ଗଣମାଧ୍ୟମକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପୁରୀରୁ କୋଣାର୍କ ନୂଆ ରେଲୱେ ଲାଇନ୍ ନିର୍ମାଣ ହେବ। ଏହି ରେଳ ଲାଇନ୍କୁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି। ଏଥିପାଇଁ ୪୯୨ କୋଟି ଟଙ୍କା ମଞ୍ଜୁର ହୋଇଛି। ୩୨ କିଲୋମିଟର ନୂଆ ରେଳ ଲାଇନ୍ ନିର୍ମାଣ ହେବ। ଏହି ଟ୍ରାକ୍ରେ ଭିଷ୍ଟାଡୋମ୍ ଟ୍ରେନ୍ ଚଲିବ। ଭିଷ୍ଟାଡୋମ୍ ଟ୍ରେନ୍ ବଗିର ଦୁଇ ପାର୍ଶ୍ୱ ଓ ଉପର ଛାତ କାଚରେ ତିଆରି। ସେହି ଟ୍ରେନ୍ରେ ପର୍ଯ୍ୟଟକମାନେ ଯାତ୍ରା କଲେ ପ୍ରାକୃତିକ ସୌନ୍ଦ୍ୟର୍ଯ୍ୟକୁ ପୂରାପୂରି ଉପଭୋଗ କରିପାରିବେ। ତାହା ସହିତ ଟ୍ରେନ୍ ଭିତରେ ଜଗନ୍ନାଥଙ୍କ ସଂସ୍କୃତି ସମ୍ପର୍କରେ ଲୋକମାନଙ୍କୁ ତଥ୍ୟ ଦିଆଯିବ। ଏହି ପ୍ରକଳ୍ପ ପାଇଁ ୨୧୫ ହେକ୍ଟର ଜମିର ଆବଶ୍ୟକତା ପଡ଼ିବ। ରାଜ୍ୟ ସରକାର ସହଯୋଗ କଲେ ଜମି ଅଧିଗ୍ରହଣ ଆରମ୍ଭ କରାଯିବ। ତା’ପରେ କାମ ଆରମ୍ଭ କରାଯିବ। ଏଥିପାଇଁ ଟଙ୍କା ଅଛି, ଡିଜାଇନ୍ ପାଖାପାଖି ସରି ଆସିଲାଣି ବୋଲି ରେଳ ମନ୍ତ୍ରୀ କହିଛନ୍ତି।
ଶ୍ରୀ ବୈଷ୍ଣବ ଆହୁରି କହିଛନ୍ତି, ପୁରୀରୁ କୋଣାର୍କ ରୁଟ୍ରେ ୩ରୁ ୪ଟି ସ୍ଥାନରେ ସ୍ପେଶାଲ୍ ପର୍ଯ୍ୟଟନ ହେରିଟେଜ୍ ହବ୍ ନିର୍ମାଣ କରାଯିବ। ସେଥିରେ ଲୋକାମାନେ ଆସି ଓଡ଼ିଶାର ସଂସ୍କୃତିକୁ ପ୍ରଦର୍ଶିତ କରିପାରିବେ। ତାହା ପାଇଁ ଜାଗା ଦେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯିବ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ଗତ ୧୦ବର୍ଷ ଭିତରେ ପାଖାପାଖି ୧୦ ହଜାର କୋଟି ଟଙ୍କାରେ ୪୦୯ଟି ରେଲୱେ ଓଭର ବ୍ରିଜ୍ ଓ ଅଣ୍ଡର ପାସ୍ ନିର୍ମାଣ ହୋଇଛି। ଏବେ ୨୨୦ ରେଲୱେ ଓଭର ବ୍ରିଜ୍ ଓ ଅଣ୍ଡର ପାସ୍ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ସବୁ କାମ ଶୀଘ୍ର ସରୁ ବୋଲି ମହାପ୍ରଭୁଙ୍କ ନିକଟରେ ମୁଁ ପ୍ରାର୍ଥନା କରୁଛି।
ଗଣମାଧ୍ୟମକୁ ସୂଚନା ଦେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପୁଶ୍-ପୁଲ ଟେକନୋଲୋଜିରେ ନିର୍ମିତ ଏହି ସ୍ୱଦେଶୀ ଟ୍ରେନକୁ ଖୁବଶୀଘ୍ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି। ପୁଶ୍-ପୁଲ୍ ଟେକ୍ନୋଲୋଜି ଫଳରେ ଟ୍ରେନଟି ଖୁବ୍ କମ୍ ସମୟ ଭିତରେ ପିକ୍ଅପ୍ ଓ ବ୍ରେକ କରିପାରିବ। ଅର୍ଥାତ୍ ଏହା ଶୀଘ୍ର ସ୍ପିଡ ବଢ଼ାଇ ଓ କମାଇପାରିବ।
ଅମୃତ ଭାରତ ଟ୍ରେନ୍ ଷ୍ଟାର୍ଟ ଓ ବ୍ରେକ ବେଳେ ଯାତ୍ରୀଙ୍କୁ ଝଟ୍କା ଲାଗିବ ନାହିଁ। ଏଥିରେ ଦିବ୍ୟାଙ୍ଗମାନଙ୍କ ପାଇଁ ବିଶେଷ ସୁବିଧା ରହିବ। ଏହା ନନ-ଏସି ଟ୍ରେନ। ଏଥିରେ କବଚ ଟେକନୋଲୋଜି ଲାଗିଛି। ନୂଆ ଦିଲ୍ଲୀ ରେଳ ଷ୍ଟେସନରେ ନବନିର୍ମିତ ପୁଶ୍-ପୁଲ୍ ରେକ ଯାଞ୍ଚ କରିବା ପରେ ଏହି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ଅମୃତ ଭାରତ ଟ୍ରେନ୍ର ୨୨ଟି କୋଚ୍ ରହିବ। ସବୁ ବଗି ଜେନେରାଲ୍। ବନ୍ଦେ ଭାରତରେ ପରି ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର ହୋଇଛି। ବର୍ତ୍ତମାନ ସୁଦ୍ଧାର ଏହାର ଭଡ଼ା ନିର୍ଦ୍ଧାଣ କରାଯାଇନାହିଁ। ତଥାପି ସାଧାରଣ ଟ୍ରେନ୍ ଅପେକ୍ଷା କମ୍ ହେବ ବୋଲି ଶୁଣିବାକୁ ମିଳୁଛି। ଯାହାଫଳରେ ସାଧାରଣ ଲୋକ ଏହି ଟ୍ରେନ୍ର ଯାତ୍ରା କରିପାରିବେ। ଏହି ଟ୍ରେନ୍ ମାତା ସୀତାଙ୍କ ଜନ୍ମଭୂମିରୁ ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମ ଜନ୍ମଭୂମିକୁ ସଂଯୋଗ କରିବ। ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଦୁଇଟି ଅମୃତ ଭାରତ ଟ୍ରେନ୍ ଚାଲିବ। ପ୍ରଥମ ଟ୍ରେନ୍ ବିହାର ଦରଭଙ୍ଗାରୁ ଭାୟା ଅଯୋଧ୍ୟା ହୋଇ ନୂଆଦିଲ୍ଲୀ ଅଭିମୁଖେ ଯିବ। ସେହିପରି ଦ୍ୱିତୀୟ ଅମୃତ ଭାରତ ଟ୍ରେନ୍ ମାଲ୍ଦାରୁ ବେଙ୍ଗାଲୁରୁକୁ ଚାଲିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ବିଶେଷ କରି ବର୍ଷା ଦିନେ ଏହି ଗଳାପୋଲ ଲୋକଙ୍କୁ ହଇରାଣ କରୁଛି। ଟିକିଏ ବର୍ଷା ହେଲେ ଗଳାପୋଲରେ ପାଣି ଜମିଯାଉଛି। ତେଣୁ ଲୋକେ ଯା’ଆସ କରିବାରେ ଅସୁବିଧା ହେଉଛି।
