କୋର୍ଟ କହିଛନ୍ତି ଯେ ଏଲଓସି କ’ଣ ପାଇଁ ଜାରି କରାଯାଇଛି, ତା’ର କାରଣ ନିର୍ଦ୍ଦିଷ୍ଟ ଭାବେ କୁହାଯାଇ ନାହିଁ। ସେହିପରି କେବଳ ଘଟଣା ପାଇଁ ରୁଜୁ ହୋଇଥିବା ଏଫଆଇଆର କଥା ନୋଟିସରେ କୁହାଯାଇଛି। ଏହି କାରଣ ପାଇଁ କୋର୍ଟ ରିଆ, ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ ଓ ତାଙ୍କ ବାପାମାଙ୍କ ନାଁରେ ଜାରି ହୋଇଥିବା ଏଲଓସିକୁ ରଦ୍ଦ କରି ଦେଇଛନ୍ତି।
ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ୨୦୨୦ ମସିହା ଅଗଷ୍ଟ ମାସରେ ସିବିଆଇ ଆରମ୍ଭ କରିଥିଲା। ରିଆ ଓ ତାଙ୍କ ପରିବାର ତଦନ୍ତରେ ସହଯୋଗ କରିଥିଲେ ମଧ୍ୟ ସିବିଆଇ ଏଲଓସି ଜାରି କରିଥିଲା। ଏହାକୁ ଚକ୍ରବର୍ତ୍ତୀ ପରିବାର କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସିବିଆଇ ଏପରି ଏଲଓସି ଜାରି କରିବା ଭୁଲ ବୋଲି ସେମାନେ କହିଥିଲେ।
ଅନ୍ୟପକ୍ଷରେ ସିବିଆଇ କହିଥିଲା ଯେ ରିଆ ଓ ତାଙ୍କ ପରିବାର ତଦନ୍ତରେ ସାମିଲ ନ ହେବାର ଆଶଙ୍କା ଥିବାରୁ ଏଲଓସି ଜାରି କରାଯାଇଥିଲା। ତେବେ କୋର୍ଟ କହିଥିଲେ ଯେ ଏକଥା ଜାରି ହୋଇଥିବା ଏଲଓସିରେ ଉଲ୍ଲେଖ କରାଯାଇ ନାହିଁ। କ’ଣ ସିବିଆଇ ପ୍ରତି ମାମଲାରେ ଏଫଆଇଆର ରୁଜୁ କରିବା ମାତ୍ରେ ଏଲଓସି ଜାରି କରୁଛି କି ବୋଲି ମଧ୍ୟ କୋର୍ଟ ପ୍ରଶ୍ନ କରିଥିଲେ।
ରୋଡିଜ୍-19 ସହ ଦୀର୍ଘଦିନ ପରେ ପରଦାକୁ ଫେରିଛନ୍ତି ରିଆ। ସୋସିଆଲ ମିଡିଆରେ ତାଙ୍କ କମବ୍ୟାକକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ବର୍ତ୍ତମାନ ସେ ଏହି କାର୍ଯ୍ୟକ୍ରମରେ CBI ର ଫୁଲ୍ ଫର୍ମ କହି ପୁଣି ଚର୍ଚ୍ଚାରେ। ରିଆଙ୍କର ଏହି ସମୟର ଭିଡିଓ ବେଶ୍ ଭାଇରାଲ୍ ହେଉଛି। ରୋଡିଜ୍-19 ର ଏକ ଏପିସୋଡରେ, ଗୌତମ ଗୁଲଟି ଜଣେ ପ୍ରତିଯୋଗୀଙ୍କୁ CBI ଫୁଲ୍ ଫର୍ମ ପଚାରିଥିଲେ। ଏହି ସମୟରେ ରିଆ ସଙ୍ଗେ ସଙ୍ଗେ ହାତ ଟେକି ବଡ ପାଟିରେ କହିଲେ, "ମୁଝେ ପତା ହୈ(ମୋତେ ଉତ୍ତର ଜଣା)," ।
ପ୍ରତିଯୋଗୀ ଜଣକ ଭୁଲ୍ ଉତ୍ତର ଦେବାରୁ ସେ ବେଶ୍ ଦୃଢତାର ସହ କହିଥିଲେ 'ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେସ୍ଟିଗେସନ୍'। ଏହି ଭିଡିଓକୁ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ରିଆ ବାରମ୍ବାର ସିବିଆଇର ଦ୍ୱାରସ୍ଥ ହେବାକୁ ନେଇ ସଂଶ୍ଲିଷ୍ଟ କରାଯାଉଛି ଏବଂ ନେଟିଜେନ୍ସ ଏ ଉପରେ ଖୁବ୍ ପ୍ରତିକ୍ରିୟା ରଖୁଛନ୍ତି। ପ୍ରକାଶ ଥାଉକି, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ରିଆଙ୍କୁ ବାରମ୍ବାର ସମନ ପଠାଇବା ସହ ଜେରା କରିବା ପରେ ଗିରଫ କରିଥିଲା। ପରେ ତାଙ୍କୁ ଜାମିନ ମଧ୍ୟ ମିଳିଥିଲା। 2020 ରେ ବାନ୍ଦ୍ରା ସ୍ଥିତ ବାସଭବନରୁ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସେତେବେଳେ ରିଆ ସୁଶାନ୍ତଙ୍କ ସହ ଲିଭ୍-ଇନ୍-ରିଲେସନସିପରେ ରହୁଥିବା ଆଲୋଚନା ହେଉଥିଲା।
ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଗତ କିଛି ଦିନ ହେବ ସେ ନିଜ ପ୍ରଶଂସକ ଏବଂ ଶୁଭଚିନ୍ତକଙ୍କ ସହ ପୁଣି ଥରେ ଯୋଡି ହେବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଏହା ଭିତରେ ନ୍ତୋଙ୍କ ଇନଷ୍ଟାଗ୍ରାମରେ ଏକ ନୋଟ୍ ଲେଖିଛନ୍ତି। ସେ କହିଛନ୍ତି, ‘ବଡ ଯନ୍ତ୍ରଣାରୁ ବଡ ଶକ୍ତି ମିଳିଥାଏ। ଆପଣଙ୍କୁ କେବଳ ବିଶ୍ୱାସ ରଖିବାକୁ ପଡିବ। ସେଠାରେ ଅଟକିବାକୁ ପଡିବ।’ ରିଆଙ୍କ ଏହି ପୋଷ୍ଟରେ ଏବେ ତାଙ୍କ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲେବ୍ରିଟିମାନେ ମଧ୍ୟ କମେଣ୍ଟ କରିବାରେ ଲାଗିଛନ୍ତି।
ଏହାପୂର୍ବରୁ ମଧ୍ୟ ରିଆ ମାତୃ ଦିବସ ଅବସରରେ ତାଙ୍କ ପିଲାଦିନର ଏକ ଫଟୋ ସେଆର କରିଥିଲେ। ଏଥିରେ ସେ ନିଜ ମା’ଙ୍କୁ କେକ୍ ଖୁଆଇ ଦେଇଥିବାର ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ ଯେ, ଆସନ୍ତା ଜୁନ୍ ୧୪ ତାରିଖରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହେବ। ଗତବର୍ଷ ଜୁନ୍ ୧୪ ତାରିଖରେ ସୁଶାନ୍ତ ମୁମ୍ବାଇର ବାନ୍ଦ୍ରା ସ୍ଥିତ ନିଜ ଘରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁକୁ ନେଇ ପରେ ବିବାଦ ଘନେଇଥିଲା। ତାଙ୍କ ମୃତ୍ୟୁକୁ ନେଇ ଡ୍ରଗ୍ସ କାରବାର କଥା ମଧ୍ୟ ଉଠିଥିଲା। ଏହି ମାମଲାରେ ପୁଲିସ ଅଭିନେତ୍ରୀ ରିଆ ଏବଂ ତାଙ୍କ ଭାଇ ସୌଭିକଙ୍କୁ ଗିରଫ କରିଥିଲା। କିଛି ଦିନ ଜେଲ୍ ଭିତରେ ରହିବା ପରେ ଏବେ ରିଆ ଜାମିନରେ ଘରକୁ ଫେରି ସାଧାରଣ ଜୀବନ ବିତାଉଛନ୍ତି।
View this post on Instagram
ସୂଚନାଯୋଗ୍ୟ ଯେ, ଜୁନ ୨୦୨୦ରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ। ସେହି ସମୟରେ ରିଆଙ୍କ ସହ ସେ ରିଲେସନରେ ଥିବା ଖବର ସାମ୍ନାକୁ ଆସିଥିଲା। ପରିବାର ଲୋକେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ରିଆଙ୍କ ନାଁରେ ମାମଲା ରୁଜୁ କରିଥିଲେ। ପୁଅ ମୃତ୍ୟୁ ପଛରେ ରିଆଙ୍କ ହାତ ଥିବା ନେଇ ସୁଶାନ୍ତଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ।
ପରେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଥିଲା। ଏହି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରେ ରିଆଙ୍କୁ ଗିରଫ କରିଥିଲା। ପରେ ସେ ଜାମିନରେ ବାହାରକୁ ଆସିଛନ୍ତି। ନିକଟରେ ରିଆ ତାଙ୍କ ଭାଇ ସୌଭିକ ସହିତ ଘର ଖୋଜୁଥିବା ଦେଖିବାକୁ ମିଳିଥିଲା। ସୁଶାନ୍ତଙ୍କ ପରେ ରିଆ ଏବେ ରୋଡିଜ ଫେମ୍ ରାଜୀବ ଲକ୍ଷ୍ମଣଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହେଉଛି। ନିକଟରେ ରିଆ ଏବଂ ରାଜୀବଙ୍କୁ ଏକାସହ ଏକ ପାର୍ଟିରେ ସାମିଲ୍ ହୋଇଥିବା ଦେଖିବାକୁ ମିଳିଥିଲା । ରାଜୀବ ରିଆଙ୍କୁ ଆଲିଙ୍ଗନ କରି ହସୁଥିବା ପୋଜରେ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା। ଫଟୋ ଶେୟାର କରିବାବେଳେ ରାଜୀବ ଲେଖିଥିଲେ, ‘my girl’। ଏହି ଫଟୋ ସୋଶାଲ ମିଡିଆରେ ଭାରଇଲ ହୋଇଥିଲା।
ବଲିଉଡ ସୁପରଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ସୋଶାଲ ମିଡିଆରୁ ଦୁରେଇ ରହିଥିଲେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ। ଏବେ କିନ୍ତୁ ସେ ପରଦାକୁ ଆସିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଖୁବଶୀଘ୍ର ସେ ଅପକମିଂ ଫିଲ୍ମ 'ଚେହେରା'ରେ ନଜର ଆସିବେ । ଏହି ଫିଲ୍ମରେ ରିଆଙ୍କ ସହ ବଲିଉଡର ବିଗ୍ ବି' ଅମିତାଭ ବଚ୍ଚନ ଲିଡ୍ ରୋଲରେ ନଜର ଆସିବେ। ରୁମି ଜାଫରୀଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଚଳିତ ବର୍ଷ ହିଁ ସିନେମା ଘରେ ରିଲିଜ ହେବ।
ରବିବାର ଦିନ ମୁମ୍ବାଇ ସ୍ଥିତ ବାନ୍ଦ୍ରାରେ ଭାଇ ସୌଭିକଙ୍କ ସହ ରିୟା ନଜର ଆସିଥିଲେ । କରୋନା ଯୋଗୁଁ ଭାଇଭଉଣୀ ଉଭୟ ମୁହଁରେ ମାସ୍କ ପିନ୍ଧିଥିଲେ। ଜାମିନ ମିଳିବା ପରେ ପ୍ରଥମ ଥର ପାଇଁ ରିୟା ପବ୍ଲିକ ପ୍ଲେସରେ ନଜର ଆସିଛନ୍ତି । ଦୁହିଁଙ୍କ ଏହି ଫଟୋ ଏବେ ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।
ସେପଟେ ଆଜି ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଏନ୍ସିବି ଅଫିସରରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକ ହାଜର ହୋଇଛନ୍ତି । ପୂର୍ବରୁ ହାଇକୋର୍ଟରୁ ମିଳିଥିବା ଜାମିନରେ ରିୟା ଏବଂ ସୌଭିକଙ୍ଗକୁ ପ୍ରତି ମାସର ପ୍ରଥମ ସୋମବାର ଏନ୍ସିବି ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା । ତେଣୁ ଆଜି ରିୟା, ଭାଇ ସୌଭିକ ଚକ୍ରବର୍ତ୍ତୀ ଏବଂ ବାପା ଇନ୍ଦ୍ରଜୀତଙ୍କ ସହ ମିଶି ଏନ୍ସିବି ଅଫିସରେ ପହଞ୍ଚି ହାଜିରା ପକାଇଥିଲେ।
ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲର ତଦନ୍ତ ବେଳେ ଏନସିବି ଡ୍ରଗ୍ସ ଲିଙ୍କରେ ରିୟା ଏବଂ ସୌଭିକଙ୍କୁ ଜେରା କରିଥିଲା । ପରେ ଡ୍ରଗ୍ସ ମାମଲା ସାମ୍ନାକୁ ଆସିବା ପରେ ଉଭୟଙ୍କୁ ଏନସିବି ଗିରଫ କରିଥିଲା। ରିୟାଙ୍କୁ ସେପ୍ଟେମ୍ବର ୮ ତାରିଖରେ ଏନ୍ସିବି ହାଜତକୁ ନେଇଥିଲା। ଏହାପରେ ସେ ପ୍ରାୟ ମାସେ ଜେଲରେ ରହିଥିଲେ । ଅକ୍ଟୋବର ୮ ତାରିଖରେ ତାଙ୍କୁ ଜାମିନ ମିଳିଥିଲା। ସୌଭିକଙ୍କ ଆଗରୁ ରିୟାଙ୍କୁ ଗିରଫ କରାଯାଇଥିଲା କିନ୍ତୁ ତାଙ୍କୁ ଡିସେମ୍ବର ୨ ତାରିଖରେ ଜାମିନ ମିଳିଥିଲା।
ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ରିୟା ଫିଲ୍ମ ଜଗତକୁ ଫେରିବାକୁ ଯୋଜନା କରୁଛନ୍ତି। ରିୟା ଖୁବ ଶୀଘ୍ର ପୁଣି ଫିଲ୍ମ ଜଗତକୁ ଫେରିବେ ବୋଲି ନିର୍ଦ୍ଦେଶକ ରୁମି ଜାଫରି ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ । ରିୟାଙ୍କ ଆଉ ଏକ ଫିଲ୍ମ ରିଲିଜ ହେବାକୁ ବାକି ଅଛି। ଏହି ଫିଲ୍ମ ୨୦୨୦ରେ ରିଲିଜ ହେବାର ଥିଲା କିନ୍ତୁ ଲକଡାଉନ ଯୋଗୁଁ ସିନେମାହଲ ବନ୍ଦ ରହିଥିବାରୁ ଫିଲ୍ମ ରିଲିଜ ହୋଇପାରିନଥିଲା। ଏହି ଫିଲ୍ମର ଟାଇଟଲ ହେଲା ‘ଚେହରା’। ଫିଲ୍ମରେ ରିୟାଙ୍କ ସହ ବିଗ ବି ଅମିତାଭ ବଚ୍ଚନ ଓ ଇମ୍ରାନ ହାସମୀ ମଧ୍ୟ ନଜର ଆସିବେ।
ସୁଶାନ୍ତ ମୃତ୍ୟୁ ପରେ ନାନା ଅଭିଯାନ, ବିବାଦ, ଚର୍ଚ୍ଚା ଓ ଆଲୋଚନା ଚାଲିଥିବା ଭିତରେ ଏନସିବି ଡ୍ରଗ୍ସ ଲିଙ୍କରେ ମୁଖ୍ୟ ଅଭିଯୁକ୍ତ ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି। ପରେ ପରେ ବି-ଟାଉନର ଅନେକ ତାରକାଙ୍କ ନାଁ ଡ୍ରଗ୍ସ ଲିଙ୍କରେ ସାମ୍ନାକୁ ଆସିଛି। ଏନସିବି ପର୍ଯ୍ୟାୟ କ୍ରମେ ସମସ୍ତଙ୍କୁ ସମନ, ଜେରା ଓ ଗିରଫ କରୁଛି। ଏହାରି ଭିତରେ ବଲିଉଡରେ କଳଙ୍କର ଆଉ ଏକ ଛିଟା ଲାଗିଛି।
ତେବେ ଏସବୁ ଆରମ୍ଭ ହୋଇଛି ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟର ଗୁମର ଖୋଜୁ ଖୋଜୁ। ବଲିଉଡର ଏହି ଦିବଙ୍ଗତ ଅଭିନେତାଙ୍କ ଉପରେ ନିର୍ମାଣ ହେଉଛି ଫିଲ୍ମ। ସବୁଠାରୁ ବଡ଼ କଥା ହେଲା, ଏହି ଫିଲ୍ମଟିକୁ ନିର୍ମାଣ କରୁଛନ୍ତି ସରଳା ଏ. ସରାଓଗୀ, ଯିଏ ହେଉଛନ୍ତି ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦିଙ୍କ ଓକିଲ ଅଶୋକ ଏମ୍. ସରାଓଗୀଙ୍କ ପତ୍ନୀ। ଫିଲ୍ମର ଟାଇଟଲ ରହିଛି 'ନ୍ୟାୟ: ଦି ଜଷ୍ଟିସ୍', ଯେଉଁଥିରେ ମୁଖ୍ୟ ଭୂମିକାରେ ଜୁବୈର୍ ଖାନ୍ ଅଭିନୟ କରୁଛନ୍ତି। ଫିଲ୍ମରେ ସେ ମହେନ୍ଦ୍ର ସିଂହ ଭୂମିକାରେ ନଜରକୁ ଆସିବେ। ତେବେ ଇଡି ଅଧିକାରୀଙ୍କ ଭୂମିକାରେ ଅମନ ବର୍ମା, ଏନସିବି ଅଧିକାରୀଙ୍କ ଭୂମିକାରେ ଶକ୍ତି କପୁର ଏବଂ ସୁଧା ଚନ୍ଦ୍ରନଙ୍କୁ ସିବିଆଇ ଅଧିକାରୀଙ୍କ ଭୂମିକାରେ ଦେଖିବାକୁ ମିଳିବ।
ସେହିପରି ସୁଶାନ୍ତ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଚରିତ୍ରକୁ ଫିଲ୍ମରେ ଉର୍ବଶୀ ଭୂମିକାରେ ଦେଖିବାକୁ ମିଳିବ। ତେବେ ଉର୍ବଶୀ ଭୂମିକାରେ ଅଭିନେତ୍ରୀ ଶ୍ରେୟା ଶୁକ୍ଲା ଅଭିନୟ କରୁଛନ୍ତି। ଜୁବୈରଙ୍କ କହିବା ଅନୁସାରେ, ଫିଲ୍ମରେ ସମ୍ପସ୍ତଙ୍କ କାଷ୍ଟ ପ୍ରାୟତଃ ଶେଷ ହୋଇସାରିଛି। ଫିଲ୍ମରେ ଦୀପିକା ପାଦୁକୋନ୍, ସାରା ଅଲୀ ଖାନ୍, ଅଙ୍କିତା ଲୋଖଣ୍ଡେ, କ୍ରିତି ସାନନ୍, ଶ୍ରଦ୍ଧା କପୁର, ରିୟା ଚକ୍ରବର୍ତ୍ତୀଙ୍କ ସମେତ ଦିଶା ସାଲିୟାନ, ଶ୍ରୁତି ମୋଦି, ସୁଶାନ୍ତଙ୍କ ଘରୋଇ ସହାୟକ ଏବଂ ବନ୍ଧୁଙ୍କ ଭୂମିକା ମଧ୍ୟ ଦେଖିବାକୁ ମିଳିବ।
ଫିଲ୍ମରେ ବିଗ୍-ବସ୍ ଫେମ୍ ସୋମି ଖାନ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିୟାନଙ୍କ ଭୂମିକାରେ ନଜରକୁ ଆସିବେ। ଜୁନ୍ 8ରେ ଦିଶାଙ୍କ ମୃତ୍ୟୁ ଘଟିଥିଲା। ସୁଶାନ୍ତଙ୍କ ମୃତ୍ୟୁ ସହ ଦିଶାଙ୍କ ମୃତ୍ୟୁ ରହସ୍ୟକୁ ଲିଙ୍କ୍ କରାଯାଉଥିବା ବେଳେ ଉଭୟ ମାମଲା ଖୁବ୍ ଚର୍ଚ୍ଚାରେ ରହିଛି।
ପ୍ରକାଶ ଥାଉ କି, ସୁଶାନ୍ତଙ୍କ ମୃତ୍ୟୁ ମାମଲା ଏବେ ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ତଦନ୍ତ ଦିଗରେ ନୂଆ ମୋଡ଼ ନେଇଛି। ତେବେ ଫିଲ୍ମରେ ଏହି ଦିଗକୁ ମଧ୍ୟ ପ୍ରଦର୍ଶିତ କରାଯିବ ବୋଲି ଜଣାପଡ଼ିଛି। ସେହିଭଳି ସୁଶାନ୍ତଙ୍କ ମୃତ୍ୟୁକୁ ନେଇ କରାଯାଉଥିବା ସମସ୍ତ କଳ୍ପନାଜଳ୍ପନାକୁ ଫିଲ୍ମରେ ସ୍ଥାନ ଦିଆଯାଇଛି। ଏପରି କି ଆତ୍ମହତ୍ୟା ଓ ଯୋଜନାବଦ୍ଧ ହତ୍ୟା ଦିଗକୁ ମଧ୍ୟ ଫିଲ୍ମରେ ଗୁରୁତ୍ୱ ଦିଆଯାଇଛି ବୋଲି ଅଭିନେତା ଜୁବୈର୍ କହିଛନ୍ତି।
ସୁଶାନ୍ତ ଜଣେ ଭଲ ଡ୍ୟାନ୍ସର ଥିଲେ। ଏଣୁ ଫିଲ୍ମରେ ଗୋଟିଏ ଡ୍ୟାନ୍ସ ନମ୍ବର ସହ ଚାରୋଟି ଗୀତ ରହିଛି। ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଦିଲ୍ଲୀ ଗୁଲାଟି। ଫିଲ୍ମର ଶୁଟିଂ ଆରମ୍ଭ ହୋଇସାରିଛି। ତେବେ ତିନିଜଣ ଅଭିନେତା ଏ ପର୍ଯ୍ୟନ୍ତ ନିଜ ଶୁଟିଂ ଆରମ୍ଭ କରି ନ ଥିବା ଜଣାପଡ଼ିଛି। 'ନ୍ୟାୟ: ଦି ଜଷ୍ଟିସ୍'ର ଶୁଟିଂ ଅକ୍ଟୋବର ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରହିଥିବାବେଳେ ଡିସେମ୍ବର ସୁଦ୍ଧା ରିଲିଜ୍ କରିବାକୁ ଯୋଜନା କରାଯାଇଛି।
ସୁଶାନ୍ତଙ୍କ ପରିବାର ପକ୍ଷର ଓକିଲ ବିକାଶ ସିଂହଙ୍କ ଏଭଳି ବୟାନ ସାମ୍ନାକୁ ଆସିବା ପରେ ରିୟାଙ୍କ ଓକିଲ ମଧ୍ୟ ସାଂଘାତିକ ଅଭିଯୋଗ ଆଣିଛନ୍ତି। ବିକାଶ ଶୁକ୍ରବାର ଟ୍ୱିଟ୍ କରିଥିଲେ ଯେ, ସୁଶାନ୍ତଙ୍କ ଆତ୍ମହତ୍ୟାକୁ ହତ୍ୟା ବୋଲି ନିର୍ଣ୍ଣୟ ନେବାରେ ସିବିଆଇ ବିଳମ୍ବ କରୁଛି, ଏଥିପାଇଁ ମୁଁ ନିରାଶ। ମୁଁ ପଠାଇଥିବା ଫଟୋଗୁଡ଼ିକ ଦେଖିଲା ପରେ ଏମ୍ସ ଟିମରେ ଥିବା ଡାକ୍ତର ମୋତେ ବହୁ ପୂର୍ବରୁ କହିସାରିଥିଲେ ଯେ, ସୁଶାନ୍ତଙ୍କ ଗଳା ଚିପି ହତ୍ୟା କରାଯାଇଥିବାର ୨୦୦ ପ୍ରତିଶତ ସଙ୍କେତ ରହିଛି। ଆଉ ଏହା ଏକ ଆତ୍ମହତ୍ୟା ନୁହେଁ। ଏହାପରେ ସୁଶାନ୍ତଙ୍କ ପରିବାର ଲୋକେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ତଦନ୍ତ ପ୍ରକ୍ରିୟାରେ ହସ୍ତକ୍ଷେପ କରିବାକୁ ପ୍ରୟାସ ଚଳାଇଥିବା ନେଇ ରିୟାଙ୍କ ଓକିଲ ଅଭିଯୋଗ ଆଣିଛନ୍ତି।
ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ସତିଶ ମାନେଶିନ୍ଦେ କହିଛନ୍ତି ଯେ, ତଦନ୍ତ ନିରପେକ୍ଷ ହେଉ ବୋଲି ସିବିଆଇ ମାମଲାରେ ଏକ ନୂଆ ମେଡିକାଲ ବୋର୍ଡ ଗଠନ କରିବାକୁ ଅନୁରୋଧ କରିଛି। ଫଟୋକୁ ଆଧାର କରି ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଏମ୍ସ ଡାକ୍ତରଙ୍କ ୨୦୦ ପ୍ରତିଶତ ନିଷ୍କର୍ସ ବାହାର କରିବା ଏକ ଭୟଙ୍କର ପ୍ରବୃତ୍ତି। ତଦନ୍ତ ପ୍ରକ୍ରିୟାକୁ ନିରପେକ୍ଷ କରିବା ଲାଗି ସିବିଆଇ ଏକ ନୂତନ ମେଡିକାଲ ବୋର୍ଡ ଗଠନ କରିବା ଆବଶ୍ୟକ।
ସତିଶ ଆହୁରି ମଧ୍ୟ କହିଛନ୍ତି, ବିହାର ନିର୍ବାଚନ ପୂର୍ବରୁ ସ୍ପଷ୍ଟ କାରଣରୁ ପୂର୍ବ ନିର୍ଦ୍ଧାରିତ ଫଳାଫଳ ପାଇବା ପାଇଁ ଏଜେନ୍ସି ଉପରେ ଚାପ ପକାଯାଉଛି। ନିକଟରେ ଆମେ ଡିଜିପି ପାଣ୍ଡେଙ୍କ ଭିଆରଏସ ବିଷୟ ଦେଖିଲେ। ଏଭଳି ପଦକ୍ଷେପର ପୁନରାବୃତ୍ତି ହେବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।
ସେପଟେ, ଏମ୍ସ ଫୋରେନ୍ସିକ ଟିମ୍ ମୁଖ୍ୟ ସୁଧୀର ଗୁପ୍ତା କହିଛନ୍ତି ଯେ, ସିବିଆଇକୁ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍କର୍ସ ମିଳିନାହିଁ। ଶେଷ ବୈଠକ ନିର୍ଦ୍ଧାରିତ ହେବାର ଅଛି। କେବଳ ଫଟୋ ଦେଖି କୌଣସି ରାୟ ଦିଆଯାଇପାରିବ ନାହିଁ। ଆମର ମତ ସ୍ପଷ୍ଟ ଏବଂ ସାକ୍ଷ୍ୟ ପ୍ରମାଣ ଆଧାରରେ ନିର୍ଣ୍ଣାୟକ ହେବ ବୋଲି ସେ କହିଛନ୍ତି।
