Tokyo Olympics – Odisha Reporter https://odishareporter.in Tue, 17 Aug 2021 16:08:55 +0000 en-US hourly 1 କାଲି ଓଡ଼ିଶା ଆସିବେ ହକି ହିରୋ https://odishareporter.in/odisha/indian-mens-and-womens-hockey-team-will-arrive-at-bhubaneswar-tomorrow-667517 Mon, 16 Aug 2021 15:01:28 +0000 https://odishareporter.in/?p=667517

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାପାନର ରାଜଧାନୀ ଟୋକିଓରେ ଆୟୋଜିତ ଅଲିମ୍ପିକ୍ ଗେମ୍ସରେ ଭାରତୀୟ ପୁରୁଷ ହକି ଟିମ୍ ୪୧ ବର୍ଷର ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟାଇ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ସଫଳତା ପରେ ଭାରତୀୟ ପୁରୁଷ ହକି ଟିମକୁ ଚାରିଆଡ଼ୁ ଶୁଭେଚ୍ଛାରୁ ସୁଅ ଛୁଟୁଛି। ଭାରତୀୟ ହକି ଟିମର ପ୍ରାୟୋଜକ ଥିବା ଓଡ଼ିଶା ମଧ୍ୟ ଏଥିରେ ପଛାଇ ନାହିଁ। ସେହିପରି ମହିଳା ଦଳ ପଦକରୁ ବଞ୍ଚିତ ହୋଇଥିଲେ ହେଁ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ମନ ଜିଣିଛି। […]

The post କାଲି ଓଡ଼ିଶା ଆସିବେ ହକି ହିରୋ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାପାନର ରାଜଧାନୀ ଟୋକିଓରେ ଆୟୋଜିତ ଅଲିମ୍ପିକ୍ ଗେମ୍ସରେ ଭାରତୀୟ ପୁରୁଷ ହକି ଟିମ୍ ୪୧ ବର୍ଷର ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟାଇ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ସଫଳତା ପରେ ଭାରତୀୟ ପୁରୁଷ ହକି ଟିମକୁ ଚାରିଆଡ଼ୁ ଶୁଭେଚ୍ଛାରୁ ସୁଅ ଛୁଟୁଛି। ଭାରତୀୟ ହକି ଟିମର ପ୍ରାୟୋଜକ ଥିବା ଓଡ଼ିଶା ମଧ୍ୟ ଏଥିରେ ପଛାଇ ନାହିଁ। ସେହିପରି ମହିଳା ଦଳ ପଦକରୁ ବଞ୍ଚିତ ହୋଇଥିଲେ ହେଁ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ମନ ଜିଣିଛି। ମଙ୍ଗଳବାର ଉଭୟ ପୁରୁଷ ଓ ମହିଳା ଦଳକୁ ରାଜଧାନୀ ଭୁବନେଶ୍ୱରୀ ସମ୍ବର୍ଦ୍ଧନା ଦିଆଯିବ।

ଆସନ୍ତାକାଲି ଦିନ ୧୧ଟାରେ ଖେଳାଳିମାନେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯିବ। ଏହାପରେ ୨ ଟିମମକୁ ସ୍ୱତନ୍ତ୍ର ବସରେ ହୋଟେଲକୁ ନିଆଯିବ। ଖେଳାଳିଙ୍କୁ ସ୍ୱାଗତ କରିବା ଲାଗି ବଡ଼ ବଡ଼ ପୋଷ୍ଟର ଏୟାରପୋର୍ଟରୁ ଜାଭିୟର ଛକ ଯାଏ ଲଗାଯାଇଛି। ହୋଟେଲରେ କିଛି ଘଣ୍ଟା ବିଶ୍ରାମ ନେବା ପରେ ସଂଧ୍ୟା ୫ଟାରେ କଳିଙ୍ଗ ଷ୍ଟାଡିୟମରେ ଖେଳାଳିଙ୍କ ଫଟୋସୁଟ୍ କରାଯିବ। ସଂଧ୍ୟା ସାଢ଼େ ୬ଟାରେ ଲୋକସେବା ଭବନରେ ସମ୍ବର୍ଦ୍ଧିତ କରିବେ ରାଜ୍ୟ ସରକାର।

ଖେଳାଳିଙ୍କ ରହିବା ଓ ଖାଇବା ଲାଗି ହୋଟେଲ୍ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତ ହୋଇଛି। ଏବେଠାରୁ ହୋଟେଲକୁ ସୁନ୍ଦର ଫୁଲରେ ସଜାଇ ଦିଆଯାଇଛି। ଖେଳାଳିମାନଙ୍କୁ ସେମାନଙ୍କ ମନ ପସନ୍ଦର ଡିସ୍ ଦେବା ଲାଗି ସବୁ ରକମର ଖାଦ୍ୟ ମଧ୍ୟ ପ୍ରସ୍ତୁତ ହୋଇଛି। ଯିଏ ଯାହା ଖାଇବେ, ସେଥିଲାଗି ବିଶେଷ ଭାବେ ଧ୍ୟାନ ଦିଆଯାଇଛି। କରୋନା ଗାଇଡଲାଇନ୍ ଓ ନ୍ୟୁଟ୍ରିସନକୁ ଗୁରୁତ୍ୱ ଦେଇ ମେନ୍ୟୁ ପ୍ରସ୍ତୁତ ହୋଇଛି। ବ୍ରୋଞ୍ଜ୍ ବିଜେତା ପୁରୁଷ ଦଳରେ ଓଡ଼ିଶାର ଅମିତ୍ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ରହିଥିବା ବେଳେ, ମହିଳା ଟିମରେ ଦୀପଗ୍ରେସ୍ ଏକ୍କା ଓ ନମିତା ଟପ୍ପୋ ଅଛନ୍ତି। ଏପରିକି ଓଡ଼ିଶା ଉଭୟ ଦଳର ପ୍ରାୟୋଜକ ରହିଛି।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ୭ ଲୋକ କଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଟୋକିଓ ଅଳିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କୁ ଆପ୍ୟାୟିତ କରିଛନ୍ତି। ସୋମବାର ସକାଳେ ସ୍ୱତନ୍ତ୍ର ବସରେ ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିବା ପରେ କଣ୍ଟିଜେଣ୍ଟର ପ୍ରତ୍ୟେକ ଖେଳାଳିଙ୍କର ଫଟୋସୁଟ୍ କରାଯାଇଥିଲା।

ଏହାପରେ ଖେଳାଳିଙ୍କ ସହ ବ୍ରେକଫାକଷ୍ଟ କରିଥିଲେ ପ୍ରଧାନମନ୍ତ୍ରୀ। ନିଜ ପ୍ରତିଶ୍ରୁତି ରକ୍ଷା କରି ବ୍ୟାଡମିଣ୍ଟନ ତାରକା ତଥା ଟୋକିଓରେ ବ୍ରୋଞ୍ଜ୍ ମେଡାଲ୍ ଜିତିଥିବା ପିଭି ସିନ୍ଧୁଙ୍କ ସହ ଆଇସକ୍ରିମ୍ ଖାଇଥିଲେ ମୋଦି। ଏହା ସହିତ ଜାଭେଲିନରେ ସ୍ୱର୍ଣ୍ଣ ପଦକ ବିଜେତା ନିରଜ ଚୋପ୍ରାଙ୍କୁ ତାଙ୍କର ପ୍ରିୟ ଚୁର୍ମା ଖାଇବାକୁ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି। ହକି ଟିମ୍ ପାଖରେ କିଛି ସମୟ ବିତାଇବା ସହ ନିଜ ଅଟୋଗ୍ରାଫ ଥିବା ହକି ଷ୍ଟିକ୍ ଉପହାର ଦେଇଥିଲେ।

The post କାଲି ଓଡ଼ିଶା ଆସିବେ ହକି ହିରୋ appeared first on Odisha Reporter.

]]>
centre bottom, Tokyo Olympics 2021-08-16 20:31:28 https://cdn.odishareporter.in/wp-content/uploads/2021/08/16202627/mens-hockey.jpg
ଅଲିମ୍ପିକ ସଫଳତା ପରେ ପୁରସ୍କାର ଅର୍ଥରେ ପାତର ଅନ୍ତର https://odishareporter.in/guest-column/huge-difference-in-award-amounts-for-olympic-players-is-not-a-healthy-sign-666641 Fri, 13 Aug 2021 08:22:50 +0000 https://odishareporter.in/?p=666641

ସରଳ କୁମାର ଦାସ ଟୋକିଓ ଅଲିମ୍ପିକରେ ଭାରତ ଗୋଟିଏ ସ୍ୱର୍ଣ୍ଣପଦକ, ଦୁଇଟି ରୌପ୍ୟପଦକ ଓ ଚାରିଟି କାଂସ୍ୟପଦକ ଏହିପରି ସମୁଦାୟ ୭ଟି ପଦକ ଜିତିବା ପରେ ଦେଶରେ ସ୍ୱାଭାବିକ ଭାବେ ଖୁସିର ଲହରୀ ଖେଳି ଯାଇଛି। ପଦକ ତାଲିକାରେ ଭାରତ ନିରାଶାଜନକ ଭାବେ ୪୮ଶ ସ୍ଥାନରେ ଥିଲେ ବି ଏହି ଖୁସିର ମୁଖ୍ୟତଃ ତିନିଟି କାରଣ ହେଲା- ଭାରତ ୨୦୧୨ରେ ପାଇଥିବା ସର୍ବୋଚ୍ଚ ୬ଟି ପଦକକୁ ଟପି ଏଥର ଆଉ ଗୋଟିଏ ଅଧିକ ପଦକ ପାଇବା, ସ୍ୱାଧୀନତା […]

The post ଅଲିମ୍ପିକ ସଫଳତା ପରେ ପୁରସ୍କାର ଅର୍ଥରେ ପାତର ଅନ୍ତର appeared first on Odisha Reporter.

]]>
  • ସରଳ କୁମାର ଦାସ

ଟୋକିଓ ଅଲିମ୍ପିକରେ ଭାରତ ଗୋଟିଏ ସ୍ୱର୍ଣ୍ଣପଦକ, ଦୁଇଟି ରୌପ୍ୟପଦକ ଓ ଚାରିଟି କାଂସ୍ୟପଦକ ଏହିପରି ସମୁଦାୟ ୭ଟି ପଦକ ଜିତିବା ପରେ ଦେଶରେ ସ୍ୱାଭାବିକ ଭାବେ ଖୁସିର ଲହରୀ ଖେଳି ଯାଇଛି। ପଦକ ତାଲିକାରେ ଭାରତ ନିରାଶାଜନକ ଭାବେ ୪୮ଶ ସ୍ଥାନରେ ଥିଲେ ବି ଏହି ଖୁସିର ମୁଖ୍ୟତଃ ତିନିଟି କାରଣ ହେଲା- ଭାରତ ୨୦୧୨ରେ ପାଇଥିବା ସର୍ବୋଚ୍ଚ ୬ଟି ପଦକକୁ ଟପି ଏଥର ଆଉ ଗୋଟିଏ ଅଧିକ ପଦକ ପାଇବା, ସ୍ୱାଧୀନତା ପ୍ରାପ୍ତିର ଏତେ ବର୍ଷ ପରେ ଭାରତକୁ ପ୍ରଥମ କରି ନୀରଜ ଚୋପ୍ରାଙ୍କ ଜାଭେଲିନ ଥ୍ରୋ’ରେ ସ୍ୱର୍ଣ୍ଣପଦକ ମିଳିବା ଜରିଆରେ ଆଥଲେଟିକସରେ ସ୍ୱର୍ଣ୍ଣପଦକ ମିଳିବା ଓ ହକି ଖେଳରେ ଦୀର୍ଘ ୪୧ ବର୍ଷ ପରେ ପଦକ ମିଳିବା। ପଦକ ବିଜେତାମାନଙ୍କୁ ବିଭିନ୍ନ ଭାବେ ସମ୍ୱର୍ଦ୍ଧିତ ଓ ପୁରସ୍କୃତ କରାଯାଉଥିଲେ ବି ସ୍ୱାଭାବିକ ଭାବେ ସର୍ବାଧିକ ଧ୍ୟାନ ସ୍ୱର୍ଣ୍ଣପଦକ ବିଜୟୀ ନୀରଜ ଚୋପ୍ରାଙ୍କ ଉପରେ କେନ୍ଦ୍ରିତ ହେଉଛି। ତେବେ ପ୍ରଶ୍ନ ଉଠୁଛି ଖେଳାଳୀମାନଙ୍କୁ ପୁରସ୍କୃତ ଓ ସମ୍ମାନିତ କଲା ବେଳେ ଜାଣତ ବା ଅଜାଣତରେ ସେମାନଙ୍କ ପ୍ରତି ପାତର ଅନ୍ତର ହୋଇଯାଉଛି କି? ଖେଳାଳୀମାନଙ୍କୁ ପୁରସ୍କୃତ କରିବା ଲାଗି ଦେଶରେ ଏକ ଅଧିକ ନ୍ୟାୟସଙ୍ଗତ ଓ ଯୁକ୍ତିସଙ୍ଗତ ପୁରସ୍କାର ନୀତି ଅନୁସୃତ ହେବା ଉଚିତ କି? ଏଥିପାଇଁ ଟୋକିଓ ଅଲିମ୍ପିକ ପଦକ ବିଜେତାଙ୍କୁ କି ଭଳି ପୁରସ୍କାର ପ୍ରଦାନ କରାଯାଇଛି ତାହା ଜାଣିବା ଆବଶ୍ୟକ।

ଭାରତର ଏକମାତ୍ର ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ଉପରେ ଏକ ପ୍ରକାର ପୁରସ୍କାରର ବର୍ଷା ହେବାରେ ଲାଗିଛି। ତାଙ୍କୁ ହରିଆଣା ସରକାରଙ୍କ ଘୋଷିତ ନୀତି ଅନୁଯାୟୀ ୬ କୋଟି ଟଙ୍କା, ଗୋଟିଏ କ୍ଲାସ ୱାନ ଚାକିରୀ ଓ ଅଧା ଦାମରେ ଗୋଟେ ପ୍ଲଟ ମିଳିବ। ଚୋପ୍ରାଙ୍କ ପରିବାର ମୂଳତଃ ପଞ୍ଜାବରୁ ହୋଇଥିବାରୁ ପଞ୍ଜାବ ସରକାର ତାଙ୍କୁ ୨.୫୧ କୋଟି ଟଙ୍କା ପୁରସ୍କାର ଦେବେ। ସେହିପରି ମଣିପୁର ସରକାର ୧ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ତେଣୁ ସରକାରୀ ଭାବେ ସେ ୯.୫୧ କୋଟି ଟଙ୍କା ପାଇବେ। ଏହାଛଡ଼ା ଇଣ୍ଡିଆନ ଅଲିମ୍ପିକ ଆସୋସିଏସନ (ଆଇଓଏ) ୭୫ ଲକ୍ଷ ଟଙ୍କା, ବିସିସିଆଇ ୧ କୋଟି ଟଙ୍କା, ଆଇପିଏଲର ଚେନ୍ନାଇ ସୁପର କିଙ୍ଗସ ୧ କୋଟି ଟଙ୍କା, ବାଇଜୁଜ୍ କମ୍ପାନୀ ୨ କୋଟି ଟଙ୍କା, ଗୁରୁଗ୍ରାମସ୍ଥିତ ରିଏଲ ଇଷ୍ଟେଟ କମ୍ପାନୀ ଏଲାନ ଗ୍ରୁପ ୨୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରି ସାରିଛନ୍ତି। ଏତଦଭିନ୍ନ ମହିନ୍ଦ୍ର ଆଣ୍ଡ ମହିନ୍ଦ୍ର କମ୍ପାନୀ ତରଫରୁ ପ୍ରାୟ ୨୦ ଲକ୍ଷ ଟଙ୍କା ମୂଲ୍ୟର ଏକ ଏକସୟୁଭି ୭୦୦ ଗାଡ଼ି ଓ ଇଣ୍ଡିଗୋ ଏୟାରଲାଇନସ ତରଫରୁ ବର୍ଷକ ପାଇଁ ମାଗଣା ଅସୀମ ଉଡ଼ାଣ ସୁବିଧା ପ୍ରଦାନ କରାଯିବ। ତାଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ମଧ୍ୟ ଅନେକ ଛୋଟ ବଡ଼ ପୁରସ୍କାର ଦିଆଯାଉଛି। ଏ ସବୁ ପୁରସ୍କାରର ସାମଗ୍ରିକ ମୂଲ୍ୟ ପ୍ରାୟ ୧୫ କୋଟି ଟଙ୍କା ହେବ।

ଭାରତ ପାଇଁ ଭାରୋତ୍ତଳନରେ ପ୍ରଥମ ରୌପ୍ୟ ପଦକ ହାସଲ କରିଥିବା ମଣିପୁରର ମୀରାବାଇ ଚାନୁଙ୍କୁ ରେଳବାଇ ୨ କୋଟି ଟଙ୍କା, ମଣିପୁର ସରକାର ୧ କୋଟି ଟଙ୍କା, ଆଇଓଏ ୪୦ ଲକ୍ଷ ଟଙ୍କା, ବିସିସିଆଇ ୫୦ ଲକ୍ଷ ଟଙ୍କା, ବାଇଜୁଜ୍ ୧ କୋଟି ଟଙ୍କା ପ୍ରଦାନ କରିବେ ଓ ସେ ଏହିପରି ମୋଟ ୪ କୋଟି ୯୦ ଲକ୍ଷ ଟଙ୍କା ପାଇବେ। କୁସ୍ତି ଖେଳରେ ଭାରତର ଅନ୍ୟତମ ରୌପ୍ୟପଦକ ବିଜେତା ହରିଆଣାର ରବି ଦହିଆଙ୍କୁ ହରିଆଣା ସରକାର ୪ କୋଟି ଟଙ୍କା, ଆଇଓଏ ୪୦ ଲକ୍ଷ ଟଙ୍କା, ବିସିସିଆଇ ୫୦ ଲକ୍ଷ ଟଙ୍କା, ବାଇଜୁଜ୍ ୧ କୋଟି ଟଙ୍କା ଏହିପରି ମୋଟ ୫ କୋଟି ୯୦ ଲକ୍ଷ ଟଙ୍କା ଦେଉଛନ୍ତି।

ଆନ୍ଧ୍ର ପ୍ରଦେଶର ପି. ଭି. ସିନ୍ଧୁ ବ୍ୟାଡମିଣ୍ଟନରେ କାଂସ୍ୟ ପଦକ ପାଇଥିବାରୁ ତାଙ୍କୁ ଆନ୍ଧ୍ର ପ୍ରଦେଶ ସରକାର ୩୦ ଲକ୍ଷ ଟଙ୍କା, ଆଇଓସି ୨୫ ଲକ୍ଷ ଟଙ୍କା, ବିସିସିଆଇ ୨୫ ଲକ୍ଷ ଟଙ୍କା ଓ ବାଇଜୁଜ ୧ କୋଟି ଟଙ୍କା ଏହିପରି ମୋଟ ୧.୮୦ କୋଟି ଟଙ୍କା ଦେଇଥିବା ବେଳେ ଆସାମର ଲଭଲିନା ବୋରଗୋହାଇଁ ମୁଷ୍ଟିଯୁଦ୍ଧରେ କାଂସ୍ୟ ପଦକ ପାଇଥିବାରୁ ତାଙ୍କୁ ଆସାମ ସରକାର ୫୦ ଲକ୍ଷ ଟଙ୍କା, ଆଇଓସି ୨୫ ଲକ୍ଷ ଟଙ୍କା, ବିସିସିଆଇ ୨୫ ଲକ୍ଷ ଟଙ୍କା ଓ ବାଇଜୁଜ୍ ୧ କୋଟି ଟଙ୍କା, ଆସାମ କଂଗ୍ରେସ ୩ ଲକ୍ଷ ଟଙ୍କା ଏହିପରି ମୋଟ ୨.୦୩ କୋଟି ଟଙ୍କା ପ୍ରଦାନ କରିବେ। ଭାରତ ପାଇଁ କୁସ୍ତିରେ କାଂସ୍ୟ ପଦକ ହାସଲ କରିଥିବା ହରିଆଣାର ବଜରଙ୍ଗ ପୁନିଆଙ୍କୁ ହରିଆଣା ସରକାର ୨.୫ କୋଟି ଟଙ୍କା, ଆଇଓସି ୨୫ ଲକ୍ଷ ଟଙ୍କା, ବିସିସିଆଇ ୨୫ ଲକ୍ଷ ଟଙ୍କା ଓ ବାଇଜୁଜ୍ ୧ କୋଟି ଟଙ୍କା ଏହିପରି ମୋଟ ୪ କୋଟି ଟଙ୍କା ଦେବେ।

କାଂସ୍ୟପଦକ ବିଜେତା ଭାରତୀୟ ପୁରୁଷ ହକି ଦଳରେ ସମୁଦାୟ ୧୯ ଜଣ ଖେଳାଳୀ ଥିଲେ ଓ ଆଇଓସି ତରଫରୁ ପ୍ରତ୍ୟେକଙ୍କୁ ୨୫ ଲକ୍ଷ ଟଙ୍କା କରି ମିଳିବ। ହକି ଦଳକୁ ବିସିସିଆଇ ତରଫରୁ ୧.୨୫ କୋଟି ଟଙ୍କା ଓ ବାଇଜୁଜ ତରଫରୁ ୧ କୋଟି ଟଙ୍କା ପ୍ରଦାନ କରାଯିବା କଥା ଘୋଷଣା କରାଯାଇଛି। ଦଳର ସବୁ ଖେଳାଳୀଙ୍କ ମଧ୍ୟରୁ କେବଳ ପଞ୍ଜାବରୁ ୧୧ ଜଣ, ମନପ୍ରୀତ ସିଂହ, ରୁପିନ୍ଦର ପାଲ ସିଂହ, ହରମାନପ୍ରୀତ ସିଂହ, ହାର୍ଦ୍ଦିକ ସିଂହ, ଶାମଶେର ସିଂହ, ମନଦୀପ ସିଂହ, ଦିଲପ୍ରୀତ ସିଂହ, ଗୁରଜନ୍ତ ସିଂହ, ବରୁଣ କୁମାର, ସିମ୍ରନଜିତ ସିଂହ, କ୍ରିଷନ ପାଠକ ଥିଲେ। ଏମାନଙ୍କୁ ପ୍ରତ୍ୟେକଙ୍କୁ ପଞ୍ଜାବ ସରକାର ୨.୫୧ କୋଟି ଟଙ୍କା ଲେଖାଏଁ ଦେବେ। ଓଡ଼ିଶାର ୨ ଜଣ ଖେଳାଳୀ, ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ପ୍ରତ୍ୟେକଙ୍କୁ ଓଡ଼ିଶା ସରକାର ୨.୫ କୋଟି ଟଙ୍କା ଲେଖାଏଁ, ହରିଆଣାର ୨ ଜଣ, ସୁରେନ୍ଦର କୁମାର, ସୁମିତ କୁମାରଙ୍କୁ ହରିଆଣା ସରକାର ୨.୫ କୋଟି ଟଙ୍କା ଲେଖାଏଁ ପ୍ରଦାନ କରିବେ। ମଧ୍ୟପ୍ରଦେଶ ସରକାର ବିବେକ ସାଗର ପ୍ରସାଦ ଓ ନୀଳକଣ୍ଠ ଶର୍ମାଙ୍କୁ ୧ କୋଟି ଟଙ୍କା ଲେଖାଁଏ ଦେବେ। ତେବେ ନୀଳକଣ୍ଠ ଶର୍ମା ମଣିପୁରର ଅଧିବାସୀ ହୋଇଥିବାରୁ ମଣିପୁର ସରକାର ତାଙ୍କୁ ୭୫ ଲକ୍ଷ ଟଙ୍କା ଦେବେ। ତେଣୁ ସେ ମୋଟ ୧.୭୫ କୋଟି ଟଙ୍କା ପାଇବେ। ଉତ୍ତର ପ୍ରଦେଶର ଲଳିତ ଉପାଧ୍ୟାୟଙ୍କୁ ରାଜ୍ୟ ସରକାର ୧ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି। କେରଳର ପି. ଆର. ଶ୍ରୀଜେଶଙ୍କୁ କେରଳ ସରକାର ୧ କୋଟି ଟଙ୍କାର ଅର୍ଥ ପୁରସ୍କାର ପ୍ରଦାନ କରିବେ। ଇତିମଧ୍ୟରେ କେରଳର ଦୁବାଇଠାରେ ରହୁଥିବା ଜଣେ ଏନଆରଆଇ ମଧ୍ୟ ଶ୍ରୀଜେଶଙ୍କୁ ୧ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଗୋଟିଏ ଦଳର ଖେଳାଳିମାନେ ସମାନ ଦଳଗତ ସଫଳତା ପାଇଁ ଏଭଳି କମ୍‌ବେଶି ପୁରସ୍କାର ରାଶି ପାଇବା ସ୍ୱତଃ କିଛି ପ୍ରଶ୍ନ ସୃଷ୍ଟି କରେ। ସବୁ ଖେଳାଳୀ ତ ଭାରତ ପାଇଁ ଖେଳୁଥିଲେ କେହି କ’ଣ ହରିଆଣା, ପଞ୍ଜାବ, ଓଡ଼ିଶା ବା କେରଳର ହୋଇ ଖେଳୁଥିଲେ କି? ତେଣୁ ଏକା ଦଳରେ ଖେଳି ଜଣେ ଅଢ଼େଇ କୋଟି ଟଙ୍କା ପାଇଲା ବେଳକୁ ଆଉ ଜଣେ ୧ କୋଟି ଟଙ୍କା ପାଇବା କେତେ ଦୂର ନ୍ୟାୟସଙ୍ଗତ ଓ ଯୁକ୍ତିଯୁକ୍ତ?

ଘୋଷିତ ପୁରସ୍କାର ରାଶିରୁ ସବୁ ଅର୍ଥ ଯେ ପଦକ ବିଜେତାଙ୍କ ହାତକୁ ଯିବ, ତାହା ନୁହେଁ। ଆୟକର ଆଇନର ଧାରା ୧୦(୧୭କ) ଅନୁଯାୟୀ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଅଲିମ୍ପିକ, ଏସିଆନ ଗେମସ ଓ କମନୱେଲଥ ଗେମସର ପଦକ ବିଜେତାଙ୍କୁ ପ୍ରଦାନ କରା ଯାଉଥିବା ପୁରସ୍କାର ରାଶି କରମୁକ୍ତ ହୋଇଥାଏ। ଅର୍ଥାତ୍, ନୀରଜଙ୍କ କ୍ଷେତ୍ରରେ ସେ ହରିଆଣା, ପଞ୍ଜାବ ଓ ମଣିପୁର ସରକାରଙ୍କ ନିକଟରୁ ପାଉଥିବା ୯.୫୧ କୋଟି ଟଙ୍କା କରମୁକ୍ତ ହୋଇଥିଲା ବେଳେ, ବିସିସିଆଇ ସମେତ ଅନ୍ୟମାନଙ୍କଠାରୁ ମିଳୁଥିବା ପ୍ରାୟ ୫ କୋଟି ଟଙ୍କାର ପୁରସ୍କାର ରାଶି ଓ ଉପହାର ଉପରେ ଆୟକର ଦେବେ।

ଅଲିମ୍ପିକ ଖେଳର ପ୍ରତିଟି ଇଭେଣ୍ଟରେ ପ୍ରଥମ ତିନିଟି ସ୍ଥାନ ଅଧିକାର କରିଥିବା ଖେଳାଳୀଙ୍କୁ ଯଥାକ୍ରମେ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ମିଳିଥାଏ। ପ୍ରଥମ ଆଠଟି ସ୍ଥାନରେ ଥିବା ଖେଳାଳୀଙ୍କୁ ଏକ ଡିପ୍ଲୋମା (ସାର୍ଟିଫିକେଟ) ଦିଆ ଯାଇଥାଏ। ଅଲିମ୍ପିକ ଖେଳର ପଦକ ବିଜେତାଙ୍କୁ ଖେଳର ଆୟୋଜକ ଇଣ୍ଟରନ୍ୟାସନାଲ ଅଲିମ୍ପିକ କମିଟି (ଆଇଓସି) ତରଫରୁ କୌଣସି ଅର୍ଥ ରାଶି ପ୍ରଦାନ କରା ଯାଇ ନ ଥାଏ। ତା’ ଛଡ଼ା ଅଲିମ୍ପିକ ଚାର୍ଟରର ନିୟମ ୪୦ ଅନୁଯାୟୀ ଆଇଓସି ପରିଚାଳନା ବୋର୍ଡର ବିନାନୁମତିରେ ଅଲିମ୍ପିକ ଖେଳରେ ଭାଗ ନେଉଥିବା କୌଣସି ଖେଳାଳୀ, କୋଚ, ପ୍ରଶିକ୍ଷକ ବା ଅଧିକାରୀ ଅଲିମ୍ପିକ ଖେଳ ଚାଲିଥିବା ସମୟରେ ନିଜକୁ, ସେମାନଙ୍କ ନାମ, ଛବି, ପ୍ରଦର୍ଶନ ଆଦି ବିଜ୍ଞାପିତ କରି ପାରିବେ ନାହିଁ। ତେଣୁ ଖେଳାଳୀମାନେ ପ୍ରାୟୋଜନ ବାବଦ ହେଉଥିବା ଆୟରୁ ବଞ୍ଚିତ ହୋଇଥାଆନ୍ତି। ଖେଳାଳୀମାନଙ୍କର ହେଉଥିବା ଏହି ଅନୁମାନିତ କ୍ଷତିକୁ କିଛି ଦେଶ ଖେଳ ସମାପ୍ତ ହେବା ପରେ ବୋନସ ବା ପୁରସ୍କାର ଆକାରରେ ଆଂଶିକ ଭରଣା କରିବାକୁ ଚେଷ୍ଟା କରିଥାଆନ୍ତି।

