ଗତ ଗୁରୁବାର ରାତିରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବିଜେପି ନିର୍ବାଚନ ସମିତି ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗ ଦେଇଥିଲେ । ଉଭୟଙ୍କ କାର୍ର ନମ୍ବର ପ୍ଲେଟରେ CAA ଲେଖାଥିବା ନେଇ ଦେଖାଯିବା ପରେ ଏପରି ଚର୍ଚ୍ଚା ଜୋର ଧରିଛି। ତେଣୁ ସରକାର ନିର୍ବାଚନ ପୂର୍ବରୁ ଏହି ନିୟମ ଲାଗୁ କରିବାକୁ ପ୍ରସ୍ତୁତି ଚଳାଇଥିବା ଅନୁମାନ କରାଯାଉଛି।
ଗୁରୁବାର ଅମିତ ଶାହ ବୈଠକରେ ଯୋଗ ଦେଇଥିବା ବେଳେ ତାଙ୍କ ନମ୍ବର ପ୍ଲେଟରେ 'DL1 CAA 4421' ଲେଖାଥିଲା। ଏହାବାଦ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ କାର୍ର ରେଜିଷ୍ଟ୍ରେଶନରେ ବି CAA ଲେଖାଯାଇଛି।
ତେଣୁ ସରକାର ପ୍ରାଥମିକତା ସ୍ୱରୂପ CAA ଲାଗୁ କରିବାକୁ ପଦକ୍ଷେପ ନେଉଥିବା ଚର୍ଚ୍ଚା ହେଉଛି। ମୋଦି ସରକାର ଦେଇଥିବା ପ୍ରତିଶ୍ରୁତି ମୁତାବକ ନିର୍ବାଚନ ପୂର୍ବରୁ CAA ଲାଗୁ କରାଯାଇପାରେ ବୋଲି ଏହାଦ୍ୱାରା ଅନୁମାନ କରାଯାଉଛି। ଶାହଙ୍କ କାର୍ ନମ୍ବର ପ୍ଲେଟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଖୁବ୍ ଶୀଘ୍ର ଦେଶରେ CAA ଲାଗୁ ହୋଇ ପାରେ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ମୁସଲିମ୍ ଧର୍ମଗୁରୁ ଓ ସଙ୍ଗଠନ ତରଫରୁ ଆଲର୍ଟ ରହିବାକୁ ନିଜ ସମ୍ପ୍ରଦାୟ ଲୋକଙ୍କୁ କୁହାଯାଇଛି। CAA ଭେଦଭାବ ସୃଷ୍ଟି କରୁଥିବା ଆଇନ ବୋଲି ପୂର୍ବରୁ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ କହି ସାରିଛି। ମାତ୍ର ଏହି ନିୟମକୁ ଅଲ ଇଣ୍ଡିଆ ମୁସଲିମ ଜମାନ ନାମକ ସଙ୍ଗଠନ ସମର୍ଥନ କରିଛି। ମୁସଲିମ୍ ଧର୍ମବାଲମ୍ବୀ ଏଥିପାଇଁ ଅଧିକ ବ୍ୟସ୍ତବିବ୍ରତ ହେବା ଉଚିତ ନୁହେଁ ବୋଲି ସଙ୍ଗଠନର ଅଧ୍ୟକ୍ଷ ଉପଦେଶ ଦେଇଛନ୍ତି।
କିଛି ଦିନ ପୂର୍ବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ, ଏହି ଆଇନ ୨୦୧୯ରୁ ବଳବତ୍ତର ରହିଛି। ଏ ସମ୍ପର୍କରେ କେବଳ ନିୟମ ଜାରି କରାଯିବ। ଲୋକସଭା ନିର୍ବାଚନ ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରାଯାଇ ପାରେ ବୋଲି ବି ସେ ଦୋହରାଇଥଇଲେ।
ଏଥିସହ ସେ କହିଥିଲେ, ଆମ ମୁସଲିମ ଭାଇମାନଙ୍କୁ ସିଏଏ ବିରୋଧରେ ବିଭ୍ରାନ୍ତକର ତଥ୍ୟ ଦିଆଯାଉଛି। ସେମାନଙ୍କୁ ଉସକା ଯାଉଛି। ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶ ଭଳି ଦେଶରୁ ନିର୍ଯାତନା ସହି ନ ପାରି ଭାରତ ଆସୁଥିବା ଲୋକଙ୍କୁ ନାଗରିକତା ଦେବା ପାଇଁ ସିଏଏ ଆସିଛି। ଏହା କାହା ଠାରୁ ଭାରତର ନାଗରିକତା ଛଡ଼ା ନେବ ନାହିଁ।”
ରାଜନାଥଙ୍କର ଆଜି ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦାରେ କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୧୧ଟାରେ ନବରଙ୍ଗପୁରରେ କୋର୍ କମିଟି ବୈଠକରେ ସାମିଲ୍ ହେବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ। ଏହାପରେ ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ବ୍ରହ୍ମପୁର ଆମ୍ବପୁଆସ୍ଥିତ ବିବେକ ବିହାରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ଏହାପରେ ଯିବେ ବାରିପଦା।
