କୁହାଯାଉଛି ଯେ ଛାତ୍ରୀ ଜଣକ ଅଖିଲ ଭାରତୀୟ ବିଦ୍ୟା ପରିଷଦ (ଏବିଭିପି), ବିଜେପି ତଥା ଆର୍ଏସଏସ୍ ସହ ଜଡିତ ଛାତ୍ର ସଂଗଠନ ସହ ଜଡିତ। ନୂଆ ହାଇକୋର୍ଟ ନିର୍ମାଣ ପାଇଁ ପ୍ରଫେସର ଜୟଶଙ୍କର ତେଲଙ୍ଗାନା ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟର ଜମି ଆବଣ୍ଟନ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ସଙ୍ଗଠନର କିଛି ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ପୁଲିସ ଏମାନଙ୍କୁ ଅଟକାଇଥିଲା। ଏତିକି ବେଳେ ବିରୋଧ କରୁଥିବା ଜଣେ ଛାତ୍ରୀ ପୁଲିସକୁ ଦେଖି ଦୌଡିଥିଲେ। ସ୍କୁଟିରେ ବସି ଦୁଇ ମହିଳା ପୁଲିସ ଛାତ୍ରୀ ଜଣକର ପିଛା କରି ତାଙ୍କ ଚୁଟିକୁ ଧରି ଘୋଷାରି ନେଇଥିଲେ। ଫଳରେ ଛାତ୍ରୀ ଜଣକ ରାସ୍ତା ଉପରେ ପଡି ଯାଇଥିଲେ।
ଏହି ପୂରା ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସର ଏଭଳି କାର୍ଯ୍ୟକୁ ନିନ୍ଦା କରାଯାଇଛି। ତେଲେଙ୍ଗାନା ପୁଲିସ ସହ ଜଡିତ ଏହି ଘଟଣା ଅତ୍ୟନ୍ତ ଚିନ୍ତାଜନକ। ଏହା ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ ବୋଲି ତେଲଙ୍ଗାନାର ଶାସକ ଦଳ ଭାରତ ରାଷ୍ଟ୍ର ସମିତିର ନେତା କେ. କବିତା ଟ୍ୱିଟରର ଏକ ପୋଷ୍ଟରେ କହିଛନ୍ତି।
The recent incident involving Telangana police is deeply concerning and absolutely unacceptable. Dragging a peaceful student protester and unleashing abrasive behaviour on the protestor raises serious questions about the need for such aggressive tactics by the police.
— Kavitha Kalvakuntla (@RaoKavitha) January 24, 2024
This… pic.twitter.com/p3DH812ZBS
କେ.କବିତା ଆହୁରି କହିଛନ୍ତି, 'ଜଣେ ଶାନ୍ତିପୂର୍ଣ୍ଣ ବିରୋଧୀ ପ୍ରଦର୍ଶନ କରୁଥିବା ଛାତ୍ରଙ୍କ ଏଭଳି ଚୁଟି ଧରି ଟାଣିବା ଏବଂ ତାଙ୍କ ସହ ଅଭଦ୍ର ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ। ପୁଲିସର ଏପରି ଆକ୍ରମଣାତ୍ମକ ଆଚରଣର ନେଇ ପ୍ରଶ୍ନ ଉଠାଇବା ଉଚିତ। ଏହା ଅହଂକାରୀ ଆଚରଣ। ତେଲଙ୍ଗାନା ପୁଲିସ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିବା ଉଚିତ।' ଏଥିସହ ସମ୍ପୃକ୍ତ ପୁଲିସକର୍ମୀଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାନବାଧିକାର ଆୟୋଗଙ୍କ ନିକଟରେ କେ.କବିତା ଅନୁରୋଧ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଛାତ୍ରଛାତ୍ରୀମାନେ ପ୍ରାୟ ଏକ ସପ୍ତାହ ହେଲା ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ହାଇକୋର୍ଟର ନୂତନ କୋଠା ନିର୍ମାଣ ହେଲେ ବହୁ ସଂଖ୍ୟାରେ ଗଛ କଟାଯିବ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି। ତେଣୁ ଟାଙ୍ଗରା ଭୂମିରେ ନୂଆ ହାଇକୋର୍ଟ କୋଠା ନିର୍ମାଣ କରିବାକୁ ସେମାନେ ଦାବି କରିଛନ୍ତି।
କଲେଜର ଛାତ୍ରଛାତ୍ରୀ ମାନେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଛାତ୍ରଛାତ୍ରୀ ମାନଙ୍କ ଦାବି ହେଉଛି ଅଧ୍ୟକ୍ଷଙ୍କ ନାମରେ ଆସିଥିବା ଅଭିଯୋଗକୁ ନିରପେକ୍ଷ ତଦନ୍ତ କରାଯାଉ ଏବଂ ଥାନାରେ ଦିଆଯାଇଥିବା ଏତଲା ପ୍ରତ୍ୟାହାର କରାଯାଉ।
ଯେଉଁ ଅଧ୍ୟାପିକା ମାନେ ଅଧ୍ୟକ୍ଷଙ୍କ ନାମରେ ଅଭିଯୋଗ କରିଛନ୍ତି ସେମାନେ ଠିକ୍ ସେ ଡିୟୁଟି କରନ୍ତି ନାହିଁକି ଠିକ୍ଠାକ୍ ପାଠ ପଢାନ୍ତି ନାହିଁ। ତେବେ ଅଧ୍ୟକ୍ଷ ଏନେଇ ବିରକ୍ତ ହେବାରୁ। ତାଙ୍କ ନାମରେ ମଥ୍ୟା ଅଭିଯୋଗ ଆଣିଛନ୍ତି ଅଧ୍ୟାପିକା ମାନେ। ଆମ ଅଧ୍ୟକ୍ଷ କେବେ ହେଲେ ଏଭଳି ଖରାପ କାର୍ଯ୍ୟ କରିବେ ନାହିଁ ତାଙ୍କ ଉପରେ ଆମ ସମସ୍ତଙ୍କର ବିଶ୍ଵାସ ରହିଥିବା କରିଛନ୍ତି ଏମ୍ପିସି ଜୁନିୟର କଲେଜର କିଛି ଛାତ୍ରଛାତ୍ରୀ ମାନେ।
ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରାୟ ୩୫୦ ପିଲା ରହି ପଢ଼ୁଛନ୍ତି। ସେମାନେ ଘରଠୁ ଦୂରରେ ରହୁଥିବା ବେଳେ ହଷ୍ଟେଲରେ ସେମାନଙ୍କୁ ସବୁବେଳେ ନିମ୍ନମାନର ଖାଇବା ମିଳୁଥିବା ଅଭିଯୋଗ କରିଛନ୍ତି।
ଛାତ୍ରୀମାନଙ୍କ ଅଭିଯୋଗ ଅନୁଯାୟୀ, ଆମେ ଘର ଛାଡ଼ି ଏଠାରେ ରହି ପାଠ ପଢ଼ୁଛୁ। କିନ୍ତୁ ଏଠାରେ ଖାଇବା ଠିକ୍ ଭାବେ ମିଳୁନି, ଆମେ ପାଠ କ’ଣ ପଢ଼ିବୁ । ସବୁବେଳେ ନିମ୍ନମାନର ଖାଦ୍ୟ ମିଳୁଛି। ପାଣି ବି ସବୁବେଳେ ଦୂଷିତ ରହୁଛି। ଫଳରେ ପେଟ ସମସ୍ୟା, ଚର୍ମ ରୋଗ ହେଉଛି। ହଷ୍ଟେଲରେ ବହୁତ ସମସ୍ୟା । ୱାର୍ଡେନ କିଛି ଶୁଣୁ ନାହାନ୍ତି। ତାଙ୍କ ଫୋନ୍ ସବୁବେଳେ ସୁଇଚ ଅଫ୍ ରହୁଛି। ଆମେ କାହାକୁ ସମସ୍ୟା ଜଣାଇବୁ ।’
ହଷ୍ଟେଲର ସମସ୍ୟା ନେଇ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଲେ ବି ସେ ଶୁଣୁ ନାହାନ୍ତି। ପଦକ୍ଷେପ ନେବେ କହି ଦିନ ଗଡ଼ାଉଛନ୍ତି। ଆମେ ଭଲ ଖାଦ୍ୟ ଦେବାକୁ କହିବାରୁ ଅଧିକ ଟଙ୍କା ଦେବାକୁ ପଡ଼ିବ ବୋଲି କହୁଛନ୍ତି । ଏସବୁ ସମସ୍ୟାରେ ଅତିଷ୍ଠ ହୋଇ ଆଜି ରାସ୍ତାକୁ ଓହ୍ଲାଇଛୁ ବୋଲି ଛାତ୍ରୀମାନେ କହିଛନ୍ତି।
ଖବର ପାଇ କଲେଜ କର୍ତ୍ତୃପକ୍ଷ ପହଞ୍ଚି ପିଲାଙ୍କୁ ବୁଝାଶୁଝା କରିଥିଲେ ବି ସମସ୍ୟା ସମାଧାନ ହୋଇ ନ ଥିବା ଜଣାଯାଇଛି। ତୁରନ୍ତ ସମସ୍ୟା ସମାଧାନ ହେବା ନିମନ୍ତେ ଲିଖିତ ପ୍ରତିଶ୍ରୁତି ନ ମିଳିବା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି କହିଛନ୍ତି।
ଅପରପକ୍ଷେ, ଏହି ଘଟଣାର ସମାଧାନ ପାଇ କଲେଜ କର୍ତ୍ତୃପକ୍ଷଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ବସିଛି। ଏଥିରେ ଛାତ୍ରୀଙ୍କ ପ୍ରତିନିଧୀ ଭାବେ ଏକ ଦଳ ସାମିଲ ହୋଇଛନ୍ତି । ମାତ୍ର ଆଲୋଚନାର ଫଳାଫଳ ବାହାରି ନ ଥିବା ଜଣାଯାଇଛି।
ଛାତ୍ରସଂସଦ ନିର୍ବାଚନ ଦାବିରେ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ବାସଭବନ ଘେରାଉ ସହ ଅଣ୍ଡାମାଡ଼ କରାଯାଇଥିଲା । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିବାବେଳେ ପୁଲିସ ଓ ଛାତ୍ର କଂଗ୍ରେସ କର୍ମକର୍ତ୍ତମାନଙ୍କ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ହୋଇଥିଲା । ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ର ନେତାମାନଙ୍କୁ ପୁଲିସ ଉଠାଇ ନେଇଥିଲା । ଛାତ୍ର କଂଗ୍ରେସ ପକ୍ଷରୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶ୍ରୀ ୟାସିର ଅଭିଯୋଗ କରିଛନ୍ତି ଯେ ନବୀନ ପଟ୍ଟନାୟକ ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ।
ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସରକାରୀ ଅର୍ଥରେ ଭିତିଭୂମି ନିର୍ମାଣରେ ଯେଉଁ ବ୍ୟାପକ ଅର୍ଥ ବାଟମାରଣା ହେଉଛି ଏଥିରେ ରାଜ୍ୟ ସରକାରଙ୍କ ସହମତି ରହିଛି । ଛାତ୍ର ସଂସଦ ନିର୍ବାଚନ ହେଲେ ବିରୋଧୀ ଦଳର ଛାତ୍ର ନେତା ଏହି ଲୁଟତରାଜକୁ ବିରୋଧ କରିବେ । ତେଣୁ ନବୀନ ସରକାର ଉଚ୍ଚ ଶିକ୍ଷାନୁଷ୍ଠାନରେ ଏଭଳି ଛାତ୍ର ବିରୋଧୀ ନୀତି ଗ୍ରହଣ କରିଛନ୍ତି । ରମାଦେବୀର ନୂତନ ପାଚେରୀ ଭୁଷୁଡ଼ିବା ଏବଂ ଉଦ୍ଘାଟନ ଦିନ ବାଙ୍କି ସ୍ୱୟଂଶାସିତ ମହ୍ୟାବିଦ୍ୟାଳୟର ଖେଳପଡ଼ିଆର ଗ୍ୟାଲେରି ଭୁଷୁଡ଼ିବା ଏହାର ଜ୍ୱଳନ୍ତ ଉଦାହରଣ ବୋଲି ସେ ଅଭିଯୋଗ କରିଛନ୍ତି । ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନର ଅବ୍ୟବସ୍ଥାକୁ ଲୁଚାଇବାକୁ ଛାତ୍ର ସଂସଦ ନିର୍ବାଚନକୁ ୬ବର୍ଷ ଧରି ବାତିଲ କରାଯାଉଛି । ଛାତ୍ର ବିଜେଡିର କର୍ମକର୍ତ୍ତାମାନେ ଏବେ କଲେଜଗୁଡ଼ିକରେ ଆଡମିଶନରେ ଦଲାଲ ସାଜିଛନ୍ତି ଓ ଜାଲ୍ ସାର୍ଟିଫିକେଟ୍ ଦେଇ ଆଡମିଶନ କରୁଛନ୍ତି ବୋଲି ଛାତ୍ର କଂଗ୍ରେସ ଅଭିଯୋଗ କରିଛି ।
ସେହିପରି ବାଣୀବିହାରଠାରେ ଏବିଭିପି ସଂଗଠନ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପୋଷ୍ଟର ପୋଡ଼ି ପ୍ରତିବାଦ କରାଯାଇଥିଲା । ଏବିଭିପି ରାଜ୍ୟ ସମ୍ପାଦକ ଅଭିଜିତ୍ ପଟ୍ଟନାୟକ କହିଛନ୍ତି ଯେ, ଯଦି ଛାତ୍ର ସଂସଦ ନିର୍ବାଚନ ନହେବ ତା’ହେଲେ ଆଗାମୀ ଦିନରେ କୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଭିତରକୁ ଧସେଇ ପଶିବୁ ବୋଲି ଏବିଭିପି ଚେତାବନୀ ଦେଇଛି । ସେହିପରି ଅଲ ଓଡ଼ିଶା ଷ୍ଟୁଡେଣ୍ଟସ୍ ଭଏସ୍ ପକ୍ଷରୁ ଆଜି ନବୀନ ନିବାସ ଘେରାଉ ପାଇଁ ଯିବାବେଳେ ସେମାନଙ୍କୁ ପୁଲିସ ଅଟକ ରଖିଥିଲା ।
ଅନ୍ୟପକ୍ଷରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରସଂସଦ ନିର୍ବାଚନ ହେଉନଥିବାରୁ ନ୍ୟାସନାଲ ଆସେସମେଂଟ ଆଣ୍ଡ ଆକ୍ରିଡେସନ କାଉନସିଲ(ନାକ) ପକ୍ଷରୁ ଶିକ୍ଷାନୁଷ୍ଠାନକୁ ଦିଆଯାଉଥିବା ଗ୍ରେଡ୍ ପ୍ରଭାବିତ ହେଉଛି । ନାକ୍ ପକ୍ଷରୁ ଯେଉଁ ୭ଟି ମାନଦଣ୍ଡକୁ ଯାଂଚ କରାଯାଏ ସେଥିରେ ଛାତ୍ରଛାତ୍ରୀମାନଙ୍କ ସହଭାଗିତା ଓ ଛାତ୍ର ସଂସଦର କାର୍ଯ୍ୟକଳାପ ଏବଂ ଛାତ୍ରଛାତ୍ରୀଙ୍କ ଶିକ୍ଷାନୁଷ୍ଠାନ କମିଟିରେ ପ୍ରତିନିଧିତ୍ୱକୁ ମଧ୍ୟ ବିଚାର କରାଯାଏ । ଯେହେତୁ ରାଜ୍ୟରେ ୨୦୧୮ ମସିହା ପରଠୁ ଛାତ୍ର ସଂସଦ ନିର୍ବାଚନ ହୋଇନାହିଁ ତେଣୁ ଛାତ୍ରଛାତ୍ରୀଙ୍କ ଭାଗିଦାରୀ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ରହିପାରୁନି । ଯାହା ରାଜ୍ୟରେ ଶିକ୍ଷାନୁଷ୍ଠାନଗୁଡ଼ିକର ଗ୍ରେଡକୁ ପ୍ରଭାବିତ କରୁଛି । ନିକଟରେ ଉତ୍କଳ ବିଶ୍ୱବିଦ୍ୟାଳୟର ନାକ୍ ଗ୍ରେଡ୍ ‘ଏ+’ରୁ ‘ଏ’ ହ୍ରାସ ପାଇବାରେ ଛାତ୍ରସଂସଦ ନିର୍ବାଚନ ବାତିଲ ହେବା ପ୍ରମୁଖ କାରଣ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ନାକ୍ ପକ୍ଷରୁ ରାଜ୍ୟର ୧୬ଟି ବିଶ୍ୱବିଦ୍ୟାଳୟ ଓ ୩୦୨ଟି କଲେଜକୁ ଗ୍ରେଡ୍ ପ୍ରଦାନ କରାଯାଇଛି । ତେବେ ଘରୋଇ କଲେଜଗୁଡ଼ିକୁ ବାଦ୍ ଦେଲେ ଅଧିକାଂଶ ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟର ଗ୍ରେଡ୍ ପୂର୍ବ ତୁଳନାରେ ହ୍ରାସ ପାଇଛି ।
ଏଠାରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଆଜି ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ସ୍କୁଲ୍ଟି ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ଅଭିଯୋଗ କରି ସେମାନେ ବିକ୍ଷୋଭ କରୁଥିଲେ। ଏମିତିକି ସ୍କୁଲରେ ଆବଶ୍ୟକ ସଂଖ୍ୟକ ବେଞ୍ଚ ଓ ଟେବୁଲ ନ ଥିବା ସେମାନେ ଅଭିଯୋଗ କରିଥିଲେ।
ଛାତ୍ରୀମାନଙ୍କୁ ବୁଝାଇବା ପାଇଁ ପହଞ୍ଚିଥିଲେ ମହନାର ବ୍ଲକ୍ ଶିକ୍ଷାଧିକାରୀ (ବିଇଓ)। ତେବେ ଉତ୍ତ୍ୟକ୍ତ ଛାତ୍ରୀମାନେ ତାଙ୍କ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ଏହି ଘଟଣା ଯୋଗୁ କିଛି ସମୟ ଧରି ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଥିଲା ଓ ଟ୍ରାଫିକ ସମସ୍ୟା ଉପୁଜି ଥିଲା।
ଛାତ୍ରୀମାନେ ବିଇଓଙ୍କ ଗାଡ଼ିକୁ ଇଟା, ପଥର ମାଡ଼ କରୁଥିବା ବେଳେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ସେଠାରେ ଉପସ୍ଥିତ ପୁଲିସ କର୍ମଚାରୀ। ପଥର ମାଡ଼ରେ ପୁଲିସ ଅଧିକାରୀ ପୁନମ କୁମାରୀ ଆହତ ହୋଇଛନ୍ତି। ସେ କହିଛନ୍ତି, ଛାତ୍ରୀମାନଙ୍କ ଦାବିକୁ ବିଭାଗୀୟ ଅଧିକାରୀମାନେ ମାନି ଯାଇଥିଲେ। ତଥାପି ସେମାନେ ଶାନ୍ତିପୂର୍ଣ୍ଣ ଭାବେ ବସି ଆଲୋଚନା କରିବାକୁ ରାଜି ନଥିଲେ।
ଅନ୍ୟପକ୍ଷରେ ଛାତ୍ରୀମାନେ କହିଛନ୍ତି ଯେ ସେମାନେ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ବିକ୍ଷୋଭ କରୁଥିଲେ। ଏହି ସମୟରେ ଜଣେ ମହିଳା ପୁଲିସ୍ କର୍ମଚାରୀ କିଛି ଛାତ୍ରୀଙ୍କୁ ପିଟିଥିଲେ। ତେଣୁ ସେମାନେ ବିଇଓଙ୍କ କାର୍ ଭଙ୍ଗାରୁଜା କରିଥିଲେ।
ସ୍ଥାନୀୟ ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ ଏହି ସ୍କୁଲରେ କ୍ଷମତାଠାରୁ ଅଧିକ ଛାତ୍ରୀ ଏଥର ନାମ ଲେଖାଇଛନ୍ତି। ତେଣୁ ସମସ୍ୟା ଉପୁଜିଛି। ତେଣୁ ଆମେ ଦୁଇଟି ଶିଫ୍ଟରେ ସ୍କୁଲ୍କୁ ଚଲାଇବାକୁ ବ୍ୟବସ୍ଥା କରୁଛୁ। ଆଜି ଯେଉଁ ଛାତ୍ରୀମାନେ ବସିବାକୁ ସ୍ଥାନ ପାଇଲେ ନାହିଁ, ସେମାନେ ବାହାରକୁ ଆସି ରାସ୍ତାରେ ବିକ୍ଷୋଭ କରିଥିଲେ।
ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣି ଶିବିର ଚାଲିଥିଲା। ଶିବିରରେ ଜିଲ୍ଲାପାଳଙ୍କ ସହିତ ଏସପି, ଦୁଇଜଣ ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟ ବିଭାଗୀୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଲୋକମାନେ ଆସି ସେମାନଙ୍କ ଅଭିଯୋଗ କହୁଥିଲେ। ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀ ସେମାନଙ୍କ ଅଭିଯୋଗ ଶୁଣିବା ସହ ସମସ୍ୟା ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଉଥିଲେ। ଏହି ସମୟରେ ହଠାତ କିଛି ଛାତ୍ରଛାତ୍ରୀ ଶିବିର ଭିତରକୁ ପଶି ଆସିଥିଲେ। ସେମାନଙ୍କୁ ଦେଖି ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତୁମେମାନେ କୁଆଡେ ଆସିଛ ବୋଲି ଅଧିକାରୀମାନେ ପିଲାମାନଙ୍କୁ ପଚାରିଥିଲେ।
