ଗୋପ ବ୍ଲକ୍ ଏରବଙ୍ଗ ପଞ୍ଚାୟତାରେ ଆଜି ଆୟୋଜିତ ହେଉଥିଲା ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ। ଏଥିରେ ଅତିଥିଭାବେ ନିମନ୍ତ୍ରିତ ହୋଇଥିଲେ ସ୍ଥାନୀୟ ବିଧ୍ୟାୟକ ସମୀର ରଞ୍ଜନ ଦାଶ। ଶ୍ରୀ ଦାଶ ନିଜର ସମର୍ଥକଙ୍କ ସହ ଯାଉଥିବା ବେଳେ ରାସ୍ତାରେ ବିଜେପି ଯୁବ ବାହିନୀ କଳା ପତାକା ଦେଖାଇଥିଲେ। ତାଙ୍କ ଗସ୍ତକୁ ବିରୋଧ କରିଥିଲେ। ବିଜେପି କର୍ମକର୍ତ୍ତାଙ୍କ ଏପରି କାର୍ଯ୍ୟ ବିଜେଡି ଯୁବ ବାହିନୀ ବିରୋଧ କରିଥିଲା। ଯେଉଁଥିପାଇଁ ଉଭୟଙ୍କ ଭିତରେ ଠେଲାପେଲା ଓ ହୋ-ହଲ୍ଲା ହୋଇଥିଲା। ଉଭୟଙ୍କ ଭିତରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଥିଲା। ବିଜେଡି କର୍ମୀମାନେ ଗୋଡ଼ାଇ ଗୋଡ଼ାଇ ବିଜେପି କର୍ମକର୍ତ୍ତାଙ୍କୁ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି। ଆକ୍ରମଣରେ ବହୁ ବିଜେପି ଯୁବ ବାହିନୀ କର୍ମକର୍ତ୍ତା ଆହତ ହୋଇଥିବା ଜଣାପଡ଼ିଛି।
ବିଜେପି ଓ ବିଜେଡି ଗଣ୍ଡଗୋଳ ଯୋଗୁ ରଣକ୍ଷେତ୍ର ପାଲଟିଥିଲା ଉକ୍ତ ରାସ୍ତା। ଆହତଙ୍କ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ବିଜେପି ପକ୍ଷରୁ ଏନେଇ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି। ଆକ୍ରମଣ କରିଥିବା ବିଜେଡି କର୍ମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।
ତେବେ ଆକ୍ରମଣ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ।
ରିପୋର୍ଟ- କୋଣାର୍କରୁ ସଞ୍ଜୟ ପତି
ନିମାପଡ଼ା ବିଧାନସଭା ମଣ୍ଡଳୀରୁ ଟିକେଟ୍ ଆଶାୟୀ ଜ୍ୟୋସ୍ନାରାଣୀ ଚଳିତମାସ ୨ତାରିଖରୁ ନିମାପଡ଼ା ଅଂଚଳରେ ବିଜେଡିର ଜନସମ୍ପର୍କ ପଦଯାତ୍ରା କରୁଛନ୍ତି । ଯାହାକୁ ସମୀର ଦାଶ ସହଜରେ ହଜମ କରିପାରିନାହାନ୍ତି । ଆଉ ସମୀର ଦାଶ ନିଜ ଗୁଣ୍ଡାମାନଙ୍କ ମାଧ୍ୟମରେ ଧମକଚମକ ଦେଇଥିବା, ଏପରିକି ମରଣାନ୍ତକ ଆକ୍ରମଣ ପାଇଁ ଉଦ୍ୟମ କରିଥିବା ଜ୍ୟୋସ୍ନାରାଣୀ ଅଭିଯୋଗ କରିଛନ୍ତି ।