ସ୍ଥାନୀୟ ଜଣେ ବାସିନ୍ଦା କହିଛନ୍ତି, ଭୌଗୋଳିକ ସ୍ଥିତିକୁ ସଠିକ୍ ଭାବେ ବିଚାରକୁ ନନେଇ ଏହି ଗଳାପୋଲ ତିଆରି କରାଯାଇଛି। ମେ’ ମାସରେ ବର୍ଷା ହେଲେ ବି ଏଠାରେ ପାଣି ଜମୁଛି। ସ୍ୱଳ୍ପ ବର୍ଷା ହେଲେ ୩ରୁ ୪ ଫୁଟ୍ ଓ ଲଗାତାର ବର୍ଷା ହେଲେ ୫ ଫୁଟ୍ ପର୍ଯ୍ୟନ୍ତ ପାଣି ଜମି ରହୁଛି। ଫଳରେ ଲୋକେ ଭାରି ହଇରାଣ ହେଉଛନ୍ତି। କର୍ମଜୀବୀଙ୍କଠାରୁ ଆରମ୍ଭ କରି ରୋଗୀ- ସମସ୍ତେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଏହି ସମସ୍ୟାର ସମାଧାନ ପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଗାଁ ଲୋକେ ଦାବି କରିଛନ୍ତି। ବିଭିନ୍ନ ସମୟରେ ଏନେଇ ଅଭିଯୋଗ କରାଯାଇଥିଲେ ହେଁ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି।
ଆମେ ବିଭିନ୍ନ ଅଧିକାରୀଙ୍କୁ ଆମ ଦାବି ସମ୍ପର୍କରେ ଲିଖିତ ଭାବେ ଜଣାଇଛୁ। ଯଦି ସମସ୍ୟାର ସମାଧାନ କରାନଯାଏ, ତା’ହେଲେ ଆମେ ରେଳରୋକ କରିବୁ ବୋଲି ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି।
ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଦ୍ୱାରା ପୁରୀ ଓ ରାଉରକେଲା ମଧ୍ୟରେ ଯାତ୍ରା ସମୟ ଯଥେଷ୍ଟ ହ୍ରାସ ପାଇବ। ବନ୍ଦେ ଭାରତ ଏକ୍ସପ୍ରେସ୍ ପୁରୀରୁ ରାଉରକେଲା ୫୦୫ କିଲୋମିଟର ହୋଇଥିବା ବେଳେ ଏହାକୁ ବନ୍ଦେ ଭାରତ ଏକ୍ସପ୍ରେସ ୭ ଘଣ୍ଟା ୪୫ ମିନିଟରେ ଅତିକ୍ରମ କରିବ। ଫଳରେ ତୀର୍ଥଯାତ୍ରୀ, ବ୍ୟବସାୟୀ, ଛାତ୍ରଛାତ୍ରୀ ଏବଂ ପର୍ଯ୍ୟଟକ ବିଶେଷ ଭାବେ ଉପକୃତ ହେବେ।
ଶନିବାରକୁ ଛାଡ଼ିଦେଲେ ଏହି ଟ୍ରେନ୍ ସପ୍ତାହରେ ବାକି ୬ ଦିନ ଚାଲିବ। ଏହା ପ୍ରତ୍ୟହ ପୁରୀରୁ ସକାଳ ୫ଟାରେ ଛାଡ଼ି ରାଉରକେଲାରେ ୧୨ଟା ୪୫ରେ ପହଞ୍ଚିବ। ପରେ ରାଉରକେଲାରୁ ୨ଟା ୧୦ରୁ ଛାଡ଼ି ରାତି ୯ଟା ୪୦ରେ ପୁରୀରେ ପହଞ୍ଚିବ। ଏହି ସେମି ହାଇସ୍ପିଡ୍ ଅତ୍ୟାଧୁନିକ ଟ୍ରେନ୍ ଚାଲିବା ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ଟ୍ରାଏଲ୍ ରନ୍ ଶେଷ କରାଯାଇଛି।
ପୂର୍ବତଟ ରେଳପଥ ନିଜ ଅଧୀନରେ ଖୋର୍ଦ୍ଧା ରୋଡ୍ ଏବଂ ସମ୍ବଲପୁର ରେଳ ମଣ୍ଡଳ ପରିସୀମା ମଧ୍ୟରେ ପ୍ରଥମେ ଏଭଳି ଅଭିନବ
ପଦକ୍ଷେପ ନେବାକୁ ସ୍ଥିର କରିଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମସ୍ତ ଜୋନାଲ ରେଳବାଇକୁ ଏ ଦିଗରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁସବୁ ସେକ୍ସନ ଗୁଡ଼ିକରେ IDS ସ୍ଥାପନ କରାଯିବ, ସେଗୁଡ଼ିକ ମଧ୍ୟରେ ସମ୍ବଲପୁର ରେଳମଣ୍ଡଳରେ ରହିଛି ମାନେଶ୍ୱର-ବାମୁର, ତୁରେଇକେଲା-ଲଖନା, ମହାନାଦୀ ଓ ନର୍ଲା-ଥେରୁବାଲି। ସେହିପରି ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ଅନ୍ତର୍ଗତ କପିଳାସ ରୋଡ-ରାଜ ଆଠଗଡ଼-ଅନୁଗୁଳ, ରମ୍ଭା-ଗଞ୍ଜାମ ଏବଂ ନୟାଗଡ଼-ପର୍ଜନପୁର ରେଳ ସେକ୍ସନ।
ଏହି ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ମାଧ୍ୟମରେ ୬୦ କିଲୋମିଟର ପର୍ଯ୍ୟନ୍ତ ଅସାଧାରଣ ଗତିବିଧି ଉପରେ ନଜର ରଖା ଯାଇପାରିବ। ଖାଲି ହାତୀ ଗତିବିଧି ଜନିତ ସୂଚନା ନୁହେଁ ରେଳ ଧାରଣା ଖଣ୍ଡିତ ହେବା ବା ଭାଙ୍ଗିଯିବା, ରେଳ ଟ୍ରାକ୍ ଉପରେ ଅବରୋଧ, ରେଳ ଟ୍ରାକ୍ ନିକଟରେ ଅନଧିକୃତ ଖନନ ଓ ଟ୍ରାକ ନିକଟରେ ଭୂସ୍ଖଳନ ଇତ୍ୟାଦି ଚିହ୍ନଟ କରିବାରେ ସହାୟକ ହୋଇପାରିବ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ,ଦେବଗଡ଼ ଜିଲ୍ଲାର ନାଗରିକ କମିଟିର ଅନୁରୋଧରେ ସେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଜୁଲାଇ ୧୦ତାରିଖରେଏହି ରେଳ ପ୍ରକଳ୍ପ ପାଇଁ ଚିଠି ଲେଖି ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । କେନ୍ଦ୍ର ରେଳ ମନ୍ତ୍ରଣାଳୟ ଦ୍ୱାରା ଏହି ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତିକୁ ମଞ୍ଜୁରୀ ଦେଇଛି । ଏହି ପ୍ରସ୍ତାବିତ ନୂଆ ରେଳଲାଇନ୍ ଦ୍ୱାରା ଶିଳ୍ପସମୃଦ୍ଧ ଝାରସୁଗୁଡ଼ାଠାରୁ ଦେବଗଡ଼ ଜିଲ୍ଲାର ବାରକୋଟକୁ ଟ୍ରେନ ଚଳାଚଳ କରିବ । ଝାରସୁଗୁଡ଼ା ଓ ଦେବଗଡ଼ ଜିଲ୍ଲା ମଧ୍ୟରେ ବିକାଶର ନୂଆଧାରା ସୃଷ୍ଟି ହେବ । ଦେବଗଡ଼ ଜିଲ୍ଲାର ପର୍ଯ୍ୟଟନର ବିକାଶକୁ ମଧ୍ୟ ଗତି ମିଳିବ । ବିଶେଷକରି ଦେବଗଡ଼ବାସୀଙ୍କ ଦୀର୍ଘଦିନର ଆଶା ପୂରଣ ହେବାକୁ ଯାଉଥିବାରୁ ଶ୍ରୀ ପ୍ରଧାନ ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବଦା ଜଣାଇଛନ୍ତି ।
