ଏଥିରେ ରଜନୀକାନ୍ତ କେକ୍ କାଟୁଥିବା ବେଳେ ତାଙ୍କ ସହିତ ପତ୍ନୀ ଲତା, ଦୁଇ ଝିଅ ଐଶ୍ୱର୍ଯ୍ୟା ଓ ସୌନ୍ଦର୍ଯ୍ୟା ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଅଛନ୍ତି। ସେହିଭଳି ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇବା ପାଇଁ ଆଜି ତାଙ୍କ ଚେନ୍ନାଇ ସ୍ଥିତ ବାସଭବନ ସମ୍ମୁଖରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
ରଜନୀକାନ୍ତ ୧୯୭୫ରେ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଦ ଥାପିଥିଲେ। ତାଙ୍କ ପ୍ରଥମ ଫିଲ୍ମର ନାଁ ଥିଲା ‘ଅପୂର୍ବ ରାଙ୍ଗଗଲ’। ସେ ୧୬୯ଟି ଫିଲ୍ମରେ ଅଭିନୟ କରିଛନ୍ତି। ତା’ ମଧ୍ୟରୁ ଅଧିକାଂଶ ହେଉଛି ତାମିଲା। ସେ ହିନ୍ଦୀ, ତେଲୁଗୁ, କନ୍ନଡ, ମଲୟାଲମ ଓ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।
ଭାରତୀୟ ସିନେମା ପାଇଁ ରହିଥିବା ଯୋଗଦାନ ପାଇଁ ୨୦୦୦ ମସିହାରେ ରଜନୀକାନ୍ତଙ୍କୁ ପଦ୍ମଭୂଷଣ, ୨୦୧୬ରେ ପଦ୍ମ ବିଭୂଷଣ ଓ ୨୦୨୧ରେ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଥିଲା।
ଶେଷ ଥର ପାଇଁ ରଜନୀକାନ୍ତଙ୍କୁ ଚଳିତ ବର୍ଷ ରିଲିଜ୍ ହୋଇଥିବା ‘ଜେଲର’ ଫିଲ୍ମରେ ଦେଖିବାକୁ ମିଳିଥିଲା। ତାଙ୍କର ଆଉ ଦୁଇଟି ଫିଲ୍ମ ଆସୁଛି। ଏହି ଦୁଇଟି ଫିଲ୍ମ ଆସନ୍ତା ବର୍ଷ ରିଲିଜ୍ ହେବ। ସେଥିରୁ ଗୋଟିଏ ହେଉଛି ‘ଲାଲ୍ ସଲାମ’। ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ତାଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ। ଅନ୍ୟ ଫିଲ୍ମଟିର ନାମକରଣ ହୋଇନାହିଁ। ସେଥିରେ ତାଙ୍କ ସହିତ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିବ।
ପ୍ରଥମେ ୧୧୦ କୋଟି ଟଙ୍କା ସୁପର ଷ୍ଟାର ରଜନୀକାନ୍ତଙ୍କୁ ମିଳିଥିଲା। ଏବେ ଫିଲ୍ମ ଭଲ ରୋଜଗାର କରିବାରୁ ତାଙ୍କୁ ଲାଭ ଶେୟାର ବାବଦରେ ୧୦୦ କୋଟି ଟଙ୍କାର ଚେକ ମିଳିଛି। ତାଙ୍କୁ ସନ ଗ୍ରୁପ୍ର ଚେୟାରମ୍ୟାନ କଳାନିଥି ମାରନ ୧୦୦ କୋଟି ଟଙ୍କାର ଚେକ ପ୍ରଦାନ କରିଛନ୍ତି।
ସିନେମାରେ ରଜନୀକାନ୍ତ ଦମଦାର ଆକ୍ସନ୍ ଦେଖିବାକୁ ତାଙ୍କ ଫ୍ୟାନ୍ସ ମାନେ ଉତ୍ସାହର ସହ ସବୁବେଳେ ଚାହିଁ ରହିଥାନ୍ତି। ରଜନୀକାନ୍ତ ଫିଲ୍ମ ବକ୍ସ ଅଫିସରେ ସବୁବେଳେ ଧମାଲ ବି କରିଥାଏ।
ଗୋଟିଏ ରିପୋର୍ଟ ଅନୁଯାୟୀ, ରଜନୀକାନ୍ତ ଭାରତର ସର୍ବାଧିକ ପାରିଶ୍ରମିକ ନେଉଥିବା ଅଭିନେତା ହେବାର ରେକର୍ଡ କରିଛନ୍ତି। ଅଗଷ୍ଟ ୧୦ ତାରିଖରେ ରିଲିଜ ହୋଇଥିବା ’ଜେଲର’ ଫିଲ୍ମ ଭାରତ ସମେତ ବିଦେଶରେ ବି ଆଖି ଦୃଶିଆ ରୋଜଗାର କରୁଛି । ଏହି ଫିଲ୍ମ ରିଲିଜ ହେବାର ପ୍ରଥମ ଦିନରୁ ଦର୍ଶକଙ୍କ ଠାରୁ ମିଳିଛି ଜବରଦସ୍ତ ରେସପନ୍ସ । ଫିଲ୍ମ ଭାରତ ସମେତ ବିଦେଶରେ ୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇଛି।
Info coming in that, the envelope handed over by Kalanithi Maran to superstar #rajinikanth contains a single cheque amounting ₹1⃣0⃣0⃣ cr from City Union Bank, Mandaveli branch, Chennai.
