ଫିଲ୍ମର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ସବ୍ୟସାଚୀ ଓ ସୁପ୍ରିୟା। ସେମାନଙ୍କ ସହିତ ଏହି ଫିଲ୍ମରେ ଅଛନ୍ତି ବରିଷ୍ଠ ଅଭିନେତା ଚୌଧୁରୀ ବିକାଶ ଦାସ, ଅଶ୍ରୁମୋଚନ, ରବି ମିଶ୍ର ଓ ଦିବଙ୍ଗତ ପିଣ୍ଟୁ ନନ୍ଦ। ଆଜି ଫିଲ୍ମର ଅଭିନେତା, ଅଭିନେତ୍ରୀ ଓ ଅନ୍ୟ ସଦସ୍ୟମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।
ପ୍ରସିଦ୍ଧ ଲେଖକ ଶଙ୍କର ତ୍ରିପାଠୀଙ୍କ ଓଡ଼ିଶା ଉପନ୍ୟାସ ‘ନାଦବିନ୍ଦୁ’ରୁ ଏହି ଫିଲ୍ମର ପରିକଳ୍ପନା କରାଯାଇଛି। ଶୁଭ୍ରାଂଶୁ ଦାସ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ସଂଳାପ ଲେଖିଛନ୍ତି ଖୋଦ୍ ଶଙ୍କର ତ୍ରିପାଠୀ।
ବହୁ ଦିନ ପରେ ଓଡ଼ିଆ ସିନେମା ଜଗତରେ ଏକ ବିପ୍ଲବ ସୃଷ୍ଟିକାରୀ କାହାଣୀକୁ ପରଦାକୁ ଆଣିବାକୁ ଯାଉଛି ତରଙ୍ଗ ସିନେ ପ୍ରଡକସନ୍ସ। ବଡ଼ ପରଦାରେ ଗଣେଶ ପୂଜାରେ ରିଲିଜ ହେବ ଏହି ଫିଲ୍ମ।
[caption id="attachment_624127" align="aligncenter" width="650"] ସବ୍ୟସାଚୀ-ଅର୍ଚ୍ଚିତାଙ୍କ ରିଙ୍ଗ ସେରେମୋନୀ[/caption]
ଏହି ଫଟୋରେ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ରିଙ୍ଗ ସେରିମୋନୀ ବେଳର ଏହି ଫଟୋରେ ଦୁହେଁ ବେଶ ଷ୍ଟାଇଲିସ ଲୁକରେ ନଜର ଆସିଛନ୍ତି। ଅର୍ଚ୍ଚିତା ଲାଇଟ୍ ପର୍ପଲ କଲରର ଡିଜାଇନର ଗାଉନ ପିନ୍ଧିଥିବା ବେଳେ ସବ୍ୟସାଚୀ ମଧ୍ୟ ତାଙ୍କୁ ମ୍ୟାଚ୍ କରି ପିନ୍ଧିଛନ୍ତି ବ୍ଲେଜର। ଉଭୟଙ୍କ ନିକଟ ସମ୍ପର୍କୀୟ ଏବଂ ପରିବାର ଲୋକଙ୍କ ଉପସ୍ଥିତରେ ଏହି ନିର୍ବନ୍ଧ ହୋଇଥିବା ଦେଖିବାକୁ ମିଳିଛି। ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଙ୍କର ଅନେକ ପ୍ରଶଂସକ ଏବଂ ଅଭିନେତା ତଥା ଅଭିନେତ୍ରୀମାନ ଉଭୟଙ୍କ ଏହି ଫଟୋରେ ଅନେକ ଗୁଡିଏ କମେଣ୍ଟ କରିଛନ୍ତି।
[caption id="attachment_624129" align="aligncenter" width="650"] ସବ୍ୟସାଚୀ-ଅର୍ଚ୍ଚିତାଙ୍କ ରିଙ୍ଗ ସେରେମୋନୀ[/caption]
ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୧ ତାରିଖରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରାଜସ୍ଥାନର ଐତିହାସିକ ନିମ୍ରାଣା ଦୁର୍ଗରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଉଭୟଙ୍କର ବିବାହ ସଂପନ୍ନ ହୋଇଛି। ଚତୁର୍ଦ୍ଦଶ ଶତାଦ୍ଦୀର ଏହି ପ୍ରାଚୀନ ଦୁର୍ଗରେ ଉଠାଇଥିବା କିଛି ଫଟୋକୁ ମଧ୍ୟ ସେୟାର କରିଛନ୍ତି ସବ୍ୟସାଚୀ ମିଶ୍ର। ବିବାହ ପୂର୍ବରୁ ସୋଶାଲ ମିଡ଼ିଆରେ ସୂଚନା ଦେଇ ପ୍ରଭୁ ଜଗନ୍ନାଥଙ୍କ ସହ ପ୍ରଶଂସକଙ୍କ ଆଶୀର୍ବାଦ ଲୋଡ଼ିଥିଲେ ଏହି ଷ୍ଟାର ଯୋଡ଼ି।
[caption id="attachment_624128" align="aligncenter" width="650"] ସବ୍ୟସାଚୀ-ଅର୍ଚ୍ଚିତାଙ୍କ ରିଙ୍ଗ ସେରେମୋନୀ[/caption]
ବିବାହ ଦିନ ଓଢ଼ଣୀ ସହ ଲେହେଙ୍ଗାରେ ଝଲସୁଥିଲେ ସବ୍ୟଙ୍କ ରାଣୀ ଅର୍ଚ୍ଚିତା। ସବ୍ୟସାଚୀ ମଧ୍ୟ କୁର୍ତ୍ତା ଆଉ ଜାକେଟ୍ରେ ଚମକୁଥିଲେ। ରିଲ୍ରେ ଏହି ରୋମାଣ୍ଟିକ ଯୋଡ଼ି ରିୟଲ୍ ଲାଇଫ୍ରେ ପାର୍ଟନର ବନିଯାଇଛନ୍ତି । ଆଜି ଦୁହେଁ ବିବାହର ପ୍ରଥମ ଭିଡିଓକୁ ସେଆର କରିଛନ୍ତି।
ତୋର ମୋର ଯୋଡି ସୁନ୍ଦର’, ‘ସ୍ମାଇଲ ପ୍ଲିଜ୍’, ‘ମୁଁ ସପନର ସୌଦାଗର’, ‘ପାଗଳ କରିଛି ପାଉଁଜି ତୋର’, ‘ମୋତେ ଆଣିଦେଲୁ ଲକ୍ଷେ ଫଗୁଣ’, ‘ବାଏ ବାଏ ଦୁବାଇ’, ‘ହେଲା ମୋତେ ପ୍ରେମ ଜର’, ‘କେବେ ତମେ ନାହଁ କେବେ ମୁଁ ନାହିଁ’, ‘କେଉଁ ଦୁନିଆରୁ ଆସିଲ ବନ୍ଧୁ’, ‘ଛାତି ତଳେ ଡିଙ୍ଗଡଙ୍ଗ’ ସବ୍ୟ-ଅର୍ଚ୍ଚିତାଙ୍କ ସବୁଠୁ ହିଟ୍ ଫିଲ୍ମ ଥିଲା।
ତାଙ୍କ ନଜରରେ ଯୁବକ ହେଉଛି ସିଏ ଯାହା ଭିତରେ ସ୍ନାୟୁ ଲୁହାଭଳି, ମାଂସପେଶୀ ପଥର ଭଳି, ହୃଦୟରେ ସିଂହ ଭଳି ସାହସ , ନଚିକତୋ ଭଳି ଶ୍ରଦ୍ଧା ଓ ଅଗ୍ନିଭଳି ପବିତ୍ରତା ଭରି ରହିଥିବ। ଯାହା ମନରେ ଈଶ୍ୱରଙ୍କ ପ୍ରତି ନିଷ୍ଠା ଥିବ, ଦିନଦୁଃଖୀଙ୍କ ପାଇଁ କରୁଣା ଥିବ। ସ୍ୱାମୀଜୀ କହୁଥିଲେ, ଭାରତବର୍ଷର ଯୁବକ ଭିତରେ ସମ୍ବେଦନଶୀଳତା ଜାଗରଣ ନ ହେବା ଯାଏ ସେ ଦରିଦ୍ରର ଦୁଃଖ ଓ ଭୋକିଲାର ପେଟକୁ ବୁଝିବାକୁ ସମର୍ଥ ହୋଇପାରିବ ନାହିଁ । ଦେଶର ଗତି, ସ୍ଥିତି ଓ ଭବିଷ୍ୟତ ବିଷୟରେ ଯେତେବେଳେ ଯୁବକ ବୁଝିବାକୁ ସକ୍ଷମ ହେବ, ସେତେବେଳେ ସମର୍ଥ ଭାରତବର୍ଷ ନିର୍ମାଣ ସମ୍ଭବ ହେବ । ଯେଉଁ ସମୟରେ ବିବେକାନନ୍ଦ ତାଙ୍କ ଜୀବନର ଶିଖରରେ ଥିଲେ ସେଇ ସମୟରେ ଭାରତ ବ୍ରିଟିଶଙ୍କ କବଳରେ ପରାଧୀନ ଥିଲା । ଗୋଲାମ ଭାରତର ଯୁବକଙ୍କୁ ସମ୍ବୋଧିତ କରି ବିବେକାନନ୍ଦ କହିଥିଲେ- ଉଠ, ଜାଗ ଏବଂ ଉତିଷ୍ଟ ହୁଅ । କାରଣ ତୁମ୍ଭମାନଙ୍କ ମାତୃଭୂମି ଏହିପରି ଆହ୍ୱାନ କରୁଛି । ହୃଦୟରେ ଉତ୍ସାହାଗ୍ନି ଜାଳି ଜାଗ୍ରତହୁଅ । କାର୍ଯ୍ୟସିଦ୍ଧି ନହେବା ଯାଏ ବିଶ୍ରାମକୁ ଭୁଲି ଯାଅ । ଭାରତର କଲ୍ୟାଣ ପାଇଁ ସେ ଦେଶବାସୀଙ୍କୁ ଶୁଣାଇଲେ-ଆଗାମୀ ପଚାଶ ବର୍ଷ ଦେଶମାତୃକାର ସେବା ହିଁ ତୁମମାନଙ୍କର ପରମ ସାଧନା ହେଉ । ମାତୃଭୂମି ହିଁ ଯେପରି ଏକମାତ୍ର ଆରାଧ୍ୟ ଦେବତା ହେଉ । ସ୍ୱାମୀଜୀଙ୍କର ଏହି ଆହ୍ୱାନର ବିପୁଳ ଫଳ ହୋଇଥିଲା ।
ସୁଭାଷ ବୋଷ, ଭଗତ ସିଂହ, ସୁକଦବେ, ରାଜଗୁରୁ, ଆସ୍ଫାକ୍ୱାଲା ଖାନ୍ ଓ ଶ୍ରୀ ଅରବିନ୍ଦ, ଲାଲା ଲଜପତ ରୟଙ୍କ ଭଳି ଉଦୀୟମାନ ଯୁୂବକମାନଙ୍କୁ ତାଙ୍କ ବାଣୀ ବେଶ ପ୍ରେରିତ କରିଥିଲା ଯେଉଁମାନେ ଦେଶମାତୃକାର ସେବାରେ ନିଜ ଜୀବନକୁ ଜଳାଞ୍ଜଳି ଦେଇଥିଲେ। ଏହାର ବହୁ ବର୍ଷ ପରେ ୨୦୨୦ରେ ଭାରତରେ ସେମିତି ଏକ ଆଭବନୀୟ ଚିତ୍ର ଦେଖିବାକୁ ମିଳିଲା। ବିଦେଶରୁ ଆସିଥିବା କରୋନା ଭୂତାଣୁ ଦେଶବାସୀଙ୍କ ସ୍ୱାଧୀନତାକୁ ଛଡ଼େଇ ନେଲା। ଅବଶ୍ୟ ଅଦୃଶ୍ୟ କରୋନା ଭୂତାଣୁ ଆତଙ୍କରେ ସମଗ୍ର ବିଶ୍ୱଥରହର ହୋଇଥିଲା। ମହାମାରୀକୁ ମୁକାବିଲା କରିବାକୁ ସରକାରଙ୍କ ପାଖରେ ଏକ ମାତ୍ର ଉପାୟ ଥିଲା ତାଲାବନ୍ଦ। ଅଚାନକ ଲକ୍ଡାଉନ୍, ସଟ୍ଡାଉନ୍, କଣ୍ଟେନ୍ମେଣ୍ଟ ଘୋଷଣା କରାଗଲା। ଭୂତାଣୁ ଭୟରେ ସମସ୍ତଙ୍କୁ ଗୃହବନ୍ଦୀ ହୋଇ ବାଧ୍ୟ ହେବାକୁ ପଡ଼ିଲା। ଦିନ ମଜୁରିଆଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ ହେଲା। ଭୂତାଣୁ ଭୟଠାରୁ ବଳିଯାଇଥିଲା ଭୋକର ଜ୍ୱାଳା। ଦେଶରେ ସଙ୍ଗଠିତ କ୍ଷେତ୍ରରେ ୬ କୋଟି, ଅସଙ୍ଗଠିତ କ୍ଷେତ୍ରରେ୧୩ କୋଟି ଓ ୨୦ କୋଟି ଦିନ ମଜୁରିଆଙ୍କ ପେଟପାଟଣା ଉପରେ ପ୍ରଭାବ ପକାଇ ଥିଲା କରୋନା । ଯଦିଓ ସରକାର ସେମାନଙ୍କ ଖାଇବା ପାଇଁ ବ୍ୟବସ୍ଥା କରିଥିବା କହିଥିଲେ, ତଥାପି ହୁଏତ ତାହା ସମସ୍ତଙ୍କ ପାଖରେ ଅପହଞ୍ଚ ଥିଲା। ରୋଗରେ ମରିବା ଆଗରୁ, ଭୋକରେ ମରିଯିବାର କୋହ ତାଙ୍କୁ ନିଜ ଘରମୁହାଁ ହେବାକୁ ବାଧ୍ୟ କରିଥିଲା। ପିଲା ଛୁଆ ସଂସାର ଧରି ଶ୍ରମିକମାନେ ହଜାର ହଜାର କିଲୋମିଟର ଚାଲିବାର ଦୃଶ୍ୟ ଥିଲା ଅତି କରୁଣ। ସବୁଠି ଯେମିତି ଶୁଣାଯାଉଥିଲା ଆକୁଳ ଚିତ୍କାର । ବିପଦରୁ ରକ୍ଷା ପାଇଁ ଅସହାୟ ମଣିଷଭାନେ ଆତୁର ହୋଇ ଡାକ ଛାଡ଼ୁଥିଲେ ।
ଠିକ୍ ଏମିତି ଏକ ଘଡ଼ିସନ୍ଧ ମୁହୂର୍ତ୍ତରେ ଦୁଇ ଜଣ ଯୁବକଙ୍କ ଆବିର୍ଭାବ ସମଗ୍ର ଦେଶକୁ ଚକିତ କରିଦେଇଥିଲା । ଜଣେ ବଲିଉଡ୍ କଳାକାର ସୋନୁ ସୁଦ୍, ଆଉ ଜଣେ ଓଲିଉଡ କଳାକାର ସବ୍ୟସାଚୀ ମିଶ୍ର । ପ୍ରକୃତ ଯୁବ ନିର୍ମାଣର ଯେଉଁ ସନ୍ଦେଶ ବିବେକାନନ୍ଦ ଛାଡ଼ିଯାଇଥିଲେ ତାର ପ୍ରତିଫଳନ ସବ୍ୟସାଚୀ ଓ ସୋନୁ ସୁଦଙ୍କ ମଧ୍ୟରେ ଦର୍ଶନ କଲା ଭାରତ । ଲକ୍ଡାଉନ୍ରେ ଫସିଥିବା ଲୋକଙ୍କପାଇଁ ସଙ୍କଟମୋଚକ ସାଜି ଥିଲେ ସବ୍ୟସାଚୀ ଓ ସୋନୁ । ଶ୍ରମିକଙ୍କ ପାଇଁ ମଧ୍ୟ ବସ୍ ପଠାଇ ସେମାନଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଇବାରେ ସହାୟକ ହୋଇଥିଲେ ଉଭୟେ କଳାକାର। ରିଲ୍ ଲାଇଫ୍ରେ ଅନେକ ସୁପରଷ୍ଟାର ହିରୋ ଥାଇପାରନ୍ତି ହେଲେ ବିପଦ ବେଳେ ବଦାନ୍ୟତା ଦେଖାଇଥିବା ଏମାନେ ରିଏଲ ଲାଇଫ୍ର ପ୍ରକୃତ ହିରୋ ପାଲଟିଥିଲେ। ଯେବେ ସରକାର ହାତ ଟେକି ଦେଇଥିଲେ ଉଭୟେ ଶ୍ରମିକଙ୍କ ପାଇଁ ଉଭୟେ ଦେବଦୂତ ସାଜିଥିଲେ। ସ୍ୱାମୀଜୀ କହୁଥିଲେ ଭାରତବର୍ଷର ଯୁବକ ଭିତରେ ସମ୍ବେଦନଶୀଳତା ଜାଗରଣ ନ ହେବା ଯାଏ ସେ ଦରିଦ୍ର ଦୁଃଖ ଓ ଭୋକିଲାର ପେଟକୁ ବୁଝିବାକୁ ସମର୍ଥ ହୋଇପାରିବ ନାହିଁ ।