ଘଟଣା ଦିନ ଉକ୍ତ ଟ୍ରେନରେ ତାଙ୍କ ସହ ଥିବା ଆରପିଏଫର ଆଉ ଜଣେ କନଷ୍ଟେବଲ ଘନଶ୍ୟାମ ଆଚାର୍ଯ୍ୟ ଛାତି ଥରାଇ ଦେବା ଭଳି ତଥ୍ୟ ଦେଇଛନ୍ତି। ସେଦିନ କ’ଣ ସବୁ ଘଟିଥିଲା ଓ ଚେତନଙ୍କୁ ଦେଖି ଘନଶ୍ୟାମ କେମିତି ବାଥରୁମରେ ଲୁଚି ଯାଇଥିଲେ, ସେକଥା ମଧ୍ୟ ସେ କହିଛନ୍ତି।
ଆରପିଏଫ କନଷ୍ଟେବଳ ଘନଶ୍ୟାମଙ୍କ କଥା ଅନୁସାରେ, ୩୩ ବର୍ଷୀୟ ଚେତନ ସିଂହ ଟ୍ରେନରେ ଡ୍ୟୁଟି କରୁଥିବା ବେଳେ ଅସୁସ୍ଥ ଅନୁଭବ କରିଥିଲେ। ସେ ଗୁଜରାଟର ବାଲସାଦରେ ଓହ୍ଲାଇ ଯିବାକୁ ମଧ୍ୟ ଚାହୁଁଥିଲେ। କିନ୍ତୁ ତାଙ୍କୁ ଟ୍ରେନ ଭିତରେ ଥିବା ଗୋଟିଏ ଖାଲି ବର୍ଥକୁ ବିଶ୍ରାମ ନେବାକୁ ଛଡ଼ା ଯାଇଥିଲା।
ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇ ଘନଶ୍ୟାମ କହିଛନ୍ତି, ଆସିସଷ୍ଟାଣ୍ଟ ସବ ଇନସପେକ୍ଟର(ଏଏସ୍ଆଇ) ଟିକାରାମ ମୀନା, ହାବିଲଦାର ହାୱା ନରେନ୍ଦ୍ର ପାରମର, ଚେତନ ସିଂହ ଓ ସେ ମୁମ୍ବାଇ ସେଣ୍ଟ୍ରାଲରୁ ଡ୍ୟୁଟି ପାଇଁ ସୌରାଷ୍ଟ୍ର ମେଲ୍ରେ ପ୍ରଥମେ ରବିବାର ରାତି ୯.୦୫ରେ ଚଢ଼ିଥିଲେ।
ସମସ୍ତ ରେଳବାଇ କର୍ମଚାରୀ ନିଜ ନିଜର ରାଇଫଲ ମଧ୍ୟ ଧରିଥିଲେ। ସେମାନେ ମୁମ୍ବାଇରୁ ସୁରତ ଯାଏ ଯିବାପରେ ସେଠାରେ ଓହ୍ଲାଇ ପଡ଼ିଥିଲେ। ରାତି ପ୍ରାୟ ୨.୫୩ରେ ସମସ୍ତେ ପୁଣି ଜୟପୁର-ମୁମ୍ବାଇ ସୁପରଫାଷ୍ଟ ଏକ୍ସପ୍ରେସରେ ଚଢ଼ିଥିଲେ। ସେଠାରେ ମୀନା ଓ ଚେତନ ସିଂହଙ୍କୁ କିଛି ବଗି ଓ ଘନଶ୍ୟାମ ଓ ନରେନ୍ଦ୍ରଙ୍କୁ ଆଉ କିଛି ବଗିର ଦାୟିତ୍ୱ ମିଳିଥିଲା।
ଯାତ୍ରାର ପ୍ରାୟ ୩୦ ମିନିଟ ପରେ ଘନଶ୍ୟାମ ଏଏସ୍ଆଇ ମୀନା ଓ ଚେତନଙ୍କ ପାଖକୁ ଆସିଥିଲେ। ଏହି ସମୟରେ ଚେତନ ଅସୁସ୍ଥ ଅନୁଭବ କରୁଥିବା କହିବା ସହ ଗୁଜରାଟର ବାଲସାଦରେ ଓହ୍ଲାଇ ଯିବାକୁ ଚାହୁଁଥିଲେ।
ବରିଷ୍ଠ ଅଧିକାରୀମାନଙ୍କ ସହ କଥା ହୋଇ ଚେତନ ତାଙ୍କ ଡ୍ୟୁଟି ଶେଷ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ତାଙ୍କୁ ଡ୍ୟୁଟି ସାରିବା ପରେ ଚିକିତ୍ସା ପାଇଁ ଯିବାକୁ କୁହାଯାଇଥିଲା। ଏହାପରେ ଚେତନ ସିଂହଙ୍କୁ ଆଉ ଗୋଟିଏ କୋଚକୁ ପଠାଯିବା ସହ ସେଠାରେ ବିଶ୍ରାମ ନେବାକୁ କୁହାଯାଇଥିଲା। ଏହି ସମୟରେ ଚେତନଙ୍କ ରାଇଫଲକୁ ଘନଶ୍ୟାମ କିଛି ସମୟ ପାଇଁ ନେଇ ଯାଇଥିଲେ। ତେବେ ଘନଶ୍ୟାମଙ୍କ ସହ ପାଟିତୁଣ୍ଡ କରି ସେ ତାଙ୍କ ରାଇଫଲ ମାଗିଥିଲେ।
ଘନଶ୍ୟାମ କହିଛନ୍ତି, “ସେ ମୋ ସହ ଯୁକ୍ତିତର୍କ କରି ଚେତନ ରାଗି ଯାଇ ରାଇଫଲ ଛଢ଼ାଇ ନେଇଥିଲେ। ଗୋଟିଏ ସମୟରେ ସେ ମୋ ବେକକୁ ମଧ୍ୟ ଚିପି ଧରିଥିଲେ। ମୋ ରାଇଫଲ ଚଢ଼ାଇ ନେଇ କୋଚ୍ରୁ ଚାଲି ଯାଇଥିଲେ। ପୁଣି କିଛି ସମୟରେ ସେ ମୋ ରାଇଫଲ ଫେରାଇ ତାଙ୍କ ବନ୍ଧୁକ ଧରି ଚାଲି ଯାଇଥିଲେ।
ଏଏସ୍ଆଇ ମୀନା ମଧ୍ୟ ଚେତନକୁ ଏତେ ମାତ୍ରାରେ ନ ରାଗି ଶାନ୍ତ ହେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ କିଛି ବି ଲାଭ ମିଳି ନଥିଲା। ସେ ରାଗି ଯାଇ ରାଇଫଲ ସେଫ୍ଟୀ ଲକ୍କୁ କାଢ଼ି ଦେଇଥିଲେ। ଲାଗୁଥିଲା ସେ ଗୁଳି ଚଳାଇ ଦେବେ। କିନ୍ତୁ ସେମିତି କିଛି ହୋଇ ନଥିଲା। ଭୋର ପ୍ରାୟ ୫.୨୫ରେ ଟ୍ରେନ ମହାରାଷ୍ଟ୍ରର ବୈତରଣା ପାଖରେ ପାଖରେ ପହଞ୍ଚିଥିଲା ଓ ମୁଁ ପେଣ୍ଟ୍ରୀ କାର୍ରେ ଥିଲି।
ଏହି ସମୟରେ ଆରପିଏଫ କନଷ୍ଟେବଲ କୁଲଦୀପ ରାଠୋର ମୋତେ ଫୋନ କରି ଏଏସ୍ଆଇ ମୀନାଙ୍କୁ ଗୁଳି କରାଯାଇଥିବା ଖବର ଦେଇଥିଲେ। ମୁଁ କୋଚ୍ରେ ପହଞ୍ଚିବା ପରେ ଚେତନ ସିଂହ ଗୁଳି କରିଥିବା ଯାତ୍ରୀମାନେ କହିଥିଲେ। ଚେତନ ମୋତେ ଦେଖି ନିଜ ରାଇଫଲ ଧରି ମୋ ପାଖକୁ ଆସିବାକୁ ଲାଗିଥିଲେ। ମୁଁ ଭୟଭୀତ ଓ ବ୍ୟସ୍ତ ହୋଇ ପଡ଼ିଥିଲି। ମୁଁ ସ୍ଲିପର କୋଚରେ ଲୁଚି ଯିବାକୁ ଚେଷ୍ଟା କରିଥିଲି। ଏହାପରେ ବାଥରୁମରେ ପଶି ଯାଇଥିଲି।
ପ୍ରାୟ ୧୦ ମିନିଟ ପରେ କେହି ଚେନ୍ ପୁଲ କରିଥିଲେ ଓ ମୀରା ରୋଡ ଓ ଦାହସର ଷ୍ଟେସନ ମଧ୍ୟରେ ଗାଡ଼ି ଅଟକି ଥିଲା। ଟ୍ରେନ ଅଟକିବା ପରେ ଚେତନ ନିଜର ରାଇଫଲ ଧରି ଟ୍ରାକରେ ଦୌଡ଼ୁଥିବା ଦେଖିବାକୁ ପାଇଥିଲି। ଯାତ୍ରୀମାନଙ୍କୁ ଝରକା ବନ୍ଦ କରି ସିଟ୍ ତଳେ ଲୁଚି ଯିବାକୁ ମଧ୍ୟ କହିଥିଲି। ଚେତନ ଟ୍ରେନ ଆଡ଼କୁ ରାଇଫଲ ଦେଖାଇବା ସହ ଅବିଶ୍ରାନ୍ତ ଗୁଳି ମାଡ଼ ମଧ୍ୟ କରିଥିଲେ। ମୁଁ କିଛି ଗୁଳି ଚାଲିବାର ଶବ୍ଦ ମଧ୍ୟ ଶୁଣିଛି।
