ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ମାଲିମୁଣ୍ଡା ଗାଁ ବିଭୀଷଣ ବାଗ କୁଲି ମଜୁରୀ ଲାଗି ଚଳନ୍ତି। ତାଙ୍କର ପରିବାର କହିଲେ ପତ୍ନୀ ଶଙ୍ଖ ଓ ଏକ ମାତ୍ର ଝିଅ। ବେଶ୍ ହସଖୁସିରେ ଚାଲିଥିଲା ପରିବାର। କାମଦାମ କରି ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲା ପୂରା ପରିବାର। ହେଲେ ଦେଢ଼ ବର୍ଷ ତଳେ ବିଭୀଷଣଙ୍କ ଝିଅ ପ୍ରେମ କରି ଅନ୍ୟ ଜାତିର ଜଣେ ପୁଅ ସହିତ ପଳାଇଗଲେ। ଏହାକୁ ହସ୍ୟ କରିପାରିଲେ ନାହିଁ ନିଜ ଜାତିଭାଇ।
ଝିଅ ତା’ ପ୍ରେମିକ ସହିତ ପଳାଇଗଲା ପରେ ବିଭୀଷଣଙ୍କୁ ତାଙ୍କ ଜାତି ଭାଇ ଏକ ଘରିଆ କରିଦେଲେ। କୌଣସି କର୍ମକାର୍ଯ୍ୟରେ ସାମିଲ୍ କରାଇଲେ ନାହିଁ। କଥାବାର୍ତ୍ତା କଲେନାହିଁ। ଏପରିକି ବିଭୀଷଣଙ୍କ ସହିତ ସମ୍ପର୍କ ନରଖିବାକୁ ନିଜ ଭାଇମାନଙ୍କୁ ମଧ୍ୟ ଅନୁମତି ଦେଲେନାହିଁ। ଯେଉଁ ଭାଇ ତାଙ୍କ(ବିଭୀଷଣ) ସହିତ କଥା ହେବେ, ତାଙ୍କୁ ମୋଟା ଅଙ୍କର ଜରିମାନା କରାଯିବ ବୋଲି ଜାତି ଭାଇ ଧମକ ଦେଇଥିଲା। ଯେଉଁଥିପାଇଁ ନିଜ ରକ୍ତ ସମ୍ପର୍କଙ୍କର ଭାଇଙ୍କର ମନ ଥିଲେ ମଧ୍ୟ କଥା କହିବାକୁ ସାହାସ କରିପାରୁନଥିଲେ। ଯାହାହେଉ ଦୁଃଖେ କଷ୍ଟେ ଚଳି ଯାଉଥିଲେ ବିଭୀଷଣ।
ଗତ କିଛି ଦିନ ତଳେ ବିଭୀଷଣଙ୍କ ପତ୍ନୀ ଶଙ୍ଖ ଅସୁସ୍ଥ ହୋଇପଡ଼ିଥିଲେ। ଘରେ ମେଡ଼ିସିନ୍ ଖାଉଥିଲେ। ହେଲେ ଭଲ ହେଉନଥିଲା। ମଙ୍ଗଳବାର ହଠାତ୍ ଶଙ୍ଖଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସନ୍ଧ୍ୟା ପ୍ରାୟ ୬ଟା ବେଳେ ବିଭୀଷଣ ପତ୍ନୀଙ୍କ ମୃତଦେହକୁ ଧରି ଘରେ ପହଞ୍ଚିଲେ।
