ଏହାପରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଆଟାକିଂ ମୁଡକୁ ଚାଲି ଆସିଛି। ପାକିସ୍ତାନ ଭଳି ତାଲିବାନ ମଧ୍ୟ ସୀମାରେ କାଉଣ୍ଟର ଆଟାକ ଆରମ୍ଭ କରି ଦେଇଛି।
ପାକିସ୍ତାନ ପକ୍ଷରୁ ଖୋସ୍ତ ଓ ପାକଟିକା ଅଞ୍ଚଳରେ ଏୟାରଷ୍ଟ୍ରାଇକ କରାଯାଇଥିଲା। ଏଥିରେ ୩ ଜଣ ଛୋଟ ପିଲା ଓ ୫ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଏହାପରେ ତାଲିବାନ ପକ୍ଷରୁ ପାକିସ୍ତାନ ମିଲିଟାରୀ ଉପରେ କାଉଣ୍ଟର ଆଟାକ କରାଯାଇଛି ବୋଲି ରୟଟର୍ସକୁ ତାଲିବାନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି।
ଏୟାର ଷ୍ଟ୍ରାଇକର ଜବାବରେ ସୀମାନ୍ତରେ ମୁତୟନ ପାକିସ୍ତାନୀ ଟ୍ରୁପ୍ସ ଉପରେ ଆକ୍ରମଣ କରାଯାଇଛି। ପାକଟିଆ ପ୍ରଦେଶରୁ ତାଲିବାନ ୩ଟି ମୋର୍ଟାଲ ଶେଲ୍ ପାକିସ୍ତାନର ବୋରକି ଅଞ୍ଚଳକୁ ମାଡ଼ କରିଛି। ଏହା ମଧ୍ୟରୁ ଗୋଟିଏ ମୋର୍ଟାଲ ସରକାରୀ ସ୍କୁଲ ନିକଟରେ ପଡ଼ିଛି।
ଏହାପୂର୍ବରୁ ତାଲିବାନ ସରକାରର ମୁଖପାତ୍ର ଜୈବୁଲ୍ଲା ମୁଜାହିଦ କହିଥିଲେ ଆଫଗାନର ଅଞ୍ଚଳକୁ ବ୍ୟବହାର କରି କେହି ବି ସୁରକ୍ଷାରେ ବୁଝାମଣା କରିପାରିବେ ନାହିଁ। ଇସଲାମିକ ଇମିରାଟ ଅଫ ଆଫଗାନିସ୍ତାନ ଏଥିପାଇଁ କେବେ ହେଲେ କାହାକୁ ଅନୁମତି ଦେଇ ପାରିବ ନାହିଁ।
ଅନ୍ୟପକ୍ଷରେ ପାକିସ୍ତାନ ସେନା କହିଛି ଯେ ସେମାନେ ଆଫଗାନିସ୍ତାନ ସୀମାକୁ ଲାଗିଥିବା ଉତ୍ତର ୱାଜିରିସ୍ତାନରେ ଅପରେସନ କରିଛନ୍ତି। ପାକିସ୍ତାନ ପକ୍ଷରୁ କରାଯାଇଥିବା ଅପରେସନରେ ୮ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି।
ଆକ୍ରମଣ ଓ ପ୍ରତି ଆକ୍ରମଣ ପୂର୍ବରୁ ଆଫଗାନ ସୀମାରେ ଆତଙ୍କବାଦୀ ହମଲା ହୋଇଥିଲା। ଏଥିରେ ୭ ଜଣ ପାକିସ୍ତାନ ସୈନ୍ୟ ପ୍ରାଣ ହରାଇଥିଲେ। ହମଲା ପଛରେ ଆଫଗାନ ଆତଙ୍କୀଙ୍କ ହାତ ଥିବା ଅଭିଯୋଗ କରି ପାକିସ୍ତାନ ଏୟାରଷ୍ଟ୍ରାଇକ କରିଥିଲା।
ତାଲିବାନ ସରକାରଙ୍କ ମୁଖପାତ୍ର ଜବିହୁଲ୍ଲାହ ମୁଜାହିଦଙ୍କ କହିବା ମୁତାବକ, ସୋମବାର କାବୁଲରେ ହୋଇଥିବା ଅପରେସନ୍ରେ କାରୀ ଫତେହକୁୁ ହତ୍ୟା କରାଯାଇଛି। ତା’ ସହ ଖୁରାସାନର ଆଉ କିଛି କର୍ମୀଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ତାଲିବାନ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଆଇଏସ୍କେପି ହେଉଛି ଇସଲାମିକ୍ ଷ୍ଟେଟର ଆଫଗାନିସ୍ତାନ ସହଯୋଗୀ ତଥା ତାଲିବାନର ଏକ ପ୍ରମୁଖ ବିରୋଧୀ। କାବୁଲରେ କାରୀ ଫତେହ ହେଉଛି ଆଇଏସ୍କେପିର ଜଣେ ମୁଖ୍ୟ ରଣନୀତିଜ୍ଞ। ସେ ରୁଷ୍, ଚୀନ, ପାକିସ୍ତାନ ବିରୋଧରେ ହୋଇଥିବା ଅନେକ ଆକ୍ରମଣର ଯୋଜନା କରିଥିଲା।
ତାଲିବାନ ସରକାରର ଏହି ଆକ୍ସନ ଏଭଳି ଏକ ସମୟରେ ହୋଇଛି, ଯେତେବେଳେ ନିକଟରେ ଜାତିସଂଘର ଏକ ରିପୋର୍ଟରେ କୁହାଯାଇଥିଲା ଯେ ଇସଲାମିକ୍ ଷ୍ଟେଟ୍ ଇନ୍ ଇରାକ୍ ଆଣ୍ଡ ଖୁରାସାନ ଆଫଗାନିସ୍ତାନରେ ଭାରତ, ଚୀନ୍ ଏବଂ ଇରାନର ଦୂତାବାସ ଉପରେ ଆତଙ୍କବାଦୀ ଆକ୍ରମଣର ଧମକ ଦେଇଛି। ଜାତିସଂଘ ଦାବି କରିଛି ଯେ ISIL-K ପାଖରେ ୧୦୦୦ରୁ ୩୦୦୦ ଯୁଦ୍ଧବିମାନ ଅଛି।
ଆଫଗାନିସ୍ତାନ ଗସ୍ତ ନ କରିବାକୁ ପରାମର୍ଶ ଦେଇ ବ୍ରିଟେନ ଜାରି କରିଥିବା ନିର୍ଦ୍ଦେଶନାମାରେ କହିଛି ଯେ ବିପଦ ବଢ଼ୁଥିବାରୁ ଆପଣମାନଙ୍କୁ ହୋଟେଲରେ ନ ରହିବାକୁ ପରାମର୍ଶ ଦିଆଯାଉଛି। ବିଶେଷ କରି କାବୁଲରେ ଥିବା ସେରେନା ହୋଟେଲ ଭଳି ବଡ଼ ସ୍ଥାନକୁ ତୁରନ୍ତ ଖାଲି କରି ଦିଅନ୍ତୁ। ଏଠାରେ ସୁରକ୍ଷା ପ୍ରତି ବିପଦ ରହିଥିବା ବ୍ରିଟେନ କହିଛି। ସେହିପରି ଆମେରିକା ମଧ୍ୟ ନିଜ ଦେଶର ନାଗରିକମାନଙ୍କୁ କାବୁଲର ସେରେନା ହୋଟେଲକୁ ଖାଲି କରି ଅନ୍ୟତ୍ର ଚାଲିଯିବାକୁ କହିଛି।
ସେରେନା ହେଉଛି କାବୁଲର ସବୁଠାରୁ ଆଭିଜାତ୍ୟ ସମ୍ପନ୍ନ ହୋଟେଲ। ଏଠାକୁ ଅଧିକାଂଶ ବିଦେଶୀ ନାଗରିକ ଆସନ୍ତି। ଏବେ ତାଲିବାନ ଆଫଗାନକୁ ଦଖଲ କରିବା ପରେ ବିଦେଶୀଙ୍କ ଆଗମନ ହ୍ରାସ ପାଇଛି। କିନ୍ତୁ ପୂର୍ବରୁ ଆଫଗାନରେ ରହିଥିବା ଲୋକମାନେ ସେରନାରେ ରହୁଛନ୍ତି। ତେଣୁ ସେମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ଆଶଙ୍କା ପ୍ରକାଶ ପାଇଛି। ପୂର୍ବରୁ ଦୁଇଥର ଆତଙ୍କବାଦୀମାନେ ଏହି ହୋଟେଲକୁ ଟାର୍ଗେଟ କରି ସାରିଛନ୍ତି। ଏବେ ପୁଣି ସେମାନେ ହମଲା କରିବାକୁ ଯୋଜନା କରୁଛନ୍ତି।
ସୂଚନାଯୋଗ୍ୟ, ଶୁକ୍ରବାର ଆଫଗାନର କୁଣ୍ଡଉଜ ପ୍ରଦେଶର ଗୋଟିଏ ମସଜିଦରେ ଆତଙ୍କବାଦୀମାନା ଭୟଙ୍କର ହମଲା କରିଥିଲେ। ଏଥିରେ ପ୍ରାୟ ୧୦୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ହମଲା ପାଇଁ ଆଇଏସ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି। ଏବେ ଆଇଏସ ବିଦେଶୀ ନାଗରିକଙ୍କୁ ଟାର୍ଗେଟ କରି ସେରେନାରେ ହମଲା କରିବାର ଆଶଙ୍କା ପ୍ରକାଶ ପାଇଛି।
ଇଣ୍ଡିଆନ୍ ୱାର୍ଲ୍ଡ ଫୋରମର ଅଧ୍ୟକ୍ଷ ପୁନିତ୍ ସିଂ ଚାନ୍ଧୋକ୍ କହିଛନ୍ତି, ତାଲିବାନୀ ବନ୍ଧୁକଧାରୀମାନେ କାବୁଲରେ ଆଫଗାନିସ୍ତାନର ଜଣେ ଭାତରୀୟ ବ୍ୟବସାୟୀଙ୍କୁ ବନ୍ଧୁକ ମୁନରେ ଅପହରଣ କରିନେଇଛନ୍ତି। କାବୁଲର ୧୧ଶ ପୁଲିସ ଡିଷ୍ଟ୍ରିକ୍ଟ ଅଞ୍ଚଳରେ ଏହି ଘଟଣାଟି ଘଟିଛି। ସମ୍ପୃକ୍ତ ଅପହୃତ ଭାତରୀୟ ନାଗରିକଙ୍କ ନାଁ ବଂସରୀ ଲାଲ ଅରେନ୍ଦେହି। ସେ ଶିଖ ସମ୍ପ୍ରଦାୟର, ତାଙ୍କ ବୟସ ୫୦ ବର୍ଷ।
ସେ କହିଛନ୍ତି, କାବୁଲରେ ବଂସରୀ ଲାଲଙ୍କ ଏକ ଔଷଧ ଦୋକାନ ରହିଛି। ତାଙ୍କୁ ତାଲିବାନୀମାନେ ମଙ୍ଗଳବାର ସକାଳ ୮ଟାରେ ଦୋକାନ ନିକଟରୁ ହିଁ ଅପହରଣ କରିନେଇଛନ୍ତି। ଅପହୃତ ହେବା ପୂର୍ବରୁ ସେ ତାଙ୍କର କର୍ମଚାରୀଙ୍କ ସହ ସବୁଦିନ ଭଳି ଦୋକାନ ଖୋଲିବାକୁ ଯାଉଥିଲେ।
କାବୁଲ୍ରୁ ଅନ୍ୟ ଏକ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ସେ ଦୋକାନକୁ ଯାଉଥିବା କାର୍ର ପଛପଟେ ମାଡ଼ ହୋଇଥିଲା। ପରେ ତାଙ୍କୁ ବନ୍ଧୁକ ଦେଖାଇ ଅପହରଣକାରୀମାନେ ଗୋଟିଏ ସବୁଜ ରଙ୍ଗର ଟୋୟଟା କୋରୋଲା କାର୍ର ନେଇଯାଇଥିଲେ।
ତାଙ୍କୁ ଏବଂ ତାଙ୍କ କର୍ମଚାରୀଙ୍କୁ ଅପହରଣ କରି ନିଆଯାଇଥିଲା, କିନ୍ତୁ କୌଣସିମତେ କର୍ମଚାରୀ ଜଣକ ଖସି ପଳାଇ ଆସିବାରେ ସମର୍ଥ ହୋଇଥିଲେ। ଅପହରଣକାରୀମାନେ ଅତି ନିର୍ଦ୍ଦୟ ଭାବେ ତାଙ୍କୁ ମାଡ ମାରିଛନ୍ତି।
ବଂସରୀଙ୍କ ପରିବାର ଦିଲ୍ଲୀ-ଏନ୍ସିଆର୍ରେ ରୁହନ୍ତି। ସ୍ଥାନୀୟ ଅନୁସନ୍ଧାନକାରୀ ସଂସ୍ଥା ତାଙ୍କ ଅପହରଣ ମାମଲା ରୁଜୁ କରିଛି ଏବଂ ତାଙ୍କୁ ଖୋଜା ଚାଲିଛି। ସେପଟେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟକୁ ଏନେଇ ସୂଚନା ଦିଆଯାଇଛି। ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ ଏବଂ ସହଯୋଗ କରିବାକୁ ସରକାରଙ୍କୁ ନିବେଦନ କରାଯାଇଛି।
ସେପଟେ ତାଲିବାନ ମୁଖପାତ୍ର ଏ ସଂକ୍ରାନ୍ତରେ କିଛି ଜାଣି ନ ଥିବା କହିଛନ୍ତି। କିନ୍ତୁ, ସମ୍ପୃକ୍ତ ଅଧିକାରୀମାନଙ୍କ ଠାରୁ ସେ ଏ ବାବଦରେ ସୂଚନା ପାଇଲେ ଜଣାଇବେ ବୋଲି କହିଛନ୍ତି।
