ସେ କହିଛନ୍ତି, ବର୍ତ୍ତମାନ ସମଗ୍ର ଦେଶରେ ନିଶା କାରବାର ଚିନ୍ତାର ବିଷୟ ପାଲଟିଛି। ଆଶା ଠାରୁ ଅଧିକ ପରିମାଣର ନାର୍କୋଟିକ୍ସ ଦ୍ରବ୍ୟ ଜବତ ହେଉଛି। ଓଡ଼ିଶାରେ ଗଞ୍ଜେଇ ଅଧିକ ପରିମାଣର ଜବତ ହେଉଥିବା ବେଳେ ବ୍ରାଉନ ସୁଗାର ଆଉ ହିରୋଇନ୍ ମଧ୍ୟ ଜବତ ହେଉଛି। ନାର୍କୋଟିକ୍ସ, ରିଅଲ ଇଷ୍ଟେଟ ଓ ସୁନା ବ୍ୟବସାୟ ଆଳରେ ଅଧିକ ମାତ୍ରାରେ କଳାଧନ କାରବାର ହେଉଛି। ଏହା ଉପରେ ରୋକ୍ ଲଗେଇବା ପାଇଁ ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣର ଆବଶ୍ୟକତା ରହିଛି ବୋଲି ଜଷ୍ଟିସ ପଶାୟତ କହିଛନ୍ତି।
ଜଷ୍ଟିସ ପଶାୟତଙ୍କ କଟକ ସ୍ଥିଥ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆୟକର ବିଭାଗ, ଡାଇରେକ୍ଟ ଟ୍ୟାକ୍ସ ବିଭାଗ, ସେଣ୍ଟ୍ରାଲ ଏକ୍ସାଇସ ଓ କଷ୍ଟମ, ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ, ସିଟି ଜିଏସଟି, କ୍ରାଇମବ୍ରାଞ୍ଚ, ଭିଜିଲାନ୍ସ ଏବଂ ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।
କଳାଟଙ୍କା ସମ୍ପର୍କିତ ମାମଲା ଗୁଡିକର ତ୍ୱରିତ ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ଗଠନ କରାଯାଇଛି। ଏହାସହ ଦୁର୍ନୀତି ନିବାରଣ ଆଇନରେ ମାମଲା ହେଲେ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ତୁରନ୍ତ ସୂଚନା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି | ଆସନ୍ତା ଜୁନ ମାସରେ କଳାଧନ ସମ୍ପର୍କିତ ଏସ୍ଆଇଟିର ନବମ ରିପୋର୍ଟ ଦାଖଲ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦିଷ୍ଟ ଟିମ୍ ଗଠନ କରାଯିବ। ଏହି ଟିମ୍ ଘଟଣାର ତଦନ୍ତ କରିବେ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଡିଏସ୍ପି ଶିଶିର ମିଶ୍ରଙ୍କ ନେତୃତ୍ୱରେ ଟିମ୍ ହୋଇଛି। ଟିମରେ ଜଣେ ଡିଏସ୍ପିଙ୍କ ସହ ଆଉ ୩ ଜଣ ଅଫିସର ମଧ୍ୟ ରହିଛନ୍ତି। ଟିମ୍ ଆଜି ପୁରୀ ଯାଇ ସ୍ଥାନୀୟ ପୁଲିସ ଠାରୁ କାଗଜାତ ସଂଗ୍ରହ କରିବ। ତଦନ୍ତ ପାଇଁ ଯାହା ଯାହା ଆବଶ୍ୟକ କରାଯିବ।
ଡିସେମ୍ବର ୧୩ ତାରିଖରେ ପୁରୀ ନୂଆନଈ ନିକଟରେ ଚିତ୍ତରଂଜନଙ୍କ ମୃତଦେହ ମିଳିଥିଲା। ନଦୀରୁ ମୃତଦେହ ମିଳିବା ପରେ ପରିବାର ଲୋକଙ୍କ ସନ୍ଦେହ ବଢ଼ିଥିଲା। ଚିତ୍ତରଞ୍ଜନଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏଥିରେ ଜଗନ୍ନାଥ ଷଡ଼ଙ୍ଗୀ ଓ ସଞ୍ଜୟ ଦାସବର୍ମାଙ୍କ ହାତ ଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ସଦର ଥାନା ପୁଲିସ । ତେବେ ମାମଲାରେ ବିଜେଡି ନେତା ସଂଜୟ ଦାସ ବର୍ମାଙ୍କ ସଂପୃକ୍ତି ନେଇ ପରିବାର ଲୋକେ ଅଭିଯୋଗ ଆଣିବା ପରେ ସଂଜୟଙ୍କ ଅଡ଼ୁଆ ବଢିଛି। ସଂଜୟ ଦାସ ବର୍ମା ଯୋଜନା ବୋର୍ଡ ଉପାଧ୍ୟକ୍ଷ ତୁରନ୍ତ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଗତକାଲି ବିଜେପି ଦାବି କରିଥିଲା। ନଚେତ ତଦନ୍ତ ନିରପେକ୍ଷ ହୋଇପାରିବନି ବୋଲି ବିଜେପି ପକ୍ଷରୁ କୁହାଯାଇଥିଲା।
ସୂଚନାଯୋଗ୍ୟ, ଶନିବାର ରାତିରେ ପୁରୀ ମାଟିଆପଡ଼ା ଅଞ୍ଚଳର ଜଗନ୍ନାଥ ଷଡ଼ଙ୍ଗୀ ଓରଫ ଜଗା ଘରେ ଆୟୋଜିତ ହୋଇଥିଲା ଭୋଜି। ସେଠାକୁ ଯାଇଥିଲେ ଚିତ୍ତରଂଜନ। କିନ୍ତୁ ଘରକୁ ଆଉ ଫେରି ନଥିଲେ। ତାଙ୍କ ମୋବାଇଲ ବନ୍ଦ ରହିଥିଲା। ରବିବାର ଯାଏ କୌଣସି ପତ୍ତା ନମିଳିବାରୁ ସଦର ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ। ଖୋଳତାଡ଼ ଭିତରେ ଗତକାଲି ନୂଆନଈରୁ ମିଳିଥିଲା ମୃତଦେହ।
ଅରୁଣ ସାହୁ ଯେଉଁ ଫୋନ୍ କରି ଧମକାଉଥିଲେ ସେ କାହାକୁ ଘୋଡ଼ାଇବାକୁ ଧମକାଉଥିଲେ ବୋଲି ସୌଦାମିନି ପ୍ରଶ୍ନ କରିଛନ୍ତି। SIT ତାମସା କରୁଛି, ତା ଉପରେ ଆମର ଭରସା ନାହିଁ। ତାକୁ ବାଡ଼େଇ କିମ୍ବା ଟଙ୍କା ଲୋଭ ଦେଖାଇ ଏସବୁ କୁହାଇଛନ୍ତି ବୋଲି ସୌଦାମିନି କହିଛନ୍ତି। ସୌଦାମିନି କହିଛନ୍ତି ଯେ, ପ୍ରକୃତ ଅଭିଯୁକ୍ତ ହେଉଛି ବାବୁଲି ନାୟକ।