ଡ୍ରଗ୍ସ ଲିଙ୍କରେ ବଲିଉଡର ବଡ଼ ଚେହେରା। ଏମାନେ ହେଲେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲୀ ଖାନ୍ ଏବଂ ରକୁଲ ପ୍ରୀତ ସିଂହ। ତଥ୍ୟ ଅନୁସାରେ ଶୁକ୍ରବାର କେବଳ ଦୀପିକାଙ୍କୁ ଜେରା କରାଯିବ ଏବଂ ଅନ୍ୟମାନଙ୍କୁ ଆସନ୍ତାକାଲି ହାଜର ହେବାକୁ ସମନ ହୋଇଛି। ତେବେ ଦୀପିକାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ଗତରାଲି ଏନସିବି ପଚରାଉଚରା କରିସାରିଛି।
ଏହା ପୂର୍ବରୁ ସୁଶାନ୍ତ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ଏନସିବି ଗିରଫ କରିସାରିଛି। ତାଙ୍କ ମୋବାଇଲ୍ ହ୍ୱାଟସ୍ ଆପ୍ ଚାଟରୁ ମିଳିଥିବା ତଥ୍ୟ ଆଧାରରେ ଏନସିବି ଡ୍ରଗ୍ସ ଚେର ଖୋଜୁଛି, ଯାହା ପରେ ଗୋଟିଏ ପରେ ଗୋଟିଏ ବଡ଼ ନାଁ ସାମ୍ନାକୁ ଆସୁଛି।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ତଦନ୍ତକାରୀ ସଂସ୍ଥା କରିସ୍ମାଙ୍କ ହ୍ୱାଟସ୍ ଆପରୁ ମଧ୍ୟ ଡ୍ରଗ୍ସ ଲିଙ୍କ୍ ତଥ୍ୟ ପାଇଛନ୍ତି। ତାଙ୍କ ହ୍ୱାଟ୍ସ ଆପ୍ ଚାଟରେ 'ଡି' ଏବଂ 'କେ' ମଧ୍ୟରେ ଏକ ଡ୍ରଗ୍ସ ଯୋଗାଡ଼ କରିବା ନେଇ ଆଲୋଚନା ହୋଇଥିବା ପର୍ଦ୍ଦାଫାଶ ହୋଇଛି। ସେହିପରି ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟାରେ ରିୟାଙ୍କୁ ଜେରା କରାଯିବା ସମୟରେ ସାରା, ରକୁଲ ଏବଂ ଶ୍ରଦ୍ଧାଙ୍କ ନାଁ ସାମ୍ନାକୁ ଆସିଛି। ଏ ସମସ୍ତ ବି-ଟାଉନ ସୁନ୍ଦରୀଙ୍କୁ ଏନସିବି ତିନି ଦିନ ମଧ୍ୟରେ ଜେରା କରିବ।
ସୁଶାନ୍ତଙ୍କ ମୃତ୍ୟୁ ପରେ ସାରା ଦେଶ ସିବିଆଇ ତଦନ୍ତ ପାଇଁ ଏକଜୁଟ୍ ହୋଇଥିଲା। ପରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବାରୁ ଏନସିବି ମଧ୍ୟ ମାମଲାର ଖୋଳତାଡ଼ ଆରମ୍ଭ କଲା। ସେପଟେ ଟଙ୍କା ହେରଫେର୍ ହୋଇଥିବା ଦିଗରେ ଇଡି ମଧ୍ୟ ତଦନ୍ତ କରୁଛି। ଇତି ମଧ୍ୟରେ ବଲିଉଡର ଡ୍ରଗ୍ସ ଲିଙ୍କ୍ ଚେର ଲମ୍ବି ଲମ୍ବି ଚାଲିଛି। ବହୁ ତାରକା ଓ ବ୍ୟକ୍ତିଙ୍କ ନାମ ଏନସିବି ରାଡାରରେ ରହିଛି। ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିଥିବା ଏମାନେ ହେଉଛନ୍ତି ସବୁଠାରୁ ବଡ଼ ବ୍ୟକ୍ତିତ୍ୱ। ଏଣୁ ଏ ସବୁ ଜାଲରେ ଫସିବା ପରେ ବି-ଟାଉନର ଏହି ସୁନ୍ଦରୀମାନଙ୍କ କ୍ୟାରିୟର ପ୍ରଭାବିତ ହେବ ବୋଲି ଆଲୋଚନା ହେଉଛି।
ଆସନ୍ତା କାଲି ହେବ ରିୟା ଓ ଶୌଭିକଙ୍କ ଜାମିନ ଆବେଦନ ଉପରେ ଶୁଣଣି। ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ପରେ ମୁଖ୍ୟ ଅଭିଯୁକ୍ତ ରିୟା ଓ ଶୌଭିକଙ୍କୁ ସେପ୍ଟେମ୍ବର ୯ରେ ଏନସିବି ଗିରଫ କରିଥିଲା। ଗିରଫ ପୂର୍ବରୁ ରିୟାଙ୍କୁ ଲଗାତର ୩ ଦିନ ଧରି ମାରାଥନ ଜେରା କରିଥିଲା ଏନସିବି। ଗିରଫ କରାଯିବା ପରେ ରିୟାଙ୍କୁ ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦିଆଯାଇଥିଲା। ସେ ତଳ କୋର୍ଟରେ ଦୁଇଥର ଜାମିନ ଆବେଦନ କରିଥିଲେ ହେଁ ତାହା ଖାରଜ ହୋଇଯାଇଥିଲା।
ଏହାପରେ ରିୟା ବମ୍ବେ ହାଇକୋର୍ଟଙ୍କଠାରେ ଜାମିନ୍ ଆବେଦନ କରିଥିଲେ, ଯାହାର ଶୁଣାଣି ଆଜି ହେବାର ଥିଲା। ହେଲେ ମୁମ୍ବାଇରେ ପ୍ରବଳ ବର୍ଷା ହେଉଥିବା କାରଣରୁ କୋର୍ଟକୁ ଛୁଟି କରିଦିଆଯାଇଛି। ଏଣୁ ଆସନ୍ତା କାଲି ଜାମିନ୍ ଆବେଦନ ଉପରେ କୋର୍ଟ ଶୁଣାଣି କରିବେ ବୋଲି ଜଣାପଡ଼ିଛି। ରିୟା ଗତ ଦୁଇ ସପ୍ତାହ ଧରି ମୁମ୍ବାଇ ବାଇକୋଲା ଜେଲରେ ଅଛନ୍ତି।
ସୁଶାନ୍ତଙ୍କ ପାଇଁ ରିଆ ଡ୍ରଗ୍ସ କିଣୁଥିବା ନେଇ ପଚରାଉଚରା ବେଳେ ଏନ୍ସିବି ନିକଟରେ ସ୍ୱୀକାର କରିଥିଲେ। ତେବେ ସେ ନିଜେ ଡ୍ରଗ୍ସ ସେବନ କରୁ ନ ଥିବା ଏନ୍ସିବିକୁ କହିଥିବା ଜଣାପଡ଼ିଛି।
ଜୁନ୍ ୧୪ ତାରିଖରେ ସୁଶାନ୍ତ ସିଂହ ରାଜପୁତଙ୍କ ଝୁଲନ୍ତା ମୃତଦେହକୁ ତାଙ୍କ ବାନ୍ଦ୍ରା ସ୍ଥିତ ବାସଭବନରୁ ଉଦ୍ଧାର କରିଥିଲା। ଏହା ପରେ ଚର୍ଚ୍ଚାକୁ ଆସିଥିଲେ ତାଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ। ସୁଶାନ୍ତଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ରିଆକୁ ଦାୟୀ କରିଥିବା ବେଳେ ଏନେଇ ଥାନାରେ ଅଭିଯୋଗ କରିଥିଲା। ଏବେ ସିବିଆଇ ଏହି ଘଟଣାର ତଦନ୍ତ କରୁଛି। ତେବେ ତଦନ୍ତ ବେଳେ ଡ୍ରଗ୍ସ ଲିଙ୍କ୍ ପ୍ରସଙ୍ଗ ଆସିବାରୁ ଏନ୍ସିବି ତା’ଉପରେ ତଦନ୍ତ କରୁଛି। ସେହିପରି ସୁଶାନ୍ତଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ ଅଭିଯୋଗର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କରୁଛି।
ଏହି ରିପୋର୍ଟ ଅନୁଯାୟୀ, ଏନ୍ସିବି ଉପ-ନିର୍ଦ୍ଦେଶକ ଏହି ଖବରକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ସେମିତି କିଛି ତାଲିକା ପ୍ରସ୍ତୁତ କରାଯାଇନାହିଁ। ସେ କହିଛନ୍ତି ଡ୍ରଗ୍ସ ବିକ୍ରି କରୁଥିବା ଓ ଚାଲାଣ କରୁଥିବା ଲୋକଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ବୋଧେ ଏହାକୁ ସମସ୍ତେ ବଲିଉଡ୍ ତାରକାମାନଙ୍କ ତାଲିକା ବୋଲି ଭାବି ନେଇଛନ୍ତି।
ପୂର୍ବରୁ କୁହାଯାଇଥିଲା ଯେ ରିଆ ବଲିଉଡ୍ର ୨୫ ଜଣ ଟପ୍ ସେଲେବ୍ରିଟିଙ୍କ ନାଁ କହିଥିବା ବେଳେ ଏନ୍ସିବି ସେମାନଙ୍କର ଡ୍ରଗ୍ସ ଲିଙ୍କ୍ ନେଇ ପ୍ରାଥମିକ ତଦନ୍ତ କରିବା ପରେ ଜଣ ଜଣ କରି ଜେରା କରିବାକୁ ଡାକିବ। ଏହି ତାଲିକାରେ ବଲିଉଡ୍ ଅଭିନେତା, ଅଭିନେତ୍ରୀଙ୍କ ସହିତ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ନାଁ ରହିଛି। ଏପରିକି ସାରା ଅଲ୍ଲୀ ଖାନ୍ ଓ ରକୁଲ ପ୍ରୀତ୍ ସିଂହଙ୍କୁ ଏନ୍ସିବି ଜେରା କରିବ ବୋଲି ଖବର ପ୍ରକାଶିତ ହୋଇଥିଲା।
ସୂଚନାଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ କଥା ଉଠିବା ପରେ ଏନ୍ସିବି ଏହାର ତଦନ୍ତ କରୁଛି। ଏନ୍ସିବି ରିଆଙ୍କ ସହିତ ତାଙ୍କ ଭାଇ ସୌଭିକ ଓ ଆଉ କିଛି ଲୋକଙ୍କୁ ଗିରଫ କରିଛି। ରିଆଙ୍କୁ ସେପ୍ଟେମ୍ବର ୮ ତାରିଖରେ ଗିରଫ କରାଯାଇଥିବା ବେଳେ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ସେ ଦୁଇ ଥର ଜାମିନ୍ ଆବେଦନ କରିଥିଲେ ମଧ୍ୟ, ସେଗୁଡ଼ିକ ଖାରଜ ହୋଇଯାଇଛି। ଫଳରେ ସେ ଭାୟଖଲା ଜେଲ୍ରେ ଅଛନ୍ତି।
ସୁଶାନ୍ତଙ୍କ ଘରୁ ଦୀପେଶ ସାଓ୍ୱନ୍ତ କୋରିୟର୍ ବୟ ହାତରେ ଏକ କୋରିୟର୍ ଦେଇଥିଲେ, ଯାହା ରିୟାଙ୍କ ଘରେ ତାଙ୍କ ଭାଇ ଶୌଭିକ୍ ରିସିଭ୍ କରିଥିଲେ । ତେବେ ଏହି କୋରିୟରରେ ଅଧା କେଜି ଡ୍ରଗ୍ସ ଥିଲା । କୋରିୟର୍-ବୟ ଧରା ନ ପଡ଼ୁ ସେଥିଲାଗି ପ୍ୟାକେଟରେ ଘରର ଅନ୍ୟ ସାମଗ୍ରୀ ମଧ୍ୟ ଭର୍ତ୍ତି କରାଯାଇଥିଲା । ଅର୍ଥାତ୍ ଘରର ଅନ୍ୟ ସାମଗ୍ରୀ ଭିତରେ ଅଧା କେଜି ଡ୍ରଗ୍ସ ଲୁଚାଇ ସୁଶାନ୍ତଙ୍କ ଘରୁ ରିୟାଙ୍କ ଘରକୁ କୋରିୟର୍ କରାଯାଇଥିଲା । ତେବେ ଏହା ଏପ୍ରିଲ ମାସର ଘଟଣା ବୋଲି ଜଣାପଡ଼ିଛି ।
ଲକଡାଉନ ବେଳେ ଚେକିଂ ଚାଲିଥିବାରୁ ବଡ୍ସ ପ୍ୟାକେଟ୍ କୋରିୟର୍ ମାଧ୍ୟମରେ ପଠାଯାଇଥିଲା । କୋରିୟର୍-ବୟ ଦୀପେଶ ଏବଂ ଶୌଭିକଙ୍କୁ ଚିହ୍ନିଥିବା କହିଛନ୍ତି । ଆଉ ତାଙ୍କର କଲ୍ ଡିଟେଲ୍ସ ମଧ୍ୟ ଶୌଭିକ୍ ଏବଂ ଦୀପେଶଙ୍କ ନିକଟରୁ ସଂଗ୍ରହ କରାଯାଇଛି ।
ଏକ ଜାତୀୟ ଗଣମାଧ୍ୟମ ଅନୁଯାୟୀ, ସୁଶାନ୍ତ ଲକଡାଉନ ସମୟରେ ରିୟାଙ୍କ ଘରକୁ ଯିବାର ଥିଲା । ଏଣୁ ଡ୍ରଗ୍ସ ସୁଶାନ୍ତଙ୍କ ଘରୁ ରିୟାଙ୍କ ଘରକୁ କୋରିୟର କରାଯିବା ପରେ ସେ ରିୟାଙ୍କ ଘରକୁ ଗଲେ । ଅନ୍ୟପଟେ ଏହା ମଧ୍ୟ କୁହାଯାଉଛି ଯେ, ବଲିଉଡର 15ଜଣ ସେଲିବ୍ରିଟି ଏନସିବି ତାଲିକାରେ ରହିଛନ୍ତି, ଯେଉଁମାନଙ୍କ ନାଁ ରିୟାଙ୍କୁ ଜେରା କରାଯିବା ସମୟରେ ସାମ୍ନାକୁ ଆସିଛି । ଏ ସମସ୍ତ ସେଲିବ୍ରିଟି ଡ୍ରଗ୍ସ ସେବନ କରୁଥିବା ଏବଂ ପ୍ରିକ୍ୟୋର୍ କରୁଥିବା ନେଇ ଅଭିଯୋଗ ରହଛି । ତେବେ ବଲିଉଡର ଏ ସମସ୍ତ ତାରକା ବି ଶ୍ରେଣୀ କଳାକର ବୋଲି ଜଣାପଡ଼ିଛି ।
