ବାଲୋଚିସ୍ତାନରେ ଚୀନର ନିବେଶକୁ ବିରୋଧ କରି ଆସୁଛି ବାଲୋଚିସ୍ତାନ ଲିବରେସନ ଆର୍ମୀ । ଏୟାରବେସରେ ଚୀନର ଡ୍ରୋନ ଥିବା ଜାଣିବା ପରେ ଲିବରେସନ ଆର୍ମି ପକ୍ଷରୁ ଏପରି ହମଲା କରାଯାଇଥିଲା । ଏଥିରେ ପ୍ରବଳ ଗୁଳି ମାଡ଼ ହୋଇଥିବା ବେଳେ ବହୁ କ୍ଷୟକ୍ଷତି ଘଟିଛି। ଏଭଳି ଆକ୍ରମଣ ପରେ ପାକିସ୍ତାନର ଟରବାଟ ପ୍ରଶାସନ ପକ୍ଷରୁ ପୂରା ଅଞ୍ଚଳରେ ଜରୁରୀକାଳୀନ ଘୋଷଣା କରାଯାଇଛି ।
BLA ପକ୍ଷରୁ ଜାରି ହୋଇଥିବା ଅଡିଓ କ୍ଲିପ୍ ଅନୁଯାୟୀ, ଏୟାରବେସ୍ରେ ଚୀନ୍ ଡ୍ରୋନ୍ ଥିବା ଜାଣିବା ପରେ ଆମ ଯୋଦ୍ଧା ତା’ ଭିତରେ ପଶିଥିଲେ। ସେମାନେ ଆଖି ବୁଜା ଗୁଳି ଚଳାଇବା ସହ ବୋମା ଫୁଟାଇଥିଲେ। ପ୍ରାୟ ୩ ଘଣ୍ଟା ଧରି ଏପରି ହିଂସାକାଣ୍ଡ ଚାଲିଥିବା ବେଳେ ଏଥିରେ ବହୁ ଲୋକ ମୃତାହତ ହୋଇଛନ୍ତି।
ଏହାପରେ ହାମଲା ଖବର ପାଇ ପାକିସ୍ତାନ ଆର୍ମୀ ଆଲର୍ଟ ହେବା ସହ ବହୁ ସଂଖ୍ୟାରେ ଫୋର୍ସ ମୁତୟନ କରାଯାଇଛି। ଏଥିସହ ଆକାଶ ମାର୍ଗରୁ ନଜର ରଖିବାକୁ ବହୁ ହେଲିକପ୍ଟର ପଇଁତରା ମାରୁଥିବା ଦେଖିବାକୁ ମିଳିଛି। ଏପରିକି ଆତଙ୍କବାଦୀଙ୍କୁ ଧରିବାକୁ ଆଖପାଖ ଅଞ୍ଚଳର ସମସ୍ତ ରାସ୍ତାକୁ ସିଲ୍ କରି ଦିଅଯାଇଛି।
ଗତବର୍ଷ ମଧ୍ୟ ଲିବରେସନ ଆର୍ମି ପକ୍ଷରୁ ଆକ୍ରମଣ ହୋଇଥିବା ବେଳେ ଚଳିତ ବର୍ଷ ଏହା ଦ୍ୱିତୀୟ ଆକ୍ରମଣ । ଏୟାରବେସରେ କିଛି ଆତଙ୍କବାଦୀ ପଶିବାକୁ ଚେଷ୍ଟା କରୁଥିବା ବେଳେ ସେନା ପକ୍ଷରୁ ସେମାନଙ୍କୁ ଅଟକାଯାଇଛି ବୋଲି ପାକିସ୍ତାନ କହିଛି ।
ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସେ କହିଛନ୍ତି, 'ମସ୍କୋରେ ହୋଇଥିବା ଜଘନ୍ୟ ଆତଙ୍କବାଦୀ ଆକ୍ରମଣକୁ ଆମେ ଦୃଢ ଭାବେ ନିନ୍ଦା କରୁଛୁ। ଆମର ସଦ୍ଭାବନା ଏବଂ ପ୍ରାର୍ଥନା ପୀଡିତଙ୍କ ପରିବାର ଲୋକଙ୍କ ସହ ଅଛି। ଏହି ଦୁଃଖଦ ସମୟରେ ଭାରତ ରୁଷିଆ ସରକାର ଓ ସେଠାର ଲୋକଙ୍କ ସହିତ ଛିଡା ହୋଇଛି।'
ପ୍ରକୃତରେ ରୁଷର ରାଜଧାନୀ ମସ୍କୋ ନିକଟରେ ଥିବା କ୍ରୋକସ ସିଟି ହଲ୍ରେ ଏକ କନସର୍ଟ ଚାଲିଥିବା ବେଳେ ଆତଙ୍କାଦୀ ଆକ୍ରମଣ ହୋଇଛି। ବନ୍ଧୁକଧାରୀମାନେ ଭିଡ ଉପରକୁ ଆଖିବୁଜା ଗୁଳି ମାଡ କରିଛନ୍ତି। ଏହି ଆତଙ୍କୀ ହମ୍ଲାରେ ୬୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ୧୦୦ରୁ ଅଧିକ ଆହତ ହୋଇଛନ୍ତି।
ଗୁଳି ବିନିମୟ ପରେ କନସର୍ଟ ହଲରେ ବିସ୍ଫୋରଣ ଘଟିଥିଲା। ଏହାପରେ ଏଠାରେ ଭୟଙ୍କର ନିଆଁ ଲାଗି ହଲ୍ଟି ପୂରାପୁରି ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇ ନିଜକୁ ଦାୟୀ କରିଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପିକ୍ନିକ୍ ରକ୍ ବ୍ୟାଣ୍ଡର କନ୍ସର୍ଟ ଚାଲିଥିବା ବେଳେ ତିନିରୁ ଚାରି ଜଣ ବନ୍ଧୁକଧାରୀ ହଲ୍ ଭିତରକୁ ଆସି ଲୋକଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ନିଜ ପରିଚୟ ଲୁଚାଇବା ପାଇଁ ସେମାନେ ସେନା ପୋଷାକ ପିନ୍ଧିଥିଲେ। ଗୁଳି ବିନିମୟ ପରେ କେତେକ ଲୋକ ତଳ ମହଲା ଆଡକୁ ଦୈଡ଼ିବା ଆରମ୍ଭ କରିଥିବାବେଳେ ଅନ୍ୟମାନେ ଟେରାସରେ ଲୁଚିବାକୁ ଚେଷ୍ଠା କରିଥିଲେ। ଆକ୍ରମଣକାରୀମାନେ ବିସ୍ଫୋରକ ମଧ୍ୟ ବ୍ୟବହାର କରିଥିଲେ, ଯାହା ହଲରେ ନିଆଁ ଲଗାଇ ଦେଇଥିଲେ।
ଋଷର ଫେଡେରାଲ ସିକ୍ୟୁରିଟି ସର୍ଭିସର ସୂଚନା ଅନୁସାରେ, ଋଷର ପ୍ରମୁଖ ରକ୍ ବ୍ୟାଣ୍ଡ ପିକନିକ୍ ପକ୍ଷରୁ ସେଠାରେ କାର୍ଯ୍ୟକ୍ରମ ଚାଲିଥିଲା। ୬ ହଜାରରୁ ଅଧିକ ଦର୍ଶକ ସେଠାରେ ଉପସ୍ଥିତ ଥିଲେ। ଏହି ସମୟରେ ୪ ଜଣ ଆତଙ୍କବାଦୀ ସେନା ପୋଷାକରେ ସେଠାରେ ପହଞ୍ଚି ଏଭଳି କାଣ୍ଡ ଭିଆଇଛନ୍ତି। ହଲରେ ଲାଗିଥିବା ନିଆଁକୁ ହେଲିକପ୍ଟର ମାଧ୍ୟମରେ ନିୟନ୍ତ୍ରଣ କରାଯାଇଛି। ତେବେ ଆତତାୟୀଙ୍କ ସମ୍ପର୍କରେ ଏଯାଏ କୌଣସି ସୂଚନା ମିଳିପାରିନାହିଁ।
ଏହା ଆତଙ୍କବାଦୀଙ୍କ କାର୍ଯ୍ୟ ବୋଲି ଅନୁମାନ କରାଯାଉଥିବା ବେଳେ ଆତଙ୍କବାଦୀ ସଂଗଠନ ଆଇଏସ୍ ଏହି ଗୁଳିକାଣ୍ଡ ପାଇଁ ନିଜକୁ ଦାୟୀ କରିଛି। ସେପଟେ ଏହି ଘଟଣା ପରେ ମସ୍କୋ ବିମାନ ବନ୍ଦରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ୮ ଜଣ ଆତଙ୍କବାଦୀ ନିହତ ହୋଇଥିବା ପାକିସ୍ତାନ ସେନା ପକ୍ଷରୁ କୁହାଯାଇଛି। ନହିତ ଆତଙ୍କବାଦୀମାନେ ବାଲୋଚିସ୍ତାନ ଲିବେରେସନ ଆର୍ମିର ସଦସ୍ୟ ବୋଲି ଜଣାପଡ଼ିଛି।
ଆଜି ଅପରାହ୍ନରେ କିଛି ବନ୍ଧୁକଧାରୀ ଗ୍ୱାଦର ପୋର୍ଟ ଅଥୋରିଟି କମ୍ପ୍ଲେକ୍ସରେ ଧସେଇ ପଶିଥିଲେ। ଏହାପରେ ଗୁଳି ମାଡ଼ର ଶବ୍ଦ ହୋଇଥିଲା। କିଛି ସମୟ ପରେ ବିସ୍ଫୋରଣ ଶବ୍ଦ ଲୋକମାନେ ଶୁଣିଥିଲେ। ଏହି କମ୍ପ୍ଲେକ୍ସରେ ପାସପୋର୍ଟ ଅଫିସ, ପାକିସ୍ତାନ ନିର୍ବାଚନ କମିଶନଙ୍କ ଅଫିସ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଫିସ ଗୁଡ଼ିକ ରହିଛି। ତେଣୁ ଆତଙ୍କବାଦୀମାନେ ଏହାକୁ ସିଜ କରିବାକୁ ଚାହିଁଥିଲେ।
ତେବେ ଆକ୍ରମଣର ଖବର ମିଳିବା ମାତ୍ରେ ପୁଲିସ୍ ଓ ସେନା ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା। ପୂରା ଅଞ୍ଚଳକୁ କର୍ଡନ କରି ସୁରକ୍ଷାକର୍ମୀମାନେ କମ୍ପ୍ଲେକ୍ସ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କ ମୁକାବିଲା କରିଥିଲେ। ବେଶ କିଛି ଘଣ୍ଟା ଧରି ଦୁଇ ପକ୍ଷଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ସମସ୍ତ ୮ ଆତଙ୍କବାଦୀ ନିହତ ହୋଇଥିବା ସେନା ପକ୍ଷରୁଚ କୁହାଯାଇଛି।
ସିନ୍ଧ ମୁଖ୍ୟମନ୍ତ୍ରୀ ସୟିଦ ମୁରାଦ ଅଲୀ ଶାହ ଘଟଣାକୁ ନିନ୍ଦା କରିଛନ୍ତି। ଏଥିସହ ସୁରକ୍ଷାକର୍ମୀଙ୍କ ଅପରେସନରେ ସମସ୍ତ ଆତଙ୍କବାଦୀ ନିହତ ହୋଇଥିବା ସେ କହିଛନ୍ତି।
ଗ୍ୱାଦର ପୋର୍ଟ ହେଉଛି ପାକିସ୍ତାନ-ଚାଇନା ଇକୋନୋମିକ କରିଡରର ଅଂଶ ବିଶେଷ। ଚାଇନା ବେଲ୍ଟ ଆଣ୍ଡ ରୋଡ କାର୍ଯ୍ୟକ୍ରମ ଜରିଆରେ ପ୍ରାକୃତିକ ସମ୍ପଦରେ ଭରପୂର ବାଲୋଚିସ୍ତାନରେ ବିପୁଳ ଅର୍ଥ ନିବେଶ କରିଛି। ସେହିପରି ଚାଇନା ଟଙ୍କା ଖର୍ଚ୍ଚ କରି ଗ୍ୱାଦର ପୋର୍ଟକୁ ବିକଶିତ କରୁଛି।
ତେବେ ଚାଇନା ନିବେଶ କରିଥିବା ସ୍ଥାନରେ ବାରମ୍ବାର ଆତଙ୍କୀ ହମଲା ବେଜିଂକୁ ଚିନ୍ତାରେ ପକାଇଛି। ପାକିସ୍ତାନ ହମଲା ସତ୍ତ୍ୱେ କରିଡର ପ୍ରକଳ୍ପ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛି।
ଖବର ଅନୁସାରେ, ଗତକାଲି କ୍ୟାମ୍ପ ଭିତରେ ପଶି ୬ ଜଣ ଆତଙ୍କବାଦୀ ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ପାକ୍ ସେନାର ପାଲଟା ଆକ୍ରମଣରେ ମଧ୍ୟ ୬ ଜଣ ଆତଙ୍କବାଦୀ ମୃତ ହୋଇଛନ୍ତି। ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ISPR) ଏନେଇ ସୂଚନା ଦେଇଛି।
ISPR କହିଛି ଯେ, ମାର୍ଚ୍ଚ ୧୬ ସକାଳେ ଉତ୍ତର ୱଜିରିସ୍ତାନ ଜିଲ୍ଲାର ମିର ଅଲିରେ ସୁରକ୍ଷା ବାହିନୀ ପୋଷ୍ଟ ଉପରେ ୬ ଜଣ ଆତଙ୍କବାଦୀ ଆକ୍ରମଣ କରିଥିଲେ। ପ୍ରାରମ୍ଭରେ ସୈନିକମାନେ ଅନୁପ୍ରବେଶ ଉଦ୍ୟମକୁ ଭଣ୍ଡୁର କରିଥିଲେ। ଏହା ପରେ ଆତଙ୍କବାଦୀମାନେ ବିସ୍ଫୋରକ ଭର୍ତ୍ତି ଗାଡିରେ ସେନା କ୍ୟାମ୍ପକୁ ଧକ୍କା ଦେଇଥିଲେ।
ପରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିଲା। ଏହି କାରଣରୁ କୋଠାର ଏକ ଅଂଶ ଭୁଶୁଡି ପଡିବାରୁ ୫ ଜଣ ସୈନ୍ୟଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଜଣ ଆତଙ୍କବାଦୀଙ୍କ ସହ ଲଢିବା ବେଳେ ଗୁଳିମାଡରେ ପ୍ରାଣ ହରାଇଛନ୍ତି। ସୈନ୍ୟଙ୍କ ପାଲଟା ଜବାବରେ ୬ ଜଣ ଆତଙ୍କବାଦୀଙ୍କର ମଧ୍ୟ ମୃତ୍ୟୁ ଘଟିଛି।
ଆକ୍ରମଣ ପଛରେ କାହାର ହାତ ଅଛି, ସେନେଇ ISPR ସ୍ପଷ୍ଟ କରିନଥିଲେ ମଧ୍ୟ ଏକ ନୂଆ ଆତଙ୍କୀ ସଂଗଠନ ଜୈଶ-ଇ-ଫୁରସାନ-ଇ-ମହମ୍ମଦ ଏଥିପାଇଁ ନିଜକୁ ଦାୟୀ କରିଛି।
ସୂଚନା ଅନୂସାରେ ଚାନ୍ଦିମାଳ ଠାରେ ବିକାଳାଙ୍ଗ ମଞ୍ଚ ପକ୍ଷରୁ ଏକ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ରହିଛି। ସେଇ ଶିକ୍ଷା କେନ୍ଦ୍ରରେ ଶନିବାର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଟିତ ହୋଇଥିଲା। ଉତ୍ସବରେ ଯୋଗ ଦେବାକୁ କିଛି ଦିବ୍ୟାଙ୍ଗ ଯାଇଥିଲେ। ଦୁଇ ଜଣ ଦିବ୍ୟାଙ୍ଗ ଓ ତାଙ୍କ ଭାଇ ରାତି ପ୍ରାୟ ୧୦ ଘଟିକା ସମୟରେ ଚାନ୍ଦିମାଳ ଛକରୁ ଜଳଖିଆ ଖାଇ ଫେରିବା ବେଳେ ତାଙ୍କୁ କିଛି ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥି ସହିତ ଦୀପକ ମଳିକ (ଦୄଷ୍ଟିହୀନ)ଙ୍କୁ ଅଟକାଇ ବାର୍ଷିକ ଉତ୍ସବ ପାଇଁ ଆଣିଥିବା ୩୦ ହଜାର ଟଙ୍କା ମାଗିବା ସହ ଡିକି ଭାଙ୍ଗି ଟଙ୍କା ଲୁଟ୍ କରି ନେଇଥିଲେ।
ଦୀପକଙ୍କ ସାଙ୍ଗରେ ଥିବା ଭାଇ ସୂର୍ଯ୍ୟକାନ୍ତ ମଳିକ ପ୍ରତିବାଦ କରିବାରୁ ତାଙ୍କୁ ଲୁହା ରଡ଼ରେ ଆକ୍ରମଣ କରିଥିଲେ ଦୁର୍ବୁତ୍ତ ମାନେ। ଏଥି ସହିତ ଗୁଆଗଡ଼ିଆ ଅଞ୍ଚଳରେ ଆଉ ଜଣେ ଦିବ୍ୟାଙ୍ଗ କୄପାସିନ୍ଧୁ ବେହେରାଙ୍କୁ ମଧ୍ୟ ମାଡ଼ମାରି ଟଙ୍କା ଏବଂ ସ୍ମାର୍ଟ ୱାଚ ନେଇ ଚମ୍ପଟ୍ ମାରିଥିଲେ ଦୁର୍ବୁତ୍ତ। ମୋଟ ୫ଜଣ ଦୁର୍ବୁତ୍ତ ଥିବା ବେଳେ ୩ଜଣ ଦୁର୍ବୃତ୍ତଙ୍କୁ କୄପାସିନ୍ଧୁ ବେହେରା ଚିହ୍ନିଥିବା କହିଛନ୍ତି।
ଏନେଇ କୃପାସିନ୍ଧୁ କଶିଆ ସାମୁଦ୍ରିକ ଥାନକୁ ଯୋଗାକରିଥିଲେ। ଘଟଣାସ୍ଥଳରେ କଶିଆ ସାମୁଦ୍ରିକ ଥାନା ପୁଲିସ ପହଞ୍ଚି ପ୍ରାଥମିକ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବାସୁଦେବପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହ ଏକ ମାମଲା ରୁଜ୍ଜୁ କରି ତନ୍ଦନ୍ତ ଚଳାଇଥିବା କହିଛନ୍ତି କଶିଆ ସାମୂଦ୍ରିକ ଥାନା ଅଧିକାରିଣୀ ସାବିତ୍ରୀ ପଣ୍ତା।
ରିପୋର୍ଟ – ବାସୁଦେବପୁରରୁ ସୂର୍ଯ୍ୟଦେବ ବିଶ୍ୱାଳ
ଅନ୍ତର୍ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପାକିସ୍ତାନର ଜଣେ ପୁଲିସ ଅଧିକାରୀ କହିଛନ୍ତି, ଆଜି ଭୋଅର ତିନିଟା ବେଳେ ଆତଙ୍କବାଦୀମାନେ ପୁଲିସ ଷ୍ଟେସନ ଉପରକୁ ଆକ୍ରମଣ କରିଥିଲେ। ପ୍ରଥମେ ଦୂରରୁ ଥାଇ ଆକ୍ରମଣ କରିବା ପରେ ପୁଲିସ ଷ୍ଟେସନକୁ ପ୍ରବେଶ କରିଥିଲେ। ଆତଙ୍କବାଦୀଙ୍କ ଗ୍ରେନେଡ ମାଡରେ ୧୦ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।
ଏହି ଆକ୍ରମଣ ପଛରେ କାହାର ହାତ ଅଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଦେଶରେ ଫେବ୍ରୁଆରୀ ୮ରେ ନିର୍ବାଚନ ଥିବାବେଳେ ଏହାର ତିନି ଦିନ ପୂର୍ବରୁ ହମଲା କରିଛନ୍ତି ଆତଙ୍କବାଦୀ।
ଗତ କିଛି ଦିନ ହେବ ଖାଇବର ପାଖତୁନଖ୍ୱା ଅଞ୍ଚଳ ଏବଂ ବଲୁଚିସ୍ତାନରେ ଆତଙ୍କୀ ହମଲା ବଢିବାରେ ଲାଗିଛି। ଆଫଗାନିସ୍ତାନ ସୀମାରେ ଥିବା ଆଦିବାସୀ ଜିଲ୍ଲାରେ ଜାନୁଆରୀ ୩୧ରେ ଜଣେ ବିଧାନସଭା ପ୍ରାର୍ଥୀ ରେହାନ ଜେବ ଖାନଙ୍କ ସମେତ ତାଙ୍କର ଚାରି ଜଣ ସହକର୍ମୀଙ୍କୁ ହତ୍ୟା କରାଯାଇଥିଲା। ମୃତ ପ୍ରାର୍ଥୀ ଜଣକ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକ ବୋଲି କୁହାଯାଉଛି।
ସେହିପରି ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ଜାନୁଆରୀ ୩୦ ରେ, ବଲୁଚିସ୍ତାନରେ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୨ ଜଣ ସାଧାରଣ ନାଗରିକ ଏବଂ ୪ ଜଣ ଆଇନଜୀବୀ ଏଜେଣ୍ଟଙ୍କ ସମେତ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବଲୁଚିସ୍ତାନର ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ବଲୁଚ୍ ଲିବେରେସନ୍ ଆର୍ମି (BLA) ନିଜକୁ ଦାୟୀ କରିଥିଲେ।
