୧୭ ବର୍ଷୀୟ ଯାତ୍ରା ରାଜା ବିନା ହେଲ୍ମେଟ୍ ଓ ଲାଇସେନ୍ସରେ ଚେନ୍ନାଇର ପୋସ୍ ଗାର୍ଡେନ୍ ଅଞ୍ଚଳରେ ଏକ ସୁପରବାଇକ୍ ଚଳାଉଥିବା ବେଳେ ଧରାପଡିଥିଲେ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବା ପରେ ତାଙ୍କ ବିରୋଧରେ ପୁଲିସ ଆକ୍ସନ ନେଇଛି। ତାଙ୍କ ନାଁରେ ୧୦୦୦ ଟଙ୍କାର ଚାଲାଣ କାଟିଛି ପୁଲିସ।
ଭିଡିଓରେ ୟାତ୍ରା ରାଜା ଜଣେ ଗାଇଡଙ୍କ ସାହାଯ୍ୟରେ ରାସ୍ତାରେ ସୁପର୍ ବାଇକ ଧରି ବୁଲୁଥିବା ଦେଖିବାକୁ ମିଳିଛି। ସେ ବାଇକ୍ ଚଳାଇବା ଶିଖୁଥିଲେ। ତେବେ ଭିଡିଓ ସାମ୍ନାକୁ ଆସିବା ପରେ ତାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କାରଣ ଯାତ୍ରା ହେଲମେଟ ପିନ୍ଧି ନଥିଲେ କିତାଙ୍କ ବାଇକରେ ନମ୍ବର ପ୍ଲେଟ ମଧ୍ୟ ସ୍ପଷ୍ଟ ଭାବେ ଦେଖାଯାଉ ନଥିଲା। ପୁଲିସ ଧନୁଷ ଏବଂ ତାଙ୍କ ପୁଅଙ୍କ ସହ ଯୋଗାଯୋଗ କରିବା ପରେ ତାଙ୍କ ନିକଟରେ କୌଣସି ଡ୍ରାଇଭିଂ ଲାଇସେନ୍ସ ନଥିବା ଜଣାପଡିଥିଲା। ଭିଡିଓରେ ତାଙ୍କର ପରିଚୟ ନିଶ୍ଚିତ କରିବାକୁ ପୁଲିସ ଯାତ୍ରାଙ୍କ ମାଆ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ସହ ମଧ୍ୟ ଯୋଗାଯୋଗ କରିଥିଲା। ଚାଲାଣ କଟିବା ଖବର ସାମ୍ନାକୁ ଆସିବା ପରେ ଧନୁଷଙ୍କ ପୁଅ ଯାତ୍ରା ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।
କହିରଖୁ ଯେ ଧନୁଷ ଓ ଐଶ୍ୱର୍ଯ୍ୟା ଏକ ବର୍ଷ ପୂର୍ବେ ପରସ୍ପରଙ୍କଠାରୁ ଅଲଗା ହୋଇ ସାରିଛନ୍ତି। ତେବେ ଉଭୟ ସେମାନଙ୍କର ଦୁଇ ପୁଅଙ୍କ ଦାୟିତ୍ୱ ବହନ କରୁଛନ୍ତି। ୨୦୦୪ ମସିହା ନଭେମ୍ବର ୧୮ ତାରିଖରେ ଧନୁଷ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ତଥା ଫିଲ୍ମ ନିର୍ମାତା ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଥିଲେ। ଦୁଇ ବର୍ଷ ପରେ, ୨୦୦୬ ମସିହାରେ ପୁଅ ଯାତ୍ରା ଜନ୍ମ ହୋଇଥିବା ବେଳେ୨୦୧୦ରେ ସେମାନଙ୍କ ଦ୍ୱିତୀୟ ପୁଅ ଲିଙ୍ଗା ଜନ୍ମ ହୋଇଥିଲା।
