ରାଜସ୍ଥାନର ଟୋଙ୍କ ଆସନ ଉପରେ ସମସ୍ତଙ୍କ ନଜର ରହିଥିଲା। ଦୀର୍ଘ ସମୟର ଅପେକ୍ଷା ପରେ ଏହି ଆସନର ଫଳାଫଳ ସାମ୍ନାକୁ ଆସିଛି। ଏହି ଆସନରୁ ଲକ୍ଷେରୁ ଅଧିକ ଭୋଟ୍ରେ ବିଜୟ ହାସଲ କରିଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ୍। ବିଜେପିର ଅଜିତ ସିଂହ ମେହଟାଙ୍କୁ ହରାଇ ସଚିନ ୧ ଲକ୍ଷ ୫ ହଜାର ୮୧୨ ଭୋଟ୍ ହାସଲ କରିଛନ୍ତି। ୨୦୧୮ରେ ମଧ୍ୟ ସଚିନ ପାଇଲଟ ଏହି ଆସନରୁ ନିର୍ବାଚନ ଲଢ଼ି ଜିତିଥିଲେ।
ସେହିପରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ନିଜ ଆସନରୁ ବହୁମତରେ ଜିତିଛନ୍ତି। ସେ ରାଜସ୍ଥାନର ସରଦାରପୁର ଆସନରୁ ଅଶୋକ ଲଗାତର ୯ ଥର ପାଇଁ ବିଜୟ ହୋଇଛନ୍ତି। ୨୬,୩୯୬ ଭୋଟରେ ବିଜେପିର ପ୍ରଫେସର ମହେନ୍ଦ୍ର ରାଠୋରଙ୍କୁ ସେ ପରାସ୍ତ କରିଛନ୍ତି।
ମହେନ୍ଦ୍ର ରାଠୋର୍ଙ୍କୁ ୬୮,୫୨୧ ଭୋଟ୍ ମିଳିଥିବା ବେଳେ ଅଶୋକ ଗେହଲଟଙ୍କୁ ପ୍ରାୟ ୯୫ ହଜାର ୪୦୯ଟି ଭୋଟ ମିଳିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ୧୯୯୯, ୨୦୦୩, ୨୦୦୮, ୨୦୧୩, ୨୦୧୮ରେ ଲଗାତର ସରଦାରପୁର ଆସନରେ ନିର୍ବାଚନ ଲଢ଼ି ବିଜୟ ହୋଇଛନ୍ତି।
#RajasthanAssemblyElection2023 | Congress candidate from Tonk, Sachin Pilot wins by a margin of 29,475, garnering a total of 1,05,812 votes pic.twitter.com/dEjrnrqtRt
— ANI (@ANI) December 3, 2023
ଏଥର ଯଦି ଦଳ ପୁଣି ସରକାରକୁ ଆସେ ତେବେ କିଏ ମୁଖ୍ୟମନ୍ତ୍ରୀ ହେବେ ବୋଲି ଗଣମାଧ୍ୟମ ପ୍ରଶ୍ନରେ ପାଇଲଟ କହିଛନ୍ତି, "ନିର୍ବାଚିତ ବିଧାୟକ ଏବଂ କଂଗ୍ରେସ ହାଇକମାଣ୍ଡ ନିଷ୍ପତ୍ତି ନେବେ ଯେ ରାଜସ୍ଥାନରେ କିଏ ଦଳର ନେତୃତ୍ୱ ନେବେ।" କଂଗ୍ରେସ ଏକଜୁଟ ହୋଇଛି କି ନାହିଁ ପଚରାଯିବାରୁ ପାଇଲଟ କହିଛନ୍ତି, "କଂଗ୍ରେସ ସମ୍ପୂର୍ଣ୍ଣ ଭାବେ ଏକଜୁଟ ହୋଇଛି। ବିଜେପିରେ ତିକ୍ତତା ଏବଂ ମତାନ୍ତର ରହିଛି, ଭୁଲ ଢଙ୍ଗରେ ଟିକେଟ ବଣ୍ଟନ କରାଯାଇଛି। ଏକଥା ମୁଁ କହୁ ନାହିଁ, ସମସ୍ତେ କହୁଛନ୍ତି। କିନ୍ତୁ କଂଗ୍ରେସରେ ଏପରି ହୁଏନାହିଁ, ଆମେ ଏକାଠି ବସୁ ଏବଂ ଆଲୋଚନା କରୁ।"
ପାଇଲଟ ଆହୁରି କହିଛନ୍ତି, "କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଦଳର ନେତା ରାହୁଲ ଗାନ୍ଧି କ୍ଷମା କରିବାକୁ, ଭୁଲିଯିବାକୁ ଏବଂ ଆଗକୁ ବଢ଼ିବାକୁ କହିଛନ୍ତି। ସେଥିପାଇଁ ମୁଁ ଭବିଷ୍ୟତକୁ ଦେଖୁଛି। ମୁଁ ରାଜସ୍ଥାନ ପାଇଁ ପାଞ୍ଚ ବର୍ଷର ରୋଡ଼ମ୍ୟାପକୁ ଦେଖୁଛି। ମିଳିତ ଭାବେ ଆମେ କଂଗ୍ରେସକୁ ଜିତାଇବୁ। ଏହା ପରେ କିଏ ଦଳର ନେତୃତ୍ୱ ନେବେ, ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବେ ତାହା ବିଧାୟକ ଏବଂ ନେତୃତ୍ୱ ସ୍ଥିର କରିବେ।"
୨୦୧୮ ନିର୍ବାଚନଠାରୁ ଏହି ନିର୍ବାଚନ କିପରି ଭିନ୍ନ ହେବ ବୋଲି ଏକ ପ୍ରଶ୍ନର ଉତ୍ତରରେ ପାଇଲଟ କହିଛନ୍ତି, ସେତେବେଳେ କଂଗ୍ରେସ ବିରୋଧୀ ଦଳରେ ଥିଲା। ଏଥର ରାଜସ୍ଥାନବାସୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଆମ କାର୍ଯ୍ୟ ଦେଖିଛନ୍ତି। ଆମେ ଗାଁ ଗାଁରେ ପହଞ୍ଚିଛୁ। ଏଥର ନିର୍ବାଚନ ଐତିହାସିକ ହେବ, ପରମ୍ପରା ବଦଳିବ ଏବଂ କଂଗ୍ରେସ କ୍ଷମତାକୁ ଫେରିବ।"
ସ୍ୱାଧୀନତା ପରେ ପ୍ରାୟ ଚାରି ଦଶନ୍ଧି ଧରି ରାଜସ୍ଥାନ ରାଜନୀତିରେ କଂଗ୍ରେସ ପ୍ରାଧାନ୍ୟ ବିସ୍ତାର କରିଛି। କିନ୍ତୁ ପାଇଲଟ ନିର୍ବାଚନ ଲଢୁଥିବା ଟୋଙ୍କ ଆସନରେ ସ୍ୱାଧୀନତା ପରଠାରୁ କୌଣସି କଂଗ୍ରେସ ନେତା ଲଗାତାର ଭାବେ ଦୁଇଥର ପାଇଁ ବିଜୟୀ ହୋଇପାରି ନାହାଁନ୍ତି। ସେ ଏହି ରେକର୍ଡକୁ ଭାଙ୍ଗିବେ କି ପଚରାଯିବାରୁ ପାଇଲଟ କହିଛନ୍ତି, "ସ୍ୱାଧୀନତା ପରଠାରୁ କୌଣସି କଂଗ୍ରେସ ନେତା ୫୦ ହଜାରରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ଜିତିନଥିଲେ। ରେକର୍ଡ ତିଆରି ହୋଇଛି ଭାଙ୍ଗିବା ପାଇଁ।
ମୁଁ ରେକର୍ଡ କି ସଂଖ୍ୟାକୁ ଯିବାକୁ ଚାହିଁ ନାହିଁ। କିନ୍ତୁ ଲୋକମାନେ ମୋତେ ବିଶ୍ୱାସ କରିଛନ୍ତି। ଆମେ ଅନେକ ବିକାଶମୂଳକ କାର୍ଯ୍ୟ କରିଛୁ, କୋଭିଡ-19 ସମୟରେ ଆମେ ଲୋକଙ୍କୁ ସାହାଯ୍ୟ କରିଥିଲୁ। ତେଣୁ ମୁଁ କହିପାରେ ଯେ ଟୋଙ୍କରେ ଏକ ବଡ଼ ବ୍ୟବଧାନରେ ଆମେ ଜିତିବୁ।"
ତେବେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦକୁ ଦଳରେ ବାଦ ବିବାଦ ଦେଖିବାକୁ ମିଳିଥିଲା। କିଛି ଦଳୀୟ ଲୋକ ମୁଖ୍ୟମନ୍ତ୍ରୀ ପାଇଁ ଗେହଲଟଙ୍କୁ ନିର୍ଣ୍ଣୟ କରୁଥିବା ବେଳେ କିଛି ପାଇଲଟଙ୍କୁ ସମର୍ଥନ କରନ୍ତି। ନିକଟରେ ଗେହଲଟ କହିଥିଲେ, "ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପ୍ରସ୍ତୁତ ଅଛି, କିନ୍ତୁ ପଦ ମତେ ଛାଡୁନାହିଁ।" ତେବେ ଆଉ କିଛିଦିନ ପରେ ନିର୍ବାଚନ ଏବଂ ଡିସେମ୍ବର 3ରେ ଫଳାଫଳ ପ୍ରକାଶ ପାଇବା ପରେ ଏଥର ରାଜସ୍ଥାନରେ କିଏ ସରକାର ଗଢୁଛି ତାହା ସ୍ପଷ୍ଟ ହୋଇଯିବ।
ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ପାଇଲଟ ଆଜି ରାଜସ୍ଥାନର ଟୋଙ୍କ୍ ବିଧାନସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ନିର୍ବାଚନ ସତ୍ୟପାଠରେ ଉଭୟଙ୍କର ଛାଡ଼ପତ୍ର ହୋଇ ସାରିଥିବା ଉଲ୍ଲେଖ କରିଛନ୍ତି ସଚିନ। ୨୦୧୮ ବିଧାନସଭା ନିର୍ବାଚନରେ ପାଇଲଟ ତାଙ୍କ ସତ୍ୟପାଠରେ ସାରା ପାଇଲଟଙ୍କ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ତାଙ୍କ ସମ୍ପତ୍ତିର ବିବରଣୀ ମଧ୍ୟ ଦେଇଥିଲେ। କିନ୍ତୁ ଛାଡ଼ପତ୍ର ବାବଦରେ ଉଲ୍ଲେଖ କରି ନଥିଲେ। ପ୍ରଥମ କରି ୨୦୨୩ ସତ୍ୟପାଠରେ ଛାଡ଼ପତ୍ର ହୋଇସାରିଥିବା ଘୋଷଣା କରିଛନ୍ତି।
କହି ରଖୁଛୁ ଯେ, ସଚିନ ପାଇଲଟ ଜାମ୍ମୁ କାଶ୍ମୀରର ଭେଟେରାନ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ଝିଅ ସାରାଙ୍କୁ ବିବାହ କରିଥିଲେ। ୨୦୦୪ରେ ଉଭୟ ବିବାହ କରିଥିଲେ। ସେମାନଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି। ଉଭୟ ଅଲଗା ହୋଇଯାଇଥିବା ନେଇ ୨୦୧୪ରେ ଚର୍ଚ୍ଚା ହୋଇଥିଲା। କିନ୍ତୁ ଏହା ଗୁଜବ କହି ଉଭୟ ଏହାକୁ ଖଣ୍ଡନ କରିଥିଲେ। ଏପରିକି ୨୦୧୮ ନିର୍ବାଚନ ସତ୍ୟପାଠରେ ମଧ୍ୟ ପାଇଲଟଟ୍ ତାଙ୍କ ପତ୍ନୀଙ୍କ ବାବଦରେ ଉଲ୍ଲେଖ କରିଥିଲେ।
ସୋମବାର ପାଲଟ କହିଛନ୍ତି, ରାଜ୍ୟର କ୍ଷମତାସୀନ କଂଗ୍ରେସ ସରକାର ସବୁ ଘଟଣାକୁ ଠିକ ଭାବେ ମୁକାବିଲା କରିଛି ଓ ବିଜେପି ଶାସିତ ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶ ତୁଳନାରେ ରାଜସ୍ଥାନ ସ୍ଥିତ ଭଲ ରହିଛି।
ପାଇଲଟ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରକୁ ମଧ୍ୟ ସମାଲୋଚନା କରିଛନ୍ତି। କ୍ଷମତାସୀନ ବିଜେପି ସରକାର କେବଳ ଲୋକଙ୍କୁ ବିଭ୍ରାନ୍ତ କରୁଛି ଓ କ୍ଷମତାକୁ ଆସିବା ପାଇଁ ଧର୍ମର ସାହାରା ନେଉଛି ବୋଲି ପାଇଲଟ କହିଛନ୍ତି।
ରବିବାର ରାଜସ୍ଥାନର ଟଙ୍କ ଅନ୍ତର୍ଗତ ନିୱାଇରେ ପ୍ରିୟଙ୍କା ଗାନ୍ଧି ଭଦ୍ରା ସାଧାରଣ ସଭା କରିଥିଲେ। ତେବେ ରାଜସ୍ଥାନରେ ମହିଳା ବିରୋଧୀ ହିଂସା ବେଳେ ପ୍ରିୟଙ୍କା ଆସି ନଥିଲେ ଓ ଏବେ ଭୋଟ ମାଗିବାକୁ ଆସିଥିବା କଥା କହି ବିଜେପି ତାଙ୍କୁ ଟାର୍ଗେଟ କରିଥିଲା। ଏହାର ଜବାବ ଦେଇ ପାଇଲଟ କହିଛନ୍ତି, “ବିରୋଧୀ ଦଳ ଆଇନଶୃଙ୍ଖଳା ପରିସ୍ଥିତିକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ କରୁଛି।
ଯେତେବେଳେ ବି ରାଜ୍ୟରେ କୌଣସି ଘଟଣା ଘଟୁଛି ସେତେବେଳେ ଉଚିତ ପଦକ୍ଷେପ ନିଆଯାଉଛି ଓ ମାତ୍ର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଧରା ଯାଉଛି। ଏପରି ଘଟଣା ସବୁ ଯେକୌଣସି ସ୍ଥାନରେ ଘଟିପାରେ। କିନ୍ତୁ ଆମେ ତତ୍କାଳ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ। ଆମେ ଏପରି ଘଟଣାକୁ ଅଟକାଇବା ପାଇଁ ଶତପ୍ରତିଶତ ଚେଷ୍ଟା କରୁଛୁ।
ଅନ୍ୟ ରାଜ୍ୟରେ ଯାହା ସବୁ ଘଟୁଛି, ତାକୁ ମଧ୍ୟ ଦେଖିବା ଦରକାର। ଅପରାଧର ଗ୍ରାଫ ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶର ଅଧିକ ଉଚ୍ଚରେ ରହିଛି। କିନ୍ତୁ ବିଜେପି ନେତା ଏଠାରେ ଏହାକୁ ପ୍ରସଙ୍ଗ କରୁଛନ୍ତି। କାରଣ ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି।”
ସଚିନ ପାଇଲଟ କହିଛନ୍ତି, ଯେଉଁ ବିଜେପି ନେତାମାନେ ଏବେ ଆଇନ ଶୃଙ୍ଖଳା କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ସେମାନଙ୍କର ଦେଖା ୫ ବର୍ଷ ହେଲା ନଥିଲା। ଏବେ ନିର୍ବାଚନ ଆସୁଥିବାରୁ ସେମାନେ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି।
ସେ ଆହୁରି କହିଛି ଯେ ଜି-୨୦ ବୈଠକକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡେଗଙ୍କୁ ସରକାର ନିମନ୍ତ୍ରଣ କରିବାର ଥିଲା। ଯଦି ଖଡଗେଙ୍କୁ ନିମନ୍ତ୍ରଣ କରାଯାଇ ଥାଆନ୍ତା, ତା’ହେଲେ ପୂରା ବିଶ୍ୱ ଜାଣି ଥାଆନ୍ତା ଯେ ଦେଶ ଏକ ହୋଇ ଅଛି।
ପୁରୁଣା କମିଟି ତୁଳନାରେ ନୂଆ ଟିମରେ ବିଶେଷ ପରିବର୍ତ୍ତନ କରାଯାଇ ନାହିଁ। ତଥାପି କିଛି ନୂଆ ଚେହେରା ସାମିଲ୍ ହୋଇଛନ୍ତି। ତାଲିକା ପ୍ରକାଶ କରିବା ପୂର୍ବରୁ, ଗତ କିଛି ମାସ ଧରି ଦଳ ପକ୍ଷରୁ ବୈଠକ ବସୁଥିଲା। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କ ସମେତ ବହୁ ବରିଷ୍ଠ ନେତା ବୈଠକରେ ସାମିଲ ହେଉଥିଲେ। ତେଣୁ ଟିମରେ କିଛି ପରିବର୍ତ୍ତନ ଆସିପାରେ ବୋଲି ଚର୍ଚ୍ଚା ହେଉଥିଲା। ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ମୋଟ 39 ଜଣ ସଦସ୍ୟ ନୂଆ କାର୍ଯ୍ୟକାରୀ କମିଟିରେ ସାମିଲ୍ ଥିବାବେଳେ ଟିମରେ କିଛି ପରିବର୍ତ୍ତନ ହୋଇଛି।
ଏହି ତିନି ଜଣଙ୍କ ବ୍ୟତୀତ ପ୍ରିୟଙ୍କା ଗାନ୍ଧି, ଏ.କେ ଆଣ୍ଟୋନି, ଅମ୍ବିକା ସୋନି, ଅଧିର ରଞ୍ଜନ ଚୌଧୁରୀ, ଦିଗବିଜୟ ସିଂହ, ଚରଣଜିତ ସିଂହ ଚନ୍ନି, ଆନନ୍ଦ ଶର୍ମାଙ୍କ ସମେତ ମୋଟ 39 ନେତା ଅଛନ୍ତି। ଏହା ବ୍ୟତୀତ 32 ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ, 9 ଜଣ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ, ଯୁବ କଂଗ୍ରେସ, ଜାତୀୟ ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ଏବଂ ସେବା ଦଳ ସଭାପତିଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି।