ପତ୍ନୀଙ୍କ ମୃତଦେହ ସତ୍କାର କରିବା ପାଇଁ ଜାତିଭାଇଙ୍କୁ କେତେ ନେହୁରା ଓ ଗୁହାରୀ କଲେ ବିଭୀଷଣ। ହେଲେ କେହି ଶୁଣିଲେ ନାହିଁ କି ଆସିଲେ ନାହିଁ। ସବୁଆଡୁ ନିରାଶ ହେବା ପରେ ନିଜ ଭାଇମାନଙ୍କ ପାଖକୁ ଯାଇଥିଲେ। ଜାତି ଭାଇଙ୍କ ନାଲି ଆଖିରେ ଭୟଭୀତ ଥିବା ଭାଇମାନେ ଆସିବାକୁ ସାହସ କରିପାରିଲେ ନାହିଁ। ଯେଉଁଥିପାଇଁ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟାରୁ ଆଜି(ବୁଧବାର) ୧୨ଟା ପର୍ଯ୍ୟନ୍ତ ଘର ଭିତରେ ପଡ଼ି ରହିଲା ମୃତଦେହ। କିଛି ଉପାୟ ନପାଇ ପତ୍ନୀଙ୍କ ମୃତଦେହ ପାଖରେ ବସି କାନ୍ଦୁଥିଲେ ବିଭୀଷଣ। ନିଜ ଭାଗ୍ୟକୁ ନିନ୍ଦା ମଧ୍ୟ କରୁଥିଲେ।
୧୮ ଘଣ୍ଟା ଧରି ଶବ ସତ୍କାର ହୋଇପାରୁନଥିବା ଖବର ପାଇ ନାଏବ ସରପଞ୍ଚ ଓ କିଛି ନେତା ପହଞ୍ଚିଥିଲେ। ଶବ ସତ୍କାର ପାଇଁ ସେମାନେ ସାହି ଭାଇଙ୍କୁ ଡାକିଥିଲେ। ହେଲେ କେହି ଅସିଲେନାହିଁ। ଏନେଇ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସାଧାରଣରେ ହଇଚଇ ସୃଷ୍ଟି ହୋଇଥିଲା। ଗାଁରେ ପହଞ୍ଚିଥିଲେ ବେଲପଡା ତହସିଲଦାର। ସେ ସେବା ଚାରିଟେବୁଲ୍ ଟ୍ରଷ୍ଟର କର୍ମକର୍ତ୍ତାଙ୍କୁ ଡକାଯାଇଥିଲେ।
ରୀତିନୀତି ଅନୁସାରେ ୧୮ ଘଣ୍ଟା ପରେ ସ୍ୱେଚ୍ଛାସେବୀମାନେ ଶଙ୍ଖଙ୍କ ମୃତଦେହକୁ ସଂସ୍କାର କରିଥିଲେ। ସ୍ଥାନୀୟ ଜଙ୍ଗଲରେ ଜଳିଲା ଶଙ୍ଖଙ୍କ ଜୁଈ। ଆଉ ପାଉଁଶର ରୂପ ନେଲେ ବିଭୀଷଣଙ୍କ ପତ୍ନୀ। ସେପଟେ ଘଟଣାର ତଦନ୍ତ କରାଯିବା ସହ ଆଗକୁ ଯେପରି ଏପରି ଘଟଣା ନଘଟିବ, ସେଥିପ୍ରତି ପ୍ରୟାସ କରାଯିବ ବୋଲି କହିଛନ୍ତି ବଲାଙ୍ଗିର ଯାଦବ ସମାଜର ବରିଷ୍ଠ କର୍ମକର୍ତ୍ତା।
ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର/ପାଟଣାଗଡ଼ରୁ କରୁଣାକର ବୁଡେକ
କାଳିଆନାଳ ଗ୍ରାମର ଗୌରି ଟୁଡୁଙ୍କ ପରିବାର ଲୋକେ ଗୁଣିଗାରେଡ଼ି କରୁଥିବାରୁ ସବୁବେଳେ ପରିବାର ଲୋକେ ଅସୁସ୍ଥ ଉକ୍ତ ଗ୍ରାମର ଦୁର୍ଗା ଟୁଡୁ ଅନୁମାନ କରିଥିଲେ। ଏପରିକି ଏଥିନିମନ୍ତେ ଉଭୟ ପରିବାର ମଧ୍ୟରେ ଦୀର୍ଘ ଦିନ ହେବ ତିକ୍ତତା ଲାଗି ରହିଥିଲା।
