ସ୍କୁଲ, କଲେଜ ଓ ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କରେ ମା'ଙ୍କର ସ୍ୱତନ୍ତ୍ର ପୂଜା ହେଉଛି। ଏଥିପାଇଁ ସକାଳୁ ସକାଳୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗହଳି ଚହଳି ଲାଗିଲାଣି। ପିଲାମାନେ ବେଶ୍ ଉତ୍ସାହ ସହ ଭଳିକି ଭଳି ଡ୍ରେସ ପିନ୍ଧି ସ୍କୁଲ ଯାଉଛନ୍ତି।
ଶୁକ୍ଳ ପଞ୍ଚମୀରେ ଆଜିଠାରୁ ରଥନିର୍ମାଣ ପାଇଁ ରଥକାଠ ଅନୁକୂଳ ହେବ । ଶ୍ରୀନଅର ସମ୍ମୁଖ ରଥଖଳାରେ ପରମ୍ପରାନୁଯାୟୀ ତିନିଖଣ୍ଡ ଧଉରା କାଠକୁ ପୂଜାର୍ଚ୍ଚନା କରାଯିବ। ସନ୍ଧ୍ୟା ସମୟରେ ତିନିଖଣ୍ଡ ୧୨ଫୁଟିଆ ଧଉରା କାଠକୁ ଶୋତ୍ରିୟ ବ୍ରାହ୍ମଣ ଓ ରାଜଗୁରୁ ପୂଜାର୍ଚ୍ଚନା କରିବେ। ଦୀପ ଧୂପ ନୈବେଦ୍ୟ ଦେଇ ପୂଜାର୍ଚ୍ଚନା କରିବେ। ଏହି ଦିନ ଶ୍ରୀବିଗ୍ରହମାନଙ୍କର ଘୋଡ଼ ଉଲାଗି ହୋଇଥାଏ।
କଙ୍କଡାହାଡ଼ ଥାନା କଣ୍ଟାପାଳ ଗାଁରେ ରହିଛି ପୁନର୍ବସତି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଆଜିକୁ ୩୦ରୁ ୪୦ ବର୍ଷ ତଳେ ଏହି ସ୍କୁଲ ପ୍ରତିଷ୍ଠା କରିଥିଲେ ସରକାର। ହେଲେ ଏବେ ତାହା ରହିଛି ବିବାଦରେ। ସ୍କୁଲ ପ୍ରତିଷ୍ଠା ହୋଇଥିବା ସ୍ଥାନର ମାଲିକାନାକୁ ନେଇ ବିବାଦ ଦେଖାଦେଇଛି। କଣ୍ଟାପାଳ ଦୁଇ ନମ୍ୱର କଲୋନୀରେ ରହୁଥିବା ଦୁଇ ଭଉଣୀ ଉର୍ମିଳା ସାହୁ ଓ ପ୍ରମିଳା ସାହୁ ଉକ୍ତ ଜମି ତାଙ୍କ ବାପାଙ୍କ ନାଁରେ ରହିଛି ବୋଲି ଦାବି କରୁଛନ୍ତି।
ଆଜି ସ୍କୁଲରେ ପଶି ହଙ୍ଗାମା କରିଥିଲେ ଦୁଇ ଭଉଣୀ। ମଧ୍ୟାହ୍ନରେ ଦୁଇ ଭଉଣୀ ସ୍କୁଲରେ ପଶି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ସ୍କୁଲ କ୍ୟାମ୍ପସ୍ ବାହାରକୁ ପଳାଇ ଯିବାକୁ କହିଥିଲେ। ମେଢ଼କୁ ଭାଙ୍ଗି ଦେବା