୧୯୯୮ରେ ସୁଶୀଲ ସଫଳତା ଛୁଇଁବା ଆରମ୍ଭ କରିଥିଲେ। ୱାର୍ଲ୍ଡ କ୍ୟାଡେଟ୍ ଗେମ୍ସରେ ସୁଶୀଲ ଗୋଲ୍ଡ ମେଡାଲ୍ ଜିତିଥିଲେ। ଦୁଇ ବର୍ଷ ପରେ ଏସିଆ ସ୍ତରରେ ଆୟୋଜିତ ଜୁନିୟର ଚାମ୍ପିୟନଶିପରେ ମଧ୍ୟ ଚକମକ୍ କରୁଥିବା ହଳଦିଆ ପଦକ ଉପରେ କବଜା କରିଥିଲେ। ଏହା ପରେ ତାଙ୍କର ନଜର ଏସିଆନ୍ ରେସଲିଂ ଚାମ୍ପିୟନଶିପ୍ ଉପରେ ରହିଥିଲା। ୨୦୦୩ରେ ସେ ଏଠାରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଲେ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ସଫଳତାକୁ ଦୋହାରାଇଲେ। ୨୦୦୪ ଅଲିମ୍ପିକ୍ସରେ ସୁଶୀଲ କୁମାର ନିଶ୍ଚୟ ସଫଳ ହେବେ ବୋଲି ସମସ୍ତେ ଆଶାବାଦୀ ଥିଲେ, କିନ୍ତୁ ସେ ନିରାଶ କରିଥିଲେ। ଏହିଠାରୁ ସୁଶୀଲଙ୍କ ପରିଚୟ ବଦଳିବା ଆରମ୍ଭ ହେଲା।
ପରବର୍ତ୍ତୀ ଅଲିମ୍ପିକ୍ ବହୁ ଦୂର ଥିଲା, କିନ୍ତୁ ବାକି ଟୁର୍ଣ୍ଣାମେଣ୍ଟରେ ତାଙ୍କର ସ୍ୱର୍ଣ୍ଣ ପଦକ ଜିତିବା ଅଭିଯାନ ଜାରି ରହିଥିଲା। ୨୦୦୫ ଓ ୨୦୦୭ ରାଜ୍ୟଗୋଷ୍ଠୀରେ ମଧ୍ୟ ତାଙ୍କର ଦବଦବା କାଏମ୍ ରହିଥିଲା। ଏହି ସଫଳତା ସୁଶୀଲଙ୍କୁ ଅର୍ଜୁନ ପୁରସ୍କାର ଦେବା ପାଇଁ ଯଥେଷ୍ଟ ଥିଲା। ଏହା ପରେ ୨୦୦୮ ଅଲିମ୍ପିକରେ ସୁଶୀଲ ବ୍ରୋଞ୍ଜ ପଦକ ଜିତିଥିଲେ। ଏହି ସଫଳତା ପାଇଁ ତାଙ୍କୁ ୨୦୧୧ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଗଲା। ଭାରତରେ ସେତେବେଳେ ଏଭଳି ସ୍ଥିତି ଥିଲା ଯେ ଅଲିମ୍ପିକରେ ଗୋଟିଏ ପଦକ ଜିତିବା ବଡ଼ ଗର୍ବର କଥା। ସୁଶୀଲ କୁମାର ଦେଶକୁ ଦୁଇ ଥର ଏହି ସୁଯୋଗ ଦେଇଛନ୍ତି। ୨୦୧୨ ସମର୍ ଅଲିମ୍ପିକ୍ସରେ ସୁଶୀଲ ରୌପ୍ୟ ପଦକ ଜିତି ଇତିହାସ ରଚିଲେ। ସେ ଏକମାତ୍ର ଭାରତୀୟ ଭାବେ ଦୁଇଥର ଅଲିମ୍ପିକ୍ ପଦକ ଜିତିବାର ଗୌରବ ଅର୍ଜନ କଲେ।
ସୁଶୀଲଙ୍କୁ ଭାରତୀୟ ରେଲୱେରେ ଚାକିରି ମିଳିଲା ଏବଂ ସେ ଛତ୍ରସାଲ୍ ଷ୍ଟାଡିୟମରେ ଓଏସଡି ମଧ୍ୟ ରହିଲେ। ସୁଶୀଲ କୁମାର ୨୦୧୨ ପରେ ଏକ ରୋଲ୍ ମଡେଲ୍ ଭାବେ ନିଜକୁ ଉପସ୍ଥାପନା କରିଥିଲେ। ରେସଲିଂରେ ପାଦ ଦେଉଥିବା ପ୍ରତିଟି ଯୁବବର୍ଗ ତାଙ୍କୁ ନିଜର ଆଦର୍ଶ ମାନୁଥିଲେ। ସେମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ସାଗର ଧାନକର୍। ସାଗର ୨୦୧୨-୧୩ ସିଜନରେ ଛତ୍ରସାଲ ଷ୍ଟାଡିୟମକୁ ଆସିଥିଲେ। ସେହିଠାରେ ତାଙ୍କର ଟେଷ୍ଟ ହୋଇଥିଲେ। ଆଉ ସୁଶୀଲ କୁମାର ହିଁ ତାଙ୍କର ଟେଷ୍ଟ ନେଇଥିଲେ। ସୁଶୀଲଙ୍କ ଶ୍ୱଶରୁ ଓ ଛତ୍ରସାଲ ଷ୍ଟାଡିୟମରେ ରେସଲିଂ ସ୍କୁଲ ଚଳାଉଥିବା ସତପାଲ୍ ସିଂହ ମଧ୍ୟ ସାଗରଙ୍କ ପ୍ରଦର୍ଶନରେ ଖୁବ୍ ପ୍ରଭାବିତ ହୋଇଥିଲେ। ହଷ୍ଟେଲରେ ସାଗରଙ୍କୁ ଏକ ରୁମ୍ ଦିଆଗଲା। ତାଙ୍କର ସେଠାରେ ଜୋରଦାର ଟ୍ରେନିଂ ଚାଲିଲା। ସାଗର ଜଣେ ଭଲ ରେସଲର୍ ଥିଲେ। ଦେଶ ଓ ବିଦେଶରେ ଅନେକ ପଦକ ଜିତିଲେ। ଗତ ବର୍ଷ ପର୍ଯ୍ୟନ୍ତ ସେ ଏହି ହଷ୍ଟେଲରେ ରହୁଥିଲେ। ଏହା ପରେ ମଡେଲ୍ ଟାଉନର ଏମ୍ ବ୍ଲକକୁ ସେ ସ୍ଥାନାନ୍ତର ହୋଇଥିଲେ। ଅଭିଯୋଗ ଆସିଛି ଯେ ସାଗର ଯେଉଁ ଫ୍ଲାଟରେ ରହୁଥିଲେ, ସେହିଠାରୁ ତାଙ୍କୁ ଅପହରଣ କରାଯାଇଥିଲା।
ଚଳିତ ମାସ ୪ ତାରିଖରେ ରାତି ପ୍ରାୟ ୧୧ଟା ବେଳେ ସାଗର ରହୁଥିବା ଏମ୍ ବ୍ଲକର ସେହି ଫ୍ଲାଟରେ କିଛି ଲୋକେ ପହଞ୍ଚିଥିଲେ। ମିଡିଆ ରିପୋର୍ଟ ମୁତାବକ, ସାଗର ଓ ତାଙ୍କ ସାଥୀଙ୍କୁ ଅପହରଣ କରାଯାଇଥିଲା। ସାଗରଙ୍କ ବ୍ୟତୀତ ଆଉ ଯେଉଁମାନଙ୍କୁ ଅପହରଣ କରାଯାଇଥିଲା, ସେମାନେ ପୁଲିସକୁ କହିଥିଲେ ଯେ ତଳେ ଥିବା କାରରେ ସୁଶୀଲ କୁମାର ବସିଥିଲେ। ସମସ୍ତଙ୍କୁ ବନ୍ଧୁକ ମୁନରେ ରଖି ଛତ୍ରସାଲ୍ ଷ୍ଟାଡିୟମକୁ ନିଆଗଲା। ଅଭିଯୋଗ ହୋଇଛି ଯେ ଛତ୍ରସାଲ୍ ଷ୍ଟାଡିୟମର ପାର୍କିଂରେ ସାଗର ଓ ତାଙ୍କର ବନ୍ଧୁ ସୋନୁ ଓ ଅମିତ୍ କୁମାରଙ୍କୁ ଖୁବ୍ ମାରପିଟ୍ କରାଯାଇଥିଲା। ତିନିଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁତ ଖରାପ ଥିଲା। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସାଗରଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ସୁଶୀଲଙ୍କ ନାଁ ସାମ୍ନାକୁ ଆସିଥିଲା। ତେବେ କେଉଁ କାରଣରୁ ଏସବୁ ଘଟିଲା, ତାକୁ ନେଇ କିଛି ବି ସ୍ପଷ୍ଟ ହୋଇନାହିଁ।
ସାଗରଙ୍କ ହତ୍ୟାର ଅଭିଯୁକ୍ତ ସାବ୍ୟସ୍ତ ହେବା ପରେ ସୁଶୀଲ କୁମାର ଫେରାର ହୋଇଯାଇଥିଲେ। କେତେବେଳେ ସେ ଉତ୍ତରାଉଣ୍ଡରେ ଲୁଚିଥିଲେ ତ କେତେବେଳେ ହରିୟାଣାରେ ଥିବା ଖବର ମିଳିଥିଲା। ଦିଲ୍ଲୀ ପୁଲିସ୍ ଫେରାର୍ ସୁଶୀଲଙ୍କ ଉପରେ ୧ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶିର ଘୋଷଣା କରିଥିଲା। ଲୁକଆଉଟ୍ ନୋଟିସ୍ ମଧ୍ୟ ଜାରି ହୋଇଥିଲା। ମେ’ ୧୫ ତାରିଖରେ କୋର୍ଟ ତାଙ୍କ ବିରୋଧରେ ଜାମିନ୍ ବିହୀନ ପରୱାନା ଜାରି କରିଥିଲେ। ଏହା ପରେ ମେ’ ୧୮ ତାରିଖରେ ସୁଶୀଲଙ୍କ ଓକିଲ କୁମାର ବୈଭବଙ୍କ ଦ୍ୱାରା