"ଆମେ ଅଲଗା ହୋଇଯାଇଛୁ" ବୋଲି ରାଜ କୁନ୍ଦ୍ରାଙ୍କ ଏକ ପୋଷ୍ଟକୁ ନେଇ ଦ୍ୱନ୍ଦ୍ୱରେ ପଡି ଯାଇଥିଲେ ନେଟିଜେନ୍ସ। ଆଗକୁ ତାଙ୍କର ବଲିଉଡ୍ ଡେବ୍ୟୁ ଫିଲ୍ମ ରିଲିଜ୍ ହେବାକୁ ଥିବାବେଳେ ସେ କାହାଠାରୁ ଅଲଗା ହେଲେ ତାକୁ ନେଇ ଚର୍ଚ୍ଚା ହୋଇଥିଲା। ବର୍ତ୍ତମାନ ଏହି ରହସ୍ୟର ସତ ଉନ୍ମୋଚନ ହୋଇଛି।
Farewell Masks …it’s time to separate now! Thank you for keeping me protected over the last two years. Onto the next phase of my journey #UT69 🙏🎭🥹 🧿😇❤️ pic.twitter.com/svhiGS8aHt
— Raj Kundra (@onlyrajkundra) October 20, 2023
କୁନ୍ଦ୍ରା ଏକ ସୋଶାଲ ମିଡିଆ ପୋଷ୍ଟରେ ସେ ବ୍ୟବହାର କରିଥିବା ବହୁତଗୁଡିଏ ଫେସ୍ ମାସ୍କ ଫଟୋ ଏବଂ ଭିଡିଓ ଶେଆର୍ କରି ଲେଖିଛନ୍ତି, "ବର୍ତ୍ତମାନ ଅଲଗା ହେବାର ସମୟ। ଦୀର୍ଘ ଦିନ ଧରି ମୋତେ ରକ୍ଷା କରୁଥିବାରୁ ଧନ୍ୟବାଦ।"
We have separated and kindly request you to give us time during this difficult period 🙏💔
— Raj Kundra (@onlyrajkundra) October 19, 2023
ଗତକାଲି ସେ ଏକ ପୋଷ୍ଟ ଶେଆର କରି ଲେଖିଥିଲେ, "ଆମେ ଅଲଗା ହୋଇଯାଇଛୁ ଏବଂ ଆପଣମାନଙ୍କୁ ବିନମ୍ର ଅନୁରୋଧ କି, ଏପରି କଠିନ ସମୟରେ ଆମକୁ ସମୟ ଦେବେ।" ଏହି ପୋଷ୍ଟକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା, ଶେଷରେ ରହସ୍ୟ ଉପରୁ ପରଦା ହଟିଛି।
ନଭେମ୍ବର ୩ରେ ରିଲିଜ ହେବାକୁ ଯାଉଛି ରାଜ କୁନ୍ଦ୍ରାଙ୍କ ବଲିଉଡ ଡେବ୍ୟୁ ଫିଲ୍ମ 'UT 69'। ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ କୁନ୍ଦ୍ରାଙ୍କ ଗିରଫଦାରୀ ଉପରେ ଏହି ଫିଲ୍ମ ନିର୍ମାଣ ହୋଇଛି। କୁନ୍ଦ୍ରା ଏଥିରେ ନିଜ ଭୂମିକାରେ ନିଜେ ଅଭିନୟ କରିଛନ୍ତି। 2021ରେ ଏହି ମାମଲାରେ ଗିରଫ ହୋଇଥିଲେ କୁନ୍ଦ୍ରା। ପରେ ଜାମିନ୍ ପାଇଥିଲେ।
କିନ୍ତୁ ନିଜକୁ ସୋଶାଲ ମିଡିଆ ଏବଂ ଜନ ସମାବେଶରୁ ଦୂରେଇ ରଖୁଥିଲେ। ଏପରିକି ବାହାରକୁ ଯିବା ସମୟରେ ମାସ୍କ ପିନ୍ଧି ବାହାରୁଥିଲେ। 'UT 69' ଟ୍ରେଲର୍ ରିଲିଜ୍ ଦିନ ସେ ମାସ୍କ ବାହାର କରିଥିଲେ ଏବଂ ଏହି ମାସ୍କରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି।
କାରଣ ଏହି ପୋଷ୍ଟରେ କୁନ୍ଦ୍ରା ଅଲଗା ହୋଇ ଯାଇଥିବାବା ନେଇ ହିଣ୍ଟ୍ସ(ସଙ୍କେତ) ଦେଇଛନ୍ତି। ତେବେ ସେ କାହା ସହ କେଉଁ ପ୍ରକାରର ଅଲଗା ହୋଇଛନ୍ତି ତା'ର କୌଣସି ସ୍ପଷ୍ଟୋକ୍ତି ରଖିନାହାନ୍ତି। ନିଜର ସୋଶାଲ ମିଡିଆ ହ୍ୟାଣ୍ଡଲରେ କୁନ୍ଦ୍ରା ଲେଖିଛନ୍ତି, ଆମେ ଅଲଗା ହୋଇଯାଇଛୁ ଏବଂ ଆପଣମାନଙ୍କୁ ବିନମ୍ର ଅନୁରୋଧ କି, ଏପରି କଠିନ ସମୟରେ ଆମକୁ ସମୟ ଦେବେ।
ରାଜ କୁନ୍ଦ୍ରାଙ୍କ ଏହି ପୋଷ୍ଟକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ମାତ୍ର ଏହା ଏକ ପ୍ରମୋସନାଲ୍ ଷ୍ଟଣ୍ଟ୍(ପ୍ରଚାର ମୁଦ୍ଦା) ବୋଲି କୁହାଯାଉଛି। କାରଣ ନିକଟରେ ରିଲିଜ୍ ହୋଇଛି କୁନ୍ଦ୍ରାଙ୍କ ଡେବ୍ୟୁ ଫିଲ୍ମ 'UT 69'ର ଟ୍ରେଲର୍। ଏହି ସିନେମା ମାଧ୍ୟମରେ ଅଭିନୟରେ ଡେବ୍ୟୁ କରୁଛନ୍ତି କୁନ୍ଦ୍ରା।
ଆସନ୍ତା ୩ରେ 'UT 69' ରିଲିଜ୍ ହେବ। ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ କୁନ୍ଦ୍ରାଙ୍କ ଗିରଫଦାରୀ ଉପରେ ଏହି ଫିଲ୍ମ ନିର୍ମାଣ ହୋଇଛି। କୁନ୍ଦ୍ରା ଏଥିରେ ନିଜ ଭୂମିକାରେ ନିଜେ ଅଭିନୟ କରିଛନ୍ତି। ସିନେମାକୁ ନେଇ ପତ୍ନୀ ଶିଳ୍ପା ଶେଟ୍ଟୀ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି। ତେଣୁ ଏହି 'ସେପାରେସନ୍' ପୋଷ୍ଟ ପ୍ରୋମସନାଲ୍ ଷ୍ଟଣ୍ଟ୍ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।
କହିବାକୁ ଗଲେ 'UT 69' ହେଉଛି ରାଜ କୁନ୍ଦ୍ରାଙ୍କ ବାୟୋପିକ୍। ତାଙ୍କ ବିରୁଦ୍ଧରେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣକୁ ନେଇ ଲାଗିଥିବା ଅଭିଯୋଗ, ସେ ଜେଲରେ ବିତାଇଥିବା ସମୟ ଉପରେ ଆଧାର କରି ଏହି ସିନେମା ନିର୍ମାଣ କରାଯାଇଛି। ରାଜ କୁନ୍ଦ୍ରାଙ୍କ କଳା ଦିନର ମୁହୂର୍ତ୍ତଗୁଡିକ ଟ୍ରେଲରେ ଦେଖିବାକୁ ମିଳୁଛି।
ଟ୍ରେଲରରେ ରାଜ କୁନ୍ଦ୍ରାଙ୍କ ଗିରଫଦାରୀ, ଏହି ମାମଲା ଖବର ଶିରୋନାମାରେ ରହିବା, ଜେଲରେ କଏଦୀମାନ ଏବଂ ପୁଲିସର ବ୍ୟବହାର ସବୁକିଛି ପରଦାରେ ଚିତ୍ରିତ କରାଯାଇଛି। କଏଦୀମାନେ ତାଙ୍କୁ ଶିଳ୍ପା ଶେଟଟ୍ଟୀଙ୍କ ସ୍ୱାମୀ ଭାବେ ବିଶ୍ୱାସ କରୁନଥିବା, ଜେଲରେ ଖାଇବାକୁ, ଶୋଇବାକୁ ଏପରିକି ବ୍ରସ୍ କରିବାକୁ ମଧ୍ୟ ମିଳୁନଥିବା ଟ୍ରେଲରେ ଦେଖିବାକୁ ମିଳୁଛି।
ନିଜ ଜୀବନୀ ଉପରେ ଆଧାରିତ ସତ ଘଟଣାକୁ ନିଜେ ପରଦାରେ ଆଙ୍କି ଥିବାରୁ ଶିଳ୍ପା ଶେଟ୍ଟୀ ତାଙ୍କ ସ୍ୱାମୀଙ୍କୁ ବେଶ୍ ପ୍ରଶଂସା ଏବଂ ସମର୍ଥନ କରିଛନ୍ତି। ଶିଳ୍ପା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସ୍ୱାମୀଙ୍କ ବାୟୋପିକର ଟ୍ରେଲର ଶେଆର କରିଛନ୍ତି। ଏହା ସହିତ ସେ ଏକ କ୍ୟାପସନ ମଧ୍ୟ ଲେଖିଛନ୍ତି। ଶିଳ୍ପା ଲେଖିଛନ୍ତି- 'ଅଲ୍ ଦ ବେଷ୍ଟ୍, କୁକି। ତୁମେ ଜଣେ ସାହସୀ ବ୍ୟକ୍ତି, ଏହି କାରଣରୁ ମୁଁ ତୁମକୁ ଅଧିକ ପ୍ରଶଂସା କରେ! ଏଥିରେ(ସିନେମା)ରେ ତମର ସାହସ ଏବଂ ସକାରାତ୍ମକତା ରହିଛି!'
