ଇଂଲଣ୍ଡ ୫ମ ଟେଷ୍ଟରେ ଭାରତ ଠାରୁ ଗୋଟିଏ ଇନିଂସ ଓ ୬୪ ରନରେ ପରାସ୍ତ ହୋଇଛି। ତୃତୀୟ ଦିନର ଟି ବ୍ରେକ ପୂର୍ବରୁ ଇଂଲଣ୍ଡ ଟିମ ଅଲଆଉଟ ହେବା ସହ ଭାରତ ୪-୧ରେ ଟେଷ୍ଟ ସିରିଜକୁ କବଜା କରିଛି। ହେଲେ ତୃତୀୟ ଦିନର ୪ର୍ଥ ଓଭରରେ ଆଣ୍ଡରସନ ୭୦୦ ୱିକେଟ ମାଇଲ ଖୁଣ୍ଟ ଛୁଇଁଛନ୍ତି। ଆଜି ସେ କୁଲଦୀପ ଯାଦବ (୩୦)ଙ୍କୁ ଆଉଟ କରିବା କ୍ଷଣି ଟେଷ୍ଟ କ୍ରିକେଟରେ ୭୦୦ ୱିକେଟ ଅକ୍ତିଆର କରିଥିବା ଖେଳାଳିଙ୍କ କ୍ଲବରେ ପ୍ରବେଶ କରିଛନ୍ତି।
ତୃତୀୟ ବୋଲର ଭାବେ ଆଣ୍ଡରସନ ଟେଷ୍ଟ କ୍ରିକେଟର ୭୦୦ ୱିକେଟ ଦଖଲ କରିଛନ୍ତି। ତାଙ୍କ ଉପରେ କେବଳ ଦୁଇ ଜଣ ସ୍ପିନର ମୁଥିଆ ମୁରଲୀଧରନ(୮୦୦) ଓ ଶେନ ୱାର୍ଣ୍ଣ(୭୦୮) ରହିଛନ୍ତି। ବିଶ୍ୱର କୌଣସି ଦ୍ରୁତ ବୋଲର ଆଣ୍ଡରସନଙ୍କ ଭଳି ଟେଷ୍ଟ ମ୍ୟାଚ ଖେଳି ନାହାନ୍ତି।
୨୦୦୩ ମେ’ ମାସରେ ଆଣ୍ଡରସନ ଜିମ୍ବାୱେ ବିପକ୍ଷ ଟେଷ୍ଟରେ ଟେବ୍ୟୁ କରିଥିଲେ। ଦୀର୍ଘ ୨୧ ବର୍ଷ ମଧ୍ୟରେ ସେ ୧୮୭ଟି ଟେଷ୍ଟ ଖେଳି ସାରିଲେଣି। ୪୧ ବର୍ଷ ବୟସରେ ପାଦ ଥାପି ସାରିଥିବା ଆଣ୍ଡରସନ ଏବେ ବି ସମାନ ରନଅପ ଓ ସମାନ ପେସ୍ରେ ବୋଲିଂ ଜାରି ରଖିଛନ୍ତି।
୫ମ ଟେଷ୍ଟ ପୂର୍ବରୁ ଆଣ୍ଡରସନଙ୍କ ୱିକେଟ ସଂଖ୍ୟା ୬୯୮ ରହିଥିଲା। ସେ ଦ୍ୱିତୀୟ ଦିନର ଲଞ୍ଚ ପରେ ୧୧୦ ରନ କରିଥିବା ଶୁବମନ ଗିଲଙ୍କୁ କ୍ଲିନବୋଲ୍ଡ କରିଥିଲେ। ଆଜି ସେ କୁଲଦୀପଙ୍କୁ ଆଉଟ କରି ୭୦୦ ୱିକେଟ ଦଖଲ କରିବାରେ ପ୍ରଥମ ଦ୍ରୁତ ବୋଲର ହୋଇଯାଇଛନ୍ତି।
ଟେଷ୍ଟ କ୍ରିକେଟରେ ଦ୍ରୁତ ବୋଲର ଭାବେ ସର୍ବାଧିକ ୱିକେଟ ଦଖଲ କରିଥିବା ତାଲିକାରେ ଆଣ୍ଡରସନଙ୍କ ପଛକୁ ୬୦୪ ୱିକେଟ ସହ ଷ୍ଟୁଆର୍ଟ ବ୍ରଡ ଓ ଗ୍ଲେନ ମ୍ୟାଗ୍ରାଥ ( ୫୬୩) ରହିଛନ୍ତି। କୁଲଦୀପଙ୍କୁ ଆଉଟ କରି ଆଣ୍ଡରସନ ଭାରତ ବିପକ୍ଷରେ ନିଜର ୧୪୯ମ ୱିକେଟ ନେଇଛନ୍ତି। ଏହା ମଧ୍ୟରୁ ୪୪ଟି ୱିକେଟ ଭାରତରେ ଖେଳିଥିବା ୧୭ଟି ଟେଷ୍ଟରୁ ମିଳିଛି।
ଆଣ୍ଡରସନ ଘରୋଇ ମାଟି ଅର୍ଥାତ ଇଂଲଣ୍ଡରେ ୪୩୪ ଓ ବିଦେଶରେ ୨୬୬ ୱିକେଟ ନେଇଛନ୍ତି। କେବଳ ଏସିଆରେ ତାଙ୍କ ୱିକେଟ ସଂଖ୍ୟା ୯୨ ରହିଛି। ଆଣ୍ଡରସନ ତାଙ୍କ ଟେଷ୍ଟ କ୍ୟାରିୟରରେ ଜିମ୍ବାୱେର ମାର୍କ ଭେରମେଉଲେନଙ୍କୁ ଆଉଟ କରି ପ୍ରଥମ ୱିକେଟ ପାଇଥିଲେ।
ଏହାପରେ ଜ୍ୟାକ କ୍ୟାଲିସଙ୍କୁ ଆଉଟ କରି ୧୦୦ତମ, ଅଷ୍ଟ୍ରଆଲିଆର ପିଟର ସିଡ୍ଲଙ୍କୁ ଆଉଟ କରି ୨୦୦ତମ, ନ୍ୟୁଜିଲ୍ୟାଣ୍ଡର ପିଟର ଫୁଲଟନଙ୍କୁ ଆଉଟ କରି ୩୦୦ତମ, ମାର୍ଟିନ ଗପ୍ଟିଲଙ୍କୁ ଆଉଟ କରି ୪୦୦ତମ, ୱେଷ୍ଟଇଣ୍ଡିଜର କ୍ରେଗ ବ୍ରାଥୱେଟଙ୍କୁ ଆଉଟ କରି ୫୦୦ତମ ଓ ପାକିସ୍ତାନର ଆଝାର ଅଲୀଙ୍କୁ ଆଉଟ କରି ଆଣ୍ଡରସନ ୬୦୦ତମ ୱିକେଟ ଦଖଲ କରିଥିଲେ।
ରାଜକୋଟରେ ଖେଳା ଯାଉଥିବା ଏହି ମ୍ୟାଚରେ ପ୍ରଥମ ଇନିଂସ ଆରମ୍ଭ କରିଥିଲା ଟିମ୍ ଇଣ୍ଡିଆ। ପ୍ରଥମ ଇନିଂସରେ କ୍ୟାପ୍ଟେନ ରୋହିତ ଶର୍ମାଙ୍କ ୧୩୧ ଏବଂ ଜାଡେଜାଙ୍କ ୧୧୨ ରନ୍ ବଳରେ ଦଳ ୪୪୫ ରନ୍ କରିଥିଲା। ପ୍ରଥମ ଇନିଂସରେ ଡେବ୍ୟୁ କରୁଥିବା ସର୍ଫରାଜ୍ ଖାନ୍ ଓ ଧ୍ରୁବ ଜୁରେଲ ମଧ୍ୟ ଯଥାକ୍ରମେ ୬୨ ଏବଂ ୪୬ ରନ୍ କରିଥିଲେ।
ଏହା ପରେ ପାଳି ଆରମ୍ଭ କରି ଇଂଲଣ୍ଡ ୩୧୯ରେ ଅଲ୍ ଆଉଟ୍ ହୋଇ ଯାଇଥିଲା। ଇଂଲଣ୍ଡ ପକ୍ଷରୁ ଡକେଟ୍ ୧୫୩ ରନ୍ କରିଥିଲେ। ଇଂଲଣ୍ଡ ଅଲ୍ ଆଉଟ୍ ହେବା ପରେ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା ଭାରତ। ଯଶସ୍ୱୀ ଓ ରୋହିତ ପାଳି ଆରମ୍ଭ କରିଥିଲେ। ରୋହିତ ଶର୍ମା ୧୯ ରନ୍ କରି ଆଉଟ୍ ହୋଇଯିବା ପରେ ଶୁବମନ ଗିଲ୍ ଯଶସ୍ୱୀଙ୍କ ସାଥ୍ ଦେଇଥିଲେ।
A mighty impressive batting display from #TeamIndia! 💪 💪
— BCCI (@BCCI) February 18, 2024
2⃣1⃣4⃣* for Yashasvi Jaiswal
9⃣1⃣ for Shubman Gill
6⃣8⃣* for Sarfaraz Khan
Scorecard ▶️ https://t.co/FM0hVG5pje#INDvENG | @IDFCFIRSTBank pic.twitter.com/xYB1A6vgUY
ଉଭୟ ସତର୍କତାର ସହ ପାଳିକୁ ଆଗେଇ ନେଇଥିଲେ। ଶତକ ପୂରଣ ପରେ ଜୈସ୍ୱାଲ ରିଟାର୍ଡ ହଟ୍ ନେଇ ଯାଇଥିଲେ। ତାଙ୍କ ପରେ ଆସିଥିବା ରଜତ ପଟିଦାର ୧୦ଟି ବଲ୍ ଖେଳି ଖାତା ଖୋଲି ପାରିନଥିଲେ। ଏହାପରେ ଶୁବମନଙ୍କ ସାଥ୍ ଦେଇଥିଲେ କୁଳଦୀପ ଯାଦବ।
ଷ୍ଟମ୍ପ୍ ଅପସାରଣ ବେଳକୁ ଉଭୟ ଯଥାକ୍ରମେ ୬୫ ଓ ୩ ରନ୍ କରି ଅପରାଜିତ ରହିଥିଲେ। ଆଜି ପୁଣି ଉଭୟ ପାଳି ଆରମ୍ଭ କରିଥିଲେ। ପାଳି ଆରମ୍ଭରୁ ଶୁବମନ ଭଲ ପ୍ରଦର୍ଶନ କରିଥିଲେ। ମାତ୍ର ଶତକରୁ ବଞ୍ଚିତ ହୋଇଥିଲେ। ୯୧ ରନ୍ କରିଥିବା ବେଳେ ରନ୍ ଆଉଟର ଶିକାର ହୋଇଥିଲେ ଗିଲ୍।
ସେ ଆଉଟ୍ ହେବା ପରେ ଜୈସ୍ୱାଲ ପୁନର୍ବାର ବ୍ୟାଟିଂ ଆରମ୍ଭ କରିଥିଲେ। ଆଜି ପୁଣି ୧୦୪ ରନରୁ ଖେଳ ଆରମ୍ଭ କରି ଯଶସ୍ୱୀ ଟେଷ୍ଟ କ୍ୟାରିଅରର ଦ୍ୱିତୀୟ ଦ୍ୱିଶତକ ହାସଲ କରିଛନ୍ତି। ସେ ୨୩୬ ବଲ୍ରୁ ୧୪ ଚୌକା ଓ ୧୨ଟି ଛକା ସହାୟତାରେ ୨୧୪ ରନ୍ କରି ଅପରାଜିତ ଥିଲେ।
ଅନ୍ୟପକ୍ଷରେ ଡେବ୍ୟୁ ଟେଷ୍ଟ ମ୍ୟାଚ୍ ଖେଳୁଥିବା ସର୍ଫରାଜ ଖାନ ମଧ୍ୟ କମାଲ କରିଛନ୍ତି। ପ୍ରଥମ ଇନିଂସରେ ଅର୍ଦ୍ଧଶତକ ମାରିଥିବା ସର୍ଫରାଜ ଦ୍ୱିତୀୟ ଇନିଂସରେ ମଧ୍ୟ ଅର୍ଦ୍ଧଶତକ କରିଛନ୍ତି। ସେ ୭୨ଟି ବଲ୍ରୁ ୬୮ ରନ୍ କରିଥିବା ବେଳେ ସେଥିରେ ଥିଲା ୬ଟି ଚୌକା ଓ ୩ଟି ଛକା। ସେ ମଧ୍ୟ ଅପରାଜିତ ରହିଥିଲେ। ଏହି ସମୟରେ ଟିମ୍ ପକ୍ଷରୁ ଇନିଂସ ଘୋଷଣା କରାଯାଇଥିଲା। ଇଂଲଣ୍ଡ ତାର ଦ୍ୱିତୀୟ ଇନିଂସ ଆରମ୍ଭ କରିଛି।
ପ୍ରଥମ ଇନିଂସରେ ୧୪୩ ରନ୍ର ଲିଡ୍ ପାଇଥିବା ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ୨୫୫ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ତା’ ଭିତରେ ଥିଲା ଶୁବମନ ଗିଲ୍ଙ୍କ ଶତକ। ସେ ୧୦୪ ରନ୍ କରିଥିଲେ।
ଇଂଲଣ୍ଡ ୩୯୯ ରନ୍ର ବିଜୟ ଲକ୍ଷ୍ୟ ପାଇଥିବା ବେଳେ ଦଳର କୌଣସି ଖେଳାଳି ବଡ଼ ସ୍କୋର କରିପାରି ନଥିଲେ। ଓପନର ଜ୍ୟାକ୍ କ୍ରାଉଲୀ ସର୍ବାଧିକ ୭୩ ରନ୍ କରିଥିଲେ।