ପ୍ରାୟ ୬.୨୦ରେ ବୋରିଭାଲି ଷ୍ଟେସନରେ ମୁଁ ଓହ୍ଲାଇଥିଲି। ଏଠାରେ ରେଲବାଇ ପୁଲିସ୍ ଓ ଅନ୍ୟ କର୍ମଚାରୀମାନେ ଏଏସ୍ଆଇ ମୀନା ଓ ଗୁଳିମାଡ଼ର ଶିକାର ହୋଇଥିବା ଅନ୍ୟ ୩ ଜଣଙ୍କୁ ବଗିରୁ ବାହାର କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ସମସ୍ତ ୪ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଥିଲା।”
ଘଟଣା ପରେ ପୁଲିସ୍ ଚେତନ ସିଂହଙ୍କୁ ରାଇଫଲ ସହ ଗିରଫ କରିଛି।
ବାହାନାଗାରେ ଟ୍ରେନ୍ ଟ୍ରାଜେଡ଼ି ପରଠାରୁ ପ୍ରତିଦିନ କିଛି ନା କିଛି ରେଳଜନିତ ତ୍ରୁଟି ଦେଖିବାକୁ ମିଳୁଛି। କେତେବେଳେ ଧାରଣାରେ ଡବା ଛାଡ଼ି ଇଞ୍ଜିନ୍ ଚାଲିଯାଉଛି ତ ଆଉ କେତେବେଳେ ବଗିରେ ନିଆଁ ଲାଗିଯାଉଛି। ନିୟମିତ ଏହି ଖବର ସାଧାରଣ ଜନତାଙ୍କୁ ମଧ୍ୟ ଅତିଷ୍ଠ କରିପକାଇଲାଣି। ଏହାରି ମଧ୍ୟରେ ରେଲୱେର ଆଉ ଏକ ତ୍ରୁଟି ସାମ୍ନାକୁ ଆସିଛି। ଆପଣ ଟ୍ରେନ୍ ବିଳମ୍ବରେ ଆସିବାର ସମ୍ମୁଖୀନ ହୋଇଥିବେ, ହେଲେ ଟ୍ରେନ୍ କେବେ ଆଗୁଆ ଆସିବାର ଶୁଣିନଥିବେ। ମନମାଡ଼ ଜଙ୍କସନରେ ଦେଖିବାକୁ ମିଳିଛି ଏପରି ତ୍ରୁଟି।
ଦିଲ୍ଲୀ ଅଭିମୁଖେ ଆସୁଥିବା ଭାସ୍କୋ ଡା ଗାମା ନିଜାମୁଦ୍ଦିନ-ଗୋଆ ଏକ୍ସପ୍ରେସ୍ ପାଖାପାଖି ଦେଢ଼ ଘଣ୍ଟା ଆଗୁଆ ଆସି ଷ୍ଟେସନରେ ମାତ୍ର ୫ ମିନିଟ୍ ରହିବା ପରେ ଛାଡ଼ି ଦେଇଛି। ଫଳରେ ପୂର୍ବରୁ ଟିକେଟ୍ କରିଥିବା ପ୍ରାୟ ୪୫ ଜଣ ଯାତ୍ରୀ ମନମାଡ ଜଙ୍କସନରେ ଅଟକି ରହିଥିଲେ। ମାର୍ଗ ପରିବର୍ତ୍ତନ(ରୁଟ୍ ଡାଇଭର୍ସନ) କାରଣରୁ ଏକ୍ସପ୍ରେସ୍ ଆଗୁଆ ଆସିଥିବା କୁହାଯାଉଛି। ତେବେ ଏନେଇ ଯାତ୍ରୀଙ୍କୁ କୌଣସି ଅବଗତ ନକରାଇ ମାତ୍ର ୫ ମିନିଟରେ ଟ୍ରେନ୍ କିପରି ଷ୍ଟେସନ୍ ଛାଡ଼ିଦେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ମନମାଡ ଜଙ୍କସନରେ ଟ୍ରେନ ପହଞ୍ଚିବା ପାଇଁ ନିର୍ଦ୍ଧାରିତ ସମୟ ଥିଲା ସକାଳ ୧୦.୩୫ ଘଣ୍ଟା। ଗୁରୁବାର(ଜୁଲାଇ ୨୭)ରେ ଟ୍ରେନ୍ ସକାଳ ୯.୦୫ ଘଣ୍ଟାରେ ଷ୍ଟେସନରେ ପହଞ୍ଚିଥିଲା। ମାତ୍ର ୫ ମିନିଟ୍ ରହିବା ପରେ ତୁରନ୍ତ ୯.୧୦ ଘଣ୍ଟାରେ ଛାଡ଼ିଦେଇଥିଲା। ଟ୍ରେନ ପାଇଁ ଟିକେଟ୍ କରିଥିବା ଯାତ୍ରୀମାନେ ସକାଳ ୯.୪୫ ସୁଦ୍ଧା ଷ୍ଟେସନରେ ପହଞ୍ଚି ଜାଣିବାକୁ ପାଇଥିଲେ ଯେ, ଟ୍ରେନ୍ ଷ୍ଟେସନ୍ ଛାଡ଼ି ସାରିଲାଣି। ଏହା ପରେ ଉତ୍ତେଜିତ ହୋଇ ଯାତ୍ରୀମାନେ ଷ୍ଟେସନ୍ ମ୍ୟାନେଜରଙ୍କ କାର୍ଯ୍ୟାଳୟକୁ ଯାଇ ସ୍ପଷ୍ଟୀକରଣ ମାଗିଥିଲେ ଏବଂ ସେମାନଙ୍କ ଯାତ୍ରା ଜାରି ରଖିବା ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ଟ୍ରେନ୍ ନିର୍ଦ୍ଧାରିତ ସମୟ ପୂର୍ବରୁ କିପରି ଛାଡ଼ିପାରିବ ସେ ପ୍ରଶ୍ନ କରିଥିଲେ ଷ୍ଟେସନ୍ ମ୍ୟାନେଜରଙ୍କୁ।
କେନ୍ଦ୍ରୀୟ ରେଲୱେ ଜୋନର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶିବରାଜ ମନସପୁର କହିଛନ୍ତି, "ମନମାଡ ଜଙ୍କସନରେ ପହଞ୍ଚିବା ପୂର୍ବରୁ ସାଧାରଣତଃ ମିରାଜ, ପୁନେ ଏବଂ ଦାଉଣ୍ଡ ଦେଇ ଚାଲୁଥିବା ଗୋଆ ଏକ୍ସପ୍ରେସକୁ ଡାଇଭର୍ଟ କରାଯାଇଥିଲା। ଗୁରୁବାର ଟ୍ରେନଟି ରତ୍ନଗିରି, ପାନଭେଲ, କଲ୍ୟାଣ ଏବଂ ନାଶିକ ରୋଡ୍ ଦେଇ ମନମାଡରେ ପହଞ୍ଚିବାର ଥିଲା। ରୁଟ୍ ଡାଇଭର୍ଟ ହୋଇଥିବାରୁ ଟ୍ରେନ ଆଗୁଆ ପହଞ୍ଚିଛି, କିନ୍ତୁ ପୂର୍ବପରି ଷ୍ଟେସନରେ ନ ଅଟକି ଛାଡ଼ି ଦେଇଛି।" ଅଧିକାରୀଙ୍କ କହିବାନୁସାରେ, ଯେଉଁ ଯାତ୍ରୀମାନେ ଗୋଆ ଏକ୍ସପ୍ରେସରେ ଚଢିପାରିନଥିଲେ, ସେମାନେ ଦିଲ୍ଲୀ ଅଭିମୁଖେ ଯାଉଥିବା ମୁମ୍ବାଇ-ହାୱଡା ଗୀତାଞ୍ଜଳି ଏକ୍ସପ୍ରେସରେ ଯିବାର ବନ୍ଦୋବସ୍ତ କରାଯାଇଥିଲା। କାରଣ ଭୁସାୱାଲ ଜଙ୍କସନ ପର୍ଯ୍ୟନ୍ତ ଉଭୟ ଟ୍ରେନର ଏକ ସାଧାରଣ ମାର୍ଗ ଅଛି।
"ମନମାଡଠାରେ ଅଟକି ରହୁନଥିବା ଗୀତାଞ୍ଜଳି ଏକ୍ସପ୍ରେସକୁ ଏଠାରେ ୧୧.୨୬ରେ ଅଟକି ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଦିଲ୍ଲୀ ଟ୍ରେନର ୪୫ ଜଣ ଯାତ୍ରୀ ଗୀତାଞ୍ଜଳିରେ ଯିବାକୁ ଅନୁମତି ମିଳିଥିଲା। ଏହି ସମୟରେ ମନମାଡ ଏବଂ ଭୁସାୱାଲ ମଧ୍ୟରେ ଥିବା ଜଲଗାଓଁ ଜଙ୍କସନର ଷ୍ଟେସନ ମ୍ୟାନେଜର ଏହି ଯାତ୍ରୀମାନଙ୍କୁ(ଗୀତାଞ୍ଜଳି ଏକ୍ସପ୍ରେସରେ) ଷ୍ଟେସନରେ ପହଞ୍ଚିବା ପର୍ଯ୍ୟନ୍ତ ସେଠାରେ ଗୋଆ ଏକ୍ସପ୍ରେସକୁ ଅଟକାଇ ରଖିବାକୁ କହିଥିଲେ ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚାଇବାର ବନ୍ଦୋବସ୍ତ କରାଯାଇଥିବା ଅନ୍ୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ସେପଟେ ରେଲୱେ କର୍ତ୍ତୃପକ୍ଷ କହିଛନ୍ତି ଯେ, "ସେମାନେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏପରି ହେବାର କାରଣ କଣ ଏବଂ ଆଗକୁ ଯେପରି ଏହାର ପୁନରାବୃତ୍ତି ନହେବ ସେଥିପାଇଁ ପଦକ୍ଷେପ ନିଆଯିବ।"