ଲଗାତାର ତିନି ଦିନ ଧରି ପଚରାଉଚରା କରିବା ପରେ ସେପ୍ଟେମ୍ବର ୮ ତାରିଖରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନ୍ସିବି) ତାଙ୍କୁ ଗିରଫ କରିଥିଲା। ଏହା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ସେତେବେଳେ ତାଙ୍କ ଜାମିନ ଆବେଦନକୁ ଖାରଜ କରିବା ସହିତ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ବୁଧବାର ଠାରୁ ରିଆ ମୁମ୍ବାଇର ଭାୟଖଲା ଜେଲ୍ରେ ରହୁଛନ୍ତି, ଯାହା କେବଳ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ।
ନିଜ ଜାମିନ୍ ଆବେଦନରେ ରିଆ ଉଲ୍ଲେଖ କରିଥିଲେ ଯେ ଏନ୍ସିବିର ତଦନ୍ତକାରୀ ଅଧିକାରୀମାନେ ତାଙ୍କୁ ଦୋଷ ସ୍ୱୀକାର କରିବା ପାଇଁ ଚାପ ପକାଇଥିଲେ। ଏହା ସହିତ ବିଚାର ବିଭାଗୀୟ ହାଜତରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ଦର୍ଶାଇଥିଲେ। ରିଆ କହିଥିଲେ ଯେ ତାଙ୍କ ଦୁଷ୍କର୍ମ ସହିତ ହତ୍ୟା ଧମକ ମିଳୁଛି। ତା’ସହିତ ଏକାବେଳେ ତିନି ତିନିଟି ତଦନ୍ତ (ସିବିଆଇ, ଇଡି ଓ ଏନ୍ସିବି)ର ସମ୍ମୁଖୀନ ହେବା ଫଳରେ ତାଙ୍କର ମାନସିକ ସ୍ୱାସ୍ଥ୍ୟାବସ୍ଥା ପ୍ରତି ଏହାର ଖରାପ ପ୍ରଭାବ ପଡ଼ିଛି।
ଜାମିନ ଆବେଦନରେ ରିଆ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ସେ କିଛି ଭୁଲ୍ କରି ନାହାନ୍ତି। ତାଙ୍କୁ ଏହି ମାମଲାରେ ମିଛରେ ଫସାଇ ଦିଆଯାଇଛି।
ଅନ୍ୟପକ୍ଷରେ ଏନ୍ସିବି ପକ୍ଷରୁ କୋର୍ଟରେ ଦାଖଲ କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି ଯେ ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପାଇଁ ରିଆ ଚକ୍ରବର୍ତ୍ତୀ ଡ୍ରଗ୍ସ ଯୋଗାଡ଼ କରୁଥିଲେ। ତେବେ ସେ ନିଜେ କେବେ ଡ୍ରଗ୍ସ ସେବନ କରି ନଥିବା କହିଛନ୍ତି।
ଏହାରି ଭିତରେ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେଙ୍କ ଏକ ଓପନ ଲେଟରକୁ ନେଇ ରିୟାଙ୍କ ଅତି ଘନିଷ୍ଠ ବନ୍ଧୁ ତଥା ଫରହାନ୍ ଅଖତରଙ୍କ ଗର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକର ଅଙ୍କିତାଙ୍କ ଉପରେ ଖୁବ୍ ବର୍ଷିଛନ୍ତି ।
https://www.instagram.com/p/CEn8ucMnnJ3/?utm_source=ig_web_copy_link
ଅଙ୍କିତା ନିଜ ଘୃଣାକାରୀ ବା ହେଟର୍ସଙ୍କ ଉଦ୍ଦେଶ୍ୟରେ ସୋଶାଲ ମିଡିଆରେ ଏକ ଓପନ୍ ଲେଟର୍ ଲେଖିଥିଲେ । ଯାହାର ପ୍ରତିକ୍ରିୟାରେ ଶିବାନୀ ଆଜି ସୋଶାଲ ମିଡିଆରେ ଏକ ନୋଟ୍ ଲେଖିଛନ୍ତି। ଅଙ୍କିତାଙ୍କୁ ପିତୃସତ୍ତା ବା ପେଟ୍ରିଆର୍କିର ରାଜକୁମାରୀ ଆକ୍ଷା ଦେଇ ଶିବାନୀ କହିଛନ୍ତି ଯେ, ଏହି ଚିଠିଟି ଅନୈତିକ ଅଟେ। କେବଳ 2 ସେକେଣ୍ଡର ଲୋକପ୍ରିୟତା ପାଇବାକୁ ଅଙ୍କିତା ଏ ସବୁ କରୁଥିଲେ ବୋଲି ଶିବାନୀ କହିଛନ୍ତି ।
ଶିବାନୀ ନିଜ ପ୍ରତିକ୍ରିୟାରେ ଲେଖିଛନ୍ତି, ଅଙ୍କିତା ଲୋଖଣ୍ଡେ ସୁଶାନ୍ତ ସିଂହ ରାଜପୁତଙ୍କ ସହ ଖୋଦ୍ ନିଜର ସମ୍ପର୍କ କେବେ ସୁଧାରି ନ ଥିଲେ । ସେ ସ୍ପଷ୍ଟ ଭାବରେ 2 ସେକେଣ୍ଡର ପ୍ରସିଦ୍ଧି ପାଇବାକୁ ଚାହୁଁଥିଲେ, ଯାହା ରିୟାଙ୍କୁ ଟାର୍ଗେଟ୍ କରିବା ଦ୍ୱାରା ସେ ପାଇଛନ୍ତି । ସେ କହିଛନ୍ତି, ଅଙ୍କିତାଙ୍କୁ ଏହା ସ୍ୱୀକାର କରିବା ଉଚିତ୍ ଯେ, ସୁଶାନ୍ତ ରିୟାଙ୍କୁ ଭଲପାଉଥିଲେ । ନିଜ ହେଟର୍ସଙ୍କ ଉଦ୍ଦେଶ୍ୟରେ ଓପନ୍ ଲେଟର୍ ଲେଖିବା ପୂର୍ବରୁ ଆପଣ ଗୋଟିଏ କଥା ମନେରଖନ୍ତୁ “ଆପଣଙ୍କ ହୃଦୟରେ ଯେତିକି ଘୃଣା ଅଛି ଆଉ କାହା ହୃଦୟରେ ସେତିକି ଘୃଣା ନାହିଁ” । ଏଭଳି କିଛି ଲେଖି ଅଙ୍କିତାଙ୍କୁ ଟାର୍ଗେଟ୍ କରିଛନ୍ତି ଶିବାନୀ ।
https://www.instagram.com/p/CE7A8achrmM/?utm_source=ig_web_copy_link
ସୂଚନାଯୋଗ୍ୟ, ଅଙ୍କିତା ନିଜ ଚିଠିରେ ସୁଶାନ୍ତଙ୍କ ମାନସିକ ଅବସ୍ଥା ଜାଣି ମଧ୍ୟ ତାଙ୍କୁ ଡ୍ରଗ୍ସ ସେବନ କରିବାକୁ ଦେବା ନେଇ ରିୟାଙ୍କୁ ଦାୟିତ୍ୱହୀନ ବୋଲି ଲେଖିଥିଲେ । ଏହାସହ ସୁଶାନ୍ତଙ୍କ ଡ୍ରଗ୍ସ ନେବା ବିଷୟରେ ତାଙ୍କ ପରିବାରକୁ ଅବଗତ କରିଥିଲେ କି ବୋଲି ପ୍ରଶ୍ନ ବି ପଚାରିଥିଲେ । ଏଣୁ ଏସବୁ ରିୟାଙ୍କ କର୍ମଫଳ ବୋଲି ନିଜ ଓପନ୍ ଲେଟରରେ ଅଙ୍କିତା ଲେଖିଥିଲେ ।
Ms. Shibani, if you weren't Farhan's girlfriend, no one would even know you and @anky1912 has struggled for years, been independent, is talented, proved herself since years and stood up on her own. You have that 2 seconds of fame, Ankita is famous since 2009, and you? LMAO. https://t.co/4aid5M0VAe
— Aditya (@kaisehuaa) September 10, 2020
#AnkitaLokhande is famous for her good works she has all fame.. but who are you except girlfriend of a 50 year old man nobody knew you so... you using ankita name for 2 sec fame wow 😂😂 https://t.co/p0oIeKEwiP
— Mini Sharma (@MiniSha68863090) September 10, 2020
ଅନ୍ୟପଟେ ଶିବାନୀ ଅଙ୍କିତାଙ୍କୁ ଏମିତି ଭାଷାରେ ଟାର୍ଗେଟ୍ କରିବା ସୋଶାଲ ମିଡିଆ ୟୁଜର୍ସଙ୍କୁ ପସନ୍ଦ ଆସିନାହିଁ । ଏନେଇ ସୋଶାଲ ମିଡିଆରେ ଶିବାନୀଙ୍କୁ ଖୁବ୍ ଟ୍ରୋଲ୍ କରାଯାଉଛି । ଫରହାନ ଅଖତରଙ୍କ ଗର୍ଲଫ୍ରେଣ୍ଡ ଛଡ଼ା ଆପଣଙ୍କ କୌଣସି ଅନ୍ୟ ପରିଚୟ ନାହିଁ ବୋଲି କହି ଶିବାନୀଙ୍କୁ ୟୁଜର୍ସ ଟ୍ରୋଲ୍ କରୁଛନ୍ତି ଏବଂ ଅଙ୍କିତାଙ୍କ ପ୍ରତି ନିଜ ସମର୍ଥନ ଜଣାଇଛନ୍ତି ।
ସୂଚନାଯୋଗ୍ୟ, ବାଇକୁଲା ଜେଲ୍ କେବଳ ମୁମ୍ବାଇର ମହିଳା କଏଦୀଙ୍କ ପାଇଁ ଉଦ୍ଦିଷ୍ଟ । ବହୁ ଚର୍ଚ୍ଚିତ ସିନା ବୋରା ହାଇ ପ୍ରୋଫାଇଲ୍ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ କୋରେଗାଓ-ଭୀମା ମାମଲାରେ ସାମାଜିକ କର୍ମୀ ସୁଧା ଭାରଦ୍ୱାଜଙ୍କ ଭଳି ଅନେକ ଚର୍ଚ୍ଚିତ ଚେହେରା ବାଇକୁଲା ଜେଲରେ କଏଦୀ ହୋଇ ଦିନ କାଟୁଛନ୍ତି । ଏବେ ଏହି ତାଲିକାରେ ଏବେ ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ନାମ ସାମିଲ ହୋଇଯାଇଛି ।
ସୁଶାନ୍ତ ରହସ୍ୟମୟ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କର ଖୋଳତାଡ଼ କରୁଥିବା ଏନସିବି ରିୟାଙ୍କୁ ମଙ୍ଗଳବାର ଗିରଫ କରିଛି । ତେବେ ଜାମିନ ଆବେଦନ ଖାରଜ ହୋଇଥିବା ବେଳେ ରିୟାଙ୍କୁ ସେପ୍ଟେମ୍ବର 22 ଯାଏ ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦିଆଯାଇଛି । ଏହି କ୍ରମରେ ଆଗାମୀ 14 ଦିନ ଯାଏ ଜେଲରେ ଦିନ କାଟିବାକୁ ହେବ । ଗତକାଲି ମଧ୍ୟ ରିୟା ଏନସିବି ଲକଅପରେ ସାରା ରାତି ବିତେଇଥିଲେ ।
ସୁଶାନ୍ତ ଓ ରିୟା ଲିଭ୍-ଇନ୍ ପାର୍ଟନର୍ ଥିଲେ । ସୁଶାନ୍ତଙ୍କ ରହସ୍ୟମୟ ମୃତ୍ୟୁ ସହ ଡ୍ରଗ୍ସ ଲିଙ୍କ୍ ଥିବା ଜଣାପଡ଼ିବା ପରେ ମାମଲାର ତଦନ୍ତ ଏନସିବି କରୁଛି । ଏହି ସଂକ୍ରାନ୍ତରେ ପୂର୍ବରୁ ଏନସିବି ରିୟାଙ୍କ ଭାଇ ଶୌଭିକ୍ ଚକ୍ରବର୍ତ୍ତୀଙ୍କ ସମେତ 9 ଜଣଙ୍କୁ ଗିରଫ କରିସାରିଛି ।