ପ୍ରକୃତରେ ଆଫଗାନିସ୍ତାନରେ ପାକିସ୍ତାନର ହସ୍ତକ୍ଷେପକୁ ବିରୋଧ କରି ସେଠାରେ ମଙ୍ଗଳବାର ଏକ ବିଶାଳ ରାଲିର ଆୟୋଜନ ହୋଇଥିଲା। ଶତାଧିକ ଲୋକେ ରାସ୍ତାକୁ ଓହ୍ଲାଇ ପାକିସ୍ତାନ ବିରୋଧରେ ନାରାବାଜି କରିଥିଲେ। କାବୁଲ ରାଷ୍ଟ୍ରପତିଙ୍କ ବାସଭବନର ପାଖରେ ଥିବା ସେରେନା ହୋଟେଲ ନିକଟରେ ଏହି ବିକ୍ଷୋଭ ରାଲି ଚାଲିଥିଲା। ଏତିକି ବେଳେ ଏହି ବିକ୍ଷୋଭ ରାଲିକୁ ଟାର୍ଗେଟ କରି ତାଲିବାନ ଗୁଳିମାଡ କରିଥିଲା। ତେବେ ଏହି ଗୁଳିମାଡରେ କେତେଜଣ ମୃତାହତ ହୋଇଛନ୍ତି ସେ ନେଇ କୌଣସି ସୂଚନା ମିଳିନାହିଁ।
ରିପୋର୍ଟ ମୁତାବକ, ଏହି ରାଲିରେ ୭୦୦ରୁ ଅଧିକ ଲୋକ ଭାଗ ନେଇଥିଲେ। ବିକ୍ଷୋଭକାରୀମାନେ ପାକିସ୍ତାନ ଦୂତାବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। 'ପାକିସ୍ତାନ ମୁର୍ଦ୍ଦାବାଦ, ନର୍ଦ୍ଦନ ରେଜିଷ୍ଟାସ ଫୋର୍ସ ଅମର ରହୁ' ବୋଲି ନାରାବାଜି ଦେଇଥିଲେ।
ଆଫଗାନିସ୍ତାନର ଅନେକ ଅଞ୍ଚଳରେ ପୂର୍ବରୁ ପାକିସ୍ତାନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କିନ୍ତୁ ପ୍ରଥମ ଥର କାବୁଲରେ ଗୁଞ୍ଜରିତ ହେଉଛି ପାକ୍ ବିରୋଧୀ ନାରା। ରାତିରେ ମହିଳାମାନେ ରାସ୍ତାକୁ ଲହ୍ଲାଇବା ସହ ପାକିସ୍ତାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ଗତକାଲି ଇରାନ ମଧ୍ୟ ପଞ୍ଜଶିରରେ ପାକିସ୍ତାନୀ ବାୟୁସେନା ଆକ୍ରମଣକୁ ବିରୋଧ କରିଥିଲା ଏବଂ ଆଫଗାନିସ୍ତାନରେ ବାହ୍ୟ ଦେଶର ହସ୍ତକ୍ଷେପକୁ ନିନ୍ଦା କରିଥିଲା।
ଆଫଗାନିସ୍ତାନରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି, ତାକୁ ସମାଧାନ କରିବା କଥା, ନା କି ସାମରିକ ବଳ ପ୍ରୟୋଗ କରିବା ଉଚିତ୍ ବୋଲି ପ୍ରଶ୍ନ କରାଯାଇଛି। ଆଫଗାନରେ ଯାହା ହେଉଛି ତାକୁ ପାକିସ୍ତାନ ଭର୍ଚୁଆଲରେ କରାଉଛି ବୋଲି ଇରାନ କହିଛି । ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଇରାନ ଖୋଲାଖୋଲି ତାଲିବାନ୍ ପ୍ରସଙ୍ଗରେ ପାକିସ୍ତାନ ବିରୋଧରେ ମୁହଁ ଖୋଲିଛି।
https://twitter.com/savepanjshir/status/1435140358220832771?s=20
https://twitter.com/BBCYaldaHakim/status/1435128803521597441?s=20
https://www.youtube.com/watch?v=T801Lb55PTg
ପୂର୍ବରୁ ଅନେକ ଜାତିସଂଘ ଓ ସରକାରୀ କର୍ମଚାରୀଙ୍କୁ ଘର ଘର ବୁଲି ଖୋଜିବା ସହ ତାଲିବାନୀମାନେ ସେମାନଙ୍କୁ ଧମକ ଓ ମାଡ଼ ମାରୁଥିଲେ। ସୋମବାର ମଧ୍ୟ କାବୁଲରେ ସମାନ ଘଟଣା ଘଟିଛି। ଜାତିସଂଘର ଜଣେ କର୍ମଚାରୀଙ୍କ ଘରେ ୩ ଜଣ ବନ୍ଧୁକଧାରୀ ତାଲିବାନୀ ପହଞ୍ଚିଥିଲେ।
ଏହି ସମୟରେ କର୍ମଚାରୀ ଜଣଙ୍କ ସେଠାରେ ନଥିଲେ। ତାଲିବାନୀମାନେ ତାଙ୍କ ପୁଅଙ୍କୁ ବାପାଙ୍କ ଠିକଣା ପଚାରିଥିଲେ। ପୁଅ ଜଣଙ୍କ ବାପା କାମରେ ଅଛନ୍ତି ବୋଲି କହିଥିଲେ। ଏହାପରେ ସେମାନେ ତାଙ୍କୁ ମିଛ କହୁଛୁ ବୋଲି ଧମକ ଦେବା ସହ “ଆମେ ଜାଣିଛୁ ତୁମ ବାପା କେଉଁଠି ଅଛନ୍ତି ଓ କ’ଣ କାମ କରୁଛନ୍ତି” କହି ଚାଲି ଯାଇଥିଲେ।
ତାଲିବାନର ଏପରି ଅନେକ ଦାଦାଗିରି ଭିତରୁ ଏହା ହେଉଛି ଗୋଟିଏ। ଏକଥା ଜାତିସଂଘ ସୁରକ୍ଷା ପରିଷଦର ଆଭ୍ୟନ୍ତରୀଣ ଦସ୍ତାବିଜରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏହି ରିପୋର୍ଟରେ ଜାତିସଂଘ ଓ ସରକାରୀ ସମର୍ଥିତ ଲୋକଙ୍କ ଉପରେ ତାଲିବାନ କେଉଁଭଳି ଆକ୍ରମଣ କରୁଛି, ସେମାନଙ୍କୁ ଧମକ ଦେଉଛି, ଜାତିସଂଘ ଅଫିସକୁ ଲୁଟ କରୁଛି ଓ ଅଗଷ୍ଟ ୧୦ରୁ କେମିତି ଜାତିସଂଘ କର୍ମଚାରୀଙ୍କୁ ମାଡ଼ ମାରି ଚାଲିଛି ସେ ବିଷୟରେ ତଥ୍ୟ ପ୍ରକାଶ କରାଯାଇଛି।
ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନ ଦେଶର ନାଗରିକଙ୍କ ସହ ବିଦେଶୀ ରାଷ୍ଟ୍ରର ଅଧିକାରୀଙ୍କୁ ସବୁ ପ୍ରକାରର ସୁରକ୍ଷା ଯୋଗାଇ ଦେବ ବୋଲି ବାରମ୍ବାର କହି ଆସୁଛି। ହେଲେ ଏହାର ବାସ୍ତବ ଚିତ୍ର କିଛି ଅଲଗା କଥା ବୟାନ କରୁଛି।
ଜାତିସଂଘ ମୁଖପାତ୍ର ଷ୍ଟେଫାନେ ଦୁଜାରସି କହିଛନ୍ତି, କାବୁଲ ଯେଉଁମାନଙ୍କ ଦଖଲରେ ରହିଛି ସେମାନେ ଜାତିସଂଘର ଅଫିସ ଓ ଅଧିକାରୀଙ୍କ ସୁରକ୍ଷା ପାଇଁ ଉତ୍ତରଦାୟୀ। ଆମେ ଏ ସମ୍ପର୍କରେ ସେମାନଙ୍କ ସହ ଯୋଗାଯୋଗରେ ରହିଛୁ। ତେବେ ସେ ଲିକ୍ ରିପୋର୍ଟ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।
ଜାତିସଂଘ ପକ୍ଷରୁ ଆଫଗାନରେ କାମ କରୁଥିବା ୩୦୦ ଜଣ ବିଦେଶୀ ରାଷ୍ଟ୍ରର ଅଧିକାରୀଙ୍କ ମଧ୍ୟରୁ ଅଧିକାଂଶ ସଦସ୍ୟଙ୍କୁ କାଜାଖସ୍ତାନକୁ ପଠାଇ ଦିଆଯାଇଛି। ତଥାପି ଆଫଗାନବାସୀଙ୍କ ସହଯୋଗ ପାଇଁ ଏବେ ବି କିଛି ଅଧିକାରୀ ସେଠାରେ ରହିଛନ୍ତି।
ଅନ୍ୟପକ୍ଷରେ ଜାତିସଂଘର ପାଇଁ କାମ କରୁଥିବା ପ୍ରାୟ ୩୦୦୦ ଆଫଗାନ ନାଗରିକ ଏବେ ବି ସେଠାରେ ଫସି ରହିଛନ୍ତି। ସେମାନଙ୍କୁ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଭିସା ଦିଆଯାଇ ଏୟାରଲିଫ୍ଟ କରାଯାଉ ବୋଲି ଜାତିସଂଘ ପକ୍ଷରୁ ଆହ୍ୱାନ କରାଯାଇଛି।
ତାଲିବାନୀମାନେ କର୍ମଚାରୀମାନଙ୍କୁ କାବୁଲ ଏୟାରପୋର୍ଟକୁ ଛାଡ଼ୁ ନାହାନ୍ତି। ଯେଉଁମାନେ ଆସିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ଅଧା ରାସ୍ତାରେ ଅଟକାଇ ନିର୍ଯାତନା ଦିଆଯାଉଥିବା ଜଣାପଡ଼ିଛି।
ପଞ୍ଜଶିର କେବେ ହେଲେ କୌଣସି ବିଦେଶୀ ରାଷ୍ଟ୍ର କିମ୍ବା ତାଲିବାନ ପଞ୍ଝାକୁ ଯାଇନାହିଁ। ଏଥର ତାଲିବାନ ଆଫଗାନର ସବୁ ଅଞ୍ଚଳ ଦଖଲ କରିସାରିଥିବା ବେଳେ ପଞ୍ଜଶିର ଏଯାଏ ସ୍ୱାଧୀନ ପ୍ରଦେଶ ଭାବେ ରହିଛି। ଏସବୁ ଭିତରେ ଅଶରଫ ଘନି ସରକାରରେ ଉପ ରାଷ୍ଟ୍ରପତି ଥିବା ଅମରୁଲ୍ଲା ସାଲେହଙ୍କ ଗୋଟିଏ ଭିଡିଓ ସାମ୍ନାକୁ ଆସିଛି।
ଘନି ଦେଶ ଛାଡ଼ିବା ପରେ ଅମରୁଲ୍ଲା ନିଜକୁ ଆଫଗାର ରାଷ୍ଟ୍ରପତି ଭାବେ ଘୋଷଣା କରିବା ସହ ତାଲିବାନ ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି। ତାଲିବାନ ପଞ୍ଜଶିର ଦଖଲ କରିବାକୁ ବାହାରିଥିବା ବେଳେ ଅମରୁଲ୍ଲା କିନ୍ତୁ ବେଶ ରିଲାକ୍ସ ମୁଡରେ ଅଛନ୍ତି। ଏବେ ସେ ତାଲିବାନ ବିରୋଧୀ ସଦସ୍ୟଙ୍କ ସହ ଭଲିବଲ ଖେଳୁଥିବା ଦେଖିବାକୁ ମିଳିଛି।
ଆଫଗାନିସ୍ତାନରେ ତାଲିବାନକୁ ବିରୋଧ କରିବା ପାଇଁ ଦେଶର କିଛି ସେନା ଯବାନ ଅମରୁଲ୍ଲାଙ୍କ ସହ ହାତ ମିଳାଇଛନ୍ତି। ସେମାନଙ୍କ ସହ ସ୍ଥାନୀୟ ମିଲିସିଆ ମଧ୍ୟ ରହିଛନ୍ତି। ଏହି ବିରୋଧୀ ସଂଗଠନର ନେତୃତ୍ୱ ଆଣ୍ଟି ସୋଭିଏତ ମୁଜାହିଦିନ କମାଣ୍ଡର ଦିବଂଗତ ଅହମଦ ଶାହ ମାସୁଦଙ୍କ ପୁଅ ଅହମଦ ମାସୁଦ ନେଉଛନ୍ତି। ସେ ପଞ୍ଜଶିରରେ ନିଜର ସ୍ୱତନ୍ତ୍ର ସଂଗଠନ ଗଠନ କରି ତାଲିବାନ ବରୋଧରେ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି।
Watch this video who is playing?
