ଏହି ଷ୍ଟାର୍ କପଲ୍ ଦୁଇଟି ରୀତିନୀତିରେ ବିବାହ କରିଛନ୍ତି। ଜ୍ୟାକି ଏବଂ ରକୁଲ ଆନନ୍ଦ କାରଜ ଏବଂ ସିନ୍ଧି ଶୈଳୀରେ ବିବାହ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ବିବାହ ପରେ ନବ ଦମ୍ପତି ଅତିଥିଙ୍କ ପାଇଁ ଏକ ପାର୍ଟିର ଆୟୋଜନ କରିବେ। ଏହା ପୂର୍ବରୁ ଫେବ୍ରୁଆରୀ ୨୦ରେ ସଙ୍ଗୀତ ସେରିମନିରେ ମଧ୍ୟ ଅନେକ ବଲିଉଡ଼ ତାରକା ଯୋଗ ଦେଇଥିଲେ।
ରକୁଲ-ଜ୍ୟାକିଙ୍କ ସଂଗୀତ ସେରିମନିରେ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରା ଚମତ୍କାର ଡ୍ୟାନ୍ସ କରିଥିଲେ, ଯାହାର ଏକ ଭିଡିଓ ସୋଶାଲ ମିଡ଼ିଆରେ ଭାଇରାଲ ହୋଇଥିଲା। ବରୁଣ ଧାୱନ ମଧ୍ୟ କୁଲି ନଂ୧ ସଙ୍ଗରେ ଡ୍ୟାନ୍ସ କରିଥିଲେ।
ନବ ଦମ୍ପତିଙ୍କ ବିବାହ ଫଟୋ ସାମ୍ନାକୁ ଆସିବା ପରେ ନେଟିଜେନ୍ସ ଖୁବ୍ ପ୍ରଶଂସା କରିଛନ୍ତି। ଏଥିସହ ସେମାନଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।
ଜ୍ୟାକି ଓ ରାକୁଲଙ୍କ ଆରମ୍ଭ ହୋଇଛି ବିବାହ ପ୍ରସ୍ତୁତି। ଗୋଆରେ ଆସନ୍ତା ୨୧ ତାରିଖରେ ଉଭୟଙ୍କ ହେବ ଗ୍ରାଣ୍ଡ ଓ୍ୱେଣ୍ଡିଂ। ହିନ୍ଦୁ ରୀତିନୀତି ଅନୁସାରେ ପଡିବ ହାତଗଣ୍ଠି। ହୋମ ନିଆଁକୁ ସାକ୍ଷୀ ରଖି ସାତଫେରା ନେବେ ରକୁଲ ଓ ଜ୍ୟାକି।
ତେବେ ଉଭୟଙ୍କ ଏହି ବିବାହ ବେଶ୍ ପ୍ରାଇଭେଟ ରହିବ। ଏହି ବିବାହରେ କେବଳ ପରିବାର ଲୋକେ ଓ ଘନିଷ୍ଠ ବନ୍ଧୁବାନ୍ଧବ ହିଁ ସାମିଲ ହେବ। ୧୯ ଓ ୨୦ ଫେବ୍ରୁଆରୀରେ ରକୁଲ ଓ ଜ୍ୟାକିଙ୍କ ପ୍ରି-ଓ୍ୱେଣ୍ଡିଂ ଫଙ୍କସନ୍ ଆରମ୍ଭ ହେବ। ପ୍ରାୟ ତିନି ଦିନ ଯାଏଁ ବିବାହ ଉତ୍ସବ ଚାଲିବ। ବିବାହ ପରେ ୨୨ ଫେବ୍ରୁଆରୀରେ ମୁମ୍ବାଇରେ ଆୟୋଜିତ ହେବ ଗ୍ରାଣ୍ଡ ଓ୍ୱେଣ୍ଡିଂ ରିସେପ୍ସନ୍। ଏଥିରେ ବଲିଉଡ ଓ ସାଉଥର ଅନେକ ଫିଲ୍ମ ଷ୍ଟାର୍ ସାମିଲ ହେବେ।
ବିବାହ ଚର୍ଚ୍ଚା ଭିତରେ ଉଭୟ ରକୁଲ ଓ ଜ୍ୟାକି ବ୍ୟାଚଲର୍ ଟ୍ରିପ୍ରେ ନିଜ ପରିବାର ଓ ସାଙ୍ଗମାନଙ୍କ ସହ ଥାଇଲାଣ୍ଡ ଯାଇ ମଜା ନେଇଛନ୍ତି। ଏହି ବ୍ୟାଚଲର ଟ୍ରିପର ଫଟୋ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