ଅଧିକାଂଶ ବନ୍ଦେ ଭାରତ ଏକ୍ସପ୍ରେସର ସିଟ୍ ଏଥିପାଇଁ ଫାଙ୍କା ରହୁଛି। ଏହି ସମସ୍ୟାକୁ ଦୂର କରିବା ପାଇଁ ଭାରତୀୟ ରେଳବାଇ ସମୀକ୍ଷା ଆରମ୍ଭ କରିଛି। କିଛି ନିର୍ଦ୍ଦିଷ୍ଟ ପଥରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ର ଟିକେଟ ଦାମକୁ ହ୍ରାସ କରିବା ମୁଡରେ ରେଳବାଇ ରହିଥିବା ରିପୋର୍ଟ ପ୍ରକାଶ ପାଇଛି। ଟିକେଟ ଦେମ ହ୍ରାସ ପାଇଲେ ସମ୍ଭବତଃ ଲୋକମାନେ ଏହି ସେମି ହାଇସ୍ପିଡ ଟ୍ରେନ୍ରେ ଯାତ୍ରା କରିବାକୁ ଅଧିକ ପସନ୍ଦ କରିବେ ବୋଲି ରେଳବାଇ ଆଶା ରଖିଛି।
ମିଳିଥିବା ସୂଚନା ଅନୁସାରେ, ପ୍ରାଥମିକ ଭାବେ ଇନ୍ଦୋର-ଭୋପାଲ, ଭୋପାଲ-ଜବଲପୁର ଓ ନାଗପୁର-ବିଲାସପୁର ମଧ୍ୟରେ ଯାତ୍ରା କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସର ଭଡ଼ା ହ୍ରାସ କରିବ ରେଳବାଇ। ଭୋପାଲ-ଜବଲପୁର ବନ୍ଦେ ଭାରତ ଏକ୍ସପ୍ରେସରେ ୨୯% ସିଟ୍ ପୂରଣ ହେଉଥିବା ବେଳେ ଇନ୍ଦୋର-ଭୋପାଲ ଟ୍ରେନ୍ରେ କେବଳ ୨୧% ସିଟ୍ରେ ଲୋକ ଯାତାୟାତ କରୁଛନ୍ତି।
ଏହି ରୁଟ୍ରେ ବନ୍ଦେ ଭାରତ ଏକ୍ସପ୍ରେସର ଏସି ଚେୟାର କାର୍ର ଟିକେଟ ଦାମ ୯୫୦ ଟଙ୍କା ଓ ଏକ୍ସ୍ୟୁକେଟିଭ ଚେୟାର କାର୍ ଟିକେଟର ଦାମ ୧୫୨୫ ଟଙ୍କା ରହିଛି। ତେଣୁ ସ୍ୱଳ୍ପ ଦୂରତାକୁ ଲୋକମାନେ ଏତେ ଟଙ୍କା ଦେଇ ଯିବାକୁ କୁନ୍ଥକୁନ୍ଥ ହେଉଛନ୍ତି।
ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଟିକେଟ ଦାମ ଉପରେ ସମୀକ୍ଷା କରୁଛି। ଖୁବଶୀଘ୍ର ଏହି ରୁଟ୍ରେ ଚାଲୁଥିବା ବନ୍ଦେ ଭାରତ ଏକ୍ସପ୍ରେସର ଭଡ଼ା ହ୍ରାସ ପାଇବ। ଏହାଦ୍ୱାରା ଅଧିକରୁ ଅଧିକ ଲୋକ ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରା କରିବାକୁ ପସନ୍ଦ କରିବେ।
ଏହି ରୁଟ ବ୍ୟତୀତ ନାଗପୁର-ବିଲାସପୁର ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରେନ ଭଡ଼ାର ମଧ୍ୟ ସମୀକ୍ଷା କରାଯାଉଛି। ଏହି ଟ୍ରେନର ମୋଟ କ୍ଷମତା ମଧ୍ୟରୁ କେବଳ ୫୫% ପୂରଣ ହୋଇପାରୁଛି। ନାଗପୁରରୁ ବିଲାସପୁର ମଧ୍ୟରେ ଯାତ୍ରା ସମୟ ୫ ଘଣ୍ଟା ୩୦ ମିନିଟ ରହିଛି। ଅନ୍ୟ ଟ୍ରେନଗୁଡ଼ିକ ଅପେକ୍ଷା ଏହା ଶୀଘ୍ର ଲୋକଙ୍କୁ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଛି। ହେଲେ ଏହି ଟ୍ରେନର ଟିକେଟ ଦାମ ଯଥେଷ୍ଟ ଅଧିକ।
ଏହି ରୁଟ୍ରେ ବନ୍ଦେ ଭାରତ ଏକ୍ସପ୍ରେସର ଏସି ଚେୟାର କାର୍ର ଟିକେଟ ଦାମ ୧୦୭୫ ଟଙ୍କା ଓ ଏକ୍ସ୍ୟୁକେଟିଭ ଚେୟାର କାର୍ ଟିକେଟର ଦାମ ୨୦୪୫୨୫ ଟଙ୍କା ରହିଛି। ତେଣୁ ଲୋକମାନେ ଏଥିରେ ଯାତ୍ରା କରୁ ନାହାନ୍ତି। ମେ’ ମାସରୁ ଏହି ରୁଟ୍ରେ ଲୋକଙ୍କ ପଛଘୁଞ୍ଚା ଦେଖି ତେଜାସ ଏକ୍ସପ୍ରେସକୁ ଚଳାଚଳ କରାଯାଉଛି।
ଭୋପାଲରୁ ଜବଲପୁର ଯିବା ବେଳେ ହାରାହାରି ୩୨% ସିଟ ପୂରଣ ହେଉଥିବା ବେଳେ ଆସିବା ବେଳେ ଏହା ୩୬% ରହୁଛି। ତେଣୁ ଏହାର ଟିକେଟ ଦାମ ରେଳବାଇ ହ୍ରାସ କରିବ।
ବର୍ତ୍ତମାନ ସୁଦ୍ଧା ଦେଶରେ ୪୬ଟି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି। କିଛି ରୁଟ୍ରେ ସବୁ ସିଟ୍ ପୂରଣ ହେଉଥିଲେ ହେଁ ଅଧିକାଂଶ ରାଜ୍ୟରେ ଲୋକମାନେ ଟିକେଟ ଦାମକୁ ଦେଖି ଏଥିରେ ଯାତ୍ରା କରୁ ନାହାନ୍ତି।
ସୂଚନା ମୁତାବକ, ଶନିବାର ଅପରାହ୍ନ ପ୍ରାୟ ୫ଟା ବେଳେ ନିଗୋହନ ରେଳ ଷ୍ଟେଶନର ମେନ୍ ଲାଇନ୍ରେ ଅନ୍ୟଏକ ଟ୍ରେନ୍ ଆସୁଥିବାରୁ ନୀଳାଞ୍ଚଳ ଏକ୍ସପ୍ରେସ୍ ଲୁପ୍ ଲାଇନ୍ରେ ଯାଇଥିଲା। ଯାହାପରେ ରେଳ ଲାଇନ୍ର ଏକ ବିରାଟ ଅଂଶ ତରଳି ଯିବା ସହ ସମ୍ପୂର୍ଣ୍ଣ ବଙ୍କା ହୋଇଯାଇଥିଲା।
ତେବେ କୌଣସି ମତେ ଟ୍ରେନ୍ର ଲୋକୋ ପାଇଲଟ ଏହା ଜାଣିପାରି ଟ୍ରେନ୍ ଅଟକାଇ ଦେଇଥିଲେ। ଏଥିସହ ଏବାବଦରେ ତୁରନ୍ତ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ରେଳ ବିଭାଗର ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ। ପରେ ଟ୍ରାକ୍ ମରାମତି କରାଯାଇଥିଲା।