You might know him #panjshir is peaceful & United pic.twitter.com/gS0wtXnle4— Panjshir_Province (@PanjshirProvin1) August 22, 2021
ସାମ୍ନାକୁ ଆସିଥିବା ଭିଡିଓରେ ଅମରୁଲ୍ଲା ବେଶ ଖୁସି ମିଜାଜରେ ଭଲିବଲ ଖେଳୁଛନ୍ତି। ପଞ୍ଜଶିର ଉପତ୍ୟକାରେ ହିଁ ସେ ରହିଛନ୍ତି। ଭିଡିଓରେ ଦୁଇ ଜଣ ବନ୍ଧୁକଧାରୀ ଭଲିବଲ କୋଟ୍ରେ ଛିଡ଼ା ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି।
ବାଇଡେନ କହିଛନ୍ତି, ଉଦ୍ଧାର ପ୍ରକ୍ରିୟା ଜୋରଦାର ଚାଲିଛି। ଆତଙ୍କବାଦୀ ଏହି ସମୟର ଫାଇଦା ନେଇ ପାରନ୍ତି। ଆଫଗାନ୍ ବାସୀ କିମ୍ବା ଆମେରିକା ସେନାକୁ ଟାର୍ଗେଟ କରିବାକୁ ଚେଷ୍ଟା କରିପାରନ୍ତି ଆତଙ୍କବାଦୀ। ଆମେରିକା କିନ୍ତୁ ଏ ଦିଗରେ ସତର୍କ ରହିଛି। ଅଗଷ୍ଟ ୩୧ ପରେ ଆଉ ସମୟସୀମା ବଢ଼ାଇବା ଆବଶ୍ୟକ ପଡ଼ିବନି। ଏ ନେଇ ସେନା ସହିତ ସେ ନିରନ୍ତର ଯୋଗାଯୋଗରେ ରହିଥିବା କହିଛନ୍ତି।
ତାଲିବାନ ଆଫଗାନିସ୍ତାନକୁ କବଜା କରିବା ପରେ ସାରା ଦେଶରେ ଯଦିଓ ନୀରବତା ରହିଛି ହେଲେ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ଲକ୍ଷ ଲକ୍ଷ ଲୋକଙ୍କ ଗହଳି ରହିଛି। ଉଭୟ ଆମେରିକା ସେନା ଏବଂ ତାଲିବାନୀ ଅସ୍ତ୍ରଶସ୍ତ୍ର ଧରି ରହିଛନ୍ତି। ତେଣୁ ଲୋକଙ୍କ ମଧ୍ୟରେ ଭୟର ବାତାବାରଣ ରହିଛି। ଏହାକୁ ନେଇ ରବିବାର ବିମାନବନ୍ଦର ବାହାରେ ଦଳାଚକଟା ଉପସ୍ଥିତି ଉପୁଜିଛି। ଏଥିରେ ସାତ ଜଣ ଆଫଗାନିସ୍ତାନ ନାଗରିକଙ୍କର ମୃତ୍ୟୁ ଘଟିଛି। ଯାହାକୁ ନେଇ ଆମେରିକା ରାଷ୍ଟ୍ରପତି ଉଦବେଗ ପ୍ରକାଶ କରିଛନ୍ତି। ପରିସ୍ଥିତି ଯାହା ବି ରହିଛି ତାକୁ ନେଇ ସେ ଚିନ୍ତିତ ବୋଲି କହିଛନ୍ତି। ଯନ୍ତ୍ରଣା ଓ କ୍ଷତି ବିନା ଫେରିବା ଅସମ୍ଭବ ବୋଲି ବାଇଡେନ କହିଛନ୍ତି।
ତାଲିବାନର ଜଣେ ଅଧିକାରୀ ଆମୀର ଖାନ ମୁତାକି ଖବର ସରବରାହ ସଂସ୍ଥା ଏଏଫପିକୁ କହିଛନ୍ତି, ଆମେରିକା ନିଜର ସମସ୍ତ ଶକ୍ତି ଲଗାଇଥିଲେ ସୁଦ୍ଧା ବିମାନ ବନ୍ଦରକୁ ଲୋକଙ୍କୁ ସୁରକ୍ଷିତ ଭାବରେ ଆଣିବାରେ ବିଫଳ ହୋଇଛି। ସାରା ଦେଶରେ ଶାନ୍ତି ରହିଛି କିନ୍ତୁ କେବଳ କାବୁଲ ବିମାନବନ୍ଦରରେ ବାହାରେ ବିଶୃଙ୍ଖଳା ରହିଛି।
ଏହାପୂର୍ବରୁ ଆମେରିକା କହିଥିଲା ଯେ ସେଠାରେ ପ୍ରାୟ ୧୫ ହଜାର ଆମେରିକା ନାଗରିକ ଏବଂ ପ୍ରାୟ ୫୦ ହଜାର ଆଫଗାନିସ୍ତାନ ସହଯୋଗୀ ଅଛନ୍ତି ଯେଉଁମାନେ କାବୁଲରୁ ସ୍ଥାନାନ୍ତର ହେବା ଆବଶ୍ୟକ। ଅଗଷ୍ଟ ୧୪ରୁ ଏଯାବତ ଆମେରିକା ପ୍ରାୟ ୩୦ ହଜାର ୩୦୦ ଲୋକଙ୍କୁ ଉଦ୍ଧାର କରିଥିବା ବେଳେ ଜୁଲାଇ ଶେଷ ସୁଦ୍ଧା ୩୫,୫୦୦ ଲୋକଙ୍କୁ ଆମେରିକା ଉଦ୍ଧାର କରିଥିଲା ବୋଲି ହ୍ୱାଇଟ୍ ହାଉସର ଜଣେ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ଆମେରିକା ଏବେ ଉଦ୍ଧାର ପ୍ରକ୍ରିୟାକୁ ଜୋରଦାର କରିବାକୁ ଯାଇ ଘରୋଇ ବିମାନକୁ ଭଡ଼ାରେ ଆଣି କାବୁଲ ବିମାନ ବନ୍ଦରରେ ଲଗାଇଛି।
ତାଲିବାନୀଙ୍କ ଦାବି ରହିଛି ଯେ ଯଦି ବିଦ୍ରୋହୀ ଶାନ୍ତିପୂର୍ଣ୍ଣ ଭାବରେ ଅହମଦ ମାସୁଦଙ୍କୁ ଦେଇଦେବେ ତାହେଲେ ସେ କୌଣସି ପ୍ରକାର କ୍ଷତି ପହଞ୍ଚାଇବେ ନାହିଁ। ଅନ୍ୟପଟେ ଅହମଦ ମାସୁଦ ଆତ୍ମସମର୍ପଣ କରିବେ ନାହିଁ ବୋଲି କହି ସାରିଛନ୍ତି। ତାଲିବାନୀଙ୍କ ସହିତ ସେ ଏବଂ ତାଙ୍କ ସମର୍ଥକ ଯୁଦ୍ଧ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।
ତାଲିବାନୀମାନେ ପଞ୍ଜଶିର ଘାଟି ମୁହାଁ ହୋଇଥିବା ଦେଖି ପଞ୍ଜଶିର ବିଦ୍ରୋହୀଙ୍କ କବଜାରେ ଥିବା ଦେହ-ଏ-ସଲାହ ଜିଲ୍ଲାରେ ଯୁଦ୍ଧ ବିମାନକୁ ପ୍ରସ୍ତୁତ କରାଯାଉଥିବା ସୂଚନା ରହିଛି। କହିରଖୁଛୁ ଆଫଗାନିସ୍ତାନରେ ଥିବା ୩୩ଟି ପ୍ରାନ୍ତକୁ ତାଲିବାନୀ କବଜା କରିଛନ୍ତି। ହେଲେ ଏବେ ବି ଗୋଟିଏ ପ୍ରାନ୍ତ ପଞ୍ଜଶିର ରହିଛି ଯାହାକୁ ତାଲିବାନୀ ଅକ୍ତିଆର କରି ପାରି ନାହାନ୍ତି।
କାହିଁକି ପଞ୍ଜଶିର ତାଲିବାନୀଙ୍କ ପାଇଁ ଚ୍ୟାଲେଞ୍ଜ?
କାବୁଲର ଉତ୍ତରରେ ମାତ୍ର ୧୫୦ କିଲୋମିଟର ଦୂରରେ ରହିଛି ପଞ୍ଜଶିର। ଏଠିକାର ଜନସଂଖ୍ୟା ମାତ୍ର ଦୁଇ ଲକ୍ଷ। ପଞ୍ଜଶିର ନିବାସୀ କହିଛନ୍ତି ଯେ ସେମାନେ ତାଲିବାନୀଙ୍କୁ ଡରନ୍ତି ନାହିଁ। ତାଙ୍କ ବିରୋଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ। ୭୦ ଏବଂ ୮୦ ଦଶକରେ ଯେତେବେଳେ ତାଲିବାନ ପଞ୍ଜଶୀରକୁ ନିଜ ଦଖଲକୁ ନେବାକୁ ପ୍ରୟାସ କରିଥିଲା। ହେଲେ ସଫଳ ହୋଇପାରି ନଥିଲା। ଏହି ସମୟରେ ସୋଭିଏତ୍ ୟୁନିଅନ (ରୁଷ) ଆଫଗାନିସ୍ତାନ ଉପରେ ଆକ୍ରମଣ କରିଥିଲ। ହେଲେ ପଞ୍ଜଶୀରର ବିଦ୍ରୋହୀଙ୍କ ଆଗରେ ପରାସ୍ତ ହୋଇଥିଲେ। ଏଠାରେ ତାଜିକ୍ ସମ୍ପ୍ରଦାୟରେ ବସବାସ କରୁଥିବା ଲୋକମାନେ ରୁହନ୍ତି। ଯେଉଁମାନେ କି ଚେଙ୍ଗିଜ୍ ଖାନଙ୍କ ବଂଶଧର। ଏହି ସମ୍ପ୍ରଦାୟ ଏବେ ତାଲିବାନ ପାଇଁ ବଡ଼ ଆହ୍ୱାନ।
ପଞ୍ଜଶିରରର ଅହମ୍ମଦ ଶାହା ମାସୁଦଙ୍କ ପୁଅ ଅହମ୍ମଦ ମାସୁଦ ଏବଂ ନିଜକୁ ଆଫଗାନିସ୍ତାନର କାମଚଳା ରାଷ୍ଟ୍ରପତି ଭାବେ ଘୋଷଣା କରିଥିବା ଅମରୁଲ୍ଲା ସାଲେହ ତାଲିବାନକୁ କଡା ଜବାବ ଦେବେ ବୋଲି ଘୋଷଣା କରିସାରିଛନ୍ତି। ଅହମ୍ମଦ ମାସୁଦଙ୍କ ବାପା ଅହମ୍ମଦ ଶାହା ମାସୁଦ ମଧ୍ୟ ତାଲିବାନ ସହିତ ଲଢ଼େଇ କରୁଥିଲେ। ଆଫଗାନିସ୍ତାନକୁ ସୋଭିଏତ ୟୁନିଅନରୁ ତଡ଼ିପାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ହେଲେ ୨୦୦୧ରେ ତାଲିବାନ ଏବଂ ଆତଙ୍କବାଦୀ ସଂଗଠନ ଅଲ କାଏଦା ଅହମ୍ମଦ ଶାହା ମାସୁଦଙ୍କୁ ହତ୍ୟା କରିଥିଲେ।
ଏହାପରେ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ (ଏସିବି)ରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଅଜିଜୁଲ୍ଲା ଫଜଲି ପୁଣି ଏସିବି ଅଧ୍ୟକ୍ଷ ହୋଇଛନ୍ତି। ରବିବାର ସେ ଏସିବିର ଏହି ପଦରେ ନିଯୁକ୍ତି ହୋଇଛନ୍ତି। ତାଲିବାନ ପ୍ରତିନିଧୀମାନେ ଏସିବି କାର୍ଯ୍ୟାଳୟର ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ, ଏହା ପରେ କ୍ରିକେଟ୍ ବୋର୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରେ ଥିବା ରେଜିଙ୍କୁ ଅଜିଜୁଲ୍ଲାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ହୋଇଥିଲା।
ଏସିବି ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ, ପୂର୍ବତନ ଏସିବି ଅଧ୍ୟକ୍ଷ ଫଜଲିଙ୍କୁ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ସେ ଆଗାମୀ ଦିନରେ ହେବାକୁ ଥିବା ମ୍ୟାଚ ଏବଂ ଅନ୍ୟାନ୍ୟ କାମର ତଦାରଖ କରିବେ। ଏହାପୂର୍ବରୁ ଯେତେବେଳେ ଅଜିଜୁଲ୍ଲା ଏସିବିର ଚେୟାରମ୍ୟାନ୍ ହୋଇଥିଲେ ସେତେବେଳେ ଅତିଜ ମଶଲ ଏହି ପଦରୁ ଇସ୍ତଫା ଦେଇଥିଲେ। ଫଜଲି ସେପ୍ଟେମ୍ବର ୨୦୧୮ ରୁ ଜୁଲାଇ ୨୦୧୯ ପର୍ଯ୍ୟନ୍ତ ଏହି ପଦରେ ଥିଲେ। ସେ ଏହି ପଦରୁ ହଟିବା ପରେ ଫରହାନ ୟୁସୁଫଜାଇ ଅଧ୍ୟକ୍ଷ ହୋଇଥିଲେ।
https://twitter.com/ACBofficials/status/1429380457410531332?s=20
ଅଜିଜୁଲ୍ଲା ଆଫଗାନିସ୍ତାନ କ୍ରିକେଟ୍ ସହିତ ପ୍ରାୟ ଦୁଇ ଦଶନ୍ଧି ଧରି ଜଡିତ ରହିଛନ୍ତି। କ୍ରିକେଟରୁ ଅବସର ନେବା ପରେ ସେ ଏସିବିର ଉପାଧ୍ୟକ୍ଷ ଏବଂ ପରାମର୍ଶଦାତା ଭାବରେ ମଧ୍ୟ କାମ କରିଥିଲେ।
ସୂଚନାଯୋଗ୍ୟ, ଗତ ସୋମବାର ଆଫଗାନିସ୍ତାନ କ୍ରିକେଟ ବୋର୍ଡକୁ ଦଖଲ କରିବା ପରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡର ସିଇଓ ହମିଦ ଶିନଓ୍ୱାରି କହିଥିଲେ ଯେ ଆଗାମୀ ଦିନରେ କ୍ରିକେଟ ପ୍ରଭାବିତ ହେବ ନାହିଁ। ତାଲିବାନୀ ମଧ୍ୟ କ୍ରିକେଟକୁ ସମର୍ଥନ କରନ୍ତି।
ଗରଡା ନାମକ ଏକ ସୁରକ୍ଷା କମ୍ପାନୀରେ କାମ କରୁଥିବା ଏହି ୨୦୦ ଭାରତୀୟ ଗୁରୁବାର ବସ୍ ଏବଂ ଅନ୍ୟାନ୍ୟ ଗାଡିରେ ବିମାନବନ୍ଦର ଅଭିମୁଖେ ଆସୁଥିଲେ। ତେବେ ତାଲିବାନୀ ଏହି ସମୟରେ ରାସ୍ତା ଉପରେ ଗୁଳି ଚଳାଇଥିଲା। ଏପରି କରି ଭାରତୀୟଙ୍କ ରାସ୍ତା ଅବରୋଧ କରିଥିଲେ ତାଲିବାନ। ଏହାପରେ ଭାରତୀୟ ନାଗରିକ କମ୍ପାନୀ ଭିତରେ ପ୍ରବେଶ କରି ଯାଇଥିଲେ। ସହାୟତା କରିବାକୁ ବୈଦେଶିକ ମନ୍ତ୍ରାଳୟକୁ ସେମାନେ ନିବେଦନ କରିଛନ୍ତି। ହେଲେ କମ୍ପାନୀର ଫାଟକ ବାହାରେ ବନ୍ଧୁକ ଧରି ଛିଡ଼ା ହୋଇଛନ୍ତି ତାଲିବାନ। ଭୟଭୀତ କରିବାକୁ ଯାଇ ତାଲିବାନ ମଝିରେ ମଝିରେ ଗୁଳି ଫୁଟାଉଛନ୍ତି ବୋଲି ସୂଚନା ରହିଛି। ହତ୍ୟାର ଶିକାର ହୋଇପାରନ୍ତି ବୋଲି ଆଶଙ୍କା କରି ଭୟଭୀତ ହୋଇପଡ଼ିଛନ୍ତି ଏହି ଭାରତୀୟ ମାନେ। ତେବେ ମିଳିଥିବା ସୂଚନା ଅନୁସାରେ ସୁରକ୍ଷା କମ୍ପାନୀରେ କାମ କରୁଥିବା ଭାରତୀୟଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଥିଲା। ତାଲିବାନ ସେମାନଙ୍କୁ ଅସ୍ତ୍ର ହସ୍ତାନ୍ତର କରିବାକୁ କହିଥିଲେ।