ପିଲାମାନେ ଏକ ସ୍ୱରରେ ଜିଲ୍ଲାପାଳଙ୍କୁ କହିଥିଲେ, “ସାର୍, ସ୍କୁଲରେ ଆବଶ୍ୟକ ଶିକ୍ଷକ ନାହାନ୍ତି। ଆମେ ପାଠ ପଢ଼ିବା ପାଇଁ ହଇରାଣ ହେଉଛୁ। ପରୀକ୍ଷା ପାଖେଇ ଆସିଲାଣି।”
ଜିଲ୍ଳାପାଳ ପିଲାମାନଙ୍କ ଅଭିଯୋଗ ଶୁଣିଥିଲେ। ଖୁବ୍ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ପିଲାମାନେ ଫେରି ଯାଇଥିଲେ।
ଏହି ପିଲାମାନେ ଭଦ୍ରକ ବ୍ଲକ ହରିପୁର ପଞ୍ଚାୟତର ଭଟ୍ଟପୁର ସରକାରୀ ପ୍ରାଥମିକ ଵିଦ୍ୟାଳୟର ଛାତ୍ରଛାତ୍ରୀ। ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ରହିଛି। ୫ଟି ଶ୍ରେଣୀରେ ମୋଟ ୫୭ ପିଲା ପାଠ ପଢ଼ନ୍ତି। ହେଲେ ଏହି ସ୍କୁଲରେ ଜଣେ ସ୍ଥାୟୀ ଶିକ୍ଷକ ଥିବା ବେଳେ ଆଉ ଜଣେ ଶିକ୍ଷକ ଡେପୁଟିସନରେ ଆସୁଛନ୍ତି। ସେ ମଧ୍ୟ ସବୁଦିନ ସ୍କୁଲ ଆସୁନାହାନ୍ତି। ଫଳରେ ପିଲାମାନେ ପାଠ ପଢ଼ିବାରେ ଅସୁବିଧା ହେଉଛି। ସେମାନଙ୍କ କୋର୍ସ ପଛାଇଯାଉଛି। ଜଣେ ଶିକ୍ଷକ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଇବା ସମ୍ଭବ ହେଉନାହିଁ। ଫଳରେ ପିଲାମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ପିଲାମାନଙ୍କ ପାଠପଢ଼ାକୁ ନେଇ ଅଭିଭାବକମାନେ ଚିନ୍ତାରେ ପଡ଼ିଯାଇଛନ୍ତି।
ସ୍କୁଲରେ ଶିକ୍ଷକ ପଦବୀ ପୂରଣ ପାଇଁ ଅଭିଭାବକମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ହୋଇନଥିଲା। ଶେଷରେ ଅଭିଭାବକମାନେ ଛାତ୍ରଛାତ୍ରୀଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଥିବା ଜନ ଅଭିଯୋଗ ଶୁଣାଣିକୁ ଆସିଥିଲେ। ପିଲାମାନେ ଜିଲ୍ଲାପାଳଙ୍କୁ ସେମାନଙ୍କ ସମସ୍ୟା ସଂପର୍କରେ କହିଥିଲେ।
ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି, ତୁରନ୍ତ ଏନେଇ ପଦକ୍ଷେପ ନିଆଯିବ। ଯାହା ଦ୍ୱାରା ଶିକ୍ଷାଦାନରେ କୌଣସି ସମସ୍ୟା ରହିବ ନାହିଁ।
ପୁଲିସ ସେମାନଙ୍କୁ OSSC କାର୍ଯ୍ୟାଳୟ ଭିତରକୁ ଯିବାକୁ ଦେଇ ନଥିଲା। ଚେୟାରମ୍ୟାନ ମଧ୍ୟ ସେମାନଙ୍କୁ ଭେଟିବାକୁ ଆସିନଥିଲେ। ଶେଷରେ ଗେଟ୍ ସମ୍ମୁଖରେ ମୁଣ୍ଡିଆ ମାରିଥିଲେ ଓ ସଷ୍ଟାଙ୍ଗ ପ୍ରଣିପାତ କରିଥିଲେ ପରୀକ୍ଷାର୍ଥୀ। ହେଲେ କିଛି ଲାଭ ହୋଇନଥିଲା। ଶେଷରେ ସେମାନେ ଖାଲି ପାଦରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଅଭିମୁଖେ ଯାଇଥିଲେ। ସେଠାରେ ବି ସେମାନଙ୍କ ବାଟ ଓଗାଳିଥିଲା ପୁଲିସ। ୫ ଜଣ ପିଲାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯିବାକୁ ଅନୁମତି ମିଳିଥିଲା। ଏହାକୁ ନେଇ ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ।
ଜଣେ ପରୀକ୍ଷାର୍ଥୀ କହିଛନ୍ତି, ସରକାର ଆମକୁ ଆତଙ୍କବାଦୀ ଭାବୁଛି, ସେଥିପାଇଁ ସବୁ ପିଲାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଛାଡୁ ନାହିଁ।
ଆଉ ଜଣେ କହିଛନ୍ତି, ଆମେ କମିଶନଙ୍କୁ ଭେଟିବାକୁ ଗଲୁ, ତାଙ୍କୁ ଭେଟିବାକୁ ଦିଆଗଲା ନାହିଁ। ଯଦି ମୁଖ୍ୟମନ୍ତ୍ରୀ ମଧ୍ୟ ଆମ କଥା ନ ଶୁଣନ୍ତି, ତା’ହେଲେ ଆମେ ଏହି ରାଜରାସ୍ତାରେ ଆତ୍ମହତ୍ୟା କରିବୁ।
ସେ ଆହୁରି କହିଛନ୍ତି, ‘5Tର ଗୋଟିଏ ‘T’ କାମ କରୁଛି। ତାହା ହେଉଛି ଦୁର୍ନୀତିର ଟିମ ୱାର୍କ’। 5T ସଚିବ ରାଜ୍ୟ ସାରା ବୁଲୁଛନ୍ତି। ପ୍ରଶ୍ନପତ୍ର ଲିକ ହେଉଛି, ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ସହ ଖେଳାଯାଉଛି, ତାଙ୍କୁ କ’ଣ ଜଣାପଡ଼ୁନାହିଁ।’
JE (ସିଭିଲ୍) ମେନ୍ ପରୀକ୍ଷା ପ୍ରଶ୍ନପତ୍ର ନେଇ ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟରେ ସରକାରୀ ଚାକିରିରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ କରିଛି ବିଜେପି। ଏହି ମାମଲାରେ ବାହାର ରାଜ୍ୟର ଲୋକ ଗିରଫ ହୋଇଛନ୍ତି। ସେମାନଙ୍କ ପାଖକୁ ପ୍ରଶ୍ନପତ୍ର କେମିତି ଗଲା ବୋଲି ବିଜେପି ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ ପ୍ରଶ୍ନ ପଚାରିଛନ୍ତି।
ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଆଶାୟୀ କେତେ ଥର ପ୍ରସ୍ତୁତି କରିବେ ଓ କେତେ ଥର ପରୀକ୍ଷା ଦେବେ? କିଏ ଜଣେ ତ ଅଛି, ନ ହେଲେ ପ୍ରଶ୍ନପତ୍ର କାହିଁକି ଲିକ୍ ହେବ? 5T ଅଛି, ହେଲେ ଟ୍ରାନ୍ସପରେନ୍ସି କାହିଁ?
ବାରିପଦା ଲକ୍ଷ୍ମୀପୋଷି ସୁବର୍ଣ୍ଣରେଖା ଏଜୁକେସନ କମ୍ପୋଜାଏଟ୍ ପ୍ରୋଜେକ୍ଟ ହାଇସ୍କୁଲରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ରହିଛି। ହେଲେ ଏହି ପିଲାମାନଙ୍କୁ ପଢ଼ାଇବା ପାଇଁ ମାତ୍ର ୩ଜଣ ଶିକ୍ଷକ ଅଛନ୍ତି। ସ୍କୁଲରେ ଶିକ୍ଷକ ନଥିବାରୁ ପାଠପଢ଼ା ଠିକ୍ରେ ହୋଇପାରୁ ନାହିଁ। ଏଥିପାଇଁ ଆଜି ସକାଳେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ ଜଣାଇବାକୁ ବାହାରି ପଡ଼ିଥିଲେ। ୪ କିମି ବାଟ ଚାଲିବା ପରେ ଉପଜିଲ୍ଲାପାଳ ଓ ତହସିଲଦାର ପିଲାମାନଙ୍କୁ ଅଟକାଇଥିଲେ। ସେମାନଙ୍କ ଦାବି ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ସେମାନଙ୍କୁ ବୁଝୁସୁଝା କରି ପଠାଇ ଦେଇଥିଲେ।
ଜଣେ ଛାତ୍ର କହିଛନ୍ତି, ଆମ ସ୍କୁଲରେ ଶିକ୍ଷକ ନାହାନ୍ତି। ପ୍ରଥମରୁ ଦଶମ ଶ୍ରେଣୀର ପିଲାମାନଙ୍କୁ ପଢ଼ାଇବା ପାଇଁ ୩ ଜଣ ଶିକ୍ଷକ ଅଛନ୍ତି। ଆବଶ୍ୟକ ଅନୁସାରେ ଶିକ୍ଷକ ନ ଥିବାରୁ ପାଠପଢ଼ା ଠିକ୍ ଭାବରେ ହୋଇପାରୁ ନାହିଁ। ଆମେ କିପରି ପାଠ ପଢ଼ିବୁ। ପରୀକ୍ଷା ପୂର୍ବରୁ ଆମର କୋର୍ସ ସରୁ ନାହିଁ। ଆମେ ପରୀକ୍ଷାରେ ଫେଲ୍ ହେବୁ।
ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି, ଲକ୍ଷ୍ମୀପୋଷି ପ୍ରୋଜେକ୍ଟ ହାଇସ୍କୁଲଟି ମୟୂରଭଞ୍ଜ ଜିଲ୍ଲାର ବୃହତ ସୁବର୍ଣ୍ଣରେଖା ଜଳସେଚନ ବିଭାଗର ପ୍ରକଳ୍ପ ବିଦ୍ୟାଳୟ। ଏହି ସ୍କୁଲଟି ୟଏପର୍ଯ୍ୟନ୍ତ ଗଣଶିକ୍ଷା ବିଭାଗକୁ ହସ୍ତାନ୍ତର ହୋଇ ନାହିଁ। ସ୍କୁଲରେ ଶିକ୍ଷକ ଅଭାବ ଅଛି ବୋଲି ଯଦି ସୁବର୍ଣ୍ଣରେଖା ପ୍ରକଳ୍ପ ଗଣଶିକ୍ଷା ବିଭାଗକୁ ଲେଖି ଜଣାଇଥାନ୍ତା, ତାହାହେଲେ ଶିକ୍ଷକ ନିଯୁକ୍ତି କରାଯାଇଥା’ନ୍ତା।
