍ରାର୍ଥୀ ଶେଷ ତାରିଖ ପୂର୍ବରୁ ଅନଲାଇନ୍ରେ ଆବେଦନ କରିପାରିବେ। ମୁଖ୍ୟତଃ ଟେକନିକାଲ କ୍ୱାଲିଫିକେସନ ଓ ଅନୁଭବ ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ।
ଏହି ପଦ ନିମନ୍ତେ ଇଚ୍ଛୁକ ପ୍ରାର୍ଥୀ ‘ଦ ଅଫିସ ଅଫ୍ ପ୍ରିନ୍ସପାଲ, ଚିଫ ପର୍ସନାଲ ଅଫିସର, N.F. ରେଳୱେ’ ଠିକଣାରେ ଆବେଦନ କରିପାରିବେ।
ୱେଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ଜାରି ନୋଟିଫିକେସନ୍ ଅନୁଯାୟୀ, ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଏପ୍ରିଲ୍ ୩ ତାରିଖରୁ ଆରମ୍ଭ ହୋଇଛି। ପ୍ରାକ୍ଟିସନର୍ସ ଓ ପାରାମେଡିକାଲ୍ ଷ୍ଟାଫ୍ (Practitioners and Paramedical Staff) ଆବେଦନ ପାଇଁ ମାତ୍ର ୪ ଦିନର ସମୟ ଦିଆଯାଇଛି। ଏପ୍ରିଲ୍ ୬ ତାରିଖ ଅର୍ଥାତ୍ ଆସନ୍ତାକାଲି ଆବେଦନର ଶେଷ ତାରିଖ। ଏହି ପଦବୀ ପାଇଁ ପ୍ରାର୍ଥୀଙ୍କର ଇଣ୍ଟରଭ୍ୟୁ ଏପ୍ରିଲ୍ ୮ ତାରିଖରେ ହେବ।
ମୋଟ ୧୩୯ ପଦବୀରେ ନିଯୁକ୍ତି ମିଳିବ। ଯେଉଁଥିରେ CMP-GDMO ପାଇଁ ୧୪ ପଦବୀ, ନର୍ସିଂ ସୁପରିଟେଣ୍ଡେଣ୍ଟ ପାଇଁ ୫୯ ପଦବୀ, ରେଡିଓଗ୍ରାଫର ପାଇଁ ୨ ପଦବୀ, ରେନାଲ୍ ରିପ୍ଲେସମେଣ୍ଟ ପାଇଁ ଗୋଟିଏ ପଦବୀ, କ୍ଲିନିକାଲ୍ ସାଇକୋଲୋଜିଷ୍ଟ ପାଇଁ ୨ ପଦବୀ ଓ ହସ୍ପିଟାଲ୍ ଆଟେଣ୍ଡାଣ୍ଟ ପାଇଁ ୬୦ ପଦବୀ ରହିଛି। ଏହିସବୁ ପଦବୀ ପାଇଁ ପ୍ରାର୍ଥୀଙ୍କ ଚୟନ ଟେଲିଫୋନିକ୍ ଇଣ୍ଟରଭ୍ୟୁ ଜରିଆରେ କରାଯିବ।
ଏହି ପଦବୀ ଆବେଦନ ପାଇଁ ପ୍ରାର୍ଥୀ ପାଖରେ ଜନ୍ମ ପ୍ରମାଣପତ୍ର, ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର ପାସ୍ ସାର୍ଟିଫିକେଟ୍ ରହିବା ଜରୁରୀ। ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍, ଅଭିଜ୍ଞତା ସାର୍ଟିଫିକେଟ ଓ କାଷ୍ଟ (ଜାତି) ସାର୍ଟିଫିକେଟ୍ ଥିବା ବାଧ୍ୟତାମୂଳକ।
ଦଶମ, ଦ୍ୱାଦଶ, ଗ୍ରାଜୁଏସନ୍ ଓ ପୋଷ୍ଟ ଗ୍ରାଜୁଏସନ୍ ପାସ୍ କରିଥିବା ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଆବେଦକଙ୍କର ବୟସ ସୀମା ୧୮ରୁ ୫୩ ବର୍ଷ ଭିତରେ ହୋଇଥିବା ଦରକାର।