ବେନ୍ ଡକେଟ୍ ୨୮ ରନ୍ କରିଥିବା ବେଳେ ରେହାନ ଅହମଦ ୨୩, ଓଲି ପପ୍ ୨୩, ଜୋ ରୁଟ୍ ୧୬, ଜନି ବେୟାରଷ୍ଟୋ ୨୬ ଓ ଅଧିନାୟକ ବେନ୍ ଷ୍ଟୋକ୍ସ ୧୧ ରନ୍ କରି ଆଉଟ୍ ହୋଇଯାଇଥିଲେ। ବେନ୍ ଫୋକ୍ସ ଓ ଟମ୍ ହାର୍ଟଲୀ ବେଶ୍ କିଛି ସମୟ ଧରି ପାଳିକୁ ସମ୍ଭାଳି ଥିଲେ। କିନ୍ତୁ ସେମାନେ ଦଳକୁ ବିଜୟ ଦ୍ୱାରରେ ପହଞ୍ଚାଇ ପାରି ନଥିଲେ। ସେହିପରି ଶୋଏବ ବଶୀର ଖାତା ଖୋଲି ପାରି ନଥିବା ବେଳେ ଜେମ୍ସ ଆଣ୍ଡରସନ୍ ୫ ରନ୍ କରି ଅପରାଜିତ ରହିଥିଲେ।
ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ଓ ରବିଚନ୍ଦ୍ରନ ଅଶ୍ୱିନ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ମୁକେଶ କୁମାର, କୁଲଦୀପ ଯାଦବ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।
ଭାରତ ପ୍ରଥମ ଇନିଂସରେ ୩୯୬ ରନ୍ କରିଥିବା ବେଳେ ଇଂଲଣ୍ଡ ୨୫୩ ରନ୍ କରିଥିଲା। ଭାରତ ଦ୍ୱିତୀୟ ଇନିଂସରେ ୨୫୫ ରନ୍ କରିଥିବା ବେଳେ ଇଂଲଣ୍ଡ ୨୯୨ ରନ୍ କରିଥିଲା। ଖେଳ ୪ ଦିନରେ ଶେଷ ହୋଇଗଲା।
ତୃତୀୟ ଟେଷ୍ଟ ମ୍ୟାଚ୍ ରାଜକୋଟରେ ଖେଳା ଯିବ। ଫେବ୍ରୁଆରୀ ୧୫ ତାରିଖରୁ ଏହି ମ୍ୟାଚ୍ ଆରମ୍ଭ ହେବ।
ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଗତକାଲି ଇଂଲଣ୍ଡ ପ୍ରଥମ ଇନିଂସରେ ମାତ୍ର ୨୫୩ ରନ୍ରେ ଅଲ୍ ଆଉଟ୍ ହୋଇଯିବା ପରେ ଭାରତ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ଗତକାଲି ଷ୍ଟମ୍ପ ଅପସାରଣ ବେଳକୁ ରୋହିତ ଶର୍ମା ୧୩ ରନ୍ ଓ ଯଶସ୍ୱୀ ଜୈସ୍ୱାଲ ୧୫ ରନ୍ କରି ଅପରାଜିତ ଥିଲେ। ଆଜି ପୁଣି ଏହି ଓପନର ଯୋଡ଼ି ଦଳର ପାଳିକୁ ଆଗେଇ ନେବାକୁ ପଡ଼ିଆକୁ ଓହ୍ଲାଇଥିଲେ। କିନ୍ତୁ ଖୁବ୍ କମ୍ ସମୟ ମଧ୍ୟରେ ଦୁହେଁ ଆଉଟ୍ ହୋଇଯାଇଥିଲେ।
ରୋହିତ ୧୩ ରନ୍ରେ ଆଉଟ୍ ହୋଇଯିବା ପରେ ଯଶସ୍ୱୀ ଆଉ ୨ ରନ୍ କରି ୧୭ ରନ୍ରେ ପାଭିଲିଅନ ଫେରିଥିଲେ। ଏହାପରେ ତିନି ନଂରେ ଆସିଥିବା ଶୁବମନ ଗିଲ୍ ଏବଂ ଶ୍ରେୟସ ଇନିଂସକୁ ଆଗେଇ ନେଇଥିଲେ। ସେମାନଙ୍କ ମଧ୍ୟରେ ୮୧ ରନ୍ର ପାର୍ଟନରଶିପ ହୋଇଥିଲା। କିନ୍ତୁ ୨୯ ରନ୍ କରିଥିବା ବେଳେ ଟମ୍ ହାର୍ଟଲୀଙ୍କ ଦ୍ୱାରା ଆଉଟ୍ ହୋଇଥିଲେ ଶ୍ରେୟସ। ପରେ ପରେ ରଜତ ପଟିଦାର ୯ ରନ୍ କରି ଆଉଟ୍ ହୋଇଯାଇଥିଲେ। ପଟିଦାର ପାଭିଲିଅନ ଫେରିବା ପରେ ଗିଲଙ୍କ ସାଥ୍ ଦେଇଥିଲେ ଅକ୍ଷର ପଟେଲ।
ପଞ୍ଚମ ୱିକେଟ୍ରେ ଶୁବମନ ଗିଲ୍ ଓ ଅକ୍ଷର ପଟେଲଙ୍କ ମଧ୍ୟରେ ୮୯ ରନ୍ର ପାର୍ଟନରଶିପ୍ ହୋଇଥିଲା। ଶୁବମନ ଗିଲ୍ ୧୦୪ ରନ୍ (୧୪୭ ବଲ୍) କରି ଆଉଟ୍ ହୋଇଯାଇଥିଲେ। ଶୁବମନଙ୍କ ପରେ ଅକ୍ଷର ମଧ୍ୟ ୪୫ ରନ୍ କରିଥିବା ବେଳେ ଟମ୍ ହାର୍ଟଲିଙ୍କ ଦ୍ୱାରା ଆଉଟ୍ ହୋଇଯାଇଥିଲେ।
ଶ୍ରିକାର ଭରତ ଏବଂ ରବୀଚନ୍ଦ୍ରନ ଅଶ୍ୱିନୀ ଲମ୍ବା ପାଳି ଖେଳିବା ନେଇ ଆଶା କରାଯାଉଥିଲା। ମାତ୍ର ନିରାଶ କରିଥିଲେ ଶ୍ରିକାର। ସେ ମାତ୍ର ୬ ରନ୍ କରି ପାଭିଲିଅନ ଫେରିଥିଲେ। ଏହାପରେ ମୈଦାନକୁ ଆସିଥିବା କୁଳଦ୍ୱୀପ ଯାଦବ, ଯଶପ୍ରୀତ ବୁମରା ଏବଂ ମୁକେଶ କୁମାର ଖାତା ଖୋଲି ପାରିନଥିଲେ। ମୁକେଶ ଅପରାଜିତ ରହିଥିଲେ, କିନ୍ତୁ ଅଶ୍ୱିନୀ ୨୯ ରନ୍ କରିଥିବା ବେଳେ ରେହାନ ଅହମଦଙ୍କ ବଲର ଶିକାର ହୋଇଥିଲେ।
ଏହି ସମୟରେ ଭାରତ ସମସ୍ତ ୱିକେଟ ହରାଇ ୨୫୫ ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡ ପକ୍ଷରୁ ଟମ୍ ହାର୍ଟଲିଙ୍କୁ ସର୍ବାଧିକ ଚାରି ୱିକେଟ୍ ମିଳିଛି।
ଆଜି ମ୍ୟାଚ୍ର ଚତୁର୍ଥ ଦିନରେ ଇଂଲଣ୍ଡ ତା’ର ଦ୍ୱିତୀୟ ଇନିଂସରେ ୪୨୦ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ମ୍ୟାଚ୍ ଜିତିବାକୁ ଭାରତ ଆଗରେ ୨୩୧ ରନର୍ ବିଜୟ ଲକ୍ଷ୍ୟ ଥିଲା। ହେଲେ ଟିମ୍ ଇଣ୍ଡିଆର କୌଣସି ବ୍ୟାଟର ଭଲ ଖେଳି ପାରିଲେ ନାହିଁ।
ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୩୯ ରନ୍ କରିଥିଲେ। ତାଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳିଙ୍କ ବ୍ୟକ୍ତିଗତ ସ୍କୋର ୩୦ ଟପି ନଥିଲା। ଯଶସ୍ୱୀ ଜୈସ୍ୱାଲ ୧୫ ରନ୍ କରି ଆଉଟ୍ ହୋଇଥିଲେ। ଶୁବମନ ଗିଲ୍ ଖାତା ଖୋଲି ପାରି ନଥିଲେ। ପ୍ରଥମ ଇନିଂସରେ ୮୬ ରନ୍ କରିଥିବା କେ.ଏଲ ରାହୁଲ ମାତ୍ର ୨୨ ରନ୍ କରି ଏଲ୍ବିଡବ୍ଲ୍ୟୁ ହୋଇଥିଲେ। ଅକ୍ଷର ପଟେଲ ୧୭ ରନ୍ କରି ଆଉଟ୍ ହୋଇଥିଲେ।
ପ୍ରଥମ ଇନିଂସରେ ଭଲ ଖେଳି ଥିବା ରବୀନ୍ଦ୍ର ଜାଡେଜା ମାତ୍ର ୨ ରନ୍ କରିଥିବା ବେଳେ ରନ୍ ଆଉଟ୍ ହୋଇଥିଲେ। ଶ୍ରେୟଶ ଆୟର ୧୩ ରନ୍ କରିଥିଲେ। ଜ୍ୟାକ୍ ଲିଚଙ୍କ ଶିକାର ହୋଇଥିଲେ ଆୟର। ଶ୍ରୀକର ଭରତ ଏବଂ ରବିଚନ୍ଦ୍ରନ ଅଶ୍ୱିନ ପାଳିକୁ ସମ୍ଭାଳିବାକୁ ପ୍ରୟାସ କରିଥିଲେ। କିନ୍ତୁ ବିଫଳ ହୋଇଥିଲେ। ୫୯ଟି ବଲ୍ର ସମ୍ମୁଖୀନ ହୋଇ ୨୮ ରନ୍ କରିଥିବା ଶ୍ରୀକରଙ୍କୁ ବୋଲ୍ଡ କରି ଦେଇଥିଲେ ଟମ୍ ହାର୍ଟଲୀ।
ଦ୍ୱିତୀୟ ଇନିଂସରେ ସବୁଠୁ ଅଧିକ ସମୟ କ୍ରିଜ୍ରେ ରହିଥିଲେ ଅଶ୍ୱିନ। ସେ ସର୍ବାଧିକ ୮୪ଟି ବଲ୍ର ସମ୍ମୁଖୀନ ହୋଇଥିଲେ। ତାଙ୍କ ବ୍ୟକ୍ତିଗତ ସ୍କୋର ୨୮ରେ ପହଞ୍ଚିଥିବା ବେଳେ ଟମ୍ ହାର୍ଟଲୀଙ୍କ ବଲ୍ରେ ବେନ୍ ଫୋକ୍ସଙ୍କ ଦ୍ୱାରା ଷ୍ଟମ୍ପ ଆଉଟ୍ ହୋଇଥିଲେ। ଭରତ ଓ ଅଶ୍ୱିନ ଆଉଟ୍ ହେବା ପରେ ଭାରତର ପରାଜୟ ନିଶ୍ଚିତ ହୋଇଯାଇଥିଲା।
ଯଶପ୍ରୀତ ବୁମରା ୬ ରନ୍ କରି ଅପରାଜିତ ରହିଥିବା ବେଳେ ମହମ୍ମଦ ସିରାଜ ୧୨ ରନ୍ କରି ଆଉଟ୍ ହୋଇଥିଲେ। ଦଳ ଦ୍ୱିତୀୟ ଇନିଂସରେ ସମସ୍ତ ୱିକେଟ୍ ହରାଇ ୨୦୨ ରନ୍ କରିଥିଲା ଓ ୨୮ ରନ୍ରେ ଇଂଲଣ୍ଡ ଠାରୁ ହାରି ଯାଇଥିଲା।
ପ୍ରଥମ ଇନିଂସରେ ଇଂଲଣ୍ଡ ୨୪୬ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୪୨୦ ରନ୍ କରିଥିଲା। ଭାରତ ପ୍ରଥମ ଇନିଂସରେ ୪୩୬ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୨୦୨ ରନ୍ କରିଥିଲା। ବିଶାଖାପାଟଣାରେ ଫେବ୍ରୁଆରୀ ୨ ତାରିଖରୁ ଖେଳାଯିବ ଦ୍ୱିତୀୟ ଟେଷ୍ଟ।