ଭାରତ ଏବେ ଜରୁରୀକାଳୀନ ଭିତରେ ଆଫଗାନିସ୍ତାନରେ ଥିବା ସମସ୍ତ ଭାରତୀୟଙ୍କୁ ଉଦ୍ଧାର କରୁଛି। ଗତକାଲି ଏହି ୨୦୦ ଭାରତୀୟ ବିମାନ ବନ୍ଦରରେ ପହଞ୍ଚିବାର ଥିଲା। ଯେଉଁ ବିମାନ ବନ୍ଦର ସହିତ ଭାରତ ସରକାର ଯୋଗାଯୋଗରେ ଅଛନ୍ତି ତାହା ଆମେରିକା ସେନା ଅଧୀନରେ ରହିଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆମେରିକା ସୁରକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗରେ ରହି ଭାରତୀୟଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରୁଥିବା ସୂଚନା ରହିଛି।
ତାଲିବାନ ଆଫଗାନକୁ କବଜା କରିବା ପରେ ୱାରଲର୍ଡ୍ସମାନଙ୍କୁ ପଣବନ୍ଦୀ କରୁଛି। ଅନେକଙ୍କୁ ମଧ୍ୟ ହତ୍ୟା କରୁଛି। ଏହି ଭୟରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ଅନେକ ଲୋକ ଆଫଗାନ ଛାଡ଼ି ଚାଲି ଯାଉଛନ୍ତି। କିନ୍ତୁ ତାଲିବାନଙ୍କ ବିରୋଧରେ ଶେଷ ଯାଏ ଲଢ଼େଇ କରିଥିଲେ ଆଫଗାନର ଜଣେ ମହିଳା ଗଭର୍ଣ୍ଣର।
ଆଫଗାନରେ ଥିବା କିଛି ହାତ ଗଣତି ମହିଳା ରାଜ୍ୟପାଳଙ୍କ ମଧ୍ୟରୁ ସଲିମା ମଜାରୀ ଅନ୍ୟତମ। ମଜାରୀ ବଲଖ ପ୍ରଦେଶର ଚାହର କିଣ୍ଟ୍ ଜିଲ୍ଲାକୁ ତାଲିବାନ କବଳରୁ ରକ୍ଷା କରିବା ପାଇଁ ସେ ନିଜ ସମର୍ଥକଙ୍କ ସହ ବନ୍ଧୁକ ଉଠାଇଥିଲେ। ଚାହର କିଣ୍ଟର ଜିଲ୍ଲା ଗଭର୍ଣ୍ଣର ହେଉଛନ୍ତି ସଲିମା।
ସେ ତାଲିବାନୀଙ୍କ ପ୍ରଚଣ୍ଡ ଆକ୍ରମଣକୁ ଶେଷ ଯାଏ ମୁକାବିଲା କରିଥିଲେ। ହେଲେ ଏବେ ସେ ତାଲିବାନୀଙ୍କ ଦ୍ୱାରା ପଣବନ୍ଦୀ ହୋଇ ରହିଛନ୍ତି। ସେ ତାଲିବାନ ବିରୋଧରେ ଗଠନ କରିଥିବା ସେନା ବାହିନୀର ଅଧିକାଂଶ ସଦସ୍ୟ ଲଢ଼େଇରେ ପ୍ରାଣ ହରାଇଛନ୍ତି। ହେଲେ ସଲିମାଙ୍କ ସହ ତାଲିବାନୀମାନେ ଏବେ କ’ଣ କରିଛନ୍ତି, ସେକଥା କାହାକୁ ଜଣାନାହିଁ।
କୁହାଯାଉଛି ଯେ ଏବେ ସେମାନେ ସଲିମାଙ୍କୁ ହତ୍ୟା କରିବେ ନାହିଁ। କାରଣ ତାଲିବାନୀମାନେ ତାଙ୍କୁ ବ୍ୟବହାର କରି ସେମାନଙ୍କୁ ବିରୋଧ କରୁଥିବା ଲୋକଙ୍କ ମନୋବଳ ଭାଙ୍ଗିବାକୁ ଚେଷ୍ଟା କରିବେ। ସେମାନେ ସଲିମାଙ୍କୁ ନିର୍ଯାତନା ଦେଇ ଅନ୍ୟମାନଙ୍କ ମନରେ ଭୟ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି।
ପଣବନ୍ଦୀ ହେବା ପୂର୍ବରୁ ସଲିମା ମଜାରୀ ନିଜ ଲୋକଙ୍କୁ ବଞ୍ଚାଇବା ପାଇଁ ସବୁ ପ୍ରକାରର ଚେଷ୍ଟା କରିଥିଲେ। ଏପରି କି ସେ ତାଲିବାନ କମାଣ୍ଡରଙ୍କ ସହ ଯୁଦ୍ଧ କରିଥିଲେ। ସେ ନିଜେ ବନ୍ଧୁକ ଉଠାଇ ଲୋକଙ୍କୁ ସୁରକ୍ଷା ଦେଇଥିଲେ। ତାଙ୍କ ସେନାର ଲୋକମାନେ ସେମାନଙ୍କର ଜମି ଓ ଗୃହପାଳିତ ପଶୁଗୁଡ଼ିକୁ ବିକ୍ରି କରି ଅସ୍ତ୍ରଶସ୍ତ୍ର କିଣି ତାଙ୍କ ସହ ଲଢ଼େଇରେ ସାମିଲ ହୋଇଥିଲେ।
ସଲିମା ନିଜେ ଗାଡ଼ିର ଆଗ ସିଟ୍ରେ ବସି ନିଜ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କୁ ଯୁଦ୍ଧରେ ସାମିଲ ହେବାକୁ ପରାମର୍ଶ ଦେଉଥିଲେ। ହେଲେ ଏବେ ସବୁ କିଛି ଶେଷ ହୋଇଯାଇଛି। ସଲିମାଙ୍କୁ ପଣବନ୍ଦୀ କରି ତାଲିବାନ ବଲଖ ପ୍ରଦେଶକୁ ଦଖଲ କରି ନେଇଛି।
ସଲିମା ମଜାରୀ କିଏ
ଆଫଗାନର ମୂଳ ବାସିନ୍ଦା ହେଉଛନ୍ତି ସଲିମା। ସୋଭିଏତ ଯୁଦ୍ଧ ସମୟରେ ତାଙ୍କ ପରିବାର ଲୋକ ଇରାନ ପଳାଇଥିଲେ। ସେଠାରେ ପରିବାର ଲୋକ ଶରଣାର୍ଥୀ ଭାବେ ଥିବା ବେଳେ ୧୯୮୦ ମସିହାରେ ଜନ୍ମ ହୋଇଥିଲେ ସଲିମା। ସେ ହେଉଛନ୍ତି ହାଜାରା ସମ୍ପ୍ରଦାୟର ଶିହା ମୁସ୍ଲିମ୍। ଯେଉଁମାନେ ସାଧାରଣତଃ ସୁନ୍ନି ତାଲିବାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥାନ୍ତି।
ତେହେରାନ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିବା ପରେ ସଲିମା ବାପା ମା’ଙ୍କୁ ଛାଡି ଆଫଗାନିସ୍ତାନକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପୂର୍ବରୁ ସେ ଅନେକ ବିଶ୍ୱବିଦ୍ୟାଳୟ ଓ ଅନ୍ତର୍ଜାତୀୟ ସଂଗଠନରେ କାମ କରିଥିଲେ। ୨୦୧୮ରେ ସେ ଜାଣିବାକୁ ପାଇଥିଲେ ଯେ ଚାହର କିଣ୍ଟ୍ ଜିଲ୍ଲାର ଗଭର୍ଣ୍ଣର ପଦ ଖାଲି ପଡ଼ିଛି। ଆଫଗାନିସ୍ତାନ ପାଇଁ କିଛି କରିବାର ଲକ୍ଷ୍ୟ ରଖିଥିବାରୁ ସଲିମା ଏହି ପଦ ପାଇଁ ଆବେଦନ କରିଥିଲେ। ଶେଷରେ ତାଙ୍କ ଲକ୍ଷ୍ୟ ମଧ୍ୟ ପୂରଣ ହୋଇଥିଲା। ସେ ଚାହର କିଣ୍ଟର ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିଲେ।
୩ ବର୍ଷ ଗଭର୍ଣ୍ଣର ଭାବେ କାର୍ଯ୍ୟ କରିବା ପରେ ତାଲିବାନୀ ସଙ୍କଟ ଚାହର କିଣ୍ଟକୁ ଗ୍ରାସିଥିଲା। ଆମେରିକା ସୈନ୍ୟ ଆଫଗାନରୁ ପ୍ରତ୍ୟାହୃତ ହେବା କ୍ଷଣି ତାଲିବାନ ତା’ର ବିସ୍ତାରବାଦ ନୀତି ଆରମ୍ଭ କରିଥିଲା।
ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ବନ୍ଧୁକ ମୁନରେ ଦଖଲ କରିବା ପରେ ଚାହର କିଣ୍ଟ ଉପରେ ପଡ଼ିଥିଲା ତାଲିବାନୀଙ୍କ ନଜର। ହେଲେ ଏହାକୁ ଦଖଲ କରିବା ସେମାନଙ୍କ ପକ୍ଷେ ସହଜ ହୋଇ ନଥିଲା। ତାଲିବାନୀଙ୍କୁ ସଲିମା ଓ ତାଙ୍କ ସେନା ଜୋରଦାର ଟକ୍କର ଦେଇଥିଲେ।
ଭାଇରାଲ ହୋଇଥିବା ଭିଡିଓରେ ମହିଳା ସାମ୍ବାଦିକ ତାଲିବାନ ସଦସ୍ୟଙ୍କୁ ପଚାରୁଛନ୍ତି ଯେ ସେମାନଙ୍କ ଶାସନରେ ଆଫଗାନିସ୍ତାନରେ ମହିଳାଙ୍କ ଅଧିକାରକୁ ସମ୍ମାନ ଦିଆଯିବ କି? ଜବାବରେ ତାଲିବାନ ସଦସ୍ୟ କହିଛନ୍ତି, ଇସଲାମର ଶରିଆ ନିୟମ ଅନୁଯାୟୀ ମହିଳାମାନେ ସମସ୍ତ ଅଧିକାର ପାଇବେ।
https://twitter.com/dpatrikarakos/status/1427567411692244992?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1427567411692244992%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fwww.livehindustan.com%2Finternational%2Fstory-taliban-fighters-started-laughing-when-journalist-asked-them-if-afghans-can-vote-for-women-politicians-4382861.html
ଏହା ପରେ ମହିଳା ସାମ୍ବାଦିକ ପଚାରିଛନ୍ତି ଯେ, ଆଫଗାନିସ୍ତାନ ନାଗରିକମାନେ ଜଣେ ମହିଳାଙ୍କୁ ଭୋଟ୍ ଦେବାର ଏବଂ ତାଙ୍କୁ କ୍ଷମତାକୁ ଆଣିବାର ଅଧିକାର ପାଇବେ କି? ପ୍ରଶ୍ନର ଉତ୍ତର ନ ଦେଇ ତାଲିବାନ ସଦସ୍ୟ ହସୁଥିବା ଦେଖିବାକୁ ମିଳିଛି। ଏହା ପରେ ଏହି ସଦସ୍ୟ କ୍ୟାମେରା ବନ୍ଦ କରିବାକୁ କହୁଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ରବିବାର ଆଫଗାନିସ୍ତାନର ରାଜଧାନୀ କାବୁଲକୁ ତାଲିବାନ ଦଖଲ କରିଥିଲା। ଏହାପରେ ଆଫଗାନିସ୍ତାନରେ ମହିଳାଙ୍କ ଅଧିକାର ପୁଣି ଥରେ ଦମନ କରାଯିବ ବୋଲି ଏକ ଭୟ ସୃଷ୍ଟି ହୋଇଛି। ଏପରି ଭୟଭୀତ ହେବାର କାରଣ ଏହି ସାକ୍ଷାତକାରରୁ ସ୍ପଷ୍ଟ ହୋଇଛି। ସେହିପରି ପୂର୍ବରୁ ମହିଳା ସାମ୍ୱାଦିକମାନେ ଡ୍ରେସ ପିନ୍ଧି ଟିଭିରେ ନ୍ୟଜ ପଢ଼ୁଥିଲେ ହେଲେ ଏବେ ସେମାନେ ବୁର୍ଖା ପିନ୍ଧୁଥିବା ଦେଖିବାକୁ ମିଳିଛି।
ଡେମୋକ୍ରାଟିକ୍ ପାର୍ଟିର ନେତା ତଥା ସାଂସଦ ଜିମ୍ ଲାଙ୍ଗେଭିନ୍ (Jim Langevin) ଆଲେଖ୍ୟ ଜରିଆରେ କହିଛନ୍ତି ବାଇଡେନ ସରକାର ଯେତେବେଳେ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲେ ସେତେବେଳେ ସେ ବିରୋଧ କରିଥିଲେ। ହେଲେ ଏହାକୁ ବାଇଡେନ ସରକାର ନଜର ଅନ୍ଦାଜ କରିଥିଲେ ବୋଲି ଏହି ସାଂସଦ ଜଣଙ୍କ ଆଲେଖ୍ୟ ଜରିଆରେ କହିଛନ୍ତି। ମେ ମାସରେ ଆମେରିକା ଗୃହ ସଶସ୍ତ୍ର ସେବା କମିଟିର ଏକ ବୈଠକ ବସିଥିଲା। ଏହି ବୈଠକରେ ଲାଙ୍ଗେଭିନ୍ ଜଣେ ବରିଷ୍ଠ ସେନା ଅଧିକାରୀଙ୍କୁ ପଚାରିଥିଲେ ଯେ ଯଦି ସେନା ପ୍ରତ୍ୟାହାର ପରେ ଆଫଗାନିସ୍ତାନର ଅବସ୍ଥା ଖରାପ ହୁଏ ଏବଂ ସେଠାକାର ସରକାର ଯଦି ସାହାଯ୍ୟ ମାଗନ୍ତି, ତେବେ ଆମେରିକାର ଆଭିମୁଖ୍ୟ କ’ଣ ହେବ?