ବାରିପଦାରେ ଅପରାହ୍ନ ୪ଟାରେ ସାଧାରଣ ସଭାରେ ଉଦବୋଧନ ଦେବେ । ବାରିପଦାରେ ବିଜୟ ସଂକଳ୍ପ ସମାବେଶ ରହିଛି। କେନ୍ଦ୍ର ସରକାରଙ୍କ ଜନ ହିତକର କାର୍ଯ୍ୟ ଓ ସଫଳତାର ବାର୍ତ୍ତା କିପରି ସାଧାରଣ ଲୋକଙ୍କ ପାଖେ ପହଞ୍ଚିବ ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ସେ ମନ୍ତ୍ର ଦେବେ ରାଜନାଥ ସିଂହ।
ରାଜନାଥ ସିଂହ ଆସନ୍ତାକାଲି ଦିନି ୧୧ଟା ୪୦ରେ ଛତିଶଗଡ଼ର ବସ୍ତରରୁ ଆସି ନବରଙ୍ଗପୁରରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ସେଠାରେ ସେନାର ପୂର୍ବତନ ଅଧିକାରୀ ଓ ଯବାନଙ୍କୁ ଭେଟି ଆଲୋଚନା କରିବେ। ପରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ। ସେଠାରୁ ସେ ବ୍ରହ୍ମପୁରରେ ଆସି ବିଜେପି କର୍ମୀ ସମ୍ମିଳନୀରେ ସାମିଲ ହେବେ। ଏହା ପରେ ଅପରାହ୍ନ ୪ଟା ୫୦ ମିନିଟରେ ବାରିପଦାରେ ପହଞ୍ଚି ସାଧାରଣ ସଭାରେ ଯୋଗ ଦେବେ।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ସମସ୍ତ ପଦାଧିକାରୀ ଓ ଜିଲ୍ଲା ସଭାପତିଙ୍କ ସହ ୨ ଘଣ୍ଟାରୁ ଅଧିକ ସମୟ ଧରି ମାନସମନ୍ଥନ କରିଥିଲେ ବିଜେପି ରାଷ୍ଟ୍ରୀୟ ପ୍ରଭାରୀ ଓ ସହ ପ୍ରଭାରୀ ବିଜୟ ପାଲସିଂ ତୋମାର। ଯାହାର ପ୍ରମୁଖ ବିନ୍ଦୁ ସବୁ ଥିଲା, ଓଡ଼ିଶାରେ କ୍ଲଷ୍ଟର ଷ୍ଟ୍ରାଟେଜି ଆପଣାଇବ ଦଳ। ଓଡ଼ିଶାକୁ ୫ରୁ ୬ଟି କ୍ଲଷ୍ଟରରେ ଭାଗ କରାଯିବ। ଆଉ ଏସବୁ କ୍ଲଷ୍ଟର ଦାୟିତ୍ୱରେ ରହିବେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ୩
କେନ୍ଦ୍ରୀୟ ନେତା ସେସବୁ କ୍ଲଷ୍ଟରରେ ନିର୍ବାଚନୀ କାର୍ଯ୍ୟକ୍ରମ ସହ ଷ୍ଟ୍ରାଟେଜିର ସମୀକ୍ଷା କରିବେ। ଏହାସହ ରାଜ୍ୟ ନେତାମାନେ ମଧ୍ୟ ଏହି
କ୍ଲଷ୍ଟର ଦାୟିତ୍ୱରେ ରହିବେ। ତେଣୁ ଯଥାଶୀଘ୍ର ସବୁଠି ବୁଥ୍ କମିଟି ଗଠନ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କର୍ମୀଙ୍କ ମନରୁ ବିଜେପି-ବିଜେଡି ସଂପର୍କ ଦ୍ୱନ୍ଦ୍ୱକୁ ଦୂର କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ବଂଶଲ। କୌଣସି ମେଣ୍ଟ ହେବ ନାହିଁ
ବୋଲି କେନ୍ଦ୍ର ନେତୃତ୍ୱ ସଫା ସଫା ଶୁଣାଇ ସାରିଥିବାରୁ ଏ ସ୍ପଷ୍ଟ ବାର୍ତ୍ତା ପ୍ରତିଟି କାର୍ଯ୍ୟକର୍ତ୍ତାଙ୍କ ପାଖରେ ପହଞ୍ଚାଇବାକୁ କୁହାଯାଇଛି ବୋଲି ବିଜେପି ରାଜ୍ୟ ସଭାପତି କହିଛନ୍ତି।
ଅନ୍ୟପଟେ ରାଜ୍ୟରେ ଦ୍ୱିମୁଖୀ ଲଢ଼େଇ ସ୍ଥିତି ଥିବାରୁ ପ୍ରତିବୁଥରୁ ୫୦ ପ୍ରତିଶତରୁ ଅଧିକ ଭୋଟ ହାସଲ ପାଇଁ ପଦାଧିକାରୀ ବୈଠକରେ ବୁଥ୍ ମ୍ୟାନେଜମେଣ୍ଟକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ବଂଶଲ। ସେହିପରି ବୁଥ୍ କମିଟି ଗଠନ ପରେ ମଣ୍ଡଳ ସ୍ତରରେ ବୁଥ୍ ସମ୍ମିଳନୀ କରି ସ୍ଥାନୀୟ ପ୍ରସଙ୍ଗକୁ ନେଇ ଷ୍ଟ୍ରାଟେଜି ପ୍ରସ୍ତୁତ କରିବାକୁ କୁହାଯାଇଛି। ଏଥିସହ ତୃଣମୂଳ ସ୍ତରରୁ ରାଜ୍ୟସ୍ତର ଯାଏଁ ନେତା ଓ କର୍ମୀ ସୋଶାଲ ମିଡିଆରେ
