ହାର୍ଦ୍ଦିକ ଯେଉଁପରି ଭାବେ ରୋହିତଙ୍କୁ ବାଉଣ୍ଡରୀରେ ଫିଲ୍ଡିଂ କରିବାକୁ ନିର୍ଦ୍ଦେଶ ଦେଇଥିଲେ, ତାହା କିଛି ଫ୍ୟାନଙ୍କୁ ଉପଯୁକ୍ତ ମନେ ହୋଇନାହିଁ। କିଛି ନେଟିଜେନ୍ସ ହାର୍ଦ୍ଦିକଙ୍କୁ କଟାକ୍ଷ କରି କମେଣ୍ଟ କରିବା ସହ ରୋହିତଙ୍କୁ ସମବେଦନାମୂଳକ ପୋଷ୍ଟ କରିଛନ୍ତି।
I cannot ffs. This guy has almost won India a World Cup and here some upgraded version of Daniel Sams telling him what to do on field. Cricket is hurting.#HardikPandyapic.twitter.com/ZpLjzJnoTZ
— Himanshu Pareek (@Sports_Himanshu) March 25, 2024
ପୂର୍ବରୁ ରୋହିତ ଶର୍ମାଙ୍କୁ ୩୦-ୟାର୍ଡ ସର୍କଲ ମଧ୍ୟରେ ଫିଲ୍ଡିଂ କରିବାର ଦେଖାଯାଏ। କିନ୍ତୁ ଗତକାଲିର ମ୍ୟାଚରେ ହାର୍ଦ୍ଦିକ ରୋହିତଙ୍କୁ ବାଉଣ୍ଡାରୀ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ରୋହିତ ମଧ୍ୟ ଜାଣିପାରୁନଥିଲେ କି ହାର୍ଦ୍ଦିକ ତାଙ୍କୁ ଯିବାକୁ କହୁଛନ୍ତି ବୋଲି। ଶେଷରେ ହାର୍ଦ୍ଦିକ ତାଙ୍କୁ ହିଁ କହୁଥିବା କହିବା ପରେ ସେ ବାଉଣ୍ଡାରୀରେ ଯାଇ ଫିଲ୍ଡିଂ କରିଥିଲେ।
ଏହି ସମୟର ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଅନେକ ନେଟିଜେନ୍ସ ରୋହିତଙ୍କୁ ହାର୍ଦ୍ଦିକ କମାଣ୍ଡ ଦେବାକୁ ପସନ୍ଦ କରୁନାହାନ୍ତି। ଏହାକୁ ନେଇ ଅନେକ ନେଟିଜେନ୍ସ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆକ୍ଷେପ କରି କମେଣ୍ଟ ପୋଷ୍ଟ କରୁଥିବା ଦେଖିବାକୁ ମିଳିଛି।
Never saw Rohit fielding at boundaries
— Hustler (@HustlerCSK) March 24, 2024
~He always fielded in the 30 Yards circle
Hardik Pandya, Sorry to say but you ain't a Thalason anymore!
Rohit Sharma deserves better tbvh.#GTvsMI pic.twitter.com/aAsp1C7fsu
ଗତକାଲିର ମ୍ୟାଚରେ ୬ ରନରେ ପରାସ୍ତ ହୋଇଥିଲା ମୁମ୍ବାଇ। ରୋହିତ କିନ୍ତୁ ପୂର୍ବପରି ଓପନିଂ କରି ୨୯ ବଲରେ ୪୩ ରନ୍ ସଂଗ୍ରହ କରିଥିଲେ।
ପ୍ରକାଶ ଥାଉ କି, ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇର ଅଲରାଉଣ୍ଡର ଥିଲେ। ସେ ୨୦୨୨ରେ ମୁମ୍ବାଇ ଛାଡି ଗୁଜରାଟ ଟାଇଟନ୍ସର ଅଧିନାୟକ ହୋଇଥିଲେ। କିନ୍ତୁ ଚଳିତ ସିଜିନରେ ସେ ଦଳକୁ ଫେରି ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି।
ଧୋନି ଓ ରୋହିତ କେବଳ କ୍ୟାପ୍ଟେନ୍ସିରେ ନିଜର ଜଲୱା ଦେଖାଇ ନାହାନ୍ତି, ବରଂ ନିଜ ଦକ୍ଷତା ବଳରେ ପ୍ରାଞ୍ଚାଇଜ ପ୍ରତି ଲୋକଙ୍କ ଭଲ ପାଇବା ମଧ୍ୟ ସୃଷ୍ଟି କରିଛନ୍ତି। ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ ଓ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଲେଖାଏ ଆଇପିଏଲ ଟ୍ରଫି ଜିତିଥିଲେ। ଏବେ ଆଇପିଏଲର ଦୁଇ ସଫଳ ଟିମର କମାଣ ଯଥାକ୍ରମେ ଋତୁରାଜ ଗାଏକ୍ୱାଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତକୁ ଯାଇଛି।
୨୦୨୪ ଆଇପିଏଲ ପୂର୍ବରୁ ରୋହିତ ଶର୍ମାଙ୍କ ସ୍ଥାନରେ ମୁମ୍ବାଇର କ୍ୟାପ୍ଟେନ ଭାବେ ପାଣ୍ଡ୍ୟାଙ୍କୁ ନିଯୁକ୍ତି ମିଳିଥିଲା। ଏବେ ଧୋନି ଚେନ୍ନାଇର କ୍ୟାପ୍ଟେନ୍ସି ଦାୟିତ୍ୱ ୟଙ୍ଗଷ୍ଟର ଋତୁରାଜ ଗାଏକ୍ୱାଡଙ୍କୁ ହସ୍ତାନ୍ତର କରିଛନ୍ତି। ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ୫ ଥର ଟ୍ରଫି ଜିତିବା ସହ ନିୟମିତ ଭାବେ ପ୍ଲେଅଫରେ ମଧ୍ୟ ଖେଳିଛି।
୨୦୦୮ରୁ ଚେନ୍ନାଇ ସହ ଧୋନି ରହି ଆସିଛନ୍ତି। ତାଙ୍କ ସମୟରେ ଦଳ ୧୧ ଥର ଫାଇନାଲ ଖେଳିବାର ରେକର୍ଡ କରିଛି। ୨୦୨୨ ଆଇପିଏଲ ପୂର୍ବରୁ ମଧ୍ୟ ଧୋନି କ୍ୟାପ୍ଟେନ୍ସି ଦାୟିତ୍ୱ ରବୀନ୍ଦ୍ର ଜାଡେଜାଙ୍କୁ ଦେଇଥିଲେ। ହେଲେ ତାଙ୍କ ନେତୃତ୍ୱରେ ଦଳ ଆଦୌ ଭଲ ପ୍ରଦର୍ଶନ କରିପାରି ନଥିଲା।
ଦଳ କ୍ରମାଗତ ମ୍ୟାଚ୍ ହାରିବାରୁ ଜାଡେଜା ଅଧାରୁ କ୍ୟାପ୍ଟେନ୍ସି ପଦ ଛାଡ଼ି ଦେଇଥିଲେ। ଧୋନି ପୁଣି ଅଧିନାୟକ ହୋଇଥିଲେ। ୨୦୨୩ରେ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ପୁଣି ଟ୍ରଫି ଜିତିଥିଲା।
୨୦୨୨ରେ ଦଳ ୯ମ ସ୍ଥାନରେ ରହିଥିଲା। କିନ୍ତୁ ୨୦୨୩ରେ ଚାମ୍ପିୟନ ହୋଇ ଜବରଦସ୍ତ କମବ୍ୟାକ କରିଥିଲା। ୨୦୨୪ରେ ଦଳ ତା’ର ଆଇପିଏଲ ଅଭିଯାନ ଆସନ୍ତାକାଲି ଆରମ୍ଭ କରିବ। ପ୍ରଥମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)କୁ ଭେଟିବ।
ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ହେଉଛି ଆଇପିଏଲର ଆଉ ଏକ ସଫଳ ଟିମ। ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ୫ଥର ଆଇପିଏଲ ଜିତିଛି। ୨୦୧୩ ଆଇପିଏଲ ଅଧାରୁ ରୋହିତ ଶର୍ମା ମୁମ୍ବାଇର କ୍ୟାପ୍ଟେନ୍ସି ରିକି ପଣ୍ଟିଂ ଠାରୁ ଆଣିଥିଲେ।
ସେହି ବର୍ଷ ମୁମ୍ବାଇ ପ୍ରଥମଥର ଆଇପିଏଲ ଟ୍ରଫି ଜିତିଥିଲା। ଏହାପରେ ୨୦୧୫, ୨୦୧୭,୨୦୧୯,୨୦୨୦ରେ ମୁମ୍ବାଇକୁ ରୋହିତ ଟ୍ରଫି ଭେଟି ଦେଇଥିଲେ। ହେଲେ ୨୦୨୪ ଆଇପିଏଲ ପୂର୍ବରୁ ତାଙ୍କ ସ୍ଥାନରେ ପାଣ୍ଡ୍ୟାଙ୍କୁ କ୍ୟାପ୍ଟେନ କରାଯାଇଛି।
ଧୋନି ଓ ରୋହିତ କ୍ୟାପ୍ଟେନ୍ସି ପଦ ଛାଡ଼ିଥିଲେ ହେଁ ନିଜ ନିଜ ପ୍ରାଞ୍ଚାଇଜ ପାଇଁ ୨୦୨୪ ଆଇପିଏଲରେ ଖେଳିବେ। କିନ୍ତୁ ଫ୍ୟାନ୍ସ ମାହି ଓ ହିଟମ୍ୟାନଙ୍କୁ ଟସ୍ ପକାଇବା ବେଳେ ଆଉ ଚିୟର୍ସ କରିପାରିବେ ନାହିଁ।
ହେଲେ ପାଣ୍ଡ୍ୟା ଆଜି ରୋହିତ ଶର୍ମାଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ଚଳିତ ଆଇପିଏଲରେ ରୋହିତ ଶର୍ମାଙ୍କ ହାତ ତାଙ୍କ କାନ୍ଧ ଉପରେ ରହିବ ବୋଲି ପାଣ୍ଡ୍ୟା କହିଛନ୍ତି। ୨୦୧୫ରେ ମୁମ୍ବାଇ ପାଇଁ ଆଇପିଏଲରେ ଡେବ୍ୟୁ କରିଥିଲେ ପାଣ୍ଡ୍ୟା। ଆଇପିଏଲ ବଳରେ ପାଣ୍ଡ୍ୟା ଭାରତୀୟ କ୍ରିକେଟକୁ ଆସିଥିଲେ। ଯେଉଁ ମୁମ୍ବାଇ ତାଙ୍କୁ ସୁଯୋଗ ଦେଇଥିଲା, ଏବେ ସେହି ପ୍ରାଞ୍ଚାଇଜର ନେତୃତ୍ୱ ସେ ନେବାକୁ ଯାଉଛନ୍ତି।
ପାଣ୍ଡ୍ୟା ଏ ସମ୍ପର୍କରେ କହିଛନ୍ତି, “ଅତି ଚମତ୍କାର ଲାଗୁଛି। ମୋ କ୍ରିକେଟ ଯାତ୍ରା ଏହି ଠାରୁ ଆରମ୍ଭ ହୋଇଥିଲା। ଏହାକୁ ୧୦ ବର୍ଷ ବିତି ଗଲାଣି। ମୁଁ ଏହି ଦଳର ନେତୃତ୍ୱ ନେବାର ସୁଯୋଗ ପାଇବି ବୋଲି କେବେ ଭାବି ନଥିଲି। ଏହା ବହୁତ ଆନନ୍ଦ ଦେଉଛି।”
୨୦୧୫ରେ ମୁମ୍ବାଇ ଇଣ୍ଡିଆନ୍ସରେ ପାଣ୍ଡ୍ୟା ଯୋଗ ଦେବା ପରେ ଦଳ ୪ ଥର ଚାମ୍ପିୟନ ହୋଇଛି। ୨୦୨୨ ଆଇପିଏଲରେ ସେ ଗୁଜରାଟ ଟାଇଟନ୍ସ ପକ୍ଷରୁ ଖେଳିଥିଲେ। ପ୍ରଥମ ସଂସ୍କରଣରେ ହିଁ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ଟ୍ରଫି ଜିତିଥିଲା।
ଏବେ ୨୦୨୪ରେ ପୁଣି ପାଣ୍ଡ୍ୟା ମୁମ୍ବାଇକୁ ଫେରିଛନ୍ତି। ପାଣ୍ଡ୍ୟା କହିଛନ୍ତି, “ସଫଳତାରେ ମୁଁ ଅଧିକ ଉତ୍ସାହିତ ହୁଏ ନାହିଁ କିମ୍ବା ବିଫଳତା ବେଳେ ହତୋତ୍ସାହିତ ହୁଏ ନାହିଁ। ଏହା ମୋର ନୀତି। ଏହା ମୋତେ ମୋ କ୍ୟାରିୟରରେ ଅନେକ ସହାୟତା କରିଛି। କ୍ୟାପ୍ଟେନ୍ସି କରିବାରେ କୌଣସି ପରିବର୍ତ୍ତନ ହେବ ନାହିଁ। କାରଣ ରୋହିତ ଶର୍ମା ସେଠାରେ ମୋତେ ସହଯୋଗ କରିବାକୁ ସବୁବେଳେ ରହିବେ।
ଯଦି ଦରକାର ପଡ଼ିଲା, ସେ ମୋତେ ସାହାଯ୍ୟ କରିବେ। ସମାନ ସମୟରେ ସେ ଭାରତର ଅଧିନାୟକ ଭାବେ ମୋତେ ଅନେକ ଥର ସହଯୋଗ କରିଛନ୍ତି। ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ଦଳ ଅନେକ ସଫଳତା ପାଇଛି। ଏବେ ସେହି ସଫଳତାକୁ ମୁଁ ଆଗକୁ ନେବି। ସେ ଯାହା ଆରମ୍ଭ କରିଥିଲେ, ସେହି ରାସ୍ତାରେ ବଢ଼ିବି। ମୁଁ ଜାଣିଛି ତାଙ୍କର ହାତ ପୂରା ସିଜିନରେ ମୋ କାନ୍ଧ ଉପରେ ରହିବ।”
କିନ୍ତୁ ଭାରତକୁ ଆଇସିସି ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ବାଧ୍ୟ କରିପାରିବ ନାହିଁ। ଯଦି ପାକିସ୍ତାନ ନ ଯିବା ପାଇଁ ଭାରତ ସରକାରଙ୍କ କୌଣସି ନୀତି ରହିଥିବ, ତା’ହେଲେ ଆଇସିସି କେବେ ହେଲେ ଏଥିରେ ହସ୍ତକ୍ଷେପ କରିବ ନାହିଁ ବୋଲି ଜଣାପଡ଼ିଛି।
ବର୍ତ୍ତମାନ ଦୁବାଇରେ ଆଇସିସିର ବୋର୍ଡ ମିଟିଂ ଚାଲିଛି। ଅବଶ୍ୟ ୨୦୨୫ ଫେବୃଆରୀ-ମାର୍ଚ୍ଚରେ ଅନୁଷ୍ଠିତ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ପ୍ରସଙ୍ଗ ଏଜେଣ୍ଡାରେ ନାହିଁ। କିନ୍ତୁ ପାକିସ୍ତାନ କ୍ରିକେଟ ବୋର୍ଡର ନୂଆ ଅଧ୍ୟକ୍ଷ ମୋହଶିନ ନକଭୀ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ପ୍ରସଙ୍ଗରେ ବିସିସିଆଇ ସମ୍ପାଦକ ଜୟ ଶାହ ଓ ଆଇସିସି ଅଧ୍ୟକ୍ଷଙ୍କ ସହ କଥା ହେବେ ବୋଲି କହିଛନ୍ତି। ପାକିସ୍ତାନ ହିଁ ୨୦୨୫ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବ ବୋଲି ପିସିବି ବିଧିବଦ୍ଧ ପ୍ରତିଶ୍ରୁତି ଚାହୁଁଛି।
ତେବେ ଆଇସିସି ବୋର୍ଡରେ ଥିବା ଜଣେ ସଦସ୍ୟଙ୍କ କହିବା କଥା ଯେ ବିସିସିଆଇର ନିଷ୍ପତ୍ତି ଉପରେ ସବୁ କିଛି ନିର୍ଭର କରୁଛି। ସେହିପରି ୟୁଏଇରେ ଟୁର୍ଣ୍ଣାମେଣ୍ଟ ଆୟୋଜନର ସମ୍ଭାବନାକୁ ମଧ୍ୟ ସଂପୂର୍ଣ୍ଣ ଭାବେ ଏଡ଼ାଇ ଦିଆଯାଇ ପାରିବନି। ବୋର୍ଡ ବୈଠକରେ ପ୍ରତି ସଦସ୍ୟ ଆଲୋଚନା ପାଇଁ ନିଜର ଚିନ୍ତା ପ୍ରକଟ କରିପାରିବେ।
ଏହାପରେ ଭୋଟ ହେବ। ଯଦି କୌଣସି ସଦସ୍ୟ ନିର୍ଦ୍ଦିଷ୍ଟ ସ୍ଥାନରେ ଖେଳି ପାରିବେ ନାହିଁ ବୋଲି କହିବେ, ତା’ହେଲେ ଆଇସିସି ନିଶ୍ଚିତ ଭାରବେ ବିକଳ୍ପ କଥା ଚିନ୍ତା କରିବ। ନିଜସ୍ୱ ସରକାର ଜାରି କରିଥିବା ନୀତି କିମ୍ବା ନିୟମ ବିରୋଧରେ କୌଣସି ସଦସ୍ୟ ରାଷ୍ଟ୍ର ଯାଇ ପାରିବେ ନାହିଁ ବୋଲି ଆଇସିସି ଭଲ ଭାବେ ଜାଣିଥିବା ଅଧିକାରୀ ଜଣଙ୍କ କହିଛନ୍ତି।
ହେଲେ ଶେଷ ଭାଗରେ କୁଲଦୀପ ଯାଦବ ଓ ଯଶପ୍ରୀତ ବୁମ୍ରା ମଧ୍ୟ ଦମ୍ଭ ଦେଖାଇଛନ୍ତି। ଭାରତକୁ ଦ୍ୱିତୀୟ ଦିବସରେ ଅଲଆଉଟ କରିବାକୁ ଆଶା କରିଥିବା ଇଂଲଣ୍ଡ ନିରାଶ ହୋଇଛି। ୯ମ ୱିକେଟ ପାଇଁ ବୁମ୍ରା ଓ କୁଲଦୀପ ଅପରାଜିତ ୪୫ ରନ ଯୋଡ଼ିଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭାରତର ଟପ୍ ବ୍ୟାଟର ପ୍ରଥମଥର ପାଇଁ ୫୦ କିମ୍ବା ତା’ରୁ ଅଧିକ ରନ କରିଛନ୍ତି। ପ୍ରଥମ ଦିନରେ ଯଶସ୍ୱୀ ଜୈସୱାଲ ଏକମାତ୍ର ବ୍ୟାଟର ଭାବେ ୫୭ ରନ କରି ଆଉଟ ହୋଇଥିଲେ। ଏହାପରେ ରୋହିତ ଶର୍ମା ୧୦୩, ଶୁବମନ ଗିଲ ୧୧୦, ପାଡିକ୍କଲ ୬୫ ଓ ସର୍ଫରାଜ ଖାନ ୫୬ ରନର ଇନିଂସ ଖେଳିଛନ୍ତି।
ବ୍ୟାଟରଙ୍କ ଜଲୱା ଯୋଗୁ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୫ମ ଟେଷ୍ଟରେ ପୂରା ମଜବୁତ ସ୍ଥିତିରେ ପହଞ୍ଚି ଯାଇଛି। ଷ୍ଟମ୍ପ ଅପସାରଣ ବେଳକୁ ଭାରତ ତା’ର ପ୍ରଥମ ଇନିଂସରେ ୮ ୱିକେଟ ହରାଇ ୪୭୩ ରନ କରି ନେଇଛି। ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ଠାରୁ ଦଳ ୨୫୫ ରନ ଆଗରେ ରହିଛି। ଖେଳ ଶେଷ ବେଳକୁ ବୁମ୍ରା ୧୯ ଓ କୁଲଦୀପ ୨୭ ରନ କରି ଅପରାଜିତ ରହିଛନ୍ତି। ଆସନ୍ତାକାଲି ପୁଣି ଏମାନେ ଏହି ସ୍ଥାନରୁ ବ୍ୟାଟିଂ କରିବେ। ଇଂଲଣ୍ଡ ତା’ର ପ୍ରଥମ ଇନିଂସରେ ୨୧୮ ରନ କରିଥିଲା।
ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ଗୋଟିଏ ୱିକେଟ ହରାଇ ୧୩୫ ରନ କରିଥିଲା। ଆଜି ରୋହିତ ଶର୍ମା(୫୨) ଓ ଗିଲ (୨୬) ଦଳର ପାଳିକୁ ଆଗକୁ ନେଇଥିଲେ। ବିଶେଷ କରି ଗିଲ ଆଟାକିଂ ଶଟ ଖେଳି ପ୍ରଥମେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ରୋହିତ ମଧ୍ୟ ପଛରେ ପଡ଼ି ନଥିଲେ। ଉଭୟ ଲଞ୍ଚ ଯାଏ ଇଂଲଣ୍ଡକୁ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ। ଏଥିସହ ନିଜ ନିଜର ଶତକ ମଧ୍ୟ ହାସଲ କରିଥିଲେ।
ରୋହିତ ତାଙ୍କ ଟେଷ୍ଟ କ୍ୟାରିୟରର ୧୨ତମ ଶତକ ଓ ଗିଲ ୪ର୍ଥ ଶତକ ହାସଲ କରିବା ପରେ ଲଞ୍ଚ ବ୍ରେକ ହୋଇଥିଲା। ଭାରତ ମଧ୍ୟ ସେତେବେଳକୁ ଲିଡ୍ ହାସଲ କରି ନେଇଥିଲା।
ପ୍ରଥମଥର ପାଇଁ ଇଂଲଣ୍ଡ ବିପକ୍ଷ ୫ଟିକିଆ ସିରିଜରେ ପ୍ରଥମ ସେସନ୍ସରେ ୧୦୦ରୁ ଅଧିକ ରନ ହେବା ସହ କୌଣସି ୱିକେଟ ଯାଇ ନଥିଲା। ସେହିପରି ରୋହିତ ଓ ଗିଲଙ୍କ ମଧ୍ୟରେ ପ୍ରଥମଥର ପାଇଁ ଟେଷ୍ଟ କ୍ରିକେଟରେ ୧୦୦ରୁ ଅଧିକ ରନର ଭାଗିଦାରୀ ହୋଇଥିଲା।
ଲଞ୍ଚ ପରେ ଇଂଲଣ୍ଡ କମବ୍ୟାକ କରିଥିଲା। ପ୍ରଥମଥର ପାଇଁ ସିରିଜରେ ବୋଲିଂ କରିବାକୁ ଆସିଥିଲେ ଇଂଲିଶ ଟିମର ଅଧିନାୟକ ବେନ ଷ୍ଟୋକ୍ସ। ସେ ପ୍ରଥମ ବଲରେ ହିଁ ୧୦୩ ରନ କରିଥିବା ରୋହିତ ଶର୍ମାଙ୍କୁ କ୍ଲିନବୋଲ୍ଡ କରି ଦେଇଥିଲେ। ଏଥିସହ ଗିଲଙ୍କ ସହ ତାଙ୍କର ୧୭୧ ରନର ଭାଗିଦାରୀରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ୧୦୩ ରନର ଇନିଂସରେ ରୋହିତ ୧୩ଟି ଚୌକା ଓ ୩ଟି ଛକା ମାରିଛନ୍ତି।
ଏହାର କିଛି ସମୟ ପରେ ଜେମ୍ସ ଆଣ୍ଡରସନ ଭଲ ଲୟରେ ଥିବା ଶୁବମନ ଗିଲଙ୍କୁ ବୋଲ୍ଡ କରିଥିଲେ। ଗିଲ୍ ୧୧୦ ରନ କରି ଆଉଟ ହୋଇଛନ୍ତି। ଏହି ଇନିଂସରେ ସେ ୧୨ଟି ଚୌକା ଓ ୫ଟି ଛକା ମାରିଛନ୍ତି। ଲଗାତର ୨ଟି ୱିକେଟ ହାସଲ କରି ଇଂଲଣ୍ଡ କମବ୍ୟାକର ସଙ୍କେତ ଦେଇଥିଲା।
କିନ୍ତୁ ଡେବ୍ୟୁଟାଣ୍ଟ ପାଡିକ୍କଲ ଓ ସର୍ଫରାଜ ନିଜର ଦମ ଦେଖାଇଥିଲେ। ଉଭୟ ଦମଦାର ବ୍ୟାଟିଂ କରିବା ସହ ଇଂଲଣ୍ଡକୁ ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ। ସର୍ଫରାଜ ୮ଟି ଚୌକା ଓ ଗୋଟିଏ ଛକା ବଳରେ ଚଳିତ ସିରିଜରେ ନିଜର ତୃତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ସେହିପରି ପାଡିକ୍କଲ ଡେବ୍ୟୁ ମ୍ୟାଚରେ ଅର୍ଦ୍ଧଶତକ ମାରି ନିଜ ଦକ୍ଷତାର ପରିଚୟ ଦେଇଥିଲେ।
ଦଳୀୟ ସ୍କୋର ୩୭୬ ରନ ଥିବା ବେଳେ ବ୍ୟକ୍ତିଗତ ୫୬ ରନ କରି ଶୋଏବ ବଶିରଙ୍କ ବଲରେ ସର୍ଫରାଜ ପ୍ରଥମେ ଆଉଟ ହୋଇଥିଲେ। ଏହାପରେ ବଶିର ୬୫ ରନ କରିଥିବା ପାଡିକ୍କଲଙ୍କୁ ପ୍ୟାଭିଲିୟନ ପଠାଇଥିଲେ।
୪ର୍ଥ ମ୍ୟାଚର ହିରୋ ଧ୍ରୁବ ଜୁରେଲ ମାତ୍ର ୧୫ ରନ କରିଥିବା ବେଳେ ରବୀନ୍ଦ୍ର ଜାଡେଜା ମଧ୍ୟ ୧୫ ରନ କରି ଆଉଟ ହୋଇଥିଲେ। ସେମାନଙ୍କ ୱିକେଟ ଯଥାକ୍ରମେ ବଶିର ଓ ଟମ ହାର୍ଟଲୀ ନେଇଥିଲେ। ରବିଚନ୍ଦ୍ରନ ଅଶ୍ୱିନ ଖାତା ଖୋଲିବା ପୂର୍ବରୁ ହାର୍ଟଲୀଙ୍କ ଦ୍ୱିତୀୟ ଶିକାର ବନିଥିଲେ।
୪୨୮ ରନରେ ୮ମ ୱିକେଟ ଭାରତ ହରାଇଥିଲା। ଲାଗୁଥିଲା ଆଜି ଭାରତୀୟ ଇନିଂସରେ ପୂର୍ଣ୍ଣଚ୍ଛେଦ ପଡ଼ିଯିବ। କିନ୍ତୁ କୁଲଦୀପ ଓ ବୁମ୍ରା ନିଜର ଜଲୱା ଦେଖାଇ ଥିଲେ। ଉଭୟ ଇଂଲିଶ ବୋଲିଂ ଆଟାକକୁ କାଉଣ୍ଟର କରିବା ସହ ଦଳୀୟ ସ୍କୋରକୁ ୪୫୦ ପାର କରାଇ ଥିଲେ।