ଏହା ଉପରେ ଅଧିକାରୀ କହିଥିଲେ ଯେ ସେ ଏପରି 'ଆକଳନ' ପ୍ରଶ୍ନର ଉତ୍ତର ଦେବାକୁ ଚାହୁଁ ନାହାଁନ୍ତି। ଖାଲି ସେ ନୁହଁ କମିଟିରେ ଥିବା ଅନ୍ୟ ସଦସ୍ୟ ମଧ୍ୟ ସମାନ ପ୍ରଶ୍ନ ପଚାରିଥିଲେ କିନ୍ତୁ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରିନଥିଲା ବୋଲି ଲାଙ୍ଗେଭିନ୍ ତାଙ୍କ ଆଲେଖ୍ୟରେ ଲେଖିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ଅଫିସ ହ୍ୱାଇଟ୍ ହାଉସ ମଧ୍ୟ ଏ ବାବଦରେ ନିରବ ରହିଥିବା ସେ କହିଛନ୍ତି। ଲାଙ୍ଗେଭିନ୍ ଲେଖିଛନ୍ତି ଯେ ଯାହାକୁ ସେତେବେଳେ 'ବାଇଡେନ ସରକାର କାଳ୍ପନିକ ବୋଲି କହୁଥିଲା ତାହା ଏବେ ସତରେ ପରିଣତ ହୋଇଛି। ତେଣୁ ଆଫଗାନିସ୍ତାନରେ ଏପରି ପରିସ୍ଥିତି ହୋଇଛି। ଏବେ ଆଫଗାନିସ୍ତାନରେ ଜୋର ଜବରଦସ୍ତି ବିବାହ କରାଯାଉଛି, ଲୋକମାନେ ଅନ୍ୟ ଦେଶକୁ ପଳାଉଛନ୍ତି। ଏହା ଏକ ବଡ଼ ବିପର୍ଯ୍ୟୟ ବୋଲି ସେ ତାଙ୍କ ଆଲେଖ୍ୟରେ ଲେଖିଛନ୍ତି।
ସୂଚନାଯୋଗ୍ୟ, ଆଫଗାନିସ୍ତାନରେ ଯାହା ବି ହେଲା ସେଥିପାଇଁ ଆଫଗାନିସ୍ତାନ ସରକାର ଦାୟୀ। କାରଣ ଆଫଗାନିସ୍ତାନର ଯବାନ ନିଜ ଦେଶ ପାଇଁ ଲଢ଼ିଲେ ନାହିଁ। ଆମେରିକା ଦୀର୍ଘ ୨୦ ବର୍ଷ ଧରି ସମସ୍ତ ପ୍ରକାର ସହଯୋଗ କରିଛି। ଏହାପରେ ବି ଆଫଗାନିସ୍ତାନ ସରକାର ଠିକ୍ ଭାବରେ ନେତୃତ୍ୱ ନେଇପାରିଲେନି ବୋଲି ଆମେରିକାରର ରାଷ୍ଟ୍ରପତି ଜୋ ବାଇଡେନ୍ କହିଥିଲେ। ନିଜ ଉପରୁ ଦୋଷ ଛଡ଼ାଇ ସମସ୍ତ ପ୍ରକାର ସମାଲୋଚନକୁ ସେ ଏହି ଅବସରରେ ଖାରଜ କରିଥିଲେ।
ସୋମବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଆଫଗାନିସ୍ତାନରେ ତାଲିବାନ ଶାସନ ଫେରିଥିବାରୁ ଖୁସି ବ୍ୟକ୍ତି କରିଛନ୍ତି। ଏହି ପ୍ରକ୍ରିୟାକୁ ସେ ସ୍ୱାଗତ କରୁଛନ୍ତି ବୋଲି କହିଛନ୍ତି। କେବଳ ଏତିକି ନୁହେଁ ତାଲିବାନର ପ୍ରତ୍ୟାବର୍ତ୍ତନକୁ ସେ ଗୁଲାମିରାଜର ଶେଷ ହୋଇଛି ବୋଲି କହିଛନ୍ତି।
ଇମ୍ରାନ ଖାନ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି, 'ଯେତେବେଳେ ତୁମେ ଅନ୍ୟର ସଂସ୍କୃତିକୁ ଗ୍ରହଣ କରିବ, ସେତେବେଳେ ତୁମେ ମାନସିକ ସ୍ତରରେ ମଧ୍ୟ ସେମାନଙ୍କର ଦାସ ହେବ। ଏହା କିନ୍ତୁ ମୂଳ ସଂସ୍କୃତି ଅପେକ୍ଷା ଖରାପ। ସାଂସ୍କୃତିକ ଦାସତ୍ୱର ଶୃଙ୍ଖଳ ଭାଙ୍ଗିବା ସହଜ ନୁହେଁ। ଆଜିକାଲି ଆଫଗାନିସ୍ତାନରେ ଯାହା ଘଟୁଛି ତାହା ଦାସତ୍ୱର ଶୃଙ୍ଖଳ ଭାଙ୍ଗିବା ପରି। ଇମ୍ରାନ୍ ଖାନ୍ ଏଭଳି କହିବାର ଅର୍ଥ ହେଲା ଆଫଗାନିସ୍ତାନରେ ଯେଉଁ ସରକାର ଚାଲିଥିଲା ତାହା ଆମେରିକା ସମର୍ଥନରେ। ଆମେରିକାର ସମର୍ଥନ ରହିବାରୁ ଆଫଗାନିସ୍ତାନରେ ଇସଲାମିକ ଧର୍ମର କ୍ଷୁଣ୍ଣ ହୋଇଥିଲା। ସମସ୍ତେ ଆମେରିକା ବା ପାଶ୍ଚାତ୍ୟ ଦେଶର ସଂସ୍କୃତି ମୁହାଁ ହୋଇଥିଲେ। ଯାହାକୁ ସେମାନେ ଏବଂ ତାଲିବାନ ବିରୋଧ କରନ୍ତି।
ରବିବାର ଆଫଗାନିସ୍ତାନର ରାଷ୍ଟ୍ରପତି ଅସରଫ ଘନି ଦେଶ ଛାଡ଼ି ପଳାଇଛନ୍ତି। ତାଲିବାନ ଏବେ ରାଷ୍ଟ୍ରପତି ଭବନ ଦଖଲ କରିଛି। ଏବେ ଭବନକୁ ଇସଲାମିକ୍ ଏମିରେଟ୍ (Islamic Emirate) ବୋଲି ତାଲିବାନ ଘୋଷଣା କରିସାରିଛି। ସେହିପରି ଦେଶର ନାମ ‘ଇସଲାମିକ ଏମିରେଟ୍ ଆଫଗାନିସ୍ତାନ’ ରଖିବାକୁ ଯୋଜନା କରିଛି ତାଲିବାନ। ୨୦୦୧ରେ ତାଲିବାନ ଶାସନକୁ ଆମେରିକା ସେନା ହଟାଇବା ପୂର୍ବରୁ ଏହି ଦେଶର ନାମ ‘ଇସଲାମିକ ଏମିରେଟ୍ ଆଫଗାନିସ୍ତାନ’ ଥିଲା।
ଆଫଗାନିସ୍ତାନରେ ତାଲିବାନ ଶାସନ ପରେ ଆମେରିକା, ବ୍ରିଟେନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ସମେତ ଅନେକ ଦେଶ ସେମାନଙ୍କ ଦୂତାବାସ ବନ୍ଦ କରି କୂଟନୀତିଜ୍ଞଙ୍କୁ ଫେରାଇ ନେଉଛନ୍ତି। ହେଲେ ଇରାନ, ଚାଇନା, ରୁଷିଆ ଏବଂ ପାକିସ୍ଥାନ ଭଳି ଦେଶ ତାଲିବାନରେ ସେମାନଙ୍କ ଦୂତାବାସରେ କାର୍ଯ୍ୟ ଜାରି ରଖିଛନ୍ତି। ଏହା ବ୍ୟତୀତ ତାଲିବାନ ସରକାରଙ୍କୁ ସେମାନଙ୍କ ପକ୍ଷରୁ ସ୍ୱୀକୃତି ମିଳିବାର ସୂଚନା ମଧ୍ୟ ରହିଛି।
ତାଲିବାନ ସହିତ ଘନିଷ୍ଠ ଭାବରେ କାମ କରିବାକୁ ଚାଇନା ଇଚ୍ଛା ପ୍ରକାଶ କରିଛି। ଚାଇନା ସୋମବାର କହିଛି ଯେ ଆମେ ଆଶା କରୁଛୁ ତାଲିବାନ ସେମାନଙ୍କ ପ୍ରତିଶ୍ରୁତି ପାଳନ କରିବ ଏବଂ ଦେଶରେ ଏକ ଖୋଲା ଏବଂ ସ୍ଥାୟୀ ସରକାର ଗଠନ କରିବ।
ଇରାନ, ରୁଷିଆ ଏବଂ ଚାଇନାର ଆମେରିକା ସହିତ କୂଟନୀତିକ ସମ୍ପର୍କ ଖରାପ ରହିଛି। ଅନେକ ପ୍ରସଙ୍ଗରେ ଆମେରିକାକୁ ବିରୋଧ କରନ୍ତି ଏହି ଦେଶ। ଏଭଳି ପରିସ୍ଥିତିରେ ଏହି ତିନୋଟି ଦେଶ ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ହେବା ପରେ ସେମାନଙ୍କର ପ୍ରଭାବ ବଢ଼ିବା ପାଇଁ ଏକ ସୁଯୋଗ ଆସିଛି ବୋଲି ବିବେଚନା କରୁଛନ୍ତି। ରୁଷ ଏବେ ତାଲିବାନ ସହିତ କଥାବାର୍ତ୍ତା ଆରମ୍ଭ କରିଦେଇଛି। ସେହିପରି ଆଫଗାନିସ୍ତାନର ଘନି ସରକାର ବେଳେ ଭାରତ ଅନେକ ସହଯୋଗ କରିବା ସହିତ ବିକାଶମୂଳକ କାମରେ ପୁଞ୍ଜି ବିନିଯୋଗ କରିଥିଲା। ଯାହାକୁ ପାକିସ୍ତାନ ବିରୋଧ କରୁଥିଲା। ତେଣୁ ଘନି ସରକାର ଯିବା ପରେ ଏବେ ପାକିସ୍ତାନ ଉତ୍ସାହିତ ହୋଇଛି। ଘନି ତାଲିବାନ ଶକ୍ତିଶାଳୀ ହେବା ପଛରେ ପାକିସ୍ତାନର ଗୁଇନ୍ଦା, ସେନା ଏବଂ ସରକାର ଦାୟୀ ବୋଲି କହିଥିଲେ। ଯାହାକୁ ନେଇ ପାକିସ୍ତାନ ଅନ୍ତର୍ଜାତୀୟ ମଞ୍ଚରେ ଲଜ୍ଜିତ ମଧ୍ୟ ହୋଇ ସାରିଛି।
ତାଲିବାନ ଧୀରେ ଧୀରେ ଗୋଟିଏ ଗୋଟିଏ ରାଜ୍ୟ ଦଖଲ କରୁଥିବା ଦେଖି ଗତ ମଙ୍ଗଳବାର (ଅଗଷ୍ଟ ୧୦)ରେ ଆମେରିକାର ହ୍ୱାଇଟ୍ ହାଉସ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତି ବାଇଡେନ କହିଥିଲେ ମୁଁ ଆଫଗାନିସ୍ତାନ ନେତାଙ୍କୁ ଏକଜୁଟ ହୋଇ ନିଜ ଦେଶ ପାଇଁ ଲଢ଼େଇ କରିବାକୁ ଅନୁରୋଧ କରୁଛି। ଆମେରିକା ଏବେ ବି ଆଫଗାନିସ୍ତାନ ସହ ରହିଛି। ଆମେରିକା ସାମରିକ ଶକ୍ତି ଯୋଗାଇବ, ଆଫଗାନ ସେନାକୁ ଦରମା ଦେଉଛି ଏବଂ ସମସ୍ତ ପ୍ରକାର ଯନ୍ତ୍ରପାତି ସହିତ ଖାଦ୍ୟ ସାମଗ୍ରୀ ଯୋଗାଉଛି। ଏବେ କିନ୍ତୁ ଆଫଗାନବାସୀଙ୍କୁ ନିଜ ପାଇଁ ଯୁଦ୍ଧ କରିବାକୁ ହେବ। ଏହାପରେ ପରେ ପ୍ରଥମେ ଆଫଗାନର ଅର୍ଥମନ୍ତ୍ରୀ ଖାଲିଦ ପେଇନ୍ଦା ଦେଶ ଛାଡ଼ି ଦେଇଥିଲେ। ଆଉ ପରେ ପରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ଦେଶ ଛାଡ଼ି ଦେଇଛନ୍ତି।
ଚଳିତ ବର୍ଷ ଏପ୍ରିଲରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଫଗାନିସ୍ତାନରୁ ସମସ୍ତ ଆମେରିକୀୟ ସୈନ୍ୟ ସେପ୍ଟେମ୍ୱର ସୁଦ୍ଧା ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରିଥିଲେ। ସେବେଠାରୁ ତାଲିବାନ ସମଗ୍ର ଦେଶରେ ସେନା ବିରୋଧରେ ଆକ୍ରମଣ ଆରମ୍ଭ କରିଥିଲା।
ଏହାପୂର୍ବରୁ ଫେବୃଆରୀ ୨୦୨୦ରେ କାତାରର ଦୋହାରେ ତାଲିବାନ ଟ୍ରମ୍ପ ପ୍ରଶାସନ ସହିତ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ରାଜି ହୋଇଥିଲା। ଏଥିରୁ ପ୍ରମାଣିତ ହୋଇଥିଲା ଆମେରିକା ଦ୍ୱାରା ତାଲିମପ୍ରାପ୍ତ ଆଫଗାନିସ୍ତାନ ସୈନିକମାନେ ତାଲିବାନଠାରୁ କମ୍ ଦକ୍ଷ।
ସରକାରୀ ସେନା କାହିଁକି ତାଲିବାନ ମୁହାଁ ହେଲେ?
ଆଫଗାନିସ୍ତାନ ଉପରେ ସୋଭିଏତ୍ ୟୁନିଅନ ବା ଏବେର ରୁଷର ଆକ୍ରମଣ ବିରୋଧରେ ମୋର୍ଚ୍ଚା ଖୋଲିଥିବା ତଥା ଜଣାଶୁଣା କମାଣ୍ଡର ତଥା ରାଜନେତା ଅହମ୍ମଦ ଶାହ ମାସୁଦଙ୍କ ଭାଇ ଅହମ୍ମଦ ୱାଲି ମାସୁଦ ବ୍ରିଟେନରେ ଆଫଗାନିସ୍ତାନର ରାଷ୍ଟ୍ରଦୂତ ଥିଲେ।
ସେ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲକୁ କହିଛନ୍ତି ଯେ ଆଫଗାନିସ୍ତାନରେ ନେତା ଦୁର୍ନୀତିଗ୍ରସ୍ତ। ଏଠାରେ ସୈନିକଙ୍କୁ ଲଢ଼େଇ କରିବା ପାଇଁ କୌଣସି ପ୍ରେରଣା ନାହିଁ। ଖାଇବାକୁ ମଧ୍ୟ ପାଉ ନାହାନ୍ତି। ତେଣୁ ସରକାର ଯେତେବେଳେ ଖାଇବା ଦେଉ ନାହିଁ ସେତେବେଳେ କାହାକୁ ଦେଖି ଲଢ଼ିବେ ଏହି ସେନା? ତେଣୁ ଏହି ସେନା ତାଲିବାନଙ୍କ ସମ୍ପର୍କ ରଖିଥିଲେ।
ଅଗଷ୍ଟ ପୂର୍ବରୁ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟ ଅନୁଯାୟୀ ସେନାର ଛୋଟ ଛୋଟ କମାଣ୍ଡରମାନେ ତାଲିବାନ ନିକଟରେ ଆତ୍ମସମର୍ପଣ କରିବା ଆରମ୍ଭ କରିଥିଲେ। ଅଗଷ୍ଟ ୯ରେ ସାମଙ୍ଗାନର ପୂର୍ବତନ ସିନେଟର ତଥା ତାଜିକ୍ ଜାମିଆଟ୍-ଇ-ଇସଲାମି ଦଳର ମୁଖ୍ୟ ଆସିଫ୍ ଅଜିମି ତାଲିବାନ ପାଖକୁ ଯାଇଥିଲେ। ତାଲିବାନ ସହିତ ଅଜିମିଙ୍କ ଘନିଷ୍ଠତା ବଢ଼ିବା ଦ୍ୱାରା ଘନି ସରକାର ପାଇଁ ବଡ ଚ୍ୟାଲେଞ୍ଜ ହୋଇଥିଲା। କୁହାଯାଉଛି ଯେ ଅଜିମି ପକ୍ଷ ପରିବର୍ତ୍ତନ କରିବା ପରେ ସରକାରର ସ୍ଥିରତା ନେଇ ପ୍ରଶ୍ନ ଉଠିଥିଲା। ୨୦୦୧ରେ ଆମେରିକାର ଆକ୍ରମଣ ପୂର୍ବରୁ ଅହମ୍ମଦ ଶାହା ମାସୁଦଙ୍କ ନେତୃତ୍ୱରେ ଜାମିଆତ-ଇ-ଇସଲାମି ତାଲିବାନ ସହିତ ଭଲ ସମ୍ପର୍କ ଥିଲା।
ଅଜିମି ୱାଲ ଷ୍ଟ୍ରିଟ ଜର୍ଣ୍ଣାଲକୁ କହିଛନ୍ତି, ସୋଭିଏତ ସମର୍ଥିତ ଶାସନ ପରେ ଏଠାରେ ଇସଲାମିକ ନିୟମ ଲାଗୁ କରିବା ପାଇଁ ୧୯୮୦ ମସିହାରେ ଜାମିଆତ-ଇ-ଇସଲାମି ପ୍ରତିଷ୍ଠା କରାଯାଇଥିଲା। କିନ୍ତୁ ୨୦୦୧ରେ ଆମେରିକା ତାଲିବାନକୁ ବେଦଖଲ କରିବା ପରେ ଆମେ ନିଷ୍ପତ୍ତିରେ ପରିବର୍ତ୍ତନ କରିଥିଲୁ। କିନ୍ତୁ ଆମେ ଚାହୁଁଥିଲୁ ଇସଲାମିକ ସରକାର। କିନ୍ତୁ ଏହି ସରକାର ଆମେରିକାର ପୋଷା କୁକୁର ଭଳି ରହିଲା। ଯିଏ ଏହି ସରକାର ବିରୁଦ୍ଧରେ ଠିଆ ହେବ, ଏବେ ଆମେ ତାଙ୍କ ସହିତ ରହିବୁ।
କାହିଁକି ଆଫଗାନିସ୍ତାନ ସେନା ଅସ୍ତ୍ର ଉଠାଇଲାନି?