ଗତକାଲି ସନ୍ଧ୍ୟା ବେଳେ ଦୁର୍ଗା ଟୁଡ଼ୁ ଅତର୍କିତ ଭାବେ ଏକ କୁରାଢ଼ି ଧରି ଗୌରି ଟୁଡୁଙ୍କ ସମେତ ତାଙ୍କ ଦିଅର ଓ ଯା’ଙ୍କୁ ଆକ୍ରମଣ କରିଥିଲେ। ସେମାନେ ରକ୍ତାକ୍ତ ଅବସ୍ଥାରେ ପଡ଼ି ଛଟପଟ ହେଉଥିବା ବେଳେ ଦୁର୍ଗା ଟୁଡ଼ୁ ସେଠାରୁ ଫେରାର ହୋଇ ଯାଇଥିଲେ।
ଗୌରି ଟୁଡୁଙ୍କ ସମେତ ତାଙ୍କ ଦିଅର ଓ ଯା’ଙ୍କ ଚିତ୍କାର ଶୁଣି ଗ୍ରାମବାସୀ ସେମାନଙ୍କୁ ତୁରନ୍ତ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାରିପଦା ମେଡିକାଲ କଲେଜରେ ଗତ ରାତିରେ ଭର୍ତ୍ତି କରାଯାଇଥିଲା। ଆହତଙ୍କ ମଧ୍ୟରୁ ଗୌରି ଟୁଡୁ ନାମ୍ନୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଅଛି। ଅନ୍ୟ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଦୁର୍ଗା ଟୁଡୁଙ୍କୁ ଗିରଫ କରିଛି।
କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ସଲେଇକେନା ପଞ୍ଚାୟତ ଡ଼ିମିରିଆ ଗାଁର ରବି ଦେହୁରୀଙ୍କ ପତ୍ନୀ ହେଉଛନ୍ତି ଜାନକୀ। ସେ ୧୧ଟା ଛୁଆ ଜନ୍ମ କରିସାରିଲେ। ସେଥିରୁ ଗୋଟିଏ ପିଲାର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ୧୦ ପିଲା ଘରେ ଅଛନ୍ତି। ବଡ଼ ଝିଅର ବୟସ ୧୭ ବର୍ଷ ହୋଇଥିବା ବେଳେ ସାନ ପିଲାଟି ମାସେ ତଳେ ଜନ୍ମ ହୋଇଥିଲା। ବାରମ୍ୱାର ପ୍ରସବ କାରଣରୁ ଜାନକୀ ରକ୍ତହୀନତାର ଶିକାର ହୋଇଥିଲେ ଜାନକୀ। ଯେଉଁଥିପାଇଁ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ନେଇଥିଲେ।
ସ୍ୱାମୀଙ୍କ ଅଗୋଚରରେ ଜାନକୀ ତେଲକୋଇ ମେଡ଼ିକାଲ୍ରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିଥିଲେ। ପରେ ସେ ଘରକୁ ଫେରିଥିଲେ। ଏକଥା ରବି ଜାଣିବା ପରେ ଜାନକୀଙ୍କୁ ଘରୁ ବାହାର କରିଦେଇଥିଲେ ରବି। ଘରେ ପଶିଲେ ତୀର ମାରିଦେବେ ବୋଲି ଧମକ ଦେଇଥିଲେ। ଯେଉଁଥିପାଇଁ ଜାନକୀ ଜୀବନ ବିକଳରେ ଘରୁ ବାହାରି ଯାଇଥିଲେ। ସେ ଘର ସମ୍ମୁଖରେ ଥିବା ଏକ ଆମ୍ୱଗଛ ମୂଳରେ ରହୁଥିଲେ। ଗାଁ ଲୋକେ ତାଙ୍କୁ ବହୁ ବୁଝାଇ ଥିଲେ ମଧ୍ୟ ସେ ବୁଝିନଥିଲେ।