ଉଭୟ ଷ୍ଟମ୍ପ ଅପସାରଣ ଯାଏ ଆଉ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ। ସେହିପରି ଭାରତର ସ୍କୋରକୁ ୪୭୩ରେ ପହଞ୍ଚାଇ ଦେଇଛନ୍ତି। ଆସନ୍ତାକାଲି ଉଭୟ ଏହି ସ୍ଥାନରୁ ପୁଣି ଦଳୀୟ ସ୍କୋରକୁ ଆଗକୁ ନେବାକୁ ଚେଷ୍ଟା କରିବେ।
ଏହାପରେ ପ୍ରଥମ ଦିନରେ ୩୦ ଓଭର ବ୍ୟାଟିଂ କରିଥିବା ଟିମ ଇଣ୍ଡିଆର ବ୍ୟାଟର ନିଜର ଜଲୱା ଦେଖାଇଛନ୍ତି। ଓପନର ଯଶସ୍ୱୀ ଜୈସୱାଲ ୫୭ ରନ କରି ଆଉଟ ହୋଇଥିଲେ ହେଁ ଅଧିନାୟକ ରୋହିତ ଶର୍ମା ୫୨ ରନ କରି ଅପରାଜିତ ରହିଛନ୍ତି।
ଷ୍ଟମ୍ପ ଅପସାରଣ ବେଳକୁ ରୋହିତ ୫୨ ଓ ଶୁବମନ ଗିଲ ୨୬ ରନ କରି କ୍ରିଜରେ ରହିଛନ୍ତି। ଇଂଲଣ୍ଡର ୨୧୮ ରନର ଜବାବରେ ଭାରତ ତା’ର ପ୍ରଥମ ଇନିଂସରେ ଗୋଟିଏ ୱିକେଟ ହରାଇ ୧୩୫ ରନ କରି ନେଇଛି। ଏବେ ଦଳ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ଠାରୁ ୮୩ ରନ ପଛରେ ରହିଛି। ଆସନ୍ତାକାଲି ରୋହିତ ଓ ଗିଲ ଭାରତୀୟ ଇନିଂସକୁ ଆଗକୁ ନେବେ।
ଧର୍ମଶାଲାରେ ଟସ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡ ଦମଦମା ଷ୍ଟାର୍ଟ କରିଥିଲା। ଏକଦା ଦଳ ବିନା ୱିକେଟରେ ୬୭ ରନ କରି ନେଇଥିଲା। ଏହାପରେ ଭ୍ରମଣକାରୀ ଦଳକୁ କୁଲଦୀପ ଯାଦବ ଓ ଅଶ୍ୱିନ ଘାଣ୍ଟିଥିଲେ। ଜ୍ୟାକ କ୍ରାଉଲୀ(୭୯)ଙ୍କୁ ଛାଡ଼ି ଭାରତୀୟ ସ୍ପିନ ଆଟାକକୁ କୌଣସି ଇଲିଂଶ ବ୍ୟାଟର ସମ୍ଭାଳି ପାରି ନଥିଲେ। କୁଲଦୀପ ୫, ଅଶ୍ୱିନ ୪ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ୱିକେଟ ନେଇ ଇଂଲଣ୍ଡର ପ୍ରଥମ ଇନିଂସକୁ ୨୧୮ ରନରେ ଶେଷ କରି ଦେଇଥିଲେ।
ଚା’ ପାନ ବିରତି ପରେ ପରେ ଇଂଲଣ୍ଡ ଅଲଆଉଟ ହୋଇଯାଇଥିଲା। ଫଳରେ ଭାରତ ମଧ୍ୟାହ୍ନ ୩ଟାରୁ ତା’ର ପ୍ରଥମ ଇନିଂସ ଆରମ୍ଭ କରିଥିଲା। ଭାରତର ଦୁଇ ଓପନର ଯଶସ୍ୱୀ ଓ ରୋହିତ ଶର୍ମା ଆରମ୍ଭରୁ ଦମଦାର ବ୍ୟାଟିଂ କରିଥିଲେ।
ଉଭୟ ଇଂଲଣ୍ଡ ବୋଲରଙ୍କୁ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ। ବିଶେଷ କରି ରୋହିତ ଶର୍ମା ଆଟାକିଂ କ୍ରିକେଟ ଖେଳିଥିଲେ। ଯଶସ୍ୱୀ ସେଟ ହେବା ପରେ ଇଂଲଣ୍ଡର ଦୁଇ ସ୍ପିନର ଟମ ହାର୍ଟଲୀ ଓ ଶୋଏବ ବଶିରଙ୍କୁ ବଡ଼ବଡ଼ ଶଟ ମାରିଥିଲେ।
ଏଥିସହ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଆଉ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ଅର୍ଦ୍ଧଶତକ ହାସଲ କରିବା ପରେ ସେ ଆହୁରି ଗୋଟିଏ ଚୌକା ମାରିଥିଲେ। ଚୌକା ମାରି ସେ ୫୦ ରନ ମଧ୍ୟ ପୂରଣ କରିଥିଲେ।
କିନ୍ତୁ ବଡ଼ ଶଟ ଖେଳିବା ଲୋଭରେ ସେ ବଶିରଙ୍କ ବଲରେ ଷ୍ଟମ୍ପିଂ ହୋଇ ଯାଇଥିଲେ। ୫୮ ବଲରେ ୫୭ ରନ କରିଥିବା ଯଶସ୍ୱୀ ୫ଟି ଚୌକା ଓ ୩ଟି ଛକା ମାରିଛନ୍ତି। ଆଉଟ ହେବା ପୂର୍ବରୁ ସେ ରୋହିତଙ୍କ ସହ ମିଶି ପ୍ରଥମ ୱିକେଟ ପାଇଁ ୧୦୪ ରନର ଭାଗିଦାରୀ କରିଥିଲେ।
ଯଶସ୍ୱୀଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିବା ଶୁବମନ ଗିଲ ମଧ୍ୟ କିଛି ବଡ଼ ଶଟ ମାରିଥିଲେ। ରୋହିତ ତାଙ୍କୁ ସାଥ ଦେବା ସହ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଉଭୟ ଇଂଲଣ୍ଡ ବୋଲରଙ୍କୁ କାଉଣ୍ଟର କରିବା ସହ ଷ୍ଟମ୍ପ ଅପସାରଣ ଯାଏ ଆଉ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନାହାନ୍ତି।
ରୋହିତ ୬ଟି ଚୌକା ଓ ୨ଟି ଛକା ବଳରେ ୫୨ ଓ ଗିଲ ୨ଟି ଛକା ଓ ସମାନ ସଂଖ୍ୟକ ଚୌକା ବଳରେ ୨୬ ରନ କରି ଅପରାଜିତ ରହିଛନ୍ତି। ଉଭୟ ଦ୍ୱିତୀୟ ୱିକେଟ ପାଇଁ ଅଭିବାଜିତ ୩୧ ରନ ମଧ୍ୟ ଯୋଡ଼ି ନେଇଛନ୍ତି। ଏହା ମଧ୍ୟରୁ ଗିଲ ୨୬ ଓ ରୋହିତ କେବଳ ୫ ରନ କରିଛନ୍ତି। କାଲି ଏହି ସ୍କୋରରୁ ଉଭୟ ଦଳକୁ ଆଗକୁ ନେବେ।
ଦକ୍ଷିଣ ଆଫ୍ରିକାର ଏଡେନ ମାର୍କରମ ୨୦୨୩ ଆଇପିଏଲ୍ରେ ସନ୍ରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଥିଲେ। ମିଳିଥିବା ଖବର ଅନୁଯାୟୀ, ଏଥର ତାଙ୍କୁ ଏହି ଦାୟିତ୍ୱରୁ ମୁକ୍ତ କରାଯିବ। ତାଙ୍କ ବଦଳରେ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ ଦଳ ଅଧିନାୟକ କରିବ। ଏହା ଉଲ୍ଲେଖ କରିବାର ଆବଶ୍ୟକତା ନାହିଁ ଯେ ଗତ ବର୍ଷ ତାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଉଭୟ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଓ କ୍ରିକେଟ ବିଶ୍ୱକପ୍ ଫାଇନାଲରେ ଭାରତକୁ ହରାଇ ଚାମ୍ପିୟନ ହୋଇଥିଲା। ସୂଚନାଯୋଗ୍ୟ, ଆଇପିଏଲ୍ ୨୦୨୪ ସଂସ୍କରଣ ପାଇଁ ସନ୍ରାଇଜର୍ସ ହାଇଦ୍ରାବାଦ ପାଟ କମିନ୍ସଙ୍କୁ ୨୦.୫ କୋଟି ଟଙ୍କାରେ କିଣିଛି।
୨୦୨୪ ଆଇପିଏଲ୍ ପାଇଁ ସନ୍ରାଇଜର୍ସ ହାଇଦ୍ରାବାଦ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ବାମହାତୀ ପେସର ଜେମ୍ସ ଫ୍ରାଙ୍କଲିନ୍ଙ୍କୁ ବୋଲିଂ କୋଚ୍ ନିଯୁକ୍ତ କରିପାରେ। ସେ ଡେଲ୍ ଷ୍ଟେନ୍ଙ୍କ ସ୍ଥାନ ନେବେ। ଦକ୍ଷିଣ ଆଫ୍ରିକାର ପୂର୍ବତନ ପେସର ଡେଲ୍ ଷ୍ଟେନ୍ ୨୦୨୨ରେ ସନ୍ରାଇଜର୍ସ ହାଇଦ୍ରାବାଦର ବୋଲିଂ କୋଚ୍ ଦାୟିତ୍ୱ ନେଇଥିଲେ। ତେବେ ବ୍ୟକ୍ତିଗତ କାରଣ ଯୋଗୁ ଏହି ସିଜିନ୍ରେ ବ୍ରେକ୍ ଦେବା ପାଇଁ ସେ ଅନୁରୋଧ କରିଛନ୍ତି।
କାଲି ଠାରୁ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେଉଥିବା ବେଳେ ରାଞ୍ଚି ପିଚ୍କୁ ଦେଖି ଚକିତ ହୋଇଛନ୍ତି ଇଂଲିଶ ଟିମର ଅଧିନାୟକ ବେନ ଷ୍ଟୋକ୍ସ। ସେ ପୂର୍ବରୁ କେବେ ହେଲେ ଏମିତି ପିଚ୍ କେବେ ଦେଖି ନଥିଲେ ବୋଲି କହିଛନ୍ତି।
ଷ୍ଟୋକ୍ସଙ୍କ କହିବା କଥା ଯେ ରାଞ୍ଚି ପିଚ୍ ବେଶ ଭ୍ରମାତ୍ମକ ରହିବ। କାରଣ କିଛି ଦୂରରୁ ପିଚ୍ରେ ପୂରା ଘାସ ରହିଥିବା ଭଳି ଦେଖାଯାଉଛି। କିନ୍ତୁ ପାଖରେ ଦେଖିଲା ବେଳକୁ ପିଚ୍ରେ ଅନେକ କ୍ରାକ୍ ରହିଛି। ଏହା ଉଭୟ ବ୍ୟାଟିଂ ଓ ବୋଲିଂ ସାଇଡ୍ ପାଇଁ ବେଶ ଚ୍ୟାଲେଞ୍ଜ କରିବ ବୋଲି ଷ୍ଟୋକ୍ସ ଆଶଙ୍କା କରିଛନ୍ତି।
ବେନ ଷ୍ଟୋକ୍ସ କହିଛନ୍ତି, “ମୁଁ ପୂର୍ବରୁ କେବେ ହେଲେ ଏମିତି କିଛି ଦେଖି ନଥିଲି। ମୁଁ ଜାଣି ପାରୁନି କ’ଣ ସବୁ ହେବ। ଆପଣ ଗୋଟିଏ ପଟରୁ ବିପରୀତ ପଟୁକୁ ଚାହିଁଲେ, ଏହା ପୂରା ଭିନ୍ନ ଦେଖାଯାଉଛି।
ଚେଞ୍ଜିଂ ରୁମରୁ ଆପଣ ଦେଖିଲେ ପିଚ୍ ପୂରା ଗ୍ରୀନ ଓ ଗ୍ରାସୀ ଦେଖାଯାଉଛି। କିନ୍ତୁ ଆପଣ ପାଖକୁ ଗଲେ, ଏହା ପୂରା ଭିନ୍ନ। ପିଚ୍ ବହୁତ ମାଟିଆ ଓ ପିଚ୍ରେ ଅନେକ ଦୃଶ୍ୟମାନ ହେଉଥିବା କ୍ରାକ ସବୁ ରହିଛି।”
ହାଇଦ୍ରାବାଦ, ବିଶାଖାପଟନମ ଓ ରାଜକୋଟ ପିଚ୍ ଉଭୟ ସ୍ପିନ ଓ ପେସ ବୋଲରଙ୍କୁ ସୁହାଇଥିଲା। ଏଯାଏ କୌଣସି ପିଚ୍ କେବଳ ସ୍ପିନକୁ ସୁହାଇ ନାହିଁ। ତେଣୁ ରାଞ୍ଚି ପିଚ୍ ସମ୍ଭବତଃ ସ୍ପିନରଙ୍କୁ ସୁହାଇବ। ଏପରି ସ୍ଥିତିରେ ଟସ୍ର ଗୁରୁତ୍ୱ ବଢ଼ିଯିବ। କାରଣ ସ୍ପିନ ଟ୍ରାକ୍ରେ ୪ର୍ଥ ଇନିଂସରେ ବ୍ୟାଟିଂ କରିବା ବେଶ କଷ୍ଟକର।
ପିଚ୍କୁ ନେଇ ଟିମ ଇଣ୍ଡିଆର ମୁଖ୍ୟ କୋଚ ରାହୁଲ ଡ୍ରାଭିଡ ମଧ୍ୟ ମତ ରଖିଛନ୍ତି। ରାଞ୍ଚି ପିଚ୍ରେ ଅନେକ କ୍ରାକ୍ ରହିଥିବା ସେ ସ୍ୱୀକାର କରିଛନ୍ତି। ଡ୍ରାଭିଡ କହିଛନ୍ତି, ଆମେ ଯେତେବେଳେ ବି ଭାରତରେ ଖେଳୁ ସେତେବେଳେ ପିଚ୍କୁ ନେଇ ପ୍ରଶ୍ନ ଉଠେ।
ରାଞ୍ଚି ପିଚ୍ ପୂରା ଭାରତୀୟ ପରମ୍ପରାର ୱିକେଟ। ଏଠାରେ କ୍ରାକ୍ସ ଅଛି। ପିଚ୍ରେ ଟର୍ଣ୍ଣ ମିଳିବ। କିନ୍ତୁ କେତେ ଟର୍ଣ୍ଣ ହେବ ଓ କେତେବେଳେ ହେବ, ସେ ବିଷୟରେ ଜାଣିନାହୁଁ। ଆମ ପାଖରେ ଗୋଟିଏ ସନ୍ତୁଳିତ ଟିମ ରହିଛି ବୋଲି ଡ୍ରାଭିଡ କହିଛନ୍ତି।
ଭାରତ ୩୩ ରନରେ ୩ ୱିକେଟ ହରାଇ ସଂଘର୍ଷ କରୁଥିବା ବେଳେ ରୋହିତ ଓ ରବୀନ୍ଦ୍ର ଜାଡେଜା ସ୍ଥିତି ସମ୍ଭାଳିଥିଲେ। ଭାରତ ମଧ୍ୟ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୩୨୬/୫ରେ ପହଞ୍ଚି ଯାଇଛି। ରୋହିତ ୧୩୧ ରନ କରି ଆଉଟ ହୋଇଥିଲେ ହେଁ ଜାଡେଜା ୧୧୦ ରନ କରି ଅପରାଜିତ ରହିଛନ୍ତି।
ରୋହିତ ଆଜି ଶତକୀୟ ଇନିଂସ ଖେଳି ଏକାଧିକ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ସେହିପରି କିମ୍ବଦନ୍ତୀ କ୍ରିକେଟର କପିଲ ଦେବଙ୍କ ରେକର୍ଡର ମଧ୍ୟ ସମକକ୍ଷ ହୋଇଛନ୍ତି। ରୋହିତ ଶର୍ମା ଆଜି ତାଙ୍କ ଟେଷ୍ଟ କ୍ୟାରିୟରର ୧୧ତମ ଶତକ ହାସଲ କରିଛନ୍ତି। ସେହିପରି ଓପନର ଭାବେ ତାଙ୍କ ବ୍ୟାଟରୁ ୮ମ ଶତକ ଦେଖିବାକୁ ମିଳିଛି।
ପ୍ରଥମ ଦିନର ଚା’ ପାନ ବିରତି ପରର ପ୍ରଥମ ଓଭରରେ ସେ ଶତକ ହାସଲ କରିଥିଲେ। ୧୫୭ ବଲରେ ଶତକ ହାସଲ କରିଥିବା ରୋହିତ ଲଞ୍ଚ ବ୍ରେକ ପରେ ନିଜର ଦମ ଦେଖାଇଥିଲେ। ଆଜିର ୧୩୧ ରନର ଇନିଂସରେ ସେ ୧୪ଟି ଚୌକା ଓ ୩ଟି ଛକା ମାରିଛନ୍ତି।
ଅଧିନାୟକ ଭାବେ ଏହା ରୋହିତଙ୍କର ତୃତୀୟ ଶତକ। ଏହାପୂର୍ବରୁ କପିଲ ଦେବ ମଧ୍ୟ ଟେଷ୍ଟ କ୍ରିକେଟରେ ଅଧିନାୟକ ଭାବେ ୩ଟି ଶତକ ମାରିଥିଲେ। ଏହି ତାଲିକାର ୧ନଂ ସ୍ଥାନରେ ବିରାଟ କୋହଲି ରହିଛନ୍ତି। ସେ ଭାରତର ଅଧିନାୟକ ଭାବେ ଟେଷ୍ଟ କ୍ରିକେଟରେ ମୋଟ ୨୦ଟି ଶତକ ହାସଲ କରିଛନ୍ତି।
ସୁନୀଲ ଗାଭାସ୍କର ୧୧ଟି, ମହମ୍ମଦ ଆଝାରୁଦ୍ଦିନ ୯ଟି, ସଚିନ ତେନ୍ଦୁଲକର ୭ଟି, ମହେନ୍ଦ୍ର ସିଂହ ଧୋନି ୫ଟି, ସୌରଭ ଗାଙ୍ଗୁଲି ୫ଟି, ରାହୁଲ ଡ୍ରାଭିଡ ୪ଟି, କପିଲ ଦେବ ୩ଟି ଓ ରୋହିତ ଶର୍ମା ୩ଟି ଶତକ ମାରିଛନ୍ତି।
ଏହାବାଦ ଆଜି ରୋହିତ ସବୁଠାରୁ ବୟସ୍କ ଭାରତୀୟ କ୍ରିକେଟର ଭାବେ ଟେଷ୍ଟ କ୍ରିକେଟରେ ଶତକ ହାସଲ କରିଛନ୍ତି। ୩୬ ବର୍ଷ ୨୯୧ ଦିନ ବୟସରେ ରୋହିତଙ୍କ ବ୍ୟାଟରୁ ଟେଷ୍ଟରେ ଶତକ ଦେଖିବାକୁ ମିଳିଛି। ପୂର୍ବରୁ ଏହି ରେକର୍ଡ ବିଜୟ ହଜାରେଙ୍କ ନାଁରେ ରହିଥିଲା। ସେ ୩୬ ବର୍ଷ ୨୭୮ ଦିନ ବୟସରେ ଟେଷ୍ଟରେ ଶତକ ହାସଲ କରିଥିଲେ। ୧୯୫୧ ମସିହାରେ ବିଜୟ ହଜାରେ ଇଂଲଣ୍ଡ ବିପକ୍ଷରେ ହିଁ ସବୁଠାରୁ ବୟସ୍କ ଭାରତୀୟ ଭାବେ ଟେଷ୍ଟରେ ଶତକ ହାସଲ କରିଥିଲେ।
DO NOT MISS
— BCCI (@BCCI) February 15, 2024
🎥 That Moment when captain @ImRo45 brought up a fine 💯 👏 👏
Follow the match ▶️ https://t.co/FM0hVG5pje#TeamIndia | #INDvENG | @IDFCFIRSTBank pic.twitter.com/MtK2wm89CQ
ରୋହିତ ତାଙ୍କ ଶତକୀୟ ଇନିଂସରେ ୩ଟି ଛକା ମାରିଛନ୍ତି। କିନ୍ତୁ ଦୁଇଟି ଛକା ମାରିବା ପରେ ସେ ମହେନ୍ଦ୍ର ସିଂହ ଧୋନିଙ୍କୁ ସର୍ବାଧିକ ଛକା ମାରିବା ମାମଲାରେ ଟପି ଯାଇଥିଲେ। ରୋହିତ ଶର୍ମା ୮୦ଟି ଛକା ମାରିଥିବା ବେଳେ ଧୋନିଙ୍କ ବ୍ୟାଟରୁ ୭୮ଟି ଛକା ଦେଖିବାକୁ ମିଳିଥିଲା। ସର୍ବାଧିକ ଛକା ମାରିଥିବା ଭାରତୀୟଙ୍କ ମଧ୍ୟରେ ବୀରେନ୍ଦ୍ର ସେହୱାଗ(୯୧) ୧ନଂରେ ରହିଛନ୍ତି।
କ୍ରିକେଟର ୩ଟି ଯାକ ଫର୍ମାଟକୁ ଦେଖିଲେ ରୋହିତ ଭାରତ ପାଇଁ ସର୍ବାଧିକ ଛକା ମାରିଥିବା ଖେଳାଳି ବନି ଯାଇଛି। ରୋହିତ ମୋଟ ୨୧୩ଟି ଛକା ସହ ୧ନଂ ସ୍ଥାନରେ ରହିଥିବା ବେଳେ ତାଙ୍କ ପଛକୁ ୨୧୧ ଛକା ସହ ଧୋନି ରହିଛନ୍ତି।
ମୁମ୍ବାଇ ବ୍ୟାଟର ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ କରିବା ମାମଲାରେ ସୌରଭ ଗାଙ୍ଗୁଲିଙ୍କୁ ଅତିକ୍ରମ କରି ଯାଇଛନ୍ତି। ଗାଙ୍ଗୁଲି ୧୮,୫୭୫ ରନ କରିଥିବା ବେଳେ ରୋହିତ ଶର୍ମାଙ୍କ ରନ ୧୮,୬୪୧ରେ ପହଞ୍ଚି ଯାଇଛି। ତାଙ୍କ ଉପରେ ସଚିନ ତେନ୍ଦୁଲକର ଓ ବିରାଟ କୋହଲି ରହିଛନ୍ତି।
ଅନ୍ତର୍ଜାତୀୟ କ୍ରିକେଟରେ ରୋହିତ ଓପନର ଭାବେ ୪୨ତମ ଶତକ ହାସଲ କରିଛନ୍ତି। କ୍ରିସ ଗେଲ ମଧ୍ୟ ସମାନ ୪୨ଟି ଶତକ ହାସଲ କରିଥିଲେ। ତାଲିକାର ୧ନଂ ସ୍ଥାନରେ ଡାଭିଡ ୱାର୍ଣ୍ଣର ୪୯ ଓ ସଚିନ ତେନ୍ଦୁଲକର ୪୫ ରହିଛନ୍ତି।
ରୋହିତ ୧୩୧ ରନ କରି ଆଉଟ ହୋଇଥିବା ବେଳେ ଷ୍ଟମ୍ପ ଅପସାରଣ ବେଳକୁ ଜାଡେଜା ୧୧୦ ରନ କରି ଅପରାଜିତ ରହିଛନ୍ତି। ଡେବ୍ୟୁ ମ୍ୟାଚ୍ରେ ସର୍ଫରାଜ ଖାନ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ୬୨ ରନ କରି ରନଆଉଟ ହୋଇଯାଇଛନ୍ତି। ଆସନ୍ତାକାଲି ଜାଡେଜା ଓ କୁଲଦୀପ ଯାଦବ(୧) ଭାରତୀୟ ଇନିଂସକୁ ଆଗକୁ ନେବେ।
ରାଜକୋଟରେ ଖେଳା ଯାଉଥିବା ତୃତୀୟ ଟେଷ୍ଟରେ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ। ରୋହିତଙ୍କ ସହ ଯଶସ୍ୱୀ ଜୈସୱାଲ ଇନିଂସ ଆରମ୍ଭ କରିଥିଲେ ହେଁ ଭାରତକୁ ଝଟକା ଲାଗିଥିଲା। ଦଳୀୟ ସ୍କୋର ୨୨ ଥିବା ବେଳେ ଜୈସୱାଲ ମାତ୍ର ୧୦ ରନ କରି ମାର୍କ ଉଡଙ୍କ ବଲରେ ଆଉଟ ହୋଇଥିଲେ।
ଶୁବମନ ଗିଲ୍ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ତାଙ୍କ ୱିକେଟ ମଧ୍ୟ ଉଡ ନେଇଥିଲେ। ରଜତ ପାଟିଦାର ଗୋଟିଏ ଚୌକା ସହ ୫ ରନ କରିଥିବା ବେଳେ ତାଙ୍କୁ ଟମ ହାର୍ଟଲୀ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଦଳ ୩୩ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା।
ଏତିକି ବେଳେ ରୋହିତ ଶର୍ମା ଓ ପ୍ରମୋସନ ପାଇ ୫ନଂରେ ବ୍ୟାଟିଂ କରିବାକୁ ଆସିଥିବା ରବୀନ୍ଦ୍ର ଜାଡେଜା ସ୍ଥିତି ସମ୍ଭାଳିଥିଲେ। ଉଭୟ ଦଦମଦାର ବ୍ୟାଟିଂ କରିବା ସହ ଲଞ୍ଚ ସୁଦ୍ଧା ଦଳୀୟ ସ୍କୋରକୁ ୯୩ରେ ପହଞ୍ଚାଇ ଦେଇଥିଲେ। ଲଞ୍ଚ ପରେ ଉଭୟ ବ୍ୟାଟର ଅର୍ଦ୍ଧଶତକ ହାସଲ କରିଥିଲେ। ଅର୍ଦ୍ଧଶତକ ହାସଲ କରିବା ପରେ ରୋହିତଙ୍କ ବ୍ୟାଟରୁ କିଛି ବଡ଼ ଶଟ ଦେଖିବାକୁ ମିଳିଥିଲା।
ତାଙ୍କୁ ଜାଡେଜା ପୂରା ସାଥ ଦେଇଥିଲେ। ରୋହିତ ୧୫୭ ବଲରେ ଶତକ ହାସଲ କରି ନିଜ ଦକ୍ଷତାର ପରିଚୟ ଦେଇଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୧୧ତମ ଶତକ। ସେହିପରି ସବୁଠାରୁ ବୟସ୍କ ଭାରତୀୟ କ୍ରିକେଟର ଭାବେ ରୋହିତ ଟେଷ୍ଟ କ୍ରିକେଟରେ ଶତକ ହାସଲ କରିଛନ୍ତି। ୩୬ ବର୍ଷ ୨୯୧ ଦିନ ବୟସରେ ରୋହିତଙ୍କ ବ୍ୟାଟରୁ ଟେଷ୍ଟରେ ଶତକ ଦେଖିବାକୁ ମିଳିଛି। ପୂର୍ବରୁ ଏହି ରେକର୍ଡ ବିଜୟ ହଜାରେଙ୍କ ନାଁରେ ରହିଥିଲା। ସେ ୩୬ ବର୍ଷ ୨୭୮ ଦିନ ବୟସରେ ଟେଷ୍ଟରେ ଶତକ ହାସଲ କରିଥିଲେ।
ଶତକ ହାସଲ କରିବା ପରେ ମଧ୍ୟ ରୋହିତ ଅଟକି ନଥିଲେ। ସେ ଆଉ କିଛି ଦର୍ଶନୀୟ ଛକା ଓ ଚୌକା ମାରିଥିଲେ। ତେବେ ୧୩୧ ରନ କରିଥିବା ରୋହିତଙ୍କୁ ଉଡ ଆଉଟ କରି ଭାରତକୁ ୪ର୍ଥ ଝଟକା ଦେଇଥିଲେ। ରୋହିତ ଆଜିର ଇନିଂସରେ ୧୪ଟି ଚୌକା ଓ ୩ଟି ଛକା ମାରିଥିଲେ। ସେହିପରି ଜାଡେଜା ଓ ରୋହିତ ୪ର୍ଥ ୱିକେଟ ପାଇଁ ୨୦୪ ରନ ଯୋଡ଼ିଥିଲେ।
ରୋହିତଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିଲେ ଡେବ୍ୟୁଟାଣ୍ଟ ସର୍ଫରାଜ ଖାନ। ସେ ଆରମ୍ଭରୁ ହିଁ ଆଟାକିଂ ଶଟ ଖେଳିଥିଲେ। ଜାଡେଜା ଗୋଟିଏ ପଟେ ଛିଡ଼ା ହୋଇଥିବା ବେଳେ ସର୍ଫରାଜ ଚୌକା ଓ ଛକା ମାରିଥିଲେ। ଏଥିସହ ଡେବ୍ୟୁ ମ୍ୟାଚ୍ରେ ସେ ମାତ୍ର ୪୮ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ।
