ମୟୁରଭଂଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ଜାତୀୟ ରାଜପଥର ସୌରୀ ଛକରେ ପଞ୍ଚାୟତ କାର୍ଯ୍ୟାଳୟର ନୂତନ କୋଠା ନିର୍ମାଣକୁ ବିରୋଧ କରି ରାସ୍ତାରୋକ ହୋଇଥିଲା । ସେହି ସମୟରେ ଜିଲ୍ଲାପାଳ ପରିବାର ସହ କୌଣସି ଏକ କାର୍ଯ୍ୟରେ ଯାଉଥିଲେ। ଜିଲ୍ଲାପାଳଙ୍କ ଗାଡ଼ି ଦେଖି ଲୋକେ ତାଙ୍କ ଗାଡିକୁ ଅଟକାଇଥିଲେ । ଜିଲାପାଳ ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିବା ପୂର୍ବରୁ ଉପସ୍ଥିତ ଲୋକେ ସେଠାରେ ଗଣ୍ଡଗୋଳ କରିଥିଲେ । କିଛି ଦୁର୍ବୃତ୍ତଙ୍କ ଢେଲା ମାଡରେ ଜିଲ୍ଲାପାଳଙ୍କ ଗାଡିର କାଚ ଭାଙ୍ଗିଥିଲା ।
[caption id="attachment_729846" align="aligncenter" width="650"] ଗିରଫ ଅଭିଯୁକ୍ତମାନେ ।[/caption]
ଏହି ଘଟଣାରେ ପୁଲିସ୍ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୁଲିସ୍ ୯ ଜଣ ବ୍ୟକ୍ତିଙ୍କୁ ଉକ୍ତ ଘଟଣାରେ ଗିରଫ କରି କୋର୍ଟଚାଲାଣ କରିଛି। ରାସ୍ତା ଅବରୋଧ ଏବଂ ଜିଲ୍ଲାପାଳଙ୍କ ଗାଡି ଭଙ୍ଗାରୁଜା ଓ ପିଏସଓଙ୍କଠାରୁ ବନ୍ଧୁକ ଛଡ଼ାଇବା ପରି ସଙ୍ଗୀନ ମାମଲା ରୁଜୁ କରି ଗିରଫ ବ୍ୟକ୍ତିଙ୍କୁ କୋର୍ଟଚାଲାଣ କରିଛି ।
ମୟୁରଭଂଜ ପୁଲିସ୍ ପକ୍ଷରୁ ତିନୋଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ବିଭିନ୍ନ ଜାଗାରେ ଛାପାମରା ଜାରି ରଖିଛି । ଗିରଫଦାରି ଆଗକୁ ଆହୁରି ବଢିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି ।
ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରୁ ବାଦ୍ ଦିଆଯାଉଥିବା ପ୍ରତିବାଦରେ କୁବେରା ପଞ୍ଚାୟତର ହିତାଧିକାରୀ ଓ ବିଜେପି କର୍ମୀ ଏକ ରାଲିରେ ବ୍ଳକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ। ସେମାନେ ସେଠାରେ ବିଡିଓଙ୍କୁ ଘେରାଉ କରିବା ସହିତ ଭଙ୍ଗାରୁଜା କରିଥିଲେ। ଫଳରେ ସେଠାରେ କିଛି ସମୟ ପାଇଁ ସ୍ଥିତି ଅଶାନ୍ତ ହୋଇଯାଇଥିଲା। ପୁଲିସ୍ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିବା ବେଳେ ହିତାଧିକାରୀ ଓ ବିଜେପି କର୍ମୀ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଛନ୍ତି।
ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି ଯେ ତିହିଡ଼ି ବ୍ଲକ୍ରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଛି। ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରୁ ବଞ୍ଚିତ କରାଯାଇ ଅଯୋଗ୍ୟ ଲୋକଙ୍କୁ ଘର ଦିଆଯାଉଛି। ଏନେଇ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ ବ୍ଲକ୍ ପକ୍ଷରୁ କିଛି ପଦକ୍ଷେପ ନିଆଯାଉ ନାହିଁ।
ଅନ୍ୟପକ୍ଷରେ ବିଡିଓ ବସନ୍ତ ସାହାଣୀ କହିଛନ୍ତି ଯେ ଦୁର୍ନୀତି ନେଇ ହୋଇଥିବା ଅଭିଯୋଗର ତଦନ୍ତ କରିବା ପାଇଁ ଜିଲ୍ଲାପାଳ ଏକ କମିଟି ଗଠନ କରିଛନ୍ତି।