୧୩୫ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତରେ ଅଲିମ୍ପିକରେ ୭ଟି ପଦକ ଲାଭ ପରେ ଯେଉଁ ଉନ୍ମାଦନା ପ୍ରକାଶ ପାଇଛି, ଭାରତଠାରୁ ଯଥେଷ୍ଟ ଅଧିକ ପଦକ ପାଇଥିବା ଅନେକ ଛୋଟ ବଡ଼ ଦେଶରେ ସେହି ଉନ୍ମାଦନା ପରିଲକ୍ଷିତ ହୋଇନାହିଁ। ଏପରିକି ଅନେକ ଦେଶରେ ସେମାନଙ୍କୁ ବିଶେଷ ଭାବେ ସମ୍ୱର୍ଦ୍ଧିତ ଓ ପୁରସ୍କୃତ କରିବାର ବି ବ୍ୟବସ୍ଥା ନାହିଁ। ଚଳିତ ବର୍ଷ ଅଲିମ୍ପିକ ଖେଳ ପରେ ବିଭିନ୍ନ ଦେଶର ପଦକ ବିଜେତାଙ୍କୁ ସେମାନଙ୍କ ଦେଶରେ କି ଭଳି ପୁରସ୍କୃତ କରାଯାଇଛି ତାହା ଅନୁଧ୍ୟାନ କରାଯାଉ। ବ୍ରିଟେନ, ନିଉଜିଲାଣ୍ଡ, ନରୱେ, ସ୍ୱିଡେନ ଭଳି କିଛି ଦେଶରେ ପଦକ ବିଜେତାଙ୍କୁ ଆଦୌ କୌଣସି ପୁରସ୍କାର ବା ଉପହାର ପ୍ରଦାନ କରା ଯାଇନାହିଁ। ଖେଳାଳୀମାନଙ୍କୁ ସର୍ବନିମ୍ନ ପୁରସ୍କାର ରାଶି ଦେଉଥିବା ଦେଶଙ୍କ ମଧ୍ୟରେ ଅଷ୍ଟ୍ରେଲିଆ ସ୍ୱର୍ଣ୍ଣ ପାଇଁ ମାତ୍ର ୧୫,୦୦୦ ଡଲାର (ପ୍ରାୟ ୧୧ ଲକ୍ଷ ଟଙ୍କା), କାଂସ୍ୟପଦକ ପାଇଁ ୭,୦୦୦ ଡଲାର (ପ୍ରାୟ ୫ ଲକ୍ଷ) ଟଙ୍କା ଦେଇଥାଏ। ସେହିପରି କାନାଡ଼ା ମାତ୍ର ୮,୦୦୦ରୁ 1୧୬,୦୦୦ ଡଲାର ପୁରସ୍କାର ଦେଇଥାଏ। ଏପରିକି ଆମେରିକା ଭଳି ଏକ ଧନୀ ଦେଶରେ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୩୭,୫୦୦ ଡଲାର (ପ୍ରାୟ ୨୭ ଲକ୍ଷ ଟଙ୍କା), ରୌପ୍ୟ ପଦକ ବିଜେତାଙ୍କୁ ୨୨,୫୦୦ ଡଲାର (୧୬ ଲକ୍ଷ ଟଙ୍କା), କାଂସ୍ୟ ପଦକ ବିଜେତାଙ୍କୁ ୧୫,୦୦୦ ଡଲାର (ପ୍ରାୟ ୧୧ ଲକ୍ଷ ଟଙ୍କା) ମିଳିଥାଏ। ଚୀନ ପୁରସ୍କାର ଆକାରରେ କେତେ ରାଶି ଦେଉଛି ତାହା ଘୋଷଣା କରି ନ ଥିଲେ ବି ବେଜିଂ ଅଲିମ୍ପିକ (୨୦୦୮)ରେ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୫୧,୦୦୦ ଡଲାର (ପ୍ରାୟ ୩୭ ଲକ୍ଷ ଟଙ୍କା) ଦିଆ ଯାଇଥିଲା। ଏବେ ସେହି ରାଶିକୁ କମ କରି ଦିଆ ଯାଇଥିବାର ସୂଚନା ମିଳେ। ଏପରିକି ଜାପାନ ଓ ବ୍ରାଜିଲ ସ୍ୱର୍ଣ୍ଣପଦକ ପାଇଁ ଯଥାକ୍ରମେ ମାତ୍ର ୪୫,୦୦୦ ଡଲାର ଓ ୪୯,୦୦୦ ଡଲାର ପୁରସ୍କାର ଆକାରରେ ଦେଇଥାଆନ୍ତି। କିଛି ଛୋଟ ଛୋଟ ଦେଶ ଅଧିକ ରାଶିର ବୋନସ ଦେଉଛନ୍ତି। ଯେମିତି ସିଙ୍ଗାପୁର ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୭,୩୮,୦୦୦ ଡଲାର (୫ କୋଟି ଟଙ୍କାରୁ ଊର୍ଦ୍ଧ୍ୱ), ହଂକଂ ସ୍ୱର୍ଣ୍ଣପଦକ ବିଜେତାଙ୍କୁ ୬,୪୩,୦୦୦ ଡଲାର, ତାଇୱାନ ସ୍ୱର୍ଣ୍ଣ ପଦକ ପାଇଁ ୭,୧୯,୦୦୦ ଡଲାର (ପ୍ରାୟ ୫ କୋଟି), ଇଣ୍ଡୋନେସିଆ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୩,୪୬,୦୦୦ ଡଲାର (ପ୍ରାୟ ୨.୫ କୋଟି ଟଙ୍କା) ପୁରସ୍କାର ଦେଉଛନ୍ତି। ସେହିପରି ତୁର୍କି ସ୍ୱର୍ଣ୍ଣ ପଦକ ପାଇଁ ୩,୮୦,୦୦୦ ଡଲାର (ପ୍ରାୟ ୨.୭୫ କୋଟି ଟଙ୍କା), ଇଟାଲି ସ୍ୱର୍ଣ୍ଣ ପଦକ ପାଇଁ ୨,୧୨,୦୦୦ ଡଲାର (ପ୍ରାୟ ୧.୫ କୋଟି ଟଙ୍କା) ଦେଉଛି ଓ ସ୍ପେନ ସ୍ୱର୍ଣ୍ଣ ପଦକ ପାଇଁ ୧,୧୦,୦୦୦ ଡଲାର ଦେବେ।

ଭାରତରେ ହରିଆଣା ଓ ଓଡ଼ିଶା ରାଜ୍ୟ ସରକାର ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୬ କୋଟି ଟଙ୍କା, ରୌପ୍ୟପଦକ ପାଇଁ ୪ କୋଟି ଟଙ୍କା ଓ କାଂସ୍ୟପଦକ ପାଇଁ ୨.୫ କୋଟି ଟଙ୍କା ଲେଖାଏଁ ପୁରସ୍କାର ଦେବା ଲାଗି ଘୋଷଣା କରିଥିଲେ, ଯାହା ବିଶ୍ୱର ଯେ କୌଣସି ଦେଶ ଦ୍ୱାରା ଘୋଷିତ ପୁରସ୍କାର ରାଶି ତୁଳନାରେ ଯଥେଷ୍ଟ ଅଧିକ। ଖେଳାଳୀମାନଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କାର ପ୍ରଦାନ କରାଯିବା ଉଚିତ। ତେବେ ଓଡ଼ିଶା ଭଳି ଏକ ଗରିବ ରାଜ୍ୟ ଅନ୍ୟ ବିତ୍ତଶାଳୀ ଦେଶମାନଙ୍କ ତୁଳନାରେ ବି ଅଧିକ ରାଶିର ପୁରସ୍କାର ଦେବାର ଯୌକ୍ତିକତା, କ’ଣ ତାହା ବୁଝି ହେଉନାହିଁ। ଅର୍ଥାତ୍, ୬ କୋଟି କାହିଁକି, ୧ କୋଟି ଟଙ୍କା ବା ୧୦ କୋଟି ଟଙ୍କା କାହିଁକି ନୁହେଁ? ତା’ ଛଡ଼ା ରାଜ୍ୟ-ରାଜ୍ୟ ମଧ୍ୟରେ ଥିବା ପୁରସ୍କାର ନୀତିରେ ଯଥେଷ୍ଟ ତାରତମ୍ୟ ରହିଛି। ଉଦାହରଣ ସ୍ୱରୂପ ଆନ୍ଧ୍ର ପ୍ରଦେଶର ନୀତି ଅନୁଯାୟୀ ବ୍ୟାଡ଼ମିଣ୍ଟନରେ କାଂସ୍ୟ ପୁରସ୍କାର ବିଜେତା ପି. ଭି. ସିନ୍ଧୁଙ୍କୁ ମାତ୍ର ୩୦ ଲକ୍ଷ ଟଙ୍କା ପୁରସ୍କାର ମିଳିଥିଲା ବେଳେ କୁସ୍ତିରେ କାଂସ୍ୟପଦକ ବିଜେତା ବଜରଙ୍ଗ ପୁନିଆଙ୍କୁ ହରିଆଣାର ନୀତି ଅନୁଯାୟୀ ୨.୫ କୋଟି ଟଙ୍କା ମିଳିବ। ମଣିପୁରର ନୀତି ଅନୁଯାୟୀ ଭାରୋତ୍ତଳନରେ ରୌପ୍ୟ ପଦକ ପାଇଥିବା ମୀରାବାଇ ଚାନୁ ୧ କୋଟି ଟଙ୍କା ପୁରସ୍କାର ପାଇଥିବା ବେଳେ କୁସ୍ତିରେ ସେହି ଏକା ରୌପ୍ୟପଦକ ପ୍ରାପ୍ତ ହରିଆଣାର ରବି ଦହିଆଙ୍କୁ ୪ କୋଟି ଟଙ୍କା ମିଳିଛି। ହକି ଖେଳାଳୀମାନେ ପାଇଥିବା ରାଶିରେ ଥିବା ତାରତମ୍ୟ କଥା ତ ବର୍ଣ୍ଣିତ ହୋଇଛି। ତା’ର ଏକ ଦୁଃଖଦାୟକ ଉଦାହରଣ ହେଉଛି, ଦଳରେ ଅତିରିକ୍ତ ଗୋଲରକ୍ଷକ ଥିବା ପଞ୍ଜାବର କ୍ରିଷନ ପାଠକ ୨.୫୧ କୋଟି ଟଙ୍କା ପୁରସ୍କାର ପାଇଥିଲା ବେଳେ ଭାରତର ପଦକ ବିଜୟରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ମୁଖ୍ୟ ଗୋଲରକ୍ଷକ ଶ୍ରୀଜେଶଙ୍କୁ ମାତ୍ର ୧ କୋଟି ଟଙ୍କା ପୁରସ୍କାର ମିଳିଛି। ଏପରିକି ଭାରତୀୟ ମହିଳା ହକି ଦଳ ଚତୁର୍ଥ ସ୍ଥାନରେ ରହି କୌଣସି ପଦକ ପାଇ ନ ଥିଲେ ବି ଦଳର ଖେଳାଳୀଙ୍କୁ ପଞ୍ଜାବ, ହରିଆଣା, ଓଡ଼ିଶା ସରକାର ୫୦ ଲକ୍ଷ ଟଙ୍କା କରି ଦେଇଥିବା ବେଳେ କାଂସ୍ୟ ପଦକ ବିଜେତା ସିନ୍ଧୁଙ୍କୁ ୩୦ ଲକ୍ଷ ଟଙ୍କା ମିଳିଛି।

ତେଣୁ ଭିନ୍ନ ଭିନ୍ନ ରାଜ୍ୟରେ ପ୍ରଚଳିତ ପୁରସ୍କାର ନୀତିରେ ଖେଳାଳୀମାନଙ୍କ ପ୍ରତି ପାତର ଅନ୍ତର ହେବାର ଆଶଙ୍କା ରହୁଛି, ଯାହା ସେମାନଙ୍କୁ ଉତ୍ସାହିତ କରିବା ପରିବର୍ତ୍ତେ ଦୁଃଖିତ ଓ ହତୋତ୍ସାହିତ କରିବାର ଆଶଙ୍କା ରହିଛି। ପ୍ରତ୍ୟେକ ଖେଳାଳୀ ଦେଶକୁ ପ୍ରତିନିଧିତ୍ୱ କରୁଥିବାରୁ କେବଳ କେନ୍ଦ୍ର ସରକାର ହିଁ ଖେଳାଳୀମାନଙ୍କୁ ଅର୍ଥ ପୁରସ୍କାର ପ୍ରଦାନ କରିବା ଉଚିତ ଓ ରାଜ୍ୟଗୁଡିକ ଅର୍ଥ ପୁରସ୍କାର ଦେବାରୁ ନିବୃତ୍ତ ରହିବା ଆବଶ୍ୟକ। ରାଜ୍ୟଗୁଡିକ ପ୍ରୋତ୍ସାହିତ କରିବା ପାଇଁ କ୍ରୀଡ଼ାବିଦଙ୍କୁ ଚାକିରୀ ପ୍ରଦାନ ଓ ଉପହାର ଆକାରରେ ଜମି, ଘର ଇତ୍ୟାଦି ପ୍ରଦାନ କରି ପାରନ୍ତି। ଏଥିପାଇଁ ଦେଶରେ ସାହିତ୍ୟ, କଳା, ସଂସ୍କୃତି, ବିଜ୍ଞାନ ଆଦି ବିଭିନ୍ନ କ୍ଷେତ୍ରରେ ଦିଆ ଯାଉଥିବା ପୁରସ୍କାର ରାଶି ସହ ସନ୍ତୁଳନ ରକ୍ଷା କରି ଖେଳ ପାଇଁ ଏକ ନ୍ୟାୟସଙ୍ଗତ ଓ ଯୁକ୍ତିସଙ୍ଗତ କ୍ରୀଡ଼ା ପୁରସ୍କାର ନୀତି ପ୍ରଣୟନ ହେବା ବିଧେୟ।

ଉଦାହରଣ ସ୍ୱରୂପ, କେନ୍ଦ୍ର ସରକାରଙ୍କ ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରତିବର୍ଷ ବିଭିନ୍ନ ଭାଷାର ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରଦତ୍ତ ସର୍ବୋଚ୍ଚ ପୁରସ୍କାର ରାଶି ମାତ୍ର ୧ ଲକ୍ଷ ଟଙ୍କା।  ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସଙ୍ଗୀତ, ନୃତ୍ୟ, ନାଟକ ଆଦି କ୍ଷେତ୍ରରେ କଳାକାର, ଗୁରୁ ଓ ବିଶାରଦମାନଙ୍କୁ ଦିଆ ଯାଉଥିବା ପୁରସ୍କାରର ରାଶି ମାତ୍ର ୧ ଲକ୍ଷ ଟଙ୍କା ହୋଇଥିଲା ବେଳେ ଏହା ଦ୍ୱାରା ପ୍ରଦତ୍ତ ସର୍ବୋଚ୍ଚ ଫେଲୋସିପର ପୁରସ୍କାର ରାଶି ମାତ୍ର ୩ ଲକ୍ଷ ଟଙ୍କା। ସିନେମା କ୍ଷେତ୍ରରେ ସର୍ବୋଚ୍ଚ ଦାଦାସାହେବ ଫାଲକେ ପୁରସ୍କାର ବାବଦରେ ମାତ୍ର ୧୦ ଲକ୍ଷ ଟଙ୍କା ଦିଆ ଯାଇଥାଏ। ସର୍ବଶ୍ରେଷ୍ଠ ସିନେମା ପାଇଁ ଦିଆ ଯାଉଥିବା ସ୍ୱର୍ଣ୍ଣକମଳ ପୁରସ୍କାରରେ ମାତ୍ର ୨.୫ ଲକ୍ଷ ଟଙ୍କା ପ୍ରଦାନ କରାଯାଏ। ଦେଶରେ ବିଜ୍ଞାନ ପାଇଁ ସର୍ବଶ୍ରେଷ୍ଠ ପୁରସ୍କାରର ରାଶି ମାତ୍ର ୨୫ ଲକ୍ଷ ଟଙ୍କା। ଏପରିକି ଅନେକ ସମୟରେ ବିଭିନ୍ନ କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ଓ ପୁରସ୍କୃତ ବ୍ୟକ୍ତି ବିଶେଷଙ୍କୁ ଦେଶରେ ଆଉ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରା ଯାଇ ନ ଥାଏ। ଉଲ୍ଲେଖଯୋଗ୍ୟ, ବିଶ୍ୱର ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର ଭାବେ ବିବେଚିତ ନୋବେଲ ପୁରସ୍କାର ସହିତ ପ୍ରଦତ୍ତ ରାଶିର ମୂଲ୍ୟ ଭାରତୀୟ ମୁଦ୍ରାରେ ୮.୩୦ କୋଟି ଟଙ୍କା।

କ୍ରୀଡ଼ା ପାଇଁ ଅଧିକ ପୁରସ୍କାର ରାଶି ଘୋଷଣା କଲେ ଯେ ଖେଳାଳୀଙ୍କ ପ୍ରଦର୍ଶନ ଆପଣା ଛାଏଁ ବଢ଼‍ଯିବ, ତାହା ମଧ୍ୟ ନୁହେଁ। ସେଥିପାଇଁ ଦକ୍ଷତା ସହ ବିଧିବଦ୍ଧ ଭାବେ ବିଶେଷ ପ୍ରୟାସର ଆବଶ୍ୟକତା ଅପରିହାର୍ଯ୍ୟ। ଓଡ଼ିଶା ସରକାରଙ୍କ ଅଧିକ ପୁରସ୍କାର ରାଶି ଘୋଷଣା ସତ୍ତ୍ୱେ ଓଡ଼ିଶାରୁ ବ୍ୟକ୍ତିଗତ ଭାବେ କୌଣସି ଖେଳାଳୀଙ୍କ ପ୍ରଦର୍ଶନ ଆଶାନୁରୂପ ନ ହେବା ତା’ର ଏକ ଜ୍ୱଳନ୍ତ ଉଦାହରଣ। ତା’ ଛଡ଼ା କେତେକ କ୍ଷେତ୍ରରେ ଅଧିକ ପୁରସ୍କାର ରାଶି ଘୋଷଣା କରି ଦାତା ନିଜକୁ ନିଜେ ବିଜ୍ଞାପିତ ଓ ମହିମାମଣ୍ଡିତ କରିବାର ଅପଚେଷ୍ଟା କରୁଥିବା ମଧ୍ୟ ପରିଲକ୍ଷିତ ହେଉଛି। ପଞ୍ଜାବ ତା’ର ହକି ଖେଳାଳୀମାନଙ୍କୁ ପ୍ରଥମେ ୧ କୋଟି ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଥିଲା ବେଳେ ପରେ ପୁରସ୍କାର ରାଶିକୁ ଓଡ଼ିଶା ଓ ହରିଆଣା ଅପେକ୍ଷା ସାମାନ୍ୟ ଅଧିକ କରି ୨.୫୧ କୋଟି ଟଙ୍କା କଲା। ପୁରସ୍କାର ରାଶି ବଢ଼ାଇବା ପାଇଁ ରାଜ୍ୟ-ରାଜ୍ୟ ମଧ୍ୟରେ ଲାଗିଥିବା ଅନାବଶ୍ୟକ ପ୍ରତିଯୋଗିତା ଏକ ପ୍ରକାର ଆତ୍ମବଡ଼ିମା ପ୍ରଦର୍ଶନ ପାଇଁ ଅଭିପ୍ରେତ ଥିଲା ପରି ପ୍ରତୀତ ହେଉଛି। ବରଂ କ୍ରୀଡ଼ା କ୍ଷେତ୍ରରେ ଭିତ୍ତିଭୂମି ବିକାଶ, ପ୍ରଶିକ୍ଷଣ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ସୁନିଶ୍ଚିତ କରାଯିବା ସହିତ ଉତ୍କର୍ଷ ହାସଲ କରୁଥିବା ଖେଳାଳୀଙ୍କ ବ୍ୟକ୍ତିଗତ ଆବଶ୍ୟକତାକୁ ପୂରଣ କରିବା ପାଇଁ ହେଉଥିବା ସମସ୍ତ ବ୍ୟୟକୁ ବହନ କରିବା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଗଲେ ତାହା କ୍ରୀଡାର ସାମଗ୍ରିକ ଉନ୍ନତି ସାଧନରେ ବେଶି ସହାୟକ ଓ ଫଳପ୍ରଦ ହୋଇପାରନ୍ତା।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

The post ଅଲିମ୍ପିକ ସଫଳତା ପରେ ପୁରସ୍କାର ଅର୍ଥରେ ପାତର ଅନ୍ତର appeared first on Odisha Reporter.

]]>
centre bottom, Tokyo Olympics 2021-08-13 17:41:26 https://cdn.odishareporter.in/wp-content/uploads/2021/08/13135833/0.jpg
ସୁନା ପୁଅ ନୀରଜଙ୍କୁ ଆଉ ଏକ ସଫଳତା: ବିଶ୍ୱ ଜାଭେଲିନ ଥ୍ରୋ ରାଙ୍କର ଦ୍ୱିତୀୟରେ ପହଞ୍ଚିଲେ https://odishareporter.in/sports/athletics/neeraj-chopra-becomes-world-number-2-666239 Thu, 12 Aug 2021 03:37:45 +0000 https://odishareporter.in/?p=666239

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଐତିହାସିକ ସ୍ୱର୍ଣ୍ଣ ଜିତିଥିବା ନୀରଜ ଚୋପ୍ରା ଏବେ ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବର୍ତ୍ତମାନ ସେ ବିଶ୍ୱ ଜାଭେଲିନ ଥ୍ରୋ ରାଙ୍କର ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। ତାଙ୍କ ପଏଣ୍ଟ ସଂଖ୍ୟା ୧୩୧୫ ରହିଛି। ନୀରଜଙ୍କ ଉପରେ ବିଶ୍ୱର ଏକମାତ୍ର ଖେଳାଳି ଜର୍ମାନୀର ଜୋହାନେସ ଭିଟର ଅଛନ୍ତି। ତାଙ୍କ ପଏଣ୍ଟ ସଂଖ୍ୟା ୧୩୯୬ ରହିଛି। ୩ ନଂରେ ପୋଲାଣ୍ଡର ମାରକିନ କ୍ରୁକୋୱିସିକ, ୪ର୍ଥରେ ଚେକ ଗଣରାଜ୍ୟର ଜାକୁବ ଭାଡେଲଜିଚ୍‌ […]

The post ସୁନା ପୁଅ ନୀରଜଙ୍କୁ ଆଉ ଏକ ସଫଳତା: ବିଶ୍ୱ ଜାଭେଲିନ ଥ୍ରୋ ରାଙ୍କର ଦ୍ୱିତୀୟରେ ପହଞ୍ଚିଲେ appeared first on Odisha Reporter.

]]>

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଐତିହାସିକ ସ୍ୱର୍ଣ୍ଣ ଜିତିଥିବା ନୀରଜ ଚୋପ୍ରା ଏବେ ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବର୍ତ୍ତମାନ ସେ ବିଶ୍ୱ ଜାଭେଲିନ ଥ୍ରୋ ରାଙ୍କର ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। ତାଙ୍କ ପଏଣ୍ଟ ସଂଖ୍ୟା ୧୩୧୫ ରହିଛି। ନୀରଜଙ୍କ ଉପରେ ବିଶ୍ୱର ଏକମାତ୍ର ଖେଳାଳି ଜର୍ମାନୀର ଜୋହାନେସ ଭିଟର ଅଛନ୍ତି। ତାଙ୍କ ପଏଣ୍ଟ ସଂଖ୍ୟା ୧୩୯୬ ରହିଛି। ୩ ନଂରେ ପୋଲାଣ୍ଡର ମାରକିନ କ୍ରୁକୋୱିସିକ, ୪ର୍ଥରେ ଚେକ ଗଣରାଜ୍ୟର ଜାକୁବ ଭାଡେଲଜିଚ୍‌ ଓ ଜର୍ମାନୀର ଜୁଲିଆନ ୱେବର ରହିଛନ୍ତି।

ଚଳିତ ଅଲିମ୍ପିକ୍ସରେ ଭିଟର ହିଁ ନୀରଜଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବୋଲି କୁହାଯାଉଥିଲା। ହେଲେ ଫାଇନାଲରେ ସେ ନୀରଜଙ୍କ ଥ୍ରୋର ଆଖପାଖ ମଧ୍ୟ ମାଡ଼ି ପାରି ନଥିଲେ। ନୀରଜ ପ୍ରଥମ ପ୍ରାୟସରେ ୮୭.୦୩ ମିଟର ଦୂରତାକୁ ଜାଭେଲିନ ଫୋପାଡ଼ିଥିବା ବେଳେ ଭିଟର କେବଳ ସର୍ବାଧିକ ୮୨.୫୨ ମିଟର ସ୍କୋର କରିପାରି ଥିଲେ। ସ୍ଥିତି ଏପରି ହୋଇଥିଲା ଯେ ଭିଟର ଟପ୍‌ ୮ ମଧ୍ୟରେ ବି ରହିପାରି ନଥିଲେ। ଦ୍ୱିତୀୟ ପ୍ରୟାସରେ ୮୭.୫୮ ମିଟର ଦୂରତାକୁ ଜାଭେଲିନ ଫୋପାଡ଼ି ସ୍ୱର୍ଣ୍ଣ ପଦକ କରାୟତ କରିଥିଲେ।

ଅଲିମ୍ପିକ୍ସରେ ନୀରଜ ସ୍ୱର୍ଣ୍ଣ ଜିତିଥିବା ବେଳେ ଚେକ ଗଣରାଜ୍ୟର ଜାକୁବ ରୌପ୍ୟ ଓ ସେହି ଦେଶର ଭି ଭେସଲେ ବ୍ରୋଞ୍ଜ ପଦକ ଜିତିଛନ୍ତି। ସୂଚନାଯୋଗ୍ୟ, ଭାରତ ଚଳିତ ଅଲିମ୍ପିକ୍ସରେ ନୀରଜଙ୍କ ସ୍ୱର୍ଣ୍ଣ ସହ ମୋଟ ୭ଟି ପଦକ ଜିତିଛି। ଏହା ଅଲିମ୍ପିକ୍ସରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ। ଭାରତ ଶେଷଥର ପାଇଁ ୨୦୧୨ରେ ସର୍ବାଧିକ ୬ଟି ପଦକ ଜିତିଥିଲା।

ଅଲିମ୍ପିକ୍ସରେ ନୀରଜ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ତାଙ୍କ ପାଇଁ ଭାରତରେ ପୁରସ୍କାର ଘୋଷଣା କରାଯିବାରେ ଲାଗିଛି। ତାଙ୍କ ପାଇଁ ହରିଆଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ୬ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିବା ସହ ପଞ୍ଚକୁଲାରେ ଥିବା ଆଥଲେଟିକ୍ସର ସେଣ୍ଟର୍ ଫର୍ ଏକ୍ସଲେନ୍ସିର ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି।

ସେହିପରି ନୀରଜଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ୨ କୋଟି, ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ) ୭୫ ଲକ୍ଷ ଟଙ୍କା, ବିସିସିଆଇ ୧ କୋଟି, ଚେନ୍ନାଇ ସୁପର୍ କିଙ୍ଗସ୍ ୧ କୋଟି ଟଙ୍କା ସହ ୮୭୫୮ (ଅଲିମ୍ପିକ୍ସରେ ନୀରଜ କରିଥିବା ଜାଭେଲିନ୍ ଥ୍ରୋ’ର ଦୂରତା) ନମ୍ବରର ଜର୍ସି ପ୍ରଦାନ କରିବେ।

ଏହାଛଡ଼ା ଇଣ୍ଡିଆନ୍ସ ଏୟାରଲାଇନ୍ସ ନୀରଜଙ୍କୁ ବର୍ଷକ ଯାଏ ମାଗଣାରେ ଯାତ୍ରା କରାଇବା ସହ ଗୁରୁଗ୍ରାମରେ ଥିବା ଏଲାନ୍ ଗ୍ରୁପ୍ ୨୫ ଲକ୍ଷ ଏବଂ ବାଇଜୁସ୍ ୨ କୋଟି ଟଙ୍କା ପ୍ରଦାନ କରିବ।

The post ସୁନା ପୁଅ ନୀରଜଙ୍କୁ ଆଉ ଏକ ସଫଳତା: ବିଶ୍ୱ ଜାଭେଲିନ ଥ୍ରୋ ରାଙ୍କର ଦ୍ୱିତୀୟରେ ପହଞ୍ଚିଲେ appeared first on Odisha Reporter.

]]>
left top, Neeraj Chopra, Tokyo Olympics 2021-08-12 13:02:00 https://cdn.odishareporter.in/wp-content/uploads/2021/08/12090333/Neeraj-1.jpg
ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଟଙ୍କା ବର୍ଷା, କାହାକୁ କେତେ ମିଳିଲା ପଢ଼ନ୍ତୁ? https://odishareporter.in/sports/full-list-of-cash-reward-announced-for-indian-medal-winners-at-tokyo-olympics-666081 Wed, 11 Aug 2021 10:32:46 +0000 https://odishareporter.in/?p=666081

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଭାରତ ପାଇଁ ଐତିହାସିକ ସାବ୍ୟସ୍ତ ହୋଇଛି। ଟୋକିଓରେ ଭାରତ ରେକର୍ଡ ୭ଟି ପଦକ ଜିତିଥିଲେ, ଯେଉଁଥିରେ ଗୋଟିଏ ସ୍ୱର୍ଣ୍ଣ ପଦକ ମଧ୍ୟ ସାମିଲ୍ ଅଛି। ଷ୍ଟାର୍ ଆଥଲେଟ୍ ନୀରଜ ଚୋପ୍ରା ଜାଭେଲିନ୍ ଥ୍ରୋ’ରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ଭାରୋତ୍ତୋଳନରେ ମୀରାବାଈ ଚାନୁ ଓ ରେସଲିଂରେ ରବି କୁମାର ଦହିୟା ରୌପ୍ୟ ପଦକ ହାସଲ କରିଛନ୍ତି। ପିଭି ସିନ୍ଧୁ (ବ୍ୟାଡମିଣ୍ଟନ), ଲଭଲିନା ବୋର୍ଗୋହେନ୍ (ବକ୍ସିଂ), ବଜରଙ୍ଗ ପୁନିଆ (ରେସଲିଂ) ଓ […]

The post ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଟଙ୍କା ବର୍ଷା, କାହାକୁ କେତେ ମିଳିଲା ପଢ଼ନ୍ତୁ? appeared first on Odisha Reporter.

]]>

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଭାରତ ପାଇଁ ଐତିହାସିକ ସାବ୍ୟସ୍ତ ହୋଇଛି। ଟୋକିଓରେ ଭାରତ ରେକର୍ଡ ୭ଟି ପଦକ ଜିତିଥିଲେ, ଯେଉଁଥିରେ ଗୋଟିଏ ସ୍ୱର୍ଣ୍ଣ ପଦକ ମଧ୍ୟ ସାମିଲ୍ ଅଛି। ଷ୍ଟାର୍ ଆଥଲେଟ୍ ନୀରଜ ଚୋପ୍ରା ଜାଭେଲିନ୍ ଥ୍ରୋ’ରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ଭାରୋତ୍ତୋଳନରେ ମୀରାବାଈ ଚାନୁ ଓ ରେସଲିଂରେ ରବି କୁମାର ଦହିୟା ରୌପ୍ୟ ପଦକ ହାସଲ କରିଛନ୍ତି। ପିଭି ସିନ୍ଧୁ (ବ୍ୟାଡମିଣ୍ଟନ), ଲଭଲିନା ବୋର୍ଗୋହେନ୍ (ବକ୍ସିଂ), ବଜରଙ୍ଗ ପୁନିଆ (ରେସଲିଂ) ଓ ପୁରୁଷ ହକିରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି।

ନୀରଜ ଭାରତ ପାଇଁ ଆଥଲେଟିକ୍ସ ଇଭେଣ୍ଟରେ ପ୍ରଥମଥର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ହକିରେ ଭାରତ ୪୧ ବର୍ଷର ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟାଇ ବ୍ରୋଞ୍ଜ ପଦକ ଜିତିଛି। ପଦକ ବିଜେତା ଜିତିବା ପରେ ଖେଳାଳିଙ୍କୁ ପୁରସ୍କାର ରାଶିର ବର୍ଷା କରାଯାଉଛି। ବିଶେଷକରି ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜଙ୍କୁ ଉପରକୁ ପୁରସ୍କାର ସୁଅ ଛୁଟୁଛି। ଆସନ୍ତୁ ନଜର ପକାଇବା କେଉଁ ଖେଳାଳିଙ୍କୁ କେତେ ପୁରସ୍କାର ରାଶି ମିଳିଲା।

ନୀରଜ ଚୋପ୍ରା (ସ୍ୱର୍ଣ୍ଣ ପଦକ) : ନୀରଜଙ୍କୁ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ୬ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିବା ସହ ପଞ୍ଚକୁଲାରେ ଥିବା ଆଥଲେଟିକ୍ସର ସେଣ୍ଟର୍ ଫର୍ ଏକ୍ସଲେନ୍ସିର ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ସେହିପରି ନୀରଜଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ୨ କୋଟି, ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ) ୭୫ ଲକ୍ଷ ଟଙ୍କା, ବିସିସିଆଇ ୧ କୋଟି, ଚେନ୍ନାଇ ସୁପର୍ କିଙ୍ଗସ୍ ୧ କୋଟି ଟଙ୍କା ସହ ୮୭୫୮ (ଅଲିମ୍ପିକ୍ସରେ ନୀରଜ କରିଥିବା ଜାଭେଲିନ୍ ଥ୍ରୋ’ର ଦୂରତା) ନମ୍ବରର ଜର୍ସି ପ୍ରଦାନ କରିବେ। ଏହାଛଡ଼ା ଇଣ୍ଡିଆନ୍ସ ଏୟାରଲାଇନ୍ସ ନୀରଜଙ୍କୁ ବର୍ଷକ ଯାଏ ମାଗଣାରେ ଯାତ୍ରା କରାଇବା ସହ ଗୁରୁଗ୍ରାମରେ ଥିବା ଏଲାନ୍ ଗ୍ରୁପ୍ ୨୫ ଲକ୍ଷ ଏବଂ ବାଇଜୁସ୍ ୨ କୋଟି ଟଙ୍କା ପ୍ରଦାନ କରିବ।

ପିଭି ସିନ୍ଧୁ (ବ୍ରୋଞ୍ଜ): ସିନ୍ଧୁଙ୍କୁ ଆନ୍ଧ୍ର ପ୍ରଦେଶ ସରକାର ୩୦ ଲକ୍ଷ ଟଙ୍କା, ବିସିସିଆଇ ୨୫ ଲକ୍ଷ ଏବଂ ବାଇଜୁସ୍ ୧ କୋଟି ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛି।

ଲଭଲିନା ବୋର୍ଗୋହେନ୍ (ବ୍ରୋଞ୍ଜ): ଲଭଲିନାଙ୍କୁ ବିସିସିଆଇ ୨୫ ଲକ୍ଷ, ଆଇଓଏ ୨୫ ଲକ୍ଷ, ବାଇଜୁସ୍ ୧ କୋଟି, ଆସାମ କଂଗ୍ରେସ ୩ କୋଟି ଟଙ୍କା ପ୍ରଦାନ କରିବ।

ମୀରାବାଈ ଚାନୁ (ରୌପ୍ୟ): ରେଲୱେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨ କୋଟି ଟଙ୍କା, ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ୍ ସିଂହ ୧ କୋଟି ଟଙ୍କା ସହ ରାଜ୍ୟର ପୁଲିସ୍ ବିଭାଗରେ ଏଏସପି ପଦବୀରେ ନିଯୁକ୍ତି, ବିସିସିଆଇ ୫୦ ଲକ୍ଷ ଏବଂ ବାଇଜୁସ୍ ୧ କୋଟି ଟଙ୍କା ପ୍ରଦାନ କରିବ।

ଭାରତୀୟ ପୁରୁଷ ହକି ଟିମ୍ (ବ୍ରୋଞ୍ଜ): ଟିମର ସୁରେନ୍ଦ୍ର କୁମାର ଓ ସୁମିତଙ୍କୁ ୨.୫ କୋଟି ଟଙ୍କା ସହ ଏକ ସରକାରୀ ଚାକିରି ଓ ହରିୟାଣା ସହର ବିକାଶ ପ୍ରାଧିକରଣ ପ୍ଲଟ୍ ଦେବାକୁ ଘୋଷଣା କରିଛନ୍ତି। ଏହାସହ ବିସିସିଆଇ ପୂରା ଟିମକୁ ୧.୨୫ କୋଟି, ଆଇଓଏ ୨୫ ଲକ୍ଷ ଟଙ୍କା ପ୍ରଦାନ କରିବ। ଅନ୍ୟପକ୍ଷରେ ଓଡ଼ିଶା ସରକାର ଦୁଇ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସଙ୍କୁ ଅଢ଼େଇ କୋଟି ଟଙ୍କା ଏବଂ ମହିଳା ଟିମରେ ସ୍ଥାନ ପାଇଥିବା ଦୀପ୍ ଗ୍ରେସ୍ ଏକ୍କା ଓ ନମିତା ଟପ୍ପୋଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରିଛନ୍ତି।

ରବି କୁମାର ଦହିୟା (ରୌପ୍ୟ): ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର୍ ଲାଲ୍ ଖଟ୍ଟର ରବି କୁମାରଙ୍କୁ ୪ କୋଟି ଟଙ୍କା, ବିସିସିଆଇ ୫୦ ଲକ୍ଷ, ଆଇଓଏ ୪୦ ଲକ୍ଷ ଏବଂ ବାଇଜୁସ୍ ୧ କୋଟି ଟଙ୍କା ପ୍ରଦାନ କରିବ।

ବଜରଙ୍ଗ ପୁନିଆ (ବ୍ରୋଞ୍ଜ): ବଜରଙ୍ଗଙ୍କୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର୍ ଲାଲ ଖଟ୍ଟର ୨.୫ କୋଟି ଟଙ୍କା ସହ ସରକାରୀ ଚାକିରି ଓ ଏଚଏସଭିପି ପ୍ଲଟ୍, ବିସିସିଆଇ ୨୫ ଲକ୍ଷ ଟଙ୍କା, ବାଇଜୁସ୍ ୧ କୋଟି ଟଙ୍କା ଏବଂ ଆଇଓଏ ୨୫ ଲକ୍ଷ ଟଙ୍କା ପ୍ରଦାନ କରିବ।

The post ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଟଙ୍କା ବର୍ଷା, କାହାକୁ କେତେ ମିଳିଲା ପଢ଼ନ୍ତୁ? appeared first on Odisha Reporter.