ଆଫଗାନିସ୍ତାନରେ ୩,୫୦,୦୦୦ ସୈନିକ ରହିଛନ୍ତି। ଯେତେବେଳେ କି ତାଲିବାନଙ୍କ ସଂଖ୍ୟା ୧ ଲକ୍ଷ ଭିତରେ ରହିଛି ବୋଲି କୁହାଯାଉଛି। ତେଣୁ ତାଲିବାନକୁ ପରାସ୍ତ କରିବାକୁ ଯଥେଷ୍ଟ ସୈନିକ ରହିଛନ୍ତି। କିନ୍ତୁ ଏପରି ଘଟିଲା ନାହିଁ। ତେବେ ଆଫଗାନିସ୍ତାନ ସରକାରରେ ଦୁର୍ନୀତି ଅଧିକ ରହିଥିବାରୁ ଗୁଳି ଓ ଖାଦ୍ୟ ସାମଗ୍ରୀ ସରିଯିବା ପରେ ଅଧିକାଂଶ ସୈନ୍ୟ ଆତ୍ମସମର୍ପଣ କରିବା ଆରମ୍ଭ କରିଥିଲେ। ଅନେକ ରିପୋର୍ଟ ଅନୁଯାୟୀ, ସୈନିକମାନେ ମାସ ମାସ ଧରି ବିନା ଦରମାରେ କାମ କରୁଥିଲେ।
ହେଲେ ଗତ ୨୦ ବର୍ଷ ହେବ ଆଫଗାନିସ୍ତାନରେ ନାଟୋ ସହଯୋଗୀମାନଙ୍କ ସହ ଆମେରିକା ଏଠାରେ ସୈନ୍ୟ ସଂଖ୍ୟା ବଢ଼ାଇବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନେଇଛି। କିନ୍ତୁ ଆଫଗାନିସ୍ତାନର ସାମରିକ ଏବଂ ବାୟୁ ସେନା ଯୁଦ୍ଧ କରିବା ପାଇଁ ବାହାର ଦେଶ ଉପରେ ନିର୍ଭର କରେ। ସେମାନେ କିପରି ସହାୟତା କରିବେ ତାହା ଚୁକ୍ତି ଉପରେ ନିର୍ଭରଶୀଳ।
ଆଫଗାନିସ୍ତାନ ଭଳି ଦେଶରେ ଏହି ସମସ୍ତ ଦିଗରେ ସ୍ଥାୟୀ ସମାଧାନ ନଥିଲା। ଯେଉଁଠି ଜିନିଷ ସୀମିତ ଏବଂ କୌଶଳର ଅଭାବ ରହିଛି। ତାଲିବାନକୁ ମୁକାବିଲା କରିବାରେ ଆଫଗାନିସ୍ତାନ ବାୟୁସେନାରେ ମଧ୍ୟ ଅସ୍ତ୍ରଶସ୍ତ୍ର ଅଛି।
କେତେକ ଆଫଗାନିସ୍ତାନ ଯୁଦ୍ଧ ବିମାନ ଏବଂ ହେଲିକପ୍ଟର ଉଡ଼ାଇବାରେ ସକ୍ଷମ, କିନ୍ତୁ ପାଶ୍ଚାତ୍ୟ ଦେଶର ଦକ୍ଷ ପରିଚାଳକମାନେ ଏବେ ସେଠାରୁ ଚାଲିଯାଇଛନ୍ତି। ଏଭଳି କଠିନ ସମୟରେ ଆଫଗାନିସ୍ତାନ ସୈନିକମାନେ ଏକାକୀ ହୋଇଯାଇଛନ୍ତି।
କେବଳ ଜୁଲାଇରେ ହଜାରେରୁ ଅଧିକ ଆଫଗାନିସ୍ତାନ ସୈନିକ ପଡୋଶୀ ଦେଶ ତାଜିକିସ୍ତାନକୁ ପଳାଇଥିଲେ। ସୈନିକମାନଙ୍କ ମଧ୍ୟରେ କୌଣସି ଉତ୍ସାହ ନାହିଁ କାରଣ ଅନେକ ସ୍ତରରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ରହିଛି।
ଆଫଗାନିସ୍ତାନକୁ ଫେରିଛି ପୁଣିଥରେ ତାଲିବାନୀ ଶାସନ। ଆଫଗାନିସ୍ତନକୁ ସମ୍ପୂର୍ଣ୍ଣ ଦଖଲ କରିଛି ତାଲିବାନ। ଏଣିକି ସେଠାରେ ତାଲିବାନ ସରକାର ଚାଲିବ। ରାଷ୍ଟ୍ରପତି ଭବନକୁ ତାଲିବାନୀମାନେ ଦଖଲ କରି ସାରିଛନ୍ତି। ତାଲିବାନର ଏକ ଗୋଷ୍ଠୀ ରାଜଧାନୀ କାବୁଲ ସ୍ଥିତ ରାଷ୍ଟ୍ରପତି ଭବନ ଭିତରେ ନଜର ଆସିଛନ୍ତି। ଫଳରେ ସେଠାରେ ପରିସ୍ଥିତି ଭୟାବହ ହୋଇଛି। ଲୋକେ ଦେଶ ଛାଡି ପଳାଇବାକୁ ଚେଷ୍ଟା କରୁଛନ୍ତି।
ଏହି ପରିପ୍ରେକ୍ଷୀରେ ଆଜି କାବୁଲ ବିମାନ ବନ୍ଦରରେ ପ୍ରବଳ ଭିଡ଼ ଜମିଛି। ବଳପୂର୍ବକ ଠେଲାପେଲା ହୋଇ ବିମାନ କ୍ୟାବିନ ମଧ୍ୟରେ ପ୍ରବେଶ କରିବାକୁ ଲୋକେ ଚେଷ୍ଟା କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଏହି ୫ ଜଣଙ୍କ ମୃତ୍ୟୁ ଗୁଳିମାଡରେ ହୋଇଛି ନା ଦଳାଚକଟାରେ ହୋଇଛି, ତାହା କହିବା ମୁସ୍କିଲ।
ଆମେରିକାର ଜଣେ ସୈନ୍ୟ ଅଧିକାରୀଙ୍କ କହିବା ମୁତାବକ, ଆଜି ସାକଳୁ ବିମାନବନ୍ଦରର ଦାୟିତ୍ୱରେ ଥିବା ଆମେରିକୀୟ ସୈନିକମାନେ ଭିଡ଼ ହଟାଇବା ପାଇଁ ଫାଙ୍କା ଗୁଳିଚଳନା କରିଥିଲେ। ତେବେ ଏଥିରେ କେହି ମୃତାହତ ହୋଇଛନ୍ତି ନା ନାହିଁ ସେନେଇ ସେ କିଛି ସ୍ପଷ୍ଟ କରିନାହାନ୍ତି।
ତାଲିବାନ ଦ୍ୱାରା କାବୁଲ ଦଖଲ ହେବା ପରଠାରୁ ବହୁ ସଂଖ୍ୟକ ଲୋକ ଦେଶ ଛାଡି ପଳାଉଛନ୍ତି। ସ୍ଥଳ ସୀମା ବନ୍ଦ ହେବା ପରେ ବିମାନବନ୍ଦରରେ ଲୋକଙ୍କ ଭିଡ଼ ଜମିଛୁ। ସେପଟେ ଏୟାର ଇଣ୍ଡିଆ ଆଫଗାନିସ୍ତାନର ସମସ୍ତ ବିମାନ ଉଡାଣ ଉପରେ ସ୍ଥଗିତ କରିଛି। ଦିଲ୍ଲୀ-କାବୁଲ-ଦିଲ୍ଲୀ ମଧ୍ୟରେ ସମସ୍ତ ବିମାନ ଚଳାଚଳ ବାତିଲ କରାଯାଇଛି।
ଏହା ବ୍ୟତୀତ ଆଫଗାନିସ୍ତାନରେ ଥିବା ଆମେରିକା ଦୂତବାସରେ ୨ଟି ବଡ ବିସ୍ଫୋରଣ ହୋଇଥିବା ଖବର ମିଳିଛି। ଏହି ବିସ୍ଫୋରଣରେ କେହି ମୃତାହତ ହୋଇଛନ୍ତି କି ନାହିଁ, ସ୍ପଷ୍ଟ ସୂଚନା ମିଳିପାରି ନାହିଁ।
https://twitter.com/ahmermkhan/status/1427169392618446849?s=20
କାବୁଲକୁ ତାଲିବାନ କବ୍ଜା କରିବା ପରେ ସେଠାକାର ସ୍ଥିତି ଭୟାବହ ରହିଛି। ଲୋକେ ନିଜକୁ ସୁରକ୍ଷିତ କରିବାକୁ ଯାଇ ଦେଶ ଛାଡି ପଳାଇଯାଉଛନ୍ତି। ଏଥିପାଇଁ ବିମାନବନ୍ଦରରେ ଦେଖିବାକୁ ମିଳିଛି ଜନସମୁଦ୍ର। ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ, ବିମାନ ବନ୍ଦରରେ ପାଦ ରଖିବାକୁ ମଧ୍ୟ ସ୍ଥାନ ନାହିଁ। ଯାହାର ଏକ ଏଭିଡିଓ ସାମ୍ନାକୁ ଆସିବା ପରେ ଏବେ ଭାଇରାଲ ହୋଇଛି।
ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟିଏ ବିମାନକୁ ହଜାରରୁ ଅଧିକ ଲୋକ ଘେରି ରହିଛନ୍ତି। ବିମାନ କ୍ୟାବିନ ଭିତରକୁ ପଶିବା ପାଇଁ ଯେଉଁ ସିଡିର ବ୍ୟବହାର କରାଯାଏ ତାହା ଉପରେ ଲୋକେ ଚଢ଼ି ଠେଳାପେଲା ହେଉଛନ୍ତି। ଏହି ଦୃଶ୍ୟ ଦେଖିଲେ ଲାଗୁଛି ଯେପରି ଏହା କୌଣସି ବିମାନ ବନ୍ଦର ନୁହେଁ, ଏହା ଏକ ବସ୍ଷ୍ଟାଣ୍ଡ ଭଳି ମନେ ହେଉଛି।
ଆଜି ସକାଳୁ କାବୁଲ ବିମାନ ବନ୍ଦରରେ ଏଭଳି ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଭିଡକୁ ନିୟନ୍ତ୍ରଣ କରିବାକୁ ଯାଇ ଆମେରିକା ସେନା ଫାଙ୍କା ଗୁଳିମାଡ କରିଥିଲା। ସେପଟେ କାବୁଲର ହମିଦ କରଞ୍ଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସମସ୍ତ ବ୍ୟବସାୟିକ ବିମାନ ଚଳାଚଳ ସ୍ଥଗିତ ରଖାଯାଇଛି।
ସୂଚନା ମୁତାବକ ପ୍ରାୟ ୨୦ ବର୍ଷ ପରେ ଆଫଗାନିସ୍ତାନକୁ ନିଜ ଦଖଲକୁ ନେଇଛି ତାଲିବାନ। ତେଣୁ ଆଫଗାନିସ୍ତାନର ଜନସାଧାରଣ ଅତ୍ୟଧିକ ଭୟଭୀତ ହୋଇଛପଡିଛନ୍ତି। ଯେଣତେଣ କରି ସେଠାରୁ ନିଜକୁ ରକ୍ଷା କରି ଦେଶ ଛାଡି ପଳାଇବାକୁ ଚାହୁଁଛନ୍ତି।
https://twitter.com/NicolaCareem/status/1427122975971561475?s=20
ଘନି ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ଯଦି ସେ ଆଫଗାନିସ୍ତାନରେ ରହିଥାନ୍ତେ ତେବେ ବହୁ ସଂଖ୍ୟକ ଲୋକ ଦେଶ ପାଇଁ ତାଲିବାନ ସହିତ ଲଢ଼େଇ କରିଥାନ୍ତେ। ଏପରି ପରିସ୍ଥିତିରେ ଅନେକ ଲୋକ ପ୍ରାଣ ହରାଇଥାନ୍ତେ। କାବୁଲ ସହର ମଧ୍ୟ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥାନ୍ତା। ସେ ଲେଖିଛନ୍ତି ଯେ ବର୍ତ୍ତମାନ ତାଲିବାନ ଜିତିସାରିଛି। ତେଣୁ ଏବେ ଆଫଗାନିସ୍ତାନ ଲୋକଙ୍କ ସମ୍ମାନ, ସମ୍ପତ୍ତି ଏବଂ ସୁରକ୍ଷା ପାଇଁ ତାଲିବାନ ଉତ୍ତରଦାୟୀ। ତାଲିବାନ ଏକ ଐତିହାସିକ ପରୀକ୍ଷାର ସମ୍ମୁଖୀନ ହେଉଛି ବୋଲି ଅଶରଫ ଘନି କହିଛନ୍ତି।
ତେବେ ସେ ବର୍ତ୍ତମାନ କେଉଁଠାରେ ଅଛନ୍ତି ବୋଲି ଅଶରଫ ଘନି ତାଙ୍କ ପୋଷ୍ଟରେ ଉଲ୍ଲେଖ କରି ନାହାନ୍ତି। ଆଫଗାନିସ୍ତାନର ପ୍ରମୁଖ ମିଡିଆ 'ଟୋଲୋ ନ୍ୟୁଜ୍' ଅନୁଯାୟୀ ଘନି ଏବେ ତାଜିକିସ୍ତାନ (Tajikistan) ଯାଇଛନ୍ତି।
ଅନେକ ଲୋକ ଏବେ ଭୟଭୀତ ଏବଂ ଭବିଷ୍ୟତକୁ ଚିନ୍ତିତ। ତାଲିବାନ ପାଇଁ ଆଫଗାନିସ୍ତାନର ଦେଶର ସମସ୍ତ ଲୋକ, ଭଉଣୀ ଏବଂ ମହିଳାମାନଙ୍କ ବିଶ୍ୱାସ ସହିତ ହୃଦୟ ଜିତିବା ଦରକାର। ଯାହା ବି ଯୋଜନା ତାଲିବାନ କରୁଛି ତାକୁ ଲୋକଙ୍କ ସହ ଶେଆର କରିବା ଦରକାର ବୋଲି ଘନି ତାଙ୍କ ଫେସବୁକ ପୋଷ୍ଟରେ ଲେଖିଛନ୍ତି। ସେ ଏବେ ବି ଆଫଗାନିସ୍ତାନକୁ ଭଲ ପାଆନ୍ତି। ଆଫଗାନିସ୍ତାନବାସୀଙ୍କ ସେବା କରିବା ତାଙ୍କର ଉଦ୍ଦେଶ୍ୟ ରହିଛି ବୋଲି ଘନି କହିଛନ୍ତି।
ସୂଚନାଯୋଗ୍ୟ, ତାଲିବାନ ଏବଂ ଆଫଗାନିସ୍ତାନ ସରକାରର ଶାନ୍ତି ପ୍ରକ୍ରିୟାର ମୁଖ୍ୟ ଅବଦୁଲ୍ଲା-ଅବଦୁଲ୍ଲା ଆଫଗାନିସ୍ତାନରେ ଏପରି ପରିସ୍ଥିତି ପାଇଁ ଅଶରଫ ଘନିଙ୍କୁ ଦାୟୀ କରିଛନ୍ତି। ସେହିପରି ଆଫଗାନର ପୂର୍ବତନ ମହିଳା ସାଂସଦ ଜାମିଲ କାରଜାଇ କହିଛନ୍ତି, କାବୁଲ ଏବେ ତାଲିବାନଙ୍କ ନିୟନ୍ତ୍ରଣରେ ରହିଛି। ଯେତେବେଳେ ସେ କାବୁଲ ଛାଡ଼ିଲେ ସେତେବେଳେ ରାଷ୍ଟ୍ରପତି ଅଫଗନ ଘନି ଦେଶକୁ ଧୋକ୍କା ଦେଇ ଅନ୍ୟ ଦେଶକୁ ପଳାଇ ସାରିଥିଲେ। ଦେଶରେ ଯାହା ବି ହୋଇଛି ସେଥିପାଇଁ ଘନି ହିଁ ଦାୟୀ।
