ସେହିପରି ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ବିଦ୍ରୋହ ଘୋଷଣା କରିଥିବା ସିନ୍ଦେ ଆଣ୍ଡ କୋକୁ ଅଯୋଗ୍ୟ ଘୋଷଣା କରିବା ପାଇଁ କରିଥିବା ଆବେଦନକୁ ବାଚସ୍ପତି ଅଗ୍ରାହ୍ୟ କରି ଦେଇଛନ୍ତି।
ସିନ୍ଦେ ଗୋଷ୍ଠୀଙ୍କୁ ବାଚସ୍ପତି ପ୍ରକୃତ ଶିବସେନାର ମାନ୍ୟତା ଦେଇଥିଲେ ହେଁ ଉଦ୍ଧବ ସେନାର ଜଣେ ହେଲେ ବି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରି ନାହାନ୍ତି। ଏହାକୁ ନେଇ ପ୍ରଶ୍ନ ଉଠାଇଛି ଉଦ୍ଧବ ସେନା। ଯଦି ସିନ୍ଦେ ଆଣ୍ଡ କୋ ପ୍ରକୃତ ଶିବସେନା, ତା’ହେଲେ ଆମକୁ କାହିଁକି ଅଯୋଗ୍ୟ ବିବେଚନା କରାଗଲା ନାହିଁ ବୋଲି ନିଜେ ଉଦ୍ଧବ ଠାକରେ ପ୍ରଶ୍ନ କରିଛନ୍ତି।
ସେହିପରି ବାଚସ୍ପତିଙ୍କ ନିଷ୍ପତ୍ତିକୁ ଉଦ୍ଧବ ଆଣ୍ଡ କୋ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ମଧ୍ୟ କହିଛନ୍ତି। ବାଚସ୍ପତିଙ୍କ ରୁଲିଂ ପରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି, “ଏହା ବିଜେପିର ଷଡ଼ଯନ୍ତ୍ର। ସେମାନେ ବାଲାସାହେବ ଠାକରେଙ୍କ ଶିବସେନାକୁ ପୂରା ଖତମ କରିଦେବେ ବୋଲି ସ୍ୱପ୍ନ ଦେଖିଥିଲେ।
କିନ୍ତୁ ଶିବସେନେ ଏହି ଗୋଟିଏ ନିଷ୍ପତ୍ତିରେ ଶେଷ ହେବ ନାହିଁ। ଆମେ ସୁପ୍ରିମକୋର୍ଟ ଯିବୁ।” ଆଦିତ୍ୟ ଠାକରେ ମଧ୍ୟ ବାଚସ୍ପତିଙ୍କ ନିଷ୍ପତ୍ତିକୁ ଆଇନଗତ ଉପାୟରେ ଚ୍ୟାଲେଞ୍ଜ କରାଯିବ ବୋଲି କହିଛନ୍ତି।
ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀଙ୍କୁ ପ୍ରକୃତ ଶିବସେନାର ମାନ୍ୟତା ଦେବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଙ୍ଘନ। ଗଣତନ୍ତ୍ରକୁ ହତ୍ୟା କରିବାର ଏହା ଏକ କୌଶଳ ବୋଲି ଉଦ୍ଧବ ଠାକରେ କହିଛନ୍ତି। ଏଥିସହ ବାଚସ୍ପତିଙ୍କ ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ କରାଯିବାର ସଙ୍କେତ ମଧ୍ୟ ସେ ଦେଇଛନ୍ତି।
ଗତ ସପ୍ତାହରେ କଂଗ୍ରେସ ପକ୍ଷରୁ ମହାରାଷ୍ଟ୍ରର ସମସ୍ତ ୪୮ ଆସନରେ ଆଶାୟୀ ପ୍ରାର୍ଥୀଙ୍କ ଠାରୁ ଆବେଦନପତ୍ର ମଗାଯାଇଥିଲା। କିନ୍ତୁ ଏବେ ଶିବସେନା(ୟୁଟିବି) ସାଂସଦ ସଞ୍ଜୟ ରାଉତ ଦଳ ପାଇଁ ୨୩ଟି ଆସନ ମାଗିଛନ୍ତି।
୨୦୧୯ ସାଧାରଣ ନିର୍ବାଚନ ବେଳେ ଶିବସେନା ଓ ବିଜେପି ମଧ୍ୟରେ ମେଣ୍ଟ ହୋଇଥିଲା। ସେତେବେଳେ ମଧ୍ୟ ଶିବସେନା ୨୩ଟି ଆସନରେ ଲଢ଼ିଥିଲା। ତେଣୁ ଶ୍ରୀ ରାଉତ ୨୦୨୪ ନିର୍ବାଚନରେ ମଧ୍ୟ ସମାନ ଆସନ ଦାବି କୀରିଛନ୍ତି।
ସଞ୍ଜୟ ରାଉତ କହିଛନ୍ତି ଯେ ଶିବସେନା ସବୁବେଳେ ୨୩ଟି ଆସନରେ ଲଢ଼ି ଆସିଛି। ବିଜେପି ସହ ମେଣ୍ଟରେ ଥିବା ବେଳେ ମଧ୍ୟ ଦଳ ୨୩ଟି ଆସନରେ ଲଢ଼ିଥିଲା। ତେଣୁ ଦଳର ଦାବି ଯର୍ଥାର୍ଥ ବୋଲି ସେ କହିଛନ୍ତି।
ସେ କହିଛନ୍ତି, “ଆମେ ୨୦୧୯ରେ ୧୮ଟି ଆସନରେ ଜିତିଥିଲୁ। ତେଣୁ ବିଜୟ ହୋଇଥିବା ଆସନ ଉପରେ କୌଣସି ଆଲୋଚନା ହେବ ନାହିଁ। ଅବଶ୍ୟ ଆମକୁ କିଛି ସାଂସଦ ଛାଡ଼ି ଚାଲି ଯାଇଛନ୍ତି। ସେହିପରି ଏନସିପି ପାଖରେ ଥିବା ୪ ଆସନ ଓ କଂଗ୍ରେସ ଜିତିଥିବା ଚନ୍ଦ୍ରପୁର ଆସନ ଉପରେ ମଧ୍ୟ ଆଲୋଚନାର ଆବଶ୍ୟକ ନାହିଁ।