ଅନ୍ତରଣୀ ଜାମିନ୍ ଆବେଦନକୁ ରୋହିଣୀର ଜିଲ୍ଲା କୋର୍ଟ ଖାରଜ କରିଦେଇଥିଲେ। ସୁଶୀଲଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ ଭିତ୍ତିହୀନ ଅଭିଯୋଗ ଆଧାରରେ ସୁଶୀଲଙ୍କ ଛବି ଖରାପ କରାଯିବାକୁ ପ୍ରୟାସ କରାଯାଉଛି। ତେବେ ପୁଲିସ୍ କହିଛି ଯେ ସୁଶୀଲ ହିଁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ, ଯିଏ ଏହି ଅପରାଧରେ ମାଷ୍ଟର ମାଇଣ୍ଡ। ଦିଲ୍ଲୀ ପୁଲିସର ସ୍ପେଶାଲ ସେଲର ଡେପୁଟୀ କମିଶନର ପିଏସ୍ କୁଶବାହଙ୍କ କହିବା ଅନୁଯାୟୀ, ସୁଶୀଲ କୁମାରଙ୍କୁ ତାଙ୍କ ସହଯୋଗୀ ଅଜୟ ଓରଫ ସୁନୀଲଙ୍କ ସହ ମୁଣ୍ଡକାରୁ ଗିରଫ କରାଯାଇଛି। ଅଜୟଙ୍କ ଗିରଫଦାରୀ ଉପରେ ମଧ୍ୟ ୫୦ହଜାର ଟଙ୍କାର ପୁରସ୍କାର ରାଶି ରଖାଯାଇଥିଲା।
ସୁଶୀଲ କୁମାରଙ୍କ ବିରୋଧରେ ପ୍ରଥମଥର ହତ୍ୟା ଭଳି ଗୁରୁତର ଅଭିଯୋଗ ଲାଗିଛି। କିନ୍ତୁ ତାଙ୍କ ବିରୋଧରେ ଏହା ପ୍ରଥମ ଅଭିଯୋଗ ନୁହେଁ। କିଛି ରିପୋର୍ଟ ମୁତାବକ, ସୁଶୀଲ କୁମାର ଏମସିଡିର ଟୋଲ୍ ଚୁକ୍ତି ମଧ୍ୟ ନେଇଥିଲେ, ଯାହାକୁ ଚଳାଇବା ପାଇଁ ସେ ଗ୍ୟାଙ୍ଗଷ୍ଟରଙ୍କ ସହାୟତା ନେଇଥିଲେ। ସୁଶୀଲଙ୍କୁ ନେଇ ମଧ୍ୟ ପୂର୍ବରୁ ମିଡିଆରେ ଅନେକ ବିବାଦୀୟ କଥା ସାମ୍ନାକୁ ଆସିଥିଲା, କିନ୍ତୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲା। ୨୦୧୭ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟ୍ରାଏଲ୍ ବେଳେ ସୁଶୀଲ କୁମାର ଓ ରେସଲର୍ ପ୍ରବୀଣ ରାଣାଙ୍କ ସମର୍ଥକଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ରାଣା କହିଥିଲେ ଯେ ସୁଶୀଲ ତାଙ୍କୁ ମାରପିଟ୍ କରିଥିଲେ।
ଏହି ମାମଲା ପୂର୍ବରୁ ସୁଶୀଲଙ୍କ ସହ ବଡ଼ ବିବାଦ ଯୋଡ଼ି ହୋଇଥିଲା ୨୦୧୬ ଅଲିମ୍ପିକ୍ସରେ। ୭୪ କେଜି ବର୍ଗରେ ସୁଶୀଲ କୁମାର ଓ ମୁମ୍ବାଇର ରେସଲର ନରସିଂହ ଯାଦବଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ସୁଶୀଲ ଅଲିମ୍ପିକ୍ କ୍ୱାଲିଫାୟର୍ସରେ ଭାଗ ନେଇପାରିନଥିଲେ। କିନ୍ତୁ ନରସିଂହ ଯାଦବ ରେସଲିଂ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତି କ୍ୱାଲିଫାଏ କରିସାରିଥିଲେ। ଏଭଳି ସ୍ଥିତିରେ ରେସଲିଂ ଫେଡେରେସନ୍ ପ୍ରଥମେ ଦୁଇ ରେସଲରଙ୍କ ମଧ୍ୟରେ ଟ୍ରାଏଲ୍ କରାଇବାକୁ କହିଥିଲା, କିନ୍ତୁ ପରେ ମନା କରିଦେଇଥିଲା। ଯାହା ପରେ ସୁଶୀଲ କୁମାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, କିନ୍ତୁ ସେଠାରେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା।