ଭୁବନେଶ୍ୱର ୟୁନିଟ୍ ୯ ସରକାରୀ ବାଳିକା ବିଦ୍ୟାଳୟକୁ ୟୁନିଟ୍ ୯ ବାଳକ ବିଦ୍ୟାଳୟରେ ମିଶ୍ରଣ କରିବାକୁ ନିଷ୍ପତ୍ତି ହୋଇଛି। ହେଲେ ଏହି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବାଳିକା ବିଦ୍ୟାଳୟର ଛାତ୍ରୀ ଓ ଅଭିଭାବକ। ୟୁନିଟ୍ ୯ ସରକାରୀ ବାଳିକା ବିଦ୍ୟାଳୟକୁ ମିଶ୍ରଣ ନ କରିବା ପାଇଁ ସେମାନେ ଅଡ଼ି ବସିଛନ୍ତି। ଆଜି ଅଭିଭାବକ ଓ ଛାତ୍ରୀମାନେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ କରିଛନ୍ତି। ବାଳିକା ବିଦ୍ୟାଳୟକୁ ଅନ୍ୟ କାହା ସହିତ ମିଶ୍ରଣ ନକରିବାକୁ ଦାବି କରିଛନ୍ତି। ୧୯୬୭ ମସିହାରେ ପ୍ରତିଷ୍ଠିତ ଏଇ ସ୍କୁଲରେ ପ୍ରାୟ ୫୦୦ ଛାତ୍ରୀ ପଢୁଥିବା ବେଳେ କାହିଁକି ସ୍କୁଲକୁ ମିଶ୍ରଣ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରୀ ଓ ଅଭିଭାବକ।
ବିଇଓ ପ୍ରଜ୍ଞା ପରମିତା ଜେନା କହିଛନ୍ତି, ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କୁ ବୁଝାସୁଝା କରିଛନ୍ତି। ସେ କହିଛନ୍ତି, ଏ ବିଷୟରେ ସରକାରଙ୍କୁ ଅବଗତ କରାଇବି। ମୋ ହାତରେ କିଛି ନାହିଁ।
ଜଣେ ଛାତ୍ରୀ କହିଛନ୍ତି, ଆମ ସ୍କୁଲରେ ଭଲ ପାଠ ପଢ଼ାଯାଉଛି। ଏଠାରେ ଆମକୁ ସମସ୍ତ ସୁବିଧା ସୁଯୋଗ ମିଳୁଛି। ଆମ ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ କରାଗଲେ ଆମେ ପାଉଥିବା ସୁବିଧା ସୁଯୋଗ ଆମକୁ ମିଳିବ ନାହିଁ। ସରକାର ଆମ ଦାବି ମାନି ନିଅନ୍ତୁ। ସରକାର ଆମ ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ କରନ୍ତୁ ନାହିଁ।
କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଏହି ବାଳିକା ବିଦ୍ୟାଳୟ ଉଠିବ ନାହିଁ। ଯଦି ସରକାର ରମାଦେବୀ କଲେଜକୁ ଏତେ ଭଲ ପାଉଛନ୍ତି, ତା’ହେଲେ ଆଉ କେଉଁଠି ଜାଗା ଦିଅନ୍ତୁ। କିନ୍ତୁ ଏଠୁ ୟୁନିଟ୍ ୯ ସରକାରୀ ବାଳିକା ବିଦ୍ୟାଳୟ ଉଠିବ ନାହିଁ।
ସୂଚନାଯୋଗ୍ୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ରମାଦେବୀ ଜୁନିୟର କଲେଜକୁ ଭୁବନେଶ୍ୱରର ୟୁନିଟ ୯ ବାଳିକା ସ୍କୁଲକୁ ଉଠିଯିବ ବୋଲି ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦଶାଳୟର ନିର୍ଦ୍ଦେଶକ। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ କଳା ଓ ବାଣିଜ୍ୟ ବିଭାଗ ସ୍ଥାନାନ୍ତର ହେବ । ୟୁନିଟ ୯ ବାଳିକା ସ୍କୁଲରେ ଲାବୋରୋଟୋରୀ ନଥିବାରୁ ଥିବାରୁ ବିଜ୍ଞାନ ବିଭାଗକୁ ଏବେ ସେଠାକୁ ସ୍ଥାନାନ୍ତର କରାଯିବ ନାହିଁ। ସେମାନଙ୍କ ପାଠପଢ଼ା ଏବେ ରମାଦେବୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ହେବ।
ଖଇରଟାପ ଗାଁଠାରୁ ୩ କି.ମି ଦୂରରେ ରହିଛି ବୁଢ଼ୀ ଖମାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏହି ସ୍କୁଲ ଯିବା ରାସ୍ତାରେ ହାତୀମାନେ ଚଳପ୍ରଚଳ କରିଥାନ୍ତି। କେତେ ଲୋକଙ୍କୁ ହାତୀ ଆକ୍ରମଣରେ କରିଥିବା ଖବର ରହିଛି। ଜୁନ୍୨୨ ତାରିଖରେ ହାତୀ ଆମ୍ରଣରେ ଜଣେ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଯାହାଫଳରେ ଅଭିଭାବକମାନେ ଏହି ରାସ୍ତାଦେଇ ପିଲାମାନଙ୍କୁ ସ୍କୁଲ ଛାଡ଼ିବାକୁ ଭୟ କରୁଛନ୍ତି। ଏଥିପାଇଁ ଖରାଛୁଟି ପରେ ସ୍କୁଲ ଖୋଲିବା ପରଠୁ ସ୍କୁଲ ଯାଇ ନାହାନ୍ତି ପିଲା। ପିଲାମାନେ ସ୍କୁଲ ନଯାଇ ଗାଁ ଦାଣ୍ଡରେ ଖେଳକୁଦରେ ସମୟ ବିତାଉଛନ୍ତି। କିଏ କିଏ ପିଲାଙ୍କୁ ନିଜ ଘରେ ପାଠ ପଢାଉଥିବା ବେଳେ ଆଉ କେତେ ଜଣ ପିଲା ମୂଳରୁ ପାଠ ପଢୁନାହାନ୍ତି। ତେଣୁ ତୁରନ୍ତ ଗାଁରେ ବନ୍ଦ ପଡ଼ିଥିବା ସ୍କୁଲ ଖୋଲିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଖଇରଟାପ ଗାଁରେ ଏକ ପ୍ରାଥମିକ ବିଦ୍ୟାଳୟ ଥିଲା। ହେଲେ ଏହି ସ୍କୁଲରେ ପିଲା ସଂଖ୍ୟା କମ୍ ହେବାରୁ ୨୦୨୧ ମସିହାରେ ବୁଢ଼ୀ ଖମାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ସ୍କୁଲକୁ ମିଶ୍ରଣ କରି ଦିଆଗଲା। ହେଲେ ଏହି ସ୍କୁଲ ଗାଁରୁ ଦୂରରେ ଥିବା ସହ ସ୍କୁଲ ଯିବା ରାସ୍ତାରେ ହାତୀ ଚଳପ୍ରଚଳ କରୁଥିବାରୁ ପିଲାମାନଙ୍କୁ ସ୍କୁଲ ଛାଡ଼ୁ ନାହାନ୍ତି ଅଭିଭାବକ। ଯାହାଫଳରେ ୧୭ ଜଣ ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧାରରେ ଭିତରେ ରହିଯାଇଛି। ଖରା ଛୁଟି ପୂର୍ବରୁ ପିଲାମାନେ ବୁଢ଼ୀ ଖମାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଉଥିଲେ।
ହାତୀ ପାଇଁ ପାଠ ବନ୍ଦ ହେଉଥିବାରୁ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କହଦ ନିକଟରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ଜିଲ୍ଲାପାଳ କହିଛନ୍ତି ଏହା ଏକ ଗମ୍ଭୀର ସମସ୍ୟା। ସରକାରଙ୍କୁ ଖୁବଶୀଘ୍ର ଏନେଇ ଅବଗତ କରାଯିବ।
ଜଣେ ଛାତ୍ରୀ କହିଛନ୍ତି, ହାତୀ ଭୟରେ ଆମେ ସ୍କୁଲ ଯାଉ ନାହିଁ। ଆମ ଗାଁରେ ଥିବା ସ୍କୁଲକୁ ଖୋଲା ଯାଉ। ଆମେ ସେଠାରୁ ପାଠ ପଢ଼ିବାକୁ ଯିବୁ।
ଜଣେ ଅଭିଭାବକ କହିଛନ୍ତି, ଜୁନ ୨୧ ତାରିଖରେ ସେହି ରାସ୍ତାରେ ଆମ ଗାଁର ଜଣଙ୍କୁ ହାତୀ ଆକ୍ରମଣ କରିଥିଲା। ଆମେ ସେହିଦିନଠାରୁ ଭୟବୀତ ହୋଇ ଅଛୁ। ଆମକୁ ସେହି ରାସ୍ତାକୁ ଯିବାକୁ ଭୟ ଲାଗୁଛି, ଆମେ କିପରି ପିଲାଙ୍କୁ ଛାଡ଼ିବୁ ?
ତେବେ ସରକାର କେବେ ଏହି କୁନି କୁନି ପିଲାଙ୍କ ଦାବି ଶୁଣୁଛନ୍ତି ତାହା ଚାତକ ପରି ଅନାଇ ବସିଛନ୍ତି ଖଇରଟାପ ଗ୍ରାମବାସୀ।
ସେପଟେ ଏଥିଯୋଗୁଁ ସେମାନଙ୍କୁ ଯୁକ୍ତ ୨ରେ ଆଡମିଶନ ବେଳେ ସମସ୍ୟା ଦେଖାଦେଇଛି। ତ୍ରୁଟିପୂର୍ଣ୍ଣ ସାର୍ଟିଫିକେଟକୁ ଗ୍ରହଣ କରାଯାଉନଥିବା ଯୋଗୁଁ କିଛି ଛାତ୍ରଛାତ୍ରୀ ଆଡମିଶନ କରାଇ ପାରୁନଥିବା ଅଭିଯୋଗ ହୋଇଛି।
ଅନ୍ୟପଟେ ଜଣାପଡ଼ିଛି ଏହି ସମସ୍ୟା ଏବେକାର ନୁହେଁ। ଆଡମିଟ୍ କାର୍ଡ ମିଳିବା ବେଳେ ମଧ୍ୟ ଏଭଳି ଭୁଲ ଥିଲା। ପିଲାଏ ଏହାକୁ ସୁଧାରିବାକୁ କହିଥିଲେ। ହେଲେ ବୋର୍ଡ କର୍ତ୍ତୃପକ୍ଷ ଦାୟିତ୍ୱହୀନ ହୋଇଗଲେ। ଏବେ ପିଲାମାନଙ୍କୁ ବୋର୍ଡ ସାର୍ଟିଫିକେଟ୍ ମିଳିବା ପରେ ପୁଣି ତ୍ରୁଟି ନଜର ଆସିଛି। ଏହାକୁ ସମୟ ଥାଉଥାଉ କାହିଁକି ଠିକ୍ କରାଗଲାନି ତାକୁ ନେଇ ଛାତ୍ରଛାତ୍ରୀମାନେ ପ୍ରଶ୍ନ ଉଠାଇଛନ୍ତି। ଅଶୁରେଶ୍ୱର ହାଇସ୍କୁଲରୁ ଚଳିତ ବର୍ଷ ୭୨ ଜଣ ପରୀକ୍ଷା ଦେଇଥିବା ବେଳେ ୬୯ଙ୍କ ସାର୍ଟିଫିକେଟରେ ଏଭଳି ତ୍ରୁଟି ନଜର ଆସିଛି।
ଅପରପକ୍ଷେ, ଘଟଣାକୁ ସାମାନ୍ୟ ତ୍ରୁଟି କହିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ନିହାର ରଞ୍ଜନ ମହାନ୍ତି। ଏହାକୁ ସୁଧାରିବାକୁ ପଦକ୍ଷେପ ନିଆ ଯିବ ଓ ଆଡମିଶନରେ କୌଣସି ସମସ୍ୟା ହେବନି ବୋଲି ସେ କହିଛନ୍ତିା
ଆଜି କଲେଜ ଅଧ୍ୟକ୍ଷ ଗିରଫ ପରେ ଛାତ୍ରୀମାନଙ୍କ ଗୋଟିଏ ଦାବି ପୂରଣ ହୋଇଛି। ଅନ୍ୟ ୪ଟି ଦାବି କେବେ ପୂରଣ ହେବ ତାହା ଦେଖିବାର କଥା ବୋଲି ଛାତ୍ରୀମାନେ ପ୍ରକାଶ କରିଛନ୍ତି। ସେମାନଙ୍କ ପ୍ରମୁଖ ୪ ଦାବି ଥିଲା ପରୀକ୍ଷା ଦେବାକୁ ସୁଯୋଗ ଦେବା, ସେମାନଙ୍କ ପ୍ରତି ଅନ୍ୟାୟ କରିଥିବା ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, କ୍ଷତିପୂରଣ ପ୍ରଦାନ, ଭବିଷ୍ୟତ ନଷ୍ଟ କରିଥିବାରୁ କଲେଜକୁ ବନ୍ଦ କରିବା, ପରୀକ୍ଷା ଦେବାର ବ୍ୟବସ୍ଥା କରିବା।