ଏହି ବିସ୍ଫୋରଣ ପରେ ଅନ୍ୟ ଯବାନମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସେମାନଙ୍କ ଗୁଳିମାଡ଼ରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। କେଚ ଜିଲ୍ଲାର ବୁଲେଦା ଅଞ୍ଚଳରେ ଏହି ଘଟଣା ଘଟିଛି। ଉକ୍ତ ଅଞ୍ଚଳରେ ପାକିସ୍ତାନ ସେନାର ସର୍ଚ୍ଚ ଅପରେସନ ଜାରି ରହିଛି। ଅନ୍ୟ ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ଏହି ଅପରେସନ କରାଯାଉଛି।
ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିଛି। ବିଶେଷ କରି ବଲୁଚିସ୍ତାନ ଓ ଖୈବର ପଖତୁନଖ୍ୱାରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ୨୦୨୨ରେ ଆତଙ୍କବାଦୀ ସଂଗଠନ ତେହରିକ-ଇ-ତାଲିବାନ ପାକିସ୍ତାନ ଅସ୍ତ୍ରବିରତି ଚୁକ୍ତି ଶେଷ କରିବା ପରେ ଏଭଳି ଘଟଣା ଅଧିକରୁ ଅଧିକ ଘଟୁଛି।
ଦୁଇ ଦିନ ତଳେ ଉତ୍ତର ୱାଜିରିସ୍ତାନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହି ଅପରେସନ କରାଯାଇଥିଲା।
ଆଜି ସକାଳେ ମହମ୍ମଦ ଶଫୀ ମୀର ବାରାମୂଲାର ଗାଣ୍ଟାମୂଲା ବାଲା ଅଞ୍ଚଳରେ ଥିବା ଏକ ମସଜିଦକୁ ଯାଇଥିଲେ। ସେଠାରେ ସେ ପ୍ରାର୍ଥନା କରୁଥିବା ବେଳେ ତାଙ୍କ ଉପରେ ହୋଇଥିଲା ଗୁଳିମାଡ଼। କିଛି ଆତଙ୍କବାଦୀ ତାଙ୍କୁ ଗୁଳି କରିଥିବା ସୂଚନା ମିଳିଛି। ତେବେ କେତେ ଜଣ ତାଙ୍କ ଉପରକୁ ଗୁଳି କରିଥିଲେ, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି।
ଗତମାସରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ରାଜ୍ୟ ପୁଲିସ୍ର ଜଣେ ଇନ୍ସପେକ୍ଟର ଗଭୀର ଆହତ ହୋଇଥିଲେ। ଶ୍ରୀନଗରରେ ଏକ ମସଜିଦ ପାଖରେ ଏହି ଘଟଣା ଘଟିଥିଲା। ଇନ୍ସପେକ୍ଟର ମସୂର ଅହମଦ ୱାନି ମସଜିଦ୍ ପାଖ ପଡ଼ିଆରେ କିଛି ପିଲାଙ୍କ ସହିତ କ୍ରିକେଟ ଖେଳୁଥିବା ବେଳେ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରିଥିଲେ।
ନିଜର ତୁଣ୍ଡ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଶିବସେନା(ଉଦ୍ଧବ ବାଲାସାହେବ ଠାକରେ)ର ସାଂସଦ ସଞ୍ଜୟ ସିଂହ ସିଧାସଳଖ ପୁଞ୍ଚ ଆମ୍ବୁସ ଓ ୨୦୧୯ ପୁଲୱାମା ହମଲାରେ ସମାନତା ଥିବା କହିଛନ୍ତି। ପୁଲୱାମା ହମଲାରେ ୪୦ ଜଣ ବୀର ଯବାନଙ୍କୁ ଦେଶ ହରାଇଥିଲା।
ସଞ୍ଜୟ ରାଉତ କହିଛନ୍ତି, “ଗତକାଲିର ପୁଞ୍ଚରେ ହୋଇଥିବା ଆତଙ୍କୀ ହମଲା ପୁଞ୍ଚ ଆଟାକର ପୁନରାବୃତ୍ତି। ସରକାର ଶୋଇଛନ୍ତି। କ’ଣ ଆପଣ(ବିଜେପି) ଆମ ଯବାନଙ୍କ ବଳିଦାନକୁ ନେଇ ପୁଣି ରାଜନୀତି କରିବେ? କ’ଣ ୨୦୨୪ରେ ପୁଲୱାମା ପ୍ରସଙ୍ଗରେ ଆପଣ ପୁଣି ଭୋଟ ମାଗିବେ? ଯଦି ଆମେ ପୁଞ୍ଚ ଘଟଣାରେ ପ୍ରଶ୍ନ କରିବୁ, ତା’ହେଲେ ସେମାନେ ଆମକୁ ଦିଲ୍ଲୀ କିମ୍ବା ଦେଶ ବାହାରକୁ ଫିଙ୍ଗି ଦେବେ।”
ନ୍ୟାଶନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା ଧାରା ୩୭୦ ଉଚ୍ଛେଦ ପରେ ମଧ୍ୟ ଉପତ୍ୟକାରେ ଆତଙ୍କବାଦ ଜାରି ରହିଛି ବୋଲି କହିଛନ୍ତି। ସେ କହିଛନ୍ତି, “ସେମାନେ ନିୟମିତ କହି ଆସୁଛନ୍ତି ଯେ ଧାରା ୩୭୦ ଆତଙ୍କବାଦର କାରଣ। ଏବେ ବି ଆତଙ୍କବାଦ ଜାରି ରହିଛି। କଶ୍ମୀରରେ କର୍ଣ୍ଣେଲ ଓ କ୍ୟାପ୍ଟେନ ପ୍ରାଣ ହରାଉଛନ୍ତି। ପ୍ରତିଦିନ କେଉଁଠି ନା କେଉଁଠି ବୋମା ବିସ୍ଫୋରଣ ହେଉଛି। କ’ଣ ଆତଙ୍କବାଦ ଶେଷ ହୋଇଗଲା? ଆତଙ୍କବାଦ ଶେଷ ହୋଇନାହିଁ। କିନ୍ତୁ ବିଜେପି ସମସ୍ତଙ୍କୁ ଜଣାଇବାକୁ ଚେଷ୍ଟା କରୁଛି ଯେ ଆତଙ୍କବାଦ ଶେଷ ହୋଇଯାଇଛି।”
ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବି ଆଜାଦ ଓ ମେହବୁବା ମୁଫତି ମଧ୍ୟ ଗୁରୁବାର ହୋଇଥିବା ଆତଙ୍କୀ ହମଲାକୁ ନିନ୍ଦା କରିଛନ୍ତି। ଗୁରୁବାର ପ୍ରାୟ ୩.୪୫ରେ ପୁଞ୍ଚର ଧାତୟାର ମୋରହ ନିକଟରେ ଥିବା ବ୍ଲାଇଣ୍ଡ କର୍ଭ ନିକଟରେ ଆତଙ୍କବାଦୀମାନେ ସେନାର ଦୁଇଟି ଗାଡ଼ିକୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲେ। ଏଥିରେ ୫ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସେନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ଆମ୍ବୁସ ଲଗାଇ ହମଲା କରିଥିଲେ। ଦହେରା କି ଗଲି ଓ ବୁଫଲିଆଜ ମଧ୍ୟରେ ଥିବା ଧାତୟାର ମୋରହ ସ୍ଥିତ ବ୍ଲାଇଣ୍ଡ କର୍ଭ ନିକଟରେ ହିଁ ହମଲା ହୋଇଛି।
ଆତଙ୍କବାଦୀମାନେ ପୁଞ୍ଚର ଧାତୟାର ମୋରହକୁ ଜାଣିଶୁଣି ହମଲା ପାଇଁ ବାଛିଥିଲେ। କାରଣ ଏଠାରେ ଥିବା ରାସ୍ତା ବେଶ ବଙ୍କା। ବୁଲାଣି ବେଳେ ସାମ୍ନା ପଟେ କ’ଣ ଘଟୁଛି, ତା’ହା ଜାଣିବା ମୁସ୍କିଲ। ଗାଡ଼ିଗୁଡ଼ିକ ବେଶ ଧୀରେଧୀରେ ଏହି ସ୍ଥାନକୁ ଅତିକ୍ରମ କରିଥାଏ। ସାମ୍ନା ପଟୁ ଦେଖିବାର କୌଣସି ସୁଯୋଗ ନଥିବାରୁ ଏହାକୁ ବ୍ଲାଇଣ୍ଡ କର୍ଭ ମଧ୍ୟ କୁହାଯାଏ। ତେଣୁ ଆତଙ୍କବାଦୀମାନେ ଏହି ସ୍ଥାନକୁ ଜାଣିଶୁଣି ହମଲା ପାଇଁ ବାଛିଥିଲେ।
ସେନା ଯବାନଙ୍କ ଦୁଇଟି ଗାଡ଼ି ଉକ୍ତ ସ୍ଥାନ ଅତିକ୍ରମ କରୁଥିବା ବେଳେ ଯୋଜନା ମୁତାବକ ଆତଙ୍କବାଦୀମାନେ ଉଚ୍ଚ ସ୍ଥାନରେ ଲୁଚି ରହିଥିଲେ। ଗାଡ଼ି ବୁଲାଣି ବୁଲିବା ପାଇଁ ଧିମା ହେବା କ୍ଷଣି ସେମାନେ ଅତିର୍କିତ ଭାବେ ଆଖିବୁଜା ଗୁଳିମାଡ଼ ଆରମ୍ଭ କରି ଦେଇଥିଲେ। ଗୁଳି ମାଡ଼ରେ ସେନାର ଗୋଟିଏ ଟ୍ରକ ଓ ଗୋଟିଏ ଜିପ୍ ପୂରା କ୍ଷତିଗ୍ରସ୍ତ ହୋଇଛି।
ସେନା ପକ୍ଷରୁ ଏହାର ଜବାବ ଦିଆଯିବା ସହ ଘଟଣାସ୍ଥଳକୁ ଅଧିକ ସଂଖ୍ୟକ ଯବାନ ପଠା ଯାଇଥିଲା। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ବେଶ କିଛି ସମୟ ଗୁଳି ବିନିମୟ ମଧ୍ୟ ହୋଇଥିଲା। କିନ୍ତୁ ପାହାଡ଼ିଆ ଅଞ୍ଚଳର ସୁଯୋଗ ନେଇ ଆତଙ୍କବାଦୀମାନେ ସେଠାରୁ ଖସି ଚାଲି ଯିବାକୁ ସକ୍ଷମ ହୋଇଛନ୍ତି। ତଥାପି ସେନା ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ କରାଯାଉଛି।
ସୂତ୍ର ଅନୁସାରେ, ଆମ୍ବୁସ ପୂର୍ବରୁ ଆତଙ୍କବାଦୀମାନେ ଉକ୍ତ ସ୍ଥାନ ବିଷୟରେ ତଥ୍ୟ ସଂଗ୍ରହ କରିଥିଲା। ତଥ୍ୟ ମିଳିବା ପରେ ହିଁ ୩ରୁ ୪ ଜଣ ଆତଙ୍କବାଦୀ ହମଲା କରିଥିଲେ। ଘଟଣା ପାଇଁ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଲସ୍କରର ସହଯୋଗୀ ସଂଗଠନ ପିଏଏଫଏଫ ନିଜକୁ ଏହି ହମଲା ପାଇଁ ଦାୟୀ କରିଛି।
ବୁଫଲିୟାଜରୁ ସେନାର ୨ଟି ଗାଡ଼ି (ଗୋଟିଏ ଟ୍ରକ୍ ଓ ଗୋଟିଏ ଜିପ୍ସି)ରେ କିଛି ଯବାନ ଯାଉଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ବୁଫଲିୟାଜ ପାଖାପାଖି ଅଞ୍ଚଳରେ ଗତକାଲି ରାତିରୁ ଆତଙ୍କବାଦୀ ବିରୋଧୀ ଅପରେସନ ଚାଲିଛି। ସେଠାରୁ ଏହି ଯବାନମାନେ ଫେରୁଥିବା ବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।
ରଜୌରୀ-ଥାନାମଣ୍ଡି-ସୁରଣକୋଟ ରାସ୍ତାର ସବନି ନିକଟରେ ୨ଟି ଗାଡ଼ିରେ ଯାଉଥିବା ଯବାନଙ୍କୁ ଆତଙ୍କବାଦୀମାନେ ଘେରି ଯାଇ ଗୁଳିମାଡ଼ କରିଥିଲେ। ଅପରାହ୍ନ ପ୍ରାୟ ୩ଟା ୪୫ ବେଳେ ଏହି ଘଟଣା ଘଟିଥିଲା। ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ଯବାନମାନେ ପାଲଟା ଆକ୍ରମଣ କରିଥିଲେ।ତେବେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୩ ଜଣ ଯବାନ ସହିଦ ହୋଇଛନ୍ତି। ଘଟଣା ସଂପର୍କରେ ଖବର ପାଇବା ପରେ ସେନାର ଅତିରିକ୍ତ ଟିମ୍କୁ ସେଠାକୁ ପଠାଯାଇଛି।
ଗତମାସରେ ରଜୌରୀର କାଲାକୋଟରେ ଆତଙ୍କବାଦୀ ବିରୋଧୀ ଅପରେସନ ବେଳେ ସେନାର ୫ ଜଣ ଯବାନ ସହିଦ ହୋଇଥିଲେ। ସେମାନଙ୍କ ମଧ୍ୟରେ ଦୁଇ ଜଣ କ୍ୟାପଟେନ୍ ଥିଲେ। କିଛି ବର୍ଷ ହେଲା ଏହି ଅଞ୍ଚଳରେ ଆତଙ୍କବାଦୀ ବେଶ୍ ସକ୍ରିୟ ଅଛନ୍ତି। ଏଠାରେ ସେନା ଉପରେ ବଡ଼ ବଡ଼ି ଆକ୍ରମଣ ହୋଇଛି।
ଚଳିତ ବର୍ଷ ଏପ୍ରିଲ ଓ ମେ’ ମାସରେ ରଜୌରୀ-ପୁଞ୍ଚ ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣରେ ୧୦ ଜଣ ଯବାନ ସହିଦ ହୋଇଛନ୍ତି। ଏହି ଅଞ୍ଚଳ ୨୦୦୩ରୁ ୨୦୨୧ ପର୍ଯ୍ୟନ୍ତ ପାଖାପାଖି ଆତଙ୍କବାଦ ମୁକ୍ତ ଥିଲା। କିନ୍ତୁ ତା’ପରଠୁ ନିୟମିତ ଭାବେ ଏନ୍କାଉଣ୍ଟର ହେଉଛି।
ପୁଞ୍ଚ ଜିଲ୍ଲାର ଥାନାମଣ୍ଡି ଅଞ୍ଚଳରେ ଆତଙ୍କବାଦୀଙ୍କ ଆମ୍ବୁସ ଦେଖିବାକୁ ମିଳିଛି। ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ମିଳି ନଥିଲେ ହେଁ ଆତଙ୍କବାଦୀଙ୍କ ମୁକାବିଲା ପାଇଁ ଅଧିକ ସଂଖ୍ୟକ ଯବାନଙ୍କୁ ପଠାଯାଇଛି। ସେମାନେ ଫସି ରହିଥିବା ଯବାନମାନଙ୍କ ବ୍ୟାକଅପ ପାଇଁ ଯାଇଛନ୍ତି।
ବୁଧବାର ପୁଞ୍ଚରେ ଥିବା ଗୋଟିଏ ପୁଲିସ୍ ୟୁନିଟର କ୍ୟାମ୍ପସ ଭିତରେ ବିସ୍ଫୋରଣ କରାଯାଇଥିଲା। ଏଥିରେ କେହି ମୃତାହତ ହୋଇ ନଥିଲେ ହେଁ ପାର୍କିଂ ହୋଇଥିବା ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା। ଏହାର ତଦନ୍ତ ଚାଲିଥିବା ବେଳେ ଏବେ ଆତଙ୍କବାଦୀଙ୍କ ଆମ୍ବୁସ ଖବର ସାମ୍ନାକୁ ଆସିଛି।
ଗୋଟିଏ କାର୍ରେ କିଛି ଅଜଣା ଲୋକ ଉଭୟଙ୍କୁ ବଳପୂର୍ବକ ପାକିସ୍ତାନର ହାଫିଜାବାଦରୁ ଉଠାଇ ନେଇଛନ୍ତି। ଆଲମଗିର ଓ ତା’ ସମ୍ପର୍କୀୟ ଡେରା ହାଜି ଗୁଲାମକୁ ଯାଉଥିବା ବେଳେ ଏହି ଘଟଣା ଘଟିଛି। କିନ୍ତୁ କିଏ ଓ କାହିଁକି ଆଲମଗିରକୁ ଅପହରଣ କରିଛନ୍ତି, ସେ ସମ୍ପର୍କରେ କିଛି ବି ଖବର ମିଳିନି।
ଆଲମଗିର ପୁଲୱାମା ହମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା। ୨୦୧୯ ଫେବୃଆରୀ ୧୪ରେ ସିଆରପିଏଫ ଯବାନଙ୍କ କନଭୟକୁ ଟାର୍ଗେଟ କରି ଆତ୍ମଘାତୀ ହମଲା କରାଯାଇଥିଲା। ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହି ଖବର ବିଶ୍ୱକୁ ସ୍ତବ୍ଧ କରି ଦେଇଥିବା ବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ରହିଥିବା ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା।
BREAKING : Top Jaish–e–Mohammad Terrorist and a key conspirator of the 2019 terror attack on a CRPF convoy at Pulwama, Mohiuddin Aurangzeb Alamgir along with one of his relative have been kidnapped by unknown car riders in Hafizabad area of Pakistan when he was in the way to…
— Aviral Singh (@aviralsingh15) December 9, 2023
ଭାରତ ଆଲମଗିରର ଭୂମିକା ସମ୍ପର୍କରେ ଆରମ୍ଭରୁ କହି ଆସୁଥିବା ବେଳେ ସେ ପାକିସ୍ତାନରେ ବେଶ ସୁରକ୍ଷିତ ଭାବେ ଲୁଚି ରହିଥିଲା। ଏବେ ହାଫିଜାବାଦରୁ ତାକୁ ଅପହରଣ କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି।
ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରରେ କୁହାଯାଇଛି ଯେ ଆଲମଗିର ଗୋଟିଏ ପାରିବାରିକ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ କିଛି ଲୋକ ତାକୁ କାରରେ ପିଛା କରିଥିଲେ। କିଛି ବାଟ ପିଛା କରିବା ପରେ ସେମାନେ ବଳପୂର୍ବକରୁ ଆଲମଗିର ଓ ତା’ ସମ୍ପର୍କୀୟକୁ କାରରେ ବସାଇ ଅଜଣା ସ୍ଥାନକୁ ନେଇ ଯାଇଛନ୍ତି।
BIG BREAKING NEWS - Top Jaish Terrorist Mohiuddin Aurangzeb Alamgir has been kidnapped by UNKNOWN car riders in Hafizabad, Pakistan 🔥🔥
— Times Algebra (@TimesAlgebraIND) December 9, 2023
He was a key conspirator of the 2019 terror attack on a CRPF convoy at Pulwama.