ସଚିନ ପାଇଲଟ, ଶଶି ଥରୁର, ଅଶୋକ ଚୌହାନ, ଦୀପକ ବାବରିଆ କଂଗ୍ରେସ ନୂଆ କମିଟିରେ ସ୍ଥାନ ପାଇଛନ୍ତି। ଗୌରବ ଗୋଗୋଇ, ନାସିର ହୁସେନ୍, ଦୀପା ଦାଶ ମୁନ୍ସି ମଧ୍ୟ କଂଗ୍ରେସ୍ ୱାର୍କିଂ କମିଟିରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଏହି ବିଶେଷ ଆମନ୍ତ୍ରିତ ସଦସ୍ୟଙ୍କ ମଧ୍ୟରେ ପବନ ଖେରା, ସୁପ୍ରିୟା ଶ୍ରୀନେଟ ଏବଂ ଅଲକା ଲଂବା ଅଛନ୍ତି।
ଦୀର୍ଘ ଦିନ ହେଲା ପାଇଲଟ ଓ ଗେହଲଟଙ୍କ ମଧ୍ୟରେ ଲାଗିଥିବା କଳିର ସମାଧାନ ପାଇଁ ଗତକାଲି ଦିଲ୍ଲୀରେ ବସିଥିଲା ବୈଠକ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ବସିଥିବା ରୁଦ୍ଧଦ୍ୱାର ବୈଠକରେ ରାହୁଲ ଗାନ୍ଧି, ରାଜସ୍ଥାନର ପିସିସି ସଭାପତି ଓ କଂଗ୍ରେସର ସାଧାରଣ ସମ୍ପାଦକ କେ.ଭି ଭେନୁଗୋପାଳ ସାମିଲ ହୋଇଥିଲେ।
ସନ୍ଧ୍ୟା ୬ଟାରେ ଖଡଗେଙ୍କ ଘରେ ଆୟୋଜିତ ବୈଠକରେ ପ୍ରଥମେ ଗେହଲଟ ଯୋଗ ଦେଇଥିବା ବେଳେ ୮ଟା ବେଳେ ପାଇଲଟ ସାମିଲ ହୋଇଥିଲେ। ପ୍ରାୟ ୪ ଘଣ୍ଟା କାଳ ଆଲୋଚନା ଚାଲିବା ପରେ ବିଳମ୍ବିତ ରାତିରେ ଉଭୟ ନେତା ବାହାରକୁ ଆସି ଆଗାମୀ ବିଧାନସଭା ନିର୍ବାଚନ ଏକାଠି ଲଢ଼ିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
କଂଗ୍ରେସର ସାଧାରଣ ସମ୍ପାଦକ କେ.ଭି ଭେନୁଗୋପାଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଉଭୟ ନେତା ଏବେ ହାତ ମିଳାଇ ନେଇଛନ୍ତି। ଏଥିସହ ଦଳ ଯାହା ନିଷ୍ପତ୍ତି ନେବ ତାହାକୁ ସେମାନେ ସ୍ୱୀକାର କରିନେବେ ବୋଲି ମଧ୍ୟ କହିଛନ୍ତି ।
ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ । ତେଣୁ ଏବେଠୁ ଦଳୀୟ କନ୍ଦଳକୁ ସମାଧାନ କରି ଦଳକୁ ମଜଭୁତ କରିବାକୁ କଂଗ୍ରେସ ହାଇକମାଣ୍ଡ ନିଷ୍ପତ୍ତି ନେଇଛନ୍ତି। ଏହାବାଦ ରାଜସ୍ଥାନ କଂଗ୍ରେସରେ ଗଡ଼ ହୋଇଥିବା ବେଳେ ଆଗାମୀ ନିର୍ବାଚନରେ ବି ବହୁମତ ହାସଲ କରି ସରକାର ଗଠନ କରିବା ନିମନ୍ତେ ଉଭୟ ନେତା ଏକାଠି ହେବାକୁ ସମ୍ମତି ପ୍ରକାଶ କରିଥିବାରୁ କଂଗ୍ରେସ ଶିବିରରେ ବେଶ୍ ଉତ୍ସାହ ଖେଳି ଯାଇଛି।
ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କର ପୂର୍ବତନ ଡେପୁଟି ସଚିନ ପାଇଲଟଙ୍କ ମଧ୍ୟରେ କ୍ଷମତାକୁ ନେଇ ବହୁ ଦିନ ହେଲା ଶୀତଳ ଯୁଦ୍ଧ ଚାଲି ରହିଥିଲା। ଏହା ବେଳେ ବିସ୍ଫୋରକ ରୂପ ନେବାକୁ ପଛାଉ ନ ଥିଲା। ଦୁଇ ବର୍ଷ ତଳେ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବାକୁ ଆଶା କରି ଗେହଲଟଙ୍କ ବିରୋଧରେ କିଛି ବିଧାୟକଙ୍କୁ ଧରି ଦିଲ୍ଲୀରେ ଡେରା ପକାଇଥିଲେ।
ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଚାର ହେବାରୁ ଗେହଲଟଙ୍କ ସପକ୍ଷରେ ଥିବା ୯୦ ବିଧାୟକ ଦଳ ବିରୋଧରେ ବିଦ୍ରୋହ ଘୋଷଣା କରିବେ ବୋଲି ଧମକ ଦେଇଥିଲେ।
ଏଠାରେ କଂଗ୍ରେସ କ୍ଷମତାରେ ଥିଲେ ହେଁ ପାଇଲଟ ନିଜ ଦଳର ସରକାର ବିରୋଧରେ ସାଂଘାତିକ ଅଭିଯୋଗ ଆଣି ଶୋଭାଯାତ୍ରା ଚଳାଇଛନ୍ତି। ଆଜି ଏହି ଯାତ୍ରା ଜୟପୁରରେ ଶେଷ ହୋଇଥିବା ବେଳେ ପାଇଲଟ ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ୧୫ ଦିନର ସମୟ ଦେଇଛନ୍ତି।
ପୂର୍ବରୁ ରାଜ୍ୟରେ କ୍ଷମତାରେ ଥିବା ବିଜେପି ସରକାର ବିରୋଧରେ ଆସିଥିବା ସମସ୍ତ ପ୍ରକାରର ଦୁର୍ନୀତି ଅଭିଯୋଗର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ। ଯଦି ୧୫ ଦିନ ଭିତରେ କୌଣସି ପ୍ରକାରର ପଦକ୍ଷେପ ନ ନିଆଯାଏ, ତା’ହେଲେ ପାଇଲଟ ଆନ୍ଦୋଳନକୁ ଆହୁରି ଜୋରଦାର କରିବେ ବୋଲି ଖୋଲା ଚେତାବନୀ ଦେଇଛନ୍ତି।
ଆଜମେରରୁ ଜୟପୁର ଯାଏ ଶୋଭାଯାତ୍ରା କରୁଥିବା ପାଇଲଟ କହିଛନ୍ତି, “ଆମେ ଲୋକଙ୍କ ସମର୍ଥନ ପାଉଛୁ। କାରଣ ଆମ ପ୍ରସଙ୍ଗ ସବୁ ଜରୁରୀ। ମୁଖ୍ୟମନ୍ତ୍ରୀ ହେଉଛନ୍ତି ରାଜ୍ୟରେ ଚେହେରା। ମୁଖ୍ୟମନ୍ତ୍ରୀ ଗେହଲଟ ଓ ମୁଁ ଏକାଠି ହୋଇ ଦୁର୍ନୀତି ବିରୋଧରେ ଲଢ଼ିବା କଥା। କିନ୍ତୁ ମୁଖ୍ୟମନ୍ତ୍ରୀ ମୋର ବାରମ୍ବାର ଦାବି ଓ ଚିଠି ସତ୍ତ୍ୱେ ଦୁର୍ନୀତି ବିରୋଧରେ କୌଣସି ପ୍ରକାରର ପଦକ୍ଷେପ ନେଉ ନାହାନ୍ତି।”
ଆଗକୁ ନିର୍ବାଚନ ଥିବା ବେଳେ କଂଗ୍ରେସରେ ଏପରି ବିଦ୍ରୋହ ଘାତକ ସାବ୍ୟସ୍ତ ହେବ କି ପ୍ରଶ୍ନର ପାଇଲଟ କହସିଛନ୍ତି, “ମୁଁ କାହା ବିରୋଧରେ କୌଣସି ପ୍ରକାରର ଅଭିଯୋଗ କରୁନି କିମ୍ବା କାହା ସହ ବ୍ୟକ୍ତିଗତ ସ୍ତରରେ ମୋର ତିକ୍ତତା ମଧ୍ୟ ନାହିଁ।”
କର୍ଣ୍ଣାଟକା ବିଜୟ ସମ୍ପର୍କରେ ପାଇଲଟ କହିଛନ୍ତି ଯେ “ରେଜଲ୍ଟରୁ ପ୍ରମାଣିତ ହୋଇଛି ଯେ କର୍ଣ୍ଣାଟକାର ଲୋକ ୪୦% କମିସିନ ସରକାରଙ୍କୁ ହଟାଇ ଦେଇଛନ୍ତି। ନିର୍ବାଚନରେ ଦୁର୍ନୀତି ପ୍ରମୁଖ ପ୍ରସଙ୍ଗ ରହିଥିଲା। ଏହା କଂଗ୍ରେସକୁ ବିଜୟରେ ସହାୟତା କରିଛି। ଏବେ ଗୋଟିଏ ନିର୍ମଳ ଓ ସ୍ଥିର ସରକାର ଗଠନ ପାଇଁ ଆମେ ପ୍ରୟାସ କରୁଛୁ।”
ଚଳିତ ବର୍ଷ ଶେଷ ଆଡ଼କୁ ରାଜସ୍ଥାନ ବିଧାନସଭା ନିର୍ବାଚନ ହେବେ। ଏଥିପାଇଁ କଂଗ୍ରେସ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛି।