ପ୍ରକାଶ ଥଉ କି, 2021ରେ ରାଜ କୁନ୍ଦ୍ରା ଅଶ୍ଳୀଳ ଚଳଚ୍ଚିତ୍ର(ବ୍ଲୁ ପିକ୍ଚର୍) ନିର୍ମାଣ କରିଥିବା ଅଭିଯୋଗ ହୋଇଥିଲା। ସେ ହଟସଟ୍ ନାମକ ଏକ ଆପ୍ ମାଧ୍ୟମରେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ଶେଆର୍ କରୁଥିବା ଅଭିଯୋଗ ପରେ ମୁମ୍ବାଇ ପୁଲିସ ତାଙ୍କୁ 19 ଜୁଲାଇ 2021ରେ ଗିରଫ କରିଥିଲା। ଦୀର୍ଘଦିନ ଧରି ସେ ଜେଲରେ ରହିବା ପରେ ମୁକୁଳିଥିଲେ। ବର୍ତ୍ତମାନ ଗଣମାଧ୍ୟମକୁ ଏଡାଇବା ପାଇଁ ସେ ମାସ୍କ ପିନ୍ଧୁଥିବାର ନଜର ଆସିଛନ୍ତି।
ରାଜ କୁନ୍ଦ୍ରାଙ୍କ ଓକିଲ ପ୍ରଶାନ୍ତ ପାଟିଲ ଏହି ବିବୃତ୍ତି ଜାରି କରି କହିଛନ୍ତି ଯେ, ବିଳମ୍ବରେ ମିଳୁଥିବା ନ୍ୟାୟ କେବେବି ନ୍ୟାୟ ନୁହେଁ। ମୋ’ ମହକିଲ ରାଜ କୁନ୍ଦ୍ରା ମିଥ୍ୟା ମାମଲାର ଶିକାର ହୋଇଛନ୍ତି। ଶୁଣାଣି ଆରମ୍ଭ ହେବାର ବର୍ଷ ପରେ ବର୍ଷ ବିତିଗଲାଣି। ହେଲେ ଏହି ମାମଲାର ରାୟ ପ୍ରକାଶ ପାଇ ପାରୁନି। କୋର୍ଟର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ବାରମ୍ବାର ଉଦ୍ୟମ ସତ୍ତ୍ୱେ ଅପରପକ୍ଷ ମକଦ୍ଦମାରେ ଅଧିକ ବିଳମ୍ବ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।
ଏହି ବିବୃତ୍ତିରେ ଗଣମାଧ୍ୟମକୁ ଟାର୍ଗେଟ କରି ରାଜ କୁନ୍ଦ୍ରାଙ୍କ ଓକିଲ କହିଛନ୍ତି ଯେ, ସମ୍ପୂର୍ଣ୍ଣ ସତ୍ୟ ନ ଜାଣି ଗଣମାଧ୍ୟମ ମୋ ମହକିଲଙ୍କ ବିଷୟରେ ଭୁଲ ଖବର ପରିବେଷଣ କରିଛନ୍ତି। ଏସମ୍ପର୍କରେ କିଛି ତଥ୍ୟ, ପ୍ରମାଣ ସେମାନଙ୍କ ହାତରେ ନ ଥାଇ ବି ସେମାନେ ନିଜ ରାୟ ପ୍ରକାଶ କରି ସାରିଛନ୍ତି, ଯାହାକି କେବେ ସମୀଚୀନ ନୁହେଁ। ମୋ ମହକିଲଙ୍କ ବିରୋଧରେ ସେମାନଙ୍କ ନିକଟରେ କୌଣସି ପ୍ରମାଣ ନାହିଁ। ସମଗ୍ର ଚାର୍ଜସିଟକୁ ସଠିକ୍ ଭାବରେ ତର୍ଜମା କଲେ ମୋ ମହକିଲଙ୍କ ବିରୋଧରେ କୌଣସି ଅଭିଯୋଗ ନ ଥିବା ସ୍ପଷ୍ଟ ଭାବେ ଜଣାପଡ଼ୁଛି।
ଏଥିସହ ସେ କହିଛନ୍ତି, ବିଳମ୍ବିତ ଶୁଣାଣି ହେତୁ ମୋ’ ମହକିଲଙ୍କ ମୌଳିକ ଅଧିକ କ୍ଷୁର୍ଣ୍ଣ ହେଉଛି। ତାଙ୍କୁ ତ୍ୱରିତ୍ୱ ଶୁଣାଣି ଅଧିକାରରୁ ବଞ୍ଚିତ କରାଯାଉଛି। ଆମକୁ କିନ୍ତୁ ବିଚାର ପ୍ରକ୍ରିୟା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି।
ଯଦି ମୋ ମହକିଲ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କ ବିରୋଧରେ ଦଣ୍ଡ ବିଧାନ କରାଯିବା ଉଚିତ। ହେଲେ ଯଦି ତାଙ୍କ ବିରୋଧରେ ଲାଗିଥିବା ସମସ୍ତ ଅଭିଯୋଗ ମିଥ୍ୟା ପ୍ରମାଣିତ ହୁଏ ତେବେ ସେ ଶୀଘ୍ର ଏଥିରୁ ମୁକ୍ତ ହେବାକୁ ହକଦାର। ବିଳମ୍ବିତ ନ୍ୟାୟ ହେଉଛି ପ୍ରତ୍ୟାକ୍ଷିତ ନ୍ୟାୟ। । ଆଇନ ପ୍ରକ୍ରିୟା ଅନୁସରଣ କରି ମାମଲାର ଶୀଘ୍ର ଫଳାଫଳ ଆଶା କରୁଛୁ ।
ସୂଚନାଯୋଗ୍ୟ, ଅଶ୍ଳୀଳ ଫିଲ୍ମ ତିଆରି ଅଭିଯୋଗରେ ରାଜ କୁନ୍ଦ୍ରା ଙ୍କୁ ୨୦୨୧ ମସିହା ଜୁଲାଇ ୧୯ରେ ଗିରଫ କରାଯାଇଥିଲା। ଏହି ମାମଲାରେ ତାଙ୍କ ସମେତ ଅନ୍ୟ ୧୧ ଜଣଙ୍କୁ ମଧ୍ୟ ଗିରଫ କରିଥିଲା ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ। ପରେ ଉକ୍ତ ବର୍ଷ ସେପ୍ଟେମ୍ବର ୨୦ ତାରିଖରେ ମୁମ୍ବାଇର ଏକ ଅଦାଲତ ୫୦,୦୦୦ ମୁଚଲିକାରେ ରାଜ କୁନ୍ଦ୍ରାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ।
ଏହା ବିରୋଧରେ ରାଜ କୁନ୍ଦ୍ରା ବମ୍ବେ ହାଇକୋର୍ଟରେ ଅନ୍ତରୀଣ ଜାମିନ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଏହାକୁ ଖାରଜ କରିଛନ୍ତି।
ଏହାପୂର୍ବରୁ କୁନ୍ଦ୍ରା ମୋବାଇଲ୍ ଆପ୍ ମାଧ୍ୟମରେ ଅଶ୍ଳୀଳ ଫିଲ୍କ ନିର୍ମାଣ ଓ ବିତରଣ କରିବା ମାମଲାରେ ମୁମ୍ବାଇ ପୁଲିସ୍ର କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିଲେ। ଜୁଲାଇ ମାସରେ ସେ ଗିରଫ ହେବା ପରେ ସେପ୍ଟେମ୍ବର ମାସରେ ଜାମିନରେ ବାହାରିଛନ୍ତି।
ବମ୍ବେ ହାଇକୋର୍ଟ ଆଜି ୨୦୨୦ ମସିହା ପର୍ଣ୍ଣ ରାକେଟ ମାମଲାରେ ରାଜ, ପୁନମ ପାଣ୍ଡେ ଓ ଶେରଲିୟନ ଚୋପ୍ରାଙ୍କ ସମେତ ୬ ଜଣଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଜଷ୍ଟିସ ଏନ ଡବ୍ଲ୍ୟୁ ସାମ୍ବ୍ରେ ଜାମିନ ଆବେଦନ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଆସନ୍ତା ୪ ସପ୍ତାହ ଯାଏ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି। ଏହାର ଅର୍ଥ ରାଜ ୪ ସପ୍ତାହ ଯାଏ ଏହି ମାମଲାରେ ଗିରଫ ହେବେ ନାହିଁ।
ଅନ୍ୟପକ୍ଷରେ ଜାମିନ ଆବେଦନ ଖାରଜ ନିଷ୍ପତ୍ତିକୁ ରାଜ କୁନ୍ଦ୍ରା ଚ୍ୟାଲେଞ୍ଜ କରିବେ ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି।
ଶର୍ଲିନ୍ ରାଜ ଏବଂ ଶିଳ୍ପାଙ୍କ ବିରୋଧରେ ଠକେଇ, ପ୍ରତାରଣା ଏବଂ ମାନସିକ ନିର୍ଯାତନା ଅଭିଯୋଗ କରିଛନ୍ତି। ଏନେଇ ସେ ଆଜି ନିଜ ଓକିଲଙ୍କ ସହ ଯାଇ ମୁମ୍ବାଇ ଜୁହୁ ପୁଲିସ ଷ୍ଟେସନରେ ଶିଳ୍ପା ଏବଂ ରାଜଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛନ୍ତି।
ଶର୍ଲିନ୍ ଚୋପ୍ରା ଅକ୍ଟୋବର ୧୪ରେ ରାଜ ଏବଂ ଶିଳ୍ପାଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଥିଲେ। ଏ ବିଷୟରେ ଶର୍ଲିନ ଆଜି ଗଣମାଧ୍ୟମ ସାମ୍ନାରେ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, 'ମୁଁ ରାଜ କୁନ୍ଦ୍ରାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ, ପ୍ରତାରଣା ଏବଂ ଧମକ ଦେବା ଅଭିଯୋଗ ଆଣିଛି।'
ସାମ୍ବାଦିକ ସମ୍ମିଳନୀରେ ଶର୍ଲିନ୍ କହିଛନ୍ତି, ତୁମେ କାହିଁକି ଝିଅମାନଙ୍କୁ ଠକୁଛ? ଏହା ନୈତିକ ବ୍ୟବସାୟ କି? ଯଦି ଆପଣ ଜଣେ ବ୍ୟବସାୟୀ ହେବାକୁ ଚାହାଁନ୍ତି ତେବେ ଟାଟା ଠାରୁ କିପରି ବ୍ୟବସାୟ କରିବେ ଶିଖନ୍ତୁ। ସେମାନେ କରିଥିବା ପ୍ରତିଜ୍ଞା ପାଳନ କରନ୍ତି। ତୁମେ କ'ଣ କର?