ଗତ ୩୧ ତାରିଖରେ ଏହି ଛାତ୍ରୀମାନେ ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପେଟ୍ରୋଲ ଲୁଚାଇ ରଖି ଆମରଣ ଅନଶନରେ ବସିଥିଲେ। ସେମାନେ ଆତ୍ମହୁତି ଦେବାକୁ ପେଟ୍ରୋଲ ଧରି ଆସିଥିବା ପୁଲିସ ଜାଣିବା ପରେ ଚଢ଼ଉ କରି ସ୍କୁଲ ବ୍ୟାଗ୍ରୁ ପେଟ୍ରୋଲ ଜବତ କରିଥିଲା। ସେପଟେ ଛାତ୍ରୀମାନଙ୍କ ଅଭିଯୋଗର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଭରସା ଦେଇଥିଲେ। ତେଣୁ ଛାତ୍ରୀମାନେ ଅନଶନରୁ ଉଠିଥିଲେ।
ସୂଚନା ଥାଉକି, ଚଳିତ ବର୍ଷ ଏହି ନର୍ସିଂ ସ୍କୁଲର ପାଠପଢ଼ୁଥିବା ୨୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ସାଧାରଣ ବର୍ଗର ୧୪ ଜଣଙ୍କୁ ପରୀକ୍ଷା ଦେବାର ସୁଯୋଗ ଦିଆଗଲା। ୭ ଜଣ ଏସ୍/ଏସ୍ଟି ଛାତ୍ରୀଙ୍କୁ ପରୀକ୍ଷାରୁ ବଞ୍ଚିତ କରାଯାଇଥିଲା। ଯାହା ଭିତରେ ଏହି ଛାତ୍ରୀ ଥିବା ଅଭିଯୋଗ ହୋଇଥିଲା।
ଫେଲ ହୋଇଥିବା ଛାତ୍ରୀ ଲକ୍ଷ୍ମୀପ୍ରିୟା ରାଉତ ଓ ସୁମିତ କୁମାର ମିଶ୍ର କହିଛନ୍ତି, ଠିକଣା ସମୟରେ ବିଷୟ ନ ସାରିଲେନି। ୩ ଦିନର ପାଠପଢ଼ା ଏକାଦିନକେ ୩ ଘଣ୍ଟା ଭିତରେ ପଢ଼ାଇ ସାରିଦେଲେ। ଶିକ୍ଷକ ନିଯୁକ୍ତି ନ ଦେଇ ମନଇଚ୍ଛା ପଠ ପଢ଼ାଇଲେ। ପରୀକ୍ଷା ନିମନ୍ତେ ପ୍ରସ୍ତୁତି ହେବାକୁ ସମୟ ବି ଦେଲେନି। ହଠାତ୍ ପରୀକ୍ଷା କରିଦେଲେ। ତଥାପି ପରୀକ୍ଷାରେ ସମସ୍ତ ବିଷୟ ଭଲ କରିଥିଲେ। ଅତିକମ୍ରେ ପାସ୍ ହେବା କଥା। ହେଲେ ବିଭିନ୍ନ ସମୟରେ ପାଠପଢ଼ା ଅବ୍ୟସ୍ଥାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅଭିଯୋଗ କରୁଥିବାରୁ ରାଗ ରଖି ସ୍କୁଲ ଅଧ୍ୟକ୍ଷ ୫୧ ଜଣଙ୍କୁ ଫେଲ କରିଛନ୍ତି। ସେମାନଙ୍କ ଖାତାକୁ ସାମ୍ନାରେ ପୁନଃଦେଖାଯାଉ ଓ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାସ୍ କରାଯାଉ।
ଅଭିଭାବକ ସତ୍ୟବାନ ରାଉତ ଓ ଚିତ୍ରସେନ ନାୟକ କହିଛନ୍ତି, ୫୫ ପ୍ରତିଶତ ପିଲାଙ୍କୁ ପରୀକ୍ଷାରେ ଫେଲ୍ କରିବା ସ୍କୁଲ କର୍ତ୍ତୃପକ୍ଷଙ୍କ ଦୁର୍ବଳତାକୁ ପଦାରେ ପକାଇଛି। ପିଲାମାନଙ୍କୁ ଏଠାରେ ଠିକ୍ ଭାବେ ପଢ଼ାଇବାର ବ୍ୟବସ୍ଥା ନାହିଁ। ସ୍ଥାୟୀ ଶିକ୍ଷକ ନାହାନ୍ତି। ଅତିଥି ଶିକ୍ଷକଙ୍କୁ ମନଇଛା ନିଯୁକ୍ତି ଦିଆଯାଉଥିବାରୁ ସେମାନେ ମନଯୋଗ ଦେଇ ପଢ଼ାଉ ନାହାନ୍ତି। ପରୀକ୍ଷା ପୂର୍ବରୁ ଯେପରି ବିଷୟଗୁଡ଼ିକ ପଢ଼ାଇ ସାରିବା କଥା ସାରିଲେନି। ହଠାତ୍ ପରୀକ୍ଷା କରିଦେଲେ। ପିଲାମାନେ ପ୍ରସ୍ତୁତି ନିମନ୍ତେ ସମୟ ପାଇଲେନି। ତଥାପି ପିଲାମାନେ ଭଲ କରିଥିଲେ। ହେଲେ ପାଠପଢ଼ା ଅବ୍ୟବସ୍ଥା ନେଇ ବାରମ୍ବାର ଅଭିଯୋଗ କରାଯାଉଥିବାରୁ ରାଗରଖି ସ୍କୁଲ ଅଧ୍ୟକ୍ଷ ଅଧିକାଂଶ ଛାତ୍ରଛାତ୍ରୀଙ୍କୁ ଫେଲ୍ କରୁଛନ୍ତି। ଏଥିଯୋଗୁ ଛାତ୍ରଛାତ୍ରୀମାନ ମାନସିକ ଆଘାତ ପାଇଛନ୍ତି। ତୁରନ୍ତ ସମସ୍ତଙ୍କୁ ପାସ୍ କରାଯାଉ। ଏଥିସହ ସ୍କୁଲର ଦାୟିତ୍ୱ ଠିକ୍ ଭାବେ ତୁଲାଉ ନ ଥିବା ଅଧ୍ୟକ୍ଷଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଉ।
ଖବର ପାଇ ଘଟଣାସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚି ଧାରଣାରେ ବସିଥିବା ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରୁଛି। ତେବେ ଯେପର୍ଯ୍ୟନ୍ତ ଅଲପାସ ପାଇଁ ଘୋଷଣା କରାନଯାଇଛି ସେତେବେଳ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି ଧାରଣାରତ ଅଭିଭାବକ ଓ ଛାତ୍ରଛାତ୍ରୀ କହିଛନ୍ତି।
ଏ ସମ୍ପର୍କରେ ପ୍ରକୃତ କଥା ଜାଣିବା ନିମନ୍ତେ କେନ୍ଦ୍ରୀୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ସହଯୋଗ ମିଳୁନଥିବାରୁ ମତାମତ ମିଳିପାରିନି।
ତେବେ ପୁଲିସ୍ ମାମଲା ରୁଜୁ କରି ନଥିଲା। କିନ୍ତୁ ୨୦୦ରୁ ଅଧିକ ଶିକ୍ଷାର୍ଥୀ ଏକାଠି ବିକ୍ଷୋଭ କରିବା ପରେ ପୁଲିସ୍ ବାଧ୍ୟ ହୋଇ ପ୍ରଫେସର ପଦ୍ମନଙ୍କ ନାଁରେ ମାମଲା କରିଛି। ପ୍ରଫେସର ଜଣଙ୍କ ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଦେବା ସହ ବଡି ଶେମିଂ ଓ ଖରାପ ଶବ୍ଦ ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି। ତାଙ୍କ ସହ ଆଉ ୩ ଜଣ ମଧ୍ୟ ସାମିଲ ଥିବା କୁହାଯାଉଛି। ଅଭିଯୋଗ ଆସିବା ମାତ୍ରେ ଜାତୀୟ ମହିଳା କମିଶନ ଏହାକୁ ସତ୍ୟତା ନଥିବା ଗୋଟିଏ ପ୍ରଚାର ଅଭିଯାନ ବୋଲି କହି ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ।
ତେବେ ଶୁକ୍ରବାର ୯୦ ଜଣ ପିଲା ରାଜ୍ୟ ମହିଳା କମିଶନରଙ୍କୁ ଭେଟି ନିଜର ଅଭିଯୋଗ ଦାଖଲ କରିଥିଲେ। ଏହାପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଅଭିଯୋଗ ଅନୁଯାୟୀ, ଶିକ୍ଷାର୍ଥୀମାନଙ୍କୁ ବର୍ଷ ବର୍ଷ ଧରି କଳାକ୍ଷେତ୍ର ସଂସ୍ଥାରେ ଯୌନ ନିର୍ଯାତନା ଠାରୁ ଆରମ୍ଭ କରି ବଡି ଶେମିଂ, ଅପଶବ୍ଦ ଓ ଶରୀରର ବର୍ଣ୍ଣକୁ ନେଇ ଅପମାନିତ ଓ ମାନିସକ ନିର୍ଯାତନା ଦିଆଯାଉଥିଲା। ପ୍ରଶାସନକୁ ସେମାନେ ଏ ସମ୍ପର୍କରେ ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା।
ଗୁରୁବାର ଶିକ୍ଷାର୍ଥୀମାନେ ଏ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଷନ ରେଡ୍ଡୀ ଓ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କୁ ଚିଠି ଲେଖିଥିଲେ। ଏଥିରେ ନିର୍ଦ୍ଦେଶକ ରେବତୀ ରାମଚନ୍ଦ୍ରନଙ୍କୁ ବିଦା କରିବା ଓ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିବାକୁ ସେମାନେ ଦାବି କରିଥିଲେ।
ଏସବୁ ଭିତରେ ଆଜି ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଠାରେ ଏକ ଘରୋଇ ନର୍ସିଂ ସ୍କୁଲ ରହିଛି । ଏହି ତିନି ଛାତ୍ରୀ ସେହି ସ୍କୁଲରେ ପାଠ ପଢ଼ୁଥିବା ବେଳେ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି । ସେମାନଙ୍କ ଅଭିଯୋଗ ହେଲା ସେମାନେ ସ୍କୁଲର ସମସ୍ତ ଫିସ ଦେଇଥିବା ବେଳେ ସେମାନଙ୍କୁ ପରୀକ୍ଷା ଦେବାକୁ କୁହାଯାଇଥିଲା । ତେବେ ପରୀକ୍ଷା କେନ୍ଦ୍ରକୁ ଯିବା ବେଳେ ସେମାନଙ୍କ ଆଡ଼ମିଟ କାର୍ଡ ନକଲି ବୋଲି କୁହାଯାଗଲା। ସେମାନଙ୍କୁ ପରୀକ୍ଷାରୁ ବଞ୍ଚିତ କରାଗଲା। ସେମାନେ ଏନେଇ ସ୍କୁଲର ଚେୟାରମ୍ୟାନ ଓ ଅନ୍ୟମାନଙ୍କୁ ଅଭିଯୋଗ କରିଥିଲେ। ହେଲେ ଚେୟାରମ୍ୟାନ ଗାଳିଗୁଲଜ କରିବାରୁ ଏହା ବିରୁଦ୍ଧରେ ସେମାନେ ପୁଲିସ ଓ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ହେଲେ ନ୍ୟାୟ ନ ମିଳିବାରୁ ସେମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ। ଜିଲ୍ଲାପାଳ ନ୍ୟାୟ ନ ଦେଲେ ସେମାନେ ଆତ୍ମହୁତି ଦେବାକୁ ପ୍ରସ୍ତୁତ ହୋଇ ଆସିଥିବା ପୁଲିସ ସୂଚନା ପାଇଥିଲା। ଚଢ଼ାଉ କରି ଛାତ୍ରୀମାନଙ୍କ ବ୍ୟାଗରୁ ୨ ବୋତଲ ପେଟ୍ରୋଲ ଜବତ କରିଥିଲା।