ଅଧିକ ପଢନ୍ତୁ : ଏମିତି ଥିଲେ ଆମ ସ୍ୱାମୀଜୀ
ବୋଧ ହୁଏ ସେ ଦେଖିଥିବା ଭାରତ ବର୍ଷ ହେଉଛି ବର୍ତ୍ତମାନର ଯୁବଶକ୍ତିର ଭାରତ । ପାଖାପାଖି ତିରିଶକୋଟି ଯୁବକଙ୍କୁ ନେଇ ଯୁବ ଭାରତ ବିଶ୍ୱବକ୍ଷରେ ଆଗକୁ ବଢ଼ୁଛି। ଏହି ଯୁବକମାନଙ୍କର କାନ୍ଧରେ ଭାରତବର୍ଷକୁ ସମ୍ଭାଳିବା, ସଜାଡ଼ିବା ଏବଂ ସୁରକ୍ଷାର ଦାୟିତ୍ୱ ରହିଛି। ସ୍ୱାମୀ ବିବେକାନନ୍ଦ ଯୁବକମାନଙ୍କଠାରୁ ମାନବିକତାର ନିଦର୍ଶନ ଆଶା କରୁଥିଲେ। ଭାରତବର୍ଷକୁ ଅଧିକ ଭଲ ପାଉଥିବା, ଜାଣୁଥିବା, ଚିହ୍ନୁଥିବା ଏବଂ ସମବେଦନା ଦେଖେଇ ପାରୁଥିବା କ୍ଷମତା ହିଁ ଯୁବକମାନଙ୍କ ପାଖରେ ନିହିତ ଅଛି। ଆଉ ଯେ ପର୍ଯ୍ୟନ୍ତ ଭଗତ ସିଂହ, ସୁଭାଷଙ୍କ ଭଳି ଉଦୀୟମାନ ତାରକା ଏବଂ ଏବେକାର ଇତିହାସ ରଚିଥିବା ସୋନୁ ଓ ଏବଂ ସବ୍ୟମାନଙ୍କର ଆବିର୍ଭାବ ହେଉଥିବା ଯୁବ ନିର୍ମାଣ ମନ୍ତ୍ର ଦେଇଥିବା ବିବେକାନନ୍ଦଙ୍କ ବାଣୀ ସାର୍ଥକ ହୋଇପାରିବ।
ଲକଡାଉନ୍ ପୂର୍ବରୁ ଗୌରୀ ସାହୁ ଗୁଜରାଟରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। କିନ୍ତୁ ଲକଡାଉନ୍ ଫଳରେ ସେଇଠି ରହିଯାଇଥିଲେ। ଏପଟେ କିନ୍ତୁ ସ୍ୱାମୀ ଜଗବନ୍ଧୁ ସାହୁ ଓଡ଼ିଶାର ସୋରରେ ରହିଯାଇଥିଲେ। ପତ୍ନୀଙ୍କୁ ଘରକୁ ଫେରାଇବାକୁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ମନର ମାନସୀ ଗୌରୀଙ୍କୁ ଆଉ ଦେଖିପାରିବେନି ଭାବ ଝୁରି ହେଉଥିଲେ। ଏପରିକି ଖାଇବା ଛାଡ଼ି ଦେଇଥିଲେ।
https://www.facebook.com/sabyaactor/posts/3273846319402821?__xts__[0]=68.ARDmfm0a-vfmf6wSiTDs9uKdojMg6fO999vZGmGrOCaAbw7o8-tyyBHpIPhfWul5wYiyaLqXZXoAoF_u_Ji0VAtMaIyv2sxik1UMEavCNd_saK6j4rG8wK3d8Okgat51PyXouHwvwvO2gAtcfhsy6xzixyDt8-I63U-PSLGTjbsPm3-SgRLcNgfd0i9xmxYUsbL1oD4l5ZegcEsma7R6rJbRv_ZvZFAWvckJFbXTID1v6DpFjrxcOx9uqf3T1a2OPNSc2hYYaPVxoh-EgUpzAacTyiaHiXCTm8Mzk8C-mk2a9Wh2lX-ikQHVd0YBXMNWNYlfhAD7nPnBk8K55SaeHw9nhg&__tn__=-R