ଅଘଟଣ ପରେ ଏହି ଷ୍ଟେଶନ ଦେଇ ସମସ୍ତ ଟ୍ରେନ୍ ମେନ୍ ଲାଇନ୍ ଦେଇ ଯାତାୟତ କରିଥିଲା। ଅଘଟଣ ପରେ ଲକ୍ଷ୍ନୌ ଡିଆରଏମ୍ ସୁରେଶ ସପ୍ରା ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଠିକ୍ ଭାବେ ରେଳ ଟ୍ରାକ୍ଗୁଡ଼ିକର ମରାମତି କରାଯାଉ ନ ଥିବାରୁ ଏଭଳି ଅଘଟଣ ଘଟିଥିବା ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।
ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେଶନ ନିକଟରେ ଘଟିଥିବା ଦୁଃଖଦ ରେଳ ଦୁର୍ଘଟଣା ମନରୁ ଯାଇ ନ ଥିବା ବେଳେ ଦେଶର ବିଭିନ୍ନ ସ୍ଥାନରୁ ଛୋଟମୋଟ ରେଳ ଦୁର୍ଘଟଣା ଖବର ଆସିବା ଯାତ୍ରୀଙ୍କ ଭିତରେ ଭୟ ସଞ୍ଚାର କରିଛି। ସୂଚନା ଥାଉକି, ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୯୨ ଜଣ ମୃତ୍ୟୁ ହୋଇଥିବା ବେଳେ ୧୨ଶହ ଯାତ୍ରୀ ଆହତ ହୋଇଥିଲେ। ସିବିଆଇ ଓ ରେଳ ସୁରକ୍ଷା ବୋର୍ଡ ଏହାର ତଦନ୍ତ କରୁଥିଲେ ହେଁ ଏପର୍ଯ୍ୟନ୍ତ ନା ଦୁର୍ଘଟଣାର କାରଣ ସ୍ପଷ୍ଟ କରାଯାଉଛି ନା କାହାର ଦାୟିତ୍ୱହୀନତାରୁ ଘଟଣା ଘଟିଲା କୁହାଯାଉଛି। ତେଣୁ ରେଳ ବିଭାଗର ଦାୟିତ୍ୱହୀନତା ଉପରେ ସମସ୍ତଙ୍କ ଅଙ୍ଗୁଳି ଉଠିଛି।
ସେହିପରି ବରଗଡ ରୋଡଠାରୁ ନୂଆପଡା ନୂଆ ରେଳ ଲାଇନ ହେବ। ଏହି ଟ୍ରେନ୍ ଲାଇନର ଦୂରତା ରହିବ ୧୪୨ କିଲୋମିଟର। ଏହି ରେଳପଥ ପୂର୍ବତଟ ରେଳପଥର ସମ୍ବଲପୁର ଡିଭିଜନ ଅଧିନରେ ରହିବ । କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ଲାଗି ସ୍ୱତନ୍ତ୍ର ରେଳ ପ୍ରକଳ୍ପ ବିଜ୍ଞପ୍ତି ପ୍ରକାଶ ପାଇଛି।
ପଦ୍ମପୁର ଉପନିର୍ବାଚନ ବେଳେ ବରଗଡ଼-ନୂଆପଡ଼ା ଲାଇନକୁ ନେଇ ଉଠିଥିଲା ପ୍ରସଙ୍ଗ। କିଛି ମାସ ତଳେ ସଡକ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ପଦ୍ମପୁର ଦେଇ ବରଗଡ-ନୂଆପଡା ରେଳଲାଇନ ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ। ଗତବର୍ଷ ନଭେମ୍ବର ୨୧ତାରିଖରେ ଏକ ଚିଠି ମାଧ୍ୟମରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ଉତ୍ତର ରଖିଥିଲେ। ଯେଉଁଥିରେ ଜଣାଇଥିଲେ ଓଡିଶା ସରକାରଙ୍କ ଆବେଦନ କ୍ରମେ ପ୍ରକଳ୍ପର ଡିଟେଲ ପ୍ରୋଜେକଟ ରିପୋର୍ଟ ବା ଡିପିଆର ଅନୁମୋଦନ ହୋଇଛି।
ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଆରାମଦାୟକ ସିଟ୍ ଥିବା ଏହି ଟ୍ରେନରେ ସମସ୍ତ ଆଧୁନିକ ସୁବିଧାସୁଯୋଗ ରହିଛି । ଏହି ଟ୍ରେନରେ ମୋଟ ୧୬ଟି ବଗି ଥିବାବେଳେ ସେଥିରେ ଅଟୋମେଟିକ ଡୋର, ଜିପିଏସ୍ ଆଧାରିତ ଅଡିଓ-ଭିଜୁଆଲ ଯାତ୍ରୀଙ୍କ ସୂଚନା ବ୍ୟବସ୍ଥା, ହଟସ୍ପଟ ଓ ୱାଇଫାଇ ସୁବିଧା ସହ ସମସ୍ତ ଟଏଲେଟକୁ ବାୟୋ-ଭ୍ୟାକୁମ୍ ଭଳି କରାଯାଇଛି । ଏହି ଟ୍ରେନର ଡିଜାଇନ୍ , ଆରାମଦାୟକ ସିଟ୍ ସହ ଗୁଣାତ୍ମକ ମାନର ଖାଦ୍ୟପେୟ ଏବଂ ମନୋରଞ୍ଜନ ସୁବିଧା ହିଁ ଯାତ୍ରୀଙ୍କୁ ଏହି ଟ୍ରେନ ପ୍ରତି ବିଶେଷ ଆକର୍ଷିତ କରିବ ବୋଲି କୁହାଯାଉଛି। ଏହି ଟ୍ରେନ ମାତ୍ର ୬ଘଣ୍ଟା ୨୦ମିନିଟରେ ପୁରୀରୁ ହାୱାଡାରେ ପହଂଚିବ।
ଏହି ଟ୍ରେନରେ ପୁରୀ-ହାୱାଡା ପାଇଁ ଏକଜ୍ୟୁକୁଟିଭ ବର୍ଗର ଯାତ୍ରୀଙ୍କୁ ଖାଇବା ବାବଦରେ ୧୯୫ଟଙ୍କା ଓ ଚେୟାର କାର ବର୍ଗର ଯାତ୍ରୀଙ୍କୁ ୧୬୨ଟଙ୍କା ଦେବାକୁ ପଡ଼ିବ । ଅବଶ୍ୟ ଯାତ୍ରୀ ଚାହିଁଲେ ହିଁ ଏହି ଅତିରିକ୍ତ ଦେୟ ଦେଇ ଟ୍ରେନରେ ଖାଇବା ସୁବିଧା ଉଠାଇ ପାରିବେ । ସେହିପରି ଭୁବନେଶ୍ୱର-ପୁରୀ ଚେୟାର କାର ବର୍ଗରେ ଭଡ଼ା ୪୦୦ଟଙ୍କା ରହିଥିବାବେଳେ ଏକଜ୍ୟୁକୁଟିଭ ବର୍ଗରେ ଭଡ଼ା ୭୮୫ଟଙ୍କା ରହିଛି ଓ ଏହି ଦୁଇବର୍ଗର ଯାତ୍ରୀ ଚାହିଁଲେ ଖାଇବା ସୁବିଧା ଅତିରିକ୍ତ ୫୫ଟଙ୍କା ଦେଇ ନେଇପାରିବେ । ସେହିପରି ଭୁବନେଶ୍ୱର-ବାଲେଶ୍ୱର ଭଡ଼ା ୫୯୫ଟଙ୍କା(ଚେୟାର କାର) ଓ ୧୧୯୫(ଏକଜ୍ୟୁକୁଟିଭ କ୍ଲାସ), ଭୁବନେଶ୍ୱର-ହାୱାଡା ଭଡ଼ା ୯୫୫ଟଙ୍କା(ଚେୟାର କାର) ଓ ୧୯୩୦ଟଙ୍କା(ଏକଜ୍ୟୁକୁଟିଭ କ୍ଲାସ) ପାଇଁ ରହିଛି । ଏହି ଭଡ଼ାରେ ଖାଇବା ଖର୍ଚ୍ଚ ସାମିଲ ନାହିଁ ।
ପୁରୀ-ହାୱାଡା ଏକଜ୍ୟୁକୁଟିଭ କ୍ଲାସ ଟିକେଟର ଦାମ ୨୧୧୦ଟଙ୍କା ଥିବାବେଳେ ସେଥିରେ ବେସ୍ ଚାର୍ଜ-୧୮୭୪ଟଙ୍କା, ରିଜର୍ଭେସନ ଚାର୍ଜ- ୬୦ଟଙ୍କା, ସୁପରଫାଷ୍ଟ ଚାର୍ଜ-୭୫ଟଙ୍କା ଓ ଜିଏସଟି-୧୦୧ଟଙ୍କା ରହିଛି । ଏଥିରେ ଖାଇବା ଦର ସାମିଲ ନାହିଁ ।