ଆମେ ସମ୍ବାଜୀ ନଗର ଓ ଶିରୁର ଆସନରେ ବହୁ କମ ବ୍ୟବଧାନରେ ହାରିଥିଲୁ। କିନ୍ତୁ ଆମେ ସେହି ସବୁ ଆସନ ପାଇଁ ଦାବି କରୁ ନାହିଁ। କୌଣସି ଆସନରେ ଏନସିପି ସହ ଆମର ତିକ୍ତତା ନାହିଁ। ଆମେ ସବୁ କିଛି କଂଗ୍ରେସ ସହ ଆଲୋଚନା କରି ଚୂଡ଼ାନ୍ତ କରିବୁ। ସାଂସଦ ବିନାୟକ ରାଉତ ଓ ମୁଁ ସେମାନଙ୍କ ପ୍ରତିନିଧିଙ୍କ ସହ କଥାବାର୍ତ୍ତା କରିବୁ। ଚୂଡ଼ାନ୍ତ ନିଷ୍ପତ୍ତି ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ଏନସିପି ସୁପ୍ରିମୋ ଶରଦ ପାୱାର ଓ ଶିବସେନା(ୟୁବିଟି) ସଭାପତି ଉଦ୍ଧବ ଠାକରେ ହିଁ ନେବେ।”
ସଞ୍ଜୟ ରାଉତଙ୍କୁ ଦଳର ନାଗପୁର ଜିଲ୍ଲା ମୁଖ୍ୟ ପ୍ରକାଶ ଯାଦବ ସମର୍ଥନ କରିଛନ୍ତି। ସେ କହିଛନ୍ତି, “ଆମେ ବିଜେପି ପରେ ସବୁଠାରୁ ଅଧିକ ଆସନ ଜିତିଥିଲୁ। ଅନ୍ୟ ଦଳଗୁଡ଼ିକ ମିଳିତ ଭାବେ ପ୍ରାୟ ୫ଟି ଆସନ ଜିତିଛନ୍ତି। ଆମର ବିଜୟ ସମ୍ଭାବନା ଅଧିକ ଥିବାରୁ ଆମେ ଅଧିକ ଆସନ ପାଇବାକୁ ହକଦାର। ରାମଟେକ ଓ ବିର୍ଦ୍ଦଭାରେ ଆମେ ୨୦୧୯ ଯେଉଁ ସବୁ ଆସନର ଲଢ଼ିଥିଲୁ ଏଥର ମଧ୍ୟ ସମାନ ସ୍ଥାନରେ ଲଢ଼ିବୁ।”
ସିଟ ଶେୟାରିଂକୁ ନେଇ MVAରେ ବିବାଦ ଚାଲିଥିବା ଖବର କିଛି ଦିନ ତଳେ ପ୍ରକାଶ ପାଇଥିଲା। କିନ୍ତୁ ଏହାକୁ ନିଜେ ସଞ୍ଜୟ ରାଉତ ଖଣ୍ଡନ କରିଥିଲେ। ଏବେ ସେ ନିଜେ ୨୩ଟି ଆସନ ଦଳ ପାଇଁ ମାଗିଥିବାରୁ ନୂଆ ବିବାଦ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।
ଅନ୍ୟପକ୍ଷରେ କଂଗ୍ରେସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଜାନୁଆରୀ ୧୩ ଓ ୧୪ରେ ସୋନିଆ ଗାନ୍ଧି, ଶରଦ ପାୱାର ଓ ଉଦ୍ଧବ ଠାକରେଙ୍କ ମଧ୍ୟରେ ଦିଲ୍ଲୀରେ ବୈଠକ ବସିବ। ଏହି ସମୟରେ ସିଟ ଶେୟାରିଂ ଉପରେ ଚୂଡ଼ାନ୍ତ ଫୈସଲା ହେବ।
ଗଣମାଧ୍ୟମ ସହ ଆଲୋଚନା ବେଳେ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି, ’ଯେଉଁମାନେ ପ୍ରଭୁ ରାମଙ୍କ ଭକ୍ତ ଅଟନ୍ତି ସେମାନଙ୍କୁ ଆମନ୍ତ୍ରଣ ପଠାଯାଇଛି। ପ୍ରଭୁ ଶ୍ରୀ ରାମଙ୍କ ନାମରେ ବିଜେପି ନିର୍ବାଚନ ଲଢୁଛି ବୋଲି କହିବା ସମ୍ପୂର୍ଣ୍ଣ ଭୁଲ। ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଆଡେ ସମ୍ମାନ ପାଉଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ବହୁତ କାମ କରିଛନ୍ତି। ଏହା ରାଜନୀତି ନୁହେଁ। ଏହା ହେଉଛି ତାଙ୍କର ସମର୍ପଣ।'
କେବଳ ସେତିକି ନୁହେଁ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ରାମ ମନ୍ଦିର ମୁଖ୍ୟ ପୂଜକ। ବିଜେପି ଆସନ୍ତା ନିର୍ବାଚନରେ ରାମଙ୍କୁ ପ୍ରାର୍ଥୀ ଘୋଷଣା କରିବ ବୋଲି ସଞ୍ଜୟ ନିକଟରେ ଦେଇଥିବା ବିବୃତ୍ତିକୁ ନେଇ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ରାଗି ଯାଇଛନ୍ତି। ସେ କହିଛନ୍ତି, 'ସଞ୍ଜୟ ରାଉତ ଏତେ ଯନ୍ତ୍ରଣା ଭୋଗୁଛନ୍ତି ଯେ ସେ ଏହାକୁ ପ୍ରକାଶ ମଧ୍ୟ କରିପାରିବେ ନାହିଁ। ସେ ହିଁ ପ୍ରଭୁ ରାମଙ୍କ ନାମରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଯେଉଁମାନେ ପ୍ରଭୁ ରାମଙ୍କୁ ବିଶ୍ୱାସ କରୁଛନ୍ତି, ସେମାନେ କ୍ଷମତାରେ ରହି କାହିଁକି ଏଭଳି ନିର୍ବୋଧ କଥା କହୁଛନ୍ତି? ସେମାନେ ଭଗବାନ ଶ୍ରୀ ରାମଙ୍କୁ ଅପମାନ କରୁଛନ୍ତି।'