]]>
left top, Tokyo Olympics 2021-08-12 17:48:03 https://cdn.odishareporter.in/wp-content/uploads/2021/08/11160343/indian-medal-winners-1.jpg
ସୁବେଦାର ନୀରଜ ଚୋପ୍ରାଙ୍କୁ ସମ୍ମାନିତ କଲେ ସେନାଧ୍ୟକ୍ଷ https://odishareporter.in/sports/others/neeraj-chopra-felicitated-by-indian-army-665961 Wed, 11 Aug 2021 04:22:03 +0000 https://odishareporter.in/?p=665961

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଐତିହାସିକ ସ୍ୱର୍ଣ୍ଣ ଜିତିଥିବା ସୁବେଦାର ନୀରଜ ଚୋପ୍ରାଙ୍କୁ ଭେଟି ସମ୍ମାନିତ କରିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ଏମଏମ ନରଭାଣେ। ନୀରଜ ଜାଭେଲିନ ଥ୍ରୋୟର ହୋଇଥିବା ବେଳେ ଭାରତୀୟ ସେନାରେ ମଧ୍ୟ ସୁବେଦାର ଭାବେ କାର୍ଯ୍ୟକରନ୍ତି। ୨୦୧୬ରୁ ସେ ଜୁନିୟର କମିଶନଡ ଭାବେ ରାଜପୁତନା ରାଇଫଲରେ ସୁବେଦାର ଭାବେ ନିଯୁକ୍ତି ପାଇଛନ୍ତି। ଟୋକିଓରେ ସେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ତାଙ୍କୁ ମଙ୍ଗଳବାର ରାଜପୁତନା ରାଇଫଲ ଓ ସ୍ଥଳସେନା ମୁଖ୍ୟଙ୍କ […]

The post ସୁବେଦାର ନୀରଜ ଚୋପ୍ରାଙ୍କୁ ସମ୍ମାନିତ କଲେ ସେନାଧ୍ୟକ୍ଷ appeared first on Odisha Reporter.

]]>

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଐତିହାସିକ ସ୍ୱର୍ଣ୍ଣ ଜିତିଥିବା ସୁବେଦାର ନୀରଜ ଚୋପ୍ରାଙ୍କୁ ଭେଟି ସମ୍ମାନିତ କରିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ଏମଏମ ନରଭାଣେ। ନୀରଜ ଜାଭେଲିନ ଥ୍ରୋୟର ହୋଇଥିବା ବେଳେ ଭାରତୀୟ ସେନାରେ ମଧ୍ୟ ସୁବେଦାର ଭାବେ କାର୍ଯ୍ୟକରନ୍ତି। ୨୦୧୬ରୁ ସେ ଜୁନିୟର କମିଶନଡ ଭାବେ ରାଜପୁତନା ରାଇଫଲରେ ସୁବେଦାର ଭାବେ ନିଯୁକ୍ତି ପାଇଛନ୍ତି।

ଟୋକିଓରେ ସେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ତାଙ୍କୁ ମଙ୍ଗଳବାର ରାଜପୁତନା ରାଇଫଲ ଓ ସ୍ଥଳସେନା ମୁଖ୍ୟଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଜେନେରାଲ ନରଭାଣେ ନୀରଜଙ୍କ ସହ ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଭେଟିଛନ୍ତି। ପୁଅକୁ ସ୍ୱାଗତ କରିବା ପାଇଁ ପରିବାର ଲୋକ ହରିଆଣାର ପାନିପତରୁ ଦିଲ୍ଲୀରେ ପହଞ୍ଚିଥିଲେ। ସ୍ଥଳସେନା ପକ୍ଷରୁ ନୀରଜ ଓ ତାଙ୍କ ପରିବାର ଲୋଙ୍କୁ ସେନାଧ୍ୟକ୍ଷ ଭେଟିବା ବେଳର ଫଟୋ ଶେୟାର କରାଯାଇଛି।

୨୦୧୬ ମସିହାରେ ୪ ରାଜପୁତନା ରାଇଫଲରେ ନୀରଜ ଚୋପ୍ରା ନାଏବ ସୁବେଦାର ଭାବେ ନିଯୁକ୍ତି ପାଇଥିଲେ। ତାଙ୍କୁ ପୁଣେରେ ଥିବା ମିଶନ ଅଲିମ୍ପିକ୍ସ ୱିଙ୍ଗ ଓ ସ୍ପୋର୍ଟସ ଇନଷ୍ଟିଚ୍ୟୁଟ ପାଇଁ ଚୟନ କରାଯାଇଥିଲା। ଅଗଷ୍ଟ ୭ରେ ଯେତେବେଳେ ନୀରଜ ଟୋକିଓରେ ସ୍ୱର୍ଣ୍ଣ ଜିତିଲେ ସେତେବେଳେ ରାଜପୁତନା ରାଇଫଲ ପକ୍ଷରୁ ମଧ୍ୟ ବିଜୟ ଉତ୍ସବ ପାଳନ କରାଯାଇଥିଲା।


ଅନ୍ୟପକ୍ଷରେ ରାଜପୁତନା ରାଇଫଲର କର୍ଣ୍ଣେଲ ଲ୍ୟୁଟନାଣ୍ଟ ଜେନେରାଲ କନୱାଲ ଜୀତ ସିଂହ ଢିଲନ ସୁନା ପୁଅ ନୀରଜଙ୍କୁ ୬ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାରରେ ପୁରସ୍କୃତ କରିଛନ୍ତି। ତାଙ୍କ ସହ ରେସଲିଂର ସେମି ଫାଇନାଲରେ ପରାସ୍ତ ହୋଇଥିବା ଦୀପକ ପୁନିଆଙ୍କୁ ମଧ୍ୟ ୪ ଲକ୍ଷ ଟଙ୍କା ମିଳିଛି। ଉଭୟଙ୍କ ସହ ସେ ଉଠାଇଥିବା ଫଟୋକୁ ସୋଶାଲ ମିଡିଆରେ ଶେୟାର କରାଯାଇଛି।

The post ସୁବେଦାର ନୀରଜ ଚୋପ୍ରାଙ୍କୁ ସମ୍ମାନିତ କଲେ ସେନାଧ୍ୟକ୍ଷ appeared first on Odisha Reporter.

]]>
left bottom, Tokyo Olympics 2021-08-11 09:52:03 https://cdn.odishareporter.in/wp-content/uploads/2021/08/11095141/Neeraj-Chopra-5.jpg
ରେକର୍ଡ ପଦକ ଧରି ପହଞ୍ଚିଲା ଭାରତୀୟ ଟିମ୍, ଏୟାରପୋର୍ଟରେ ଜୋରଦାର ସ୍ୱାଗତ https://odishareporter.in/sports/tokyo-olympics-2020-indian-medallists-arrives-in-delhi-665622 Mon, 09 Aug 2021 13:33:42 +0000 https://odishareporter.in/?p=665622

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଶେଷ ହେବା ପରେ ଭାରତୀୟ ଖେଳାଳି ସ୍ୱଦେଶ ଫେରିଛନ୍ତି। ନୀରଜ ଚୋପ୍ରା, ରବି ଦହିୟା, ବଜରଙ୍ଗ ପୁନିଆ, ଲଭଲିନା ବୋର୍ଗୋହେନ୍ ସମେତ ସମସ୍ତ ଭାରତୀୟ ଖେଳାଳି ଟୋକିଓରୁ ଦିଲ୍ଲୀ ଫେରିଛନ୍ତି। ଏ ସମସ୍ତ ଖେଳାଳି ସୋମବାର ଦିଲ୍ଲୀ ଏୟାରପୋର୍ଟରେ ଓହ୍ଲାଇଛନ୍ତି। ଏୟାରପୋର୍ଟ ଖେଳାଳିଙ୍କର ଜୋରଦାର ସ୍ୱାଗତ କରାଯାଇଛି। ଅଲିମ୍ପିକ୍ସ କ୍ରୀଡ଼ାରେ ସାମିଲ୍ ହୋଇଥିବା ଖେଳାଳିଙ୍କ ଆଗମନ ପାଇଁ ସ୍ପୋର୍ଟ୍ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ), ବାକି କ୍ରୀଡ଼ା ସଂଘ, ମିଡିଆ ସହ କିଛି […]

The post ରେକର୍ଡ ପଦକ ଧରି ପହଞ୍ଚିଲା ଭାରତୀୟ ଟିମ୍, ଏୟାରପୋର୍ଟରେ ଜୋରଦାର ସ୍ୱାଗତ appeared first on Odisha Reporter.

]]>

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଶେଷ ହେବା ପରେ ଭାରତୀୟ ଖେଳାଳି ସ୍ୱଦେଶ ଫେରିଛନ୍ତି। ନୀରଜ ଚୋପ୍ରା, ରବି ଦହିୟା, ବଜରଙ୍ଗ ପୁନିଆ, ଲଭଲିନା ବୋର୍ଗୋହେନ୍ ସମେତ ସମସ୍ତ ଭାରତୀୟ ଖେଳାଳି ଟୋକିଓରୁ ଦିଲ୍ଲୀ ଫେରିଛନ୍ତି। ଏ ସମସ୍ତ ଖେଳାଳି ସୋମବାର ଦିଲ୍ଲୀ ଏୟାରପୋର୍ଟରେ ଓହ୍ଲାଇଛନ୍ତି। ଏୟାରପୋର୍ଟ ଖେଳାଳିଙ୍କର ଜୋରଦାର ସ୍ୱାଗତ କରାଯାଇଛି। ଅଲିମ୍ପିକ୍ସ କ୍ରୀଡ଼ାରେ ସାମିଲ୍ ହୋଇଥିବା ଖେଳାଳିଙ୍କ ଆଗମନ ପାଇଁ ସ୍ପୋର୍ଟ୍ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ), ବାକି କ୍ରୀଡ଼ା ସଂଘ, ମିଡିଆ ସହ କିଛି ରାଜନୀତିକ ପାର୍ଟିର କର୍ମକର୍ତ୍ତା ଏୟାରପୋର୍ଟରେ ପହଞ୍ଚିଛନ୍ତି।

ଏୟାରପୋର୍ଟରେ ଖେଳାଳିଙ୍କ ସ୍ୱାଗତ ପାଇଁ ଶତାଧିକ ଲୋକେ ବାଜା ସାଙ୍ଗକୁ ହାତରେ ତ୍ରିରଙ୍ଗା ଧରି ଛିଡ଼ା ହୋଇ ରହିଥିଲେ। ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ଟିକିଏ ଝଲକ ପାଇବା ପାଇଁ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ନୀରଜ ଚୋପ୍ରାଙ୍କୁ ଫୁଲତୋଡ଼ା, ଫୁଲହାର ଓ ତାଙ୍କ ସହ ସେଲଫି ନେବା ପାଇଁ ଲୋକେ ପାଗଳ ହୋଇଯାଇଥିଲେ।

ସର୍ବପ୍ରଥମେ ଭାରତୀୟ ଆଥଲେଟିକ୍ସ ଟିମ୍ ଏବଂ ଟିମର ସଦସ୍ୟ ପହଞ୍ଚିଥିଲେ। ଆଥଲେଟିକ୍ସ ଟିମର ସଦସ୍ ପ୍ରଥମେ ଆସିଥିବା ବେଳେ ହକି ଟିମର ଖେଳାଳି ଅନ୍ୟ ଏକ ଫ୍ଲାଇଟ୍‌ ଯୋଗେ ଭାରତରେ ପହଞ୍ଚି ଛନ୍ତି। ଏୟାରପୋର୍ଟରେ ପହଞ୍ଚିବାର ସମସ୍ତଙ୍କର ଜୋରଦାର ସ୍ୱାଗତ କରାଯାଇଥିଲା।

ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ରେସଲର୍ ବଜରଙ୍ଗ ପୁନିଆ ଜିପରେ ଏକ ବିଶାଳ ଶୋଭାଯାତ୍ରାରେ ଯାଇଥିଲେ। ନୀରଜ ଚୋପ୍ରା ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା। ସେହିପରି ବକ୍ସିଂରେ ବ୍ରୋଞ୍ଜ ପଦକ ଜିତିଥିବା ଲଭଲିନା କହିଛନ୍ତି, ପଦକ ଜିତି ଭାରତ ଫେରିବା ମୋର ସ୍ୱପ୍ନ ଥିଲା, ଆଉ ତାହା ପୂରଣ ହୋଇଛି। ଏତେ ଦିନ ପରେ ଏଠାକୁ ଆସି ଲୋକଙ୍କ ସହ ମିଶିବା ବହୁତ ଲାଗୁଛି।

ସବୁ ଭାରତୀୟ ଖେଳାଳି ଦିଲ୍ଲୀ ସ୍ଥିତ ଏକ ହୋଟେଲରେ ପହଞ୍ଚିଛନ୍ତି। ସେଠାରେ ଖେଳାଳିମାନଙ୍କର ସ୍ୱାଗତ ସମ୍ବର୍ଦ୍ଧନା କରାଯିବ।

The post ରେକର୍ଡ ପଦକ ଧରି ପହଞ୍ଚିଲା ଭାରତୀୟ ଟିମ୍, ଏୟାରପୋର୍ଟରେ ଜୋରଦାର ସ୍ୱାଗତ appeared first on Odisha Reporter.

]]>
centre bottom, Tokyo Olympics 2021-08-09 19:04:47 https://cdn.odishareporter.in/wp-content/uploads/2021/08/09185930/indian.jpg
୫ ଜଣ ଆସିଥିଲେ ନେଇଗଲେ ୩ ପଦକ: ଭାରତରୁ ୧୨୪ ଯାଇ ଆଣିଲେ ୭ https://odishareporter.in/sports/san-marino-population-is-33-thousand-and-got-3-medals-india-only-7-medals-in-tokyo-olympics-665405 Sun, 08 Aug 2021 15:35:04 +0000 https://odishareporter.in/?p=665405

ଟୋକିଓ: ଜୁଲାଇ ୨୩ ତାରିଖରେ ଟୋକିଓ ଅଲିମ୍ପିକ୍ସର ଶୁଭାରମ୍ଭ ହୋଇଥିଲା। କରୋନା କାରଣରୁ ବର୍ଷକ ବିଳମ୍ବରେ ଏହି କ୍ରୀଡ଼ା ମହାକୁମ୍ଭ ହୋଇଥିଲା। ଏଥିରେ ୨୦୦ରୁ ଅଧିକ ଦେଶର ୧୧ହଜାରରୁ ଊର୍ଦ୍ଧ୍ୱ ଆଥଲେଟ୍ ଅଂଶଗ୍ରହଣ କରିଥିଲେ। ୟୁରୋପିଆନ୍ ଦେଶ ସାନ୍ ମାରିନୋର ମଧ୍ୟ ୫ ଖେଳାଳି ଏହି ଗେମ୍ସକୁ ଓହ୍ଲାଇଥିଲେ। ଅନ୍ୟପକ୍ଷରେ ଭାରତର ୧୨୪ ଜଣ ଖେଳାଳି ଅଲିମ୍ପିକ୍ସରେ ଭାଗ ନେଇଥିଲେ। ସାନ୍ ମାରିନୋର ଜନସଂଖ୍ୟା ମାତ୍ର ୩୩ହଜାର ହୋଇଥିବା ବେଳେ ଭାରତର ଜନସଂଖ୍ୟା ୧୩୫ କୋଟିରୁ ଅଧିକ। […]

The post ୫ ଜଣ ଆସିଥିଲେ ନେଇଗଲେ ୩ ପଦକ: ଭାରତରୁ ୧୨୪ ଯାଇ ଆଣିଲେ ୭ appeared first on Odisha Reporter.

]]>

ଟୋକିଓ: ଜୁଲାଇ ୨୩ ତାରିଖରେ ଟୋକିଓ ଅଲିମ୍ପିକ୍ସର ଶୁଭାରମ୍ଭ ହୋଇଥିଲା। କରୋନା କାରଣରୁ ବର୍ଷକ ବିଳମ୍ବରେ ଏହି କ୍ରୀଡ଼ା ମହାକୁମ୍ଭ ହୋଇଥିଲା। ଏଥିରେ ୨୦୦ରୁ ଅଧିକ ଦେଶର ୧୧ହଜାରରୁ ଊର୍ଦ୍ଧ୍ୱ ଆଥଲେଟ୍ ଅଂଶଗ୍ରହଣ କରିଥିଲେ। ୟୁରୋପିଆନ୍ ଦେଶ ସାନ୍ ମାରିନୋର ମଧ୍ୟ ୫ ଖେଳାଳି ଏହି ଗେମ୍ସକୁ ଓହ୍ଲାଇଥିଲେ। ଅନ୍ୟପକ୍ଷରେ ଭାରତର ୧୨୪ ଜଣ ଖେଳାଳି ଅଲିମ୍ପିକ୍ସରେ ଭାଗ ନେଇଥିଲେ। ସାନ୍ ମାରିନୋର ଜନସଂଖ୍ୟା ମାତ୍ର ୩୩ହଜାର ହୋଇଥିବା ବେଳେ ଭାରତର ଜନସଂଖ୍ୟା ୧୩୫ କୋଟିରୁ ଅଧିକ। ଅର୍ଥାତ୍ ଦୁଇ ଦେଶ ମଧ୍ୟରେ ଆକାଶ ପାତାଳ ବ୍ୟବଧାନ ରହିଛି।

Alessandra Perilli of San Marino

ଜନସଂଖ୍ୟା ହିସାବରେ ସାନ୍ ମାରିନୋ ଓ ଭାରତ ମଧ୍ୟରେ ହୁଏତ ବଡ଼ ବ୍ୟବଧାନ ରହିଛି, କିନ୍ତୁ ପଦକ ମାମଲାରେ ଦୁଇ ଦେଶ ମଧ୍ୟରେ ସେତେଟା ବ୍ୟବଧାନ ନାହିଁ। ଭାରତ ଟୋକିଓ ଅଲିମ୍ପିକ୍ସରେ ୭ଟି ପଦକ ଜିତିଥିବା ବେଳେ ସାନ୍ ମାରିନୋ ୩ଟି ପଦକ ହାସଲ କରିଛି। ଭାରତ ପକ୍ଷରୁ ଜାଭେଲିନ୍ ଥ୍ରୋ’ରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହାବ୍ୟତୀତ ମହିଳା ଭାରୋତ୍ତୋଳକ ମୀରାବାଈ ଚାନୁ ଏବଂ ରେସଲର୍ ରବି ଦାହିୟା ରୌପ୍ୟ ପଦକ ଏବଂ ମହିଳା ବକ୍ସର ଲଭଲିନା ବୋର୍ଗୋହେନ୍, ମହିଳା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ, ଭାରତୀୟ ପୁରୁଷ ହକି ଟିମ୍ ଏବଂ ରେସଲର୍ ବଜରଙ୍ଗ ପୁନିଆ ବ୍ରୋଞ୍ଜ ପଦକ ଜିତିଛନ୍ତି। ଜନସଂଖ୍ୟା ତୁଳନାରେ ଦେଖିବାକୁ ଗଲେ ସାନ୍ ମାରିନୋକୁ ୧୧ହଜାର ଜନସଂଖ୍ୟାରେ ଗୋଟିଏ ପଦକ ମିଳିଛି। ତେବେ ଭାରତର ୧୯ କୋଟି ଜନସଂଖ୍ୟାରେ ଗୋଟିଏ ପଦକ ଆସିଛି।

ଅଲିମ୍ପିକ୍ସରେ ସାନ୍ ମାରିନୋର ଏହା ୧୫ଶ ପଦାର୍ପଣ। ଏହା ପୂର୍ବରୁ ସାନ୍ ମାରିନୋ ୧୪ଥର ଅଲିମ୍ପିକ୍ସରେ ଭାଗ ନେଇଥିଲେ ହେଁ ଗୋଟିଏ ବି ପଦକ ଜିତିପାରିନଥିଲା। କିନ୍ତୁ ଏଥର ଏହି ଦେଶ ଶୁଟିଂରେ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛି। ସେହିପରି ରେସଲିଂରେ ସାନ୍ ମାରିନୋକୁ ଗୋଟିଏ ବ୍ରୋଞ୍ଜ ପଦକ ମିଳିଛି। ଟୋକିଓରେ ଏଥର ଏହି ଦଳ ୫ ଖେଳାଳିଙ୍କ ସହ ଓହ୍ଲାଇଥିଲା। ଅନ୍ୟପକ୍ଷରେ ଭାରତ ୨୫ଥର ଅଲିମ୍ପିକ୍ସରେ ଭାଗ ନେଇଛି।

ଟୋକିଓ ପୂର୍ବରୁ ଅଲିମ୍ପିକ୍ସ ଇତିହାସରେ ଭାରତକୁ ୨୮ ପଦକ ମିଳିଥିଲା, ଯେଉଁଥିରେ ୯ ସ୍ୱର୍ଣ୍ଣ, ୭ ରୌପ୍ୟ ଓ ୧୨ ବ୍ରୋଞ୍ଜ ପଦକ ସାମିଲ୍ ଥିଲା। ଟୋକିଓରେ ଭାରତର ୧୨୪ ଜଣ ଖେଳାଳି ଭାଗ ନେଇଛନ୍ତି ଏବଂ ଦେଶ ମାତ୍ର ୭ ପଦକ ଜିତିଛି। ହେଲେ ଏଥର ଭାରତ ସର୍ବାଧିକ ପଦକ ଜିତିବାର ରେକର୍ଡ ମଧ୍ୟ କରିଛି। ଏହାସହ ପ୍ରଥମଥର କୌଣସି ଭାରତୀୟ ଖେଳାଳି ଆଥଲେଟିକ୍ସରେ ପଦକ ମଧ୍ୟ ଜିତିଛି। ନୀରଜ ଚୋପ୍ରା ଜାଭେଲିନରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଅଲିମ୍ପିକ୍ସ ଇତିହାସରେ ଭାରତ ଏପର୍ଯ୍ୟନ୍ତ ୮ଟି କ୍ରୀଡ଼ାରେ ପଦକ ଜିତିଛି। ଭାରତକୁ ଏପର୍ଯ୍ୟନ୍ତ ଆଥଲେଟିକ୍ସ, ବ୍ୟାଡମିଣ୍ଟନ, ବକ୍ସିଂ, ହକି, ଶୁଟିଂ, ଟେନିସ୍, ଭାରୋତ୍ତୋଳକ ଓ ରେସଲିଂରେ ପଦକ ମିଳିଛି। ଅନ୍ୟପକ୍ଷରେ ସାନ୍ ମାରିନୋ ଦୁଇଟି କ୍ରୀଡ଼ାରେ ପଦକ ଜିତିଛି। ଶୁଟିଂ ଓ ରେସଲିଂରେ ଏହି ଦେଶର ଆଥଲେଟ୍ ପଦକ ଜିତିବାରେ ସଫଳ ହୋଇଛନ୍ତି। ହେଲେ ସାନ୍ ମାରିନୋ ଏପର୍ଯ୍ୟନ୍ତ ସ୍ୱର୍ଣ୍ଣ ପଦକ ଜିତିପାରିନାହିଁ।

The post ୫ ଜଣ ଆସିଥିଲେ ନେଇଗଲେ ୩ ପଦକ: ଭାରତରୁ ୧୨୪ ଯାଇ ଆଣିଲେ ୭ appeared first on Odisha Reporter.

]]>
left bottom, Tokyo Olympics 2021-08-08 21:12:53 https://cdn.odishareporter.in/wp-content/uploads/2021/08/08205838/san-marino.jpg
ନୀରଜଙ୍କୁ ବଡ଼ ଉପହାର ଦେଲା ଇଣ୍ଡିଗୋ https://odishareporter.in/sports/indigo-announces-unlimited-free-travel-for-1-year-to-olympic-gold-medallist-neeraj-chopra-665394 Sun, 08 Aug 2021 14:36:58 +0000 https://odishareporter.in/?p=665394

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି। ଏପରିକି ତାଙ୍କୁ ଅନେକ ପୁରସ୍କାର ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି। ଏବେ ନୀରଜଙ୍କ ପାଇଁ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋ ବଡ଼ ଘୋଷଣା କରିଛି। ଟୋକିଓରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜଙ୍କୁ ଇଣ୍ଡିଗୋ ବର୍ଷକ ପର୍ଯ୍ୟନ୍ତ ଅସୀମିତ ମାଗଣାରେ ଯାତ୍ରା କରାଇବାର ସୁବିଧା ଯୋଗାଇଦେବ। ଇଣ୍ଡିଗୋ ସିଇଓ ଆର୍. ଦତ୍ତ ଏକ ବିବୃତ୍ତିରେ କହିଛନ୍ତି, ଆମେ ସମସ୍ତେ […]

The post ନୀରଜଙ୍କୁ ବଡ଼ ଉପହାର ଦେଲା ଇଣ୍ଡିଗୋ appeared first on Odisha Reporter.

]]>

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି। ଏପରିକି ତାଙ୍କୁ ଅନେକ ପୁରସ୍କାର ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି। ଏବେ ନୀରଜଙ୍କ ପାଇଁ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋ ବଡ଼ ଘୋଷଣା କରିଛି। ଟୋକିଓରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜଙ୍କୁ ଇଣ୍ଡିଗୋ ବର୍ଷକ ପର୍ଯ୍ୟନ୍ତ ଅସୀମିତ ମାଗଣାରେ ଯାତ୍ରା କରାଇବାର ସୁବିଧା ଯୋଗାଇଦେବ।

ଇଣ୍ଡିଗୋ ସିଇଓ ଆର୍. ଦତ୍ତ ଏକ ବିବୃତ୍ତିରେ କହିଛନ୍ତି, ଆମେ ସମସ୍ତେ ନୀରଜଙ୍କ ଉଲ୍ଲେଖନୀୟ ଉପଲବ୍ଧି ସମ୍ବନ୍ଧରେ ଶୁଣି ବହୁତ ଖୁସି। ଆପଣ ଦେଶକୁ ଗୌରବାନ୍ୱିତ କରିଛନ୍ତି। ମୁଁ ଜାଣିଛି ଇଣ୍ଡିଗୋର ସମସ୍ତ କର୍ମଚାରୀ ଆମର କୌଣସି ଉଡ଼ାଣରେ ଆପଣଙ୍କୁ ସ୍ୱାଗତ କରି ସମ୍ମାନିତ ଅନୁଭୂତ କରିବେ। ପୂରା ବିନମ୍ରତାର ସହ ଆମେ ଆପଣଙ୍କୁ ବର୍ଷକ ଯାଏ ଇଣ୍ଡିଗୋ ବିମାନରେ ମାଗଣା ଯାତ୍ରା କରାଇବାର ସୁବିଧା ଦେବାକୁ ଚାହୁଁଛୁ। ମୋର ବିଶ୍ୱାସ ଭବିଷ୍ୟତର ଭାରତୀୟ ଆଥଲେଟଙ୍କ ପାଇଁ ଏକ ପ୍ରେରଣାଦାୟୀ ସାବ୍ୟସ୍ତ ହେବ। ଜବରଦସ୍ତ ପ୍ରଦର୍ଶନ ନୀରଜ।

ନୀରଜ ଟୋକିଓ ଅଲିମ୍ପିକ୍ସର ଜାଭେଲିନ୍ ଥ୍ରୋ’ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ଅଲିମ୍ପିକ୍ସରେ ବ୍ୟକ୍ତିଗତ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିବାରେ ନୀରଜ ଭାରତର ଦ୍ୱିତୀୟ ଆଥଲେଟ୍ ହୋଇଛନ୍ତି। ଏହାସହ ନୀରଜ ମଧ୍ୟ ଆଥଲେଟିକ୍ସରେ ପଦକ ଜିତିବାରେ ପ୍ରଥମ ଭାରତୀୟ।

The post ନୀରଜଙ୍କୁ ବଡ଼ ଉପହାର ଦେଲା ଇଣ୍ଡିଗୋ appeared first on Odisha Reporter.

]]>
left bottom, Tokyo Olympics 2021-08-08 20:06:58 https://cdn.odishareporter.in/wp-content/uploads/2021/08/08200642/indigo.jpg
ବିଦାୟ ଟୋକିଓ, ଉଦଯାପନୀ ସମାରୋହରେ ଜୋଶ୍ ଦେଖାଇଲା ଭାରତ https://odishareporter.in/sports/tokyo-olympics-closing-ceremony-2020-games-come-to-an-end-665370 Sun, 08 Aug 2021 13:57:27 +0000 https://odishareporter.in/?p=665370

ଟୋକିଓ: ପଡ଼ିଲା କ୍ରୀଡ଼ା ମହାକୁମ୍ଭରେ ଯବନିକା। ଦୀର୍ଘ ୧୭ ଦିନ ଧରି ଜାପାନର ରାଜଧାନୀ ଟୋକିଓରେ ଚାଲିଥିବା ଅଲିମ୍ପିକ୍ସ କ୍ରୀଡ଼ା ଉଦଯାପିତ ହୋଇଛି। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଅଲିମ୍ପିକ୍ସ ଗେମ୍ସ ଶେଷ ହୋଇଛି। ସାରା ବିଶ୍ୱର ଖେଳାଳି ଏବେ ୨୦୨୪ରେ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଏକାଠି ହେବେ। ୨୦୨୦ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସର ଉଦଯାପନୀ ପରେ ଏବେ ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୫ ତାରିଖ ଯାଏ ପାରାଅଲିମ୍ପିକ୍ସ ଆୟୋଜିତ ହେବ। ଟୋକିଓ ଅଲିମ୍ପିକ୍ସର ଉଦଯାପନୀ ସମାରୋହ ଆତଶବାଜୀ ସହ […]

The post ବିଦାୟ ଟୋକିଓ, ଉଦଯାପନୀ ସମାରୋହରେ ଜୋଶ୍ ଦେଖାଇଲା ଭାରତ appeared first on Odisha Reporter.