ଉଭୟ ଜାଡେଜା ଓ ସର୍ଫରାଜ ଦମଦାର ବ୍ୟାଟିଂ କରୁଥିବା ବେଳେ ହଠାତ୍ ତାଳମେଳର ଅଭାବ ଦେଖିବାକୁ ମିଳିଥିଲା। ଏଥିପାଇଁ ୬୬ ବଲରେ ୬୨ ରନ କରିଥିବା ସର୍ଫରାଜ ରନ ଆଉଟ ହୋଇଯାଇଥିଲେ। ତେବେ ଜାଡେଜା ୧୯୮ ବଲରେ ଶତକ ହାସଲ କରିଥିଲେ। ଏହା ଘରୋଇ ମାଟିରେ ଜାଡେଜାଙ୍କ ଦ୍ୱିତୀୟ ଶତକ। ଇଂଲଣ୍ଡ ବିପକ୍ଷରେ ମଧ୍ୟ ଏହା ତାଙ୍କର ଦ୍ୱିତୀୟ ଶତକ।
ସର୍ଫରାଜଙ୍କ ପରେ ନାଇଟୱାଚମ୍ୟାନ ଭାବେ କୁଲଦୀପ ଯାଦବ ବ୍ୟାଟିଂ କରିବାକୁ ଆସିଥିଲେ। ଇଂଲଣ୍ଡ ମଧ୍ୟ ନୂଆ ବଲ୍ ନେଇ ଜାଡେଜା ଓ କୁଲଦୀପଙ୍କ ପାର୍ଟରଶିପ ଭାଙ୍ଗିବାକୁ ଚେଷ୍ଟା କରିଥିଲା। ହେଲେ ଏହା ଫଳପ୍ରଦ ହୋଇ ନଥିଲା। ଭାରତ ପ୍ରଥମ ଦିନରେ ମୋଟ ୮୬ ଓଭର ବ୍ୟାଟିଂ କରି ୫ ୱିକେଟ ହରାଇ ୩୨୬ ରନ କରି ନେଇଛି।
ଆସନ୍ତାକାଲି ଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ରାଜକୋଟରେ ଆରମ୍ଭ ହେବ। ଏହାପୂର୍ବରୁ ଶ୍ରୀ ଶାହ ଆଜି ନିରଞ୍ଜନ ଶାହ ଷ୍ଟାଡିୟମର ଉଦଘାଟନ କରିଛନ୍ତି। ଏହି ଅବସରରେ ରୋହିତ ଟି-୨୦ ବିଶ୍ୱକପରେ ଭାରତର ନେତୃତ୍ୱ ନେବେ ବୋଲି ସେ କହିଛନ୍ତି।
ଜୟ ଶାହ କହିଛନ୍ତି, “ଆମେ ୨୦୨୩ ଦିନିକିଆ ବିଶ୍ୱକପ ହାରି ଯାଇଛୁ ସତ, କିନ୍ତୁ ଆମେ କ୍ରମାଗତ ୧୦ଟି ମ୍ୟାଚ୍ ଜିତି ସମସ୍ତଙ୍କ ହୃଦୟକୁ ଜିତି ପାରିଛୁ। ମୁଁ ଏବେ ନିଶ୍ଚିତ ଯେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ୨୦୨୪ ଟି-୨୦ ବିଶ୍ୱକପ ଟ୍ରଫି ବାରବଡୋସରେ ଉଠାଇବ।”
୨୦୨୨ ଟି-୨୦ ବିଶ୍ୱକପ ସେମି ଫାଇନାଲରେ ଭାରତ ହାରିବା ପରଠାରୁ ରୋହିତ ଶର୍ମା ଟି-୨୦ ମ୍ୟାଚ୍ ଖେଳି ନଥିଲେ। କିନ୍ତୁ ନିକଟରେ ଶେଷ ହୋଇଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ ସେ କମବ୍ୟାକ କରିଥିଲେ। ପ୍ରଥମ ଦୁଇ ମ୍ୟାଚ୍ରେ ଫ୍ଲପ ମାରିଥିବା ରୋହିତ ଶେଷ ଟି-୨୦ରେ ଶତକ ହାସଲ କରି ନିଜ ଦକ୍ଷତାର ପରିଚୟ ଦେଇଥିଲେ।
ତଥାପି ରୋହିତ ଟି-୨୦ ବିଶ୍ୱକପରେ ଭାରତର ନେତୃତ୍ୱ ନେବେ କି ନାହିଁ, ତା’କୁ ନେଇ ସଂଶୟ ଲାଗି ରହିଥିଲା। ହେଲେ ଆଜି ଜୟ ଶାହ ନିଶ୍ଚିତ କରିଛନ୍ତି ଯେ ରୋହିତ ଶର୍ମା ହିଁ ଭାରତର କମାଣ ଟି-୨୦ ବିଶ୍ୱକପରେ ସମ୍ଭାଳିବେ।
ରୋହିତ କ୍ୟାପ୍ଟେନ୍ସି କରିବାକୁ ଯାଉଥିବାରୁ ବିରାଟ କୋହଲି ମଧ୍ୟ ଟି-୨୦ ବିଶ୍ୱକପ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଦୁଇ ବରିଷ୍ଠ ଖେଳାଳି ବିଶ୍ୱକପ ଖେଳିବାକୁ ଇଚ୍ଛୁକ ଥିବା ଜାନୁଆରୀ ମାସରେ ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା।
ଟି-୨୦ ବିଶ୍ୱକପ ଜୁନ ୧ରୁ ୨୯ ଯାଏ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେବ। ଭାରତ ତା’ର ବିଶ୍ୱକପ ଅଭିଯାନ ଆୟର୍ଲ୍ୟାଣ୍ଡ ବିପକ୍ଷରୁ ଆରମ୍ଭ କରିବ। ଏହି ମ୍ୟାଚ୍ଟି ଜୁନ ୫ରେ ନ୍ୟୁୟର୍କରେ ଖେଳାଯିବ। ଜୁନ ୯ରେ ଦଳ ପାକିସ୍ତାନ ଓ ଜୁନ ୧୫ରେ କାନାଡାକୁ ଭେଟିବ।
ତେବେ ବାଉଚର ଦେଇଥିବା ବୟାନକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ରୋହିତ ଶର୍ମାଙ୍କ ପତ୍ନୀ ରିତିକା ସଜଦେ। ସେ ଖୋଲା ଖୋଲି ଭାବେ ବାଉଚରଙ୍କ ବୟାନକୁ ବିରୋଧ କରିଛନ୍ତି। ଏଥିସହ ନିଜର ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି।
୨୦୨୪ ଆଇପିଏଲ ପାଇଁ ମୁମ୍ବାଇର ଅଧିନାୟକ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଯୁକ୍ତି ମିଳିଛି। ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ମୁମ୍ବାଇ ୫ଥର ଆଇପିଏଲ ଜିତିଥିଲେ ମଧ୍ୟ ତାଙ୍କୁ ପଦରୁ ହଟାଯିବା ଘଟଣାକୁ ଫ୍ୟାନ୍ସ ସହଜରେ ଗ୍ରହଣ କରିପାରି ନଥିଲେ। ତେବେ ରୋହିତ ଏ ସମ୍ପର୍କରେ ଏଯାଏ ମୁହଁ ଖୋଲି ନାହାନ୍ତି।
ଏବେ କିନ୍ତୁ ଏ ସମ୍ପର୍କରେ ବାଉଚର ଦେଇଥିବା ବୟାନକୁ ରୋହିତଙ୍କ ପତ୍ନୀ ରିତିକା ବିରୋଧ କରିଛନ୍ତି। ବାଉଚର ଗୋଟିଏ କାର୍ଯ୍ୟକ୍ରମରେ କହିଥିଲେ ଯେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାପ୍ଟେନ କରିବା ଗୋଟିଏ କ୍ରିକେଟିଂ ନିଷ୍ପତ୍ତି। ଲୋକମାନେ ଏହାକୁ ନେଇ ଏତେ ଭାବପ୍ରବଣ ହେବା କଥା ନୁହେଁ। ମୁମ୍ବାଇ ଇଣ୍ଡିଆନ୍ସର ଟ୍ରାଞ୍ଜିସନ ଫେଜ୍ର ଅଂଶ ବିଶେଷ ଭାବେ ପାଣ୍ଡ୍ୟାଙ୍କୁ କ୍ୟାପ୍ଟେନ କରାଯାଇଥିବା ବାଉଚର କହିଥିଲେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମାର୍କ ବାଉଚର କହିଥିଲେ ଯେ ରୋହିତ ଶର୍ମା ବିଗତ କିଛି ସିଜିନ ହେଲା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବ୍ୟାଟରେ କିଛି କମାଲ କରିପାରି ନାହାନ୍ତି। ତାଙ୍କୁ କ୍ୟାପ୍ଟେନ ପଦରୁ ହଟାଯାଇଥିବାରୁ ଏହା ତାଙ୍କୁ ବ୍ୟାଟିଂ ଉପରେ ଅଧିକ ଫୋକସ କରିବାରେ ସହାୟକ ହେବ।
ତାଙ୍କର ଏହି ଭିଡିଓକୁ Smash Sports ପକ୍ଷରୁ ଇନଷ୍ଟାଗ୍ରାମରେ ଅପଲୋଡ କରାଯାଇଛି। ଏହି ଭିଡିଓ ଉପରେ ପ୍ରତିକ୍ରିୟା ଦେଇ ରିତିକା କହିଛନ୍ତି ଯେ “ଏଥିରେ ଅନେକ କିଛି ଭୁଲ ରହିଛି।” ବାସ ଏହାକୁ ନେଇ ସୋଶାଲ ମିଡିଆରେ ରିତିକା ଟ୍ରେଣ୍ଡ କରିବା ଆରମ୍ଭ କରିଛନ୍ତି। ତାଙ୍କ ବୟାନ ବିଜୁଳି ବେଗରେ ଭାଇରାଲ ହେବାରେ ଲାଗିଛି।
ଆଇପିଏଲର ୨୦୨୩ ସଂସ୍କରଣରେ ରୋହିତ ୧୬ଟି ମ୍ୟାଚ୍ରେ କେବଳ ୩୩୨ ରନ କରିଥିଲେ। ସେହିପରି ୨୦୨୨ରେ ତାଙ୍କ ବ୍ୟାଟରୁ କେବଳ ୨୬୮ ରନ ବାହାରିଥିଲା। କ୍ରମାଗତ ବିଫଳତା ଯୋଗୁ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଲିଗ ପର୍ଯ୍ୟାୟରୁ ବିଦା ହୋଇଥିଲା। ସମ୍ଭବତଃ ଏହି କାରଣ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାନେଜମେଣ୍ଟ ରୋହିତ ଶର୍ମାଙ୍କୁ କ୍ୟାପ୍ଟେନ ପଦରୁ ବିଦା କରିଥିବା କୁହାଯାଉଛି।
୨୦୧୩ରେ ରୋହିତ ଶର୍ମା ମୁମ୍ବାଇର କମାଣ ରିକି ପଣ୍ଟିଂଙ୍କ ଠାରୁ ନେଇଥିଲେ। ୨୦୧୩,୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ମୁମ୍ବାଇ ରୋହିତଙ୍କ କ୍ୟାପ୍ଟେନ୍ସିରେ ଆଇପିଏଲ ଟ୍ରଫି ଜିତିଥିଲା। ରୋହିତ ମଧ୍ୟ ବ୍ୟାଟରେ ନିଜର ଜଲୱା ଦେଖାଇଥିଲେ।
୨୦୧୫ରେ ହାର୍ଦ୍ଦିକ ମୁମ୍ବାଇ ପାଇଁ ଡେବ୍ୟୁ କରିଥିଲେ। ସେ ୬ଟି ସଂସ୍କରଣ ମୁମ୍ବାଇ ସହ ରହିବା ପରେ ୨୦୨୨ରେ ସେ ଗୁଜରାଟ ଟାଇଟନ୍ସ ପାଇଁ ଖେଳିବା ଆରମ୍ଭ କରିଥିଲେ। ୨୦୨୨ରେ ଗୁଜରାଟ ଚାମ୍ପିୟନ ହୋଇଥିଲା। ୨୦୨୩ରେ ଗୁଜରାଟକୁ ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।
ତେଣୁ ମୁମ୍ବାଇ ୨୦୨୪ ଆଇପିଏଲ ପୂର୍ବରୁ ରେକର୍ଡ ଟଙ୍କା ଦେଇ ଟ୍ରେଡ ନିୟମ ବଳରେ ପାଣ୍ଡ୍ୟାଙ୍କୁ ଗୁଜରାଟରୁ ଆଣିଛି। ସେ ଆସିବା ପରେ ତାଙ୍କୁ ମୁମ୍ବାଇର କ୍ୟାପ୍ଟେନ୍ସି ପଦ ମିଳିଛି। ବାଉଚର ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ପାଣ୍ଡ୍ୟାଙ୍କ ଉପରେ ସେ ଭରସା ଦେଖାଇଛନ୍ତି।
ଅନ୍ୟପଟେ ଅଷ୍ଟ୍ରେଲିଆରୁ ୨ ଜଣ ଖେଳାଳି ଆସିଛନ୍ତି। ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକାର ଦୁଇ ଖେଳାଳି ମଧ୍ୟ ବର୍ଷର ଦିନିକିଆ ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ଏହି ଦଳରେ ନ୍ୟୁଜିଲାଣ୍ଡର ଜଣେ ଖେଳାଳି ବି ସ୍ଥାନ ପାଇଛନ୍ତି।
ଆଇସିସି ପକ୍ଷରୁ ଘୋଷଣା ହୋଇଥିବା ଟିମ୍ରେ ରୋହିତ ଶର୍ମା ଓ ଶୁଭମନ ଗିଲ୍ଙ୍କୁ ଓପନର୍ ଭାବେ ଚୟନ କରାଯାଇଛି। ଦିନିକିଆ ବିଶ୍ୱକପ ଫାଇନାଲରେ ଚମତ୍କାର ଶତକ ସ୍କୋର କରି ଅଷ୍ଟ୍ରେଲିଆକୁ ବିଶ୍ୱ ଚାମ୍ପିୟନ କରିଥିବା ଟ୍ରାଭିସ ହେଡ ମଧ୍ୟ ଏହି ଦଳରେ ସାମିଲ ହୋଇଛନ୍ତି।
ବିରାଟ କୋହଲି ୪ ନମ୍ବରରେ ଥିବାବେଳେ ନ୍ୟୁଜିଲାଣ୍ଡର ଡାରିଲ ମିଚେଲ ଏହି ଦଳରେ ୫ ନମ୍ବରରେ ଅଛନ୍ତି।
ଦିନିକିଆ ବିଶ୍ୱକପ୍ରେ କୋହଲି ନିଜର ଜବରଦସ୍ତ ପ୍ରଦର୍ଶନ ସହିତ ପ୍ଲେୟାର ଅଫ ସିରିଜ ଟାଇଟଲ ଜିତିବାରେ ସଫଳ ହୋଇଥିଲେ। ୨୦୨୩ ଦିନିକିଆ ବିଶ୍ୱକପରେ ଡାରିଲ ମିଚେଲଙ୍କ ପ୍ରଦର୍ଶନ ମଧ୍ୟ ଭଲ ଥିଲା। ଏସବୁ ବ୍ୟତୀତ ଆଇସିସି ଦକ୍ଷିଣ ଆଫ୍ରିକାର ହେନରିଚ କ୍ଲାସେନଙ୍କୁ ଉଇକେଟ କିପର ବ୍ୟାଟ୍ସମ୍ୟାନ ଭାବରେ ଦଳରେ ସାମିଲ କରାଯାଇଛି।
ଏଥିସହିତ ମାର୍କୋ ଜାନସେନ ଅଲ୍ରାଉଣ୍ଡର ଭାବେ ଦଳରେ ଅନ୍ତର୍ଭୁକ୍ତ କରାଯାଇଛି। ଆଇସିସି ଆଡାମ ଜାମ୍ପା ଏବଂ କୁଲଦୀପ ଯାଦବଙ୍କୁ ଦିନିକିଆ ଟିମ ଅଫ ଦି ଇୟରରେ ସ୍ପିନର ଭାବେ ସାମିଲ କରିଛି। ଏଥି ସହିତ ମହମ୍ମଦ ସିରାଜ ଏବଂ ମହମ୍ମଦ ଶାମି ମଧ୍ୟ ଏହି ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି।
ଦିନିକିଆ ଟିମ ଅଫ ଦି ଇୟର-୨୦୨୩
ରୋହିତ ଶର୍ମା (କ୍ୟାପଟେନ) ଭାରତ, ଶୁବମାନ ଗିଲ (ଭାରତ), ଟ୍ରାଭିସ ହେଡ (ଅଷ୍ଟ୍ରେଲିଆ), ବିରାଟ କୋହଲି (ଭାରତ), ଡାରିଲ ମିଚେଲ (ନ୍ୟୁଜିଲାଣ୍ଡ), ହେନ୍ରିକ୍ କ୍ଲାସେନ (ଦକ୍ଷିଣ ଆଫ୍ରିକା)- ଓ୍ୱିକେଟ୍ କିପର୍। ମାର୍କୋ ଜନସେନ (ଦକ୍ଷିଣ ଆଫ୍ରିକା), ଆଡାମ ଜାମ୍ପା (ଅଷ୍ଟ୍ରେଲିଆ) ), ମହମ୍ମଦ ସିରାଜ (ଭାରତ), କୁଲଦୀପ ଯାଦବ, (ଭାରତ), ମହମ୍ମଦ ଶାମି (ଭାରତ)।
ଭାରତକୁ ୧୫୯ ରନ୍ର ବିଜୟ ଲକ୍ଷ୍ୟ ମିଳିଥିବା ବେଳେ ପ୍ରଥମ ଓଭରର ଦ୍ୱିତୀୟ ବଲ୍ରେ ଆଉଟ୍ ହୋଇଥିଲେ ରୋହିତ ଶର୍ମା। ଭୁଲ୍ ବୁଝାମଣା ଯୋଗୁ ସେ ରନ୍ ଆଉଟ୍ ହୋଇଥିଲେ। ଆଉ ଆଉଟ୍ ହେବା ପରେ ସେ ଶୁବମନ ଗିଲଙ୍କ ଉପରେ ରାଗି ଯାଇଥିଲେ। ସେ ଶୁବମନଙ୍କୁ କିଛି କହି ପ୍ୟାଭିଲିୟନକୁ ଫେରି ଯାଉଥିବା ଦେଖିବାକୁ ମିଳିଥିଲା।
ଫଜଲହକ ଫାରୁକୀଙ୍କ ଏକ ବଲ୍କୁ ରୋହିତ ମିଡ୍ ଅଫ୍କୁ ମାରିଥିଲେ ଓ ସିଙ୍ଗଲ୍ ପାଇଁ ଶୁବମନ ଗିଲ୍ଙ୍କୁ ଡାକ ପକାଇଥିଲେ। ଅନ୍ୟପକ୍ଷରେ ଶୁବମନଙ୍କ ନଜର ବଲ୍ ଉପରେ ରହିଥିଲା। ରୋହିତ ଶର୍ମା ତାଙ୍କ କ୍ରିଜ୍ ଛାଡ଼ି ଆର ମୁଣ୍ଡକୁ ଦୌଡ଼ି ପଳାଇ ଯାଇଥିବା ବେଳେ ଶୁବମନ ଗିଲ ସେମିତି କ୍ରିଜ୍ରେ ଛିଡ଼ା ହୋଇ ରହିଥିଲେ। ଆଫଗାନିସ୍ତାନ ଫିଲ୍ଡର କୌଣସି ଭୁଲ୍ କରି ନଥିଲେ ଓ ସୁଯୋଗର ଫାଇଦା ଉଠାଇଥିଲେ। ରୋହିତ ଶର୍ମା ରନ୍ ଆଉଟ୍ ହୋଇଯାଇଥିଲେ।
ରୋହିତ ଶୂନରେ ଆଉଟ୍ ହୋଇଥିଲେ ବି ଭାରତ ଏହି ମ୍ୟାଚ୍ ଜିତି ଯାଇଛି। ଦଳ ୧୭.୩ ଓଭରରେ ଧାର୍ଯ୍ୟ ଲକ୍ଷ୍ୟକୁ ଅତିକ୍ରମ କରି ଯାଇଥିଲା। ଦଳ ୪ଟି ୱିକେଟ୍ ହରାଇଥିଲା। ଦଳ ପକ୍ଷରୁ ଶିବମ ଦୁବେ ଅପରାଜିତ ରହି ୬୦ ରନ୍ କରିଥିଲେ।
Rohit gone for duck 😭#RohitSharma #Gill #IndvsAfg #INDvAFG pic.twitter.com/xpSGnreCm5
— Shubham Chand (@shubhamchand768) January 11, 2024
ଆଗକୁ ବିଶ୍ୱକପ ଥିବା ବେଳେ ଭାରତ ତା’ର ଶେଷ ଅନ୍ତର୍ଜାତୀୟ ଟି-୨୦ ସିରିଜ ଆଫଗାନିସ୍ତାନ ସହ ଖେଳିବ। ଏହି ସିରିଜରେ ରୋହିତ ଶର୍ମା ଓ ବିରାଟ କୋହଲି ନଜର ଆସିବେ। ରବିବାର ବିସିସିଆଇ ଘୋଷଣା କରିଥିବା ୧୬ ଜଣିଆ ଭାରତୀୟ ସ୍କ୍ୱାଡରେ ରୋହିତ ଶର୍ମା ଅଧିନାୟକ ରହିଛନ୍ତି। ଠିକ ଟି-୨୦ ବିଶ୍ୱକପ ପୂର୍ବରୁ ରୋହିତ ଓ ବିରାଟ କମବ୍ୟାକ କରିଥିବାରୁ ଉଭୟ ଦଳରେ ରହିବା ଏକପ୍ରକାରର ନିଶ୍ଚିତ ହୋଇଛି।
ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ରେ ଭାରତର ନେତୃତ୍ୱ ନେଉଥିଲେ। ଲାଗୁଥିଲା ଆହତ ସମସ୍ୟାରୁ ମୁକୁଳିବା ପରେ ହାର୍ଦ୍ଦିକ ହିଁ ଟି-୨୦ ବିଶ୍ୱକପରେ ଭାରତର ନେତୃତ୍ୱ ନେବେ। ରୋହିତ ଶର୍ମା କିମ୍ବା ବିରାଟ କୋହଲି ଆଉ ଟି-୨୦ ଖେଳିବେ ନାହିଁ।
କିନ୍ତୁ ବିସିସିଆଇ ଏବେ ଦୁଇ ଭେଟରାନଙ୍କୁ ପୁଣି ଟି-୨୦ ସ୍କ୍ୱାଡରେ ସାମିଲ କରିଛି। ଏହାର ଅର୍ଥ ହାର୍ଦ୍ଦିକ ଯଦି ବି ବିଶ୍ୱକପ ପୂର୍ବରୁ ଫିଟ ହୁଅନ୍ତି ଓ ଦଳକୁ ଫେରନ୍ତି, ତା’ହେଲେ ବି ରୋହିତ ଶର୍ମା ହିଁ ବିଶ୍ୱକପରେ ଭାରତର କମାଣ ସମ୍ଭାଳିବେ।
ଆଇପିଏ ୨୦୨୪ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାପ୍ଟେନ କରିଛନ୍ତି। ହେଲେ ଏବେ ରୋହିତ ଶର୍ମା ଟି-୨୦ ବିଶ୍ୱକପରେ ଭାରତର ନେତୃତ୍ୱ ନେବାକୁ ଯାଉଛନ୍ତି।
ଭେଟରାନ କ୍ରିକେଟର ତଥା ଭାଷ୍ୟକାର ଆକାଶ ଚୋପ୍ରା ମଧ୍ୟ ସମାନ କଥା କହିଛନ୍ତି। ସେ କହିଛନ୍ତି, “ରୋହିତ ଶର୍ମା ଏବେ କ୍ୟାପ୍ଟେନ। ମୋର ବିଶ୍ୱାସ ସେ ବିଶ୍ୱକପରେ ମଧ୍ୟ ଭାରତର ନେତୃତ୍ୱ ନେବେ। ମୁଁ ଭାବୁଛି ଏହା ଏକ ଐତିହାସିକ ଚୟନ। ଯଦି ରୋହିତ କ୍ୟାପ୍ଟେନ ରହିବେ। ତା’ହେଲେ ସେ ବିଶ୍ୱକପ ଖେଳିବେ। ଯଦି ସେ ବିଶ୍ୱକପ ଖେଳିବେ, ତା’ହେଲେ ସେ ହିଁ ଭାରତର ନେତୃତ୍ୱ ନେବେ।”
ଆହତ ସମସ୍ୟାରୁ ମୁକୁଳିବା ପରେ ହାର୍ଦ୍ଦିକ ପୁଣି ଭାରତର ଟି-୨୦ କ୍ୟାପ୍ଟେନ ହେବେ ଚର୍ଚ୍ଚାକୁ ଆକାଶ ଚୋପ୍ରା ଅଗ୍ରାହ୍ୟ କରିଦେଇଛନ୍ତି। ସେ କହିଛନ୍ତି, “ହାର୍ଦ୍ଦିକ ଫେରିବା ପରେ ସେ କ୍ୟାପ୍ଟେନ ହେବେ ବୋଲି ମୁଁ ଭାବୁନି। ମୁଁ ଲିଖିତ ଭାବେ ଏହା ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି। ମୁଁ ଅବଶ୍ୟ କିଛିର ଗ୍ୟାରେଣ୍ଟୀ ଦେଉନି। କିନ୍ତୁ ରୋହିତ ଶର୍ମା ଟିମରେ ରହିବେ ଓ କ୍ୟାପ୍ଟେନ ହେବେ ନାହିଁ, ତା’ର ସମ୍ଭାବନା ବହୁତ କମ।”
ଜୁନ ୧ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେଉଥିବା ବେଳେ ଭାରତ ତା’ର ପ୍ରଥମ ମ୍ୟାଚ୍ ଆୟର୍ଲ୍ୟାଣ୍ଡ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ଜୁନ ୫ ତାରିଖରେ ଖେଳାଯିବ।
ଆଫଗା ବିପକ୍ଷ ସିରିଜ ପାଇଁ ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ଯଶସ୍ୱୀ ଜୈସୱାଲ, ବିରାଟ କୋହଲି, ତିଲକ ବର୍ମା, ରିଙ୍କୁ ସିଂହ, ଜିତେଶ ଶର୍ମା(ୱିକେଟ କିପର), ସଞ୍ଜୁ ସାମସନ(ୱିକେଟ କିପର), ଶିବମ ଦୁବେ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ଆବେଶ ଖାନ ଓ ମୁକେଶ କୁମାର।
ତେବେ ଏହି ସିରିଜକୁ ବିରାଟ କୋହଲି ଓ ରୋହିତ ଶର୍ମା ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି। କାରଣ ଉଭୟ ପରୋକ୍ଷରେ ଟି-୨୦ ଖେଳିବା ପାଇଁ ଉପଲବ୍ଧ ରହିବେ ବୋଲି କହି ସାରିଛନ୍ତି। ଏହି ଦୁଇ ଭେଟରାନ କ୍ରିକେଟର ପ୍ରାୟ ଗୋଟିଏ ବର୍ଷ ହେଲା ଭାରତ ପାଇଁ ଟି-୨୦ ମ୍ୟାଚ୍ ଖେଳି ନାହାନ୍ତି।
ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ବିରାଟ ଓ ରୋହିତ ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଖେଳିବାକୁ ଚାହୁଁଛନ୍ତି। ଏହାପୂର୍ବରୁ ଉଭୟ ଆଫଗାନିସ୍ତାନ ବିପକ୍ଷ ଶେଷ ଟି-୨୦ ଅନ୍ତର୍ଜାତୀୟ ସିରିଜ ମଧ୍ୟ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି। ୨୦୨୨ ବିଶ୍ୱକପ ସେମି ଫାଇନାଲ ପରେ ବିରାଟ ଓ ରୋହିତ ଆଉ ଟି-୨୦ରେ ନଜର ଆସି ନାହାନ୍ତି। ସେବେଠାରୁ ଉଭୟ କେବଳ ଟେଷ୍ଟ ଓ ଦିନିକିଆ ଖେଳିବାରେ ବ୍ୟସ୍ତ ରହିଛନ୍ତି।
ସେମାନଙ୍କ ଅନୁପସ୍ଥିତିରେ ଚୟନ କମିଟି ଯଶସ୍ୱୀ ଜୈସୱାଲ, ଋତୁରାଜ ଗାଏକ୍ୱାଡ, ଶୁବମନ ଗିଲ ଓ ଈଶାନ କିଶନଙ୍କ ଭଳି ଯୁବ ପ୍ରତିଭାଙ୍କୁ ଖୋଜି ବାହାର କରିଛି। କିନ୍ତୁ ବିଶ୍ୱକପ ପୂର୍ବରୁ ଶେଷ ଟି-୨୦ ସିରିଜରେ ଅନେକ ପରିବର୍ତ୍ତନ ହେବ। କାରଣ ଦୁଇ ଭେଟରାନ ଟି-୨୦କୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ଟି-୨୦ ସିରିଜରେ ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ମିଳିପାରେ। ଉଭୟ ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଦମଦାର ପ୍ରଦର୍ଶନ କରିଥିଲେ। ସେହିପରି ମହମ୍ମଦ ଶାମିଙ୍କ କମବ୍ୟାକକୁ ନେଇ ଏବେ ବି କୌଣସି ପ୍ରକାରର ସ୍ପଷ୍ଟ ସୂଚନା ମିଳିନାହିଁ।
ଆହତ କାରଣରୁ ସୂର୍ଯ୍ୟ କୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଆଫଗାନ ବିପକ୍ଷ ସିରିଜରେ ଉପଲବ୍ଧ ହେବେ ନାହିଁ। ହାର୍ଦ୍ଦିକ ଦିନିକିଆ ବିଶ୍ୱକପ ବେଳେ ଆହତ ହୋଇଥିଲେ। ସେବେଠାରୁ ତାଙ୍କୁ ଆଉ ମୈଦାନରେ ଦେଖିବାକୁ ମିଳିନାହିଁ। ସେହିପରି ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ବେଳେ ସୂର୍ଯ୍ୟ କୁମାର ଆହତ ହୋଇଥିଲେ। ଉଭୟ ଗୋଟିଏ ମାସ ଯାଏ କ୍ରିକେଟରୁ ଦୂରେଇ ରହିବେ ବୋଲି ଜଣାପଡ଼ିଛି।
ବିସିସିଆଇ ଆଜି ଆଫଗାନିସ୍ତାନ ବିପକ୍ଷ ସିରିଜ ସହ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟ ପାଇଁ ମଧ୍ୟ ରୋଷ୍ଟର ଜାରି କରିପାରେ।
ହେଲେ ଆଜି ଭାରତ ଦ୍ୱିତୀୟ ଟେଷ୍ଟକୁ ମାତ୍ର ଦେଢ଼ ଦିନରେ ଶେଷ କରି ନୂଆ କୀର୍ତ୍ତିମାନ ହାସଲ କରିଛି। ମ୍ୟାଚକୁ ୭ ୱିକେଟରେ ଜିତି ଭାରତୀୟ ଟିମ ଦୁଇଟି ଟିକିଆ ଟେଷ୍ଟ ସିରିଜକୁ ୧-୧ରେ ବରାବର କରିଛି।
ଏହାବାଦ ୩୨ ବର୍ଷ ଧରି ଜାରି ରହିଥିବା ଲଜ୍ଜାଜନକ ରେକର୍ଡକୁ ମଧ୍ୟ ଭାରତୀୟ ଟିମ ଏଥର ଭାଙ୍ଗି ଦେଇଛି। ଆଜି ଯାଏ ଭାରତୀୟ ଟିମ କେବେ ହେଲେ କେପ ଟାଉନରେ ଦକ୍ଷିଣ ଆଫ୍ରିକାକୁ ହରାଇ ନଥିଲା। କିନ୍ତୁ ଏଥର ଭାରତ ନୂଆ ଅଧ୍ୟାୟ ସୃଷ୍ଟି କରିଛି। କେପ ଟାଉନରେ ଭାରତ ଅତି ସହଜରେ ଦକ୍ଷିଣ ଆଫ୍ରିକାକୁ ମାତ ଦେଇଛି।
ଏହି ପରାଜୟ ସହ ଅଭିଜ୍ଞ ଡିନ ଏଲଗାରଙ୍କ କ୍ରିକେଟ କ୍ୟାରିୟର ଶେଷ ହୋଇଛି। ତାଙ୍କୁ ଉଭୟ ଦଳର ଖେଳାଳି ଭାବପୂର୍ଣ୍ଣ ବିଦାୟ ଜଣାଇଛନ୍ତି। ଏହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାର କମାଣ ମଧ୍ୟ ଏଲଗାର ସମ୍ଭାଳିଥିଲେ। ପ୍ରଥମ ଟେଷ୍ଟରେ ସେ ୧୮୫ ରନ କରିଥିଲେ। କିନ୍ତୁ ଦ୍ୱିତୀୟ ଟେଷ୍ଟରେ ତାଙ୍କ ବ୍ୟାଟରୁ ବଡ଼ ପାଳି ଦେଖିବାକୁ ମିଳିନି।
କେପ ଟାଉନରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ମାତ୍ର ୫୫ ରନରେ ଅଲଆଉଟ ହୋଇଥିଲା। ଏହାର ଜବାବରେ ଭାରତ ପ୍ରଥମ ଇନିଂସରେ ୧୫୩ ରନ କରିଥିଲା। ଫଳରେ ଭାରତକୁ ୯୮ ରନର ଗୁରୁତ୍ୱପୂର୍ଣ୍ଣ ଲିଡ ମିଳିଥିଲା।
ଦକ୍ଷିଣ ଆଫ୍ରିକା ପାଇଁ ଦ୍ୱିତୀୟ ଇନିଂସରେ ଏଡେନ ମାକରମ ୧୦୬ ରନ ଇନିଂସ ଖେଳିଥିଲେ। ହେଲେ ଯଶପ୍ରୀତ ବୁମ୍ରାଙ୍କ ୬ ୱିକେଟ ଦଖଲ ଯୋଗୁ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ କେବଳ ୧୭୬ ରନ କରିବାକୁ ସକ୍ଷମ ହୋଇଥିଲା।
ଘରୋଇ ଟିମ ୧୭୬ ରନରେ ଅଲଆଉଟ ହେବାରୁ ଭାରତକୁ ୭୯ ରନର ଟାର୍ଗେଟ ମିଳିଥିଲା। ଏହି ଟାର୍ଗେଟକୁ ହାସଲ କରିବା ପାଇଁ ଭାରତ ୩ଟି ୱିକେଟ ମଧ୍ୟ ହରାଇଛି। କିନ୍ତୁ ଶେଷରେ ଦଳ ବେଶ ସହଜରେ ବିଜୟ ମୁଣ୍ଡି ମାରିଛି।
ଟାର୍ଗେଟ ୭୯ ଥିଲେ ହେଁ ଯଶସ୍ୱୀ ଜୈସୱାଲ ଆଟାକିଂ ଶଟ ଖେଳି ଚାଲିଥିଲେ। ସେ ୨୩ ବଲରେ ୨୮ ରନ କରିବା ପରେ ନାନ୍ଦ୍ରେ ବୁରଗେରଙ୍କ ବଲରେ ଆଉଟ ହୋଇଥିଲେ। ଶୁବମନ ଗିଲ ୧୦ ଓ ବିରାଟ କୋହଲି ୧୨ ମଧ୍ୟ ବେଶୀ ସମୟ କ୍ରିଜରେ ରହି ପାରି ନଥିଲେ। ଦଳକୁ ଜିତିବା ପାଇଁ ୪ ରନ ଦରକାର ଥିବା ବେଳେ ମାର୍କୋ ୟାନସେନ ୧୨ ରନ କରିଥିବା ବିରାଟଙ୍କୁ ଆଉଟ କରିଥିଲେ।
ଏହାପରେ ଅଧିନାୟକ ରୋହିତ ଶର୍ମାଙ୍କୁ ସାଥ ଦେବା ପାଇଁ ଆସିଥିଲେ ଶ୍ରେୟସ ଆୟର। ସେ ଚୌକା ମାରି ଦଳକୁ ବିଭୟ ଭେଟି ଦେଇଥିଲେ। ରୋହିତ ଶେଷ ଯାଏ ୧୭ ରନ କରି ଅପରାଜିତ ରହିଥିଲେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରଥମ ଦିନରେ ହିଁ ଦୁଇ ଟିମ ଅଲଆଉଟ ହୋଇଥିଲେ। ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକା ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ପ୍ରଥମ ଦିନର ଖେଳ ଶେଷ ବେଳକୁ ଦକ୍ଷିଣ ଆଫ୍ରିକା ତା’ର ଦ୍ୱିତୀୟ ଇନିଂସରେ ୩ ୱିକେଟ ହରାଇ ୬୨ ରନ କରିଥିଲା। ଏହାର ଅର୍ଥ ଗୋଟିଏ ଦିନରେ ୨୩ ୱିକେଟ ଝଡ଼ିଥିଲା। ଆଜି କେବଳ ଦୁଇଟି ସେସନ୍ସ ଖେଳା ଯାଇଥିବା ବେଳେ କେପଟାଉନରେ ୧୦ ୱିକେଟ ଝଡ଼ିଛି।
ବିଶ୍ୱକପ ଫାଇନାଲ ପରାଜୟ ପରେ ରୋହିତ ଶର୍ମା, ବିରାଟ କୋହଲି ଓ ଯଶପ୍ରୀତ ବୁମ୍ରା ବକ୍ସିଂ ଡେ’ ଟେଷ୍ଟରେ ଆକ୍ସନକୁ ଫେରିବେ। ୧୯୯୨ ପରଠାରୁ ଭାରତ ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ସିରିଜ ଖେଳୁଛି। କିନ୍ତୁ ଏହି ୩୧ ବର୍ଷ ମଧ୍ୟରେ ଥରେ ହେଲେ ବି ଦଳ ଦକ୍ଷିଣ ଆଫ୍ରିକାକୁ ତା’ ମାଟିରେ ହରାଇ ପାରିନି। ତେଣୁ ୩୧ ବର୍ଷ ଧରି ରହିଥିବା ଅପେକ୍ଷାରେ ଅନ୍ତ ଘଟାଇବା ଲକ୍ଷ୍ୟରେ ରୋହିତ ଆଣ୍ଡ କୋ ରହିଛନ୍ତି।
ତେବେ ଭାରତ ରାସ୍ତାରେ ବର୍ଷା ବାଧକ ହୋଇପାରେ। କାରଣ ଟେଷ୍ଟ ମ୍ୟାଚର ପ୍ରଥମ ଦୁଇ ଦିନ ବର୍ଷା ଯୋଗୁ ପ୍ରଭାବିତ ହେବାର ଆଶଙ୍କା ରହିଛି। ସେଞ୍ଚୁରିଅନ ଟ୍ରାକ୍ ତା’ର ବାଉନ୍ସ ଓ ସ୍ପିଡ ପାଇଁ ବେଶ ଜଣାଶୁଣା। ତେଣୁ ବ୍ୟାଟ ଓ ବଲ ମଧ୍ୟରେ ଭଲ ଲଢ଼େଇ ଦେଖିବାକୁ ମିଳିବ। ଓପନ ଗ୍ରାଉଣ୍ଡରେ କାଲୁଆ ପବନ ମଧ୍ୟ ବୋଲରଙ୍କୁ ବେଶ ସୁହାଇବ।
Test Match Mode 🔛#TeamIndia batters are geared up for the Boxing Day Test 😎#SAvIND pic.twitter.com/Mvkvet6Ed9
— BCCI (@BCCI) December 25, 2023
୫୦ ଓଭର ବିଶ୍ୱକପରେ କପିଲ ଦେବ ଓ ମହେନ୍ଦ୍ର ସିଂହଙ୍କ ସମକକ୍ଷ ହେବାକୁ ରୋହିତଙ୍କ ପାଖରେ ସୁଯୋଗ ଥିଲା। କିନ୍ତୁ ରୋହିତ ତାହା କରି ପାରି ନାହାନ୍ତି। ଯଦି ଏବେ ରୋହିତ ଆଣ୍ଡ କୋ ଟେଷ୍ଟ ସିରିଜରେ ସଫଳତା ହାସଲ କରିବେ, ତା’ହେଲେ ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କୁ ଅତିକ୍ରମ କରିଯିବେ।
ମହମ୍ମଦ ଆଝାରୁଦ୍ଦିନ, ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଡ୍ରାଭିଡ, ଏମଏସ ଧୋନି ଓ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଅବଶ୍ୟ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ମ୍ୟାଚ ଜିତିଛି। କିନ୍ତୁ ଭାରତକୁ ସିରିଜ ବିଜୟର ସଫଳତା ମିଳିନି।
ରୋହିତଙ୍କ ଆଗରେ ଚ୍ୟାଲେଞ୍ଜିଂ ଟ୍ୟାକ୍ସ ରହିଛି। କିନ୍ତୁ ଦକ୍ଷିଣ ଆଫ୍ରିକାରେ ସିରିଜ ଜିତି ପାରିଲେ ବିଶ୍ୱକପ ପରାଜୟର କ୍ଷତଚିହ୍ନ କିଛି ମାତ୍ରାରେ ଲାଘବ ହୋଇପାରିବ। ପୂର୍ବରୁ ଭାରତର ୮ ଦଳ ଦକ୍ଷିଣ ଆଫ୍ରିକାରେ ଯାହା କରିପାରି ନାହାନ୍ତି, ସେକଥା ରୋହିତ ଆଣ୍ଡ କୋ ୯ମ ପ୍ରୟାସରେ କରିପାରିବେ କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।
ତେମ୍ବା ବଭୂମାଙ୍କ ଦକ୍ଷିଣ ଆଫ୍ରିକାର ପେସ୍ ଆଟାକକୁ ସାମ୍ନା କରିବା ଭାରତୀୟ ବ୍ୟାଟରଙ୍କ ପାଇଁ ସହଜ ହେବନି। ବିଶେଷ କରି ଯୁବ ବ୍ୟାଟର ଯଶସ୍ୱୀ ଜୈସୱାଲଙ୍କ ଆଗରେ କାଗିସୋ ରବାଡା, ଲୁଙ୍ଗି ଏନଗିଡି, ମାର୍କୋ ୟାନସେନ ଓ ଗେରାଲ୍ଡ କୋଏଜି ଚ୍ୟାଲେଞ୍ଜ ସୃଷ୍ଟି କରିବେ। ଅତି ଉଚ୍ଚ ବାଉନ୍ସ ଓ ପିଚ୍ର ଅପ୍ରତ୍ୟାଶିତ ବ୍ୟବହାର ନିଶ୍ଚିତ ଭାବେ ଭାରତୀୟ ବ୍ୟାଟରଙ୍କ ଆଗରେ ପ୍ରଶ୍ନ ସୃଷ୍ଟି କରିବ।
ସବ କଣ୍ଟିନେଣ୍ଟାଲ ପିଚ୍ରେ ନିଜର ଦମ ଦେଖାଇଥିବା ଶୁବମନ ଗିଲ ଓ ଶ୍ରେୟସ ଆୟର ନିଜର ବ୍ୟାଟିଂର ସ୍ତରକୁ ଦକ୍ଷିଣ ଆଫ୍ରିକାରେ ବୃଦ୍ଧି କରିବାକୁ ହେବ। ଶଟ ବଲ ଆୟରଙ୍କ ଦୁର୍ବଳତା। ତେଣୁ ତାଙ୍କୁ ଏହାର ମୁକାବିଲା ପାଇଁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ ହେବ।
ମୁଖ୍ୟ କୋଚ ରାହୁଲ ଡ୍ରାଭିଡ ସବୁବେଳେ ଜୈସୱାଲ ଓ ଗିଲଙ୍କୁ ନିଜର ଷ୍ଟାଇଲ କାଏମ ରଖିବାକୁ ଉତ୍ସାହିତ କରୁଛନ୍ତି। କିନ୍ତୁ ସେ ଉଭୟଙ୍କୁ ମ୍ୟାଚ୍ର ସ୍ଥିତି ଓ ପରିବେଶକୁ ମଧ୍ୟ ଖାପ୍ପ ଖୁଆଇ ବ୍ୟାଟିଂ କରିବାକୁ ପରାମର୍ଶ ଦେଇଛନ୍ତି।
It is time for the Test series and Captain Rohit Sharma is READY! 💪🏾🙌🏽#TeamIndia | @ImRo45 | #SAvIND pic.twitter.com/EYwvGjuKGw
— BCCI (@BCCI) December 24, 2023
ତେବେ ମ୍ୟାଚ୍ର ସବୁ କିଛି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ନିର୍ଭର କରୁଛି। ଏହି ଦୁଇ ବରିଷ୍ଠ ଖେଳାଳି ମ୍ୟାଚ୍କୁ କେମିତି ପରିଚାଳନା କରୁଛନ୍ତି, ତାହା ଭାରତର ଇନିଂସକୁ ନିର୍ଦ୍ଧାରଣ କରିବ। ସେହିପରି ମହମ୍ମଦ ଶାମିଙ୍କ ଅନୁପସ୍ଥିତିରେ ନବାଗତ ମୁକେଶ କୁମାର କେମିତି ପ୍ରଦର୍ଶନ କରୁଛନ୍ତି, ତାହା ମଧ୍ୟ ଦେଖିବାକୁ ବାକି ରହିଛି।
ପିଚ୍ରେ ଅତିରିକ୍ତ ବାଉନ୍ସ ରହିବ। ତେଣୁ ମୁକେଶ କୁମାରଙ୍କ ବଦଳରେ ପ୍ରସିଦ୍ଧ କ୍ରିଷ୍ଣା ଭଲ ବିକଳ୍ପ ହୋଇପାରନ୍ତି। କେଏଲ ରାହୁଲ ପ୍ରଥମ ଟେଷ୍ଟରେ ୱିକେଟ କିପିଂ କରିବେ। ଏକଥା ଡ୍ରାଭିଡ ସ୍ପଷ୍ଟ କରି ସାରିଛନ୍ତି। ଏହାର ଅର୍ଥ ରାହୁଲ ୬ନଂରେ ଓ ଆୟର ୫ନଂରେ ବ୍ୟାଟିଂ କରିବେ। ଗିଲ ଓପନ କରିବେ ନା ରୋହିତ ଓ ଜୈସୱାଲ ଇନିଂସ ଆରମ୍ଭ କରିବେ, ତା’ହା ମଧ୍ୟ ବଡ଼ ପ୍ରଶ୍ନ
ଦକ୍ଷିଣ ଆଫ୍ରିକା ପାଖରେ ବଭୂମାଙ୍କ ସହ ଡିନ ଏଲଗର, ଷ୍ଟାଇଲିଶ ଏଡେନ ମାର୍କରମ, ଯୁବ ତାରକା ଟୋନୀ ଡେ ଜୋରଜି ଓ କୀଗାନ ପିଟରସନ ପ୍ରମୁଖ ରହିଛନ୍ତି। ସେମାନେ ଭାରତୀୟ ବୋଲରଙ୍କ ପାଇଁ ନିଶ୍ଚିତ ଚ୍ୟାଲେଞ୍ଜ ସୃଷ୍ଟି କରିବେ।
One chance to script history!#TeamIndia coach #RhaulDravid touches base on several talking points ahead of the Final Frontier vs #SouthAfrica at Centurion & 🇮🇳's preparation for the challenge!
— Star Sports (@StarSportsIndia) December 25, 2023
Tune-in to #SAvIND 1st Test
TUE, DEC 26, 12:30 PM | Star Sports Network pic.twitter.com/o8pmfcY4Z7
ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା, ଯଶସ୍ୱୀ ଜୈସୱାଲ, ଶୁବମନ ଗିଲ, ବିରାଟ କୋହଲି, କେଏଲ ରାହୁଲ(ୱିକେଟ କିପର), ଶ୍ରେୟସ ଆୟର, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ, ମୁକେଶ କୁମାର, ପ୍ରସିଦ୍ଧ କ୍ରିଷ୍ଣା, ଶାର୍ଦ୍ଦୁଲ ଠାକୁର, କେଏସ ଭାରତ ଓ ଅଭିମନ୍ୟୁ ଈଶ୍ୱରନ(ଦ୍ୱିତୀୟ ଟେଷ୍ଟ)।
ଦକ୍ଷିଣ ଆଫ୍ରିକା ସ୍କ୍ୱାଡ: ତେମ୍ବା ବଭୂମା(ଅଧିନାୟକ), ଏଡେନ ମାର୍କରମ, ଟୋନି ଡେ ଜୋରଜି, ଡିନ ଏଲଗର, କୀଗାନ ପିଟରସନ, କାୟଲ ଭେରୀୟନେ(ୱିକେଟ କିପର), ତ୍ରିଷ୍ଟାନ ଷ୍ଟବ୍ସ, ନାନ୍ଦ୍ରେ ବୁରଗେର, ମାର୍କୋ ୟାନସେନ, ୱିଆନ ମୁଲଡେର, ଗେରାଲ୍ଟ କୋଏଜି, କେଶବ ମହାରାଜ, କାଗିସୋ ରବାଡା, ଲୁଙ୍ଗି ଏନଗିଡି ଓ ଡାଭିଡ ବେଡିଂହାମ।
ସେହିପରି ଗୋଟିଏ ଦଶନ୍ଧି ଧରି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବେ କାର୍ଯ୍ୟ କରୁଥିବା ରୋହିତ ଶର୍ମାଙ୍କୁ ପଦ ହରାଇବାକୁ ପଡ଼ିଛି। ପାଣ୍ଡ୍ୟା ମୁମ୍ବାଇକୁ ଫେରିବା ଓ ଅଧିନାୟକ ପଦ ପାଇବା ଆଦୌ ଅପ୍ରତ୍ୟାଶିତ ନଥିଲା। କାଣର ପାଣ୍ଡ୍ୟା କ୍ୟାପ୍ଟେନ ହେବା ସର୍ତ୍ତ ରଖି ହିଁ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବା ପାଇଁ ରାଜି ହୋଇଥିଲେ। ପ୍ରାଞ୍ଚାଇଜ ମଧ୍ୟ ତାଙ୍କ କଥାକୁ ମାନିଛି। ସେ ମୁମ୍ବାଇର ନୂଆ ଅଧିନାୟକ ହୋଇଛନ୍ତି।
ଏକଥା ରୋହିତ ଶର୍ମା ମଧ୍ୟ ଆଗରୁ ଜାଣିଥିଲେ। ଦିନିକିଆ ବିଶ୍ୱକପ ବେଳେ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାନେଜମେଣ୍ଟ ଏ ସମ୍ପର୍କରେ ରୋହିତ ଶର୍ମାଙ୍କ ସହ କଥା ହୋଇଥିଲା। ରୋହିତ ମଧ୍ୟ ବେଶ ବିନମ୍ର ଭାବେ ପାଣ୍ଡ୍ୟାଙ୍କୁ କ୍ୟାପ୍ଟେନ୍ସି ପଦ ଦେବାକୁ ରାଜି ହୋଇଯାଇଥିଲେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଗୁଜରାଟ ଟାଇଟନ୍ସ ଛାଡ଼ି ମୁମ୍ବାଇକୁ ଫେବା ପାଇଁ ପାଣ୍ଡ୍ୟା ଗୋଟିଏ ସର୍ତ୍ତ ରଖିଥିଲେ। ଯଦି ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପ୍ଟେନ କରାଯିବ, ତା’ହେଲେ ସେ ଦଳକୁ ଫେରିବେ ବୋଲି କହିଥିଲେ। ଏହା ଶୁଣି ମ୍ୟାନଜେମେଣ୍ଟ କିଛି ସମୟ ନେଇଥିଲା। ଏହାପରେ ପାଣ୍ଡ୍ୟାଙ୍କ ସର୍ତ୍ତରେ ମ୍ୟାନେଜମେଣ୍ଟ ରାଜି ହୋଇଥିଲା।
ବିଶ୍ୱକପ ୨୦୨୩ ବେଳେ ମୁମ୍ବାଇ ଇଣ୍ଡିଆନ୍ସର କିଛି ବରିଷ୍ଠ ଅଧିକାରୀ ଅଧିନାୟକ ପରିବର୍ତ୍ତନ ସମ୍ପର୍କରେ ରୋହିତଙ୍କ ସହ କଥା ହୋଇଥିଲେ। ରୋହିତ ସେମାନଙ୍କ କଥାରେ ରାଜି ହୋଇଥିଲେ। ଏଥିସହ ପାଣ୍ଡ୍ୟାଙ୍କ କ୍ୟାପ୍ଟେନ୍ସିରେ ସେ ଖେଳିବାକୁ ପ୍ରସ୍ତୁତ ବୋଲି କହିଥିଲେ। ରୋହିତଙ୍କ ଠାରୁ ଗ୍ରୀନ ସିଗ୍ନାଲ ପାଇବା ପରେ ପାଣ୍ଡ୍ୟାଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲା। ଶେଷରେ ପାଣ୍ଡ୍ୟା ୧୫ କୋଟି ଟଙ୍କାରେ ଟ୍ରେଡ ନିୟମ ବଳରେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଥିଲେ।
ଦୁଇଟି ସିଜିନରେ ଗୁଜରାଟର ନେତୃତ୍ୱ ନେଇଥିବା ପାଣ୍ଡ୍ୟା ୩୧ଟି ମ୍ୟାଚ୍ ଖେଳି ୮୩୩ ରନ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ୧୩୩ ଥିବା ବେଳେ ସେ ୩୭.୮୬ ହାରରେ ରନ କରିଛନ୍ତି। ଏଥିରେ ୬ଟି ଅର୍ଦ୍ଧଶତକ ମଧ୍ୟ ରହିଛି। ବୋଲିଂରେ କମାଲ କରି ସେ ୧୧ଟି ୱିକେଟ ନେଇଥିଲେ।
ଆଇପିଏଲରେ ପାଣ୍ଡ୍ୟାଙ୍କ ଡେବ୍ୟୁ ୨୦୧୫ରେ ହୋଇଥିଲା। ସେ ମୁମ୍ବାଇ ପାଇଁ ଖେଳିଥିଲେ। ଏହାପରେ ତାଙ୍କୁ ଭାରତୀୟ ଟିମରେ ସୁଯୋଗ ମିଳିଥିଲା। ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ମୁମ୍ବାଇ ଆଇପିଏଲ ଟ୍ରଫି ଜିତିଥିବା ବେଳେ ଟିମରେ ପାଣ୍ଡ୍ୟା ରହିଥିଲେ। ୨୦୨୨ରେ ମଧ୍ୟ ସେ ଗୁଜରାଟ ପାଇଁ ଖେଳି ଦଳକୁ ଚାମ୍ପିୟନ କରିଥିଲେ।