ଅନ୍ୟପଟେ ନୟାଗଡ଼ ପରୀ ହତ୍ୟା ଘଟଣାରେ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ଉପରେ ବର୍ଷିଛନ୍ତି ଅଭିଯୁକ୍ତ ନାବାଳକର ଓକିଲ। ସାମ୍ବାଦିକ ସମ୍ମିଳନୀରେ ବୋଥ୍ରା ବୁଢ଼ୀ ଅସୁରୁଣୀର ଗପ କହିଛନ୍ତି। ବୋଥ୍ରା ଥିଉରୀ ଏବଂ ପ୍ରାକ୍ଟିକାଲରେ କୌଣସି ତାଳମେଳ ନ ଥିବା ଚାର୍ଜ ସିଟ କହୁଛି ବୋଲି ଅଭିଯୋଗ କରିଛନ୍ତି ଅଭିଯୁକ୍ତ ନାବାଳକର ଓକିଲ ଚନ୍ଦ୍ର ବିଜୟୀ ମିଶ୍ର। ପଞ୍ଚନାମା ଏବଂ ବ୍ୟବଚ୍ଛେଦ ରିପୋର୍ଟରେ ଅନେକ ପାର୍ଥକ୍ୟ ରହିଥିବା ଚାର୍ଜ ସିଟରୁ ଜଣା ପଡୁଛି ବୋଲି କହିଛନ୍ତି ଚନ୍ଦ୍ର । ଚାର୍ଜସିଟରେ ହତ୍ୟାକାଣ୍ଡ ରେ ଏକମାତ୍ର ଅଭିଯୁକ୍ତ ନାବାଳକ ଥିବା ଦର୍ଶାଇଛି ଏସଆଇଟି ।
ଜୁଡ଼ିସିଆଲ ମ୍ୟାଜିଷ୍ଟେଟଙ୍କ ପାଖରେ ଯଦୁପୁର ଗ୍ରାମର ୩ ଜଣ ବ୍ୟକ୍ତି ସାକ୍ଷ୍ୟ ପ୍ରମାଣ ଦେଇଥିବା ଚାର୍ଜ ସିଟରେ ଉଲ୍ଲେଖ ରହିଛି। ଏବେ ଅଭିଯୁକ୍ତ ନାବାଳକ ଅନୁଗୁଳ ବାଳ ସୁଧାର ଗୃହ ରେ ରହିଥିବା ବେଳେ ଆସନ୍ତା ୧୯ ତାରିଖରେ ଏଲଭିଏ ଟେଷ୍ଟ ପାଇଁ ଚିଲଡ୍ରେନ କୋର୍ଟରେ ହାଜର ହେବ। ଗତକାଲି ପରୀମାମଲାରେ ନୟାଗଡ ଜୁଭେନାଇଲ କୋର୍ଟ ୯ ପୃଷ୍ଟା ସମ୍ବଳିତ ଚାର୍ଜସିଟ୍ ଦାଖଲ କରାଯାଇଛି। ଏଥିରେ ପୁରୁଣା ଅଭିଯୋଗକୁ ଦୋହରାଯାଇଛି। ପରୀ ଫ୍ରକରେ ଅଭିଯୁକ୍ତର ସିମେନ ଲାଗିଥିବା ଭୁବନେଶ୍ୱର ଫରେନସିକ୍ ଲାବରେଟେରୀରୁ ସ୍ପଷ୍ଟ ହୋଇଥିବା ଚାର୍ଜସିଟ୍ରେ ଉଲ୍ଲେଖ ରହିଛି। ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ସେହିପରି ମିଳିଥିବା ପରୀ ହାଡ଼ରୁ କ୍ୟାମିକାଲ ବ୍ୟବହାର ନେଇ ପ୍ରମାଣ ମିଳି ନଥିବା ଚାର୍ଜସିଟ୍ରେ ଉଲ୍ଲେଖ ରହିଛି।
ନୟାଗଡ଼ ପରୀ ହତ୍ୟା ମାମଲାକୁ ନେଇ ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳିଯାଇଥିବା ବେଳେ ବିରୋଧୀଙ୍କ ସଣ୍ଡୁଆସି ଆକ୍ରମଣରେ ଶିକାର ହୋଇଥିଲେ ରାଜ୍ୟସରକାର। ଅଙ୍ଗତସ୍କରୀ ଅଭିଯୋଗ ଆଣି ବିରୋଧୀ ତୁମ୍ୱିତୋଫାନ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରି ବିଜେପି ଆନ୍ଦୋଳନ କରିଥିଲା। ଦିନକୁ ଦିନ ପରୀ ନିଆଁ ଅସମ୍ଭାଳ ହେବା ଦେଖି ରାଜ୍ୟ ସରକାର ଏସ୍ଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଉ ଓଏସ୍ଆରଟିସିର ଅଧ୍ୟକ୍ଷ ଥିବା ତଥା ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏସଆଇଟି ଟିମ୍ ଗଠନ କରିଥିଲା। ତେବେ ନାବାଳିକା ହତ୍ୟାର ୫ ମାସ ପରେ ବି ଯାହା ନୟାଗଡ଼ ପୁଲିସ କରିପାରି ନଥିଲା, ମାତ୍ର ୧୫ ଦିନରେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ରାଜ୍ୟବାସୀଙ୍କୁ ଚକିତ କରିଦେଇଥିଲେ ବୋଥ୍ରା। ଏହି ଘଟଣାରେ ସେହି ଯଦୁପୁର ଗାଁରେ ଜଣେ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରି ହତ୍ୟାକାଣ୍ଡ ପଛର ଚାଞ୍ଚଲ୍ୟକର କାହାଣୀ ଥିବା ସାମ୍ନାକୁ ଆଣିଥିଲେ ବୋଥ୍ରା। ନିଜର ଯୌନ ଲାଳସା ମେଣ୍ଟାଇବାକୁ ଯାଇ ୫ ବର୍ଷର ଝିଅକୁ ହତ୍ୟା ପରେ ଶବକୁ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ ଦୁଷ୍କର୍ମ କରିଥିବା ଏସଆଇଟି କହିଥିଲା। ଖୋଦ୍ ଅଭିଯୁକ୍ତ ତାର ଦୋଷ ସ୍ୱୀକାର କରିଥିବା SIT ମୁଖ୍ୟ ଅରୁଣ ବୋଥ୍ରା କହିଥିଲେ।
ଜୁଲାଇ ୧୪ରେ ଅଭିଯୁକ୍ତ ଘରକୁ ଜାମୁକୋଳି ଲୋଭରେ ଯାଇଥିଲା ନାବାଳିକା। ଘରେ କେହି ନଥିବାର ସୁଯୋଗ ନେଇ ସରୋଜ ମୁଣ୍ଡକୁ ଜୁଟିଥିଲା ଦୁର୍ବୁଦ୍ଧି। ନବାଳିକାକୁ ଘର ଭିତରକୁ ଡାକି ଦୁଷ୍କର୍ମ ଉଦ୍ୟମ କରିଥିଲା ସରୋଜ।
