ସୂଚନା ଅଧିକାର ଆଇନ ଅଧୀନରେ ବିଭିନ୍ନ ପଦବୀ ଖାଲି ପଡ଼ିଥିବାକୁ ନେଇ କରାଯାଇଥିବା ଏକ ଆବେଦନ ଉପରେ ବିଚାର ସମୟରେ ଏପରି କହିଛନ୍ତି ସର୍ବୋଚ୍ଚ ଅଦାଲତ। ସମାଜସେବୀ ଅଞ୍ଜଳି ଭରଦ୍ୱାଜ ଏହି ଆବେଦନ କରିଥିଲେ। ମୁଖ୍ୟ ସୂଚନା କମିଶନରେ ଅନେକ ପଦବୀ ଖାଲି ପଡ଼ିଥିବା ଦର୍ଶାଇ ସେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ।
ଏ ଉପରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ, ଜଷ୍ଟିସ ଜେ.ବି. ପାରଦୀୱାଲା ଏବଂ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଚାର କରିଥିଲେ। ଏହି ସମୟରେ ଆବେଦନକାରୀ ଅଞ୍ଜଳିଙ୍କ ଓକିଲ ପ୍ରଶାନ୍ତ ଭୂଷଣ କୋର୍ଟରେ ଉପସ୍ଥାପନ କରିଥିଲେ ଯେ, ମୁଖ୍ୟ ସୂଚନା କମିଶନ(ସିଆଇସି)ରେ ୧୧ଟି ସୂଚନା କମିଶନର ପଦବୀ ମଧ୍ୟରୁ ୭ ପଦବୀ ଖାଲି ପଡ଼ିଛି ଏବଂ ବର୍ତ୍ତମାନ ଥିବା ଏକାଧିକ ସୂଚନା କମିଶନର ନଭେମ୍ବରରେ ଅବସର ନେବେ।
ସେ କହିଛନ୍ତି ଯେ, ରାଜ୍ୟ ସ୍ତରରେ ସୂଚନା ଆୟୋଗର ଅବସ୍ଥା ଆହୁରି ଖରାପ। ଝାଡ଼ଖଣ୍ଡ ରାଜ୍ୟ ସୂଚନା ଆୟୋଗରେ ମେ ୨୦୨୦ରୁ କାର୍ଯ୍ୟ ବନ୍ଦ ରହିଛି। ତେଲେଙ୍ଗାନା ଏସଆଇସି(ଷ୍ଟେଟ୍ ଇନଫରମେସନ୍ କମିଶନର୍ସ)ରେ ସୂଚନା କମିଶନରର ସମସ୍ତ ପଦବୀ ଫେବୃଆରୀରେ ଏବଂ ଜୁଲାଇ ୨୦୨୧ରୁ ତ୍ରିପୁରାରେ ଖାଲି ପଡ଼ିଛି।
ଏସବୁ ଶୁଣିବା ପରେ ସୁପ୍ରିମକୋର୍ଟ ଖାଲିଥିବା ପଦବୀଗୁଡିକୁ ପୂରଣ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ଏବଂ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ କୁହାଯାଇଛି ଯେ, ସୂଚନା ଆୟୋଗରେ ଖାଲିଥିବା ପଦବୀ ପୂରଣ କରିବାରେ ବିଫଳ ହୋଇ ରାଜ୍ୟମାନେ ଆରଟିଆଇ ଆଇନକୁ ଏକ 'ମୃତ ଆଇନ'ରେ ପରିଣତ କରିଛନ୍ତି।
ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟିଙ୍କୁ ସୂଚନା କମିଶନର ମଞ୍ଜୁରୀପ୍ରାପ୍ତ ପଦବୀ, ଖାଲିଥିବା ପଦବୀ, ଆସନ୍ତା ବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଆଶା କରାଯାଉଥିବା ଖାଲି ପଦବୀ ଏବଂ ଆରଟିଆଇ ଅଧିନିୟମ ଅନୁଯାୟୀ ବିଚାରାଧୀନ ଥିବା ଅଭିଯୋଗ ସମ୍ବନ୍ଧରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୂଚନା ପ୍ରଦାନ କରିବାକୁ କହିଛନ୍ତି। ଏ ଉପରେ ତିନି ସପ୍ତାହ ମଧ୍ୟରେ କେନ୍ଦ୍ରକୁ ଏକ ରିପୋର୍ଟ ମାଗିଛନ୍ତି ଖଣ୍ଡପୀଠ।
ଆରଟିଆଇ ଅଧିନିୟମ ଜୁନ୍ ୧୫, ୨୦୦୫ରେ ଲାଗୁ ହୋଇଥିଲା। ଏହା ନାଗରିକଙ୍କ ପାଇଁ ସୂଚନା ଅଧିକାରର ଏକ ବ୍ୟବହାରିକ ବ୍ୟବସ୍ଥା ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା। ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ସରକାରୀ କର୍ତ୍ତୃପକ୍ଷଙ୍କୁ ନାଗରିକଙ୍କ ସହ ସୂଚନା ବାଣ୍ଟିବାକୁ ନିର୍ଦ୍ଦେଶ ଦେବାକୁ ଆରଟିଆଇ ନିୟମ ଆରମ୍ଭ ହୋଇଥିଲା।
ସୂଚନା କମିଶନର ପଦବୀ ପୂରଣ ନ ହେଲେ, ସୂଚନା ଅଧିକାର ଆଇନ ୨୦୦୫ ମୃତ ଚିଠିରେ ପରିଣତ ହୋଇଯିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାରଡିୱାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଏପରି କହିବା ସହ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶ ଜାରି କରିଛନ୍ତି।
କେଉଁ ରାଜ୍ୟରେ କେତେ ସଂଖ୍ୟକ ପଦ ଖାଲି ପଡ଼ିଛି, କେତେ ପୂରଣ ହୋଇଛି ଓ କେତେ ଆବେଦନ ପଡ଼ି ରହିଛି, ତା’ର ତଥ୍ୟ ସଂଗ୍ରହ କରିବାକୁ କାର୍ମିକ ବିଭାଗକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି।
ଝାରଖଣ୍ଡ, ତ୍ରିପୁରା ଓ ତେଲେଙ୍ଗାନା ଭଳି ରାଜ୍ୟରେ ସୂଚନା କମିଶନ ସଂପୂର୍ଣ୍ଣ ଭାବେ ସ୍ଥାଣୁ ପାଲଟି ଯାଇଥିବା ଅଭିଯୋଗ ହୋଇଥିଲା। ଏହାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଜବାବ ରଖିବା ଏବଂ ପଦବୀ ପୂରଣ କରିବା ପାଇଁ ୩ ସପ୍ତାହର ସମୟ ଦେଇଛନ୍ତି।
କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ ସୂଚନା କମିଶନରେ ଖାଲି ପଡ଼ୁଥିବା ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବାକୁ ୨୦୧୯ରେ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହାକୁ କାର୍ଯ୍ୟକାରୀ କରାଯାଉ ନଥିବା ଦାବି କରି ଆରଟିଆଇ କର୍ମୀ ଅଞ୍ଜଳୀ ଭରଦ୍ୱାଜ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଦୁଇ ବର୍ଷ ତଳେ ଦୂତି ଚାନ୍ଦ ଦେଇଥିବା ଏତଲା ଆଧାରରେ ପ୍ରଦୀପ ପ୍ରଧାନଙ୍କୁ ଗିରଫ କରାଯାଇଛି ବୋଲି ଭୁବନେଶ୍ୱର ଜୋନ୍ ୧ ଏସିପି ମାନସ ଗଡ଼ନାୟକ ସୂଚନା ଦେଇଛନ୍ତି।
ମାମଲାଟି କ’ଣ?