ରେସଲିଂ ଫେଡେରେସନ୍ ନରସିଂହଙ୍କୁ ଚୟନ କରିଥିଲା, କାରଣ ସେ ଅଲିମ୍ପିକକୁ କ୍ୱାଲିଫାଏ କରିସାରିଥିଲେ। ହେଲେ ନରସିଂହ ଅଲିମ୍ପିକର ୧୦ ଦିନ ପୂର୍ବରୁ ହୋଇଥିବା ଡୋପ୍ ଟେଷ୍ଟରେ ପଜିଟିଭ୍ ଆସିଥିଲେ। ନ୍ୟାଶନାଲ୍ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ପରେ ନରସିଂହଙ୍କୁ କ୍ଲିନ୍ ଚିଟ୍ ଦେଇଥିଲା, କିନ୍ତୁ ୱାର୍ଲ୍ଡ ଆଣ୍ଟି ଡୋପିଂ ଏଜେନ୍ସି (ୱାଡା) ତାଙ୍କୁ ଅଲିମ୍ପିକରେ ଭାଗ ନେବାରୁ ରୋକିବା ସହ ଚାରିବର୍ଷ ପାଇଁ ସସପେଣ୍ଡ ମଧ୍ୟ କରିଥିଲା। ନରସିଂହ ଅଭିଯୋଗ ଆଣିଥିଲେ ଯେ ସୁଶୀଲ କୁମାର ତାଙ୍କ ଖାଦ୍ୟରେ କିଛି ମିଶ୍ରଣ କରିଛନ୍ତି।
ସାଗରଙ୍କ ବାପା ଅଶୋକ କହିଛନ୍ତି, ଘଟଣାର କୋର୍ଟଙ୍କ ନେତୃତ୍ୱରେ ତଦନ୍ତ ହେବା ଦରକାର। ପୁଲିସ୍ ଦ୍ୱାରା ତଦନ୍ତ ବାଟବଣା ହୋଇପାରେ। କାରଣ ସୁଶୀଲ କୁମାର ନିଜର ରାଜନୀତିକ ଲିଙ୍କ ଜରିଆରେ ଏହାକୁ ପ୍ରଭାବିତ କରିପାରନ୍ତି। ତେଣୁ କୋର୍ଟ ଏହାର ତଦନ୍ତ କରନ୍ତୁ।
ଆମେ ନ୍ୟାୟ ପାଇବୁ ବୋଲି ଆଶା କରିଛୁ। ଘଟଣା ପରେ ସେ କୁଆଡ଼େ ଯାଇଥିଲେ? ତାଙ୍କୁ କେଉଁମାନେ ସହଯୋଗ କରିଥିଲେ? କେଉଁ ଗ୍ୟାଙ୍ଗଷ୍ଟରଙ୍କ ସହ ତାଙ୍କର ଲିଙ୍କ ରହିଛି, ସେ ସବୁର ତଦନ୍ତ ହେବା ଦରକାର। ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲା ଗଲେ ଲୋକମାନଙ୍କ ମନରେ ନିଶ୍ଚିତ ହତ୍ୟା କରିବା ପୂର୍ବରୁ ଭୟ ସୃଷ୍ଟି ବୋଲି ସାଗରଙ୍କ ବାପା କହିଛନ୍ତି।
ସାଗରଙ୍କ ମା’ ମଧ୍ୟ ସୁଶୀଲଙ୍କ ଉପରେ ବର୍ଷିଛନ୍ତି। ସୁଶୀଲ ମେଣ୍ଟୋର ହେବାକୁ ଯୋଗ୍ୟ ନୁହନ୍ତି। ତାଙ୍କୁ ମିଳିଥିବା ସମସ୍ତ ପଦକ ସରକାର ପ୍ରତ୍ୟାହାର କରିନିଅନ୍ତୁ ବୋଲି ସେ କହିଛନ୍ତି। ସାଗର ସବୁବେଳେ ସୁଶୀଲଙ୍କୁ ନିଜର ଗୁରୁ ଭାବେ ବିବେଚନା କରୁଥିଲେ। ଏଥିସହ ତାଙ୍କ ଠାରୁ କୁସ୍ତିର ଟ୍ରେନିଂ ନେଉଥିଲେ।
ସାଗରଙ୍କ ମା’ କହିଛନ୍ତି, “ମୋ ପୁଅକୁ ହତ୍ୟା କରିଥିବା ବ୍ୟକ୍ତି କେବେ ହେଲେ ଗୁରୁର ମାନ୍ୟତା ପାଇବାକୁ ଯୋଗ୍ୟ ନୁହନ୍ତି। ସୁଶୀଲ କୁମାରଙ୍କ ସମସ୍ତ ପଦକ ତାଙ୍କ ଠାରୁ କାଢ଼ି ନିଆଯାଉ। ଆମର ବିଶ୍ୱାସ ପୁଲିସ୍ ଠିକ ଭାବେ ତଦନ୍ତ କରିବ। କିନ୍ତୁ ସୁଶୀଲ କୁମାର ତାଙ୍କର ରାଜନୀତିକ ଲିଙ୍କକୁ ବ୍ୟବହାର କରି ତଦନ୍ତକୁ ବାଟବଣା କରିପାରନ୍ତି।”