୨୦୨୧ରେ ଜ୍ୟାକି-ରାକୁଲ ସୋଶାଲ ମିଡିଆରେ ନିଜ ସମ୍ପର୍କକୁ ଘୋଷଣା କରିଥିଲେ। ସେହିଦିନ ଠାରୁ ବି-ଟାଉନର ସମସ୍ତ ପାର୍ଟି ଓ ଫଙ୍କସନରେ ରାକୁଲ ଓ ଜ୍ୟାକି ପ୍ରାୟ ଏକାଠି ନଜର ଆସନ୍ତି।
ସୂତ୍ର ଅନୁସାରେ, ପାଓ୍ବନା ଡ୍ୟାମରେ ଡ୍ରଗ୍ସ ପାର୍ଟି ଓ ଏଥିରେ ଅନ୍ୟ କିଏ କିଏ ସମ୍ପୃକ୍ତ ସେ ନେଇ ମଧ୍ୟ ତାଙ୍କୁ ପ୍ରଶ୍ନ ହୋଇପାରେ। ରିୟାଙ୍କୁ ଏନସିବି ଜେରା କରୁଥିବା ବେଳେ ସେ ରକୁଲ ପ୍ରୀତ, ଶ୍ରଦ୍ଧା କପୁର ଓ ସାରା ଅଲୀ ଖାନଙ୍କ ନାଁ କହିଥିଲେ। ସେହି ଆଧାରରେ ଡ୍ରଗ୍ସ ଗୁମରର ଖୋଳତାଡ଼ କରିବାକୁ ରକୁଲଙ୍କୁ ଏନସିବି ସମନ କରିଥିଲା। ଗତକାଲି ସେ ଏନସିବି ନିକଟରେ ହାଜର ହେବାର ଥିଲା। ହେଲେ ସେ ସମନ ପାଇ ନଥିବା କହିଥିଲେ। ପରେ ଏନସିବି ପୁଣି ସମନ କରିବା ପରେ ଆଜି ସେ ହାଜର ହୋଇଛନ୍ତି। ଏନସିବିର ତୀକ୍ଷ୍ମ ପ୍ରଶ୍ନର ସାମ୍ନା କରୁଛନ୍ତି ବଲିଉଡର ଏହି ଟପ୍ ହିରୋଇନ୍।
ସେପଟେ ବର୍ତ୍ତମାନ ସୁଦ୍ଧା ଡ୍ରଗ୍ସ ଲିଙ୍କରେ ସାମ୍ନାକୁ ଆସିଥିବା ସବୁଠାରୁ ବଡ଼ ନାଁ ହେଉଛି ଦୀପିକା ପାଦୁକୋନ୍। ଦୀପିକାଙ୍କ ମ୍ୟାନେଜର୍ କରିସ୍ମା ପ୍ରକାଶଙ୍କୁ ମଧ୍ୟ ଏନସିବି ନୋଟିସ କରିଥିଲା। ତେବେ କରିସ୍ମା ଏନସିବି ଗେଷ୍ଟ ହାଉସରେ ପହଞ୍ଚିସାରିଛନ୍ତି। ରକୁଲଙ୍କ ପରେ ତାଙ୍କୁ ପଚରାଉଚରା କରାଯିବ। ଦୀପିକା ଓ କରିସ୍ମାଙ୍କ ହ୍ୱାଟସ୍ ଆପ୍ ଚାଟ୍ ଭାଇରାଲ ହୋଇଛି। ଦୀପିକା ସେଥିରେ କରିସ୍ମାଙ୍କୁ ଡ୍ରଗ୍ସ ମାଗିଛନ୍ତି। ତେଣୁ ଆଜି କରିସ୍ମାଙ୍କ ବୟାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ତାଙ୍କ ବୟାନ ଦୀପିକାଙ୍କ ଅଡ଼ୁଆ ବଢ଼ାଇଦେଇପାରେ।
ଦୀପିକା ତାଙ୍କୁ କାହିଁକି ଡ୍ରଗ୍ସ ମାଗୁଥିଲେ ? ଦୀପିକାଙ୍କୁ ସେ କେତେ ଥର ଡ୍ରଗ୍ସ ଦେଇଥିଲେ ? ଏସବୁ ଦିଗକୁ ନେଇ ଏନସିବି କରିସ୍ମାଙ୍କୁ ଜେରା କରିବ। ଗତକାଲି ଫ୍ୟାଶନ୍ ଡିଜାଇନର ସିମୋନ୍ ଖମ୍ବାଟା ଓ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ଶ୍ରୁତି ମୋଦିଙ୍କୁ ଡ୍ରଗ୍ସ ଲିଙ୍କ୍ ମାମଲାରେ ଜେରା କରାଯାଇଛି।
ସୂଚନାଯୋଗ୍ୟ, ଶନିବାର ଦୀପିକାଙ୍କ ସହ ସାରା ଓ ଶ୍ରଦ୍ଧା ମଧ୍ୟ ଏନସିବିର କଡ଼ା ପ୍ରଶ୍ନକୁ ସାମ୍ନା କରିବେ।