ଆଜି ଗଣମାଧ୍ୟମକୁ ସୂଚନା ଦେଇ ଜ୍ୟୋସ୍ନାରାଣୀ କହିଛନ୍ତି ଯେ, ଚଳିତମାସ ୯ତାରିଖରେ ଗୋପ ଥାନା ଅନ୍ତର୍ଗତ କୁସୁପୁର ଓ ୧୧ତାରିଖରେ ନିମାପଡ଼ା ବ୍ଲକର ଦିଘାଳିଠାରେ ସମୀର ଦାଶଙ୍କ ଇଙ୍ଗିତରେ ତାଙ୍କ ଲୋକମାନେ ମରଣାନ୍ତକ ଆକ୍ରମଣ ସହ ଧମକଚମକ ଦେଇଥିଲେ । ସମୀରଙ୍କ ଇଙ୍ଗିତ ଦୁଇଦୁଇ ଥର ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଥାନାରେ ଏତଲା ଦେଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ବୋଲି ଜ୍ୟୋସ୍ନାରାଣୀ ଅଭିଯୋଗ କରିଛନ୍ତି ।
ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ସମୀରଙ୍କ ଏଭଳି କାର୍ଯ୍ୟକଳାପ ଓ ଅଶ୍ଲୀଳତା ସହିନପାରି ସେ ୨୦୧୬-୧୭ ମସିହାରୁ ତାଙ୍କଠୁ ଦୂରେଇ ରହିଛନ୍ତି । ସମୀର ନିଜର ମାଇଣ୍ଡଫ୍ରେସ୍ କରିବାକୁ ଭୁବନେଶ୍ୱର ଡାକୁଥିଲେ । ମାଇଣ୍ଡଫ୍ରେସ କରିବାକୁ ଦାମୀ ମୋବାଇଲ ଫୋନର ଲୋଭ ମଧ୍ୟ ଦେଖାଉଥିଲେ । ଏଭଳି ବିଧାୟକଙ୍କୁ ଦଳରୁ ବହିଷ୍କାର କରାଯିବା ଦରକାର ବୋଲି ଜ୍ୟୋସ୍ନାରାଣୀ କହିବା ସହ ନିମାପଡ଼ା ଓ ଗୋପ ଥାନା ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ନ୍ୟାୟ ପାଇଁ ସେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ମଧ୍ୟ ନିଜର ଆତ୍ମହତ୍ୟା ପୂର୍ବରୁ ସମୀର ଦାଶଙ୍କ ବିରୁଦ୍ଧରେ ଅନୁରୂପ ଅଭିଯୋଗ ଆଣିଥିଲେ । ସମୀର ଯୌନ କେଳେଙ୍କାରୀରେ ଲିପ୍ତ ଥିବା ତଥା ତାଙ୍କ ପତ୍ନୀଙ୍କୁ ନିଶା ଦେଇ ଭିଡିଓ ସୁଟ୍ କରାଯାଇଥିବା ନେଇ ଧର୍ମେନ୍ଦ୍ର ନିଜେ ଅଭିଯୋଗ କରିଥିଲେ । ମାତ୍ର ଏହି ଆତ୍ମହତ୍ୟା ମାମଲାର ବିଭିନ୍ନ ଦିଗ ଉପରେ ପୁଲିସ କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।
ନିର୍ବାଚନୀ ବର୍ଷରେ ଏଭଳି ସଙ୍ଗୀନ ଅଭିଯୋଗ ପୁଣିଥରେ ଆସିଥିବାରୁ ସମୀରଙ୍କ ରାଜନୀତିକ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ପୁରୀ ଜିଲ୍ଲା ନିମାପଡା ବିଧାୟକ ହେଉଛନ୍ତି ସମୀର ରଞ୍ଜନ ଦାଶ। ସେ ଆଜି କୋଠ ଘର ଉଦ୍ଘାଟନ କରିବା ପାଇଁ ଗୋପ ବ୍ଲକ ବେଦପୁରକୁ ଯାଉଥିଲେ। ଶ୍ରୀ ଦାଶ ଗାଁରେ ପହଞ୍ଚିବା ପରେ ତାଙ୍କ ସ୍ୱାଗତ କରାଯାଇଥିଲା। ହେଲେ ବିଜେଡିର ଗୋଟିଏ ଅସନ୍ତୁଷ୍ଟ ଗୋଷ୍ଠୀ ଓ କିଛି ବିଜେପି କର୍ମୀ ତାଙ୍କୁ ବିରୋଧ କରିଥିଲେ। କଳା ପତାକା ଦେଖାଇଥିଲେ। ସମୀର ଦାଶ ଗୋ’ ବ୍ୟାକ୍ ନାରା ଦେଇଥିଲେ। ଏପରିକି ସମୀର ଦାଶଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଯେଉଁଥିପାଇଁ ବିଧାୟକଙ୍କ ଶୋଭାଯାତ୍ରା ଅଧ ଘଣ୍ଟାଏରୁ ଅଧିକ ସମୟ ଧରି ଅଟକି ଥିଲା। ପୁଲିସ୍ ହସ୍ତକ୍ଷେପ ପରେ ପରିବେଶ ଶାନ୍ତ ପଡ଼ିଥିଲା।