ତାଙ୍କୁ ଶ୍ରେୟସ ଆୟରଙ୍କ ବଦଳରେ ସୁଯୋଗ ମିଳିଛି। ଆୟର ଟେଷ୍ଟ ସିରିଜ୍ର ପ୍ରସ୍ତୁତି ପାଇଁ ଭାରତର ସିନିୟର ଟିମ ସହ ସାମିଲ ହୋଇଛନ୍ତି। ତେଣୁ ସେ ଆଜିର ମ୍ୟାଚ୍ ଖେଳୁ ନାହାନ୍ତି। ପ୍ରଥମ ଦିନିକିଆରେ ସେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଭାରତ ମ୍ୟାଚ ମଧ୍ୟ ଜିତିଥିଲା।
ଦ୍ୱିତୀୟ ଦିନିକିଆ ସେଣ୍ଟ ଜର୍ଜ ପାର୍କ ଷ୍ଟାଡିୟମରେ ଖେଳାଯାଉଛି। ଭାରତ ପ୍ରଥମ ମ୍ୟାଚ୍ ଜିତି ୩ଟିକିଆ ଦିନିକିଆ ସିରିଜ୍ରେ ୧-୦ରେ ଆଗୁଆ ରହିଛି। ତିନି ଟିକିଆ ସିରିଜରୁ ଭାରତ ଗୋଟିଏ ମ୍ୟାଚ୍ ଜିତି ସାରିଥିବାରୁ ଘରୋଇ ଟିମ୍ ପାଇଁ ଆଜି କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି। ଏପଟେ ଟିମ୍ ଇଣ୍ଡିଆ ମଧ୍ୟ ଆଜିର ମ୍ୟାଚ୍ ଜିତି ସିରିଜ କବଜା ଲକ୍ଷ୍ୟରେ ରହିବ।
କେଏଲ ରାହୁଲଙ୍କ ନେତୃତରେ ଟିମ୍ ଇଣ୍ଡିଆର ୟଙ୍ଗ୍ ବିଗ୍ରେଡ୍ ଦମଦାର ପ୍ରଦର୍ଶନ କରୁଛନ୍ତି। ପ୍ରଥମ ମ୍ୟାଚରେ ପେସର୍ ଅର୍ଶଦୀପ ସିଂହଙ୍କ ବୋଲିଂ ଯାଦୁ ଦେଖିବାକୁ ମିଳିଥିଲା। ସେ ଘରୋଇ ଟିମକୁ ପ୍ରାରମ୍ଭିକ ଝଟକା ଦେଇ ରନ୍ ରେଟକୁ ହ୍ରାସ କରିବା ସହ ପାଞ୍ଚ ୱିକେଟ୍ ନେଇଥିଲେ। ସେହିପରି ନବାଗତ ଆବେଶ ଖାନ ମଧ୍ୟ ଚାରି ୱିକେଟ୍ ଦଖଲ କରିଥିଲେ।
ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ବିସାଇ ସୁଦର୍ଶନ ମଧ୍ୟ ପ୍ରଥମ ମ୍ୟାଚ୍ରେ ଦମଦାର ପ୍ରଦର୍ଶନ କରିଥିଲେ। ସେ ପ୍ରଥମ ମ୍ୟାଚରେ ଅପରାଜିତ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ତେଣୁ ଏମାନଙ୍କ ଉପରେ ଆଜି ମଧ୍ୟ ସମସ୍ତଙ୍କ ନଜର ରହିବ।
ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ତା’ର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ଆନ୍ଦିଲେ ଫେଲଖୁୱା ଓ ତାବ୍ରାଇଜ ଶାମସି ଆଜିର ମ୍ୟାଚ ଖେଳୁ ନାହାନ୍ତି। ଏମାନଙ୍କ ମଧ୍ୟରେ ବେଉରାନ ହେଣ୍ଡ୍ରିକ୍ସ ଓ ଲିଜାଡ ୱିଲିୟମ୍ସଙ୍କୁ ଆଜି ସୁଯୋଗ ମିଳିଛି।
ଜୋହାନ୍ସବର୍ଗର ନ୍ୟୁ ୱଣ୍ଡର୍ସ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା। କିନ୍ତୁ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଧରାସାୟୀ ହୋଇ ଯାଇଥିଲେ ଦକ୍ଷିଣ ଆଫ୍ରିକା ଖେଳାଳି। କୌଣସି ବି ଜଣେ ଖେଳାଳି ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲେ। ପ୍ରାରମ୍ଭରୁ ଦଳ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା। ୨୭.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୬ ରନ୍ ସଂଗ୍ରହ କରିଥିଲା ଟିମ୍।
ଏହାପରେ ୧୧୭ ରନର ପିଛା କରି ମଇଦାନକୁ ଓହ୍ଲାଇଥିଲେ ରାହୁଲ ବାହିନୀ। ଋତୁରାଜ ଗାଏକ୍ୱାଡ ୫ ରନ୍ କରି ପାଭିଲିଅନ୍ ଫେରିଥିଲେ ମଧ୍ୟ ପଦାର୍ପଣ ମ୍ୟାଚରେ ଶ୍ରେୟଶ ଆରଙ୍କ ସହ ଯୋଡି ଜମାଇଥିଲେ ସାଇ ସୁଦର୍ଶନ। ଉଭୟଙ୍କ ଭାଗିଦାରୀରେ ଦଳୀୟ ସ୍କୋର୍ ୧୧୧ରେ ପହଞ୍ଚିଥିଲା। ମାତ୍ର ଏତିକି ବେଳେ ୫୨ ରନ୍ କରି ଆଉଟ୍ ହୋଇଯାଇଥିଲେ ଶ୍ରେୟସ। ସାଇ ସୁଦର୍ଶନ ଅପରାଜିତ ୫୫ ରନ୍ କରିଥିବା ବେଳେ ତିଲକ ବର୍ମା ଏକ ରନ୍ କରିଖିଲେ।
ବୋଲଙ୍କ ପକ୍ଷରୁ ଅର୍ଶଦୀପ ସର୍ବାଧିକ ୫ ୱିକେଟ୍ ନେଇଥିବା ବେଳେ ଅଭେଶ ଖାନ ୪ ଏବଂ କୁଳଦୀପ ଯାଦବ ଗୋଟିଏ ୱିକେଟ୍ ନେଇଥିଲେ। ଅର୍ଶଦୀପ ୧୦ ଓଭର ବଲ୍ ପକାଇ ୩୭ ରନ୍ ଦେଇଥିଲେ। ସେହିପରି ଅଭେଶ ଖାନ ୮ ଓଭର ବଲ୍ ପକାଇ ତିନୋଟି ମେଡେନ୍ ସହ ୨୭ ରନ୍, କୁଳଦୀପ ଯାଦବ ୨.୩ ଓଭର ବଲ୍ ପକାଇ ତିନି ରନ୍ ଏବଂ ମୁକେଶ ଖାନ ୭ ଓଭର ବଲ୍ ପକାଇ ୪୬ ରନ୍ ଦେଇଥିଲେ। ସର୍ବାଧିକ ୱିକେଟ ନେଇଥିବାରୁ ଅର୍ଶଦୀପଙ୍କୁ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି।
ଜୋହାନ୍ସବର୍ଗର ନ୍ୟୁ ୱଣ୍ଡର୍ସ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା। ଟିମ୍ ପ୍ରାରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ମାତ୍ର ୩ ରନ୍ କରିଥିବା ବେଳେ ଓପନର୍ ରୀଜା ହେଣ୍ଡ୍ରିକ୍ସ ଅର୍ଶଦୀପଙ୍କ ବଲରେ ଆଉଟ୍ ହୋଇଥିଲା।
ଏହାପରେ ମଇଦାନକୁ ଆସିଥିବା ଡୁସେନ ବି ଖାତା ଖୋଲି ପାରିନଥିଲେ। ଡୁସେନଙ୍କ ୱିକେଟ ବି ନେଇଥିଲେ ଅର୍ଶଦୀପ। ଏହାପରେ କିଛି ସମୟ ଦଳକୁ ସମ୍ଭାଳିଥିଲେ ଟୋନୀ। ସେ ଗୋଟିଏ ଗୋଟିଏ ବଡ ସର୍ଟ ଖେଳି ଦଳୀୟ ସ୍କୋରକୁ ୪୨ରେ ପହଞ୍ଚାଇଥିଲେ। କିନ୍ତୁ ଟୋନି ମଧ୍ୟ ଅର୍ଶଦୀପଙ୍କ ଶିକାର ହୋଇଥିଲେ। ଟୋନି ୨୮(୨୨) ରନ୍ କରିଥିବା ବେଳେ କ୍ୟାଚ୍ ଆଉଟ୍ ହୋଇ ଯାଇଥିଲେ।
ଟୋନିଙ୍କ ପରେ ଆସିଥିବା ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଆଖିଦୃଶିଆ ପ୍ରଦର୍ଶନ କରିପାରି ନଥିଲେ। କେବଳ ଆଣ୍ଡିଲେ ୩୩(୪୯) କରି ଦଳୀୟ ସ୍କୋରକୁ ଶହେ ପାର୍ କରାଇଥିଲେ। ଆଡିନ ମାକ୍ରମ୍ ୧୨(୨୧) ଏବଂ ଶାମସି ଅପରାଜିତ ରହି ୧୧ ରନ୍ କରିଥିବା ବେଳେ ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁପାରି ନଥିଲେ।
ଭାରତୀୟ ବୋଲଙ୍କ ପକ୍ଷରୁ ଅର୍ଶଦୀପ ସର୍ବାଧିକ ୫ ୱିକେଟ୍ ନେଇଥିବା ବେଳେ ଅଭେଶ ଖାନ ୪ ଏବଂ କୁଳଦୀପ ଯାଦବ ଗୋଟିଏ ୱିକେଟ୍ ନେଇଛନ୍ତି। ଅର୍ଶଦୀପ ୧୦ ଓଭର ବଲ୍ ପକାଇ ୩୭ ରନ୍ ଦେଇଛନ୍ତି। ସେହିପରି ଅଭେଶ ଖାନ ୮ ଓଭର ବଲ୍ ପକାଇ ତିନୋଟି ମେଡେନ୍ ସହ ୨୭ ରନ୍ ଦେଇଛନ୍ତି। କୁଳଦୀପ ଯାଦବ ୨.୩ ଓଭର ବଲ୍ ପକାଇ ତିନି ରନ୍ ଦେଇଥିବା ବେଳେ ମୁକେଶ ଖାନ ୭ ଓଭର ବଲ୍ ପକାଇ ୪୬ ରନ୍ ଦେଇଛନ୍ତି। ଦ୍ୱିତୀୟ ପାଳିରେ ୧୧୭ ରନର୍ ପିଛା କରି ମଇଦାନକୁ ଓହ୍ଲାଇଛନ୍ତି ରାହୁଲ ବାହିନୀ।