ସକ୍ରିୟ ରହି କେନ୍ଦ୍ର ସରକାରଙ୍କ ଯୋଜନା ଓ ରାଜ୍ୟର ବିଫଳତାର ପ୍ରଚାର ପ୍ରସାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜୟନାରାୟଣ ମିଶ୍ର କହିଛନ୍ତି।
ଆଜି ସ୍ୱଦେଶ ନିର୍ମିତ ଆଇଏନ୍ଏସ୍ ଇମ୍ଫାଲ ଭାରତୀୟ ନୈସେନାରେ ସାମିଲ ହୋଇଛି। ଏହି ସମାରୋହରେ ଯୋଗ ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିକଟରେ ଲାଲା ସାଗରରେ ଜାହାଜ ଉପରେ ହୋଇଥିବା ଡ୍ରୋନ୍ ଆକ୍ରମଣକୁ ନେଇ ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି, ଆଜିକାଲି ସମୁଦ୍ରରେ ଗତିବିଧି ବଢ଼ିବାରେ ଲାଗିଛି। ଭାରତର ବଢ଼ୁଥିବା ଆର୍ଥକ ଓ ସମରିକ ଶକ୍ତିକୁ ନେଇ କିଛି ଲୋକେ ଇର୍ଷା କରୁଛନ୍ତି। ଆରବ ସାଗରେ ନିକଟରେ ଏମ୍ଭି କେମ ପ୍ଲୁଟୋ ଉପରେ ଡ୍ରୋନ ଆକ୍ରମଣ ଓ ଲାଲ ସାଗରରେ ଏମ୍ଭି ସାଇବାବା ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଭାରତ ବେଶ୍ ଗୁରୁତର ସହ ନେଇଛି। ଏହା ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି।
ଭାରତୀୟ ନୈସେନା ପକ୍ଷରୁ ସମୁଦ୍ରରେ ସର୍ଭେଲାନ୍ସ ବଢ଼ାଇ ଦିଆଯାଇଛି। ଯେଉଁମାନେ ଏହି ଆକ୍ରମଣ ପଛରେ ଅଛନ୍ତି ସେମାନଙ୍କୁ ଆଉ କ୍ଷମା ମିଳିବ ନାହିଁ। ସମୁଦ୍ରର ଗର୍ଭରେ ଲୁଚି ରହିଥିଲେ ମଧ୍ୟ ସେମାନଙ୍କୁ ଖୋଜି ବାହାର କରାଯିବ। ଅକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଶନିବାର ଆରବ ସାଗରରେ ଏମ୍ଭି କେମ ପ୍ଲୁଟୋ ନାମକ ଜାହାଜ ଉପରେ ଡ୍ରୋନ ଆକ୍ରମଣ ହୋଇଥିଲା। ଏହି ଜାହାଜଟି ସାଉଦି ଆରବରୁ ଭାରତର ମାଙ୍ଗାଲୋରକୁ ଆସୁଥିଲା। ଏତିକି ବେଳେ ଗୁଜରାଟର ବୋରବାଲ ଠାରୁ ୨୦୦ କିଲୋମିଟର ଦୂର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ଏହା ଉପରେ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣ ପଛରେ ହୁତି ବିଦ୍ରୋହୀଙ୍କ ହାତ ଥିବା କୁହାଯାଇଥିଲା।
ରିପୋର୍ଟ ମୁତାବକ, ଏହି ବ୍ୟବସାୟିକ ଜାହାରେ କ୍ୟାପଟେନ୍ ସମେତ ୨୧ ଜଣ ଭାରତୀୟ ଓ ଜଣେ ନେପାଳର ନାଗରିକ ଥିଲେ। ଡ୍ରୋନ ଆକ୍ରମଣ ପରେ ଜାହାଜରେ ନିଆଁ ଲାଗିଯାଇଥିଲା। ତେବେ କୌଣସି ବଡ଼ ଅଘଟଣା ହେବା ପୂର୍ବରୁ ନିଆଁକୁ ଆୟତ୍ତ କରାଯାଇଥିଲା।
ଅଷ୍ଟିନ ଏବଂ ବ୍ଲିଙ୍କେନ୍ ଆଜିର ବୈଠକରେ ପ୍ରତିନିଧିତ୍ୱ କରିବେ। ଏଥିସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭାରତ ପକ୍ଷରୁ ବୈଠକରେ ଅଂଶଗ୍ରହଣ କରିବେ। ଗୁରୁବାର ଅଷ୍ଟିନ ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଛି। ଆଜି ଅପରାହ୍ନ ଗୋଟାଏରେ 'ସୁଷମା ସ୍ୱରାଜ ଭବନ'ରେ ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବା ପରେ ରାଜନାଥ ସିଂ ଏବଂ ଲୋୟଡ ଅଷ୍ଟିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅପରାହ୍ନ 2ଟାରୁ ଆରମ୍ଭ ହେବ।
A warm welcome to US Secretary of State @SecBlinken as he arrives in New Delhi to co-chair the 5th 🇮🇳-🇺🇸 2+2 Ministerial Dialogue.
— Arindam Bagchi (@MEAIndia) November 9, 2023
The visit will give further boost to 🇮🇳-🇺🇸 Comprehensive Global Strategic Partnership! pic.twitter.com/8zY3qCIeF6
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, 'ଟୁ ପ୍ଲସ୍ ଟୁ' ବୈଠକରେ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ବୃଦ୍ଧି, ଟେକ୍ନୋଲୋଜି କ୍ଷେତ୍ରରେ ସହଯୋଗ ଏବଂ ଦୁଇ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ଉପରେ ଆଲୋଚନା ହେବ। ଚଳିତ ବର୍ଷ ଜୁନ୍ ଏବଂ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଏକ ବୈଠକ ବସିଥିଲା। ଏହି ସମୟରେ ଉଭୟ ନେତା ଭାରତ-ଆମେରିକା ସହଭାଗୀତାର ଭବିଷ୍ୟତର ରୋଡମ୍ୟାପ କିପରି ପ୍ରସ୍ତୁତ କରିବେ ସେ ବିଷୟରେ ଆଲୋଚନା କରିଥିଲେ। ଏହାକୁ ଆଗକୁ ନେବା କ୍ଷେତ୍ରରେ ‘ଟୁ ପ୍ଲସ୍ ଟୁ’ ବୈଠକରେ ଆଲୋଚନା ହେବ।
ଏଥି ସହିତ ବିଶ୍ୱସ୍ତରୀୟ ପ୍ରସଙ୍ଗ ମଧ୍ୟ ଆଲୋଚନାର କେନ୍ଦ୍ରରେ ହେବାକୁ ଯାଉଛି। ୟୁରୋପରେ ଚାଲିଥିବା ୟୁକ୍ରେନ ଯୁଦ୍ଧ ଏବଂ ମଧ୍ୟ ପୂର୍ବରେ ଚାଲିଥିବା ଇସ୍ରାଏଲ-ହମାସ ଯୁଦ୍ଧ ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହେବ। ଏହି ପ୍ରସଙ୍ଗଗୁଡ଼ିକ ଉପରେ ଏକ ଏଜେଣ୍ଡା ପ୍ରସ୍ତୁତ କରିବାକୁ ମଧ୍ୟ ଆଲୋଚନା ଚାଲିଛି। ଏହା ବ୍ୟତୀତ ଭାରତ-ଆମେରିକା ସମ୍ପର୍କକୁ କିପରି ମଜବୁତ କରାଯିବ ସେ ବିଷୟରେ ମଧ୍ୟ ଆଲୋଚନା କରାଯିବ।
ନୂଆଦିଲ୍ଲୀରେ ଅନୁଷ୍ଠିତ ପଞ୍ଚମ 'ଟୁ ପ୍ଲସ୍ ଟୁ' ବୈଠକ ପରେ ଦୁଇ ଦେଶର ବୈଦେଶିକ ଏବଂ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଆମେରିକୀୟ ପ୍ରତିପକ୍ଷ ଆଣ୍ଟୋନି ବ୍ଲିଙ୍କେନ୍ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଆମେରିକାର ପ୍ରତିପକ୍ଷ ଲୋୟଡ ଅଷ୍ଟିନଙ୍କ ସହ ଆଲୋଚନା କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜନାଥ ଏବଂ ଲୋୟଡ ଅଷ୍ଟିନ ପ୍ରତିରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ଉପରେ କଥାବାର୍ତ୍ତା କରିପାରନ୍ତି। ସେହିପରି ଦୁଇ ଦେଶର ବୈଦେଶିକ ମନ୍ତ୍ରୀମାନଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ପ୍ରସଙ୍ଗ ମୂଳ ମୁଦ୍ଦା ରହିପାରେ।
ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ଭିଆର ଚୌଧୁରୀଙ୍କ ଠାରୁ ଆରମ୍ଭ କରି ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ହିଣ୍ଡନ ଠାରେ ଥିବା ବାୟୁସେନା ଏୟାର ବେସ୍ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ମିଳିଥିବା ସୂଚନା ଅନୁସାରେ, ସି-୨୯୫ ବିମାନ ପର୍ଯ୍ୟାୟକ୍ରମେ ବୟୁସେନାର ପୁରୁଣା ଅଭରୋ-୭୪୮ର ସ୍ଥାନ ନେବେ। ୨୦୨୩-୩୧ ମଧ୍ୟରେ ସି-୨୯୫ ବିମାନ ବୟୁସେନାର ଟାଟିକାଲ ଏୟାରଲିଫ୍ଟ କ୍ଷମତାକୁ ଚାଇନା ସମେତ ବିଭିନ୍ନ ସୀମାନ୍ତ ଅଞ୍ଚଳରେ ଅଧିକ ସଶକ୍ତ କରିବ।