He was on the way to family function in Dera Haji Ghulam.…
ଖବର ପ୍ରକାଶ ପାଇବା ପରେ ପାକିସ୍ତାନ ପୁଲିସ୍, ଆଇଏସଆଇ ଓ ପାକିସ୍ତାନ ଆର୍ମି ହାଫିଜାବାଦର ବିଭିନ୍ନ ସ୍ଥାନରେ ରେଡ କରିଛନ୍ତି। ତଥାପି ରହସ୍ୟମୟ ଅପହରଣ ସମ୍ପର୍କରେ କୌଣସି ସୁରାକ ମିଳିନି। ଏବେ ଆଲମଗିର ଓ ତା’ ସମ୍ପର୍କୀୟ କେଉଁଠି, ସେଖବର କାହା ପାଖରେ ନାହିଁ। ପୁଲିସ୍ କେବଳ ଆଲମଗିରର ବାଇକୁ ଠାକ କରିବାକୁ ସକ୍ଷମ ହୋଇଛି।
୨୦୨୨ ଏପ୍ରିଲ ମାସରେ ଭାରତ ସରକାର ଆଲମଗିରକୁ ଆତଙ୍କବାଦୀ ଘୋଷଣା କରିଥିଲେ। ସେ ଜୈଶ ପାଇଁ ପାଣ୍ଠି ସଂଗ୍ରହ କାର୍ଯ୍ୟରେ ସାମିଲ ଥିଲା। ପାଣ୍ଠି ସଂଗ୍ରହ କରିବା ପରେ ସେଗୁଡ଼ିକୁ କଶ୍ମୀରକୁ ପଠାଉଥିଲା। ଭାରତୀୟ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ହମଲା ହିଁ ତା’ର ଏକମାତ୍ର ଲକ୍ଷ୍ୟ ଥିଲା।
୧୯୮୩ ମସିହା ଜାନୁଆରୀ ୧ ତାରିଖରେ ପାକିସ୍ତାନର ବାହାବଲପୁରରେ ଜନ୍ମ ଗ୍ରହଣ କରିଥିବା ଆଲମଗିର କେବଳ ପୁଲୱାମା ନୁହେଁ, କଶ୍ମୀରରେ ଘଟିଥିବା ଅନେକ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ଥିଲା।
BIG BREAKING NEWS - Top Jaish Terrorist Mohiuddin Aurangzeb Alamgir has been kidnapped by UNKNOWN car riders in Hafizabad, Pakistan 🔥🔥
— Times Algebra (@TimesAlgebraIND) December 9, 2023
He was a key conspirator of the 2019 terror attack on a CRPF convoy at Pulwama.
He was on the way to family function in Dera Haji Ghulam.…
ଗତକାଲି ଏକ ଯାତ୍ରୀବାହୀ ବସ୍ ପାକିସ୍ତାନର ଗିଲଜିଟ୍ରୁ ରାୱଲପିଣ୍ଡି ଅଭିମୁଖେ ଯାଉଥିଲା। ସନ୍ଧ୍ୟା ପ୍ରାୟ ସାଢେ ୬ଟାରେ ବସ୍ଟି ଚିଲାସ୍ ଅତିକ୍ରମ କରୁଥିବା ବେଳେ ହଠାତ୍ ବସ୍ ଉପରକୁ ଆଖି ବୁଜା ଫାୟାରିଂ ହୋଇଥିଲା।
ଏପରି ଅତର୍କିତ ଆକ୍ରମଣରେ ଡ୍ରାଇଭର ଗାଡ଼ି ଉପରୁ ଭାରସାମ୍ୟ ହରାଇ ସମ୍ମୁଖରୁ ଆସୁଥିବା ଏକ ଟ୍ରକ୍ ସହ ପିଟି ହୋଇଥିଲା। ଏହି ହାମଲା ତଥା ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଚିଲାସର ଡେପୁଟି କମିଶନର ଅରିଫ ଅହମ୍ମଦ ଗଣମାଧ୍ୟମକୁ କହିଛନ୍ତି।
ଏହି ହାମଲାରେ ବହୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଗୁଳି ଚାଳନା ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାଯାଇଛି।
ଏହି ହାମଲା ପାଇଁ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରି ନାହାନ୍ତି। ଏନେଇ ପାକିସ୍ତାନ ପୁଲିସ୍ ମାମଲା ରୁଜୁ କରିବା ସହ ଆତଙ୍କବାଦୀଙ୍କୁ ଧରିବାକୁ ବହୁ ଟିମ୍ ଗଠନ କରିଥିବା ଜଣାଯାଇଛି।
ଆତଙ୍କବାଦୀ ନିରୋଧ ଅପରେସନ ଜମ୍ମୁ କଶ୍ମୀରର କୁଲଗାମ ଅଞ୍ଚଳରୁ ଗତକାଲିଠୁ ଆରମ୍ଭ ହୋଇଥିଲ। ଉକ୍ତ ସମୟରେ କୁଲଗାମର ଦମହାଲ ହାଞ୍ଜି ପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ସୂଚନା ମିଳିଥିଲା। ଏହାପରେ ଉକ୍ତ ଅଞ୍ଚଳକୁ ଚାରିପଟୁ ସିଲ୍ କରାଯାଇ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲା। ଏହାଦେଖି ଏକ ଘରେ ଲୁଚି ରହିଥିବା ଆତଙ୍କବବାଦୀ ସୁରକ୍ଷା କର୍ମୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ।
ଖବର ପାଇ ଜମ୍ମୁ-କଶ୍ମୀର ପୁଲିସ୍, ସେନାର ୩୪ ରାଷ୍ଟ୍ରୀୟ ରାଇଫଲ୍ସ ଟିମ୍ ଓ ସିଆରପିଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆତଙ୍କବାଦୀମାନେ ଲୁଚିଥିବା ଘରକୁ ଚାରିପଟୁ ଘେରି ଯାଇଥିଲେ। ଚାରିପଟୁ ଘେରା ହୋଇ ସାରିଥିବା ଜାଣିବା ପରେ ଆତଙ୍କବାଦୀମାନେ ଖୋଲାଖୋଲି ଫାୟାରିଂ ଆରମ୍ଭ କରି ଦେଇଥିଲେ। ଏହାପରେ ସେନା ପକ୍ଷରୁ ଆଜି ସକାଳୁ ଉକ୍ତ ଘର ଉପରକୁ ରକେଟ ମାଡ଼ କରାଯାଇଥିଲା। ଫଳରେ ଏକ ସଙ୍ଗେ ୫ ଆତଙ୍କବାଦୀ ସଫା ହୋଇ ଯାଇଥିବା ଜଣାଯାଇଛି।
କଶ୍ମୀର ଜୋନ ପୁଲିସ୍ ପକ୍ଷରୁ କରାଯାଇଥିବା ଟ୍ୱିଟ ଅନୁଯାୟୀ, କୁଲଗାମର ଦମହାଲ ହାଞ୍ଜି ପୋରା ଅଞ୍ଚଳରେ ଗୁରୁବାରଠୁ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେନା ପକ୍ଷରୁ କିଛି ଆତଙ୍କବାଦୀଙ୍କୁ ଚାରିପଟୁ ଘେରା ଯାଇଥିବା ବେଳେ ଉଭୟ ପଟୁ ଗୋଳାବାରି ଚାଲିଥିଲା। ଆତଙ୍କବାଦୀଙ୍କ ମୃତଦେହ ନିକଟରୁ ବହୁ ଅସ୍ତ୍ରଶସ୍ତ୍ର ଓ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି।
ଏବେ ଦିନକୁ ଦିନ ପାରଦ ତଳକୁ ଖସୁଥିବାରୁ ଜମ୍ମୁ-କଶ୍ମୀରରେ ପାଗ ଖରାପ ହେବାକୁ ଲାଗିଛି। ବୁଧବାର ନିୟନ୍ତ୍ରଣ ରେଖା ନିକଟ ଓରି ସେକ୍ଟରରେ ୨ ଆତଙ୍କବାଦୀ ଦେଶ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ସେନା ପକ୍ଷରୁ ସେମାନଙ୍କୁ ନିପାତ କରାଯାଇଥିଲା। ଉକ୍ତ ଦୁଇ ଆତଙ୍କବାଦୀ PoK କମାଣ୍ଡର ୱରିସ ଅହମ୍ମଦ ମଲ୍ଲିକ ଓ ଅହମ୍ମଦ ଗଦି ଶେଖ ବୋଲି ଜଣାଯାଇଛି। ସେମାନଙ୍କ ପକ୍ଷରୁ ବହୁ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଆଜି ସକାଳୁ ଆତଙ୍କବାଦୀମାନେ ଏୟାରବେସ୍ ପାଚେରି ଡେଇଁବା ପାଇଁ ପ୍ରଥମେ ସିଡିର ବ୍ୟବହାର କରିଥିଲେ। ଏହାପରେ ଭିତରେ ପଶି ସେମାନେ ଆକ୍ରମଣ ଆରମ୍ଭ କରି ଦେଇଥିଲେ।
ଏହି ଆକ୍ରମଣକୁ ନେଇ ପାକିସ୍ତାନ ସେନା(ISPR) ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ଆଜି ସକାଳୁ ସକାଳୁ ପାକିସ୍ତାନ ବାୟୁ ସେବାର ମିଆଁୱାଲି ଟ୍ରେନିଂ ଏୟାରବେସ୍ରେ ଆତଙ୍କବାଦୀ ହାମଲା କରିବା ପାଇଁ ଚେଷ୍ଟା କରାଯାଇଥିଲା। ମାତ୍ର ତାହା ଅସଫଳ ରହିଛି।
ପାକିସ୍ତାନ ସେନା ଦ୍ୱାରା ନିଆଯାଇଥିବା ତତ୍କାଳ ପଦକ୍ଷେପ ଯୋଗୁ ଏହି ଆକ୍ରମଣକୁ ଅସଫଳ କରାଯାଇପାରିଛି। ସୈନିକମାନେ ନିଜ ଜୀବନକୁ ବାଜି ଲଗାଇ ୩ ଆତଙ୍କୀଙ୍କୁ ମାରି ଦେଇଥିବା ବେଳେ ଆଉ ୩ ଜଣଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି।
ଆତଙ୍କୀ ହାମଲା ବେଳେ ଏୟାରବେସ୍ରେ ଥିବା ୩ ଯୁଦ୍ଧ ବିମାନ କ୍ଷତିଗ୍ରସ୍ତ ହୋଇଛି। ଏହି ହାମଲା ପରେ ତୁରନ୍ତ ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ତାଙ୍କ ସମର୍ଥକମାନେ ମିୟାଂବାଲି ଏୟାରବେସ୍ରେ ଆକ୍ରମଣ କରି ବହୁ କ୍ଷୟକ୍ଷତି କରିଥିଲେ।
ଆଜି ଆତଙ୍କୀଙ୍କ ଗୁଳିରେ ପ୍ରାଣ ହରାଇଥିବା କନଷ୍ଟେବଲ ଜଣଙ୍କ ହେଲେ ଗୁଲାମ ମହମ୍ମଦ ଦର। ସେ ଜମ୍ମୁ-କଶ୍ମୀର ପୁଲିସ ପାଇଁ କାମ କରୁଥିଲେ। ଗୁଳି ମାଡ଼ରେ ସେ ପ୍ରଥମେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
ପୁଲିସ୍ କହିଛି ଯେ ୱାଇଲୋ କ୍ରଲପୋରା ଠାରେ ଥିବା ନିଜ ବାସଭବନରେ ଗୁଲାମ ରହିଥିଲେ। ଏହି ସମୟରେ କିଛି ବନ୍ଧୁକଧାରୀ ଆତଙ୍କବାଦୀ ସେଠାରେ ପହଞ୍ଚିଥିଲେ। କେହି କିଛି ବୁଝିବା ଆଗରୁ ସେମାନେ ତାଙ୍କୁ ଏକାଧିକ ରାଉଣ୍ତ ଗୁଳି କରିଥିଲେ।
ଗୁରୁତର ଅବସ୍ଥାରେ ତାଙ୍କୁ ତଙ୍ଗମାର୍ଗରେ ଥିବା ଏସ୍ଡି ହସ୍ପିଟାଲକୁ ନିଆ ଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗୁଲାମ ଜମ୍ମୁ-କଶ୍ମୀର ପୁଲିସ୍ର ପିସିଆର ବିଭାଗରେ କାର୍ଯ୍ୟ କରୁଥିଲେ।
ଆଜିର ଘଟଣାକୁ ମିଶାଇ ଉପତ୍ୟକାରେ ୩ ଦିନରେ ଏପରି ୩ଟି କାଣ୍ତ ଘଟିଛି। ସୋମବାର ଜମ୍ମୁ-କଶ୍ମୀରର ପୁଲୱାମାରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କବାଦୀମାନେ ଗୁଳି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରାଣ ହରାଇଥିବା ଶ୍ରମିକଙ୍କ ଘର ଉତ୍ତର ପ୍ରଦେଶରେ। ସେ ଦୀର୍ଘ ବର୍ଷ ହେଲା ପୁଲୱାମାରେ କାମ କରୁଥିଲେ।
ସେହିପରି ରବିବାର ଶ୍ରୀନଗରର ଇଦଘା ପଡ଼ିଆରେ କ୍ରିକେଟ ଖେଳୁଥିବା ଜଣେ ପୁଲିସ୍ ଇନସପେକ୍ଟରଙ୍କୁ ଆତଙ୍କବାଦୀମାନେ ଗୁଳି କରିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସୋଶାଲ ମିଡିଆରେ ଏକ ଭିଡିଓ ଶେଆର କରି ମଧୁରା ଏ ସମ୍ପର୍କରେ ନିଜ ଯନ୍ତ୍ରଣା ବଖାଣିଛନ୍ତି। ଏପରିକି ଆତଙ୍କବାଦୀମାନେ କିପରି ଦୁଇ ଛୋଟ ଛୁଆଙ୍କ ସାମନାରେ ତାଙ୍କ ପିତାମାତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ସେ ସମ୍ପର୍କରେ କହିଛନ୍ତି। ଏଥିସହ ସେ ସେମାନଙ୍କ ଫୋଟ ବି ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି ।
ସୋଶାଲ ମିଡିଆରେ ମଧୁରା ନିଜ ଭିଡିଓରେ କହିଛନ୍ତି, ମୁଁ ମଧରା ନାଇକ, ଭାରତରେ ଜନ୍ମିତ ୟେହୁଦୀ। ଭାରତରେ ଆମ ସଂଖ୍ୟା ମାତ୍ର ୩ହଜାର । ଗତ ୭ ତାରିଖ ପୂର୍ବରୁ ଆମେ ଆମ ପରିବାରର ଦୁଇ ସଦସ୍ୟଙ୍କୁ ହରାଇଛୁ। ସେମାନେ ହେଲେ ମୋ’ ଭଉଣୀ ଔଡାୟା ଓ ତାଙ୍କ ସ୍ୱାମୀ। ତାଙ୍କ ଦୁଇ ଛୁଆଙ୍କ ସମ୍ମୁଖରେ ହିଁ ଆତଙ୍କବାଦୀମାନେ ଗୁଳି କରି ଉଭୟଙ୍କ ଜୀବନ ନେଇଛନ୍ତି। ଏବେ ମୋ’ ପରିବାର ଯେଉଁ କଠିନ ସମୟ ଦେଇ ଗତି କରୁଛୁ, ତାହା ଭାଷାରେ ବର୍ଣ୍ଣନା କରିବା ସମ୍ଭବପର ନୁହେଁ। ନିଜ ଭିଡିଓରେ ମଧୁରା ଇସ୍ରାଏଲକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି।
ଏଥିସହ ସେ କହିଛନ୍ତି, ଆଜି ଇସ୍ରାଏଲ ବହୁ ଦୁଃଖ କଷ୍ଟରେ ଗତି କରୁଛି। ହମାସ ନିଆଁରେ ଛୁଆଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଜଳୁଛନ୍ତି। ଏହି କଷ୍ଟ ଦେଇ ମୋ’ ପରିବାର ବି ଗତି କରୁଛି। ମୁଁ ମୋ’ ସମ୍ପର୍କୀୟଙ୍କ ଏକ ଫଟୋ ଶେଆର କରି ଦେଖାଇବାକୁ ଚାହୁଁଛି ଫିଲିସ୍ତିନ ଷଡଯନ୍ତ୍ର କିପରି କାମ କରୁଛି। ସେମାନେ ଦୁନିଆ ସମ୍ମୁଖରେ ଇସ୍ରାଏଲ ନାଗରିକଙ୍କୁ ହତ୍ୟାକାରୀ ସଜାଇବାକୁ ଯୋଜନା କରୁଛନ୍ତି। କିନ୍ତୁ ଏହା ଠିକ୍ ନୁହେଁ। କାରଣ ନିଜକୁ ସୁରକ୍ଷା ଦେବାକୁ କେବେ ବି ଆତଙ୍କୀ କାର୍ଯ୍ୟକଳାପ ନୁହେଁ।
ଶେଷରେ ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ଲୁଚି ରହି ହମଲା କରୁଥିବା ୩ କୁଖ୍ୟାତ ତଥା ତାଲିମପ୍ରାପ୍ତ ଆତଙ୍କବାଦୀ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଲସ୍କର-ଇ-ତାଏବାର କମାଣ୍ଡର ଉଜୈର ଖାନ ରହିଛି।
ସୁରକ୍ଷାକର୍ମୀମାନେ ଉଜୈର ଖାନ ସମେତ ଆଉ ଜଣେ ଆତଙ୍କବାଦୀର ମୃତଦେହକୁ ଜବତ କରିଛନ୍ତି। ତେବେ ତୃତୀୟ ଆତଙ୍କବାଦୀର ମୃତଦେକୁ ଠାବ କରିବା ପାଇଁ ପ୍ରୟାସ ଜାରି ରହିଛି। ଏନକାଉଣ୍ଟର ଶେଷ ହୋଇଥିଲେ ମଧ୍ୟ ଲୋକମାନଙ୍କୁ ଜଙ୍ଗଲ ମଧ୍ୟକୁ ଯିବାକୁ ବାରଣ କରାଯାଇଛି।
କଶ୍ମୀର ପୁଲିସ୍ର ଏଡିଜିପି ବିଜୟ କୁମାର କହିଛନ୍ତି, ଉଜୈର ଖାନ ଓ ତା’ର ୩ ସହଯୋଗୀ ମିଳିତ ଭାବେ ଲୁଚି ରହି ୭ ଦିନ ହେଲା ହମଲା କରୁଥିଲେ। ଆଜି ସେମାନଙ୍କର ମୃତ୍ୟୁ ସହ ୭ ଦିନ ହେଲା ଚାଲିଥିବା ଏନକାଉଣ୍ଟର ଶେଷ ହୋଇଛି।