ସେ ମୋତେ ଅଣ୍ଡରୱାର୍ଲ୍ଡର ଧମକ ଦେଇଛନ୍ତି। ସେ କଳାକାରଙ୍କ ଘରକୁ ଯାଇ ତାଙ୍କୁ ଅଣ୍ଡରୱାର୍ଲ୍ଡର ଧମକ ଦେଇଥାଏ। ଯୌନ ଶୋଷଣର ମାମଲା ଫେରାଇ ନିଅ, ନଚେତ୍ ତୁମ ଜୀବନ ନଷ୍ଟ କରିଦେବି ବୋଲି ରାଜ ଧମକ ଦେଉଥିବା ଶର୍ଲିନ କହିଛନ୍ତି।
ଶର୍ଲିନ୍ ଆହୁରି କହିଛନ୍ତି- 'ମୁଁ ଆଜି ଭୟ କରିବି ନାହିଁ। ମୁଁ ଦୁର୍ଗା ମା’ଙ୍କ ଆଶୀର୍ବାଦ ନେଇ ଆସିଛି। ନା ତୁମକୁ ଡରିବି ନା ତୁମ ପାୱରକୁ। ତୁମେ କହିଥିଲ ଯେ ତୁମ ମୁଣ୍ଡ ଉପରେ ବିଗ୍ ବସ୍ ର ହାତ ଅଛି। ଯେ ପର୍ଯ୍ୟନ୍ତ ଏହି ହାତ ସେଠାରେ ଅଛି, ତୁମର କେହି କିଛି କରିପାରିବେ ନାହିଁ। ଏବେ ମୁଁ ଡରି ଡରି ଆଉ ବଞ୍ଚି ପାରିବି ନାହିଁ।'
ପୂର୍ବରୁ ମଧ୍ୟ ଶର୍ଲିନ୍ ରାଜ କୁନ୍ଦ୍ରାଙ୍କ ବିରୋଧରେ ବହୁ ଅଭିଯୋଗ ଆଣିଛନ୍ତି। ଗତ ଏପ୍ରିଲ ୧୪ରେ ସେ ଜୁହୁ ପୁଲିସ ଷ୍ଟେସନରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ନେଇ ମାମଲା ରୁଜୁ କରିଥିଲେ। ୧୯ ଏପ୍ରିଲ ଦିନ ରାଜ ତାଙ୍କ ଘରକୁ ଜୋର ଜବରଦସ୍ତ ପଶି ଆସିଥିଲେ। ଏଥିସହ କେସ୍ ଫେରାଇ ନେବାକୁ ଧମକ ଦେଇଥିଲେ ବୋଲି ସେ କହିଛନ୍ତି।
ସୂଚନା ମୁତାବକ, ଅଶ୍ଳୀଳ ଭିଡିଓ ତିଆରି ଅଭିଯୋଗରେ ରାଜ କୁନ୍ଦ୍ରା ଦୀର୍ଘ ୨ ମାସ ଧରି ଜେଲରେ ରହିଥିଲେ। ପରେ ସେ ଜାମିନ ପାଇ ଜେଲ୍ରୁ ମୁକୁଳିଛନ୍ତି। ସେ ନିଜ ସୋଶାଲ ମିଡିଆ ଆକାଉଣ୍ଟକୁ ମଧ୍ୟ ପ୍ରାଇଭେଟ୍ କରି ନେଇଛନ୍ତି। ଏଥିସହ ସେ ଗଣମାଧ୍ୟମ ଠାରୁ ମଧ୍ୟ ଦୂରେଇ ରହିଛନ୍ତି।
https://twitter.com/ANI/status/1449211089925775361?s=20
https://www.youtube.com/watch?v=bQDIBHDLN8Q
ସ୍ୱାମୀ ରାଜଙ୍କ ନାଁରେ ଚାର୍ଜସିଟ୍ ଫାଇଲ୍ ହେବା ଦିନ ମା’ ବୈଷ୍ଣୋ ଦେବୀଙ୍କ ଦର୍ଶନ କରିଥିଲେ ଶିଳ୍ପା। ତେଣୁ ମା’ ଶିଳ୍ପାଙ୍କ ଡାକ ଶୁଣିଥିବା ବି-ଟାଉନ୍ରେ ଆଲୋଚନା ହେଉଛି। କିଛି ଦିନ ପୂର୍ବେ ବିଗ୍ ବସ୍ ହାଉସ୍ରୁ ଭଉଣୀ ସମିତି ସେଟ୍ଟି ଫେରି ଆସିଥିବା ବେଳେ ଏବେ ସ୍ୱାମୀଙ୍କୁ ମିଳିଛି ଜାମିନ। ତେଣୁ ଶିଳ୍ପାଙ୍କ ଖୁସି ଆଉ ବନ୍ଧବାଡ଼ ମାନୁନି।
ଅଶ୍ଳୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ଗତ ଜୁଲାଇ ୧୯ ତାରିଖରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ରାଜଙ୍କୁ ଗିରଫ କରିଥିବା ବେଳେ ସେବେଠୁ ସେ ଜେଲ୍ରେ ଥିଲେ। କିଛି ଦିନ ପୂର୍ବେ ଏହି ମାମଲାର ଚାର୍ଜସିଟ ଦାଖଲ ହୋଇଥିବା ବେଳେ ଗତକାଲି ମାଜିଷ୍ଟ୍ରେଟ୍ ରାଜଙ୍କୁ ୫୦,୦୦୦ ଟଙ୍କାର ମୁଚାଲିକା ବଦଳରେ ଜାମିନ ପ୍ରଦାନ କରିଛନ୍ତି। ରାଜ୍ଙ୍କୁ ଜାମିନ ମିଳିବା ପରେ ସୋଶାଲ ମିଡିଆରେ ନିଜ ଖୁସି ବ୍ୟକ୍ତ କରିଛନ୍ତି ଶିଳ୍ପା ଶେଟ୍ଟୀ । ଶିଳ୍ପା ନିଜ ଇନଷ୍ଟାରେ ଏକ ଇନ୍ଦ୍ରଧନୁ ଫଟୋ ଶେଆର କରି ଏକ ଝଡ଼ ପରେ ମଧ୍ୟ ସୁନ୍ଦର ଜିନିଷ ହୋଇପାରେ ବୋଲି ଲେଖିଛନ୍ତି।
[caption id="attachment_677630" align="alignnone" width="650"] ସୋଶାଲ ମିଡିଆରେ ଶିଳ୍ପାଙ୍କ ପୋଷ୍ଟ ।[/caption]
କେବଳ ଶିଳ୍ପା ନୁହେଁ, ରାଜଙ୍କୁ ଜାମିନ ମିଳିବା ଖବର ପାଇ ତାଙ୍କ ପୁଅ ଭିଆନ କୁନ୍ଦ୍ରା ମଧ୍ୟ ନିଜ ଖୁସି ବ୍ୟକ୍ତ କରିଛନ୍ତି । ଭିଆନ ଗଣେଶ ପୂଜାର ଫଟୋ ପୋଷ୍ଟ କରି ଲେଖିଛନ୍ତି, ପ୍ରଭୁ ଗଣେଶଙ୍କ ଶୁଣ୍ଢ ପରି ଲମ୍ବା ଜୀବନ, ତାଙ୍କ ମୂଷା ପରି ଛୋଟ ସମସ୍ୟା ଓ ମୋଦକ ପରି ମିଠା ଅନୁଭୂତି।
View this post on Instagram
ସୂଚନାଯୋଗ୍ୟ, ମୁମ୍ବାଇର ଅନ୍ଧେରି ୱେଷ୍ଟରେ ଥିବା ରାଜ କୁନ୍ଦ୍ରାଙ୍କ କାର୍ଯ୍ୟାଳୟରେ ଚଢ଼ାଉ ବେଳେ କ୍ରାଇମ ବ୍ରାଞ୍ଚ ଅଶ୍ଳୀଳ ଚଳଚ୍ଚିତ୍ରକୁ ନେଇ ବହୁତ କିଛି ତଥ୍ୟ ମଧ୍ୟ ପାଇଥିଲା । ଯାଞ୍ଚ ବେଳେ ରାଜ୍ ୨୦୧୯ରୁ ୧୦୦ରୁ ଅଧିକ ଅଶ୍ଳୀଳ ଫିଲ୍ମ ତିଆରି କରିଥିବା ଜଣା ପଡ଼ିଥିଲା। ରାଜଙ୍କ ସହ ତାଙ୍କ ଆଇଟି ହେଡ୍ ରିୟାନ୍ ଥୋରପେଙ୍କୁ ମଧ୍ୟ ଜାମିନ ମିଳିଛି। ଉଭୟଙ୍କ ପାଇଁ ଓକିଲ ପ୍ରଶାନ୍ତ ପାଟିଲ କୋର୍ଟରେ ଯୁକ୍ତି ସ୍ଥାପନ କରିଥିଲେ। ସେ କହିଥିଲେ ଯେ, ପ୍ଲାଟଫର୍ମରେ କେଉଁ କଣ୍ଟେଣ୍ଟ ଅପଲୋଡ଼ ହେବ ତାହା ସେଲିବ୍ରେଟି ଓ କଣ୍ଟେଣ୍ଟ ପ୍ରଡ୍ୟୁସର ନିଷ୍ପତ୍ତି ନିଅନ୍ତି। ତାହା ରାଜ କୁନ୍ଦ୍ରା ଓ ରିୟାନ୍ ନିଷ୍ପତ୍ତି ନିଅନ୍ତି ନାହିଁ ବୋଲି ।୧୪୦୦ ପୃଷ୍ଟା ସମ୍ବଳିତ ଦାଖଲ ହୋଇଥିବା ଚାର୍ଜସିଟ୍ରେ କେଉଁଠି ବି ରାଜ କୁନ୍ଦ୍ରା କଣ୍ଟେଣ୍ଟ ଅପଲୋଡ଼ କରୁଥିବା ପ୍ରମାଣ ନାହିଁ ବୋଲି ଓକିଲ ପ୍ରଶାନ୍ତ କହିଛନ୍ତି ।
ଅପରପକ୍ଷରେ ସରକାରୀ ଓକିଲଙ୍କ ଉଭୟଙ୍କ ଜାମିନ ପ୍ରଦାନକୁ ବିରୋଧ କରିଥିଲେ। ଉଭୟଙ୍କୁ ଜାମିନ ମିଳିଲେ ପ୍ରମାଣ ଟ୍ୟାମ୍ପରିଂ ହେବାର ଆଶଙ୍କା ରହିଛି ବୋଲି ସେ କହିଥିଲେ। ତଥାପି କୋର୍ଟ ଉଭୟଙ୍କ ଜାମିନ ମଞ୍ଜୁର କରିଥିଲେ। ଆଜି ରାଜ୍ ଜେଲ୍ରୁ ମୁକିଳିବେ ବୋଲି ଶୁଣିବାକୁ ମିଳୁଛି।
ପର୍ଣ୍ଣ ଫିଲ୍ମ ତିଆରି ମାମଲାରେ ରାଜ କୁନ୍ଦ୍ରା ଏବେ ଜେଲରେ ଅଛନ୍ତି। ଚାର୍ଜସିଟ୍ ଦାଖଲ ପରେ ସେ ଜାମିନ ପାଇଁ ଆବେଦନ କରିଛନ୍ତି। ମୁମ୍ବାଇ ମେଟ୍ରୋପଲିଟାନ କୋର୍ଟରେ ସେ ବେଲ୍ ପାଇଁ ଆବେଦନ କରିଛନ୍ତି। ପୁଲିସ ଦାଖଲ କରିଥିବା ଚାର୍ଜସିଟ୍ରେ ଆପତ୍ତିଜନକ ଫିଲ୍ମ ତିଆରି ମାମଲାରେ ତାଙ୍କ ବିରୋଧରେ କୌଣସି ପ୍ରମାଣ ନଥିବା ସେ ଦାବି କରିଛନ୍ତି। ଏଥିସହ ତାଙ୍କୁ 'ବଲି କା ବକ୍ରା' ତଥା ମିଛରେ ବଳି ପକାଯାଉଥିବା ସେ କହିଛନ୍ତି।
