ସୂଚନା ଅନୁଯାୟୀ, ଗତକାଲି ରାତିରେ ଏକ ଦନ୍ତା ହାତୀ ରେଳ ଲାଇନ ପାର ହେଉଥିଲା। ଏହି ସମୟରେ ଆସୁଥିବା ଟ୍ରେନ ଦନ୍ତା ହାତୀକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦନ୍ତାର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲା। ବନ ବିଭାଗ ଓ ଜିଆରପି ପୁଲିସ ଘଟଣାର ତଦନ୍ତ କରୁଛନ୍ତି।
ଜରପଡ଼ା ବନାଞ୍ଚଳରେ କିଛି ଦିନ ହେବ ଏକ ହାତୀ ପଲ ଚଳ ପ୍ରଚଳ କରୁଥିଲେ। ଗତକାଲି ଏହି ଦନ୍ତା ହାତୀଟି ଖାଦ୍ୟ ଅନ୍ୱେଷଣରେ ଆସିଥିବା ବେଳେ ଟ୍ରେନ୍ ତାକୁ ଧକ୍କା ଦେଇଥିବା ସନ୍ଦେହ କରାଯାଉଛି। ଘଟଣା ତଦନ୍ତ ପରେ ପ୍ରକୃତ ସତ୍ୟ ସମ୍ନାକୁ ଆସିବ ବୋଲି ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଘରେ ପହଞ୍ଚିବା ପାଇଁ ମମତା ଓ ଗାଙ୍ଗୁଲିଙ୍କ ମଧ୍ୟରେ କିଛି ସମୟ ଧରି କଥାବାର୍ତ୍ତା ହୋଇଥିଲା। ଏହି ଅବସରେ ଗାଙ୍ଗୁଲିଙ୍କ ପତ୍ନୀ ଡୋନା ଓ ଝିଅ ଉପସ୍ଥିତ ଥିଲେ। ମମତା ଓ ଗାଙ୍ଗୁଲିଙ୍କ ଏହି ସାକ୍ଷାତକାରକୁ ବହୁତ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି। ନିକଟରେ ପଶ୍ଚିମବଙ୍ଗରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ସୌରଭ ଗାଙ୍ଗୁଲିଙ୍କୁ ନିଜ ପାର୍ଟିରେ ସାମିଲ୍ କରିବାକୁ ପ୍ରୟାସ କରିଥିଲା। ସେହି ସମୟରେ ଗାଙ୍ଗୁଲି ରାଜନୀତିକ ମଇଦାନକୁ ଓହ୍ଲାଇବାକୁ ସମ୍ପୂର୍ଣ୍ଣ ମନା କରିଦେଇଥିଲେ। ସୌରଭ ଗାଙ୍ଗୁଲି ମମତା ବାନାର୍ଜୀଙ୍କ ବିରୋଧରେ ନିର୍ବାଚନ ଲଢ଼ନ୍ତୁ ବୋଲି ବିଜେପି ଚାହୁଁଥିଲା।
[caption id="" align="alignleft" width="1064"] ମମତା ବାନାର୍ଜୀ ଓ ସୌରଭ ଗାଙ୍ଗୁଲିଙ୍କ ପରିବାର[/caption]
ମମତା ବାନାର୍ଜୀ ଓ ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି। ଚଳିତ ବର୍ଷ ଜାନୁଆରୀରେ ଯେତେବେଳେ ଗାଙ୍ଗୁଲିଙ୍କୁ ହାର୍ଟ ଆଟାକ୍ ହୋଇଥିଲା, ସେହି ସମୟରେ ମମତା ତାଙ୍କ ହାଲଚାଲ୍ ବୁଝିବା ପାଇଁ ହସ୍ପିଟାଲ୍ ଯାଇଥିଲେ। ଗାଙ୍ଗୁଲିଙ୍କ ବେଙ୍ଗଲ୍ କ୍ରିକେଟ୍ ଆସୋସିଏସନର ଅଧ୍ୟକ୍ଷ କରାଯିବା ପଛରେ ମମତାଙ୍କ ଭୂମିକା ରହିଥିଲା। ତେବେ ବିସିସିଆଇ ଅଧ୍ୟକ୍ଷ ପଦ ମିଳିବା ପରେ ଗାଙ୍ଗୁଲି ରାଜ୍ୟ ପଦ ଛାଡ଼ି ଦେଇଥିଲେ।
ଏହା ପୂର୍ବରୁ ଦାଦାଙ୍କ ଜନ୍ମଦିନରେ ଅନେକ କ୍ରିକେଟର ଶୁଭକାମନା ଜଣାଇଛନ୍ତି। କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗ, ହରଭଜନ ସିଂହ, ସୁରେଶ ରାଇନା, ଭିଭିଏସ୍ ଲକ୍ଷ୍ମଣ, ମହମ୍ମଦ କୈଫ୍, ଦିନେଶ କାର୍ତ୍ତିକ, ୱାସିମ୍ ଜାଫରଙ୍କ ସମେତ ଆଉ କିଛି କ୍ରିକେଟର୍ ମଧ୍ୟ ଗାଙ୍ଗୁଲିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
ତ୍ରିପୁଲ ଭେସେଲ ରୋଗରେ ପୀଡିତ ଥିବା ଗାଙ୍ଗୁଲିଙ୍କ ସେଠାରେ ଦ୍ୱିତୀୟ ଥର ପାଇଁ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ଏଥିସହ ପୁଣିଥରେ ତାଙ୍କର ୨ଟି ଷ୍ଟେନଟିଂ କରାଯାଇଥିଲା। ହସ୍ପିଟାଲରେ ୪ଦିନ ଡାକ୍ତରଙ୍କ ଦେଖାରେଖାରେ ଚିକିତ୍ସା ହେବା ପରେ ଆଜି ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସେ ପୁରାପୁରି ସୁସ୍ଥ ଥିବା ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି।
West Bengal: BCCI Chief Sourav Ganguly discharged from Apollo Hospital in Kolkata following angioplasty.
"He is absolutely right," says Dr Rana Dasgupta of Apollo Hospital. pic.twitter.com/YE9kf3BINA
— ANI (@ANI) January 31, 2021
ପୂର୍ବରୁ ମଧ୍ୟ ଜାନୁଆରୀ ୨ ତାରିଖରେ ଘରେ ବ୍ୟାୟମ କରୁଥିବା ସମୟରେ ସୌରଭ ଗାଙ୍ଗୁଲି ଅସୁସ୍ଥ ହୋଇପଡିଥିଲେ। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଉଡଲାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ତାଙ୍କ ହାର୍ଟରେ ବ୍ଲକେଜ ଥିବା ଜଣାପଡିଥିଲା। ଏହାପରେ ସେଠାରେ ତାଙ୍କର ପ୍ରଥମ ଆଞ୍ଜିଓପ୍ଲାଷ୍ଟି ହେବା ସହ ଷ୍ଟେନ ଲଗାଯାଇଥିଲା। ପରେ ଜାନୁଆରୀ ୭ ତାରିଖରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। କିଛି ଦିନ ସମ୍ପୂର୍ଣ୍ଣ ବିଶ୍ରାମ କରିବାକୁ ଦାଦାଙ୍କୁ ଡାକ୍ତର ପରାମର୍ଶ ଦେଇଥିଲେ।