ସୂଚନା ମୁତାବକ, ନିକଟରେ ରଶ୍ମୀକା ମନ୍ଦନା ଏୟାର ବିସ୍ତାରା ବିମାନ ଯୋଗେ ମୁମ୍ବାଇରୁ ହାଇଦ୍ରାବାଦ ଯାଉଥିଲେ। ତେବେ ଟେକ୍ ଅଫ୍ କରିବାର ୩୦ ମିନିଟ୍ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ଜଣାପଡିଥିଲା। ଏହାପରେ ପାଇଲଟ ତୁରନ୍ତ ବିମାନଟିକୁ ମୁମ୍ବାଇ ବିମାନ ବନ୍ଦରରେ ଏମରଜେନ୍ସିଂ ଲ୍ୟାଣ୍ଡିଂ କରାଇଥିଲେ। ଏହାକୁ ନେଇ ଭୟଭୀତ ହୋଇପଡିଥିଲେ ରଶ୍ମୀକା। ଏହି ଫ୍ଲାଇଟ୍ରେ ତାଙ୍କ ସହ ଅଭିନେତ୍ରୀ ଶ୍ରଦ୍ଧା ଦାସ ମଧ୍ୟ ଥିଲେ।
ବିମାନର ଜରୁରୀ ଅବତରଣ ସମୟରେ ରଶ୍ମୀକା ମନ୍ଦନା ଅନୁଭବ କରିଥିଲେ ଯେ ସେ ଆଉ ବଞ୍ଚିବେ ନାହିଁ। ସୋଶାଲ ମିଡିଆ ପୋଷ୍ଟରେ ସେୟାର କରି ମୃତ୍ୟୁର ଅନୁଭବକୁ ତାଙ୍କ ପ୍ରଶଂସକଙ୍କ ସହ ବଖାଣିଛନ୍ତି ରଶ୍ମୀକା ମନ୍ଦନା। ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ପୂରା ଘଟଣାକୁ ବଖାଣିଛନ୍ତି ଅଭିନେତ୍ରୀ। ସେ ଅଭିନେତ୍ରୀ ଶ୍ରଦ୍ଧା ଦାସଙ୍କ ସହ ଏକ ସେଲ୍ଫି ପୋଷ୍ଟ କରିଛନ୍ତି। ଏହାର କ୍ୟାପସନରେ ଲେଖିଛନ୍ତି, 'କେବଳ ଆପଣଙ୍କ ସୂଚନା ପାଇଁ, ଆଜି ମୁଁ ମୃତ୍ୟୁ ମୁଖରୁ ବର୍ତ୍ତିଛି...।'
ଉଭୟ ଅଭିନେତ୍ରୀଙ୍କ ସମେତ ଯାତ୍ରୀମାନଙ୍କୁ ସୁରକ୍ଷା କାରଣରୁ ମୁମ୍ବାଇ ଫେରିବାକୁ ନିଷ୍ପତ୍ତି ନେବା ପୂର୍ବରୁ ଅତ୍ୟଧିକ ଭୟର ବାତାବରଣ ଦେଇ ଗତି କରିବାକୁ ପଡ଼ିଲା। ବିମାନରେ ଥିବା ଲୋକମାନେ ଭୟ କରୁଥିଲେ ଯେ ଜରୁରୀକାଳୀନ ଅବତରଣ ସମୟରେ ବିମାନଟି କିଛି ଦୁର୍ଘଟଣାର ସମ୍ମୁଖୀନ ହୋଇପାରେ। ତଥାପି, ଏହିପରି କିଛି ଘଟିଲା ନାହିଁ। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଥିବା ବିମାନ କର୍ତ୍ତୃପକ୍ଷ କହିଛନ୍ତି।
ରଶ୍ମୀକା ମନ୍ଦନା ତାଙ୍କ ବହୁପ୍ରତିକ୍ଷିତ ଫିଲ୍ମ 'ପୁଷ୍ପା-୨ ଦ ରୁଲ୍'ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସେ ଅଲ୍ଲୁ ଅର୍ଜୁନଙ୍କ ଅପୋଜିଟ୍ରେ ନଜର ଆସିବେ। ସୁକୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ 'ପୁଷ୍ପା: ଦ ରାଇଜ' ୨୦୨୧ରେ ରିଲିଜ ହୋଇଥିଲା। ସେତେବେଳେ ଫିଲ୍ମଟି ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା। ବ୍ଲକବଷ୍ଟର ହିଟ୍ ହୋଇଥିଲା ଏହି ଫିଲ୍ମ।
ଭିଡିଓଟି ଏପରି ବିକୃତ କରାଯାଇଥିଲା, ଯାହା ରଶ୍ମିକାଙ୍କ ବ୍ୟକ୍ତିତ୍ୱ ଉପରେ ଆଞ୍ଚ୍ ଆଣିବା ପରି। ପ୍ରକୃତରେ ଏହି ଭିଡିଓଟି ଜଣେ ବ୍ରିଟିଶ-ଇଣ୍ଡିଆନ ଇନଫ୍ଲୁଏନ୍ସର ଜାରା ପଟେଲଙ୍କର। ତାଙ୍କ ଭିଡିଓରେ ରଶ୍ମିକାଙ୍କ ଚେହେରାକୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସହାୟତାରେ ଏଡିଟ୍ କରାଯାଇଥିଲା। ଏହି ଭିଡିଓ ଭାଇରାଲ୍ ହେବା ପରେ ଅମିତାଭ ବଚ୍ଚନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଡିପଫେକ୍ ଫଟୋ ଏବଂ ଭିଡିଓ ଉପରେ କଟକଣା ଲଗାଇବାକୁ ଦାବି କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଚିନ୍ଦା ପ୍ରକଟ କରିଥିଲେ। କେନ୍ଦ୍ର ସରକାର ମାମଲାକୁ ଗୁରୁତର ସହ ନେଇ ସୋଶାଲ ମିଡିଆ ପ୍ଲାଟଫର୍ମରେ ଯେପରି ଏହିପରି ଭିଡିଓ ଭାଇରାଲ୍ ନ ହୁଏ ସେଥିପାଇଁ ପ୍ଲାଟଫର୍ମଗୁଡିକୁ ଚେତାବନୀ ଦେଇଥିଲେ। ଏଥିସହ ସୋଶାଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ମାମଲା ପଞ୍ଜିକୃତ କରିବାର ବ୍ୟବସ୍ଥା କରିଥିଲେ।
ରଶ୍ମିକାଙ୍କ ଡିପଫେକ୍ ଭିଡିଓ ଭାଇରାଲ୍ ହେବା ପରେ କ୍ୟାଟ୍ରିନା କୈଫ, ଆଲିଆ ଭଟ୍ଟଙ୍କ ସମେତ ଅନେକ ବଲିଉଡ କଳାକାର ଏହାର ଶିକାର ହୋଇଥିଲା। ଦିଲ୍ଲୀ ପୁଲିସ ଏ ଏପରେ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଚଳାଇଥିଲା। ଶେଷରେ ରଶ୍ମିକାଙ୍କ ଭିଡିଓ କ୍ରିଏଟ୍ କରିଥିବା କ୍ରିଏଟରକୁ ଗିରଫ କରିଛି।
ଏଥିରେ କୁହାଯାଇଛି ଯେ ବିଜୟ ଓ ରଶ୍ମିକା ଖୁବଶୀଘ୍ର ସେମାନଙ୍କ ପ୍ରେମ ସମ୍ପର୍କକୁ ସାର୍ବଜନୀନ କରିବେ। ଉଭୟ ହାତକୁ ଦି’ ହାତ ହେବେ। ଏହାପୂର୍ବରୁ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ସେମାନଙ୍କର ନିର୍ବନ୍ଧ ହେବ। ହେଲେ ଏସମ୍ପର୍କରେ ବିଜୟ କିମ୍ବା ରଶ୍ମିକା ଆଦୌ ମୁହଁ ଖୋଲି ନାହାନ୍ତି।
ବିଜୟ ଦେବରକୋଣ୍ଡା ଓ ରଶ୍ମିକା ଦୁଇଟି ଫିଲ୍ମ ଗୀତା ଗୋବିନ୍ଦମ ଓ ଡିୟର କୋମରେଡରେ ଏକାଠି ଅଭିନୟ କରିଛନ୍ତି। ସେବେଠାରୁ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା କୁହାଯାଉଛି।
ବାରମ୍ବାର ଏ ସମ୍ପର୍କରେ ଉଭୟଙ୍କୁ ଗଣମାଧ୍ୟମ ପ୍ରଶ୍ନ କରିଥିଲେ ହେଁ ସେମାନେ କେବେ ହେଲେ ପରସ୍ପରକୁ ଭଲ ପାଉଥିବା ମୁହଁ ଖୋଲି କହି ନାହାନ୍ତି। ତେବେ ଉଭୟ ଏକାଠି ଅନେକ କାର୍ଯ୍ୟକ୍ରମ ଓ ବିଭିନ୍ନ ସ୍ଥାନରେ ନଜର ଆସିଛନ୍ତି।
ନିକଟରେ ବିଜୟଙ୍କ ହାଇଦ୍ରାବାଦସ୍ଥିତ ଘରେ ରଶ୍ମିକା ଦୀପାବଳି ପାଳିଥିଲେ। ଦୁଇ ଜଣ ଏକାଠି ଛୁଟି କାଟିବାକୁ ବିଦେଶ ଯିବାର ମଧ୍ୟ ନଜିର ରହିଛି। ତେଣୁ ଲୁଛାଛପାରେ ଚାଲିଥିବା ପ୍ରେମ ମାସକ ପରେ ନିର୍ବନ୍ଧର ରୂପ ନେବ ବୋଲି ଚର୍ଚ୍ଚା ହେଉଛି।
ରଶ୍ମିକା ନିକଟରେ ରଣବୀର ସିଂହଙ୍କ ଆନିମଲ ଫିଲ୍ମରେ ନଜର ଆସିଥିଲେ। ସେହିପରି ଆଗକୁ ତାଙ୍କର ପୁଷ୍ପା-ଦି ରୁଲର ଆସୁଛି। ଏହାବାଦ ରେନବୋ, ଦି ଗାର୍ଲଫ୍ରେଣ୍ଡ ଓ ଛାଭାରେ ମଧ୍ୟ ରଶ୍ମିକା ନଜର ଆସିବେ।
ଅନ୍ୟପକ୍ଷରେ ବିଜୟ ଦେବରକୋଣ୍ଡା ଫ୍ୟାମିଲ ଷ୍ଟାର ଓ ଭିଡି ୧୨ ଖୁବଶୀଘ୍ର ରିଲଜ ହେବ।