ଦକ୍ଷିଣ ଆଫ୍ରିକାର ୱଣ୍ଡର୍ସ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇଯାଇ ଥିବାବେଳେ ଦ୍ୱିତୀୟ ମ୍ୟାଚ୍ ମଧ୍ୟ ବର୍ଷା କାରଣରୁ ଦକ୍ଷିଣ ଆଫ୍ରିକା ପାଇଁ ଆଶିର୍ବାଦ ସାବ୍ୟସ୍ତ ହୋଇଥିଲା। ଭାରତ 19.3 ଓଭର୍ ଖେଳି 7 ୱିକେଟରେ 180 ରନ୍ କରିଥିବା ବେଳେ ଆରମ୍ଭ ହୋଇଯାଇଥିଲା ବର୍ଷା ହୋଇଥିଲା। ବର୍ଷା କାରଣରୁ କିଛି ସମୟ ଅଟକି ଯାଇଥିଲା ମ୍ୟାଚ୍।
ପରେ ମ୍ୟାଚ୍ ଆରମ୍ଭ ହୋଇଥିଲେ ମଧ୍ୟ ଡକ୍ ୱିଥ୍ ଲୁଇସ୍ ନିୟମ ଲାଗୁ ହୋଇଥିଲା, ଯାହା ଘରୋଇ ଦକ୍ଷିଣ ଆଫ୍ରିକା ପାଇଁ ଫାଇଦା ହୋଇଥିଲା। ବର୍ଷା ପରେ ବୋଲ୍ କାମ କରିନଥିଲା। ଫଳରେ ଦକ୍ଷିଣ ଆଫ୍ରିକା ଏହି ନିୟମ ଆଧାରରେ 13 ଓଭରରେ 5 ୱିକେଟ୍ ହରାଇ 154 ରନ୍ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଫଳରେ ସିରିଜ୍ ବର୍ତ୍ତମାନ 0-1ରେ ଆଗୁଆ ରହିଛି। ଆଜି ସୂର୍ଯ୍ୟକୁମାର ଯାଦବଙ୍କ ଯୁବବାହିନୀ ସିରିଜ୍ ବରାବର ଲକ୍ଷ୍ୟରେ ରହିବେ।
ଦିନ ୨ଟାରେ ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମ୍ୟାଚ୍ ଆରମ୍ଭ ହେବ। ଭାରତ ସ୍କ୍ୱାର୍ଡରେ କୌଣସି ପରିବର୍ତ୍ତନ କରିନାହିଁ। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଥିବା ପ୍ଲେଇଂ ଇଲେଭେନ୍ ମଧ୍ୟ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଅଛନ୍ତି। ଅନ୍ୟପକ୍ଷରେ ଭାରତ ବିପକ୍ଷ ମ୍ୟାଚ୍ ପାଇଁ ନେଦରଲ୍ୟାଣ୍ଡ ମଧ୍ୟ ସମାନ ପ୍ଲେଇଂ ଇଲେଭେନ୍ ରଖିଛି।
🚨 Toss Update 🚨#TeamIndia win the toss & elect to bat in Bengaluru and remain unchanged!
— BCCI (@BCCI) November 12, 2023
Follow the match ▶️ https://t.co/efDilI0KZP#CWC23 | #MenInBlue | #INDvNED pic.twitter.com/CX956WgHiO
ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଅପରାଜିତ ରହିଆସିଛି। ଆଜିର ମ୍ୟାଚକୁ କବଜା କରି ନବମ ବିଜୟ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ। ଅନ୍ୟପକ୍ଷରେ, ନେଦରଲ୍ୟାଣ୍ଡ୍ସ ୮ ମ୍ୟାଚ୍ ଖେଳି ସେମିଫାଇନାଲ ରେସରୁ ବାଦ୍ ପଡିଛି।
ଆସନ୍ତା ୧୫ ଓ ୧୬ରେ ସେମିଫାଇନାଲ୍ ମ୍ୟାଚ୍ ରହିଛି। ପ୍ରଥମ ସେମିରେ ଭାରତ-ନ୍ୟୁଜିଲ୍ୟାଣ୍ଡ ଓ ଦ୍ୱିତୀୟ ସେମିରେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ରହିଛି। ପ୍ରଥମ ଓ ଦ୍ୱିତୀୟ ସେମି ବିଜେତା ୧୯ ନଭେମ୍ବରରେ ମୁହାଁମୁହିଁ ହେବେ।
ଦିନିକିଆ ବିଶ୍ୱକପର ମହାଲଢେଇରେ ଏହି ଦୁଇ ଟିମ୍ ଟାଇଟଲ୍ ଭାଗିଦାରୀ ରହିଛନ୍ତି। ତେଣୁ ଆଜି ଏକ ରୋମାଞ୍ଚକର ମ୍ୟାଚର ଆଶା କରାଯାଉଛି। ଏପର୍ଯ୍ୟନ୍ତ ଭାରତ 7ଟି ମ୍ୟାଚରୁ ସମସ୍ତ ମ୍ୟାଚ୍ ଜିତି ପଏଣ୍ଟ୍ ଟେବୁଲର ଶୀର୍ଷରେ ରହିଛି। ସେହିପରି ଦକ୍ଷିଣ ଆଫ୍ରିକା ପ୍ଲେୟର୍ ମଧ୍ୟ ଫର୍ମରେ ଅଛନ୍ତି। ଦଳ 7ଟି ମ୍ୟାଚରେ କେବଳ ଗୋଟିଏରେ ବିଫଳ ହୋଇଥିବାବେଳେ ଅନ୍ୟ ସବୁଥିରେ ଉଚ୍ଚକୋଟୀର ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଦ୍ୱିତୀୟରେ ରହିଛି।
ପ୍ରତ୍ୟେକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ଲେୟର୍ ଭଲ ପ୍ରଦର୍ଶନ କରିଛନ୍ତି। ବିଶେଷ କରି ବ୍ୟାଟରମାନେ ଜବରଦସ୍ତ ଫର୍ମରେ ଅଛନ୍ତି। ଏପଟେ ଟିମ୍ ଇଣ୍ଡିଆ ମଧ୍ୟ କିଛି କମ୍ ନାହିଁ। ବ୍ୟାଟରଙ୍କ ସମେତ ବୋଲର୍ ମଧ୍ୟ ଦମଦାର୍ ପ୍ରଦର୍ଶନ କରୁଛନ୍ତି। ଶେଷଥର ପାଇଁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଭାରତୀୟ ବୋଲରଙ୍କ କମାଲ୍ ଦେଖିବାକୁ ମିଳିଥିଲା।
ମହମ୍ମଦ ସାମି, ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମାରଙ୍କ ବୋଲିଂ ଲାଇନ୍ ଫ୍ୟାନଙ୍କ ମନ କିଣିନେଇଛି। ତେଣୁ ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକା ବ୍ୟାଟର୍ ଏବଂ ଭାରତ ବୋଲରଙ୍କ ମଧ୍ୟରେ ଏକ ଜବରଦସ୍ତ ଫାଇଟ୍ ଦେଖିବାକୁ ମିଳିବ। ଆଜି ମଧ୍ୟ ଷ୍ଟାର୍ ବ୍ୟାଟର୍ ବିରାଟ କୋହଲିଙ୍କ ଜନ୍ମଦିନ। ସ୍ପେଶାଲ୍ ଡେ'ରେ କୋହଲି 49ତମ ଶତକ ହାସଲ କରି ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହେବେ ବୋଲି ଆଶା କରାଯାଉଛି।
ଭାରତ ଚୂଡାନ୍ତ ଏକାଦଶ: ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ୱିକେଟ କିପର୍), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ।
ଦକ୍ଷିଣ ଆଫ୍ରିକା ଚୂଡାନ୍ତ ଏକାଦଶ: କ୍ୱିଣ୍ଟନ୍ ଡି କକ୍(ୱିକେଟ୍ କିପର୍), ତେମ୍ବା ବଭୂମା(କ୍ୟାପ୍ଟେନ), ରସି ଭାନ୍ ଡେର୍ ଡୁସେନ୍, ଏଡନ ମାର୍କ୍ରମ, ହେନରିଚ୍ କ୍ଲାସେନ୍, ଡେଭିଡ ମିଲର, ମାର୍କୋ ୟାନସେନ୍, କେଶବ ମହାରାଜ, ତାବ୍ରେଜ ଶମସି, କାଗିସୋ ରାବାଡା, ଲୁଙ୍ଗି ଏନଗିଡି।
ଚଳିତ ବିଶ୍ୱକପରେ ଭଲ ଫର୍ମରେ ରହିଛି ଟିମ୍ ଇଣ୍ଡିଆ। ଏଜାବତ୍ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ଥାନ, ବାଂଲାଦେଶ, ନ୍ୟୁଜିଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ 6ଟି ମ୍ୟାଚ୍ ଜିତି ମଜବୁତ ସ୍ଥିତିରେ ଅଛି ରୋହିତ ବାହିନୀ। ଆଜିର ମ୍ୟାଚ୍ ଜିତିଲେ ଭାରତ ଡାଇରେକ୍ଟ ସେମିଫାଇନାଲକୁ ଯିବ। ତେଣୁ ଆଜି ବି ଭାରତୀୟ ବ୍ୟାଟର ଓ ବୋଲରଙ୍କ ଆଉ ଏକ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।
ଅନ୍ୟପକ୍ଷରେ ଶ୍ରୀଲଙ୍କା ଏପର୍ଯ୍ୟନ୍ତ ଖେଳିଥିବା 6ଟି ମ୍ୟାଚ ମଧ୍ୟରୁ ଚାରିଟି ହାରିଛି। ନିକଟରେ ଶ୍ରୀଲଙ୍କା ଆଫଗାନିସ୍ତାନ ବିପକ୍ଷ ମ୍ୟାଚକୁ 7 ୱିକେଟରେ ହାରି ଖରାପ ସ୍ଥିତିରେ ରହିଛି। ଏହାସହ ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ମଧ୍ୟ ପରାଜିତ ହୋଇଛି ଦଳ। ତେଣୁ ଆଜିର ମ୍ୟାଚ୍ ପାଇଁ କଡା ମୁକାବିଲା କରିପାରନ୍ତି।
2011 ବିଶ୍ୱକପ ଫାଇନାରେ ମୁମ୍ବାଇର ଏହି ୱାଙ୍ଖଡେ ଷ୍ଟାଡିୟମରେ ଦୁଇ ଶକ୍ତିଶାଳୀ ଟିମ୍ ମୁହାଁମୁହିଁ ହୋଇଥିଲେ। କ୍ରିକେଟ ଇତିହାସରେ ସର୍ବଦା ଏହି ଦୁଇ ଟିମ୍ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳେ।