ଏ ସମ୍ପର୍କରେ ସୂଚନା ଦେବା ପରେ ପାଇଲଟ କହିଛନ୍ତି ଯେ ଗେହଲଟଙ୍କ ବୟାନ ଶୁଣିବା ପରେ ଲାଗୁଛି ଯେ ସୋନିଆ ଗାନ୍ଧି ନୁହେଁ ବରଂ ବସୁନ୍ଧରା ରାଜେ ହେଉଛନ୍ତି ତାଙ୍କ ନେତା। କିଛି ଲୋକ କଂଗ୍ରେସକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି। କିନ୍ତୁ କେବେ ହେଲେ ସେମିତି ହେବାକୁ ଦିଆଯିବନି ବୋଲି ସେ କହିଛନ୍ତି।
ଦିନକ ତଳେ ଗେହଲଟ କହିଥିଲେ ଯେ ୨୦୨୦ ବିଦ୍ରୋହ ବେଳେ ତାଙ୍କ ସରକାର ବିଜେପି ନେତା ବସୁନ୍ଧରା ରାଜେ ଓ କୈଳାସ ମେଘୱାଲଙ୍କ ପାଇଁ ଭୁଶୁଡ଼ିବାକୁ ବର୍ତ୍ତି ଯାଇଥିଲା। କାରଣ ବିଦ୍ରୋହ କରୁଥିବା କିଛି କଂଗ୍ରେସ ବିଧାୟକ ଟଙ୍କା ବଳରେ ନିର୍ବାଚିତ ସରକାରଙ୍କୁ ଭାଙ୍ଗିବାକୁ ଚାହୁଁଥିଲେ। ହେଲେ ରାଜେ ଓ ମେଘୱାଲ ଏଥିରେ ରାଜି ହୋଇ ନଥିଲେ ବୋଲି ଗେହଲଟ ଦାବି କରିଥିଲେ।
ଏହି ଭାଷଣ ଶୁଣିବା ପରେ ପାଇଲଟ କହିଛନ୍ତି ଯେ “ପ୍ରଥମଥର ପାଇଁ ଦେଖିବାକୁ ମିଳୁଛି ଯେ କୌଣସି ନେତା ନିଜ ଦଳର ସାଂସଦ ଓ ବିଧାୟକମାନଙ୍କୁ ସମାଲୋଚନା କରୁଛନ୍ତି। ସେ ବିଜେପି ନେତାଙ୍କୁ ପ୍ରଶଂସା କରି କଂଗ୍ରେସ ନେତାମାନଙ୍କୁ ଅସମ୍ମାନ କରୁଛନ୍ତି। ଏହାର ଉଦ୍ଦେଶ୍ୟ ଆଦୌ ବୁଝା ପଡ଼ୁନି। ଏହା ଆଦୌ ଠିକ ନୁହେଁ।
ପ୍ରଥମେ ସେ (ଗେହଲଟ) ଅଭିଯୋଗ କରିଥିଲେ ଯେ ବିଜେପି ତାଙ୍କ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛି। ଏବେ ସେ କହୁଛନ୍ତି ବିଜେପି ନେତାମାନେ ତାଙ୍କ ସରକାରଙ୍କୁ ରକ୍ଷା କଲେ। ସେ ଏପରି ବିରୋଧଭାଷ ଉପରେ ସ୍ପଷ୍ଟୀକରଣ ରଖିବା ଦରକାର। ମୋର ବାରମ୍ବାର ଅନୁରୋଧ ସତ୍ତ୍ୱେ ବସୁନ୍ଧରା ରାଜେ ସରକାର କରିଥିବା ଦୁର୍ନୀତି ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉ ନଥିଲା, ସେକଥା ମୁଁ ଏବେ ବୁଝିପାରୁଛି।
ଗୁପ୍ତ ବୁଝାମଣା ଯୋଗୁ ବୋଧେ ଏପରି ହୋଇଛି। ଅଢ଼େଇ ବର୍ଷ ମଧ୍ୟରେ ସେ(ଗେହଲଟ) ବ୍ୟକ୍ତିଗତ ସ୍ତରକୁ ଯାଇ ମୋତେ ଗର୍ଦାର, ନିକମ୍ମା, କରୋନା ଭଳି ଅନେକ କଥା କହିଛନ୍ତି। ମୁଁ ଏହା ଉପରେ କିଛି ବି କହି ନଥିଲି। କାରଣ ମୁଁ ଦଳର କ୍ଷତି କରିବାକୁ ଚାହୁଁ ନଥିଲି।”
ତେବେ ପାଇଲଟ ୧୧ ତାରିଖରେ ଆରମ୍ଭ କରିବାକୁ ଯାଉଥିବା ଶୋଭାଯାତ୍ରା କାହା ବିରୋଧରେ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି। ସେ କେବଳ ଦୁର୍ନୀତି ବିରୋଧରେ ସ୍ୱର ଉଠାଇ ଏପରି କରିବାକୁ ଯାଉଥିବା କହିଛନ୍ତି। ସେ ୨୦୨୦ ମସିହା ବିଦ୍ରୋହକୁ ଯର୍ଥାଥ ଦର୍ଶାଇବା ସହ ଦଳର ବିଧାୟକମାନେ ନେତୃତ୍ୱ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ବୋଲି ଦାବି କରିଛନ୍ତି।
୨୦୨୦ ଜୁଲାଇ ମାସରେ ସଚିନ ପାଇଲଟ ଓ ୧୮ ଜଣ କଂଗ୍ରେସ ବିଧାୟକ ଗେହଲଟ ସରକାର ବିରୋଧରେ ବିଦ୍ରୋହ କରିଥିଲେ। ଗୋଟିଏ ମାସ ଧରି ଏହାକୁ ନେଇ ତିକ୍ତତା ଚାଲିବା ପରେ ଦଳର ହାଇକମାଣ୍ଡ ବିବାଦର ସମାଧାନ କରିଥିଲେ। ପାଇଲଟ ରାଜସ୍ଥାନର ଉପ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ କଂଗ୍ରେସ ମୁଖ୍ୟ ପଦରୁ ବିଦା ହୋଇଥିଲେ। ସେବେଠାରୁ ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ତିକ୍ତତା ଲାଗି ରହିଛି।
ଏହି ତାଲିକାରେ ନିକଟରେ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିବା ଜଗଦୀଶ ଶେଟ୍ଟରଙ୍କ ନାଁ ରହିଛନ୍ତି। ଜଗଦୀଶ ହେଉଛନ୍ତି କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ। ବିଜେପି ତାଙ୍କୁ ଟିକେଟ ନ ଦେବାରୁ ସେ କଂଗ୍ରେସରେ ଯୋଗ ଦେଇଥିଲେ। ଦଳ ତାଙ୍କୁ ହୁବ୍ବାଲି ଆସନରୁ ପ୍ରାର୍ଥୀ କରିବା ସହ ଏବେ ଷ୍ଟାର ପ୍ରଚାର ତାଲିକାରେ ମଧ୍ୟ ସାମିଲ କରିଛି।
ସଚିନ ପାଇଲଟ ଷ୍ଟାର ପ୍ରଚାର ତାଲିକାରୁ ବାଦ ପଡ଼ିଥିବା ବେଳେ ଅଶୋକ ଗେହଲଟଙ୍କ ନାଁ ରହିଛି। ତାଙ୍କ ବ୍ୟତୀତ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ନାଁ ମଧ୍ୟ କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ରହିଛି।
ଗୁଜରାଟ ବିଧାନସଭା ନିର୍ବାଚନ ବେଳେ ଦଳ ଷ୍ଟାର ପ୍ରଚାର ତାଲିକାରୁ ବାଦ ପଡ଼ିଥିବା ଶଶି ଥରୁର ଏଥର କମବ୍ୟାକ କରିଛନ୍ତି। ତାଲିକାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପି ଚିଦାମ୍ବରମ, ଜୟରାମ ରମେଶ ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନାଁ ରହିଛି। କର୍ଣ୍ଣାଟକାର ହେଭିୱେଟ ରାଜନେତା ସିଦ୍ଦରମୈୟା, ଡିକେ ଶିବକୁମାର, ବୀରାପ୍ପା ମୋଇଲୀ, ଏବି ପାଟିଲ ଓ ସତୀଶ ଜାରକିହୋଲି ମଧ୍ୟ ଦଳ ପାଇଁ ଷ୍ଟାର ପ୍ରଚାରକ ସାଜିବେ।
ମେ’ ୧୦ରେ କର୍ଣ୍ଣାଟକା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ମେ’ ୧୩ରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ।
ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ଗେହଲଟ, ଦଳର ପ୍ରଭାରୀ ସୁଖଜିନ୍ଦର ସିଂହ ରନ୍ଧୱା ଓ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଗୋବିନ୍ଦ ସିଂହ ଦୋତାସ୍ର ବିଧାୟକମାନଙ୍କ ସହ ୱାନ ଟୁ ୱାନ ବୈଠକ କରିଥିଲେ। ସେମାନଙ୍କ ଠାରୁ ବିଭିନ୍ନ ପ୍ରସଙ୍ଗରେ ତଥ୍ୟ ସଂଗ୍ରହ କରିଥିଲେ।
ପାଇଲଟ ଟୋଙ୍କ ଆସନରୁ ବିଧାୟକ ହୋଇଥିବା ବେଳେ ତାଙ୍କ ସହ ମଧ୍ୟ ଆଜି ବରିଷ୍ଠ ନେତାମାନେ ୱାନ ଟୁ ୱାନ ଆଲୋଚନା କରିଥାଆନ୍ତେ। ହେଲେ ସେ ବରିଷ୍ଠ ନେତାଙ୍କ ବୈଠକରେ ଯୋଗଦେଇ ନଥିଲେ। ସେ ଆଜି ନିଜସ୍ୱ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପାଇଲଟଙ୍କ ଏପରି ଆଭିମୁଖ୍ୟ କଂଗ୍ରେସ ଶିବିରରେ କମ୍ପନ ସୃଷ୍ଟି କରିଛି।
ତେବେ ପାଇଲଟ କହିଛନ୍ତି, “ମୁଁ କାହା ବିରୋଧରେ କିମ୍ବା କଂଗ୍ରେସ ସରକାର ବିରୋଧରେ ନାହିଁ। ସବୁ କିଛି ଦୁର୍ନୀତି ବିରୋଧରେ କରାଯାଉଛି। ଏହି ଦୁର୍ନୀତି ବସୁନ୍ଧରା ରାଜେଙ୍କ ସରକାର ସମୟରେ ହୋଇଥିଲା। ମୁଁ ଏ ପ୍ରସଙ୍ଗରେ ଦୀର୍ଘଦିନରୁ କହି ଆସୁଛି। ରାଜସ୍ଥାନ ସରକାର ଯେତେବେଳେ ୩ ବର୍ଷ ପୁରୁଣା ହୋଇଥିଲା ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ତାଙ୍କ ହସ୍ତକ୍ଷେପ ଲୋଡ଼ିଥିଲି।
ଆମେ ଯେମିତି ହେଲେ, ଦୁର୍ନୀତିର ତଦନ୍ତ କରିବା ବୋଲି କହିଥିଲି। ଏବେ ନିର୍ବାଚନ ଆଉ କିଛି ମାସ ବାକି ରହିଛି। ଆମେ ବହୁତ କିଛି କହିଥିଲି ଓ ଦୁର୍ନୀତି ବିରୋଧରେ କିଛି ବି କରି ନାହୁଁ ବୋଲି ଲୋକେ କୁହନ୍ତୁ ବୋଲି ମୁଁ ଚାହେଁ ନାହିଁ। ତେଣୁ ଦୁର୍ନୀତି ଅଭିଯୋଗର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରୁଛି।”
କିଛି ଦିନ ତଳେ ପାଇଲଟ ଦୁର୍ନୀତି ଅଭିଯୋଗର ତଦନ୍ତ ଦାବି କରି ନିଜ ସରକାର ବିରୋଧରେ ଦିନିକିଆ ଅନଶନ କରିଥିଲେ। ଏହାକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିଲା। ଏଥିସହ ପାଇଲଟଙ୍କୁ ଅନଶନ ନ କରିବାକୁ କୁହାଯାଇଥିଲା। ହେଲେ ପାଇଲଟ ଅନଶନ କରିଥିଲେ। ଏବେ ସେ ବୈଠକରେ ମଧ୍ୟ ଯୋଗ ଦେଇ ନାହାନ୍ତି।
ଡୁଙ୍ଗରପୁର ଜିଲ୍ଲାର ମ୍ୟାଲା ଗାଁରେ ଆୟୋଜିତ ଭାଗବତ କଥା କାର୍ଯ୍ୟକ୍ରମରେ ଯୋଗ ଦେଇ ବସୁନ୍ଧରା ରାଜେ ଏପରି ଟିପ୍ପଣୀ କରିଛନ୍ତି। ସଚିନ ପାଇଲଟଙ୍କ ନାଁ ନ ଧରି ବସୁନ୍ଧରା କହିଛନ୍ତି, ଯିଏ ସବୁବେଳେ ଆମ ଚିନ୍ତାରେ ବ୍ୟସ୍ତ, ଆମେ କିନ୍ତୁ ତାଙ୍କ ଚିନ୍ତା କରୁନୁ। କାରଣ ଖୋଦ ସୁଦର୍ଶନ ଚକ୍ରଧାରୀ ଆମ ସୁରକ୍ଷା କବଚ ଅଟନ୍ତି। ପରିସ୍ଥିତିରେ ପଡ଼ି ନିଜ ଲୋକ ପର ହୋଇ ପାରନ୍ତି, କିନ୍ତୁ ସୁଦର୍ଶନ ଚକ୍ରଧାରୀ ସବୁବେଳେ ଆମ ରକ୍ଷା ନିମନ୍ତେ ଦଣ୍ଡାୟମାନ । ଏଥିସହ ସେ କହିଛନ୍ତି, ଯାହାକୁ ଖୋଦ ପ୍ରଭୁ ରକ୍ଷା କରିବେ, ତାକୁ ବା କିଏ ମାରିପାରିବ ।
ସୂଚନାଯୋଗ୍ୟ, ବସୁନ୍ଧରା ରାଜେ କାର୍ଯ୍ୟକାଳ ସମୟରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ କରିବାକୁ ସଚିନ ପାଇଲଟ ନିଜ ସରକାର ବିରୋଧରେ ଛିଡ଼ା ହୋଇଛନ୍ତି। ବସୁନ୍ଧରା ରାଜେଙ୍କ ସମୟରେ ହୋଇଥିବା ସ୍କାମର ତଦନ୍ତ ନିମନ୍ତେ ସେ ଦାବି ଜଣାଇ ଆସୁଛନ୍ତି। ଏପରିକି ଏଥିନିମନ୍ତେ ନିଜ ସରକାର ବିରୋଧରେ ଜୟପୁରରେ ଦିନିକିଆ ଧାରଣା ବି କରି ସାରିଛନ୍ତି।
କଂଗ୍ରେସ କ୍ଷମତାକୁ ଆସିଲେ ବିଜେପି କରିଥିବା ଦୁର୍ନୀତିର ତଦନ୍ତ କରିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲା। ହେଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସାଢ଼େ ୪ ବର୍ଷ କ୍ଷମତାରେ ରହିଥିଲେ ମଧ୍ୟ କୌଣସି ତଦନ୍ତ ନିର୍ଦ୍ଦେଶ ଦେଇ ନଥିବା ଅଭିଯୋଗ କରି ସଚିନ ପାଇଲଟ ଆଜି ସହିଦ ସ୍ମାରକୀ ନିକଟରେ ଅନଶନ କରୁଛନ୍ତି।
୧୧ ତାରିଖ ଅର୍ଥାତ ଆଜି ସେ ଅନଶନ କରିବେ ବୋଲି ପୂର୍ବରୁ ସମସ୍ତଙ୍କୁ ଜଣାଇ ସାରିଥିଲେ। ସେ ନିଜ ସରକାର ବିରୋଧରେ ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଥିବାରୁ କଂଗ୍ରେସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ପାଇଲଟଙ୍କ ଏପରି ଆଭିମୁଖ୍ୟକୁ ବିରୋଧ କରି ଗତକାଲି ରାତିରେ କଂଗ୍ରେସ ପକ୍ଷରୁ ତାଙ୍କୁ ତାଗିଦ କରାଯାଇଥିଲା।
ସେ ନିଜ ସରକାର ବିରୋଧରେ ଅନଶନ କରିବାକୁ ଯାଉଥିବାରୁ ଏହାକୁ ଦଳ ପକ୍ଷରୁ ଦଳ ବିରୋଧୀ କାମ ମଧ୍ୟ କୁହାଯାଇଥିଲା। ଏନେଇ ଏକ ଚିଠି ଜାରି କରି ପାଇଲଟଙ୍କୁ ଅନଶନରୁ ଦୂରେଇ ରହିବାକୁ କୁହାଯାଇଥିଲା। କିନ୍ତୁ ସେ କୌଣସି ତାଗିଦକୁ ଖାତିର ନ କରି ଆଜି ଦିନ ୧୧ଟାରୁ ଦିନିକିଆ ଅନଶନ ଆରମ୍ଭ କରିଛନ୍ତି। ତେଣୁ ଆଗକୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବାର ଆଶଙ୍କା ରହିଛି।
ଆଉ କିଛି ମାସ ପରେ ରାଜସ୍ଥାନ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ପାଇଲଟଙ୍କ ଏପରି ଆଭିମୁଖ୍ୟ କ୍ଷମତାସୀନ କଂଗ୍ରେସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।
କଂଗ୍ରେସର ରାଜସ୍ଥାନ ଇନଚାର୍ଜ ସୁଖଜିନ୍ଦର ସିଂହ ରନ୍ଧୱା ଗୋଟିଏ ବିବୃତିରେ କହିଥିଲେ ଯେ ମଙ୍ଗଳବାର ସଚିନ ପାଇଲଟଙ୍କ ଦିନିକିଆ ଅନଶନ ଦଳର ସ୍ୱାର୍ଥ ବିରୋଧୀ। ଏହା ଦଳ ବିରୋଧୀ କାର୍ଯ୍ୟ। ଯଦି ନିଜ ସରକାର ବିରୋଧରେ ତାଙ୍କର କୌଣସି ସମସ୍ୟା ରହିଛି, ସେଗୁଡ଼ିକ ପାର୍ଟି ଫୋରମରେ ଆଲୋଚନା କରାଯାଇ ପାରିବ।