୨୦୨୧ରେ ଟୋକିଓ ଅଲିମ୍ପିକ୍ସରେ ଦୂତି ଚାନ୍ଦଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ତେଣୁ ତାଙ୍କୁ ସୋଶାଲ ମିଡିଆରେ ସମାଲୋଚନା କରାଯାଉଥିଲା। ସେହି ସମୟରେ ଏକ ଡିଜିଟାଲ ମିଡିଆ ମଧ୍ୟ ଦୂତିଙ୍କ ପ୍ରଦର୍ଶନକୁ ନେଇ ଖବର ପ୍ରସାରଣ କରିଥିଲା। ଏହି ଖବରକୁ ଉକ୍ତ ଡିଜିଟାଲ ମିଡିଆ ପକ୍ଷରୁ ସୋଶାଲ ମିଡିଆରେ ପୋଷ୍ଟ କରାଯିବା ପରେ ପ୍ରଦୀପ ପ୍ରଧାନ ତାକୁ ଶେଆର କରିଥିଲେ।
ଉକ୍ତ ଡିଜିଟାଲ ମିଡିଆ ଯେଉଁ ଖବର ପ୍ରସାରଣ କରିଥିଲା, ସେଥିରେ ଦୂତି ଚାନ୍ଦ ଅପମାନିତ ହୋଇଥିଲେ ତଥା ମାନସିକ ଆଘାତ ପାଇଥିଲେ ବୋଲି କହିଥିଲେ। ପରବର୍ତ୍ତୀ ସମୟରେ ସେ ଉକ୍ତ ଡିଜିଟାଲ୍ ମିଡିଆର ସଂପାଦକଙ୍କ ନାଁରେ ମାନସିକ ନିର୍ଯାତନା ଓ ବ୍ଲାକମେଲିଂ ଭଳି ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିଲେ। ସେତେବେଳେ ସେ ପ୍ରଦୀପ ପ୍ରଧାନଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଥିଲେ।
ଦୂତିଙ୍କ ଏତଲା ଆଧାରରେ ଉକ୍ତ ଡିଜିଟାଲ ମିଡିଆର ସମ୍ପାଦକଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ପ୍ରଦୀପ ପ୍ରଧାନଙ୍କୁ ଗିରଫ କରାଯାଇ ନଥିଲା। ଏହି ମାମଲାକୁ ନେଇ ପ୍ରଦୀପ ପ୍ରଧାନ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ତେବେ ହାଇକୋର୍ଟ ଜାମିନ ଦେଇ ନଥିଲେ। ତଳ କୋର୍ଟକୁ ଯାଇ ବିଚାର ପ୍ରକ୍ରିୟାରେ ସାମିଲ ହେବାକୁ ହାଇକୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଯାହା ସୂଚନା ମିଳିଛି, ତା’ ମଧ୍ୟରେ ଦୂତି ଚାନ୍ଦ ମାମଲାଟିକୁ ଉଠାଇ ନେଇଥିଲେ। ତେବେ ପରବର୍ତ୍ତୀ ସମୟରେ ପ୍ରଦୀପ ପ୍ରଧାନଙ୍କୁ କାହିଁକି ଗିରଫ କରାଯାଉ ନାହିଁ କହି ଗତ ଅଗଷ୍ଟ ମାସରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ପରେ ହାଇକୋର୍ଟ ପୁଲିସ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଗତ ଅଗଷ୍ଟ ମାସରୁ ଚୁପ୍ ବସିଥିଲା ପୁଲିସ୍।
ରାଜ୍ୟ ସରକାରଙ୍କ ଦୁର୍ନୀତି ସମ୍ପର୍କରେ ଅନେକ ସମୟରେ ସାମ୍ବାଦିକ ସମ୍ମିଳନୀ ଡାକି ବିଭିନ୍ନ ତଥ୍ୟ ରଖନ୍ତି ପ୍ରଦୀପ ପ୍ରଧାନ। ଗତକାଲି ମଧ୍ୟ ସେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ସେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ବିରୋଧରେ କିଛି ତଥ୍ୟ ରଖିଥିଲେ। ଆଉ ତା’ପରେ ଆଜି ତାଙ୍କୁ ଗିରଫ କରାଯାଇଛି। ତେଣୁ ଆକ୍ରୋଶମୂଳକ ଭାବେ ତାଙ୍କୁ ଗିରଫ କରାଯାଇଛି ବୋଲି କୁହାଯାଉଛି।
ସୂଚନା ଅଧିକାର କର୍ମୀମାନେ ପ୍ରଶ୍ନ କରିଛନ୍ତି ଯେ ଯଦି ହାଇକୋର୍ଟ ପୁଲିସ୍କୁ ପ୍ରଦୀପ ପ୍ରଧାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ, ତା’ହେଲେ ପୁଲିସ୍ ଗତ ଦୁଇ ମାସ ହେଲାଣି କ’ଣ କରୁଥିଲା? କାହିଁକି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଥିଲା? ଯେହେତୁ ପ୍ରଦୀପ ପ୍ରଧାନ ବାରମ୍ବାର ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କର ଗୋଟିଏ ପରେ ଗୋଟିଏ ଗୁମର ଖୋଲି ଚାଲିଛନ୍ତି, ତେଣୁ ତାଙ୍କ ପାଟି ବନ୍ଦ କରିବା ପାଇଁ ଓ ଲୋକଙ୍କୁ ଭୟଭୀତ କରିବା ପାଇଁ ତାଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ଅଧିକାର କର୍ମୀମାନେ ଅଭିଯୋଗ କରିଛନ୍ତି।