ଭାରତ ଚୂଡାନ୍ତ ଏକାଦଶ: ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ୱିକେଟ କିପର୍), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ।
ଶ୍ରୀଲଙ୍କା ଚୂଡାନ୍ତ ଏକାଦଶ: ପଥୁମ ନିଶଙ୍କା, ଦିମୁଥ କରୁଣାରତ୍ନେ, କୁସାଲ ମେଣ୍ଡିଜ୍(ୱିକେଟ କିପର୍/ଅଧିନାୟକ), ସଦୀରା ସମରବିକ୍ରମା, ଚରିତ ଅସଲଙ୍କା, ଆଞ୍ଜେଲୋ ମାଥ୍ୟୁସ, ଦୁଶନ ହେମନ୍ତ, ମହେଶ ଥୀକସେନା, କସୁନ ରଜିଥା, ଦୁସ୍ମନ୍ତ ଚାମିରା, ଦିଲସାନ ମଧୁଶଙ୍କା।
ସେପଟେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଭାରତର ରେକର୍ଡ ଖରାପ ଥିବାବେଳେ ଟିମକୁ ଘାରିଛି ଆହତ ଚିନ୍ତା। ବାଂଲାଦେଶ ବିପକ୍ଷ ମ୍ୟାଚରେ ଅଲରାଉଣ୍ଡର ତଥା ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ଟିମରୁ ବାଦ୍ ପଡିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ଅଭ୍ୟାସ ବେଳେ ଆହତ ହୋଇଥିବା ଖବର ସାମ୍ନାକୁ ଆସିଥିଲା।
ତଥାପି, ଚୂଡାନ୍ତ ଏକାଦଶରେ ସୂର୍ଯ୍ୟକୁମାର ଯାଦବଙ୍କୁ ସାମିଲ କରାଯାଇଛି। ସେହିପରି ମହମ୍ମଦ ଶାମିଙ୍କୁ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମୁକାବିଲାରେ ସାମିଲ କରାଯାଇଛି। ତାଙ୍କୁ ଶାର୍ଦ୍ଦିଲ ଠାକୁରଙ୍କ ବଦଳରେ ସ୍ଥାନ ମିଳିଛି।
ଭାରତର ଚୂଡାନ୍ତ ଏକାଦଶ: ରୋହିତ ଶର୍ମା(କ୍ୟାପ୍ଟେନ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ(ୱିକେଟ କିପର୍), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମାର, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ଶିରାଜ।
ନ୍ୟୁଜିଲ୍ୟାଣ୍ଡ ଚୂଡାନ୍ତ ଏକାଦଶ: ଡେଭନ କୋନୱେ(ୱିକେଟ କିପର୍), ୱିଲ୍ ୟଙ୍ଗ, ରଚିନ ରବିନ୍ଦ୍ର, ଡରୟଲ ମିଚେଲ, ଟମ୍ ଲାଥମ(କ୍ୟାପ୍ଟେନ), ଗ୍ଲେନ ଫିଲିପ୍ସ, ମାର୍କ ଚାପମାନ, ମିଚେଲ ସାଣ୍ଟନର, ମଟ୍ଟ ହେନରୀ, ଲୋକି ଫେର୍ଗୁସନ, ଟ୍ରେଣ୍ଚ ବୋଲ୍ଟ
ଦିନିକିଆ ବିଶ୍ୱକପର ୧୯ତମ ମ୍ୟାଚରେ ଆଜି ମୁହାଁମୁହିଁ ହେଉଛନ୍ତି ଶ୍ରୀଲଙ୍କା ଓ ନେଦରଲ୍ୟାଣ୍ଡସ। ଶ୍ରୀଲଙ୍କା ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଏହାପରେ ନେଦରଲ୍ୟାଣ୍ଡସ ପକ୍ଷରୁ ବିକ୍ରମଜିତ ସିଂହ ଏବଂ ମ୍ୟାକ୍ସ ଓଡୱଡ ଓପନିଂ ପାଇଁ ମଇଦାନକୁ ଓହ୍ଲାଇଥିଲେ। କିନ୍ତୁ ପ୍ରାରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା ଟିମ୍। ୧୩ ବଲ୍ ଖେଳି ମାତ୍ର ୪ ରନରେ ପାଭିଲିଅନ୍ ଫେରିଥିଲେ ଓପନର୍ ବିକ୍ରମଜିତ।
ଏହାପରେ ମ୍ୟାକ୍ସ ମଧ୍ୟ ୧୬(୨୭) ରନ୍ କରି କସୁନ ରଜିଥାଙ୍କ ଶିକାର ହୋଇଥିଲେ। ୨୧ ଓଭର ବେଳକୁ ଦଳ ମାତ୍ର ୯୧ ରନ୍ କରିଥିବା ବେଳେ ୬ ୱିକେଟ୍ ହରାଇ ସାରିଥିଲା। ଦଳର ଏହି ବିପର୍ଯ୍ୟୟ ପରେ ବଡ ସ୍କୋରର ଆଶା କରାଯାଉନଥିଲା, ମାତ୍ର ସିବ୍ରାନ୍ଦ ଏବଂ ଲୋଗାନଙ୍କ ଯୋଡି ମ୍ୟାଚରେ ରୋମାଞ୍ଚ ଭରିଥିଲେ।
ଉଭୟ ବଡ ବଡ ସର୍ଟ ଖେଳି ଦଳୀୟ ସ୍କୋରକୁ ମଜବୁତ ସ୍ଥିତିକୁ ନେଇଥିଲେ। ଦଳୀୟ ସ୍କୋର୍ ୨୨୧ ହୋଇଥିବା ବେଳେ ସିବ୍ରନ୍ଦ ୭୦ ରନ୍ କରି ପାଭିଲିଅନ୍ ଫେରିଥିଲେ। ଏହାପରେ ଲୋଗନଙ୍କଠାରୁ କିଛି ବଡ ଆଶା କରାଯାଉଥିଲା। ସେ ଭଲ ପ୍ରଦର୍ଶନ ଜାରି ରଖିଥିଲେ ବି ୫୯ ରନ୍ କରି ଆଉଟ୍ ହୋଇ ଯାଇଥିଲେ। ଦଳ ପକ୍ଷରୁ କୋଲ୍ଲନ ୨୯ ଏବଂ ସ୍କଟ୍ ଏଡୱାର୍ଡ 16 କରିଥିବା ବେଳେ ଅନ୍ୟମାନେ ଦୁଇ ଅଙ୍କ ଛୁଇଁପାରି ନଥିଲେ।
ପ୍ରାରମ୍ଭରେ ବିପର୍ଯ୍ୟୟ ସତ୍ତ୍ୱେ ସ୍କୋର୍ ୨୬୨ ଛୁଇଁବା ସମସ୍ତଙ୍କୁ ଚକିତ କରିଛି। ପୂର୍ବ ମ୍ୟାଚରେ ମଧ୍ୟ ଏହି ଟିମ୍ ଚକମା ଦେଇଥିଲା। ବିଶ୍ୱକପ ମଇଦାନରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ନେଦରଲ୍ୟାଣ୍ଡସ ଖେଳାଳି। ୨୬୩ ରନର ଟାର୍ଗେଟ ନେଇ ଶ୍ରୀଲଙ୍କା ଦ୍ୱିତୀୟ ପାଳି ଆରମ୍ଭ କରିବାକୁ ଯାଉଥିବା ବେଳେ ଏହି ମ୍ୟାଚ୍ ନିଶ୍ଚିତ ରୂପେ ରୋମାଞ୍ଚକର ହେବ।
ଆଜିର ମ୍ୟାଚକୁ କବଜା କରି ବିଜୟ ଧାରା ଜାରି ରଖିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବେ ରୋହିତ ବାହିନୀ। ପୂର୍ବରୁ ଅଷ୍ଟେରଲିଆ, ଆଫଗାନିସ୍ତାନ ଓ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଜିତି ସାରିଛି ଭାରତ। ଏହି ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିବା ଲକ୍ଷ୍ୟ ରହିଛି।
ସେପଟେ ବାଂଲାଦେଶ କ୍ୟାପ୍ଟେନ୍ ସାବିକ୍ ଅଲ୍ ହାସନ୍ ଆଜି ପ୍ଲେୟିଂ ଇଲେଭେନରେ ନାହାନ୍ତି। ଅସୁସ୍ଥତା କାରଣରୁ ସେ ବାଦ୍ ପଡିଛନ୍ତି। ତାଙ୍କ ବଦଳରେ ନଜମୁଲା ହୁସେନ ଶାନ୍ତୋ ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି। ଟିମର ପ୍ରଦର୍ଶନ ଦୁର୍ବଳ ଥିବାରୁ ଆଟାକିଂ ମୁଡରେ ରହିବେ ଶାନ୍ତୋ ବାହିନୀ। ତେଣୁ ଏକ କଡା ମୁକାବିଲାର ଆଶା କରାଯାଉଛି।
ଭାରତ ଚୂଡାନ୍ତ ଏକାଦଶ: ରୋହିତ ଶର୍ମା(କ୍ୟାପ୍ଟେନ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ୱିକେଟ କିପର୍), ହାର୍ଦ୍ଦିକ ପାଣ୍ଡ୍ୟା(ଭାଇସ୍ କ୍ୟାପ୍ଟେନ), ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଯଶପ୍ରୀତ ବୁମରା, କୁଲଦୀପ ଯାଦବ, ମହମ୍ମଦ ଶିରାଜ।
ବାଂଲାଦେଶ ଚୂଡାନ୍ତ ଏକାଦଶ: ଲିଟନ ଦାସ, ତାନଜିଦ ହାସନ, ନଜମୁଲା ହୁସେନ ଶାନ୍ତୋ(କ୍ୟାପ୍ଟେନ), ମେହିଦୀ ହାସନ ମିରାଜ, ତୋହିଦ ହ୍ରିଦୋୟ, ମୁଶଫିକର ରହିମ(ୱିକେଟ କିପର), ମହମ୍ମଦଉହ୍ଲା, ନାସମ ଅହମିଦ, ହାସନ ମହମ୍ମଦସ ମୁସ୍କାଫିଜର ରହମାନ, ଶୋରିଫୁଲ ଇସଲାମ।
🚨 Toss & Team Update 🚨
— BCCI (@BCCI) October 14, 2023
Captain @ImRo45 has won the toss & #TeamIndia have elected to bowl against Pakistan.