ସୂଚନାଯୋଗ୍ୟ, ରିୟା ଗିରଫ ହେବା ସମୟରେ ଗଣମାଧ୍ୟମ ସାମ୍ନାରେ ହାତ ହଲାଇ ନିଜର ସାହସ ଏବଂ ଧର୍ଯ୍ୟ ଦେଖାଇଥିଲେ । ସେପଟେ ରିୟାଙ୍କୁ ଗିରଫ କରାଯିବା ପରେ ପରେ ତାଙ୍କ ଓକିଲଙ୍କ ପକ୍ଷରୁ ବୟାନ ଜାରି କରାଯାଇଥିଲା । ସେ କହିଛନ୍ତି, ଏହା ଆଇନର ଉପହାସ ଅଟେ । ସନ୍ଧ୍ୟାରେ ରିୟା ଭିଡିଓ କନଫରେନ୍ସିଂ ଜରିଆରେ ହାଜର ମଧ୍ୟ ହୋଇଛନ୍ତି । ହେଲେ ଜାମିନ୍ ଆବେଦନ ଖାରଜ କରିଦିଆଗଲା । ସେହିପରି ଲଗାତର ତିନି ଦିନର ମାରାଥନ ଜେରା ପରେ ଏନସିବି କୌଣସି ଡ୍ରଗ୍ସ ଜବତ ନ କରି ରିୟାଙ୍କୁ ମଙ୍ଗଳବାର ଗିରଫ କରିଛି ବୋଲି ତାଙ୍କ ଓକିଲ ନିଜ ବୟାନରେ କହିଛନ୍ତି ।
ଏନେଇ ଏନସିବି କହିଛି ଯେ, କେତେକ ସମୟରେ ରିୟା ମଧ୍ୟ ଡ୍ରଗ୍ସ ସେବନ କରିଥିବା ଖୋଦ୍ ସ୍ୱୀକାର କରିଛନ୍ତି । ସେ ତାଙ୍କ ଭାଇ ଶୌଭିକ୍ ଏବଂ ସୁଶାନ୍ତଙ୍କ ସହ ଡ୍ରଗ୍ସ ସେବନ କରିଛନ୍ତି ।
ଏକ ଜାତୀୟ ଗଣମାଧ୍ୟମ ମୁତାବକ, ଏନସିବି ସୂତ୍ରରୁ ଜଣାପଡ଼ିଛି ଯେ, ରିୟା ସିଗାରେଟରେ ଗଞ୍ଜେଇ ସେବନ କରୁଥିଲେ । ସେ କୌଣସି ଡ୍ରଗ ପେଡଲରଙ୍କ ସହ ସିଧାସଳଖ ଯୋଗାଯୋଗରେ ନ ଥିଲେ । ହେଲେ ଲକଡାଉନ ସମୟରେ ଯେତେବେଳେ ଡ୍ରଗ୍ସ ମିଳିପାରିଲା ନାହିଁ, ସେତେବେଳେ ଭାଇ ଶୌଭିକଙ୍କୁ କହି ରିୟା ଡ୍ରଗ୍ସ ଆଣୁଥିଲେ ।
ରିୟା ଏନସିବିକୁ କହିଛନ୍ତି ଯେ, ସୁଶାନ୍ତ ବହୁ ପୂର୍ବରୁ ଡ୍ରଗ୍ସ ସେବନ କରୁଥିଲେ । ଆଉ ସୁଶାନ୍ତ କହିବାରୁ ହିଁ ସେ ଡ୍ରଗ୍ସ ଆଣୁଥିଲେ । ତେବେ ରିୟା ଏବଂ ଶୌଭିକଙ୍କୁ ସାମ୍ନା ସାମ୍ନି ଜେରା କରିବାରୁ ରିୟା କାନ୍ଦି ପକାଇଥିଲେ । ଏନସିବି ଅନୁଯାୟୀ, ରିୟାଙ୍କ ଘରୁ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଜବତ କରାଯାଇଛି, ଯେଉଁଥିରୁ ଡ୍ରଗ୍ସ କାରବାର ସହ ଜଡ଼ିତ ଅନେକ ତଥ୍ୟ ଓ ପ୍ରମାଣ ହସ୍ତଗତ ହୋଇଛି ।
ସେ କହିଛନ୍ତି, ଲାଗୁଛି ବାନ୍ଦ୍ରା ପୁଲିସ୍ ଷ୍ଟେସନ୍ ରିଆ ଚକ୍ରବର୍ତ୍ତୀଙ୍କ ଦ୍ୱିତୀୟ ଘର ହୋଇଯାଇଛି। ସବୁପ୍ରକାର ଛୋଟମୋଟ କଥାରେ ସେ ପୁଲିସ୍ ଷ୍ଟେସନ ଚାଲିଯାଉଛନ୍ତି।
ବିକାଶ ସିଂହ ଆହୁରି କହିଛନ୍ତି, ରିଆ ମାମଲାକୁ ବାଟବଣା କରିବାକୁ ପ୍ରୟାସ କରୁଛନ୍ତି। ଏହା ସହିତ ସେ ରିଆଙ୍କୁ ଗିରଫ କରାଯାଉ ବୋଲି କହିଛନ୍ତି।
Bandra Police Station seems to be #RheaChakrobarty's second home as she runs to the police station over all kinds of petty issues: Vikas Singh, lawyer of the father of #SushantSinghRajput on her complaint against the late actor's sister and others pic.twitter.com/Ufi4ejkKSW
— ANI (@ANI) September 8, 2020
ସେ କହିଛନ୍ତି ଯେ ରିଆ ଜବରଦସ୍ତି ମୁମ୍ବାଇ ପୁଲିସ୍କୁ ଏହି ମାମଲାରେ ଭର୍ତ୍ତି କରିବାକୁ ପ୍ରୟାସ କରୁଛନ୍ତି। ଏ ମାମଲା ସିବିଆଇ ହାତରେ ଅଛି। ମୁମ୍ବାଇ ପୁଲିସ୍ ପାଖରେ କିଛି କରିବାର ଅଧିକାର ନାହିଁ। ରିଆଙ୍କ ଅଭିଯୋଗ ଆଇପିସି ଧାରା ୧୮୨ର ଉଲ୍ଲଂଘନ କରୁଛି। ଯଦି ରିଆଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଗଲା, ତା’ହେଲେ ସୁଶାନ୍ତଙ୍କ ପରିବାର ବି ଏହା ଉପରେ ପଦକ୍ଷେପ ନେବ।
ରିଆଙ୍କ ଏଫ୍ଆଇଆର୍ ଉପରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ ପ୍ରତିକ୍ରିୟା ରଖିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, କୌଣସି କଥା ଆମକୁ ଭାଙ୍ଗି ପାରିବ ନାହିଁ। ଏକ ମିଛ ଏଫ୍ଆଇଆର୍ କେବେ ବି ନୁହେଁ!
ରୀୟା ଏନସିବି ତଦନ୍ତରେ ଯୋଗ ଦେଇଥିଲେ ମଧ୍ୟ, ମୁମ୍ବାଇ ପୁଲିସର ସୁରକ୍ଷା ଲୋଡ଼ିଥିଲେ। ରୀୟାଙ୍କ ଜୁହୁସ୍ଥିତ ବାସଭବନଠାରୁ ଏନସିବି କାର୍ଯ୍ୟାଳୟ ପର୍ଯ୍ୟନ୍ତ ପୁଲିସର କଡ଼ା ସୁରକ୍ଷା ରହିଥିଲା।
ସୂଚନାଯୋଗ୍ୟ ଯେ, ଏହା ପୂବର୍ରୁ ରୀୟାଙ୍କ ଭାଇ ସୌଭିକ୍ ଚ୍ରକବର୍ତ୍ତୀ ଏବଂ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜରଙ୍କୁ ଏନସିବି ଗିରଫ କରି ସେପ୍ଟେମ୍ବର ରିମାଣ୍ଡରେ ନେଇସାରିଛି। ତେବେ ସୌଭିକଙ୍କ ଗିରଫ ହେବାକୁ ନେଇ ରୀୟାଙ୍କ ବାପା ମଧ୍ୟ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିସାରିଛନ୍ତି। ଅନ୍ୟପକ୍ଷରେ ରୀୟା ମଧ୍ୟ ଗିରଫ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜାରି ରହିଛି।
ରୀୟା ନିଜେ କିଛି କହିନଥିଲେ ମଧ୍ୟ ନିଜ ଓକିଲଙ୍କ ମାଧ୍ୟମରେ କହିଛନ୍ତି, ସେ ଗିରଫ ହେବାକୁ ପ୍ରସ୍ତୁତ ଅଛନ୍ତି। ‘ଜଣଙ୍କୁ ପ୍ରେମ କରିବାର’ ପରିଣାମ ଭୋଗିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି।
ଗିରଫ ହୋଇଥିବା ବ୍ୟକ୍ତି ଦୁଇଜଣ ହେଲେ ଅବଦୁଲ ବାସିତ ପରିହାର ଓ ଜୈଦ୍ ଭିଲିଟ୍ରା। ଦୁହିଁଙ୍କୁ ମୁମ୍ୱାଇରୁ ଗିରଫ କରାଯାଇଛି।
ଅଭିଯୋଗ ଅନୁସାରେ ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶରେ ସୁଶାନ୍ତଙ୍କ ହାଉସ୍ ମ୍ୟାନେଜର ସାମୁଏଲ ମିରାଣ୍ଡା ଏମାନଙ୍କଠାରୁ ଡ୍ରଗ୍ସ ଆଣୁଥିଲେ। ଇଡିର ପଚରାଉଚରା ସମୟରେ ଗିରଫ ଅଭିଯୁକ୍ତ ଦୁହେଁ ରିଆଙ୍କ ଭାଇ ସୌଭିକଙ୍କର ନାମ ନେଇଥିଲେ।
ଅନ୍ୟପକ୍ଷରେ ରିଆଙ୍କ ବାପାମା’ଙ୍କୁ ସିବିଆଇ ଜେରା କରିଛି। ଲଗାତାର ୧୩ ଦିନ ଧରି ସିବିଆଇର ତନାଘନା ପରେ ଏହି ମାମଲାରେ ପ୍ରଦିଦିନ ନୂଆ ନୂଆ ତଥ୍ୟ ମିଳିବାରେ ଲାଗିଛି।
ଏଠାରେ ଉଲ୍ଲେଖଯୋଗ୍ୟ, ନିକଟରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ କିଛି ହ୍ୱାଟସ୍ ଆପ୍ ଚାଟରୁ ତାଙ୍କ ଡ୍ରଗ୍ସ ଲିଙ୍କ୍ ଥିବା ପ୍ରଘଟ ହୋଇଥିଲା। ଏହା ପରେ ଏନସିବି ମାମଲାର ଖୋଳତାଡ଼ ଆରମ୍ଭ କରିଦେଲା। ଏନସିବିକୁ ମିଳିଥିବା ତଥ୍ୟ ଅନୁଯାୟୀ, ଯେଉଁ ପେଡଲର୍ସଙ୍କଠାରୁ ଡ୍ରଗ୍ସ ଆଣୁଥିଲେ, ସେ ଡାର୍କନେଟ୍ ମାଧ୍ୟମରେ ବିଦେଶରୁ ଡ୍ରଗ୍ସ ଆମଦାନି କରୁଥିଲା ବୋଲି ଜଣାପଡ଼ିଛି।
ଅନ୍ୟପଟେ ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତ କରୁଛି ସିବିଆଇ। ଆଜି ଲଗାତର ତୃତୀୟ ଦିନ ରିୟାଙ୍କୁ ଜେରା କରାଯାଉଛି। ଶୁକ୍ରବାର ପ୍ରାୟ 10 ଘଣ୍ଟା ଏବଂ ଶନିବାର 7 ଘଣ୍ଟା ଧରି ସିବିଆଇ ରିୟାଙ୍କୁ ପଚରାଉଚରା କରିଥିଲା। ମୁମ୍ବାଇ ଡିଆରଡିଓ ସ୍ଥିତ ଗେଷ୍ଟ ହାଉସରେ ସିବିଆଇ ଜେରା ଚାଲିଛି। ସେଠାରେ ହିଁ ସିବିଆଇ ଟିମ୍ ରହୁଛନ୍ତି।
ତେବେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ କଣ ଏହି ଡାର୍କନେଟ୍ ? ଅପରାଧ ଜଗତର ସବୁଠାରୁ ବଡ଼ ପ୍ଲାଟଫର୍ମ ହେଉଛି ଡାର୍କନେଟ୍। ଏଠାରେ ଡ୍ରଗ୍ସ, କଣ୍ଟ୍ରାକ୍ଟ କିଲିଂ ସମେତ ଯେକୌଣସି ଅପରାଧୀକ କାଣ୍ଡ କରିବା ଲାଗି ଆବଶ୍ୟକ ଜିନିଷ ମିଳିଥାଏ। ସାରା ଦୁନିଆର ମାତ୍ର 4 ପ୍ରତିଶତ ଲୋକ ଇଣ୍ଟରନେଟ୍ ସ୍ପେସ୍ ବ୍ୟବହାର କରିଥାନ୍ତି। ହେଲେ 94 ପ୍ରତିଶତ ସ୍ପେସ୍ ଡାର୍କନେଟ୍ ବା ଡିପ୍ ଡାର୍କନେଟରେ ବ୍ୟବହାର ହୋଇଥାଏ। ଡାର୍କନେଟ୍ ମାଧ୍ୟମରେ ଆଇଡି ପ୍ରସ୍ତୁତ କରି ଯେକୌଣସି ଅପରାଧ କରିବାକୁ ଟୁଲ୍ସ ଅଣାଯାଇପାରିବ। ଯେହେତୁ ନକଲି ଆଇଡି ଏଠାରେ ବ୍ୟବହୃତ ହୋଇଥାଏ, ଏଣୁ ଅପରାଧୀଙ୍କୁ ଠାବ କରିବା କଷ୍ଟକର ହୋଇଥାଏ।
ରିୟାଙ୍କ ଉପରେ ଅଭିଯୋଗ ଥିଲା କି, ସେ ସୁଶାନ୍ତଙ୍କ ହାର୍ଡ ଡିସ୍କର ଡାଟା ଆଇଟି କମ୍ପାନୀ କର୍ମଚାରୀଙ୍କ ସହଯୋଗରେ ବାହାର କରି ହାର୍ଡ ଡିସ୍କଟିକୁ ଭାଙ୍ଗିଦେଇଥିଲେ। ଏକ ଜାତୀୟ ଗଣମାଧ୍ୟମକୁ ଏହାର ପ୍ରତିକ୍ରିୟା ଦେଇ କହିଛନ୍ତି, "ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ମୋ ଜାଣିବାରେ ଏଭଳି କୌଣସି ହାର୍ଡ ଡ୍ରାଇଭ୍ ବା ହାର୍ଡ ଡିସ୍କ ନ ଥିଲା। ମୁଁ ଥିବା ପର୍ଯ୍ୟନ୍ତ କେହି ଆସି ନ ଥିଲେ। ମୋ ଯିବା ପରେ ତାଙ୍କ ଭଉଣୀ ଜୁନ୍ 8ରୁ 13 ପର୍ଯ୍ୟନ୍ତ ସେଠାରେ ଥିଲେ। ଏଭଳି କିଛି ଘଟଣା ଯଦି ଘଟିଥିବ, ସେ ହି ଜାଣିଥିବେ। ମୋ ଉପସ୍ଥିତିରେ କିଛି ମଧ୍ୟ ହୋଇନାହିଁ।"