ସର୍ବସାଧାରଣ ଓ ମିଡିଆ ଆଗରେ ଏପରି କରିବା ଅନୁଚିତ। ୫ ମାସ ହେଲାଣି ରାନ୍ଧୱା ରାଜସ୍ଥାନ ପ୍ରଭାରୀ ଭାବେ କାମ କରୁଥିଲେ ହେଁ ପାଇଲଟ କେବେ ବି ନିଜର ସମସ୍ୟା ସମ୍ପର୍କରେ ତାଙ୍କୁ ଜଣା ନଥିବା ଏହି ବିବୃତିରେ କୁହାଯାଇଥିଲା।
କଂଗ୍ରେସ କ୍ଷମତାକୁ ଆସିବା ପୂର୍ବରୁ ବସୁନ୍ଧରା ରାଜେଙ୍କ ନେତୃତ୍ୱରେ ବିଜେପି ସରକାର ରାଜସ୍ଥାନରେ ଶାସନ କରୁଥିଲା। ୨୦୧୮ ନିର୍ବାଚନ ସମୟରେ ଗେହଲଟ ଖୋଲାଖୋଲି ଭାବେ ରାଜେ ସରକାରଙ୍କୁ ଦୁର୍ନୀତିଗ୍ରସ୍ତ କହିବା ସହ କଂଗ୍ରେସ କ୍ଷମତାକୁ ଆସିଲେ ସବୁ କିଛିର ତଦନ୍ତ ହେବ ବୋଲି କହିଥିଲେ। କିନ୍ତୁ ସାଢ଼େ ୪ ବର୍ଷ ମଧ୍ୟରେ ସେ କୌଣସି ବି ତଦନ୍ତ କରି ନଥିବାରୁ ସଚିନ ପାଇଲଟ ଏହାକୁ ବିରୋଧ କରିଛନ୍ତି। ଏଥିପାଇଁ ସେ ଆସନ୍ତା ୧୧ ତାରିଖରେ ସହିଦ ସ୍ମାରକୀ ନିକଟରେ ଦିନିକିଆ ଅନଶନ କରିବେ ବୋଲି ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି।
ସେ କହିଛନ୍ତି, “ଆମେ ଅନେକ ଦୁର୍ନୀତି ଅଭିଯୋଗ ମିଳିତ ଭାବେ ବସୁନ୍ଧରା ରାଜେଙ୍କ ସରକାର ବିରୋଧରେ ଲଗାଇଥିଲୁ। ମୁଁ ମଧ୍ୟ ରାଜେ ସରକାରଙ୍କ ବିରୋଧରେ କଂଗ୍ରେସର ରାଜ୍ୟ ସଭାପତି ଭାବେ ଅଭିଯୋଗ ଆଣିଥିଲି। ମୁଁ ଆଦୌ ପ୍ରତିଶୋଧ ରାଜନୀତିରେ ବିଶ୍ୱାସ କରେ ନାହିଁ। କିନ୍ତୁ ଆମକୁ ବିରୋଧୀ ଭାବେ କିଛି ଉତ୍ତରଦାୟିତ୍ୱ ନେବାକୁ ପଡ଼ିବ।
ଏହି ଅଭିଯୋଗରେ ସତ୍ୟତା ଥିବା କଥା ଅନୁଭବ କରି ଲୋକମାନେ ଆମକୁ ଭୋଟ ଦେଇଥିଲେ। ଆମେ କ୍ଷମତାକୁ ଆସିଥିଲୁ। ସେଗୁଡ଼ିକର ତଦନ୍ତ ନ ହେଲେ ଲୋକଙ୍କ ବିଶ୍ୱାସ ଭାଙ୍ଗିଯିବ। ମୁଁ ନିଜେ ଗେହଲଟଜୀଙ୍କୁ ୧.୫ ବର୍ଷ ତଳେ ଚିଠି ଲେଖି ଆମେ ରାଜେ ସରକାରଙ୍କ ବିରୋଧରେ ଆଣିଥିବା ଅଭିଯୋଗର ତଦନ୍ତ କରାଯିବାର ସମୟ ଆସି ଯାଇଛି ବୋଲି କହିଥିଲି।
କଂଗ୍ରେସ ଲୋକମାନଙ୍କୁ ଜଣାଇବା ଦରକାର ଯେ ଦଳର କଥା ଓ କାମରେ କୌଣସି ପାର୍ଥକ୍ୟ ନାହିଁ। ଆମେ ଯାହା କହୁ, ସେଇଆ କରୁ। ମୁଁ ୨୦୨୨ ମାର୍ଚ୍ଚ ୨୮ରେ ପ୍ରଥମ ଚିଠି ଲେଖିଥିଲି। କିନ୍ତୁ କୌଣସି ଉତ୍ତର ପାଇନାହିଁ। ଏହାପରେ ୨୦୨୨ ନଭେମ୍ବର ୨ରେ ପୁଣି ଚିଠି ଲେଖିଥିଲି। ମୁଁ କହିଥିଲି ଯେ ଲୋକମାନେ ଆମକୁ ବିଶ୍ୱାସ କରନ୍ତି। ଆମକୁ ୨୧ ସିଟରୁ ନେଇ ସେମାନେ ୧୦୦ ସିଟ ଦେଇଛନ୍ତି। ତେଣୁ ନିର୍ବାଚନ ପୂର୍ବରୁ ଆମେ ଆଣିଥିବା ଅଭିଯୋଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର।”
ସେ ଆହୁରି ଦାବି କରିଛନ୍ତି ଯେ କେନ୍ଦ୍ର ସରକାର ଇଡି,ସିବିଆର ଅପବ୍ୟବହାର କରି କଂଗ୍ରେସ ନେତାଙ୍କୁ ଟାର୍ଗେଟ କରୁଛନ୍ତି। ହେଲେ ରାଜସ୍ଥାନ ସରକାର ତାଙ୍କ ନିଜ ଏଜେନ୍ସିଗୁଡ଼ିକର ବ୍ୟବହାର ହିଁ କରୁ ନାହାନ୍ତି। ସବୁ କିଛି ପବ୍ଲିକ ଡୋମେନକୁ ଆସିବା ଦରକାର। ଲୋକମାନେ ଓ କଂଗ୍ରେସ କର୍ମୀମାନେ ଆମ କଥା ଓ କାମରେ ଥିବା ପାର୍ଥକ୍ୟକୁ ଅନୁଭବ ନ କରନ୍ତୁ ବୋଲି ପାଇଲଟ ଅନୁରୋଧ କରିଛନ୍ତି।
ଅଶୋକ ଗେହଲଟଙ୍କ ଗୋଟିଏ ପୁରୁଣା ଭିଡିଓ ଜାରି ମଧ୍ୟ କରିଛନ୍ତି। ଏଥିରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହୁଛନ୍ତି। ଏହି ଭିଡିଓ ଦେଖାଇ ପାଇଲଟ ପଚାରିଛନ୍ତି ଯେ ଗେହଲଟ ଆଣିଥିବା ଅଭିଯୋଗର ତଦନ୍ତ କାହିଁକି ଏଯାଏ କରି ନାହାନ୍ତି? ବର୍ତ୍ତମାନର କଂଗ୍ରେସ ସରକାର ପାଖରେ ପୂର୍ବରୁ କ୍ଷମତାରେ ଥିବା ବିଜେପି ସରକାର ବିରୋଧରେ ପ୍ରମାଣ ରହିଛି। ତଥାପି ଗେହଲଟ ସରକାର ପଦକ୍ଷେପ ନ ହେବା ଆଶ୍ଚର୍ଯ୍ୟଜନକ ବୋଲି ପାଇଲଟ କହିଛନ୍ତି।
ସେ ଆହୁରି କହିଛନ୍ତି, “ଏସବୁ ପ୍ରତିଶ୍ରୁତି ପୂରଣ ନ କରି ଆମେ ନିର୍ବାଚନ ବେଳେ ଲୋକଙ୍କ ପାଖକୁ ଯାଇ ପାରିବା ନାହିଁ। ଆମେ ପାଖରେ ପ୍ରମାଣ ଅଛି। ଆମକୁ କାର୍ଯ୍ୟାନୁଷ୍ଠାନ ନେବାକୁ ହେବ। ଆମକୁ ତଦନ୍ତ କରିବାକୁ ପଡ଼ିବ। ନିର୍ବାଚନ ସମୟ ପାଖେଇ ଆସୁଛି। ଖୁବଶୀଘ୍ର ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯିବ। ଆମକୁ ଲୋକଙ୍କୁ ଉତ୍ତର ଦେବାକୁ ହେବ।”
https://youtu.be/lPeTJ-NeVT0
https://youtu.be/CRVHootpaWA
https://youtu.be/EjBAadeDHPs
https://www.youtube.com/watch?v=RAVumgoxWv4
ଅଶୋକ ଗେହଲଟଙ୍କ ବିରୁଦ୍ଧରେ ରାଜନୈତିକ ବିଗୁଲ ବଜାଇଛନ୍ତି କଂଗ୍ରେସର ଧୁରନ୍ଧର ନେତା ସଚିନ ପାଇଲଟ୍। ଆଉ ତାଙ୍କ ସହ ପୂରା ଦମରେ ଗେହଲଟଙ୍କ ବିରୁଦ୍ଧରେ ଛିଡ଼ା ହୋଇଛନ୍ତି କଂଗ୍ରେସର 18 ବିଧାୟକ। ଏଭଳି ସ୍ଥିତିରେ ଗେହଲଟଙ୍କ ପକ୍ଷରୁ ମଧ୍ୟ ପାଇଲଟଙ୍କ ବିରୁଦ୍ଧରେ ଖରାପ ମତାମତ ସହ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ର ହେଭିଓ୍ୱେଟଙ୍କ ନିକଟକୁ ପଠାଯାଇଛି। ଏସବୁ ଭିତରେ ପାଇଲଟ୍ ନିଜର ଉପମୁଖ୍ୟମନ୍ତ୍ରୀ ପଦ ସମେତ ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ମଧ୍ୟ ହରାଇଛନ୍ତି। ହେଲେ ଏଯାବତ ତାଙ୍କୁ ଦଳରୁ ବାହାର କରାଯାଇନାହିଁ କିମ୍ବା ସେ ମଧ୍ୟ ଦଳ ଛାଡ଼ି ନାହାନ୍ତି। ଏହାସହ ପାଇଲଟ୍ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସେ କେବେ ମଧ୍ୟ ବିଜେପିରେ ସାମିଲ୍ ହେବେନାହିଁ।