ସୂଚନାଯୋଗ୍ୟ ରବିବାର ସକାଳେ ସାଗରଙ୍କ ହତ୍ୟା ମାମଲାରେ ଦିଲ୍ଲୀ ପୁଲିସ୍ର ସ୍ପେଶାଲ ସେଲ୍ ସୁଶୀଲ କୁମାର ଓ ତାଙ୍କ ସହଯୋଗୀ ଅଜୟଙ୍କୁ ମୁଣ୍ତୁକାରୁ ଗିରଫ କରିଥିଲା। ଛତ୍ରସାଲ ଷ୍ଟାଡିୟମରେ ସାଗରଙ୍କୁ ମାଡ଼ ମାରିବା ପରେ ସେମାନେ ଫେରାର ହୋଇଯାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସାଗରଙ୍କ ମୃତ୍ୟୁ ଘଟିବାର ୧୯ ଦିନ ପରେ ଏପରି ଗରିଫଦାରୀ ହୋଇଛି।
ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଅନ୍ତର୍ଜାତୀୟ ରେସଲର ହତ୍ୟା ମାମଲାରେ ସୁଶୀଲ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ଗତ କିଛି ଦିନ ହେବ ସେ ନିଖୋଜ ଥିଲେ। ଏମିିତିକି ତାଙ୍କ ବାବଦରେ ସୂଚନା ଦେଲେ ପୁଲିସ ଲକ୍ଷେ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ମଙ୍ଗଳବାର କିନ୍ତୁ ଦିଲ୍ଲୀର ରୋହଣୀ କୋର୍ଟରେ ସୁଶୀଲ ଆଗୁଆ ଜାମିନ ଆବେଦନ କରିଥିଲେ। ହେଲେ କୋର୍ଟ ଏହି ଜାମିନ ଆବେଦନକୁ ଖାରଜ କରିଦେଇଥିଲେ।
ମେ ୧୫ରେ କୋର୍ଟ ସୁଶୀଲ କୁମାରଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ। ଗତ ସପ୍ତାହରେ ଦିଲ୍ଲୀ ପୁଲିସ କୁମାରଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲେ।
ପୁଲିସ ଅଧିକାରୀ କହିଛନ୍ତି ଯେ ଗିରଫ ହେବା ଭୟରେ ସୁଶୀଲ କୁମାର ତାଙ୍କ ମୋବାଇଲ ନମ୍ୱର ସହିତ ଠିକଣା ବାରମ୍ବାର ପରିବର୍ତ୍ତନ କରୁଥିଲେ। ଆଉ ନୂଆ ସିମରେ ଇଣ୍ଟରନେଟ ଜରିଆରେ ସମସ୍ତଙ୍କୁ କଲ୍ କରୁଥିଲେ। ତେଣୁ ସୁଶୀଲଙ୍କୁ ଧରିବା ପାଇଁ ପୁଲିସକୁ ଅନେକ ହଇରାଣ ହରକତ ହେବାକୁ ପଡିଥିଲା। କିନ୍ତୁ ବିଳମ୍ୱରେ ହେଉ ପଛେ ସୁଶୀଲଙ୍କୁ ଟ୍ରାକ କରି ଗିରଫ କରିବାରେ ଦିଲ୍ଲୀ ପୁଲିସ ସଫଳ ହୋଇଥିବା ଜଣାପଡ଼ିଛି।
ମେ ୪ରେ ରେସଲର ସାଗର ଧନଖର ଏବଂ ତାଙ୍କ ସାଙ୍ଗମାନେ ଛତ୍ରସାଲ ଷ୍ଟାଡିୟମରେ ସୁଶୀଲ ଏବଂ ତାଙ୍କ ସହଯୋଗୀ ଆକ୍ରମଣ କରିଥିଲେ। ଏହି ସମୟରେ ସାଗର ଧନଖରଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାର ଏକ ଭିଡିଓ ମଧ୍ୟ ପୁଲିସ ହାତରେ ଲାଗିଛି। ଯେଉଁଥିରେ ସାଗର ଧନଖରର ହତ୍ୟା ପରେ ସୁଶୀଲ ଏକ କାର ଭିତରୁ ବାହାରୁଥିବା ଦେଖିବାକୁ ମିଳିଛି। ଅର୍ଥାତ୍ ସୁଶୀଲଙ୍କ ଇଙ୍ଗିତରେ ଏହି ହତ୍ୟାକାଣ୍ଡ ଘଟିିଥିଲା।