ସହିତ ସରସ୍ୱତୀଙ୍କ ମୂର୍ତ୍ତିକୁ କଚାଡ଼ି ଭାଙ୍ଗି ଦେଇଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ କଙ୍କଡ଼ାହାଡ ପୁଲିସ୍ ସ୍କୁଲରେ ପହଞ୍ଚି ଦୁଇ ଭଉଣୀଙ୍କୁ ନେଇ ଥାନାରେ ଅଟକ ରଖିଛି।
ପୂର୍ବରୁ ମଧ୍ୟ ଦୁଇ ଭଉଣୀ ସ୍କୁଲରେ ଭଙ୍ଗାରୁଜା କରିଥିଲେ। ଗତ ୨୧ ତାରିଖରେ ଦୁଇ ସ୍କୁଲରେ ପଶି ଉତ୍ପାତ କରିଥିଲେ। ସ୍କୁଲ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତିକୁ ଭାଙ୍ଗିବା ସହ ବିଦ୍ୟାଳୟର ନାଁକୁ ମଧ୍ୟ ଲିଭାଇ ଦେଇଥିଲେ। ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଗାଁ ଲୋକ ଓ ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତ୍ତା ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଦୁଇ ଭଉଣୀଙ୍କୁ ଥାନାରେ ଅଟକ ରଖିଥିଲା। ତେବେ ସେହି ସନ୍ଧ୍ୟାରେ ଦୁଇ ଭଉଣୀଙ୍କୁ ପୁଲିସ୍ ଛାଡ଼ି ଦେଇଥିଲା।
ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ
୨. ମହାସରସ୍ୱତୀ ମନ୍ତ୍ର- ଓଁ ଐଂ ହ୍ଲିଂ କ୍ଳିଂ ମହାସରସ୍ୱତୀ ଦେବୈ ନମଃ।
୩. ସରସ୍ୱତୀ ସିଦ୍ଧି ମନ୍ତ୍ର- ସରସ୍ୱତୀ ନମସ୍ତୁଭ୍ୟଂ ବରଦେ କାମରୂପୀଣୀଂ, ବିଦ୍ୟାରମ୍ଭଂ କରିଷ୍ୟାମୀ ସିଦ୍ଧିର୍ଭବତୁ ମେ ସଦା।
୪. ସରସ୍ୱତୀ ବୁଦ୍ଧିଜ୍ଞାନ ମନ୍ତ୍ର- ଶୁକ୍ଳାଂ ବ୍ରହ୍ମବିଚାରସାରପରମାଂଦ୍ୟାଂ ଜଗଦ୍ଦବ୍ୟାପନୀଂ, ବୀଣା-ପୁସ୍ତକ-ଧାରିଣୀମଅଭୟଦାଂ ଜାଡ୍ୟାନ୍ଧକାରପହାମ, ହସ୍ତେ ସ୍ଫଟିକମାଳିକାଂ ବିଧଦତିଂ ପଦ୍ମାସନେ ସଂସ୍ଥିତାମ, ବନ୍ଦେ ତାଂ ପରମେଶ୍ୱରୀଂ ଭଗବତୀଂ ବୁଦ୍ଧିପ୍ରଦାଂ ଶାରଦାମ।
୫. ସରସ୍ୱତୀ ସଫଳତା ମନ୍ତ୍ର- ଓଁ ଏନ ବାଗଦେବୈ ଚ ବିଦ୍ମହେ କାମରାଜାୟ ଧିମହି! ତନ୍ନୋ ଦେବୀ ପ୍ରଚୋଦୟାତ।
୬. ସରସ୍ୱତୀ ବିଦ୍ୟା ମନ୍ତ୍ର- ସରସ୍ୱତୀ ମହାଭାଗେ ବିଦ୍ୟେ କମଳଲୋଚନେ, ବିଦ୍ୟାରୂପେ ବିଶାଳାକ୍ଷୀ ବିଦ୍ୟାଂ ଦେହି ନମସ୍ତୁତେ।
୭. ସରସ୍ୱତୀ ଜ୍ଞାନ ମନ୍ତ୍ର- ବଦ ବଦ ବାଗବାଦିନୀ ସ୍ୱାହାଃ।
୮. ସରସ୍ୱତୀ ବୁଦ୍ଧି ମନ୍ତ୍ର- ଓଁ ଐଂ ହ୍ରିଂ ଶ୍ରୀଂ ବାଗଦେବୈ ସରସ୍ୱତୈ ନମଃ।
୯. ଋଗବେଦୀୟ ସରସ୍ୱତୀ ମନ୍ତ୍ର- ପାବକା ନଃ ସରସ୍ୱତୀ ବାଜେଭିର୍ବାଜୀନିବତି। ଯଜ୍ଞଂ ବଷ୍ଟୁ ଧିୟାବସୁଃ।
୧୦. ସରସ୍ୱତୀ ବନ୍ଦନା- ଯା କୁନ୍ଦେନ୍ଦୁତୁଷାରହାରଧବଳା ଯା ଶୁଭ୍ରବସ୍ତ୍ରାବୃତ୍ତା, ଯା ବୀଣାବରଦଣ୍ଡମଣ୍ଡିତକରା ଯା ଶ୍ୱେତପଦ୍ମାସନା, ଯା ବ୍ରହ୍ମାଚ୍ୟୁତଶଙ୍କରପ୍ରଭୃତିଭିର୍ଦେବୈଃ ସଦା ବନ୍ଦିତା, ସା ମାଂ ପାତୁ ସରସ୍ୱତୀ ଭଗବତୀ ନିଃଶେଷଜାଡ୍ୟାପହା।
ଜାଣନ୍ତୁ କାହିଁକି ବ୍ରହ୍ମାଙ୍କୁ ଅଭିଶାପ ଦେଇଥିଲେ ସରସ୍ୱତୀ
ପଦ୍ମ ପୁରାଣ ଅନୁସାରେ ଥରେ ବଜ୍ରନାଶ ନାମକ ଏକ ରାକ୍ଷସ ପୃଥିବୀରେ ହଇଚଇ ସୃଷ୍ଟି କରିଥିଲା। ତା’ର ଅତ୍ୟାଚାର ଏତେ ବଢ଼ିଯାଇଥିଲା ଯେ, ଶେଷରେ ଭଗବାନ ବ୍ରହ୍ମାଙ୍କୁ ତାକୁ ହତ୍ୟା କରିବାକୁ ପଡିଲା। ବଜ୍ରନାଶ ରାକ୍ଷସକୁ ହତ୍ୟା କରିବା ସମୟରେ ବ୍ରହ୍ମାଙ୍କ ହାତରୁ ତିନୋଟି ସ୍ଥାନରେ ପଦ୍ମ ଫୁଲ ପଡିଯାଇଥିଲା। ଯେଉଁଠାରେ ତିନୋଟି ଫୁଲ ପଡିଲା ସେଠାରେ ତିନୋଟି ହ୍ରଦ ସୃଷ୍ଟି ହେଲା। ଏହା ପରେ ସେହି ସ୍ଥାନର ନାମ ପୁଷ୍କର ରଖାଯାଇଥିଲା। ସାରା ବିଶ୍ୱର କଲ୍ୟାଣ ପାଇଁ ବ୍ରହ୍ମା ସେଠାରେ ଏକ ଯଜ୍ଞ କରିବାକୁ ନିଷ୍ପତ୍ତି ନେଇଥିଲେ।