ଏସ୍ଟିଏଫ୍ରୁ ମିଳିଥିବା ସୂଚନା ଅନୁଯାୟୀ, କିଶୋର କୁମାର ମିଶ୍ର ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରିଛନ୍ତି। ଇଂରାଜୀ ଭାଷାରେ ମଧ୍ୟ ତାଙ୍କର ବେଶ୍ ଦଖଲ ରହିଛି। ସେ ବ୍ରହ୍ମପୁରର ଲୋକ। କିନ୍ତୁ ଅନେକ ବର୍ଷ ହେଲାଣି ସେ କୋରାପୁଟରେ ରହୁଛନ୍ତି।
କିଶୋର ନିଜକୁ ଆରଟିଆଇ କର୍ମୀ କହି ଲୋକଙ୍କୁ ଡରାଇ ଟଙ୍କା ଆଦାୟ କରୁଥିଲେ। ସେହିଭଳି ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ତାଙ୍କର ଭଲ ସଂପର୍କ ଅଛି କହି କାମ କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ଲୋକଙ୍କଠାରୁ ଟଙ୍କା ନେଉଥିଲେ। କ୍ରସର ଲାଇସେନ୍ସ ଓ ମଦ ଦୋକାନ ଲାଇସେନ୍ସ କରାଇ ଦେବାକୁ କହି ସେ ଟଙ୍କା ଲୁଟୁ ଥିଲେ। ଏମିତିକି ସରକାରୀ ଚାକିରିଆଙ୍କୁ ମଧ୍ୟ ସେ ଭକୁଆ ବନାଇଥିଲେ। ମନ ମୁତାବକ ସ୍ଥାନକୁ ବଦଳି କରାଇ ଦେବାକୁ କହି ସେ ଟଙ୍କା ନେଇ ଠକି ଦେଉଥିଲେ।
ଦୁଇ-ତିନି ବର୍ଷ ହେଲାଣି ସେ ଲୋକଙ୍କୁ ଏଭଳି ଢଙ୍ଗରେ ଠକି ଟଙ୍କା ଆଦାୟ କରୁଥିଲେ। ଏହି ଦୁଇ-ତିନି ବର୍ଷରେ ତାଙ୍କ ଆକାଉଣ୍ଟରେ ୨ କୋଟିରୁ ଅଧିକ ଟଙ୍କା ଜମା ହୋଇଥିବା ଏସ୍ଟିଏଫ୍ ଜାଣିବାକୁ ପାଇଛି। ସେଥିରୁ ଅଧିକାଂଶ ନଗଦ ଟଙ୍କା ଜମା କରାଯାଇଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ କିଶୋର ଏକ ବଡ଼ ଠକେଇ ଗ୍ରୁପର ସଦସ୍ୟ। ଏନେଇ ଅଧିକ ତଦନ୍ତ ଜାରି ରହିଛି।
ମୃତକ ହେଲେ ୭୦ ବର୍ଷୀୟ ନାଲା ରାମକୃଷ୍ଣନୈ । ସେ ପୂର୍ବରୁ ଜଣେ ମଣ୍ଡଳ ପରିଷଦ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ତାଙ୍କୁ ହତ୍ୟା ଅଭିଯୋଗରେ ପୁଲିସ୍ ଜି. ଅନଜାୟୈଙ୍କୁ ଗିରଫ କରିଥିବା ବେଳେ ସେ ଶାସକ ଦଳ BRSର ସଦସ୍ୟ ଥିବା ଜଣାଯାଇଛି। ଜି. ଅନଜାୟୈଙ୍କ ପତ୍ନୀ ଜଣେ ଜିଲ୍ଲା ପରିଷଦ ସଦସ୍ୟା ଅଛନ୍ତି।
ପୋଚନାପେଟ ଗାଁର ଏକ ସରକାରୀ ଜମିକୁ ଜି. ଅନଜାୟୈ ଜବରଦସ୍ତି ମାଡ଼ି ବସିଥିବା ବେଳେ ଏହାକୁ ନାଲା ରାମକୃଷ୍ଣନୈ ବିରୋଧ କରୁଥିଲେ। ଏପରିକି ଏହା ଉପରେ ରୋକ ଲଗାଇବାକୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଥିଲା।
ଫଳରେ ନାଲା ରାମକୃଷ୍ଣନୈଙ୍କୁ ରାସ୍ତାରୁ ହଟାଇବାକୁ ଜି. ଅନଜାୟୈ ସୁପାରୀ କିଲର୍ ତିରୁପତିଙ୍କୁ ଯୋଗାଯୋଗ କରିଥିଲେ। ଏଥିନିମନ୍ତେ ୮ ଲକ୍ଷରେ ଡିଲ୍ ଫାଇନାଲ୍ ହୋଇଥିବା ବେଳେ ୫୦ ହଜାର ଅଗ୍ରୀମ ଦିଆଯାଇଥିଲା।
ଗତ ୧୫ ତାରିଖରେ ସୁପାରୀ କିଲର୍ମାନେ ନାଲା ରାମକୃଷ୍ଣନୈଙ୍କୁ ଅପହରଣ କରି ନେଇଥିଲେ। ସେମାନେ ତଣ୍ଟି ଚିପି ରାମକୃଷ୍ଣନୈଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଏକ ପାଣି ଭର୍ତ୍ତି କ୍ୱାରୀରେ ଫୋପାଡ଼ି ଦେଇଥିଲେ।