ପାଣ୍ଡ୍ୟାଙ୍କୁ ଅଧିନାୟକ ପଦ ମିଳିଇଥିବାରୁ ରୋହିତ ଶର୍ମାଙ୍କ କ୍ୟାପ୍ଟେନ ପଦ ଯାଇଛି। ଏହାକୁ ନେଇ ରୋହିତ ଶର୍ମା ଓ ମୁମ୍ବାଇ ଇଣ୍ଡିଆନ୍ସର ଫ୍ୟାନ୍ସ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏଥିସହ ପାଣ୍ଡ୍ୟା ନୂଆ ଅଧିନାୟକ ହେବାର ଘଣ୍ଟାକ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସର ଅନୁଗାମୀଙ୍କ ସଂଖ୍ୟା ୪ ଲକ୍ଷ ହ୍ରାସ ପାଇଛି।
ପୂର୍ବରୁ ମୁମ୍ବାଇକୁ ଏକ୍ସରେ ଅନୁସରଣ କରୁଥିବା ଲକ୍ଷାଧିକ ଫ୍ୟାନ୍ସ ଏବେ ପ୍ରାଞ୍ଚାଇଜକୁ ଅନଫଲୋ କରିଛନ୍ତି। ରୋହିତ ଶର୍ମା ଅଧିନାୟକ ଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସର ଅନୁଗାମୀଙ୍କ ସଂଖ୍ୟା ୮.୬ ମିଲିୟନ ଥିଲା। କିନ୍ତୁ ପାଣ୍ଡ୍ୟାଙ୍କୁ ଅଧିନାୟକ ଘୋଷଣା କରାଯିବାର ଘଣ୍ଟାକ ମଧ୍ୟରେ ଏହା ୮.୨ ମିଲିୟନକୁ ଖସି ଆସିଛି।
ରୋହିତ ଶର୍ମା ୨୦୧୩ରୁ ମୁମ୍ବାଇର ଅଧିନାୟକ ରହି ଆସିଥିଲେ। ୧୦ ବର୍ଷ ମଧ୍ୟରେ ସେ ପ୍ରାଞ୍ଚାଇଜକୁ ୫ଥର ଆଇପିଏଲ ଟ୍ରଫି ଦେଇଛନ୍ତି। ଏହି ବିଶାଳ ସଫଳତା ସତ୍ତ୍ୱେ ୨୦୨୪ ଆଇପିଏଲ ପୂର୍ବରୁ ରୋହିତଙ୍କ ବଦଳରେ ମୁମ୍ବାଇ ଇଣ୍ଡିଆନ୍ସ ପାଣ୍ଡ୍ୟାଙ୍କୁ କ୍ୟାପ୍ଟେନ ପଦ ଦେଇଛି।
୨୦୨୨ ଟି-୨୦ ବିଶ୍ୱକପ ସେମି ଫାଇନାଲ ପରେ ରୋହିତ ଆଉ ଟି-୨୦ ମ୍ୟାଚ୍ ଖେଳି ନାହାନ୍ତି। ଆଗାମୀ ଦିନରେ ସେ ଭାରତ ପାଇଁ ଟି-୨୦ ଖେଳିବେ କି ନାହିଁ, ତା’କୁ ନେଇ ମଧ୍ୟ ସସପେନ୍ସ ଜାରି ରହିଛି। ଦିନିକିଆ ବିଶ୍ୱକପ ଫାଇନାଲ ପରାଜୟ ପରେ ରୋହିତ କ୍ରିକେଟରୁ ଦୂରେଇ ରହିଛନ୍ତି। ସେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ବେଳେ କମବ୍ୟାକ କରିବେ। ଏହାପରେ ଆଇପିଏଲ ଖେଳିବେ। କିନ୍ତୁ ତାଙ୍କୁ ୨୦୨୪ରେ ପାଣ୍ଡ୍ୟାଙ୍କ କ୍ୟାପ୍ଟେନ୍ସିରେ ଖେଳିବାକୁ ପଡ଼ିବ।
୨୦୨୨ ଓ ୨୦୨୩ ଆଇପିଏଲରେ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସର ମଙ୍ଗ ସମ୍ଭାଳିଥିଲେ। ୨୦୨୨ରେ ଗୁଜରାଟ ଆଇପିଏଲ ଟ୍ରଫି ମଧ୍ୟ ଜିତିଥିଲା। କିନ୍ତୁ ୨୦୨୩ ଡିସେମ୍ବର ୧୯ ଅକ୍ସନ ପୂର୍ବରୁ ମୁମ୍ବାଇ ୧୫ କୋଟି ଟଙ୍କା ବଳରେ ଗୁଜରାଟରୁ ପାଣ୍ଡ୍ୟାଙ୍କୁ ଟ୍ରେଡ ନିୟମ ବଳରେ ଆଣିଥିଲା। ଶୁକ୍ରବାର ମୁମ୍ବାଇ ତାଙ୍କୁ ଅଧିନାୟକ ପଦ ମଧ୍ୟ ଦେଇଛି।
୨୦୨୨ ନଭେମ୍ବର ମାସରେ ଭାରତ ଟି-୨୦ ବିଶ୍ୱକପ ସେମି ଫାଇନାଲରେ ଇଂଲଣ୍ଡ ଠାରୁ ହାରିଥିଲା। ସେବେଠାରୁ ରୋହିତ ଆଉ ଟି-୨୦ ଅନ୍ତର୍ଜାତୀୟ ଖେଳି ନାହାନ୍ତି। ତାଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର କମାଣ ସମ୍ଭାଳୁଛନ୍ତି। ଏବେ ହାର୍ଦ୍ଦିକ ସ୍ଥାୟୀ ଭାବେ ଟି-୨୦ରେ ଭାରତର ନେତୃତ୍ୱ ନେବେ। କାରଣ ରୋହିତ ଆଉ ଟି-୨୦ରେ ଭାରତ ପାଇଁ ନଜର ଆସିବାର ସମ୍ଭାବନା ନଥିବା ସ୍ପଷ୍ଟ ହୋଇଛି।
୩୬ ବର୍ଷୀୟ ରୋହିତ ଶର୍ମା ଭାରତ ପାଇଁ ୧୪୮ ଟି ଟି-୨୦ ଖେଳିଥିବା ବେଳେ ୩୮୫୩ ରନ କରିଛନ୍ତି। ୧୪୦ ଷ୍ଟ୍ରାଇକ ରେଟରେ ସେ ରନ କରିବା ସହ ରେକର୍ଡ ୪ ଶତକ ମଧ୍ୟ ହାସଲ କରିଛନ୍ତି।
ବିସିସିଆଇ ସୂତ୍ରରେ କୁହାଯାଇଛି ଯେ ରୋହିତ ଟି-୨୦ ଖେଳିବେ ନାହିଁ ବୋଲି ଖବରରେ କୌଣସି ନୂଆ ନାହିଁ। ସେ ପ୍ରାୟ ବର୍ଷେ ହେଲା ଭାରତ ପାଇଁ ଟି-୨୦ ଖେଳି ନାହାନ୍ତି। ସେ ବିଶ୍ୱକପ ଉପରେ ଫୋକସ କରିଥିଲେ। ଏ ସମ୍ପର୍କରେ ସେ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକରଙ୍କ ସହ ବିସ୍ତୃତ ଭାବେ କଥା ହୋଇଛନ୍ତି। ସେ ନିଜ ଆଡ଼ୁ ଟି-୨୦ରୁ ଦୂରେଇ ରହିବେ ବୋଲି ଅଗରକରଙ୍କୁ ଜଣାଇଥିଲେ। ଏହା ସଂପୂର୍ଣ୍ଣ ଭାବେ ରୋହିତଙ୍କ ନିଷ୍ପତ୍ତି ବୋଲି ଏହି ସୂତ୍ରରେ କୁହାଯାଇଛି।
ରୋହିତ ଟି-୨୦ ଖେଳିବାକୁ ନଥିବାରୁ ଏବେ ଶୁବମନ ଗିଲ, ଯଶସ୍ୱୀ ଜୈସୱାଲ, ଈଶାନ କିଶନ ଓ ଋତୁରାଜ ଗାଏକ୍ୱାଡ ଦଳର ଓପନର ବ୍ୟାଟର ଭାବେ ଉଭା ହୋଇଛନ୍ତି। ଏମାନେ ଆଇପିଏଲରେ ନିଜ ଦକ୍ଷତାର ପରିଚୟ ଦେଇ ସାରିଛନ୍ତି। ଯଦି ଏହି ୪ ଯୁବ ବ୍ୟାଟର ଭଲ ପ୍ରଦର୍ଶନ କରିବେ ନାହିଁ, ତା’ହେଲେ ବିଶ୍ୱକପ ବେଳକୁ ବିସିସିଆଇ ପୁଣିଥରେ ରୋହିତଙ୍କୁ ନିଜର ନିଷ୍ପତ୍ତି ଉପରେ ବିଚାର କରିବାକୁ କହିପାରେ।
ବର୍ତ୍ତମାନ ସମୟରେ ରୋହିତ ୱାର୍କଲୋଡକୁ ଠିକ ଭାବେ ପରିଚାଳନା କରିବାକୁ ଚାହୁଁଛନ୍ତି। ରୋହିତ ପ୍ରାରମ୍ଭିକ ସମୟରେ ଆହତ ହେଉଥିଲେ। କିନ୍ତୁ ଅଧିକାଂଶ ସମୟ ସେ ମ୍ୟାଚ ଖେଳିବାକୁ ଉପଲବ୍ଧ ରହୁଥିଲେ। ୩୬ ବର୍ଷୀୟ ରୋହିତଙ୍କ ପାଇଁ ୩ଟି ଯାକ ଫର୍ମାଟ ଓ ଆଇପିଏଲ ଖେଳିବା ଆଦୌ ସମ୍ଭବ ନୁହେଁ।
ଡିସେମ୍ବର ୨୦୨୩ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ଭାରତ ୭ଟି ଟେଷ୍ଟ ମ୍ୟାଚ ଖେଳିବ। ତେଣୁ ରୋହିତ ରେଡ ବଲ କ୍ରିକେଟ ଉପରେ ଅଧିକ ଫୋକସ କରିବାକୁ ଚାହୁଁଥିବା କୁହାଯାଉଛି। ୨୦୨୫ରେ ଯଦି ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲକୁ ଯାଉଛି, ତା’ହେଲେ ଏହାର ନେତୃତ୍ୱ ମଧ୍ୟ ରୋହିତ ଶର୍ମା ନେବେ।
ଅନ୍ୟପକ୍ଷରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ସମୟରେ ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି ଓ ମହମ୍ମଦ ସିରାଜ ଭାରତ ପାଇଁ ଖେଳିବେ। କିନ୍ତୁ ଘରୋଇ ପରିବେଶରେ ଭାରତ ଖେଳିବାକୁ ଥିବା ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟେଷ୍ଟ ସିରିଜରେ ରୋଟେସନ ପଲିସି ଗ୍ରହଣ କରାଯିବ।
ଶାମି, ବୁମ୍ରା ଓ ସିରାଜ ପର୍ଯ୍ୟାୟକ୍ରମେ ଟେଷ୍ଟ ମ୍ୟାଚ୍ଗୁଡ଼ିକ ଖେଳିବେ। ଆହତ ସମସ୍ୟାରୁ ଫେରିଥିବା ବୁମ୍ରାଙ୍କ ଉପରେ ବିସିସିଆଇ ଅଧିକ ଚାପ ପକାଇବାକୁ ଚାହୁଁନାହିଁ। ତେଣୁ ତାଙ୍କୁ ବିଶ୍ରାମ ଦେଇ ଖେଳାଇବାକୁ ବିସିସିଆଇ ଲକ୍ଷ୍ୟ ରଖିଛି।
ସେହିପରି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ମଧ୍ୟ ୪ର୍ଥ ସ୍ଥାନକୁ ଲମ୍ପ ମାରିଛନ୍ତି। ବ୍ୟାଟିଂ ରାଙ୍କିଙ୍ଗର ଟପ୍ ୫ରେ ଭାରତର ୩ ଜଣ ବ୍ୟାଟର ରହିଛନ୍ତି। ବିରାଟ ଓ ରୋହିତଙ୍କ ବ୍ୟତୀତ ପୂର୍ବଭଳି ରାଙ୍କିଙ୍ଗର ୧ନଂ ସ୍ଥାନରେ ଶୁବମନ ଗିଲ ଅଛନ୍ତି।
ବିଶ୍ୱକପ ସେମି ଫାଇନାଲରେ ବିରାଟ ରେକର୍ଡ ୫୦ତମ ଶତକ ଓ ଫାଇନାଲରେ ୫୪ ରନର ଇନିଂସ ଖେଳିଥିଲେ। ଏଥିପାଇଁ ତାଙ୍କୁ ରାଙ୍କିଙ୍ଗରେ ଫାଇଦା ମିଳିଛି। ସେ ୭୯୧ ରେଟିଂ ପଏଣ୍ଟ ସହ ୩ ନଂ ସ୍ଥାନରେ ରହିଛନ୍ତି। ପ୍ରଥମ ସ୍ଥାନରେ ଥିବା ଗିଲଙ୍କ ରେଟିଂ ପଏଣ୍ଟ ୮୨୬ ଓ ୮୨୪ ପଏଣ୍ଟ ସହ ପାକିସ୍ତାନର ବାବର ଆଜମ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
ରୋହିତ ଶର୍ମା ରାଙ୍କିଙ୍ଗର ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ସେ ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି’କକଙ୍କୁ ପଛରେ ପକାଇ ଦେଇଛନ୍ତି। ରୋହିତ ୪ର୍ଥ ସ୍ଥାନରେ ଥିବା ବେଳେ ଡି’କକ ୫ମକୁ ଖସିଛନ୍ତି।
ବିରାଟ ୭୯୧ ପଏଣ୍ଟ ପାଇଥିବାରୁ ସେ ପୁଣି ଆଇସିସି ଦିନିକିଆ ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିବେ ବୋଲି କୁହାଯାଉଛି। ବିରାଟ ୨୦୧୭ରୁ ୨୦୨୧ ଯାଏ ଅର୍ଥାତ ୧୨୫୮ ଦିନ ଧରି ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଥିଲେ।
ଅନ୍ୟପକ୍ଷରେ ଆଇସିସି ଦିନିକିଆ ବୋଲିଂ ରାଙ୍କିଙ୍ଗର ଟପ ୧୦ରେ ଭାରତର ମହମ୍ମଦ ସିରାଜ ଓ ମହମ୍ମଦ ଶାମି ରହିଛନ୍ତି। ସିରାଜ ଗୋଟିଏ ସ୍ଥାନ ତଳକୁ ଖସି ୩ନଂରେ ରହିଥିବା ବେଳେ ଶାମି ୧୦ନଂରେ ଅଛନ୍ତି। ପୂର୍ବଭଳି ଦକ୍ଷିଣ ଆଫ୍ରିକାର କେଶବ ମହାରାଜ ୧ନଂ ସ୍ଥାନରେ ଓ ଅଷ୍ଟ୍ରେଲିଆର ଜୋଶ ହେଜେଲଉଡ ୨ନଂରେ ରହିଛନ୍ତି।
ସେ କହିଛନ୍ତି, ଦଳର ଭଲ ପ୍ରଦର୍ଶନ ପଛରେ କୋଚ୍ ରାହୁଲ ଡ୍ରାଭିଡ୍ଙ୍କର ବହୁତ ବଡ଼ ଭୂମିକା ରହିଛି। ସମସ୍ତ ଖେଳାଳିଙ୍କୁ ସେମାନଙ୍କ ଦାୟିତ୍ୱ ସଂପର୍କରେ ପୂରା ସ୍ପଷ୍ଟ କରିଛନ୍ତି ଡ୍ରାଭିଡ। ରାହୁଲ ଭାଇ କେମିତି ଖେଳୁ ଥିଲେ ଆପଣମାନେ ଦେଖିଛନ୍ତି। ଏବେ ମୁଁ କେମିତି ଖେଳୁଛି, ତାହା ବି ଆପଣମାନେ ଦେଖୁଛନ୍ତି। ଆମ ଦୁହିଁଙ୍କ ଭିତରେ ପାର୍ଥକ୍ୟ ରହିଛି। କିନ୍ତୁ ସେ ଆମକୁ ସ୍ୱାଧିନତା ଦେଇଛନ୍ତି। ଆମେ ଯେଉଁ ଭଳି ଢଙ୍ଗରେ ଖେଳିବାକୁ ଚାହୁଁଛୁ, ସେମିତି ଖେଳିବାକୁ ସେ ସ୍ୱାଧିନତା ଦେଇଛନ୍ତି। ଏହା ତାଙ୍କ ସଂପର୍କରେ ବହୁତ କିଛି କଥାକୁ ପ୍ରତିପାଦିତ କରୁଛି।
ରୋହିତ ଆହୁରି କହିଛନ୍ତି, ଖରାପ ସମୟରେ ସେ ସମସ୍ତ ଖେଳାଳିଙ୍କ ସହିତ ଛିଡ଼ା ହୋଇଛନ୍ତି। ବିଶେଷକରି ଗତ ଟିଟ୍ୱେଣ୍ଟି ବିଶ୍ୱକପ୍ ବେଳେ ସେ ସମସ୍ତ ଖେଳାଳିଙ୍କୁ ସମର୍ଥନ କରିଥିଲେ ଓ ପ୍ରୋତ୍ସାହିତ କରିଥିଲେ। ସେହି ଟୁର୍ଣ୍ଣାମେଣ୍ଟରେ ଆମେ ସେମି ଫାଇନାଲରେ ହାରି ଯାଇଥିଲୁ। ଅନେକ ସ୍ଥିତିରେ ତାଙ୍କର ମତାମତ ସମସ୍ତ ଖେଳାଳିଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହୋଇଛି। ସେ ଏଭଳି (ବିଶ୍ୱକପ୍ ବିଜୟୀ ହେବା ଭଳି) ଏକ ବଡ଼ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ଚାହାନ୍ତି। ଆମେ ତାଙ୍କ (ରାହୁଲ ଡ୍ରାଭିଡ) ପାଇଁ ବିଶ୍ୱକପ୍ ଜିତିବାକୁ ଚାହୁଁଛୁ।
ରାହୁଲ ଡ୍ରାଭିଡ ୨୦୦୩ ବିଶ୍ୱକପ୍ ଟିମ୍ର ସଦସ୍ୟ ଥିଲେ, ଯେଉଁଥିରେ ଭାରତ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରି ଯାଇଥିଲା।
ଭାରତ ଦୁଇ ଥର ବିଶ୍ୱକପ୍ ଜିତିଥିବା ବେଳେ ଅଷ୍ଟ୍ରେଲିଆ ୫ ଥର ଜିତିଛି। ସେହିପରି ଭାରତ ଚତୁର୍ଥ ଥର ପାଇଁ ବିଶ୍ୱକପ୍ ଫାଇନାଲ ଖେଳିବାକୁ ଯାଉଥିବା ବେଳେ ଅଷ୍ଟ୍ରେଲିଆ ଅଷ୍ଟମ ଥର ପାଇଁ ଖେଳିବ। ନ୍ୟୁଜିଲ୍ୟାଣ୍ଡକୁ ୭୦ ରନ୍ରେ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଥିଲା।
ସେ ୨୯ ବଲରେ ୪୭ ରନ କରି ପ୍ୟାଭିଲିୟନ ଫେରିଛନ୍ତି। ତାଙ୍କ ବ୍ୟାଟରୁ ୪ଟି ଛକା ଓ ୪ଟି ଚୌକା ଦେଖିବାକୁ ମିଳିଛି। ଏହି ଇନିଂସରେ ସେ ୩ ନଂ ଛକା ମାରିବା କ୍ଷଣି ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି।
ରୋହିତ ବିଶ୍ୱକପର ୨୭ଟି ଇନିଂସରେ ୫୧ଟି ଛକା ମାରିଛନ୍ତି। ଆଜି ଇନିଂସର ୫ମ ଓଭରରେ ସେ ଟ୍ରେଣ୍ଟ ବୋଲ୍ଟଙ୍କୁ ଛକା ମାରିବା କ୍ଷଣି କ୍ରିସ ଗେଲଙ୍କୁ ଅତିକ୍ରମ କରିଥିଲେ। ଗେଲ ବିଶ୍ୱକପର ୨୭ଟି ଇନିଂସରେ ୪୯ଟି ଛକା ମାରିଥିଲେ। ଗେଲଙ୍କୁ ଅତିକ୍ରମ କରିବା ପରେ ରୋହିତ ପରବର୍ତ୍ତୀ ଓଭର୍ରେ ମିଚେଲ ସାଣ୍ଟନରଙ୍କୁ ମଧ୍ୟ ଆଉ ଗୋଟିଏ ଛକା ମାରିଥିଲେ।
ବିଶ୍ୱକପରେ ସର୍ବାଧିକ ଛକା ମାରିବା ତାଲିକାରେ ରୋହିତ ଓ ଗେଲଙ୍କ ବ୍ୟତୀତ ଗ୍ଲେନ ମ୍ୟାକ୍ସୱେଲ(୪୩), ଏବି ଡିଭିଲିୟର୍ସ(୩୭) ଓ ଡାଭିଡ ୱାର୍ଣ୍ଣର(୩୭) ରହିଛନ୍ତି।
ଏହାବାଦ ବିଶ୍ୱକପର କୌଣସି ଗୋଟିଏ ସଂସ୍କରଣରେ ସର୍ବାଧିକ ଛକା ମାରିବା ରେକର୍ଡ ମଧ୍ୟ ରୋହିତଙ୍କ ନାଁରେ ଯୋଡ଼ି ହୋଇଯାଇଛି। ସେ ଏଯାଏ ୨୮ଟି ଛକା ମାରି ସାରିଲେଣି। ପୂର୍ବରୁ ଏହି ରେକର୍ଡ ଗେଲଙ୍କ ନାଁରେ ଥିଲା।
ଗେଲ ୨୦୧୫ ବିଶ୍ୱକପର ୬ଟି ମ୍ୟାଚ୍ରେ ୨୬ଟି ଛକା ମାରିଥିଲେ। ଚଳିତ ବର୍ଷ ଏଯାଏ ରୋହିତ ୨୮ଟି ଛକା ମାରିଥିବା ବେଳେ ତାଙ୍କ ପଛକୁ ୨୨ଟି ଛକା ସହ ମ୍ୟାକ୍ସୱେଲ ରହିଛନ୍ତି।
ପ୍ରଥମ ଓଭର୍ରେ ରୋହିତ ୧୦ ରନ କରି ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। ଏହାପରେ ଶୁବମନ ଗିଲ ଅନ୍ୟତମ ଦ୍ରୁତ ବୋଲର ସାଉଦିଙ୍କୁ ୨ଟି ଚୌକା ମାରିଥିଲେ। ତୃତୀୟ ଓଭର୍ରେ ରୋହିତଙ୍କ ବ୍ୟାଟରୁ ପୁଣି ଚୌକା ଓ ଛକା ଦେଖିବାକୁ ମିଳିଥିଲା। ୪ର୍ଥ ଓଭରରେ ସେ ସାଉଦିଙ୍କୁ ଗୋଟିଏ ଛକା ଓ ଗୋଟିଏ ଚୌକା ମାରିଥିଲେ। ୫ମ ଓଭରରେ ସେ ପୁଣି ବୋଲ୍ଟକୁ ଛକା ମାରିଛନ୍ତି। ଏହି ଓଭରରୁ ଭାରତକୁ ୯ ରନ ମିଳିଥିଲା।
ରୋହିତ ଶର୍ମା ଗୋଟିଏ ପଟେ ବଡ଼ବଡ଼ ଶଟ ଖେଳୁଥିବା ବେଳେ ଗିଲ୍ ବେଶ ସତର୍କତାର ସହ ଖେଳୁଛନ୍ତି। ୫ ଓଭରରେ ଭାରତ ୪୭ ରନ କରିବାକୁ ୬ଷ୍ଠ ଓଭର୍ରେ ବୋଲିଂ ଏଣ୍ଡରେ କେନ ୱିଲିୟମସନ ପରିବର୍ତ୍ତନ କରିଥିଲେ। ସେ ୬ଷ୍ଠ ଓଭର ବେଳକୁ ସ୍ପିନର ମିଚେଲ ସାଣ୍ଟନରଙ୍କୁ ଆଣିଥିଲେ। ହେଲେ ରୋହିତ ତାଙ୍କୁ ଗୋଟିଏ ଚୌକା ଓ ଛକା ମାରି ଦଳୀୟ ସ୍କୋରକୁ ୫୦ ପାର କରାଇଥିଲେ। ୬ ଓଭର ଶେଷ ସୁଦ୍ଧା ଭାରତର ସ୍କୋର ୫୮ ହୋଇଯାଇଥିଲା।
ଏହି ସମୟରେ ରୋହିତ ୨୨ ବଲରେ ୪୫ ଓ ଗିଲ୍ ୧୪ ବଲରେ ୧୧ ରନ କରିଥିଲେ। ୭ମ ଓଭର ନେଇ ଆସିଥିଲେ ଟ୍ରେଣ୍ଟ ବୋଲ୍ଟ। ପ୍ରଥମ ବଲରେ ସେ କୌଣସି ରନ ନେଇ ନଥିଲେ। ଏହାପରେ ୱାଇଡ ହୋଇଥିଲା। ପରବର୍ତ୍ତୀ ୩ଟି ବଲ ଡଟ୍ ହୋଇଥିଲା। ୫ମ ବଲରେ ସେ ୨ ରନ ନେଇଥିଲା। ୭ମ ଓଭର୍ରେ ଭାରତକୁ ମାତ୍ର ୩ ରନ ମିଳିଥିଲା। ୮ମ ଓଭର୍ ବୋଲିଂ କରିବାକୁ ଆସିଥିଲେ ଲକି ଫର୍ଗୁସନ। ପ୍ରଥମ ବଲରେ ଶୁବମନ ଗିଲ କୌଣସି ରନ କରି ନଥିଲେ। କିନ୍ତୁ ଦ୍ୱିତୀୟ ବଲରେ ସେ ଚୌକା ମାରିଥିଲେ। ତୃତୀୟ ବଲରେ ୨ ରନ ହୋଇଥିଲା। ୪ର୍ଥ ବଲରେ ସେ ପୁଣି ୨ ରନ ନେଇଥିଲେ। ୫ମ ବଲ ଡଟ୍ ହୋଇଥିଲା। ୬ଷ୍ଠ ବଲରେ ସେ ୧ ରନ ନେଇଥିଲେ।
୮ ଓଭର ସୁଦ୍ଧା ଭାରତ ବିନା ୱିକେଟରେ ୭୦ ରନ କରିଛି। ୯ମ ଓଭରରେ କିନ୍ତୁ ସାଉଦି ୪୭ ରନ କରିଥିବା ରୋହିତଙ୍କୁ ଆଉଟ କରି ଭାରତକୁ ପ୍ରଥମ ଝଟକା ଦେଇଥିଲେ। ରୋହିତ ଆଜି ୪ଟି ଛକା ଓ ୪ଟି ଛକା ମାରିଛନ୍ତି।
ରାଉଣ୍ଡ ରବିନ ଫର୍ମାଟରେ ଖେଳା ଯାଉଥିବା ଏହି ବିଶ୍ୱକପର ଲିଗ ପର୍ଯ୍ୟାୟରେ ଭାରତ ୯ଟି ମ୍ୟାଚରୁ ୯ଟିରେ ବିଜୟ ହାସଲ କରିଛି। ଏବେ ଦଳ ବୁଧବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସେମି ଫାଇନାଲ ମ୍ୟାଚ୍ ଖେଳିବ।
ତେବେ ଲିଗ ମ୍ୟାଚ୍ରେ ରୋହିତ କେବଳ ନିଜର କ୍ୟାପ୍ଟେନ୍ସି ନୁହେଁ, ବ୍ୟାଟିଂରେ ମଧ୍ୟ ସମସ୍ତଙ୍କୁ ନିଜର ଯାଦୁ ଦେଖାଇଛନ୍ତି। ଲିଗ ଷ୍ଟେଜରେ ସେ ଖେଳିଥିବା ୯ଟି ମ୍ୟାଚ୍ରେ ୫୦୩ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୫୫.୮୯ ରହିଛି। ୯ଟି ମ୍ୟାଚ୍ରେ ସେ ଗୋଟିଏ ଶତକ ଓ ୩ଟି ହାଫ ସେଞ୍ଚୁରୀ ହାସଲ ମଧ୍ୟ କରିଛନ୍ତି।
ଟୁର୍ଣ୍ଣାମେଣ୍ଟରେ ରୋହିତ ସର୍ବାଧିକ ରନ ହାସଲକାରୀ ଖେଳାଳି ତାଲିକାରେ ନିଜକୁ ସାମିଲ କରିବା ସହ ଦଳକୁ ବିସ୍ଫୋରକ ଆରମ୍ଭ ମଧ୍ୟ ଦେଉଛନ୍ତି। ରବିବାର ୩୬ ବର୍ଷୀୟ ରୋହିତ ଭାରତର ପ୍ରଥମ ଅଧିନାୟକ ଭାବେ କୌଣସି ବିଶ୍ୱକପରେ ୫୦୦ରୁ ଅଧିକ ରନ କରିବାର କୀର୍ତ୍ତିମାନ ହାସଲ କରିଛନ୍ତି।