ସି-୨୯୫ ବିମାନକୁ ସ୍ୱଦେଶ ଜ୍ଞାନକୌଶଳରେ ପ୍ରସ୍ତୁତ କରାଯାଇଛି। ତତକ୍ଷାଣତ ଆକ୍ସନ ଓ ଟ୍ରୁପ୍ସର ପାରା ଡ୍ରପିଂ ପାଇଁ ସ୍ୱତନ୍ତ୍ର ଦ୍ୱାରର ବ୍ୟବସ୍ଥା ରହିଛି। ସ୍ୱତନ୍ତ୍ର ମିଶନ ସହ ବିପର୍ଯ୍ୟୟ ପ୍ରଶମନ ଓ ସାମୁଦ୍ରିକ ପ୍ୟାଟ୍ରୋଲିଂ ଡ୍ୟୁଟିରେ ମଧ୍ୟ ଏହି ବିମାନ ସାମିଲ ହୋଇପାରିବ।
ସି-୨୯୫ ବିମାନ ପାଇଁ ୨୦୨୧ରେ ୨୨ ହଜାର କୋଟି ଟଙ୍କାରେ ଡିଲ୍ ହୋଇଥିଲା। ୨୦୨୧ରେ ଭିଆର ଚୌଧୁରୀ ଡେପୁଟି ଚିଫ ଅଫ ଏୟାର ଷ୍ଟାଫ ଥିଲେ। ସେ ନିଜେ ହିଁ ଚୁକ୍ତି ପାଇଁ ସବୁ ପ୍ରକାରର କଥାବାର୍ତ୍ତା କରିଥିଲେ। ଏବେ ଭାରତୀୟ ବାୟୁସେନାକୁ ସି-୨୯୫ ବିମାନ ମିଳିଛି।
ସି-୨୯୫ ବିମାନ ସମ୍ପର୍କରେ କିଛି ତଥ୍ୟ
୧- ଏହି ବିମାନ ୫ରୁ ୧୦ ଟନ୍ ଓଜନର ଜିନିଷକୁ ପରିବହନ କରିପାରିବ।
୨- ବିମାନରେ ୭୧ ଟ୍ରୁପ୍ସ କିମ୍ବା ୪୯ ପାରା ଟ୍ରୁପର୍ସ ଏକା ସାଙ୍ଗରେ ଯାଇ ପାରିବେ। ଏହାର ସ୍ପିଡ ୨୬୦ ନଟ୍ସ ରହିବ।
୩- ସ୍ୱତନ୍ତ୍ର ମିଶନ ପାଇଁ ସି-୨୯୫ ବିମାନକୁ ପ୍ରସ୍ତୁତ କରାଯାଇଛି। ଏହା ସବଠାରୁ କମ ୧୧୦ ନଟ୍ସ ବେଗରେ ଯାଇ ପାରିବ।
୪- ବିପର୍ଯ୍ୟୟ ପ୍ରଶମନ ଓ ସାମୁଦ୍ରିକ ପ୍ୟାଟ୍ରୋଲିଂ ଡ୍ୟୁଟିରେ ମଧ୍ୟ ଏହି ବିମାନ ସାମିଲ ହୋଇପାରିବ।
୫- ତତକ୍ଷାଣତ ଆକ୍ସନ ଓ ଟ୍ରୁପ୍ସର ପାରା ଡ୍ରପିଂ ପାଇଁ ସ୍ୱତନ୍ତ୍ର ଦ୍ୱାରର ବ୍ୟବସ୍ଥା ରହିଛି।
୬- ସମସ୍ତ ୫୬ଟି ବିମାନରେ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଇଲେକ୍ଟ୍ରୋନିକ ୱାରଫେୟାର ସୁଟ ଲାଗିବ। ଏହାକୁ ଭାରତ ଇଲେକ୍ଟ୍ରୋନିକ୍ସ ଲିଃ ଓ ଭାରତ ଡାଇନାମିକ୍ସ ଲିଃ ତିଆରି କରିଛନ୍ତି।
୭- ମେଡିକାଲ ଉଦ୍ଧାର ମିଶନ ବେଳେ ସି-୨୯୫ ବିମାନରେ ୨୪ଟି ଷ୍ଟ୍ରେଚର ଓ ୭ ଜଣ ମେଡିକାଲ ଆଟେଣ୍ଡାଣ୍ଟ୍ସ ରହିପାରିବେ।
ପୂର୍ବ ଲଦାଖରେ ଦେଖାଯାଇଥିବା ସୀମା ବିବାଦ ଯୋଗୁ ଦୁଇ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କ ପ୍ରଭାବିତ ହୋଇଛି। ତେଣୁ ଆଲୋଚନା ବେଳେ ଦୁଇ ଦେଶର ନେତା ଏବିଷୟରେ ବିସ୍ତୃତ ଭାବେ ଆଲୋଚନା କରିବେ। ଏହାବାଦ ରାଜନାଥ ସିଂହ ଏସ୍ସିଓ ବୈଠକରେ ଯୋଗ ଦେବାକୁ ଥିବା ଅନ୍ୟ କିଛି ଦେଶର ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ସହ ମଧ୍ୟ ୱାନ ଟୁ ୱାନ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ପ୍ରତିରକ୍ଷା ମନ୍ତ୍ରୀ ଏସସିଓ ରାଷ୍ଟ୍ରର ସଦସ୍ୟଙ୍କ ସହ ଆଞ୍ଚଳିକ ଶାନ୍ତି, ସୁରକ୍ଷା, ଆତଙ୍କବାଦ ବିରୋଧୀ ପଦକ୍ଷେପ ଓ ପ୍ରଭାବୀ ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଆଲୋଚନା କରିବେ।”
ଭାରତ ବ୍ୟତୀତ ଏସ୍ସିଓରେ କାଜାଖସ୍ତାନ, ଚାଇନା, କିର୍ଗିସ୍ତାନ, ପାକିସ୍ତାନ, ରୁଷ, ତାଜିକିସ୍ତାନ ଓ ଉଜବେକିସ୍ତାନ ରହିଛନ୍ତି। ଏହାବାଦ ୨୮ ତାରିଖରେ ହେବାକୁ ଥିବା ଏସ୍ସିଓର ପ୍ରତିରକ୍ଷା ମନ୍ତ୍ରୀ ସ୍ତରୀୟ ବୈଠକରେ ଦୁଇ ସଦସ୍ୟ ରାଷ୍ଟ୍ର ବେଲରୁଷ ଓ ଇରାନ ମଧ୍ୟ ଯୋଗଦେବେ।
ତାଙ୍କ ଅଫିସ୍ ପକ୍ଷରୁ କୁହାଯାଇଛି ଯେ ସେ ଆଜି ନୂଆଦିଲ୍ଲୀରେ ଆୟୋଜିତ ଭାରତୀୟ ବାୟୁ ସେନାର କମାଣ୍ଡର ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ କରୋନା ପଜିଟିଭ ଥିବାରୁ ସେ ନିଜକୁ ଏଥିରୁ ଦୂରେଇ ରଖିଛନ୍ତି।