ନିଜ ନିର୍ବାଚନମଣ୍ଡଳୀରେ ସମୀର ଦାଶଙ୍କୁ ବିରୋଧ କରାଯିବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ତାଙ୍କୁ ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି। ଦଳୀୟ କନ୍ଦଳ ଯୋଗୁ ତାଙ୍କୁ ବିରୋଧ କରାଯାଉଥିବା ଚର୍ଚ୍ଚା ହେଉଛି।
ରିପୋର୍ଟ-କୋଣାର୍କରୁ ସଞ୍ଜୟ ପତି
https://youtu.be/_HIEyaEHpIA
https://youtu.be/I5P2AfyuGUM
https://youtu.be/Pg1gPk1nhrY
https://youtu.be/KO5XYhxhabE
https://youtu.be/Pd1BW0Dtks4
ମନ୍ତ୍ରୀ ସମୀର ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ସେଠାରେ କିଛି ଅସନ୍ତୁଷ୍ଟ ବିଜେଡି କର୍ମୀ ତାଙ୍କୁ କିଛି ସମୟ ପାଇଁ ଅଟକ ରଖିଥିଲେ । ନାଗପୁର ପଞ୍ଚାୟତରେ ବିଜେଡି ସମର୍ଥିତ ଦୁଇ ଗୋଷ୍ଠୀ ମଧ୍ୟରୁ ଦୁଇ ଦୁଇ ଜଣ ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀ ଦିଆଯାଇଛି । ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି।
[caption id="attachment_711901" align="aligncenter" width="650"] ମନ୍ତ୍ରୀଙ୍କ ସମର୍ଥୀତ ପ୍ରାର୍ଥୀଙ୍କ କାର୍ଯ୍ୟାଳୟରେ ଅସନ୍ତୁଷ୍ଟ ଗୋଷ୍ଠି ପଶି ଭଙ୍ଗାରୁଜା କରୁଛନ୍ତି।[/caption]
ମନ୍ତ୍ରୀ ପହଞ୍ଚିବା ପରେ ତାଙ୍କ ସମର୍ଥିତ ପ୍ରାର୍ଥୀଙ୍କ କାର୍ଯ୍ୟାଳୟରେ ଅସନ୍ତୁଷ୍ଟ ଗୋଷ୍ଠୀ ସମର୍ଥକ ପଶି ଚେୟାର ଭଙ୍ଗାରୁଜା କରିବା ସହ ଫ୍ଲେକ୍ସ ଚିରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ତେବେ ଗୋଷ୍ଠୀ କନ୍ଦଳ ନେଇ ଅଭିଯୋଗକୁ ମନ୍ତ୍ରୀ ଖଣ୍ଡନ କରିବା ସହ ନିର୍ବାଚନରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି।
ଏନେଇ ମନ୍ତ୍ରୀ ଦାସ କହିଛନ୍ତି, ଗଣମାଧ୍ୟମରେ କଥାକୁ ଯେପରି ଅତିରଞ୍ଜିତ କରାଯାଉଛି, ସେମିତି କିଛି ସମସ୍ୟା ନାହିଁ । ସରପଞ୍ଚ ପାଇଁ ଉଭୟ ପକ୍ଷ ମଧ୍ୟରେ ସାମାନ୍ୟ ଲଢ଼େଇ ଚାଲିଛି। ହେଲେ ସେପରି କିଛି ସମସ୍ୟା ନାହିଁ ।
ସେ କହିଛନ୍ତି ଯେ ଶିକ୍ଷାନୁଷ୍ଠାନ ଖୋଲିବା ସଂପର୍କରେ ବିଭାଗମାନେ ନିଷ୍ପତ୍ତି ନେଇ ପାରିବେ ବୋଲି ଗତକାଲି ଏସ୍ଆର୍ସିଙ୍କ ଗାଇଡ୍ଲାଇନ୍ ଆସିଛି। ଏବେ ଏ ସଂପର୍କରେ ବିସ୍ତୃତ ଭାବେ ବିଭାଗ ପକ୍ଷରୁ ତର୍ଜମା କରାଯିବ। ତା’ପରେ ଯାଇ ନିଷ୍ପତ୍ତି ନିଆଯିବ।