ଉଲ୍ଲେଖଯୋଗ୍ୟ, ଶିବସେନା ନେତା ଉଦ୍ଧବ ଠାକରେ ଶନିବାର ଦିନ ଜାନୁଆରୀ ୨୨ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ସେ ନିମନ୍ତ୍ରଣ ପାଇନାହାଁନ୍ତି ବୋଲି କହିଥିଲେ। ରାମଲାଲା ସମସ୍ତଙ୍କ ସହ ଜଡିତ, ତେଣୁ ତାଙ୍କୁ କୌଣସି ଆନୁଷ୍ଠାନିକ ନିମନ୍ତ୍ରଣର ଆବଶ୍ୟକତା ନାହିଁ ଏବଂ ଯେତେବେଳେ ତାଙ୍କର ଇଚ୍ଛା ହେବ ସେତେବେଳେ ସେ ଅଯୋଧ୍ୟା ଯାଇପାରିବେ ବୋଲି କହିଥିଲେ।
ସେ କହିଛନ୍ତି, “କ’ଣ ଚାଇନା ଉପରେ ସର୍ଜିକାଲ ଷ୍ଟ୍ରାଇକ କରିବାକୁ ଆପଣ (ପ୍ରଧାନମନ୍ତ୍ରୀ ମୋଦି) ସାହାସ ଦେଖାଇବେ? ପ୍ରଧାନମନ୍ତ୍ରୀ ମୋଦି ଏହି ପ୍ରସଙ୍ଗକୁ ଗୁରୁତ୍ୱ ସହ ନିଅନ୍ତୁ। ସେ ନିକଟରେ ବ୍ରାଜିଲ, ରୁଷ, ଇଣ୍ଡିଆ, ଚାଇନା ଓ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇଥିଲେ। ଏପରି କି ଚାଇନିଜ ଅଧିକାରୀଙ୍କୁ କୁଣ୍ଢାଇ ଥିଲେ।
ଏପରି ଘଟଣା ଆମ ହୃଦୟ ଭାଙ୍ଗି ଦେଉଛି। ଚାଇନା ଆମ ଦେଶରେ ପ୍ରବେଶ କରିଛି ବୋଲି ରାହୁଲ ଗାନ୍ଧି କହୁଥିବା କଥା ସତ। ବିଜେପି ସର୍ଜିକାଲ ଷ୍ଟ୍ରାଇକର ଡ୍ରାମା କରି ନିର୍ବାଚନ ଜିତିବାକୁ ଚେଷ୍ଟା କରିବ ବୋଲି ଲୋକେ ଆଶଙ୍କା କରୁଛନ୍ତି। ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଦାବି କରିଥିଲେ ଯେ ପୁଲୱାମାରେ ହମଲା ହୋଇ ନଥିଲା, ଏହାକୁ କରାଯାଇଥିଲା।”
ସୋମବାର ଚାଇନା ଜାରି କରିଥିବା ମ୍ୟାପରେ ଅରୁଣାଚଳ ସମେତ ଅକସାଇ ଚୀନ, ତାଇୱାନ ଓ ବିବାଦୀୟ ଦକ୍ଷିଣ ଚୀନ ସାଗରକୁ ନିଜର ବୋଲି ଦର୍ଶାଇଛି। ବିଭିନ୍ନ ଚାଇନିଜ ଗଣମାଧ୍ୟମରେ ଏନେଇ ଖବର ମଧ୍ୟ ପ୍ରକାଶ ପାଇଛି। ଏହାକୁ ନେଇ ସଞ୍ଜୟ ରାଉତ ଏପରି ପ୍ରତିକ୍ରିୟା ଦେଇଛନ୍ତି।
ଅନ୍ୟପକ୍ଷରେ ସଞ୍ଜୟ ରାଉତ ଦାବି କରିଛନ୍ତି ଯେ ଆଗକୁ ଲୋକସଭା ନିର୍ବାଚନ ହେବ। ଏହାପୂର୍ବରୁ ଦେଶରେ ଦଙ୍ଗା ମଧ୍ୟ ସୃଷ୍ଟି କରାଯାଇ ପାରେ। ସେ କହିଛନ୍ତି, “ଲୋକମାନେ ଏବେ ଭୟଭୀତ। ସେମାନେ ଆଶଙ୍କା କରୁଛନ୍ତି ଯେ ରାମ ମନ୍ଦିର ଉଦଘାଟନ ବେଳେ ରାମ ଭକ୍ତଙ୍କ ଟ୍ରେନ ଉପରକୁ ପଥର, ବୋମା ମାଡ଼ କରାଯାଇ ପାରେ। ପୂରା ଦେଶରେ ଦଙ୍ଗା ସୃଷ୍ଟି କରାଯାଇ ପାରେ ବୋଲି ଲୋକମାନେ ଆଶଙ୍କା କରୁଛନ୍ତି। ଏସବୁ କେବଳ ଲୋକସଭା ନିର୍ବାଚନ ଜିତିବା ପାଇଁ କରାଯାଇପାରେ।”
ରାହୁଲ ଗାନ୍ଧିଙ୍କ ବିବୃତ୍ତି ଉପରେ ରାଉତ କହିଛନ୍ତି, 'ଯଦି ଚୀନ୍ ଜମି ଦଖଲ କରିଥିବା ନେଇ ରାହୁଲ ଗାନ୍ଧି କହୁଛନ୍ତି ତେବେ, ଏହା ଉପରେ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଲୋକଙ୍କୁ ମିଛ-ସତ କହିବାର ଆବଶ୍ୟକ ନାହିଁ। ଏହାକୁ ତ ମୁଁ ବେଇମାନି ବୋଲି କହିବିନି, କିନ୍ତୁ ନିଶ୍ଚୟ ଭାରତ ମାତା ପ୍ରତି ଅନ୍ୟାୟ ହୋଇଛି ବୋଲି କହିବି। ରାହୁଲ ଗାନ୍ଧି ଦେଶର ଜଣେ ପ୍ରମୁଖ ନେତା, ସେ ଜଣେ ସାଂସଦ, କଂଗ୍ରେସର ପୂର୍ବତନ ସଭାପତି ମଧ୍ୟ। ଯଦି ସେ ଲଦାଖ ସୀମାକୁ ନେଇ କିଛି ବିବୃତ୍ତି ରଖିଛନ୍ତି, ତେବେ ନିଶ୍ଚୟ ଭାବି-ଚିନ୍ତି ରଖିଥିବେ।' ଲୋକ ସତ ଜାଣନ୍ତୁ ବୋଲି ରାହୁଲ ଗାନ୍ଧୀ ଚାହୁଁଥିବା କହିଛନ୍ତି ସଞ୍ଜୟ ରାଉତ।