'ଆନିମଲ'ର କାହାଣୀକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଆସୁଥିଲେ ବି ବକ୍ସ ଅଫିସ୍ ଇନକମ୍ ଶୀର୍ଷରେ ରହିଛି। ଚଳିତ ବର୍ଷର ବହୁ ବଡ ବଜେଟ୍ ସିନେମାକୁ ବି ପଛରେ ପକାଇ ଦେଇଛି। ଫିଲ୍ମ ରିଲିଜର ମାତ୍ର 10 ଦିନରେ 400 କୋଟି କ୍ଲବରେ ପ୍ରବେଶ କରି ଥିବାବେଳେ ଏବେ 500 କୋଟି ନିକଟତର ହେଉଛି ଆନିମଲ।
ରିପୋର୍ଟ ଅନୁସାରେ, ଫିଲ୍ମ ରିଲିଜ ହେବାର 14 ଦିନରେ କେବଳ ଘରୋଇ ବକ୍ସ ଅଫିସରେ 8.75 କୋଟି ଟଙ୍କା ରୋଜଗାର କରିଥିଲା 'ଆନିମଲ'। ସେହିପରି ସମସ୍ତ ଭାଷାରେ 13 ଦିନରେ 10 କୋଟି ଟଙ୍କା ଇନକମ୍ କରିସାରିଥିଲା। ସିନେମାକୁ ଯେଉଁପରି ଭାବେ ରେସପନ୍ସ ମିଳୁଛି ଆଗାମୀ କିଛି ଦିନ ମଧ୍ୟରେ 500 କୋଟି କ୍ଲବରେ ପହଞ୍ଚିଯିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ 'ଆନିମଲ'ର କଲେକ୍ସନ 476.84 କୋଟି ଟଙ୍କା ହୋଇଛି।
ବାପାଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ଉପରେ ଆନିମଲର କାହାଣୀ ପର୍ଯ୍ୟବେଶିତ। ଏହା ଏକ ପାରିବାରିକ କାହାଣୀ ବୋଲି ଷ୍ଟାର୍ କାଷ୍ଟମାନେ କହିଛନ୍ତି। 'ଆନିମଲ'ର ମୁଖ୍ୟ ଭୂମିକାରେ ରଣବୀର କପୁର ଏବଂ ରଶ୍ମିକା ମନ୍ଦନା ରହିଛନ୍ତି। ରଣବୀରଙ୍କ ବାପା ଭୂମିକା ନିଭାଇଛନ୍ତି ଅନିଲ କପୁର। ଏମାନଙ୍କ ବ୍ୟତୀତ ବବି ଦେଓଲ, ତ୍ରୁପ୍ତି ଡିମ୍ରି ଏବଂ ଶକ୍ତି କପୁର ମଧ୍ୟ ଅଭିନୟ କରିଛନ୍ତି।
ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦୁଇ ଦିନରେ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ଏହି ସିନେମା ଘରୋଇ ବକ୍ସ ଅଫିସରେ ୧୩୧.୦୭ କୋଟି ସଂଗ୍ରହ କରିଥିଲା। Sacnilk ରିପୋର୍ଟ ଅନୁଯାୟୀ, ଆନିମଲ ତୃତୀୟ ଦିନରେ ୭୨.୫୦ କୋଟି ଟଙ୍କା ଇନକମ୍ ସହ ୨୦୩.୫୭ କୋଟି ଟଙ୍କା ଆୟ କରିଛି, ଯେଉଁଥିରୁ ହିନ୍ଦୀ ସଂସ୍କରଣ 64.80 କୋଟି ଆୟ କରିଥିବା ବେଳେ ଦକ୍ଷିଣ ଭାରତୀୟ ଭାଷାରେ ୭.୭୦ କୋଟି ଟଙ୍କା ଆୟ କରିଛି।
ରଣବୀର କପୁର ଏବଂ ରଶ୍ମିକା ମନ୍ଦାନାଙ୍କ ଚମତ୍କାର ଅଭିନୟ ବ୍ୟତୀତ ବବି ଦେଓଲ, ଅନିଲ କପୁର, ତ୍ରୁପ୍ତି ଡିମ୍ରି ଏବଂ ଶକ୍ତି କପୁରଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରିଛନ୍ତି ଦର୍ଶକ। ସିନେମାନେ ପ୍ରତିଟି ଚରିତ୍ର ଓ ଡାଏଲଗର ସ୍ୱତନ୍ତ୍ରତା ରହିଛି, ଯାହାକୁ ଫ୍ୟାନ୍ସଙ୍କ ଖୁବ୍ ଭଲ ରେସ୍ପନ୍ସ ମିଳିଛି।
‘ANIMAL’ IS A BOXOFFICE MONSTER…#Animal goes WILD on Day 2 [Sat]… Metros, non-metros, mass pockets - the response is OUTSTANDING, takes the 2-day total to over ₹ 💯 cr… Day 3 [Sun] biz will place it amongst the biggest *opening weekend* scorers of all time… Fri 54.75 cr,… pic.twitter.com/xtUzgzSjMn