ଏହି ମାମଲାର ତଦନ୍ତ କରୁଥିବା ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ ନିକଟରେ ରାଜ କୁନ୍ଦ୍ରା ଏବଂ ଅନ୍ୟ ତିନି ଜଣଙ୍କ ବିରୋଧରେ କଥିତ ରୂପେ ଅଶ୍ଳୀଳ ଫିଲ୍ମ ତିଆରି ଏବଂ କିଛି ଆପ୍ସରେ ଏହାକୁ ପ୍ରସାରିତ କରିବା ଅଭିଯୋଗରେ ଚାର୍ଜସିଟ୍ ଦାଖଲ କରିଥିଲା। ଏହାପରେ ଅଭିଯୁକ୍ତମାନେ ମୁମ୍ବାଇ ମେଟ୍ରୋପଲିଟାନ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ବ୍ୟବହାରିକ ରୂପେ ଏହି ମାମଲାର ତଦନ୍ତ ହୋଇସାରିଛି ବୋଲି ଅଭିଯୁକ୍ତମାନେ କହିଛନ୍ତି।
କେବଳ ସେତିକି ନୁହେଁ ଆବେଦନରେ କୁହାଯାଇଛି ଯେ, କୁନ୍ଦ୍ରାଙ୍କୁ ଭୁଲ୍ ଢ଼ଙ୍ଗରେ ଫସାଇବାକୁ ଉଦ୍ୟମ କରାଯାଉଛି। ତାଙ୍କ ନାମ ପ୍ରଥମେ ଏଫଆଇଆରରେ ନଥିଲା କିନ୍ତୁ ପୁଲିସ ଏହି ମାମଲାରେ ତାଙ୍କ ନାଁକୁ ଜବରଦସ୍ତ ଟାଣିଥିଲା। ଏହାର କାରଣ କେବଳ ଏଜେନ୍ସି କହିପାରିବ। ଆପତ୍ତିଜନକ ଫିଲ୍ମ ତିଆରି କରିବାର କୌଣସି ଅପରାଧରେ କୁନ୍ଦ୍ରାଙ୍କ ନାଁ ଜଡିତ ନାହିଁ ବୋଲି ଏହି ଜାମିନ ଆବେଦନରେ କୁହାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଜୁଲାଇ ୧୯ ତାରିଖରେ ମୁମ୍ବାଇ ପୁଲିସ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା। ଏବେ ସେ ପୁଲିସ ହେପାଜତରେ ଅଛନ୍ତି। ସୋମବାର ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନର ଶୁଣାଣି ହେବ।
ରାଜ କୁନ୍ଦ୍ରାଙ୍କ ପର୍ଣ୍ଣଗ୍ରାଫି କେସ୍ରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଜୁଲାଇ ୨୩ରେ ଶିଳ୍ପାଙ୍କ ବୟାନ ରେକର୍ଡ କରିଥିଲା। ଏଥିରେ ଶିଳ୍ପା କ୍ରାଇମବ୍ରାଞ୍ଚକୁ କ'ଣ କହିଥିଲେ କେଉଁ ସବୁ ତଥ୍ୟ ଦେଇଥିଲେ, ତା'ର ସମୂର୍ଣ୍ଣ ବିରରଣୀ ଏବେ ସାମ୍ନାକୁ ଆସିଛି।
ସେତେବେଳେ ନିଜ ବୟାନରେ ଶିଳ୍ପା କହିଥିଲେ, 'ସେ ରାଜ କୁନ୍ଦ୍ରାଙ୍କୁ ତାଙ୍କ କାମ ବିଷୟରେ କେବେ ପଚାରୁ ନଥିଲେ। ସେ ନିଜେ ତାଙ୍କ କାମରେ ବ୍ୟସ୍ତ ଥିଲେ। ଏଥିସହ ହଟସଟ୍ ଆପ୍ ବିଷୟରେ ତାଙ୍କୁ ଜଣାନାହିଁ ବୋଲି ମଧ୍ୟ କହିଥିଲେ।
୨୦୧୯ରେ ରାଜ କୁନ୍ଦ୍ରାଙ୍କ କମ୍ପାନୀ ଆର୍ମସପ୍ରାଇମ ମିଡିଆରେ ଯୋଗ ଦେଇଥିଲେ ଶିଳ୍ପା। ସେତେବେଳେ ସୌରଭ କୁଶୱାହ ତାଙ୍କର ପାର୍ଟନର ଥିଲେ। ଏହି କମ୍ପାନୀ ପୁନମ ପାଣ୍ଡେଙ୍କ ଭଳି ଅଭିନେତ୍ରୀଙ୍କ ସଟ୍ ଭିଡିଓ ତିଆରି କରୁଥିଲେ। ଯେଉଁଥିରେ ଅଭିନେତ୍ରୀମାନେ ଏକ୍ସପୋଜ କରୁଥିଲେ। ଏ ସବୁ କିଛି ଅଭିନେତ୍ରୀଙ୍କ ସହମତିରେ ହେଉଥିଲା।
ଏନେଇ ଶିଳ୍ପା ରାଜଙ୍କୁ ପଚାରିଥିଲେ ମଧ୍ୟ। ସେତେବେଳେ ଏହି ଭିଡିଓ ଗୁଡିକ ଓଟିଟି ପ୍ଲାଟଫର୍ମରେ ଭଲ ଚାଳିଛି ଏବଂ ଏଥିରୁ ଭଲ ଲାଭ ମଧ୍ୟ ହେଉଛି ବୋଲି ରାଜ କହିଥିଲେ। ଏହାପରେ ରାଜ କିଛି କାରଣ ଯୋଗୁଁ କୁଶୱାହଙ୍କ ଠାରୁ ଭିନ୍ନ ହୋଇଯାଇଥିଲେ ବୋଲି ଶିଳ୍ପା ପୁଲିସକୁ ଜଣାଇଛନ୍ତି।
ଶିଳ୍ପା ସେଟ୍ଟୀ ଆହୁରି କହିଥିଲେ ଯେ, ସେ ଅଭିଯୁକ୍ତ ଉମେଶ କାମାଥଙ୍କୁ ଜାଣିଛନ୍ତି। କାରଣ ସେ ତାଙ୍କ କମ୍ପାନୀ ଭିଆନ ଇଣ୍ଡଷ୍ଟ୍ରିଜରେ କାମ କରୁଥିଲେ। ଫେବୃଆରୀରେ ଯେତେବେଳେ ତାଙ୍କୁ ଗିରଫ କରାଯାଇଥିଲା ସେତେବେଳେ ଶିଳ୍ପା ରାଜ କୁନ୍ଦ୍ରଙ୍କୁ ଏ ବିଷୟରେ ପଚାରିଥିଲେ। ରାଜ ଏହା ପରେ ଶିଳ୍ପା ଶେଟ୍ଟୀଙ୍କୁ କହିଥିଲେ ଯେ କାମାଥ ଗେହନା ବଶିଷ୍ଟଙ୍କ ସହ ପୃଥକ ଭାବରେ କାମ କରନ୍ତି ଏବଂ ଅଶ୍ଳୀଳ ଭିଡିଓ ତିଆରି କରି ବିକ୍ରି କରନ୍ତି। ସେଥିପାଇଁ ତାଙ୍କୁ ଗିରଫ କରାଯାଇଥିଲା। ଏଥିସହ ସେ ଆପ୍ଲିକେସନ ବଲିଫାମ ବାବଦରେ କିଛି ଜାଣନ୍ତି ନାହାନ୍ତି ବୋଲି ଶିଳ୍ପା ନିଜ ବୟାନରେ କହିଥିଲେ।
ଶିଳ୍ପା ଆହୁରି କହିଥିଲେ ଯେ, 'ମୁଁ ବର୍ତ୍ତମାନ ଜାଣିବାକୁ ପାଇଲି ଯେ ଭିଆନ୍ ଇଣ୍ଡଷ୍ଟ୍ରିଜ୍ ମାଧ୍ୟମରେ ହଟସଟ୍ ଆପ୍ ତିଆରି କରାଯାଇଥିଲା ଏବଂ ପର୍ଣ୍ଣ ଭିଡିଓ ତିଆରି କରାଯାଉଥିଲା। ଏହା ପରେ ପ୍ରଦୀପ ବକ୍ସିଙ୍କ କମ୍ପାନୀ କେନ୍ରିନ୍କୁ ବିକ୍ରି କରାଯାଇଥିଲା। ମୁଁ ମୋର କାମରେ ବ୍ୟସ୍ତ ଥିଲି ଏବଂ ମୁଁ ମୋ ସ୍ୱାମୀଙ୍କୁ ସେ କ’ଣ କରୁଛନ୍ତି ବୋଲି କେବେ ପଚାରୁନଥିଲି। ସେ ମୋତେ ତାଙ୍କ କାମ ବିଷୟରେ କିଛି ଜଣାଉନଥିଲେ। ମୋତେ ଏ ବିଷୟରେ କିଛି ବି ଜଣା ନାହିଁ।'
ସୂଚନା ମୁତାବକ ୨୦୦୯ରେ ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ବିବାହ ହୋଇଥିଲା। ଜୁଲାଇ ୧୯ ତାରିଖରେ ପର୍ଣ୍ଣ ଫିଲ୍ମ ତିଆରି ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ରାଜଙ୍କୁ ଗିରଫ କରିଥିଲା। ଏହାପରେ ସେ ଏବେ ଜେଲ୍ରେ ଅଛନ୍ତି। ତାଙ୍କ ନାଁରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ ଆଜି ୧୫୦୦ ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍ ଦାଖଲ କରିଛି।
ସୂଚନା ମୁତାବକ ପୁଲିସ ରାଜଙ୍କ ବିରୋଧରେ ୧୫୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କରିଛି। ଶିଳ୍ପା ସେଟ୍ଟୀ ଓ ଶର୍ଲିନ୍ ଚୋପ୍ରା ସମେତ ୪୩ ଜଣ ଶାଖିଙ୍କ ବୟାନ ଆଧାରରେ ଏହି ଚାର୍ଜସିଟ୍ କୋର୍ଟରେ ଦାଖଲ କରାଯାଇଥିବା ପୁଲିସ ସୂଚନା ଦେଇଛି।
ମିଡିଆ ରିପୋର୍ଟ ଅନୁଯାୟୀ, ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଟିମ୍ ଏହି ଚାର୍ଜସିଟ୍ରେ ରାଜ କୁନ୍ଦ୍ରାଙ୍କ ବ୍ୟତୀତ ଆଉ ଦୁଇଟି ନାଁ ମଧ୍ୟ ଅନ୍ତର୍ଭୁକ୍ତ କରିଛି। ଗୋଟିଏ ହେଉଛି ୟଶ ଠାକୁର ଓରଫ ଅରବିନ୍ଦ ଶ୍ରୀବାସ୍ତବ, ଯିଏ ରିପୋର୍ଟ ଅନୁଯାୟୀ ସିଙ୍ଗାପୁରରେ ରହୁଛନ୍ତି ଏବଂ ଅନ୍ୟଟି ହେଉଛି ରାଜ କୁନ୍ଦ୍ରାଙ୍କ ଭିଣେଇ ପ୍ରଦୀପ ବକ୍ସି। ପ୍ରଦିପ ବର୍ତ୍ତମାନ ଲଣ୍ଡନରେ ରୁହୁଛନ୍ତି।