]]>

ଟୋକିଓ: ପଡ଼ିଲା କ୍ରୀଡ଼ା ମହାକୁମ୍ଭରେ ଯବନିକା। ଦୀର୍ଘ ୧୭ ଦିନ ଧରି ଜାପାନର ରାଜଧାନୀ ଟୋକିଓରେ ଚାଲିଥିବା ଅଲିମ୍ପିକ୍ସ କ୍ରୀଡ଼ା ଉଦଯାପିତ ହୋଇଛି। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଅଲିମ୍ପିକ୍ସ ଗେମ୍ସ ଶେଷ ହୋଇଛି। ସାରା ବିଶ୍ୱର ଖେଳାଳି ଏବେ ୨୦୨୪ରେ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଏକାଠି ହେବେ। ୨୦୨୦ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସର ଉଦଯାପନୀ ପରେ ଏବେ ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୫ ତାରିଖ ଯାଏ ପାରାଅଲିମ୍ପିକ୍ସ ଆୟୋଜିତ ହେବ। ଟୋକିଓ ଅଲିମ୍ପିକ୍ସର ଉଦଯାପନୀ ସମାରୋହ ଆତଶବାଜୀ ସହ ହୋଇଥିଲା। ପୂରା ଅଲିମ୍ପିକ୍ସ ଷ୍ଟାଡିୟମକୁ ନବବଧୂ ଭଳି ସଜ୍ଜିତ କରାଯାଇଥିଲା। ଉଦଯାପନୀ ସମାରୋହରେ ଭାରତର ୧୦ଜଣ ଭାରତୀୟ ଆଥଲେଟ୍ ଏବଂ ଅଫିସିଆଲ୍ସ ଭାଗ ନେଇଥିଲେ।

ରେସଲର୍ ବଜରଙ୍ଗ ପୁନିଆ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ। ଉଦଯାପନୀ ସମାରୋହରେ ବଜରଙ୍ଗ ହାତରେ ତ୍ରିରଙ୍ଗା ଧରି ମାର୍ଚ୍ଚ ପାଷ୍ଟ କରିଥୀଲେ। ଚଳିତ ଟୋକିଓ ଅଲିମ୍ପିକ୍ସ ଭାରତ ପାଇଁ ଅଧିକ ସ୍ମରଣୀୟ ହୋଇ ରହିବ। ଅଲିମ୍ପିକ୍ସରେ ଏଥର ଭାରତ ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ୪ ବ୍ରୋଞ୍ଜ ପଦକ ଜିତି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ଭାରତକୁ ଅଲିମ୍ପିକ୍ସ ଇତିହାସରେ ପ୍ରଥମଥର ପଦକ ମିଳିଛି ଏବଂ ତା’ ପୁଣି ସ୍ୱର୍ଣ୍ଣ।

କୋଭିଡ୍-୧୯ ମହାମାରୀ ମଧ୍ୟରେ ଆୟୋଜିତ ୩୨ତମ ଅଲିମ୍ପିକ୍ସ କ୍ରୀଡ଼ା ଉଦଯାପନୀ ସହ ଶେଷ ହୋଇଛି, ଯେଉଁଥିରେ ଆଗକୁ ବଢ଼ିବାର ବାର୍ତ୍ତା ଦିଆଯାଇଛି। ଉଦଯାପନୀ ସମାରୋହ ଏକ ଭିଡିଓ ସହ ଆରମ୍ଭ ହୋଇଛି, ଯେଉଁଥିରେ ୧୭ ଦିନର ଇଭେଣ୍ଟର ମୁଖ୍ୟ ସାରାଂଶ ଥିଲା।

ଉଦଯାପନୀ ସମାରୋହରେ ଭାରତୀୟ ଦଳର ସେଲଫି ନେଉଥିବା ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ରବି କୁମାର ଦହିୟା, ବଜରଙ୍ଗ ପୁନିଆଙ୍କ ସମେତ ୫ ଆଥଲେଟଙ୍କୁ ଦେଖିବାକୁ ମିଳିଛି। ହେଲେ ସମସ୍ତେ ଉଦଯାପନୀ ସମାରୋହରେ ନୀରଜ ଚୋପ୍ରାଙ୍କୁ ଖୋଜିଥିଲେ, ଯିଏ ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ଭାରତକୁ ପ୍ରଥମ ପଦକ ଦେଇଛନ୍ତି। ନୀରଜ ଚୋପ୍ରାଙ୍କ ଗୋଲ୍ଡେନ ଥ୍ରୋ’ ଚଳିତ ଅଲିମ୍ପିକ୍ସରେ ଭାରତ ଖାତାରେ ଏକମାତ୍ର ସ୍ୱର୍ଣ୍ଣ ପଦକ ଦେଇଛି।

ଆମେରିକା ନମ୍ବର-୧: ଚଳିତ ଅଲିମ୍ପିକ୍ସରେ ପୁଣି ଦବଦବା ଦେଖାଇଛି ଆମେରିକା। ଆମେରିକା ୩୯ ସ୍ୱର୍ଣ୍ଣ, ୪୧ ରୌପ୍ୟ ଓ ୩୩ ବ୍ରୋଞ୍ଜ ସହ ମୋଟ ୧୧୩ ପଦକ ଜିତି ତାଲିକାର ଶୀର୍ଷ ସ୍ଥାନରେ ଅଭିଯାନ ଶେଷ କରିଛି। କିନ୍ତୁ ଆମେରିକା ଏଥର ପୂର୍ବ ସଂସ୍କରଣ ତୁଳନାରେ ୭ ସ୍ୱର୍ଣ୍ଣ ପଦକ କମ୍ ଜିତିଛି।

ତାଲିକାରେ ଚାଇନା ୮୮ (୩୮ ସ୍ୱର୍ଣ୍ଣ, ୩୨ ରୌପ୍ୟ, ୧୮ ବ୍ରୋଞ୍ଜ) ପଦକ ସହ ଦ୍ୱିତୀୟ, ଆୟୋଜକ ଜାପାନ ୫୮ (୨୭ ସ୍ୱର୍ଣ୍ଣ, ୧୪ ରୌପ୍ୟ, ୧୭ ବ୍ରୋଞ୍ଜ) ପଦକ ସହ ତୃତୀୟ, ଗ୍ରେଟ୍ ବ୍ରିଟେନ୍ ୬୫ (୨୨ ସ୍ୱର୍ଣ୍ଣ, ୨୧ ରୌପ୍ୟ, ୨୨ ବ୍ରୋଞ୍ଜ) ପଦକ ସହ ଚତୁର୍ଥ ଏବଂ ରୁଷିଆନ୍ ଅଲିମ୍ପିକ୍ କମିଟି (ଆରଓସି) ୭୧ (୨୦ ସ୍ୱର୍ଣ୍ଣ, ୨୮ ରୌପ୍ୟ ଓ ୨୩ ବ୍ରୋଞ୍ଜ) ପଦକ ସହ ପଞ୍ଚମ ସ୍ଥାନରେ ରହିଛି। ଭାରତ ୭ ପଦକ (୧ ସ୍ୱର୍ଣ୍ଣ, ୨ ରୌପ୍ୟ, ୪ ବ୍ରୋଞ୍ଜ) ପଦକ ସହ ତାଲିକାର ୪୮ତମ ସ୍ଥାନରେ ରହିଛି।

The post ବିଦାୟ ଟୋକିଓ, ଉଦଯାପନୀ ସମାରୋହରେ ଜୋଶ୍ ଦେଖାଇଲା ଭାରତ appeared first on Odisha Reporter.

]]>
centre top, Tokyo Olympics 2021-08-10 13:30:53 https://cdn.odishareporter.in/wp-content/uploads/2021/08/08192006/india-3.jpg
୨୬ ମିଟରରୁ ୮୭.୫୮ ମିଟରର ଯାତ୍ରା, ବାଉଁଶ ଜାଭେଲିନ୍ ଭାଙ୍ଗିବାରୁ ମିଳିଥିଲା ଗାଳି https://odishareporter.in/sports/journey-of-neeraj-chopra-from-26-meters-to-over-87-meters1-665348 Sun, 08 Aug 2021 11:29:57 +0000 https://odishareporter.in/?p=665348

ନୂଆଦିଲ୍ଲୀ: ହରିୟାଣାର ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ଏକ ସମୟରେ ମାତ୍ର ୨୬ ମିଟର୍ ଥ୍ରୋ’ କରୁଥିବା ନୀରଜ ଅଲିମ୍ପିକ୍ସର ଜାଭେଲିନ୍ ଫାଇନାଲରେ ୮୭.୫୮ ମିଟର୍ ଥ୍ରୋ’ କରି ଦମ୍ ଦେଖାଇଛନ୍ତି। ୧୦ ବର୍ଷ ତଳେ ୧୩ ବର୍ଷ ବୟସରେ ୮୦ କିଲୋ ଓଜନ ବିଶିଷ୍ଟ ଖଣ୍ଡରା ଗାଁର ନୀରଜ ଶିବାଜୀ ଷ୍ଟାଡିୟମରେ ପ୍ରଥମଥର ୨୬ ମିଟର୍ ଦୂରତାକୁ ଜାଭେଲିନ୍ ଥ୍ରୋ’ କରିଥିଲେ। ସେତେବେଳେ ତାଙ୍କ ହାତରେ […]

The post ୨୬ ମିଟରରୁ ୮୭.୫୮ ମିଟରର ଯାତ୍ରା, ବାଉଁଶ ଜାଭେଲିନ୍ ଭାଙ୍ଗିବାରୁ ମିଳିଥିଲା ଗାଳି appeared first on Odisha Reporter.

]]>

ନୂଆଦିଲ୍ଲୀ: ହରିୟାଣାର ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ଏକ ସମୟରେ ମାତ୍ର ୨୬ ମିଟର୍ ଥ୍ରୋ’ କରୁଥିବା ନୀରଜ ଅଲିମ୍ପିକ୍ସର ଜାଭେଲିନ୍ ଫାଇନାଲରେ ୮୭.୫୮ ମିଟର୍ ଥ୍ରୋ’ କରି ଦମ୍ ଦେଖାଇଛନ୍ତି। ୧୦ ବର୍ଷ ତଳେ ୧୩ ବର୍ଷ ବୟସରେ ୮୦ କିଲୋ ଓଜନ ବିଶିଷ୍ଟ ଖଣ୍ଡରା ଗାଁର ନୀରଜ ଶିବାଜୀ ଷ୍ଟାଡିୟମରେ ପ୍ରଥମଥର ୨୬ ମିଟର୍ ଦୂରତାକୁ ଜାଭେଲିନ୍ ଥ୍ରୋ’ କରିଥିଲେ।

ସେତେବେଳେ ତାଙ୍କ ହାତରେ ଜାଭେଲିନ୍ ଧରାଇଥିବା ସିନିୟର ଆଥଲେଟ୍ ଜୟବୀର ସିଂହ ଓ ଜିତେନ୍ଦ୍ର ଜାଗନାଲ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ ବର୍ଷେ ଧରି ଅଭ୍ୟାସ କରିଥିବା ଥ୍ରୋୟର ମଧ୍ୟ ଏତେ ଦୂର ଯାଏ ଜାଭେଲିନ୍ ଥ୍ରୋ’ କରିପାରୁଥିଲେ। ଦୁଇ ଆଥଲେଟଙ୍କର ଅଲିମ୍ପିକ୍ସ ଖେଳିବାର ସ୍ୱପ୍ନ ଥିଲା, କିନ୍ତୁ ଆହତ କାରଣରୁ ଏହା ସଫଳ ହୋଇପାରିଲା ନାହିଁ। ଏବେ ତାଙ୍କ ଶିକ୍ଷ୍ୟ ନୀରଜ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ନା କେବଳ ତାଙ୍କୁ ଗୁରୁ ଦକ୍ଷିଣା ଦେଇଛନ୍ତି ବରଂ କ୍ରୀଡ଼ା ଇତିହାସରେ ନିଜ ନାଁକୁ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖି ଦେଇଛନ୍ତି। ଏହାସହ ବାଉଁଶରୁ ପ୍ରସ୍ତୁତ ଜାଭେଲିନ୍ ଭାଙ୍ଗିବା ପରେ ତାଙ୍କୁ ଗାଳି ମଧ୍ୟ ପଡ଼ୁଥିଲା।

ନୀରଜଙ୍କ ଯାତ୍ରା: ଅଲିମ୍ପିକ୍ସ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ନୀରଜଙ୍କୁ ଖୁବ୍ ସଂଘର୍ଷ କରିବାକୁ ପଡ଼ିଛି। ଥରେ ଏକ ବାଉଁଶ ଜାଭେଲିନ୍ ଭାଙ୍ଗିବା ଦ୍ୱାରା ତାଙ୍କୁ ଖୁବ୍ ଗାଳି ଶୁଣିବାକୁ ପଡ଼ିଥିଲା। ଆଉ ଏଥିରେ ସେ ଖୁବ୍ କାନ୍ଦି ପକାଇଥିଲେ। ନୀରଜ ସ୍କୁଲ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ଓ ଅଲିମ୍ପିକ୍ସ ଯାଏ ସବୁ ବଡ଼ ମୁକାବିଲାରେ ସ୍ୱର୍ଣ୍ଣ ପଦକ ଜିତିଆସିଛନ୍ତି। ତେଣିକି ତାହା ଏସିଆନ୍ ଗେମ୍ସ ହେଉ କି ରାଜ୍ୟଗୋଷ୍ଠୀ କ୍ରୀଡ଼ା ହେଉ। କିନ୍ତୁ ବିଶ୍ୱ ଚାମ୍ପିୟନଶିପ୍‌ରେ ସେ ପଦକ ଜିତିପାରିନାହାନ୍ତି।୨୦୧୨ରେ ଅଣ୍ଡର୍-୧୬ରେ ନିଜର ପ୍ରଥମ ଜାତୀୟ ପ୍ରତିଯୋଗିତାରେ ୬୮ ମିଟର୍ ଥ୍ରୋ’ କରି ଜାତୀୟ ରେକର୍ଡ ସ୍ଥାପନ କରିଥିଲେ। ୨୦୧୪ରେ  ଅଣ୍ଡର୍-୧୮ ପ୍ରତିଯୋଗିତାରେ ସେ ୭୬.୫୦ ମିଟର୍ ଥ୍ରୋ’ କରି ସ୍ୱର୍ଣ୍ଣ ପଦକ ସହ ଜାତୀୟ ରେକର୍ଡ ଭାଙ୍ଗିଥିଲେ।

୨୦୧୫ରେ ନୀରଜ ହରିୟାଣାର ରାଜେନ୍ଦ୍ର ନୈନଙ୍କର ୮୨.୨୩ ମିଟର୍ ନ୍ୟାଶନାଲ୍ ରେକର୍ଡର ସମକକ୍ଷ ହୋଇଥିଲେ। ୨୦୧୬ରେ ଅଣ୍ଡର୍-୨୦ରେ ୮୬.୪୮ ମିଟର୍ ଜାଭେଲିନ୍ ଥ୍ରୋ’ କରି ବିଶ୍ୱ ରେକର୍ଡ ଏବଂ ଭାରତର ରାଜେନ୍ଦ୍ର ନୈନଙ୍କର ରେକର୍ଡ ଭାଙ୍ଗି ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲେ। ୨୦୧୭ରେ ଭୁବନେଶ୍ୱରରେ ଆୟୋଜିତ ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନଶିପରେ ନୀରଜ ୮୫.୨୩ ମିଟର୍ ଥ୍ରୋ’ କରି ସ୍ୱର୍ଣ୍ଣ ପଦକ ଅକ୍ତିଆର କରିଥିଲେ। ଏହା ପରେ ସେ ୨୦୧୮ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସିଆନ୍ ଗେମ୍ସରେ ଲଗାତର ସ୍ୱର୍ଣ୍ଣ ପଦକ ଜିତି ନିଜର ନୂଆ ପରିଚୟ ସୃଷ୍ଟି କରିଥିଲେ। ୨୦୨୧, ମାର୍ଚ୍ଚ ୫ ତାରିଖରେ ନୀରଜ ୮୮.୦୭ ମିଟର୍ ଥ୍ରୋ’ କରି ନୂଆ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ। ଏବେ ଟୋକିଓ ଅଲିମ୍ପିକ୍ସରେ ସେ ୮୭.୫୮ ମିଟର୍ ପର୍ଯ୍ୟନ୍ତ ଜାଭେଲିନ୍ ଥ୍ରୋ’ କରି ସ୍ୱର୍ଣ୍ଣ ପଦକ ଜିତି ନେଇଛନ୍ତି।

ଶିବାଜୀ ଷ୍ଟାଡିୟମରେ ନୀରଜ ଅଭ୍ୟାସ କରୁଥିବା ବେଳେ ବାଉଁଶରେ ପ୍ରସ୍ତୁତ ୨୦୦ ଟଙ୍କିଆ ଜାଭେଲିନ୍ ଭାଙ୍ଗିଯାଇଥିଲା। ଯାହା ପରେ ନୀରଜଙ୍କୁ ଖୁବ୍ ଗାଳି ହୋଇଥିଲା। ସିନିୟର ଖେଳାଳିମାନେ ନୀରଜଙ୍କୁ କହିଥିଲେ ଯେ ଏବେ କ୍ରୀଡ଼ା ବିଭାଗ ତରଫରୁ ଆଉ ଜାଭେଲିନ୍ ମିଳିବ ନାହିଁ, ତାହେଲେ ଅଭ୍ୟାସ କେମିତି କରିବ। ଶାନ୍ତ ସ୍ୱଭାବର ନୀରଜ ପାଲଟା ଜବାବ ନଦେଇ ମନରେ ବଡ଼ ନିଷ୍ପତ୍ତି ନେଇଥିଲେ। ନୀରଜ ସ୍ଥିର କରିଥିଲେ ଯେ ଏମିତି କିଛି କରି ଦେଖାଇବେ ଯେପରି ଅଭ୍ୟାସ ପାଇଁ ମହଙ୍ଗା ଜାଭେଲିନ୍ କିଣିବାକୁ ଆଉ କେବେବି ଅଭାବ ହେବ ନାହିଁ। ଆଉ ପରବର୍ତ୍ତୀ ସମୟରେ ନୀରଜ ଏହା କରିକି ମଧ୍ୟ ଦେଖାଇଲେ। ଏବେ ତାଙ୍କ ପାଖରେ ଦେଢ଼ରୁ ୨ଲକ୍ଷ ଟଙ୍କା ଦାମର ଡଜନ୍‌ରୁ ଅଧିକ ଜାଭେଲିନ୍ ଅଭ୍ୟାସ ପାଇଁ ଅଛି। ଶିବାଜୀ ଷ୍ଟାଡିୟମରେ ଅଭ୍ୟାସ କରୁଥିବା ପ୍ରମିନ୍ଦ ଢୋଞ୍ଚକଙ୍କର ୨୦୧୧ରେ ପଞ୍ଚକଚଲାର ତାଉ ଦେବୀଲାଲ ଷ୍ଟାଡିୟମରେ ନର୍ସରୀ ଚୟନ ହୋଇଗଲା। ସେ ହିଁ ନୀରଜଙ୍କୁ ପଞ୍ଚକୁଲା ନେଇଥିଲେ। ଏହିଠାରୁ ନୀରଜଙ୍କର ସଫଳତାର ଯାତ୍ରା ଆରମ୍ଭ ହୋଇଥିଲା।

ସର୍ତ୍ତ ଲଗାଇ ଖାଇଥିଲେ ୧୮ ଟିକ୍କି: ମଡେଲ୍ ଟାଉନରେ ଥିବା ନୀରଜଙ୍କ ଜଣେ ବନ୍ଧୁ ସନ୍ନି ସର୍ଦ୍ଦାର କହିଛନ୍ତି ଯେ ନୀରଜ ଜଣେ ଖାଦ୍ୟପ୍ରେମୀ ଥିଲେ। ଦିନେ ନୀରଜ ବଜାରକୁ ଯାଇଥିଲେ। ସେତେବେଳେ ଦୁଇ ବନ୍ଧୁ ୧୮ ଟିକ୍କି ଖାଇବାକୁ ନେଇ ସର୍ତ୍ତ ଲଗାଇଥିଲେ। କିନ୍ତୁ ନୀରଜ ଏକାକୀ ୧୮ ଟିକ୍କି ଖାଇଦେଲେ। ଏହା ପରେ ଷ୍ଟାଡିୟମକୁ ଫେରି ମେସ୍‌ରେ ପୁଣି ଖାଇଥିଲେ। ଏପରିକି ଏହା ସହ କ୍ଷୀର ବି ପିଇଲେ। ନୀରଜଙ୍କୁ ଏତେ ମାତ୍ରାରେ ଖାଇବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ଏହା ପରେ ନୀରଜ ତୈଳ ଜାତୀୟ ଖାଦ୍ୟ ଓ ଅତ୍ୟଧିକ ମିଠା ଖାଇବା ବନ୍ଦ କରିଦେଇଥିଲେ।

 

କେବେବି ଚାପରେ ରୁହନ୍ତି ନାହିଁ: ନୀରଜଙ୍କ ସହ ପଞ୍ଚକୁଲା ହଷ୍ଟେଲରେ ରହୁଥିବା ତାଙ୍କ ବନ୍ଧୁ ହରେନ୍ଦ୍ର କହିଛନ୍ତି ଯେ ନୀରଜ ବହୁତ ବିନ୍ଦାସ ଥିଲେ। ସେ କେବେବି ନିଜ ଉପରକୁ ଚାପ ନିଅନ୍ତି ନାହିଁ। ସାଙ୍ଗସାଥୀଙ୍କ ସହ ଖୁବ୍ ମସ୍ତି କରନ୍ତି। ଅନେକଥର ସାଙ୍ଗମାନଙ୍କୁ ଫୋନ୍ କରି ଫିଲ୍ମ ଦେଖିବାକୁ ଯିବା ପାଇଁ କହୁଥିଲେ। କିନ୍ତୁ ସାଙ୍ଗମାନେ ଫିଲ୍ମ ହଲରେ ପହଞ୍ଚିବା ପରେ ନୀରଜ ନିଜ ଫୋନ୍ ବନ୍ଦ କରି ଦେଉଥିଲେ। ପରେ ସାଙ୍ଗମାନଙ୍କୁ କ୍ଷମା ମାଗୁଥିଲେ। ସେନାର ଅନୁଶାସନ ନୀରଜଙ୍କ ବ୍ୟକ୍ତିତ୍ୱରେ ସ୍ପଷ୍ଟ ଦେଖିବାକୁ ମିଳେ।

The post ୨୬ ମିଟରରୁ ୮୭.୫୮ ମିଟରର ଯାତ୍ରା, ବାଉଁଶ ଜାଭେଲିନ୍ ଭାଙ୍ଗିବାରୁ ମିଳିଥିଲା ଗାଳି appeared first on Odisha Reporter.

]]>
left top, Neeraj Chopra, Tokyo Olympics 2021-08-08 17:10:03 https://cdn.odishareporter.in/wp-content/uploads/2021/08/08165121/neeraj-chopra-3.jpg
ଜାତୀୟ ସଂଗୀତ ବେଳେ ଭାବବିହ୍ୱଳ ହେଲେ, ମିଲଖା ସିଂହଙ୍କୁ ଉର୍ତ୍ସଗ କଲେ ସ୍ୱର୍ଣ୍ଣ ପଦକ https://odishareporter.in/sports/athletics/neeraj-chopra-dedicates-gold-to-milkha-singh-665207 Sat, 07 Aug 2021 15:39:14 +0000 https://odishareporter.in/?p=665207

ନୂଆଦିଲ୍ଲୀ: ସ୍ୱାଧୀନତା ପରେ ଦ୍ୱିତୀୟ ଭାରତୀୟ ଭାବେ ଅଲିମ୍ପିକ୍ସରେ ଶନିବାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି ନୀରଜ ଚୋପ୍ରା। ନୀରଜ ଚୋପ୍ରା ୮୭.୫୮ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରି ଐତିହାସିକ ସ୍ୱର୍ଣ୍ଣ ହାସଲ କରିଛନ୍ତି। ନୀରଜ ଅଲିମ୍ପିକ୍ସ ପୋଡିୟମରେ ସ୍ୱର୍ଣ୍ଣ ପଦକ ପିନ୍ଧିବା ପରେ କ’ଣ ଅନୁଭବ କରିଥିଲେ, ସେକଥା କହିଛନ୍ତି। ପଦକ ପାଇବା ପରେ ଯେତେବେଳେ ଦେଶର ଜାତୀୟ ସଂଗୀତ ବାଜିଥିଲା ସେତେବେଳେ ସେ ପୋଡିୟମ ଉପରେ ହିଁ ଭାବବିହ୍ୱଳ ହୋଇ ଯାଇଥିଲେ। ତାଙ୍କ ଆଖି […]

The post ଜାତୀୟ ସଂଗୀତ ବେଳେ ଭାବବିହ୍ୱଳ ହେଲେ, ମିଲଖା ସିଂହଙ୍କୁ ଉର୍ତ୍ସଗ କଲେ ସ୍ୱର୍ଣ୍ଣ ପଦକ appeared first on Odisha Reporter.

]]>

ନୂଆଦିଲ୍ଲୀ: ସ୍ୱାଧୀନତା ପରେ ଦ୍ୱିତୀୟ ଭାରତୀୟ ଭାବେ ଅଲିମ୍ପିକ୍ସରେ ଶନିବାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି ନୀରଜ ଚୋପ୍ରା। ନୀରଜ ଚୋପ୍ରା ୮୭.୫୮ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରି ଐତିହାସିକ ସ୍ୱର୍ଣ୍ଣ ହାସଲ କରିଛନ୍ତି। ନୀରଜ ଅଲିମ୍ପିକ୍ସ ପୋଡିୟମରେ ସ୍ୱର୍ଣ୍ଣ ପଦକ ପିନ୍ଧିବା ପରେ କ’ଣ ଅନୁଭବ କରିଥିଲେ, ସେକଥା କହିଛନ୍ତି।

ପଦକ ପାଇବା ପରେ ଯେତେବେଳେ ଦେଶର ଜାତୀୟ ସଂଗୀତ ବାଜିଥିଲା ସେତେବେଳେ ସେ ପୋଡିୟମ ଉପରେ ହିଁ ଭାବବିହ୍ୱଳ ହୋଇ ଯାଇଥିଲେ। ତାଙ୍କ ଆଖି ମଧ୍ୟ ଜକେଇ ଆସିଥିଲା ବୋଲି ସେ କହିଛନ୍ତି। ଏଥିସହ ସେ ଏହି ସ୍ୱର୍ଣ୍ଣ ପଦକୁ ଦିବଗଂତ ଆଥଲେଟ ମିଲଖା ସିଂହଙ୍କୁ ଉର୍ତ୍ସଗ କରିଛନ୍ତି।

୧୯୬୦ରେ ମିଲଖା ସିଂହ ଅଲିମ୍ପିକ୍ସରେ ପଦକ ହାସଲ କରିବା ଠାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। କିନ୍ତୁ ସେ ଫ୍ଲାଇଙ୍ଗ ଶିଖ ଭାବେ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲେ। ନୀରଜ ଆଜି କହିଛନ୍ତି, “ମୁଁ କେବେ ହେଲେ ସ୍ୱର୍ଣ୍ଣ ପଦକ କଥା ଚିନ୍ତା କରି ନଥିଲି। ଆଜି କିଛି ଅଲଗା କରିବାର ଥିଲା। ମୁଁ କେବଳ ଅଲିମ୍ପିକ୍ସ ରେକର୍ଡ ଭାଙ୍ଗିବାକୁ ଚାହୁଁଥିଲି। ଏଥିପାଇଁ ମୁଁ ବାରମ୍ବାର ଉଦ୍ୟମ ମଧ୍ୟ କରିଛି।”

ସେ ନିଜର ଏହି ସ୍ୱର୍ଣ୍ଣ ପଦକକୁ ମିଲଖା ସିଂହ, ପିଟି ଉଷା ଓ ଅଲିମ୍ପିକ୍ସରେ ପଦକ ହାସଲ ଠାରୁ ଅଳ୍ପକେ ବର୍ତ୍ତି ଯାଇଥିବା ସମସ୍ତ ଭାରତୀୟ ଆଥଲେଟିକମାନଙ୍କୁ ଉତ୍ସର୍ଗ କରିଛନ୍ତି।

ଏଥିସହ ସେ କହିଛନ୍ତି, ପଦକ ପ୍ରଦାନ ବେଳେ ଯେତେବେଳେ ଭାରତର ଜାତୀୟ ସଂଗୀତ ବାଜିଥିଲା ସେତେବେଳେ ଅଲଗା ପ୍ରକାରର ଅନୁଭବ ହୋଇଥିଲା। ଏହି ସମୟରେ ସେ ତାଙ୍କ ଆଖିକୁ ଲୁହ ଆସି ଯାଇଥିଲା ବୋଲି ନୀରଜ କହିଛନ୍ତି।

The post ଜାତୀୟ ସଂଗୀତ ବେଳେ ଭାବବିହ୍ୱଳ ହେଲେ, ମିଲଖା ସିଂହଙ୍କୁ ଉର୍ତ୍ସଗ କଲେ ସ୍ୱର୍ଣ୍ଣ ପଦକ appeared first on Odisha Reporter.

]]>
left bottom, Tokyo Olympics 2021-08-07 21:09:14 https://cdn.odishareporter.in/wp-content/uploads/2021/08/07210759/Neeraj-123.jpg
ନୀରଜଙ୍କ ପାଇଁ ଶୁଭେଚ୍ଛାର ସୁଅ https://odishareporter.in/sports/athletics/congratulatory-wishes-pour-for-neeraj-665200 Sat, 07 Aug 2021 15:03:01 +0000 https://odishareporter.in/?p=665200

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଦେଶକୁ ଗର୍ବିତ କରିଥିବା ନୀରଜ ଚୋପ୍ରାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷମାନେ ତାଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, “ନୀରଜ ଚୋପ୍ରାଙ୍କ ବିଜୟ ଅଭୂତପୂର୍ବ। ଆପଣଙ୍କ ଜାଭେଲିନ ସ୍ୱର୍ଣ୍ଣ ସବୁ ପ୍ରତିବନ୍ଧକକୁ ଭାଙ୍ଗି ଦେଇଛି ଓ ଇତିହାସ ସୃଷ୍ଟି କରିଛି। ଆପଣ ନିଜର ପ୍ରଥମ ଅଲିମ୍ପିକ୍ସରେ ଭାରତ ପାଇଁ ଫିଲ୍ଡ ଓ […]

The post ନୀରଜଙ୍କ ପାଇଁ ଶୁଭେଚ୍ଛାର ସୁଅ appeared first on Odisha Reporter.

