୩ଟି ଶ୍ରେଣୀରେ ଶିକ୍ଷକ ପାଠ ପଢାଉଥିବା ବେଳେ ଆଉ ୫ଟି ଶ୍ରେଣୀର ଛାତ୍ରଛାତ୍ରୀ ମାନେ ବାହାରେ ବୁଲୁଛନ୍ତି। ଏସମ୍ପର୍କରେ ଦୀର୍ଘ ଦିନ ହେବ ବିଓଙ୍କୁ ଦାବି କରିଆସୁଛୁ କିନ୍ତୁ ଶିକ୍ଷକ ଦେଉ ନାହାନ୍ତି ବୋଲି ଗ୍ରାମବାସି ମାନେ କହିଛନ୍ତି। ଯେପର୍ଯ୍ୟନ୍ତ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଆମେ ଧାରଣାରେ ବସିବୁ ବୋଲି କହିଛନ୍ତି ଛାଛ୍ରଛାତ୍ରୀ ଓ ଅଭିଭାବକ।
ଅନ୍ୟପଟେ ଦୀର୍ଘ ୩ଘଣ୍ଟା ଧରି ପିଲା ମାନେ ଧାରଣାରେ ବସିଥିବା ପରେ ଏବିଓ ଘଟଣା ସ୍ତଳରେ ପହଞ୍ଚି ବୁଝାସୁଝା କରିବା ସହିତ ଆସନ୍ତା କାଲି ଜଣେ ଶିକ୍ଷକ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହାର ହୋଥିଲା।
ରିପୋର୍ଟ- ସୂର୍ଯ୍ୟଦୟ ବିଶ୍ୱାଳ
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତରୁ ଫେରିବା ପରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସ୍ଥିତିର ସମୀକ୍ଷା କରିଛନ୍ତି । ସୂଚନା ଅନୁସାରେ, ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୧୨ରୁ ୧୬ତାରିଖ ପର୍ଯ୍ୟନ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ରହିବ । ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ସ୍କୁଲଗୁଡ଼ିକ ବନ୍ଦ ରହିବ।
ସେହିପରି ଗ୍ରାମାଂଚଳରେ ପାନୀୟଜଳ ଯୋଗାଣ ଯେଭଳି ସ୍ୱାଭାବିକ ରହିବ ଓ ଲୋକେ ପାନୀୟ ଜଳ ପାଇଁ ସମସ୍ୟାର ସମ୍ମୁଖୀନ ନହେବେ ତାହା ସୁନିଶ୍ଚିତ କରିବାକୁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ଗ୍ରାମାଂଚଳ ଓ ସହରାଂଚଳରେ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବା ସହ ବିଦ୍ୟୁତ୍ କାଟ ନକରିବାକୁ ଶକ୍ତି ବିଭାଗକୁ ପରାମର୍ଶ ଦେଇଛନ୍ତି ।
ପାଣିପାଗ ବିଭାଗ ପକ୍ଷରୁ ହିଟ୍ ୱେଭ ଆଲର୍ଟ ଜାରି ହୋଇଥିବାରୁ ସମସ୍ତ ପ୍ରକାରର ପରିସ୍ଥିତି ନିମନ୍ତେ ପ୍ରସ୍ତୁତ ରହିବାକୁ ଶକ୍ତି ଓ ନଗର ଉନ୍ନୟନ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।
https://www.youtube.com/watch?v=KgjYfKok8bQ