ଉଜୈର ଖାନ ଓ ତା’ ସହଯୋଗୀର ମୃତଦେହ ନିକଟରୁ ଅସ୍ତ୍ରଶସ୍ତ୍ର ମିଳିଛି। ଆଉ ଜଣେ ଆତଙ୍କବାଦୀର ମୃତଦେହ ମିଳିନି। ଏହି କାରଣରୁ ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରହିଛି। ଜଙ୍ଗଲର ଅନେକ ଅଞ୍ଚଳ ସର୍ଚ୍ଚ କରିବାର ଅଛି। ତେଣୁ ଅନେକ ପ୍ରକାରର ବିସ୍ଫୋରକ କିମ୍ବା ଅନ୍ୟାନ୍ୟ ଜିନିଷ ମିଳିପାରେ। ଏଥିପାଇଁ ଲୋକମାନଙ୍କୁ ଉକ୍ତ ଅଞ୍ଚଳକୁ ନ ଯିବାକୁ ସେ ଅନୁରୋଧ କରିଛନ୍ତି।
ବୁଧବାର ଅନନ୍ତନାଗର କୋକେରନାଗ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନେ ପାହାଡ଼ିଆ ଓ ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚି ରହି ହମଲା କରିଥିଲେ। ବୁଧବାର ହିଁ ୪ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ।
ଏହାପରେ ସେନା ଓ ପୁଲିସ୍ ପକ୍ଷରୁ ବଡ଼ଧରଣର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଡ୍ରୋନ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦ୍ୱାରା ଆତଙ୍କବାଦୀଙ୍କ ମୁକାବିଲା କରିବାକୁ ଉଦ୍ୟମ କରାଯାଇଥିଲା। ଶେଷରେ ଆଜି ଉଜୈରର ମୃତ୍ୟୁ ସହ ଏନକାଉଣ୍ଟର ଶେଷ ହୋ
ବୁଧବାର ସକାଳୁ ଆରମ୍ଭ ହୋଇଥିବା ଏନକାଉଣ୍ଟରରେ ପୂର୍ବରୁ ୪ ଜଣ ସୁରକ୍ଷାକର୍ମୀ ସହିଦ ହୋଇ ସାରିଛନ୍ତି। ଆଜି ଅପରେସନ ବେଳେ ଆଉ ଜଣେ ଯବାନ ହଠାତ ନିଖୋଜ ହୋଇ ଯାଇଛନ୍ତି। ସେହିପରି ଆଉ ୨ ଜଣ ଆହତ ହୋଇଛନ୍ତି। ନିଖୋଜ ଯବାନଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଚାଲିଛି। ତଥାପି ଏଯାଏ ତାଙ୍କର କୌଣସି ପ୍ରକାରର ପତ୍ତା ମିଳିନାହିଁ।
ମିଳିଥିବା ସୂଚନା ଅନୁସାରେ, କୋକେରନାଗର ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚି ଥିବା ଆତଙ୍କବାଦୀମାନଙ୍କୁ ଠାବ କରିବା ପାଇଁ ସେନା ପକ୍ଷରୁ ଗୁଳିମାଡ଼ କରି ପାରୁଥିବା ହେରୋନ ଡ୍ରୋନ ସମେତ ଅନେକ ନୂଆ ପିଢ଼ିର ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଉଛି। ଘଟଣାସ୍ଥଳରୁ ବରିଷ୍ଠ ଅଧିକାରୀଙ୍କ ସମେତ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ପଠା ଯାଇଛି।
ସେପ୍ଟେମ୍ବର ୧୨-୧୩ ରାତିରୁ ଆର୍ମି ଓ ଜମ୍ମୁ-କଶ୍ମୀର ପୁଲିସ୍ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଗାରୋଲ ଗାଁରେ କିଛି ଆତଙ୍କୀ ଲୁଚି ଥିବାରୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ କର୍ଡନ କରାଯାଇଥିଲା। ତଥାପି ଆତଙ୍କବାଦୀମାନେ ଘଞ୍ଚ ଜଙ୍ଗଲକୁ ଖସି ଯାଇ ହମଲା ଆରମ୍ଭ କରି ଦେଇଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା।
କର୍ଣ୍ଣେଲ ମନପ୍ରୀତ ସିଂହ ଓ ମେଜର ଆଶିଷ ଧୋନଚାକ ମିଳିତ ଭାବେ ପୂରା ଟିମ ସହ ପାହାଡ଼ିଆ ଅଞ୍ଚଳ ଓ ଛୋଟ ଝରଣା ଦେଇ ଜଙ୍ଗଲରେ ଆଗକୁ ବଢ଼ିଥିଲେ। କିନ୍ତୁ ବୁଧବାର ମଧ୍ୟାହ୍ନ ସମୟରେ ସେମାନେ ଆତଙ୍କବାଦୀଙ୍କ ଗୁଳିମାଡ଼ର ଶିକାର ହୋଇଥିଲେ। ଏହି ଟିମରେ ଡିଏସ୍ପି ହିମାୟୁନ ଭଟ ମଧ୍ୟ ରହିଥିଲେ।
ଆତଙ୍କବାଦୀଙ୍କ ଗୁଳିମାଡ଼ ଯୋଗୁ ଏହି ୩ ଅଫିସର ଓ ୨ ଜଣ ଯବାନ ଆହତ ହୋଇଥିଲେ। ପରବର୍ତ୍ତୀ ଅବସ୍ଥାରେ କର୍ଣ୍ଣେଲ ମନପ୍ରୀତ ସିଂହ, ମେଜର ଆଶିଷ ଧୋନଚାକ ଓ ଡିଏସ୍ପି ହିମାୟୁନ ସହିଦ ହୋଇଥିଲେ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସେମାନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ଗତ ବୁଧବାର ଠାରୁ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି। ସେନା ପକ୍ଷରୁ ହୋଇଥିବା ସର୍ଚ୍ଚ ଅପରେସନ ବେଳେ ଆତଙ୍କୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ମାଡ଼ କରିଥିଲେ । ଏଥିରେ ଦୁଇ ଯବାନ ଆହତ ହୋଇଥିଲେ । ସେଥି ମଧ୍ୟରୁ ଜଣେ ଆହତ ଯବାନ ଚିକିତ୍ସାଧିନ ଅବସ୍ଥାରେ ଶ୍ରୀନଗରରେ ସହିଦ ହୋଇଛନ୍ତି। ଏବେବି ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି ।
ସେନା ଓ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ସେନା ପକ୍ଷରୁ ଏହି ଅଂଚଳରୁ ଘେରାବନ୍ଦୀ କରି ରଖାଯାଇଛି । ଅନନ୍ତନାଗ କୋକେରନାଗରେ ୩ ଦିନରେ ୪ ଯବାନ ସହିଦ୍ ହୋଇଛନ୍ତି।
ଗତ ବୁଧବାର ଅନନ୍ତନାଗର କୋକେରନାଗ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ଅପରେସନ ଆରମ୍ଭ ହୋଇଥିଲା। ସେନା ଓ ପୁଲିସ୍ ପକ୍ଷରୁ ମିଳିତ ଭାବେ ଏହି ଅପରେସନ କରାଯାଇଥିଲା। ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିଲା।
ଏଥିରେ ଆର୍ମିର ରାଜସ୍ଥାନ ରାଇଫଲ୍ସ ୟୁନିଟର କମାଣ୍ଡିଂ ଅଫିସର(କର୍ଣ୍ଣେଲ) ମନପ୍ରୀତ ସିଂହ, କମ୍ପାନୀ କମାଣ୍ଡର(ମେଜର) ଆଶିଷ ଧୋନଚାକ ଓ ଜମ୍ମୁ-କଶ୍ମୀର ପୁଲିସ୍ର ଡିଏସ୍ପି ହ୍ୟୁମାନ୍ୟୁ ସହିଦ ହୋଇଛନ୍ତି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସେମାନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ଅନନ୍ତନାଗର କୋକେରନାଗ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ଥିବା ଖବର ମିଳିବା ପରେ ଅପରେସନ ଆରମ୍ଭ ହୋଇଥିଲା। ସେନା ଓ ପୁଲିସ୍ ପକ୍ଷରୁ ମିଳିତ ଭାବେ ଏହି ଅପରେସନ କରାଯାଇଥିଲା। ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିଲା।
ଏଥିରେ ଆର୍ମିର ରାଜସ୍ଥାନ ରାଇଫଲ୍ସ ୟୁନିଟର କମାଣ୍ଡିଂ ଅଫିସର(କର୍ଣ୍ଣେଲ) ମନପ୍ରୀତ ସିଂହ, କମ୍ପାନୀ କମାଣ୍ଡର(ମେଜର) ଆଶିଷ ଧୋନଚାକ ଓ ଜମ୍ମୁ-କଶ୍ମୀର ପୁଲିସ୍ର ଡିଏସ୍ପି ହ୍ୟୁମାନ୍ୟୁ ସହିଦ ହୋଇଛନ୍ତି। ଏବେ ବି ସର୍ଚ୍ଚ ଅପରେସନ ସହ ଗୁଳି ବିନିମୟ ଜାରି ରହିଛି। ଘଟଣା ସ୍ଥଳରୁ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ପଠାଯାଇଛି।
ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ, ଆର୍ମିର ୧୫ କ୍ରପ୍ସ କମାଣ୍ଡର ଓ ଜମ୍ମୁ-କଶ୍ମୀର ପୁଲିସ୍ର ଡିଜି ଦିଲବାଗ ସିଂହଙ୍କ ବହୁ ବରିଷ୍ଠ ଅଧିକାରୀ ଏନକାଉଣ୍ଟର ସ୍ଥଳରକୁ ଯାଇଛନ୍ତି। ଘଟଣା ସ୍ଥଳରୁ ୩ ବରିଷ୍ଠ ସୁରକ୍ଷାକର୍ମୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି।
ଏହି ଏନକାଉଣ୍ଟରର ୨୪ ଘଣ୍ଟା ପୂର୍ବରୁ ଜମ୍ମୁ-କଶ୍ମୀର ରଜୌରୀ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୩ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ। ଏଥିରେ ୨ ଜଣ ଆତଙ୍କବାଦୀ ମଦ୍ୟ ନିହତ ହୋଇଥିଲେ।
ଉତ୍ତର ୱାଜିରିସ୍ତାନ ଡେପୁଟି କମିଶନର ରେହାନ ଗୁଲ କଟ୍ କହିଛନ୍ତି ଯେ, ଶନିବାର ବିଳମ୍ବିତ ରାତିରେ ଶାୱାଲ ତହସିଲର ଗୁଲ ମୀର କୋଟ ନିକଟରେ ଆତଙ୍କବାଦୀମାନେ ବିସ୍ଫୋରଣ କରିଥିଲେ। ଏଥିରେ ଏକ ନିର୍ମାଣାଧୀନ ସରକାରୀ ଭବନରେ କାର୍ଯ୍ୟ କରୁଥିବା 11 ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇ। ଅନ୍ୟ ତିନି ଜଣ ଶ୍ରମିକଙ୍କ ପତ୍ତା ମିଳୁ ନାହିଁ। ସେମାନଙ୍କୁ ଖୋଜାଖୋଜି କରାଯାଉଥିବା କଟ୍ କହିଛନ୍ତି।
ପାକିସ୍ତାରେ ଆତଙ୍କୀ ହମଲା କିଛି ନୂଆ ହୋଇନଥିଲେ ମଧ୍ୟ କିଛି ଦିନ ଧରି ଅଧିକ ଅଶାନ୍ତ ହୋଇପଡିଛି ଦେଶ। ଲଗାତାର ଭାବେ ଦେଶରେ ଆତଙ୍କୀ ହମଲା କରୁଥିବାର ଖବର ସାମ୍ନାକୁ ଆସିଛି। ସେପଟେ ତିନି ଦିନ ହେବ ପାସ୍ତୁନ ଲୋକେ ବିଭାଜନ ଦାବିରେ ଅଡି ବସିଛନ୍ତି। ସେନାର ଅତ୍ୟାଚାର ଅସହ୍ୟ ହେଉଥିବା ଅଭିଯୋଗ କରି ପାସ୍ତୁନ ଲୋକେ ସୁପ୍ରିମକୋର୍ଟ ସମ୍ମୁଖରେ ବିକ୍ଷୋଭ କରିଥିଲେ। ଏମାନେ ଶାନ୍ତି ନଚେତ୍ ସ୍ୱତନ୍ତ୍ର ପ୍ରଦେଶ ପାଇଁ ଦାବି କରୁଛନ୍ତି।
ଜମ୍ମୁ କଶ୍ମୀରର ସୋଫିୟା ଅଞ୍ଚଳର ଗାଗରନ ଅଞ୍ଚଳରେ ୨ ମୁଖା ପିନ୍ଧା ଆତଙ୍କବାଦୀ ୩ ଅଣ କଶ୍ମିରୀ ଶ୍ରମିଙ୍କ ଉପରେ ଆଖି ବୁଜା ଗୁଳି ଚଳାଇଥିଲେ। ଏହି ଗୁଳି ମାଡ଼ରେ ୩ ଶ୍ରମିକ ଗୁରୁତର ହୋଇ ପଡ଼ିଥିବା ବେଳେ ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାପରେ ସେମାନଙ୍କୁ ଜିଲ୍ଲା ହସ୍ପିଟାଲଙ୍କୁ ସ୍ଥାନାନ୍ତର କରାଯାଇଛି।
ଗୁରୁତର ୩ ଶ୍ରମିକ ବିହାରର ମୂଳ ବାସିନ୍ଦା ହୋଇଥିବା ବେଳେ ସେମାନଙ୍କ ନାମ ଅନମୋଲ କୁମାର, ହୀରାଲାଲ ଯାଦବ ଓ ପିଣ୍ଟୁ କୁମାର ଠାକୁର ବୋଲି ଜଣାଯାଇଛି।
ପୁଲିସ୍ ସୂଚନା ଅନୁଯାୟୀ, ଗତକାଲି ରାତି ସମୟରେ ୨ ମୁଖାପିନ୍ଧା ଆତଙ୍କବାଦୀ ହାତରେ ବନ୍ଧୁକ ଧରି ଶ୍ରମିକମାନେ ରହୁଥିବା ଘରେ ଅତର୍କିତ ଭାବେ ପଶି ଯାଇଥିଲେ। ଉକ୍ତ ଘରେ ପ୍ରାୟ ୨୦ ଶ୍ରମିକ ରହୁଥିଲେ। ମାତ୍ର ଆତଙ୍କବାଦୀମାନେ ଏହି ୩ ଶ୍ରମିକମାନେ ରହୁଥିବା ରୁମ୍ରେ ପଶି ଆଖି ବୁଜା ଗୁଳି ଚାଳନା କରିଥିଲେ।
ଶ୍ରମିକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସଙ୍ଗେସଙ୍ଗେ ଘଟଣାସ୍ଥଳକୁ ଦୌଡ଼ିଥିବା ବେଳେ ଆତଙ୍କବାଦୀ ଫେରାର ହୋଇ ଯାଇଥିଲେ । ଏହି ଘଟଣା ଘଟିଥିବା ସ୍ଥାନ ସୁରକ୍ଷା ବଳ ରହୁଥିବା ଶିବିରଠୁ ମାତ୍ର ଦେଢଶ ମିଟର ଦୂରରେ ଥିବା ଜଣାଯାଇଛି।
ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏହି ଆତଙ୍କବାଦୀ ଆକ୍ରମଣର କଡ଼ା ନିନ୍ଦା କରିଛନ୍ତି। ଗୁରୁତରମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଉପରାଜ୍ୟପାଳ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ହରିଆନା ରେଜିଷ୍ଟେସନ ଥିବା ଏକ କାର୍ରେ ଦୁର୍ବୃତ୍ତମାନେ ଆସିଥିଲେ। ଗୁଳି ମାଡ଼ର ସ୍ପଷ୍ଟ ଚିହ୍ନ ତାଙ୍କ କାର ସିଟ୍ ଓ ସାଇଟ୍ ଡୋର୍ରେ ଦେଖିବାକୁ ମିଳିଛି। ଗୋଟିଏ ଗୁଳି ସିଟ୍ ଭିତରେ ପଶି ଯାଇଥିବା ବେଳେ ଅନ୍ୟଗୁଳି ଡୋର ଭିତରେ ପଶି ଯାଇଛି।
ତେବେ ଚିକିତ୍ସା ପରେ ଚନ୍ଦ୍ରଶେଖର ବିପଦମୁକ୍ତ ଥିବା ସୂଚନା ମିଳିଛି। ସେପଟେ ଘଟଣା ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂରା ଅଞ୍ଚଳକୁ ସିଲ୍ କରି ଅତତାୟୀଙ୍କୁ ଧରିବାକୁ ପୁଲିସ ଚଢ଼ଉ କରୁଛି।
ଚନ୍ଦ୍ରଶେଖର ଏକ ଟୋୟେଟା ଫର୍ଚ୍ୟୁନର କାର୍ରେ ଉତ୍ତରପ୍ରଦେଶରୁ ଦିଲ୍ଲୀ ସ୍ଥିତ ତାଙ୍କ ଘରକୁ ଯାଉଥିଲେ। ପଛରୁ ଆତତାୟୀମାନେ ପିଛା କରି ଆକ୍ରମଣ କରିଥିବା ଜଣାପଡ଼ିଛି।
ଏନ୍ଆଇଏ ମୁତାବକ, କୁପୱାରା ଜିଲ୍ଲାର ମହମ୍ମଦ ଉବଇଦ୍ ମଲ୍ଲିକକୁ ଗିରଫ କରାଯାଇଛି। ସେ ପାକିସ୍ତାନର ଜେଇଏମ୍ ଆତଙ୍କବାଦୀ ସଂଗଠନର କମାଣ୍ଡର ସହ ଯୋଗାଯୋଗରେ ରହୁଥିଲା। ସେ ଆତଙ୍କବାଦୀଙ୍କୁ ସେନାର ଗତିବିଧି ବିଷୟରେ ଟିକନିଖ୍ ଖବର ଦେଉଥିଲା।
ତଦନ୍ତ ବେଳେ ତା’ ନିକଟରୁ ଏନ୍ଆଇଏ ବହୁ ସନ୍ଦେହଜନକ ଦସ୍ତାବିଜ୍କୁ ଜବତ କରିଛି। ଯେଉଁଥିରୁ ସେ ଆତଙ୍କବାଦୀଙ୍କ ସହ ଯୋଗାଯୋଗରେ ରହିଥିବା ଓ ସେନାର ଗତିବିଧିର ଖବର ଦେଉଥିବା ଜଣାପଡ଼ିଥିଲା।
ଗତବର୍ଷ ଜୁନ୍ରେ ଅଭିଯୁକ୍ତ ବିରୋଧରେ ଏକ ଘଟଣାରେ ସମ୍ପୃକ୍ତି ଥିବା ନେଇ ମାମଲା ରୁଜୁ କରିଥିଲା ଏନ୍ଆଇଏ। ସେ ଉପତ୍ୟକାରେ ତୃଣମୂଳସ୍ତରରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିଲା ଏବଂ ବିଭିନ୍ନ ଆତଙ୍କବାଦୀ ସଂଗଠନ ସମେତ ଜେଇଏମ୍ କମାଣ୍ଡର ସହ ଯୋଗାଯୋଗରେ ରହି ଅଘଟଣ ଘଟାଉଥିଲା।