]]>

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଦେଶକୁ ଗର୍ବିତ କରିଥିବା ନୀରଜ ଚୋପ୍ରାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷମାନେ ତାଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, “ନୀରଜ ଚୋପ୍ରାଙ୍କ ବିଜୟ ଅଭୂତପୂର୍ବ। ଆପଣଙ୍କ ଜାଭେଲିନ ସ୍ୱର୍ଣ୍ଣ ସବୁ ପ୍ରତିବନ୍ଧକକୁ ଭାଙ୍ଗି ଦେଇଛି ଓ ଇତିହାସ ସୃଷ୍ଟି କରିଛି। ଆପଣ ନିଜର ପ୍ରଥମ ଅଲିମ୍ପିକ୍ସରେ ଭାରତ ପାଇଁ ଫିଲ୍ଡ ଓ ଟ୍ରାକ୍‌ ଇଭେଣ୍ଟରେ ପ୍ରଥମ ସ୍ୱର୍ଣ୍ଣ ଜିତିଛନ୍ତି। ଆପଣଙ୍କ ସଫଳତା ଯୁବକଗୋଷ୍ଠୀଙ୍କୁ ଉତ୍ସାହିତ କରିବ।”


ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି, ଅତ୍ୟନ୍ତ ଅବିଶ୍ୱସନୀୟ ସଫଳତା। ନୀରଜ ଚୋପ୍ରା ଇତିହାସ ରଚି ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି। ଦୀର୍ଘ ବର୍ଷ ଧରି ଫିଲ୍ଡ ଓ ଟ୍ରାକ୍‌ ଇଭେଣ୍ଟରେ ଭାରତ ପଦକ ପାଇଁ କରିଥିବା ଅପେକ୍ଷା ଶେଷ ହୋଇଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ନୀରଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନୀରଜ ଯେଉଁ ଇତିହାସ ରଚିଲେ, ତାହା ସବୁବେଳେ ସ୍ମରଣୀୟ ହୋଇ ରହିବ ବୋଲି ମୋଦି କହିଛନ୍ତି।


ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀରଜଙ୍କ ସ୍ୱର୍ଣ୍ଣ ପଦକ ପୂରା ଦେଶକୁ ଗର୍ବିତ କରିଛି ବୋଲି କହିଛନ୍ତି। ପୂରା ଦେଶ ଆଜି ନୀରଜ ପାଇଁ ଗର୍ବ କରୁଛି। ଆପଣ ପରବର୍ତ୍ତୀ ପିଢ଼ିଙ୍କ ପ୍ରେରଣାର ଉତ୍ସ ବୋଲି ନବୀନ ଟ୍ୱିଟ କରିଛନ୍ତି।


ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ଆଜି ସାରା ବିଶ୍ୱରେ ଭାରତର ନାଁ ଗୁଞ୍ଜରିତ ହୋଇଛି। ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ଆପଣଙ୍କ ପ୍ରଦର୍ଶନ ପାଇଁ ଅନେକ ଅନେକ ଶୁଭେଚ୍ଛା। ୧୩ ବର୍ଷ ଧରି ସ୍ୱର୍ଣ୍ଣ ଜିତିବାର ଅପେକ୍ଷା ଶେଷ ହୋଇଛି। ଏହା ଏକ ଐତିହାସିକ ମୁହୂର୍ତ୍ତ ବୋଲି ଶ୍ରୀ ପଣ୍ଡା କରିଛନ୍ତି।


ଏମାନଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅନୁରାଗ ଠାକୁର, କରିଣ ରିଜ୍ଜିଜୁ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କଂଗ୍ରେସ, କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଠାରୁ ଆରମ୍ଭ କରି କୋଟିକୋଟି ଭାରତୀୟ ଆଜି ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

The post ନୀରଜଙ୍କ ପାଇଁ ଶୁଭେଚ୍ଛାର ସୁଅ appeared first on Odisha Reporter.

]]>
left bottom, Tokyo Olympics 2021-08-07 20:33:01 https://cdn.odishareporter.in/wp-content/uploads/2021/08/07203009/Neeraj112.jpg
ଭାରତକୁ ଆଉ ଗୋଟିଏ ପଦକ, ବ୍ରୋଞ୍ଜ ଜିତିଲେ ବଜରଙ୍ଗ https://odishareporter.in/sports/others/bajrang-punia-wins-bronze-for-india-665142 Sat, 07 Aug 2021 10:59:52 +0000 https://odishareporter.in/?p=665142

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସର ରେସଲିଂ ଭାରତକୁ ଆଉ ଗୋଟିଏ ପଦକ ମିଳିଛି। ଦେଶର ଷ୍ଟାର ରେସଲର ବଜରଙ୍ଗ ପୁନିଆ ଆଜି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଗତକାଲି ସେମିଫାଇନାଲରେ ହାରିଥିବା ବଜରଙ୍ଗ ଆଜି କାଜାଖସ୍ତାନର ଦୌଲେତ ନିୟାଜ ବେକୋଭଙ୍କୁ ୮-୦ରେ ପରାସ୍ତ କରିଛନ୍ତି। ପୁରୁଷ ୬୫ କେଜି ଫ୍ରିଷ୍ଟାଇଲ୍ ସେମିଫାଇନାଲରେ ଭାରତର ଷ୍ଟାର୍ ରେସଲର୍ ବଜରଙ୍ଗ ପୁନିଆ ସେମିରେ ଆଜରବାଇଜାନର ହାଜି ଅଲିୟେଭଙ୍କ ନିକଟରୁ ୧୨-୫ ପଏଣ୍ଟରେ ହାରିଥିଲେ। କିନ୍ତୁ ଆଜି ସେ ଜବରଦସ୍ତ କମବ୍ୟାକ୍‌ […]

The post ଭାରତକୁ ଆଉ ଗୋଟିଏ ପଦକ, ବ୍ରୋଞ୍ଜ ଜିତିଲେ ବଜରଙ୍ଗ appeared first on Odisha Reporter.

]]>

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସର ରେସଲିଂ ଭାରତକୁ ଆଉ ଗୋଟିଏ ପଦକ ମିଳିଛି। ଦେଶର ଷ୍ଟାର ରେସଲର ବଜରଙ୍ଗ ପୁନିଆ ଆଜି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଗତକାଲି ସେମିଫାଇନାଲରେ ହାରିଥିବା ବଜରଙ୍ଗ ଆଜି କାଜାଖସ୍ତାନର ଦୌଲେତ ନିୟାଜ ବେକୋଭଙ୍କୁ ୮-୦ରେ ପରାସ୍ତ କରିଛନ୍ତି।

ପୁରୁଷ ୬୫ କେଜି ଫ୍ରିଷ୍ଟାଇଲ୍ ସେମିଫାଇନାଲରେ ଭାରତର ଷ୍ଟାର୍ ରେସଲର୍ ବଜରଙ୍ଗ ପୁନିଆ ସେମିରେ ଆଜରବାଇଜାନର ହାଜି ଅଲିୟେଭଙ୍କ ନିକଟରୁ ୧୨-୫ ପଏଣ୍ଟରେ ହାରିଥିଲେ। କିନ୍ତୁ ଆଜି ସେ ଜବରଦସ୍ତ କମବ୍ୟାକ୍‌ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।  ପ୍ରଥମ ପରିୟସ ଶେଷ ବେଳକୁ ବଜରଙ୍ଗ ୨-୦ରେ ଆଗୁଆ ଥିଲେ।

ଦ୍ୱିତୀୟ ପରିୟଡ ବେଳକୁ ସେ ଆହୁରି ଆଟାକିଂ ମୁଡକୁ ଚାଲି ଆସିଥିଲେ। ଲଗାତର ଆଟାକ କରି ସେ ନିଜର ସ୍କୋରରେ ୨ ପଏଣ୍ଟ ଲେଖାଏ ଆଡ କରି ଚାଲିଥିଲେ। ଦୌଲେତ କମବ୍ୟାକ୍‌ କରିବାକୁ ଚେଷ୍ଟା କରିଥିଲେ ହେଁ ଏହା ସଫଳ ହୋଇ ପାରି ନଥିଲା। ଶେଷରେ ବଜରଙ୍ଗ ମ୍ୟାଚ୍‌କୁ ୮-୦ରେ ଜିତି ନେଇଛନ୍ତି।

ଏହି ବିଜୟ ସହ ଚଳିତ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୬ରେ ପହଞ୍ଚିଛି। ୨୦୧୨ ଅଲିମ୍ପିକ୍ସରେ ମଧ୍ୟରେ ଭାରତ ସମାନ ୬ଟି ପଦକ ଜିତିଥିଲା। ବଜରଙ୍ଗ ପୂର୍ବରୁ ୫୭ କେଜି ଫ୍ରି ଷ୍ଟାଇଲ ରେସଲିଂରେ ରବି କୁମାର ଦାହିୟା ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ।

ବଜରଙ୍ଗ ପ୍ରି-କ୍ୱାର୍ଟର୍ ଫାଇନାଲରେ କିର୍ଗିଜସ୍ତାନର ଏର୍ନାଜର ଅକମାତାଲିଏଭଙ୍କୁ ହରାଇଥିବା ବେଳେ କ୍ୱାର୍ଟର୍ ଫାଇନାଲରେ ଇରାନରୀ ମୋର୍ତେଜା ଘିଆସି ଚେକାଙ୍କୁ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ହାସଲ କରିଥିଲେ।

ବଜରରଙ୍ଗ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବଜରଙ୍ଗ ଆଜି ଦମଦାର ଲଢ଼େଇ କରି ସାରା ଦେଶକୁ ଗର୍ବ ଓ ଖୁସି କରାଇଛନ୍ତି ବୋଲି ମୋଦି କହିଛନ୍ତି।

The post ଭାରତକୁ ଆଉ ଗୋଟିଏ ପଦକ, ବ୍ରୋଞ୍ଜ ଜିତିଲେ ବଜରଙ୍ଗ appeared first on Odisha Reporter.

]]>
centre top, Tokyo Olympics 2021-08-07 16:40:52 https://cdn.odishareporter.in/wp-content/uploads/2021/08/07162941/Bajraning.jpg
ପଦ ଛାଡ଼ିବେ ମହିଳା ହକି ଟିମ୍‌ର ମୁଖ୍ୟ କୋଚ୍‌ https://odishareporter.in/sports/hockey/hockey-team-coach-sjoerd-marijne-to-step-down-665132 Sat, 07 Aug 2021 10:32:07 +0000 https://odishareporter.in/?p=665132

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ପ୍ରଥମଥର ପାଇଁ ସେମି ଫାଇନାଲକୁ ଯାଇ ଥିବା ଭାରତୀୟ ମହିଳା ହକି ଟିମ୍‌ର ମୁଖ୍ୟ କୋଚ୍‌ ଜୋଏଡ ମାରିନ ପଦ ଛାଡ଼ିବେ। ଅଲିମ୍ପିକ୍ସ ହିଁ ତାଙ୍କର ଭାରତୀୟ ମହିଳା ଦଳ ସହ ଶେଷ ଆସାଇନମେଣ୍ଟ ଥିଲା ବୋଲି ସେ ନିଜେ କହିଛନ୍ତି। ତେଣୁ ସେ ଭାରତୀୟ ମହିଳା ଦଳର ମୁଖ୍ୟ କୋଚ୍ ପଦ ଛାଡ଼ିବେ ବୋଲି ସ୍ପଷ୍ଟ ହୋଇଯାଇଛି। ୪୭ ବର୍ଷୀୟ ମାରିନଙ୍କ ତତ୍ତ୍ୱାବଧାନରେ ଭାରତୀୟ ମହିଳା ହକି ଟିମ୍‌ ଅଲିମ୍ପିକ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ […]

The post ପଦ ଛାଡ଼ିବେ ମହିଳା ହକି ଟିମ୍‌ର ମୁଖ୍ୟ କୋଚ୍‌ appeared first on Odisha Reporter.

]]>

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ପ୍ରଥମଥର ପାଇଁ ସେମି ଫାଇନାଲକୁ ଯାଇ ଥିବା ଭାରତୀୟ ମହିଳା ହକି ଟିମ୍‌ର ମୁଖ୍ୟ କୋଚ୍‌ ଜୋଏଡ ମାରିନ ପଦ ଛାଡ଼ିବେ। ଅଲିମ୍ପିକ୍ସ ହିଁ ତାଙ୍କର ଭାରତୀୟ ମହିଳା ଦଳ ସହ ଶେଷ ଆସାଇନମେଣ୍ଟ ଥିଲା ବୋଲି ସେ ନିଜେ କହିଛନ୍ତି। ତେଣୁ ସେ ଭାରତୀୟ ମହିଳା ଦଳର ମୁଖ୍ୟ କୋଚ୍ ପଦ ଛାଡ଼ିବେ ବୋଲି ସ୍ପଷ୍ଟ ହୋଇଯାଇଛି।

୪୭ ବର୍ଷୀୟ ମାରିନଙ୍କ ତତ୍ତ୍ୱାବଧାନରେ ଭାରତୀୟ ମହିଳା ହକି ଟିମ୍‌ ଅଲିମ୍ପିକ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଦଳ ସେମି ଫାଇନାଲରେ ପରାସ୍ତ ହୋଇଥିଲା। ଏହାପରେ ବ୍ରୋଞ୍ଜ ପଦକ ପାଇଁ ଲଢ଼େଇ କରି ବି ଦଳ ହାରି ଯାଇଥିଲା। ତଥାପି ମହିଳା ଖେଳାଳି ଓ ସେମାନଙ୍କ କୋଚ୍‌ ମାରିନ ସମସ୍ତଙ୍କ ହୃଦୟ ଜିତି ପାରିଥିଲେ। ଅଷ୍ଟ୍ରେଲିଆକୁ କ୍ୱାର୍ଟର ଫାଇନାଲରେ ହରାଇବା ପରେ ମାରିନଙ୍କୁ ଚକ ଦେ ଇଣ୍ଡିଆର ଶାହାରୁଖ ଖାନଙ୍କ ସହ ତୁଳନା ମଧ୍ୟ କରାଯାଇଥିଲା।

ବ୍ରୋଞ୍ଜ ପଦକ ଲଢ଼େଇରେ ଭାରତ ହାରିବା ପରେ ମାରିନ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ ବେଶ ଭାବବିହ୍ୱଳ ହୋଇ ଯାଇଥିଲେ। ସେ କହିଥିଲେ ଯେ “ମୁଁ ଦଳକୁ ନେଇ ଆଉ କୌଣସି ଯୋଜନା କରିନି। କାରଣ ଭାରତୀୟ ମହିଳା ଦଳ ସହ ମୋର ଏହା ଶେଷ ଆସାଇନମେଣ୍ଟ ଥିଲା। ଏବେ ସବୁ କିଛି ଦଳର ଆନାଲିଟିକାଲ କୋଚ୍‌ ଜାନ୍ନେକାଙ୍କ ଉପରେ ନିର୍ଭର କରେ।”

ଏହାପୂର୍ବରୁ ସାଇ ପକ୍ଷରୁ ମାରିନ ଓ ଜାନ୍ନେକାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ମାରିନ ବ୍ୟକ୍ତିଗତ କାରଣ ପାଇଁ କାର୍ଯ୍ୟକାଳ ବୃଦ୍ଧି କରିବାକୁ ମନା କରିଦେଇଥିଲେ। ମାରିନ ମୁଖ୍ୟ କୋଚ୍‌ ପଦ ଛାଡ଼ିବାକୁ ଥିବାରୁ କିଏ ହେବେ ଦଳ କୋଚିଂ ଦାୟିତ୍ୱ ନେବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

୨୦୧୭ରେ ପୂର୍ବତନ ନେଦରଲ୍ୟାଣ୍ଡ୍ସର ଖେଳାଳି ମାରିନ ଭାରତୀୟ ମହିଳା ଦଳର କୋଚ୍ ହୋଇଥିଲେ। କିନ୍ତୁ ସେହିବର୍ଷ ଶେଷ ଭାଗରେ ତାଙ୍କୁ ପୁରୁଷ ଦଳର କୋଚ୍ କରାଯାଇଥିଲା। ଏହାପରେ ୨୦୧୮ରେ ପୁଣିଥରେ ମାରିନଙ୍କୁ ମହିଳା ଦଳର ଦାୟିତ୍ୱ ମିଳିଥିଲା।

ସେବେଠାରୁ ସେ ମହିଳା ଟିମ୍‌ର କୋଚିଂ ଦାୟିତ୍ୱ ସମ୍ଭାଳୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମାରିନ ଦୀର୍ଘ ୧୬ ମାସ ହେଲା କରୋନା ପାଇଁ ନିଜ ପରିବାର ଲୋକଙ୍କୁ ଭେଟି ନାହାନ୍ତି।

The post ପଦ ଛାଡ଼ିବେ ମହିଳା ହକି ଟିମ୍‌ର ମୁଖ୍ୟ କୋଚ୍‌ appeared first on Odisha Reporter.

]]>
left top, Tokyo Olympics 2021-08-07 16:02:07 https://cdn.odishareporter.in/wp-content/uploads/2021/08/07155949/Marin.jpg
ରେସଲିଂରେ ଶେଷ ସ୍ୱର୍ଣ୍ଣ ଆଶା ବି ମଉଳିଲା, ସେମିରେ ହାରିଲେ ବଜରଙ୍ଗ https://odishareporter.in/sports/wrestler-bajrang-punias-gold-medal-dreams-over-loses-12-5-in-semi-final-664896 Fri, 06 Aug 2021 10:12:17 +0000 https://odishareporter.in/?p=664896

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସର ରେସଲିଂ ଇଭେଣ୍ଟରେ ଭାରତର ସ୍ୱର୍ଣ୍ଣ ପଦକ ଜିତିବାର ଆଶା ମଉଳିଯାଇଛି। ପୁରୁଷ ୬୫ କେଜି ଫ୍ରିଷ୍ଟାଇଲ୍ ସେମିଫାଇନାଲରେ ଭାରତର ଷ୍ଟାର୍ ରେସଲର୍ ବଜରଙ୍ଗ ପୁନିଆ ଆଜରବାଇଜାନର ହାଜି ଅଲିୟେଭଙ୍କ ନିକଟରୁ ୧୨-୫ ପଏଣ୍ଟରେ ହାରି ଫାଇନାଲରୁ ବଞ୍ଚିତ ହୋଇଛନ୍ତି। ବଜରଙ୍ଗଙ୍କ ଏହି ପରାଜୟ ସହ ଚଳିତ ଅଲିମ୍ପିକ୍ସରେ ଭାରତର ରେସଲିଂରେ ସ୍ୱର୍ଣ୍ଣ ପଦକ ଜିତିବାର ଯେଉଁ ଆଶା ଥିଲା, ତାହା ଶେଷ ହୋଇଯାଇଛି। ଏହା ପୂର୍ବରୁ ଗୁରୁବାର ରବି କୁମାର ଦହିୟା […]

The post ରେସଲିଂରେ ଶେଷ ସ୍ୱର୍ଣ୍ଣ ଆଶା ବି ମଉଳିଲା, ସେମିରେ ହାରିଲେ ବଜରଙ୍ଗ appeared first on Odisha Reporter.

]]>

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସର ରେସଲିଂ ଇଭେଣ୍ଟରେ ଭାରତର ସ୍ୱର୍ଣ୍ଣ ପଦକ ଜିତିବାର ଆଶା ମଉଳିଯାଇଛି। ପୁରୁଷ ୬୫ କେଜି ଫ୍ରିଷ୍ଟାଇଲ୍ ସେମିଫାଇନାଲରେ ଭାରତର ଷ୍ଟାର୍ ରେସଲର୍ ବଜରଙ୍ଗ ପୁନିଆ ଆଜରବାଇଜାନର ହାଜି ଅଲିୟେଭଙ୍କ ନିକଟରୁ ୧୨-୫ ପଏଣ୍ଟରେ ହାରି ଫାଇନାଲରୁ ବଞ୍ଚିତ ହୋଇଛନ୍ତି। ବଜରଙ୍ଗଙ୍କ ଏହି ପରାଜୟ ସହ ଚଳିତ ଅଲିମ୍ପିକ୍ସରେ ଭାରତର ରେସଲିଂରେ ସ୍ୱର୍ଣ୍ଣ ପଦକ ଜିତିବାର ଯେଉଁ ଆଶା ଥିଲା, ତାହା ଶେଷ ହୋଇଯାଇଛି।

ଏହା ପୂର୍ବରୁ ଗୁରୁବାର ରବି କୁମାର ଦହିୟା ଫାଇନାଲରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ। ସେମିରେ ହାରିଥିବା ବଜରଙ୍ଗ ଏବେ ବ୍ରୋଞ୍ଜ ପଦକ ଲଢ଼ିବେ, ଯେଉଁଥିରେ ତାଙ୍କ ସାମ୍ନା ରୁଷିଆନ୍ ଅଲିମ୍ପିକ୍ କମିଟି (ଆରଓସି)ର ଗାଦଜିମୁରାଦ ରଶିଦୋଭଙ୍କ ସହ ହେବ।

ସେମିଫାଇନାଲରେ ବିଶ୍ୱର ଦୁଇ ନମ୍ବର ରେସଲର୍ ନିରାଶ କରିଥିଲେ। ଆରମ୍ଭରୁ ବଜରଙ୍ଗ ଗୋଟିଏ ପଏଣ୍ଟ ହାସଲ କରିନେଇଥିଲା। କିନ୍ତୁ ଏହା ପରେ ଆଜରବାଇଜନ୍ ପ୍ରତିଦ୍ୱନ୍ଦ୍ୱୀ ଲଗାତର ଦୁଇ ପଏଣ୍ଟ ଲେଖାଏ ହାସଲ କରିନେଇଥିଲା। ଏଥିସହ ପ୍ରଥମ ପିରିୟଡ୍ ଶେଷ ସୁଦ୍ଧା ହାଜି ଅଲିୟେଭ ୪-୧ରେ ଆଗୁଆ ରହିଥିଲେ।

ଦ୍ୱିତୀୟ ପିରିୟଡରେ ହାଜି ତୁରନ୍ତ ୪ ପଏଣ୍ଟ ସହ ୮-୧ର ବଡ଼ ଲିଡ୍ ହାସଲ କରିଥିଲେ। ଏହା ପରେ ବଜରଙ୍ଗ ଅତ୍ୟଧିକ ରକ୍ଷଣାତ୍ମକ ହୋଇପଡ଼ିଥିଲେ, ଯେଉଁ କାରଣରୁ ତାଙ୍କ ପକ୍ଷେ ମ୍ୟାଚକୁ କମବ୍ୟାକ୍ କରିବା ସମ୍ଭବ ହୋଇନଥିଲା। ଫାଇନାଲ୍ ହୁଇସିଲ୍ ବାଜିବା ସୁଦ୍ଧା ହାଜି ୧୨-୫ରେ ମୁକାବିଲାକୁ ଜିତି ନେଇଥିଲେ।

ବଜରଙ୍ଗ ପ୍ରି-କ୍ୱାର୍ଟର୍ ଫାଇନାଲରେ କିର୍ଗିଜସ୍ତାନର ଏର୍ନାଜର ଅକମାତାଲିଏଭଙ୍କୁ ହରାଇଥିବା ବେଳେ କ୍ୱାର୍ଟର୍ ଫାଇନାଲରେ ଇରାନରୀ ମୋର୍ତେଜା ଘିଆସି ଚେକାଙ୍କୁ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ହାସଲ କରିଥିଲେ।

The post ରେସଲିଂରେ ଶେଷ ସ୍ୱର୍ଣ୍ଣ ଆଶା ବି ମଉଳିଲା, ସେମିରେ ହାରିଲେ ବଜରଙ୍ଗ appeared first on Odisha Reporter.

]]>
centre bottom, Tokyo Olympics 2021-08-06 15:42:17 https://cdn.odishareporter.in/wp-content/uploads/2021/08/06154126/bajrang-punia.jpg
ମୋଦିଙ୍କ ସହ କଥା ହେଉ ହେଉ କାନ୍ଦି ପକାଇଲା ମହିଳା ଟିମ୍ https://odishareporter.in/sports/hockey/pm-modi-speaks-to-an-emotional-indian-womens-hockey-team-664880 Fri, 06 Aug 2021 09:27:21 +0000 https://odishareporter.in/?p=664880

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଟିମ୍ ବ୍ରୋଞ୍ଜ ପଦକ ମ୍ୟାଚରେ ଗ୍ରେଟ୍ ବ୍ରିଟେନ୍ ନିକଟରୁ ୩-୪ ଗୋଲରେ ପରାସ୍ତ ହୋଇଛି। ଏହି ପରାଜୟ ସହ ଭାରତୀୟ ମହିଳା ଟିମ୍ ଐତିହାସିକ ପଦକରୁ ବଞ୍ଚିତ ହୋଇଛି। ହୁଏତ ଭାରତୀୟ ମହିଳା ଟିମ୍ ବ୍ରୋଞ୍ଜ ପଦକ ମୁକାବିଲାରେ ହାରି ଯାଇଛନ୍ତି, କିନ୍ତୁ ସେମାନେ ନିଜ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ଦୃଦୟ ଜିଣିଛନ୍ତି। ମ୍ୟାଚ୍ ହାରିବା ପରେ ଭାରତୀୟ ମହିଳା ଖେଳାଳିମାନେ ମଇଦାନରେ ଖୁବ୍ କାନ୍ଦିଥିଲେ। ପ୍ରଥମଥର ପଦକ […]

The post ମୋଦିଙ୍କ ସହ କଥା ହେଉ ହେଉ କାନ୍ଦି ପକାଇଲା ମହିଳା ଟିମ୍ appeared first on Odisha Reporter.

]]>

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଟିମ୍ ବ୍ରୋଞ୍ଜ ପଦକ ମ୍ୟାଚରେ ଗ୍ରେଟ୍ ବ୍ରିଟେନ୍ ନିକଟରୁ ୩-୪ ଗୋଲରେ ପରାସ୍ତ ହୋଇଛି। ଏହି ପରାଜୟ ସହ ଭାରତୀୟ ମହିଳା ଟିମ୍ ଐତିହାସିକ ପଦକରୁ ବଞ୍ଚିତ ହୋଇଛି। ହୁଏତ ଭାରତୀୟ ମହିଳା ଟିମ୍ ବ୍ରୋଞ୍ଜ ପଦକ ମୁକାବିଲାରେ ହାରି ଯାଇଛନ୍ତି, କିନ୍ତୁ ସେମାନେ ନିଜ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ଦୃଦୟ ଜିଣିଛନ୍ତି।

ମ୍ୟାଚ୍ ହାରିବା ପରେ ଭାରତୀୟ ମହିଳା ଖେଳାଳିମାନେ ମଇଦାନରେ ଖୁବ୍ କାନ୍ଦିଥିଲେ। ପ୍ରଥମଥର ପଦକ ଜିତିବାର ସୁଯୋଗ ହାତରୁ ଚାଲିଯାଇଥିବାରୁ ମହିଳାମାନେ ନିଜର କୋହକୁ ରୋକିପାରିନଥିଲେ। ବ୍ରିଟେନ୍ ଖେଳାଳିମାନେ ଖେଳୁଆଡ଼ ମନୋଭାବ ଦେଖାଇ ଭାରତୀୟ ମହିଳାଙ୍କ ସାନ୍ତ୍ୱନା ଦେଇଥିଲେ। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମହିଳା ଖେଳାଳିଙ୍କ ପ୍ରଦର୍ଶନ ପାଇଁ ଖୁବ୍ ପ୍ରଶଂସା କରିଛନ୍ତି।

ମ୍ୟାଚ୍ ଶେଷ ହେବା ପରେ ପିଏମ୍ ମୋଦି ମହିଳା ଟିମ୍ ସହ ଫୋନ୍ ଯୋଗେ କଥା ହୋଇଥିଲେ। କଥାବାର୍ତ୍ତା ବେଳେ ମହିଳା ହକି ଟିମର ସବୁ ଖେଳାଳି ଭାବବିହ୍ୱଳ ହୋଇଯାଇଥିଲେ। ପ୍ରଧାନମନ୍ତ୍ରୀ ଫୋନରେ କଥା ହୋଇ ମହିଳାଙ୍କ ଆତ୍ମବିଶ୍ୱାସ ବଢ଼ାଇଥିଲେ। ମୋଦି କହିଛନ୍ତି, ଆପଣମାନେ ସମସ୍ତେ ଭଲ ଖେଳିଛନ୍ତି। ଗତ ୫-୬ ବର୍ଷ ଧରି ଆପଣମାନେ ଏହି ଖେଳ ପାଇଁ ଖୁବ୍ ଝାଳ ବୁହାଇଛନ୍ତି। ଆପଣଙ୍କ ଏହି ଝାଳବୁହା ପରିଶ୍ରମ ପଦକ ସିନା ଦେଇପାରିଲା ନାହିଁ, କିନ୍ତୁ ଏହା ଦେଶର ଝିଅମାନଙ୍କ ପାଇଁ ପ୍ରେରଣା ପାଲଟିଛି। ମୁଁ ଟିମର ସବୁ ସଦସ୍ୟ ଓ କୋଚଙ୍କୁ ବଧେଇ ଜଣାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହକି ଖେଳାଳି ନବନୀତ କୌରଙ୍କ ଆଖିରେ ଲାଗିଥିବା ଆଘାତ କଥା ପଚାରି ବୁଝିଥିଲେ। ପିଏମ୍ ମୋଦି କହିଲେ, ମୁଁ ଦେଖିଲି ଯେ ଆପଣଙ୍କ ଆଖିରେ ଆଘାତ ଲାଗିଛି। ଜବାବରେ କ୍ୟାପଟେନ୍ ରାଣୀ ରାମପଲ୍ କହିଥିଲେ ଯେ ନବନୀତଙ୍କ ଆଖିରେ ଚାରୋଟି ଷ୍ଟିଚ୍ ପଡ଼ିଛି। ମୋଦି କହିଲେ ଯେ ଆଶା କରୁଛି ନବଦୀପ ଏବେ ଭଲ ଥିବେ। ଫୋନରେ କଥା ହେବା ସମୟରେ ମୋଦି ବନ୍ଦନା କଟାରିୟା, ଗୋଲକିପର ସବିତାଙ୍କୁ ଖୁବ୍ ପ୍ରଶଂସା କରିଥିଲେ। ଏହାଛଡ଼ା ମୋଦି ମହିଳାମାନଙ୍କୁ ସାନ୍ତ୍ୱନା ଦେଇ କହିଥିଲେ ଯେ କାନ୍ଦିବା ବନ୍ଦ କର, ମୁଁ ଆପଣ ମାନଙ୍କ କାନ୍ଦ ଶୁଣିପାରୁଛି। ପୂରା ଦେଶ ଆପଣମାନଙ୍କ ପାଇଁ ଗର୍ବିତ।

ସୂଚନାଯୋଗ୍ୟ, ଗୁରୁବାର ଭାରତୀୟ ପୁରୁଷ ହକି ଟିମ୍ ବ୍ରୋଞ୍ଜ ପଦକ ମ୍ୟାଚରେ ଜର୍ମାନୀକୁ ହରାଇ ୪୧ ବର୍ଷ ପରେ ପଦକ ଜିତିଛି। ପିଏମ୍ ମୋଦି ମଧ୍ୟ ଭାରତୀୟ ପୁରୁଷ ଟିମର କ୍ୟାପଟେନ୍ ମନପ୍ରୀତ ସିଂହ ଓ କୋଚ୍ ଗ୍ରାହାମ୍ ରିଡଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ।

The post ମୋଦିଙ୍କ ସହ କଥା ହେଉ ହେଉ କାନ୍ଦି ପକାଇଲା ମହିଳା ଟିମ୍ appeared first on Odisha Reporter.

]]>
left top, Tokyo Olympics 2021-08-06 14:57:21 https://cdn.odishareporter.in/wp-content/uploads/2021/08/06145051/modi-4.jpg
ଟୋକିଓ ଅଲିମ୍ପିକ୍ସ: ସେମିରେ ବଜରଙ୍ଗ ପୁନିଆ https://odishareporter.in/sports/wrestler-bajrang-punia-enters-semi-final-664825 Fri, 06 Aug 2021 06:15:24 +0000 https://odishareporter.in/?p=664825

ଟୋକିଓ: ଭାରତର ଷ୍ଟାର ରେସ୍‌ଲର ବଜରଙ୍ଗ ପୁନିଆ ଟୋକିଓ ଅଲିମ୍ପିକ୍ସର ପୁରୁଷ ଫ୍ରିଷ୍ଟାଇଲ୍‌ ୬୫ କେଜି ବର୍ଗରେ ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସେ ଇରାନର ମୋର୍ଟେଜା ଗିଆସିଙ୍କୁ ପରାସ୍ତ କରି ସେମିକୁ ଉନ୍ନୀତ ହୋଇଛନ୍ତି। ବଜରଙ୍ଗ ୦-୧ରେ ପଛୁଆ ଥିଲେ। କିନ୍ତୁ ଦ୍ୱିତୀୟ ପିରିୟଡ଼ରେ ମୋର୍ଟେଜାଙ୍କ ଉପରେ ଭାରୀ ପଡ଼ିଥିଲେ ଓ ବିଜୟୀ ହୋଇଥିଲେ। ସେମି ଫାଇନାଲ୍‌ରେ ବଜରଙ୍ଗ ଆଜବାଇଜାନର ହାଜି ଆଲିଭ୍‌ଙ୍କୁ ଭେଟିବେ। ହାଜି ଆଲିଭ୍‌ ୨୦୧୬ ରିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ। […]

The post ଟୋକିଓ ଅଲିମ୍ପିକ୍ସ: ସେମିରେ ବଜରଙ୍ଗ ପୁନିଆ appeared first on Odisha Reporter.