ଦେଶର ସମସ୍ତ ସରକାରୀ ଏବଂ ବେସରକାରୀ ସଂଗଠନଗୁଡ଼ିକୁ ସ୍ୱାଭାବିକ ଭାବରେ କାମ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛି ତାଲିବାନ। ଏକ ବିବୃତ୍ତି ଜାରି କରି ତାଲିବାନ କହିଛି ଯେ ଦେଶରେ ଯେଉଁଭଳି ସରକାରୀ ପ୍ରଥା ଚାଲିଥିଲା ଏବେ ସମାନ ନିୟମ ରହିବ। କୌଣସି ସଂସ୍ଥା ପାଖରୁ ତାଲିବାନ ପ୍ରତିଶୋଧ ନେବ ନାହିଁ।
1994ରେ ଆଫଗାନିସ୍ତାନରେ ଯେତେବେଳେ ତାଲିବାନ ଆନ୍ଦୋଳନ ଆରମ୍ଭ କରିଥିଲା ସେତେବେଳେ ମୌଲାନା ଅବଦୁଲ ନେତୃତ୍ୱ ନେଇଥିଲେ ବୋଲି ଜଣାପଡ଼ିଛି। ତାଲିବାନ କ୍ୟାମ୍ପର ସେ ଜଣେ ଦ୍ୱିତୀୟ ଶୀର୍ଷ କମାଣ୍ଡର ବୋଲି ସୂଚନା ରହିଛି।
ତାଲିବାନର ଜଣେ ଅଧିକାରୀ କହିଛନ୍ତି ଯେ ତାଲିବାନ ଗୋଷ୍ଠୀ ଖୁବ ଶୀଘ୍ର କାବୁଲରେ ଥିବା ରାଷ୍ଟ୍ରପତି ଭବନକୁ ଇସଲାମିକ୍ ଏମିରେଟ୍ (Islamic Emirate) ବୋଲି ଘୋଷଣା କରିପାରନ୍ତି। ସେପ୍ଟେମ୍ବର 11, 2001ର ଆତଙ୍କବାଦୀ ଆକ୍ରମଣ ପରେ ତାଲିବାନକୁ ହଟାଇବା ପାଇଁ ଆମେରିକା ସେନା ବାହିନୀକୁ ଏଠାରେ ନିୟୋଜିତ କରି ନିୟନ୍ତ୍ରଣରେ ରଖିଥିଲା। ଏହା ପୂର୍ବରୁ ଆଫଗାନିସ୍ତାନର ନାମ 'ଇସଲାମିକ ଏମିରେଟ୍ ଆଫଗାନିସ୍ତାନ' ଥିଲା।
ସେହିପରି ଏହି ବିମାନରେ ଆସିଥିବା ଆଫଗାନିସ୍ତାନର ଅନ୍ୟତମ ପୂର୍ବତନ ରାଷ୍ଟ୍ରପତି ହାମିଦ କାରଜାଇଙ୍କ ସମ୍ପର୍କକୀୟ ତଥା ଆଫଗାନର ପୂର୍ବତନ ମହିଳା ସାଂସଦ ଜାମିଲ କାରଜାଇ କହିଛନ୍ତି, କାବୁଲ ଏବେ ତାଲିବାନଙ୍କ ନିୟନ୍ତ୍ରଣରେ ରହିଛି। ଯେତେବେଳେ ସେ କାବୁଲ ଛାଡ଼ିଲେ ସେତେବେଳେ ରାଷ୍ଟ୍ରପତି ଅଫଗନ ଘନି ଦେଶକୁ ଧୋକ୍କା ଦେଇ ଅନ୍ୟ ଦେଶକୁ ପଳାଇ ସାରିଥିଲେ। ଦେଶରେ ଯାହା ବି ହୋଇଛି ସେଥିପାଇଁ ଘନି ହିଁ ଦାୟୀ। ତେବେ ନୂଆ ରାଷ୍ଟ୍ରପତି କିଏ ହେବ ଅପେକ୍ଷା ରହିଛି ଦେଖିବା ପାଇଁ।
କହିରଖୁଛୁ ତାଲିବାନ ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେଇ ସାରିଛି। ଏବେ ଆଫଗାନିସ୍ତାନରେ ରହୁଥିବା ବିଦେଶୀ ନାଗରିକ ପ୍ରାଣ ଭୟରେ ନିଜ ନିଜ ଦେଶକୁ ଫେରିଯାଉଛନ୍ତି। ଅଧିକାଂଶ ସ୍ଥାନରେ ମହିଳାଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି।
ସେହିପରି ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ବରିଷ୍ଠ ପରାମର୍ଶଦାତା ରିଜୱାନୁଲ୍ଲା ଅହମ୍ମଦଜାଇ କହିଛନ୍ତି ଯେ ଆଫଗାନିସ୍ତାନର ଅଧିକାଂଶ ଅଞ୍ଚଳରେ ଶାନ୍ତି ରହିଛି। ମନ୍ତ୍ରୀଙ୍କ ପରି ପ୍ରାୟ ସମସ୍ତ ରାଜନୀତିକ ବ୍ୟକ୍ତି କାବୁଲ ଛାଡି ସାରିଛନ୍ତି। ପ୍ରାୟ ୨୦୦ ଲୋକ ଦିଲ୍ଲୀ ଆସିଛନ୍ତି।
ମୁଁ ଭାବୁଛି ଏହା ହେଉଛି ନୂଆ ତାଲିବାନ ଯାହା ମହିଳାମାନଙ୍କୁ କାମ କରିବାକୁ ଅନୁମତି ଦେବ। ଆଫଗାନିସ୍ତାନ ସାଂସଦ ଅବଦୁଲ କାଦିର ଜାଜାଇ କହିଛନ୍ତି ଯେ ଆଫଗାନିସ୍ତାନ ସରକାର ଏବଂ ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଛି। ଏହା କେବଳ ଏକ ହସ୍ତାନ୍ତର ପ୍ରକ୍ରିୟା। ବର୍ତ୍ତମାନ କାବୁଲର ଅବସ୍ଥା ଶାନ୍ତ ରହିଛି। ମୋ ପରିବାର ଏବେ ମଧ୍ୟ କାବୁଲରେ ଅଛନ୍ତି। କହିରଖୁଛୁ ତାଲିବାନର ଜଣେ ଘନିଷ୍ଠ ସମର୍ଥକ ପାକିସ୍ତାନ।
ସୂଚନାଯୋଗ୍ୟ, ଆଫଗାନର ରାଷ୍ଟ୍ରପତି ଅସରଫ ଘନି ଏବେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଦେଶ ଛାଡିି ଦେଇଛନ୍ତି। ତାଙ୍କ ରାଜନୀତିକ ଟିମ୍ ଏବଂ ପରିବାର ବର୍ଗ ଏବେ କାଜାକିସ୍ତାନରେ ରହିବେ ବୋଲି ଜଣାପଡ଼ିଛି। ଏବେ ତାଲିବାନର କମାଣ୍ଡର ଆଫଗାନିସ୍ତାନର ଶାସନ କରିବ।
ଏୟାର ଇଣ୍ଡିଆ ଅଧିକାରୀ କହିଛନ୍ତି ଯେ ରବିବାର ଅପରାହ୍ନରେ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ବିମାନ (ଏଆଇ-୨୪୩) ଦିଲ୍ଲୀରୁ କାବୁଲ ଯାଇଥିଲା। ଅପରାହ୍ନ ୧.୪୫ ମିନିଟ୍ ସମୟରେ ଦିଲ୍ଲୀରୁ ଏହି ବିମାନଟି ଉଡ଼ାଣ ଭରିଥିଲା। କିନ୍ତୁ କାବୁଲରେ ଅବତରଣ କରିବା ବେଳେ ଏୟାର ଟ୍ରାଫିକ ନିୟନ୍ତ୍ରଣ (ଏଟିସି)ରୁ ଅନୁମତି ମିଳିନଥିଲା। ଏହାପରେ ଆକାଶ ମାର୍ଗରେ ପାଖାପାଖି ଘଣ୍ଟାଏ ବିମାନଟି ଉଡିଥିଲା। ପରେ ଅବତରଣ କରିଥିଲା ଏହି ବିମାନ। ତେବେ କେଉଁ କାରଣ ପାଇଁ ଏହି ବିମାନକୁ ଅବତରଣ କରିବାକୁ ଆକାଶ ମାର୍ଗରେ ଅପେକ୍ଷା କରିବାକୁ ପଡ଼ିଥିଲା ସେ ନେଇ କୌଣସି ସୂଚନା ମିଳିନାହିଁ। ତେଣୁ ଏହି ବିମାନର ଯାତ୍ରା ସମୟ ଘଣ୍ଟାଏ ଚାଳିଶ ମିନିଟ୍ ପରିବର୍ତ୍ତେ ପ୍ରାୟ ଦୁଇ ଘଣ୍ଟା ପଚାଶ ମିନିଟ୍ ରହିଥିଲା।
ଏହାପରେ ଏଆଇ-୨୪୪ ଅପରାହ୍ନ ପ୍ରାୟ ୫ଟା ୩୫ ମିନିଟ୍ ସମୟରେ କାବୁଲ ବିମାନବନ୍ଦରରୁ ୧୨୩ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା। ଏୟାର ଇଣ୍ଡିଆ ଅଧିକାରୀ କହିଛନ୍ତି ଯେ ବିମାନ ସେବା ଉପରେ ଏବେ ତୀକ୍ଷ୍ଣ ନଜର ରହିଛି। ଆବଶ୍ୟକ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ।
ଏୟାର ଇଣ୍ଡିଆର ଅଧିକାରୀ କହିଛନ୍ତି ଯେ ଏୟାରଲାଇନ୍ସ ଏବେ ଦିଲ୍ଲୀ-କାବୁଲ-ଦିଲ୍ଲୀ ବିମାନକୁ ବାତିଲ କରିବାକୁ ଏପର୍ଯ୍ୟନ୍ତ କୌଣସି ଯୋଜନା ନାହିଁ। ସୋମବାର ମଧ୍ୟ ଏପରି ଚାଲିବାର କାର୍ଯ୍ୟକ୍ରମ ରହିଛି। ବର୍ତ୍ତମାନ ଏୟାର ଇଣ୍ଡିଆ କେବଳ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ବିମାନ ଚଳାଚଳ କରୁଛି।
ଏୟାର ଇଣ୍ଡିଆ ଅଧିକାରୀ କହିଛନ୍ତି ଯେ ରବିବାର ଅପରାହ୍ନରେ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ବିମାନ (ଏଆଇ-୨୪୩) ଦିଲ୍ଲୀରୁ କାବୁଲ ଯାଇଥିଲା। ଅପରାହ୍ନ ୧.୪୫ ମିନିଟ୍ ସମୟରେ ଦିଲ୍ଲୀରୁ ଏହି ବିମାନଟି ଉଡ଼ାଣ ଭରିଥିଲା। କିନ୍ତୁ କାବୁଲରେ ଅବତରଣ କରିବା ବେଳେ ଏୟାର ଟ୍ରାଫିକ ନିୟନ୍ତ୍ରଣ (ଏଟିସି)ରୁ ଅନୁମତି ମିଳିନଥିଲା। ଏହାପରେ ଆକାଶ ମାର୍ଗରେ ପାଖାପାଖି ଘଣ୍ଟାଏ ବିମାନଟି ଉଡିଥିଲା। ପରେ ଅବତରଣ କରିଥିଲା ଏହି ବିମାନ। ତେବେ କେଉଁ କାରଣ ପାଇଁ ଏହି ବିମାନକୁ ଅବତରଣ କରିବାକୁ ଆକାଶ ମାର୍ଗରେ ଅପେକ୍ଷା କରିବାକୁ ପଡ଼ିଥିଲା ସେ ନେଇ କୌଣସି ସୂଚନା ମିଳିନାହିଁ। ତେଣୁ ଏହି ବିମାନର ଯାତ୍ରା ସମୟ ଘଣ୍ଟାଏ ଚାଳିଶ ମିନିଟ୍ ପରିବର୍ତ୍ତେ ପ୍ରାୟ ଦୁଇ ଘଣ୍ଟା ପଚାଶ ମିନିଟ୍ ରହିଥିଲା।
ଏହାପରେ ଏଆଇ-୨୪୪ ଅପରାହ୍ନ ପ୍ରାୟ ୫ଟା ୩୫ ମିନିଟ୍ ସମୟରେ କାବୁଲ ବିମାନବନ୍ଦରରୁ ୧୨୩ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା। ଏୟାର ଇଣ୍ଡିଆ ଅଧିକାରୀ କହିଛନ୍ତି ଯେ ବିମାନ ସେବା ଉପରେ ଏବେ ତୀକ୍ଷ୍ଣ ନଜର ରହିଛି। ଆବଶ୍ୟକ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ।
ସୂଚନାଯୋଗ୍ୟ, ତାଲିବାନ ଆଫଗାନିସ୍ତାନରେ ସକ୍ରିୟ ହେବା ପରେ ଭାରତୀୟ ଦୂତାବାସ ସକ୍ରିୟ ରହିଛି। ସମସ୍ତ ଭାରତୀୟ ନାଗରିକଙ୍କୁ ସ୍ୱଦେଶ ପଠାଇବାକୁ ଯୋଜନା କରୁଛି। ତେବେ ତାଲିବାନ ଭାରତୀୟ ଦୂତାବାସରେ ଏବଂ ଭାରତୀୟ ନାଗରିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବ ନାହିଁ ବୋଲି ଜଣାପଡ଼ିଛି।
ତାଲିବାନର ଜଣେ ମୁଖପାତ୍ର କହିଛନ୍ତି, ସଂଗଠନର ବନ୍ଧୁକଧାରୀମାନେ ଏବେ କାବୁଲର ଗେଟ୍ରେ ଅଟକି ରହିଛନ୍ତି। ସହର ଭିତରକୁ ଯିବା ପାଇଁ ସେମାନଙ୍କୁ ଏଯାଏ ନିର୍ଦ୍ଦେଶ ଦିଆଯାଇ ନାହିଁ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଖୁବ ଶୀଘ୍ର କାବୁଲକୁ ମଧ୍ୟ ତାଲିବାନ ଦଖଲ କରିନେବ। ଦେଶର ସବୁ ବଡ଼ ବଡ଼ ସହରକୁ ଅକ୍ତିକାର କରିବା ପରେ କେବଳ କାବୁଲ ହିଁ ବାକି ଥିଲା।