— taran adarsh (@taran_adarsh) December 3, 2023
'ଆନିମଲ'ର ଦ୍ୱିତୀୟ ଦିନର ଇନକମ୍ ବାବଦରେ ଶେଆର୍ କରି ବଲିଉଡର ବାଣିଜ୍ୟ ବିଶ୍ଳେଷକ ତାରନ୍ ଆଦର୍ଶ ଏକ୍ସରେ ଏକ ପୋଷ୍ଟ ଶେଆର୍ କରି କହିଛନ୍ତି, ଏହି ଚଳଚ୍ଚିତ୍ର ଶନିବାର ୬୭.୨୭ କୋଟି ଟଙ୍କା, ହିନ୍ଦୀ ସଂସ୍କରଣ ୫୮.୩୭ କୋଟି ଟଙ୍କା ଏବଂ ଦକ୍ଷିଣ ଭାରତୀୟ ଭାଷାରେ ପ୍ରସ୍ତୁତ ହୋଇଥିବା ସଂସ୍କରଣ ଦ୍ୱିତୀୟ ଦିନରେ ଟିକେଟ୍ କାଉଣ୍ଟରରେ ୮.୯୦ କୋଟି ଟଙ୍କା ଆୟ କରିଛି।
କିଛିଦିନ ତଳେ ଭାରତର ପ୍ରଧାନମନ୍ତ୍ରୀ ଏକ ସଭାରେ ଡିପ୍ ଫେକ୍ ଟେକ୍ନୋଲୋଜିକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଏହା ବ୍ୟତୀତ ଅନେକ ଅଭିନେତା ଅଭିନେତ୍ରୀ ମଧ୍ୟ ନିଜର ଡିପ୍ ଫେକ୍ ଭିଡ଼ିଓ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଟେକ୍ନୋଲୋଜି ବ୍ୟବହାର କାରଣରୁ ସାଇବର ଅପରାଧ ମଧ୍ୟ ବୃଦ୍ଧି ଘଟିଛି। ତେବେ ସାମ୍ପ୍ରତିକ ସମୟରେ ଡିପ୍ ଫେକ୍ ଅଧିକ ଲୋକପ୍ରିୟ ଏବଂ ବାସ୍ତବବାଦୀ ହୋଇଛି। ଡିପ୍ ଫେକ୍ ଲୋକପ୍ରିୟତା ବାସ୍ତବ କ'ଣ ଓ କ'ଣ ନୁହେଁ ତାହା ମଧ୍ୟରେ ପାର୍ଥକ୍ୟ କରିବା କଷ୍ଟକର କରିଦେଇଛି, ଫଳସ୍ୱରୁପ ସମାଜରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ମିଥ୍ୟା ସୂଚନାର ଆଶଙ୍କା ବଢ଼ିବାରେ ଲାଗିଛି।
ଡିପ୍ ଫେକ୍ ହେଉଛି ଜଣେ ବ୍ୟକ୍ତିଙ୍କ ସ୍ଥାନରେ ଡିପ୍ ଲର୍ଣ୍ଣିଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରି ତିଆରି କରାଯାଇଥିବା ଅନ୍ୟ ଜଣଙ୍କ ଭିଡିଓ। ଏହା କେବଳ ଚେହେରା ନୁହେଁ, ସ୍ୱର ଏବଂ ଆଚରଣକୁ ଅନୁକରଣ କରିବା ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ। ଉଦାହରଣ ସ୍ୱରୂପ, ଡିପ୍ ଫେକ୍ ଟେକ୍ନୋଲୋଜି ବ୍ୟବହାର କରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଗୀତ ଗାଉଥିବା ଭିଡିଓ। ଏହି ଭିଡ଼ିଓରେ କେବଳ ଚେହେରା ନୁହେଁ ବରଂ ସ୍ୱରକୁ ମଧ୍ୟ ନକଲ କରାଯାଇଛି। ଏହି ଡିପ୍ ଫେକ୍ ଟେକ୍ନୋଲୋଜି ପ୍ରଥମ ଥର ୨୦୧୪ରେ ସିନ୍ଥେଟିକ ମିଡିଆ ଭାବେ ପରିଚୟ ଲାଭ କରିଥିଲା। ୨୦୧୭ ମସିହା ପରଠାରୁ ଏହି ଟେକ୍ନୋଲୋଜି ଅଧିକ ବିକଶିତ ହୋଇଥିଲା।