— Manobala Vijayabalan (@ManobalaV) August 31, 2023
This is a #Jailer profit sharing cheque which is up & above the already paid… pic.twitter.com/I6TF6p4SvL
ନେଲସନ ଦିଲୀପ କୁମାରଙ୍କ ନିର୍ଦ୍ଦେଶିତ 'ଜେଲର' ଫିଲ୍ମରେ ରଜନୀକାନ୍ତଙ୍କ ବ୍ୟତୀତ ଜ୍ୟାକି ଶ୍ରଫ, ଶିବ ରାଜକୁମାର, ତମନ୍ନା ଭାଟିଆ, ରାମିଆ କୃଷ୍ଣନ, ବିନୟକାନ, ବସନ୍ତ ରବି, ଯୋଗୀ ବାବୁ ଏବଂ ମୋହନଲାଲ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ସଙ୍ଗୀତକୁ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି ଦର୍ଶକ।
୧୯୬୯ ମସିହାରେ ଆରମ୍ଭ ହୋଇଥିଲା ଏହି ପୁରସ୍କାର। ସିନେମାର ଗଡ ଫାଦର ବା ଭୀଷ୍ମ ପିତାମହ କୁହାଯାଉଥିବା ଦାଦାସାହେବ ଫାଲକେଙ୍କ ନାମରେ ଏହି ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରାଯାଏ। ଯିଏ ଏହି ପୁରସ୍କାର ପାଆନ୍ତି ତାଙ୍କୁ କେନ୍ଦ୍ର ସରକାର ଦଶ ଲକ୍ଷ ନଗଦ ଟଙ୍କା ଏବଂ ସୁନାର ପଦକ ଦିଅନ୍ତି। ଦାଦା ସାହେବ ଫାଲକେ ପ୍ରଥମେ ‘ରାଜା ହରିଚନ୍ଦ୍ର’ ଚଳଚ୍ଚିତ୍ର ତିଆରି କରିଥିଲେ।
https://twitter.com/PrakashJavdekar/status/1377485248024436736?s=20
ଏହାପୂର୍ବରୁ ୨୦୧୮ରେ ଦାଦାସାହେବ ଫାଲକେ ପୁରସ୍କାର ଅମିତାଭ ବଚ୍ଚନଙ୍କୁ ପ୍ରଦାନ କରାଯାଇଥିଲା। ୨୦୧୭ରେ ଅଭିନେତା ବିନୋଦ ଖାନ୍ନା ପାଇଥିଲେ। ଏହାପୂର୍ବରୁ ମନୋଜ କୁମାର, ଶଶି କପୁର, ଗୁଲଜାର, ପ୍ରାଣ, ଶ୍ୟାମ, ସୌମିତ୍ର ଚାଟାର୍ଜୀ, କେ ବାଲଚନ୍ଦର, ଡି ରାମନାୟୁଡୁ, ଭି କେ ମୂର୍ତ୍ତି, ଦେବ ଆନନ୍ଦ, ୟଶ ଚୋପ୍ରା, ଆଶା ଭୋଁସଲେ, ଦିଲୀପ କୁମାରଙ୍କ ସମେତ ଅନେକ ଭେଟେରାନ ଏହି ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି।
ତେବେ ଅନ୍ ସ୍କ୍ରିନରେ ପ୍ରଥମ ଥର ପାଇଁ କିସ୍ କରିଥିବା ଅଭିନେତ୍ରୀ ଦେବିକା ରାଣୀଙ୍କୁ ୧୯୬୯ରେ ଏହି ପୁରସ୍କାର ମିଳିଥିଲା। ୧୯୩୩ ମସିହାରେ ଦେବିକା ରାଣୀ କରିସ୍ମା ସିନେମାରେ ଡେବ୍ୟୁ କରିଥିଲେ।