ରାମକୃଷ୍ଣନୈ ଘରକୁ ନ ଫେରିବାରୁ ତାଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲା। ପୁଲିସ୍ ଏକ ନିଖୋଜ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଥିଲା। ଏହାପରେ ଉକ୍ତ କ୍ୱାରୀରୁ ଗତ ରବିବାର ରାମକୃଷ୍ଣନୈଙ୍କ ଗଳିତ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାରେ ପୁଲିସ୍ ଜି. ଅନଜାୟୈ ଓ ତାଙ୍କର ୨ ସହଯୋଗୀଙ୍କୁ ଗିରଫ କରିଛି।
ଏଥିପାଇଁ ମୁମ୍ବାଇ ପୁଲିସ୍ ବିବାଦୀୟ ପୋଷ୍ଟ କରିଥିବା ସୂଚନାଧିକାର କର୍ମୀଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଆରଟିଆଇ କର୍ମୀ ଜଣଙ୍କ ହେଲେ ଗୁଲାମ କାଜି।
ସେ ବିବାଦୀୟ ପୋଷ୍ଟ କରିଥିବାରୁ ତାଙ୍କ ନାଁରେ ଆଇପିସିର ଧାରା ୫୦୯, ୫୦୦, ୫୦୬(୨) ଓ ୫୦୪ରେ ମାମଲା ରୁଜୁ କରାଯାଇଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଛି।
ସାକିନାକା ପୁଲିସ୍ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ଜଣଙ୍କ ପ୍ରଧାନମନ୍ତ୍ରୀ ଓ ଅନ୍ୟମାନଙ୍କ ବିରୋଧରେ ଅତ୍ୟନ୍ତ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ସେହିପରି ସେମାନଙ୍କୁ ଧମକ ମଧ୍ୟ ଦେଇଥିଲେ। ଏଥିପାଇଁ ତାଙ୍କୁ ଗିରଫ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଛି।
ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକରୁ। ମାହାଙ୍ଗା ଥାନା ଉସୁମା ଗ୍ରାମର ପ୍ରଦ୍ୟୁମ୍ନ ଜେନା ମାହାଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କୁ ସୂଚନା ଅଧିକାର ଆଇନ୍ ଅନ୍ତର୍ଗତ କିଛି ସୂଚନା ମାଗିଥିଲେ। ତେବେ ସୂଚନା ଦେବା ପୂର୍ବରୁ ତାଙ୍କୁ ଅଫିସ ଭିତରକୁ ଡାକି ଧମକ ଦେଇଛନ୍ତି ବିଇଓ। ଯାହାର ଭିଡିଓ ନିଜ ସିକ୍ରେଟ ମୋବାଇଲ କ୍ୟାମେରାରେ ଉତ୍ତୋଳନ କରିଛନ୍ତି ପ୍ରଦ୍ୟୁମ୍ନ।
ଭିଡିଓରୁ ଜଣାପଡ଼ୁଛି ଯେ, ନିଜର ଚରିତ୍ର ନିଜ ମୁହଁରେ ବଖାଣିବାକୁ ଯାଇ ବିଇଓ କହୁଛନ୍ତି- ସେ ପିସି ନିଅନ୍ତି ନାହିଁ ଓ ଶୁଖିଲା। ମହାଙ୍ଗାକୁ କିମ୍ବା ଏଠାକୁ ଭଲ ଅଫିସ୍ର ଆସନ୍ତିନି, ଦୁର୍ନୀତି କରୁଥିବା ଲୋକ ଆସନ୍ତି।
ପ୍ରଦ୍ୟୁମ୍ନକୁ ଡରାଇବାକୁ ଯାଇ ବିଇଓ କହୁଛନ୍ତି, ସେ ନେଉଥିବା ତଥ୍ୟକୁ ଅନ୍ୟମାନେ ଅପବ୍ୟବହାର କରୁଛନ୍ତି, ଏଥିଯୋଗୁ ସେ ଏଥିରେ ଫସି ଯିବେ। ତଥ୍ୟ ନିଅ ହେଲେ ଭଲ ବାଟରେ ଲାଗ, ପରୋଚନାରେ ପଡ଼ି କାମ କଲେ ଅସୁବିଧାରେ ପଡ଼ିବ।
ସୂଚନା ଅଧିକାରୀ ଜଣକ ଏହା କ’ଣ ପରୋକ୍ଷ ଧମକ ବୋଲି ପଚାରିବାକୁ ବିଇଓ କହୁଛନ୍ତି, ମୁଁ ତୁମକୁ ସିଧାସଳଖ ଧମକାଉଛି।
ଏପରି ଅନେକ କଥା ଶୁଣିବା ପରେ ସୂଚନାଧିକାର କର୍ମୀ ଜଣକ ଏଠାରୁ ମୁଁ ଆସୁଛି କହି ଦପ୍ତର ବାହାରକୁ ଚାଲି ଆସିଥିଲେ।
ପରେ ପ୍ରଦ୍ୟୁମ୍ନ ଏନେଇ ମାହାଙ୍ଗା ଥାନାରେ ଲିଖିତ ଏତେଲା ମଧ୍ୟ ଦେଇଛନ୍ତି। ବିଇଓ ଧମକ ଦେଉଥିବାରୁ ଜୀବନ ସୁରକ୍ଷା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି।