ତେବେ ଡିପ୍ ଫେକ୍ ଯେ ସର୍ବଦା ସମାଜର କ୍ଷତିକାରୀ ତା ନୁହେଁ, ଏହି ଜ୍ଞାନକୌଶଳ ଶିକ୍ଷାକୁ ଅଧିକ ମନୋରଂଜନକାରୀ କରିବା ପାଇଁ ବ୍ୟବହାର କରାଯାଇପାରିବ। ଆମେ ପ୍ରାଚୀନ ରାଜା ଓ ସେମାନଙ୍କ ଶାସନ, ସେ ସମୟର ଜୀବନ ଶୈଳୀ ବିଷୟରେ ବର୍ଣ୍ଣନା କରି ଭିଡିଓ ତିଆରି କରିପାରିବା। ଇତିହାସକୁ ଜୀବନ୍ତ କରିବା ଏବଂ ଏହାକୁ ସବୁ ବୟସର ଲୋକଙ୍କ ପାଇଁ ଅଧିକ ଉପଲବ୍ଧ କରାଇବା ପାଇଁ ଏହା ଏକ ଉତ୍ତମ ଉପାୟ। ସେହିଭଳି ସମସ୍ତ ଶିକ୍ଷାଗତ ବିଷୟବସ୍ତୁକୁ ଏହା ସାହାଯ୍ୟରେ ଅଧିକ ଆକର୍ଷଣୀୟ କରାଯାଇପାରିବ, ଫଳରେ ଡିପ୍ ଫେକ୍ ଟେକ୍ନୋଲୋଜି ସାହାଯ୍ୟରେ ଛାତ୍ରଛାତ୍ରୀ ମାନେ ସହଜରେ ଜିନିଷ ଶିଖିପାରିବେ ଓ ମନେ ରଖିପାରିବେ। ଡିପ୍ ଫେକ୍ ଟେକ୍ନୋଲୋଜି ଦ୍ଵାରା ସ୍ପେଶାଲ ଇଫେକ୍ଟ ବ୍ୟବହାର କରି ଫିଲ୍ମରେ ପ୍ରୟୋଗ କରାଯାଇପାରିବ। ଏହି ଟେକ୍ନୋଲୋଜିକୁ ବ୍ୟବହାର କରି ଏପରି ଲୋକ ସୃଷ୍ଟି କରାଯାଇପାରିବ ଯାହାର ଅସ୍ତିତ୍ୱ ନାହିଁ, ଯାହାକି ଯେଉଁମାନେ ଗୋପନୀୟତା ରଖି ସମାଜକୁ ବାର୍ତ୍ତା ଦେବାକୁ ଚାହାଁନ୍ତି ସେମାନଙ୍କ ପାଇଁ ସହାୟକ ହେବ। ଏହା ଲୋକମାନଙ୍କୁ ଭାବନାତ୍ମକ ଭାବେ ମଧ୍ୟ ସାହାଯ୍ୟ କରିପାରେ। ଉଦାହରଣ ସ୍ୱରୂପ, ଯଦି କେହି କୌଣସି ରୋଗ କିମ୍ବା ଦୁର୍ଘଟଣା କାରଣରୁ ନିଜର ସ୍ୱର ହରାଇଦିଅନ୍ତି, ତେବେ ମଧ୍ୟ ଡିପ୍ ଫେକ୍ ଟେକ୍ନୋଲୋଜି ବ୍ୟବହାର କରି ସେମାନଙ୍କ ସ୍ୱର ସୃଷ୍ଟି କରାଯାଇପାରିବ।
ତେବେ ଭଲ ଦିଗ ସହିତ ଏହାର ଅପବ୍ୟବହାର ସମାଜରେ ଅନେକ ବିପଦ ସୃଷ୍ଟି କରେ। ଡିପ୍ ଫେକ୍ ଟେକ୍ନୋଲୋଜିର ଅନ୍ୟତମ ମୁଖ୍ୟ ବିପଦ ହେଉଛି ଏହାର ମିଥ୍ୟା ସୂଚନା ସୃଷ୍ଟି କରିବାର କ୍ଷମତା ଯାହା ବ୍ୟକ୍ତିବିଶେଷଙ୍କୁ ବଦନାମ କିମ୍ବା ହଇରାଣ କରିବା ଏବଂ ଏପରିକି ସମାଜରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ବ୍ୟବହାର କରାଯାଇପାରିବ। ଉଦାହରଣ ସ୍ୱରୂପ, ମାର୍ଚ୍ଚ ୨୦୨୨ରେ ରୁଷିଆ-ୟୁକ୍ରେନ ଯୁଦ୍ଧ ସମୟରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ଏକ ଡିପ୍ ଫେକ୍ ଭିଡିଓ ଅନଲାଇନରେ ପ୍ରସାରିତ ହୋଇଥିଲା, ଯେଉଁଥିରେ ସେ ୟୁକ୍ରେନବାସୀଙ୍କୁ ଅସ୍ତ୍ରଶସ୍ତ୍ର ରଖିବା ଏବଂ ଆତ୍ମସମର୍ପଣ କରିବାକୁ କହିଥିଲେ। ଏଇ କିଛି ଦିନ ତଳେ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଏକ ମିଛ ଭିଡ଼ିଓ ଏହି ପ୍ରଯୁକ୍ତି ବଳରେ ନିର୍ମାଣ କରାଯାଇ ଭାଇରାଲ କରାଯାଇଥିଲା।
ଏହି ଉପାୟରେ ଡିପ୍ ଫେକ୍ ଟେକ୍ନୋଲୋଜିର ଅପବ୍ୟବହାର କରି ବିଭ୍ରାନ୍ତିକର ତଥ୍ୟ ସୃଷ୍ଟି କରାଯାଇପାରିବ। ଏହାର ଅପବ୍ୟବହାର କରି ଯେଉଁ ଅପରାଧୀମାନେ ପ୍ରକୃତରେ ଅପରାଧ କରିଛନ୍ତି ସେମାନେ ଏହା କରିନାହାନ୍ତି ବୋଲି ଦାବି କରି ଦଣ୍ଡରୁ ବର୍ତ୍ତିବାକୁ ଚେଷ୍ଟା କରିପାରନ୍ତି ଏବଂ ଏହାର ପ୍ରମାଣ ଡିପ୍ ଫେକ୍ ଟେକ୍ନୋଲୋଜି ବ୍ୟବହାର କରି ତିଆରି କରାଯାଇପାରେ ଯାହା ଦର୍ଶାଇପାରେ ଯେ ଅନ୍ୟ ଜଣେ ବ୍ୟକ୍ତି ଅପରାଧ କରୁଛି।