ପଡ଼ୋଶୀ ଦେଶରୁ ନିଶାଦ୍ରବ୍ୟ ଚାଲାଣ, ଟଙ୍କା ନେଣଦେଣ, ମାରଣାସ୍ତ୍ର ଓ ବିସ୍ଫୋରକ(ଆଇଇଡି/ରିମୋଟ ଷ୍ଟିକ୍ ବୋମା/ମାଗ୍ନେଟିକ୍ ବୋମା) ଚାଲାଣରେ ତାହାର ସମ୍ପୃକ୍ତି ରହିଛି।
ଡ୍ରୋନ୍ ଜରିଆରେ ବିସ୍ଫୋରକ ଚାଲାଣ କରିବା, ଆତଙ୍କି କାର୍ଯ୍ୟକୁ ରୂପ ଦେବା ତଥା ବିଶେଷ ଭାବେ ସୁରକ୍ଷାରେ ମୁତୟନ ସେନା ଉପରେ ଟାର୍ଗେଟ କରି ଆକ୍ରମଣ କରିବାରେ ସେ ସମ୍ପୃକ୍ତ ଥିଲା। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
ସୂଚନା ଥାଉକି, ଆସନ୍ତାକାଲିଠୁ ଶ୍ରୀନଗରରେ ଆରମ୍ଭ ହେବାକୁ ଯାଉଛି ଜି-୨୦ ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀର ସମ୍ମିଳନୀ। କଶ୍ମୀର ଅନ୍ତର୍ଜାତୀୟ କନଫରେନ୍ସ ସେଣ୍ଟରରେ ଏହି ସମ୍ମିଳନୀର ଆୟୋଜନ ହେବ। ପର୍ଯ୍ୟଟନ ଜରିଆରେ କଶ୍ମୀରର ପୁନଗୌରବ ସ୍ଥାପନ କରି ସାରା ବିଶ୍ୱକୁ ଅବଗତ କରାଇବା ଏବଂ ଘଟିରେ ସ୍ଥିତିରେ ସୁଧାର ଆସିଥିବା ନେଇ ବିଶ୍ୱକୁ ବାର୍ତ୍ତ ଦେବା ଲକ୍ଷ୍ୟ ନେଇ ଏହି ସମ୍ମିଳନୀର ଆୟୋଜନ କରାଯାଉଛି।
ଆସନ୍ତା ୨୪ ତାରିଖ ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବ। ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ସହ ୨ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବା ପରେ ଏହା ପ୍ରଥମ ଅନ୍ତର୍ଜତୀୟ ସମ୍ମିଳନୀ। ଜି-୨୦ ରାଷ୍ଟ୍ର ସମୂହର ୬୦ରୁ ଅଧିକ ପର୍ଯ୍ୟଟନ ଅଧିକାରୀ ଏଥିରେ ଯୋଗ ଦେବେ। ତେଣୁ ଏଥିପାଇଁ ଶ୍ରୀନଗର ସମେତ କଶ୍ମୀର ଘାଟୀର ବିଭିନ୍ନ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜଳ, ସ୍ଥଳ ଓ ଆକାଶ ସବୁଠି ସୁରକ୍ଷା କର୍ମୀଙ୍କ କଡା ପଇଁତରା ରହିଛି। ବିଏସଏଫ୍, ସିଆରପିଏଫ୍, ଏନଏସଜି ଓ ମେରାଇନ୍ କମାଣ୍ଡୋ ବିଭିନ୍ନ ସ୍ଥାନରେ ତୀକ୍ଷଣ ନଜର ରଖିଛନ୍ତି।
କୂଟନୈତିକ ଚ୍ୟାନେଲ ମାଧ୍ୟମରେ ତାଙ୍କୁ ଭାରତ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) କହିଛି। ପାକିସ୍ତାନ ସ୍ଥିତ ଲଶ୍କର-ଇ-ତୋଇବା ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ୨୬/୧୧ ଆକ୍ରମଣରେ ରାଣାଙ୍କ ଭୂମିକାକୁ ମଧ୍ୟ ଏନଆଇଏ ତଦନ୍ତ କରୁଛି।
୨୦୨୦ ଜୁନ୍ରେ ଭାରତ ରାଣାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଆବେଦନ କରିଥିଲା। ବାଇଡେନ ପ୍ରଶାସନ ଭାରତର ଦାବିକୁ ସମର୍ଥନ କରିଥିଲେ। ଏହି ମାମଲାର ଶୁଣାଣି କରି କାଲିଫର୍ଣ୍ଣିଆର ଜଣେ ଜିଲ୍ଲା ଜଜ୍ କହିଥିଲେ, ଯେ ସବୁ ଦସ୍ତାବିଜର ସମୀକ୍ଷା କରିବା ପରେ ରଣାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ କରିଥିବା ଦାବି ଯୁକ୍ତିଯୁକ୍ତ ବୋଲି ହୃଦୟଙ୍ଗମ ହେଉଛି। ତେଣୁ ତାଙ୍କୁ ଭାରତ ପଠାଇବାକୁ ଅନୁମତି ପ୍ରଦାନ କରାଯାଉଛି।
ଆମେରିକାର କାଲିଫର୍ଣ୍ଣିଆର ଏକ କୋର୍ଟରେ ହୋଇଥିବା ଶୁଣାଣି ସମୟରେ ଆମେରିକାର ସରକାର ଯୁକ୍ତି ବାଢ଼ିଥିଲେ ଯେ, ରାଣାଙ୍କ ପିଲା ଦିନର ସାଙ୍ଗ ପାକିସ୍ତାନୀ-ଆମେରିକୀୟ ଡେଭିଡ କୋଲମେନ ହେଡଲି ଲଶ୍କର-ଇ-ତୋଇବାରେ ସାମିଲ ହୋଇଥିଲେ । ଏହି ଘଟଣା ରାଣା ଖୁବ୍ ଭଲ ଭାବେ ଜାଣିଥିଲେ। ଏହାସତ୍ତ୍ୱେ ସେ ହେଡଲିଙ୍କ ସହାୟତା କଲେ ଓ ତାଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ। ତେଣୁ ସେ ମଧ୍ୟ ଆତଙ୍କବାଦୀକୁ ସମର୍ଥନ କରିଥିବା ପ୍ରମାଣିତ ହେଉଛି। ରାଣାଙ୍କ ଓକିଲ ତାଙ୍କ ମହକିଲଙ୍କ ପ୍ରତ୍ୟାବର୍ତ୍ତନ ଆଦେଶକୁ ତୀବ୍ର ବିରୋଧ କରିଥିଲେ ମଧ୍ୟ ବିଚାରପତି ଭାରତ ସପକ୍ଷରେ ରାୟ ଶୁଣାଣଛନ୍ତି ।
ତହବ୍ବୁର ହୁସେନ ମୂଳତଃ ପାକିସ୍ତାନୀ ହୋଇଥିବା ବେଳେ ସେ କାନାଡ଼ାରେ ରହି ବ୍ୟବସାୟ କରୁଥିଲେ। ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ରଣାଙ୍କର ସନ୍ଦେହଜନକ ଭୂମିକା ଥିବାରୁ ତାଙ୍କୁ ଭାରତ ଫେରାଇବାକୁ ଅନୁରୋଧ କରାଯାଇଥିଲା। ଏହାପରେ ଆମେରିକା ପୁଲିସ୍ ତାଙ୍କୁ ଗିରଫ କରିଥିଲା।
୨୦୦୮ ନଭେମ୍ବର ୨୬ରେ ମୁମ୍ବାଇର ଏକ ପ୍ରତିଷ୍ଠିତ ହୋଟେଲ ଉପରେ ୬୦ ଘଣ୍ଟାରୁ ଅଧିକ ସମୟ ଧରି ଆତଙ୍କବାଦୀ ଆକ୍ରମଣ କରାଯାଇଥିଲା। ଏଥିରେ ସମୁଦାୟ ୧୬୬ ଜଣ ଆଖି ବୁଜିଥିବା ବେଳେ ସେଥିରେ ୬ ଜଣ ଆମେରିକୀୟ ବି ଥିଲେ। ଏହି ଆତଙ୍କବାଦୀ ଆକ୍ରମଣ ପଛରେ ୧୦ ପାକିସ୍ତାନୀ ଆତଙ୍କବାଦୀ ଥିବା ଚିହ୍ନଟ ହୋଇଥିଲେ।
ଏପ୍ରିଲ ୨୯ରେ ଜମ୍ମୁ-କଶ୍ମୀର ହାଉସିଂ ବୋର୍ଡ ୩୩୬ ଆର୍ଥିକ ପଛୁଆ ବର୍ଗ ଓ ଲୋ ଇନକମ ଗ୍ରୁପର ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଅର୍ବାନ) ମିଶନ ଜରିଆରେ ଫ୍ଲାଟ ଦେଇଥିଲା। ଏଥିରେ ଅଣ କଶ୍ମୀରି ମଧ୍ୟ ରହିଥିଲେ। ତେବେ ପ୍ରବାସୀମାନଙ୍କୁ ସରକାର ଜମ୍ମୁ-କଶ୍ମୀରରେ ଫ୍ଲାଟ ଦେଇଥିବାରୁ ପିଏଏଏଫଏଫ ଏହାକୁ ବିରୋଧ କରି ହମଲାର ଚେତାବନୀ ଦେଇଛି।
ପିଏଏଏଫଏଫ ହେଉଛି ପାକିସ୍ତାନରେ ସକ୍ରିୟ ଥିବା ଜୈଶ-ଇ-ମହମ୍ମଦର ଗୋଟିଏ ଶାଖା। ନିକଟରେ ପୁଞ୍ଚରେ ହୋଇଥିବା ହମଲା ପାଇଁ ଏହି ସଂଗଠନ ନିଜକୁ ଦାୟୀ କରିଥିଲେ। ଏଥିରେ ୫ ଜଣ ଯବାନ ସହିଦ ହୋଇଥିଲା। ଏବେ ପୁଣିଥରେ ପିଏଏଏଫଏଫ ସୋଶାଲ ମିଡିଆରେ ବଡ଼ଧରଣର ଆକ୍ରମଣ କରିବ ବୋଲି ଧମକ ଦେଇଛି।
ସଂଗଠନ ଗୋଟିଏ ବିବୃତିରେ କହିଛି ଯେ “ଆମେ ବେଆଇନ ଭାବେ ଏଠାରେ ରହୁଥିବା ଲୋକଙ୍କୁ ଗୋଇଠା ମାରି ବିଦା କରିବାକୁ କୌଣସି ସୁଯୋଗ ହାତ ଛଡ଼ା କରିବୁ ନାହିଁ। ଜମ୍ମୁ ଯୁଦ୍ଧ କ୍ଷେତ୍ରରେ ପରିଣତ ହେବ। ଯୋଦ୍ଧାମାନେ କେବଳ ଜମ୍ମୁରେ ନିଆଁ ଲଗାଇବେ ନାହିଁ, ଏହାର ସ୍ପାର୍କ ଦିଲ୍ଲୀରେ ମଧ୍ୟ ହେବ।”
ଆଜି ସକାଳ ୭ଟା ବେଳେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିଥିଲା ସହିଦ ଲାନ୍ସ ନାୟକ ଦେବାଶିଷ ବିଶ୍ଵାଳଙ୍କ ପାର୍ଥିବ ଶରୀର। ସେଠାରେ ସହିଦଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ଅଶୋକ ପଣ୍ଡା, ମେୟର ସୁଲୋଚନା ଦାସ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସମେତ ବହୁ ନେତା, ବହୁ ସେନା ଅଧିକାରୀ, ପୁଲିସ ଅଧିକାରୀ ସହିଦ ବିଶ୍ଵାଳଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏପରିକି ସହିଦ ଦେବାଶିଷଙ୍କ ପତ୍ନୀ ସୁଶ୍ରୀ ସଙ୍ଗୀତା ମଧ୍ୟ ବିମାନ ବନ୍ଦରରେ ସ୍ଵାମୀଙ୍କ ଶେଷ ଦର୍ଶନ କରିଥିଲେ। ପରେ ସହିଦ ଦେବାଶିଷଙ୍କ ପାର୍ଥିବ ଶରୀର ଜନ୍ମମାଟି ସତ୍ୟବାଦୀ ବ୍ଳକ୍ ଖଣ୍ଡାୟତ ସାହି ଅଭିମୁଖେ ନିଆଯାଇଥିଲା।
ବିରାଟ ପଟୁଆରରେ ସହିଦ୍ ବୀର ପୁତ୍ରଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିଥିଲା। ସହିଦ ଅମର ରହେ ଧ୍ୱନୀରେ ପ୍ରକମ୍ପିତ ହେଉଥିଲା ଗାଁର ଗଗନ ଓ ପବନ। ଲୋହରେ ଭିଜୁଥିଲା ଆତ୍ମିୟ ସ୍ୱଜନଙ୍କ ଆଖି। ଗାଁର ଯେଉଁ ଘରେ ଜନ୍ମ ହୋଇଥିଲେ ସେହିଠାରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା ସହିଦ୍ ଦେବାଶିଷଙ୍କ ପାର୍ଥିବ ଶରୀର। ପରିବାର, ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ୱଜନ ଦେଇଥିଲେ ଲୋହରେ ଦେଇଥିଲେ ବିଦାୟ। ପରେ ସହିଦ୍ଙ୍କ ପ୍ରାର୍ଥିବ ଶରୀରକୁ ଗାଁ ଶ୍ମଶାନକୁ ନିଆଯାଇଥିଲା। ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୁଖାଗ୍ନି ଦେଇଥିଲେ ସାନଭାଇ ଦେବପ୍ରସାଦ ବିଶ୍ୱାଳ। ସେନାବାହିନୀ ପକ୍ଷରୁ ସହିଦଙ୍କୁ ଦିଆଯାଇଥିଲା ତୋପ ସଲାମୀ। ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଅନ୍ୟେଷ୍ଟି ସମ୍ପନ୍ନ ହୋଇଛି।
ଭାରତୀୟ ସେନାର ୫ ରାଷ୍ଟ୍ରୀୟ ରାଇଫଲ୍ସରେ ନିଯୁକ୍ତି ପାଇଥିଲେ ଦେବାଶିଷ ବିଶ୍ୱାଳ। ସେ ଜମ୍ମୁ-କଶ୍ମୀର ପୁଞ୍ଚରେ ନିଯୁକ୍ତି ପାଇଥିଲେ। ୨୦୨୧ ମସିହା ପବିତ୍ର ଅକ୍ଷୟ ତୃତୀୟାରେ ସେ ସୁଶ୍ରୀ ସଙ୍ଗୀତା ବିଶ୍ୱାଳଙ୍କୁ ବିବାହ କରିଥିଲେ। ତାଙ୍କର ଏବେ ୭ ମାସର କନ୍ୟା ରହିଛି।
ସେହିପରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ର ଓ ବିଭିନ୍ନ ସେନାଧିକାରୀ଼ ପାର୍ଥିବ ଶରୀରରେ ପୁଷ୍ପଗୁଚ୍ଛ ଅର୍ପଣ କରି ଶେଷ ଦର୍ଶନ କରିଛନ୍ତି।
ଏହାପରେ ଶୋଭାଯାତ୍ରାରେ ଜନ୍ମମାଟି ପୁରୀ ଜିଲ୍ଲା ସତ୍ୟବାଦୀ ଖଣ୍ଡାୟତ ସାହିକୁ ଯିବ ସହିଦ ଯବାନଙ୍କ ମର ଶରୀର। ଖଣ୍ଡାୟତ ସାହି ଗାଁ ଶ୍ମଶାନରେ ସହିଦ ଦେବାଶିଷଙ୍କର ହେବ ଶେଷକୃତ୍ୟ।
ଗତକାଲି ମୁଖ୍ୟମନ୍ତ୍ରୀ ସହିଦ ଦେବାଶିଷ ବିଶ୍ୱାଳଙ୍କ ପରିବାରକୁ ୨୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ସହାୟତା ରାଶି ଦିଆଯିବ ବୋଲି କହିଥିଲେ।
ଏପ୍ରିଲ ୨୧ ତାରିଖରେ ଜମ୍ମୁ-କଶ୍ମୀର ପୁଞ୍ଚ ଆତଙ୍କୀ ହମଲାରେ ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳ ସହିଦ ହୋଇଥିଲେ। ଦେବାଶିଷଙ୍କ ସମେତ ୫ ରାଷ୍ଟ୍ରୀୟ ରାଇଫଲ୍ସ ଯବାନ ମଧ୍ୟ ଆତଙ୍କୀ ହମଲାରେ ସହିଦ ହୋଇଥିଲେ। ଦେବାଶିଷ ଭାରତୀୟ ସେନାର ରାଷ୍ଟ୍ରୀୟ ରାଇଫଲ୍ସରେ ନିଯୁକ୍ତି ପାଇଥିଲେ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଶହୀଦ ଦେବାଶିଷଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏହି ଦାରୁଣ ଦୁଃଖକୁ ସହ୍ୟ କରିବା ପାଇଁ ଭଗବାନ ତାଙ୍କ ପରିବାର ସଦସ୍ୟଙ୍କୁ ଧୈର୍ଯ୍ୟ ଓ ସାହାସ ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ।
ସୂଚନାଯୋଗ୍ୟ, ଶ୍ରୀ ବିଶ୍ୱାଳଙ୍କ ଘର ପୁରୀ ଜିଳ୍ଲା ସାକ୍ଷୀଗୋପାଳ ନିକଟସ୍ଥ ଅଳଗୁମ ଗାଁରେ । ତାଙ୍କର ପତ୍ନୀ ଓ ୭ମାସର ସନ୍ତାନ ମଧ୍ୟ ଅଛନ୍ତି ।
ଦେବାଶିଷଙ୍କ ଘରକୁ ଭାରତୀୟ ସେନା ମୁଖ୍ୟାଳୟରୁ ଫୋନ୍ ଯୋଗେ ଏହି ସୂଚନା ଦିଆଯାଇଛି। ଏହି ଖବର ପ୍ରଚାର ହେବା ପରେ ପୂରା ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।
ଦେବାଶିଷ ଭାରତୀୟ ସେନାର ରାଷ୍ଟ୍ରୀୟ ରାଇଫଲ୍ସରେ ନିଯୁକ୍ତି ପାଇଥିଲେ। ତାଙ୍କ ବାପାଙ୍କ ନାଁ ପ୍ରତାପ ବିଶ୍ୱାଳ ଓ ମା’ ହେଉଛନ୍ତି ମମତା ବିଶ୍ୱାଳ। ୨୦୨୧ ମସିହା ପବିତ୍ର ଅକ୍ଷୟ ତୃତୀୟାରେ ବିବାହ କରିଥିଲେ। ୨୦୨୩ ଅକ୍ଷୟ ତୃତୀୟାକୁ ଆଉ ମାତ୍ର ୩ ଦିନ ବାକି ଥିବା ବେଳେ ଦେବାଶିଷ ଦେଶ ପାଇଁ ବଳିଦାନ ଦେଇଛନ୍ତି।
ସୁଶ୍ରୀ ସଙ୍ଗୀତା ବିଶ୍ୱାଳଙ୍କୁ ସେ ବିବାହ କରିଥିଲେ। ମାତ୍ର ୭ ମାସ ତଳେ ଦେବାଶିଷ କନ୍ୟା ସନ୍ତାନର ବାପା ହେବାର ଗୌରବ ପାଇଥିଲେ। କିନ୍ତୁ ଏହି ସୁଖର ସଂସାର ଆଜି ଆତଙ୍କୀ ହମଲାରେ ଉଜୁଡ଼ି ଯାଇଛି।
ଆଜି ଜମ୍ମୁ-କଶ୍ମୀରର ପୁଞ୍ଚରେ ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନେ ଗୋଟିଏ ଟ୍ରକ୍ରେ ଯାଉଥିଲା। ଟ୍ରକଟି ଭିମ୍ବେର ଗଳି ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ଆତଙ୍କବାଦୀମାନେ ପ୍ରଥମେ ଗୁଳିମାଡ଼ କରିଥିଲେ। ଏହାପରେ ଗ୍ରେନେଡ ମାଡ଼ ଯୋଗୁ ଟ୍ରକ୍ରେ ନିଆଁ ଲାଗି ଯାଇଥିଲା।