ତେବେ ଶେଷରେ ଅଭିନେତା ସବ୍ୟଙ୍କୁ ଯୋଗାଯୋଗ କରିଥଇଲେ ଜଗବନ୍ଧୁଙ୍କ ପୁଅ ମୋହନ ଚରଣ ସାହୁ। ସବ୍ୟ ଏହି ବୁଢ଼ୀ ମାଉସୀ ଗୌରୀଙ୍କୁ ସ୍ୱତନ୍ତ୍ର ବସ୍ ଯୋଗେ ଫେରଇଆଣିଥିଲେ। ସ୍ୱାମୀ ଜଗବନ୍ଧୁଙ୍କ ପାଖକୁ ଫେରି ପାରିଥିବାରୁ ଗୌରୀଙ୍କ ଖୁସି କହିଲେ ନସରେ। ସବ୍ୟ ଏହି ଘଟଣା ବାବଦରେ ଫେସବୁକରେ ପୋଷ୍ଟ କରି ଲେଖିଛନ୍ତି, “ପ୍ରେମ ସାମ୍ନାରେ ବୟସ ଆଉ ସବୁ ଅସୁବିଧା ହାର ମାନେ। ଆଉ ଆଜି କାଲିକା ପ୍ରେମୀ ଯୁଗଳ ମାନଙ୍କ ପାଇଁ ଏମାନେ ଉଦାହରଣ। ମଉସା ଆଉ ମାଉସୀଙ୍କ ଦୀର୍ଘ ଆରୋଗ୍ୟ ଜୀବନ ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରାର୍ଥନା।”
ଗତକାଲି ଦୁବାଇରେ ଥିବା ଜଣେ ପ୍ରବାସୀ ଓଡ଼ିଆଙ୍କ ମୃତଦେହକୁ ସବ୍ୟ ଗଞ୍ଜାମ ଫେରାଇ ଆଣିଛନ୍ତି। ଯାହାର ସୂଚନା ସେ ସୋଶାଲ ମିଡିଆରେ ଦେଇଛନ୍ତି।
https://www.instagram.com/p/CCthXcAg5Qd/?igshid=1qe2eagnuy3xn
ଯେଉଁଥିରେ ସେ ଲେଖିଛନ୍ତି, ଜଣକୁ ଘରକୁ ଲେଉଟାଇ ଆଣିବା ଖୁସିର କଥା କିନ୍ତୁ ମୃତଦେହକୁ ପରିବାର ଲୋକଙ୍କ ପାଖରେ ଆଣି ପହଞ୍ଚାଇବା ଏକ ଦୁଃଖର ବିଷୟ। ଖଲ୍ଲିକୋଟ ଖୋଜାପାଲିର ୩୬ ବର୍ଷୀୟ ବଳରାମ ପ୍ରଧାନ ଦୁବାଇରେ ଜଣେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ଲକଡାଉନ ଯୋଗୁଁ ଘରକୁ ଫେରି ନପାରିବାର ଦୁଃଖକୁ ସହି ନପାରି ସେ ଜୁନ ୨୯ ତାରିଖରେ ଆତ୍ମହତ୍ୟା କରିଥିଲେ। ବଳରାମଙ୍କ ମୃତ୍ୟୁ ପରେ ଘରେ ଥିବା ତାଙ୍କର ମା, ସ୍ତ୍ରୀ ଓ ଦୁଇପିଲା ଦୁଃଖରେ ଭାଙ୍ଗି ପଡ଼ିଥିଲେ।
Bringing back someone is happiness, But Not for this journey because he returned Dead.