ସେପଟେ ରାହୁଲ ଗାନ୍ଧିଙ୍କ ବିବୃତ୍ତି ପରେ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପଟେଲ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ପଟେଲ କହିଛନ୍ତି ଯେ, ଅଗଷ୍ଟ 15 ରେ ପତାକା ଉତ୍ତୋଳନ କରିବା ସମୟରେ ପ୍ରଧାନମନ୍ତ୍ରୀ ମିଥ୍ୟା ଭାଷଣ ଦେଉଥିଲେ। ରାହୁଲ ଗାନ୍ଧୀ ନିଜେ ସେଠାକୁ ଯାଇ ଘଟଣାସ୍ଥଳ ବୁଲି ଦେଖିଛନ୍ତି। ଅରୁଣାଚଳ ପ୍ରଦେଶ ଏବଂ ଲେହ-ଲଦାଖ ସୀମାରେ ଚୀନ୍ ଅନୁପ୍ରବେଶ କରିଥିବା ନେଇ କଂଗ୍ରେସ ମଧ୍ୟ ବାରମ୍ୱାର ଅଭିଯୋଗ କରିଛି। ରାହୁଲ ଗାନ୍ଧୀ ମଧ୍ୟ ସମାନ କଥା କହିଛନ୍ତି ଏବଂ ପୂରା ଦୁନିଆକୁ ମଧ୍ୟ ଏହା ଜଣା ବୋଲି ନାନା ପଟେଲ କହିଛନ୍ତି।
ସୂଚନା ଅନୁସାରେ, ଶୁକ୍ରବାରରୁ ଲଦାଖ ଗସ୍ତରେ ଅଛନ୍ତି ରାହୁଲ ଗାନ୍ଧି। ଗତକାଲି ସେ ଲଦାଖର ପାଂଗଙ୍ଗ ହ୍ରଦକୁ ବାଇକରେ ଯାତ୍ରା କରିଥିଲେ। ସେଠାରେ ପହଞ୍ଚିବା ପରେ ଆଜି ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧିଙ୍କୁ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାପରେ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ ରାହୁଲ ଗାନ୍ଧୀ କହିଥିଲେ, ଲଦାଖ ସୀମାରେ ଚୀନ୍ ଅନୁପ୍ରବେଶକୁ ନେଇ ପ୍ରଧାନମନ୍ତ୍ରୀ ମିଛ କହୁଛନ୍ତି। ବାସ୍ତବରେ ସୀମାରେ ଚୀନ ଜମି ଅକ୍ତିଆର କରିସାରିଛି। ଏଠାରେ ଯାହାଙ୍କୁ ପଚାରିବେ ସେ ମଧ୍ୟ ଏହା କହିବେ। ଭାରତ ଯୋଡୋ ଯାତ୍ରା ସମୟରେ ଆମେ ଏଠାକୁ ଆସିଥାନ୍ତୁ, ମାତ୍ର କିଛି ସମସ୍ୟା କାରଣରୁ ଆସିପାରି ନଥିଲୁ। ସେଥିପାଇଁ ଏବେ ଲଦାଖ ଆସିଛି ବୋଲି ରାହୁଲ ଗାନ୍ଧି କହିଛନ୍ତି।
ଗୋଟିଏ ରେସଲିଂ କାର୍ଯ୍ୟକ୍ରମରେ ସେ ସଞ୍ଜୟ ରାଉତଙ୍କ ନାଁ ନନେଇ ତାଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ରାଜନୀତିରେ ମଧ୍ୟ ରେସଲିଂ ବା କୁସ୍ତି ଚାଲୁଛି। ଆମେ ସମସ୍ତେ ଜାଣିଛେ ଯେ କିଛି ରେସଲର ଡୋପିଂ ପାଇଁ ବ୍ୟାନ ହୋଇଥିଲେ। ଏବେ ରାଜନୀତିରେ ଥିବା କିଛି ବ୍ୟକ୍ତି ଆଜି ମଧ୍ୟ ସକାଳ ୯ଟାରୁ ଅଧିକ ଉତ୍ସାହିତ ହୋଇ ପଡ଼ୁଛନ୍ତି ଓ ରେସଲର ହେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଡୋପରେ ବିଫଳ ହେଉଥିବା ରେସଲରଙ୍କୁ ଉକ୍ତ କ୍ରୀଡ଼ାରୁ ହିଁ ବିଦା ହେବାକୁ ପଡ଼ୁଛି। ଆମେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଲଢ଼େଇ ଜିତିଛୁ। ଆପଣଙ୍କ ଆଶୀର୍ବାଦ ରହିଛି। ଆମକୁ ଏମିତି ଆଶୀର୍ବାଦ କରନ୍ତୁ। ଆମେ ୨୦୨୪ରେ ମଧ୍ୟ ଜିତିବୁ।”
ଏହାପୂର୍ବରୁ ସଞ୍ଜ ରାଉତ କହିଥିଲେ ଯେ ସିନ୍ଦେଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାର ବିରୋଧରେ ମୃତ୍ୟୁ ପରୱାନା ବା ଡେଥ ୱାରେଣ୍ଟ ଜାରି ହୋଇ ସାରିଛି। ଆସନ୍ତା ୧୦ରୁ ୧୫ ଦିନ ମଧ୍ୟରେ ଏହା ଭୁଶୁଡ଼ି ପଡ଼ିବ। ତାଙ୍କ ଦଳ କୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛି। ଆଶା ସବୁ ପ୍ରକାରର ନ୍ୟାୟ ମିଳିବ ବୋଲି ସେ କହିଛନ୍ତି।
ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରି ବିଜେପିକୁ ଯାଇଥିବା ଶିବସେନାର ୧୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଏକାଧିକ ଆବେଦନ ସୁପ୍ରିମକୋର୍ଟରେ ରହିଛି। ସୁପ୍ରିମକୋର୍ଟ ଏମାନଙ୍କୁ ଅଯୋଗ୍ୟ ଘୋଷଣା କଲେ ସିନ୍ଦେ ସରକାର ଭାଙ୍ଗିଯିବ ବୋଲି ସଞ୍ଜୟ ରାଉତ ଆଶା ରଖିଛନ୍ତି।