ମନ୍ତ୍ରୀ ଶ୍ରୀ ଦାଶ ଆହୁରି କହିଛନ୍ତି, ଦ୍ୱାଦଶ ଓ ଦଶମ ଶ୍ରେଣୀ ଖୋଲା ସରିଛି। ନବମ ଶ୍ରେଣୀ ଖୋଲିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇସାରିଛି। ଏକାଦଶ ଶ୍ରେଣୀ ପାଇଁ ନାମଲେଖା ପ୍ରକ୍ରିୟା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଆଉ ରହିଲା ପ୍ରଥମରୁ ଅଷ୍ଟମ। ଏ ସଂପର୍କରେ ଏସ୍ଆର୍ସିଙ୍କର ଯାହା ପରାମର୍ଶ ବା ନିଷ୍ପତ୍ତି ରହିଛି, ତାକୁ ତର୍ଜମା କରି ବିଭାଗ ନିଷ୍ପତ୍ତି ନେବ।
ସେ କହିଛନ୍ତି, ପିଲାମାନେ ସ୍କୁଲ୍ ଯିବାକୁ ଆଗ୍ରହୀ ଅଛନ୍ତି। ସେଥିପାଇଁ ତ ସେହି ଦୃଷ୍ଟିକୋଣକୁ ବିଚାରକୁ ନେଇ ଏସ୍ଆର୍ସି ଏମିତି ପରାମର୍ଶ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର୍ସ ଏଲିଜିବିଲିଟି ଟେଷ୍ଟ-OSSTET ଜରିଆରେ ଶିକ୍ଷକ ନିଯୁକ୍ତି କରାଯିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତେବେ ୨୦୦ ମାର୍କର ବାଧ୍ୟତାମୂଳକ ଲାଙ୍ଗୁଏଜ୍ ଟେଷ୍ଟକୁ ବିରୋଧ କରିଛନ୍ତି ବିଏଡ୍ ଛାତ୍ରଛାତ୍ରୀ ।
ଛାତ୍ରଛାତ୍ରୀଙ୍କ ଅଭିଯୋଗ ଯେ, ୨୦୧୫ ପରଠାରୁ ରାଜ୍ୟରେ ସ୍ନାତକ ଶ୍ରେଣୀରେ ୨୦୦ ମାର୍କର ଲାଙ୍ଗୁଏଜ୍ କୌଣସି ଛାତ୍ରଛାତ୍ରୀ ପଢ଼ିନାହାନ୍ତି। ତେଣୁ ସେମାନେ ପରୀକ୍ଷା ଦେବାରୁ ବଞ୍ଚିତ ହେବାର ଆଶଙ୍କା ଦେଖାଦେଇଛି। ଏଥିଯୋଗୁ ସେମାନଙ୍କ କ୍ୟାରିଅର ବରବାଦ ହୋଇପାରେ। ସରକାରଙ୍କ ଏହି ନିୟମ ଦ୍ୱାରା ସେମାନଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଇଥିବା ବେଳେ ପରୀକ୍ଷା କିପରି ଦେବେ ବୋଲି ପ୍ରଶ୍ନ କରିଛନ୍ତି।
ଏନେଇ ମନ୍ତ୍ରୀ ସମୀର ଦାସ କହିଛନ୍ତି, ଯେପରି ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ନ ହେବେ ସେଥିଲାଗି ପଦକ୍ଷେପ ନିଆଯାଉଛି। ପୂର୍ବରୁ ଚଳିତ ମାସ ୧୩ ତାରିଖକୁ ଶେଷ ତାରିଖ ବୋଲି ଘୋଷଣା କରାଯାଇଥିବା ବେଳେ ଏହାକୁ ଦିନେ, ୨ ଦିନ ପାଇଁ ଘୁଞ୍ଚାଯାଇପାରେ । ୨୦୦ ମାର୍କର ଲାଙ୍ଗୁଏଜ୍ ପରୀକ୍ଷାରେ ରିହାତି କରାଯାଇପାରେ। ଏନେଇ କିଛି ନିଷ୍ପତ୍ତି ନିଆଯାଇ ନ ଥିବା ବେଳେ ଖୁବ୍ ଶୀଘ୍ର ବୋର୍ଡ ତରଫରୁ ନୋଟିସ ଆସିପାରେ।