ଆଉ ସେଥିରେ ସେ ବାଧା ଦେବାରୁ ନାବାଳିକାର ତଣ୍ଟି ଚିପି ତାକୁ ହତ୍ୟା କରିଥିଲା ବୋଲି ଏସଆଇଟି କହିଥିଲା। ତେବେ ଏସ୍ଆଇଟି ଯେଉଁ ପ୍ରମାଣ ବଳରେ ସରୋଜ ସେଠୀଙ୍କୁ ଗିରଫ କରିଥିଲା, ସେହି ଖିଅର ଦିନକୁ ଦିନ ଆସୁଛି ନୂଆ ନୂଆ ଟୁଇଷ୍ଟ। ଲେଗିନ୍ସକୁ ନେଇ ପରୀର ମା’ ଆପତ୍ତି ଉଠାଇବା, ଫରେନ୍ସିକ ଯାଞ୍ଚ ରିପୋର୍ଟରେ ଜବତ ନାବାଳିକା ଫ୍ରକ୍ରୁ ମିଳିଥିବା ସିମେନ୍ ଦାଗ ଚିହ୍ନଟ ନ ହୋଇପାରିବା ଓ ଏବେ ସାର୍ଟିଫିକେଟରେ ଅଭିଯୁକ୍ତ ନାବାଳକ ଥିବା ରିପୋର୍ଟ ଆସିବା ପରେ ଏସଆଟି ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତଥାପି ଏହାରି ଭିତରେ ବୋଥ୍ରାଙ୍କୁ ମିଳିଛି ପୁରସ୍କାର।
ନୟାଗଡ଼ ଏନଏସିରୁ ମିଳିଥିବା ଜନ୍ମ ପ୍ରମାଣପତ୍ର ଓ ମ୍ୟାଟ୍ରିକ୍ ସାର୍ଟିଫିକେଟରେ ସରୋଜର ଜନ୍ମ ତାରିଖ ୨୦୦୩ ମସିହା ଫେବୃଆରୀ ୬ ତାରିଖ ରହିଛି। ଅର୍ଥାତ ଘଟଣା ଘଟିଥିବା ଦିନ ଜୁଲାଇ ୧୪ ତାରିଖକୁ ସରୋଜର ବୟସ ୧୭ ବର୍ଷ ୫ ମାସ ୮ ଦିନ ହେଉଛି। ଏହାର ଅର୍ଥ ସରୋଜଙ୍କୁ ୧୮ ବର୍ଷ ହୋଇନାହିଁ। ତେଣୁ ସରୋଜ ଜଣେ ନାବାଳକ ହୋଇଥିଲେ ମଧ୍ୟ ଏସ୍ଆଇଟି ତାକୁ ସାବାଳକ ଦର୍ଶାଇବା, ତଦନ୍ତ ବେଳେ ସାବାଳକ ଭଳି ବ୍ୟବହାର କରିବା ଓ ଜୁଭେନାଇଲ୍ ଜଷ୍ଟିସ ବୋର୍ଡ ପରିବର୍ତ୍ତେ ନୟାଗଡ଼ ପୋକ୍ସୋ କୋର୍ଟରେ ହାଜର କରିବାକୁ ନେଇ ଆପତ୍ତି ଉଠାଇବା ସହ ଏନେଇ କୋର୍ଟଙ୍କୁ ଅବଗତ କରାଯିବ ବୋଲି ସରୋଜଙ୍କ ଓକିଲ କହିଛନ୍ତି।
ତେବେ ଏନେଇ ଏସ୍ଆଇଟିର ପ୍ରତିକ୍ରିୟା ମିଳିପାରିନାହିଁ।
ଅଧିକ ପଢନ୍ତୁ: କୋଟିଏ କର୍ମୀଙ୍କୁ ବିଜେଡିର ପ୍ରତାରଣା : ପ୍ରତିଷ୍ଠା ଦିବସ ପାଳିଲାନି, ‘ଯୋଡ଼ାବର୍ଷ’ହେଲା ଅଡ଼ୁଆ
ଅଭିଯୁକ୍ତ ସରୋଜ ସେଠୀର ଗିରଫଦାରୀର ଦିନକ ପରେ ସାମ୍ବାଦିକ ସମ୍ମିଳନୀରେ ଏସ୍ଆଇଟି ଅରୁଣ ବୋଥ୍ରା କହିଥିଲେ ସେ, ତାଙ୍କ ପାଖରେ ରହଛି ଦୁଇଶହ ପ୍ରତିଶତ ପ୍ରମାଣ।
ହେଲେ ଏବେ ବୋଥ୍ରାଙ୍କ ଏ ବଡ଼ ଦାବି ଉପରେ ପାହାଡ଼ପ୍ରମାଣ ପ୍ରଶ୍ନଚିହ୍ନ ଠିଆ କରିଛି । ଗତ ୧୪ ତାରିଖର ଏ ଫରେନସିକ୍ ଯାଞ୍ଚ ରିପୋର୍ଟ। ଯେଉଁଥିରେ ଉଲ୍ଲେଖ ରହିଛି ଯେ, ଜବତ ଫ୍ରକ୍ରେ ହ୍ଯୁମାନ୍ ସିମେନ୍ର ଦାଗ ଥିବା ତ ସ୍ପଷ୍ଟ ହୋଇଛି, କିନ୍ତୁ ଏହା ନଷ୍ଟ ହୋଇଯାଇଥିବା କାରଣରୁ ଏହାର ଗ୍ରୁପ୍ ଚିହ୍ନଟ ହୋଇପାରିନି। ସେହିପରି ଜବତ ହୋଇଥିବା ଝୋଟ ଅଖାରୁ ସିମେନ୍ ଏବଂ ବ୍ଲଡ୍ ଷ୍ଟେନ୍ ବି ଚିହ୍ନଟ ହୋଇପାରିନି।
ତେଣୁ ଏଭଳି ସ୍ଥିତିରେ ଫ୍ରକରୁ ମିଳିଥିବା ସିମେନ୍ ଦାଗ ଯେ ସରୋଜ ସେଠୀର ତାକୁ ଏସଆଇଟି କିଭଳି ପ୍ରମାଣ କରିବ ସେନେଇ ସନ୍ଦେହ ପ୍ରକାଶ କରିଛନ୍ତି ଆଇନଜୀବି।
ସୂଚନା ଅନୁଯାୟୀ, ନିଖୋଜର ୯ ଦିନ ପରେ ଜୁଲାଇ ୨୩ରେ ପରୀ ଘର ବାଡ଼ିପଟୁ ଏକ ଅଖାରେ ବନ୍ଧା ଥିବା ଅବସ୍ଥାରେ କିଛି ହାଡ଼ ଓ ଫ୍ରକ୍ ଠାବ ହୋଇଥିଲା।
ଏହାପରେ ଦେହାବଶେଷ ପରୀର କି ନୁହେଁ ଚିହ୍ନଟ ପାଇଁ ନୟାଗଡ଼ ପୁଲିସ ହାଡ଼କୁ ଡିଏନ୍ଏ ଟେଷ୍ଟ ପାଇଁ ପଠାଇଲା। ଜବତ ଫ୍ରକ୍, ଅଖା ଓ ଜିଆଇ ତାର ସେମିତି ଥିଲା । ତେବେ ଡିସେମ୍ବର ୧ ତାରିଖରେ ଏସ୍ଆଇଟି ତଦନ୍ତ ଆରମ୍ଭ କରିବା ପରେ ୨ ତାରିଖରେ ଅଖା, ଫ୍ରକ୍ ଓ ଜିଆଇ ତାର ଫରେନ୍ସିକ୍ ଯାଞ୍ଚ ପାଇଁ ପଠାଗଲା । ଯାହାର ରିପୋର୍ଟ ଆସିଲା ୧୪ ତାରିଖରେ । ଏହାପରେ ୧୯ରେ ନାବାଳିକାର ପଡ଼ୋଶୀ ସରୋଜ ସେଠୀ, ତା ମା ଓ ବଡ଼ ଭଉଣୀକୁ ଉଠାଇ ନେଇ ୨୧ରେ କେବଳ ସରୋଜକୁ ଗିରଫ ଦେଖାଇ କୋର୍ଟଚାଲାଣ କରିଥିଲା ଏସ୍ଆଇଟି। ତେଣୁ ଆରମ୍ଭରୁ ପରିବାରର ଅଙ୍ଗତସ୍କରୀ ଅଭିଯୋଗ ସତ୍ତ୍ୱେ ମଝିରେ ତଦନ୍ତରେ ଦୁଷ୍କର୍ମ ଥିଓରୀ ପଶିବା ଏବଂ ଫରେନ୍ସିକ୍ ରିପୋର୍ଟ ସମେତ ଯେଉଁ ସବୁ ପ୍ରମାଣ ଆଧାରରେ ଅଭିଯୁକ୍ତ ସରୋଜକୁ ଗିରଫ କରାଯାଇଛି। ସେଭିତରୁ ଫରେନ୍ସିକ୍ ରିପୋର୍ଟରୁ ଯଦି ଏଭଳି ତଥ୍ୟ ସାମ୍ନାକୁ ଆସୁଛି, ତାକୁ ଏସ୍ଆଇଟି କିଭଳି ପ୍ରମାଣ ସିଦ୍ଧ କରିବ ତାହାହିଁ ବଡ଼ ପ୍ରଶ୍ନ।
ଅଧିକ ପଢ଼ନ୍ତୁ : ରାଜନୀତିରେ ଡେବ୍ୟୁ କରିବେ କି ଅସିତ!