ତେବେ ଏହା ନିୟନ୍ତ୍ରଣ ପାଇଁ କଠିନ ଆଇନ୍ ଆଉ କଟକଣା ଆବଶ୍ୟକ ଥିବା ବେଳେ କେବଳ କିଛି ଦେଶରେ ଏହି ନୂତନ ଜ୍ଞାନକୌଶଳ ଉପରେ ଆଇନ ରହିଛି। ନିକଟରେ ତାଇଓ୍ଵାନ ନିର୍ବାଚନ ଆଇନରେ ଏକ ସଂଶୋଧନ ଆଣିଛି, ଯେଉଁଥିରେ ଡିପ୍ ଫେକ୍ ଭିଡିଓ ତିଆରି କଲେ କିମ୍ବା ଶେୟାର କଲେ ଲୋକଙ୍କୁ ଦଣ୍ଡିତ କରାଯାଇପାରିବ। ଭାରତରେ କିନ୍ତୁ ଏଯାଏଁ ଏ ନେଇ କୌଣସି ଆଇନ୍ ନାହିଁ। ଆଇପିସି ଧାରା ୫୦୦କୁ ମାନହାନି ପାଇଁ ଦଣ୍ଡ ଭାବରେ ବ୍ୟବହାର କରାଯାଇପାରିବ। ସୂଚନା ଆଇନ, ୨୦୦୦ର ୬୭ ଓ ୬୭(ଏ)କୁ ମଧ୍ୟ ଏଥିପାଇଁ ବ୍ୟବହାର କରାଯାଇପାରିବ। ଏହି ନିୟମ ଅନୁଯାୟୀ, “ଯେ କୌଣସି ଯୋଗାଯୋଗ ଉପକରଣ କିମ୍ବା କମ୍ପ୍ୟୁଟର ଉତ୍ସ ବ୍ୟବହାର କରି ଜାଲିଆତି କରୁଥିବା ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବାର ନିୟମ ରହିଛି। ଏଭଳି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତକୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ସହିତ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯାଇପାରେ।” ଏପରିକି ଗତ ନଭେମ୍ବର ୮ ତାରିଖ ଦିନ କେନ୍ଦ୍ର ସରକାର ଆଇ.ଟି ଆଇନ୍ ୨୦୨୧ ଅଧିନିୟମ ଜାରି କରିଥିଲେ ଯେଉଁଥିରେ ଏପରି ଅଭିଯୋଗ ମିଳିବାର ୨୪ ଘଣ୍ଟା ମଧ୍ୟରେ ଡିପ୍ ଫେକ୍ ଭିଡିଓ ଗୁଡିକୁ ହଟାଇବାକୁ ନିର୍ଦ୍ଦେଶ ରହିଛି।
ନିୟମ ଅନୁଯାୟୀ, ସାମାଜିକ ଗଣମାଧ୍ୟମ ଉପଭୋକ୍ତାମାନଙ୍କ ଦ୍ୱାରା କୌଣସି ଭୁଲ ତଥ୍ୟ ବା ଖରାପ ପୋଷ୍ଟ ଉପରେ ନଜର ରଖିବା ସାମାଜିକ ଗଣମାଧ୍ୟମଗୁଡ଼ିକ ପାଇଁ ବାଧ୍ୟତାମୂଳକ କରାଯାଇଛି। ତେବେ ଏହାପରେ ମଧ୍ୟ ଯଦି କୌଣସି ବ୍ୟକ୍ତି ବା ସରକାର ଭୁଲ ତଥ୍ୟ ବା ପୋଷ୍ଟକୁ ନେଇ ରିପୋର୍ଟ କରନ୍ତି, ଏହାକୁ ଆଗାମୀ ୩୬ ଘଣ୍ଟା ମଧ୍ୟରେ ହଟାଯିବା ଉଚିତ୍। ଯଦି ସଂପୃକ୍ତ ସାମାଜିକ ଗଣମାଧ୍ୟମ ଏଥିରେ ବିଫଳ ହୁଅନ୍ତି, ନିୟମ ଲାଗୁ ହେବା ସହ ଆଇପିସି ନିୟମ ଅନୁସାରେ ସମ୍ପୃକ୍ତ ସାମାଜିକ ଗଣମାଧ୍ୟମ ଉପଭୋକ୍ତାଙ୍କ ବିପକ୍ଷରେ ମଧ୍ୟ ଦଣ୍ଡବିଧାନ ହୋଇପାରେ। କିନ୍ତୁ ଡିପ୍ ଫେକ୍ ଟେକ୍ନୋଲୋଜିର ବ୍ୟବହାରକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ଏବେ ବି କୌଣସି ଆଖିଦୃଶିଆ ପଦକ୍ଷେପ ଦେଖିବାକୁ ମିଳିନି।
ତେବେ ଏହା ପାଇଁ କେବଳ କଟକଣା ନୁହେଁ ଅନ୍ୟ ଦିଗ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ଡିପ୍ ଫେକ୍ ଟେକ୍ନୋଲୋଜିର ବିପଦ ଏବଂ ସମାଜରେ ବିଶୃଙ୍ଖଳା ସୃଷ୍ଟି କରିବାର କ୍ଷମତା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯିବା ଉଚିତ୍। ଏହା ବ୍ୟତୀତ ବାସ୍ତବବାଦୀ ଡିପ୍ ଫେକ୍ ଚିହ୍ନଟ କରିବା ପାଇଁ ଟେକ୍ନୋଲୋଜି ବିକଶିତ କରିବାର ଆବଶ୍ୟକତା ରହିଛି। ଡିଜିଟାଲ ଫରେନସିକ୍ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ମାନବ ସମ୍ବଳକୁ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି।