https://www.instagram.com/p/CCnBR95HAmO/?utm_source=ig_web_copy_link
ରିୟା ପୁଣି କହିଛନ୍ତି ଯେ, ଜୁନ୍ 8ରେ ସୁଶାନ୍ତଙ୍କ ଘର ଛାଡ଼ିବା ସମୟରେ ମୋତେ ବହୁତ କଷ୍ଟ ଲାଗୁଥିଲା। ହେଲେ ମହେଶ ଭଟ୍ଟଙ୍କ ସହ ହୋଇଥିବା କଥାବାର୍ତ୍ତା ସହ ଏହାର କୌଣସି ଲିଙ୍କ୍ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପଟେ ମୁଁ ନୁହେଁଂ ବରଂ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ହିଁ ତାଙ୍କ ମ୍ୟାନେଜରଙ୍କୁ ହାୟର୍ କରିଥିଲେ ବୋଲି ରିୟା କହିଛନ୍ତି। ଏହାସହ ସୁଶାନ୍ତଙ୍କ କୁକ୍ ଏବଂ ଘରୋଇ ସହାୟକଙ୍କୁ ମଧ୍ୟ ସେ ଜାଣି ନ ଥିବା କହିଛନ୍ତି। ସେମାନଙ୍କୁ ଖୋଦ୍ ପ୍ରିୟଙ୍କା କାମରେ ରଖିଥିବା କହିଛନ୍ତି ରିୟା।
ଏହା ସହ ୟୁରୋପ ଟ୍ରିପ୍ ବିଷୟ ନେଇ ମଧ୍ୟ ରିୟା ଖୁଲାସା କରିଛନ୍ତି। ସେ କହିଛନ୍ତି, ୟୁରୋପ ଟ୍ରିପ୍ ଯିବା ଦିନ ସୁଶାନ୍ତ ସମସ୍ତଙ୍କୁ କହିଥିଲେ ଯେ, ବିମାନରେ ବସିବା ନେଇ ତାଙ୍କୁ କ୍ଲୋଷ୍ଟ୍ରୋଫୋବିୟା ରହିଛି, ଏଣୁ ସେ ମୋଡାଫିନ୍ ନାମକ ଏକ ଔଷଧ ଖାଉଛନ୍ତି। ଏହି ଔଷଧ ସୁଶାନ୍ତ ନିଜ ପାଖରେ ସବୁବେଳେ ରଖୁଥିବା ନେଇ ସେ ନିଜେ କହିଛନ୍ତି। ଏଣୁ ବିମାନରେ ବସିବା ଆଗରୁ ସେ ନିଜେ ଔଷଧ ଖାଇଥିଲେ। ତେବେ ଏଥିପାଇଁ କୌଣସି ପ୍ରେସକ୍ରିପସନ୍ ଦରକାର ନ ଥିଲା କାରଣ ସୁଶାନ୍ତଙ୍କ ନିକଟରେ ଆଗରୁ ହିଁ ଔଷଧ ରହିଥିଲା ବୋଲି ରିୟା କହିଛନ୍ତି।
ପ୍ରତି ବିମାନ ଯାତ୍ରା ପୂର୍ବରୁ ହୁଏତ ସେ ଏହି ଔଷଧ ନେଉଥାଇ ପାରନ୍ତି ବୋଲି ରିୟା କହିଛନ୍ତି। ୟୁରୋପ ଯାତ୍ରାରେ ପ୍ରଥମେ ସେ ପ୍ୟାରିସରେ ପହଞ୍ଚିଲେ। ପ୍ରଥମ ଦିନ ସୁଶାନ୍ତ ନିଜ ରୁମ୍ ଭିତରୁ ବାହାରକୁ ବାହାରି ନ ଥିଲେ। ଏନେଇ ରିୟା ଚକିତ ହୋଇଥିବା କହିଛନ୍ତି। କାରଣ ସୁଶାନ୍ତ ପ୍ରଥମେ ଟ୍ରିପ୍ କୁ ନେଇ ଖୁବ୍ ଉତ୍ସାହିତ ଥିବା ବେଳେ ହଠାତ୍ କଣ ହୋଇଗଲା। କାରଣ ସୁଶାନ୍ତ ନିଜେ ଚାହୁଁଥିଲେ ପ୍ୟାରିସ୍ ଯିବା, ଯେଉଁଠି ତାଙ୍କୁ କେହିଁ ଚିହ୍ନିବେ ନାହିଁ, ଯେଉଁଠାରେ ସେ ନିଜ ପ୍ରକୃତ ଅନ୍ଦାଜ ରିୟାଙ୍କୁ ଦେଖାଇବାକୁ ଚାହୁଁଥିଲେ। ଭାରତରେ ରହି ଯାହା ସୁଶାନ୍ତ କରିପାରୁ ନଥିଲେ ବୋଲି ରିୟା ନିଜ ପ୍ରତିକ୍ରିୟାରେ କହିଛନ୍ତି।
https://www.instagram.com/p/CBaB-2bH_DA/?utm_source=ig_web_copy_link
ରିୟା ପୁଣି କହିଛନ୍ତି, ହେଲେ ପ୍ୟାରିସ୍ ପହଞ୍ଚିବା ପରେ ସେ ରୁମ୍ ରୁ ବାହାରି ନ ଥିଲେ। ପରବର୍ତ୍ତୀ ସମୟରେ ଆମେ ସ୍ୱିଜରଲ୍ୟାଣ୍ଡ ଯାଇଥିଲୁ। ସେଠାରେ ସେ ପ୍ରାୟତଃ ଠିକ୍ ଥିଲେ। ତାଙ୍କ ଏନର୍ଜି ମଧ୍ୟ ଠିକ୍ ଥିଲା। ସେ ବାହାରକୁ ବାହାରି ମିଳାମିଶା କରୁଥିଲେ। ସେ ଖୁସି ଥିଲେ। ଏହା ପରେ ଆମେ ଇଟାଲୀ ଗଲୁ। ଏକ ହୋଟେଲରେ ରହିଲୁ। ହୋଟେଲର ନାମ ହେଲା- ପଲାଜୋ ମ୍ୟାଗ୍ନେନି ଫରେନୀ। ଏହା ଏକ ଭୂତ ହୋଟେଲ। ବୁକିଂ ପୂର୍ବରୁ ଆମେ ଏ ବିଷୟରେ ଜାଣି ନ ଥିଲୁ। ଆମ ରୁମ ଅଜଗ ଗଜବ ଥିଲା, ଯେଉଁ ଅଦ୍ଭୁତ ଫଟୋମାନ ମଧ୍ୟ ଲାଗିଥିଲା ବୋଲି ରିୟା କହିଛନ୍ତି।
ରିୟା କହିଛନ୍ତି, ଏହି ଫଟୋ ଚିତ୍ରଗୁଡ଼ିକୁ ଦେଖି ରିୟା ଖୁବ୍ ଡରିଯାଇଥିବା ବେଳେ ସୁଶାନ୍ତଙ୍କୁ ଏହା ଠିକ୍ ଠାକ୍ ଲାଗିଥିଲା। ସେ ରାତି ସୁଶାନ୍ତ ଶୋଇପାରି ନ ଥିଲେ। ସେ କହିଲେ, ଏଠାରେ କିଛି ଅଛି। ମୁଁ କହିଲି, ଦୁଃସ୍ୱପ୍ନ ହୋଇଥିବ ବୋଲି ରିୟା କହିଛନ୍ତି।
ଏହାପରେ ରିୟା ସ୍ଥାନ ଛାଡ଼ି ଚେକ୍ ଆଉଟ୍ କରିବାକୁ କହିଥିଲେ। କିନ୍ତୁ ସେତେବେଳେ ସୁଶାନ୍ତ ରାଜି ହୋଇ ନଥିଲେ। ଏହା ପରେ ଧୀରେ ଧୀରେ ପରିସ୍ଥିତି ଖରାପ ହେବାକୁ ଲାଗିଲା। ସମ୍ପୂର୍ଣ୍ଣ ଟ୍ରିପରେ ସୁଶାନ୍ତ ରୁମ୍ ବାହାରକୁ ଯିବାକୁ ଚାହିଁଲେ ନାହିଁ। ଯେତେବେଳେ ରିୟା ଏ ବାବଦରେ ସୁଶାନ୍ତଙ୍କ ସହ କଥା ହୋଇଥିଲେ, ସୁଶାନ୍ତ କହିଥିଲେ ଯେ, 2013ରେ ଏଭଳି ତାଙ୍କ ସହ ହୋଇଥିଲା। ସେତେବେଳେ ଡିପ୍ରେସିଭ୍ ଏପିସୋଡ୍ ହୋଇଥିଲା ବୋଲି ସୁଶାନ୍ତ କହିଥିଲେ ବୋଲି ରିୟା କହିଛନ୍ତି। ଏନେଇ ସେ ହରେଶ ସେଟ୍ଟୀ ନାମକ ଜଣେ ସାଇକ୍ରାଟିଷ୍ଟଙ୍କଠାରୁ ପରାମର୍ଶ ମଧ୍ୟ ନେଇଥିଲେ, ଯିଏ ତାଙ୍କୁ ମୋଡାଫିନୀ ଔଷଧ ଦେଇଥିଲେ ବୋଲି ସୁଶାନ୍ତ କହିଥିଲା ରିୟା ନିଜ ପ୍ରତିକ୍ରିୟାରେ କହିଛନ୍ତି।
https://www.instagram.com/p/CBYWF1zn7_-/?utm_source=ig_web_copy_link
ସେହିପରି ୟୁରୋପ୍ ଟ୍ରିପରେ ରିୟାଙ୍କ ଭାଇ ସାଙ୍ଗରେ ଯିବା ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ରିୟା ଚକ୍ରବର୍ତ୍ତୀ। ସେ କହିଛନ୍ତି ତାଙ୍କ ଭାଇ ସୌଭିକ୍ ଏବଂ ସୁଶାନ୍ତଙ୍କ ମଧ୍ୟରେ ଖୁବ୍ ଭଲପାଇବା ଥିଲା। ବେଳେ ବେଳେ ଆମେ ମଜା ମଧ୍ୟ କରୁଥିଲୁ ଯେ ସୌଭିକ୍ ହିଁ ମୋର ସଉତୁଣୀ ବୋଲି। ମୁଁ ଜାଣି ନ ଥିଲି, ଏତେ ସବୁ ପ୍ରଶ୍ନ ଆଗକୁ ଉଠିବ ବୋଲି। ସୌଭକ୍, ସୁଶାନ୍ତ ଏବଂ ମୋର ଏକ କମ୍ପାନୀ ମଧ୍ୟ ଥିଲା। ଟ୍ରିପ୍ ପୂର୍ବରୁ ଏହି କମ୍ପାନୀ ଫର୍ମ ହୋଇଥିଲା, ଯାହାର ନାମ R-H-E-A-L-T-Y-X ବୋଲି ସେ କହିଛନ୍ତି।
ରିୟା ଆଗକୁ କହିଥିଲେ, ସୁଶାନ୍ତ ମୋତେ ଭଲ ପାଉଥିଲେ ବୋଲି ନିଜ ଡ୍ରିମ୍ ପ୍ରୋଜେକ୍ଟ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ତାଙ୍କ ନାମରେ ରଖିଥିଲେ। ଏହି କମ୍ପାନୀରେ ଆମେ ତିନି ଜଣ ସମାନ ପାର୍ଟନର ଥିଲୁ ବୋଲି ସେ କହିଛନ୍ତି। କମ୍ପାନୀ ପାଇଁ ଆମେ 3 ଜଣ 33 ହଜାର ଲେଖାଏଁ ଭର୍ତ୍ତି କରିଥିଲୁ। ମୋ ଭାଇକୁ ମୁଁ 33 ହଜାର ଦେଇଥିଲି। କାରଣ ସେ ଚାକିରି କରୁ ନ ଥିଲା। ସୁଶାନ୍ତ ଜବରଦସ୍ତ କରିଥିଲେ ବୋଲି ଭାଇ ଆମ ସହ ୟୁରୋପ୍ ଯାଇଥିଲା ବୋଲି ରିୟା କହିଛନ୍ତି।
https://www.instagram.com/p/CDBHe9SH_Md/?utm_source=ig_web_copy_link
ପ୍ୟାରିସରେ ମୋର ଏକ ଶୁଟ୍ ଥିଲା। ଏହା ଏକ କପଡ଼ା କମ୍ପାନୀର ଶୁଟ୍ ହୋଇଥିବା ବେଳେ ଏହାର ଫ୍ୟାଶନ୍ ଶୋ'ରେ ସାମିଲ ହେବାକୁ ମୋତେ ନିମନ୍ତ୍ରଣ ଥିଲା। ମୋ ଟିକେଟ୍ ବିଜନେସ କ୍ଲାସ୍ ଏବଂ ହୋଟେଲ ମଧ୍ୟ ବୁକ୍ ଥିଲା। କିନ୍ତୁ ସୁଶାନ୍ତ ଏହାକୁ ୟୁରୋପ୍ ଟ୍ରିପ୍ କରିବାକୁ ପ୍ଲାନ୍ କରିଥିଲେ। ଏଣୁ ସେ ଟିକେଟ୍ କ୍ୟାନସିଲ୍ କରିଦେଇଥିଲେ ଏବଂ ଫାଷ୍ଟ କ୍ଲାସ୍ ଟିକେଟ୍ ବୁକ୍ କରିଥିଲେ। ପରେ ପୂର ଟ୍ରିପର ଖର୍ଚ୍ଚ ସେ ଉଠାଇଥିଲା। କାରଣ ସେ ଏହା କରିବାକୁ ଚାହୁଁଥିଲେ। ମୋର ସେଥିରେ କୌଣସି ଆପତ୍ତି ନଥିଲା। ଏତେ ଲମ୍ବା ଟ୍ରିପ୍, ଆଉ ଖୁବ୍ ଖର୍ଚ୍ଚ ହେବ ବୋଲି ମୁଁ ଚିନ୍ତିତ ଥିଲି, କିନ୍ତୁ ସେ ସେମିତି ହିଁ ଥିଲେ..ସୁଶାନ୍ତ ରାଜା ଭଳି ବଞ୍ଚୁଥିଲେ ବୋଲି ରିୟା କହିଛନ୍ତି।
ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ପରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ରହସ୍ୟମୟ ମୃତ୍ୟୁର ତଦନ୍ତ ଭାର ଏବେ ସିବିଆଇ ଉପରେ। ଏନେଇ ସିବିଆଇ ଟିମ୍ ଜୋରଶୋର ଖୋଳତାଡ଼ ଆରମ୍ଭ କରିସାରିଛନ୍ତି। ତେବେ ଆଜି ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରାଯିବ ବୋଲି ଜଣାପଡ଼ିଛି।
ବର୍ତ୍ତମାନ ସୁଦ୍ଧା ମାମଲାରେ ରିୟା ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ବାପା କେ.କେ. ସିଂହ ପାଟନାରେ ରିୟାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ। କେ.କେ. ସିଂହ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ରିୟାଙ୍କୁ ସିଧଆସଳଖ ଦାୟୀ କରିବା ସହ ଟଙ୍କା ହେରଫେର ଭଳି ଏକାଧିକ ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନ ସୁଦ୍ଧା ଇଡି ମନି ଲଣ୍ଡ୍ରିଂ ମାମଲାରେ ଅନେକ ଥର ରିୟାଙ୍କୁ ଜେରା କରିସାରିଛି।