(Details Attached) pic.twitter.com/7fy8SSTkgJ— SABYASACHI MISHRA 🇮🇳 (@sabyaactor) July 16, 2020
୧୨ ଜୁଲାଇରେ ଗୋଟିଏ ନ୍ୟୁଜ ମାଧ୍ୟମରେ ମୁଁ ଜାଣିବାକୁ ପାଇଥିଲି ଯେ ବଳରାମଙ୍କ ସ୍ତ୍ରୀ ଓ ମା ତାଙ୍କ ମୃତଦେହକୁ ଘରକୁ ଫେରାଇ ଆଣିବା ପାଇଁ ଅନୁରୋଧ କରୁଛନ୍ତି। ଏହାପରେ ସେଠାକାର ସ୍ଥାନୀୟ ସାମ୍ବାଦିକଙ୍କଠାରୁ ମୁଁ ବଳରାମଙ୍କ ପରିବାରର ଠିକଣା ସଂଗ୍ରହ କରିଥିଲି। ପରିବାରଠାରୁ ସବୁ ସୂଚନା ପାଇବା ପରେ ଦୁବାଇ ପୁଲିସ ସହିତ ମୁଁ ଯୋଗାଯୋଗ କରିଥିଲି।
ସବ୍ୟସାଚୀ ଆହୁରି ମଧ୍ୟ ଲେଖିଛନ୍ତି, ଯେଉଁ କାମ କରିବାକୁ ୩୦ ରୁ ୩୫ ଦିନ ଲାଗେ ସେହି କାମକୁ ଦୁବାଇ ପୁଲିସ ୩ ଦିନରେ କରିଥିଲେ। ଏହାପରେ ମୃତଦେହର କୋଭିଡ-୧୯ ପରୀକ୍ଷା କରିବା ପରେ ନେଗେଟିଭ ଆସିଥିଲା। ଦୁବାଇରେ ଡକ୍ୟୁମେଣ୍ଟେସନ ପରେ ଗତକାଲି ଭୁବନେଶ୍ୱର ଏୟାରପୋର୍ଟରେ ତାଙ୍କ ମୃତଦେହ ଆସି ପହଞ୍ଚିଥିଲା। କିନ୍ତୁ ଏୟାରପୋର୍ଟ କର୍ତ୍ତୃପକ୍ଷ କୌଣସି ମୃତଦେହକୁ ରଖିବା ପାଇଁ ରାଜି ହୋଇନଥିଲେ। ମୋର ଅନୁରୋଧ ରକ୍ଷା କରି ଡିସିପି ଶ୍ରୀ ଅନୁପ ସାହୁ ଓ ଏୟାରପୋର୍ଟ ଆଇଆଇସିଙ୍କ ସହାୟତାରେ ବଳରାମଙ୍କ ମୃତଦେହ ଭୁବନେଶ୍ୱର ଏୟାରପୋର୍ଟରେ ଆସି ପହଞ୍ଚିଥିଲା। ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ତାଙ୍କ ଜନ୍ମମାଟିକୁ ନିଆଯାଇଛି।
ବଳରାମଙ୍କ ଗାଁ ଲୋକଙ୍କ କହିବା ଅନୁସାରେ ସେ ଜଣେ ସ୍ନେହୀ ମଣିଷ ଥିଲେ। ଯେବେ ବି ସେ ଗାଁକୁ ଆସୁଥିଲେ ସମସ୍ତଙ୍କ ପାଇଁ କିଛି ନା କିଛି ଗିଫ୍ଟ ଆଣି ଆସୁଥିଲେ। କିନ୍ତୁ ଏପରି ସମୟରେ ବଳରାମ ନିଜେ ଏକ ଖରାପ ଉପହାର ସଦୃଶ ତାଙ୍କ ପ୍ରିୟଜନଙ୍କ ପାଖରେ ଆସି ପହଞ୍ଚିଛନ୍ତି।
ବଳରାମଙ୍କ ଦୁଇପିଲାଙ୍କ ପାଠପଢ଼ା ଦାୟିତ୍ୱ ମୁଁ ନେଉଛି। ବଳରାମଙ୍କ ଆତ୍ମାର ସଦଗତି ହେଉ ଏବଂ ତାଙ୍କ ପରିବାର ଲୋକଙ୍କ ମୁଁ ପ୍ରାର୍ଥନା କରୁଛି।