ଏ ନେଇ ସରୋଜର ଭଉଣୀ କହିଛନ୍ତି, ଆମେ ଭଉଣୀ ଓ ଭିଣୋଇ ଘରକୁ ଆସିଛୁ। କିନ୍ତୁ ଆମେ ଜାଣିନୁ ଯେ ଆମ ଭାଇ ଆସିଛି। ଏପରିକି ମା' ବି ଜାଣିନି ଯେ ତା'ର ପୁଅ ଆଜି ଆସିଛି। ଆମକୁ ଘର ଭିତରେ ବନ୍ଦ କରି ରଖିଦେଲେ। କହିଲେ ମାଉସୀ ଆମେ ୫ ମିନିଟ୍ ଆପଣଙ୍କ ସହ କଥା ହେବୁ। ୫ ମିନିଟ୍ କହି ଆମକୁ ଅଧ ଘଣ୍ଟା କାଳ ଗୋଟିଏ ରୁମ୍ ଭିତରେ ବନ୍ଦ କରିଦେଲେ। ଆମେ ଜାଣିନଥିଲୁ ଯେ ଆମ ଭାଇ ଆଜି ଆସିଛି। ସେ ଗଲା ପରେ ଆମେ ସବୁ ଜାଣିଲୁ। କହିଲେ ଆମେ ସାରଙ୍କୁ ଫୋନ୍ କରୁଛୁ। ସାର୍ କ'ଣ ଘରେ ଖୋଜାଖୋଜି କରୁଛନ୍ତି। ଘରେ ଖୋଜାଖୋଜି କରିସାରିବା ପରେ ଆମେ କହିବୁ।
ସରୋଜର ଭଉଣୀ ଆହୁରି କହିଛନ୍ତି, ପୁଲିସ୍ ମୋ ମାଆକୁ କହୁଛନ୍ତି, ମାଉସୀ ଲୋ ଏମିତି କ'ଣ ପିଲାମାନେ ଭୁଲ୍ କରୁନାହାନ୍ତି। ତାକୁ ଜମା ସତର ବୟସ ହୋଇଛି। ଆଉ ସେ ନାବାଳକ ଏବଂ ଆମେ ତାକୁ ଛାଡ଼ି ଦେବୁ। ଏହାସହ ଆମେ ଗୋଟିଏ ଓକିଲ ଦେବୁ ଏବଂ ତୁମ ପିଲାକୁ ୪ ଦିନ ଭିତରେ ଛାଡ଼ି ଦେବୁ। ତୁମ ପୁଅ ଆମ ପାଖରେ ଭଲରେ ଖାଉଛି, ଭଲରେ କଥାବାର୍ତ୍ତା କରୁଛି। ତୁମ ପୁଅ ବହୁତ ଭଲ।
ସରୋଜଙ୍କ ଭଉଣୀ SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଯେ, ଅରୁଣ ବୋଥ୍ରା ସାର୍ ମୋ ଭାଇକୁ ଗୋଟିଏ ରୁମ୍ ଭିତରେ ବାଡ଼େଇବି ଓ ମାରିକି ବତାଶିଖିଆ କରୁଛନ୍ତି। ଯେହେତୁ ମୋ ଭାଇ ସବୁ କଥା ଆଗରୁ କହିସାରିଛି, ସେଥିପାଇଁ ତାକୁ ଫସା ଯାଉଛି। ମୋ ଭାଇ ପୂରା ନିର୍ଦ୍ଦୋଷ।
ଅଧିକ ପଢ଼ନ୍ତୁ : ବାପା-ମାଆଙ୍କୁ ଶିଳପୁଆରେ ପିଟି ମାରିଦେଲା ନିଷ୍ଠୁର ପୁଅ
ମୋ ଭଉଣୀକୁ ଆଜି ରୁମ୍ ଭିତରେ ବନ୍ଦ କରି କହୁଛନ୍ତି, ଆମେ ତମକୁ ଗୋଟିଏ ନୂଆ ଫୋନ୍ ଦେବୁ। ଏହାସହ ଚାକିରି କରାଇଦେବୁ ବୋଲି ମୋ' ଭଉଣୀକୁ କହିଛନ୍ତି। ମୋ ବୋଉକୁ କହୁଛନ୍ତି, ମାଉସୀ ଲୋ ତୁ ବସୁନୁ। ତୁ ଜୋଡ଼େ ଖାଇଦେ। ମୁଁ ଗର୍ଭବତୀ ଅଛି ଏବଂ ବାଥରୁମ୍ ଯିବା କହିବାରୁ ମୋତେ ଛାଡ଼ିଲେନି ବୋଲି କହିଛନ୍ତି ସରୋଜଙ୍କ ଭଉଣୀ।
ନୟାଗଡ଼ କୁନି ଝିଅ ହତ୍ୟାକାଣ୍ଡ ପଛରେ ଦୁଷ୍କର୍ମ ଉଦ୍ଦେଶ୍ୟ ଥିବା କହି ସମସ୍ତଙ୍କୁ ଚକିତ କରିଦେଇଥିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ପଚରାଉଚରା ବେଳେ ହିଁ ଯଥେଷ୍ଟ ପ୍ରମାଣ ପାଇବା ପରେ ସରୋଜଙ୍କୁ ଗିରଫ କରାଯାଇଥିବା ଖୋଦ୍ ବୋଥ୍ରା ଗଣମାଧ୍ୟମକୁ କହିଥିଲେ। ତେବେ ବୋଥ୍ରାଙ୍କ ପାଖରେ ସରୋଜଙ୍କୁ ଗିରଫ କରିବା ପୂର୍ବରୁ ସତରେ କ’ଣ ଠୋସ୍ ପ୍ରମାଣ ଥିଲା? ନା ସେ ସରୋଜକୁ ଗିରଫ କରିବା ପରେ ତା’ଠାରୁ ସୂଚନା ଆଦାୟ କରି ପ୍ରମାଣ ସଂଗ୍ରହ କରିବାକୁ କୌଶଳ କରିଛନ୍ତି? ଓଡ଼ିଶାର ଜନସାଧାରଣଙ୍କୁ, ତଦନ୍ତ ପ୍ରକ୍ରିୟାକୁ, କୁନି ଝିଅକୁ ହରାଇଥିବା ବାପା, ମାଆଙ୍କୁ ଭକୁଆ ବନାଉନାହାନ୍ତି ତ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା? ଏଭଳି ସନ୍ଦେହ ଆସିବା ପଛରେ ଖୋଦ ଅରୁଣ ବୋଥ୍ରା ହିଁ ଦାୟୀ ଭଳି ମନେହେଉଛି।
ତେବେ କେଉଁ କାରଣରୁ ଅରୁଣ ବୋଥ୍ରାଙ୍କୁ ସନ୍ଦେହ କରାଯାଉଛି? କଥାରେ ଅଛି, ଲୁଚିଛି ନା ଗୋଡ଼ ଦିଟା ଦିଶୁଛି। ବୋଥ୍ରାଙ୍କୁ ଏସଆଇଟି ମୁଖ୍ୟ କରିବାଠାରୁ ହିଁ ତାଙ୍କ ପ୍ରତି ସନ୍ଦେହ ସୃଷ୍ଟି ହୋଇଥିଲା। ପରେ ମୋ ସରକାର ପ୍ରତି ତାଙ୍କ ପ୍ରାଣପଣେ ଭୟର ଝଲକ ଭାଇରାଲ ଅଡିଓରୁ ପ୍ରମାଣ ମିଳିଯାଇଥିଲା। ଆଉ ଏବେ ବୋଥ୍ରାଙ୍କ ତାଲିମପ୍ରାପ୍ତ ସନ୍ଧାନୀ କୁକୁରଠୁ ତୀକ୍ଷ୍ମ ଘ୍ରାଣଶକ୍ତି ଏବଂ 'ସମସ୍ତଙ୍କୁ ଖୁସି କରିପାରିବି ନାହିଁ' ବୟାନ ଯେମତି ତାଙ୍କୁ ବିଶ୍ୱାସ କରିବା ଦିଗରେ ବାଧା ସୃଷ୍ଟି କରୁଛି।