]]>

ଟୋକିଓ: ଭାରତର ଷ୍ଟାର ରେସ୍‌ଲର ବଜରଙ୍ଗ ପୁନିଆ ଟୋକିଓ ଅଲିମ୍ପିକ୍ସର ପୁରୁଷ ଫ୍ରିଷ୍ଟାଇଲ୍‌ ୬୫ କେଜି ବର୍ଗରେ ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସେ ଇରାନର ମୋର୍ଟେଜା ଗିଆସିଙ୍କୁ ପରାସ୍ତ କରି ସେମିକୁ ଉନ୍ନୀତ ହୋଇଛନ୍ତି।

ବଜରଙ୍ଗ ୦-୧ରେ ପଛୁଆ ଥିଲେ। କିନ୍ତୁ ଦ୍ୱିତୀୟ ପିରିୟଡ଼ରେ ମୋର୍ଟେଜାଙ୍କ ଉପରେ ଭାରୀ ପଡ଼ିଥିଲେ ଓ ବିଜୟୀ ହୋଇଥିଲେ।

ସେମି ଫାଇନାଲ୍‌ରେ ବଜରଙ୍ଗ ଆଜବାଇଜାନର ହାଜି ଆଲିଭ୍‌ଙ୍କୁ ଭେଟିବେ। ହାଜି ଆଲିଭ୍‌ ୨୦୧୬ ରିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ।

ବଜରଙ୍ଗ ପଦକ ଜିତିବେ ବୋଲି ସମସ୍ତେ ଆଶା ରଖିଛନ୍ତି। ସେ ୨୦୧୮ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୦୧୯ ବିଶ୍ୱ ଚାମ୍ପିଅନଶିପ୍‌ରେ ସେ ରୌପ୍ୟ ପଦକ ଜିତିଥିଲେ। ଆଉ ଏହା ତାଙ୍କୁ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟ ବିବେଚିତ କରିବାରେ ସହାୟକ ହୋଇଥିଲା।

ଯଦି ବଜରଙ୍ଗ ସେମି ଫାଇନାଲ୍‌ରେ ହାରିଯିବେ, ତଥାପି ପଦକ ଆଶା ଉଜ୍ଜୀବିତ ରହିବ। କାରଣ ସେ ବ୍ରୋଞ୍ଜ ପଦକ ପାଇଁ ଲଢ଼େଇ କରିବାକୁ ସୁଯୋଗ ପାଇବେ।

The post ଟୋକିଓ ଅଲିମ୍ପିକ୍ସ: ସେମିରେ ବଜରଙ୍ଗ ପୁନିଆ appeared first on Odisha Reporter.

]]>
centre bottom, Tokyo Olympics 2021-08-06 11:57:50 https://cdn.odishareporter.in/wp-content/uploads/2021/08/06113702/56.jpg
ଦିଲ୍ଲୀପ ତିର୍କୀଙ୍କ ଆଖିରେ ଲୁହ https://odishareporter.in/sports/dillip-tirkey-cries-after-indian-women-hockey-team-loses-match-664800 Fri, 06 Aug 2021 05:15:18 +0000 https://odishareporter.in/?p=664800

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟୋକିଓ ଅଲିମ୍ପିକ୍ସରେ ଆଜି ଭାରତୀୟ ମହିଳା ହକି ଦଳ ଅଳ୍ପକେ ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇଛି। ଦଳ ଭଲ ଖେଳିଥିଲେ ବି ୪-୩ ଗୋଲ୍‌ରେ ଗ୍ରେଟ୍ ବ୍ରିଟେନ୍ ଠାରୁ ପରାସ୍ତ ହୋଇଛି। ହାରିଯିବା ପରେ ଭାରତୀୟ ଦଳର ଖେଳାଳିମାନେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। କେହି କେହି ଦୁଃଖରେ ଗ୍ରାଉଣ୍ଡରେ ବସି ରହିଥିଲେ। ଏମିତିକି ଗ୍ରେଟ୍ ବ୍ରିଟେନ୍‌ର ଖେଳାଳିମାନେ ସେମାନଙ୍କୁ ସାନ୍ତ୍ୱନା ଦେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଟୋକିଓରୁ ବହୁ ଦୂର ଓଡ଼ିଶାର […]

The post ଦିଲ୍ଲୀପ ତିର୍କୀଙ୍କ ଆଖିରେ ଲୁହ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟୋକିଓ ଅଲିମ୍ପିକ୍ସରେ ଆଜି ଭାରତୀୟ ମହିଳା ହକି ଦଳ ଅଳ୍ପକେ ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇଛି। ଦଳ ଭଲ ଖେଳିଥିଲେ ବି ୪-୩ ଗୋଲ୍‌ରେ ଗ୍ରେଟ୍ ବ୍ରିଟେନ୍ ଠାରୁ ପରାସ୍ତ ହୋଇଛି। ହାରିଯିବା ପରେ ଭାରତୀୟ ଦଳର ଖେଳାଳିମାନେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। କେହି କେହି ଦୁଃଖରେ ଗ୍ରାଉଣ୍ଡରେ ବସି ରହିଥିଲେ। ଏମିତିକି ଗ୍ରେଟ୍ ବ୍ରିଟେନ୍‌ର ଖେଳାଳିମାନେ ସେମାନଙ୍କୁ ସାନ୍ତ୍ୱନା ଦେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଟୋକିଓରୁ ବହୁ ଦୂର ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଘରେ ବସି ଟିଭିରେ ମ୍ୟାଚ୍ ଦେଖୁଥିବା ଭାରତୀୟ ପୁରୁଷ ହକି ଟିମ୍‌ର ପୂର୍ବତନ ଅଧିନାୟକ ତଥା ଅଲିମ୍ପିଆନ୍ ଦିଲ୍ଲୀପ ତିର୍କୀଙ୍କ ଆଖିରେ ମଧ୍ୟ ଆସିଯାଇଥିଲା ଲୁହ। ସେ ବି ମହିଳା ଟିମ୍‌ର ଏହି ପରାଜୟକୁ ସହଜରେ ଗ୍ରହଣ କରିପାରି ନଥିଲେ।

ମ୍ୟାଚ୍‌ ପରେ ଦିଲ୍ଲୀପ କହିଥିଲେ, ଆଜି ମ୍ୟାଚ୍‌କୁ ଜିତିବା ପାଇଁ ମହିଳା ଟିମ୍‌ ପାଖରେ ସୁଯୋଗ ଥିଲା। ଗୋଲ୍ କରିବାର କିଛି ସୁଯୋଗକୁ ଟିମ୍ ହାତ ଛଡ଼ା କରିଥିଲା। ଦଳ ମ୍ୟାଚ୍‌ରେ ଦୁଇଟି ଓପନ୍ ଫିଲ୍ଡ ଗୋଲ୍ ମିସ୍ କରିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶେଷ ଦୁଇଟି କ୍ୱାର୍ଟରରେ ଦଳ ଗ୍ରୀନ୍ ଓ ୟୋଲ୍ କାର୍ଡକୁ ସହଜରେ ହରେଇ ଦେଲା। ଆମର ତିନି ଜଣ ଖେଳାଳି ୧୦ ମିନିଟ୍ ବାହାରେ ବସିଲେ। ଦଳ ୧୦ ଜଣ ଖେଳାଳିରେ ଖେଳିଲା। ଏଭଳି ମ୍ୟାଚ୍‌ରେ ୧୦ ଜଣରେ ଖେଳିବା ବଡ଼ କଷ୍ଟ। ଏହା ଆମକୁ ମହଙ୍ଗା ପଡ଼ିଛି। ମୁଁ ଭାବୁଛି ଗ୍ରେଟ୍ ବ୍ରିଟେନ୍‌ ଏହାର ଫାଇଦା ଉଠାଇଲା।


ସେ କହିଥିଲେ, ଆମ ମହିଳା ଦଳ ଆଜି ବ୍ରୋଞ୍ଜ ପଦକକୁ ହାତଛଡ଼ା କରି ଦେଇଛି ସତ, କିନ୍ତୁ ପୂରା ଟୁର୍ଣ୍ଣାମେଣ୍ଟରେ ଦଳର ପ୍ରଦର୍ଶନ ଭଲ ରହିଥିଲା। ଆଜି ବି ଦଳ ଭଲ ଖେଳିଥିଲା। ଗୁରଜିତ୍ କୌର, ସବିତା, ଦୀପ ଗ୍ରେସ୍ ଇକ୍କା, ବନ୍ଦନା କଟାରିଆ ଏବଂ ଅନ୍ୟ ସମସ୍ତଙ୍କ ପ୍ରଦର୍ଶନ ବହୁତ ଭଲ ରହିଥିଲା। ଦଳ ମ୍ୟାଚ୍ ହାରିଛି, କିନ୍ତୁ କୋଟି କୋଟି ଭାରତୀୟଙ୍କ ମନ ଜିତି ନେଇଛି।

ସମସ୍ତେ ବାଧ୍ୟ ହେଲେ ହକି ଦେଖିବାକୁ

ଦିଲ୍ଲୀପ କହିଛନ୍ତି, ଏଇ ଅଲିମ୍ପିକ୍ସରେ ଉଭୟ ପୁରୁଷ ଓ ମହିଳା ହକି ଦଳ ଯେଉଁ ଭଳି ଭାବେ ଖେଳିଳେ, ତାହା ଆମ ସମସ୍ତଙ୍କୁ ହକି ଦେଖିବାକୁ ବାଧ୍ୟ କଲା। ଉଭୟ ଦଳର ସବୁ କ୍ଷେତ୍ରରେ ଉନ୍ନତି ହୋଇଛି। ସେମାନେ ବହୁତ ବଢ଼ିଆ ଖେଳିଛନ୍ତି। ସେମାନଙ୍କ ପ୍ରଦର୍ଶନ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ। ଯେଉଁମାନେ ହକି ଖେଳିବାକୁ ଚାହୁଁଛନ୍ତି ଓ ଏହା ମାଧ୍ୟମରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି, ସେମାନଙ୍କୁ ଏହା (ଉଭୟ ମହିଳା ଓ ପୁରୁଷ ଦଳର ପ୍ରଦର୍ଶନ) ନିଶ୍ଚିତ ପ୍ରୋତ୍ସାହିତ କରିବ ଓ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇବ।

ସୂଚନାଯୋଗ୍ୟ, ଅଲିମ୍ପିକ୍ସ ଇତିହାସରେ ଚଳିତ ଥର ପ୍ରଥମ ଥର ପାଇଁ ଭାରତୀୟ ମହିଳା ହକି ଟିମ୍ ସେମି ଫାଇନାଲ୍‌ରେ ପହଞ୍ଚି ଇତିହାସ ରଚିଥିଲା। ତେବେ ଦଳ ସେମି ଫାଇନାଲ୍‌ରେ ଆର୍ଜେଣ୍ଟିନା ଠାରୁ ୨-୧ରେ ପରାସ୍ତ ହୋଇଥିଲା। ଏହା ପରେ ବି ଦଳ ପାଖରେ ବ୍ରୋଞ୍ଜ ପଦକ ହାତେଇବା ଓ ଆଉ ଏକ ଇତିହାସ ରଚିବାର ସୁଯୋଗ ଥିଲା। କିନ୍ତୁ ଆଜି ଦଳ ଗ୍ରେଟ୍ ବ୍ରିଟେନ୍‌ ଠାରୁ ହାରି ଏହି ସୁଯୋଗକୁ ହାତଛଡ଼ା କରିଥିଲା।

The post ଦିଲ୍ଲୀପ ତିର୍କୀଙ୍କ ଆଖିରେ ଲୁହ appeared first on Odisha Reporter.

]]>
centre bottom, Tokyo Olympics 2021-08-06 10:46:58 https://cdn.odishareporter.in/wp-content/uploads/2021/08/06104111/dillip1.jpg
ଇତିହାସ ରଚିପାରିଲାନି ଭାରତୀୟ ମହିଳା ହକି ଟିମ୍‌, ବ୍ରୋଞ୍ଜ ଲଢ଼େଇରେ ହାରିଗଲା  https://odishareporter.in/sports/hockey/indian-women-hockey-team-defeats-in-4-3-to-great-britain-664766 Fri, 06 Aug 2021 03:15:58 +0000 https://odishareporter.in/?p=664766

ଟୋକିଓ: ଇତିହାସ ରଚିପାରିଲାନି ଭାରତୀୟ ମହିଳା ହକି ଦଳ। ଅଲମ୍ପିକ୍ସରେ ପ୍ରଥମ ପଦକ ଜିତିବାରୁ ଅଳ୍ପକେ ବଞ୍ଚିତ ହେଲା ଦଳ। ଟୋକିଓ ଅଲିମ୍ପିକ୍ସରେ ଆଜି ହୋଇଥିବା ବ୍ରୋଞ୍ଜ ପଦକ ଲଢ଼େଇରେ ଦଳ ଗ୍ରେଟ୍ ବ୍ରିଟେନ୍‌ ଠାରୁ ହାରିଯାଇଛି। ୪-୩ ଗୋଲ୍‌ରେ ମ୍ୟାଚ୍ ଜିତି ବ୍ରୋଞ୍ଜ ପଦକ ହାତେଇ ନେଇଛି ଗ୍ରେଟ୍ ବ୍ରିଟେନ୍‌। ଏହି ମ୍ୟାଚ୍ ହାରି ଭାରତୀୟ ମହିଳା ହକି ଦଳ ଚତୁର୍ଥ ସ୍ଥାନରେ ରହି ତା’ର ଚଳିତ ଅଲିମ୍ପିକ୍ସ ଅଭିଯାନକୁ ଶେଷ କରିଛି। ବ୍ରୋଞ୍ଜ ପଦକ […]

The post ଇତିହାସ ରଚିପାରିଲାନି ଭାରତୀୟ ମହିଳା ହକି ଟିମ୍‌, ବ୍ରୋଞ୍ଜ ଲଢ଼େଇରେ ହାରିଗଲା  appeared first on Odisha Reporter.

]]>

ଟୋକିଓ: ଇତିହାସ ରଚିପାରିଲାନି ଭାରତୀୟ ମହିଳା ହକି ଦଳ। ଅଲମ୍ପିକ୍ସରେ ପ୍ରଥମ ପଦକ ଜିତିବାରୁ ଅଳ୍ପକେ ବଞ୍ଚିତ ହେଲା ଦଳ। ଟୋକିଓ ଅଲିମ୍ପିକ୍ସରେ ଆଜି ହୋଇଥିବା ବ୍ରୋଞ୍ଜ ପଦକ ଲଢ଼େଇରେ ଦଳ ଗ୍ରେଟ୍ ବ୍ରିଟେନ୍‌ ଠାରୁ ହାରିଯାଇଛି। ୪-୩ ଗୋଲ୍‌ରେ ମ୍ୟାଚ୍ ଜିତି ବ୍ରୋଞ୍ଜ ପଦକ ହାତେଇ ନେଇଛି ଗ୍ରେଟ୍ ବ୍ରିଟେନ୍‌। ଏହି ମ୍ୟାଚ୍ ହାରି ଭାରତୀୟ ମହିଳା ହକି ଦଳ ଚତୁର୍ଥ ସ୍ଥାନରେ ରହି ତା’ର ଚଳିତ ଅଲିମ୍ପିକ୍ସ ଅଭିଯାନକୁ ଶେଷ କରିଛି।

ବ୍ରୋଞ୍ଜ ପଦକ ଲଢ଼େଇରେ ପ୍ରବେଶ କରିବା ପୂର୍ବରୁ ରାଣୀ ରାମପାଲ୍‌ଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ହକି ଟିମ୍ ଏକ ଇତିହାସ ରଚିଥିଲା। ଅଲିମ୍ପିକ୍ସ ଇତିହାସରେ ପ୍ରଥମ ପାଇଁ ଦଳ ସେମି ଫାଇନାଲ୍‌ରେ ପ୍ରବେଶ କରିଥିଲା। ଏହା ପୂର୍ବରୁ ଭାରତୀୟ ମହିଳା ହକି ଦଳ କେବେ ବି ଅଲିମ୍ପିକ୍ସରେ ସେମି ଫାଇନାଲ୍‌ରେ ପ୍ରବେଶ କରି ନଥିଲା।

ଆଜି ମ୍ୟାଚ୍‌ର ପ୍ରଥମ କ୍ୱାର୍ଟରରେ କୌଣସି ଗୋଲ୍ ହୋଇ ନଥିଲା। କିନ୍ତୁ ଦ୍ୱିତୀୟ କ୍ୱାର୍ଟର ପ୍ରାରମ୍ଭରେ ଗ୍ରେଟ୍ ବ୍ରିଟେନ୍ ୧-୦ର ଲିଡ୍ ପାଇଥିଲା। ତେବେ ଭାରତୀୟ ଟିମ୍‌ର ଖେଳାଳି ଦୀପ୍ ଗ୍ରେସ୍ ଇକ୍କାଙ୍କ ଷ୍ଟିକ୍‌ରେ ବଲ୍ ବାଜି ଏହି ଗୋଲ୍‌ଟି ହୋଇଥିଲା, ଯାହା ଦଳକୁ ନିରାଶ କରିଥିଲା। ଏହା ପରେ ଗ୍ରେଟ୍ ବ୍ରିଟେନ୍ ଆଉ ଗୋଟିଏ ଗୋଲ୍ ଦେଇଥିଲା ଓ ୨-୦ରେ ଆଗୁଆ ରହିଥିଲା। କିନ୍ତୁ ଏହା ପରେ ଖେଳର ମୋଡ଼ ବଦଳି ଯାଇଥିଲା। ଗୁରଜିତ କୌର ଲଗାତାର ଦୁଇଟି ଗୋଲ୍ ଦେଇଥିଲେ। ମିଳିଥିବା ପେନାଲ୍ଟି କର୍ଣ୍ଣକୁ ସେ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇଥିଲେ। ଏହା ସହିତ ଦୁଇ ଦଳ ୨-୨ ସ୍ଥିତିରେ ପହଞ୍ଚି ଯାଇଥିଲେ। ଏହା ପରେ ବନ୍ଦନା କଟାରିଆ ଏକ ଗୋଲ୍ କରିଥିଲେ ଏବଂ ଦ୍ୱିତୀୟ କ୍ୱାର୍ଟର ଶେଷ ସୁଦ୍ଧା ଭାରତୀୟ ଦଳ ୩-୨ରେ ଆଗୁଆ ରହିଥିଲା।

ତୃତୀୟ କ୍ୱାର୍ଟରରେ ଗୋଟିଏ ଗୋଲ୍ ହୋଇଥିଲା। ଗ୍ରେଟ୍ ବ୍ରିଟେନ୍ ପକ୍ଷରୁ ଭାରତ ଉପରେ ଏହି ଗୋଲ୍ ଦେଇଥିଲେ ହୋଲି ୱେବ୍। ଏହା ସହିତ ଦଳ ଖେଳକୁ ୩-୩ ସ୍ଥିତିକୁ ନେଇ ଆସିଥିଲା।

ଚତୁର୍ଥ କ୍ୱାର୍ଟରର ପ୍ରଥମ ୫ ମିନିଟ୍‌ରେ ଆଉ ଗୋଟିଏ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇଥିଲା ଗ୍ରେଟ୍ ବ୍ରିଟେନ୍। ଏହା ସହିତ ଦଳ ଭାରତ ଠାରୁ ୪-୩ ଗୋଲ୍‌ରେ ଆଗୁଆ ହୋଇଯାଇଥିଲା। ଏହା ପରେ ଗ୍ରେଟ୍ ବ୍ରିଟେନ୍‌କୁ ଆଉ ଗୋଲ୍ କରିବାକୁ ସୁଯୋଗ ଦେଇ ନଥିଲା ଭାରତୀୟ ଦଳ। କିନ୍ତୁ ଗ୍ରେଟ୍ ବ୍ରିଟେନ୍ ଉପରେ ଗୋଲ୍ ଦେବାରେ ବି ବିଫଳ ହୋଇଥିଲା। ଶେଷରେ ୪-୩ ଲିଡ୍‌ରେ ରହି ମ୍ୟାଚ୍ ଜିତି ଯାଇଥିଲା ଗ୍ରେଟ୍ ବ୍ରିଟେନ୍‌।

କିପରି ରହିଥିଲା ଟିମ୍‌ର ଟୋକିଓ ଅଲିମ୍ପିକ୍ସ ଯାତ୍ରା

ଟୋକିଓ ଅଲିମ୍ପିକ୍ସର ପ୍ରଥମ ତିନୋଟି ମ୍ୟାଚ୍‌ରେ ଭାରତୀୟ ମହିଳା ହକି ଦଳ ହାରି ଯାଇଥିଲା। ଦଳ ନେଦରଲ୍ୟାଣ୍ଡ ଠାରୁ ୫-୧ରେ, ଜର୍ମାନୀ ଠାରୁ ୨-୦ରେ ଓ ଗ୍ରେଟ୍ ବ୍ରିଟେନ୍ ଠାରୁ ୪-୧ ଗୋଲ୍‌ରେ ପରାସ୍ତ ହୋଇଥିଲା। ଚତୁର୍ଥ ମ୍ୟାଚ୍‌ରେ ଆୟର୍ଲ୍ୟାଣ୍ଡ ବିପକ୍ଷରେ ଦଳ ତା’ର ପ୍ରଥମ ବିଜୟ ହାସଲ କରିଥିଲା। ଦଳ ଆୟର୍ଲ୍ୟାଣ୍ଡକୁ ୧-୦ରେ ହରାଇବା ପରେ ଦକ୍ଷିଣ ଆଫ୍ରିକାକୁ ୪-୩ରେ ହରାଇଥିଲା। ଆଉ ତା’ପରେ କ୍ୱାର୍ଟର ଫାଇନାଲ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ୧-୦ରେ ହରାଇଥିଲା। କିନ୍ତୁ ଅଲିମ୍ପିକ୍ସରେ ପ୍ରଥମ ଥର ସେମି ଫାଇନାଲ୍‌ରେ ପ୍ରବେଶ କରିଥିବା ଭାରତୀୟ ମହିଳା ହକି ଦଳ ଆର୍ଜେଣ୍ଟିନା ଠାରୁ ୨-୧ରେ ପରାସ୍ତ ହୋଇଯାଇଥିଲା।

The post ଇତିହାସ ରଚିପାରିଲାନି ଭାରତୀୟ ମହିଳା ହକି ଟିମ୍‌, ବ୍ରୋଞ୍ଜ ଲଢ଼େଇରେ ହାରିଗଲା  appeared first on Odisha Reporter.

]]>
right top, Tokyo Olympics 2021-08-06 12:30:17 https://cdn.odishareporter.in/wp-content/uploads/2021/08/06085151/Untitled-1-1.jpg
ଯୋଗ ଛାଡ଼ି ହକି ମ୍ୟାଚ୍ ଦେଖିଲେ ପିଏମ୍ ମୋଦି https://odishareporter.in/sports/hockey/pm-modi-skips-yoga-session-to-watch-india-mens-hockey-team-match-664681 Thu, 05 Aug 2021 13:10:07 +0000 https://odishareporter.in/?p=664681

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ଜର୍ମାନୀକୁ ହରାଇ ବ୍ରୋଞ୍ଜ ପଦକ ଜିତିଛି। ଭାରତୀୟ ଟିମ୍ ୧୯୮୦ରେ ମସ୍କୋ ଅଲିମ୍ପିକ୍ସରେ ଭାରତ ଶେଷଥର ପାଇଁ ହକିରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ତେବେ ଏହାର ୪୧ ବର୍ଷ ପରେ ଭାରତ ପୁଣିଥରେ ହକିର ସେହି ସ୍ୱର୍ଣ୍ଣିମ ସମୟକୁ ଫେରିପାରିଛି। ଭାରତର ଏହି ଐତିହାସିକ ମୁହୂର୍ତ୍ତକୁ ଦେଖିବା ପାଇଁ ଆଜି ସକାଳୁ ସମସ୍ତଙ୍କର ନଜର ଟିଭି ଉପରେ ଲାଗି ରହିଥିଲା। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ […]

The post ଯୋଗ ଛାଡ଼ି ହକି ମ୍ୟାଚ୍ ଦେଖିଲେ ପିଏମ୍ ମୋଦି appeared first on Odisha Reporter.

]]>

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ଜର୍ମାନୀକୁ ହରାଇ ବ୍ରୋଞ୍ଜ ପଦକ ଜିତିଛି। ଭାରତୀୟ ଟିମ୍ ୧୯୮୦ରେ ମସ୍କୋ ଅଲିମ୍ପିକ୍ସରେ ଭାରତ ଶେଷଥର ପାଇଁ ହକିରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ତେବେ ଏହାର ୪୧ ବର୍ଷ ପରେ ଭାରତ ପୁଣିଥରେ ହକିର ସେହି ସ୍ୱର୍ଣ୍ଣିମ ସମୟକୁ ଫେରିପାରିଛି।

ଭାରତର ଏହି ଐତିହାସିକ ମୁହୂର୍ତ୍ତକୁ ଦେଖିବା ପାଇଁ ଆଜି ସକାଳୁ ସମସ୍ତଙ୍କର ନଜର ଟିଭି ଉପରେ ଲାଗି ରହିଥିଲା। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସବୁ ହକି ପ୍ରେମୀଙ୍କ ଭଳି ଟିଭି ଆଗରେ ବସି ରହିଥିଲେ ଏବଂ ବିଜୟ ପରେ ଖେଳାଳିଙ୍କୁ ବଧେଇ ଜଣାଇଥିଲେ।

ବଡ଼ କଥା ହେଉଛି, ସବୁ ଦିନ ସକାଳେ ପ୍ରଧାନମନ୍ତ୍ରୀ ମୋଦି ଯୋଗ କରନ୍ତି। କିନ୍ତୁ ଯେତେବେଳେ ଭାରତ ଓ ଜର୍ମାନୀ ମଧ୍ୟରେ ବ୍ରୋଞ୍ଜ ପଦକ ପାଇଁ ମ୍ୟାଚ୍ ଖେଳାଯାଉଥିଲା, ସେହି ସମୟରେ ପିଏମ୍ ମୋଦି ଯୋଗ ଛାଡ଼ି ମ୍ୟାଚ୍ ଦେଖୁଥିଲେ। ଇଣ୍ଡିଆ ଟୁଡେର ଖବର ଅନୁଯାୟୀ, ଭାରତ ଓ ଜର୍ମାନୀ ମଧ୍ୟରେ ଖେଳାଯାଇଥିବା ଏହି ଐତିହାସିକ ମ୍ୟାଚ୍ ଦେଖିବା ପାଇଁ ପିଏମ୍ ମୋଦି ସମୟ କାଢ଼ିଥିଲେ। ଏପରିକି ପିଏମ୍ ମୋଦି ନିଜର ଯୋଗ ସେସନକୁ ଛାଡ଼ି ଦେଇଥିଲେ।

୪୧ ବର୍ଷ ପରେ ହକିରେ ପଦକ ଜିତିବାକୁ ପିଏମ୍ ମୋଦି ଐତିହାସିକ କହିଛନ୍ତି। ମୋଦି କହିଛନ୍ତି, ଆଜିର ଦିନକୁ ପ୍ରତିଟି ଭାରତୀୟ ମନେ ରଖିବ। ଏହାସହ ପିଏମ୍ ଭାରତୀୟ ପୁରୁଷ ଦଳକୁ ବଧେଇ ଜଣାଇଥିଲେ। ଭାରତର ଏହି ଉପଲବ୍ଧି ପୂରା ଦେଶକୁ, ବିଶେଷକରି ଯୁବକଙ୍କୁ ହକି ପ୍ରତି ଆକୃଷ୍ଟ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଜର୍ମାନୀ ବିପକ୍ଷ ବ୍ରୋଞ୍ଜ ପଦକ ମ୍ୟାଚ୍ ଜିତିବାର କିଛି ସମୟ ପରେ ଖୋଦ୍ ପିଏମ୍ ମୋଦି ମଇଦାନରେ ଉପସ୍ଥିତ ଥିବା ଭାରତୀୟ ପୁରୁଷ ହକି ଟିମର କ୍ୟାପଟେନ ମନପ୍ରୀତ ସିଂହଙ୍କ ସହ କଥା ହୋଇଥିଲେ। ହଠାତ୍ ପିଏମଙ୍କ ଫୋନ୍ ଆସିବା ଦେଖି ମନପ୍ରୀତଙ୍କ ସହ ମୁଖ୍ୟ କୋଚ୍ ଗ୍ରାହାମ୍ ରିଡ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କ୍ୟାପଟେନ୍ ମନପ୍ରୀତ ଓ କୋଚ୍ ରିଡଙ୍କ ସହ ପିଏମ୍ ମୋଦିଙ୍କର କଥା ହେବାର ଭିଡିଓ ଭାଇରାଲ୍ ହୋଇଛି।

The post ଯୋଗ ଛାଡ଼ି ହକି ମ୍ୟାଚ୍ ଦେଖିଲେ ପିଏମ୍ ମୋଦି appeared first on Odisha Reporter.

]]>
left bottom, Tokyo Olympics 2021-08-05 18:40:07 https://cdn.odishareporter.in/wp-content/uploads/2021/08/05183913/pm-modi-2.jpg
ପଦକ ମ୍ୟାଚରେ ହାରିଲେ ଦୀପକ ପୁନିଆ https://odishareporter.in/sports/deepak-punia-loses-bronze-medal-match-in-mens-86kg-freestyle-wrestling-at-tokyo-olympics-664673 Thu, 05 Aug 2021 12:49:11 +0000 https://odishareporter.in/?p=664673

ଟୋକିଓ: ଭାରତୀୟ ରେସଲର୍ ଦୀପକ ପୁନିଆ ଟୋକିଓ ଅଲିମ୍ପିକ୍ସର ପୁରୁଷ ଫ୍ରିଷ୍ଟାଇଲ୍ ୮୬ କେଜି ଓଜନ ବର୍ଗର ପଦକ ମୁକାବିଲାରେ ହାରିଯାଇଛନ୍ତି। ସେମିଫାଇନାଲରେ ହାରିଥିବା ଦୀପକ ଆଜି ବ୍ରୋଞ୍ଜ ପଦକ ପାଇଁ ସାନ୍ ମାରିନୋର ମାଇଲ୍ସ ଅମିନଙ୍କୁ ଭେଟିଥିଲେ। କିନ୍ତୁ ଏହି ମୁକାବିଲାରେ ଦୀପକ ୨-୪ ପଏଣ୍ଟରେ ପରାସ୍ତ ହୋଇଛନ୍ତି। ଦୀପକ ବୁଧବାର ଖେଳାଯାଇଥିବା ସେମିଫାଇନାଲରେ ଆମେରିକାର ଡେଭିଡ୍ ଟେଲରଙ୍କ ନିକଟରୁ ୦-୧୦ ପଏଣ୍ଟରେ ପରାସ୍ତ ହୋଇଥିଲେ। କିନ୍ତୁ ଦୀପକଙ୍କ ପାଖରେ ବ୍ରୋଞ୍ଜ ପଦକ ଜିତିବାର ଭଲ […]

The post ପଦକ ମ୍ୟାଚରେ ହାରିଲେ ଦୀପକ ପୁନିଆ appeared first on Odisha Reporter.