ଛାତ୍ରୀ ପ୍ରିୟଙ୍କା ନାଏକ କହିଛନ୍ତି, ବହୁ ଟଙ୍କା ଖର୍ଚ୍ଚ କରି ଏହି ଘରୋଇ ନର୍ସିଂ ସ୍କୁଲରେ ପାଠପଢ଼ିଥିଲେ। ହେଲେ ସେମାନଙ୍କୁ ପରୀକ୍ଷା ଦେବାକୁ ଦିଆଗଲାନି। ଅଭିଯୋଗ କରିବାରୁ ନର୍ସିଂ ସ୍କୁଲର ମୁଖ୍ୟ ଜାତିଆଣ ଅକ୍ଷେପ କଲେ। ଏନେଇ ଥାନାରେ ଅଭିଯୋଗ କରିଥିଲେ ହେଁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଲାନି। ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣା ଦେଇଥିଲେ ହେଁ ସେମାନଙ୍କୁ ନ୍ୟାୟ ମିଳିଲାନି। ସେମାନଙ୍କୁ ପରୀକ୍ଷା ଦେବାକୁ ସୁଯୋଗ ଦେବା ଓ ସେମାନଙ୍କ ପ୍ରତି ଅନ୍ୟାୟ କରିଥିବା ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ। ହେଲେ ନ୍ୟାୟ ମିଳୁ ନ ଥିବାରୁ ଆତ୍ମାହୁତି କରିବାକୁ ପ୍ରସ୍ତୁତି କରି ଆସିଥିବା ପ୍ରିୟଙ୍କା କହିଛନ୍ତି।
ଛେଣ୍ଡିପଦା ଆମ୍ବେଦକର ଫାଉଣ୍ଡେସନର ସଭାପତି ଉଦ୍ୟନାଥ ବେହେରା କହିଛନ୍ତି, ଛାତ୍ରୀମାନେ ଛେଣ୍ଡିପଦାର ଯେଉଁ ନର୍ସିଂ କଲେଜରେ ପାଠପଢ଼ୁଥିଲେ। ଚଳିତ ବର୍ଷ ଏଠାରେ ପାଠପଢ଼ୁଥିବା ୨୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ସାଧାରଣ ବର୍ଗର ୧୪ ଜଣଙ୍କୁ ପରୀକ୍ଷା ଦେବାର ସୁଯୋଗ ଦିଆଗଲା। ୭ ଜଣ ଏସ୍/ଏସ୍ଟି ଛାତ୍ରୀଙ୍କୁ ପରୀକ୍ଷାରୁ ବଞ୍ଚିତ କରାଯାଇଥିଲା। ଏହି ଛାତ୍ରୀମାନେ ସ୍କୁଲର ଚେୟାରମ୍ୟାନଙ୍କୁ କାହିଁକି ପରୀକ୍ଷା ଦେଇପାରିବୁନି ବୋଲି ପଚାରିଥିଲେ। ହେଲେ ସ୍କୁଲର ଚେୟାରମ୍ୟାନ୍ ଏହି ଛାତ୍ରୀମାନଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରି କ୍ୟାମ୍ପସରୁ ବାହାର କରିଦେଇଥିଲେ। ଏହାପରେ ଛାତ୍ରୀମାନେ ଛେଣ୍ଡିପଦା ଥାନା ଓ ଅନୁଗୋଳ ସଦର ଥାନାରେ ପହଞ୍ଚି ଏ ବାବଦରେ ଅଭିଯୋଗ କରିଥିଲେ। ଏହି ଏତଲାକୁ ୩ ମାସ ବିତିଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି ଠୋସ୍ ପଦକ୍ଷେପ ନିଆଯାଇନି। ଛାତ୍ରୀମାନେ ଏ ବାବଦରେ ବହୁବାର ଜିଲ୍ଲାପାଳଙ୍କୁ ଜନଅଭିଯୋଗ ଶୁଣାଣିରେ ଦେଖାକରି ଗୁହାରି ଜଣାଇଛନ୍ତି। ଏହାଛଡ଼ା ଏସ୍ପିଙ୍କୁ ଦେଖା କରି ଅଭିଯୋଗ ଜଣାଇଛନ୍ତି। ହେଲେ ନ୍ୟାୟ ନ ମିଳିବାରୁ ଛାତ୍ରୀମାନେ ଆମରଣ ଅନଶନରେ ବସିଛନ୍ତି। ଦୁଇବର୍ଷ ପାଠପଢ଼ାରେ ପ୍ରତ୍ୟେକ ଛାତ୍ରୀ ୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ଓ କଠିନ ପରିଶ୍ରମ କରି ପାଠପଢ଼ିଛନ୍ତି। ହେଲେ ସେମାନଙ୍କୁ କିଛି ବି ଫଳ ମିଳିଲାନି। ତେଣୁ ଛାତ୍ରୀମାନେ ତାଙ୍କ ପ୍ରତି ଅନ୍ୟାୟ କରିଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ପରୀକ୍ଷା ଦେବାର ସୁଯୋଗ ଦେବା ଓ କ୍ଷତିପୂରଣ ଦେବା ଦାବି କରି ଆମରଣ ଅନଶନରେ ବସିଛନ୍ତି। ଉକ୍ତ ନର୍ସିଂ ସ୍କୁଲ ବେଆଇନ ଭାବେ ହୋଇଥିବାରୁ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ ବୋଲି ସେ କହିଛନ୍ତି।
ଜେଏନୟୁ ଏବିଭିପି ସଚିବ କହିଛନ୍ତି ଯେ, ଶିବାଜୀ ଜୟନ୍ତୀ ଅବସରରେ କ୍ୟାମ୍ପସ୍ ପରିସରରେ ତାଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଉଥିଲା। ଏହି ସମୟରେ ସଭାରେ ଛତ୍ରପତି ଶିବାଜୀ ମହାରାଜାଙ୍କ ଫଟୋ ଥିବା ବେଳେ ଛାତ୍ରମାନେ ସେଥିରେ ପୁଷ୍ପମାଲ୍ୟ ଅର୍ପଣ କରୁଥିଲେ। ମାତ୍ର ହଠାତ୍ କିଛି ବାମପନ୍ଥୀ ପଶି ଶିବାଜୀଙ୍କ ଫଟୋକୁ ସଭାରୁ ବାହାରକୁ ନେଇ ଯାଇଥିବା ବେଳେ ଫୁଲମାଳକୁ ଡଷ୍ଟବିନରେ ପକାଇ ଦେଇଥିଲେ।
ଅନ୍ୟ ପକ୍ଷରେ ବାମ ପନ୍ଥୀ ଶହ ଜଡ଼ିତ ଛାତ୍ର ସଂଗଠନ କହିଛି ଯେ, ଆଇଆଇଟି ବମ୍ବେର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ତାଙ୍କ ପରିବାର ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଶୋଭାଯାତ୍ରା ବାହାରିଥିଲା। ଏହି ସମୟରେ ଏବିଭିପିର ଛାତ୍ର ସେଠାରେ ପହଞ୍ଚି ସେମାନଙ୍କୁ ଆକ୍ରମଣ କରିଛନ୍ତି। ସେପଟେ ବାମପନ୍ଥୀ ଛାତ୍ରଙ୍କ ଏହି ଅଭିଯୋଗକୁ ଏବିଭିପି ପକ୍ଷରୁ ଅସ୍ୱୀକାର କରାଯାଇଛି । ଉଭୟ ପକ୍ଷ ପରସ୍ପରର ଅଭିଯୋଗକୁ ଖଣ୍ଡନ କରୁଥିବା ବେଳେ କିଏ ସତ କହୁଛି ଆଉ କିଏ ମିଛ ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍।
କିଛି ଦିନ ପୂର୍ବେ ଜେଏନ୍ୟୁ କ୍ୟାମ୍ପସ୍ ପରିସରରେ ବିବିସି ଦ୍ୱାରା ମୋଦିଙ୍କ ଉପରେ ପ୍ରସ୍ତୁତ ଡକ୍ୟୁମେଣ୍ଟାରୀର ସ୍କ୍ରିନିଂକୁ ନେଇ ଦେଖାଦେଇଥିଲା ପ୍ରବଳ ଉତ୍ତେଜନା।
ପୁଲିସ୍ କହିଛି ଯେ ପ୍ରାଣ ହରାଇଥିବା ଛାତ୍ର ଜଣଙ୍କ ହେଲେ ଅହମଦାବାଦର ଦର୍ଶନ ସୋଲାଙ୍କି। ସେ ବିଟେକ କରୁଥିଲେ। ଦର୍ଶନ ୩ ମାସ ତଳେ ଆଇଆଇଟି ବମ୍ବେରେ ନାଁ ଲେଖାଇଥିଲେ ଓ ତାଙ୍କର ପ୍ରଥମ ସେମିଷ୍ଟର ପରୀକ୍ଷା ଶନିବାର ଶେଷ ହୋଇଥିଲା। ପୋୱାଇ ପୁଲିସ୍ ଛାତ୍ରଙ୍କ ଆତ୍ମହତ୍ୟା ପଛରେ ପାଠପଢ଼ାର ଚାପ ରହିଛି କି ନାହିଁ, ତା’ର ତଦନ୍ତ ଆରମ୍ଭ କରିଛି।
ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ସୁଭାଷିସ ଚୌଧୁରୀ କହିଛନ୍ତି, “ଆମେ ପ୍ରଥମ ବର୍ଷର ଛାତ୍ରଙ୍କ ସହ ଘଟିଥିବା ଘଟଣା ପାଇଁ ଦୁଃଖିତ। ପୁଲିସ୍ ଘଟଣାର ତଦନ୍ତ କରୁଛି। ଛାତ୍ରଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଖବର ଦିଆଯାଇଛି ଓ ସେମାନେ ଆସୁଛନ୍ତି। ଆମେ ଏହି ଘଟଣାରେ ଶୋକ ପ୍ରକାଶ କରିବା ସହ ପୀଡ଼ିତଙ୍କ ପରିବାର ଲୋକଙ୍କୁ ଈଶ୍ୱର ସହିବାର ଶକ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରୁଛି।”
ଏପିପିଏସସି ଆଇଆଇଟି ବମ୍ବେ ପକ୍ଷରୁ ଟ୍ୱିଟ କରାଯାଇଛି ଯେ “ଆମେ ୧୮ ବର୍ଷୀୟ ଦଳିତ ଛାତ୍ର ଦର୍ଶନ ସୋଲାଙ୍କିଙ୍କ ମୃତ୍ୟୁରେ ମର୍ମାହତ। ସେ ମାତ୍ର ୩ ମାସ ତଳେ ବିଟେକ ପାଠ୍ୟକ୍ରମରେ ନାଁ ଲେଖାଇଥିଲେ। ଆମେ ଭଲ ଭାବେ ବୁଝି ପାରୁଛୁ ଯେ ଏହା ବ୍ୟକ୍ତିଗତ ପ୍ରସଙ୍ଗ ନୁହେଁ, ଏହା ଇନଷ୍ଟିଚ୍ୟୁସନାଲ ହତ୍ୟା।