ଉଲ୍ଲେଖ ଯୋଗ୍ୟ ଯେ, ପର୍ଣ୍ଣ ଫିଲ୍ମ ତିଆରି ମାମଲାରେ ଜୁଲାଇ ୧୯ ତାରିଖରେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଥିଲା। ସେ ଅନେକ ଦିନ ହେବ ପୁଲିସ ହେପାଜତରେ ଅଛନ୍ତି। ସେପଟେ ରାଜଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ପୁଲିସ ଅନେକ ଫିଲ୍ମ ଅଭିନେତ୍ରୀଙ୍କୁ ପଚରାଉଚରା ମଧ୍ୟ କରିସାରିଛି।
କେବଳ ସେତିକି ନୁହେଁ ଅଶ୍ଳୀଳ ଫିଲ୍ମ ତିଆରି କରୁଥିବା ରାକେଟ ଏବଂ ତା'ର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ କ୍ରାଇମବ୍ରାଞ୍ଚ ଜୋରସୋରରେ ଲାଗିପଡିଛି। ଏହି କାରଣ ଯୋଗୁଁ ପୁଲିସ ଅନେକ ଶାଖିଙ୍କ ବୟାନ ମଧ୍ୟ ରେକର୍ଡ କରିଛି। ଏହି ଆଧାରରେ ଆକ୍ସନ ନେଉଛି ମୁମ୍ବାଇ କ୍ରାଇମବ୍ରାଞ୍ଚ। ସେପଟେ ରାଜ କୁନ୍ଦ୍ରାଙ୍କ ମୁମ୍ବାଇ ଅନ୍ଦେରୀ ୱେଷ୍ଟ ଅଫିସରେ ପୁଲିସ ଚଢ଼ାଉ ମଧ୍ୟ କରିଥିଲା। ଏହି ସମୟରେ ଅନେକ ଡିଭାଇସ ଏବଂ ଅଶ୍ଳୀଳ ଫିଲ୍ମ ସମ୍ବନ୍ଧିତ କ୍ଲିପ୍ ଜବତ ହୋଇଥିଲା।
https://twitter.com/ANI/status/1438353104634736644?s=20
ମିଡିଆ ରିପୋର୍ଟ ମୁତାବକ, ଶିଳ୍ପା ଏବେ ରାଜଙ୍କ ଠାରୁ ଭିନ୍ନ ହେବାକୁ ଚାହୁଁଛନ୍ତି। ଶିଳ୍ପାଙ୍କ ଜଣେ ଘନିଷ୍ଠ ବନ୍ଧୁ ଏହି ଖୁଲାସା କରିଛନ୍ତି। ସେ କହିଛନ୍ତି, ରାଜ କୁନ୍ଦ୍ରାଙ୍କ ଅଡୁଆ ଦିନକୁ ଦିନ କମିବା ବଦଳରେ ବଢ଼ି ଚାଲିଛି। ରାଜଙ୍କ ଅଶ୍ଳୀଳ ଲିଙ୍କ ବିଷୟରେ ଜାଣି ଶିଳ୍ପାଙ୍କୁ ବେଶ୍ ଆଘାତ ଲାଗିଛି। ରାଜଙ୍କ ଯେଉଁ ହୀରା ଏବଂ ରୋଜଗାର ଆସୁଥିଲା ତାହା ଏହି ଅଶ୍ଳୀଳ ଫିଲ୍ମରୁ ଆସୁଥିଲା ବୋଲି ଶିଳ୍ପା ଜାଣିନଥିଲେ।
ତେଣୁ ଏବେ ଶିଳ୍ପା ନିଜ ପିଲାମାନଙ୍କୁ ଭୁଲ ଢ଼ଙ୍ଗରେ ଅର୍ଜନ କରାଯାଇଥିବା ରୋଜଗାରରୁ ଦୂରେଇ ରଖିବାକୁ ଚାହୁଁଛନ୍ତି। ସେ ରାଜଙ୍କ ଟଙ୍କାକୁ ଆଉ ବ୍ୟବହାର କରିବାକୁ ଚାହୁଁନାହାନ୍ତି। ସେ ରିଆଲିଟି ଶୋ'ରୁ ଯେତିକି ରୋଜଗାର କରୁଛନ୍ତି ସେହି ଟଙ୍କାରେ ପିଲାମାନଙ୍କୁ ପୋଷିବେ ଏବଂ ବର୍ତ୍ତମାନ ସେ ଅଧିକରୁ ଅଧିକ ଫିଲ୍ମରେ କାମ କରିବାକୁ ଚେଷ୍ଟା କରିବେ ବୋଲି ଶିଳ୍ପାଙ୍କ ଘନିଷ୍ଠ ବନ୍ଧୁ କହିଛନ୍ତି।
ଶିଳ୍ପାଙ୍କୁ ନିର୍ଦ୍ଦେଶକ ଅନୁରାଗ ବାସୁ ଏବଂ ପ୍ରିୟଦର୍ଶନ ନିଜ ନୂଆ ପ୍ରୋଜେକ୍ଟ ପାଇଁ ଅଫର ମଧ୍ୟ ଦେଇଥିବା ଶୁଣିବାକୁ ମିଳିଛି। ତେବେ ଏହି ସୂଚନା କେତେ ସତ ଏବଂ କେତେ ମିଛ ତାହା ଶିଳ୍ପା ହିଁ କହିପାରିବେ। ସେପଟେ ରାଜଙ୍କ ଠାରୁ ଭିନ୍ନ ହେବା ଖବର ନେଇ ବର୍ତ୍ତମାନ ଯାଏ ଶିଳ୍ପା ବ୍ୟକ୍ତିଗତ ଭାବେ କୌଣସି ସୂଚନା ଦେଇନାହାନ୍ତି।
ସୂଚନା ମୁତାବକ, ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ରାଜ କୁନ୍ଦ୍ରା ଗିରଫ ହୋଇଛନ୍ତି। ତାଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ଗିରଫ କରିଛି। ବର୍ତ୍ତମାନ ସେ ଜେଲରେ ଅଛନ୍ତି। ସେପଟେ ରାଜଙ୍କ ଯୋଗୁ ଶିଳ୍ପା ମଧ୍ୟ ପୁଲିସ ଜେରାର ସମ୍ମୁଖୀନ ହୋଇସାରିଛନ୍ତି। ଏବେ ସେ ନିଜ ପିଲା ଛୁଆଙ୍କ ସହ ଏକାଠି ରହୁଛନ୍ତି। ଗତ କିଛି ଦିନ ହେବ ଶିଳ୍ପା ସୁଟିଂ ସେଟ୍କୁ ଫେରିଛନ୍ତି। ଏଥିସହ ଧୀରେଧୀରେ ନିଜ ନର୍ମାଲ ଲାଇଫ ଅତିବାହିତ କରୁଛନ୍ତି।
ସୂଚନା ମୁତାବକ ନଭେମ୍ବର ୨୦୨୦ରେ ରୁଜୁ ହୋଇଥିବା ଏକ ମାମଲାରେ ତାଙ୍କୁ ଅନ୍ତରୀଣ ସୁରକ୍ଷା ମିଳିଛି। ପୂର୍ବରୁ ଏହି ମାମଲାରେ ମୁମ୍ବାଇ ସେସନ୍ସ କୋର୍ଟ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଥିଲେ। ଏହାପରେ ଗିରଫଦାରୀରୁ ବର୍ତ୍ତିବା ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ରାଜ କୁନ୍ଦ୍ରା।
ବମ୍ବେ ହାଇକୋର୍ଟ ଆଜି ଏହି ମାମଲାର ଶୁଣାଣି କରିଛନ୍ତି। ଜଷ୍ଟିସ ସନ୍ଦୀପ ସିନ୍ଧେ ଏହି ମାମଲାରେ ରାଜ କୁନ୍ଦ୍ରାଙ୍କୁ ଅଗଷ୍ଟ ୨୫ ଯାଏଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଏଥିସହ ତାଙ୍କ ଗିରଫଦାରୀ ଉପରେ ମଧ୍ୟ ରୋକ ଲଗାଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୫ରେ ହେବ।
ଅଶ୍ଳୀଳ ଭିଡିଓ ତିଆରି କରିବା ଅଭିଯୋଗରେ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ କ୍ରାଇମବ୍ରାଂଚ ଗତ ଜୁଲାଇ ୧୯ ତାରିଖରୁ ଗିରଫ କରିଛି। ତାଙ୍କ ନାଁରେ ପର୍ଣ୍ଣଗ୍ରାଫି ଫିଲ୍ମ ତିଆରି କରି ହଟ୍ସଟ୍ ଆପ୍ରେ ଅପ୍ଲୋଡ କରୁଥିବା ଅଭିଯୋଗ ରହିଛି। ତେବେ ଏହା ପୂର୍ବରୁ ନଭେମ୍ବରରେ ମଧ୍ୟ ଏଭଳି ହିଁ ଏକ ମାମଲା ରାଜଙ୍କ ବିରୋଧ ରୁଜୁ ହୋଇଥିଲା। ତାଙ୍କୁ ପଚରାଉଚରା କରିବା ପାଇଁ ପୁଲିସ ସମନ ମଧ୍ୟ ପଠାଇଥିଲା। ସେତେବେଳେ ରାଜ ପୁଲିସ ଷ୍ଟେସନ ଆସି ନିଜ ବୟାନ ମଧ୍ୟ ରେକର୍ଡ କରିଥିଲେ। କିନ୍ତୁ ଗିରଫଦାରୀ ଆଶଙ୍କା ଥିବାରୁ ରାଜ ଆଗୁଆ ଜାମିନ ଆବେଦନ କରିଥିଲେ।
https://www.youtube.com/watch?v=vR_cdtphlSo
ଶିଳ୍ପା କହିଛନ୍ତି, 'ଗତ କିଛି ଦିନ ମୋ ପାଇଁ ବହୁତ କଷ୍ଟସାଧ୍ୟ ଥିଲା। ମୋ ଏବଂ ମୋ ପରିବାର ବିରୋଧରେ ଅନେକ ଅଭିଯୋଗ ରହିଛି। ମୋତେ ଟ୍ରୋଲ କରାଯାଇଛି। କେବଳ ମୁଁ ନୁହେଁ, ମୋ ପରିବାରକୁ ମଧ୍ୟ ଏଥିରେ ଟାଣା ଯାଉଛି। ମୁଁ ଏପର୍ଯ୍ୟନ୍ତ ଏହି ବିଷୟରେ କୌଣସି ମନ୍ତବ୍ୟ ଦେଇ ନାହିଁ, ଭବିଷ୍ୟତରେ ମଧ୍ୟ ମୁଁ ତାହା କରିବି ନାହିଁ। କାରଣ ଏହି ମାମଲା ଏବେ କୋର୍ଟରେ ଅଛି। ତେଣୁ ଆପଣମାନେ ମୋ ବିଷୟରେ ଭୁଲ୍ ଖବର ଲେଖିବା ବନ୍ଦ କରନ୍ତୁ।'