]]>

ଟୋକିଓ: ଭାରତୀୟ ରେସଲର୍ ଦୀପକ ପୁନିଆ ଟୋକିଓ ଅଲିମ୍ପିକ୍ସର ପୁରୁଷ ଫ୍ରିଷ୍ଟାଇଲ୍ ୮୬ କେଜି ଓଜନ ବର୍ଗର ପଦକ ମୁକାବିଲାରେ ହାରିଯାଇଛନ୍ତି। ସେମିଫାଇନାଲରେ ହାରିଥିବା ଦୀପକ ଆଜି ବ୍ରୋଞ୍ଜ ପଦକ ପାଇଁ ସାନ୍ ମାରିନୋର ମାଇଲ୍ସ ଅମିନଙ୍କୁ ଭେଟିଥିଲେ। କିନ୍ତୁ ଏହି ମୁକାବିଲାରେ ଦୀପକ ୨-୪ ପଏଣ୍ଟରେ ପରାସ୍ତ ହୋଇଛନ୍ତି।

ଦୀପକ ବୁଧବାର ଖେଳାଯାଇଥିବା ସେମିଫାଇନାଲରେ ଆମେରିକାର ଡେଭିଡ୍ ଟେଲରଙ୍କ ନିକଟରୁ ୦-୧୦ ପଏଣ୍ଟରେ ପରାସ୍ତ ହୋଇଥିଲେ। କିନ୍ତୁ ଦୀପକଙ୍କ ପାଖରେ ବ୍ରୋଞ୍ଜ ପଦକ ଜିତିବାର ଭଲ ସୁଯୋଗ ଥିଲା। ହେଲେ ଏଥିରେ ହାରିବା ସହ ତାଙ୍କର ବ୍ରୋଞ୍ଜ ପଦକ ଜିତିବାର ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି।

ବ୍ରୋଞ୍ଜ ପଦକ ମୁକାବିଲାର ପ୍ରଥମ ପିରିୟଡରେ ଦୀପକ ପ୍ରାରମ୍ଭିକ ଦୁଇ ପଏଣ୍ଟ ହାସଲ କରିନେଇଥିଲେ, କିନ୍ତୁ ଅମିନ୍ ମଧ୍ୟ ୧ ପଏଣ୍ଟ ହାସଲ କରିଥିଲେ। ଏହା ସହ ଦୀପକ ପ୍ରଥମ ପିରିୟଡରେ ଅମୀନଙ୍କ ଉପରେ ଭାରୀ ପଡ଼ିଥିଲେ ଏବଂ ୨-୧ର ଲିଡ୍ ହାସଲ କରିଥିଲେ।

ଦ୍ୱିତୀୟ ପିରିୟଡରେ ଅମୀନ କମବ୍ୟାକ୍ କରି ଦୁଇ ପଏଣ୍ଟ ହାସଲ କରି ୩-୨ରେ ଆଗୁଆ ହୋଇଥିଲେ। ଏହା ପରେ ସେ ପୁଣିଥରେ ଦୀପକଙ୍କୁ ଚିତ କରି ୧ ପଏଣ୍ଟ ସଂଗ୍ରହ କରିଥିଲେ ଏବଂ ୪-୨ରର ଅଗ୍ରଣୀ ସହ ମୁକାବିଲାକୁ ଜିତି ବ୍ରୋଞ୍ଜ ପଦକ ନିଜ ନାଁରେ କରିଥିଲେ।

The post ପଦକ ମ୍ୟାଚରେ ହାରିଲେ ଦୀପକ ପୁନିଆ appeared first on Odisha Reporter.

]]>
left bottom, Tokyo Olympics 2021-08-05 18:19:11 https://cdn.odishareporter.in/wp-content/uploads/2021/08/05181857/deepak-punia-1.jpg
‘ସାହାରା’ ଛାଡ଼ି ଦେଇଥିଲା ସାଥ୍, ହକିର ହାତ ଧରିଥିଲା ଓଡ଼ିଶା https://odishareporter.in/sports/hockey/how-the-odisha-chief-minister-helped-the-indian-hockey-664653 Thu, 05 Aug 2021 12:17:28 +0000 https://odishareporter.in/?p=664653

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ମୁକାବିଲାରେ ଭାରତ ୫-୪ ଗୋଲରେ ଜର୍ମାନୀକୁ ହରାଇ ୪୧ ବର୍ଷ ପରେ ପଦକ ଜିତିଛି। ଏହି ବିଜୟ ପରେ ସୋଶାଲ ମିଡିଆ ୟୁଜର୍ ଭାରତୀୟ ହକି ଟିମର ସ୍ୱର୍ଣ୍ଣିମ ସମୟ ଫେରିଆସିଲା ବୋଲି କହୁଛନ୍ତି। ସେହିପରି କିଛି ଲୋକେ ହକିକୁ ପୁଣିଥରେ ଜୀବନ୍ତ କରିଥିବାରୁ ଲୋକେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ […]

The post ‘ସାହାରା’ ଛାଡ଼ି ଦେଇଥିଲା ସାଥ୍, ହକିର ହାତ ଧରିଥିଲା ଓଡ଼ିଶା appeared first on Odisha Reporter.

]]>

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ମୁକାବିଲାରେ ଭାରତ ୫-୪ ଗୋଲରେ ଜର୍ମାନୀକୁ ହରାଇ ୪୧ ବର୍ଷ ପରେ ପଦକ ଜିତିଛି। ଏହି ବିଜୟ ପରେ ସୋଶାଲ ମିଡିଆ ୟୁଜର୍ ଭାରତୀୟ ହକି ଟିମର ସ୍ୱର୍ଣ୍ଣିମ ସମୟ ଫେରିଆସିଲା ବୋଲି କହୁଛନ୍ତି। ସେହିପରି କିଛି ଲୋକେ ହକିକୁ ପୁଣିଥରେ ଜୀବନ୍ତ କରିଥିବାରୁ ଲୋକେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

୨୦୧୮ରେ ଓଡ଼ିଶା ସରକାର ହକି ଇଣ୍ଡିଆ ସହ ମିଶି ୫ ବର୍ଷ ପାଇଁ ଚୁକ୍ତି କରିଥିଲା ଏବଂ ସମସ୍ତ ଜାତୀୟ ଟିମ୍ ଯଥା ସିନିୟର, ଜୁନିୟର, ପୁରୁଷ ଓ ମହିଳା ପାଇଁ ପାଖାପାଖି ୧୦୦ କୋଟି ଟଙ୍କାର ଡିଲ୍ କରିଥିଲା। ଏହାବ୍ୟତୀତ ଓଡ଼ିଶା ସରକାର ବିଶ୍ୱସ୍ତରୀୟ ଟ୍ରେନିଂ, ରିହ୍ୟାବ ସୁବିଧା, ପ୍ରାକ୍ଟିସ୍ ମ୍ୟାଚ୍ ଓ ଟୁର୍ଣ୍ଣାମେଣ୍ଟ ଜରିଆରେ ହକିକୁ ନୂଆ ଜୀବନ ଦେଇଛନ୍ତି।

ଆଜି ଭାରତୀୟ ହକି ଟିମ୍ ଯେଉଁ ସଫଳତା ହାସଲ କରିଛି, ତା’ ପଛରେ ଓଡ଼ିଶା ସରକାରଙ୍କ ହାତ ରହିଥିବା ଲୋକେ କହିଛନ୍ତି। କାରଣ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରର ପ୍ରାୟୋଜକରେ ଭାରତୀୟ ପୁରୁଷ ହକି ଟିମ୍ ୪୧ ବର୍ଷ ପରେ ହକିରେ ବ୍ରୋଞ୍ଜ ପଦକ ଜିତିଛି। ଯୁବ ଅବସ୍ଥାରେ ମଧ୍ୟ ନବୀନ ପଟ୍ଟନାୟକ ହକି ଖେଳୁଥିଲେ। ଡୁନ୍ ସ୍କୁଲରେ ପାଠ ପଢ଼ୁଥିବା ବେଳେ ନବୀନ ଗୋଲକିପର ଭୂମିକା ତୁଲାଉଥିଲେ।

ଭାରତୀୟ ହକିର ପ୍ରାୟୋଜକ ଥିବା ସାହାରା ପୁରୁଷ ଓ ମହିଳା ଟିମକୁ ସ୍ପନସରରୁ ଓହରି ଯାଇଥିଲା। ଯାହା ପରେ ହକିକୁ କୌଣସି ସ୍ପନସର୍ ମିଳିନଥିଲା। ତେବେ ଏଭଳି ବିପଦ ସମୟରେ ହକିର ହାତ ଧରିଥିଲେ ନବୀନ ପଟ୍ଟନାୟକଙ୍କ ଓଡ଼ିଶା ସରକାର। ୨୦୧୮ରେ ଓଡ଼ିଶା ସରକାର ହକି ଇଣ୍ଡିଆ ସହ ୧୦୦ କୋଟି ଟଙ୍କାର ଚୁକ୍ତି କରିଥିଲା। ଏପରିକି ଭାରତୀୟ ହକି ଦଳର ପୂର୍ବତନ କ୍ୟାପଟେନ୍ ଓ ତତ୍କାଳୀନ ବିଜେଡି ସାଂସଦ ଦିଲୀପ ତିର୍କୀ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ପୁରୁଷ ଓ ମହିଳା ଟିମର ପ୍ରାୟୋଜକ ହେବା ପାଇଁ ରାଜି କରାଇଥିଲେ।

୨୦୧୪ରେ ଓଡ଼ିଶାରେ ଆୟୋଜିତ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ହକି ଉପରେ ନଜର ପଡ଼ିଥିଲା। ୨୦୧୭ରେ ନବୀନ ପଟ୍ଟନାୟକଙ୍କ ସରକାରର ପ୍ରାୟୋଜକରେ କଳିଙ୍ଗ୍ ଲାନ୍ସର୍ସ କ୍ଲବ୍ ହକି ଇଣ୍ଡିଆ ଲିଗରେ ବିଜେତା ହୋଇଥିଲା। ଏହା ପରେ ଓଡ଼ିଶା ୨୦୧୮ରେ ହକି ବିଶ୍ୱକପ୍ ଆୟୋଜନ କରିଥିଲା। ସେହିପରି ୨୦୧୯ରେ ଏଫଆଇଏଚ୍ ପୁରୁଷ ସେମିଫାଇନାଲ୍ସ ଓ ଅଲିମ୍ପିକ୍ସ ହକି କ୍ୱାଲିଫାୟର୍ ଏବଂ ୨୦୨୦ରେ ଏଫଆଇଏଚ୍ ପ୍ରୋ’ଲିଗ୍ ଆୟୋଜିତ ହୋଇଥିଲା। ଆଉଏବୁ ନବୀନ ପଟ୍ଟନାୟକଙ୍କ ସମୟରେ ହିଁ ସମ୍ଭବ ହୋଇଛି। ୨୦୨୩ରେ ମଧ୍ୟ ଓଡ଼ିଶା ହକି ବିଶ୍ୱକପ୍ ଆୟୋଜନ କରିବ।

ଭାରତୀୟ ହକିରେ ଓଡ଼ିଶାର ଆହୁରି ମଧ୍ୟ ଅବଦାନ ରହିଛି। ଉଭୟ ଜାତୀୟ ପୁରୁଷ ଓ ମହିଳା ଟିମରେ ଓଡ଼ିଶାର ଏକାଧିକ ଖେଳାଳି ସ୍ଥାନ ପାଇଛନ୍ତି। ଟୋକିଓ ଗେମ୍ସ ପାଇଁ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଦୀପ୍ ଗ୍ରେସପ ଏକ୍କାଙ୍କୁ ଭାରତୀୟ ଦଳର ଭାଇସ୍ କ୍ୟାପଟେନ୍ କରାଯାଇଥିଲା।

The post ‘ସାହାରା’ ଛାଡ଼ି ଦେଇଥିଲା ସାଥ୍, ହକିର ହାତ ଧରିଥିଲା ଓଡ଼ିଶା appeared first on Odisha Reporter.

]]>
centre bottom, Indian Hockey, Tokyo Olympics 2021-08-17 21:38:55 https://cdn.odishareporter.in/wp-content/uploads/2021/08/05174519/indian-team-naveen-patnaik.jpg
ରେସଲିଂରେ ରୌପ୍ୟ ଆଣିଲେ ରବି କୁମାର https://odishareporter.in/sports/ravi-kumar-dahiya-settles-for-silver-in-mens-freestyle-57kg-final-664623 Thu, 05 Aug 2021 11:20:44 +0000 https://odishareporter.in/?p=664623

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତ ଆଜି ଆଉ ଏକ ପଦକ ଜିତିଛି। ରବି କୁମାର ଦହିୟା ପୁରୁଷଙ୍କ ୫୭ କେଜି ଫ୍ରିଷ୍ଟାଇଲ୍ ରେସଲିଂ ଫାଇନାଲରେ ହାରି ଦେଶ ପାଇଁ ରୌପ୍ୟ ଜିତିଛନ୍ତି। ଫାଇନାଲରେ ରୁଷିଆନ୍ ଅଲିମ୍ପିକ୍ କମିଟି (ଆରଓସି)ର ଜଭୁର୍ ଉଗୁଏଭଙ୍କ ନିକଟରୁ ୪-୭ ପଏଣ୍ଟରେ ପରାସ୍ତ ହୋଇଛନ୍ତି। ଏହି ପରାଜୟ ସହ ଚଳିତ ଅଲିମ୍ପିକ୍ସରେ ଭାରତର ସ୍ୱର୍ଣ୍ଣ ପଦକ ଆଶା ପୁଣିଥରେ ଧୂଳିସାତ୍ ହୋଇ ଯାଇଛି। ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ ହେଁ ରବି […]

The post ରେସଲିଂରେ ରୌପ୍ୟ ଆଣିଲେ ରବି କୁମାର appeared first on Odisha Reporter.

]]>

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତ ଆଜି ଆଉ ଏକ ପଦକ ଜିତିଛି। ରବି କୁମାର ଦହିୟା ପୁରୁଷଙ୍କ ୫୭ କେଜି ଫ୍ରିଷ୍ଟାଇଲ୍ ରେସଲିଂ ଫାଇନାଲରେ ହାରି ଦେଶ ପାଇଁ ରୌପ୍ୟ ଜିତିଛନ୍ତି। ଫାଇନାଲରେ ରୁଷିଆନ୍ ଅଲିମ୍ପିକ୍ କମିଟି (ଆରଓସି)ର ଜଭୁର୍ ଉଗୁଏଭଙ୍କ ନିକଟରୁ ୪-୭ ପଏଣ୍ଟରେ ପରାସ୍ତ ହୋଇଛନ୍ତି। ଏହି ପରାଜୟ ସହ ଚଳିତ ଅଲିମ୍ପିକ୍ସରେ ଭାରତର ସ୍ୱର୍ଣ୍ଣ ପଦକ ଆଶା ପୁଣିଥରେ ଧୂଳିସାତ୍ ହୋଇ ଯାଇଛି।

ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ ହେଁ ରବି କୁମାର ରୌପ୍ୟ ପଦକ ଜିତି ଦେଶକୁ ଗୌରବାନ୍ୱିତ କରିଛନ୍ତି। ଚଳିତ ଅଲିମ୍ପିକ୍ସରେ ରେସଲିଂରେ ଭାରତର ଏହା ପ୍ରଥମ ପଦକ। ଏହାସହ ୨୦୧୨ ପରେ ରବି କୁମାର ଭାରତକୁ ପୁରୁଷ ରେସଲିଂ ବର୍ଗରେ ପଦକ ଦେଇଛନ୍ତି। ୨୦୧୨ ଲଣ୍ଡନ ଗେମ୍ସରେ ଭାରତର ସୁଶୀଲ କୁମାର ଓ ଯୋଗେଶ୍ୱର ଦତ୍ତ ପଦକ ଜିତିଥିଲେ। ସେହିପରି ଗତ ସଂସ୍କରଣରେ ସାକ୍ଷୀ ମଲିକ୍ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଥିଲେ।

ଚଳିତ ଅଲିମ୍ପିକ୍ସରେ ଆରମ୍ଭରୁ ହିଁ ଦମଦାର ପ୍ରଦର୍ଶନ କରିଥିଲେ। ରାଉଣ୍ଡ-୧୬ରେ ରବି କୁମାର କଲମ୍ବିଆର ଓସ୍କାର ଏଡୁଆର୍ଡ ଟାଇଗ୍ରେରସଙ୍କୁ ୧୩-୨ ପଏଣ୍ଟରେ ହରାଇ କ୍ୱାର୍ଟର୍ ଫାଇନାଲରେ ପ୍ରବେଶ କରିଥିଲେ। ଅନ୍ତିମ-୮ରେ ରବି କୁମାର ବୁଲଗେରିଆର ଜର୍ଜି ଭାଙ୍ଗେଲୋଭଙ୍କୁ ୧୪-୪ରେ ହରାଇଥିବା ବେଳେ ସେମିଫାଇନାଲରେ କଜାଖସ୍ତାନର ନୁରିସ୍ଲାମ୍ ସାନାୟେଭଙ୍କୁ ଭିକ୍ଟରୀ ବାଏ ଫଲରେ ୭-୯ରେ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲେ।

The post ରେସଲିଂରେ ରୌପ୍ୟ ଆଣିଲେ ରବି କୁମାର appeared first on Odisha Reporter.

]]>
centre top, Tokyo Olympics 2021-08-05 17:44:27 https://cdn.odishareporter.in/wp-content/uploads/2021/08/05164940/ravi-kumar-1.jpg
ବ୍ରୋଞ୍ଜ ଜିତିଲା ଭାରତ, ଓଡ଼ିଶାର ଅମିତ୍ ଥିଲେ ‘ସାଇଲେଣ୍ଟ ହିରୋ’ https://odishareporter.in/sports/others/amit-rohidas-is-silent-hero-664508 Thu, 05 Aug 2021 06:25:54 +0000 https://odishareporter.in/?p=664508

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଆଜି ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତିଛି। ଅଲିମ୍ପିକ୍ସରେ ୪୧ ବର୍ଷ ପରେ ଦଳ ପଦକ ଜିତିଥିବାରୁ ଏବେ ଚାରିଆଡ଼ୁ ଅଭିନନ୍ଦନର ସୁଅ ଛୁଟିଛି। ସମସ୍ତେ ଟିମ୍‌ର ସଦସ୍ୟମାନଙ୍କ ଦକ୍ଷତାକୁ ପ୍ରଶଂସା କରୁଛି। ଆଉ ତା’ ଭିତରେ ଟିମ୍‌ର ଓଡ଼ିଆ ଖେଳାଳି ଅମିତ୍ ରୋହିଦାସଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପୂର୍ବତନ ହକି ଖେଳାଳି ତଥା ଅଲିମ୍ପିଆନ୍ ଆଶିଷ ବଲାଲ। ସେ କହିଛନ୍ତି ଯେ ଟିମ୍ ବହୁତ ବଢ଼ିଆ ଖେଳିଛି। […]

The post ବ୍ରୋଞ୍ଜ ଜିତିଲା ଭାରତ, ଓଡ଼ିଶାର ଅମିତ୍ ଥିଲେ ‘ସାଇଲେଣ୍ଟ ହିରୋ’ appeared first on Odisha Reporter.

]]>

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଆଜି ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତିଛି। ଅଲିମ୍ପିକ୍ସରେ ୪୧ ବର୍ଷ ପରେ ଦଳ ପଦକ ଜିତିଥିବାରୁ ଏବେ ଚାରିଆଡ଼ୁ ଅଭିନନ୍ଦନର ସୁଅ ଛୁଟିଛି। ସମସ୍ତେ ଟିମ୍‌ର ସଦସ୍ୟମାନଙ୍କ ଦକ୍ଷତାକୁ ପ୍ରଶଂସା କରୁଛି। ଆଉ ତା’ ଭିତରେ ଟିମ୍‌ର ଓଡ଼ିଆ ଖେଳାଳି ଅମିତ୍ ରୋହିଦାସଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପୂର୍ବତନ ହକି ଖେଳାଳି ତଥା ଅଲିମ୍ପିଆନ୍ ଆଶିଷ ବଲାଲ।

ସେ କହିଛନ୍ତି ଯେ ଟିମ୍ ବହୁତ ବଢ଼ିଆ ଖେଳିଛି। ତେବେ ଟିମ୍‌ର ‘ସାଇଲେଣ୍ଟ ହିରୋ’ ହେଉଛନ୍ତି ଓଡ଼ିଶା ଅମିତ୍ ରୋହିଦାସ, ଯାହାଙ୍କୁ ଏତେ ସ୍ୱୀକୃତି ମିଳିନି। ସେ ଖୁବ୍‌ ସାହାସୀ। ଚଳିତ ଅଲିମ୍ପିକ୍ସରେ ସେ ଏକାକୀ ୧୫ଟି ପେନାଲ୍‌ଟି କର୍ଣ୍ଣରକୁ ରୋକିବାରେ ସମର୍ଥ ହୋଇଥିଲେ। ଏହା ଏକ ବଡ଼ କଥା। କିନ୍ତୁ ଆମେ କେହି ଏହାକୁ ଗୁରୁତ୍ୱ ଦେଉ ନାହାନ୍ତି। ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ଆସୁଥିବା ବଲ୍‌କୁ ଅଟକାଇବା ସହଜ କଥା ନୁହେଁ। ଅମିତ୍ ରୋହିଦାସ ଖୁବ୍ ଭଲ ଖେଳିଥିଲେ।

ଏହା ସହିତ ଭାରତୀୟ ଟିମ୍‌ର ଗୋଲ୍‌କିପର ଶ୍ରୀଜେଶଙ୍କୁ ପ୍ରଶଂସା କରିଛନ୍ତି ଆଶିଷ ବଲାଲ। ସେ କହିଛନ୍ତି, ଶ୍ରୀଜେଶ ହେଉଛନ୍ତି ଟିମ୍‌ର ମେରୁଦଣ୍ଡ।

ସୂଚନାଯୋଗ୍ୟ, ଅମିତ୍ ରୋହିଦାସଙ୍କ ବ୍ୟତୀତ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ମଧ୍ୟ ଟିମ୍‌ରେ ସାମିଲ ହୋଇଥିଲେ।

ଆଜି ବ୍ରୋଞ୍ଜ ପଦକ ପାଇଁ ଭାରତ ଓ ଜର୍ମାନୀ ମଧ୍ୟରେ ଲଢ଼େଇ ହୋଇଥିଲା। ଆଉ ଏଥିରେ ଜର୍ମାନୀକୁ ୫-୪ରେ ପରାସ୍ତ କରିଥିଲା ଭାରତୀୟ ଟିମ୍‌।

The post ବ୍ରୋଞ୍ଜ ଜିତିଲା ଭାରତ, ଓଡ଼ିଶାର ଅମିତ୍ ଥିଲେ ‘ସାଇଲେଣ୍ଟ ହିରୋ’ appeared first on Odisha Reporter.

]]>
Indian Hockey, right top, Tokyo Olympics 2021-08-05 12:54:03 https://cdn.odishareporter.in/wp-content/uploads/2021/08/05115137/amit.jpg
କୋଭିଡ୍‌ ଯୋଦ୍ଧାଙ୍କୁ ପଦକ ସମର୍ପିତ କଲେ ଭାରତୀୟ ପୁରୁଷ ହକି ଟିମ୍ ଅଧିନାୟକ https://odishareporter.in/sports/others/team-india-skipper-dedicates-historic-hockey-bronze-to-covid-warriors-664475 Thu, 05 Aug 2021 05:09:54 +0000 https://odishareporter.in/?p=664475

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଟିମ୍। ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିଛି ଦଳ। ଆଜି ଜର୍ମାନୀକୁ ୫-୪ରେ ହରାଇ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଆଉ ଏହି ପଦକକୁ ଦେଶର ସମସ୍ତ କୋଭିଡ୍ ଯୋଦ୍ଧା ଓ ଫ୍ରଣ୍ଟଲାଇନ୍‌ ୱାର୍କରଙ୍କୁ ସମର୍ପିତ କରିଛନ୍ତି ଭାରତୀୟ ଦଳର ଅଧିନାୟକ ମନପ୍ରୀତ୍ ସିଂହ। ମ୍ୟାଚ୍ ପରେ ମନପ୍ରୀତ୍ କହିଥିଲେ, ଏହି ପଦକକୁ ଦେଶର ସମସ୍ତ କୋଭିଡ୍ ଯୋଦ୍ଧା ଓ ଫ୍ରଣ୍ଟଲାଇନ୍ […]

The post କୋଭିଡ୍‌ ଯୋଦ୍ଧାଙ୍କୁ ପଦକ ସମର୍ପିତ କଲେ ଭାରତୀୟ ପୁରୁଷ ହକି ଟିମ୍ ଅଧିନାୟକ appeared first on Odisha Reporter.

]]>

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଟିମ୍। ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିଛି ଦଳ। ଆଜି ଜର୍ମାନୀକୁ ୫-୪ରେ ହରାଇ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଆଉ ଏହି ପଦକକୁ ଦେଶର ସମସ୍ତ କୋଭିଡ୍ ଯୋଦ୍ଧା ଓ ଫ୍ରଣ୍ଟଲାଇନ୍‌ ୱାର୍କରଙ୍କୁ ସମର୍ପିତ କରିଛନ୍ତି ଭାରତୀୟ ଦଳର ଅଧିନାୟକ ମନପ୍ରୀତ୍ ସିଂହ।

ମ୍ୟାଚ୍ ପରେ ମନପ୍ରୀତ୍ କହିଥିଲେ, ଏହି ପଦକକୁ ଦେଶର ସମସ୍ତ କୋଭିଡ୍ ଯୋଦ୍ଧା ଓ ଫ୍ରଣ୍ଟଲାଇନ୍ ୱାର୍କରଙ୍କ ପାଇଁ।

ଆଜି ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ପଛୁଆ ଚାଲିଥିଲା। ଖେଳ ଆରମ୍ଭ ହେବାର ଦ୍ୱିତୀୟ ମିନିଟ୍‌ରେ ଜର୍ମାନୀ ଗୋଟିଏ ଗୋଲ୍ ଦେଇ ୧-୦ରେ ଆଗୁଆ ରହିଥିଲା। ଜର୍ମାନୀ ପ୍ରଥମ କ୍ୱାର୍ଟରରେ ୧-୦ରେ ଆଗୁଆ ରହିଥିବା ବେଳେ ଭାରତୀୟ ଦଳ ଦ୍ୱିତୀୟ କ୍ୱାର୍ଟର ପ୍ରାରମ୍ଭରେ ଗୋଟିଏ ଗୋଲ୍ ଦେଇ ସ୍ଥିତିକୁ ବରାବର କରି ଦେଇଥିଲା। ୧୭ତମ ମିନିଟ୍‌ରେ ଭାରତ ପକ୍ଷରୁ ସିମରନଜୀତ୍ ସିଂହ ଏହି ଗୋଲ ଦେଇଥିଲେ। କିନ୍ତୁ ୨୪ ଓ ୨୫ ତମ ମିନିଟ୍‌ରେ ଜର୍ମାନୀ ଲଗାତାର ଦୁଇଟି ଗୋଲ୍ ଦେଇ ୩-୧ରେ ଆଗୁଆ ରହିଥିଲା। ତେବେ ଭାରତୀୟ ଦଳ ୨୭ ଓ ୨୯ତମ ମିନିଟ୍‌ରେ ଦୁଇଟି ଗୋଲ୍ ଦେଇ ସ୍ଥିତିକୁ ୩-୩କୁ ନେଇ ଆସିଥିଲା।

ଦ୍ୱିତୀୟ କ୍ୱାର୍ଟରେ ଦୁଇ ଦଳ ସମାନ ସ୍ଥିତିରେ ରହିଥିବା ବେଳେ ତୃତୀୟ କ୍ୱାର୍ଟର ପ୍ରାରମ୍ଭରେ ଅର୍ଥାତ୍ ୩୧ତମ ମିନିଟ୍‌ରେ ଭାରତ ଆଉ ଗୋଟିଏ ଗୋଲ୍ ଦେଇ ୪-୩ରେ ଆଗୁଆ ହୋଇଯାଇଥିଲା। ରୁପିନ୍ଦର ପଲ ସିଂହ ଏହି ଗୋଲ୍‌ଟି ଦେଇଥିଲେ। ଏହା ପରେ ୩୪ତମ ମିନିଟ୍‌ରେ ସିମରନଜୀତ ସିଂହ ଆଉ ଗୋଟିଏ ଗୋଲ୍ ଦେଇଥିଲେ। ଫଳରେ ଭାରତ ୫-୩ରେ ଆଗୁଆ ହୋଇଥିଲା। ତୃତୀୟ କ୍ୱାର୍ଟରରେ ଜର୍ମାନୀ ଗୋଟିଏ ବି ଗୋଲ୍ କରିବାରେ ସମର୍ଥ ହୋଇ ନଥିଲା।

ଚତୁର୍ଥ କ୍ୱାର୍ଟରରେ ଜର୍ମାନୀ ମ୍ୟାଚ୍‌କୁ କମ୍‌ବ୍ୟାକ୍‌ କରିବାକୁ ପ୍ରୟାସ କରିଥିଲା। ୪୮ତମ ମିନିଟ୍‌ରେ ଦଳ ପକ୍ଷରୁ ଲୁକାସ୍ ୱିଣ୍ଡଫେଡର ଏକ ଗୋଲ୍ ଦେଇଥିଲେ। କିନ୍ତୁ ତା’ପରେ ଦଳ ଆଉ ଭାରତ ବିପକ୍ଷରେ ଗୋଲ ଦେଇ ପାରି ନଥିଲା। ଶେଷରେ ଭାରତ ୫-୪ରେ ଏହି ମ୍ୟାଚ୍‌କୁ ଜିତି ନେଇଥିଲା

ସୂଚନାଯୋଗ୍ୟ, ଅଲିମ୍ପିକ୍ସରେ ଏହା ହେଉଛି ଭାରତୀୟ ପୁରୁଷ ହକି ଦଳର ତୃତୀୟ ବ୍ରୋଞ୍ଜ ପଦକ। ଏହା ପୂର୍ବରୁ ୧୯୬୮ ଓ ୧୯୭୨ ଅଲିମ୍ପିକ୍ସରେ ଦଳ ବ୍ରୋଞ୍ଜ ପଦକ ଜିତିଥିଲା। ସେହିପରି ଦଳ ୧୯୬୦ରେ ରୌପ୍ୟ ପଦକ ଜିତିଥିବା ବେଳେ ୧୯୨୮, ୧୯୩୨, ୧୯୩୬, ୧୯୪୮, ୧୯୫୨, ୧୯୫୬, ୧୯୬୪ ଓ ୧୯୮୦ରେ ସ୍ୱର୍ଣ୍ଣ ପଦକ ଜିତିଥିଲା।

The post କୋଭିଡ୍‌ ଯୋଦ୍ଧାଙ୍କୁ ପଦକ ସମର୍ପିତ କଲେ ଭାରତୀୟ ପୁରୁଷ ହକି ଟିମ୍ ଅଧିନାୟକ appeared first on Odisha Reporter.