ରିପୋର୍ଟ ମୁତାବକ, ତାଲିବାନ ତା' ସଦସ୍ୟଙ୍କୁ କାବୁଲର ଦ୍ୱାରଦେଶରେ ଅଟକି ରହିବାକୁ ନିର୍ଦ୍ଦେଶ ଦେଇଛି। ବଳ ପୂର୍ବକ କାବୁଲକୁ ତାଲିବାନ କବ୍ଜା କରିବ ନାହିଁ ବୋଲି ସୂଚନା ମିଳିଛି। ତାଲିବାନ ତରଫରୁ କୁହାଯାଇଛି ଯେ, ଯଦି ଶାନ୍ତି ଭାବରେ ସର୍ତ୍ତ ମାନି ନିଅନ୍ତି ତେବେ କହାରି ମଧ୍ୟ ପ୍ରାଣହାନି ଘଟିବ ନାହିଁ କି କୌଣସି କ୍ଷୟକ୍ଷତି ଘଟିବ ନାହିଁ।
[caption id="attachment_667137" align="aligncenter" width="650"] କାବୁଲର ଦ୍ୱାରଦେଶରେ ପ୍ରବେଶ କରିଛନ୍ତି ତାଲିବାନ ସଦସ୍ୟ[/caption]
ସେପଟେ କାବୁଲର ସରକାରୀ କାର୍ଯ୍ୟଳୟର କର୍ମଚାରୀଙ୍କୁ ଆଜି ସକାଳୁ ହଠାତ୍ ଘରକୁ ପଠାଇ ଦିଆଯାଇଛି। ସେନା ହେଲିକପ୍ଟର ଆକାଶରେ ବୁଲିବା ଆରମ୍ଭ କରିଥିଲା। ତାଲିବାନ ଜାଲାଲାବାଦ ଦଖଲ କରିବାର କିଛି ଘଣ୍ଟା ପରେ ରବିବାର ଆମେରିକାର ହେଲିକପ୍ଟରଗୁଡିକ ଆମେରିକାର ଦୂତାବାସରେ ଅବତରଣ କରିଥିଲା। ସୂତ୍ରରୁ ପ୍ରକାଶ ଯେ ଆମେରିକାର ଦୂତାବାସରୁ କୂଟନୀତିଜ୍ଞଙ୍କୁ ସ୍ଥାନାନ୍ତର କରାଯାଇଛି। କୁହାଯାଇଛି ଯେ ଆମେରିକା ତା'ର ସଦସ୍ୟଙ୍କୁ ରକ୍ଷା କରିବା ପାଇଁ କାବୁଲକୁ ୫ ହଜାର ସୈନ୍ୟ ପଠାଇଛି।
ସୂଚନା ମୁତାବକ, ଆଜି ସକାଳୁ ଜଲାଲାବାଦକୁ ମଧ୍ୟ ଦଖଲ କରି ନେଇଥିଲା ତାଲିବାନ। ତା' ଆଗରୁ ଗଜନୀ, ହେରାତ, କାନ୍ଦାହାର, ମଜାର ଇ ସରିଫ ସହରକୁ ମଧ୍ୟ ଦଖଲ କରିଥିଲା ଏହି ସଂଗଠନ। ତେବେ ଆମେରିକା ସୈନ୍ୟ ପ୍ରତ୍ୟାହରର ଅଳ୍ପ ଦିନ ପରେ ତାଲିବାନ ପୁରା ଆଫଗାନିସ୍ତାନକୁ ଦଖଲ କରିନେବା ସାରା ବିଶ୍ୱକୁ ବିସ୍ମିତ କରିଛି।
https://twitter.com/ANI/status/1426818765942005763?s=20
https://twitter.com/ANI/status/1426830394008084483?s=20
ଆଫଗାନିସ୍ତାନର ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀ କହିଛନ୍ତି, ଦେଶର ମୁଖ୍ୟ ଦକ୍ଷିଣପୂର୍ବ ସହର ଲଶ୍କର ଗାକୁ ତାଲିବାନୀମାନେ କବଜା କରିନେଇଛନ୍ତି। ଏହାପୂର୍ବରୁ ତାଲିବାନ ଆତଙ୍କୀଙ୍କ ହମଲା ଯୋଗୁ ସୁରକ୍ଷାକର୍ମୀମାନେ ଦେଶର ତୃତୀୟ ବୃହତ୍ତମ ସହର ହେରାଟକୁ ଖାଲି କାରି ଦେଇଥିଲେ।
ତାଲିବାନ ସଦସ୍ୟମାନେ ହେରାଟ ଏୟାରପୋର୍ଟକୁ କବଜା କରିଛନ୍ତି। ଏୟାରପୋର୍ଟରେ ଥିବା ଅଧିକାରୀମାନେ ସେମାନଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେହିପରି ଗୁରୁବାର ରାତିରେ ତାଲିବାନ ମୁଜାହିଦ୍ଦିନମାନେ କାନ୍ଦାହାରର ସହିଦ ଛକରେ ପ୍ରବେଶ କରି ବିଜୟ ପତାକା ଉଡ଼ାଇଥିଲେ।
କାନ୍ଦାହାର ଓ ହେରାଟ ହେଉଛି ଆଫଗାନିସ୍ତାନର ଦ୍ୱିତୀୟ ଏବଂ ତୃତୀୟ ବୃହତ୍ତମ ସହର। ଏହାକୁ ଦଖଲ କରି ତାଲିବାନ ବଡ଼ ବିଜୟ ହାସଲ କରି ନେଇଛି। ବର୍ତ୍ତମାନ ସେମାନଙ୍କ ନଜର ରାଜଧାନୀ କାବୁଲ ଉପରେ ରହିଛି। କାବୁଲ ଠାରୁ ଦକ୍ଷିଣ ଦିଗରେ ଥିବା ଘଜିନକୁ ଆତଙ୍କବାଦୀମାନେ ଦଖଲ କରିସାରିଛନ୍ତି।
ତେଣୁ ସେମାନେ ଯେକୌଣସି ମୁହୂର୍ତ୍ତରେ କାବୁଲ ଦଖଲ କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି। ଏବେ ବି ସରକାରଙ୍କ ଦଖଲରେ ଗୁରୁତ୍ୱପୂର୍ଣ୍ଣ ମଜାର-ଇ-ଶରିଫ ଓ ଜାଲାଲବାଦ ରହିଛି। ଏହି ଦୁଇ ଅଞ୍ଚଳ ପାକିସ୍ତାନ ସୀମାକୁ ଲାଗି ରହିଛି।
ଅନ୍ୟପକ୍ଷରେ ଦିନକୁ ଦିନ ସ୍ଥିତି ବିଗୁଡ଼ୁଥିବାରୁ କାବୁଲରେ ଥିବା ବିଭିନ୍ନ ରାଷ୍ଟ୍ର ପକ୍ଷରୁ ସେମାନଙ୍କ ଦୂତାବାସରୁ ଅଧିକାରୀମାନଙ୍କୁ ଅପସାରଣ କରାଯାଉଛି। ଆମେରିକା ଓ ବ୍ରିଟେନ ପକ୍ଷରୁ ସ୍ୱତନ୍ତ୍ର ବିମାନ ଯୋଗେ ସେମାନଙ୍କ ଦୂତାବାସରୁ ଅଧିକାରୀଙ୍କୁ ନେବା ପାଇଁ ବ୍ୟବସ୍ଥା କରାଯାଉଛି।
ଆମେରିକା ଦରକାର ପଡ଼ିଲେ ସୁରକ୍ଷାକର୍ମୀଙ୍କୁ ପଠାଇ ଦୂତାବାସରୁ ଅଧିକାରୀଙ୍କୁ ନେବାକୁ ପଛାଇବ ନାହିଁ। ଆସନ୍ତା ୨୪ରୁ ୪୮ ଘଣ୍ଟା ମଧ୍ୟରେ ୩ ହଜାର ସୁରକ୍ଷାକର୍ମୀ କାବୁଲରେ ମୁତୟନ କରାଯିବ। ସେମାନେ ତାଲିବାନଙ୍କ ଉପରେ କୌଣସି ପ୍ରକାରର ଆକ୍ରମଣ କରିବେ ନାହିଁ ବୋଲି ଆମେରିକା ଘୋଷଣା କରିଛି।
ବ୍ରିଟେନ ମଧ୍ୟ ୬୦୦ ଜଣ ସୁରକ୍ଷାକର୍ମୀଙ୍କୁ ପଠାଇ କାବୁଲରୁ ନିଜ ଦେଶର ଅଧିକାରୀମାନଙ୍କୁ ସ୍ୱଦେଶ ଫେରାଇ ନେବ ବୋଲି କହିଛି। ଭାରତ ସରକାର ମଧ୍ୟ ନିଜ ଦେଶର ନାଗରିକଙ୍କୁ ତୁରନ୍ତ ଆଫଗାନିସ୍ତାନ ଛାଡ଼ିବାକୁ କହିଛନ୍ତି।
ଏହାକୁ ସଂପୂର୍ଣ୍ଣ ଭାବେ ଦଖଲ କରିବା ପରେ ତା’ର ପତାକା ଉଡ଼ାଇଛି। କାନ୍ଦାହାର ଦଖଲ କରିବା ପୂର୍ବରୁ ସଂଗଠନ ଓ ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିଲେ। ଶେଷରେ ଆଫଗାନ ସୁରକ୍ଷାକର୍ମୀ ତାଲିବାନ ଆଗରେ ଆତ୍ମସମର୍ପଣ କରିଛନ୍ତି।
ବୁଧବାର ରାତିରୁ ହିଁ ତାଲିବାନ କାନ୍ଦାହାରରେ ପ୍ରବେଶ କରିବା ଆରମ୍ଭ କରିଥିଲା। ପ୍ରଥମେ ସଂଗଠନର ସଦସ୍ୟମାନେ ସେଣ୍ଟ୍ରାଲ ଜେଲ ଉପରେ ହମଲା କରି ଏହାକୁ ଦଖଲ କରିଥିଲେ। ଏଠାରେ ଥିବା କଏଦୀମାନଙ୍କୁ ମୁକ୍ତ କରି ଦେଇଥିଲେ। ଏହାପରେ ସହର ମଧ୍ୟକୁ ପ୍ରବେଶ କରି ପୂରା କାନ୍ଦାହାରକୁ ଦଖଲ କରିଛନ୍ତି।
ତାଲିବାନ ପକ୍ଷରୁ କୁହାଯାଇଛି ଯେ କାନ୍ଦାହାର ଏବେ ସଂପୂର୍ଣ୍ଣ ଭାବେ ଆମ ଦଖଲରେ ରହିଛି। ମୁଜାହିଦ୍ଦିନମାନେ ସହରର ସହିଦ ଛକରେ ପ୍ରବେଶ କରି ପତାକା ଉଡ଼ାଇଛନ୍ତି। ଏବେ ଆମେ କାବୁଲ ଦଖଲ କରିବୁ ବୋଲି ସଂଗଠନ କହିଛି। କାନ୍ଦାହାର ଠାରୁ କାବୁଲର ଦୂରତା ପ୍ରାୟ ୫୦୦ କିମି। ତେଣୁ ତାଲିବାନ ସଦସ୍ୟମାନେ ଖୁବଶୀଘ୍ର କାବୁଲରେ ପ୍ରବେଶ କରିବାର ଆଶଙ୍କା ରହିଛି। ଯଦି ଏପରି ହୁଏ, ତା’ହେଲେ ଆଫଗାନିସ୍ତାନ ସରକାରଙ୍କ ପାଖରେ ଆତ୍ମସମର୍ପଣ ଛଡ଼ା ଆଉ କିଛି ବାଟ ରହିବ ନାହିଁ।
କାନ୍ଦାହାର ପୂର୍ବରୁ ତାଲିବାନ ଦେଶର ତୃତୀୟ ବୃହତ୍ତମ ସହର ହେରାଟକୁ ଗୁରୁବାର ଦଖଲ କରିଥିଲେ। ଗୁରୁବାର ସନ୍ଧ୍ୟାରେ ହେରାଟର ପୁଲିସ୍ ମୁଖ୍ୟାଳୟକୁ ସଂଗଠନର ସଦସ୍ୟମାନେ ପ୍ରବେଶ କରି ନିଜର ପତାକା ଉଡ଼ାଇଥିଲେ। ସେହିପରି କାବୁଲର ଦକ୍ଷିଣ ପଶ୍ଚିମ ଦିଗଠାରୁ ମାତ୍ର ୧୩୦ କିମି ଦୂରରେ ଥିବା ଘଜନିକୁ ମଧ୍ୟ ତାଲିବାନ ନିଜ ନିୟନ୍ତ୍ରଣକୁ ନେଇ ସାରିଛି।
କାବୁଲ ଠାରୁ ଅଳ୍ପଦୂରରେ ଥିବା ଗୋଟିଏ ଗୁଇନ୍ଦା ବିଭାଗ ପ୍ରତିଷ୍ଠାନ ଓ ଆର୍ମି ବେସ୍ରେ ସୁରକ୍ଷାକର୍ମୀମାନେ ତାଲିବାନ ସଦସ୍ୟଙ୍କ ସହ ଲଢ଼େଇ କରୁଥିବା ଖବର ମିଳିଛି। ଇତି ମଧ୍ୟରେ ତାଲିବାନ ଆଫଗାନିସ୍ତାନର ୧୦ଟି ପ୍ରଦେଶର ରାଜଧାନୀ ସହ ଅନେକ ସହରକୁ ନିଜ କବଜାକୁ ନେଇ ସାରିଛି। ମୋଟ ଉପରେ ଆଫଗାନିସ୍ତାନର ୬୫% ଅଞ୍ଚଳ ସଂଗଠନର ନିୟନ୍ତ୍ରଣରେ ରହିଛି।
ତାଲିବାନ ତା’ର କାୟା ବିସ୍ତାର କରୁଥିବାରୁ ଲୋକମାନେ ଭୟରେ ପଳାୟନ କରୁଛନ୍ତି। ସମସ୍ତେ କାବୁଲରେ ଆଶ୍ରୟ ନେଉଥିବା ବେଳେ ତାଲିବାନ କାବୁଲ ଦଖଲ କରିବା ମୁଡରେ ରହିଛି। ତେଣୁ ଲୋକମାନେ ଏବେ କୁଆଡ଼େ ଯିବେ, ତା’କୁ ନେଇ ଚିନ୍ତାରେ ପଡ଼ିଛନ୍ତି। ବିଶେଷ କରି ମହିଳା ଓ ଯୁବତୀଙ୍କ ଉପରେ ତାଲିବାନ ସଦସ୍ୟଙ୍କ ଆଖି ରହିଛି।
ସେମାନେ ଘର ଘର ବୁଲି ୧୪ ବର୍ଷରୁ ଅଧିକ ବୟସ୍କଙ୍କୁ ଯୌନଦାସୀ କରିବାକୁ ଖୋଜିବାରେ ଲାଗିଛନ୍ତି। ସ୍ଥାନୀୟ ଲୋକ ସୀମାକୁ ଲାଗିଥିବା ପାକିସ୍ତାନ ଯିବାକୁ ଚାହୁଁଥିବା ବେଳେ ଇମ୍ରାନ ସରକାର ଏଥିରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି। ଶତାଧିକ ଲୋକ ପାକିସ୍ତାନ ସୀମାରେ ପ୍ରବେଶ ପାଇଁ ଚେଷ୍ଟା କରୁଥିବା ବେଳେ ଇସଲାମାବାଦର ସୁରକ୍ଷାକର୍ମୀଙ୍କ ମାନେ ସେମାନଙ୍କ ଉପରେ ଆକ୍ରମଣ କରିଛନ୍ତି।