ସୂଚନା ମୁତାବକ, ଧନୁଷ ଏବେ ତାଙ୍କ ଅପ୍କମିଂ ଫିଲ୍ମ 'କ୍ୟାପ୍ଟେନ୍ ମିଲର' ଯୋଗୁ ବ୍ୟସ୍ତ ଅଛନ୍ତି। ଲୋକେ ତାଙ୍କର ଏହି ଫିଲ୍ମକୁ ଉତ୍ସାହର ଅପେକ୍ଷା କରି ବସିଛନ୍ତି।
ପୁଲିସର ସୂଚନା ମୁତାବକ, ଐଶ୍ୱର୍ଯ୍ୟାଙ୍କ ଘରେ କାମ କରୁଥିବା ଈଶ୍ୱରୀ ଓ ତାଙ୍କ ଡ୍ରାଇଭର ଭେଙ୍କେଟେସ୍ ମିଶି ତାଙ୍କ ଲକରରୁ ଲକ୍ଷ ଲକ୍ଷ ଟଙ୍କାର ଗହଣା ଚୋରି କରିଥିଲେ। ବୁଧବାର ଏହି ଦୁଇ ଜଣଙ୍କୁ ପୁଲିସ ଗିରଫ କରିଛି। ଦୀର୍ଘ ଦିନ ଧରି ଐଶ୍ୱର୍ଯ୍ୟାଙ୍କ ଘରେ କାମ କରୁଥିବାରୁ ଈଶ୍ୱରୀଙ୍କର ଲକର ଚାବି ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଥିବା ପୁଲିସ କହିଛି। ସେ କାର ଡ୍ରାଇଭରଙ୍କ ନିର୍ଦ୍ଦେଶରେ ଏହି କାମ କରିଥିଲେ। ସେ ଘର କିଣିବା ପାଇଁ ଅଳଙ୍କାର ବ୍ୟବହାର କରିଥିଲେ, ତାଙ୍କ ଘର ସହ ଜଡିତ କାଗଜପତ୍ର ମଧ୍ୟ ଈଶ୍ୱରୀଙ୍କ ନିକଟରୁ ଜବତ କରାଯାଇଛି।
ନିକଟରେ ଚେନ୍ନାଇରେ ଥିବା ତାଙ୍କ ଘରର ଲକରରୁ ସୁନା, ହୀରା ଏବଂ ରୂପା ଅଳଙ୍କାର ୩ ଲକ୍ଷରୁ ଅଧିକ ମୂଲ୍ୟର ଅଳଙ୍କାର ଚୋରି ହୋଇଥିବା ପୁଲିସରେ ଐଶ୍ୱର୍ଯ୍ୟା ରଜନୀକାନ୍ତ ଅଭିଯୋଗ କହିଥିଲେ। ଏହି ମାମଲାରେ ଏଶ୍ୱର୍ଯ୍ୟା ତାଙ୍କ ଘରର ତିନି ଜଣ ଚାକରଙ୍କ ଉପରେ ସନ୍ଦେହ କରିଥିଲେ। ପରେ ଐଶ୍ୱର୍ଯ୍ୟାଙ୍କ ଅଭିଯୋଗ ଉପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଚୋରି ହୋଇଥିବା ଗହଣା ଭିିତରେ ସୁନା ବ୍ୟତୀତ ୩୦ ଗ୍ରାମ ହୀରା ଅଳଙ୍କାର, ୪ କିଲୋ ରୁପା ମଧ୍ୟ ସାମିଲ ଥିଲା।
ଉଲ୍ଲେଖଯୋଗ୍ୟ, ଚୋରି ମାମଲାରେ ଧରାପହିଥିବା ଈଶ୍ୱରୀ ଗତ ୧୮ ବର୍ଷ ହେଲା ଐଶ୍ୱର୍ଯ୍ୟାଙ୍କ ପାଖରେ କାମ କରୁଥିଲେ। ସେ ଗହଣା ଚୋରି କରିବା ପରେ ଏହା ବିକ୍ରି କରିଦେଇଥିଲେ। ସେହି ଟଙ୍କାରେ ଘର କିଣି ଥିଲେ। ପୁଲିସ ମୁତାବକ, ସେ ଏକା ସଙ୍ଗେ ସବୁ ଗହଣା ଚୋରି କରିନଥିଲେ, ଧୀରେ ଧୀରେ ଏହାକୁ ଚୋରି କରିଥିଲେ।