1⃣ change for India as Shubman Gill is named in the team.
Here's our Playing XI 🔽
Follow the match ▶️ https://t.co/H8cOEm3quc#CWC23 | #INDvPAK | #MeninBlue pic.twitter.com/8itXCZA4xy
ବିଶ୍ୱକପ୍ ଦିନିକିଆ ଇତିହାସରେ ଭାରତ ଆଜିଯାଏଁ କେବେ ବି ପାକିସନ୍ତାନଠୁ ହାରିନାହିଁ। ତେଣୁ ଏହି ବିଜୟ ଧାରା ଜାରି ରଖିବାକୁ ମଇଦାନକୁ ଓହ୍ଲାଇବେ ରୋହିତ ବାହିନୀ। ଭାରତ ୭-୦ରେ ଆଗୁଆ ଥିବାବେଳେ ରେକର୍ଡ ୮-୦ ପାଇଁ ଲକ୍ଷ୍ୟ ରହିଛି। ସେପଟେ ପାକିସ୍ତାନର ବାବର ଆଜାମ ବାହିନୀ ପରାଜୟ ଧାରା ଭାଙ୍ଗିବା ଲକ୍ଷ୍ୟରେ ରହିବେ। ତେଣୁ ଏକ ରୋମାଞ୍ଚକର ମୁକାବିଲା ଅପେକ୍ଷାରେ ଅଛନ୍ତି ବିଶ୍ୱର କ୍ରିକେଟ ଫ୍ୟାନ।
ସେପଟେ ଟିମକୁ ଫେରିଛନ୍ତି ଷ୍ଟାର୍ ବ୍ୟାଟର୍ ଶୁବମନ ଗିଲ୍। ଡେଙ୍ଗୁରୁ ସୁସ୍ଥ ହେବା ପରେ ପ୍ଲେଇଂ ଇଲେଭେନରେ ସାମିଲ ହୋଇଛନ୍ତି ଶୁବମନ। ଇଶାନ କିଶନଙ୍କ ସ୍ଥାନରେ ଶୁବମନଙ୍କୁ ସ୍ଥାନ ଦିଆଯାଇଛି। ଏହା ବ୍ୟତୀତ ଦଳରେ ଅନ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ।
ଭାରତର ଚୂଡାନ୍ତ ଏକାଦଶ: ରୋହିତ ଶର୍ମା(କ୍ୟାପ୍ଟେନ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ୱିକେଟ କିପର୍), ହାର୍ଦ୍ଦିକ ପାଣ୍ଡ୍ୟା(ଭାଇସ୍ କ୍ୟାପ୍ଟେନ), ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଯଶପ୍ରୀତ ବୁମରା, କୁଲଦୀପ ଯାଦବ, ମହମ୍ମଦ ଶିରାଜ।
ପାକିସ୍ତାନ ଚୂଡାନ୍ତ ଏକାଦଶ: ଅବଦୁଲ୍ହା ଶାଫିକ, ଇମାନ-ଉଲ୍-ହକ୍, ବାବର ଆଜାମ(କ୍ୟାପ୍ଟେନ), ମହମ୍ମଦ ରିଜୱାନ(ୱିକେଟ କିପର୍), ସଉଦ ସକିଲ, ଇଫତିଖର ଅହମଦ, ଶଦାବ ଖାନ(ଭାଇସ୍ କ୍ୟାପ୍ଟେନ), ମହମ୍ମଦ ନୱାଜ, ହାସନ ଅଲି, ଶାହିନ ଆଫ୍ରିଦ, ହାରିସ ରୌଫ।
News Flash:
— India_AllSports (@India_AllSports) October 7, 2023
Men's Cricket: India get GOLD medal as the Final match against Afghanistan gets abandoned due to rain.
India get Gold as they are higher ranked/seeds. #AGwithIAS #IndiaAtAsianGames #AsianGames2022 pic.twitter.com/ITJsYLBxxq
କ୍ରିକେଟରେ ସ୍ୱର୍ଣ୍ଣ ସହ ଭାରତର ପଦକ ସଂଖ୍ୟା ୧୦୨ରେ ହହଞ୍ଚିଛି। ଏଥିରେ ୨୭ ସ୍ୱର୍ଣ୍ଣ, ୩୫ ରୌପ୍ୟ ଏବଂ ୪୦ ବ୍ରୋଞ୍ଜ ପଦକ ରହିଛି। ପ୍ରଥମ କରି ଦେଶର ପଦକ ସଂଖ୍ୟା ୧୦୦ ପାର୍ କରିଛି। ଆଜି ପୂର୍ବାହ୍ନରେ ମହିଳା କବାଡି ଟିମ୍ ସ୍ୱର୍ଣ୍ଣ ବିଜୟୀ ହୋଇ ଭାରତର ପଦକ ସଂଖ୍ୟାକୁ ୧୦୦ରେ ପହଞ୍ଚାଇଥିଲା। ଏହା ପୂର୍ବରୁ ମହିଳା ଓ ପୁରୁଷ ତୀରନ୍ଦାଜୀରେ ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ମିଳିଥିଲା। ଏହାପରେ ବ୍ୟାଡମିଣ୍ଟନରେ ଐତିହାସିକ ସ୍ୱର୍ଣ୍ଣ ମିଳିଛି।
ଆଇସିସି ବିଶ୍ୱକପ 2019 ଫାଇନାଲ ମ୍ୟାଚ୍ ପରି ଆଉ ଏକ ରୋମାଞ୍ଚକର ମ୍ୟାଚକୁ ଅପେକ୍ଷା କରିଛନ୍ତି ଦର୍ଶକ। ସେପଟେ ଦୁଇ ଟିମର ଦୁଇ ଜଣ ଷ୍ଟାର୍ ପ୍ଲେୟର୍ ବାଦ୍ ପଡିଛନ୍ତି। ଆହତ କାରଣରୁ ଇଂଲଣ୍ଡର ବେନ ଷ୍ଟୋକ୍ସ ଏବଂ ନ୍ୟୁଜିଲାଣ୍ଡର କେନ୍ ୱିଲିୟମସନ ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିଛନ୍ତି।
ଟମ୍ ଲାଥମ ନ୍ୟୁଜିଲାଣ୍ଡର ଅଧିନାୟକ ଥିବାବେଳେ ଜୋଶ ବଟଲର୍ ଇଂଲଣ୍ଡର ଅଧିନାୟକ ଭାର ତୁଲାଉଛନ୍ତି।
ଆଇସିସି ବିଶ୍ୱକପ୍ ଚଳିତ ସଂସ୍କରଣରେ ଭାରତ ଆୟୋଜକ ଟିମ୍ ଥିବାରୁ କ୍ରିକେଟ କ୍ରେଜ୍ ଦୁଇଗୁଣା ହୋଇଯାଇଛି। କ୍ରିକେଟ କ୍ରେଜକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛି ବିସିସିଆଇ। ଖବର ଅନୁସାରେ, ଷ୍ଟାଡିୟମରେ ଫ୍ୟାନ୍ସଙ୍କ ପାଇଁ ମାଗଣାରେ ପିଇବା ପାଣି ଏବଂ ମିନେରାଲ୍ ୱାଟରର ସୁବିଧା କରିଛି।
ଗତଥରର ବିଜେତା ଇଂଲଣ୍ଡ ଟିମ୍ରେ ଆଜି ଖେଳୁଛନ୍ତି ଜନ୍ନି ବେୟାରଷ୍ଟୋ, ଡାୱିଡ୍ ମଲାନ, ଜୋ ରୁଟ, ହ୍ୟାରି ବ୍ରୁକ, ଜୋଶ ବଟଲର (ଅଧିନାୟକ), ମୋଇନ ଅଲୀ, ଲିଆମ ଲିଭିଙ୍ଗଷ୍ଟୋନ, କ୍ରିସ ୱିକ୍ସ, ସାମ କରନାନ, ଅଦିଲ ରଶିଦ ଓ ମାର୍କ ଉଡ୍।
ସେହିପରି ନ୍ୟୁଜିଲ୍ୟାଣ୍ଡ ତରଫରୁ ଆଜି ଚୂଡ଼ାନ୍ତ ଏକାଦଶରେ ଅଛନ୍ତି- ଡେଭୋନ କନୱେ, ୱିଲ ୟଙ୍ଗ, ରଚିନ ରବୀନ୍ଦ୍ର, ଡାର୍ଲି ମିଚେଲ, ଟମ୍ ଲାଥମ(ଅଧିନାୟକ, ୱିକେଟ କିପର), ଗ୍ଲେନ ଫିଲିପ୍ସ, ମାର୍କ ଚ୍ୟାପମ୍ୟାନ, ଜିମ୍ମି ନୀଶମ, ମିଚେଲ ସାଣ୍ଟର, ମ୍ୟାଟ୍ ହେନରୀ ଓ ଟ୍ରେଣ୍ଟ ବୋଲ୍ଟ।
𝗕𝗥𝗢𝗡𝗭𝗘 𝗙𝗢𝗥 𝗜𝗡𝗗𝗜𝗔 𝗜𝗡 𝗥𝗢𝗟𝗟𝗘𝗥 𝗦𝗣𝗢𝗥𝗧𝗦 🛼
— Anurag Thakur (@ianuragthakur) October 2, 2023
Heartiest congratulations to Karthika Jagadeeswaran, Heeral Sadhu, and Aarathy Kasturi Raj on their outstanding performance that secured them a 🥉in Women's Speed Skating 3000m Relay Race at #AsianGames2022 👏… pic.twitter.com/E2fIhdMeuF
ସେହିପରି ମହିଳା ସ୍ପିଡ୍ ସ୍କେଟିଂ ଟିମରେ କାର୍ତ୍ତିକା ଜଗଦେଶସ୍ୱରନ, ହୀରଲା ସାଧୁ ଏବଂ ଆରଥ୍ୟା କସ୍ତୁରୀ ରାଜ୍ ବ୍ରୋଞ୍ଜ ଜିତିଛନ୍ତି। ଭାରତୀୟ ପ୍ରତିଯୋଗୀଙ୍କ ଏହି ସଫଳତାରେ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକରୁ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସ୍କେଟିଂ ଖେଳ ସୁଦ୍ଧା ଭାରତକୁ ମିଳିଛି ୫୫ ପଦକ। ଏଥିରେ ୧୩ଟି ସ୍ୱର୍ଣ୍ଣ, ୨୧ ରୌପ୍ୟ ଏବଂ ୨୧ଟି ବ୍ରୋଞ୍ଜ ପଦକ ରହିଛି। ଆଜି ପ୍ରତିଯୋଗିତାର ନବମ ଦିନ। ସର୍ବାଧିକ ୨୨ ପଦକ ସହ ଶୁଟିଂ ପ୍ରତିଯୋଗୀ ଏସିଆନ୍ ଗେମ୍ସ ଯାତ୍ରା ଶେଷ କରିଛନ୍ତି। ଆଗକୁ ଆଉ ୬ ଦିନ ପ୍ରତିଯୋଗିତା ବାକି ରହିଛି। ସେପ୍ଟେମ୍ବର ୨୩ରେ ଚୀନର ହାଙ୍ଗଝୌରେ ୧୯ତମ ଏସୀୟ କ୍ରୀଡା ଆରମ୍ଭ ହୋଇଛି।