ବାରମ୍ବାର ଅଭିଯୋଗ ସତ୍ତ୍ୱେ ଶିକ୍ଷାନୁଷ୍ଠାନ ପକ୍ଷରୁ ଦଳିତ ବହୁଜନ ଆଦିବାସୀ ଶିକ୍ଷାର୍ଥୀଙ୍କ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି କରାଯାଇ ନଥିଲା। ପ୍ରଥମ ବର୍ଷର ପିଲାମାନେ ଅଣସଂରକ୍ଷିତ ମାନସିକତା ଓ ଦକ୍ଷତାହୀନ ପିଲାମାନଙ୍କ ଦ୍ୱାରା ହଇରାଣ ହୋଇ ଆସୁଛନ୍ତି।”
ଆମ୍ବେଦକର ପେରିୟର ଫୁଲେ ଷ୍ଟଡି ସର୍କଲ ଅଭିଯୋଗ କରିଛି ଯେ “କ୍ୟାମ୍ପସରେ ଅନ୍ୟ ଶିକ୍ଷାର୍ଥୀ, କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ଦ୍ୱାରା ଏସ୍ସି/ ଏସଟି ପିଲାମାନେ କେମିତି ଭେଦଭାବର ଶିକାର ହେଉଛନ୍ତି, ସେକଥା କାହାକୁ ଅଛପା ନାହିଁ।” ଏହି ଅଭିଯୋଗ ପରେ ପୁଲିସ୍ ଏ ଦିଗରେ ମଧ୍ୟ ତଦନ୍ତ ଆରମ୍ଭ କରିଛି।
ଅନ୍ୟପକ୍ଷରେ ଆନ୍ଧ୍ର ପ୍ରଦେଶରେ ଥିବା ଆଇଆଇଆଇଟି ଆରକେ ଭ୍ୟାଲିରେ ମଧ୍ୟ ୨୨ ବର୍ଷୀୟ ଛାତ୍ରୀ ଅଖିଲାଙ୍କ ମୃତଦେହ ହଷ୍ଟେଲ ରୁମରୁ ମିଳିଛି। କ୍ୱିଏତରେ ଶ୍ରମିକ ଭାବେ କାମ କରୁଥିବା ବ୍ୟକ୍ତିଙ୍କ ଝିଅ ହେଉଛନ୍ତି ଅଖିଲା। ସେ ଶେଷ ବର୍ଷର ଇଞ୍ଜିନିୟରିଂ ଛାତ୍ରୀ ଥିଲେ। ହଷ୍ଟେଲରୁ ତାଙ୍କ ମୃତଦେହ ମିଳିଥିବା ବେଳେ ପୁଲିସ୍ କୌଣସି ସୁଇସାଇଡ ନୋଟ ଜବତ କରିନାହିଁ।
ଜେଏନୟୁର ପ୍ରଫେସର ସୁରଜିତ ମଜମୁଦାର ବକ୍ତବ୍ୟ ରଖିବା ସମୟରେ ତାଙ୍କୁ ବିରୋଧ କରି ଗଣ୍ଡଗୋଳ ସୂତ୍ରପାତ ହୋଇଥିଲା। ବକ୍ତବ୍ୟରେ ଉପସ୍ଥାପିତ କିଛି ମନ୍ତ୍ରବ୍ୟକୁ ଏବିଭିପି ପକ୍ଷରୁ ବିରୋଧ କରାଯାଇଥିଲା।
ସିଟିଜେନ୍ ଫୋରମର ଆବାହକ ପ୍ରଦୀପ୍ତ ନାୟକ ଏବଂ ଅଧ୍ୟାପକ ସୁରେନ୍ଦ୍ର ଜେନାଙ୍କୁ କିଛି ଏବିଭିପି ସଦସ୍ୟ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରି ଶାରୀରିକ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଶେଷରେ ସେମିନାରକୁ ବନ୍ଦ ରଖାଯାଇଥିଲା। ଗଣ୍ଡଗୋଳରେ ୨ ଆହତ ହୋଇଥିବା ବେଳେ ଉଭୟ ପକ୍ଷରୁ ସହିଦନଗର ଥାନାରେ ଏତଲା ଦିଆଯାଇଛି। ସିଟିଜେନ୍ ଫୋରମ୍ ସଦସ୍ୟଙ୍କୁ ରୁମ୍ରେ ପୂରାଇ ଅଟକ ରଖିବା ନେଇ ଅଭିଯୋଗ ହୋଇଛି।
ଏବିଭିପି ପକ୍ଷରୁ ମାନସ ସାହୁ କହିଛନ୍ତି, ମନ୍ତ୍ରବ୍ୟରେ ଟୁକୁଡ଼େ ଟୁକୁଡ଼େ ଗ୍ୟାଙ୍ଗ୍....... ଶବ୍ଦର ବ୍ୟବହାର କରାଯାଇଥିଲା। ଦେଶ ବିରୋଧୀ ମନ୍ତବ୍ୟ ଦିଆଯାଇଥିଲା। ତେଣୁ ବାଣୀବିହାରର ପୂର୍ବତନ ଛାତ୍ର ଭାବେ ଏହାକୁ ବିରୋଧ କରାଯାଇଥିଲା। ଆଗକୁ ମଧ୍ୟ ବିରୋଧ କରାଯିବ। ଜେଏନ୍ୟୁ ଭଳି ଏଠାରେ ଅଶାନ୍ତି ସୃଷ୍ଟିକାରୀ ମନ୍ତବ୍ୟକୁ ପ୍ରଶୟ ଦିଆଯିବନି।
ତେବେ ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କିମ୍ବା ପୁଲିସର ପ୍ରତିକ୍ରିୟା ମିଳିପାରିନି ।
ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଛାତ୍ର ଜଣଙ୍କ ଏନସିସି ୟୁନିଫର୍ମ ପିନ୍ଧି ଧାର୍ମିକ ମନ୍ତ୍ର ପାଠ କରିଥିଲେ। ଏହି ସମୟରେ ହିନ୍ଦୁ ଧର୍ମର ପିଲାମାନେ ମଧ୍ୟ ଧାର୍ମିକ ନାରା ଦେଇଥିଲେ। ହେଲେ କେବଳ ମୁସଲିମ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବାରୁ ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀମାନେ ଏହାକୁ ବିରୋଧ କରିଛନ୍ତି।
ବିକ୍ଷୋଭକାରୀମାନେ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଗୋଟିଏ ସ୍ମାରକପତ୍ର ଦେଇଛନ୍ତି। ଏଥିସହ ବିବିସି ଡକ୍ୟୁମେଣ୍ଟାରୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ପର୍କରେ ଉପସ୍ଥାପନ କରାଯାଇଥିବା ତଥ୍ୟରେ ସତ୍ୟତା ରହିଛି ବୋଲି ସେମାନେ ମତ ରଖିଛନ୍ତି।
ଏଏମୟୁ ପ୍ରୋକ୍ଟର ୱାସିମ ଅଲୀ ଗୋଟିଏ ବିବୃତିରେ କହିଛନ୍ତି, “ବିବିସି ଫିଲ୍ମକୁ ନେଇ କ୍ୟାମ୍ପସରେ ଲାଗିଥିବା ପୋଷ୍ଟରକୁ ବାହାର ଲୋକ ମାରିଛନ୍ତି। ଶିକ୍ଷାର୍ଥୀ କିମ୍ବା କର୍ତ୍ତୃପକ୍ଷଙ୍କର ଏଥରେ କୌଣସି ଭୂମିକା ନାହିଁ।”
ସାଧାରଣତନ୍ତ୍ର ଦିବସରେ ଜଣେ ମୁସଲିମ ଛାତ୍ର ଧାର୍ମିକ ନାରା ଦେଇଥିଲେ। ଏଥିପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ନିଲମ୍ବିତ କରିଥିଲେ। ସେହିପରି ପୁଲିସ୍ ମଧ୍ୟ ତାଙ୍କ ନାଁରେ ଏଫଆଇଆର କରିଛି। ଉକ୍ତ ଏନସିସି କ୍ୟାଡେଟ୍ ଧାର୍ମିକ ସ୍ଲୋଗାନ ଦେଉଥିବା ବେଳେର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହିନ୍ଦୁ ଶିକ୍ଷାର୍ଥୀମାନେ ମଧ୍ୟ ଧାର୍ମିକ ସ୍ଲୋଗାନ ଦେଉଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ତେଣୁ ଶୁକ୍ରବାର ଏଏମୟଚର ଶିକ୍ଷାର୍ଥୀମାନେ ଜାମା ମସଜିଦରୁ ବାବା ସୟିଦ ଗେଟ୍ ଯାଏ ଶୋଭାଯାତ୍ରା କରି ନିଜର ଦାବି ଉପସ୍ଥାନ କରିଛନ୍ତି। ଗୋଟିଏ ସଂପ୍ରଦାୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଅନ୍ୟ ସଂପ୍ରଦାୟ ବିରୋଧରେ ଚୁପ ରହିବା କର୍ତ୍ତୃପକ୍ଷଙ୍କ ପକ୍ଷପାତିତାକୁ ଦର୍ଶାଉଛି ବୋଲି ବିକ୍ଷୋଭକାରୀମାନେ କହିଛନ୍ତି।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ମାଟ୍ରିକ ଓ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ପ୍ରସ୍ତୁତ ରହିବାକୁ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ କହିଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଯୁକ୍ତ ୨ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ। କୋଭିଡ ଆରମ୍ଭ ସମୟରେ କଲେଜରେ ପାଦ ଥାପିଥିବା ଏହି ପିଲାଙ୍କର କରୋନା ଯୋଗୁ ପାଠପଢ଼ା ଖୁବ୍ ବାଧାପ୍ରାପ୍ତ ହୋଇଛି। ଏପରିକି ମାସ ମାସ ଧରି ଅନଲାଇନ୍ କ୍ଲାସ୍ କରିଛନ୍ତି ଏହି ପିଲା ।
କୋଭିଡ ଥମିବା ପରେ ଗତ ବର୍ଷ ମାସ ୫,୬ ମାସ ପାଇଁ କଲେଜ ଖୋଲିଥିବା ବେଳେ ୩ ମାସରେ ୩ଟି କ୍ୱାର୍ଟର ପରୀକ୍ଷା ହେଲା। ଅବଶିଷ୍ଟ ୩ ମାସ ପାଠ ପଢ଼ା ହୋଇଥିବା ବେଳେ ସେଥିରେ କ’ଣ ବର୍ଷକର ପାଠ ସରିଗଲା ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ। ଯଦି ସରିଗଲା, ତେବେ ଗୋଟିଏ ଗୋଟିଏ ସେମିଷ୍ଟାର ପାଠପଢ଼ା ପାଇଁ କାହିଁକି ୬ ମାସ ଲାଗୁଛି ବୋଲି ପ୍ରଶ୍ନ ବି ପଚାରିଛନ୍ତି।
[caption id="attachment_709389" align="aligncenter" width="650"] ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଛାତ୍ରଛାତ୍ରୀ।[/caption]
ଏନେଇ ନିଜ ଯୁକ୍ତି ରଖି ପିଲାମାନେ କହିଛନ୍ତି, କୋଭିଡ କଟକଣାରେ ଯଦି ମଲ୍, ବାର୍ ଖୋଲିପାରୁଛି ତେବେ କଲେଜ ଖୋଲିଲେ ଅସୁବିଧା କ’ଣ । ଏ ଯାଏ କୋର୍ସ ଶେଷ ହୋଇନି। ତେଣୁ ପରୀକ୍ଷା କିପରି ହେବ ।