ଏନେଇ ମାହାଙ୍ଗା ବ୍ଲକ ଶିକ୍ଷା ଅଧିକାରୀ ଚକ୍ରଧର ବେହେରା କହିଛନ୍ତି, ତଥ୍ୟ ମାଗିବାରେ କିଛି ଅସୁବିଧା ନାହିଁ। ତଥ୍ୟ ମାଗିବା ପରେ ତାହାକୁ ଅପପ୍ରଚାର କରିବା, ତାହାକୁ ଅପବ୍ୟବହାର କରିବାକୁ ଆମେ ବରଦାସ୍ତ କରୁନୁ। ସେଥିପାଇଁ ଆମେ ତାଙ୍କୁ ବୁଝାଉଥିଲୁ। ଆମେ ଆହୁରି ତଥ୍ୟ ଦେବାକୁ ରାଜି ଅଛୁ। ବଡ଼ ଘୋଟାଲା ଥିଲେ ଖୁଲାସ କରିବାକୁ କହିଥିଲୁ। ହେଲେ ତଥ୍ୟ ନେଇ କାହାକୁ ବ୍ଲାକମେଲ୍ କରିବା ଓ ଆମକୁ ଧମକ ଦେବାକୁ ପ୍ରଶୟ ଦେଉନୁ। ସେଥିପାଇଁ ତାଙ୍କୁ ବହୁତ ସମୟ ବୁଝାଇଛୁ। ତାଙ୍କ ସହ କଥାବାର୍ତ୍ତା ଭିତରେ କିଛି ବ୍ୟତିକ୍ରମ ଥାଇପାରେ, କିନ୍ତୁ ଏମିତି ନୁହେଁ ଯେ ଆମେ କାହାକୁ ତଥ୍ୟ ମାଗିବା ପରେ ଦେଇନୁ ବୋଲି ବିଇଓ କହିଛନ୍ତି।
ପ୍ରଦ୍ୟୁମ୍ନ କହିଛନ୍ତି, ମୁଁ ବିଇଓଙ୍କ ଅଫିସ୍ର ପିଆଇଓଙ୍କ ପାଖରୁ ସୂଚନା ଅଧିକାର ଆଇନ୍ ଅନୁଯାୟୀ ତଥ୍ୟ ଆଣିବାକୁ ଯାଇଥିଲି। ତଥ୍ୟ ଦେବା ପୂର୍ବରୁ ପିଆଇଓ କହିବା ମୁତାବକ ବିଇଓଙ୍କୁ ଦେଖା କରିଥିଲି। ବିଇଓ ଏଠାରେ ବିଭିନ୍ନ ଧମକ ଦେଇଥିଲେ। ତଥ୍ୟ ନେଇ କାହିଁକି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଦେଉଛ ବୋଲି କହିବା ସହ ଲାଞ୍ଚ ମାଗୁଥିବା ନେଇ ମୋ ବିରୋଧରେ ପୁଲିସରେ ମିଛ ମାମଲା କରାଇବେ ବୋଲି ଧମକ ଦେଇଥିଲେ। ଏହି ଧମକ ଶୁଣିବା ପରେ ପୁଲିସରେ ବିଇଓଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲି। ମୋତେ ସୁରକ୍ଷା ସହ ବିଇଓଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରିଛି। ବିଇଓ ଧମକ ଦେବା ସମୟ ଭିଡିଓ ତଥ୍ୟ ଭାବେ ରହିଛି। ବିଇଓ ଏଠାରେ କେତେ ବର୍ଷ ହେଲା ରହିଲେଣି ଓ ସରକାରୀ ଅର୍ଥ ଠିକ୍ ଭାବେ ବିନିଯୋଗ ହେଉଛି ନା ନାହିଁ ସନ୍ଦେହ ଦୂର କରିବାକୁ ତଥ୍ୟ ମାଗିଥିଲି। ଦୁର୍ନୀତି ଧରାପଡ଼ି ଯାଉଥିବାରୁ ଏଭଳି ଧମକ ଦିଆଯାଇଥିବା ପ୍ରଦ୍ୟୁମ୍ନ କହିଛନ୍ତି।
ଏହାକୁ ନେଇ ହାଇକୋର୍ଟରେ ହୋଇଛି ଜନସ୍ୱାର୍ଥ ମାମଲା। ଏପଟେ ରେରା କହିଛି, ବର୍ତ୍ତମାନ ସୁଦ୍ଧା ୨୮୦ ବିଲ୍ଡରଙ୍କଠୁ ଆଦାୟ ହେଲାଣି ୧ କୋଟି ୩୮ ଲକ୍ଷ ଟଙ୍କାର ଜରିମାନ।
ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଦିଆଯାଇଥିବା ଆରଟିଆଇ ତଥ୍ୟ କହୁଛି, ରେରା ନିର୍ଦ୍ଦେଶକ୍ରମେ ବିଲ୍ଡରଙ୍କ ନିକଟରୁ ଜରିମାନା ଅସୁଲ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏଡିଏମ୍ଙ୍କ କାର୍ଯ୍ୟାଳୟକୁ ୫୩ଟି ମାମଲା ଆସିଛି। ହେଲେ କୌଣସି ଗୋଟିଏ ବି ମାମଲାରେ ଅସୁଲ ହୋଇନି ଟଙ୍କାଟିଏର ଜରିମାନା।
ସେପଟେ ଏହାକୁ ଆଧାର କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ରିୟଲ ଇଷ୍ଟେଟ୍ କର୍ମୀ ବିମଳେନ୍ଦୁ ପ୍ରଧାନ। ଏ ପ୍ରସଙ୍ଗରେ ଓରେରାଠାରୁ ଜବାବ ମାଗିଛନ୍ତି ହାଇକୋର୍ଟ। ରେରାର ଏଭଳି ଅବସ୍ଥା ଦେଖି ନ୍ୟାୟ ଲାଗି ଦ୍ୱାରସ୍ଥ ହେବାକୁ ଏବେ ଅନିଚ୍ଛା ପ୍ରକାଶ କଲେଣି ବାସଗୃହ କ୍ରେତା।