ତେବେ ଏନେଇ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତତ୍ପର ହୋଇଥିଲା ବ୍ଲକ ପ୍ରଶାସନ। ଆମ୍ୱଗଛ ମୂଳରେ ରହୁଥିବା ମାଆ ଓ ଛୁଆଙ୍କୁ ଉଦ୍ଧାର କରି ତେଲ୍କୋଇ ମେଡ଼ିକାଲ୍ରେ ଭର୍ତ୍ତି କରିଥିଲା। ପ୍ରଶାସନିକ ଅଧିକାରୀମାନେ ଗାଁକୁ ଯାଇ ରବିଙ୍କୁ ବୁଝୁସୁଝା କରିଥିଲେ। ମାତ୍ର ସେମାନେ ନିରାଶ ହୋଇଥିଲେ। ପରେ ଭୂଇଁଆ ସମାଜର କର୍ମକର୍ତ୍ତା ଓ କେନ୍ଦୁଝର ଗୋପବନ୍ଧୁ ସେବା କେନ୍ଦ୍ରର ୩ ଜଣିଆ ପ୍ରତିନିଧି ଦଳ ରବିଙ୍କ ଘରେ ପହଞ୍ଚି ଥିଲେ। ତାଙ୍କୁ ବହୁ ବୁଝାସୁଝା କରି ମନ ଭିତରେ ବସାବାନ୍ଧି ଥିବା କୁସଂସ୍କାର ଦୂର କରିଥିଲେ। ତା’ପରେ ରବି ନିଜ ଧର୍ମ ପତ୍ନୀଙ୍କୁ ଘରକୁ ନେବା ପାଇଁ ରାଜି ହୋଇଥିଲା। ମେଡ଼ିକାଲ୍ରେ ପହଞ୍ଚି ଜାନକୀଙ୍କ ହାତ ଧରି ଘରକୁ ନେଇଯାଇଛନ୍ତି। ରବିଙ୍କ ୫ ପିଲାଙ୍କୁ ସ୍କୁଲରେ ନାମ ଲେଖାଇବାର ବ୍ୟବସ୍ଥା ମଧ୍ୟ ପ୍ରଶାସନ ତରଫରୁ କରାଯାଇଛି।
ରିପୋର୍ଟ-ତେଲକୋଇରୁ ଚିନ୍ମୟ କୁମାର ସାହୁ
ସୂଚନା ଅନୁସାରେ, ଶାହିଦା ନାମକ ମହିଳା ଜଣଙ୍କ ବର୍ତ୍ତମାନ ଗର୍ଭବତୀ ରହିଛନ୍ତି। ସେ ନିଜର ୪ର୍ଥ ସନ୍ତାନଙ୍କୁ ଜନ୍ମ ଦେଇଥାଆନ୍ତେ। ହେଲେ ଏହା ପୂର୍ବରୁ ସେ ତାଙ୍କର ୬ ବର୍ଷୀୟ ପୁଅକୁ ରବିବାର ରାତିରେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ଏହି ହତ୍ୟାକାଣ୍ଡ ବେଳେ ତାଙ୍କ ସ୍ୱାମୀ ଓ ଆଉ ଦୁଇ ଜଣ ପିଲା ଅନ୍ୟ ଏକ ରୁମରେ ଶୋଇଥିଲେ।
ପୁଅକୁ ହତ୍ୟା କରିବା ପରେ ଶାହିଦା ପୁଲିସ୍କୁ ଫୋନ କରି ନିଜ ଘରକୁ ଡାକିଥିଲେ। ପୁଲିସ୍ ପହଞ୍ଚିବା ପରେ ଯାଇ ଶାହିଦାଙ୍କ ସ୍ୱାମୀ ଓ ଅନ୍ୟ ଦୁଇ ପିଲାଙ୍କ ନିଦ ଭାଙ୍ଗିଥିଲା। ପୁଲିସ ଶାହିଦାଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ମହିଳା ଜଣଙ୍କ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନିଜ ପୁଅକୁ ହତ୍ୟା କରିଛନ୍ତି।