ହେଲେ ଏତିକି ରାଜସ୍ଥାନ ରାଜନୀତି ଥମିଲା ନାହିଁ। ପାଇଲଟଙ୍କ ସ୍ପଷ୍ଟୀକରଣ ପରେ ବି ଗେହଲଟଙ୍କ ସହ ତାଙ୍କ ରାଜନୈତିକ ଯୁଦ୍ଧା ଚାଲିଛି ଏବଂ ଦୁହେଁ ଦୁହିଁଙ୍କୁ ପରାସ୍ତ କରିବାକୁ ସବୁପ୍ରକାର କସରତ ଜାରି ରଖିଛନ୍ତି। ଉଭୟ ପାଇଲଟ୍ ଏବଂ ଗେହଲଟଙ୍କ ଗୋଷ୍ଠୀ ପରସ୍ପରକୁ ମାତ୍ ଦେବାକୁ ପ୍ରୟାସ କରୁଛନ୍ତି। ସ୍ଥିତି ଦେଖି ଲାଗୁଛି ଯେପରି ଆଉ ଖୁବ୍ କମ୍ ଦିନ ଭିତରେ ରାସ୍ତା ଉପରେ କଂଗ୍ରେସ କଳି ଦେଖିବାକୁ ମିଳିବ।
ଗେହଲଟଙ୍କ ଗୋଷ୍ଠୀ ପାଇଲଟଙ୍କୁ କ୍ଷମତାଚ୍ୟୁତ କରିବାରେ ସଫଳ ତ ହୋଇଗଲା। ହେଲେ ଆଇନ ଅନୁଯାୟୀ ପରାସ୍ତ କରିପାରିଲା ନାହିଁ। କଂଗ୍ରେସର ଅଭିଯୋଗକ୍ରମେ ବାଚସ୍ପତି ପାଇଲଟ୍ ଏବଂ ତାଙ୍କ ସମର୍ଥକ ବିଧାୟକମାନଙ୍କୁ ନୋଟିସ୍ କରି ଜବାବ ତଲବ କରିଥିଲେ। ହେଲେ ପାଇଲଟଙ୍କ ଗୋଷ୍ଠୀ ଅପରପକ୍ଷକୁ କୋର୍ଟରେ ଚ୍ୟାଲେଞ୍ଜ ଦେଲା। ପାଇଲଟ୍ ଏବଂ ତାଙ୍କ ସମର୍ଥକ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ମାମଲା ଯାଇ କୋର୍ଟରେ ଅଟକିଗଲା। ଏବେ ଏହି ମାମଲା ନେଇ କଂଗ୍ରେସ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେବେ ଗୋଟିଏ ଦିନର ଶୁଣାଣି ପରେ କଂଗ୍ରେସ ସୁପ୍ରିମକୋର୍ଟଙ୍କ ନିକଟରୁ ନିଜ ଯାଚିକା ପ୍ରତ୍ୟାହାର କରିଦେଇଛି।
ଏବେ ଗେହଲଟ୍ ଗୋଷ୍ଠୀ ବିଧାନସଭା ଗୃହରେ ପାଇଲଟଙ୍କ ଦଳକୁ ମାତ୍ ଦେବାକୁ ଯୋଜନା କରିଛି। ଗେହଲଟ୍ ସରକାର ଗୃହରେ ଆସ୍ଥା ଭୋଟ୍ ହାସଲ କରିବାକୁ ରଣନୀତି ପ୍ରସ୍ତୁତ କରି ବିଧାନସଭା ଅଧିବେଶନ ଆରମ୍ଭ କରିବାକୁ ରାଜ୍ୟପାଳ କଳରାଜ ମିଶ୍ରଙ୍କୁ ଅନୁରୋଧ କରିଛନ୍ତି। କିନ୍ତୁ ରାଜ୍ୟପାଳ ପ୍ରଥମରୁ ହିଁ ଏନେଇ ମନା କରିଦେଇଛନ୍ତି। ଏହା ପରେ ରାଜଭବନ ଘେରାଉ କରିବାକୁ ଚେତାବନୀ ଦେବା ସହ ରାଜଭବନରେ ଧାରଣା ଦେଇ ପୁଣି ପରିସ୍ଥିତି ଜଟିଳ କରିଛନ୍ତି ଗେହଲଟଙ୍କ ଗୋଷ୍ଠୀ।
ପରବର୍ତ୍ତୀ ସମୟରେ ଗେହଲଟ୍ କ୍ୟାବିନେଟରୁ ବିଧାନସଭା ଅଧିବେଶନ ଲାଗି ଅନୁମତି ଆଣି ରାଜ୍ୟପାଳଙ୍କ ନିକଟକୁ ପଠାଇଲେ। ଏହାପରେ ବିଧାନସଭା ଅଧିବେଶନ ଡକାଇବାକୁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି ରାଜ୍ୟପାଳ। ଗେହଲଟ୍ ସରକାର ଗୃହରେ ଆସ୍ଥା ଭୋଟ ପ୍ରସ୍ତାବ ଆଣିବାକୁ ଚାହୁଁଛି। ହେଲେ ଏନେଇ ଆଲୋଚନା କରାଯାଇ ନ ଥିଲା ବୋଲି ରାଜ୍ୟପାଳ କହିଛନ୍ତି।
ଗେହଲଟ୍ ଏବେ ଖୁବ୍ ଚିନ୍ତାରେ। ନିଜ ସମର୍ଥକ ବିଧାୟକଙ୍କୁ ନିଜ ପକ୍ଷରେ ରଖିବାକି ସେ ଜୟପୁରର ଏକ ହୋଟେଲରେ ସେମାନଙ୍କୁ ଲୁଚାଇ ରଖିଛନ୍ତି। ସେପଟେ ପାଇଲଟ୍ ତାଙ୍କ ଦଳକୁ ହରିୟାଣାର ଏକ ହୋଟେଲରେ ରଖିଛନ୍ତି। ଏଭଳି ପରିସ୍ଥିତିରେ ଉଭୟ ପାଇଲଟ୍ ଏବଂ ଗେହଲଟଙ୍କ ପାଇଁ ଦୀର୍ଘ ଦିନ ଧରି ବିଧାୟକମାନଙ୍କୁ ହୋଟେଲରେ ରଖିବା ମହଙ୍ଗା ପଡ଼ିଲାଣି। ଉଭୟ ଉଭୟଙ୍କ ଦଳର ସମର୍ଥନକୁ ବଞ୍ଚେଇ ରଖିବା ସହ କୌଣସି ମତେ ସମର୍ଥନ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି। କାଳେ ସମର୍ଥକ ବିଧାୟକଙ୍କୁ କିଏ ମତେଇଦେବ ସେ ନେଇ ସମ୍ପୂର୍ଣ୍ଣ ଧ୍ୟାନ ରଖାଯାଉଛି। ଏଣୁ କେହି କାହା ଗୋଷ୍ଠୀକୁ ପ୍ରବେଶ ଏକ ପ୍ରକାର ନିଷିଦ୍ଧ ହୋଇଛି। ଲାଗୁଛି ଏଥର କେବଳ ବିଚ୍ ରାସ୍ତାରେ ହିଁ ଏହି କଂଗ୍ରେସ କଳହର ସମାଧାନ ହୋଇପାରିବ!
ସେ କହିଛନ୍ତି, ବିଜେପିରେ ମିଶିବା ପାଇଁ ମୋତେ ସଚିନ ପାଇଲଟ ୩୫ କୋଟି ଟଙ୍କାର ଲୋଭ ଦେଖାଇଥିଲେ। ହେଲେ ମୁଁ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିବା ବାରିର ବିଧାୟକ ଶ୍ରୀ ମାଲିଙ୍ଗା ଅଭିଯୋଗ କରିଛନ୍ତି।
ଗଣାମଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, “ସଚିନ ପାଇଲଟଙ୍କ ଅଫର ବିଷୟରେ ମୁଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଅବଗତ କରାଇଥିଲି। ସଚିନ ମୋତେ ବାରମ୍ବାର ଦଳ ବଦଳ କରିବାକୁ ଅଫର ଦେଇଥିଲେ। ହେଲେ ମୁଁ ଏହାକୁ ମନା କରିଦେଇଥିଲି। ସଚିନ ପାଇଲଟଜୀଙ୍କ ସହ କଥା ହେବା ବେଳେ ସେ ମୋତେ ବିଜେପିରେ ମିଶିବାକୁ ପରାମର୍ଶ ଦେଇଥିଲେ।
ଏପରି କି ୩୫ କୋଟି ଟଙ୍କାର ଲୋଭ ମଧ୍ୟ ଦେଖାଇଥିଲେ। ହେଲେ ମୁଁ ଏହାକୁ ମନା କରିବା ସହ ତାଙ୍କୁ ମଧ୍ୟ ଏହା ଠିକ ନୁହେଁ ବୋଲି କହିଥିଲି। ସଚିନ ମୋତେ କହିଥିଲେ ଆପଣ ଟଙ୍କା ପାଇଁ ଆଦୌ ଚିନ୍ତା କରନ୍ତୁ ନାହିଁ। ଆପଣ ୩୫ କୋଟି କିମ୍ବା ତା’ ଠାରୁ ଅଧିକ ମଧ୍ୟ ପାଇବେ। ତଥାପି ମୁଁ ତାଙ୍କ ପ୍ରସ୍ତାବରେ ରାଜି ହୋଇ ନଥିଲି।”