ରିଅଲ୍ ଇଷ୍ଟେଟ୍ କର୍ମୀ ବିମଳେନ୍ଦୁ ପ୍ରଧାନ କହିଛନ୍ତି, ଓରେରା କାର୍ଯ୍ୟ କରିବାକୁ ୬ ବର୍ଷ ପୂରିଛି। ହେଲେ ଯେଉଁ ଆଶାରେ ଗ୍ରାହକମାନେ ରେରା ପାଖକୁ ଗଲେ ତାହା ପୂରଣ ହୋଇପାରିଲା ନାହିଁ। ନିୟମ ଖିଲାପକାରୀଙ୍କ ଠାରୁ ଟଙ୍କାଟିଏ ଜରିମାନା ଆଦାୟ ହୋଇପାରିଲା ନାହିଁ। ତେଣୁ ରେରାର ସ୍ଥାୟୀତ୍ୱ ଓ ଅସ୍ତିତ୍ୱକୁ ନେଇ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଆବେଦନକାରୀଙ୍କ ଓକିଲ ମୋହିତ ଅଗ୍ରୱାଲ କହିଛନ୍ତି, ଦିଆଯାଇଥିବା କ୍ଷମତାକୁ ରେରା ଠିକ୍ ଭାବେ ବ୍ୟବହାର କରୁ ନ ଥିବା କୋର୍ଟରେ ଅଭିଯୋଗ କରାଯାଇଛି। ଏହା ଘର କ୍ରେତାଙ୍କ ପକ୍ଷରେ ନଯାଇ ଓଲଟା ବିଲ୍ଡରଙ୍କ ପାଇଁ କାରିଗରୀ ସାବ୍ୟସ୍ତ ହେଉଥିବା ପରିଲକ୍ଷିତ ହେଉଛି। ତେଣୁ କ୍ରେତାମାନେ ରେରାକୁ ଯାଇ ହଇରାଣ ହେଉଛନ୍ତି।
ଅନ୍ୟପକ୍ଷରେ ଆଦେଶ କାର୍ଯ୍ୟକାରୀ ହେଉ ନ ଥିବା ଅଭିଯୋଗକୁ ଖଣ୍ଡନ କରିଛି ଓରେରା। ଏକ ପ୍ରେସ୍ ବିବୃତିରେ ଓରେରା କହିଛି, ୨୦୧୭-୧୮ରୁ ୨୦୨୨-୨୩ ମଧ୍ୟରେ ନିୟମ ଉଲ୍ଲଂଘନ ପାଇଁ ବିଭିନ୍ନ ରିଅଲ୍ ଇଷ୍ଟେଟ୍ ପ୍ରକଳ୍ପକୁ ୨୦ କୋଟି ୨୨ ଲକ୍ଷ ୧୭ ହଜର ୫ ଶହ ଟଙ୍କାର ଜରିମାନା ହୋଇଛି। ସେଥିମଧ୍ୟରୁ ୨୪୦ଟି ରିଅଲ୍ ଇଷ୍ଟେଟ୍ ପ୍ରକଳ୍ପଠାରୁ ପ୍ରାୟ ୧ କୋଟି ୩୮ ଲକ୍ଷ ଟଙ୍କା ଆଦାୟ ହୋଇସାରିଲାଣି।
ଓରେରା ଓକିଲ ବିଭୁପ୍ରସାଦ ତ୍ରିପାଠୀ କହିଛନ୍ତି, ଓରେରା କର୍ତ୍ତୃପକ୍ଷ ଖୁବ୍ କମ୍ ସମୟ ଭିତରେ ଅଭିଯୋଗଗୁଡ଼ିକର ବିଚାର କରି ରାୟ ପ୍ରକାଶ କରୁଛନ୍ତି। ଅଧିକାଂଶ ସମୟରେ ରାୟଗୁଡ଼ିକ କାର୍ଯ୍ୟକାରୀ ହେଉଛି। ଯେଉଁ କ୍ଷେତ୍ରରେ ରେରା ରାୟ ବିରୋଧରେ ଉପରିସ୍ଥ କୋର୍ଟକୁ ମାମଲା ଯାଉଛି ସେହି ଘଟଣାଗୁଡ଼ିକରେ ରେରା ରାୟ କାର୍ଯ୍ୟକାରୀ କରିବା ସମ୍ଭବପର ନୁହେଁ।
ଏସବୁ ଭିତରେ ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରତିବନ୍ଧକକୁ ବର୍ଷେ ପୂରିଲାଣି। ତଥାପି ମଧ୍ୟ ଆସିପାରିଲାନି ଆପାର୍ଟମେଣ୍ଟ ମାଲିକାନା ସତ୍ତ୍ୱ ଆଇନ। ତୁଟୁନି ପଞ୍ଜୀକରଣ ସମସ୍ୟା।
ଆଜି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଶ୍ରୀ ମହାନ୍ତି ରାଜ୍ୟ ସୂଚନା କମିଶନର ଭାବେ କାର୍ଯ୍ୟ କରିବେ । ଏହି ପଦବୀରେ ଯୋଗ ଦେବା ଦିନଠୁ ତାଙ୍କର କାର୍ଯ୍ୟକାଳ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା କମିଟିର ସୁପାରିଶ ଆଧାରରେ ଶ୍ରୀ ମହାନ୍ତିଙ୍କୁ ଏହି ନୂଆ ନିଯୁକ୍ତି ମିଳିଛି ।
ସୂଚନାଯୋଗ୍ୟ, ଶ୍ରୀ ମହାନ୍ତି କ୍ରୀଡ଼ା ସାମ୍ବାଦିକ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଦୀର୍ଘବର୍ଷ ଧରି ସେ ସମ୍ବାଦପତ୍ର ସହ ଜଡ଼ିତ ଥିଲେ । ରାଜ୍ୟ ସୂଚନା କମିଶନରେ ଏବେ ମୁଖ୍ୟ ସୂଚନା କମିଶନର ଜଳଦ କୁମାର ତ୍ରିପାଠୀଙ୍କ ବ୍ୟତୀତ କମିଶନର ଭାବେ ବାଳକୃଷ୍ଣ ମହାପାତ୍ର, ବିକ୍ରମ ସେନାପତି, ଦିଲ୍ଲୀପ କୁମାର ବିଶୋୟୀ ଓ ସଞ୍ଜୟ କୁମାର ସ୍ୱାଇଁ କାର୍ଯ୍ୟ କରୁଛନ୍ତି ।
୨୦୦୫ରେ ସାରା ଦେଶରେ ଲାଗୁ ହୋଇଥିଲା ସୂଚନା ଅଧିକାର ଆଇନ ବା ଆରଟିଆଇ। ଲୋକଙ୍କ ଟଙ୍କାରେ ଚାଲୁଥିବା ସବୁ କାର୍ଯ୍ୟକ୍ରମ ସଂପର୍କରେ ଲୋକଙ୍କୁ ସଂପୂର୍ଣ୍ଣ ତଥ୍ୟ ମିଳିବା ପାଇଁ କରାଯାଇଥିଲା ଆଇନ ଓ ନିୟମାବଳୀ। ଆଇନ ଲାଗୁ ହେବାର ୧୭ ବର୍ଷ ପରେ ବି ଓଡ଼ିଶାରେ ଅନଲାଇନରେ ଆରଟିଆଇ ଆବେଦନ କଲେ ମିଳୁନି ଉତ୍ତର। ଅନେକ ସମୟରେ ଇ-ଚାଲାଣରେ ୧୦ ଟଙ୍କାର ଆବେଦନ ଫି ନିଆଯାଉଛି, ଇ-ମେଲରେ ପ୍ରାପ୍ତିୱୀକାର