ରିୟାଙ୍କ ବ୍ୟତୀତ ତାଙ୍କ ଭାଇ ସୌଭିକ, ବାପା ଇନ୍ଦ୍ରଜିତ ଏବଂ ସୁଶାନ୍ତଙ୍କ ବିଜନେସ୍ ମ୍ୟାନେଜର ଶ୍ରୁତି ମୋଦିଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ତେବେ ରିୟା ଓ ସୌଭିକଙ୍କ ବୟାନରେ ଇଡି ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଇଡି ସମ୍ମୁଖରେ ରିୟା ନିଜ ଆୟ ଏବଂ ବ୍ୟୟର ସ୍ପଷ୍ଟ ଚିତ୍ର ଉପସ୍ଥାପନ କରିପାରିନାହାନ୍ତି।
ନୀରଜ, ସିଦ୍ଧାର୍ଥ ଏବଂ ଦୀପେଶଙ୍କ ବୟାନ ନେବା ପରେ ରବିବାର ରିୟାଙ୍କୁ ଜେରା କରିପାରେ ସିବିଆଇ। ନିକଟରେ ବିବାଦୀୟ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ସହ ରିୟାଙ୍କ ହ୍ୱାଟସଆପ୍ ଚାଟ୍ ଭାଇରାଲ ହେବା ପରେ ମାମଲାରେ ନୂଆ ମୋଡ଼ ଆସିଛି। ସୁଶାନ୍ତଙ୍କ ଘର ଛାଡ଼ି ଚାଲିଆସିବା ପରେ ରିୟା ମହେଶଙ୍କୁ ମେସେଜ୍ କରୁଥିଲେ। ଏହାଛଡ଼ା ପୋଷ୍ଟମର୍ଟମ ହାଉସ ବା ବ୍ୟବଚ୍ଛେଦ ଗୃହରେ ସୁଶାନ୍ତଙ୍କ ଅନ୍ତିମ ଦର୍ଶନ କରିବା ସମୟରେ ରିୟା ତାଙ୍କୁ 'ସରି ବାବୁ' କହିବା ଘଟଣା ପ୍ରଘଟ ହେବା ପରେ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ରିୟା ହିଁ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ପ୍ରେରିତ କରିଥିବା ଅଭିଯୋଗ ରହିଛି।
ରିୟାଙ୍କ ବ୍ୟତୀତ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରମାନଙ୍କୁ ମଧ୍ୟ ସିବିଆଉ ଜେରା କରିପାରେ। ଏହା ସହ ଘଟଣା ଦିନ ସୁଶାନ୍ତଙ୍କ ଘରେ ସର୍ବପ୍ରଥମେ ପହଞ୍ଚିଥିବା ପୁଲିସ କର୍ମୀଙ୍କ ବୟାନ ମଧ୍ୟ ରେକର୍ଡ କରାଯିବ। ଜାତୀୟ ଗଣମାଧ୍ୟମ ତଥ୍ୟ ଅନୁଯାୟୀ, ସୁଶାନ୍ତଙ୍କ ମୃତ୍ୟୁ ମାମଲା ସହ ଜଡ଼ିତ ସମସ୍ତ ଦସ୍ତାବିଜ୍ ଏବଂ ଜିନିଷପତ୍ର ମୁମ୍ବାଇ ପୁଲିସ ସିବିଆଇକୁ ହସ୍ତାନ୍ତର କରିଛି।
ଅନ୍ୟପଟେ ବର୍ତ୍ତମାନ ସୁ୍ଦ୍ଧା ସିବିଆଇର ଫୋରେନ୍ସିକ୍ ଟିମ୍ ସୁଶାନ୍ତଙ୍କ ଘରେ ପ୍ରାୟ ୬ ଘଣ୍ଟା ଧରି ତଦନ୍ତ କରିଛି। କ୍ରାଇମ୍ ସିନ୍ ରିକ୍ରିଏଟ୍ କରାଯାଇଛି। ସୁଶାନ୍ତଙ୍କ ପଡ଼ୋଶୀଙ୍କ ବୟାନ ରେକର୍ଡ କରାଯିବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିଛି। ତେବେ ଆଜି କ୍ରାଇମ୍ ସିନ୍ ବିଶ୍ଲେଷଣ କରିବ ସିବିଆଇ।
ରିୟାଙ୍କ କଲ୍ ରେକର୍ଡରୁ ସବୁଠାରୁ ବଡ଼ ଖୁଲାସା ହୋଇଛି। ଜୁନ୍ 21ରୁ 18 ଜୁଲାଇ ଭିତରେ ମୁମ୍ବାଇ ବାନ୍ଦ୍ରା ଥାନା ଡିସିପି ଅଭିଷେଖ ତ୍ରିମୁଖେ ରିୟାଙ୍କ ସହ 5 ଥର ଯୋଗାଯୋଗ କରିଛନ୍ତି। 4ଥର ଫୋନ୍ କଲରେ ଯୋଗାଯୋଗ ହୋଇଥିବା ବେଳେ ଗୋଟିଏ ଥର ମେସେଜ କରାଯାଇଛି। ତେବେ ଏଥିରେ ସନ୍ଦେହଜନକ ବିଷୟଟି ହେଲା ଏ ସବୁ କଲ୍ ଅବଧି ମାତ୍ର କେଇ ସେକେଣ୍ଡ ପାଇଁ ରହିଛି।
ଡିସିପି ତ୍ରିମୁଖେ 20 ଜୁନ ରିୟାଙ୍କୁ ପ୍ରଥମେ ମେସେଜ କରିଥିଲେ ବୋଲି ରିୟାଙ୍କ କଲ୍ ରେକର୍ଡରୁ ଜଣାପଡ଼ିଛି। ଏହାପରେ 21 ଜୁନ୍, 22 ଜୁନ୍, 1 ଜୁଲାଇ ଏବଂ 18 ଜୁଲାଇରେ ରିୟାଙ୍କ ସହ ଫୋନ୍ କଲ୍ ଜରିଆରେ ଯୋଗାଯୋଗରେ ଥିଲେ ଡିସିପି। କିନ୍ତୁ 4ଟି ଫୋନ୍ କଲ୍ ଅବଧି ଥିଲା 28 ସେକେଣ୍ଡ, 29 ସେକେଣ୍ଡ, 61 ସେକେଣ୍ଡ ଓ 66 ସେକେଣ୍ଡ। ତେବେ 2ଥର ଡିସିପି ରିୟାଙ୍କୁ କଲ୍ କରିଥିବା ବେଳେ 2 ଥର ରିୟା ଡିସିପି ତ୍ରିମୁଖେଙ୍କୁ କଲ୍ କରିଥିବା କଲ୍ ରେକର୍ଡସରୁ ଜଣାପଡ଼ିଛି।
ଏଠାରେ କହି ରଖୁଛୁ ଯେ, ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟାରେ ବିହାର ପୁଲିସକୁ ମୁମ୍ବାଇ ପୁଲିସ ସହଯୋଗ କରୁ ନ ଥିବା ନେଇ ଗତ କିଛି ଦିନ ହେଲା ଚର୍ଚ୍ଚା ଜୋର୍ ଧରିଥିଲା। ଏପରି କି ପାଟନା ପୁଲିସର ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଜବରଦସ୍ତ କ୍ୱାରେଣ୍ଟାଇନରେ ମଧ୍ୟ ରଖାଯାଇଥିଲା। ଏହାସହ ମୁମ୍ବାଇ ପୁଲିସ ଜାଣିଶୁଣି ସୁଶାନ୍ତଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ଫାଇଲ୍ ଡିଲିଟ୍ କରିଥିବା ଅଭିଯୋଗ ମଧ୍ୟ ଉଠିଥିଲା। ଏ ସବୁ ପରେ ରିୟାଙ୍କୁ ସୁଶାନ୍ତ ମୃତ୍ୟୁ ମାମଲାରୁ ବଞ୍ଚେଇବା ଲାଗି ମୁମ୍ବାଇ ପୁଲିସ ସହଯୋଗ କରୁଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।
ଅନ୍ୟପଟେ ରିୟା ମଧ୍ୟ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁ ନ ଥିବା ନେଇ ବିହାର ପୁଲିସ ଖୁଲାସା କରିଥିଲା। ଏପଟେ ମୁମ୍ବାଇ ପୁଲିସ ରିୟାଙ୍କ ବାବଦରେ କୌଣସି ତଥ୍ୟ ନ ଥିବା କହିଥିଲା। ତେବେ କଲ୍ ରେକର୍ଡସରୁ ମୁମ୍ବାଇ ପୁଲିସର ମିଛ ଧରାପଡ଼ିଛି। ରିୟାଙ୍କ ସହ ଫୋନ୍ ଯୋଗାଯୋଗ ଥିବା ବେଳେ କାହିଁକି ମୁମ୍ବାଇ ପୁଲିସ ଏହା ଲୁଚାଇବାକୁ ଚେଷ୍ଟା କରୁଥିଲା ତାହା ସବୁଠାରୁ ବଡ଼ ପ୍ରଶ୍ନ।
ଏହାସହ 4ଟି କଲ୍ ଅବଧିକୁ ନେଇ ଏବେ ସନ୍ଦେହ ଆହୁରି ଘନେଇଛି। ଯଦି ତଦନ୍ତ ପ୍ରକ୍ରିୟା ଅନୁଯାୟୀ ଡିସିପି ରିୟାଙ୍କୁ ବା ରିୟା ଡିସିପିଙ୍କୁ କଲ୍ କରିଥିଲେ 28, 29, 61, 66 ସେକେଣ୍ଡରେ ଏପରି କେଉଁ ବିଷୟରେ କଥା ହେଲେ। କଲ୍ କରି ମାତ୍ର କେଇଟା ସେକେଣ୍ଡରେ ଡିସିପି ନିର୍ଦ୍ଦିଷ୍ଟ ସୂଚନା କିମ୍ବା ଯୋଗାଯୋଗ ପାଇଁ ଅନ୍ୟ ମାଧ୍ୟମ ବ୍ୟବହାର କରିବାକୁ ରିୟାଙ୍କୁ କହିଥିବା ସନ୍ଦେହ କରାଯାଉଛି। ଯେପରି ହ୍ୱାଟସ୍ ଆପ୍ ଭଳି ମେସେଞ୍ଜର କଲ୍ ଜରିଆରେ ଯୋଗାଯୋଗ କଲେ କଲ୍ ରେକର୍ଡ ବାହାର କରିବା ସମ୍ଭବ ନୁହେଁ। ଏଭଳି ବିଭିନ୍ନ ପ୍ରଶ୍ନବାଚୀ ଉଠୁଥିବା ବେଳେ ମୁମ୍ବାଇ ପୁଲିସର ରିୟାଙ୍କ ପାଇଁ ଥିବା ଦରଦ ପଦାରେ ପଡ଼ିଛି।
ବିହାର ପୁଲିସ ସୁପ୍ରିମକୋର୍ଟଙ୍କ ନିକଟରେ ଆଫିଡାଭିଟ୍ କରିଛି ଯେ, ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ଲୋକ ସୁଶାନ୍ତଙ୍କ ଷଡ଼ଯନ୍ତ୍ରମୂଳକ ସମ୍ପର୍କ ରଖିଥିଲେ। ଆଉ ଏହା ପଛରେ ଅଭିନେତା ସୁଶାନ୍ତଙ୍କଠାରୁ କୋଟି କୋଟି ଟଙ୍କା ହାତେଇବା ଏବଂ ପରେ ତାଙ୍କୁ ମାନସିକ ରୋଗୀ ଭାବେ ଚିତ୍ରଣ କରିବା ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ବିହାର ପୁଲିସ କହିଛି।
ବିହାର ପୁଲିସର ଜଣେ ବରିଷ୍ଠ ପୁଲିସ ଅଧୀକ୍ଷକ ଏନେଇ ସୁପ୍ରିମକୋର୍ଟଙ୍କଠାରେ ଏକ ଆଫିଡାଭିଟ୍ ଦାଏର କରିଛନ୍ତି। ସେ କହିଛନ୍ତି, ରିୟା ସୁଶାନ୍ତଙ୍କୁ ନିଜ ଘରକୁ ନେଇଗଲେ ଏବଂ ତାଙ୍କୁ ଔଷଧର ଓଭରଡୋଜ୍ ଦେଉଥିଲେ। ଅନ୍ୟପଟେ ମୁମ୍ବାଇ ପୁଲିସର ଅସହଯୋଗ ସତ୍ତ୍ୱେ ତଦନ୍ତରେ ଅନେକ ସୂତ୍ର ହାତକୁ ଲାଗିଛି ଏବଂ ଦେଶର ଅନେକ ସ୍ଥାନରେ ଏ ସବୁ ସୂତ୍ର ବିଞ୍ଛି ହୋଇଛି ବୋଲି ବିହାର ପୁଲିସ କହିଛି। ଏହାସହ ସୁଶାନ୍ତଙ୍କ ରହସ୍ୟମୟ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ମଧ୍ୟ ବିହାର ପୁଲିସ ପରାମର୍ଶ ଦେଇଛି।
ଏହାସହ ମାମଲାକୁ ମୁମ୍ବାଇ ସ୍ଥାନାନ୍ତର କରିବାକୁ ମଧ୍ୟ ବିହାର ପୁଲିସ ବିରୋଧ କରିଛି। ଏହା ପଛରେ ବିହାର ପୁଲିସ ଯାଚିକା ଦାଏର କରିଛି। ଯାଚିକାରେ କୁହାଯାଇଛି, ରିୟାଙ୍କ ଯାଚିକା ପ୍ରି-ମେଚ୍ୟୋର ଏବଂ ଶୁଣାଣିଯୋଗ୍ୟ ନୁହେଁ। ଏହାଛଡ଼ା ଏହି ମାମଲାରେ ଏଫଆଇଆର୍ ଦାଖଲ କରିବା ବିହାର ପୁଲିସର କ୍ଷେତ୍ର ଅଧିକାରରେ ରହିଛି। ମୁମ୍ବାଇ ପୁଲିସ ଏହି ମାମଲାରେ ସିଆରପିସି ଧାରା 174 ଅନୁଯାୟୀ ସୁଶାନ୍ତଙ୍କ ମୃତ୍ୟୁ ସ୍ୱାଭାବିକ କି ନୁହେଁ କେବଳ ଏହାର ତଦନ୍ତ କରୁଥିଲା।
ତେବେ 2016ରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଆଧାର କରି ବିହାର ପୁଲିସ କହିଛି ଯେ, 174 ଧାରା ଅନୁଯାୟୀ ତଦନ୍ତର ପରିସୀମା ସୀମିତ ଏବଂ ଏହା କୌଣସି ସଙ୍ଗୀନ ଅପରାଧ ପାଇଁ ରୁଜୁ ହୋଇଥିବା ଏଫଆଇଆର ସହ ସମାନ ହୋଇପାରିବ ନାହିଁ।