ଏହା ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।
ସୂଚନାଯୋଗ୍ୟ, ଦେଶରେ ଗତ ୨୪ ଘଣ୍ଟାରେ ୧୨,୫୯୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୮ ମାସରେ ଏହା ସର୍ବାଧିକ। ଏହା ସହିତ ଦେଶରେ ଏବେ ଚିକିତ୍ସାଧୀନ ଥିବା କରୋନା ରୋଗୀଙ୍କ ସଂଖ୍ୟା ୬୫, ୨୫୬କୁ ବୃଦ୍ଧି ପାଇଛି।
ଆଜି ସଂସଦରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟୟ ଆରମ୍ଭ ହୋଇଛି। ତେବେ ଅଧିବେଶନ ଆରମ୍ଭ ହେବା କ୍ଷଣି ଲଣ୍ଡନରେ ଭାରତକୁ ଅପମାନିତ କରିଥିବା ସାଂସଦ ରାହୁଲ୍ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଲୋକସଭାରେ ବିଜେପି ସାଂସଦମାନେ ଦାବି କରି ହଟ୍ଟଗୋଳ କରିିଥିଲେ।
ରାହୁଲଙ୍କ ବୟାନକୁ ନେଇ ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଏ ଗୃହର ସଦସ୍ୟ ଥିବା ରାହୁଲ ଗାନ୍ଧୀ ଲଣ୍ଡନ୍ରେ ଭାରତକୁ ଅପମାନିତ କରିଛନ୍ତି। ଗୃହର ସମସ୍ତ ସଦସ୍ୟ ତାଙ୍କ ମନ୍ତବ୍ୟ ସବୁକୁ ନିନ୍ଦା କରିବା ଉଚିତ। ତାଙ୍କୁ ମଧ୍ୟ ଗୃହରେ କ୍ଷମା ପ୍ରାର୍ଥନା କରିବାକୁ କୁହାଯିବା ଉଚିତ ବୋଲି ସେ ଦାବି କରିଛନ୍ତି।
ସେହିପରି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ମଧ୍ୟ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ବିରୋଧ କରିଛନ୍ତି। ସେ କହିଛନ୍ତି, ‘ଯେତେବେଳେ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କୁ ଦେଶ ବାହାରେ ଅପମାନ କରନ୍ତି, ସେତେବେଳେ ସେ ଦେଶକୁ ଅପମାନିତ କରନ୍ତି। ଯେଉଁମାନେ ଲୋକସଭାରେ ଘଣ୍ଟା ଘଣ୍ଟା ଧରି ବିବୃତ୍ତି ଦିଅନ୍ତି ଏବଂ ବିଦେଶ ଯାଇ କୁହନ୍ତି ଯେ ଲୋକଙ୍କୁ କହିବାକୁ ଅନୁମତି ଦିଆଯାଉ ନାହିଁ, ଲୋକସଭା ବାଚସ୍ପତି ଏହା ଉପରେ ପଦକ୍ଷେପ ନେବା ଉଚିତ୍।’
ଭାରତୀୟ ଗଣତନ୍ତ୍ରର ବ୍ୟବସ୍ଥା ସବୁ ଖୁବ୍ ବିପଦଗ୍ରସ୍ତ ବୋଲି ମନ୍ତବ୍ୟ ଦେଇଥିବା ରାହୁଲ୍ ଗାନ୍ଧୀଙ୍କ କ୍ଷମାପ୍ରାର୍ଥନା ଦାବି କରି ବିଜେପି ସାଂସଦମାନେ ଲୋକସଭାରେ ହଟ୍ଟଗୋଳ କରିବା ଯୋଗୁଁ ବାଚସ୍ପତି ଲୋକସଭାକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ସେହିପରି, ବିରୋଧୀ ଦଳମାନେ ଆଦାନି ଷ୍ଟକ୍ ମାମଲା କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରି ହଙ୍ଗାମା କରିବାରୁ ରାଜ୍ୟସଭାକୁ ମଧ୍ୟ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।
ଆଗାମୀ ଦିନରେ ଆସୁଥିବା ଚ୍ୟାଲେଞ୍ଜର ମୁକାବିଲା ପାଇଁ ଆମେରିକା ଓ ଭାରତ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା।ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଅଭିନନ୍ଦନ ଜଣାଇବା ସହ ଆତଙ୍କବାଦ ଉପରେ କଟକଣା ଜାରି କରିବାକୁ ଆହ୍ୱାନ ଦେଇଛନ୍ତି।