ଧମକ ମେସେଜରେ ଗ୍ୟାଙ୍ଗ ପକ୍ଷରୁ କୁହାଯାଇଛି ଯେ “ତୁ ଦିଲ୍ଲୀରେ ଦେଖାଦେ, ତତେ ଏକେ ୪୭ରେ ଉଡ଼ାଇ ଦେବି। ତୋର ବି ମୁସେୱାଲା ଭଳି ଅବସ୍ଥା ହେବ। କେବଳ ସମୟକୁ ଅପେକ୍ଷା କର।”
ଧମକ ମେସେଜ ଦେଇଥିବା ବ୍ୟକ୍ତି ଜଣକ ସାଂସଦ ସଞ୍ଜୟ ରାଉତ ଓ ସଲମାନ ଖାନଙ୍କୁ ମାରିବାକୁ ଖୋଲା ଧମକ ମଧ୍ୟ ଦେଇଛି। ପୂର୍ବରୁ ମଧ୍ୟ ଲରେନ୍ସ ବିଷ୍ଣୋଇ ଓ ତା’ ଗ୍ୟାଙ୍ଗର ସଦସ୍ୟ ଅଭିନେତା ସଲମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ। ଏବେ ସେମାନେ ସଲମାନଙ୍କ ସହ ସଞ୍ଜୟ ରାଉତଙ୍କୁ ଟାର୍ଗେଟ କରିଛନ୍ତି।
ଧମକ ସମ୍ପର୍କରେ ପୁଲିସ୍ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି। ପୁଣେ ପୁଲିସ ଶୁକ୍ରବାର ରାତିରେ ଜଣେ ସନ୍ଦିଗ୍ଧକୁ କାବୁ କରିବା ସହ ମୁମ୍ବାଇ ପୁଲିସ୍କୁ ହସ୍ତାନ୍ତର କରିଛି। ଏବେ ତା’କୁ ଜେରା କରି ଅଧିକ ତଥ୍ୟ ହାସଲ କରିବାକୁ ଉଦ୍ୟମ କରାଯାଉଛି।
ଅନ୍ୟପକ୍ଷରେ ଧମକପୂର୍ଣ୍ଣ ମେସେଜ ପାଇବା ପରେ ମହାରାଷ୍ଟ୍ରରେ କ୍ଷମତାସୀନ ବିଜେପି ସରକାରକୁ ସଞ୍ଜୟ ରାଉତ ଟାର୍ଗେଟ କରିଛନ୍ତି। ପୂର୍ବରୁ ମଧ୍ୟ ପୁଲିସ୍ ଷ୍ଟେସନରେ ତାଙ୍କ ଉପରେ ସମାନ ଧରଣର ଆକ୍ରମଣ କରିବାକୁ ଉଦ୍ୟମ ହୋଇଥିଲା ବୋଲି ସେ ଦାବି କରିଛନ୍ତି। ଗତବର୍ଷ ଅଗଷ୍ଟ ମାସରେ ଇଡି ତାଙ୍କୁ ପାତ୍ରା ଚାଉଳ ଜମି ଦୁର୍ନୀତି ଘଟଣାରେ ଗିରଫ କରିଥିଲା। ସେ ଦୀର୍ଘଦିନ ପରେ ବେଲରେ ମୁକୁଳିଥିଲେ।
ସଞ୍ଜୟ ରାଉତ କହିଛନ୍ତି, “ଏହି ସରକାର(ଏକନାଥ ସିନ୍ଦେ) କ୍ଷମତାକୁ ଆସିବା ପରେ ଆମ କ୍ୟାମ୍ପର ନେତାମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରି ଦିଆଯାଇଛି। ଏ ସମ୍ପର୍କରେ ମୁଁ କେବେ ହେଲେ ଅଭିଯୋଗ କରି ନଥିଲି। କିନ୍ତୁ ଏବେ ବାରମ୍ବାର ଆମମାନଙ୍କ ବିରୋଧରେ ଷଡ଼ଯନ୍ତ୍ର ହେବାରେ ଲାଗିଛି। ଆମେ ଗୃହ ମନ୍ତ୍ରଣାଳୟକୁ ଏ ସମ୍ପର୍କରେ ଜଣାଇବାରୁ ସେମାନେ ଏହାକୁ ପ୍ରଚାରର ମାଧ୍ୟମ କହୁଛନ୍ତି।
ଆମେ ସତ ଜାଣିଛୁ। ହେଲେ ଆମେ ନିୟମକୁ ପାଳନ କରିବୁ। ମୁଁ ଧମକ ଓ ବିପଦ ସମ୍ପର୍କରେ ପୁଲିସ୍କୁ ଜଣାଇଛି। ମୁଁ କାହାକୁ ଡରେ ନାହିଁ। ଗୃହମନ୍ତ୍ରୀ କ’ଣ କରିବେ? ମୁଁ ଜେଲରେ ଥିବା ବେଳେ ମଧ୍ୟ ସମାନ ପ୍ରକାରର ଧମକ ପାଇଥିଲି।”
ଗତବର୍ଷ ମେ’ ମାସରେ ମୁସେୱାଲାଙ୍କୁ ପଞ୍ଜାବର ମାନସା ଜିଲ୍ଲାରେ ଗୁଳି କରି ହତ୍ୟା କରାଯାଇଥିଲା। ଏହାପୂର୍ବରୁ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରାଯାଇଥିଲା। ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡୀ ବ୍ରାର ଏହି ହତ୍ୟା ପାଇଁ ନିଜକୁ ଦାୟୀ କରିଥିଲେ।
ସଞ୍ଜୟ କହିଛନ୍ତି, ନିର୍ବାଚନ ଚିହ୍ନ ଓ ଦଳର ନାଁକୁ ନେଇ ସିନ୍ଦେ ଗୋଷ୍ଠୀ ଓ ନିର୍ବାଚନ ଆୟୋଗଙ୍କ ମଧ୍ୟରେ ବଡ ଡିଲ୍ ହୋଇଛି। ଏଥିରେ ୨ହଜାର କୋଟି ଟଙ୍କାର କାରବାର ହୋଇଛି। ଏ କଥା ଶତ ପ୍ରତିଶତ ସତ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି।
ଖୁବଶୀଘ୍ର ଏହି ଦାବି ଉପରେ ପ୍ରମାଣ ଦେବେ ବୋଲି କହିଛନ୍ତି ସଞ୍ଜୟ। ସେ କହିଛନ୍ତି କି ଏହା ପୂର୍ବରୁ ଦେଶର ଇତିହାସରେ ଏହା କେବେ ହୋଇନଥିଲା। ଏହାର ପରିଣାମ ସିନ୍ଦେ ଗୋଷ୍ଠୀକୁ ଭୋଗିବାକୁ ପଡିବ ବୋଲି ସେ ଚେତାବନୀ ଦେଇଛନ୍ତି।