ଟି-ଟ୍ୱେଣ୍ଟି ଫର୍ମାଟରେ ଏହି ଲମ୍ୱା ସ୍କୋର୍ କରି କ୍ରିକେଟ ପ୍ରେମୀଙ୍କୁ ତାଜୁବ କରିଦେଇଛି ନେପାଳ ଟିମ୍। ମୋଙ୍ଗୋଲିଆ ବିପକ୍ଷ ମ୍ୟାଚରେ ନେପାଳର ଏହି ରେକର୍ଡ ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଦେଇଛି। 2019ରେ ଆଫଗାନିସ୍ତାନ ଆୟରଲ୍ୟାଣ୍ଡ ବିପକ୍ଷକରେ 278/3 ରନ୍ କରିଥିଲା। ଏହାକୁ ଅତିକ୍ରମ କରି ନେପାଳ 314/3 ବିଶାଳ ସ୍କୋରରେ ପହଞ୍ଚିଛି।
ଆଫଗାନିସ୍ତାନ ନିଜ ଇନିଂସରେ ମୋଟ 22 ଛକା ମାରିଥିବା ବେଳେ ନେପାଳ 26 ଛକା ମାରି ଏହି ରେକର୍ଡକୁ ବି ଅତିକ୍ରମ କରିଛି। ସେହିପରି ଟିମ୍ ପ୍ଲେୟର୍ ମଧ୍ୟ ବ୍ୟକ୍ତିଗତ କୀର୍ତ୍ତିମାନ ହାସଲ କରିଛନ୍ତି। ନେପାଳ ଅଲରାଉଣ୍ଡର ଦିପେନ୍ଦ୍ର ସିଂହ ଏରି ମାତ୍ର 9 ବଲରେ ଅର୍ଦ୍ଧଶତକୀୟ ପାଳି ଖେଳି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି।
ପୂର୍ବରୁ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂହ ଆଇସିସି ଟି-20 ବିଶ୍ୱକପ 2007ରେ ଇଂଲଣ୍ଡ ବିପକ୍ଷରେ 12 ବଲରେ 50 ରନ୍ କରିଥିଲେ। ଏହି ପାଳିରେ ଯୁବରାଜ ଷ୍ଟୁଆର୍ଟ ବ୍ରଡଙ୍କ ଗୋଟିଏ ଓଭରରେ 6 ଛକା ମାରି କିମ୍ବଦନ୍ତୀ ପ୍ଲେୟର୍ ସାଜିଥିଲେ। ବର୍ତ୍ତମାନ ଦିପେନ୍ଦ୍ର ଯୁବରାଜଙ୍କ ଦ୍ରୁତତମ ଅର୍ଦ୍ଧଶତକୀୟ ପାଳି ରେକର୍ଡକୁ ବି ଅତିକ୍ରମ କରି ଯାଇଛନ୍ତି। ଏହି ମ୍ୟାଚରେ ଏରି ମାତ୍ର 10 ବଲରେ ଅପରାଜିତ 52 ରନ୍ ସଂଗ୍ରହ କରିଛନ୍ତି।
ଏହି ମ୍ୟାଚରେ ନେପାଳର ଷ୍ଟ୍ରାଇକ୍ ହାର 520 ମଧ୍ୟ ଟି-20 ଇନିଂସରେ ଶ୍ରେଷ୍ଠତମ। ସେହିପରି ଟିମର କୁଶଲ ମଲ୍ଲା ମଧ୍ୟ ଭାରତର ରୋହିତ ଶର୍ମା ଏବଂ ଦକ୍ଷିଣ ଆଫ୍ରିକାର ଡେଭିଡ ମିଲରଙ୍କ ପରି ଟି-20 ଫର୍ମାଟରେ ଦ୍ରୁତତମ ଶତକୀୟ ପାଳି ଖେଳିଛନ୍ତି। କୁଶଲ ମାତ୍ର 34 ବଲରେ ଶତକ କରିଛନ୍ତି। ସେ ଏହି ମ୍ୟାଚରେ ଅପରାଜିତ ରହି ମାତ୍ର 50 ବଲରେ 137 ରନ୍ ସଂଗ୍ରହ କରିବାର କୀର୍ତ୍ତି ହାସଲ କରିଛନ୍ତି। ତାଙ୍କର ବ୍ୟକ୍ତିଗତ 8ଟି ଚୌକା ଏବଂ 12 ଛକା ରହିଛି।
ସେପଟେ 315 ରନର ବିଶାଳ ସ୍କୋରକୁ ପିଛା କରି ମାଟି କାମୁଡିଛି ମୋଙ୍ଗୋଲିଆ। ମାତ୍ର 41 ରନରେ ଦଳ ସମସ୍ତ ୱିକେଟ ହରାଇ ଶୋଚନୀୟ ଭାବେ ପରାଜିତ ହୋଇଛି। ଫଳରେ 273 ରନରେ ଏହି ମ୍ୟାଚକୁ ଜିତି ନେଇଛି ନେପାଳ।
ପୁରୁଷ ୧୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ଆଜି ଭାରତ ପାଇଛି ସ୍ୱର୍ଣ୍ଣ ପଦକ । ଭାରତର ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମର, ରୁଦ୍ରାକ୍ଷ ପାଟିଲ ଓ ଦିବ୍ୟାଶଂ ପାୱାରଙ୍କ ଟିମ୍ ଗୋଲ୍ଡ ମେଡାଲ ହାସଲ କରିଛି। ଏହି ତିନି ଖେଳାଳି ବ୍ୟକ୍ତିଗତ କ୍ୱାଲିଫିକେସନ୍ ରାଉଣ୍ଡରେ ସମୁଦାୟ ୧୮୯୩.୭ ପଏଣ୍ଟ ହାସଲ କରିଛନ୍ତି। ଫଳରେ ସେମାନେ ନୂଆ ରେକର୍ଡ ସ୍ଥାପନ କରି ଚୀନ୍ କରିଥିବା ବିଶ୍ୱ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି।
ଏହାବାଦ ରୋଇଂରେ ଭାରତର ପୁରୁଷ ଫୋର ଟିମ୍ ବ୍ରୋଞ୍ଚ ପଦକ ହାସଲ କରିଛି। ଏହି ଟିମ୍ରେ ଯଶୱିନ୍ଦର, ଭୀମ, ପୁନୀତ ଓ ଆଶିଷ ଥିଲେ।
ଏସୀୟ କ୍ରୀଡ଼ାର ପ୍ରଥମ ଦିନରେ ଗତକାଲି ଭାରତକୁ ୫ଟି ପଦକ ମିଳିଥିଲା। ମେହୁଲି ଘୋଷ, ଆଶି ଚୌକସି ଓ ରମିତାଙ୍କ ଟିମ୍ ମହିଳାଙ୍କ ୧୦ ମିଟର ଏୟାର ରାଇଫଲ୍ସରେ ସିଲଭର ମେଡାଲ ଜିତିଥିଲେ। ଏହାପରେ ରୋଇଂରେ ଭାରତ ଦୁଇଟି ସିଲଭର ଓ ଗୋଟିଏ ବ୍ରୋଞ୍ଚ ମେଡାଲ ହାସଲ କରିଥିଲା। ଏହାପରେ ରମିତା ଜିନ୍ଦଲ ମହିଳାଙ୍କ ୧୦ ମିଟର ଏୟାର ରାଇଫଲ୍ସରେ ଭାରତ ପାଇଁ ବ୍ରୋଞ୍ଚ ଜିତିଥିଲେ।
ଇନ୍ଦୋରରେ ଖେଳା ଯାଉଥିବା ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ଟିମ୍। ଏହାପରେ ଭାରତ ପକ୍ଷରୁ ଶୁବମନ ଗିଲ୍ ଏବଂ ଋତୁରାଜ ଗାଏକ୍ୱାଡ୍ ଓପନିଂ କରିଥିଲେ। 12 ବଲ୍ ଖେଳି 8 ରନରେ ଆଉଟ୍ ହୋଇ ଯାଇଥିଲେ ଋତୁରାଜ। ଏହାପରେ ଶୁବମନଙ୍କ ସାଥ୍ ଦେଇଥିଲେ ଶ୍ରେୟସ୍। ଗିଲଙ୍କ ବ୍ୟାଟ୍ କାମ କରିବା ବେଳକୁ ବର୍ଷା ସାଜିଥିଲା ବାଧକ।
Resilience & determination 👏👏
— BCCI (@BCCI) September 24, 2023
Well done @ShreyasIyer15! 🙌#TeamIndia | #INDvAUS | @IDFCFIRSTBank https://t.co/zNjuXqDb8T pic.twitter.com/GqS4cndhF4
ବର୍ଷା ବେଳକୁ 9 ଓଭରରେ ଦଳ 79 ରନ୍ ସଂଗ୍ରହ କରିଥିଲା। ବର୍ଷା ପରେ ପୁନର୍ବାର ଖେଳ ଆରମ୍ଭରେ ଅଷ୍ଟ୍ରେଲୀୟ ବୋଲରଙ୍କ ଧୂଲେଇ କରିଥିଲେ ଶ୍ରେୟସ୍ ଓ ଶୁବମନ୍। ଉଭୟ ଶତକୀୟ ପାଳି ଖେଳି ଦଳୀୟ ସ୍କୋର୍ 216ରେ ପହଞ୍ଚାଇଥିଲେ। ଶ୍ରେୟସ 105(90) କରି ଆଉଟ୍ ହୋଇଯାଇ ଥିବାବେଳେ ଶୁବମନ୍ 100(92)ରେ ଅପରାଜିତ ଅଛନ୍ତି। ଶ୍ରେୟସ୍ ପାଭିଲିଅନ୍ ଫେରିବା ପରେ କେଏଲ୍ ରାହୁଲ୍ ଶୁବମନଙ୍କ ସାଥ୍ ଦେଇଛନ୍ତି। ଖବର ଲେଖା ହେବା ସୁଦ୍ଧା 2 ୱିକେଟ ହରାଇ 33 ଓଭରରେ 230 ରନ୍ କରିଥିଲା ଦଳ
HUNDRED in Indore for Shubman Gill! 💯
— BCCI (@BCCI) September 24, 2023
He continues his stellar form with the bat! 😎#TeamIndia | #INDvAUS | @IDFCFIRSTBank pic.twitter.com/2x2J7Njk2Z
ପୂର୍ବ ମ୍ୟାଚକୁ 5 ୱିକେଟରେ ଜିତିଥିଲା ଭାରତ। ଆଜି ଘାତକ ବୋଲର୍ ଯଶପ୍ରୀତ ବୁମରା ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସୁଯୋଗ ମିଳିଛି।
Australia have elected to bowl against #TeamIndia in the second #INDvAUS ODI.