ଐଶ୍ୱର୍ଯ୍ୟା ହେଉଛନ୍ତି ସାଉଥ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ନିର୍ଦ୍ଦେଶକ ତଥା ଫିଲ୍ମ ମେକର୍। ସେ ସାଉଥ ସୁପରଷ୍ଟାର୍ ଧନୁଷଙ୍କ ପୂର୍ବତନ ପତ୍ନୀ ମଧ୍ୟ। ଦୁହେଁ ବିବାହର ୧୮ ବର୍ଷ ପରେ ଛାଡପତ୍ର ନେଇଥିଲେ।
ଚେନ୍ନାଇ ସ୍ଥିତ ବାସଭବନରେ ଥିବା ଐଶ୍ୱର୍ଯ୍ୟାଙ୍କ ଲକର୍ରୁ ପ୍ରାୟ ୪୮୦ ଗ୍ରାମ୍ ଓଜନର ସୁନା ଓ ହୀରା ଅଳଙ୍କାର ଚୋରି ହୋଇଯାଇଥିବା ତେନାମ୍ପେଟ୍ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଐଶ୍ୱର୍ଯ୍ୟାଙ୍କ କହିବା ଅନୁସାରେ ଚୋରି ହୋଇଥିବା ଅଳଙ୍କାରର ମୂଲ୍ୟ ୩.୬୦ ଲକ୍ଷ ଟଙ୍କା ହେବ। ସେଗୁଡ଼ିକୁ ସେ ୨୦୧୯ରେ ଭଉଣୀ ସୌନ୍ଦର୍ଯ୍ୟାର ବାହାଘର ବେଳେ ପିନ୍ଧିଥିଲେ।
ଚୋରି ହୋଇଯାଇଥିବା ଅଳଙ୍କାର ମଧ୍ୟରେ ‘ଡାଇମଣ୍ଡ୍ ସେଟ୍’, ‘ଅନ୍କଟ୍ ଡାଇମଣ୍ଡ୍’ ପ୍ରାଚୀନ ସୁବର୍ଣ୍ଣ ଖଣ୍ଡ, ନବରତ୍ନ ସେଟ୍, ସୁବର୍ଣ୍ଣ ଖଚିତ ପ୍ରାଚୀନ ‘ଅନ୍କଟ୍ ଡାଇମଣ୍ଡ୍’, ବାହୁଟି ଏବଂ ଚୁଡ଼ି ରହିଛି। ଫେବ୍ରୁଆରୀ ୧୦ ତାରିଖ ଦିନ ଲକର୍ ଖୋଲିବା ପରେ ଅଳଙ୍କାର ଚୋରି ହୋଇଥିବା କଥା ଜାଣିବାକୁ ପାଇଥିଲେ ବୋଲି ଐଶ୍ୱର୍ଯ୍ୟା କହିଛନ୍ତି।
ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଧାରା ୩୮୧ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ‘ଅଳଙ୍କାର ଲକର୍ରେ ରଖିଥିବା କଥା ତାଙ୍କ ଘରର ଅଳ୍ପ କେତେକ ସେବାକାରୀ ଜାଣିଥିଲେ। ଏଥିରେ ସେମାନଙ୍କ ମଧ୍ୟରୁ ୩ଜଣ ସାମିଲ ଥିବା କଥା ସେ ସନ୍ଦେହ କରୁଛନ୍ତି।
