ସେସବୁ ଏପର୍ଯ୍ୟନ୍ତ ଲାଗି ପାରିଲାନି । ସେ ସମୟରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଥିଲେ ସବୁ କଳାକୃତି ନିର୍ଦ୍ଧାରିତ ସ୍ଥାନରେ ହକି ଆରମ୍ଭ ପୂର୍ବରୁ ଲାଗିଯିବ। ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ ମାତ୍ର ୩ ଦିନ ଭିତରେ ସବୁ କଳାକୃତ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ଯିବ ବୋଲି ଗତ ଜାନୁଆରୀ ୩ ତାରିଖ ଦିନ କହିଥିଲେ। ହେଲେ ବିଶ୍ୱକପ ହକି ଉଦଯାପନୀକୁ ଇତି ମଧ୍ୟରେ ଦେଢ଼ ମାସ ବିତିଲାଣି। ତଥାପି ସହର ଭିତରକୁ ପ୍ରବେଶ କରିପାରିନି ସୁନ୍ଦର ସୁନ୍ଦର କଳାକୃତୀ। ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ ପରିସର ଖଳାରେ ପଡ଼ି ରହି ମଳିନ ପଡ଼ି ଗଲାଣି ଅନେକ କଳାକୃତୀ।
ଏସବୁକୁ ରାଜଧାନୀର ବିଭିନ୍ନ ପାର୍କରେ ସ୍ଥାପନ କରାଯିବ ବୋଲି ଲଳିତକଳା ଏକାଡେମୀ ସମ୍ପାଦକ ପଞ୍ଚାନନ ସାମଲ କହିଛନ୍ତି। ତେବେ ଏଠାରେ ପ୍ରଶ୍ନଉଠିଛି, କଣ ପାଇଁ ହକି ଖେଳ ସମୟରେ ଲାଗିପାରିଲାନି ବିଭିନ୍ନ କଳାକୃତୀ । କେଉଁଠି ରହିଲା ତ୍ରୁଟି । ଯାହାକୁ ନେଇ ସାଧାରଣ ଲୋକ ଓ କଳାପ୍ରେମୀଙ୍କ ଭିତରେ ଦେଖାଦେଇଛି ଅସନ୍ତୋଷ।
https://www.youtube.com/watch?v=6yLWJZT3ZsI