ଶିଳ୍ପା ଆହୁରି କହିଛନ୍ତି, 'ଯେଉଁ କାରଣ ନେଇ ଲୋକ ଗଣମାଧ୍ୟମରେ ମୋ ବିଷୟରେ ଚର୍ଚ୍ଚା କରୁଛନ୍ତି, ତାହା ସମ୍ପୂର୍ଣ୍ଣ ଭୁଲ। ମୁଁ କାହା ଆଗରେ କିଛି ବି କହିବି ନାହିଁ। ମୋତେ ଭାରତୀୟ ନ୍ୟାୟପାଳିକା ଏବଂ ମୁମ୍ବାଇ ପୁଲିସର ତଦନ୍ତ ଉପରେ ପୂର୍ଣ୍ଣ ଭରସା ଅଛି । ତେଣୁ ମୋର ଏବଂ ମୋ ପରିବାରର ପ୍ରାଇଭେସିକୁ ସମ୍ମାନ କରନ୍ତୁ। ଅଧା ଅଧୁରା ଖବର ଶୁଣି ଟିପ୍ପଣୀ କରନ୍ତୁ ନାହିଁ। ମିଡିଆ ଟ୍ରାଏଲ କରନ୍ତୁ ନାହିଁ, ଆଇନ୍କୁ ନିଜ କାମ କରିବାକୁ ଦିଅନ୍ତୁ ବୋଲି ଶିଳ୍ପା ଅନୁରୋଧ କରିଛନ୍ତି।'
ସୂଚନାଯୋଗ୍ୟ ଯେ, ପର୍ଣ୍ଣ ଫିଲ୍ମ ମାମଲାରେ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ପରେ ସୋଶାଲ ମିଡିଆରେ ଶିଳ୍ପାଙ୍କୁ ଜୋରଦାର ଟ୍ରୋଲର ଶିକାର ହେବାକୁ ପଡିଛି। ତାଙ୍କ ବିରୋଧରେ ନାନା ଖବର ମଧ୍ୟ ପ୍ରସାରିତ ହେଉଛି। ଏହି ଟ୍ରୋଲିଂ ଏବଂ ଖବର ପ୍ରସାରଣକୁ ନେଇ ଶିଳ୍ପା ଗତ କିଛି ଦିନ ତଳେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ୨୯ ଜଣ ସାମ୍ବାଦିକଙ୍କ ବିରୋଧ ସେ ୨୫ କୋଟି ଟଙ୍କାର ମାନହାନୀ ମକଦ୍ଦମା ମଧ୍ୟ କରିଥିଲେ। କିନ୍ତୁ କୋର୍ଟ ଶିଳ୍ପାଙ୍କ ଏହି ଆବେଦନକୁ ଅମାନ୍ୟ କରିଦେଇଥିଲେ।
https://twitter.com/TheShilpaShetty/status/1422092985672474626?s=20
ଶିଳ୍ପାଙ୍କ ମା’ ସୁନନ୍ଦା ଏକ ଠକେଇ ମାମଲାରେ ଅଭିଯୋଗ କରିଛନ୍ତି। ଏନେଇ ସେ ଏଫ୍ଆଇଆର୍ ମଧ୍ୟ ରୁଜୁ କରିଛନ୍ତି। ଜମିଜମା ଠକେଇ ସମ୍ପର୍କରେ ଶିଳ୍ପାଙ୍କ ମା ସୁନନ୍ଦା ଏହି ଅଭିଯୋଗ କରିଛନ୍ତି।
ଅଭିଯୋଗ ମୁତାବକ, ୨୦୧୯ରୁ ଫେବୃଆରୀ ୨୦୨୦ରେ ସୁଧାକର ନାମକ ଜଣେ ବ୍ୟକ୍ତି ଶିଳ୍ପାଙ୍କ ମା’ଙ୍କ ସହ ଜମିଜମାକୁ ନେଇ ଚୁକ୍ତି କରିଥିଲେ। ଉକ୍ତ ଜମିର ମାଲିକ କହି ସୁଧାକର ତାଙ୍କୁ ନକଲି ଦସ୍ତାବିଜ ଦେଇଥିଲେ ଏବଂ ୧ କୋଟି ୬୦ ଲକ୍ଷରେ ଶିଳ୍ପାଙ୍କ ମା’ଙ୍କୁ ସେହି ଜମି ବିକ୍ରି ମଧ୍ୟ କରିଥିଲା।
କିଛି ସମୟ ପରେ ଯେତେବେଳେ ସୁନନ୍ଦା ଏ ବିଷୟରେ ଜାଣିଲେ, ସେତେବେଳେ ସେ ସୁଧାକରଙ୍କୁ ଏ ବିଷୟରେ ପଚାରିଥିଲେ। ସୁନନ୍ଦାଙ୍କ ପ୍ରଶ୍ନରେ ସୁଧାକର କିନ୍ତୁ ଭାଉ ଦେଖାଇଥିଲେ। ତାଙ୍କର ପଲିଟିକାଲ କନେକସନ ରହିଛି ଏବଂ ସେ ଜଣେ ନେତାଙ୍କ ନିକଟତର ବୋଲି ସୁଧାକର କହିଥିଲେ। ଏଥିସହ ସୁନନ୍ଦାଙ୍କୁ ଏନେଇ କୋର୍ଟକୁ ଯିବାକୁ ମଧ୍ୟ କହିଥିଲେ। ଏହା ପରେ ସୁନନ୍ଦା କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏବେ କୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ଧରି ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ତିଆରି ନେଇ ହେଡ୍ଲାଇନ୍ ଖବର ପାଲଟିଛନ୍ତି। ରାଜ କୁନ୍ଦ୍ରା ପର୍ଣ୍ଣ ଭିଡିଓ ତିଆରି କରି ଏକ ଆପ୍ରେ ଅପଲୋଡ୍ କରୁଥିବା ଅଭିଯୋଗ ରହିଛି। ତେବେ ଏହି ମାମଲାରେ ଶିଳ୍ପାଙ୍କ ସମ୍ପୃକ୍ତି ସମ୍ପର୍କରେ ପୁଲିସ କିନ୍ତୁ କୌଣସି ସୂଚନା ଦେଇନାହିଁ। ସେପଟେ ଏହି ମାମଲାରେ ରାଜ କୁନ୍ଦ୍ରା ଗିରଫ ହୋଇ ଏବେ ଜେଲ୍ରେ ଅଛନ୍ତି।
ପୀଡିତାଙ୍କ ଅଭିଯୋଗକୁ ଆଧାର କରି ଏକ ନୂଆ କେସ୍ ରୁଜୁ କରିଛି ମୁମ୍ବାଇ ପୁଲିସ। ରାଜଙ୍କ କମ୍ପାନୀ ବିରୋଧରେ ଏହି କେସ୍ ରୁଜୁ କରାଯାଇଛି। ଏଥିସହ ୪ ଜଣ ପ୍ରଡ୍ୟୁସରଙ୍କ ନାଁରେ ଏଫ୍ଆଇଆର୍ ହୋଇଛି।
ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ମୁତାବକ, ଏହି ଏଫ୍ଆଇଆର୍ରେ ପୂର୍ବରୁ ଅଶ୍ଳୀଳ ଫିଲ୍ମ ମାମଲାରେ ଗିରଫ ହୋଇସାରିଥିବା ଅଭିନେତ୍ରୀ ଗେହନା ବସିଷ୍ଟଙ୍କ ନାଁ ରହିଛି। ତେବେ ଏଥିରେ କିନ୍ତୁ ରାଜ କୁନ୍ଦ୍ରାଙ୍କ ନାଁ ନାହିଁ । ହଟ୍ସଟ୍ରେ ଅଶ୍ଳୀଳ ଚଳଚ୍ଚିତ୍ର ଅପଲୋଡ୍ ସଂପର୍କରେ ଏହି ମାମଲା ପଞ୍ଜିକୃତ ହୋଇଛି।
ପୀଡିତାଙ୍କ ବୟାନ ମୁତାବକ ବଡ ବ୍ୟାନର ଫିଲ୍ମରେ କାମ ଦେବା ବାହାନାରେ ପର୍ଣ୍ଣ ଫିଲ୍ମ ତିଆରି କରାଯାଇଥିଲା। ପୀଡିତା ପ୍ରଥମେ କ୍ରାଇମବ୍ରାଞ୍ଚକୁ ଏକ ବିବୃତ୍ତି ଦେଇଥିଲେ, ଯାହା ପରେ ମାଲଭାନି ପୁଲିସରେ ମାମଲା ରୁଜୁ କରିବା ପରେ ତଦନ୍ତ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। ରାଜ କୁନ୍ଦ୍ରା ମାମଲାର ତଦନ୍ତ କରୁଥିବା ମୁମ୍ବାଇର ପ୍ରପର୍ଟି ସେଲ୍ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରିବ।
ରିପୋର୍ଟ ଅନୁଯାୟୀ, ଏଫ୍ଆଇଆର୍ରେ ସିଧାସଳଖ ରାଜ କୁନ୍ଦ୍ରାଙ୍କ ନାମ ନାହିଁ, କିନ୍ତୁ ପୀଡିତାଙ୍କୁ ରାଜ କୁନ୍ଦ୍ରାଙ୍କ କମ୍ପାନୀ ପାଇଁ ଏହି ସୁଟିଂ କରାଯାଉଛି ବୋଲି କୁହାଯାଇଥିଲା। ତେଣୁ ଆଗକୁ ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ ଆହୁରି ଅଡୁଆ ବଢ଼ିପାରେ।
ଅଧିକ ତଥ୍ୟ ହାସଲ କରିବା ପାଇଁ କ୍ରାଇମ୍ବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କୁ ନେଇ ତାଙ୍କ ଘରକୁ ଯାଇଥିଲା। ଆଉ ସେହି ସମୟରେ ଦେଖିବାକୁ ମିଳିଥିଲା ଶିଳ୍ପାଙ୍କର ଭିନ୍ନ ଏକ ରୂପ। ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। କ୍ରାଇମ୍ବ୍ରାଞ୍ଚ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ, ରାଜ୍ଙ୍କୁ ଦେଖି ଜୋରରେ ପାଟି କରିବା ସହ ଶିଳ୍ପା କାନ୍ଦି ପକାଇଥିଲ। ରାଜଙ୍କୁ କହିଥିଲେ, ‘ତୁମ ପର୍ଣ୍ଣ କେସ୍ ପରିବାରର ନାଁ ବଦନାମ କରିଦେଲା। ଅନେକ ଏଣ୍ଡୋର୍ସମେଣ୍ଟ, ବିଜନେସ୍ ଡିଲ୍ ହାତରୁ ଚାଲିଗଲା।’
ଶିଳ୍ପା କାନ୍ଦି କାନ୍ଦି ଆହୁରି କହିଥିଲେ, ଏତେ ଖରାପ କାମ କରୁଥିଲ, କିନ୍ତୁ ମତେ କହି ନଥିଲ। ମୁଁ ଜାଣି ନଥିଲି। ଏମିତି କାହିଁକି କଲ?