ବା ଆକନଲେଜମେଣ୍ଟ ନମ୍ବର ବି ମିଳିଯାଉଛି। ହେଲେ ଧାର୍ଯ୍ୟ ସମୟ ପରେ ବି ମୁଳନି ଉତ୍ତର। କେନ୍ଦ୍ର ସରକାର ଅନଲାଇନ ବ୍ୟବହାରକାରୀ ପାଇଁ ତାଙ୍କର rtionline.gov.in ଓ୍ବେବସାଇଟକୁ ଅତ୍ୟନ୍ତ ସରଳ ଓ ସହଜ କରିଥିବାବେଳେ ଓଡ଼ିଶା ସରକାରଙ୍କ ଓ୍ବେବସାଇଟ rtiodisha.gov.in ବ୍ୟବହାରକାରୀ ପାଇଁ ଅତ୍ୟନ୍ତ ଜଟିଳ ଓ ନିଷ୍ଫଳ ହୋଇପଡ଼ିଥିବା ଦେଖାଯାଉଛି। ଅଧିକାଂଶ ସମୟରେ ଉତ୍ତର ମିଳୁନି।
ଏ ନେଇ ସୂଚନା ଅଧିକାର କର୍ମୀ ପ୍ରତାପ ମହାନ୍ତି କୁହନ୍ତି- ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପୋର୍ଟାଲରେ ଅନଲାଇନରେ ସୂଚନା ପାଇଁ ଆବେଦନ କଲେ ଏହା ପ୍ରାୟ କାମ ଦେଉନାହିଁ। ଯେତେବେଳେ କି କେନ୍ଦ୍ର ସରକାରଙ୍କ ଆରଟିଆଇ ପୋର୍ଟାଲରୁ ସହଜରେ ସମୟସୀମା ଭିତରେ ଉତ୍ତର ମିଳିଯାଉଛି। ୫ଟି କେବଳ ଏକ ଫମ୍ପା ସ୍ଲୋଗାନ।
ନିକଟରେ ଆରଟିଆଇ ଆଇନର କାର୍ଯ୍ୟକାରିତା ଉପରେ ଆଲୋଚନା ପାଇଁ ଭୁବନେଶ୍ବର ଆସିଥିବା ଏନସିପିଆରଆଇର ଯୁଗ୍ମ ଆବାହକ ନିଖଲ ଦେ କହିଛନ୍ତି- କେନ୍ଦ୍ର ସରକାର ଆରଇଟିଆଇ ପାଇଁ ରାଜ୍ୟଗୁଡ଼ିକୁ ସଫଟଓ୍ବେୟାର ଦେବାକୁ ରାଜି। ରାଜ୍ୟମାନେ କେନ୍ଦ୍ରଠାରୁ ଭଲ ସଫଟଓ୍ବୟର ଆଣିପାରିବେ। ରାଜସ୍ଥାନ ତାର ସମସ୍ତ ମୂଳ ସୂଚନାକୁ ଜନସୂଚନା ପୋର୍ଟାଲରେ ରଖିଦେଇଛି। ଯାହା ଲୋକଙ୍କ ପାଇଁ ଖୁବ୍ ସୁବିଧାଜନକ ହେଉଛି। ପୂର୍ବରୁ ରାଜସ୍ଥାନରେ ବି ଅନଲାଇନରେ ଆରଟିଆଇରେ ଆବେଦନ ପ୍ରକ୍ରିୟା ଠିକ୍ କାମ ଦେଉନଥିଲା। ଯଦି ପ୍ରକୃତରେ ଏହା ଲୋକଙ୍କ କାମରେ ଲାଗୁନି ସେଭଳି ସାଇଟ୍ ଥାଇ ତାର ଅର୍ଥ କଣ?
କେନ୍ଦ୍ର ସରକାରଙ୍କ ଓ୍ବେବସାଇଟରେ ଯଦି ଜଣେ ସୂଚନା ଅଧିକାରୀଙ୍କ ଉତ୍ତରରେ ଆପଣ ସନ୍ତୁଷ୍ଟ ନ ହୁଅନ୍ତି, ତେବେ ସେହି କାର୍ଯ୍ୟାଳୟର ସର୍ବୋଚ୍ଚ ଅଫିସରଙ୍କୁ ପ୍ରଥମ ଅପିଲ କରିବା ପାଇଁ ଆଉ କୌଣସି ମୂଲ୍ୟ ଦେବାକୁ ପଡ଼ିବ ନାହିଁ। ହେଲେ ଓଡ଼ିଶାରେ ପ୍ରଥମ ଅପିଲ ପାଇଁ ୨୦ ଟଙ୍କା ଦେବାକୁ ହେବ। ତାହା ମଧ୍ୟ ଘରେ ବସି ଅନଲାଇନରେ ନୁହେଁ, ସେଥପାଇଁ ଆପଣଙ୍କୁ କୋର୍ଟ ଯିବାକୁ ପଡ଼ିବ ଓ ୨୦ ଟଙ୍କାର କୋର୍ଟ ଫିକୁ ଡାକରେ କିମ୍ବା ସଂପୃକ୍ତ ଅଧିକାରୀଙ୍କ ପାଖରେ ଯାଇ ଜମା କରିବାକୁ ପଡ଼ିବ। ଯଦି ଆପଣ ଏଥିରେ ସନ୍ତୁଷ୍ଯ ନହୋଇ ଦ୍ବିତୀୟ ଅପିଲ ପାଇଁ ତୋଷାଳି ପ୍ଲାଜାରେ ଅବସ୍ଥାପିତ ସୂଚନା କମିଶନରଙ୍କ ପାଖରେ ଆବେଦନ କରିବାକୁ ଚାହିଁବେ ତାହା ବି ଅନଲାଇନରେ ନିଆଯିବ ନାହିଁ। ୨୫ଟଙ୍କା କୋର୍ଟ ଫି ସଂଗ୍ରହ କରି ଜମା କରିବାକୁ ପଡ଼ିବ।
ଏନସିପିଆରଆଇର ଆବାହକ ଅରୁଣା ରୟ କହିଛନ୍ତି- ରାଜସ୍ଥାନର ୱେବସାଇଟ ଓ ଅନଲାଇନ ବ୍ୟବସ୍ଥାକୁ ଓଡ଼ିଶା ଦେଖୁ। ରାଜେନୈତିକ ଇଚ୍ଛାଶକ୍ତି ନଆସିଲେ ଏହା ଠିକ୍ କାମ କରିବ ନାହିଁ। ଓଡ଼ିଶାରେ ଏ ନେଇ ସ୍ୱର ଉତ୍ତୋଳନ ହେଉ।
ତେବେ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ କହିଛନ୍ତି- ଓଡ଼ିଶାରେ ଅନଲାଇନ ଆରଟିଆଇ ଠିକ କାମ କରୁଛି। କେତେ କ୍ଷେତ୍ରରେ ସମସ୍ୟା ଥାଇପାରେ। ତାହା ଜାଣିଲେ ଆମେ ପଦକ୍ଷେପ ନେବୁ।