ଏବେ ତଦନ୍ତ ପ୍ରକ୍ରିୟା ବେଶ୍ ଆଗେଇ ଯାଇଥିବାରୁ ହାଇକୋର୍ଟ ଏସଆଇଟିକୁ ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାନୁଆରୀ ୧୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସେପଟେ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀର ରିମାଣ୍ଡ ଅବଧି ଶେଷ ହୋଇଛି। ଏହାରି ଭିତରେ ସରୋଜଙ୍କ ଘରୁ ରକ୍ତ ଲାଗିଥିବା ଗାମୁଛା ମିଳିଛି। ସରୋଜକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏଟ୍ କରାଯାଇଛି। ହେଲେ ବୋଥ୍ରାଙ୍କ ତଦନ୍ତ ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ଆହୁରି ସନ୍ଦେହ ସୃଷ୍ଟି କରିଛି। ଏବେ ପ୍ରଶ୍ନ ଏସବୁକୁ ନେଇ କୋର୍ଟରେ ସରୋଜକୁ ଦୋଷୀ ପ୍ରମାଣ କରିପାରିବ ତ ଏସଆଇଟି? ସରୋଜ ନାଁରେ ବଡ଼ ବଡ଼ିଆଙ୍କ ଲିଙ୍କରେ ଅନ୍ୟ ଦୋଷୀମାନେ ଖସିଯିବେନି ତ ? ସରୋଜ ଏକା ନା ଆଉ କେହି ବି ଏହା ପଛରେ ରହିଛି ? ତେବେ ଅପରାଧୀ ଯିଏ ବି ହେଉ, ବୋଥ୍ରାଙ୍କ ତଦନ୍ତ ଫଳରେ ସେ ଯଦି ଦୋଷୀ ପ୍ରମାଣିତ ହୋଇ କଠୋର ଦଣ୍ଡ ପାଏ ତେବେ ନିଶ୍ଚୟ ପରୀର ଆତ୍ମା ଶାନ୍ତି ପାଇବ ଓ ରାଜ୍ୟବାସୀ ଖୁସି ହେବେ।
ଅଧିକ ପଢନ୍ତୁ : ପୋଖରୀ ପାଖରେ କ୍ରାଇମ ସିନ୍ ରିକ୍ରିଏଟ କଲା ସରୋଜ
ନାବାଳିକାକୁ ହତ୍ୟା କରିବାର ପୂର୍ବ ଦିନ ରାତି ସାରା ସରୋଜ ନିଜ ଭଉଣୀ ମୋବାଇଲରେ ପନୋଗ୍ରାଫି ଦେଖିଥିବା କହିଥିଲେ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା। ପନୋଗ୍ରାଫି ଦେଖିବା ପର ଦିନ ସେ ଘରେ ଏକୁଟିଆ ଥିବା ବେଳେ ନାବାଳିକାଜଣକ ତାଙ୍କ ଘରକୁ ଆସିଥିଲା। ଉକ୍ତ ସମୟରେ ସେ ଛୋଟ ଝିଅଟିକୁ ଦୁଷ୍କର୍ମ ଓ ହତ୍ୟା କରିଥିବା କହିଥିଲେ ଏସ୍ଆଇଟି ମୁଖ୍ୟ ।
କିନ୍ତୁ ଏ ସମସ୍ତ ଅଭିଯୋଗକୁ ଖଣ୍ଡନ କରି ସରୋଜଙ୍କ ମା’ ନିଜ ପୁଅକୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କହିଛନ୍ତି। ନିଜ ପୁଅ ପନୋଗ୍ରାଫି ଦେଖିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରି ସେ କହିଛନ୍ତି ମୋ ପୁଅ ଯେବେ ମୋବାଇଲ ଦେଖେ ଭଜନ ଦେଖେ। ସରୋଜ ମୋବାଇଲରେ ଅଶ୍ଳୀଳ ଫିଲ୍ମ ଦେଖନ୍ତି କି ପ୍ରଶ୍ନର ଉତ୍ତର ଦେଇ କହିଲେ, ଝିଅ ମୋବାଇଲ ପୁଅ କେତେବେଳେ କେମିତି ଦେଖିଦିଏ। ତାହାବି କେବଳ ଭଜନ ହିଁ ଦେଖିଥାଏ। ମୋ ପୁଅ ନିର୍ଦ୍ଦୋଷ, ସେ କିଛି କରିନାହିଁ ବୋଲି ଚିତ୍କାର କରି କହିଛନ୍ତି।
ଅପରପକ୍ଷେ, ସରୋଜଙ୍କ ବଡ଼ ଭଉଣୀ କହିଛନ୍ତି ନାବାଳିକା ହତ୍ୟା ପୂର୍ବ ଦିନ ରାତିରେ ମୁଁ ଓ ମୋ ସ୍ୱାମୀ ଘରକୁ ଆସିଥିଲୁ। ଆମ ଭାଇ ଆମ ପାଖରେ ଶୋଇଥିଲା। ତେଣୁ ସେ କେତେବେଳେ ପନୋଗ୍ରାଫି ଦେଖିଲା ବୋଲି ସେ ପ୍ରଶ୍ନ କରିଛନ୍ତି।
ଅପରପକ୍ଷେ, ସରୋଜକୁ ଜାଣିଶୁଣି ଫସାଇ ଦିଆଯାଉଛି ବୋଲି କହିଛନ୍ତି ସରୋଜଙ୍କ ଭିଣୋଇ। ଆଜି କ୍ରାଇମ ସିନ୍ ରିକ୍ରିଏଟ ସମୟରେ ପରିବାର ଲୋକଙ୍କୁ ଘରେ ପଶାଇ ରଖିଥିବା ଅଭିଯୋଗ କରିଛନ୍ତି ସରୋଜଙ୍କ ମା’ ଓ ଭିଣୋଇ। ଆମକୁ ଘର ଭିତରେ କାହିଁକି ବନ୍ଦ କରି ରଖାଗଲା ବୋଲି ପ୍ରଶ୍ନ କରିଛନ୍ତି ସରୋଜଙ୍କ ଭିଣୋଇ।
ଅପରପକ୍ଷରେ ଏହି ଗାମୁଛା ଏହି ମାମଲାର ବଡ଼ ପ୍ରମାଣ ହେବ ବୋଲି ଆଜି ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି। ସେ କହିଛନ୍ତି, ପରୀକୁ ହତ୍ୟା ପରେ ବୋହିଥିବା ରକ୍ତ ସରୋଜ ଗାମୁଛାରେ ପୋଛିଥିଲା। ଗାମୁଛାଟିକୁ ତା’ ଘରୁ ଜବତ କରାଯାଇଛି। ଏହାକୁ ସାବୁନରେ ଅନେକ ଥର ଧୁଆ ଯାଇଛି। ତେବେ ଯେତେ ଧୋଇଲେ ବି ରକ୍ତଦାଗ କିଛି ରହିଯାଇଥାଏ। ଆମେ ଉକ୍ତ ଗାମୁଛାକୁ ପରୀକ୍ଷା ପାଇଁ ଲ୍ୟାବ୍କୁ ପଠାଇଛୁ।