କେବଳ ସେତିକି ନୁହେଁ ଏହି ମାମଲାରେ ସଞ୍ଜୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି କି ଅମିତ ଶାହାଙ୍କ କଥା ମହାରାଷ୍ଟ୍ରବାସୀ କେବେ ବି ଗମ୍ଭୀରତାର ସହ ନେଇ ନାହାଁନ୍ତି। ତେଣୁ ଦଳୀୟ ଚିହ୍ନ ଓ ନାମ ହାତେଇବାରେ କିଏ ଜିତିଲା ଓ କିଏ ହାରିଲା ତାହା ମହାରାଷ୍ଟ୍ରବାସୀଙ୍କ ଉପରେ କିଛି ଫରକ ପକାଇବ ନାହିଁ। ଏହାସହ ସେ ରାହୁଲ ଗାନ୍ଧୀଙ୍କର ପ୍ରଶଂସା କରିଛନ୍ତି। ସେ କହିଛନ୍ତି କି ରାହୁଲ ଗାନ୍ଧୀ ଯାହା ପ୍ରଶ୍ନ କରୁଛନ୍ତି ତାହା ଦେଶର ପ୍ରଶ୍ନ।
ଏହାପୂର୍ବରୁ ସଞ୍ଜୟ କହିଥିଲେ ଯେ ଆମ ଦଳ ଉପରେ ଲୁଟ ହୋଇଛି। ଆମେ ଏହାର ଅନୁସନ୍ଧାନ କରିବୁ। ଚୋରକୁ ଧରାଯିବ। ସର୍ବଶେଷରେ ଧନୁ ଓ ତୀର ଚୋର କିଏ? ଆମେ ସମସ୍ତେ କେବଳ ଧନୁ ଏବଂ ତୀର ଚୋରି କରୁଥିବା ଘଟଣାର ଅନୁସନ୍ଧାନ କରୁଛୁ। ଏହି ଚୋରି ସେମାନଙ୍କୁ ବହୁମୂଲ୍ୟ ଦେବାକୁ ପଡିବ। ଚିହ୍ନ ଏବଂ ନାମ ମୂଳ ଶିବସେନାରୁ ଛଡ଼ାଇ ନିଆଯାଇଛି। ଏହା ନ୍ୟାୟ ନୁହେଁ।
माझी खात्रीची माहिती आहे....
— Sanjay Raut (@rautsanjay61) February 19, 2023
चिन्ह आणि नाव मिळवण्यासाठी आता पर्यंत 2000 कोटींचा सौदा आणि व्यवहार झाले आहेत...
हा प्राथमिक आकडा आहे आणि 100 टक्के सत्य आहे..
बऱ्याच गोष्टी लवकरच उघड होतील..
देशाच्या इतिहासात असे कधीच घडले नव्हते.. pic.twitter.com/3Siiro6O9b
ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଓ ଅନ୍ୟ ୧୫ ବିଦ୍ରୋହୀ ବିଧାୟକ ଗୌହାଟୀରେ ଥିବା ବେଳେ ସେମାନଙ୍କୁ ‘ଚଳନ୍ତା ଶବ’ ବୋଲି ସମ୍ବୋଧନ କରିଛନ୍ତି ଶିବସେନାର ସାଂସଦ ସଞ୍ଜୟ ରାଉତ। ସେ ତାଙ୍କର ଏକ ଟ୍ୱିଟର ପୋଷ୍ଟରେ ‘ଜାହଲତ୍(ମୁର୍ଖାମୀ) ଏକ ପ୍ରକାରର ମୃତ୍ୟୁ ଓ ମୁର୍ଖ ଲୋକମାନେ ଚଳନ୍ତା ଶବ’ ବୋଲି ଲେଖିଛନ୍ତି।
https://twitter.com/rautsanjay61/status/1541598571765858305?s=20&t=QuE7Ws3JAu4Ia8kUeTmLqQ
ଏହା ପୂର୍ବରୁ ସଞ୍ଜୟ ରାଉତ ଦଳୀୟ କର୍ମୀମାନଙ୍କୁ ସମ୍ବୋଧନ କରି ଗୌହାଟୀରେ ଥିବା ୧୫ ଜଣ ବିଧାୟକ ଶବ ଅଟନ୍ତି। ସେମାନଙ୍କ ଶରୀର ମରିସାରିଛି ବୋଲି କହିଥିଲେ। ସେ ଆହୁରି ବି କହିଥିଲେ କି ସେମାନଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯିବାକୁ ବିଧାନସଭା ପଠାଯିବ। ସେମାନେ ବି ଜାଣନ୍ତି କି ସେମାନଙ୍କ ଶରୀରକୁ ସେଠାରେ ଜାଳି ଦିଆଯିବ।
ସେପଟେ ବିଦ୍ରୋହୀ ଗୋଷ୍ଠୀରେ ସାମିଲ ୯ ମନ୍ତ୍ରୀଙ୍କ ହାତରୁ ବିଭାଗ କାଢ଼ିନେଇ ଅନ୍ୟମାନଙ୍କୁ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ପ୍ରଶାସନରେ ସୁବିଧା ଦୃଷ୍ଟିରୁ ଏଭଳି କରାଯାଇଥିବା କୁହାଯାଇଛି। ଏ ଭିତରେ ଏକନାଥ ସିନ୍ଦେ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍ ଠାକ୍ରେଙ୍କ ସହ ଦୁଇ ଦୁଇ ଥର କଥା ହୋଇଛନ୍ତି ବୋଲି ଜଣେ ଏମ୍ଏନ୍ଏସ୍ ନେତା ସୂଚନା ଦେଇଥିବା ଚର୍ଚ୍ଚା ହେଉଛି।