ସୁଶୀଲ କୁମାରଙ୍କ ମାମଲାର ଶୁଣାଶି ବେଳେ ପୁଲିସ୍ କୋର୍ଟଙ୍କୁ କହିଛି ଯେ ଘଟଣା ମେ’ ୫ ତାରିଖର । ଦୁଇ ଯୁବକ ଫାୟାରିଂ କରିଥିଲେ । ତେବେ ଫାୟାରିଂ କିଏ କଲା, ପୁଲିସକୁ ତାହା ଜଣାନାହିଁ । ପୁଲିସ୍ କହିଛି ଯେ ଘଟଣାସ୍ଥଳରୁ ଏକ ସ୍କର୍ପିଓ ମିଳିଛି, କିନ୍ତୁ କେହି ସାକ୍ଷୀ ମିଳିନାହାନ୍ତି । କୋର୍ଟ କହିଛନ୍ତି, ଯଦି ମାମଲା ଏତେ ଗୁରୁତର ନୁହେଁ, ତାହେଲେ ସୁଶୀଲ କୁମାର କାହିଁକି ଲୁଚୁଛନ୍ତି । ସୁଶୀଲ ତୁରନ୍ତ ପୁଲିସକୁ ତଦନ୍ତରେ ସହଯୋଗ କରନ୍ତୁ ।
ଅନ୍ୟପକ୍ଷରେ ସୁଶୀଲଙ୍କ ଓକିଲ କହିଛନ୍ତି, ବନ୍ଧୁକରୁ କୌଣସି ଆଘାତ ଲାଗିନାହିଁ । ଫାୟାରିଂ ଏୟାରରେ କରାଯାଇଥିଲା । ହତ୍ୟା କରିବାର କୌଣସି ଉଦ୍ଦେଶ୍ୟ ନଥିଲା, ଏଥିପାଇଁ ଆଇସିସି ଧାରା ୩୦୨ ଲଗାଯିବା ଆବଶ୍ୟକ ନାହିଁ । ସୁଶୀଲ ଜଣେ ଅର୍ଜୁନ ପୁରସ୍କାର ବିଜେତା, ଅଲିମ୍ପିକରେ ସେ ଅନେକ ମେଡାଲ୍ ଜିତିଛନ୍ତି । କାରରୁ ଯେଉଁ ଅସ୍ତ୍ର ଜବତ ହୋଇଛି, ତାହା ସୁଶୀଲଙ୍କର ନୁହେଁ ।
ସୁଶୀଲଙ୍କ ତରଫରୁ ମାମଲା ଲଢ଼ୁଥିବା ଆଉଜଣେ ଓକିଲ କୋର୍ଟଙ୍କୁ କହିଛନ୍ତି, ପୁଲିସ୍ ସୁଶୀଲଙ୍କ ବିରୋଧରେ ମାମଲାର ହେରଫେର୍ କରିଛି । ଯେଉଁମାନେ ଆହତ ହୋଇଛନ୍ତି, ସେମାନେ ମହତ୍ତ୍ୱପୂର୍ଣ୍ଣ ସାକ୍ଷୀ । ସେମାନେ ସୁଶୀଲଙ୍କ ବିରୋଧରେ କୌରସି ବୟାନ ଦେଇନାହାନ୍ତି ।
ଏହା ପୂର୍ବରୁ ଦିଲ୍ଲୀ ପୁଲିସ୍ ସୁଶୀଲ କୁମାରଙ୍କ ବିରୋଧରେ ଜାମିନବିହୀନ ପରୱାନା ଜାରି କରିଥିଲା। ସାଗରଙ୍କ ମୃତ୍ୟୁ ମାମଲାରେ ଦିଲ୍ଲୀ ପୁଲିସ୍ ସୁଶୀଲଙ୍କୁ ପଚରାଉଚରା କରିବାକୁ ଚାହେଁ। କିନ୍ତୁ ସୁଶୀଲ ଫେରାର ଥିବାରୁ ଦିଲ୍ଲୀ ପୁଲିସ୍ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲା। ସୁଶୀଲଙ୍କ ବ୍ୟତୀତ ତାଙ୍କର ଅନ୍ୟ ସାଥୀଙ୍କ ବିରୋଧରେ ମଧ୍ୟ ଜାମିନବିହୀନ ପରୱାନା ଜାରି କରାଯାଇଛି।
ସୂଚନାଯୋଗ୍ୟ, ମେ’ ୪ ତାରିଖ ଦିନ ରାତି ପ୍ରାୟ ୧୨ଟା ବେଳେ ଛତ୍ରସାଲ୍ ଷ୍ଟାଡିୟମରେ ରେସଲରଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ଖବର ପୁଲିସକୁ ମିଳିଥିଲା । ଏହି ଝଗଡ଼ାରେ ଆହତ ହୋଇଥିବା ରେସଲର୍ ସାଗରଙ୍କୁ ବିଜେଆରଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଟ୍ରୋମା ସେଣ୍ଟ୍ରାଲ୍ ନିଆଯାଇଥିଲେ ହେଁ, ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଷ୍ଟାଡିୟମର ପାର୍କିର ଏରିଆରେ ସୁଶୀଲ କୁମାର, ଅଜୟ, ପ୍ରିନ୍ସ, ସୋନୁ, ସାଗର, ଅମିତ୍ ଓ ଅନ୍ୟମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ପୁଲିସ୍ ଜାଣିବାକୁ ପାଇଥିଲା ।