ଏହାବାଦ ଜଣେ ଛାତ୍ରୀ କହିଛନ୍ତି, ଆମର ୩ଟି କ୍ୱାର୍ଟର ପରୀକ୍ଷା ହୋଇଛି। ଆମକୁ ସେହି ଆଧାରରେ ମାର୍କ ଦିଆଯାଉ । ଯେଉଁମାନେ ସନ୍ତୁଷ୍ଟ ନାହାନ୍ତି ସେମାନେ ପରୀକ୍ଷା ଦେଇପାରନ୍ତି। ଯଦି ଅନଲାଇନ୍ କ୍ଲାସ କରିଛ, ତା’ ହେଲେ ପରୀକ୍ଷା କାହିଁକି ଅଫଲାଇନ୍।
[caption id="attachment_709390" align="aligncenter" width="650"] ଜଣେ ଛାତ୍ରଙ୍କୁ ପୁଲିସ୍ କାବୁ କରିବାକୁ ଚେଷ୍ଟା କରୁଛି।[/caption]
ଆମେ କଣ ଅନଲାଇନ୍ କ୍ଲାସ କରିବାକୁ ଆଡମିଶନ କରିଥିଲୁ। ପରୀକ୍ଷା ଦେଲେ ଆମେ ଫେଲ୍ ହୋଇ ଘରେ ବସିବୁ। କାରଣ ଆମର ଫଣ୍ଡାମେଣ୍ଟାଲ କ୍ଲିଅର ହୋଇନି । ତା’ଠୁ ଭଲ ପରୀକ୍ଷା ନ ଦେଇ ଘରେ ବସିବୁ। କ୍ଲାସ ରୁମ୍ରେ ବସି ଆମେ ପରୀକ୍ଷା ଦେଇପାରିବୁନି ।
ଏହାବାଦ ଅନ୍ୟ ଜଣେ ଛାତ୍ର କହିଛନ୍ତି, ପ୍ଲସ ଟୁ ପ୍ରଥମ ବର୍ଷ ୮ ମାସ ଅନଲାଇନ୍ କ୍ଲାସ କଲୁ। ପ୍ରଥମ ବର୍ଷ ପରୀକ୍ଷା କଲେନି। ତେଣୁ ୩ ଘଣ୍ଟା କ୍ଲାସରେ ବସି ପରୀକ୍ଷା ଦେବାର ଟଙ୍କାକର ଅନୁଭୂତି ନାହିଁ। ପୁଣି ଦ୍ୱିତୀୟ ବର୍ଷ ଆରମ୍ଭ ହେଉ ହେଉ କରୋନା। ଏହାପରେ ୨ ମାସରେ ୭୦% କୋର୍ସ ସାରିଦେଲେ। ଅତି କମ୍ରେ ୩ ମାସ ରିଭିଜନ ପାଇଁ ଦରକାର।
[caption id="attachment_709393" align="aligncenter" width="650"] ରାଜଧାନୀରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ।[/caption]
ଏଥିସହ ସେ କହିଛନ୍ତି, କୋର୍ସ ସରିନି । ପରୀକ୍ଷା କିପରି ଦେବୁ । ୩ଟି କ୍ୱାର୍ଟର ପରୀକ୍ଷା ହୋଇଛି। ତାହାକୁ ଆଧାର କରି ମାର୍କ ଦେବେ ବୋଲି କହିଥିଲେ। ଏବେ କହୁଛନ୍ତି ଅଫଲାଇନ୍ ପରୀକ୍ଷା କରିବେ।
ବିଭିନ୍ନ ସ୍ଲୋଗାନ ଦେଇ ଶତାଧୀକ ଛାତ୍ରଛାତ୍ରୀ ନବୀନ ନିବାସ ମୁହାଁ ହୋଇଥିବା ବେଳେ ସେମାନଙ୍କୁ ଅଟକାଇଥିଲା ପୁଲିସ୍। ଫଳରେ କିଛି ସମୟ ପାଇଁ ମୁହାଁମୁହିଁ ହୋଇଥିଲେ ପୁଲିସ୍ ଓ ଆନ୍ଦୋଳନକାରୀ ଛାତ୍ରଛାତ୍ରୀ। ହେଲେ ଛାତ୍ରଛାତ୍ରୀ ନିଜ ଜିଦ୍ରେ ଅଟଳ ଥିବା ବେଳେ ଏ ନେଇ ଗଣ ଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନି।
https://youtu.be/CntV6ZPd9IQ
ରାଜଧାନୀ ଭୁବନେଶ୍ୱରରେ ଥିବା ବିଭିନ୍ନ ସରକାରୀ ହାଇସ୍କୁଲ୍ର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମିଳିତ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ନବୀନ ନିବାସ ଯାଇଥିଲେ। ସେମାନେ ପରୀକ୍ଷା ବାତିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରିବାକୁ ଯାଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ନଥିବାରୁ ସେମାନେ ସେମାନଙ୍କ ଦାବିପତ୍ରକୁ ତାଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରି ଫେରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ଫେରି ଛାତ୍ରଛାତ୍ରୀମାନେ ଫରେଷ୍ଟ ପାର୍କ ରାସ୍ତାରେ ଧାରଣା ମଧ୍ୟ ଦେଇଥିଲେ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ଏହି ଛାତ୍ରଛାତ୍ରୀମାନେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଭେଟିଥିଲେ। ତେବେ ସେ କୌଣସି ସ୍ପଷ୍ଟ ସୂଚନା ଦେଇ ନପାରିବାରୁ ସେମାନେ ସେଠାରୁ ଫେରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖା କରିବାକୁ ଆସିଥିଲେ।
ଏହି ଛାତ୍ରଛାତ୍ରୀମାନେ କହିଛନ୍ତି, ସିବିଏସ୍ଇ ଓ ଆଇସିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ବାତିଲ ହୋଇସାରିଛି। ତେଣୁ ବିଏସ୍ଇ (ମାଧ୍ୟମିକ ଶିକ୍ଷା ପରିଷଦ)ର ଦଶମ ଶ୍ରେଣୀ ପରୀକ୍ଷା ମଧ୍ୟ ବାତିଲ କରାଯାଉ। ଯଦି ପରୀକ୍ଷା ହେବ ସମସ୍ତଙ୍କର ହେଉ। ଯଦି ନହେବ ତା’ହେଲେ କାହାର ନ ହେଉ। ପାତର ଅନ୍ତର କରା ନଯାଉ। ସରକାର ଏନେଇ ଶୀଘ୍ର ନିଷ୍ପତ୍ତି ନିଅନ୍ତୁ। ଏମିତିକି ସରକାର ଦୁଇ ଦିନ ଭିତରେ କିଛି ନିଷ୍ପତ୍ତି ନନେଲେ ସେମାନେ ମାଷ୍ଟର କ୍ୟାଣ୍ଟିନରେ ଆନ୍ଦୋଳନ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।
ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଏହି ପିଲାମାନେ ଆଜି ମୋତେ ବି ଭେଟିଥିଲେ। ସେମାନେ ପରୀକ୍ଷା ବାତିଲ କରିବା ପାଇଁ ଦାବି କରିଛନ୍ତି। ଖୁବ୍ଶୀଘ୍ର ସରକାର ନିଷ୍ପତ୍ତି ନେବେ। ଯଦି ପରୀକ୍ଷା ବାତିଲ ହେବ, କ’ଣ କରାଯିବ, ସେ ନେଇ ତର୍ଜମା କରାଯିବ। ସେହିଭଳି ପରୀକ୍ଷା କରାଗଲା, କେମିତି କରାଯିବ, ସେ ବିଷୟରେ ବି ତର୍ଜମା କରାଯିବ। ସରକାର ସବୁ ଦିଗକୁ ବିଚାର କରି ନିଷ୍ପତ୍ତି ନେବେ।
ସୂଚନାଯୋଗ୍ୟ, ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ୍ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷାକୁ ସ୍ଥଗିତ ରଖିଥିଲେ। କରୋନା ସ୍ଥିତିରେ ସୁଧାର ଆସିଲା ପରେ ପରୀକ୍ଷା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ। ଅନ୍ୟପକ୍ଷରେ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ହେବନି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସିବିଏସ୍ଇ ଏହାର ୧୦ମ ଶ୍ରେଣୀ ପରୀକ୍ଷାକୁ ବାତିଲ କରିବା ସହିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖିବା ପରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିଲେ। ଅନ୍ୟପକ୍ଷରେ ତିନି ଚାରି ଦିନ ତଳେ ଆଇସିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖିଥିବା ସିଆଇଏସ୍ସିଇ ଆଜି ଏହାକୁ ବାତିଲ କରି ଦେଇଛି।
https://youtu.be/32aQ6nt9c3g
ମିଳିଥିବା ସୂଚନା ଅନୁଯାୟୀ ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀ ପାନୀୟ ଜଳ, ତାତିରୁ ତ୍ରାହି ପାଇଁ କୁଲର ବ୍ୟବସ୍ଥା ଓ ଅନ୍ୟାନ୍ୟ ଅବ୍ୟବସ୍ଥାର ଦୂରୀକରଣ ସକାଶେ ଗତକାଲି ଅଧ୍ୟକ୍ଷଙ୍କୁ ଭେଟି ଦାବି କରିଥିଲେ | ଅଧ୍ୟକ୍ଷ ଅଭିଯୋଗ ଶୁଣିବା ପରିବର୍ତ୍ତେ ସେମାନଙ୍କୁ ତାଛଲ୍ୟ କରି ମନ୍ତବ୍ୟ ଦେଇଥିଲେ | ଏଥିରେ ପିଲାମାନେ ଅପମାନ ଅନୁଭବ କରିବା ସହ ଆଜି ସକାଳୁ ଅଧ୍ୟକ୍ଷଙ୍କୁ ଘେରାଉ କରିଥିବା ଜଣାପଡିଛି l
ବୌଦ୍ଧ ସହରଠାରୁ ବଘିଆପଡା ରାସ୍ତାର ନୁଆପାଲିଠାରେ ଥିବା ନୂତନ କୋଠାକୁ ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ର ସ୍ଥାନାନ୍ତର ପରେ ଅନେକ ଅବ୍ୟବସ୍ଥା ଦେଖା ଦେଇଛି | ଗମନାଗମନ ର ସୁବିଧା ନ ଥିବାରୁ ଅନେକ ଛାତ୍ର ଛାତ୍ରୀ ଛାତ୍ରାବାସରେ ରହୁଥିବା ବେଳେ ଭିତିଭୁମି ଅଭାବରୁ ସେମାନେ ହଇରାଣ ହେଉଥିବା ଅଭିଯୋଗ ହୋଇ ଆସୁଛି l