ଏସ୍ଆଇଟି ମୁଖ୍ୟ ଆହୁରି କହିଛନ୍ତି, ପୋଖରୀରୁ ମିଳିଥିବା ଲେଗିଙ୍ଗସକୁ ମଧ୍ୟ ପରୀକ୍ଷା ପାଇଁ ଲ୍ୟାବ୍କୁ ପଠାଯାଇଛି। ଲେଗିଙ୍ଗସରେ କିଛି ଦାଗ ଅଛି କି ନାହିଁ ପରୀକ୍ଷା କରାଯିବ। ପ୍ରମାଣ ପାଇଁ ଉଭୟ ଗାମୁଛା ଏବଂ ଲେଗିଙ୍ଗସ ଆମକୁ ବଡ଼ ସହାୟତା ଦେବ।
ଏହା ସହିତ ସେ କହିଛନ୍ତି ଯେ ଘଟଣା ସଂପର୍କରେ ଅଭିଯୁକ୍ତ ସରୋଜ ସେଠୀର ପରିବାରର କେହି ନା କେହି ସଦସ୍ୟ ଜାଣିଥିଲେ। ସେ ନେଇ ତଦନ୍ତ ଚାଲିଛି।
ସୂଚନାଯୋଗ୍ୟ, ଆଜି ସରୋଜର ରିମାଣ୍ଡ ଅବଧି ସରୁଥିବା ବେଳେ ସରୋଜକୁ ଯଦୁପୁର ଆଣି ସିନ୍ ରିକ୍ରିଏସନ୍ କରିଥିଲା ଏସ୍ଆଇଟି। ଘଟଣା ସ୍ଥଳକୁ ଆଣି ସରୋଜକୁ ଡେମୋ କରାଯାଇଥିଲା। ପୋଖରୀ କୂଳରେ ସେ ଘଟଣା ସଂପର୍କରେ ବର୍ଣ୍ଣନା କରିଥିଲା। ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ନିଜେ ତାକୁ ସେଠାରେ ପଚରାଉଚରା କରିଥିଲେ।
ଅଧିକ ପଢନ୍ତୁ : ପୋଖରୀ ପାଖରେ କ୍ରାଇମ ସିନ୍ ରିକ୍ରିଏଟ କଲା ସରୋଜ
ସୂଚନାଯୋଗ୍ୟ, ଆଜି ସରୋଜର ୩ ଦିନିଆ ରିମାଣ୍ଡ ଅବଧୀ ଶେଷ ହେଉଛି। ତା’ ପୂର୍ବରୁ ସରୋଜକୁ ଘଟଣାସ୍ଥଳକୁ ଆଣି କ୍ରାଇମ ସିନ୍ ରିକ୍ରିଏଟ କରିଛି SIT। ଏହି ସମୟରେ ପୋଖରୀ ନିକଟରେ ବହୁ ଗହଳି ଦେଖିବାକୁ ମିଳିଥିଲା। ଏହାପରେ ସରୋଜକୁ SIT ନେଇ ଯାଇଥିବା ବେଳେ ଏହାର କିଛି ଅଧିକାରୀ ସରୋଜର ମା’ ଓ ଉଭଣୀଙ୍କୁ ତାଙ୍କ ଘରେ ପଚରାଉଚରା କରୁଥିବା ଜଣାଯାଇଛି।
ଅଧିକ ପଢନ୍ତୁ : ମୁଁ ଯେତିକି ସରୋଜ ବିଷୟରେ ଜାଣିଥିଲି, ତା’ଠାରୁ ବେଶୀ ସେ ମୋ ବିଷୟରେ ଜାଣିଥିଲା
ସରୋଜ ପରିବାରର କେହି ନା କେହି ପୁଅର ଅପରାଧିକ କାହାଣୀ ସମ୍ପର୍କରେ ଜାଣିଥିବା କହିଛନ୍ତି ଅରୁଣ ବୋଥ୍ରା। ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ପରିବାର ଲୋକ କିଏ ଓ କେବେ ଏକଥା ଜାଣିଲେ ତାହାର ତଦନ୍ତ ଚାଲିଛି ବୋଲି କହିଛନ୍ତି ବୋଥ୍ରା।
ସେ କହିଛନ୍ତି, ମୁଁ ଯେତିକି ସରୋଜ ବିଷୟରେ ଜାଣିଥିଲି, ତା'ଠାରୁ ବେଶୀ ସେ ମୋ ବିଷୟରେ ଜାଣିଥିଲା। ସେ ମୋ ବିଷୟରେ ଗୁଗୁଲରେ ତଥ୍ୟ ସଂଗ୍ରହ କରିଥିଲା। କେବଳ ସେତିକି ନୁହେଁ ସରୋଜ ପୁଲିସର ତଦନ୍ତକୁ ଟ୍ରାକିଂ କରୁଥିଲା। ଏସଆଇଟି ତଦନ୍ତ ନେଇ ନିୟମିତ ନ୍ୟୁଜ ମଧ୍ୟ ଦେଖୁଥିଲା।
୨୨ ତାରିଖ ବିଳମ୍ବିତ ରାତିରେ ପୋଖରୀରୁ ଲେଗିନ୍ସ ମିଳବା ପରେ ପରୀର ବାକି ହାଡ କୁଆଡେ ଗଲା ପ୍ରଶ୍ନରେ ଆଜି ଅରୁଣ ବୋଥ୍ରା ଉତ୍ତର ଦେଇଛନ୍ତି । ସେ କହିଛନ୍ତି, ପରୀର କୌଣସି ଗୋଟିଏ ବି ହାଡ଼ ଗାଏବ ହୋଇନାହିଁ। ପୋଷ୍ଟମର୍ଟମ ରିପୋର୍ଟରେ କୌଣସି ହାଡ ମିଳି ନଥିବା କୁହାଯାଇନି । ବିଶେଷଜ୍ଞ ଡାକ୍ତରମୋନେ ହାଡ ମିଳି ନଥିବା ନେଇ କିଛି କହିନାହାନ୍ତି। ଦେହାବଶେଷ ମିଳିବା ପରେ ଶବ ଚିହ୍ନଟ ପାଇଁ ଡିଏନଏ କରାଯାଇଥିଲା । ଡିଏନଏ ଟେଷ୍ଟ ପାଇଁ ଡାକ୍ତରମାନେ କିଛି ହାଡ ମଧ୍ୟ ପଠାଇଥିଲେ ବୋଲି ଅରୁଣ କହିଛନ୍ତି।
ଡଗ୍ ସ୍କ୍ବାଡ କାହିଁକି ଗନ୍ଧ ବାରିପାରିଲା ନାହିଁ ପ୍ରଶ୍ନରେ ମଧ୍ୟ ଉତ୍ତର ରଖିଛନ୍ତି ଏସଆଇଟି ମୁଖ୍ୟ । ସେ କହିଛନ୍ତି, ଡଗ୍ ସ୍କ୍ବାଡ଼ ବିଷୟରେ ପଚାରିଲେ ମୁଁ କିଛି କହିପାରିବି ନାହିଁ । ଡଗ୍ ସ୍କ୍ବାଡ ବ୍ୟବହାର କରାଯାଇନାହିଁ ବୋଲି ଅରୁଣ ସଫା ସଫା ମନା କରିଛନ୍ତି।
ଅରୁଣ ଆହୁରି କହିଛନ୍ତି ଯେ, ସରୋଜଙ୍କ ପରିବାରର ଲୋକ ମଧ୍ୟରୁ କେହି ନା କେହି ଏହି ଘଟଣା ବିଷୟରେ ନିଶ୍ଚିତ ଜାଣିଛନ୍ତି। ଏନେଇ ତଦନ୍ତ ଜାରି ରହିଛି ।