ସୂଚନାଯୋଗ୍ୟ, ପୁରୀ-ହାୱାଡା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଗୁରୁବାରକୁ ଛାଡ଼ିଦେଲେ ବାକି ୬ଦିନ ଚଳାଚଳ କରିବ । ହାୱାଡାରୁ ସକାଳ ୬ଟା ୧୦ମିନିଟରେ ବାହାରି ଏହି ଟ୍ରେନ ଖଡ଼ଗପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର-କେନ୍ଦୁଝର ରୋଡ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍ ଦେଇ ପୁରୀରେ ଦିନ ୧୨ଟା ୩୫ମିନିଟରେ ପହଂଚିବ । ସେହିପରି ପୁରୀରୁ ଦିନ ୧ଟା ୫୦ମିନିଟରେ ବାହାରି ଉକ୍ତ ମାର୍ଗ ଦେଇ ହାୱାଡାରେ ରାତି ସାଢ଼େ ୮ଟାରେ ପହଂଚିବ ବୋଲି ଜଣାପଡ଼ିଛି ।
ମଙ୍ଗଳବାର ନିର୍ଦ୍ଧାରିତ ସମୟରେ ଡିଏମ୍ୟୁ ଟ୍ରେନ୍ ରିପ୍ସାରୁ ଛାଡ଼ିଥିଲା। ଟ୍ରେନ୍ଟି ସକାଳ ୯ଟା ବେଳେ ଯୁଗ୍ପୁରା ରେଳ ଷ୍ଟେସନରେ ପହଞ୍ଚିଥିଲା। ସେଠାରୁ ଟ୍ରେନ୍ଟି ବାଙ୍ଗିରିପୋଷି ଅଭିମୁଖେ ଯାତ୍ରା କଲା ବେଳେ ଯୁଗ୍ପୁରା ରେଲୱେ କ୍ରୋସିଂଠାରେ ଅଟକି ରହିଥିଲା। ଗେଟ୍ମ୍ୟାନ୍ ସିଗନାଲ୍ ଦେଇନଥିରୁ ଟ୍ରେନ୍ ଆଗକୁ ବଢ଼ି ପାରୁନଥିଲା। ଦୀର୍ଘ ସମୟ ଧରି ଅଟକି ରହିଥିବାରୁ ଟ୍ରେନ୍ରେ ଥିବା ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିଲା। ଶେଷରେ ଲୋକ ପାଇଲଟ୍ ନିଜେ ଟ୍ରେନ୍ରୁ ଓହ୍ଲାଇ ଗେଟ୍ ପକାଇ ସିଗନାଲ ଦେଇ ଆଗକୁ ଯାଇଥିଲେ। କାରଣ ରେଳ ଫାଟକ ଦାୟିତ୍ୱରେ ଥିବା କର୍ମଚାରୀ ନିଶାରେ ତଳେ ପଡ଼ିଥିବା ଲୋକ ପାଇଲଟ୍ ଦେଖିବାକୁ ପାଇଥିଲେ।
ତେବେ ଏଠାରେ ପ୍ରଶ୍ନ ଉଠୁଛି, ଜଣେ କର୍ତ୍ତବ୍ୟରତ କର୍ମଚାରୀଙ୍କ ଏଭଳି ଦାୟିତ୍ୱହୀନ କାର୍ଯ୍ୟ ପାଇଁ ଯଦି ଲୋକଙ୍କ ପ୍ରାଣ ଯାଇଥାନ୍ତା, ସେଥିପାଇଁ କିଏ ଦାୟୀ ହୋଇଥାନ୍ତା? ଏଭଳି କର୍ମଚାରୀଙ୍କ ପ୍ରତି ଉଚ୍ଚ କର୍ତ୍ତୃପକ୍ଷ କ’ଣ ପଦକ୍ଷେପ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।
ରିପୋର୍ଟ-ବାରିପଦାରୁ ମାଣିକଲାଲ ପାଣି
ଅଭିଯୋଗ ମୁତାବକ, ବେତନଟୀ ବଜାର-ଇନ୍ଦିରାନଗର ଗାଁ ରାସ୍ତାରେ ରହିଛି ଏହି ଜଗୁଆଳି ବିହୀନ ରେଳ ଫାଟକ। ଇନ୍ଦିରାନଗର ଗାଁକୁ ଯିବାକୁ ହେଲେ ରାସ୍ତାରେ ରେଳ ଲାଇନ ପାର ହେବାକୁ ପଡ଼େ। ଏହି ଜଗୁଆଳି ବିହୀନ ରେଳ ଫାଟକକୁ ରେଳ ବିଭାଗ କିଛି ଦିନ ହେବ ଲୁହା ବାଡ଼ ବସାଇ ବନ୍ଦ କରି ଦେବାରୁ ରାସ୍ତା ଦେଇ ଯାତାୟତ କରି ହେଉନି। ଏନେଇ ଗ୍ରାମବାସୀଙ୍କ ଅଭିଯୋଗ କରିଥିଲେ ହେଁ ରେଳ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ନ ଥିଲେ। ଏହାର ପ୍ରତିବାଦରେ ଆଜି ଗ୍ରାମବାସୀମାନେ ଉକ୍ତ ସ୍ଥାନର ରେଳ ରୋକ କରିଥିଲେ।
ତୁରନ୍ତ ବନ୍ଦ କରାଯାଇଥିବା ଲୁହା ବାଡ଼କୁ ହଟାଇ ଯାତାୟତ ନିମନ୍ତେ ରାସ୍ତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଲୋକେ ରେଳ ଟ୍ରାକ୍ରେ ବସି ରହିବାରୁ ବାରିପଦା-ଭୁବନେଶ୍ୱର ସୁପର୍ ଫାଷ୍ଟ ଟ୍ରେନ ଅଟକି ରହିଥିଲା। ରେଳ ବିଭାଗର କିଛି ଅଧିକାରୀ ଏବଂ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଟ୍ରେନ୍ ଛାଡ଼ିଥିଲା।
ତେବେ ଏନେଇ ରେଳ ବିଭାଗ କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରିନି।
ରିପୋର୍ଟ- ବାରିପଦା ମାନିକ ଲାଲ୍ ପାଣି
ଘଟଣାଟି ଘଟିଛି ଗତ ୨୧ ତାରିଖ ରାତିରେ। ସେଦିନ ରାତିରେ ଏମ୍ଡି କୁରବାନଙ୍କ ଡ୍ୟୁଟି ଥିଲା। ସେ ଅଫିସର ତଳ ମହଲାରେ ଶୋଇବାକୁ ଯାଉଥିବା ବେଳେ ୬ରୁ ୭ ଜଣ ବ୍ୟକ୍ତି ମୁହଁରେ କପଡ଼ା ବାନ୍ଧି ଆସିଥିଲେ। ସେମାନେ କୁରବାନଙ୍କୁ ମାଡ଼ମାରି ଗୋଡ଼ହାତ ବାନ୍ଧି ଦେଇଥିଲେ। ତାଙ୍କ ଚିତ୍କାର ଶୁଣି ସେତେବେଳେ ଅଫିସ୍ର ଉପର ମହଲାରେ ଉପସ୍ଥିତ ଥିବା ଜଣେ ଠିକାଦାରଙ୍କ ଗାଡ଼ି ଡ୍ରାଇଭର ଅଶୋକ ମହାରାଜ ତଳକୁ ଧାଇଁ ଆସିଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ କାବୁ କରି ମାଡ଼ମାରି ହାତଗୋଡ଼ ବାନ୍ଧି ଦେଇଥିଲେ। ଏହା ପରେ ସେମାନେ ଅଫିସ୍ର ଷ୍ଟୋର ରୁମ୍ରେ ଥିବା ବିଭିନ୍ନ ବିଦ୍ୟୁତ୍ ସାମଗ୍ରୀ ନେଇ ଯାଇଥିଲେ।
ବିଳମ୍ବିତ ରାତିରେ ରେଳବାଇ ପୁଲିସ୍ ପାଟ୍ରୋଲିଂ କରୁଥିବା ବେଳେ ଅଫିସ୍ ଖୋଲା ଥିବା ଦେଖି ଭିତରକୁ ଯାଇଥିଲା ଓ ଉଭୟ କୁରବାନ ଏବଂ ଅଶୋକ ମହାରାଜଙ୍କୁ ବନ୍ଧା ହୋଇଥିବା ଅବସ୍ଥାରେ ପାଇଥିଲା। ରେଳବାଇ ପୁଲିସ୍ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲା।