ପରେ ବ୍ରହ୍ମା ଯଜ୍ଞ କରିବା ପାଇଁ ପୁଷ୍କରଙ୍କ ନିକଟରେ ପହଞ୍ଚିଥିଲେ। କିନ୍ତୁ ତାଙ୍କ ପତ୍ନୀ ସରସ୍ୱତୀ ଠିକ୍ ସମୟରେ ସେଠାରେ ପହଞ୍ଚି ପାରିନଥିଲେ। ଏହି ଯଜ୍ଞକୁ ସଂପୂର୍ଣ୍ଣ କରିବା ପାଇଁ ସରସ୍ୱତୀଙ୍କ ଉପସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏପରି ପରିସ୍ଥିତିରେ, ଯେତେବେଳେ ବିଦ୍ୟାଦାତ୍ରୀ ମାତା ସରସ୍ୱତୀ ଆସି ନଥିଲେ, ସେତେବେଳେ ବ୍ରହ୍ମା ଗୁର୍ଜର ସମ୍ପ୍ରଦାୟର ଝିଅ ଗାୟତ୍ରୀଙ୍କୁ ବିବାହ କରିଥିଲେ। ଏହା ପରେ ଯଜ୍ଞ ଆରମ୍ଭ ହୋଇଥିଲା। ଠିକ୍ ସେତିକି ବେଳେ ଦେବୀ ସରସ୍ୱତୀ ମଧ୍ୟ ସେଠାରେ ପହଞ୍ଚିଥିଲେ। ଗାୟତ୍ରୀଙ୍କୁ ବ୍ରହ୍ମା ପାଖରେ ବସିଥିବାର ଦେଖି ସେ କ୍ରୋଧିତ ହୋଇଯାଇଥିଲେ। ରାଗି ଯାଇ ସରସ୍ୱତୀ ବ୍ରହ୍ମାଙ୍କୁ ଅଭିଶାପ ଦେଇଥିଲେ। କହିଥିଲେ ଆପଣ ଦେବତା ରହିବେ, କିନ୍ତୁ ଆପଣଙ୍କ ପୂଜା କେଉଁଠି ବି କରାଯିବ ନାହିଁ। କିନ୍ତୁ ପରେ ଯେତେବେଳେ ସରସ୍ୱତୀଙ୍କ ରାଗ ଶାନ୍ତ ହୋଇଥିଲା ସେତେବେଳେ କେବଳ ପୁଷ୍କରରେ ହିଁ ବ୍ରହ୍ମାଙ୍କ ପୂଜା କରାଯିବ ବୋଲି ଦେବୀ ସରସ୍ୱତୀ କହିଥିଲେ। ଏଥିସହ ଭାରତର ଅନ୍ୟ ଯେଉଁଠି ବି ବ୍ରହ୍ମାଙ୍କ ମନ୍ଦିର ତିଆରି କରାଯିବ ତାହା ଧ୍ୱସଂ ହୋଇଯିବ ବୋଲି ସେ କହିଥିଲେ।
ଏହି କାରଣ ଯୋଗୁଁ ଆଜି ରାଜସ୍ଥାନର ପୁଷ୍କରରେ ସ୍ଥିତ ବ୍ରହ୍ମାଙ୍କ ମନ୍ଦିରକୁ ବିବାହିତ ପୁରୁଷଙ୍କ ପ୍ରବେଶ ବାରଣ କରାଯାଇଛି। ଏଠାରେ କେବଳ ମହିଳାମାନେ ହିଁ ବ୍ରହ୍ମାଙ୍କୁ ପୂଜା କରୁଛନ୍ତି।
ସରସ୍ୱତୀଙ୍କୁ କାହିଁକି ବିବାହ କରିଥିଲେ ବ୍ରହ୍ମା, ଜାଣନ୍ତୁ
ହିନ୍ଦୁ ଧର୍ମର ଶାସ୍ତ୍ର ଅନୁସାରେ ବ୍ରହ୍ମାଙ୍କୁ ସୃଷ୍ଟିକର୍ତ୍ତା, ବିଷ୍ଣୁ ପାଳନକର୍ତ୍ତା ଓ ମହାଦେବଙ୍କୁ ସଂହାର କର୍ତ୍ତା ବୋଲି ବର୍ଣ୍ଣନା କରାଯାଇଛି। କୁହାଯାଏ, ସମସ୍ତ ସୃଷ୍ଟିର ସଂରଚନା ବ୍ରହ୍ମାଙ୍କ ଦ୍ୱାରା ହିଁ ହୋଇଛି।