ଆଫିଡାଭିଟରେ ବିହାର ପୁଲିସ ଆହୁରି ମଧ୍ୟ କହିଛି, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଲାରେ ପାଟନା ପୁଲିସର ଏଫଆଇଆର ଦାଖଲ କରିବାର ଅଧିକାର ରହିଛି। ସିଆରପିସି ଧାରା 179 ଅନୁଯାୟୀ ପାଟନା ପୁଲିସର ଏହି ଅଧିକାର ରହିଛି।
ପ୍ରକାଶ ଥାଉ କି, ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟାଙ୍କ ବିରୁଦ୍ଧରେ ପାଟନାରେ ରୁଜୁ ମାମଲାକୁ ମୁମ୍ବାଇ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ଯାଚିକା ଦାଏର କରିଥିଲେ ରିୟା। ଏନେଇ ସର୍ବୋର୍ଚ୍ଚ ଅଦାଲତ ଉଭୟ ବିହାର ଏବଂ ମହାରାଷ୍ଟ୍ରକୁ ତିନି ଦିନ ମଧ୍ୟରେ ଜବାବ ତଲବ କରିଥିଲେ।
ଏସବୁ ଭିତରେ ଦିନକୁ ଦିନ ଅଧିକ ଛନ୍ଦି ହୋଇଯାଉଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ଗୋଟିଏ ପଟେ ଆଇନ ଅନୁଯାୟୀ ତାଙ୍କ ପାଇଁ ଅଡ଼ୁଆ ବଢ଼ି ଯାଇଥିବା ବେଳେ ଅନ୍ୟପଟେ ସୁଶାନ୍ତଙ୍କ ପ୍ରଶଂସକ ମହଲରେ ମଧ୍ୟ ରିୟା ଖୁବ୍ ବିବାଦୀୟ। ଏପରି କି ସୁଶାନ୍ତଙ୍କ ବ୍ୟଙ୍କ୍ ଆକାଉଣ୍ଟରୁ 15 କୋଟି ଟଙ୍କା ହେରଫେର୍ କରିଥିବା ନେଇ ରିୟାଙ୍କ ନାଁ ଅଭିଯୋଗ ରହିଛି। ଏନେଇ ଆସନ୍ତା କାଲି ମୁମ୍ବାଇସ୍ଥିତ ଇଡି କାର୍ଯ୍ୟାଳୟରେ ରିୟାଙ୍କୁ ହାଜର ହେବାକୁ ସମନ କରାଯାଇଛି। ଏହାର ଦିନକୁ ପୂର୍ବରୁ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟର ଖୁଲାସା ହୋଇଛି।
ସୁଶାନ୍ତ ସିଂହ ରାଜପୁତଙ୍କ କଲ୍ ରେକର୍ଡ ଆସିଯାଇଛି। ଏଥିରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ରିୟା ଏବଂ ସୁଶାନ୍ତ ଜୁନ୍ 8ରୁ 14 ଯାଏଁ ଯୋଗାଯୋଗରେ ନ ଥିଲେ। ଏହା ପ୍ରକୃତରେ ଖୁବ୍ ଆଶ୍ଚର୍ଯ୍ୟଜନକ। ଉକ୍ତ ସମୟ ସୁଶାନ୍ତଙ୍କ ପାଇଁ ଖୁବ୍ କଠିନ ଓ ଚାପଗ୍ରସ୍ତ ଥିଲା। ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ନେଇ ସୁଶାନ୍ତ ମାନସିକ ଚାପରେ ଥିଲେ।
ସୂଚନା ଥାଉ କି, ଜୁନ୍ 8ରେ ଦିଶାଙ୍କ ମୃତ୍ୟୁ ଘଟିଥିଲା। ଏହା ପରଠାରୁ ସୁଶାନ୍ତଙ୍କ ମାନସିକ ଅବସ୍ଥା ଜାଣି ମଧ୍ୟ ରିୟା ତାଙ୍କଠାରୁ ଦୂରେଇ ଯାଇଥିଲେ।
ଏହାରି ଭିତରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଖୋଳତାଡ଼ କରିବାକୁ ମୁମ୍ବାଇ ଆସିଥିବା ବିହାର ପୁଲିସ ଟିମ୍ ଆଜି ପାଟନା ଫେରିଯାଇଛନ୍ତି। ତେବେ ବିହାର ଆଇପିଏସ ଅଫିସରଙ୍କୁ ବିଏମସି ପକ୍ଷରୁ କ୍ୱାରେଣ୍ଟାଇନରେ ରଖାଯାଇଛି।
ସୁଶାନ୍କଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ବିହାର ପୁଲିସ ଡିଜି ଗୁପ୍ତେଶ୍ୱର ପାଣ୍ଡେ ରିୟାଙ୍କୁ ସିଧାସଳଖ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯେଉଁଦିନ ରିୟାଙ୍କ ବିରୁଦ୍ଧରେ ପ୍ରମାଣ ମିଳିଯିବ, ସେହି ଦିନ ତାଙ୍କୁ କେହି ରକ୍ଷା କରିପାରିବେ ନାହିଁ। ମାଟି ତାଡ଼ି ମଧ୍ୟ ତାଙ୍କୁ ଖୋଜି ବାହାର କରିଦିଆ ଯିବ ବୋଲି ଡିଜିପି ପାଣ୍ଡେ ସଫା ସଫା କହିଛନ୍ତି।
ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା କରିବା ସମୟରେ ଡିଜିପି ପାଣ୍ଡେ କହିଛନ୍ତି ଯେ, "ପ୍ରାଥମିକ ତଦନ୍ତରୁ ସୁଶାନ୍ତଙ୍କ ମୃତ୍ୟୁ ପଛରେ ରିୟା ଚକ୍ରବର୍ତ୍ତୀ ଉତ୍ତରଦାୟୀ ବୋଲି ଜଣାପଡ଼ିଛି। ଏଣୁ ପୁଲିସ ତାଙ୍କୁ ଖୋଜୁଛି। ଯେଉଁ ଦିନ ପୁଲିସ ହାତରେ ତାଙ୍କ ବିରୁଦ୍ଧରେ ପ୍ରମାଣ ଲାଗିଯିବ, ସେହି ଦିନ ରିୟା ଦୁନିଆର ଯେଉଁ କୋଣରେ ଲୁଚି ରହିଥିଲେ ମଧ୍ୟ ପୁଲିସ ତାଙ୍କୁ ମାଟି ଖୋଳି ଖୋଜି ବାହାର କରିବ।"
ଡିଜିପି ପାଣ୍ଡେ ଆହୁରି କହିଛନ୍ତି, ଯଦି ରିୟାଙ୍କୁ ଲାଗୁଛି, ସେ ନିର୍ଦ୍ଦେଷ। ତେବେ ତାଙ୍କୁ ଡରିବାର କୌଣସି ଆବଶ୍ୟକ ନାହିଁ। ସେ ନିଜକୁ ପାଟନା ପୁଲିସ ନିକଟରେ ହାଜର କରି ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବା ଉଚିତ। ରିୟାଙ୍କୁ ନିଜ ତରଫରୁ ପୁଲିସକୁ ଜେରା କରିବାକୁ କହିବା କଥା। ଏଭଳି ଲୁଚାଲୁଚି ଖେଳ ଭଲ ନୁହେଁ ବୋଲି ଡିଜିପି ସ୍ପଷ୍ଟ ଭାଷାରେ ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଛାନଭିନ ବିହାର ପୁଲିସ୍ କରିବା ପରେ ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ରିୟାଙ୍କ ବିରୋଧରେ ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହ ଏତଲା ଆଧାରରେ ବିହାର ପୁଲିସ୍ର ଏକ ଟିମ ମୁମ୍ବାଇରେ ଖୋଳତାଡ଼ ଆରମ୍ଭ କରିଛି।
ତେବେ ସେଠାକାର ପୁଲିସ୍ କିମ୍ବା ସରକାର କୌଣସି ସହଯୋଗ କରୁ ନଥିବା ଅଭିଯୋଗ ହୋଇଛି। ଏପରି କି ବହାର ପୁଲିସ୍ ଅଟୋ ଦ୍ୱାରା ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇ ବିଭିନ୍ନ ବ୍ୟକ୍ତିଙ୍କ ଷ୍ଟେଟମେଟ ରେକର୍ଡ କରୁଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଛି।
ଅନ୍ୟପଟେ ବିହାର ପୁଲିସ ଡିଜି ଗୁପ୍ତେଶ୍ୱର ପାଣ୍ଡେ ଗତକାଲି କହିଥିଲେ ଯେ, ରିୟା ଚକ୍ରବର୍ତ୍ତୀଙ୍କୁ ଆମେ ଏଯାଏ ଠାବ କରିପାରି ନାହୁଁ। ଆମ ଟିମ ରିୟା ରହୁଥିବା ମୁମ୍ବାଇ ସ୍ଥିତ ଠିକଣାରେ ପହଞ୍ଚିଥିଲା। କିନ୍ତୁ ସେଠାରେ ତାଙ୍କର ପତ୍ତା ମିଳିନାହିଁ।
https://www.instagram.com/p/CCsrKbQH2th/?utm_source=ig_web_copy_link
ତେବେ ଏସବୁ ଭିତରେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପ୍ରଶଂସକଙ୍କ କ୍ରୋଧ ଏତେ ବଢ଼ିଯାଇଛି ଯେ, ରିୟାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଧମକ ମଧ୍ୟ ଦିଆଯାଉଛି। ହେଲେ ଦୀର୍ଘ ସମୟ ଧରି ନିଜ ମୁହଁ ବନ୍ଦ କରି ରଖିଥିବା ରିୟା ଏହି ଧମକର କଡ଼ା ଜବାବ୍ ଦେଇଛନ୍ତି।
ରିୟା ଏକ ମେସେଜର ସ୍କ୍ରିନ୍ ଶଟ୍ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି, ଯେଉଁଥିରେ ଜଣେ ମହିଳା ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା ଦେଖିବାକୁ ମିଳିଛି। ମନ୍ନତ ରାଓ୍ୱତ ନାମକ ଏହି ମହିଳା ଜଣକ ରିୟାଙ୍କୁ ମେସେଜ କରିଛନ୍ତି ଯେ, "ମୋର ବିଶ୍ୱାସ ରହିଛି ଯେ, ତୁମ ସହ ଦୁଷ୍କର୍ମ ହେବ ଏବଂ ତୁମକୁ ହତ୍ୟା କରାଯିବ। ନ ହେଲେ ତୁମେ ଆତ୍ମହତ୍ୟା କରିଦିଅ। ମୁଁ ଖୁବଶୀଘ୍ର କିଛି ଲୋକଙ୍କୁ ପଠେଇବି। ସେମାନେ ତୁମକୁ ହତ୍ୟା କରିଦେବେ।"
https://www.instagram.com/p/CCnBR95HAmO/?utm_source=ig_web_copy_link
ରିୟା ଏହି ମେସେଜ୍ ପାଇବା ପରେ ଏହାର ସ୍କ୍ରିନ୍ ଶଟ୍ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। ଆଉ ଲେଖିଛନ୍ତି, "ମୋତେ ଲୋଭୀ କୁହାଗଲା, ମୁଁ ଶାନ୍ତ ରହିଲି। ମୋତେ ହତ୍ୟାକାରୀ କୁହାଗଲା, ମୁଁ ଶାନ୍ତ ଥିଲି। ମୋତେ ନିର୍ଲଜ ମହିଳା କୁହାଗଲା, ମୁଁ ଶାନ୍ତ ଥିଲି। କିନ୍ତୁ ମୋର ଚୁପ ରହିବାକୁ ନେଇ ଆପଣମାନଙ୍କୁ ଏପରି କହିବାକୁ କିଏ ଅଧିକାର ଦେଲା ଯେ, ମୁଁ ଆତ୍ମହତ୍ୟା ନ କଲେ ମୋତେ ଦୁଷ୍କର୍ମ କରିଦିଆଯିବ ନ ହେଲେ ହତ୍ୟା କରାଯିବ। ଆପଣ ଯାହା କହିଲେ, ତାର ଗମ୍ଭୀରତା ବିଷୟରେ ଆପଣଙ୍କୁ ଧାରଣା ଅଛି ତ? ଏହା ସବୁ ଅପରାଧ ଅଟେ। କାହାକୁ ବି..ଏଭଳି ନିର୍ୟାତନାକୁ ସହିବା ଉଚିତ୍ ନୁହେଁ।"
https://www.instagram.com/p/CCsVR4vH2TV/?utm_source=ig_web_copy_link
ରିୟା ଏଭଳି ପ୍ରତିକ୍ରିୟା ସହ ନିଜ ପୋଷ୍ଟରେ ସାଇବର କ୍ରାଇମକୁ ଟ୍ୟାଗ୍ କରିଛନ୍ତି ଏବଂ ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।