ପୁଅର ବଳି ଦେଲେ ଭଗବାନ ତାଙ୍କ ପରିବାରକୁ ଆଶୀର୍ବାଦ ଦେବେ ବୋଲି ବିଶ୍ୱାସ ରଖିଥିଲେ। ଏହି କାରଣରୁ ସେ ନିଜ ପୁଅକୁ ହତ୍ୟା କରିଛନ୍ତି ବୋଲି ପୁଲିସ୍କୁ କହିଛନ୍ତି।
ଗତମାସରେ ଆନ୍ଧ୍ରପ୍ରଦେଶର ପ୍ରଫେସର ଦମ୍ପତି ନିଜର ଦୁଇ ଝିଅଙ୍କୁ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା କରିଥିଲେ। ହତ୍ୟା ପରେ ଦୁଇ ଝିଅ ପୁଣିଥରେ ଜୀବନ ପାଇବେ ବୋଲି ସେମାନଙ୍କର ବିଶ୍ୱାସ ରହିଥିଲା।
https://www.youtube.com/watch?v=VxLlf5UHM6o
ଆନ୍ଧ୍ର ପ୍ରଦେଶର ଚିତ୍ତୌରରେ ଘଟିଥିବା ଏହି ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ହେଲେ ପୁଲିସ୍ ଯେତେବେଳେ ପହଞ୍ଚିଥିଲା ସେତେବେଳେ ଦୁଇ ଝିଅଙ୍କ ରକ୍ତ ଭିଜା ଶବ ପାଖରେ ମା’ କରୁଥିବା ହରକତ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ମା’ ଜଣଙ୍କ ଦୁଇ ଝିଅଙ୍କ ଶବ ପାଖରେ ଗୀତ ଗାଇ ଡ୍ୟାନ୍ସ କରୁଥିବା ପୁଲିସ୍ ଦେଖିବାକୁ ପାଇଥିଲା।
ସେହିପରି ପୁଲିସ୍ ସେମାନଙ୍କ ବାପା ପ୍ରିନ୍ସିପାଲ ପୁରୁଷୋତ୍ତମ ନାଇଡୁଙ୍କୁ ତାଙ୍କ ୩ ମହଲା କୋଠା ଘରୁ ଆଣିବାକୁ ଚେଷ୍ଟା କରୁଥିବା ବେଳେ ସେ “ମୁଁ ନିର୍ବୋଧ ନୁହେଁ। ମୁଁ ରସାୟନ ବିଜ୍ଞାନରେ ପିଏଚଡି କରିଛି” ବୋଲି କହିଥିଲେ। ପୁରୁଷୋତ୍ତମ ନାଇଡୁ ଗୋଟିଏ ମହିଳା କଲେଜର ପ୍ରିନ୍ସିପାଲ୍। ସେହିପରି ମା’ ପଦ୍ମଜା ଗୋଟିଏ ପ୍ରାଇଭେଟ୍ ସ୍କୁଲରେ ଶିକ୍ଷକ ଭାବେ କାମ କରୁଥିଲେ। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ସେମାନେ ନିଜର ୨୭ ଓ ୨୩ ବର୍ଷୀୟ ଦୁଇ ଝିଅଙ୍କୁ ହତ୍ୟା କରିଥିଲେ।