ଉଲ୍ଲେଖ ଯୋଗ୍ୟ, ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଆଜି ଇଡିରେ ହାଜର ହେବା ପାଇଁ ନୋଟିସ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଦୁର୍ନୀତି ମାମଲାରେ ସଞ୍ଜୟ ରାଉତଙ୍କୁ ଜେରା ପାଇଁ ନୋଟିସ ପଠାଇଛି ଇଡି। ତେବେ ସଞ୍ଜୟ ଆଜି ଇଡିରେ ହାଜର ହେବେ ନାହିଁ ବୋଲି ସୂଚନା ମିଳିଛି। ଜେରା ପାଇଁ ସଞ୍ଜୟ ଅଧିକ ସମୟ ମାଗିଥିବା ଜଣାପଡିଛି। କିଛି ଦିନ ପୂର୍ବରୁ ସାମ୍ନାକୁ ଆସିଥିବା ପ୍ରବୀଣ ରାଉତ ଓ ପାତ୍ରା ଚାୱାଲ ଜମି ଦୁର୍ନୀତି ମାମଲାରେ ସଞ୍ଜୟଙ୍କୁ ଏହି ସମନ୍ ପଠାଯାଇଛି।
ସୂଚନାଯୋଗ୍ୟ, ବହୁ ଚର୍ଚ୍ଚିତ ପାତ୍ର ଚାୱଲ ଜମି ଦୁର୍ନୀତି ମାମଲାରେ ଇଡି ସାଂସଦ ସଞ୍ଜୟ ରାଉତଙ୍କ କୋଟିକୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା। ୧୦୩୪ କୋଟି ପାତ୍ର ଚାୱଲ ଜମି ଦୁର୍ନୀତିର ଖୋଳତାଡ଼ କରି ଇଡି ଏପରି ପଦକ୍ଷେପ ନେଇଥିଲା। ଜବତ ସମ୍ପତ୍ତି ମଧ୍ୟରେ ସଞ୍ଜୟ ରାଉତଙ୍କ ଆଲିବାଗ ପ୍ଲଟ, ଦାଦ୍ରା ଓ ମୁମ୍ବାଇରେ ଥିବା ଫ୍ଲାଟ ରହିଛି।
ଇଡି ପକ୍ଷରୁ ପାତ୍ର ଚାୱଲ ଜମି ଦୁର୍ନୀତି ଘଟଣାରେ ସଞ୍ଜୟ ରାଉତଙ୍କ ସହଯୋଗୀ ପ୍ରବୀଣ ରାଉତଙ୍କ ୯ କୋଟି ଓ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କ ୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା। ଏହାପଛରେ ରାଜନୀତି ଅଭିସନ୍ଧି ରହିଥିବା ସଞ୍ଜୟ ରାଉତ ମାର୍ଚ୍ଚ ୨୫ରେ ଅଭିଯୋଗ କରିଥିଲେ। ଏସବୁ ଭିତରେ ତାଙ୍କୁ ଇଡି ଆସନ୍ତାକାଲି ହାଜର ହେବାକୁ ସମନ କରିଛି।
ଇଡିର ଏପରି ପଦକ୍ଷେପ ପରେ ଲଢ଼ିବାର ଦମ୍ଭ ଦେଖାଇଛନ୍ତି ଶ୍ରୀ ରାଉତ। ସେ କହିଛନ୍ତି, “କାର୍ଯ୍ୟାନୁଷ୍ଠାନରେ ଭୟଭୀତ ହେଉଥିବା ଲୋକଙ୍କ ମଧ୍ୟରେ ମୁଁ ନାହିଁ। ମୋ ସମ୍ପତ୍ତି ଜବତ କର, ମୋତେ ଗୁଳି ମାର କିମ୍ବା ମୋତେ ଜେଲରେ ଭର୍ତ୍ତି କରିଦିଏ। କିନ୍ତୁ ସଞ୍ଜୟ ରାଉତ ହେଉଛି ବାଲାସାହେବ ଠାକରେଙ୍କ ଅନୁଗାମୀ ଓ ଜଣେ ଶିବ ସୈନିକ। ମୁଁ ସମସ୍ତଙ୍କର ଅସଲ ଚେହାର ପର୍ଦ୍ଦାଫାସ କରିବା ଯାଏ ଲଢ଼େଇ କରିବି। ମୁଁ ଚୁପ ରହୁଥିବା ଲୋକ ନୁହେଁ। ସେମାନଙ୍କୁ ଏବେ ଡ୍ୟାନ୍ସ କରିବାକୁ ଦିଅ। ସତ୍ୟ ନିଶ୍ଚିତ ସାମ୍ନାକୁ ଆସିବ।” ଏହାପୂର୍ବରୁ ସେ ଟ୍ୱିଟ କରି ସତ୍ୟମେବ ଜୟତେ ବୋଲି ମଧ୍ୟ ଲେଖିଥିଲେ।
ଆଜି ଇଡି ପକ୍ଷରୁ ପାତ୍ର ଚାୱଲ ଜମି ଦୁର୍ନୀତି ଘଟଣାରେ ସଞ୍ଜୟ ରାଉତଙ୍କ ସହଯୋଗୀ ପ୍ରବୀଣ ରାଉତଙ୍କ ୯ କୋଟି ଓ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କ ୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା। ଏହାପଛରେ ରାଜନୀତି ଅଭିସନ୍ଧି ରହିଥିବା ସଞ୍ଜୟ ରାଉତ ମାର୍ଚ୍ଚ ୨୫ରେ ଅଭିଯୋଗ କରିଥିଲେ।
ନାନା ପୋଟୋଲେ କହିଛନ୍ତି, ସଞ୍ଜୟ ରାଉତ ଏବେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କ ମୁଖପାତ୍ର ପାଲଟିଛନ୍ତି। ଯେହେତୁ ୟୁପିଏରେ ଶିବସେନା ନାହିଁ ତେଣୁ ଶିବସେନା ନେତା ସଞ୍ଜୟ ରାଉତ ଏଭଳି ମନ୍ତବ୍ୟରୁ ନିବୃତ ରହିବା ଦରକାର ବୋଲି ପାଟୋଲେ ଚେତାବନୀ ଦେଇଛନ୍ତି।