ଏହି ରେକର୍ଡ ହାସଲ କରି ସେ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇ ଦେଇଛନ୍ତି। ଗାଙ୍ଗୁଲି ୨୦୦୩ ବିଶ୍ୱକପରେ ଅଧିନାୟକ ଭାବେ ଭାରତ ପାଇଁ ୪୬୫ ରନ କରିଥିଲେ। ଏବେ ତାଙ୍କ ରେକର୍ଡଙ୍କୁ ରୋହିତ ଭାଙ୍ଗି ଦେଇଛନ୍ତି।
ରୋହିତ ଓ ଗାଙ୍ଗୁଲିଙ୍କ ବ୍ୟତୀତ ତାଲିକାରେ ବିରାଟ କୋହଲି(୨୦୧୯ ବିଶ୍ୱକପରେ ୪୪୩ ରନ), ମହମ୍ମଦ ଆଝାରୁଦ୍ଦିନ(୧୯୯୨ ବିଶ୍ୱକପରେ ୩୩୨ ରନ) ଓ କପିଲ ଦେବ(୧୯୮୩ ବିଶ୍ୱକପରେ ୩୦୩ ରନ) ରହିଛନ୍ତି।
ନେଦରଲ୍ୟାଣ୍ଡ୍ସ ବିପକ୍ଷ ବିଶ୍ୱକପରେ ଶେଷ ଲିଗ ମ୍ୟାଚ୍ରେ ରୋହିତ ୫୪ ବଲରେ ୬୧ ରନର ଇନିଂସ ଖେଳିଥିଲା। ଏହି ଇନିଂସରେ ସେ ୮ଟି ଚୌକା ଓ ୨ଟି ଛକା ମାରିଥିଲେ।
ଏହାବାଦ ବିଶ୍ୱକପରେ କ୍ରମାଗତ ୯ ବିଜୟ ସହ ଭାରତ ନିଜ ରେକର୍ଡ ମଧ୍ୟ ଭାଙ୍ଗିବାକୁ ସକ୍ଷମ ହୋଇଛି। ୨୦୦୩ରେ ଭାରତୀୟ ଦଳ କ୍ରମାଗତ ୮ ବିଜୟ ହାସଲ କରିଥିଲା। ସେତେବେଳେ ସୌରଭ ଗାଙ୍ଗୁଲି ଅଧିନାୟକ ଥିଲେ। ଏବେ ରୋହିତ ଶର୍ମା ଭାରତର ପ୍ରଥମ ଅଧିନାୟକ ଭାବେ ଇତିହାସ ରଚିଛନ୍ତି। ଭାରତ ତାଙ୍କ କ୍ୟାପ୍ଟେନ୍ସିରେ କ୍ରମାଗତ ୯ ବିଜୟ ହାସଲ କରିଛି।
ତେବେ ଭାରତ ଉପରେ ଏକମାତ୍ର ଦଳ ଭାବେ ଅଷ୍ଟ୍ରେଲିଆ ରହିଛି। ଅଷ୍ଟ୍ରେଲିଆ ୨୦୦୩ ଓ ୨୦୦୭ରେ ବିଶ୍ୱକପରେ କ୍ରମାଗତ ୧୧ ମ୍ୟାଚ୍ ଜିତିବାର ରେକର୍ଡ ନିଜ ନାଁରେ କରିଥିଲା।
ଅନ୍ୟପକ୍ଷରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବାର ରେକର୍ଡ ରୋହିତଙ୍କ ନାଁରେ ଯୋଡ଼ି ହୋଇଯାଇଛି। ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟଡିୟମରେ ରୋହିତ ଗୋଟିଏ ଛକା ମାରିବା କ୍ଷଣି ଡିଭିଲିୟର୍ସଙ୍କୁ ପଛରେ ପକାଇ ଦେଇଥିଲେ। ଏହାପରେ ମଧ୍ୟ ସେ ଆଉ ଗୋଟିଏ ଛକା ମାରିଥିଲେ।
ଚଳିତ ବିଶ୍ୱକପରେ ମଧ୍ୟ ସେ ସର୍ବାଧିକ ଛକା ମାରିବାର ରେକର୍ଡ ନିଜ ନାଁରେ କରି ଦେଇଛନ୍ତି। ଗ୍ଲେନ ମ୍ୟାକ୍ସୱେଲ ଓ ରୋହିତ ଏଯାଏ ବିଶ୍ୱକପରେ ୨୨ଟି ଲେଖାଏ ଛକା ମାରିଥିଲେ। କିନ୍ତୁ ରୋହିତ ରବିବାର ମ୍ୟାକ୍ସୱେଲଙ୍କୁ ପଛରେ ପକାଇ ଦେଇଛନ୍ତି। ରୋହିତଙ୍କ ଛକା ସଂଖ୍ୟା ୨୪ରେ ପହଞ୍ଚି ଯାଇଛି।
ଏହାବାଦ କୌଣସି ବିଶ୍ୱକପରେ କ୍ୟାପ୍ଟେନ ଭାବେ ସର୍ବାଧିକ ଛକା ମାରିବାରେ ରୋହିତ ଇଂଲଣ୍ଡର ଇଅନ ମୋର୍ଗାନଙ୍କୁ ମଧ୍ୟରେ ପଛରେ ପକାଇ ଦେଇଛନ୍ତି।
୨୦୧୫ କ୍ୟାଲେଣ୍ଡର ବର୍ଷରେ ଡିଭିଲିୟର୍ସ ୧୮ଟି ଇନିଂସରେ ୫୮ଟି ଛକା ମାରି ଥିଲେ। ଏବେ ରୋହିତ ୨୦୨୩ ବର୍ଷରେ ୬୦ଟି ଛକା ମାରି ତାଙ୍କୁ ଟପି ଯାଇଛନ୍ତି।
ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା ତାଲିକାରେ ରୋହିତ ଓ ଡିଭିଲିୟର୍ସଙ୍କ ବ୍ୟତୀତ କ୍ରିସ ଗେଲ ରହିଛନ୍ତି। ଗେଲ ୨୦୧୯ରେ ୫୬ଟି ଛକା ମାରିଥିଲେ।
ଅନ୍ୟପକ୍ଷରେ ଗୋଟିଏ ବିଶ୍ୱକପରେ ଅଧିନାୟକ ଭାବେ ମଧ୍ୟ ରୋହିତ ସର୍ବାଧିକ ୨୪ଟି ଚକା ମାରିବାର ରେକର୍ଡ କରିଛନ୍ତି। ୨୦୧୯ରେ ମୋର୍ଗାନ ଇଂଲଣ୍ଡ ପାଇଁ ୨୨ ଓ ୨୦୧୫ରେ ଡିଭିଲିୟର୍ସ ଦକ୍ଷିଣ ଆଫ୍ରିକା ପାଇଁ ଅଧିନାୟକ ଭାବେ ୨୧ଟି ଛକା ମାରିଥିଲେ।
ଭାରତ ବ୍ୟତୀତ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ସେମିକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ବୁଧବାର ଭାରତ ଓ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ସେମି ଫାଇନାଲ ଖେଳାଯିବ। ସେହିପରି ଗୁରୁବାର ଦ୍ୱିତୀୟ ସେମି ଫାଇନାଲରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବ।
ଲିଗ ପର୍ଯ୍ୟାୟ ପରେ ସବୁଥର ଭଳି ଏଥର ବି କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟ ନିଜ ପସନ୍ଦର ବିଶ୍ୱକପ ଟିମ ବାଛିଛି। ଏହି ଟିମର ଅଧିନାୟକ ଭାବେ ବିରାଟ କୋହଲିଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ୧୨ ଜଣିଆ ସ୍କ୍ୱାଡରେ ବିରାଟଙ୍କ ବ୍ୟତୀତ ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା ଓ ରବୀନ୍ଦ୍ର ଜାଡେଜା ସ୍ଥାନ ପାଇଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କ୍ରିକେଟ ଅଷ୍ଟ୍ରେଲିଆର ବିଶ୍ୱକପ ଟିମରେ ଭାରତର ଅଧିନାୟକ ରୋହିତ ଶର୍ମା ନାହାନ୍ତି। ସେହିପରି ପାକିସ୍ତାନର କୌଣସି ଖେଳାଳିଙ୍କୁ କ୍ରିକେଟ ଅଷ୍ଟ୍ରେଲିଆ ତା’ର ବିଶ୍ୱକପ ଟିମରେ ରଖି ନାହିଁ।
ଶ୍ରୀଲଙ୍କାର ଏକମାତ୍ର ଖେଳାଳି ଭାବେ ବାମହାତୀ ଦ୍ରୁତ ବୋଲର ଦିଲସାନ ମଧୁଶଙ୍କା ଟିମରେ ସ୍ଥାନ ପାଇଛନ୍ତି। ତାଙ୍କୁ ଦ୍ୱାଦଶ ଖେଳାଳି ଭାବେ ରଖାଯାଇଛି। ମଧୁଶଙ୍କା ଚଳିତ ବିଶ୍ୱକପରେ ୯ ମ୍ୟାଚ୍ ଖେଳି ୨୧ ୱିକେଟ ନେଇଛନ୍ତି। ତାଙ୍କ ବୋଲିଂ ଇକୋନୋମି ୬.୭୦ ରହିଥିଲା। ଏଥିପାଇଁ ତାଙ୍କୁ ବିଶ୍ୱକପ ଟିମରେ ସୁଯୋଗ ମିଳିଛି।
କ୍ରିକେଟ ଅଷ୍ଟ୍ରେଲିଆର ବିଶ୍ୱକପ ଟିମ: କ୍ୱିଣ୍ଟନ ଡି’କକ(ଦକ୍ଷିଣ ଆଫ୍ରିକା), ଡାଭିଡ ୱାର୍ଣ୍ଣର(ଅଷ୍ଟ୍ରେଲିଆ), ରଚିନ ରବୀନ୍ଦ୍ର (ନ୍ୟୁଜିଲ୍ୟାଣ୍ଡ), ବିରାଟ କୋହଲି(ଭାରତ), ଏଡେନ ମାର୍କରମ(ଦକ୍ଷିଣ ଆଫ୍ରିକା), ଗ୍ଲେନ ମ୍ୟାକ୍ସୱେଲ(ଅଷ୍ଟ୍ରେଲିଆ), ମାର୍କୋ ୟାନସେନ(ଦକ୍ଷିଣ ଆଫ୍ରିକା), ରବୀନ୍ଦ୍ର ଜାଡେଜା(ଭାରତ), ମହମ୍ମଦ ଶାମି (ଭାରତ), ଆଡାମ ଜାମ୍ପା (ଅଷ୍ଟ୍ରେଲିଆ), ଯଶପ୍ରୀତ ବୁମ୍ରା(ଭାରତ) ଓ ଦ୍ୱାଦଶ ଖେଳାଳି ଦିଲସାନ ମଧୁଶଙ୍କା(ଶ୍ରୀଲଙ୍କା)।
ବିଶ୍ୱକପରେ କ୍ରମାଗତ ୯ ବିଜୟ ହାସଲ କରିବାର ରେକର୍ଡ ରୋହିତ ନିଜ ନାଁରେ ମଧ୍ୟ କରିଛନ୍ତି। ଏହାପୂର୍ବରୁ ୨୦୦୩ରେ ସୌରଭ ଗାଙ୍ଗୁଲିଙ୍କ କ୍ୟାପ୍ଟେନ୍ସିରେ ଭାରତ ବିଶ୍ୱକପରେ କ୍ରମାଗତ ୮ ବିଜୟ ହାସଲ କରିଥିଲା। କିନ୍ତୁ ରୋହିତଙ୍କ କ୍ୟାପ୍ଟେନ୍ସିରେ ଭାରତ କ୍ରମାଗତ ୯ ବିଜୟ ହାସଲ କରି ନୂଆ ରେକର୍ଡ କରିଛି।
ଭାରତ ରବିବାର ବିଶ୍ୱକପର ଶେଷ ଲିଗ ମ୍ୟାଚ୍ରେ ଡଚ୍ ଟିମକୁ ୧୬୦ ରନ ହରାଇଥିଲା। ଏହାପରେ ୯ ମ୍ୟାଚ୍ରୁ ୯ ବିଜୟର ରେକର୍ଡ ନିଜ ନାଁରେ କରିଥିଲେ। ଭାରତର ରେକର୍ଡ ବିଜୟକୁ ଦେଶର ବିଭିନ୍ନ ସ୍ଥାନରେ ବେଶ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରାଯାଇଛି। ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ଭାରତର ବିଜୟକୁ ବିଶ୍ଲେଷଣ କରାଯାଇଛି।
ପାକିସ୍ତାନର ସ୍ପୋର୍ଟସ ଚ୍ୟାନେଲ ଏସ୍ପୋର୍ଟସରେ ୱାସିମ ଆକ୍ରମ, ସୋଏବ ମାଲିକ ଓ ମିଶବା ଉଲ ହକ ଭାରତୀୟ ଟିମକୁ ପ୍ରଶଂସା କରିଛନ୍ତି। ପାକିସ୍ତାନ କ୍ରିକେଟର ଟିମର ୩ ପୂର୍ବତନ ଅଧିନାୟକ ଭାରତର କ୍ୟାପ୍ଟେନ ରୋହିତ ଶର୍ମାଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଶଂସାରେ ପୋତି ପକାଇଛନ୍ତି।
ଭାରତ ଅବିଶ୍ୱସନୀୟ ବ୍ୟାଟିଂ ସମ୍ପର୍କରେ ମତ ରଖି ୱାସିମ ଆକ୍ରମ କହିଛନ୍ତି, “ହଁ, ୫୦ ଓଭରରେ ୪୧୦/୪ ନିଶ୍ଚିତ ଗୋଟିଏ ବଡ଼ ସ୍କୋର। ରୋହିତ ଶର୍ମା ୬୧ ଓ ଶୁବମନ ଗିଲ ୩୨ ବଲରେ ୫୧ ରନ କରିଛନ୍ତି। ଉଭୟ ପ୍ରଥମ ୧୦ ଓଭରରେ ୯୧ ରନ ଯୋଡ଼ିଥିଲେ। ସେହି ସମୟରେ ହିଁ ମ୍ୟାଚ ଶେଷ ହୋଇଯାଇଥିଲା।
ମୋର କହିବାର ଅର୍ଥ ସେମାନେ ପୁଣି ଯେମିତି ଖେଳିଛନ୍ତି, ତା’ହା ମ୍ୟାଚ୍ ଜିତିବା ଏକପ୍ରକାରର ନିଶ୍ଚିତ କରିଥିଲା। ରୋହିତ ଶର୍ମା ୮ଟି ଚୌକା ଓ ୨ଟି ଛକା ବଳରେ ୬୧ ରନ କରିଛନ୍ତି। ମୋତେ ଲାଗୁନି ରୋହିତଙ୍କ ଭଳି ଖେଳାଳି ବିଶ୍ୱ କ୍ରିକେଟରେ କେହି ଅଛନ୍ତି।
ଆମେ ସବୁବେଳେ ବିରାଟ କୋହଲି, ଜୋ ରୁଟ, କେନ ୱିଲିୟମସନ ଓ ବାବର ଆଜମଙ୍କ ସମ୍ପର୍କରେ କଥା ହେଉଛୁ। କିନ୍ତୁ ଏମାନଙ୍କ ଠାରୁ ରୋହିତ ଭିନ୍ନ। କାରଣ ସେ ବ୍ୟାଟିଂକୁ ଅତି ସହଜ କରି ଦିଅନ୍ତି। ଯେକୌଣସି ପରିସ୍ଥିତି ଓ ଯେକୌଣସି ବୋଲିଂକୁ ସେ ବହୁତ ସହଜରେ ଶଟ ମାରନ୍ତି। ଏହା ହିଁ ତାଙ୍କ ବିଶେଷତ୍ୱ।”
ସୋଏବ ମଲିକ ଏହି ସମୟରେ କହିଛନ୍ତି, “ରୋହିତ ଶର୍ମା ଏମିତି ଜଣେ ବ୍ୟାଟର ଯିଏ ପ୍ରତିପକ୍ଷ ଟିମ ପାଖରେ ୫ ବୋଲର ଥିବା ବେଳେ ସେ ସମସ୍ତଙ୍କୁ ପ୍ରହାର କରନ୍ତି। ଆଉ ୱାସିମ ଭାଇ ଯେଉଁ ସବୁ ବ୍ୟାଟରଙ୍କ ନାଁ ନେଇଛନ୍ତି, ସେମାନେ ୩ ଜଣଙ୍କୁ ଶଟ ମାରନ୍ତି। ସେମାନେ ସମସ୍ତ ୫ ବୋଲରଙ୍କୁ ମାରନ୍ତି ନାହିଁ। ସେମାନେ ୬ଷ୍ଠ ଓ ୭ମ ବୋଲରଙ୍କୁ କଡ଼ା ପ୍ରହାର କରିବାକୁ ପସନ୍ଦ କରନ୍ତି।”
ୱାସିମ ଆକ୍ରମ ପୁଣି କହିଛନ୍ତି, “ପଞ୍ଜାବୀରେ ଯେଉଁ କହନ୍ତି ନା ଆସିବା ମାତ୍ରେ ରୋହିତ ଟେମ୍ପୋ ହିଁ ଚେଞ୍ଜ କରି ଦେଇଥାଆନ୍ତି। ସେ ବିରୋଧୀ ଟିମର ବୋଲର ଓ ଖେଳାଳିଙ୍କୁ ବ୍ୟାକଫୁଟକୁ ଠେଲି ଦେବାରେ ମାହିର।” କେବଳ ଆକ୍ରମ ଓ ମଲିକ ନୁହନ୍ତି ମିଶବା ମଧ୍ୟ ରୋହିତ ଏବଂ ଟିମ ଇଣ୍ଡିଆର ପ୍ରଶଂସା କରିଛନ୍ତି।
ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବାର ରେକର୍ଡ ରୋହିତଙ୍କ ନାଁରେ ଯୋଡ଼ି ହୋଇଯାଇଛି। ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟଡିୟମରେ ରୋହିତ ଗୋଟିଏ ଛକା ମାରିବା କ୍ଷଣି ଡିଭିଲିୟର୍ସଙ୍କୁ ପଛରେ ପକାଇ ଦେଇଥିଲେ। ଏହାପରେ ମଧ୍ୟ ସେ ଆଉ ଗୋଟିଏ ଛକା ମାରିଛନ୍ତି।
ଚଳିତ ବିଶ୍ୱକପରେ ମଧ୍ୟ ସେ ସର୍ବାଧିକ ଛକା ମାରିବାର ରେକର୍ଡ ନିଜ ନାଁରେ କରି ଦେଇଛନ୍ତି। ଗ୍ଲେନ ମ୍ୟାକ୍ସୱେଲ ଓ ରୋହିତ ଏଯାଏ ବିଶ୍ୱକପରେ ୨୨ଟି ଲେଖାଏ ଛକା ମାରିଥିଲେ। କିନ୍ତୁ ରୋହିତ ଆଜି ମ୍ୟାକ୍ସୱେଲଙ୍କୁ ପଛରେ ପକାଇ ଦେଇଛନ୍ତି। ରୋହିତଙ୍କ ଛକା ସଂଖ୍ୟା ୨୪ରେ ପହଞ୍ଚି ଯାଇଛି।
ଏହାବାଦ କୌଣସି ବିଶ୍ୱକପରେ କ୍ୟାପ୍ଟେନ ଭାବେ ସର୍ବାଧିକ ଛକା ମାରିବାରେ ରୋହିତ ଇଂଲଣ୍ଡର ଇଅନ ମୋର୍ଗାନଙ୍କୁ ମଧ୍ୟରେ ପଛରେ ପକାଇ ଦେଇଛନ୍ତି।
୨୦୧୫ କ୍ୟାଲେଣ୍ଡର ବର୍ଷରେ ଡିଭିଲିୟର୍ସ ୧୮ଟି ଇନିଂସରେ ୫୮ଟି ଛକା ମାରି ଥିଲେ। ଏବେ ରୋହିତ ୨୦୨୩ ବର୍ଷରେ ୬୦ଟି ଛକା ମାରି ତାଙ୍କୁ ପଛରେ ପକାଇ ଦେଇଛନ୍ତି। ଆଜି ରୋହିତ କୋଲିନ ଆକେରମାନଙ୍କୁ ୯୨ ମିଟର ଦୂରତାକୁ ଛକା ମାରି ନିଜ ସଂଖ୍ୟାକୁ ୫୯ରେ ପହଞ୍ଚାଇଥିଲେ। ଏହାପରେ ରୋଲଫ ଭାନ ଡେର ମେରୱେଙ୍କୁ ମଧ୍ୟ ସେ ଆଉ ଗୋଟିଏ ଛକା ମାରିଥିଲେ। ଆଜି ୬୧ ରନ କରି ଆଉଟ ହୋଇଥିବା ରୋହିତ ୮ଟି ଚୌକା ଓ ୨ଟି ଛକା ମାରିଛନ୍ତି।
ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା ତାଲିକାରେ ରୋହିତ ଓ ଡିଭିଲିୟର୍ସଙ୍କ ବ୍ୟତୀତ କ୍ରିସ ଗେଲ ରହିଛନ୍ତି। ଗେଲ ୨୦୧୯ରେ ୫୬ଟି ଛକା ମାରିଥିଲେ।
ଅନ୍ୟପକ୍ଷରେ ଗୋଟିଏ ବିଶ୍ୱକପରେ ଅଧିନାୟକ ଭାବେ ମଧ୍ୟ ରୋହିତ ସର୍ବାଧିକ ୨୪ଟି ଚକା ମାରିବାର ରେକର୍ଡ କରିଛନ୍ତି। ୨୦୧୯ରେ ମୋର୍ଗାନ ଇଂଲଣ୍ଡ ପାଇଁ ୨୨ ଓ ୨୦୧୫ରେ ଡିଭିଲିୟର୍ସ ଦକ୍ଷିଣ ଆଫ୍ରିକା ପାଇଁ ଅଧିନାୟକ ଭାବେ ୨୧ଟି ଛକା ମାରିଥିଲେ।
ଏହି ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଆରମ୍ଭରୁ ହିଁ ଅଧିନାୟକ ରୋହିତ ଶର୍ମାଙ୍କୁ ହରାଇଛି। ମୁମ୍ବାଇ ରୋହିତଙ୍କ ହୋମ ଗ୍ରାଉଣ୍ଡ ହୋଇଥିବା ବେଳେ ସେ ପ୍ରଥମ ବଲରେ ଚୌକା ମାରି ଖାତା ଖୋଲିଥିଲେ। କିନ୍ତୁ ଦ୍ୱିତୀୟ ବଲରେ ଦିଲସାନ ମଧୁଶଙ୍କା ତାଙ୍କୁ କ୍ଲିନବୋଲ୍ଡ କରି ଦେଇଥିଲେ। ପୂରା ଷ୍ଟାଡିୟମ ରୋହିତଙ୍କ ବ୍ୟାଟରୁ ବଡ଼ ଇନିଂସର ଆଶା କରିଥିବା ବେଳେ ସେ ଆଜି ସମସ୍ତଙ୍କୁ ନିରାଶ କରିଛନ୍ତି।
ଭାରତ ୪ ରନରେ ପ୍ରଥମ ୱିକେଟ ହରାଇବା ପରେ କ୍ରିଜ୍କୁ ଆସିଥିଲେ କିଙ୍ଗ ବିରାଟ କୋହଲି। ସେ ଶୁବମନ ଗିଲଙ୍କ ସହ ମିଶି ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ଆଗକୁ ନେଉଛନ୍ତି। ବେଶ ଦମଦାର ଷ୍ଟାଇଲରେ ଉଭୟ ବ୍ୟାଟିଂ କରୁଛନ୍ତି। ଗିଲ୍ ଏଯାଏ ବିଶ୍ୱକପରେ କୌଣସି ବଡ଼ ଇନିଂସ ଖେଳି ନାହାନ୍ତି। ତେଣୁ ତାଙ୍କ ଠାରୁ ଆଜି ସମସ୍ତେ ଶତକ ଅପେକ୍ଷାରେ ରହିଛନ୍ତି।
ସେହିପରି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ହୋମ ଗ୍ରାଉଣ୍ଡରେ ବିରାଟ କୋହଲି ତାଙ୍କ ଶତକ ରେକର୍ଡର ସମକକ୍ଷ ହେବେ ବୋଲି କ୍ରିକେଟ ଫ୍ୟାନ୍ସ ଆଶା କରିଛନ୍ତି। ବିରାଟ ଏଯାଏ ଦିନିକିଆ କ୍ରିକେଟରେ ୪୮ଟି ଶତକ ମାରିଥିବା ବେଳେ ସଚିନଙ୍କ ସେଞ୍ଚୁରୀ ସଂଖ୍ୟା ୪୯ ରହିଛି। ତେଣୁ ବିରାଟ ଆଜି ଶତକ ହାସଲ କଲେ ସଚିନଙ୍କ ରେକର୍ଡର ସମକକ୍ଷ ହେବେ।
ରିପୋର୍ଟ ଲେଖା ହେବା ବେଳକୁ ଭାରତ ୧୬ ଓଭର୍ରେ ଗୋଟିଏ ୱିକେଟ ହରାଇ ୯୭ ରନ କରି ନେଇଛି। ବିରାଟ ୪୬ ଓ ଗିଲ୍ ୩୯ ରନ କରି ଅପରାଜିତ ରହିଛନ୍ତି।
ଏଥିସହ ପୂରା ଟିମ କେବଳ ୧୨୯ ରନ କରିବାକୁ ସକ୍ଷମ ହୋଇଛି। ଭାରତୀୟ ବୋଲରଙ୍କ ବୋଲିଂରେ ଇଂଲଣ୍ଡ ଗୋଟିଏ ପରେ ଗୋଟିଏ ୱିକେଟ ହରାଉ ଥିବା ବେଳେ ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟର ବିରାଟ କୋହଲି ବେଶ ଖୁସି ମନାଉଥିଲେ। କିନ୍ତୁ ଦୁଇ ଜଣ ଏମିତି ଏକ ସେଲିବ୍ରେସନ ମୁଡକୁ ଚାଲି ଆସିଥିଲେ ଯେ ଏହାର ଫଟୋ ଓ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
୨୦୨୨ ପାକିସ୍ତାନ ବିପକ୍ଷ ଟି-୨୦ ବିଶ୍ୱକପ ବିଜୟ ପରେ ରୋହିତ ଶର୍ମା ବ୍ୟାଟର ବିରାଟ କୋହଲିଙ୍କ ସହ ଯାହା କରିଥିଲେ, କାଲି ଇଂଲଣ୍ଡକୁ ହରାଇବା ପରେ ବିରାଟ ପଡ଼ିଆ ଭିତରେ ରୋହିତଙ୍କ ସହ ତାହା କରିଛନ୍ତି।
ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ବିରାଟ ଦଳକୁ ଜିତାଇଥିଲେ। ଏଥିପାଇଁ ରୋହିତ ବେଶ ଉତ୍ସାହିତ ହୋଇ ବିରାଟଙ୍କୁ କୁଣ୍ଢାଇ ଟେକି ପକାଇ ଥିଲେ। କାଲି ଇଂଲଣ୍ଡକୁ ୧୦୦ ରନରେ ଭାରତ ହରାଇବା ପରେ ବିରାଟ ଦୌଡ଼ି ଯାଇ ରୋହିତଙ୍କୁ ଖୁସିରେ ଟେକି ପକାଇ ଥିଲେ। ରୋହିତ ମଧ୍ୟ ବିରାଟଙ୍କୁ ଖୁସିରେ ବେଶ କିଛି ସମୟ କୁଣ୍ଢାଇ ଧରିଥିଲେ।
The moment ❤️💯🔥
— Vikash(VK18) (@imviratarmy_) October 30, 2023
Rohit loves Virat & Virat loves Rohit #ViratKohli𓃵 #RohitSharma𓃵 pic.twitter.com/UOP2O4qAYx
୨୦୨୨ ଓ ୨୦୨୩ର ଫଟୋକୁ ଲୋକମାନେ ସୋଶାଲ ମିଡିଆରେ ଶେୟାର କରି ବିରାଟ-ରୋହିତଙ୍କ ସେଲିବ୍ରେସନକୁ ବାଃବାଃ କରିବାରେ ଲାଗିଛନ୍ତି। ଇଂଲଣ୍ଡ ବିପକ୍ଷ ରବିବାର ମ୍ୟାଚ୍ରେ ଭାରତର ଅଧିକାଂଶ ବ୍ୟାଟର ଫେଲ ମାରିଥିଲେ।
କିନ୍ତୁ ରୋହିତ ଶର୍ମା ୮୭ ରନର ଦମଦାର ଇନିଂସ ଖେଳିଥିଲେ। ଏହି ରନ ହିଁ ଶେଷରେ ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ତେଣୁ ବିରାଟ ମ୍ୟାଚ୍ ଶେଷ ହେବା ପରେ ରୋହିତଙ୍କୁ କୁଣ୍ଢାଇ ଖୁସିରେ ଟେକି ଧରିଥିଲେ।
• Rohit Sharma lifted Virat Kohli in World Cup 2022.