ରେଳବାଇର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଯାଞ୍ଚ କରିଛନ୍ତି। ରେଳବାଇ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ଶତାଧିକ ମହିଳା ପୁରୁଷ ଏକ ରାଲିରେ ଆସି ରେଳ ଧାରଣା ଉପରେ ଧାରଣାରେ ବସିଛନ୍ତି। ରହଣି ବାତିଲ୍ ହୋଇଥିବା ୬ଟି ଟ୍ରେନର ପୁନଃରହଣି, ୪ ଗୋଟି ପୁରୁଣା ଟ୍ରେନ ଓ ୨ ଗୋଟି ନୂତନ ଟ୍ରେନର ରହଣୀ ଦାବୀ କରିଛନ୍ତି ଆନ୍ଦୋଳନକାରୀ। ରହଣି ଦାବି ହେଉଥିବା ଟ୍ରେନ୍ଗୁଡ଼ିକ ହେଲା, ଧାନବାଦ ଏଲିପି ଏକ୍ସପ୍ରେସ, ଟାଟା ଏର୍ଣ୍ଣାକୁଲମ ଏକ୍ସପ୍ରେସ, ହାୱାଡା ଟିଟିଲାଗଡ଼ ସୁପରଫାଷ୍ଟ ଇସ୍ପାତ ଏକ୍ସପ୍ରେସ, ସମ୍ବଲପୁର ଜମ୍ବୁତାବି ମୁରି ଏକ୍ସପ୍ରେସ, ହାୱାଡା କୁର୍ଲା ଏକ୍ସପ୍ରେସ, ଟାଟା ବିଲାସପୁର ଏକ୍ସପ୍ରେସ, ପୁରୀ ଯୋଗ ନଗରୀ ଋଷିକେଶ ଉତ୍କଳ ଏକ୍ସପ୍ରେସ, ରାଉରକେଲା ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ, ରାଜେନ୍ଦ୍ର ନଗର ଦୁର୍ଗ ଏକ୍ସପ୍ରେସ, ହାୱାଡା-ଅହମଦାବାଦ ସୁପରଫାଷ୍ଟ ଇସ୍ପାତ ଏକ୍ସପ୍ରେସ, ରାଉରକେଲା ଜଗଦଲପୁର କୋରାପୁଟ ଏକ୍ସପ୍ରେସ, ସମ୍ବଲପୁର ବନାରସ ଏକ୍ସପ୍ରେସ।
ଆନ୍ଦୋଳନରେ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିବାରୁ ଘଟଣା ସ୍ଥଳରେ ରେଳ ବିଭାଗ ପକ୍ଷରୁ ଝାରସୁଗୁଡା ଏଆରଏମ, ଚକ୍ରଧରପୁର ଏସିଏମ ଓ ଏଓଏମ ଉପସ୍ଥିତ ଅଛନ୍ତି। ଏହାଛଡ଼ା ୨ ପ୍ଲାଟୁନ ଜିଆରପି, ୨ପ୍ଲାଟୁନ ଆରପିଏଫ ସହିତ ସ୍ଥାନୀୟ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।
ମାଲ୍ ବୋଝେଇ ଟ୍ରେନ୍ ଉପରେ ଚଢ଼ି ସେଲ୍ଫି ନେଉଥିବା ବେଳେ ଜଳିଗଲେ ଯୁବକ। ଅନ୍ୟ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଏପରି ଘଟଣା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଭାଲୁମାସ୍କା ରେଳ ଷ୍ଟେସନରେ ଘଟିଛି।
କାଶୀପୁର ବ୍ଲକ୍ ବର୍ତ୍ତିବାଲି ଗାଁର ଦେବେନ୍ଦ୍ର ନାୟକ ଓ ତାଙ୍କ ସାଥୀମାନେ ଭାଲୁମାସ୍କା ଗାଁରେ ଆୟୋଜିତ ଭୋଜିରେ ଯୋଗଦେବାକୁ ଯାଇଥିଲେ। ମଧ୍ୟାହ୍ନରେ ରନ୍ଧାରନ୍ଧି ସରିନଥିବା ବେଳେ ଦେବେନ୍ଦ୍ର ଓ ତାଙ୍କର ଦୁଇ ସାଥୀ ଭାଲୁମାସ୍କା ରେଳ ଷ୍ଟେସନରେ ଛିଡ଼ା ହୋଇ ହୋଇଥିବା ମାଲ୍ ଗାଡ଼ି ଉପରେ ଠିଆ ହୋଇ ସେଲ୍ଫି ନେଉଥିଲେ। ଠିକ୍ ସେହି ସମୟରେ ଟ୍ରେନ୍ ଚାଲିବା ଆରମ୍ଭ କରିଥିଲା। ଯେଉଁଥିପାଇଁ ଦେବେନ୍ଦ୍ର ୨୫ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ସେ ପୋଡ଼ି ଯାଇଥିଲେ। ତାଙ୍କର ଦୁଇ ସାଥୀ ଗୁରୁତର ଆହତ ହୋଇଥିଲେ।
ଗୁରୁତର ଆହତ ହୋଇଥିବା ଦୁଇ ଯୁବକଙ୍କୁ ସ୍ଥାନୀୟ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଭାଲୁମାସ୍କା ରେଳ ଷ୍ଟେସନ ମାଷ୍ଟର ଓ ରେଳବାଇ ପୁଲିସ ଘଟଣା ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ରିପୋର୍ଟ-ରାୟଗଡ଼ାରୁ ମାଉଡି ବାରିକ
ପିପିପି ମୋଡରେ ନିର୍ମାଣ ହେଉଥିବା ୯୩.୨ କିଲୋମିଟର ବିଶିଷ୍ଟ ଅନୁଗୋଳ-ସୁକିନ୍ଦା ରେଳଲାଇନ ପାଇଁ ପ୍ରାୟ ୨୭୦୦- ୨୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେଥିମଧ୍ୟରୁ ପ୍ରାୟ ୨୪୦୦ କୋଟି ଟଙ୍କା ପୁଞ୍ଜିନବେଶ ହୋଇସାରିଛି। ଏହା କାର୍ଯ୍ୟକ୍ଷମ ହେଲେ, ଅନୁଗୋଳର MCL ଓ ବିଭିନ୍ନ ଇସ୍ପାତ ପ୍ରକଳ୍ପରୁ ମାଲ୍ ପରିବହନ ସୁବିଧା ଜନକ ହେବ। ଓଡ଼ିଶାର ଆର୍ଥିକ ବିକାଶରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବ।
ଆଗାମୀ ଦିନରେ ଏହି ରୁଟରେ ଯାତ୍ରୀବାହୀ ଟ୍ରେନ୍ ମଧ୍ୟ ଚଳାଚଳ କରିବ। ଅନୁଗୋଳ-ସୁକିନ୍ଦା ରେଳଲାଇନରେ ୧୧ଟି ଷ୍ଟେସନ ରହିବ। ଏହାଦ୍ୱାରା ଢେଙ୍କାନାଳ, ଯାଜପୁର ଓ ଅନୁଗୋଳ ଜିଲ୍ଲାର ପ୍ରାୟ ୧ କୋଟି ଲୋକ ଉପକୃତ ହେବେ।
ସୂଚନା ଥାଉକି, ଅନୁଗୋଳ-ସୁକିନ୍ଦା ରେଳଲାଇନ ୧୯୯୭ ରେଳ ବଜେଟରେ ଅନୁମୋଦିତ ହୋଇଥିଲା। ତେବେ ପାଣ୍ଠି ଅଭାବ ତଥା ବିଭିନ୍ନ କାରଣରୁ ଏହା ବିଳମ୍ବିତ ହୋଇ ଚାଲିଥିଲା। ୨୦୧୨ ମସିହାରେ ଓଡ଼ିଶା ସରକାର, କଣ୍ଟେନର କର୍ପୋରେସନ ସହଯୋଗରେ ରେଳ ବିକାଶ ନିଗମ ଏହି ରେଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଥିଲା। ଅନୁଗୋଳ-ସୁକିନ୍ଦା ରେଲୱେ SPV ଜରିଆରେ ଏହି ରେଳ ଲାଇନ ବିକାଶ ହୋଇଛି ବୋଲି ଅନୁଗୋଳ-ସୁକିନ୍ଦା ରେଲୱେ ଏମ୍ଡି ଦିଲ୍ଲୀପ କୁମାର ସାମନ୍ତରାୟ କହିଛନ୍ତି।
https://youtu.be/d0wezCxLaY4
https://youtu.be/nXJLiCP9pRY
https://youtu.be/3nhNrd3eneA