ସମସ୍ତଙ୍କୁ ପ୍ରାୟ ଜଣାଥିବ ଯେ ବ୍ରହ୍ମାଙ୍କର ପତ୍ନୀ ହେଉଛନ୍ତି ବିଦ୍ୟାଦାତ୍ରୀ ବା ‘ବାଗ୍ଦେବୀ’ ସରସ୍ୱତୀ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଦେବୀ ସରସ୍ୱତୀ ବ୍ରହ୍ମାଙ୍କଠାରୁ ହିଁ ସୃଷ୍ଟି ହୋଇଛନ୍ତି।
ହିନ୍ଦୁ ଧର୍ମର ସରସ୍ୱତୀ ପୁରାଣ ଏବଂ ମତ୍ସ୍ୟ ପୁରାଣ ଅନୁଯାୟୀ, ନିଜଠାରୁ ସୃଷ୍ଟି ହୋଇଥିବା ବା ଜନ୍ମ ନେଇଥିବା 'ବାଗ୍ଦେବୀ'ଙ୍କୁ ସୃଷ୍ଟିକର୍ତ୍ତା ବିବାହ କରିଥିଲେ। ସରସ୍ୱତୀ ପୁରାଣ ଅନୁସାରେ ବିଦ୍ୟା ଦେବୀଙ୍କର କେହି ମା’ ନାହାନ୍ତି, କିନ୍ତୁ ତାଙ୍କର ପିତା ହେଉଛନ୍ତି ଭଗବାନ ବ୍ରହ୍ମା।
ବ୍ରହ୍ମା ସୃଷ୍ଟିର ରଚନା କରିବା ସମୟରେ ଏକା ଥିଲେ। ସେ ନିଜ ଶକ୍ତି ବଳରେ ସରସ୍ୱତୀ ଏବଂ ବ୍ରାହ୍ମୀଙ୍କୁ ସୃଷ୍ଟି କରିଥିଲେ। ଦେବୀ ସରସ୍ୱତୀ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଥିଲେ। ଏଥିପାଇଁ ବ୍ରହ୍ମା ସରସ୍ୱତୀଙ୍କ ପ୍ରତି ଆକର୍ଷିତ ହୋଇ ପଡ଼ିଥିଲେ।
ବ୍ରହ୍ମାଙ୍କ ଆକର୍ଷଣରୁ ରକ୍ଷା ପାଇବା ପାଇଁ ସରସ୍ୱତୀ ଆକାଶ ଏବଂ ଚାରି ଦିଗରେ ଲୁଚିବାକୁ ଲାଗିଲେ। କିନ୍ତୁ ବ୍ରହ୍ମାଙ୍କର ୫ଟି ମସ୍ତିଷ୍କ ଥିବାରୁ ସେ ସରସ୍ୱତୀଙ୍କୁ ଠାବ କରିବାରେ ସକ୍ଷମ ହୋଇଥିଲେ। ଏହାପରେ ସୃଷ୍ଟି ସଂରଚନାରେ ସହଯୋଗ ପାଇଁ ବ୍ରହ୍ମା ସରସ୍ୱତୀଙ୍କୁ ନିବେଦନ କରିଥିଲେ। ସରସ୍ୱତୀ ମଧ୍ୟ ବ୍ରହ୍ମାଙ୍କ କଥାରେ ରାଜି ହୋଇଥିଲେ।
ସରସ୍ୱତୀଙ୍କୁ ବିବାହ କରିବା ପରେ ବ୍ରହ୍ମା ଓ ସରସ୍ୱତୀଙ୍କଠାରୁ ସର୍ବପ୍ରଥମେ ମନୁଙ୍କର ଜନ୍ମ ହୋଇଥିଲା। ମନୁଙ୍କୁ ପୃଥିବୀର ପ୍ରଥମ ମାନବ ସନ୍ତାନ ବୋଲି କୁହାଯାଏ। ଏହା ବ୍ୟତୀତ ମନୁଙ୍କୁ ସନାତନ ଧର୍ମ, ବେଦ, ସଂସ୍କୃତ ଏବଂ ସମସ୍ତ ଭାଷାର ଜନକ ବୋଲି କୁହାଯାଏ।