— BCCI (@BCCI) September 24, 2023
A look at our Playing XI 👇👇
Follow the match - https://t.co/OeTiga5wzy @IDFCFIRSTBank pic.twitter.com/OJ4dBYIEAv
ଭାରତୀୟ ପ୍ଲେୟର୍: ଶୁବମନ ଗିଲ୍, ଋତୁରାଜ ଗାଏକ୍ୱାଡ, ଶ୍ରେୟସ ଆୟର, କେଏଲ ରାହୁଲ(କ୍ୟାପ୍ଟେନ), ଇଶାନ କିସାନ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା(ଭାଇସ୍ କ୍ୟାପ୍ଟେନ), ଆର୍ ଅଶ୍ୱିନୀ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି, ପ୍ରସିଦ୍ଧ କ୍ରିଷ୍ଣା।
ଅଷ୍ଟ୍ରେଲିଆ ପ୍ଲେୟର୍: ଡି ୱାର୍ଣ୍ଣର୍, ଏମ ଶୋର୍ଟ, ଏସ ସ୍ମିଥ)କ୍ୟାପ୍ଟେନ), ଏମ ଲାବୁସେନ, ସି ଗ୍ରୀନ୍, ଜେ ଇଂଗଲିସ, ଆଲେକ୍ସ କ୍ୟାରୀ(ୱିକେଟ୍ କିପର୍), ଜେ ହାଜଲଉଡ୍, ଏସ ଜନସନ୍, ଏସ ଅବୋଟ୍ଟୋ, ଏ ଜେମ୍ପା
ଶ୍ରୀଲଙ୍କାର ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ। ଏହାପରେ ଶ୍ରୀଲଙ୍କା ପକ୍ଷରୁ ଦିମୁଥ କରୁଣାରତ୍ନେ ଓ ପଥୁମ ନିଶଙ୍କା ଓପନିଂ ଆରମ୍ଭ କରିଥିଲେ। ଦଳୀୟ ସ୍କୋର୍ 34 ବେଳକୁ କରୁଣାରତ୍ନେଙ୍କ ପ୍ରଥମ ୱିକେଟ ହରାଇଥିଲା ଦଳ। ସେ ମାତ୍ର 18 ରନ୍ କରି ପାଭିଲିଅନ୍ ଫେରି ଯାଇଥିଲେ। ଏହା ପରେ କୁଶଲ ମେଣ୍ଡିସ୍ ମଇଦାନକୁ ଓହ୍ଲାଇଥିଲେ। ସେ ନିଶଙ୍କାଙ୍କ ସହ ଯୋଗଦେଇ ଦଳୀୟ ସ୍କୋରକୁ 108ରେ ପହଞ୍ଚିଆଥିଲେ।
ମାତ୍ର ଏହାପରେ ନିଶଙ୍କା ଓ କୁଶଲଙ୍କ ଯୋଡି ଭାଙ୍ଗି ଯାଇଥିଲେ। ଉଭୟ 40 ଓ 50 ରନ୍ କରି ପାଭିଲିଅନ୍ ଫେରି ଯାଇଥିଲେ। କିନ୍ତୁ ମଧ୍ୟକ୍ରମରେ ସମରବିକ୍ରମ ବଡ ବଡ ସର୍ଟ ଖେଳି ଦଳକୁ ମଜଭୁତ କରିଥିଲେ। ସେ 8 ଚୌକା 2 ଛକା ବଳରେ 93 ରନ୍ ସଂଗ୍ରହ କରିଥିଲେ। ନିର୍ଦ୍ଧାରିତ 50 ଓଭର ମଧ୍ୟରେ ଦଳ 9 ୱିକେଟ୍ ହରାଇ 257 ରନ୍ ସଂଗ୍ରହ କରିଥିଲା।
258 ରନର ଟାର୍ଗେଟକୁ ପିଛା କରି ମଇଦାନକୁ ଓହ୍ଲାଇଥିଲେ ଶାକିବ ବାହିନୀ। କିନ୍ତୁ ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲା ଦଳ ମାତ୍ର 84 ରନ୍ ବେଳକୁ ଦଳ 4ଟି ୱିକେଟ୍ ହରାଇ ସାରିଥିଲା। କେବଳ ତୋହ୍ୱିଦ ହ୍ରିଦୋୟ ବଡ ସ୍କୋର୍ ଖେଳି ଥିଲେ। ସେ 82 ରନ୍ କରିଥିବା ବେଳେ ଅନ୍ୟ କେହି ବଡ ସ୍କୋର୍ କରିପାରି ନଥିଲେ। 48.1 ଓଭରରେ ଦଳ ସମସ୍ତ ୱିକେଟ୍ ହରାଇ 236 ରନ୍ ସଂଗ୍ରହ କରିଥିଲା। ଫଳରେ 21 ରନରେ ଶ୍ରୀଲଙ୍କା ଏହି ମ୍ୟାଚକୁ ଜିତି ନେଇଛି। ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସମରବିକ୍ରମାଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଛି।
ତଥାପି, ଟିକେଟ ବିକ୍ରିର ଦ୍ୱିତୀୟ ପର୍ଯ୍ୟାୟରେ ଅନଲାଇନରେ ଜରିଆରେ ବୁକ୍ ହୋଇସାରିଛି ଟିକେଟ। ଯେଉଁ କେତକ ସାଇଟରେ କିଛି ଟିକେଟ ଉପଲବ୍ଧ ଅଛି, ତାହା ଚଢା ଦରରେ ବିକ୍ରି ହେଉଥିବା ଅଭିଯୋଗ କରିଛନ୍ତି ଫ୍ୟାନ୍ସ। ଭାୟାଗୋଗୋ ନାମକ ଏକ ଟିକେଟ୍ ୱେବସାଇଟରେ ଇଣ୍ଡିଆ-ପାକିସ୍ତାନ ମ୍ୟାଚ୍ ପାଇଁ ଲକ୍ଷ ଲକ୍ଷ ଟଙ୍କାରେ ଟିକେଟ ବିକ୍ରି ହେଉଛି। ୱେବସାଇଟରେ ଅପର୍ ଟିୟର୍ ସେକ୍ସନ୍ ପାଇଁ ଟିକେଟ୍ ମୂଲ୍ୟ ୫୭ ଲକ୍ଷରୁ ଅଧିକ ରହିଛି। ସେହିପରି N6 ସେକ୍ସନରେ ମଧ୍ୟ ଟିକେଟ୍ ମୂଲ୍ୟ ୫୭ ଲକ୍ଷରୁ ଅଧିକ ରହିଥିବା ବେଳେ ସର୍ବନିମ୍ନ ଟିକେଟ ମୂଲ୍ୟ ୮୦ ହଜାର ଟଙ୍କା ରହିଛି।
ସେପଟେ ବୁକମାଇଶୋ ନାମକ ଟିକେଟ୍ ବୁକିଂ ୱେବସାଇଟରେ ସମସ୍ତ ଟିକେଟ ବିକ୍ରି ହୋଇ ସାରିଛି। ବର୍ତ୍ତମାନ ଟିକେଟ ଥିବା ଏହି ଗୋଟିଏ ସାଇଟରେ ଏତେ ମୂଲ୍ୟ ଦେଖି ତାଜୁବ ହୋଇଯାଇଛନ୍ତି ଗ୍ରାହକ। ଏନେଇ ସୋଶାଲ ମିଡିଆ ୟୁଜର୍ କ୍ଷୋଭ ପ୍ରକାଶ କରି ବିଭିନ୍ନ ମନ୍ତବ୍ୟ ଶେଆର୍ କରିଛନ୍ତି।
ଆସନ୍ତା ଅକ୍ଟୋବର ୫ରୁ ଆରମ୍ଭ ହେବ ଆଇସିସି ଦିନିକିଆ ବିଶ୍ୱକପ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ। ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ୍ ଖେଳିବ। ସେହିପରି ଅକ୍ଟୋବର ୧୪ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ। ସେମିଫାଇନାଲ ପୂର୍ବରୁ ନଭେମ୍ବର ୧୨ରେ ନେଦରଲ୍ୟାଣ୍ଡକୁ ଭେଟିବ ଭାରତ।
ଆୟର୍ଲାଣ୍ଡରେ ଖେଳା ଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ। ବ୍ୟାଟିଂ ପାଇଁ ପ୍ରଥମେ ମୈଦାନକୁ ଓହ୍ଲାଇଥିବା ଆୟର୍ଲାଣ୍ଡ ଟିମ୍ ପ୍ରାରମ୍ଭରେ ବିପର୍ଯୟର ସମ୍ମୁଖୀନ ହୋଇଥିଲେ। ମାତ୍ର ବ୍ୟାରୀ ମ୍ୟାକକାର୍ଥୀଙ୍କ ଲଢୁଆ ଅର୍ଦ୍ଧଶତକ ଦଳକୁ ମଜବୁତ କରିଥିଲା। ଖେଳ ଶେଷ ସୁଦ୍ଧା ନିର୍ଦ୍ଧାରିତ ଓଭରରେ ଦଳ 7 ୱିକେଟ୍ ହରାଇ 139 ରନ୍ ସଂଗ୍ରହ କରିଥିଲା। ଏହାପରେ 140 ରନ୍ ଟାର୍ଗେଟକୁ ପିଛା କରି ମୈଦାନକୁ ଓହ୍ଲାଇଥିଲେ ଭାରତୀୟ ଟିମ୍। ମାତ୍ର ବର୍ଷା ସାଜିଥିଲା ବାଧକ।
ପ୍ରବଳ ବର୍ଷା କାରଣରୁ ଡକୱର୍ଥ ଲୁଇସ୍ ନିୟମ ଲାଗୁ କରାଯାଇଥିଲା। ଏହି ନିୟମ ଆଧାରରେ 6.5 ଓଭରରେ 45 ରନର ଲକ୍ଷ୍ୟ ରହିଥିଲା। ଋତୁରାଜ ଗାଏକ୍ୱାଡଙ୍କ ଅପରାଜିତ 19 ଏବଂ ଯଶସ୍ୱୀ ଜୈସ୍ୱାଲଙ୍କ 24 ରନ୍ ବଳରେ ଭାରତ ଏହି ମ୍ୟାଚକୁ ଜିତି ନେଇଛି। ପ୍ରଥମ କରି 3ନଂରେ ବ୍ୟାଟିଂ କରିଥିବା ତିଳକ ବର୍ମା ଏହି ମ୍ୟାଚରେ ଖାତା ଖୋଲିପାରି ନଥିଲେ।
ସେପଟେ 326 ଦିନ ପରେ କମ୍ ବ୍ୟାକ୍ କରିଥିଲେ ଘାତକ ବୋଲର୍ ଜଶପ୍ରୀତ ବୁମରା। ସେ ପ୍ରଥମ ଓଭରରେ ଦୁଇଟି ୱିକେଟ୍ ନେଇଥିଲେ। ଭାରତ ପକ୍ଷରୁ ରିଙ୍କୁ ଶର୍ମା ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କର ପଦାର୍ପଣ ମ୍ୟାଚ୍ ଥିଲା।