ସେହିପରି ଏହି ଦ୍ୱିପାକ୍ଷିକ ଆଲୋଚନା ବେଳେ ଚୀନ ପ୍ରସଙ୍ଗ ମଧ୍ୟ ଉଠିଛି। ଭାରତର ଉତ୍ତର ସୀମାରେ ଚୀନ ପକ୍ଷରୁ କରାଯାଉଥିବା ଦୁଃସାହସର ସାମ୍ନାରେ ଭାରତ ସାର୍ବଭୌମତ୍ୟ ରକ୍ଷା କରିବାରେ ଆମେରିକା ସହାୟତା କରିବ ବୋଲି କହିଛି। ବେଜିଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସୁରକ୍ଷାକୁ ନଷ୍ଟ କରୁଛି। ତୁମେ ତୁମର ସାର୍ବଭୌମତ୍ୟ ସ୍ୱାର୍ଥ ରକ୍ଷା କଲାବେଳେ ଆମେ ତୁମ ପାଖରେ ଛିଡା ହେବୁ ବୋଲି ଆମେରିକାର ପ୍ରତିରକ୍ଷା ସଚିବ ଲୟେଡ ଅଷ୍ଟିନ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ କହିଛନ୍ତି।
ଭାରତ-ଆମେରିକା ୨+୨ ଆଲୋଚନା ସମୟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ଜେ ବ୍ଲିଙ୍କେନ୍ ରୁଷରୁ ଭାରତ ତୈଳ କିଣିବା ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ଭାରତ ଏତେ ମାତ୍ରାରେ ରୁଷରୁ ତୈଳ କିଣିବା ଉଚିତ୍ ନୁହେଁ ବୋଲି କହିଥିଲେ ଆଣ୍ଟୋନି ଜେ ବ୍ଲିଙ୍କେନ୍। ପ୍ରତି ଦେଶର ଭିନ୍ନ ଭିନ୍ନ ଆବଶ୍ୟକତା ରହିଛି। ନିଜ ଦେଶ ପାଇଁ ଜରୁରୀ ଜିନିଷ ଆମଦାନୀ କରିବାରେ କୌଣସି ଭୁଲ ନାହିଁ। ହେଲେ ରୁଷରୁ ଏତେ ମାତ୍ରାରେ ତୈଳ ନକିଣିବାକୁ ଆମେ ଆମର ସମସ୍ତ ସହଯୋଗୀ ଦେଶକୁ ଅନୁରୋଧ କରୁଛୁ। ଭାରତ ମଧ୍ୟ ଏଥିରେ ସାମିଲ ଅଛି ବୋଲି ସେ କହିଥିଲେ।
ଏହାର ଜବାବରେ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଥିଲେ ଯେ, ଭାରତ ବଦଳରେ ଆପଣଙ୍କର ଧ୍ୟାନ ୟୁରୋପ ଉପରକୁ ଯିବା ଦରକାର। କାରଣ ୟୁରୋପ ଗୋଟିଏ ଦିନରେ ଯେତିକି ତୈଳ କିଣୁଛି, ଆମେ ଗୋଟେ ମାସରେ ମଧ୍ୟ ସେତିକି କିଣୁ ନାହୁଁ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସୋମବାର ଦିନ ଭାରତ-ଅମେରିକା ୨+୨ ମନ୍ତ୍ରିସ୍ତରୀୟ ଆଲୋଚନାରେ ଭାଗ ନେବା ପାଇଁ ଆମେରିକା ପହଞ୍ଚିଥିଲେ। ଏଥିରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଏବଂ ପ୍ରତିରକ୍ଷା ସଚିବ ଲୟେଡ୍ ଅଷ୍ଟିନ ମଧ୍ୟ ଉପସ୍ଥିତ ଥିଲେ।
‘ଆତଙ୍କର ବାଟ ବାଛିଲେ ମିଳିବ ମୁହଁତୋଡ଼ ଜବାବ’। ‘ଭାରତରେ ମାରିବୁ, ଦରକାର ପଡ଼ିଲେ ଘରେ ପଶି ମାରିବୁ’। ଦେଶର ସୁରକ୍ଷା ସହ ସାଲିସ୍ କରାଯିବ ନାହିଁ। ଆତଙ୍କବାଦୀଙ୍କୁ ଶିକ୍ଷା ଦେବା ପାଇଁ ଭାରତ ସବୁବେଳେ ପ୍ରସ୍ତୁତ ।
https://www.youtube.com/watch?v=x7Q2oJtMuGU
ଉକ୍ତ ଫିଲ୍ମଟି ଜଣେ ସହିଦ ଯବାନଙ୍କ ପରିବାର ଉପରେ ଆଧାରିତ। ଡ୍ୟୁଟିରେ ଥିବା ଜଣେ ବାପା ସହିଦା ହେବା ପରେ, କିଭଳି ଛୋଟ ଝିଅଟି ନିଜ ବାପାଙ୍କୁ ମନେ ପକାଉଛି, ତାଙ୍କୁ ଖୋଜୁଛି ଏବଂ ବାପାଙ୍କୁ ହରାଇଥିବା ଅପୂରଣୀୟ କ୍ଷତିରୁ ମୁକ୍ତି ପାଇବା ପାଇଁ ଚେଷ୍ଟା କରୁଛି, ଏସବୁ କାହାଣୀକୁ ନେଇ ଫିଲ୍ମଟି ଗତିଶୀଳ। ଆସନ୍ତା ଫେବ୍ରୁଆରୀ ୨୫ରେ ଏହି ଫିଲ୍ମଟି ରିଲିଜ ହେବ।
ଏହି ବୈଠକରେ ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଜେନ୍ ୱେଇ ଫିଞ୍ଜ ଏବଂ ପାକିସ୍ତାନର ପର୍ଭେଜ୍ ଖଟ୍ଟାକ୍ ଯୋଗଦେବାର ଅଛି। ତେବେ ଏସସିଓ ବୈଠକରେ ଚୀନ୍ ପ୍ରତିପକ୍ଷ ଜେନ୍ଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଲୋଚନା କରିବେ ନାହିଁ। ଚୀନ୍ ସହ ସୀମା ବିବାଦ ନେଇ ତିକ୍ତତା ବଢ଼ୁଥିବାରୁ ଭାରତ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି। ସେହିଭଳି ପାକିସ୍ତାନ ପ୍ରତିପକ୍ଷଙ୍କ ସହ ମଧ୍ୟ କୌଣସି ଦ୍ୱିପାକ୍ଷିକ ଆଲୋଚନା ହେବାର ନଥିବା ସୂଚନା ମିଳିଛି।