ଆତଙ୍କବାଦୀମାନେ ଲଗାଣ ବର୍ଷା ଓ ଲୋ ଭିଜିବିଲିଟିର ସୁଯୋଗ ନେଇ ସେନା ଟ୍ରକ୍ ଉପରେ ହମଲା କରିଥିଲେ। ଗ୍ରେନେଡ ମଧ୍ୟ ମାଡ଼ କରିଥିଲେ। ଟ୍ରକରେ ନିଆଁ ଲାଗି ଯିବାରୁ ରାଷ୍ଟ୍ରୀୟ ରାଇଫଲ୍ସର ୫ ଯବାନ ସହିଦ ହୋଇଛନ୍ତି। ସେହିପରି ଅନ୍ୟ ଜଣେ ଗୁରୁତର ଯବାନଙ୍କୁ ରାଜୌରୀ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଉଛି।
ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ ଦ୍ୱାରା ପରିଚାଲିତ ପିପୁଲ୍ସ ଆଣ୍ଟି ଫାଶିଷ୍ଟ ଫ୍ରଣ୍ଟ(ପିଏଏଫଏଫ) ହମଲା ପାଇଁ ନିଜକୁ ଦାୟୀ କରିଛି। ସ୍ଥାନୀୟ ଅଞ୍ଚଳରେ ଆତଙ୍କୀ ନିରୋଧ ଅପରେସନରେ ସାମିଲ ହୋଇଥିବା ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନଙ୍କୁ ଟାର୍ଗେଟ କରି ହିଁ ଏପରି ହମଲା ହୋଇଛି।
ପ୍ରଥମେ ଟ୍ରକ୍ରେ ଆପେଆପେ ନିଆଁ ଲାଗି ଯାଇଥିବା କୁହାଯାଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଆତଙ୍କୀ ହମଲା ଯୋଗୁ ଏପରି ଘଟିଥିଲା ବୋଲି ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି।
ମେ’ ମାସରେ ଶ୍ରୀନଗରରେ ଜି-୨୦ ଅଧୀନରେ ଟୁରିଜିମ ୱାର୍କିଂ ଗ୍ରୁପ୍ର ବୈଠକ ହେବ। ଏହାପୂର୍ବରୁ ଏପରି ଆତଙ୍କୀ ହମଲା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସହିଦ ଓଡ଼ିଆ ଯବାନଙ୍କ ନାଁ ଦେବାଶିଷ ବିଶ୍ୱାଳଙ୍କ ମୃତ୍ୟୁରେ ବହୁ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଟ୍ୱିଟ କରି ଗଭୀର ଶୋକବ୍ୟକ୍ତ କରିଛନ୍ତି। ଏଥିସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।
ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କ ମଧ୍ୟରେ ଓଡ଼ିଆ ପୁଅ ଯବାନ ଦେବାଶିଷ ବିଶ୍ଵାଳ ସହିଦ ହୋଇଥିବା ଜାଣି ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ଗଭୀର ଭାବରେ ମର୍ମାହତ। ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ପରିବାରକୁ ଅସୀମ ଧୈର୍ଯ୍ୟ ଏବଂ ସାହସ ପ୍ରଦାନ କରନ୍ତୁ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା।
— Baijayant Panda Odia (@Panda_Odia) April 20, 2023
ଓଁ ଶାନ୍ତି 🙏🙏 pic.twitter.com/r2hBpukbEj
ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ ଦ୍ୱାରା ପରିଚାଲିତ ପିପୁଲ୍ସ ଆଣ୍ଟି ଫାଶିଷ୍ଟ ଫ୍ରଣ୍ଟ(ପିଏଏଫଏଫ) ଏହି ହମଲା ପାଇଁ ନିଜକୁ ଦାୟୀ କରିଛି। ସ୍ଥାନୀୟ ଅଞ୍ଚଳରେ ଆତଙ୍କୀ ନିରୋଧ ଅପରେସନରେ ସାମିଲ ହୋଇଥିବା ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନଙ୍କୁ ଟାର୍ଗେଟ କରି ହିଁ ଏପରି ହମଲା ହୋଇଛି।
ସେନା ପକ୍ଷରୁ କୁହାଯାଇଛି ଯେ ଭିମ୍ବେର ଗଳି ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ଆର୍ମି ଯବାନଙ୍କ ଟ୍ରକ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ପ୍ରଥମେ ଗୁଳିମାଡ଼ କରିଥିଲେ। ଆତଙ୍କବାଦୀମାନେ ଲଗାଣ ବର୍ଷା ଓ ଲୋ ଭିଜିବିଲିଟିର ସେନା ଟ୍ରକ୍ ଉପରେ ହମଲା କରିଥିଲେ। ଗ୍ରେନେଡ ମଧ୍ୟ ମାଡ଼ କରିଥିବା ଅନୁମାନ କରାଯାଉଛି।
ହମଲା ଯୋଗୁ ଟ୍ରକରେ ନିଆଁ ଲାଗି ଯିବାରୁ ରାଷ୍ଟ୍ରୀୟ ରାଇଫଲ୍ସର ୫ ଯବାନ ସହିଦ ହୋଇଛନ୍ତି। ସେହିପରି ଅନ୍ୟ ଜଣେ ଗୁରୁତର ଯବାନଙ୍କୁ ରାଜୌରୀ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଉଛି।
VIDEO | Indian Army vehicle catches fire in Jammu and Kashmir's Poonch sector. More details are awaited. pic.twitter.com/E4gyvthM54
— Press Trust of India (@PTI_News) April 20, 2023
ମେ’ ମାସରେ ଶ୍ରୀନଗରରେ ଜି-୨୦ ଅଧୀନରେ ଟୁରିଜିମ ୱାର୍କିଂ ଗ୍ରୁପ୍ର ବୈଠକ ହେବ। ଏହାପୂର୍ବରୁ ଏପରି ଆତଙ୍କୀ ହମଲା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବୁର୍କିନା ଫାସୋ ଇସଲାମିକ ଷ୍ଟେଟ ଓ ଅଲ କାଏଦା ଦ୍ୱାରା କବଜା ହୋଇ ରହିଥିବା ବେଳେ ବିଭିନ୍ନ ସମୟରେ ଏଠାରେ ହିଂସାତ୍ମକ ଘଟଣା ଘଟି ସାଧାରଣ ଲୋକଙ୍କ ଜୀବନ ଯାଉଛି। ତେବେ କୌଣସି ଆତଙ୍କବାଦୀ ସଙ୍ଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରି ନାହାନ୍ତି।
ପୂର୍ବରୁ ଦେଶରେ ଏପରି ହିଂସାତ୍ମକ ଘଟଣା ଘଟି ବହୁ ଲୋକଙ୍କ ମୃତ୍ୟୁ ହୋଇ ସାରିଛି। ତେଣୁ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ସୈନ୍ୟବାହିନୀରେ ବହୁ ସଂଖ୍ୟାରେ ସାମିଲ ହେବାକୁ ସରକାରଙ୍କ ପକ୍ଷରୁ ଦେଶର ସାଧାରଣ ଲୋକଙ୍କୁ ଅପିଲ କରାଯାଇଛି।
ରଏଟର୍ସ ରିପୋର୍ଟ ଅନୁଯାୟୀ, ଦୁନିଆର ସବୁଠାରୁ ଗରିବ ଦେଶ ମଧ୍ୟରୁ ଅନ୍ୟତମ ବୁର୍କିନା ଫାସୋରେ ବର୍ଷ ବର୍ଷ ଧରି ହଜାର ହଜାର ଲୋକ ହିଂସାରେ ପ୍ରାଣ ହରାଇ ସାରିଛନ୍ତି । ପ୍ରାୟ ଦୁଇ ଲକ୍ଷରୁ ଅଧିକ ଲୋକ ଦେଶ ଛାଡି ଅନ୍ୟତ୍ର ସ୍ଥାନାନ୍ତର ହୋଇ ସାରିଛନ୍ତି । ଅଶାନ୍ତି ଯୋଗୁଁ ଗତ ବର୍ଷ ଦେଶରେ ୨ ଥର ଶାସନ କ୍ଷମତା ହସ୍ତାନ୍ତର ହୋଇଥିଲା। ଏହା ପରେ ବି ଦେଶରେ ହିଂସା ମାମଲା ଥମିବା ନାଁ ଧରୁନି।
୨୦୧୨ ମସିହାରେରେ ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଏହି ଅଶାନ୍ତି ଆରମ୍ଭ ହୋଇଥିଲା। ଏହା ପରେ ହିଂସା ପଡୋଶୀ ବୁର୍କିନା ଫାସୋ ଏବଂ ନାଇଜରକୁ ବ୍ୟାପିବାକୁ ଲାଗିଲା।
ପାକିସ୍ତାନରେ ସକାଳୁ ସକାଳୁ ତାଲିବାନୀ ଆତଙ୍କବାଦୀମାନେ ବର୍ବରକାଣ୍ଡ ଘଟାଇଛନ୍ତି। ଖାଇବର ପଖତୁନଖ୍ୱାରେ ଥିବା ପୁଲିସ ଷ୍ଟେସନ ଉପରକୁ ବଡ଼ ଧରଣର ଆକ୍ରମଣ ହୋଇଛି। ଆଖିବୁଜା ଗୁଳିମାଡ ସହ ଗ୍ରେନେଡ୍ ମାଡ ମଧ୍ୟ କରିଛନ୍ତି ଆତଙ୍କବାଦୀ। ଏପରିକି ପୁଲିସକର୍ମୀଙ୍କ ସହାୟତା ପାଇଁ ଆସିଥିବା ଏକ ଏପିସି ଗାଡିକୁ ମଧ୍ୟ ଉଡାଇ ଦେଇଛନ୍ତି।
ଏହି ଆକ୍ରମଣରେ ଡିଏସ୍ପି ସମେତ ୪ ପୁଲିସକର୍ମୀ ପ୍ରାଣ ହରାଇଛନ୍ତି। ସେହିପରି ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଏବେ ବି ଲକି ମାରୱାତ୍ ଅଞ୍ଚଳରେ ଗୁଳିମାଡ଼ ଜାରି ରହିଛି । ଏହି ଆକ୍ରମଣ ପାଇଁ ତେହେରିକ୍-ଏ-ତାଲିବାନ ନିଜକୁ ଦାୟୀ କରିଛି।
ସୂଚନା ମୁତାବକ, ଲକି ମାରୱାତ୍ ହେଉଛି ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ଜିଲ୍ଲା ମୁଖ୍ୟାଳୟ। ପ୍ରାୟତଃ ପ୍ରତିଦିନ ଏଠାରେ ସାଂଘାତିକ ଆକ୍ରମଣ ଘଟୁଛି। ଗୁରୁବାର ଘଟିଥିବା ଏହି ଘଟଣାରେ ପୁଲିସର ମୁଖପାତ୍ର ଏକ ବୟାନ ଜାରି କହିଛନ୍ତି ଯେ ଏହି ଅଞ୍ଚଳରେ ଏକ ପୁଲିସ୍ ଭ୍ୟାନ୍ ଉପରକୁ ପ୍ରଥମେ ଆଇଇଡି ଦ୍ୱାରା ଆକ୍ରମଣ କରାଯାଇଥିଲା। ଏହି ବିସ୍ଫୋରଣରେ ଡିଏସପି ଇକବାଲ ମହମ୍ମଦ ଏବଂ ତିନି ଜଣ ପୁଲିସ କନଷ୍ଟେବଳ ନିହତ ହୋଇଛନ୍ତି।
ପାକିସ୍ତାନର ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଡିଏସପି ଇକବାଲ ସଦର ପୁଲିସ ଫୋର୍ସ ସହିତ ପୋଲିସ ଷ୍ଟେସନ ଆଡକୁ ଯାଉଥିଲେ, ଏହି ସମୟରେ ରାସ୍ତା ଉପରେ ତାଙ୍କୁ ଆକ୍ରମଣ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ଲକି ମାରୱାତ୍ରେ କିଛି ଦିନ ପୂର୍ବେ ଜନଗଣନା କରିବାକୁ ଆସିଥିବା ଟିମ୍ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଏଥିରେ ୨ ଜଣ ପୁଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଥିଲେ।
ଏହି ପାରା ଗୋଡ଼ରେ ସ୍ପାଏ କ୍ୟାମେରା ଓ ଚିପ୍ ଲାଗିଥିବା ମତ୍ସ୍ୟଜୀବୀମାନେ ଦେଖିବାକୁ ପାଇଥିଲେ। ପରେ କୌଶଳ କରି ପାରାକୁ ଧରିଥିଲେ। ପାରା ଗୋଡରେ ଲାଗିଥିବା ଚିପ୍ରେ ବିଦେଶୀ ଭାଷାରେ କିଛି ଲେଖାଯାଇଥିବା ମତ୍ସ୍ୟଜୀବୀମାନେ ଦେଖିବା ପରେ ଏହା ଗୁପ୍ତଚର ପାରା ବୋଲି ସନ୍ଦେହ କରିଥିଲେ।
ପାରାକୁ ଧରି ରଖିଥିଲେ। ମାଛ ମାରି ଆଜି ପାରାଦୀପ କୂଳକୁ ଫେରିବା ପରେ ଗୁପ୍ତଚର ପାରାକୁ ମେରାଇନ ପୁଲିସକୁ ଜିମା ଦେଲେ। ତେବେ ଏହା ଗୁପ୍ତଚର ପାରା କି ନୁହେଁ ତାହା ପୁଲିସ ସ୍ପଷ୍ଟ କରିନି। ଏନେଇ ଯାଞ୍ଚ ଚାଲିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୁଲିସ ଘଟଣାକୁ ଗୁପ୍ତ ରଖିଥିବା ମଧ୍ୟ ଜଣାପଡ଼ିଛି।
ପୂର୍ବରୁ କେବେବି ପାରଦୀପ ପୁଲିସକୁ ଏଭଳି ଗୁପ୍ତଚର ପାରା ମିଳିନି। ଏହା ପ୍ରଥମ ଘଟଣା ହୋଇଥିବାରୁ ସବୁଠି ଚର୍ଚ୍ଚା ଦେଖିବାକୁ ମିଳିଛି। ସେପଟେ ମତ୍ସ୍ୟଜୀବୀମାନେ କହିଛନ୍ତି, ପାକିସ୍ତାନୀ ଓ ଚାଇନା ଭାଷାରେ ଚିପ୍ ଉପରେ ଏବଂ ଭିତରେ କିଛି ଲେଖାଯାଇଛି। ଯାହାକୁ ପଢ଼ିବା ମତ୍ସ୍ୟଜୀବୀଙ୍କ ପକ୍ଷରେ ସମ୍ଭବ ହେଉ ନ ଥିବାରୁ ପୁଲିସ ଏହାର ତଦନ୍ତ କରୁଛି।
ଗତ ରବିବାର ସୈୟଦ ଖଲିଦ ରଜା ନିଜ ଘରୁ ବାହାରି ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ କାର୍ ନିକଟକୁ ଆସିଥିଲେ। ଏହି ସମୟରେ ପୂର୍ବରୁ ଛପି ରହିଥିବା ସାର୍ପ ସୁଟର ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଏକ ଗୁଳି ଚଳାଇଥିଲା। ଗୁଳିଟି ସୈୟଦଙ୍କ ମୁଣ୍ତରେ ବାଜିଥିବା ବେଳେ ସେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା।
ଗୁଳି ଚଳାଇ ସାର୍ପ ସୁଟର ଆଖି ପିଛୁଳାକେ ଫେରାର ହୋଇ ଯାଇଥିବା ଜଣାଯାଇଛି। ଏହା ଏକ ଟାର୍ଗେଟ କିଲିଂ ମାମଲା ବୋଲି କରାଚି ଏସ୍ଏସ୍ପି ତରଫରୁ ସୂଚନା ମିଳିଛି। କଶ୍ଜୀରରେ ପ୍ରବେଶ କରୁଥିବା ଆତଙ୍କବାଦୀଙ୍କୁ ସୈୟଦ ଟ୍ରେନିଂ ଦେଉଥିଲେ।
ଗତ ଏକ ସପ୍ତାହ ମଧ୍ୟରେ ପାକିସ୍ତାନରେ ଏପରି ଦ୍ୱିତୀୟ ଘଟଣା ଘଟିଛି, ଯେଉଁଥିରେ ଜଣେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହାପୂର୍ବରୁ ରାଓଲପିଣ୍ଡିର ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ଇମ୍ମତିଆଜଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଇମ୍ମତିଆଜ ପାକିସ୍ତାନ ସେନା ତଥା ଆଇଏସ୍ଆଇର ନିକଟତର ଥିଲେ।
ଇମ୍ମତିଆଜ ଏକ ଦୋକାନ ବାହାରେ ଛିଡ଼ା ହୋଇଥିବା ବେଳେ ତାଙ୍କୁ ଟାର୍ଗେଟ କରି ଗୁଳି କରାଯାଇଥିଲା। ଇମ୍ମତିଆଜ ହିଜବୁଲ ମୁଜାହିଦ୍ଦିନର ଜଣେ ପ୍ରମୁଖ କମାଣ୍ଡର ଥିଲେ। ଆତଙ୍କବାଦୀଙ୍କୁ ସୀମା କରିବା କରିବା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା।
ସଞ୍ଜୟ ପୁଲୱାମାର ଏକ ଘରୋଇ ବ୍ୟାଙ୍କରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିଲେ। ସେ ଆଜି ସକାଳେ ସ୍ଥାନୀୟ ବଜାରକୁ ଯାଉଥିବା ବେଳେ ଆତଙ୍କବାଦୀମାନେ ଆଜି ତାଙ୍କ ଉପରେକୁ ଗୁଳିମାଡ କରିଥିଲେ। ଏହାପରେ ସେ ଘଟଣାସ୍ଥଳରେ ହିଁ ଟଳି ପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଛି।