ରାଜ ଶିଳ୍ପାଙ୍କ ପ୍ରଶ୍ନରେ ସଫେଇ ଦେଇଥିଲେ। ସେ କହିଥିଲେ, ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ମୋତେ ଫସାଇ ଦିଆଯାଉଛି। ଏହି କେସ୍ର କୌଣସି ଆଧାର ନାହିଁ। ମୁଁ ଯେଉଁ ଭିଡିଓ ତିଆରି କରିଥିଲେ, ତାହା ପର୍ଣ୍ଣ ନୁହେଁ ଇରୋଟିକ୍।
ଅଶ୍ଳୀଳ ଫିଲ୍ମ ମାମଲରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କର ରିମାଣ୍ଡ ଅବଧି ଆଜି ଶେଷ ହୋଇଯାଇଥିବା ବେଳେ ତାଙ୍କୁ ଜେଲ୍କୁ ପଠାଇ ଦିଆଯାଇଛି। ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତାଙ୍କ ସହଯୋଗୀ ରିଅନ ଥୋର୍ପେଙ୍କୁ ମଧ୍ୟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ, ଏହି ମାମଲାରେ ଶିଳ୍ପା ସେଟ୍ଟୀଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ଯେଉଁଦିନ ରାଜ୍ କୁନ୍ଦ୍ରାଙ୍କୁ ନେଇ ତଦନ୍ତକାରୀ ଟିମ୍ ତାଙ୍କ ଘରକୁ ଯାଇଥିଲା ସେହିଦିନ ଶିଳ୍ପାଙ୍କୁ ପଚରାଉଚରା କରାଯାଇଥିଲା। ୬ ଘଣ୍ଟା ଧରି ତାଙ୍କୁ ପଚରାଉଚରା କରାଯାଇଥିଲା। ତେବେ ପ୍ରାଥମିକ ତଦନ୍ତରୁ ଏହି ପର୍ଣ୍ଣ ଫିଲ୍ମ ନିର୍ମାଣରେ ତାଙ୍କର କୌଣସି ସଂପୃକ୍ତି ନଥିବା ଜଣାପଡ଼ିଛି ବୋଲି କ୍ରାଇମ୍ବ୍ରାଞ୍ଚ ପକ୍ଷରୁ କୁହାଯାଇଛି। କିନ୍ତୁ ଏ ନେଇ ଅଧିକ ତଦନ୍ତ ଜାରି ରହିଥିବା ମଧ୍ୟ କୁହାଯାଇଛି।
ସାଗରିକା ସୁମନଙ୍କ କହିବାନୁଯାୟୀ, ବିଗ୍ ବସ୍ ପ୍ରତିଯୋଗୀଙ୍କୁ ଟାର୍ଗେଟ କରୁଥିଲା ରାଜଙ୍କ କମ୍ପାନୀ। ନିକିତା ମୋଲି, ଅର୍ସି ଖାନ ପ୍ରମୁଖ ବିଗ୍ ବସ୍ ପ୍ରତିଯୋଗୀ ଯେଉଁମାନେ ବିଜନେସ୍ ସୁଟ୍ରେ ଯାଉଥିଲେ ସେମାନଙ୍କୁ ଟାର୍ଗେଟ କରୁଥିଲା ରାଜ୍ଙ୍କ କମ୍ପାନୀ। ହେଲେ ବିଭିନ୍ନ କାରଣରୁ ତାହା ସଫଳ ହୋଇପାରି ନ ଥିଲା। ଏହାପରେ ଗତ ଫେବୃୟାରୀରେ ଉମେଶ କାମତ ଗିରଫ ହେବା ପରେ ଏହି ପ୍ରୋଜେକ୍ଟ ଅଧୁରା ରହିଗଲା।
ଏହାବାଦ ବେଶି ଫିଲ୍ମରେ ନଜର ନ ଆସି ବି ଅଧିକାଂଶ ସମୟରେ ଲାଇମଲାଇଟ୍ରେ ରହୁଥିବା ସେଲିନା ଜେଟଲି, କିମ୍ ଶର୍ମା, ନେହା ଧୂପିଆ ପ୍ରମୁଖଙ୍କ ପରି ମଡେଲ ଓ ଅଭିନେତାଙ୍କୁ ବି ନିଜ ଜାଲ୍ରେ ଫସାଇବାକୁ ଚେଷ୍ଟା କରୁଥିଲେ ରାଜ୍। ଏହାପରେ ରାଜଙ୍କ କମ୍ପାନୀ ପକ୍ଷରୁ ଅର୍ସି ଖାନକୁ ଆପ୍ରୋଚ କରାଯାଇଥିଲା। ଅର୍ସି ପୂର୍ବରୁ ହଟସଟ୍ସ ପାଇଁ ହୋଷ୍ଟିଂ ଓ ଆଙ୍କରିଂ କରି ସାରିଥିଲେ। ମାତ୍ର ଏଥର ତାଙ୍କୁ ଲାଇଫ୍ ଷ୍ଟ୍ରିମିଂ ପାଇଁ ପ୍ରପୋଜାଲ ଦିଆଯାଇଥିଲା। ଏପିସୋଡ଼ ପିଛା ୨ ଲକ୍ଷ ଦେବାକୁ କୁହାଯାଇଥିବା ବେଳେ ଅର୍ସି ୫ ଲକ୍ଷ ଦାବି କରିଥିଲେ। ଫଳରେ ଏହି ପ୍ରୋଜେକ୍ଟ ବି ଅଧୁରା ରହିଗଲା।
ସୂଚନାଯୋଗ୍ୟ, ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ପିଛା ଛାଡ଼ୁନି ବିବାଦ। ଦିନକୁ ଦିନ ତାଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଲମ୍ବି ଲମ୍ବି ଚାଲିଛି। କିଏ ରାଜଙ୍କ ବିରୋଧରେ ସୋଶାଲ ମିଡିଆରେ ପୋଷ୍ଟ କରୁଛି ତ କିଏ ଟ୍ୱିଟ କରି ନିଜେ ସମ୍ମୁଖୀନ ହୋଇଥିବା ପରିସ୍ଥିତିକୁ ଲୋକଙ୍କ ସମ୍ମଖରେ ବଖାଣୁଛି। ପୂର୍ବରୁ ପୁନମ ପାଣ୍ଡେ, ସେର୍ଲିନ୍ ଚୋପ୍ରାଙ୍କ ପରେ ଏବେ ଆଉ ଜଣେ ମଡେଲ ସାଗରିକା ସୁମନ କୁନ୍ଦ୍ରାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଦେଖାଯାଉ କ୍ରାଇମବ୍ରାଞ୍ଚ ଏହାକୁ ତଦନ୍ତ ପରିସରଭୁକ୍ତ କରୁଛି ନା ନାହିଁ।
“ଅଶ୍ଳୀଳ ଫିଲ୍ମ ତିଆରି ଅଭିଯୋଗରେ ରାଜ୍ କୁନ୍ଦ୍ରା ଏବେ ଜେଲ୍ରେ ଥିବା ବେଳେ ପତ୍ନୀ ହିସାବରେ ଶିଳ୍ପା ତଦନ୍ତରେ ସହଯୋଗ କରିବା ଦରକାର। ରାଜ୍ଙ୍କ ପତ୍ନୀ ହେବା ଯୋଗୁ ଶିଳ୍ପା ମୁହଁ ଖୋଲିବା ଉଚିତ। ଯଦି ସାହସ ଅଛି ତା’ ହେଲେ ସେ ସତ କହିବା ଦରକାର। ଏହା ତାଙ୍କ ସ୍ୱାମୀଙ୍କ ବିରୋଧରେ ବି ଯାଇପାରେ। କିନ୍ତୁ ଏହାଦ୍ୱାରା ବହୁ ବଡ଼ ବଡ଼ ଲୋକଙ୍କ ମୁଖା ବି ଖୋଲିପାରେ। କାରଣ ଶିଳ୍ପା ସତ କହିଲେ ବଲିଉଡ଼ ଇଣ୍ଡଷ୍ଟ୍ରିକୁ ଏକ ବଡ଼ ଝଟକା ଲାଗିପାରେ। ”
ସବୁବେଳେ ରୋକଠୋକ ଭାବେ ବିଭିନ୍ନ ଇସ୍ୟୁରେ ନିଜ ମତ ରଖୁଥିବା ଅଭିନେତା ମୁକେଶ ଖନ୍ନା ରାଜ୍ କୁନ୍ଦ୍ରାଙ୍କ ମାମଲାରେ ବି ନିଜ ମତ ରଖିଛନ୍ତି। ଏଥର କିନ୍ତୁ ସେ ଶିଳ୍ପା ସେଟ୍ଟିଙ୍କୁ ଟାର୍ଗେଟ କରିଛନ୍ତି। ଶିଳ୍ପାଙ୍କୁ ନିହାତି ଭାବେ ସବୁ କଥା ଜଣାଥିବ। ତେଣୁ ଏପରି ସମୟରେ ସେ ଯାଞ୍ଚରେ ସମ୍ପୂର୍ଣ୍ଣ ସହଯୋଗ କରିବା ଦରକାର ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ସ୍ୱାମୀ ରାଜଙ୍କ ପାଇଁ ଘରୁ ବାହାରି ପାରୁ ନାହାନ୍ତି ଶିଳ୍ପା। ସବୁବେଳେ ଲାଇମ୍ଲାଇଟ୍ରେ ରହୁଥିବା ଶିଳ୍ପା ଆଉ ପଦାକୁ ବାହାରୁ ନ ଥିବା ବେଳେ ଡ୍ୟାନ୍ସ ରିୟାଲିଟି ଶୋକୁ ଯିବା ବନ୍ଦ କରିଦେଇଛନ୍ତି।
ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚର କଡ଼ା ପ୍ରଶ୍ନର ସମ୍ମୁଖୀନ ହୋଇ ସାରିଲେଣି ଶିଳ୍ପା । ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କୁ ସାମ୍ନାରେ ବସାଇ ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ଶିଳ୍ପଙ୍କୁ ୬ ଘଣ୍ଟା ଧରି ଗୁଡେଇ ତୁଡେଇ ଜେରା କରି ସାରିଲାଣି କ୍ରାଇମବ୍ରାଞ୍ଚ।
ଅଶ୍ଳୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ଗିରଫ ହୋଇଥିବା ରାଜ୍ କୁନ୍ଦ୍ରାଙ୍କୁ କୋର୍ଟ ୨୭ ଜୁଲାଇ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ରାଜ୍ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ତିଆରି କରୁଥିବା ନେଇ ମୁମ୍ବାଇ କ୍ରାଇମବ୍ରାଞ୍ଚ ଗତ ଫେବୃଆରୀରେ ମାମଲା ରୁଜୁ କରିଥିଲା। ଏହାପରେ ୧୯ ଜୁଲାଇରେ ତାଙ୍କୁ ଗିରଫ କରାଯାଇଥିଲା। ମାମଲା ରୁଜୁ ହେବା ପରେ ଗୁଗଲ ଓ ଆପଲ୍ ପ୍ଲେ ଷ୍ଟୋରରୁ ରାଜଙ୍କ ଅଶ୍ଳୀଳ ଆପକୁ ଡିଲିଟ୍ କରି ଦିଆଯାଇଥିବା ଜଣାଯାଇଛି।
ସେ କହିଛନ୍ତି, ରାଜ କୁନ୍ଦ୍ରା ଜେଲ୍ ଯିବାର କିଛି ଦିନ ପୂର୍ବରୁ ମୁଁ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲି। ସେଠାରେ ମୁଁ ଜାଣିବାକୁ ପାଇଥିଲି ଯେ ସେ (ରାଜ୍ କୁନ୍ଦ୍ରା) ‘ବଲିଫେମ୍’ ନାମକ ଏକ ଆପ୍ ଲଞ୍ଚ କରିବାକୁ ଯାଉଛନ୍ତି। ଏହି ଆପ୍ରେ ସେ ରିଆଲିଟି ଶୋ, ଚାଟ୍ ଶୋ, ମ୍ୟୁଜିକ୍ ଭିଡିଓ, କମେଡି ଶୋ ଏବଂ ଫିଚର ଫିଲ୍ମ କରିବାକୁ ଯୋଜନା କରିଥିଲେ। ଫିଲ୍ମରେ ବୋଲ୍ଡ ସିନ୍ ରଖିବା ନେଇ କୌଣସି ଯୋଜନା ନଥିଲା।
ସେ ଆହୁରି କହିଛନ୍ତି, ଏହି ଭେଟଘାଟ ବେଳେ କିଛି ସ୍କ୍ରିପ୍ଟ ଉପରେ ଆଲୋଚନା ହୋଇଥିଲା। ଏଥିରୁ ଗୋଟିକରେ ରାଜ କୁନ୍ଦ୍ରା ତାଙ୍କ ଶାଳୀ ଶର୍ମିଷ୍ଠା ସେଟ୍ଟୀଙ୍କୁ ନେବାକୁ ଚିନ୍ତା କରୁଥିଲେ। ଅନ୍ୟ ଗୁଡ଼ିକରେ ଅନ୍ୟ କିଛି ଅଭିନେତ୍ରୀଙ୍କୁ ନେବାର ଯୋଜନା ଥିଲା। ମୁଁ ଏହି ସିନେମା ଗୁଡ଼ିକର ନିର୍ଦ୍ଦେଶନା ଦେବାର ଥିଲା।