ଏବେ ପୁଲିସ୍ ତାଙ୍କ ବିଷୟରେ ସୂଚନା ଦେଲେ ଲକ୍ଷେ ଟଙ୍କାର ପୁରସ୍କାର ମିଳିବ ବୋଲି ଘୋଷଣା କରିଛି। ସେହିପରି ସୁଶୀଲଙ୍କ ସହଯୋଗୀ ଅଜୟଙ୍କୁ ଧରାଇ ଦେଲେ ୫୦ ହଜାର ଟଙ୍କା ପୁରସ୍କାର ମଧ୍ୟ ଦିଆଯିବ ବୋଲି ପୁଲିସ କହିଛି। ଅନ୍ୟପକ୍ଷରେ ହତ୍ୟା ମାମଲାରେ ଫସିଥିବା ସୁଶୀଲ ଦିଲ୍ଲୀ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ଏହାର ଶୁଣାଣି ଆଜି ହେବାର ଅଛି।
ଦୁଇ ଦିନ ପୂର୍ବରୁ ଛତ୍ରସାଲ ଷ୍ଟାଡିୟମ ବିବାଦ ମାମଲାରେ ସୁଶୀଲ କୁମାର ଓ ଅନ୍ୟ ୬ ଜଣଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ। ସେହିପରି କିଛି ଦିନ ପୂର୍ବରୁ ସୁଶୀଲ କୁମାରଙ୍କ ବିରୋଧରେ ପୁଲିସ୍ ଲୁକଆଉଟ୍ ନୋଟିସ୍ ଜାରି କରିଥିଲା।
ସୂଚନାଯୋଗ୍ୟ, ମେ’ ୪ ତାରିଖ ରାତି ପ୍ରାୟ ୧୨ଟା ବେଳେ ଛତ୍ରସାଲ୍ ଷ୍ଟାଡିୟମରେ ରେସଲରମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ଖବର ପୁଲିସକୁ ମିଳିଥିଲା । ଏହି ଝଗଡ଼ାରେ ଆହତ ହୋଇଥିବା ରେସଲର୍ ସାଗରଙ୍କୁ ବିଜେଆରଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଟ୍ରୋମା ସେଣ୍ଟ୍ରାଲ୍ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଷ୍ଟାଡିୟମର ପାର୍କିଂ ଏରିଆରେ ସୁଶୀଲ କୁମାର, ଅଜୟ, ପ୍ରିନ୍ସ, ସୋନୁ, ସାଗର, ଅମିତ୍ ଓ ଅନ୍ୟମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ପୁଲିସ୍ ଜାଣିବାକୁ ପାଇଥିଲା।
ସାଗରଙ୍କ ମୃତ୍ୟୁ ମାମଲାରେ ଦିଲ୍ଲୀ ପୁଲିସ୍ ସୁଶୀଲଙ୍କୁ ପଚରାଉଚରା କରିବାକୁ ଚାହେଁ, କିନ୍ତୁ ସୁଶୀଲ କିଛି ଦିନ ହେବ ଫେରାର ଅଛନ୍ତି । ଯେଉଁ କାରଣରୁ ଦିଲ୍ଲୀ ପୁଲିସ୍ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲା । ସୁଶୀଲଙ୍କ ବ୍ୟତୀତ ତାଙ୍କର ଅନ୍ୟ ସାଥୀଙ୍କ ବିରୋଧରେ ମଧ୍ୟ ଜାମିନବିହୀନ ପରୱାନା ଜାରି କରାଯାଇଛି ।