ପୁଲିସ ଏନେଇ ସୂଚନା ପାଇବା ପରେ ପୁରା ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛି। ଏହାସହ ଏହି ଘଟଣାରେ ସଂପୃକ୍ତ ଥିବା ଆତଙ୍କବାଦୀଙ୍କ ବାବଦରେ ସୂଚନା ସଂଗ୍ରହ କରାଯାଉଥିବା କଥା ପୁଲିସ କହିଛି।
ଗତବର୍ଷ ଅଗଷ୍ଟ ମାସରେ ଆତଙ୍କବାଦୀମାନେ ସୋପିଆାନ ଠାରେ ଜଣେ କଶ୍ମୀର ପଣ୍ଡିତଙ୍କୁ ସମାନ ଢଙ୍ଗରେ ଗୁଳିକରି ହତ୍ୟା କରିଥିଲେ। ଏହାକୁ ନେଇ ପୂରା କଶ୍ମୀର ଅଶାନ୍ତ ହୋଇପଡିଥିଲା।
ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ପରେ କରାଚିର ଶରାହ-ଏ-ଫେସଲ ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲ । ଆତଙ୍କବାଦୀମାନେ କରାଚି ପୁଲିସ୍ ମୁଖ୍ୟାଳୟ ଉପରକୁ ହଠାତ୍ ବୋମା ଫୋପାଡ଼ିବା ସହ ଅତର୍କିତ ଗୁଳି ବର୍ଷା କରିଥିଲେ । ହଠାତ୍ ଆକ୍ରମଣ ଯୋଗୁ ସେଠାରେ ମୁତୟନ ହୋଇଥିବା କର୍ମଚାରୀ ଦୌଡ଼ାଦୌଡ଼ି କରିଥିବା ବେଳେ ଏହାର ସୁଯୋଗ ନେଇ ଆତଙ୍କୀ ମାନେ ପୁଲିସ୍ ମୁଖ୍ୟାଳୟରେ ପ୍ରବେଶ କରିଥିଲେ। ଏହାପରେ ସେମାନେ ଆଖିବୁଜା ଗୁଳି ଚାଳନା କରିଥିଲେ।
ସ୍ଥିତିକୁ କାବୁକୁ ଆଣିବାକୁ ସେଠାକାର ପୁଲିସ୍ ଓ ଅର୍ଦ୍ଧବଳ ବାହିନୀଙ୍କୁ ନାକେଦମ ହେବାକୁ ପଡ଼ିଛି। ଆତଙ୍କୀଙ୍କ ପାଖରେ ହ୍ୟାଣ୍ଡ ଗ୍ରେନେଡ ଏବଂ ଅଟୋମେଟିକ୍ ଗନ୍ ମଧ୍ୟ ଥିଲା । ଖବର ପାଇ ପାକିସ୍ତାନ ରେଞ୍ଜର୍ସ ଓ ପୋଲିସ ବାହିନୀ ମୁଖ୍ୟାଳୟର ଚାରିପଟକୁ ଘେରି ନେଇଥିଲେ । ତେବେ ରାତି ପ୍ରାୟ ୧୧ଟା ସୁଦ୍ଧା ଏହି ଅପରେସନ୍ ଶେଷ ହୋଇଥିଲା । ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।
ଏହି ଆକ୍ରମଣ ପାଇଁ ପାକିସ୍ତାନରେ ଥିବା ତାଲିବାନୀ ଆତଙ୍କୀ ସଙ୍ଗଠନ ତେହରିକ୍-ଏ-ତାଲିବାନ ପାକିସ୍ତାନ (ଟିଟିପି) ନିଜକୁ ଦାୟୀ କରିଛି । ଗତବର୍ଷ ନଭେମ୍ବର ପରଠାରୁ ପାକିସ୍ତାନରେ ଆତଙ୍କୀ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତମାସରେ ଉତ୍ତର-ପଶ୍ଚିମ ପେଶାୱରରେ ଥିବା ଏକ ମଜସିଦରେ ଏକ ଆତ୍ମଘାତୀ ବିସ୍ଫୋରକ ଘଟିଥିଲା । ଯେଉଁଥିରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଅଧିକାଂଶ ପୁଲିସକର୍ମୀ ଥିଲେ ।
ଆତ୍ମଘାତୀ ଆତଙ୍କୀ ହମଲା ଯୋଗୁ ଦେଶର ୪୦ ଜଣ ଯବାନ ସହିଦ ହୋଇଯାଇଥିଲେ। ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦର ଜଣେ ଆତଙ୍କବାଦୀ ଆଖି ପିଛୁଳାକେ ହମଲା କରି ପୂରା ଦେଶକୁ ସ୍ତବ୍ଧ କରି ଦେଇଥିଲା। ଏହି ହମଲାରେ କିଏ ନିଜ ପୁଅକୁ ହରାଇଥିଲେ ତ ଆଉ କିଏ ନିଜ ସ୍ୱାମୀ ଓ ବାପାଙ୍କୁ। ଓଡ଼ିଶାର ମଧ୍ୟ ଦୁଇ ଜଣ ବୀରପୁତ୍ର ପୁଲୱାମା ହମଲାରେ ସହିଦ ହୋଇଥିଲେ। ସେମାନେ ହେଲେ ଜଗତସିଂହପୁର ନୂଆଗାଁର ପ୍ରସନ୍ନ କୁମାର ସାହୁ ଓ କଟକ ନିଆଳିରୁ ମନୋଜ କୁମାର ବେହେରା।
ଏହି ଘଟଣାକୁ ଆଜି ୪ ବର୍ଷ ପୂରିଛି। ସହିଦ ଯବାନଙ୍କ ସମ୍ମାନରେ ଅନେକ ଶୋକ ପ୍ରକାଶ କରୁଛନ୍ତି। ହେଲେ ଦେଶର ୪୦ ଜଣ ଯବାନ ସବୁ ଦିନ ପାଇଁ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ନିଜର ପ୍ରିୟଜନଙ୍କୁ ହରାଇ ଏବେ ବି ଯବାନଙ୍କ ପରିବାର ଲୋକ ଲୁହ ଝରାଉଛନ୍ତି। ଦେଶ ପାଇଁ ପୁଅ/ସ୍ୱାମୀ/ବାପା ବଳିଦାନ ଦେଉଥିବାରୁ ଅନେକ ଗର୍ବ କରୁଥିଲେ ମଧ୍ୟ ସେମାନଙ୍କ କଥା ମନେପଡ଼ିଲେ ଆଖିରୁ ଲୁହ ଝରି ଯାଉଛି।
ହମଲା ଏତେ ଭୟଙ୍କର ଥିଲା ଯେ ଯବାନଙ୍କ ବସ୍ ପୂରା ଛିନଛତ୍ର ହୋଇଯାଇଥିଲା। ବୀର ଯବାନଙ୍କ ମୃତଦେହ ମଧ୍ୟ ଖଣ୍ଡଖଣ୍ଡ ହୋଇଯାଇଥିଲା। ଘଟଣାକୁ ୪ ବର୍ଷ ପୂରି ଯାଇଥିଲେ ମଧ୍ୟ ସେହି କଳାଦିନ କଥା ଏବେ ବି ପ୍ରତିଟି ଭାରତୀୟଙ୍କ ଆଖି ଆଗରେ ନାଚି ଯାଉଛି।
ଆକ୍ରମଣ ପଛରେ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରର ହାତ ଥିବା ଜଣାପଡ଼ିଥିଲା। ଏହି ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଥିଲା। ପୁଲଓ୍ୱାମା ଆକ୍ରମଣର କଡ଼ା ଜବାବ ଦେବା ଲାଗି ସେନା ବାହିନୀକୁ ଅନୁମତି ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ ଇଚ୍ଛାରେ ସମୟ ଦେଖି ଜବାବ ଦେବାକୁ କହିଥିଲେ।
୨୦୧୯ ମସିହା ଫେବୃଆରୀ ୨୪ ତାରିଖ ସକାଳୁ ୭୮ଟି ଗାଡ଼ିରେ ପ୍ରାୟ ୨୫ଶହ ଯବାନ ଜମ୍ମୁ ଠାରୁ ଜାତୀୟ ରାଜପଥ ୪୪ ଦେଇ ଶ୍ରୀନଗର ଯାଉଥିଲେ। କନଭୟ ଗୁଡ଼ିକ ପୁଲୱାମାର ଲେଥାପୋରା ଅଞ୍ଚଳ ଅତିକ୍ରମ କରୁଥିଲା। ଠିକ୍ ଏହି ସମୟରେ ଜୈଶର ଜଣେ ଆତଙ୍କୀ କାର୍ରେ ବିସ୍ଫୋରକ ଭର୍ତ୍ତି କରି ଯବାନଙ୍କୁ ନେଇ ଯାଉଥିବା ଗୋଟିଏ ବସ୍କୁ ଧକ୍କା ଦେଇଥିଲା। କାର୍ରେ ବିପୁଳ ପରିମାଣର ବିସ୍ଫୋରକ ଥିବାରୁ ଭୟଙ୍କର ବିସ୍ଫୋରଣ ହୋଇଥିଲା। ବସ୍ଟି ଚୂରମାର ହୋଇଯିବା ସହ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ। ଅନେକ ଆହତ ମଧ୍ୟ ହୋଇଥିଲେ।
୧୯୮୯ ପରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି କଶ୍ମୀରରେ ସେହିଦିନ ହୋଇଥିଲା ସବୁଠାରୁ ବଡ଼ ହମଲା। ଏହି ହମଲା ପାଇଁ ଜୈଶ ନିଜକୁ ଦାୟୀ କରିଥିଲା। ହମଲା କରିଥିବା ୨୨ ବର୍ଷୀୟ ଆତଙ୍କୀ ଆଦିଲ ହମଦ ଦାର ଗୋଟିଏ ଭିଡିଓ ଜାରି କରିଥିଲା ଜୈଶ। ଆଦିଲର ଘର କଶ୍ମୀରର କାକପୋରାରେ ହୋଇଥିବା ବେଳେ ସେ ମାତ୍ର ବର୍ଷକ ତଳେ ଜୈଶରେ ସାମିଲ ହୋଇଥିଲା।
୨୦୧୮ ମାର୍ଚ୍ଚରେ ଆଦିଲ ଘର ସାଇକେଲ ନେଇ ବାହାରିଥିଲା। ହେଲେ ଆଉ ସେ ଘରକୁ ଫେରି ନଥିଲେ। ସେ ଜୈଶ ସହ ସାମିଲ ହେବା ସହ ଆତ୍ମଘାତୀ ହମଲାର ତାଲିମ ନେଇଥିଲା। ଏହାପରେ ଭାରତର ବୀର ଯବାନଙ୍କ କନଭୟକୁ ଟାର୍ଗେଟ କରିଥିଲା। ପୂରା ହମଲାର ମାଷ୍ଟରମାଇଣ୍ଡ କୁଖ୍ୟାତ ଆତଙ୍କୀ ମାସୁଦସ ଆଝାର ରହିଥିବା ବେଳେ ସେ ପାକିସ୍ତାନରୁ ଅପରେଟ କରିଥିଲା। ହେଲେ ପାକିସ୍ତାନ ଏହାକୁ ଖଣ୍ଡନ କରି ଚାଲିଛି।
ପୁଲୱାମା ହମଲା ସାରା ଦେଶକୁ ମର୍ମାହତ କରିଥିବା ବେଳେ ଏହାର ବଦଲା ନେବାକୁ ପଣ କରିଥିଲା ଭାରତୀୟ ସେନା। ଉଭୟ କଶ୍ମୀରର ଓ ପାକିସ୍ତାନରେ ଲୁଚିଥିବା ଆତଙ୍କୀ ଆକ୍କାମାନଙ୍କ ଉପରେ ପ୍ରତିଶୋଧ ନେବାକୁ ଆରମ୍ଭ କରାଯାଇଥିଲା ଅପରେସନ। ହମଲାର ଠିକ୍ ୧୧ ଦିନ ପରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ବାଲାକୋଟରେ କରାଯାଇଥିଲା ଏୟାରଷ୍ଟ୍ରାଇକ୍।
୧୨ଟି ମିରାଜ ୨୦୦୦ ଜେଟ୍ ଫେବୃଆରୀ ୨୬ ତାରିଖରେ ଏଲଓସି ଡେଇଁଥିଲେ। ଏହାପରେ ବାଲାକୋଟରେ ଥିବା ଜୈଶର ଏକାଧିକ ଠିକଣା ଉପରେ ବୋମା ଓ ମିସାଇଲ ମାଡ଼ କରିଥିଲା। ଏଥିରେ ୩୦୦ରୁ ୩୫୦ ଜଣ ଜୈଶ ଆତଙ୍କୀ ଓ ହ୍ୟାଣ୍ତେଲରଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ପ୍ରକାଶ ପାଇଥିଲା।
ପାକିସ୍ତାନ ଏହି ହମଲାକୁ ସହଜରେ ଗ୍ରହଣ କରିପାରି ନଥିଲା। ପାକିସ୍ତାନ ପକ୍ଷରୁ ଫେବୃଆରୀ ୨୭ରେ ଜମ୍ମୁ-କଶ୍ମୀରରେ ଏୟାର ଷ୍ଟ୍ରାଇକ କରିବାକୁ ଉଦ୍ୟମ କରାଯାଇଥିଲା। ହେଲେ ମିଗ୍ ୨୧ ବିମାନ ଦ୍ୱାରା ଭାରତୀୟ ବାୟୁବୀରମାନେ ପାକିସ୍ତାନରୁ ଆସିଥିବା ଯୁଦ୍ଧ ବିମାନଗୁଡ଼ିକୁ ଘଉଡ଼ାଇ ଦେଇଥିଲେ।
ଏହି ଲଢ଼େଇ ଭିତରେ ଗୋଟିଏ ମିଗ ୨୧ ବିମାନ ପାକିସ୍ତାନ ସୀମାରେ ଖସି ପଡ଼ିଥିଲା। ଏହାକୁ ଚଳାଉଥିବା ଓ୍ୱିଙ୍ଗ କମାଣ୍ଡର ଅଭିନବ ବର୍ତମାନଙ୍କୁ ପାକିସ୍ତାନ କାବୁ କରିଥିଲା। ହେଲେ ଭାରତର ନାଲି ଆଖି ଓ ଅନ୍ତର୍ଜାତୀୟ ଚାପ ଯୋଗୁ ପାକିସ୍ତାନ ତାଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଥିଲା। ଏହାପରେ ମଧ୍ୟ ଦୁଇ ଦେଶ ମଧ୍ୟରେ ତିକ୍ତତା ଥମି ନଥିଲା।
ପାକିସ୍ତାନ ଉପରେ ଚାପ ବଢ଼ିବାରୁ ଇସଲାମାବାଦ ବାଧ୍ୟ ହୋଇ ମାର୍ଚ୍ଚ ୫ରେ ଜୈଶ ସମସ୍ତ ବିଭିନ୍ନ ଆତଙ୍କୀ ସଂଗଠନର ୪୪ ଜଣ ସଦସ୍ୟଙ୍କୁ ଗିରଫ କରିଥିଲା। ଏମାନଙ୍କ ମଧ୍ୟରେ ଭାରତ ପଠାଇଥିବା ଦସ୍ତାବିଜ୍ରେ ଥିବା ଆତଙ୍କୀ ମଧ୍ୟ ରହିଥିଲେ।
ଅନ୍ୟପକ୍ଷରେ ଭାରତରେ ଏହି ଘଟଣାର ତଦନ୍ତ ଏନଆଇଏ କରିବା ସହ ୧୯ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲା। ହେଲେ ବିସ୍ଫୋରଣ ପରେ ବ୍ୟବହୃତ ୩୦୦ କେଜି ଓଜନର ବିସ୍ଫୋରକ କେଉଁଠୁ ଆସିଥିଲା, ସେକଥା ଏନଆଇଏ ଆଜି ଯାଏ ଜାଣିପାରି ନାହିଁ। ୧୯ ଅଭିଯୁକ୍ତଙ୍କ ମଧ୍ୟରୁ ୨୦୨୧ ଅଗଷ୍ଟ ସୁଦ୍ଧା ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ଜଣ ପ୍ରାଣ ହରାଇଥିଲେ। ବାକି ୭ ଜଣଙ୍କୁ ଗିରଫ କରାଯାଇଛି। ହେଲେ ଆଉ ୫ ଜଣଙ୍କ ପତ୍ତା ମିଳିନି।
ପୁଲୱାମା ହମଲାକୁ ଆଜି ୪ ବର୍ଷ ବିତିଛି ସତ, ହେଲେ କାହା ଭୁଲରୁ ଏତେ ବଡ଼ ଘଟଣା ଘଟିଲା ସେକଥା ସ୍ପଷ୍ଟ ହୋଇନି। ଏତେ ସଂଖ୍ୟକ ଯବାନଙ୍କୁ ଆକାଶ ପଥ ବଦଳରେ କାହିଁକି ସ୍ଥଳ ପଥରେ ପଠାଯାଇଥିଲା? ଯବାନମାନେ ଯାଉଥିବା ବେଳେ କେମିତି ଗୋଟିଏ କାର୍ କନଭୟ ନିକଟରେ ପହଞ୍ଚିଲା? କ’ଣ ଗୁଇନ୍ଦା ବିଭାଗ ହମଲା ସମ୍ପର୍କରେ ଆଗରୁ ସୂଚନା ପାଇ ନଥିଲା? ସ୍ଥାନୀୟ ପୁଲିସ୍ ଯବାନଙ୍କ କନଭୟ ଯିବା ରାସ୍ତାର ସୁରକ୍ଷା ଯାଞ୍ଚ କରିଥିଲା ତ? ଏମିତି ଅନେକ ପ୍ରଶ୍ନ ଏବେ ବି ଭାରତୀୟଙ୍କ ମନରେ ଉଙ୍କି ମାରୁଛି।
ଗତବର୍ଷ ମା’ ମାସରେ ବୈଷ୍ଣୋ ଦେବୀ ଯାଉଥିବା ଗୋଟିଏ ତୀର୍ଥଯାତ୍ରୀ ବସ୍କୁ ଟାର୍ଗେଟ କରି ବିସ୍ଫୋରଣ ହୋଇଥିଲା। ଏଥିରେ ୪ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଥିଲେ। ଏହି ବିସ୍ଫୋରଣ ପଛରେ ଆରିଫ ଥିବା ପୁଲିସ୍ ଦାବି କରିଛି।
ଜମ୍ମୁ-କଶ୍ମୀର ପୁଲିସ୍ ଡିଜି ଦିଲବାଗ ସିଂହ କହିଛନ୍ତି, ଆରିଫର ଲିଙ୍କ ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବା ସହ ରହିଛି। ତା’ ପାଖରୁ ଗୋଟିଏ ଅତର ବୋତଲ ମିଳିଛି। ଏହାକୁ ଆଇଇଡିରେ ପରିଣତ କରାଯାଇଥିଲା। ବାହାରକୁ ଏହା ଅତର ବୋତଲ ଭଳି ଦିଶୁଥିବା ବେଳେ ଏହା ଭିତରେ ବିସ୍ଫୋରକ ରହିଥିଲା।
ପ୍ରଥମଥର ପାଇଁ ଜମ୍ମୁ-କଶ୍ମୀରରୁ ଏପରି ବୋମା ବା ବିସ୍ଫୋରକ ଜବତ ହୋଇଛି। ଏହା ପୂର୍ବରୁ କେବେ ବି କୌଣସି ଆତଙ୍କବାଦୀଙ୍କ ପାଖରୁ ଏପରି ଅତର ଆଇଇଡି ଜବତ ହୋଇନଥିଲା। ଯଦି କେହି ଏହାକୁ ଅତର ଭାବି ପ୍ରେସ କରିବ, ତା’ହେଲେ ଏହା ବିସ୍ଫୋରଣ ହୋଇଯିବ। ପୁଲିସ୍ର ସ୍ୱତନ୍ତ୍ର ଟିମ ଏହି ଆଇଇଡିକୁ ନିଷ୍କ୍ରିୟ କରିବ ବୋଲି ସେ କହିଛନ୍ତି।
ଶ୍ରୀ ସିଂହ ଆହୁରି କହିଛନ୍ତି, ଆରିଫ ପାକିସ୍ତାନୀ ହ୍ୟାଣ୍ଡେଲର୍ସମାନଙ୍କ କଥାରେ ପରିଚାଳିତ ହେଉଥିଲା ଓ ଗତବର୍ଷ ବସ ବିସ୍ଫୋରଣରେ ସେ ସାମିଲ ଥିଲା ବୋଲି ସ୍ୱୀକାର କରିଛି। ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବାର ପ୍ରମାଣ ସମସ୍ତ ପାଖରେ ରହିଛି। ଜମ୍ମୁ-କଶ୍ମୀରର ଲୋକଙ୍କୁ ସାଂପ୍ରଦାୟିକ ହିଂସା ଦ୍ୱାରା ଭାଗ କରିବାକୁ ପାକିସ୍ତାନ ପ୍ରୟାସ ଜାରି ରଖିଥିବା ସେ କହିଛନ୍ତି।
କାର୍ରେ ଆସି ଜଣେ ଆତତାୟୀ ଜେରୁଜେଲମରେ ଥିବା ଏକ ୟହୁଦି ମନ୍ଦିର ଭିତରେ ଅତର୍କିତ ଗୁଳିମାଡ଼ କରିଥିଲା। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହେଇଥିବା ବେଳେ ଆଉ ଦୁଇଜଣଙ୍କ ମେଡିକାଲରେ ମୃତ୍ୟୁ ହୋଇଥିଲା।