ପୋଖରୀରୁ ଲେଗିଙ୍ଗସ ମିଳିବା ପରେ ଗତକାଲି ନୟାଗଡା ଯଦୁପୁର ଗସ୍ତରେ ଯାଇଥିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ସେଠାକୁ ଯାଇ ଓଡ୍ରାଫ ଟିମ ଏବଂ ଅଗ୍ନିଶମବାହୀନି ସହ ଆଲୋଚନା କରିଥିଲେ। ଓଡ୍ରାଫ ଟିମ ଘଣ୍ଟା ଘଣ୍ଟା ଧରି ପୋଖରୀ ଘାଣ୍ଟିଥିଲା। ପରେ ଗତକାଲି ବିଳମ୍ବିତ ରାତିରେ ସରୋଜର ଘରୁ ଏକ ଟିଣ ଡବାରୁ ଗାମୁଛା ଜବତ କରିଥିଲା ଏସଆଇଟି । ଏଥିରେ ହିଁ ପରୀକୁ ସେ ତଣ୍ଟି ଚିପି ହତ୍ୟା କରିଥିବା ନେଇ ଏସଆଇଟି ସେନ୍ଦହ କରିଥିଲା । ପରେ ସେଥିରେ ତା’ ନାକରୁ ବାହାରିଥିବା ରକ୍ତ ପୋଛା ଯାଇଥିଲା।
ଅଧିକ ପଢନ୍ତୁ : ‘ଗାମୁଛା ଦେବ ବଡ଼ ପ୍ରମାଣ’
ଗଣମାଧ୍ୟମ ସମ୍ମୁଖରେ ପରୀ ହତ୍ୟା ଘଟଣା ବଖାଣିବାକୁ ଯାଇ ଏସ୍ଆଇଟି ମୁଖ୍ୟ କହିଛନ୍ତି, ହତ୍ୟା ପରେ ମୃତଦେହକୁ ଏକ ବସ୍ତା ଭିତରେ ପୂରାଇ ସରୋଜ ତା’ ଘରଠୁ ୧୦ ମିଟର ଦୂରରେ ଥିବା ପୋଖରୀରେ ଫୋପାଡ଼ି ଦେଇଥିଲା। ହେଲେ ମୃତଦେହକୁ ନେବା ବେଳେ ଯେପରି ଅନ୍ୟ କେହି ସନ୍ଦେହ ନ କରନ୍ତି, ସେଥିନିମନ୍ତେ ସେ ନିଜ ବାଡ଼ିରେ ପଡ଼ିଥିବା କିଛି ନଡ଼ିଆ ବାଉଙ୍ଗାକୁ ମଧ୍ୟ ସାଥିରେ ନେଇଥିଲା। ଭାବିଥିଲା, ଯଦି କିଏ ଦେଖିବ ନଡ଼ିଆ ବାଉଙ୍ଗା ଫୋପାଡ଼ିବାକୁ ଯାଉଥିବା କହିଦେବ।
ଏହାପରେ ଘଟଣାର ଖୋଳତାଡ଼ ବେଳେ ପୋଖରୀରୁ ବସ୍ତା ନିକଟରୁ କିଛି ନଡ଼ିଆ ବାଉଙ୍ଗା ମଧ୍ୟ ମିଳିଥିବା କହିଛନ୍ତି ଅରୁଣ ବୋଥ୍ରା। ଉକ୍ତ ଅଞ୍ଚଳରେ ପାଖାପାଖି ବେଶି ନଡ଼ିଆ ଗଛ ନ ଥିବା ବେଳେ ସରୋଜ ଘରେ କିନ୍ତୁ ଏହି ଗଛ ରହିଛି।
ତେଣୁ ଉକ୍ତ ବାଉଙ୍ଗା ସରୋଜ ଘର ନଡ଼ିଆ ଗଛର ବାଉଙ୍ଗା ନା ଅନ୍ୟ କେଉଁ ଗଛର ତାହାର ହେବ ଡିଏନ୍ଏ ଟେଷ୍ଟ। ଏଥିନିମନ୍ତେ ଓଡ଼ିଶାରେ କିଛି ବ୍ୟବସ୍ଥା ନ ଥିବା ବେଳେ ହାଇଦ୍ରାବାଦ ଓ ନୂଆଦିଲ୍ଲୀରେ ୨ଟି ସଂସ୍ଥାକୁ ଏଥିନିମନ୍ତେ କାମ କରୁଛନ୍ତି। ଆମେ ଉକ୍ତ ୨ ସଂସ୍ଥାକୁ ନିବେଦନ କରିଛୁ ବୋଲି କହିଛନ୍ତି ଅରୁଣ ବୋଥ୍ରା ।
ନଡ଼ିଆ ବାଉଙ୍ଗାର ଡିଏନଏ ଟେଷ୍ଟ ରିପୋର୍ଟ ଆସିବା ପରେ ଏହା ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଧରାଇବାରେ ସାହାଯ୍ୟ କରିପାରେ ବୋଲି କହିଛନ୍ତି ଏସ୍ଆଇଟି ମୁଖ୍ୟ।
ଅଧିକ ପଢ଼ନ୍ତୁ : ପରୀକୁ ମାରି ଦୁଷ୍କର୍ମ କରିଥିଲା ଅଭିଯୁକ୍ତ, ଅରୁଣ ବୋଥ୍ରା ବର୍ଣ୍ଣନା କଲେ ପୂରା ଘଟଣା
ଏସଆଇଟି ମୁଖ୍ୟ ଅରୁଣ ଆହୁରି କହିଛନ୍ତି ଯେ, ସରୋଜ ମୋବାଇଲରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଫିଲ୍ମ ରଖି ଦେଖୁଥିଲା । ତା’ର ମୋବାଇଲ ନଥିଲା। କିନ୍ତୁ ତା’ ସାନ ଭଉଣୀର ମୋବାଇଲ୍ ଥିଲା। ତା’ ସାନ ଭଉଣୀ ଚାକିରି କରନ୍ତି। ସେ ଦିନ ବେଳେ ଅଫିସ୍ ଯାଆନ୍ତି। ତେବେ ରାତିରେ ଅଭିଯୁକ୍ତ ତାଙ୍କ ମୋବାଇଲ ବ୍ୟବହାର କରୁଥିଲା। ଅଶ୍ଲୀଳ ଫିଲ୍ମ ଦେଖିବା ପରେ ସେଗୁଡ଼ିକୁ ଡିଲିଟ୍ କରି ଦେଉଥିଲା। ଏପରିକି ମୋବାଇଲ ଫୋଲ୍ଡରେର ପର୍ଣ୍ଣୋ ଫିଲ୍ମ ରଖି ଲକ୍ ପକାଇଥିଲା।
ଏସ୍ଆଇଟି ମୁଖ୍ୟ କହିଛନ୍ତି, ଘଟଣା ପୂର୍ବଦିନ ରାତିସାରା ସରୋଜ ପର୍ଣ୍ଣ ଫିଲ୍ମ ଦେଖିଥିଲା । ରାତିସାରା ଅଶ୍ଳୀଳ ଫିଲ୍ମ ଦେଖିବା ପରେ ଝିଅଟି ଘରକୁ ଆସିବା ପରେ ତା'ସହ ଦୁଷ୍କର୍ମ ଉଦ୍ୟମ କରିଥିଲା। ଝିଅଟି ଚିତ୍କାର କରିବାରୁ ତାକୁ ମାରି ଦୁଷ୍କର୍ମ କରିଥିଲା। ଅଶ୍ଳୀଳ ଫିଲ୍ମରେ ଏସବୁ ଦେଖି ଏଭଳି କରିଥିବା ଅଭିଯୁକ୍ତ ନିଜେ ସ୍ୱୀକାର କରିଛି । ମୃତଦେହ ସହ ଦୁଷ୍କର୍ମ ପରେ ସେ ଏକ ଝୋଟ ବସ୍ତାରେ ଶବ ପୁରାଇ ପୋଖରୀକୁ ଫିଙ୍ଗି ଦେଇଥିଲା ।