ଏବେ ଏହାକୁ ନେଇ ବିଜେପି ମଧ୍ୟ ଶିବସେନାକୁ କଡ଼ା ଜବାବ ଦେଇଛି। ନାଁ ନେଇ ପରୋକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ କହିଛନ୍ତି, ଟିମର ୧୬ ନମ୍ୱର ପ୍ଲେୟାର କହୁଛି କିଏ ହେବ ଦଳର ଅଧିନାୟକ। ଯିଏ ଟିମରେ ନାହିଁ ସେ ମତାମତ ରଖିବାର କୌଣସି ଯଥାର୍ଥ ନାହିଁ ବୋଲି ଫଡ଼ନାଭିସ କହିଛନ୍ତି।
ନିକଟରେ ସଞ୍ଜୟ ରାଉତ କହିଥିଲେ, ସାରା ଦେଶରେ ୟୁପିଏ ଦୁର୍ବଳ ହୋଇଗଲାଣି। ଏଭଳି ସ୍ଥିତିରେ ଏନଡିଏକୁ କାଉଣ୍ଟର କରିବା ପାଇଁ ମଜବୁତ ସଂଗଠନର ଆବଶ୍ୟକ ରହିଛି। ଏଥିପାଇଁ ୟୁପିଏ ହିଁ ନେତୃତ୍ୱ ନେଇପାରିବ। ହେଲେ ଏହି ୟୁପିଏର ଅଧ୍ୟକ୍ଷ ଶରଦ ପାଓ୍ୱାର ହେବା ଦରକାର। ସୋନିଆ ଗାନ୍ଧୀ ୟୁପିଏର ଅଧ୍ୟକ୍ଷା ରହିଛନ୍ତି। କଂଗ୍ରେସ ସହିତ ଅନ୍ୟାନ୍ୟ ଦଳକୁ ଏକାଠି କରି ଆଗକୁ ନେବା ପାଇଁ ସେ ଚେଷ୍ଟା କରୁଛନ୍ତି। ହେଲେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ରହୁନାହିଁ ଆଉ ଏବେର ସ୍ଥିତିରେ କଂଗ୍ରେସ ମଧ୍ୟ ଦୁର୍ବଳ ହୋଇଗଲାଣି। ତେଣୁ ୟୁପିଏକୁ ଆଗକୁ ବଢ଼ିବାକୁ ହେଲେ ଶରଦ ପାଓ୍ୱାର ନେତୃତ୍ୱ ନେବା ଦରକାର।
ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ତିନି ଦଳ ଶିବସେନା, ଏନସିପି ଓ କଂଗ୍ରେସ ମିଶି ମହା ବିକାଶ ଅଘାଡ଼ି ମେଣ୍ଟ ଗଠନ କରି ସରକାର ଗଢ଼ିଛନ୍ତି। ବିଜେପି ଛାଡ଼ି ଶିବସେନା ଏହି ଦୁଇ ଦଳ ସହ ମେଣ୍ଟ କରିଛି। ଆଉ ଏହି ମେଣ୍ଟ ପଛର ଅସଲ ନାୟକ ହେଉଛନ୍ତି ଶରଦ ପାଓ୍ୱାର। ଯେବେଠୁ ଶିବସେନା ଏହି ମେଣ୍ଟରେ ସାମିଲ ହୋଇଛି ସେବେଠୁଁ ସଞ୍ଜୟ ରାଉତ ଶରଦ ପାଓ୍ୱାରଙ୍କୁ ୟୁପିଏ ଅଧ୍ୟକ୍ଷା କରିବାକୁ ଦାବି କରୁଛନ୍ତି।
କୋର୍ଟରେ ମହିଳା ଜଣଙ୍କ ତାଙ୍କ ସ୍ୱାମୀ ଓ ସଞ୍ଜୟ ରାଉତଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏହାପରେ କୋର୍ଟରେ ସଞ୍ଜୟଙ୍କ ଓକିଲ ପକ୍ଷ ରଖିଛନ୍ତି। ମହିଳା ଜଣଙ୍କ ଅଭିଯୋଗକୁ ସଞ୍ଜୟ ଖାରଜ କରିଛନ୍ତି। ଶୁକ୍ରବାର ବମ୍ୱେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା।
ସଞ୍ଜୟଙ୍କ ଓକିଲ କହିଛନ୍ତି, ଯେଉଁ ମହିଳା ସଞ୍ଜୟଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ସେ ପାରିବାରିକ ସମ୍ପର୍କୀୟ। ଆଉ ମହିଳା ଜଣଙ୍କ ସଞ୍ଜୟଙ୍କ ଝିଅ ଭଳି। ମହିଳାଙ୍କର ତାଙ୍କ ସ୍ୱାମୀଙ୍କ ସହିତ ବିବାଦ ରହିଛି। ଆଉ ତାଙ୍କ ସ୍ୱାମୀଙ୍କୁ ସଞ୍ଜୟ ସମର୍ଥନ କରୁଛନ୍ତି। ତେଣୁ ଏହି ଅଭିଯୋଗ ଭିତ୍ତିହୀନ ଓ ଅମୂଳକ।
ସୂଚନାଯୋଗ୍ୟ, ମୁମ୍ୱାଇର ସାନ୍ତାକ୍ରୁଜ୍ ଅଞ୍ଚଳରେ ରହୁଥିବା ଲେଖିକା ଡକ୍ଚର ସ୍ୱପ୍ନା ପାଟକର ତାଙ୍କ ଓକିଲ ଆଭା ସିଂହଙ୍କ ଜରିଆରେ ରାଉତଙ୍କ ବିରୋଧରେ ଏକ ପିଟିସନ ଦାଖଲ କରିଛନ୍ତି। ରାଉତଙ୍କ ପାଇଁ ସେ ମାନସିକ ନିର୍ଯାତନା, ମାଡର ଶିକାର ହେଉଛନ୍ତି। ରାଉତଙ୍କୁ ଏହି ପିଟିସନରେ ଜଣେ ପକ୍ଷ ଭାବରେ ରଖିଛନ୍ତି ଲେଖିକା ଜଣଙ୍କ। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ମାର୍ଚ୍ଚ ୧୮ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିଛନ୍ତି। ପାଟକର ମାହିମ ପୁଲିସ ଷ୍ଟେସନରେ ଏହି ଅଭିଯୋଗ ୨୦୧୩ ଏବଂ ୨୦୧୮ ରେ ଦାଖଲ କରିଥିଲେ। ପୁଲିସ ମାମଲା ରୁଜୁ କରିଥିଲା।