ନିକଟରେ ରଜନୀକାନ୍ତଙ୍କ ଅପ୍କମିଂ ଫିଲ୍ମ 'ଅନ୍ନାଥେ'ର ପୋଷ୍ଟର ରିଲିଜ ହୋଇଛି। ଏହି ପୋଷ୍ଟର ଆସିବା ମାତ୍ରେ ପ୍ରଶଂସକମାନେ ଏତେ ଧର୍ଯ୍ୟହରା ହୋଇଗଲେ ଯେ, ସେମାନେ ଏପରି କିଛି କରିଦେଖାଇଲେ ଯାହାର କେହି କଳ୍ପନା ମଧ୍ୟ କରିପାରିବେନାହିଁ। ରଜନୀକାନ୍ତଙ୍କ କିଛି ଫ୍ୟାନ୍ସ ତାଙ୍କ ଫିଲ୍ମ 'ଅନ୍ନାଥେ' ପୋଷ୍ଟର ଆଗରେ ବଳି ପକାଇଛନ୍ତି। ନିଜକୁ ଥଲାଇଭାଙ୍କ ଫ୍ୟାନ୍ସ ବୋଲାଉଥିବା କିଛି ବ୍ୟକ୍ତି ପୋଷ୍ଟର ଆଗରେ ଛେଳି କାଟି ରକ୍ତରେ ଅଭିଷେକ କରିଛନ୍ତି। ଏହାର ପୂରା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି।
ସେପଟେ ଏହି ଘଟଣାକୁ ନେଇ ରଜନୀକାନ୍ତଙ୍କ ଫ୍ୟାନ୍ କ୍ଲବ ଘୋର ନିନ୍ଦା କରିଛି। ଏଭଳି ଅନୁଚିତ କାମ ନକରିବା ପାଇଁ ରଜନୀକାନ୍ତଙ୍କ ଫ୍ୟାନ୍ କ୍ଲବ ଲୋକଙ୍କୁ ଅନୁରୋଧ କରିଛି। ଏଭଳି ଅମାନବୀୟ ଘଟଣାକୁ ଚାରିଆଡୁ ବିରୋଧ ମଧ୍ୟ କରାଯାଉଛି।
କିଛି ୟୁଜର୍ସଙ୍କ ମୁତାବକ ଏହି ଘଟଣାଟି ବେଙ୍ଗାଳୁରୁର। ଯେଉଁଠି ଲୋକେ ପୋଷ୍ଟରକୁ ରକ୍ତାଭିଷେକ କରିଥିଲେ। ଅନେକ ଲୋକେ ଏହାର ସମର୍ଥନ ମଧ୍ୟ କରିଛନ୍ତି। ସେ କହିଛନ୍ତି, ମଟନ ବିରିଆନି ତିଆରି କରି ଆବଶ୍ୟକୀୟ ଲୋକଙ୍କୁ ବାଣ୍ଟିବା ପାଇଁ ସେମାନେ ଏଭଳି କରିଥିଲେ।
ଏହାପୂର୍ବରୁ ରଜନୀକାନ୍ତଙ୍କ ପ୍ରଶଂସକମାନେ ଅଭିନେତାଙ୍କୁ ବିଭିନ୍ନ ଉପାୟରେ ସମ୍ମାନ ଜଣାଇଛନ୍ତି। କେଉଁଠି ତାଙ୍କର କ୍ଷୀରରେ ଅଭିଷେକ କରାଯାଇଛି ତ ଆଉ କେଉଁଠି ତାଙ୍କୁ ଫୁଲ ମାଳ ଦେଇ ଆଳତୀ କରାଯାଇଥିବା ଦେଖିବାକୁ ମିଳିଛି।
ସୂଚନା ମୁତାବକ ରଜନୀକାନ୍ତଙ୍କ ଫିଲ୍ମ 'ଅନ୍ନାଥେ' ଗ୍ରାମୀଣ ଲୋକଙ୍କ ଉପରେ ଆଧାରିତ। ଆସନ୍ତା ନଭେମ୍ବର ୪ ତାରିଖରେ ଫିଲ୍ମଟି ରିଲିଜ ହେବ। ଏହି ଫିଲ୍ମରେ ରଜନୀକାନ୍ତ ଲିଡ୍ ରୋଲରେ ଥିବା ବେଳେ ତାଙ୍କ ଅପୋଜିଟ୍ରେ ସାଉଥ ସୁନ୍ଦରୀ ନୟନତାରା ଅଛନ୍ତି। ଅନ୍ୟ ପ୍ରମୁଖ ଭୂମିକାରେ କିର୍ତ୍ତି ସୁରେଶ, ପ୍ରକାଶ ରାଜ, ମୀନା, ଖୁସବୁ, ସତୀଶ ନଜର ଆସିବେ।
https://twitter.com/ManobalaV/status/1436974435936858112?s=20
https://twitter.com/idiamondbabu/status/1437762915499532288?s=20