ଏହା ସହିତ ସେ ଅଭିନେତ୍ରୀ ପୁନମ ପାଣ୍ଡେ ଓ ଶେର୍ଲିନ୍ ଚୋପ୍ରାଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ ଏହି ଦୁଇ ଅଭିନେତ୍ରୀଙ୍କ ବିରୋଧରେ ଅଶ୍ଳୀଳ ଫିଲ୍ମ କରିବା ଅଭିଯୋଗରେ ମାମଲା ରୁଜୁ ହେବା ଉଚିତ୍।
ସୂଚନାଯୋଗ୍ୟ, ଅଶ୍ଲୀଳ ଫିଲ୍ମ ନିର୍ମାଣ କରିବା ଅଭିଯୋଗରେ ରାଜ କୁନ୍ଦ୍ରା ଗିରଫ ହୋଇଛନ୍ତି। ଏହି ମାମଲାରେ ଧୀରେ ଧୀରେ ତାଙ୍କ ଅଡୁଆ ବଢ଼ିବାରେ ଲାଗିଛି। ତାଙ୍କ ଡାହାଣ ହାତ କୁହାଯାଉଥିବା ଉମେଶ କାମତ ବି ପୁଲିସ୍ ହେପାଜତରେ ଅଛି। ଏହି ମାମଲାର ଯାଂଚ କରୁଥିବା କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ରାଜ କୁନ୍ଦ୍ରାଙ୍କ ଘରର ଏକ ସର୍ଭର। ଖାଲି ସେତିକି ନୁହେଁ, ଉମେଶ କାମତ ନିର୍ମାଣ କରିଥିବା ୭୦ ଟି ପର୍ଣ୍ଣ ଭିଡିଓ ବି ଲାଗିଛି ତଦନ୍ତକାରୀ ଟିମ୍ ହାତରେ। ଆଜି କୁନ୍ଦ୍ରାଙ୍କ ପୁଲିସେ ହେପାଜତ ଅବଧି ଶେଷ ହେବାକୁ ଯାଉଛି।
କ୍ରାଇମବ୍ରାଞ୍ଚର ସୂଚନା ଅନୁସାରେ, ୟୁକେର ପ୍ରଯୋଜନା କମ୍ପାନୀ କେନରିନ୍କୁ ପଠାଯାଇଥିବା ଭିଡିଓ ବାବଦରେ ସେ କିଛି ଜାଣିନାହାଁନ୍ତି ବୋଲି କହିଛନ୍ତି ରାଜ କୁନ୍ଦ୍ରା। ତେବେ ତାଙ୍କ ଘରୁ ଜବତ ହୋଇଥିବା ସର୍ଭରକୁ ଫରେନସିକ୍ ଯାଂଚ୍ ପାଇଁ ପଠାଯାଇଛି। ଏଥିରୁ ସ୍ପଷ୍ଟ ହେବ ଯେ, ୟୁକେ କମ୍ପାନୀକୁ ପଠାଯାଇଥିବା ଭିଡିଓ ଏହି ସର୍ଭରରୁ ପଠାଯାଇଛି। ସେପଟେ ପଟରାଉଚରା ବେଳେ କିନ୍ତୁ ରାଜ ବାରମ୍ବାର କହିଆସୁଛନ୍ତି ଯେ, ସେ ପର୍ଣ୍ଣ ଫିଲ୍ମ ନିର୍ମାଣ କରୁନଥିଲେ ବରଂ ଅନ୍ୟ ଓଟିଟି ପ୍ଲାଟଫର୍ମରେ ଦେଖାଯାଉଥିବା ଯୌନ ଉଦ୍ଦୀପକ ଭିଡିଓ ତିଆରି କରୁଥିଲେ।
କ୍ରାଇମବ୍ରାଞ୍ଚର ସୂଚନା ଅନୁସାରେ, ଜବତ ହୋଇଥିବା ଅଶ୍ଳୀଳ ଭିଡିଓ ଗୁଡିକ ଅଲଗା ଅଲଗା ପ୍ରଯୋଜନା ସଂସ୍ଥା ଦ୍ୱାରା ନିର୍ମାଣ କରାଯାଇଛି। ହଟ୍ ସଟ୍ ଆପ୍ରେ ଅପଲୋଡ୍ କରାଯାଇଥିବା ୨୦ରୁ ୩୦ ମିନିଟ୍ ଅବଧିର ୯୦ଟି ଭିଡିଓକୁ ଜବତ କରି ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ।
କପିଲଙ୍କ ପ୍ରୋଗ୍ରାମଙ୍କୁ କିଛି ବର୍ଷ ପୂର୍ବେ ଶିଳ୍ପା ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସହ ଯାଇଥିଲେ। ସେଠାରେ ରାଜ୍ କୁନ୍ଦ୍ରାଙ୍କୁ କହିଥିଲେ, ଆପଣଙ୍କୁ ସବୁବେଳେ ଫିଲ୍ମ ଷ୍ଟାରଙ୍କ ସହ ଫୁଟବଲ ମ୍ୟାଚ ଖେଳୁଥିବାର ଦେଖାଯାଉଛି। ସେହିପରି କେତେବେଳେ ଫ୍ଲାଇଟରେ, କେତେବେଳେ ଫରେନ ଲୋକେସନରେ ବୁଲୁଛନ୍ତି ତ କେତେବେଳେ ସ୍ତ୍ରୀଙ୍କ ସହ ସପିଙ୍ଗର ମଜା ନେଉଛନ୍ତି । ଏହାସହ କପିଲ କହିଥିଲେ, ପାଜୀ ଆମକୁ କିଛି ଆଇଡିଆ ଦିଅନ୍ତୁ, କିଛି ନ କରିବି ଏତେ ରୋଜଗାର କିପରି କରିହେବ। ଆଉ ଏବେ ଏହି ଭିଡିଓ ଦେଖିବା ପରେ ଜବାବ ମିଳିଯାଇଛି ବୋଲି ୟୁଜର୍ସ କମେଣ୍ଟ କରିଛନ୍ତି।
[caption id="attachment_660230" align="alignnone" width="650"] Raj Kundra with family in kapil sharma show[/caption]
ରାଜଙ୍କ ଗିରଫଦାରୀ ପରେ ଏକ ପ୍ରେସ୍ ରିଲିଜରେ ମୁମ୍ବାଇ ପୁଲିସ୍ କମିଶନର ହେମନ୍ତ ନଗରାଲେ କହିଛନ୍ତି, ଅଶ୍ଳୀଳ ଫିଲ୍ମ କରିବା ଓ ଏହାକୁ ମୋବାଇଲ ଆପ୍ସରେ ଡାଉନଲୋଡ଼ କରିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ୨୦୨୧ ଫେବୃୟାରୀରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲରେ ଗତକାଲି ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଛି। କାରଣ ଯାଞ୍ଚ ବେଳେ ସେ ଏହି ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ଜଣାଯାଇଛି।
ପର୍ଣ୍ଣ ଭିଡିଓ ମାମଲାରେ ମୁମ୍ବାଇ ପୁଲିସ୍ ଗତ ଫେବୃୟାରୀରେ ଅଭିନେତ୍ରୀ ଗହନା ବଶିଷ୍ଟ ସମେତ ୬ ଜଣଙ୍କୁ ଗିରଫ କରିଥିଲା। ଉକ୍ତ ସମୟରେ ପଚରାଉଚରା ପରେ ବହୁ ସାଂଘାତିକ ତଥ୍ୟ ସାମନାକୁ ଆସିଥିଲା। ପର୍ଣ୍ଣ ଫିଲ୍ମର ସୁଟିଂ ମୁମ୍ବାଇରେ ହେଉଥିବା ବେଳେ ଆଇନ ହାତରୁ ଖସିଯିବାକୁ ଏହାକୁ ବିଦେଶରେ ଅପଲୋଡ କରାଯାଉଥିଲା। କାରଣ ବିଦେଶର ଆଇପି ଆଡ୍ରେସ ଓ ସର୍ଭରର ବ୍ୟବହାର କରି ଏପରି ଭିଡିଓ ଅପଲୋଡ କଲେ ବନ୍ଧା ହେବେନି ବୋଲି ଷଡଯନ୍ତ୍ରକାରୀ ଭାବି ନେଇଥିଲେ।
[caption id="attachment_660231" align="aligncenter" width="650"] Kapil with Raj & Shilpa[/caption]
ଅପରପକ୍ଷେ, ଏହି ମାମଲାରେ ତାଙ୍କର କୌଣସି ଭୂମିକା ନଥିବା କହି ରାଜ୍ କୁନ୍ଦ୍ରା ଅନ୍ତରୀଣ ଜାମିନ୍ ମଧ୍ୟ ଆବେଦନ କରିଥିଲେ ବୋଲି ଜଣାପଡ଼ିଛି। ୨୦୧୩ରେ କ୍ରିକେଟ୍ ବେଟିଂ ଓ ସ୍ପଟ୍ ଫିକ୍ସ ସ୍କାଣ୍ଡାଲ୍ରେ ଦିଲ୍ଲୀ ପୁଲିସ୍ ରାଜ୍ କୁନ୍ଦ୍ରାଙ୍କୁ ପଚରାଉଚରା କରିଥିଲା। ସୂଚନାଯୋଗ୍ୟ, ଶିଳ୍ପା ସେଟ୍ଟୀ ୨୦୦୯ରେ ରାଜ୍ କୁନ୍ଦ୍ରାଙ୍କୁ ବାହା ହୋଇଥିଲେ।
शिल्पा शेट्टी के पति राज कुंद्रा को क्राइम ब्रांच ने
अश्लील फिल्में बनाने के आरोप मे किया गिरफ्तार.
Finally everyone got the right answer of the question asked by kapil sharma on #TheKapilSharmaShow many years ago.#RajKundra #shilpashettykundra #RajKundraArrest pic.twitter.com/TcMFujKiyu— Dessie Aussie 🇮🇳🇭🇲 (@DessieAussie) July 19, 2021
ମୁମ୍ବାଇ ପୁଲିସ୍ କମିଶନରଙ୍କ ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ ଅଶ୍ଲୀଳ ଫିଲ୍ମ ତିଆରି କରି ସେଗୁଡ଼ିକୁ କିଛି ଆପ୍ରେ ଛଡ଼ାଯାଉଥିବା ନେଇ ଚଳିତ ବର୍ଷ ଫେବ୍ରୁଆରୀ ମାସରେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କ୍ରମେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା। ଆଉ ଏହି ମାମଲାରେ ଜଡ଼ିତ ଥିବା ଅଭିଯୋଗରେ ରାଜ୍ କୁନ୍ଦ୍ରାଙ୍କୁ ଗିରଫ କରାଯାଇଛି। ସେ ଏହି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ। ତାଙ୍କ ବିରୋଧରେ କ୍ରାଇମ୍ ବ୍ରାଞ୍ଚ ହାତରେ ବହୁତ ପ୍ରମାଣ ରହିଛି।
ଏହି ମାମଲାରେ ତାଙ୍କର କୌଣସି ଭୂମିକା ନଥିବା କହି ରାଜ୍ କୁନ୍ଦ୍ରା ଅନ୍ତରୀଣ ଜାମିନ୍ ମଧ୍ୟ ଆବେଦନ କରିଥିଲେ ବୋଲି ଜଣାପଡ଼ିଛି।
୨୦୧୩ରେ କ୍ରିକେଟ୍ ବେଟିଂ ଓ ସ୍ପଟ୍ ଫିକ୍ସ ସ୍କାଣ୍ଡାଲ୍ରେ ଦିଲ୍ଲୀ ପୁଲିସ୍ ରାଜ୍ କୁନ୍ଦ୍ରାଙ୍କୁ ପଚରାଉଚରା କରିଥିଲା। ସୂଚନାଯୋଗ୍ୟ, ଶିଳ୍ପା ସେଟ୍ଟୀ ୨୦୦୯ରେ ରାଜ୍ କୁନ୍ଦ୍ରାଙ୍କୁ ବାହା ହୋଇଥିଲେ।