କେନ୍ଦ୍ର ସରକାରଙ୍କ ପରେ ବର୍ତମାନ ରାଜସ୍ଥାନ ସରକାର ବି ଆରଟିଆଇ ପୋର୍ଟାଲକୁ ନାଗରିକମାନଙ୍କ ପାଇଁ ଅତ୍ୟନ୍ତ ବ୍ୟବହାର ଉପଯୋଗୀ କରିଛନ୍ତି। ଏଥିସହ ସୂଚନା ଅଧିକାର ଆଇନରେ ପ୍ରତି ସରକାରୀ ଅଫିସ ସଂପର୍କରେ ଦିଆଯାଉଥିବା ୧୭ଟି ମୂଳ ସୂଚନାକୁ ସର୍ବସାଧାରଣରେ ଦେବା ପାଇଁ ଗୋଟିଏ ଜନସୂଚନା ପୋର୍ଟାଲ ଖୋଲିଛନ୍ତି, ଯେଉଁଥିରେ ଗୋଟିଏ ସ୍ଥାନରେ ୧୧୫ଟି ବିଭାଗର ୩୨୬ ପ୍ରକାର ଯୋଜନା ସଂପର୍କରେ ତଥ୍ୟ ବା ସୂଚନା ରହିଛି।
https://youtu.be/hyc2Ogc8BQg
ରାଜସ୍ଥାନ ଯୋଧପୁରର ଜଣେ ମହିଳା ଅନ୍ୟ ଜଣଙ୍କ ମାଧ୍ୟମରେ ଆରଟିଆଇ ଜରିଆରେ ତାଙ୍କ ସ୍ୱାମୀଙ୍କ ଦରମା, କେତେ ଟ୍ୟାକ୍ସ ଦେଉଛନ୍ତି ଆଦି ଜାଣିବାକୁ ଆବେଦନ କରିଥିଲେ। ଏହାପରେ ସିଆଇସି ମହିଳାଙ୍କ ସ୍ୱାମୀଙ୍କୁ ଏ ବାବଦରେ ଅବଗତ କରାଇଥିଲା। ଏମିତିକି ମହିଳାଙ୍କ ସ୍ୱାମୀ ଓ ଇନକମ ଟ୍ୟାକ୍ସ ଅଧିକାରୀ ମଧ୍ୟ ସୂଚନା ଦେବାକୁ ମନା କରି ଦେଇଥିଲେ। ଏହା ବ୍ୟକ୍ତିଗତ ତେଣୁ ସାର୍ବଜନୀନ କରାଯିବନି ବୋଲି ସେ କହିଥିଲେ।
ସିଆଇସି ଏହାପରେ ଜବାବରେ କହିଥିଲେ ଜଣେ ମହିଳା ନିଜେ ଆରଟିଆଇରେ ଆବେଦନ କରି ତାଙ୍କ ସ୍ୱାମୀର ଦରମା ଜାଣିପାରିବେ। ହେଲେ ତୃତୀୟ ପକ୍ଷ ଦ୍ୱାରା ଆବେଦନ କଲା ଏହା ଖାରଜ ହେବ।
ତେବେ ଏହି କଣ୍ଟିଜେନ୍ସି ଫଣ୍ଡରୁ ରାଜ୍ୟରେ କୋଭିଡ୍ ପରିଚାଳନା ଲାଗି ସରକାର କିଛି ଟଙ୍କା ବ୍ୟବହାର କରିଛନ୍ତି କି ବୋଲି ମଧ୍ୟ ପ୍ରଧାନ ଆରଟିଆଇ ମାଧ୍ୟମରେ ଅର୍ଥ ବିଭାଗକୁ ପ୍ରଶ୍ନ କରିଥିଲେ। ଏହାର ତଥ୍ୟ ଦେଇ ଅର୍ଥ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଓଡ଼ିଶା ସରକାର କୋଭିଡ୍ ପରିଚାଳନା ଲାଗି ଷ୍ଟେଟ୍ କଣ୍ଟିଜେନ୍ସି ଫଣ୍ଡରୁ ଆଦୌ ଟଙ୍କା ନେଇ ନାହାନ୍ତି।
ସେହିଭଳି ପ୍ରଧାନ ଓଡ଼ିଶା ଷ୍ଟେଟ୍ ମେଡିକାଲ କର୍ପୋରେସନକୁ ଆରଟିଆଇ ମାଧ୍ୟମରେ ରାଜ୍ୟରେ କୋଭିଡ୍ ପରିଚାଳନା ଲାଗି ପିପିଇ କିଟ୍, ଭେଣ୍ଟିଲେଟର, ମାସ୍କ ଆଦି କିଣା ବାବଦରେ ବିସ୍ତୃତ ତଥ୍ୟ ମାଗିଥିଲେ। ଏନେଇ ପରଚେଜିଂ କମିଟିର ପ୍ରୋସିଡିଂ କପି, ପରଚେଜିଂ ଆଇଟମ୍ ବାବଦ ଅର୍ଥ କିଭଳି ନେଣଦେଣ ହୋଇଥାଏ ଏବଂ ପର୍ଚେଜିଂ ଅର୍ଡର କପି ପ୍ରଧାନ ଆରଟିଆଇ ମାଧ୍ୟମରେ ମାଗିଥିଲେ। ହେଲେ ଗତ ତିନି ମାସ ହେଲା ଏନେଇ କର୍ପୋରେସନ କୌଣସି ତଥ୍ୟ ଦେଉ ନାହିଁ।
ବର୍ତ୍ତମାନ କୋଭିଡ୍ ଯୋଗୁ ଜରୁରୀକାଳୀନ ପରିସ୍ଥିତି ଲାଗି ରହିଥିବାରୁ ଅଧିକ ସମୟ ଅବଧି ମାଗି ପ୍ରତିମାସରେ କର୍ପୋରେସନ ପକ୍ଷରୁ ପ୍ରଧାନଙ୍କୁ ଏକ ଚିଠି ମିଳୁଛି। ଏବେ ସମସ୍ତେ କୋଭିଡ୍ ପରିଚାଳନାରେ ବ୍ୟସ୍ତ ଏଣୁ ଆଉ ୩୦ ଦିନ ସମୟ ଆବଶ୍ୟକ ବୋଲି କର୍ପୋରେସନ ମହଲତ ମାଗିଛି। ତେବେ ପ୍ରଧାନଙ୍କୁ ଏନେଇ କୌଣସି ତଥ୍ୟ ମିଳି ନ ଥିବା ବେଳେ ମହଲତ ଚିଠି କିନ୍ତୁ ଦୁଇ ଦୁଇଥର ମିଳିଲାଣି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ୪.୫.୨୦୨୦ରେ ପ୍ରଦୀପ ପ୍ରଧାନ କୋଭିଟ୍ କିଟ୍ ବାବାଦ ତଥ୍ୟ ଜାଣିବାକୁ ଆରଟିଆଇରେ ଆବେଦନ କରିଥିଲେ, ଯାହା ୧୦.୬.୨୦୨୦ରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗଠାରୁ ଓଡ଼ିଶା ଷ୍ଟେଟ୍ ମେଡିକାଲ କର୍ପୋରେସନ ହସ୍ତଗତ ହୋଇଥିଲା।