ଡିପ୍ ଫେକ୍ ଟେକ୍ନୋଲୋଜି ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି। ଡିପଫେକ୍ ଟେକ୍ନୋଲୋଜିର କିଛି ଭଲ ବ୍ୟବହାର ଥିବା ସତ୍ତ୍ୱେ ଅନେକ କ୍ଷେତ୍ରରେ ଏହାର ଅପବ୍ୟବହାର କରାଯାଉଛି। ତେଣୁ ଏହାର ଅପବ୍ୟବହାରକୁ ଏଡ଼ାଇବା ପାଇଁ ଡିପ୍ ଫେକ୍ ଟେକ୍ନୋଲୋଜିକୁ ନିୟନ୍ତ୍ରଣ କରିବା ଜରୁରୀ, ଯାହାଦ୍ୱାରା ଏହାକୁ ଭଲ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ।
ହରିପୁର, ଖଡିଅଙ୍ଗ, ଯାଜପୁର
ଫୋ- ୮୨୮୦୧୩୦୬୦୫
ନିକଟରେ ରଶ୍ମିକାଙ୍କ ଏକ ଭାଇରାଲ ଭିଡିଓ ଇଣ୍ଟରନେଟରେ ଝଡ଼ ସୃଷ୍ଟି କରିଛି, ଯେଉଁଥିରେ ଅଭିନେତ୍ରୀ ରଶ୍ମିକା ମନ୍ଦନା ଏକ ଲିଫ୍ଟରେ ପ୍ରବେଶ କରୁଥିବା ଦେଖାଯାଉଛି। ରଶ୍ମିକା ଏକ ସର୍ଟ ବ୍ଲାକ୍ ଡ୍ରେସରେ ଲିଫ୍ଟରେ ଆସୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା 2.4 ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। କିନ୍ତୁ ଭିଡିଓରେ ଥିବା ମହିଳା ରଶ୍ମିକା ନୁହଁନ୍ତି, ତାଙ୍କ ଚେହେରାକୁ ବ୍ୟବହାର କରି ଏପରି ଫେକ୍ ଭିଡିଓ ପ୍ରସ୍ତୁତ କରାଯାଇଛି। ଆଉ ଏପରି ଫେକ୍ ଭିଡିଓ ପ୍ରସ୍ତୁତିରେ ଡିପଫେକ୍ ଟେକ୍ନୋଲୋଜି କାମ କରୁଛି।
ଜଣେ ସାମ୍ବାଦିକ ଭିଡିଓ ଶେଆର୍ କରି ଏ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ଭିନ୍ନ ଅର୍ଥରେ ଟେକ୍ନୋଲୋଜିର ବ୍ୟବହାର ଉପରେ ଚିନ୍ତା ପ୍ରକଟ କରିଛନ୍ତି। ସେହିପରି ଅମିତାଭ ବଚ୍ଚନ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।
ପ୍ରକାଶ ଥାଉ କି, ରଶ୍ମିକାଙ୍କ ଚେହେରା ଥିବା ଏହି ଭିଡିଓ ଜଣେ ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ମହିଳା ଜାରା ପଟେଲଙ୍କର ବୋଲି ପରବର୍ତ୍ତୀ ସମୟରେ ଜଣାପଡିଛି। ଅକ୍ଟୋବର 9ରେ ନିଜର ଏହି ଭିଡିଓ ପୋଷ୍ଟ କରିଥିଲେ ଜାରା ପଟେଲ। ପରେ ଏହି ଭିଡିଓରେ ରଶ୍ମିକାଙ୍କ ଚେହେରାକୁ ଏଡିଟ୍ କରାଯାଇ ପୋଷ୍ଟ କରାଯାଇଛି।
ତେବେ ଫେକ୍ ଭିଡିଓ ପଛରେ ଜାରାଙ୍କର ସମ୍ପୃକ୍ତି ଥିବା ନେଇ କୌଣସି ପ୍ରମାଣ ନାହିଁ। ନିକଟରେ ଅନେକ ସେଲିବ୍ରିଟି ଏପରି ଏଡିଟିଂ ଟେକ୍ନୋଲୋଜି କୁପ୍ରଭାର ଶିକାର ହେଉଛନ୍ତି। ତେଣୁ ଏ ଉପରେ କଠୋର କାର୍ଯାନୁଷ୍ଠାନ ପାଇଁ ଦାବି କରାଯାଉଛି।