ଆସନ୍ତା ମଙ୍ଗଳବାର ସନ୍ଧ୍ୟା ୫.୩୦ ଯାଏ ବାଚସ୍ପତି ସଚିନ କିମ୍ବା କୌଣସି ବିଦ୍ରୋହୀ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ ବୋଲି ଆଜି ରାଜସ୍ଥାନ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସ ବିରୋଧରେ ସଚିନ ପାଇଲଟ ଓ ଅନ୍ୟ ୧୮ ଜଣ ବିଧାୟକ ବିଦ୍ରୋହ ଘୋଷଣା କରିଥିବାରୁ ସେମାନଙ୍କୁ ବାଚସ୍ପତି ନୋଟିସ୍ କରି କାହିଁକି ଅଯୋଗ୍ୟ ଘୋଷଣା କରାଯିବ ନାହିଁ ବୋଲି ପ୍ରଶ୍ନ କରିଥିଲେ। ଏହା ବିରୋଧରେ ସଚିନ ଆଣ୍ଡ କୋ ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଆଜି ଶୁଣାଣି ବେଳେ ସଚିନ ଓ ବିଦ୍ରୋହୀ ଓକିଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଏବଂ ମୁକୁଲ ରୋହତଗୀ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ନୋଟିସ୍ର କୌଣସି ସମ୍ବିଧାନିକ ବୈଧତା ନାହିଁ ବୋଲି ସେମାନେ କହିବା ସହ ନୋଟିସ୍କୁ ଖାରଜ କରିବାକୁ ଅନେକ ଯୁକ୍ତି ଉପସ୍ଥାପନ କରିଥିଲେ।
ଆଜିର ଶୁଣାଣି ବେଳେ ବାଚସ୍ପତିଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଅଭିଷେକ ମନୁ ସଂଙ୍ଘଭୀ ନିଜର ପକ୍ଷ ରଖିବାକୁ ସମୟ ପାଇ ନାହାନ୍ତି। ଆସନ୍ତା ୨୦ ତାରିଖରେ ସେ ନିଜର ଯୁକ୍ତି ଉପସ୍ଥାପନ କରିବେ।
ଏହାକୁ ଦୃଷ୍ଟିରେ ମୁଖ୍ୟ ବିଚାରପତି ଇନ୍ଦ୍ରଜିତ ମହାନ୍ତି ଓ ଜଷ୍ଟିସ୍ ପ୍ରକାଶ ଗୁପ୍ତାଙ୍କ ଡିଭିଜନ ବେଞ୍ଚ ବାଚସ୍ପତି ସିପି ଯୋଶୀଙ୍କୁ ଆସନ୍ତା ୨୧ ତାରିଖ ସନ୍ଧ୍ୟା ୫.୩୦ ଯାଏ ସଚିନ ଆଣ୍ଡ କୋଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଯେ, ରାଜସ୍ଥାନ ବିଧାନସଭା ବାଚସ୍ପତି ବୁଧବାର ପାଇଲଟଙ୍କ ସମେତ ୧୯ ବିଧାୟକଙ୍କୁ ଦଳ ବିରୋଧୀ କାର୍ୟ୍ୟକଳାପ ପାଇଁ ଅଯୋଗ୍ୟତା ନୋଟିସ କରିଥିଲେ। ଏନେଇ ସମସ୍ତ ବିଧାୟକଙ୍କୁ ଜୁଲାଇ ୧୭ ସୁଦ୍ଧା ଜବାବ ଦେବାକୁ ନୋଟିସ୍ ହୋଇଥିଲା।
ତେବେ ଏହାକୁ ଚ୍ୟାଲେଞ୍ଜ କରି ପାଇଲଟ୍ ଓ ତାଙ୍କ ସମର୍ଥକ ବିଧାୟକମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ପାଇଲଟଙ୍କ ନିକଟସ୍ଥ ସୂତ୍ରରୁ ଜଣାପଡ଼ିଛି ଯେ, କୌଣସି ଭୁଲ କାମ କରି ନ ଥିବାରୁ ଆମେ କୋର୍ଟଙ୍କ ଦ୍ୱାରସ୍ଥ ହେଲୁ। ଆମ ବିରୋଧରେ ଭୁଲ କାର୍ୟ୍ୟାନୁଷ୍ଠାନ ନିଆଯାଉଛି। ଆମକୁ ନୋଟିସ୍ ଜାରି କରାଯାଇଛି, ଯାହା ଗତକାଲି ବିଳମ୍ବିତ ରାତିରେ ଆମକୁ ମିଳିଛି। ଆମକୁ ଆସନ୍ତା କାଲି ଭିତରେ ଜବାବ ଦାଖଲ କରିବାକୁ କୁହାଯାଇଛି। ଆମେ ଯଦି ପାର୍ଟି ବିରୋଧୀ କାମ କରିନାହୁଁ, ଆମେ କାହିଁକି ଜବାବ ଦେବୁ। ଏ ସବୁ କୋର୍ଟରେ ଉପସ୍ଥାପନ କରିବୁ। ଗୋଟିଏ ପଟେ ଦଳର ଦ୍ୱାର ଖୋଲା ଅଛି କହୁଛନ୍ତି, ତେବେ କାର୍ୟ୍ୟାନୁଷ୍ଠାନ କିଏ କରୁଛି? ବୋଲି ସେମାନେ କହିଛନ୍ତି।
ଏ ସବୁ ପରିସ୍ଥିତିରେ ଗେହଲଟ୍ ସରକାରଙ୍କ ପାଇଁ ଅଡ଼ୁଆ ବଢ଼ିଚାଲିଛି। ଯଦି ଗେହେଲଟ୍ ଏ ସମସ୍ତ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଦେବେ। ତେବେ ଗୃହରେ ଫ୍ଲୋର୍ ଟେଷ୍ଟ ସ୍ଥିତି ଆସିବ ଏବଂ ସଂଖ୍ୟା ଗରିଷ୍ଠତା ମଧ୍ୟ କମ୍ ହୋଇଯିବ। ଗେହଲଟ ସରକାର ଆସ୍ଥା ଭୋଟ୍ ବେଳେ ଆବଶ୍ୟକ ମ୍ୟାଜିକ୍ ନମ୍ୱରଠାରୁ ପଛରେ ପଡ଼ିଯିବେ।
ସେ ସଚିନକୁ ମନାଇବା ପାଇଁ ଶେଷ ଗୋଟି ଚାଳନା କରିଛନ୍ତି। ଏନେଇ ସଚିନଙ୍କ ପାଖକୁ ରାହୁଲ ବାର୍ତ୍ତା ମଧ୍ୟ ପଠାଇଛନ୍ତି। ସେ ସଚିନଙ୍କୁ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି କହିଛନ୍ତି। ଏଥିସହ ତାଙ୍କ ପାଇଁ କଂଗ୍ରେସର ସବୁ ଦିନ ପାଇଁ ଖୋଲା ରହିଛି ଓ ସେ ସର୍ବଦା କଂଗ୍ରେସର ସଦସ୍ୟ ବୋଲି ରାହୁଲ ବାର୍ତ୍ତା ଦେଇଛନ୍ତି ବୋଲି ଜଣାପଡ଼ିଛି।
ସେହିପରି ସେ ଅଶୋକ ଗେହଲଟଙ୍କୁ ମଧ୍ୟ ନିଜର ଟେମ୍ପର କମାଇବାକୁ କହିଛନ୍ତି ଓ ସଚିନ କିମ୍ବା ରାଜସ୍ଥାନ ବିବାଦକୁ ନେଇ କୌଣସି ପ୍ରତିକ୍ରିୟା ନ ଦେବାକୁ ମଧ୍ୟ ରାହୁଲ କହିଛନ୍ତି। ଗେହଲଟ ଖୋଲାଖୋଲି ଭାବେ ପାଇଲଟଙ୍କ ବିରୋଧରେ ବୟାନ ଦେଉଥିବାରୁ କଂଗ୍ରେସ ହାଇକମାଣ୍ଡ ଏଥିରେ ଖୁସି ନଥିବା କୁହାଯାଉଛି।
ସୂଚନା ଅନୁସାରେ, ପାଇଲଟ ପାର୍ଟି ହାଇ କମାଣ୍ଡଙ୍କ ସହ ବୈଠକ କରୁଛନ୍ତି। ସେ ଅସନ୍ତୁଷ୍ଟ ହୋଇ ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇଁ ଦିଲ୍ଲୀ ପହଞ୍ଚିଥିବା କୁହାଯାଉଛି। ଏକ ଜାତୀୟ ଗଣମାଧ୍ୟମ ସୂତ୍ର ଅନୁସାରେ ଏହି ତଥ୍ୟ ମିଳିଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଗେହଲଟ ଗତକାଲି ବିଜେପିକୁ ଟାର୍ଗେଟ୍ କରି ଅଭିଯୋଗ କରିଥିଲେ କି, ରାଜସ୍ଥାନ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି। ଏହା ପରେ ମାହୋଲ ସରଗରମ ଅଛି। ତେବେ କଂଗ୍ରେସ ହାଇ କମାଣ୍ଡ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ସମସ୍ତ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ଯେ, ସେମାନେ ପ୍ରସ୍ତୁତ ଅଛନ୍ତି ଏବଂ ମଧ୍ୟପ୍ରଦେଶ ଭଳି ସ୍ଥିତି ପୁନରାବୃତ୍ତି ହେବାକୁ ଦିଆଯିବ ନାହିଁ।
ସୂଚନାଯୋଗ୍ୟ, ଏଓଜି ତଦନ୍ତ ନେଇ ତିନି ସ୍ୱାଧୀନ ବିଧାୟକଙ୍କୁ ଦୁର୍ନୀତି ନିବାରଣ ବ୍ୟୁରୋ ଜେରା କରିବା ପରଠାରୁ ପରିସ୍ଥିତି ଗମ୍ଭୀର ରହିଛି। କୁହାଯାଉଛି, ପାଇଲଟ୍ ଦିଲ୍ଲୀ ପହଞ୍ଚିଛନ୍ତି ଏବଂ ହାଇକମାଣ୍ଡଙ୍କୁ ଭେଟି ଏହି ମାମଲାର ସମାଧାନ କରିବେ। ତେବେ ପାଇଲଟଙ୍କ ସମର୍ଥନରେ କେତେଜଣ ବିଧାୟକ ଦିଲ୍ଲୀ ଯାଇଛନ୍ତି, ସେ ନେଇ କୌଣସି ସୂଚନା ମିଳିନାହିଁ। ହେଲେ ଶନିବାର ତିନିଜଣ ବିଧାୟକ ପାଇଲଟଙ୍କୁ ଭେଟିବାକୁ ଜୟପୁର ଯାଇଥିବାର ସୂଚନା ରହିଛି।