https://twitter.com/rajnathsingh/status/1300998379007164416?s=20
ଏହି ବୈଠକରେ ଏସସିଓ ସଦସ୍ୟ ଥିବା ସମସ୍ତ ୮ଟି ରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରୀ ଯୋଗ ଦେବାର ଅଛି। ତେବେ ରାଜନାଥ କେବଳ ରୁଷ୍ ପ୍ରତିପକ୍ଷ ସର୍ଜି ଶୋଇଗୁଙ୍କ ସହ ଦ୍ୱିପାକ୍ଷକ ଆଲୋଚନା କରିବାର ଅଛି। ପୂର୍ବରୁ ହୋଇଥିବା ଚୁକ୍ତି ଅନୁଯାୟୀ ରୁଷରୁ ଆସିବାକୁ ଥିବା ଅସ୍ତ୍ରଶସ୍ତ୍ର ବାବଦରେ ମଧ୍ୟ ଆଲୋଚନା ହେବାର ଅଛି। ଏଥିରେ ଏକେ ୨୦୩ ରାଇଫଲ୍ ପ୍ରସ୍ତାବକୁ ତ୍ୱରାନ୍ୱିତ କରିବାର ପ୍ରୟାସ ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବର ୫ ସନ୍ଧ୍ୟାରେ ରାଜନାଥ ଭାରତ ଫେରିବାର ଅଛି।
୧୦୧ଟି ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ଉପରେ ରୋକ୍ ଲଗାଇବ ପ୍ରତିରକ୍ଷା ମନ୍ତ୍ରାଳୟ। ଏନେଇ ତାଲିକା ମଧ୍ୟ ପ୍ରସ୍ତୁତ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଏନେଇ ଘୋଷଣା କରିବା ସହ ଭାରତକୁ ଆତ୍ମନିର୍ଭର କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି କହିଛନ୍ତି।
ରାଜନାଥ ସିଂହ କହିଛନ୍ତି ପ୍ରସ୍ତୁତ ହୋଇଥିବା ତାଲିକାରେ କେବଳ ପ୍ରତିରକ୍ଷା ସାମଗ୍ରୀର ଅଂଶବିଶେଷ ନୁହେଁ ବରଂ ସୋନାର ସିଷ୍ଟମ, ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ, ଏଲସିଏଚ୍, ରାଡାର, ରାଇଫଲ ଭଳି ଅନେକ ବଡ଼ ବଡ଼ ଯୁଦ୍ଧ ଉପକରଣ ସାମିଲ କରାଯାଇଛି। ଏଣିକି ଏସବୁ ବାହାରୁ ଆମଦାନୀ ନ କରାଯାଇ ଦେଶରେ ନିର୍ମାଣ କରିବାକୁ ପ୍ରୋତ୍ସାହିତ କରାଯିବ।
The Ministry of Defence is now ready for a big push to #AtmanirbharBharat initiative. MoD will introduce import embargo on 101 items beyond given timeline to boost indigenisation of defence production.
— Rajnath Singh (@rajnathsingh) August 9, 2020
ପ୍ରତିରକ୍ଷା ମନ୍ତ୍ରୀଙ୍କ ଅନୁଯାୟୀ, ଏହି ନିଷ୍ପତ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ନିଆଯାଇଛି। ଏହି ନିଷ୍ପତ୍ତି ଯୋଗୁ ଭାରତର ପ୍ରତିରକ୍ଷା ଉଦ୍ୟୋଗକୁ ଆଉ ପାଦେ ଆଗକୁ ବଢ଼ି ବୃହତ୍ ପରିମାଣର ଉତ୍ପାଦନ କରିବାକୁ ସୁଯୋଗ ମିଳିବ। ଏହାସହ ଭାରତୀୟ ପ୍ରତିରକ୍ଷା ଉଦ୍ୟୋଗକୁ ନେଗେଟିଭ୍ ଲିଷ୍ଟରେ ଥିବା ଉପକରଣ ଓ ସାମଗ୍ରୀ ନିର୍ମାଣ କରିବାକୁ ମଧ୍ୟ ସୁଯୋଗ ମିଳିବ।
ରାଜନାଥ ସିଂହ ଆହୁରି ମଧ୍ୟ କହିଛନ୍ତି, ସମସ୍ତ ଷ୍ଟେକହୋଲଡର୍ସଙ୍କ ସହ ବିଚାରବିମର୍ଶ କରାଯିବା ପରେ ପ୍ରତିରକ୍ଷା ଉପକରଣଗୁଡ଼ିକର ଆମଦାନୀ ଉପରେ ରୋକ୍ ଲଗାଯିବ। ବର୍ତ୍ତମାନର ନିଷ୍ପତ୍ତି କେବଳ ୨୦୨୦ରୁ ୨୦୨୪ ପର୍ଯ୍ୟନ୍ତ ଲାଗୁ ହେବ। ତେବେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତ ୧୦୧ଟି ସାମଗ୍ରୀର ତାଲିକାରେ ଆର୍ମଡ୍ ଫାଇଟିଂ ଭେଇକଲସ୍ (AFVs)କୁ ମଧ୍ୟ ସାମିଲ କରାଯାଇଛି।