ଖବର ପାଇ ପୁଲିସ ଅଭିଯୁକ୍ତକୁ ଧରିବାକୁ କର୍ଡନ କରି ଅପରେସନ ଆରମ୍ଭ କରିଥିଲା। ପରେ ଗୁଳିମାଡ଼ରେ ଆତତାୟୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେପଟେ ଏହି ଘଟଣା ପରେ ସ୍ତାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଗୁଳିମାଡ଼ ପାଇଁ କୌଣସି ସଂଗଠନ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରିନାହାନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗୁଳିକାଣ୍ଡ ଘଟଣାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ଆଇନକୁ ହାତକୁ ନ ନେବା ପାଇଁ ଲୋକମାନଙ୍କୁ ଅପିଲ କରିଛନ୍ତି।
ଅନ୍ୟପଟେ ଜେରୁଜେଲମରେ ଆତଙ୍କୀ ହମ୍ଲା ପରେ ଗାଜାରେ ଫିଲିସ୍ତିନୀମାନେ ଉତ୍ସବ ପାଳନ କରିଛନ୍ତି। ପତାକା ଉଡାଇ ବାଣ ଫୁଟାଇ ସେଠାକାର ଲୋକେ ଖୁସି ପାଳନ କରିଛନ୍ତି। ଉଲ୍ଲଖେଯୋଗ୍ୟ, ଜାନୁଆରୀ ୨୬ରେ ଓ୍ୱେଷ୍ଟ ବ୍ୟାଙ୍କର ଏକ ରିଫ୍ୟୁଜି କ୍ୟାମ୍ପ ଉପରେ ଇସ୍ରାଇଲ୍ର ସୁରକ୍ଷାବାହିନୀ ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ୯ ଫିଲିସ୍ତିନୀଙ୍କ ମୃତ୍ୟୁ ହୋଇଥିଲା।
ଆଫ୍ରିକୀୟ ଦେଶ ସୁମାଲିଆର ଉତ୍ତର କ୍ଷେତ୍ରରେ ଆମେରିକା ସେନା ପକ୍ଷରୁ ବୁଧବାର ଏକ ସର୍ଚ୍ଚ ଅପରେସନ ଚାଲିଥିଲା। ଅପରେନ ବେଳେ ଏକ ଗୁମ୍ଫାରେ ଲୁଚିଥିବା ବିଲାଲ ଅଲ ସୁଦାନିଙ୍କ ସମେତ ୧୦ ଆତଙ୍କବାଦୀଙ୍କ ଗୁଳି ମାରି ନିପାତ କରିଛି ଆମେରିକା। ବାଇଡେନ୍ ପ୍ରଶାସନ ଗୁରୁବାର ଏହା ଘୋଷଣା କରିଛି।
ଆମେରିକା ସେନା ପକ୍ଷରୁ ବୁଧବାର ଏନେଇ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବା ବେଳେ ଏକ ପାହାଡ଼ ଗୁମ୍ଫାରେ ଲୁଚିଥିବା ବିଲାଲ-ଅଲ- ସୁଦାନୀଙ୍କୁ ଟାର୍ଗେଟ କରାଯାଇଥିଲା। ବିଲାଲ ଅଲ ସୁଦାନୀ ପୂର୍ବ ଆଫ୍ରିକାରେ ISISର ବିସ୍ତାର କରିବା ସହ ଅନ୍ୟ ଗତିବିଧି ଉପରେ ନଜର ରଖୁଥିଲା।
ଆମେରିକା ରକ୍ଷା ମନ୍ତ୍ରୀଙ୍କ ବିବୃତି ଅନୁଯାୟୀ, ଆମେରିବାର ନାଗରିକଙ୍କ ସମେତ ଏହାର ପଡ଼ୋଶୀ ରାଷ୍ଟ୍ରର ନାଗରିକଙ୍କ ସୁରକ୍ଷା ନିମନ୍ତେ ଏପରି ପଦକ୍ଷେପ ଉଠାଯିବା ଜରୁରୀ ଥିଲା। ଆମେରିକୀୟଙ୍କୁ ଦେଶ ଭିତରେ ତଥା ବାହାରେ ଆତଙ୍କବାଦୀ ଆକ୍ରମଣରୁ ରକ୍ଷା କରିବାକୁ ଆମେ ଦୃଢ ସଙ୍କଳ୍ପବଦ୍ଧ ।
ବିଲାଲ ଅଲ ସୁଦାନିଙ୍କୁ ନିପାତ କରିବାକୁ ବହୁ ମାସ ପୂର୍ବରୁ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ କିଛି ସପ୍ତାହ ପୂର୍ବରୁ ଏ ନେଇ ବାଇଡେନଙ୍କୁ ଅବଗତ କରାଯାଇଥିଲା। ଏହାପରେ ବାଇଡେନଙ୍କ ଅନୁମତି କ୍ରମେ ଏହି ସପ୍ତାହରେ ଏହି ଯୋଜନାକୁ ବାସ୍ତବ ରୂପ ଦେବାକୁ ଆରମ୍ଭ ହୋଇଥିଲା ପ୍ରସ୍ତୁତି।
ବିଲାଲ ଅଲ ସୁଦାନି ଦୀର୍ଘ ବର୍ଷ ହେଲା ଆଫ୍ରିକାରେ ରହିବା ସହ ସେଠାରେ ISISର ସଞ୍ଚାଳନ କରିବା ସହ ଏହା ଲାଗି ପାଣ୍ଠି ଯୋଗାଡ଼ କରୁଥିଲା। ଏହାବଦା ସେ ISIS-K ନାମକ ଆତଙ୍କବାଦୀ ଶାଖା ଗଢ଼ିବାରେ ପ୍ରମୁଖ ଭୂମିକା ତୁଲାଇଥିଲା। ବିଲାଲ ଅଲ ସୁଦାନି ଗତ ବର୍ଷ ISISର ଅବଦ୍ଦୁଲ ହୁସେନ ଅବାଦିଗା ସହ ମିଶି ଆପ୍ରିକାର ଯୁବକଙ୍କୁ ISISରେ ଭର୍ତ୍ତି କରିବା ସହ ସେମାନଙ୍କୁ ହତିଆର ପ୍ରଶିକ୍ଷଣ ଶିବିରକୁ ପଠାଇଥିଲା।
ସେ କହିଛି, “ଜାନୁଆରୀ ୨୬ରେ ଘରେ ରୁହନ୍ତୁ। ନଚେତ ଏସଜେଏଫ ଉପଯୁକ୍ତ ଦଣ୍ଡ ଦେବ। ଦିଲ୍ଲୀ ହେଉଛି ଆମ ଟାର୍ଗେଟ। ଆମେ ଖଲିସ୍ତାନର ପତାକା ଉଡ଼ାଇବୁ।” ଏଥିସହ ପନ୍ନୁ ରେଡଫୋର୍ଟରେ ଯଦି କେହି ଖଲିସ୍ତାନୀ ପତାକା ଉଡ଼ାଇବାକୁ ସକ୍ଷମ ହେବ, ତା’ହେଲେ ତାକୁ ୫୦ ହଜାର ଡଲାର ମିଳିବ ବୋଲି ସେ କହିଛନ୍ତି।
ଏହି ଧମକ ପରେ ଆଇନଜୀବୀ ବିନୀତ ଜିନ୍ଦଲ ଏସଜେଏଫ ଓ ପନ୍ନୁ ବିରୋଧରେ ସୁପ୍ରିମକୋର୍ଟରେ ଅଭିଯୋଗ ଦାଖଲ କରିଛନ୍ତି। ବିନୀତ କହିଛନ୍ତି, “ଏହି ସବୁ ଆକାଉଣ୍ଟ ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଦେଖି ମୁଁ ସ୍ତବ୍ଧ।
ନିକଟରେ ଶିଖ ଫର ଜଷ୍ଟିସର ଆତଙ୍କବାଦୀ ପନ୍ନୁର ଭିଡିଓ ଏହି ଆକାଉଣ୍ଟରୁ ଶେୟାର ହୋଇଛି। ସେ ୨୦୨୩ ଜାନୁଆରୀ ୨୬ରେ ଆରଡିଏକ୍ସ ଦ୍ୱାରା ଦିଲ୍ଲୀରେ ଧମାକା କରିବାକୁ ଧମକ ଦେଇଛି। ଭାରତରେ ପନ୍ନୁକୁ ଆତଙ୍କବାଦୀ ଘୋଷଣା କରାଯାଇଛି। ଏସଜେଏଫ ମଧ୍ୟ ବ୍ୟାନ ହୋଇଛି। ତେଣୁ ହତ୍ୟା ଓ ହମଲାର ଧମକ ଦେଇଥିବା ପନ୍ନୁ ଏବଂ ଏସଜେଏଫ ବିରୋଧରେ ମାମଲା ରୁଜୁ କରାଯାଉ।”
ଗତବର୍ଷ ପନ୍ନୁ ପଞ୍ଜାବରେ ବିଦ୍ୱେଷ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲା। ହେଲେ ସୁରକ୍ଷାକର୍ମୀ ତା’ର ସବୁ ଉଦ୍ୟମକୁ ଭଣ୍ଡୁର କରିଦେଇଥିଲେ। ଏବେ ସେ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଭାରତକୁ ଟାର୍ଗେଟ କରିବାକୁ ଧମକ ଦେଇଛି।
ତେବେ ଗୁଳିକାଣ୍ଡରେ କେତେ ଜଣ ମୃତାହତ ହୋଇଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଘଟଣାସ୍ଥଳରେ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ଗୁଳିକାଣ୍ଡର କାରଣ ମଧ୍ୟ ଅସ୍ପଷ୍ଟ ଥିବା ଜଣାପଡିଛି।
ସୂଚନା ମୁତାବକ, ୱାଶିଂଟନ ଡିଜିର ହ୍ୱାଇଟ୍ ହାଉସଠାରୁ ତିନି କିଲୋମିଟର ଦୂରରେ ଏହି ଗୁଳିମାଡ ହୋଇଛି। ଏକ ମ୍ୟୁଜିକ ଇଭେଣ୍ଟ ବେଳେ ଏହି ଗୁଳିମାଡ ହୋଇଥିବା ସୂଚନା ମିଳିଛି। ଏହି କନ୍ସର୍ଟ Juneteenth ଉତ୍ସବ ପାଇଁ ହୋଇଥିଲେ। ୧୪ ଏବଂ ୟୁ ଷ୍ଟ୍ରିଟ୍ ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଛି। ବର୍ତ୍ତମାନ ମେଟ୍ରୋପଲିଟନ ପୁଲିସ ବିଭାଗ ଘଟଣାର ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ, ଆମେରିକାରେ ଲଗାତର ଭାବେ ଗୁଳିମାଡ ଘଟଣା ବଢିବାରେ ଲାଗିଛି। ଯାହାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚିନ୍ତିତ ହୋଇପଡିଛନ୍ତି। ଏପରି ସ୍ଥଳେ ଦେଶରେ ନାଗରିକଙ୍କ ସୁରକ୍ଷା ପାଇଁ ବନ୍ଧୁକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ ବୋଲି ବାଇଡେନ୍ କହିଛନ୍ତି। ତେବେ ବନ୍ଧୁକ କିଣିବାର ବୟସ ୧୮ ବର୍ଷ ରୁ ବଢାଇ ୨୧ ବର୍ଷ କରିବାକୁ ଘୋଷଣା ହୋଇପାରେ ବୋଲି ସୂଚନା ରହିଛି।
କିଛିଦିନ ତଳେ ଉତ୍ତର ମେରିଲ୍ୟାଣ୍ଡରେ ଜଣେ ବନ୍ଧୁକଧାରୀ ଏକ କାରଖାନାରେ ଆଖିବୁଜା ଗୁଳିମାଡ କରିଥିଲା। ଯେଉଁଥିରେ ୩ ଜଣ ପ୍ରାଣ ହରାଇଥିଲେ। ଏହାସହ ଜଣେ ଗୁରୁତର ହୋଇଥିଲେ। ସେହିପରି ଗତ ମାସରେ ଏକ ସ୍କୁଲରେ ଗୁଳିକାଣ୍ଡ ହେବା ଫଳରେ ୨୧ ଜଣ ପ୍ରାଣ ହରାଇଥିଲେ। ସେହିପରି ଏକ ହସ୍ପିଟାଲରେ ଗୁଳିକାଣ୍ଡ ହୋଇଥିଲା। ଯେଉଁଥିରେ ଏକାଧିକ ମୃତାହତ ହୋଇଥିଲେ । ଆହୁରି ମଧ୍ୟ ଏକ ସପିଂ ମଲ୍ ଓ ଶ୍ମଶାନରେ ଗୁଳିକାଣ୍ଡର ଖବର ଆସିଥିଲା।
https://twitter.com/Breaking_4_News/status/1538692648730513409?s=20&t=SG076xaA0bmxueaNu-tkAg
ଏଥିରେ ୩ ଜଣ ପୁରୁଷ ଓ ୨ ଜଣ ମହିଳା ଶିକ୍ଷାର୍ଥୀଙ୍କ ଜୀବନ ଯାଇଛି। ସମସ୍ତଙ୍କ ବୟସ ୧୬ରୁ ୧୮ ବର୍ଷ। ସେହିପରି ଗୁଳିମାଡ଼ରେ ଜଣେ ୬୫ ବର୍ଷୀୟ ବୃଦ୍ଧା ମଧ୍ୟ ପ୍ରାଣ ହରାଇଛନ୍ତି। ବାରୋନ କମ୍ୟୁନିଟିରେ ଏହି ଘଟଣା ଘଟିଛି। ଏହାପୂର୍ବରୁ ୨ ସପ୍ତାହ ତଳେ ଗୁଆନଜୁଆଟୋ ସହରର ସେଲାୟାରେ ଦୁଇଟି ବାର ଓ ଗୋଟିଏ ହୋଟେଲରେ ବନ୍ଧୁକଧାରୀମାନେ ଗୁଳିମାଡ଼ କରିଥିଲେ। ଏଥିରେ ୮ ଜଣ ମହିଳା ଓ ୩ ଜଣ ପୁରୁଷଙ୍କ ମୃତ୍ୟୁ ଘଟିଥିଲା। ଏବେ ପୁଣି ସ୍କୁଲ ପିଲାଙ୍କୁ ଟାର୍ଗେଟ ଗୁଳିମାଡ଼ ଘଟଣା ସମସ୍ତ ମନରେ ଭୟର ବାତାବରଣ ସୃଷ୍ଟି କରିଛି।
ଅନ୍ୟପକ୍ଷରେ କେଉଁମାନେ ଓ କାହିଁକି ସ୍କୁଲ ପିଲାଙ୍କୁ ଟାର୍ଗେଟ କଲେ, ସେକଥା ଜଣାପଡ଼ିନି। ସୁରକ୍ଷାକର୍ମୀମାନେ ଘଟଣାର ଯାଞ୍ଚ କରୁଥିବାରୁ ବିସ୍ତୃତ ସୂଚନା ମିଳିନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ଫିଲାଡେଲଫିଆର ଦୁଇ ଜଣ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଦୁଇ ଗୋଷ୍ଠୀ ପରସ୍ପରକୁ ନିକଟରେ ଥିବା ବାର ଓ ରେଷ୍ଟୁରାଣ୍ଟ ଭିତରେ ଗୁଳିମାଡ଼ କରିଥିଲେ। ଏଥିରେ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି।
ଦ୍ୱିତୀୟ ଗୁଳିକାଣ୍ଡ ଘଟଣା ଚାଟ୍ଟାନୋଗାରେ ଥିବା ଗୋଟିଏ ବାର ପାଖରେ ଘଟିଛି। ଏଠାରେ ଜଣେ ବ୍ୟକ୍ତି ହଠାତ୍ ଗୁଳିମାଡ଼ କରିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୧୪ ଜଣ ଆହତ ହୋଇଛନ୍ତି। ତୃତୀୟ ଘଟଣାଟି ମିଚଗାନର ସାଗିନୱରେ ଘଟିଛି। ଏଠାରେ ଗୁଳିମାଡ଼ ହେବାରୁ ୩ ଜଣ ପ୍ରାଣ ହରାଇଛନ୍ତି ଓ ୨ ଜଣ ଆହତ ହୋଇଛନ୍ତି।
ଲଗାତର ୩ଟି ଗୁଳିକାଣ୍ଡ ଘଟଣା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ତେବେ କୌଣସି ବି ଗୁଳିକାଣ୍ଡ ଘଟଣାରେ ପୁଲିସ୍ କାହାକୁ ବି ଗିରଫ କରିନି। ଏହାପୂର୍ବରୁ ଟେକ୍ସାସର ଗୋଟିଏ ସ୍କୁଲ, ଟୁଲସାରେ ଥିବା ଗୋଟିଏ ହସ୍ପିଟାଲ ଓ ନ୍ୟୁୟର୍କରେ ଥିବା ମାର୍କେଟରେ ଆତତାୟୀମାନେ ଗୁଳି ଚଳାଇଥିଲେ। ଏଥିରେ ଅନେକ ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି।
ପୁଲିସ୍ କହିଛି ଯେ ରବିବାର ଶତାଧିକ ଲୋକ ଚର୍ଚ୍ଚ ଭିତରେ ଓ ବାହାରେ ଏକତ୍ରୀତ ହୋଇଥିଲେ। ଏହି ସମୟରେ କିଛି ବନ୍ଧୁକଧାରୀ ପହଞ୍ଚି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିସହ ସେମାନେ ବିସ୍ଫୋରଣ ମଧ୍ୟ କରିଛନ୍ତି। ଏହି ଘଟଣାରେ ୫୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲାମାନେ ବି ରହିଛନ୍ତି। ବନ୍ଧୁକଧାରୀମାନେ ଚର୍ଚ୍ଚର ଫାଦରଙ୍କୁ ମଧ୍ୟ ଅପହରଣ କରି ନେଇଛନ୍ତି। ତାଙ୍କୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନ ଚାଲିଛି।
ଘଟଣା ସମ୍ପର୍କରେ ଖବର ପାଇ ସୁରକ୍ଷାକର୍ମୀମାନେ ତୁରନ୍ତ ଚର୍ଚ୍ଚ ନିକଟରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ବନ୍ଧୁକଧାରୀମାନେ ସେଠାରୁ ଖସି ଯିବାକୁ ସକ୍ଷମ ହୋଇଥିବା ଆଉ ଜଣେ ପୁଲିସ୍ ଅଧିକାରୀ କହିଛନ୍ତି।
ଉଦ୍ଧାରକାରୀ ଦଳ ଗୁଳିମାଡ଼ରେ ଆହତ ହୋଇଥିବା ଅନେକ ଲୋକଙ୍କୁ ଦୁଇଟି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ତେବେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଓୱଓ ସହରରେ ଥିବା ସେଣ୍ଟ ଫ୍ରାନସିସ କ୍ୟାଥୋଲିକ୍ରେ ଚର୍ଚ୍ଚରେ ହମଲା ହୋଇଥିବା ଖବର ପାଇ ଓନଡୋର ଗଭର୍ଣ୍ଣର ଆରାକୁନରିନ ସେଠାରେ ପହଞ୍ଚିଥିଲେ।
ସେ ହସ୍ପିଟାଲ ଯାଇ ଆହତଙ୍କୁ ମଧ୍ୟ ଭେଟିଛନ୍ତି। ଆରାକୁନରିନ ଘଟଣାକୁ ନରସଂହାର ବୋଲି କହିବା ସହ ଦେଶରେ ଆଗକୁ ଏପରି ଘଟଣା ଘଟିବ ନାହିଁ ବୋଲି ଦମ୍ଭୋକ୍ତି କରିଛନ୍ତି। କିନ୍ତୁ କିଏ ଓ କାହିଁକି ଚର୍ଚ୍ଚରେ ଏପରି ନରସଂହାର କଲା, ସେ ବିଷୟରେ କିଛି ବି ଜଣାପଡ଼ିନି।