ଅଧିକ ପଢ଼ନ୍ତୁ : 'ମୋତେ ବାଡ଼ଉଥିବାରୁ ମୁଁ ବାଧ୍ୟ ହୋଇ ତାଙ୍କୁ ହଁ କରିଛି' : ସରୋଜ ସେଠୀ
ପରୀକୁ ଦୁଷ୍କର୍ମ କରିବା ବା ହତ୍ୟା କରିବାକୁ ଅଭିଯୁକ୍ତ କୌଣସି ଯୋଜନା କରି ନଥିଲା। ଯେହେତୁ ରାତିସାରା ସେ ଅଶ୍ଲୀଳ ଫିଲ୍ମ ଦେଖିଥିଲା ଓ ମୁଣ୍ଡରେ ସେ ସବୁ କଥା ରହିଥିଲା, ତେଣୁ ପରୀକୁ ଘର ପାଖରେ ଦେଖି ତା ମନରେ ଏକଥା ଆସିଥିବା ଅଭିଯୁକ୍ତ କହିଥିବା ଏସ୍ଆଇଟି ମୁଖ୍ୟ ସୂଚନା ଦେଇଛନ୍ତି।
ସେ କହିଛନ୍ତି- ସେହି ଗାଁର ଜଣେ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରାଯାଇଛି।
ଅରୁଣ ବୋଥ୍ରା ପୁଅକୁ ମାଡ଼ ମାରି ପରୀ କେସ୍ରେ ଫସାଇ ଦେଇଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି। ଏଥିସହ ମାଡ଼ ମାରି ମିଥ୍ୟା ଡେମୋ ଦେଖାଇବାକୁ ପୁଅକୁ ବାଧ୍ୟ କରିଥିବା ଏବଂ ତାକୁ ଗାଳି ଗୁଳଜ କରାଯାଇଥିବା ମଧ୍ୟ ସେ ଅଭିଯୋଗରେ ଦର୍ଶାଇଛନ୍ତି ।
ସରୋଜଙ୍କ ମା’ କହିଛନ୍ତି, ଗତକାଲି ଡେମୋ ଦେଖାଇବାକୁ ପୁଅକୁ ଘରୁ ଆଣିଥିଲେ। ମାତ୍ର ସେ ଚିତ୍କାର କରି ନିର୍ଦ୍ଦୋଷ ବୋଲି କହିବାରୁ ତାକୁ ନେଇଗଲେ। ସେମାନେ ମୋ ପୁଅକୁ କହିଥିଲେ ଯେ ତୁ ଗରୀବ। ତୋର ବାପା ନାହାନ୍ତି। ୫ ଲକ୍ଷ ନେଇ ମାନିଯା।
ସୂଚନାଯୋଗ୍ୟ, ପରୀ ହତ୍ୟା ଅଭିଯୁକ୍ତକୁ ଗିରଫ କରିବା ପରେ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଥିଲେ ଯେ ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି। ଦୁଷ୍କର୍ମ ଯୋଗୁ ଏହି ହତ୍ୟାକାଣ୍ଡ ଘଟିଛି। ଘଟଣାର ତଦନ୍ତ ଜାରି ରହିବ।
ଗତକାଲି ଅଭିଯୁକ୍ତକୁ ପୋକ୍ସୋ କୋର୍ଟରେ ହାଜର କରିବା ପରେ ଅଧିକ ପଚରାଉଚରା ପାଇଁ ଏସ୍ଆଇଟି ତା’ର ରିମାଣ୍ଡ ଆବେଦନ କରିଥିଲା। ଅଭିଯୁକ୍ତକୁ ୩ ଦିନ ରିମାଣ୍ଡରେ ନେବାକୁ କୋର୍ଟ ଏସଆଇଟିକୁ ଅନୁମତି ଦେଇଛନ୍ତି, ଯାହା ଆଜି ଠାରୁ ଆରମ୍ଭ ହେବ।
ଅଧିକ ପଢ଼ନ୍ତୁ : ‘ନଡ଼ିଆ ବାଉଙ୍ଗାର ହେବ ଡିଏନ୍ଏ ଟେଷ୍ଟ’
ସେପଟେ ଦୁଷ୍କର୍ମ ଯୋଗୁଁ ପରୀକୁ ହତ୍ୟା କରାଯାଇଛି। ଘଟଣାରେ ଗିରଫ ବ୍ୟକ୍ତି ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ପଚରାଉଚରା ସମୟରେ ଯଥେଷ୍ଟ ପ୍ରମାଣ ପାଇବା ପରେ ହିଁ ତାଙ୍କୁ ଗିରଫ କରିଛୁ।” ପରୀ ହତ୍ୟା ମାମଲାକୁ ନେଇ ଆଜି ଏହି ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା।
https://youtu.be/-o6CC1Y-6Zc
ଘଟଣାର ତଦନ୍ତ ନିମନ୍ତେ ଯଦୁପୁରରେ ପହଞ୍ଚିଥିବା ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି, ଯାହାଙ୍କୁ ଗିରଫ କରିଛୁ, ତାଙ୍କ ସମ୍ପର୍କରେ ଯଥେଷ୍ଟ ପ୍ରମାଣ ସଂଗ୍ରହ କରିଛୁ। ଗତ ୧୦ ଦିନ ହେଲା ଲଗାତାର ଆମେ ଅଭିଯୁକ୍ତଙ୍କୁ ପଚରାଉଚରା କରିଛୁ। ଦୁଷ୍କର୍ମ ଯୋଗୁଁ ଘଟଣା ଘଟିଥିବା ତଦନ୍ତରୁ ଜାଣିବାକୁ ପାଇଲୁ। ଏନେଇ ଯଥେଷ୍ଟ ପ୍ରମାଣ ପାଇବା ପରେ ହିଁ ତାଙ୍କୁ ଗିରଫ କରିଛୁ।
ସୂଚନାଯୋଗ୍ୟ, ପରୀ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଆଜି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ତାଙ୍କୁ ଯଦୁପୁରସ୍ଥିତ ନିଜ ଘରକୁ ନିଆଯାଇଥିବା ଜଣାଯାଇଛି।
ଅଧିକ ପଢ଼ନ୍ତୁ : ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାଁରେ ଥାନାରେ ଏତଲା
ଏହାବ୍ୟତୀତ, ଅଧିକ ପ୍ରମାଣ ଯୋଗାଡ଼ ପାଇଁ ପରୀ ଶରୀରର କିଛି ହାଡ଼ ପଡ଼ିଥିବା ପୋଖରୀକୁ ଶୁଖାଯିବା ନିମନ୍ତେ ପଦକ୍ଷେପ ନିଆଯାଉଥିବା ଜଣାଯାଇଛି।