ଛତ୍ରସାଲ ଷ୍ଟାଡିୟମରେ ଜୁନିୟର ରେସଲର୍ ସାଗର ରାଣାଙ୍କ ସହ ହୋଇଥିବା ମାରପିଟ୍ ଏବଂ ପରେ ତାଙ୍କର ହତ୍ୟା ସମୟରେ ସୁଶୀଲ କୁମାର ଓ ତାଙ୍କର କିଛି ସାଥୀ ଉପସ୍ଥିତ ଥିଲେ । ଘଟଣାସ୍ଥାନରେ ଥିବା ପ୍ରତ୍ୟକ୍ଷଦର୍ଶୀ ଓ ସିସିଟିଭି ଫୁଟେଜ୍ ଆଧାରରେ ଦିଲ୍ଲୀ ପୁଲିସ୍ ସୁଶୀଲ କୁମାରଙ୍କୁ ସନ୍ଧାନ କରୁଛି । ପୁଲିସ୍ କିଛି ଦିନ ତଳେ ଲୁକ୍ ଆଉଟ୍ ସର୍କ୍ୟୁଲାର୍ ଅର୍ଥାତ୍ ଏଲଓସିର ନୋନିଟ୍ କରିଥିଲା । ଯାହା ପରେ ସୁଶୀଲ କୁମାର ଦେଶ ବାହାରକୁ ଯାଇପାରିବେ ନାହିଁ ।
ସୂଚନାଯୋଗ୍ୟ, ମେ’ ୪ ତାରିଖ ଦିନ ରାତି ପ୍ରାୟ ୧୨ଟା ବେଳେ ଛତ୍ରସାଲ୍ ଷ୍ଟାଡିୟମରେ ରେସଲରଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ଖବର ପୁଲିସକୁ ମିଳିଥିଲା । ଏହି ଝଗଡ଼ାରେ ଆହତ ହୋଇଥିବା ରେସଲର୍ ସାଗରଙ୍କୁ ବିଜେଆରଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଟ୍ରୋମା ସେଣ୍ଟ୍ରାଲ୍ ନିଆଯାଇଥିଲେ ହେଁ, ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଷ୍ଟାଡିୟମର ପାର୍କିର ଏରିଆରେ ସୁଶୀଲ କୁମାର, ଅଜୟ, ପ୍ରିନ୍ସ, ସୋନୁ, ସାଗର, ଅମିତ୍ ଓ ଅନ୍ୟମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ପୁଲିସ୍ ଜାଣିବାକୁ ପାଇଥିଲା ।
ଏହି ଘଟଣାରେ ରୁଜୁ ଏଫଆଇଆର୍ରେ ସୁଶୀଲ କୁମାରଙ୍କ ନାଁ ଯୋଡ଼ି ହେବା ଦିନଠାରୁ ସେ ଫେରାର ରହିଛନ୍ତି। ତାଙ୍କୁ ଧରିବା ପାଇଁ ରବିବାର ବିଳମ୍ବିତ ସନ୍ଧ୍ୟାରେ ପୁଲିସ୍ ଲୁକ ଆଉଟ ନୋଟିସ୍ ଜାରି କରିଛି।
ମଙ୍ଗଳବାଳ ଛତ୍ରସାଲ ଷ୍ଟାଡିୟମ ନିକଟ ମଡେଲ ଟାଉନ ଅଞ୍ଚଳରେ ଥିବା ଗୋଟିଏ କୋଠା ଖାଲି କରିବାକୁ ନେଇ ନେଇ ସୁଶୀଲ ଓ ତାଙ୍କ ସହଯୋଗୀମାନେ ଆଉ ଜଣେ ରେସଲରଙ୍କ ସହ ଗଣ୍ଡଗୋଳ କରିଥିଲେ। ଏହି ଗଣ୍ଡଗୋଳ ଏତେ ଭୟଙ୍କର ଥିଲା ଯେ ସାଗର ନାମକ ଜଣେ ୨୪ ବର୍ଷୀୟ କୁସ୍ତିଯୋଦ୍ଧାଙ୍କ ମୃତ୍ୟୁ ଘଟିଥିଲା।
ସାଗରଙ୍କ ଆଉ କିଛି ସହଯୋଗୀ ମଧ୍ୟ ଆହତ ହୋଇଥିଲା। ପୀଡ଼ିତଙ୍କ ପରିବାର ଲୋକଙ୍କ ବୟାନକୁ ଆଧାର କରି ପୁଲିସ୍ ମାମଲା ରୁଜୁ କରିଛି। ମଙ୍ଗଳବାର ରାତିରେ ସାଗର ଓ ତାଙ୍କର ସହଯୋଗୀମାନଙ୍କୁ ଛତ୍ରସାଲ ଷ୍ଟାଡିୟମରେ ସୁଶୀଲ ଆଣ୍ଡ କୋ ପ୍ରବଳ ମାଡ଼ ମାରିଥିବା ଅଭତଯୋଗ ହୋଇଛି।
ଏହି ଗଣ୍ଡଗୋଳ ସୁଶୀଲ, ଅଜୟ, ପ୍ରିନ୍ସ ଦଲାଲ, ସୋନୁ, ସାଗର, ଅମିତ ଓ ଅନ୍ୟମାନଙ୍କ ମଧ୍ୟରେ ହୋଇଥିଲା। ଘଟଣା ପରଠାରୁ ପୁଲିସ୍ ସୁଶୀଲଙ୍କୁ ଧରିବା ପାଇଁ ଦିଲ୍ଲୀ-ଏନସିଆର ଓ ପଡ଼ୋଶୀ ରାଜ୍ୟରେ ଚଢ଼ଉ କରିବାରେ ଲାଗିଛି। ତଥାପି ସେ ଫେରାର ରହିଛନ୍ତି।