— Vishal. (@SPORTYVISHAL) October 29, 2023
• Virat Kohli lifted Rohit Sharma in the World Cup 2023.#INDvsENG . pic.twitter.com/sDY6rrMtHf
ଅନ୍ୟପକ୍ଷରେ ୨୦୨୨ ଟି-୨୦ ବିଶ୍ୱକପରେ ମଧ୍ୟ ଭାରତ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ। ଏହି ସମୟରେ ବିରାଟ ଶେଷ ଯାଏ ନଟଆଉଟ ରହିବା ସହ ଦଳକୁ ବିଜୟ କରାଇଥିଲେ।
ମହେନ୍ଦ୍ର ସିଂହ ଧୋନି (୩୩୨), ମହମ୍ମଦ ଆଝାରୁଦ୍ଦିନ (୨୨୧), ବିରାଟ କୋହଲତ (୨୧୩), ସୌରଭ ଗାଙ୍ଗୁଲି (୧୯୬), କପିଲ ଦେବ (୧୦୮) ଓ ରାହୁଲ ଦ୍ରାବିଡ଼ (୧୦୪) ହେଉଛନ୍ତି ଅନ୍ୟ ଭାରତୀୟ ଅଧିନାୟକ ଯେଉଁମାନେ ୧୦୦ ବା ତା’ଠୁ ଅଧିକ ଦିନିକିଆ ମ୍ୟାଚ୍ରେ ଭାରତର ନେତୃତ୍ୱ ନେଇଛନ୍ତି।
ରୋହିତ ଶର୍ମା ୨୫୬ଟି ଦିନିକିଆ ମ୍ୟାଚ୍ ଖେଳି ସାରିଲେଣି। ସେଥିରୁ ୨୪୮ଟି ଇନିଂସରେ ସେ ବ୍ୟାଟିଂ କରି ୧୦,୪୨୩ ରନ୍ ସଂଗ୍ରହ କରିଛନ୍ତି। ତା’ ଭିତରେ ୩୧ଟି ଶତକ ଓ ୫୩ଟି ଅର୍ଦ୍ଧଶତକ ରହିଛି। ସେହିପରି ସେ ୫୨ଟି ଟେଷ୍ଟ୍ ମ୍ୟାଚ୍ ଖେଳିଛନ୍ତି। ଏଥିରେ ୮୮ ଇନିଂସରୁ ୩୬୭୭ ରନ୍ କରିଛନ୍ତି। ତା’ ମଧ୍ୟରେ ୧୦ଟି ଶତକ ଓ ୧୬ଟି ଅର୍ଦ୍ଧଶତକ ରହିଛି। ରୋହିତ ୧୪୮ଟି ଅନ୍ତର୍ଜାତୀୟ ଟିଟ୍ୱେଣ୍ଟି ମ୍ୟାଚ୍ ଖେଳିଥିବା ବେଳେ ସେଥିରୁ ୧୪୦ଟି ଇନିଂସରେ ୩୮୫୩ ରନ୍ କରିଛନ୍ତି। ତା’ ମଧ୍ୟରେ ୪ଟି ଶତକ ଓ ୨୯ଟି ଅର୍ଦ୍ଧଶତକ ରହିଛି।
ରୋହିତ ଶର୍ମା ଏବେ ଭଲ ଫର୍ମରେ ଅଛନ୍ତି। ସେ ୫ଟି ମ୍ୟାଚ୍ରୁ ୩୧୧ ରନ୍ କରିଛନ୍ତି। ତା’ ମଧ୍ୟରେ ଗୋଟିଏ ଶତକ ରହିଛି।
ଏପରି କି ତାଙ୍କ ବ୍ୟାଟରୁ ଚୌକା ଓ ଛକା ବର୍ଷା ହୋଇଥିଲା। ତେବେ ସେ ହାସନ ମହମୁଦଙ୍କୁ ଛକା ମାରିବାକୁ ଯାଇ ଡିପ୍ ସ୍କୋୟାର ଲେଗ୍ରେ ଆଉଟ ହୋଇ ଯାଇଛନ୍ତି। ଆଉଟ ହେବା ପୂର୍ବରେ ରୋହିତ ୪୦ ବଲରେ ୪୮ ରନର ଇନିଂସ ଖେଳିଛନ୍ତି। ଏହା ମଧ୍ୟରେ ୭ଟି ଚୌକା ଓ ୨ଟି ଛକା ରହିଛି।
ରୋହିତ ଆଉଟ ହେବା ପରେ ଶୁବମନ ଗିଲ୍ଙ୍କୁ ସାଥ ଦେବାକୁ ଆସିଛନ୍ତି ବିରାଟ କୋହଲି। ସେ ଆରମ୍ଭରୁ ହିଁ ଚୌକା ଓ ଛକା ମାରିବା ଆରମ୍ଭ କରିଦେଇଛନ୍ତି। ଗିଲ୍ ମଧ୍ୟ ପଛରେ ନାହାନ୍ତି। ସେ ୫ଟି ଚୌକା ଓ ୨ଟି ଛକା ବଳରେ ୪୧ ରନ କରି ବ୍ୟାଟିଂ କରୁଛନ୍ତି। ବିରାଟ ୨୦ ରନରେ ରହିଛନ୍ତି।
ଭାରତ ପ୍ରଥମ ୧୦ ଓଭର୍ରେ ବାଂଲାଦେଶ ଭଳି ବିନା ୱିକେଟରେ ୬୩ ରନ କରିଥିଲା। ଦଳୀୟ ସ୍କୋର ୮୮ ରନରେ ଦଳର ରୋହିତଙ୍କୁ ହରାଇଥିଲା। ରିପୋର୍ଟ ଲେଖା ହେବା ବେଳକୁ ଭାରତ ୧୫ ଓଭର୍ରେ ୧ ୱିକେଟ ହରାଇ ୧୧୧ ରନ କରିଛି।
ଗତ ୧୪ ତାରିଖରେ ଖେଳା ଯାଇଥଇବା ଓଡିଆଇ ବିଶ୍ୱକପ୍ ମ୍ୟାଚ୍ରେ ପାକିସ୍ତାନକୁ ପରାସ୍ତ କରିଥିଲା ଭାରତ। ବାଂଲାଦେଶ ବିପକ୍ଷରେ ମ୍ୟାଚ୍ ପୂର୍ବରୁ ଦଳକୁ ବିଶ୍ରାମା ନେବା ପାଇଁ ୫ ଦିନ ସମୟ ଦିଆଯାଇଥିଲା। ତେବେ ଅଧିନାୟକ ରୋହିତ ଶର୍ମା ଟିମ୍ ସହ ନଯାଇ ନିଜର ନୀଳ ରଙ୍ଗର ଲମ୍ବରଗିନି କାର୍ ଯୋଗେ ମୁମ୍ବାଇ ବାସଭବନକୁ ଯାଇଥିଲେ। ଏହି ସମୟରେ ମୁମ୍ବାଇ-ପୁନେ ହାଇଓ୍ୱେ ଉପରେ ଦ୍ରୁତ ଗତିରେ କାର୍ ଚଳାଇଥିଲେ ରୋହିତ ଶର୍ମା।
ନିଜ ଘରକୁ ଯିବା ବେଳେ ରାଜପଥରେ ଘଣ୍ଟା ପ୍ରତି ୨୦୦ କିମିରୁ ୨୧୫ ବେଗରେ ରୋହିତଙ୍କ କାର୍ ଦୌଡି ଥିଲା। ଫଳରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ମହାରାଷ୍ଟ୍ର ଟ୍ରାଫିକ ପକ୍ଷରୁ ତାଙ୍କ ନାଁରେ ଭିନ୍ନ ଭିନ୍ନ ସ୍ଥାନରେ ୩ଟି ଚାଲାଣ କଟାଯାଇଛି। ରୋହିତ ଶର୍ମାଙ୍କ ବେପରୁଆ ଗାଡି ଚାଳନାକୁ ମହାରାଷ୍ଟ୍ର ଟ୍ରାଫିକ ପକ୍ଷରୁ ନିନ୍ଦା ମଧ୍ୟ କରାଯାଇଛି।
ଜଣେ ଟ୍ରାଫିକ ଅଧିକାରୀ କହିଛନ୍ତି, ବିଶ୍ୱକପ୍ ଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଚାଲିଥିବା ବେଳେ ଭାରତୀୟ ଅଧିନାୟକ ହାଇଓ୍ୱେ ଉପରେ ଏଭଳି ଗାଡି ଚଳାଇବା ଠିକ୍ ନୁହେଁ। ସେ ଟିମ୍ ବସ୍ରେ ଯିବା କଥା। ତାଙ୍କର ଏଭଳି କାର୍ ଚଳାଇବା ଆଦୌ ଠିକ୍ ନୁହେଁ।
ସୂଚନା ମୁତାବକ, ଆରମ୍ଭରୁ ହିଁ ହିଟ୍ ମ୍ୟାଚ୍ ରୋହିତଙ୍କ କାର୍ ପ୍ରତି ବେଶ୍ ରୁଚି ରହିଛି। ତାଙ୍କ ପାଖରେ ଅନେକ ଲଗ୍ଜୁରୀ କାର୍ ରହିଛି। ବେଳେ ବେଳେ ସେ ନିଜେ କାର୍ ଡ୍ରାଇଭ କରୁଥିବା ମଧ୍ୟ ନଜର ଆସନ୍ତି।
କିନ୍ତୁ ସେ ୮୬ ରନର ଇନିଂସ ପରେ ନୂଆ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି। ରୋହିତଙ୍କ ଦମଦାର ଇନିଂସ ବଳରେ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟ ୮-୦ ହୋଇ ଯାଇଛି।
୧୯୨ ରନର ପିଛା କରୁଥିବା ଭାରତ ପାଇଁ ଆରମ୍ଭରୁ ରୋହିତ ଆଟାକିଂ ଶଟ୍ ଖେଳିଥିଲେ। ସେ ୬୩ ବଲରେ ୬ ଛକା ଓ ୬ ଚୌକା ବଳରେ ୮୬ ରନର ଇନିଂସ ଖେଳିଛନ୍ତି। ଏହାପୂର୍ବ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ ରୋହିତ ୮୪ ବଲରେ ୧୩୧ ରନର ଇନିଂସ ଖେଳିଥିଲେ। ରୋହିତ ଆଜି ଶତକ କରି ପାରି ନଥିଲେ ମଧ୍ୟ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି।
୨୦୧୯ ମାଞ୍ଚେଷ୍ଟରରେ ଖେଳା ଯାଉଥିବା ପାକିସ୍ତାନ ବିପକ୍ଷ ବିଶ୍ୱକପ ମ୍ୟାଚ୍ରେ ରୋହିତ ୧୪୦ ରନର ଇନିଂସ ଖେଳିଥିଲେ। ଏହି ମ୍ୟାଚ୍ରେ ବିରାଟ ଅଧିନାୟକ ଭାବେ ୭୭ ରନ କରିଥିଲେ।
ଏହା ପାକିସ୍ତାନ ବିପକ୍ଷରେ କୌଣସି ଭାରତୀୟ ଅଧିନାୟକଙ୍କ ସର୍ବାଧିକ ସ୍କୋର ଥିଲା। ହେଲେ ୨୦୨୩ ବିଶ୍ୱକପରେ ରୋହିତ ପାକିସ୍ତାନ ବିପକ୍ଷରେ ଅଧିନାୟକ ଭାବେ ୮୬ ରନର କରି ବିରାଟଙ୍କୁ ପଛରେ ପକାଇ ଦେଇଛନ୍ତି।
ରୋହିତ ଓ ବିରାଟଙ୍କ ପରେ ଭାରତର ଅଧିନାୟକ ଭାବେ ପାକିସ୍ତାନ ବିପକ୍ଷରେ ସର୍ବାଧିକ ରନ କରିଥିବା ଖେଳାଳି ତାଲିକାର ତୃତୀୟ ସ୍ଥାନରେ ମହମ୍ମଦ ଆଝାରୁଦ୍ଦିନ ରହିଛନ୍ତି।
ସେ ୧୯୯୯ ବିଶ୍ୱକପରେ ୫୯ ରନର ଇନିଂସ ଖେଳିଥିଲେ। ୪ର୍ଥରେ ଓ ୫ମ ସ୍ଥାନରେ ମଧ୍ୟ ତାଙ୍କ ନାଁ ରହିଛି। ସେ ୧୯୯୨ରେ ୪୨ ଓ ୧୯୯୬ରେ ୨୭ ରନ କରିଥିଲେ।
୨୦୧୧ ବିଶ୍ୱକପରେ ମହେନ୍ଦ୍ର ସିଂହ ଧୋନି ମୋହାଲିରେ ୨୫ ରନ, ୨୦୧୫ରେ ଆଡିଲେଡରେ ୧୮ ରନର ଇନିଂସ ଖେଳିଥିଲେ।
ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଥିବା ଭାରତ-ପାକିସ୍ତାନ ମ୍ୟାଚ୍ରେ ଏହା ପ୍ରଥମ ଛକା ଥିଲା। କାରଣ ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ୪୨ ଓଭର ବ୍ୟାଟିଂ କରିଥିଲେ ମଧ୍ୟ ଗୋଟିଏ ହେଲେ ଛକା ମାରିବାକୁ ସକ୍ଷମ ହୋଇ ନଥିଲା। ପୂରା ଦଳ ୧୯୧ ରନ କରି ଅଲଆଉଟ ହୋଇ ଯାଇଥିଲା।
୧୯୨ ରନର ପିଛା କରୁଥିବା ଭାରତ ବିସ୍ଫୋରକ ଷ୍ଟାଇଲରେ ଇନିଂସ ଆରମ୍ଭ କରିଛି। ଶୁବମନ ଗିଲ୍ ୧୧ ବଲରେ ୪ ଚୌକା ସହ ୧୬ ରନ କରିବା ପରେ ଆଫ୍ରିଦିଙ୍କ ବଲରେ ଆଉଟ ହୋଇଯାଇଛନ୍ତି।
ଏହାପରେ ରୋହିତ ଓ ବିରାଟ ଦ୍ରୁତଗତିରେ ରନ ସଂଗ୍ରହ କରିବା ଆରମ୍ଭ କରିଥିଲେ। ବିଶେଷ କରି ରୋହିତଙ୍କ ବ୍ୟାଟରୁ ବଡ଼ ଶଟ ଦେଖିବାକୁ ମିଳିଛି। ସେ ଆଫ୍ରିଦିଙ୍କୁ ପ୍ରଥମ ଛକା ମାରିଥିବା ବେଳେ ମହମ୍ମଦ ନୱାଜଙ୍କୁ ଦ୍ୱିତୀୟ ଛକା ମାରିଥିଲେ। ଏହାପରେ ହାରିଶ ରୌଫଙ୍କ ଗୋଟିଏ ଓଭର୍ରେ ରୋହିତ ୨ଟି ଛକା ମାରିଛନ୍ତି।
ତେବେ ବିରାଟ ବଡ଼ ଶଟ ଖେଳିବାକୁ ଯାଇ ହାସନ ଅଲୀଙ୍କ ବଲରେ ଆଉଟ ହୋଇଯାଇଛନ୍ତି। ତେବେ ରୋହିତ କ୍ରିଜ୍ରେ ରହିଛନ୍ତି।
ରିପୋର୍ଟ ଲେଖା ହେବା ବେଳକୁ ଭାରତ ୧୦ ଓଭର୍ରେ ୨ ୱିକେଟ ହରାଇ ୭୯ ରନ କରି ନେଇଛି। ରୋହିତ ଶର୍ମା ୩୦ ବଲରେ ୪ ଛକା ଓ ୨ ଚୌକା ସହ ୪୫ ରନ କରିଛନ୍ତି।
ଆଜିର ରୋହିତ ଶର୍ମା ଶତକ ହାସଲ କରିଥିବା ବେଳେ ବିରାଟ କୋହଲି ଅପରାଜିତ ୫୫ ରନର ଇନିଂସ ଖେଳିଛନ୍ତି। ବିରାଟ ଆଜି ତାଙ୍କ କ୍ୟାରିୟରର ୬୮ତମ ଅର୍ଦ୍ଧଶତକ ହାସଲ କରିଥିଲେ।
ସେ ୫୫ ବଲରେ ଆଜି ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି। ସେହିପରି ବିଶ୍ୱକପରେ ଏହା ତାଙ୍କର କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ। ଭାରତକୁ ଜିତିବା ପାଇଁ ୪ ରନର ଆବଶ୍ୟକ ଥିବା ବେଳେ ବିରାଟ ଚୌକା ମାରି ମ୍ୟାଚ ଶେଷ କରିଛନ୍ତି। ତେବେ ବିସ୍ଫୋରକ ଶତକୀୟ ଇନିଂସ ଖେଳିଥିବା ରୋହିତଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି।
ଚଳିତ ବିଶ୍ୱକପରେ ଏହା ଭାରତର କ୍ରମାଗତ ଦ୍ୱିତୀୟ ବିଜୟ। ପ୍ରଥମ ମ୍ୟାଚ୍ରେ ଦଳ ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇଥିଲା। ଏବେ ଭାରତୀୟ ଟିମ ଶନିବାର ଚୀରପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ।
ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଜି ଆଫଗାନର ଅଧିନାୟକ ହଶମତୁଲ୍ଲା ଶାହିଦି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଅଜମତୁଲ୍ଲା ଓମରଜାଇଙ୍କ ୬୨ ଓ ଶାହିଦିଙ୍କ ୮୦ ରନ ବଳରେ ଆଫଗାନିସ୍ତାନ ୮ ୱିକେଟ ହରାଇ ୨୭୨ ରନ କରିଥିଲା। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ସର୍ବାଧିକ ୪ଟି ୱିକେଟ ନେଇଥିଲେ।
୨୭୩ ରନର ପିଛା କରୁଥିବା ଭାରତ ପାଇଁ ରୋହିତ ଶର୍ମା ଓ ଈଶାନ କିଶନ ଇନିଂସ ଆରମ୍ଭ କରିଥିଲେ। ଆରମ୍ଭରୁ ଈଶାନ ଶଟ ମାରିରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। କିନ୍ତୁ ରୋହିତ ବିସ୍ଫୋରକ ବ୍ୟାଟିଂ କରିଥିଲେ। ପ୍ରଥମେ ସେ ୩୦ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ଆହୁରି ବିସ୍ଫୋରକ ରୂପ ଧାରଣ କରିଥିଲେ। ରୋହିତ ବ୍ୟକ୍ତିଗତ ୭୦ ରନରେ ପହଞ୍ଚିଲା ବେଳକୁ ଈଶାନ ୧୦ ରନ କରିଥିଲେ।
ଏତିକି ବେଳେ ଈଶାନ ମଧ୍ୟ ଗିୟର ବଦଳାଇ ଆଫଗାନ ସ୍ପିନରମାନଙ୍କୁ ଆଟା କରିଥିଲେ। ସେ ୫ଟି ଚୌକା ଓ ୨ଟି ଛକା ବଳରେ ୪୭ ବଲରେ ୪୭ ରନ କରି ରାଶଦ ଖାନଙ୍କ ବଲରେ ଆଉଟ ହୋଇଥିଲେ।
ଈଶାନ ଆଉଟ ହୋଇଥିଲେ ମଧ୍ୟ ରୋହିତ ତାଙ୍କ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ। ସେ ମାତ୍ର ୬୩ ବଲରେ ନିଜର ଶତକ ହାସଲ କରିଥିଲେ। ଦିନିକିଆ ବିଶ୍ୱକରେ ଏହା ରୋହିତଙ୍କ ୭ମ ଶତକ। ଏହାପୂର୍ବରୁ କେହି ବି ଏମିତି ରେକର୍ଡ କରି ନଥିଲେ।
ରୋହିତ ଶତକ ହାସଲ କରିବା ପରେ ଆଉ କିଛି ବଡ଼ ଶଟ ଖେଳିଥିଲେ। ଦଳୀୟ ସ୍କୋର ୨୦୫ ଥିବା ବେଳେ ବ୍ୟକ୍ତିଗତ ୧୩୧ ରନ କରି ରୋହିତ ଆଉଟ ହୋଇ ଯାଇଥିଲେ। ତାଙ୍କ ୱିକେଟ ମଧ୍ୟ ରାଶିଦ ନେଇଥିଲେ। ରୋହିତ ତାଙ୍କ ଇନିଂସରେ ୮୪ ବଲରେ ସମ୍ମୁଖୀନ ହୋଇ ୧୬ଟି ଚୌକା ଓ ୫ଟି ଛକା ମାରିଛନ୍ତି।
ରୋହିତ ଆଉଟ ହେବା ପରେ ବିରାଟ କୋହଲି ଓ ଶ୍ରେୟସ ଆୟର ବାକି କାମ ଶେଷ କରିଥିଲେ। ଉଭୟ ବଡ଼ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଆୟାର ମଧ୍ୟ ମୁଜୀବ ଉର ରହମନଙ୍କୁ ୧୦୧ ମିଟର ଦୂରତାକୁ ଛକା ମାରି ନିଜର ବିସ୍ଫୋରକ ରୂପ ଦେଖାଇଥିଲେ।
ବିରାଟ ୫୫ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିବା ବେଳକୁ ଦଳକୁ ଜିତିବା ପାଇଁ ୪ ରନର ଆବଶ୍ୟକ ରହିଥିଲେ। ଏତିକି ବେଳେ ସେ ଚୌକା ମାରି ମ୍ୟାଚ୍ ଶେଷ କରିଥିଲେ। ବିରାଟ ଶେଷ ଯାଏ ୫୫ ଓ ଆୟର ୨୩ ବଲରେ ୨୫ ରନ କରି ଅପରାଜିତ ରହିଥିଲେ।
ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକା ମାରିବାର ରେକର୍ଡ ରୋହିତ ଶର୍ମାଙ୍କ ନାଁରେ ଯୋଡ଼ି ହୋଇ ଯାଇଛି। ପୂର୍ବରୁ ଏହି ରେକର୍ଡ ଗେଲ୍ଙ୍କ ନାଁରେ ଥିଲା। ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରେ ରୋହିତ ୫୫୧ ଟି ଛକା ମାରିଥିଲେ। ଗେଲ ମାରିଥିକା ଛକା ସଂଖ୍ୟା ୫୫୩ ଥିଲା।
ହେଲେ ରୋହିତ ଆଜି ଛକା ମାରିବା ମାମଲାରେ ଗେଲଙ୍କୁ ପଛରେ ପକାଇ ଦେଇଛନ୍ତି। ଗେଲଙ୍କୁ ଅତିକ୍ରମ କରିବାକୁ ତାଙ୍କ ୩ଟି ଛକାର ଆବଶ୍ୟକ ଥିଲା। କିନ୍ତୁ ଆଜି ମ୍ୟାଚ୍ରେ ସେ ୫ଟି ଛକା ମାରି ସାରିଲେଣି।
ରୋହିତ ଆଜି ୮୪ ବଲରେ ୧୩୧ ରନ କରି ଆଉଟ ହୋଇଯାଇଛନ୍ତି। ତାଙ୍କୁ ରାଶିଦ ଖାନ ବୋଲ୍ଡ କରି ଦେଇଛନ୍ତି। ହେଲେ ସେ ଆଉଟ ହୋଇଥିଲେ ମଧ୍ୟ ଭାରତର ବିଜୟକୁ ଏକ ପ୍ରକାରର ପକ୍କା କରି ଦେଇଛନ୍ତି।
ରୋହିତ ଭାରତୀୟ ଇନିଂସର ୮ମ ଓଭର୍ରେ ଆଫଗାନ ବୋଲର ନବୀନ ଉଲ ହକଙ୍କୁ ଛକା ମାରି ଗେଲଙ୍କ ୫୫୩ ଛକା ମାରିବା ରେକର୍ଡକୁ ଭାଙ୍ଗି ଥିଲେ। ଏହାପରେ ସେ ଆଉ ଦୁଇଟି ଛକା ମଧ୍ୟ ମାରିଛନ୍ତି। ଏହାର ଅର୍ଥ ରୋହିତଙ୍କ ଛକା ସଂଖ୍ୟା ୫୫୬ ହୋଇ ଯାଇଛି।
ସେହିପରି ଆଜି ରୋହିତ ଗୋଟିଏ ୯୩ ମିଟରର ଛକା ମାରିଛନ୍ତି। ଚଳିତ ବିଶ୍ୱକପରେ ଏହା ଏଯାଏ ସବୁଠାରୁ ବଡ଼ ଛକା ହେବାର କ୍ଲବରେ ସାମିଲ ହୋଇଯାଇଛି।
ଆଫଗାନିସ୍ତାନ ଦେଇଥିବା ୨୭୩ ରନର ଟାର୍ଗେଟକୁ ପିଛା କରୁଥିବା ଭାରତ ପାଇଁ ରୋହିତ ଶର୍ମା ୬୩ ବଲରେ ଶତକ ହାସଲ କରିଛନ୍ତି। ଏହା ପୂର୍ବରୁ ସେ ୩୦ ବଲରେ ୫୦ ରନ ପୂରଣ କରିଥିଲେ।
ରୋହିତ ୬୩ ବଲରେ ଶତକ ପୂରଣ କରିବା ମାତ୍ରେ କପିଲ ଦେବ ଓ ସଚିନଙ୍କ ରେକର୍ଡ ଭାଙ୍ଗି ଦେଇଥିଲେ। କାରଣ ଭାରତ ପାଇଁ ବିଶ୍ୱକପରେ ସବୁଠାରୁ କମ ବଲରେ ଶତକ ହାସଲ କରିବାର କୀର୍ତ୍ତିମାନ ତାଙ୍କ ନାଁରେ ଯୋଡ଼ି ହୋଇ ଯାଇଥିଲା।
ଏହାପୂର୍ବରୁ କପିଲ ଦେବ ସବୁଠାରୁ କମ ବଲରେ ଭାରତ ପାଇଁ ବିଶ୍ୱକପରେ ଶତକ ହାସଲ କରିଥିଲେ। ସେ ୭୨ ବଲରେ ଶତକ ହାସଲ କରିଥିଲେ। ୧୯୮୩ ମସିହା ଜୁନ ୧୮ରେ ଜିମ୍ବାୱେ ବିପକ୍ଷ ମ୍ୟାଚ୍ରେ କପିଲ ଦେବ ଏପରି ରେକର୍ଡ କରିଥିଲେ।
ତା’ ପରଠାରୁ କୌଣସି ଭାରତୀୟ ଏହି ରେକର୍ଡ ଭାଙ୍ଗି ପାରି ନଥିଲେ। କିନ୍ତୁ ଆଜି ରୋହିତ ୬୩ ବଲରେ ଶତକ ହାସଲ କରି ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି।
Topping The Charts! 🔝
— BCCI (@BCCI) October 11, 2023
Most Hundreds (7️⃣) in ODI World Cups 🤝 Rohit Sharma
Take a bow! 🙌 #CWC23 | #TeamIndia | #INDvAFG | #MeninBlue pic.twitter.com/VlkIlXCwvA
କପିଲ ଦେବଙ୍କ ବ୍ୟତୀତ ରୋହିତ କିମ୍ବଦନ୍ତୀ କ୍ରିକେଟର ସଚିନଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ବିଶ୍ୱକପ ଇତିହାସରେ ସର୍ବାଧିକ ଶତକ ହାସଲ କରିବା ରେକର୍ଡ ଉଭୟ ସଚିନ ଓ ରୋହିତଙ୍କ ନାଁରେ ଥିଲା। ସଚିନ ୧୯୯୨ରୁ ୨୦୧୧ ବିଶ୍ୱକପ ମଧ୍ୟରେ ୪୪ଟି ମ୍ୟାଚ୍ ଖେଳି ୬ଟି ଶତକ ହାସଲ କରିଥିଲେ। କିନ୍ତୁ ରୋହିତ ଏଯାଏ ୩ଟି ବିଶ୍ୱକପର ୧୯ଟି ମ୍ୟାଚ୍ରେ ୭ଟି ଶତକ ହାସଲ କରି ସଚିନଙ୍କ ରେକର୍ଡକୁ ଅତିକ୍ରମ କରି ଯାଇଛନ୍ତି।
ଏହାବାଦ ରୋହିତ ୪ର୍ଥ ଭାରତୀୟ ଭାବେ ବିଶ୍ୱକପରେ ୧ ହଜାର ରନ ମଧ୍ୟ ପୂରଣ କରିଛନ୍ତି।
ସେହିପରି ପ୍ରଥମ ଦୁଇଟି ଦିନିକିଆରେ ବିଶ୍ରାମ ନେଇଥିବା ନିୟମିତ ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟର ବିରାଟ କୋହଲି ଦଳକୁ କମବ୍ୟାକ କରିଛନ୍ତି। ଚାଇନା ମ୍ୟାନ କୁଲଦୀପ ଯାଦବ ମଧ୍ୟ ଦଳକୁ ଫେରିଛନ୍ତି। ବିଶ୍ୱକପ ପୂର୍ବରୁ ଏହା ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ହୋଇଥିବାରୁ ଏହାର ଗୁରୁତ୍ୱ ବେଶ ଅଧିକ।
କିନ୍ତୁ ମ୍ୟାଚ୍ ପୂର୍ବରୁ ଅଧିନାୟକ ରୋହିତ ଶର୍ମା ଚିନ୍ତା ବଢ଼ାଇବା ଭଳି ତଥ୍ୟ ଦେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ୧୭ ଜଣ ଖେଳାଳିଙ୍କୁ ବିସିସିଆଇ ଚୟନ କରିଥିଲେ ହେଁ ଆସନ୍ତାକାଲି ମ୍ୟାଚ୍ ପାଇଁ କେବଳ ୧୩ ଜଣ ଖେଳାଳି ଉପଲବ୍ଧ ହେବେ। ଏମାନଙ୍କ ମଧ୍ୟରୁ ୧୧ ଜଣ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇବେ।
ରୋହିତଙ୍କ କହିବା ଅନୁଯାୟୀ, ଭାରତୀୟ କ୍ୟାମ୍ପକୁ ଏବେ ଭାଇରାଲ ଜ୍ୱର ଆଟାକ କରିଛି। ଏଥିପାଇଁ ଶୁବମନ ଗିଲ୍ କାଲିର ମ୍ୟାଚ୍ ଖେଳିବେ ନାହିଁ। ସେହିପରି ଶାର୍ଦ୍ଦୁଲ ଠାକୁର ଓ ମହମ୍ମଦ ଶାମିଙ୍କ ସମେତ ହାର୍ଦ୍ଦିକ ପଣ୍ଡ୍ୟା କୌଣସି ବ୍ୟକ୍ତିଗତ କାରଣ ପାଇଁ କ୍ୟାମ୍ପ ଛାଡ଼ି ଘରକୁ ଯାଇଛନ୍ତି। ତେଣୁ ଏବେ ସିଲେକସନ ପାଇଁ କେବଳ ୧୩ ଜଣ ଖେଳାଳି ଉପଲବ୍ଧ ରହିବେ ବୋଲି ରୋହିତ ସୂଚନା ଦେଇଛନ୍ତି।
ସିରିଜ ଦୃଷ୍ଟିକୋଣରୁ ଆସନ୍ତାକାଲିର ମ୍ୟାଚ୍ ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ। କାରଣ କେଏଲ ରାହୁଲଙ୍କ ନେତୃତ୍ୱରେ ଟିମ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ କବଜା କରି ସାରିଛି।
ରୋହିତ ଶର୍ମା କହିଛନ୍ତି, “ଆମର କିଛି ଖେଳାଳି ଅସୁସ୍ଥ ଅଛନ୍ତି। କିଛି ଖେଳାଳିଙ୍କ ବ୍ୟକ୍ତିଗତ ସମସ୍ୟା ରହିଛି। ତେଣୁ ସେମାନେ ଘରକୁ ଯାଇଛନ୍ତି। କିଛି ଖେଳାଳିଙ୍କୁ ବିଶ୍ରାମ ଆବଶ୍ୟକ। ଏବେ ଆମ ପାଖରେ ସିଲେକସନ ପାଇଁ ୧୩ ଜଣ ଖେଳାଳି ରହିଛନ୍ତି।