କିଛି ଦିନ ପୂର୍ବେ ଏକ ସାକ୍ଷାତକାରରେ କିଏ ଆପଣଙ୍କର କ୍ରସ୍ ବୋଲି ଶୁବମାନ ଗିଲଙ୍କୁ ପଚରାଯାଇଥିଲା । ପ୍ରଥମେ ଏହାର ଉତ୍ତର ନ ଦେଇ ଲାଜେଇ ଯାଇଥିଲେ ଶୁବମନ । ମାତ୍ର ପୁନର୍ବାର ଉକ୍ତ ପ୍ରଶ୍ନ ପଚରା ଯିବାରୁ ଉତ୍ତରରେ ରଶ୍ମୀକାଙ୍କ ନାଁ ଧରିଥିଲେ ଶୁବମନ। ଏନେଇ ରଶ୍ମୀକାଙ୍କ ପ୍ରତିକ୍ରିୟା ମିଳି ପାରିନି।
ତେବେ ଶୁବମନଙ୍କ ଉତ୍ତର ଶୁଣି ସାରାଙ୍କ ହୃଦୟ ନିହାତି ଭାଙ୍ଗିଯିବ ବୋଲି ଫ୍ୟାନ୍ସ କହିଛନ୍ତି। କାରଣ କିଛି ଦିନ ହେବ ଶୁବମନ ଓ ସାରାଙ୍କ ଡେଟିଂ ଖବର ବି-ଟାଉନ୍ରେ ହଟ୍ ଗସିପ ପାଲଟିଛି।
ଏପରିକି ଉଭୟଙ୍କୁ ପୂର୍ବରୁ ସମାନ ଫ୍ଲାଇଟ ଓ ହୋଟେଲରେ ସ୍ପଟ କରାଯାଇଛି। ଏପରିକି ସାରାଙ୍କ ଫଟୋରେ ଶୁବମନ ବି ସବୁ ସମୟରେ କମେଣ୍ଟ କରୁଥିବା ନଜର ଆସିଥାଏ।
ପୂର୍ବରୁ ଏକ କାର୍ଯ୍ୟକ୍ରମରେ ଶୁବମନଙ୍କୁ ବଲିଉଡର ଫିଟେଷ୍ଟ ଷ୍ଟାର କିଏ ବୋଲି ପଚରାଯିବାରୁ ସେ ସାରାଙ୍କ ନାଁ ଧରିଥିଲେ । । ଏହା ଶୁଣି ଆପଣ ତାଙ୍କୁ ଡେଟ୍ କରୁଛନ୍ତି କି ବୋଲି ଆଙ୍କର ପଚାରିଥିଲେ। ଶୁବମନ ଏହାର ସଫା ସଫା ଉତ୍ତର ନ ଦେଇ ବୁଲେଇ ବଙ୍କେଇ ଏହାର ଉତ୍ତର ଦେଇଥିଲେ। ଏପରିକି ଏହା ସମ୍ଭବ ହୋଇପାରେ ବୋଲି କହିଥିଲେ।
ଖୁବଶୀଘ୍ର ରାପର ବଦାଶାହା ଏବଂ ରଶ୍ମୀକା ମନ୍ଦନାଙ୍କ ଯୋଡି ଦେଖିବାକୁ ମିଳିବ। ମିଡିଆ ରିପୋର୍ଟ ମୁତାବକ, ୟଶରାଜ ବ୍ୟାନରରେ ତିଆରି ହେବାକୁ ଥିବା ଏକ ମ୍ୟୁଜିକ ଭିଡିଓରେ ବାଦଶାହା ଏବଂ ରଶ୍ମୀକା ଏକାଠି ନଜର ଆସିବ। କେବଳ ସେତିକି ନୁହଁ ନିକଟରେ ରଶ୍ମୀକା ଏହି ମ୍ୟୁଜିକ ଭିଡିଓ ପାଇଁ ଚଣ୍ଡିଗଡରେ ପହଞ୍ଚି ଶୁଟିଂ ମଧ୍ୟ ଆରମ୍ଭ କରିସାରିଲେଣି।
ମଜାକଥା ହେଉଛି ଯେ ରଶ୍ମୀକାଙ୍କୁ ପ୍ରଥମ କରି ଏକ ହିନ୍ଦୀ ମ୍ୟୁଜିକ ଭିଡିଓରେ ଦେଖିବାକୁ ମିଳିବ। ଏହାକୁ ନେଇ ସେ ବେଶ ଉତ୍ସାହିତ ଅଛନ୍ତି। ସୁପରହିଟ ରାପର ବାଦଶାହା ଅନେକ ବଲିଉଡ ଅଭିନେତ୍ରୀଙ୍କ ସହ ମ୍ୟୁଜିକ ଭିଡିଓରେ ନଜର ଆସିଛନ୍ତି। ସେ ପ୍ରଥମ କରି ସାଉଥ ସୁନ୍ଦରୀଙ୍କ ସହ ମ୍ୟଜିକ ଭିଡିଓରେ ରାପ୍ କରିବା ସହ ଅଭିନୟ କରିବେ। ଏଥିପାଇଁ ସେ ମଧ୍ୟ ଉତ୍ସାହିତ ଥିବା କହିଛନ୍ତି।
ସୂଚନାଯୋଗ୍ୟ ଯେ ରଶ୍ମୀକା ମନ୍ଦନା ସାଉଥ ଇଣ୍ଡଷ୍ଟ୍ରିର ସବୁଠୁ ଅଧିକା ପାରିଶ୍ରମିକ ନେଉଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ଅର୍ଜୁନ ରେଡ୍ଡି ଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସହ ‘ଗୀତା ଗୋବିନ୍ଦମ’ ଏବଂ ‘ଡିଅର କାମରେଡ’ ଭଳି ଫିଲ୍ମରେ ଅଭିନୟ କରି ସେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି। ଆଗକୁ ଷ୍ଟାଇଲିଷ୍ଟ ଷ୍ଟାର ଆଲୁ ଅର୍ଜୁନଙ୍କ ସହ ଫିଲ୍ମ ‘ପୁଷ୍ପା’ରେ ରଶ୍ମୀକା ନଜର ଆସିବେ।