ଏବେ ଜଣାପଡ଼ିଛି ଯେ ପଦ୍ମଜା ପୁଲିସ୍ ଉପସ୍ଥିତିରେ ନିଜ ସ୍ୱାମୀଙ୍କୁ କହିଥିଲେ ଯେ କ’ଣ ପାଇଁ ତୁମେ ଆଉ ଅଧ ଘଣ୍ଟା ଅପେକ୍ଷା କରିପାରିଲନି? ଯଦି ତୁମେ ନିଜର ବିଶ୍ୱାସ ଉପରେ କାଏମ ରହିଥାଆନ୍ତ, ତା’ହେଲେ ଆଜି ଆମର ଦୁଇ ଝିଅ ପୁଣିଥରେ ଜୀବତ ହୋଇଯାଇଥାଆନ୍ତେ। ପୁରୁଷୋତ୍ତମ ନିଜ ଦୁଇ ଝିଅଙ୍କ ରକ୍ତଭିଜା ଶବକୁ ଦେଖି ସହି ନ ପାରିବାରୁ ଛାତକୁ ଆସି ପ୍ରଥମେ ତାଙ୍କର ଜଣେ ବନ୍ଧୁଙ୍କୁ ଫୋନ କରିଥିଲେ। ବନ୍ଧୁ ଜଣଙ୍କ ଫୋନ କରି ପୁଲିସ୍କୁ ଏ ବିଷୟରେ କହିଥିଲେ।
ପଦ୍ମଜା ଆହୁରି କହିଥିଲେ ଯେ ମୁଁ ଶିବ। କରୋନା ଭାଇରସ ଚାଇନାରୁ ନୁହେଁ, ମୋ ଠାରୁ ବ୍ୟାପିଛି। ତାଙ୍କୁ ଚିତ୍ତୋରରେ କରୋନା ଟେଷ୍ଟ କରାଇବାକୁ ନେବେ ବେଳେ ସେ ଏକଥା କହିଥିଲେ। ସେ କହିଥିଲେ ଯେ ମୁଁ ଆପଣମାନଙ୍କୁ କହୁଛି ଯେ ମାର୍ଚ୍ଚ ସୁଦ୍ଧା କରୋନା ଭାଇରସ ପଳାଇବ।
ଟିକାର କୌଣସି ଆବଶ୍ୟକ ନାହିଁ। ତାଙ୍କ ସ୍ୱାମୀ ପାଖକୁ ଯିବାରୁ ସେ ନିଜକୁ ଦୂରେଇ ନେଇଥିଲେ। ଆଉ କହିଥିଲେ ଯେ ବର୍ତ୍ତମାନ ମୁଁ ଶିବ। ତୁମେ ମୋର ସ୍ୱାମୀ ନୁହଁ।
ରବିବାର ସନ୍ଧ୍ୟାରେ ପଦ୍ମଜା ଓ ପୁରୁଷୋତ୍ତମ ନିଜର ଦୁଇ ଝିଅଙ୍କୁ ଡମ୍ବେଲ୍ସ ଓ ତ୍ରିଶୂଳ ଭୁସି ହତ୍ୟା କରିଥିଲେ। ସେମାନେ ପୁଣିଥରେ ଜୀବନ ପାଇବେ ବୋଲି ଉଭୟ ବିଶ୍ୱାସ ରଖିଥିଲେ। ପଦ୍ମଜା ପୁଲିସକୁ କହିଛନ୍ତି, ମୁଁ ମୋର ଦୁଇ ଝିଅଙ୍କୁ ଡମ୍ବେଲ୍ସରେ ମାଡ଼ ମାରିଥିଲି। ସେମାନଙ୍କ ଶରୀରରେ ଯଦି କୌଣସି ଖରାପ ଶକ୍ତି ନଥିବ, ତା’ହେଲେ ସେମାନେ ୪ରୁ ୫ ଘଣ୍ଟା ଭିତରେ ଜୀବନ ପାଇଥାଆନ୍ତେ। ଏହାପରେ କଳିଯୁଗ ସରିଥାଆନ୍ତା ଓ ସତ୍ୟଯୁଗ ଆରମ୍ଭ ହୋଇଥାଆନ୍ତା।
ଅଧିକ ପଢ଼ନ୍ତୁ >> ସାର୍ଟିଫିକେଟ୍ ପାଇବା ପାଇଁ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ସହାୟତା ଦେଲେ ରାନୀ ପଣ୍ଡା
ପୁଲିସ୍ କହିଛି ଯେ ଆମେ ଯଦି ଠିକଣା ସମୟରେ ପହଞ୍ଚି ନଥାଆନ୍ତୁ, ତା’ହେଲେ ଦମ୍ପତି ମଧ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନିଜକୁ ହତ୍ୟା କରିଥାଆନ୍ତେ।