ଗିଲ ଅସୁସ୍ଥ ଥିବାରୁ ବିଶ୍ରାମ ନେବେ। ଶାମି, ହାର୍ଦ୍ଦିକ ଓ ଶାର୍ଦ୍ଦୁଲ ଘରକୁ ଫେରିଛନ୍ତି। ସେହିପରି ଅକ୍ଷର ପଟେଲ ମଧ୍ୟ ଫିଟ ହୋଇ ନାହାନ୍ତି। ଟିମ ଭିତରେ ଏବେ ଭାଇରାଲ ଜନିତ ଅସୁସ୍ଥା ରହିଛି। ତେଣୁ ଟିମକୁ ନେଇ ସାମାନ୍ୟ ଚିନ୍ତା ରହିଛି। ଆମ ପାଇଁ ଆଗାମୀ କିଛି ସପ୍ତାହ ଗୁରୁତ୍ୱ ପୂର୍ଣ୍ଣ। ଘରକୁ ଯାଇଥିବାରୁ ବିଶ୍ୱକପ ପାଇଁ ସେମାନେ ଫ୍ରେସ ମୁଡରେ ଆସିବେ। ଏହା ଏକ ଭଲ ଖବର।”
ବିଶ୍ୱକପ ପୂର୍ବରୁ ଖେଳା ଯାଉଥିବା ଏସିଆ କପରେ ରୋହିତ ଆଜି କ୍ରମାଗତ ତୃତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ଅବଶ୍ୟ ଏହାକୁ ସେ ବଡ଼ ସ୍କୋରରେ ପରିଣତ କରିବାକୁ ସକ୍ଷମ ହୋଇ ନାହାନ୍ତି। ସେ କେବଳ ୫୩ ରନ କରି ଦୁନିଥ ୱେଲାଲାଗେଙ୍କ ବଳରେ ବୋଲ୍ଡ ହୋଇଛନ୍ତି। ତେବେ ଆଉଟ ହେବା ପୂର୍ବରୁ ସେ ୪୯ ବଲରେ ୭ ଚୌକା ଓ ୨ଟି ଛକା ବଳରେ ୫୩ ରନର ଇନିଂସ ଖେଳିଥିଲେ।
୫୩ ରନରେ ଅଉଟ ହୋଇଥିଲେ ହେଁ ରୋହିତ ଏବେ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ଦିନିକିଆରେ ଏକମାତ୍ର ବ୍ୟାଟର ଭାବେ ୩ ଥର ଦ୍ୱିଶତକ ହାସଲ କରିଥିବା ରୋହିତ ୬ଷ୍ଠ ଭାରତୀୟ ଓ ବିଶ୍ୱର ୧୫ତମ ଖେଳାଳି ଭାବେ ୫୦ ଓଭର ବିଶିଷ୍ଟ ମ୍ୟାଚ୍ରେ ୧୦ ହଜାର ରନ ପୂରଣ କରିଛନ୍ତି।
ରୋହିତ ବିଶ୍ୱର ଦ୍ୱିତୀୟ ଦ୍ରୁତତମ ବ୍ୟାଟର ଭାବେ ୧୦ ହଜାର ରନ କ୍ଲବରେ ନିଜ ନାଁକୁ ସାମିଲ କରିଛନ୍ତି। ଏପରି କରି ସେ ସଚିନ ତେନ୍ଦୁଲକର, ରିକି ପଣ୍ଟିଂ, ସୌରଭ ଗାଙ୍ଗୁଲି, ବ୍ରାଏନ ଲାରା, କ୍ରିସ ଗେଲ, ମହେନ୍ଦ୍ର ସିଂହ ଧୋନି ଓ ରାହୁଲ ଡ୍ରାଭିଡଙ୍କୁ ପଛରେ ପକାଇ ଦେଇଛନ୍ତି।
ରୋହିତଙ୍କ ଉପରେ କେବଳ ବିରାଟ କୋହଲି ରହିଛନ୍ତି। ବିରାଟ ୨୦୫ଟି ଇନିଂସରେ ୧୦ ହଜାର ରନ ପୂରଣ କରିଥିବା ବେଳେ ରୋହିତ ୨୪୧ତମ ଇନିଂସରେ ଏହି କୀର୍ତ୍ତମାନ ହାସଲ କରିଛନ୍ତି।
୧୦ ହଜାର ରନ କରିବାକୁ ରୋହିତ ଶର୍ମା କିମ୍ବଦନ୍ତୀ କ୍ରିକେଟର ସଚିନଙ୍କ ତୁଳନାରେ ୧୮ଟି, ଗାଙ୍ଗୁଲିଙ୍କ ତୁଳନାରେ ୨୨ଟି, ପଣ୍ଟିଂଙ୍କ ତୁଳନାରେ ୨୫ଟି ଓ ଧୋନିଙ୍କ ତୁଳନାରେ ୩୨ଟି ଇନିଂସ କମ ଖେଳିଛନ୍ତି।
ଆଜି ଶ୍ରୀଲଙ୍କା ବିପକ୍ଷ ଏସିଆ କପ ସୁପର ୪ ମୁକାବିଲାରେ ୬କା ମାରି ରୋହିତ ନୂଆ ରେକର୍ଡ କରିଛନ୍ତି। ଏସିଆ କପରେ ସର୍ବାଧିକ ଛକା ମାରିବା ରେକର୍ଡ ରୋହିତଙ୍କ ନାଁରେ ଯୋଡ଼ି ହୋଇ ଯାଇଛି। ପୂର୍ବରୁ ଶାହିଦ ଆଫ୍ରିଦିଙ୍କ ନାଁରେ ଏହି ରେକର୍ଡ ଥିଲା।
କିନ୍ତୁ ରୋହିତଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଶ୍ରୀଲଙ୍କାର ବାମହାତୀ ସ୍ପିନର ଦୁନିଥ୍ ୱେଲାଲାଗେ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ସେ ଏଯାଏ ୩ ଓଭର ବୋଲିଂ କରିଥିବା ବେଳେ ୩ଟି ୱିକେଟ ଦଖଲ କରି ଭାରତର ରନ ସଂଗ୍ରହ ହାରରେ ରୋକ ଲଗାଇ ଦେଇଛନ୍ତି।
ଭାରତ ପାଇଁ ରୋହିତ ଓ ଗିଲ ଭଲ ଆରମ୍ଭ କରିଥିଲେ। ପ୍ରଥମ ୱିକେଟ ପାଇଁ ଦୁହେଁ ୮୦ ରନ ମଧ୍ୟ ଯୋଡ଼ିଥିଲେ। କିନ୍ତୁ ୱେଲାଲାଗେ ବୋଲିଂ କରିବାକୁ ଆସିବା କ୍ଷଣି ସବୁ କିଛି ଓଲଟ ପାଲଟ ହୋଇ ଯାଇଛି। ସେ ୩ ଓଭରରେ ୪ ରନ ଦେଇ ୩ ୱିକେଟ ଝଡ଼ାଇ ଦେଇଛନ୍ତି। ରୋହିତ ଶର୍ମା ମଧ୍ୟ ୫୩ ରନ କରି ପ୍ୟାଭିଲିୟନ ଫେରିଛନ୍ତି।
ସୋମବାର ପାକିସ୍ତାନ ବିପକ୍ଷ ମ୍ୟାଚ୍ ଶେଷ ହୋଇଥିବା ବେଳେ ଆଜି ଭାରତୀୟ ଟିମ ଏସିଆ କପ ସୁପର ୪ରେ ଶ୍ରୀଲଙ୍କା ବିପକ୍ଷରେ ଲଢ଼େଇ କରୁଛି। ବିନା ବିଶ୍ରାମରେ ମୈଦାନକୁ ଓହ୍ଲାଇଥିବା ଟିମ ଇଣ୍ଡିଆ ତା’ର ଇନିଂସ ଠିକଠାକ ଆରମ୍ଭ କରିଥିଲା।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପାଇଁ ଅଧିନାୟକ ରୋହିତ ଓ ଶୁବମନ ଗିଲ୍ ଭଲ ଷ୍ଟାର୍ଟ ଦେଇଥିଲେ। ଅବଶ୍ୟ ଗିଲ୍ ଦଳୀୟ ସ୍କୋର ୮୦ ଥିବା ବେଳେ ବ୍ୟକ୍ତିଗତ ୧୯ ରନ କରି ଆଉଟ ହୋଇଥିଲେ। ବିରାଟ କୋହଲି ବି ଫେଲ ମାରିଛନ୍ତି। ସେ ପାକିସ୍ତାନ ବିପକ୍ଷରେ ୧୧୨ ରନର ଅପାରଜିତ ଇନିଂସ ଖେଳିଥିଲେ। କିନ୍ତୁ ଆଜି ସେ ୩ ରନ କରି ଦୁନିତ ୱେଲ୍ଲାଲାଗେଙ୍କ ବଲରେ ଆଉ ହୋଇ ଯାଇଛନ୍ତି।
୯୦ ରନରେ ଭାରତ ଦ୍ୱିତୀୟ ୱିକେଟ ହରାଇଥିଲା। ଏହାର ୧ ରନ ପରେ ରୋହିତ ୫୩ ରନ କରି ୱେଲାଲାଗେଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ। କିନ୍ତୁ ଏହା ପୂର୍ବରୁ ସେ ୭ଟି ଚୌକା ଓ ୨ଟି ଛକା ବଳରେ ୫୩ ରନର ଇନିଂସ ଖେଳିଥିଲେ।
ସେ ଚଳିତ ଏସିଆ କପରେ ହ୍ୟାଟ୍ରିକ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏଥିସହ ଦିନିକିଆ କ୍ରିକେଟରେ ସେ ବ୍ୟକ୍ତିଗତ ଭାବେ ୧୦ ହଜାର ରନ ପୂରଣ କରିଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୨୩ ରନ କରିବା କ୍ଷଣି ୧୦ ହଜାର କ୍ଲରେ ପ୍ରବେଶ କରିଥିଲେ। ରୋହିତ ୨୪୧ ଇନିଂସରେ ୧୦ ହଜାର ରନ ପୂରଣ କରିଥିବା ବେଳେ ତାଙ୍କ ଉପରେ ବିରାଟ କୋହଲି ରହିଛନ୍ତି। ବିରାଟ ୨୦୫ଟି ଇନିଂସରେ ତାଙ୍କ ଦିନିକିଆ କ୍ୟାରିୟର୍ରେ ୧୦ ହଜାର ରନ ପୂରଣ କରିଥିଲେ। ତୃତୀୟ ସ୍ଥାନରେ ୨୬୭ ଇନିଂସ ସହ ସଚିନ ତେନ୍ଦୁଲକର ରହିଛି।
ଆଜିର ମ୍ୟାଚ୍ କଥା ବିଚାରକୁ ନେଲେ ରୋହିତ ଆରମ୍ଭରୁ ହିଁ ଆଟାକିଂ ଶଟ ସବୁ ଖେଳି ଚାଲିଥିଲେ। ପଥିରାଣାଙ୍କ ଠାରୁ ଆରମ୍ଭ କରି ଦସୁନ ଶଣକା ଓ ତିକଶାନା କେହି ବି ରୋହିତଙ୍କୁ ଅଡ଼ୁଆରେ ପକାଇ ପାରି ନଥିଲେ।
ଶେଷରେ ସେ ପଥିରାଣାଙ୍କୁ ଦମଦାର ଚୌକା ମାରି ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହା ରୋହିତଙ୍କ ଦିନିକିଆ କ୍ୟାରିୟର୍ରେ ୫୨ତମ ଅର୍ଦ୍ଧଶତକ। ସେହିପରି ସେ ଏସିଆ କପରେ କ୍ରମାଗତ ତୃତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି।
ପ୍ରଥମେ ରୋହିତ ନେପାଳ ବିପକ୍ଷରେ ଅପରାଜିତ ୭୪ ରନ କରିଥିଲେ। ସେହିପରି ପାକିସ୍ତାନ ବିପକ୍ଷରେ ୫୬ ରନର ଇନିଂସ ଖେଳିଥିଲେ। ରିପୋର୍ଟ ଲେଖା ହେବା ବେଳକୁ ଭାରତ ୧୮ ଓଭରରେ ୩ଟି ୱିକେଟ ହରାଇ ୧୦୩ ରନ କରିଛି। କେଏଲ ରାହୁଲ ଓ ସହ ଈଶାନ କିଶନ ବ୍ୟାଟିଂ କରୁଛନ୍ତି।
ଶଦାବ ବୋଲିଂ କରିବାକୁ ଆସିବା ପୂର୍ବରୁ ରୋହିତ ୪୧ ବଲରେ ୪୪ ରନ କରି ଅପରାଜିତ ରହିଥିଲେ। କିନ୍ତୁ ୧୫ତମ ଓଭରର ପ୍ରଥମ ବଲରେ ସେ ଛକା ମାରି ନିଜର ୫୦ ରନ ପୂରଣ କରିଥିଲେ। ଏହାପରେ ସେ ପୁଣି ଚୌକା ମାରିଥିଲେ। ଶଦାବଙ୍କ ପ୍ରଥମ ଓଭରରେ ମଧ୍ୟ ରୋହିତ ୨ଟି ଛକା ଓ ଗୋଟିଏ ଚୌକା ମାରିଥିଲେ।
୪୯ ବଲର ସମ୍ମୁଖୀନ ହୋଇଥିବା ରୋହିତ ୫୬ ରନ କରି ଆଉଟ ହୋଇଛନ୍ତି। ସେ ତାଙ୍କ ଇନିଂସରେ ୪ଟି ଛକା ଓ ୬ଟି ଚୌକା ମାରିଛନ୍ତି। ଏହାର ଅର୍ଥ ସେ ୫୬ ରନରୁ ୪୮ ରନ କେବଳ ବାଉଣ୍ଡରୀରୁ ହାସଲ କରିଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହା ରୋହିତଙ୍କ ୫୦ତମ ଦିନିକିଆ ଅର୍ଦ୍ଧଶତକ। ସେ ଏହାକୁ ବେଶ ସ୍ମରଣୀୟ ଓ ଦମଦାର ଷ୍ଟାଇଲରେ ହାସଲ କରିଛନ୍ତି। ପାକିସ୍ତାନ ବିପକ୍ଷରେ ସେ ନିଜର ୫୦ତମ ଦିନିକିଆ ଅର୍ଦ୍ଧଶତକ ହାସଲ କରିବା ଗୋଟିଏ ବଡ଼ ଉପଲବ୍ଧି ଭାବେ ବିବେଚିତ ହୋଇଛି। ତେବେ ସେ ପୁଣି ସେହି ଶଦାବ ଖାନଙ୍କୁ ଛକା ମାରିବାକୁ ଚେଷ୍ଟା କରି ଆଉଟ ହୋଇଯାଇଛନ୍ତି। ରୋହିତ ୪୯ ବଲରେ ୫୬ ରନ କରି ପ୍ୟାଭିଲିୟନ ଫେରିଛନ୍ତି।
ରୋହିତ ଶର୍ମାଙ୍କ ପୂର୍ବରୁ ଗିଲ୍ ୩୭ ବଲରୁ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ପାକିସ୍ତାନ ବିପକ୍ଷରେ ତାଙ୍କର ପ୍ରଥମ ଅର୍ଦ୍ଧଶତକ। ରିପୋର୍ଟ ଲେଖା ହେବା ବେଳକୁ ଭାରତ ୧୬.୪ ଓଭରରେ ଗୋଟିଏ ୱିକେଟ ହରାଇ କୌଣସି ୱିକେଟ ହରାଇ ୧୨୧ ରନ କରିଛି। ଗିଲ୍ (୫୫) ଓ ବିରାଟ କୋହଲି ବ୍ୟାଟିଂ କରୁଛନ୍ତି।
ଇତି ମଧ୍ୟରେ ଗିଲ୍ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରି ନେଇଛନ୍ତି। ସେ ୩୭ ବଲରେ ସମ୍ମୁଖୀନ ହୋଇ ଚଳିତ ଏସିଆ କପରେ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ପାକିସ୍ତାନ ବିପକ୍ଷରେ ଏହା ତାଙ୍କର ପ୍ରଥମ ଅର୍ଦ୍ଧଶତକ।
ମ୍ୟାଚ୍ କଥା ବିଚାରକୁ ନେଲେ ପ୍ରଥମ ଓଭରରେ ଶାହୀନ ଶାହ ଆଫ୍ରିଦିଙ୍କୁ ଛକା ମାରି ରୋହିତ ଶର୍ମା ନିଜର ରନ ଖାତା ଖୋଲିଥିଲେ। ଏହାପରେ ଗିଲ୍ ଦମଦାର ବ୍ୟାଟିଂ କରି ଆଫ୍ରିଦିଙ୍କ ଠାରୁ ଆରମ୍ଭ କରି ନଶମୀ ଶାହ ଓ ଫୈମ ଅଶରଫଙ୍କୁ ଚୌକା ପରେ ଚୌକା ମାରି ଚାଲିଥିଲେ। ଏଥିସହ ସେ ସ୍ପିନର ଶଦାବ ଖାନଙ୍କୁ ସିଙ୍ଗଲ ନେଇ ପାକିସ୍ତାନ ବିପକ୍ଷରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଗିଲ୍ ୪୩ ବଲରେ ୫୨ ଓ ରୋହିତ ଶର୍ମା ୪୧ ବଲରେ ୪୪ ରନ କରି ଅପରାଜିତ ରହିଛନ୍ତି।
ତେବେ ରୋହିତ ଶର୍ମା ଛକାରୁ ନିଜର ରନ ଖାତା ଖୋଲିଥିଲେ ମଧ୍ୟ ନଶୀମ ଶାହଙ୍କୁ ଖେଳିବାରେ ସାମାନ୍ୟ ଅସଫଳ ହୋଇଥିଲେ। ଶସୀମ ତାଙ୍କୁ ବିଟ୍ କରି କ୍ରମାଗତ ଦୁଇ ଓଭର ମେଡେନ ନେଇଥିଲେ। କିନ୍ତୁ ଗିଲ୍ ସୁଯୋଗ ପାଇବା ମାତ୍ରେ ତାଙ୍କୁ ଚୌକା ମାରିଥିଲେ। ରୋହିତ ଶର୍ମା ମଧ୍ୟ ଆଉ କୌଣସି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ନଥିଲେ। ସେ ମଧ୍ୟ ହାରିସ ରୌଫଙ୍କୁ ଚୌକା ପରେ ଚୌକା ମାରି ଚାଲିଥିଲେ।
ରିପୋର୍ଟ ଲେଖା ହେବା ବେଳକୁ ଭାରତ ୧୪ ଓଭରରେ ବିନା କୌଣସି ୱିକେଟ ହରାଇ ୧୦୩ ରନ କରି ନେଇଛି। ଏବେ ବି ରୋହିତ ଶର୍ମା ଓ ଗିଲ୍ ବ୍ୟାଟିଂ ଜାରି ରଖିଛନ୍ତି।
ଗତକାଲି ପୋର୍ଟ ଅଫ୍ ସ୍ପେନ୍ରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ରୋହିତ ୧୦ ରନ୍ ଅତିକ୍ରମ କରିବା ସହିତ ଜୟବର୍ଦ୍ଧନେଙ୍କ ରେକର୍ଡ ଭାଙ୍ଗି ଥିଲେ। ଗତକାଲି ମ୍ୟାଚ୍ରେ ରୋହିତ ୫୭ ରନ୍ କରି ଆଉଟ୍ ହୋଇଥିଲେ।
ଟେଷ୍ଟ କ୍ରିକେଟର ଗତ ୩୦ଟି ଇନିଂସରେ ୧୨, ୧୬୧, ୨୬, ୬୬, ୨୫ (ନଟ୍ଆଉଟ୍), ୪୯, ୩୪, ୩୦, ୩୬, ୧୨ (ନଟ୍ଆଉଟ୍), ୮୩, ୨୧, ୧୯, ୫୯, ୧୧, ୧୨୭, ୨୯, ୧୫, ୪୬, ୧୨୦, ୩୨, ୩୧, ୧୨, ୧୨, ୩୫,୧୫,୪୩,୧୦୩,୮୦ ଓ ୫୭।
ଚଳିତ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦୁଇଟି ଯାକ ଇନିଂସରେ ରୋହିତ ଅର୍ଦ୍ଧଶତକ (୮୦ ଓ ୫୭) ହାସଲ କରିଛନ୍ତି। ପ୍ରଥମ ଟେଷ୍ଟରେ ସେ ଶତକ ମଧ୍ୟ ମାରିଥିଲେ।
ଏହି ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଟିମ ଇଣ୍ଡିଆ ପ୍ରଥମ ସେସନ୍ସ ସୁଦ୍ଧା କୌଣସି ୱିକେଟ ନ ହରାଇ ୧୨୧ ରନ କରି ନେଇଛି। ଅଧିନାୟକ ରୋହିତ ଶର୍ମା ଓ ପ୍ରଥମ ମ୍ୟାଚ୍ର ହିରୋ ଯଶସ୍ୱୀ ଜୈସୱାଲ ଅର୍ଦ୍ଧଶତକ ହାସଲ କରିଛନ୍ତି।
ଲଞ୍ଚ ସୁଦ୍ଧା ରୋହିତ ୧୦୨ ବଲରେ ୬୩ ଓ ଯଶସ୍ୱୀ ୫୬ ବଲରେ ୫୨ ରନ କରି ଅପରାଜିତ ରହିଛନ୍ତି। ରୋହିତ ତାଙ୍କ ଇନିଂସରେ ଏଯାଏ ୬ଟି ଚୌକା ଓ ୨ଟି ଛକା ମାରିଛନ୍ତି। ସେହିପରି ଯଶସ୍ୱୀ ୮ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି।
ଦୁଇ ବ୍ୟାଟର ବେଶ ଚମତ୍କାର ଢଙ୍ଗରେ ଖେଳିବା ସହ ଭାରତ ପ୍ରଥମ ସେସନ୍ସରେ ୱିଷ୍ଟେଇଣ୍ଡିଜକୁ ବିପର୍ଯ୍ୟୟ ସୃଷ୍ଟି କରିବାର କୌଣସି ସୁଯୋଗ ଦେଇନାହାନ୍ତି। ଇଣ୍ଡିଜ ବୋଲରମାନେ ମୋଟ ୨୬ ଓଭର ବୋଲିଂ କରିଥିବା ବେଳେ ଦୁଇ ବ୍ୟାଟର ୪.୬୫ ହାରରେ ରନ ସଂଗ୍ରହ କରି ଦଳୀୟ ସ୍କୋରକୁ ବିନା କୌଣସି କ୍ଷତିରେ ୧୨୧ରେ ପହଞ୍ଚାଇ ଦେଇଛନ୍ତି।
ଭାରତ ଓ ଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ଏହି ୧୦୦ତମ ଟେଷ୍ଟରେ ଟିମ ଇଣ୍ଡିଆ ପାଇଁ ଦ୍ରୁତ ବୋଲର ମୁକେଶ କୁମାର ଡେବ୍ୟୁ କରିଛନ୍ତି। ସେ ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ଆଜି ସୁଯୋଗ ପାଇଛନ୍ତି। ଭାରତ ଓ ୱେଷ୍ଟଇଣ୍ଡିଜ ଦୀର୍ଘ ୭୪ ବର୍ଷ ତଳେ ପ୍ରଥମଥର ପାଇଁ ପରସ୍ପରକୁ ଟେଷ୍ଟ କ୍ରିକେଟରେ ଭେଟିଥିଲେ। ଏବେ ଦୁଇ ଦଳ ପରସ୍ପର ମଧ୍ୟରେ ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି।
ବିରାଟ କୋହଲି ମଧ୍ୟ ଆଜି ନିଜର ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଛନ୍ତି। ଏହା ବିରାଟଙ୍କ ୧୧୧ତମ ଟେଷ୍ଟ ମ୍ୟାଚ୍। ବିରାଟଙ୍କ ଏହି ସ୍ମରଣୀୟ ମ୍ୟାଚ୍ରେ ମୁକେଶ କୁମାର ଡେବ୍ୟୁ କରିଛନ୍ତି। ବିହାରରେ ଜନ୍ମିତ ମୁକେଶ କୁମାର ବେଙ୍ଗଲ ପଟୁ ରଣଜୀ ମ୍ୟାଚ୍ ଖେଳନ୍ତି।
ମ୍ୟାଚ୍ ସୂଚୀ ଅନୁସାରେ ଅଗଷ୍ଟ ୩୦ରୁ ଏସିଆ କପ ଆରମ୍ଭ ହେବ। ପାକିସ୍ତାନର ମୁଲତାନରେ ଖେଳା ଯିବାକୁ ଥିବା ଉଦଘାଟନୀ ମ୍ୟାଚ୍ରେ ଘରୋଇ ଦଳ ନେପାଳକୁ ଭେଟିବ।
ସେହିପରି ଏସିଆ କପର ସବୁଠାରୁ ବଡ଼ ମ୍ୟାଚ ସେପ୍ଟେମ୍ବର ୨ରେ ଖେଳାଯିବ। ଏହି ମ୍ୟାଚ୍ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍ଟି ବିସିସିଆଇର ଦାବି ଅନୁଯାୟୀ ଶ୍ରୀଲଙ୍କାର କ୍ୟାଣ୍ଡୀରେ ଖେଳାଯିବ।
ଅଗଷ୍ଟ ୩୧ରେ ବାଂଲାଦେଶ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ। ସେହିପରି ଭାରତ ଗ୍ରୁପ୍ ପର୍ଯ୍ୟାୟରେ ତା’ର ଦ୍ୱିତୀୟ ମ୍ୟାଚ୍ ନେପାଳ ସହ ସେପ୍ଟେମ୍ବର ୪ରେ ଖେଳିବ।
ସେପ୍ଟେମ୍ବର ୩ରେ ବାଂଲାଦେଶ ଓ ଆଫଗାନିସ୍ତାନ ଲାହୋର ଷ୍ଟାଡିୟମରେ ପରସ୍ପରକୁ ଭେଟିବେ। ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍ ବି ପାକିସ୍ତାନରେ ଖେଳାଯିବ। ଏହି ମ୍ୟାଚ୍ଟି ଆଫଗାନିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବ।
ଗ୍ରୁପ୍ ପର୍ଯ୍ୟାୟର ପରେ ସୁପର ୪ ମୁକାବିଲା ସେପ୍ଟେମ୍ବର ୬ରୁ ଆରମ୍ଭ ହେବ। ଗ୍ରୁପ୍ ପର୍ଯ୍ୟାୟର ଶ୍ରେଷ୍ଠ ୪ ଦଳ ସୁପର ୪ ମ୍ୟାଚ୍କୁ ଯିବେ। ସେଠାରେ ପରସ୍ପର ସହ ଗୋଟିଏ ଲେଖାଏ ମ୍ୟାଚ୍ ଖେଳିବ। ଶେଷରେ ଟପ୍ ୨ଟି ଦଳ ସେପ୍ଟେମ୍ବର ୧୭ରେ ଫାଇନାଲ ମ୍ୟାଚ ଖେଳିବେ। ଫାଇନାଲ ମ୍ୟାଚ୍ଟି ମଧ୍ୟ ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ହେବ।
ଗତବର୍ଷ ଏସିଆ କପ ଟି-୨୦ ଫର୍ମାଟରେ ଖେଳାଯାଇଥିଲା। ଶ୍ରୀଲଙ୍କା ଫାଇନାଲ ମ୍ୟାଚ୍ରେ ପାକିସ୍ତାନକୁ ହରାଇ ଚାମ୍ପିୟନ ହୋଇଥିଲା। ଏଥର କିନ୍ତୁ ଏସିଆ କପ୍ ୫୦ ଓଭର ଫର୍ମାଟରେ ଖେଳାଯିବ।
ପାକିସ୍ତାନ ଏହାର ଆୟୋଜନ ଦାୟିତ୍ୱ ପାଇଥିଲେ ହେଁ ଭାରତ ଇସଲାମାବାଦ ଯିବାକୁ ମନା କରିଥିଲା। ଶେଷରେ ଭାରତର ମ୍ୟାଚ୍ ଗୁଡ଼ିକ ଶ୍ରୀଲଙ୍କାରେ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି।
I am happy to announce the schedule for the highly anticipated Men's ODI #AsiaCup2023, a symbol of unity and togetherness binding diverse nations together! Let's join hands in the celebration of cricketing excellence and cherish the bonds that connect us all. @ACCMedia1 pic.twitter.com/9uPgx6intP
— Jay Shah (@JayShah) July 19, 2023
ଏସିଆ କପରେ ଭାଗ ନେବାକୁ ଥିବା ୬ଟି ଦଳ ଦୁଇ ଗ୍ରୁପ୍ରେ ରହିଛନ୍ତି। ଭାରତ ଗ୍ରୁପରେ ପାକିସ୍ତାନ ଓ ନେପାଳ ରହିଛନ୍ତି। ସେହିପରି ଅନ୍ୟ ଗ୍ରୁପ୍ରେ ବାଂଲାଦେଶ, ଆଫଗାନିସ୍ତାନ ଓ ଶ୍ରୀଲଙ୍କା ଅଛନ୍ତି।
ଡୋମିନିକାରେ ଚାଲିଥିବା ଇଣ୍ଡିଆ-ଇଣ୍ଡିଜ ଦୁଇଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବୁଧବାର (୧୨ ଜୁଲାଇ)ରେ ଆରମ୍ଭ ହୋଇଥିଲା। ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଣ୍ଡିଜ ବାହିନୀ। ପ୍ରଥମ ଦିନରେ ଦେଖିବାକୁ ମିଳିଥିଲା ଭାରତୀୟ ବୋଲରଙ୍କ କମାଲ୍। ରବିଚନ୍ଦ୍ରନ ଅଶ୍ୱିନୀ ଏବଂ ରବୀନ୍ଦ୍ର ଜାଡେଜାଙ୍କ ସ୍ପିନ୍ ଇଣ୍ଡିଜ୍ ବ୍ୟାଟରଙ୍କୁ ଘାଟାରେ ପକାଇଥିଲା। ମାତ୍ର ୧୫୦ ରନ୍ କରି ଅଲଆଉଟ୍ ହୋଇଯାଇଥିଲେ ଇଣ୍ଡିଜ୍ ପ୍ଲେୟାର।
ଏହା ପରେ ପାଳି ଆରମ୍ଭ କରିଥିଲା ରୋହିତ ବାହିନୀ। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ବିନା ୱିକେଟରେ ୮୦ ରନ୍ ସଂଗ୍ରହ କରିଥିଲା ଭାରତ। ଗୁରୁବାର (ଜୁଲାଇ ୧୪) ଦ୍ୱିତୀୟ ଦିନରେ ଦେଖିବାକୁ ମିଳିଥିଲା ବ୍ୟାଟରଙ୍କ କମାଲ୍। ରୋହିତ ଏବଂ ଯଶସ୍ୱୀଙ୍କ ଭାଗିଦାରୀରେ ୨୨୯ ରନ୍ ସଂଗ୍ରହ କରିଥିଲା ଭାରତ। ୱେଷ୍ଟ ଇଣ୍ଡିଜ ବିରୋଧରେ ଏହା ଭାରତର ଯେକୌଣସି ଯୋଡ଼ି ପାଇଁ ସର୍ବାଧିକ ଭାଗିଦାରୀ। ପରେ ୧୦୩ ରନ୍ କରି ଆଲିକ୍ ଆଥାଞ୍ଜିଙ୍କ ବଲର ଶିକାର ହୋଇଥିଲେ ରୋହିତ। ପରେ ମୈଦାନକୁ ଓହ୍ଲାଇଥିଲେ ଶୁବମନ ଗିଲ୍। ମାତ୍ର ସେ ପଡ଼ିଆରେ ବେଶି ସମୟ ତିଷ୍ଠିପାରି ନଥିଲେ। ୧୧ ବଲରେ ୬ ରନ୍ କରି ଜୋମେଲ ୱାରିକାନଙ୍କ ବଲରେ କ୍ୟାଚ୍ ଦେଇ ଦେଇଥିଲେ।
ଶୁବମନଙ୍କ ପରେ ଯଶସ୍ୱୀଙ୍କ ସହ ଯୋଗଦେଇଥିଲେ ବିରାଟ କୋହଲି। ସେ ୯୬ ବଲରେ ୩୬ ରନ୍ ସଂଗ୍ରହ କରି ନଟଆଉଟ୍ ଅଛନ୍ତି। ଆଜି (ଜୁଲାଇ ୧୪) ତୃତୀୟ ଦିନର ପାଳି ଆରମ୍ଭ କରିବେ ଯଶସ୍ୱୀ ଓ ବିରାଟ। ପ୍ରଥମ ମ୍ୟାଚରେ ଭାରତ ଲମ୍ବା ସ୍କୋର୍ କରିବ ବୋଲି ଆଶା କରାଯାଉଛି।