]]>
centre bottom, Indian Hockey, Tokyo Olympics 2021-08-05 12:58:50 https://cdn.odishareporter.in/wp-content/uploads/2021/08/05103514/Untitled-1.jpg
ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ଜିତିଲା ବ୍ରୋଞ୍ଜ https://odishareporter.in/sports/hockey/india-wins-bronze-in-tokyo-olympics-664433 Thu, 05 Aug 2021 03:17:37 +0000 https://odishareporter.in/?p=664433

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଚାରି ଦଶନ୍ଧିର ଅପେକ୍ଷାର ଅନ୍ତ ଘଟିଛି। ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ଜିତିଛି ପଦକ। ୧୯୮୦ ଅଲିମ୍ପିକ୍ସରେ ଶେଷ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳ ଆଜି ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଛି। ଜର୍ମାନୀକୁ ୫-୪ରେ ପରାସ୍ତ କରି ଏହି ପଦକ ହାସଲ କରିଛି ଭାରତୀୟ ଦଳ। ଏହି ଐତିହାସିକ ବିଜୟ ପରେ ସାରା ଦେଶ ଉତ୍ସବ ମୁଖର ହୋଇଯାଇଛି। […]

The post ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ଜିତିଲା ବ୍ରୋଞ୍ଜ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଚାରି ଦଶନ୍ଧିର ଅପେକ୍ଷାର ଅନ୍ତ ଘଟିଛି। ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ଜିତିଛି ପଦକ। ୧୯୮୦ ଅଲିମ୍ପିକ୍ସରେ ଶେଷ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳ ଆଜି ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଛି। ଜର୍ମାନୀକୁ ୫-୪ରେ ପରାସ୍ତ କରି ଏହି ପଦକ ହାସଲ କରିଛି ଭାରତୀୟ ଦଳ। ଏହି ଐତିହାସିକ ବିଜୟ ପରେ ସାରା ଦେଶ ଉତ୍ସବ ମୁଖର ହୋଇଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୁଷ ହକି ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି।

ଭାରତ ପକ୍ଷରୁ ଆଜି ସିମରନଜୀତ୍ ସିଂହ (୧୭ଶ, ୩୪ତମ ମିନିଟ୍‌ରେ) ଦୁଇଟି ଗୋଲ କରିଥିବା ବେଳେ ହାର୍ଦ୍ଦିକ ସିଂହ (୨୭ତମ ମିନିଟ୍‌), ହରମନପ୍ରୀତ୍ ସିଂହ (୨୯ତମ ମିନିଟ୍‌) ଓ ରୁପିନ୍ଦର ପଲ୍‌ (୩୧ତମ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।

ଖେଳ ଆରମ୍ଭ ହେବାର ଦ୍ୱିତୀୟ ମିନିଟ୍‌ରେ ଜର୍ମାନୀ ଦେଇଥିଲା ପ୍ରଥମ ଗୋଲ୍‌। ଏହା ପରେ ଜର୍ମାନୀ ୪ଟି ପେନାଲ୍‌ଟି କର୍ଣ୍ଣର ମଧ୍ୟ ପାଇଥିଲା। ତେବେ ସେଗୁଡ଼ିକୁ ଗୋଲରେ ପରିଣତ କରିପାରି ନଥିଲା। ଭାରତ ପକ୍ଷରୁ ବି କୌଣସି ଗୋଲ୍ ହୋଇ ନଥିଲା। ଫଳରେ ପ୍ରଥମ କ୍ୱାର୍ଟରରେ ଭାରତ ୦-୧ରେ ପଛୁଆ ରହିଥିଲା।

ଦ୍ୱିତୀୟ କ୍ୱାର୍ଟର ପ୍ରାରମ୍ଭରେ ଜର୍ମାନୀ ଉପରେ ଏକ ଗୋଲ୍ ଦେଇଥିଲା ଭାରତ। ସିମରନଜୀନ ସିଂହ ଏହି ଗୋଲ୍‌ଟି ଦେଇଥିଲେ। ଆଉ ଏହା ସହିତ ଦୁଇ ଦଳ ବରାବର ସ୍ଥିତିରେ ପହଞ୍ଚି ଯାଇଥିଲେ। କିନ୍ତୁ ଏହା ପରେ ଜର୍ମାନୀ ଦୁଇଟି ଗୋଲ ଦେଇଥିଲା ଏବଂ ୩-୧ରେ ଆଗୁଆ ରହିଥିଲା। ତେବେ ଦ୍ୱିତୀୟ କ୍ୱାର୍ଟର ଶେଷ ବେଳକୁ ଭାରତ ଆଉ ଦୁଇଟି ଗୋଲ୍‌ ଦେବାରେ ସଫଳ ହୋଇଥିଲା। ଦୁଇ ମିନିଟ୍ ବ୍ୟବଧାନରେ ଏହି ଦୁଇଟି ଗୋଲ୍ ହୋଇଥିଲା।  ହାର୍ଦ୍ଦିକ ସିଂହ ଓ ହରମନପ୍ରୀତ୍ ସିଂହ ଏହି ଦୁଇଟି ଗୋଲ୍ ଦେଇଥିଲେ। ଆଉ ଦ୍ୱିତୀୟ କ୍ୱାର୍ଟର ଶେଷ ସୁଦ୍ଧା ଦୁଇ ଦଳ ୩-୩ରେ ରହିଥିଲେ।

ତୃତୀୟ କ୍ୱାର୍ଟରରେ ଭାରତର ଦବଦବା ଦେଖିବାକୁ ମିଳିଥିଲା। ଏହି କ୍ୱାର୍ଟରରେ ରୁପିନ୍ଦର ପଲ୍ ପ୍ରଥମେ ଏକ ଗୋଲ୍ ଦେଇଥିଲେ। ସେ ଏକ ପେନାଲ୍‌ଟି ଷ୍ଟ୍ରୋକ୍‌କୁ ଗୋଲରେ ପରିଣତ କରିବାରେ ସଫଳ ହୋଇଥିଲେ। ଫଳରେ ଦଳ ୪-୩ରେ ଆଗୁଆ ରହିଥିଲା। ଏହାର ୩ ମିନିଟ୍‌ ପରେ ଦଳ ଆଉ ଏକ ଗୋଲ୍ ଦେବାରେ ସଫଳ ହୋଇଥିଲା। ସିମରନଜୀତ୍ ସିଂହ ଏହି ଗୋଲ୍‌ଟି ଦେଇଥିଲେ ଓ ଏହା ଥିଲା ଏହି ମ୍ୟାଚ୍‌ରେ ତାଙ୍କର ଦ୍ୱିତୀୟ ଗୋଲ୍‌। ଏହା ସହିତ ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ଦଳ ୫-୩ରେ ଆଗୁଆ ରହିଥିଲା।

ଚତୁର୍ଥ କ୍ୱାର୍ଟରର ପ୍ରଥମ ୫ ମିନିଟ୍‌ରେ ଜର୍ମାନୀ ଏକ ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇଥିଲା ଓ ମ୍ୟାଚ୍‌କୁ ୪-୫ ସ୍ଥିତିକୁ ନେଇଯାଇଥିଲା। କିନ୍ତୁ ତା’ପରେ ଆଉ ଗୋଲ୍ କରିବାକୁ ସଫଳ ହୋଇନଥିଲା ଜର୍ମାନୀ। ଭାରତ ପକ୍ଷରୁ ବି ଏହି କ୍ୱାର୍ଟରରେ ଆଉ କୌଣସି ଗୋଲ୍ ହୋଇ ନଥିଲା। ଖେଳ ଶେଷ ହେବାକୁ ଆଉ ୬.୮ ସେକେଣ୍ଡ ଥିବା ବେଳେ ଜର୍ମାନୀ ଏକ ପେନାଲ୍‌ଟି କର୍ଣ୍ଣର ପାଇଥିଲା। ତେବେ ଏହାକୁ ଗୋଲ୍‌ରେ ପରିଣତ କରିପାରି ନଥିଲା।  ଆଉ ଶେଷରେ ଭାରତୀୟ ଦଳ ବିଜୟୀ ହୋଇଥିଲା।

କେବଳ ଅଷ୍ଟ୍ରେଲିଆ ଓ ବେଲ୍‌ଜିୟମଠୁ ହାରିଲା

ଚଳିତ ଅଲିମ୍ପିକ୍ସର ପୁଲ୍‌ ଏ’ରେ ଥିଲା ଭାରତୀୟ ଦଳ। ପୁଲ୍‌ ସ୍ତରରେ ୫ଟି ମ୍ୟାଚ୍ ଖେଳି ଦଳ ୪ଟିରେ ଜିତିଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ଦଳ ୭-୧ରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲେ ହେଁ ଏହାର ମନୋବଳ ହ୍ରାସ ପାଇ ନଥିଲା। ଦଳ ପରବର୍ତ୍ତୀ ୩ଟି ମ୍ୟାଚ୍‌ରେ ବିଜୟ ହାସଲ କରି କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚି ଥିଲା। କ୍ୱାର୍ଟର ଫାଇନାଲ୍‌ରେ ଦଳ ଗ୍ରେଟ୍ ବ୍ରିଟେନ୍‌କୁ ୩-୧ ରେ ପରାସ୍ତ କରି ୪୯ ବର୍ଷ ପରେ ଅଲିମ୍ପିକ୍ସରେ ସେମି ଫାଇନାଲ୍‌ ରାଉଣ୍ଡରେ ପ୍ରବେଶ କରିଥିଲା। ତେବେ ସେମି ଫାଇନାଲ୍‌ରେ ବେଲଜିୟମ ଠାରୁ ୨-୫ରେ ହାରିଯାଇଥିଲା। ଫଳରେ ଅଲିମ୍ପିକ୍ସରେ ଦଳର ୯ମ ସ୍ୱର୍ଣ୍ଣ ପଦକ ଆଶା ପୂରଣ ହୋଇପାରି ନଥିଲା। ଏହା ପରେ ଆଜି ବ୍ରୋଞ୍ଜ ପଦକ ପାଇଁ ହୋଇଥିବା ଲଢ଼େଇରେ ଦଳ ଜର୍ମାନୀକୁ ପରାସ୍ତ କରିଛି।

ଅଲିମ୍ପିକ୍ସରେ ତୃତୀୟ ବ୍ରୋଞ୍ଜ ପଦକ

ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ଏଯାବତ୍‌ ମୋଟ ୧୨ଟି ପଦକ ପାଇଛି। ସେଥିମଧ୍ୟରେ ରହିଛି ୮ଟି ସ୍ୱର୍ଣ୍ଣ ପଦକ। ଦଳ ୧୯୨୮, ୧୯୩୨, ୧୯୩୬, ୧୯୪୮, ୧୯୫୨, ୧୯୫୬, ୧୯୬୪ ଓ ୧୯୮୦ରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ୧୯୬୦ ଅଲିମ୍ପିକ୍ସରେ ଦଳ ରୌପ୍ୟ ପଦକ ଜିତିଥିଲା। ୧୯୬୮ ଓ ୧୯୭୨ରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ପାଇଥିବା ବେଳେ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ମଧ୍ୟ ବ୍ରୋଞ୍ଜ ପଦକ ହାସଲ କରିଛି।

The post ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ଜିତିଲା ବ୍ରୋଞ୍ଜ appeared first on Odisha Reporter.

]]>
centre top, Tokyo Olympics 2021-08-05 12:46:02 https://cdn.odishareporter.in/wp-content/uploads/2021/08/05105011/iii.jpg
ମ୍ୟାଚ୍ ହାରିବା ପରେ ଅଧିନାୟକ ଓ କୋଚଙ୍କ ସହ କଥା ହେଲେ ମୋଦି https://odishareporter.in/sports/hockey/pm-modi-speaks-with-rani-rampal-and-sjoerd-marijne-664385 Wed, 04 Aug 2021 14:44:02 +0000 https://odishareporter.in/?p=664385

ଟୋକିଓ: ଭଲ ଖେଳ ପ୍ରଦର୍ଶନ କରି ମଧ୍ୟ ଚଳିତ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଲଢ଼େଇରୁ ବାଦ ପଡ଼ିଛି ଭାରତୀୟ ମହିଳା ହକି ଦଳ। ସେମି ଫାଇନାଲରେ ଆର୍ଜେଣ୍ଟିନା ଠାରୁ ୨-୧ରେ ଭାରତୀୟ ଦଳ ହାରିବା ପରେ ସମସ୍ତେ ମର୍ମାହତ ହୋଇଛନ୍ତି। ତଥାପି ଦଳ ପାଖରେ ମେଡାଲ ଜିତିବାର ସୁଯୋଗ ରହିଛି। ସେମିରେ ଦଳ ହାରି ଥିବାରୁ ବ୍ରିଟେନ ସହ ବ୍ରୋଞ୍ଜ ପଦକ ପାଇଁ ମୁକାବିଲା କରିବ। ଦଳ ଆଜି ମ୍ୟାଚ୍‌ ହାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]

The post ମ୍ୟାଚ୍ ହାରିବା ପରେ ଅଧିନାୟକ ଓ କୋଚଙ୍କ ସହ କଥା ହେଲେ ମୋଦି appeared first on Odisha Reporter.

]]>

ଟୋକିଓ: ଭଲ ଖେଳ ପ୍ରଦର୍ଶନ କରି ମଧ୍ୟ ଚଳିତ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଲଢ଼େଇରୁ ବାଦ ପଡ଼ିଛି ଭାରତୀୟ ମହିଳା ହକି ଦଳ। ସେମି ଫାଇନାଲରେ ଆର୍ଜେଣ୍ଟିନା ଠାରୁ ୨-୧ରେ ଭାରତୀୟ ଦଳ ହାରିବା ପରେ ସମସ୍ତେ ମର୍ମାହତ ହୋଇଛନ୍ତି। ତଥାପି ଦଳ ପାଖରେ ମେଡାଲ ଜିତିବାର ସୁଯୋଗ ରହିଛି। ସେମିରେ ଦଳ ହାରି ଥିବାରୁ ବ୍ରିଟେନ ସହ ବ୍ରୋଞ୍ଜ ପଦକ ପାଇଁ ମୁକାବିଲା କରିବ।

ଦଳ ଆଜି ମ୍ୟାଚ୍‌ ହାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିନାୟକ ରାଣୀ ରାମପଲ ଓ କୋଚ୍ ଜୋଏଡ ମାରିନଙ୍କ ସହ କଥା ହୋଇଛନ୍ତି। ମ୍ୟାଚ ହାରିବା ପରେ ସେମାନଙ୍କ ମନୋବଳ ବଢ଼ାଇବାକୁ ମୋଦି ଫୋନ କରିଥିଲେ। ଟୋକିଓ ୨୦୨୦ରେ ଭାରତୀୟ ମହିଳା ଦଳ ଯେଉଁଭଳି ପ୍ରଦର୍ଶନ କରିଛି, ତାହା ସମସ୍ତଙ୍କ ପାଇଁ ଗର୍ବର ବିଷୟ ବୋଲି ମଧ୍ୟ ମୋଦି ସେମାନଙ୍କୁ କହିଛନ୍ତି।


ମୋଦି ଫୋନରେ ରାଣୀ ଓ ମାରିନଙ୍କୁ କହିଛନ୍ତି ଯେ ମହିଳା ଟିମ୍‌ ପାଖରେ ଦକ୍ଷ ଆଥଲେଟ ରହିଛନ୍ତି। ସେମାନେ କଠିନ ପରିଶ୍ରମ କରୁଛନ୍ତି। ଏବେ ଆଗକୁ ଦେଖିବାର ଅଛି। ହାରିବା ଓ ଜିତିବା ଖେଳର ଗୋଟିଏ ଅଂଶ। ତେଣୁ ସେମାନେ ଆଦୌ ଭାଙ୍ଗି ପଡ଼ିବା କଥା ନୁହେଁ ବୋଲି ମୋଦି ଉଭୟଙ୍କୁ କହିଛନ୍ତି।

ଏହାବାଦ୍‌ ମୋଦି ଟ୍ୱିଟ ଯୋଗେ ମହିଳା ଦଳର ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି ଯେ “ଆମ ହକି ଟିମ୍‌ର ପ୍ରଦର୍ଶନ ଯୋଗୁ ଆମେ ଟୋକିଓ ଅଲିମ୍ପିକ୍ସ ୨୦୨୦କୁ ମନେ ରଖିବୁ। ଆଜି ଓ ପୂରା ଗେମ୍ସରେ ଆମ ମହିଳା ହକି ଟିମ୍ ଅତ୍ୟନ୍ତ ସାହାସ ଓ ସୁନ୍ଦର ଖେଳ ପ୍ରଦର୍ଶନ କରିଛନ୍ତି। ଟିମ୍ ପାଇଁ ଆମେ ସମସ୍ତେ ଗର୍ବିତ। ଆସନ୍ତା ମ୍ୟାଚ୍‌ ଓ ଭବିଷ୍ୟତ ପାଇଁ ଶୁଭେଚ୍ଛା ବୋଲି ମୋଦି କହିଛନ୍ତି।

The post ମ୍ୟାଚ୍ ହାରିବା ପରେ ଅଧିନାୟକ ଓ କୋଚଙ୍କ ସହ କଥା ହେଲେ ମୋଦି appeared first on Odisha Reporter.

]]>
left bottom, Tokyo Olympics 2021-08-04 20:14:02 https://cdn.odishareporter.in/wp-content/uploads/2021/08/04201334/Hockey.jpg2_.jpg
ବାପା ଚାଷୀ, କିନ୍ତୁ ଭାରତ ପାଇଁ ଅଲିମ୍ପିକ୍ସରେ ପଦକ ପକ୍କା କଲେ ପୁଅ https://odishareporter.in/sports/athletics/everything-you-need-to-know-about-new-olympic-medalist-ravi-kumar-664330 Wed, 04 Aug 2021 12:02:35 +0000 https://odishareporter.in/?p=664330

ଟୋକିଓ: ଇଚ୍ଛାଶକ୍ତି ଆଗରେ ସବୁ କିଛି ଫିକା ପଡ଼ିଥାଏ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଭାରତର ଷ୍ଟାର ରେସଲର ରବି କୁମାର ଦାହିୟା। ତାଙ୍କ ବାପା ଜଣେ ଚାଷୀ। ଆର୍ଥିକ ଅନଟନରେ ପିଲା ବେଳୁ ବଢ଼ିଥିବା ରବି କୁମାର ଆଜି ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ପକ୍କା କରିଛନ୍ତି। ପ୍ରଥମଥର ପାଇଁ ଅଲିମ୍ପିକ୍ସ ଖେଳୁଥିବା ରବି କୁମାର ଚମତ୍କାର ଢଙ୍ଗରେ ସେମି ଫାଇନାଲ ଜିତି ଫାଇନାଲରେ ପ୍ରବେଶ କରିଛନ୍ତି। ଏହାର ଅର୍ଥ ସେ ସ୍ୱର୍ଣ୍ଣ ପଦକ ପାଇଁ […]

The post ବାପା ଚାଷୀ, କିନ୍ତୁ ଭାରତ ପାଇଁ ଅଲିମ୍ପିକ୍ସରେ ପଦକ ପକ୍କା କଲେ ପୁଅ appeared first on Odisha Reporter.

]]>

ଟୋକିଓ: ଇଚ୍ଛାଶକ୍ତି ଆଗରେ ସବୁ କିଛି ଫିକା ପଡ଼ିଥାଏ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଭାରତର ଷ୍ଟାର ରେସଲର ରବି କୁମାର ଦାହିୟା। ତାଙ୍କ ବାପା ଜଣେ ଚାଷୀ। ଆର୍ଥିକ ଅନଟନରେ ପିଲା ବେଳୁ ବଢ଼ିଥିବା ରବି କୁମାର ଆଜି ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ପକ୍କା କରିଛନ୍ତି।

ପ୍ରଥମଥର ପାଇଁ ଅଲିମ୍ପିକ୍ସ ଖେଳୁଥିବା ରବି କୁମାର ଚମତ୍କାର ଢଙ୍ଗରେ ସେମି ଫାଇନାଲ ଜିତି ଫାଇନାଲରେ ପ୍ରବେଶ କରିଛନ୍ତି। ଏହାର ଅର୍ଥ ସେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ। ହାରିଲେ ବି ତାଙ୍କୁ ରୌପ୍ୟ ପଦକ ମିଳିବ।

ଦ୍ୱିତୀୟ ଭାରତୀୟ ଭାବେ ୨୩ ବର୍ଷୀୟ ରବି କୁମାର ରେସଲିଂରେ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି। କାରଣ ୨୦୧୨ରେ ସୁଶୀଲ କୁମାର ଭାରତ ପାଇଁ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ। ରବି ୫ମ ଭାରତୀୟ ରେସଲର ଭାବେ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି।

ତାଙ୍କ ପୂର୍ବରୁ ୧୯୫୨ରେ କେଡି ଯାଦବ, ୨୦୦୮ ଓ ୨୦୧୨ରେ ସୁଶୀଲ କୁମାର ଓ ୨୦୧୬ରେ ସାକ୍ଷୀ ମଲ୍କିକ ଭାରତ ପାଇଁ ପଦକ ଜିତିଥିଲେ।

୧୯୯୭ ମସିହାରେ ହରିଆଣାର ସୋନିପତ ଜିଲ୍ଲାର ଗୋଟିଏ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ରବି କୁମାର ୧୦ ବର୍ଷ ବୟସରୁ ହିଁ ରେସଲିଂ ଆରମ୍ଭ କରିଥିଲେ। ସେ ୨୦୧୯ରେ ବିଶ୍ୱ ଚାମ୍ପିୟନଶିପ୍‌ରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଥିଲେ।

୨୦୨୦ ଓ ୨୦୨୧ ଏସିଆନ ଚାମ୍ପିୟନଶିପରେ ରବି କୁମାର ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ। ୨୦୧୮ରେ ୨୩ ବର୍ଷରୁ କମ ବିଶ୍ୱ ଚାମ୍ପିୟନଶିପରେ ମଧ୍ୟ ସେ ରୌପ୍ୟ ପଦକ ଜିତିଥିଲେ।


ଟୋକିଓ ଲଢ଼େଇ ପୂର୍ବରୁ ରବି ରୁଷରେ ତାଲିମ ନେଇଥିଲେ। ତାଙ୍କ ସହ ୮୬ କେଜି ବର୍ଗରେ ଲଢ଼େଇ କରୁଥିବା ଦୀପକ ପୁନିଆ ଓ ବଜରଙ୍ଗ ପୁନିଆ ମଧ୍ୟ ସେଠାରେ ଟ୍ରେନିଂ ସେସନ୍ସ କରୁଥିଲେ। ନିଜର ଷ୍ଟ୍ରେନ୍ଥ ଓ ଟେକନିକରେ ପରିବର୍ତ୍ତନ କରି ରବି କୁମାର ଟୋକିଓ ଲଢ଼େଇ ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ।

ରବି କୁମାରଙ୍କୁ ଯେତେବେଳେ ୧୦ ବର୍ଷ ବୟସ ହୋଇଥିଲା ସେ ଦିଲ୍ଲୀର ଛତ୍ରସଲ ଷ୍ଟାଡିୟମରେ ରେସଲିଂ ଶିଖିବା ଆରମ୍ଭ କରିଥିଲେ। ରେସଲିଂ କୋଚ ସତପାଲ ସିଂହ ଅନ୍ୟମାନଙ୍କ ଭଳି ତାଙ୍କୁ ମଧ୍ୟ ତାଲିମ ଦେଇଥିଲେ। ରବିଙ୍କ ବାପା ସୋନିପତରେ ଚାଷ କାମ କରନ୍ତି। ହେଲେ ରବି ଦିଲ୍ଲୀରେ ଟ୍ରେନିଂ ନିଅନ୍ତି। ଏଥିପାଇଁ ରବିଙ୍କ ବାପା ସବୁଦିନ ତାଙ୍କୁ କ୍ଷୀର ଓ ଫଳ ଦେବାକୁ ହରିଆଣାରୁ ଦିଲ୍ଲୀ ଆସନ୍ତି। ୧୦ ବର୍ଷରୁ ଅଧିକ ସମୟ ଧରି ସେ ଏପରି ଯିବା ଆସିବା କରୁଥିଲେ। ପୁଅକୁ ଭଲ ରେସଲର କରିବା ହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ ରହିଥିଲା। ଆଜି ସେ ଲକ୍ଷ୍ୟ କିଛି ମାତ୍ରାରେ ତାଙ୍କର ସଫଳ ହୋଇଛି।

ରବି ସବୁବେଳେ କହୁଥିଲେ ଯେ ଏସିଆରେ ସ୍ୱର୍ଣ୍ଣ ପଦକ ଜିତିବା ମୋ ପାଇଁ କିଛି ଗୁରୁତ୍ୱ ରଖେନି। ମୁଁ ଅଲିମ୍ପିକ୍ସରେ ମୋ ଦେଶ ପାଇଁ ଯଦି ପଦକ ଜିତି ପାରିବି, ତା’ହେଲେ ସେଇଟା ମୋ ପାଇଁ ସବୁଠାରୁ ବଡ଼ କଥା ହେବ। ଟୋକିଓରେ ମୁଁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ବ୍ୟାକୁଳ ଅଛି ବୋଲି ସେ କହିଥିଲେ।

ସତକୁ ସତ ସେ ଆଜି ଫାଇନାଲରେ ପ୍ରବେଶ କରି ଦେଶ ପାଇଁ ପଦକ ନିଶ୍ଚିତ କରିଛନ୍ତି। ୫୭ କେଜି ବର୍ଗରେ ସେ ନିଜ ପାଇଁ ରୌପ୍ୟ ପଦକ ପକ୍କା କରିସାରିଛନ୍ତି ସତ। ହେଲେ ସେ ସ୍ୱର୍ଣ୍ଣ ଜିତିବାକୁ ନିଜର ଶତପ୍ରତିଶତ ଚେଷ୍ଟା କରିବେ ବୋଲି କହିଛନ୍ତି। ରବି ଆସନ୍ତାକାଲି ସ୍ୱର୍ଣ୍ଣ ପାଇଁ ଲଢ଼େଇ କରିବେ।

The post ବାପା ଚାଷୀ, କିନ୍ତୁ ଭାରତ ପାଇଁ ଅଲିମ୍ପିକ୍ସରେ ପଦକ ପକ୍କା କଲେ ପୁଅ appeared first on Odisha Reporter.

]]>
left bottom, Tokyo Olympics 2021-08-04 17:32:35 https://cdn.odishareporter.in/wp-content/uploads/2021/08/04173146/Ravi-Kumar.jpg
ସେମିରେ ହାରି ସ୍ୱର୍ଣ୍ଣ ପଦକ ଦୌଡ଼ରୁ ବାଦ୍‌ ପଡ଼ିଲେ ଦୀପକ ପୁନିଆ https://odishareporter.in/sports/athletics/deepak-punia-loses-0-10-inside-three-minutes-664302 Wed, 04 Aug 2021 10:13:22 +0000 https://odishareporter.in/?p=664302

ଟୋକିଓ: ଭାରତର ଅନ୍ୟତମ ଷ୍ଟାର ରେସଲର ଦୀପକ ପୁନିଆ ସମସ୍ତଙ୍କୁ ନିରାଶ କରିଛନ୍ତି। ୫୭ କେଜି ବର୍ଗରେ ରବି କୁମାର ଦାହିୟା ପଦକ ପକ୍କା କରିଥିଲେ ହେଁ ଦୀପକ ପୁନିଆ ସେମି ଫାଇନାଲରେ ଝୁଣ୍ଟିଛନ୍ତି। ଦୀପକ ୮୬ କେଜି ବର୍ଗରେ ଭାଗ ନେଇଥିଲେ। ଦମଦାର ପ୍ରଦର୍ଶନ ସହ ସେ ସେମିରେ ପ୍ରବେଶ କରିଥିଲେ। ସେମିରେ ତାଙ୍କର ମୁକାବିଲା ଆମେରିକାର ଡାଭିଡ ଟେଲରଙ୍କ ସହ ହୋଇଥିଲା। କିନ୍ତୁ ଟେଲର ଭାରତର ଦୀପକଙ୍କୁ ୧୦-୦ରେ ହରାଇ ଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ […]

The post ସେମିରେ ହାରି ସ୍ୱର୍ଣ୍ଣ ପଦକ ଦୌଡ଼ରୁ ବାଦ୍‌ ପଡ଼ିଲେ ଦୀପକ ପୁନିଆ appeared first on Odisha Reporter.

]]>

ଟୋକିଓ: ଭାରତର ଅନ୍ୟତମ ଷ୍ଟାର ରେସଲର ଦୀପକ ପୁନିଆ ସମସ୍ତଙ୍କୁ ନିରାଶ କରିଛନ୍ତି। ୫୭ କେଜି ବର୍ଗରେ ରବି କୁମାର ଦାହିୟା ପଦକ ପକ୍କା କରିଥିଲେ ହେଁ ଦୀପକ ପୁନିଆ ସେମି ଫାଇନାଲରେ ଝୁଣ୍ଟିଛନ୍ତି। ଦୀପକ ୮୬ କେଜି ବର୍ଗରେ ଭାଗ ନେଇଥିଲେ। ଦମଦାର ପ୍ରଦର୍ଶନ ସହ ସେ ସେମିରେ ପ୍ରବେଶ କରିଥିଲେ।

ସେମିରେ ତାଙ୍କର ମୁକାବିଲା ଆମେରିକାର ଡାଭିଡ ଟେଲରଙ୍କ ସହ ହୋଇଥିଲା। କିନ୍ତୁ ଟେଲର ଭାରତର ଦୀପକଙ୍କୁ ୧୦-୦ରେ ହରାଇ ଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମାତ୍ର ୩ ମିନିଟ୍‌ରୁ କମ ସମୟରେ ଦୀପକଙ୍କୁ ପରାସ୍ତ ହେବାକୁ ପଡ଼ିଛି। ମ୍ୟାଚ୍‌ ଆରମ୍ଭରୁ ହିଁ ଟେଲର ନିଜର ପ୍ରଭାବ ଦେଖାଇଥିଲେ।

ବାରମ୍ବାର ଆଟାକ କରି ଦୀପକ ପୁନିଆଙ୍କୁ ବ୍ୟାକଫୁଟ୍‌କୁ ଠେଲି ଦେଇଥିଲେ। ସେ କ୍ରମାଗତ ପଏଣ୍ଟ ହାସଲ କରି ଏକଦା ୭-୦ ଲିଡ୍‌ କରି ଯାଇଥିଲେ। ଏହି ସମୟରେ ଦୀପକ କମବ୍ୟାକ୍‌ କରିବେ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ଆଟାକ କରିବାକୁ ଯାଇ ସେ ଆମେରିକାର ରେସଲର ଟେଲରଙ୍କ ଜାଲରେ ଫସି ଯାଇଥିଲେ।

ଟେଲର ଲଗାତର ୩ ପଏଣ୍ଟ ହାସଲ କରି ବ୍ୟବଧାନକୁ ୧୦-୦ କରି ଦେଇଥିଲେ। ଫଳରେ ଟେକ୍ନିକାଲ ସୁପରିୟରିଟି ବଳରେ ଅମ୍ପାୟାର ମ୍ୟାଚ୍‌କୁ ସେହିଠାରେ ବନ୍ଦ କରିଥିଲେ। କାରଣ ରେସଲିଂର ନିୟମ ଅନୁଯାୟୀ, ଦୁଇ ରେସଲରଙ୍କ ମଧ୍ୟରେ ଯଦି ପଏଣ୍ଟ ବ୍ୟବଧାନ ୧୦ ହୋଇଯାଏ, ତା’ହେଲେ ମ୍ୟାଚ୍‌କୁ ସେହିଠାରେ ବନ୍ଦ କରିବାକୁ ପଡ଼ିଥାଏ। ଏହି ଆଧାରରେ ଦୀପକ ପୁନିଆ ପୂରା ୬ ମିନିଟ୍‌ ମଧ୍ୟ ଲଢ଼େଇ କରିବାକୁ ସୁଯୋଗ ପାଇ ନଥିଲେ।

ଦୀପକ ସେମି ଫାଇନାଲରେ ହାରିଥିଲେ ମଧ୍ୟ ବ୍ରୋଞ୍ଜ ପଦକ ପାଇଁ ଲଢ଼େଇ କରିବାର ଗୋଟିଏ ସୁଯୋଗ ପାଇବେ।

ସୂଚନାଯୋଗ୍ୟ, ୮୬ କେଜି ଫ୍ରିଷ୍ଟାଇଲ୍ ଇଭେଣ୍ଟରେ ଦୁନିଆର ତିନି ନମ୍ବର ରେସଲର୍ ତଥା ବିଶ୍ୱ ଚାମ୍ପିୟନଶିପ୍ ରୌପ୍ୟ ପଦକ ବିଜେତା ଦୀପକ ପୁନିଆ ୬-୩ ପଏଣ୍ଟରେ ଚାଇନାର ଜୁଶେନ୍ ଲିନଙ୍କୁ ହରାଇ ଅନ୍ତିମ-୪ରେ ସ୍ଥାନ ପକ୍କା କରିଥିଲା। ଏହା ପୂର୍ବରୁ ସେ ପ୍ରି-କ୍ୱାର୍ଟର୍ ଫାଇନାଲରେ ନାଇଜେରିଆର ଏକେରେକେମେ ଆଗିଓମୋରଙ୍କୁ ଏକତରଫା ଭାବେ ୧୨-୧ ପଏଣ୍ଟରେ ପରାସ୍ତ କରିଥିଲେ।

The post ସେମିରେ ହାରି ସ୍ୱର୍ଣ୍ଣ ପଦକ ଦୌଡ଼ରୁ ବାଦ୍‌ ପଡ଼ିଲେ ଦୀପକ ପୁନିଆ appeared first on Odisha Reporter.

]]>
left bottom, Tokyo Olympics 2021-08-04 18:11:02 https://cdn.odishareporter.in/wp-content/uploads/2021/08/04154225/Deepak-Punia.jpg
ଭାରତ ପାଇଁ ଆଉ ଗୋଟିଏ ପଦକ ପକ୍କା କଲେ ରେସଲର ରବି କୁମାର https://odishareporter.in/sports/athletics/another-medal-assured-for-india-in-olympics-664277 Wed, 04 Aug 2021 09:36:15 +0000 https://odishareporter.in/?p=664277

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଗୋଟିଏ ପଦକ ପକ୍କା କରିଛନ୍ତି ଷ୍ଟାର ରେସଲର ରବି କୁମାର ଦାହିୟା। ସେ ଦମଦାର ବିଜୟ ସହ ୫୭ କେଜି ଫ୍ରି ଷ୍ଟାଇଲ ରେସଲିଂର ଫାଇନାଲରେ ପ୍ରବେଶ କରିଛନ୍ତି। ଫାଇନାଲରେ ତାଙ୍କର ମୁକାବିଲା ରୁଷିଆନ ଅଲିମ୍ପିକ କମିଟିର ଜାଉର ଉଗୁଉଭେଙ୍କୁ ଭେଟିବେ। ଜାଉରଙ୍କ ସହ ସେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ। ଯଦି ବି ସେ ହାରି ଯାଆନ୍ତି, ତା’ହେଲେ ତାଙ୍କୁ ରୌପ୍ୟ ପଦକ ମିଳିବ। […]

The post ଭାରତ ପାଇଁ ଆଉ ଗୋଟିଏ ପଦକ ପକ୍କା କଲେ ରେସଲର ରବି କୁମାର appeared first on Odisha Reporter.

]]>

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଗୋଟିଏ ପଦକ ପକ୍କା କରିଛନ୍ତି ଷ୍ଟାର ରେସଲର ରବି କୁମାର ଦାହିୟା। ସେ ଦମଦାର ବିଜୟ ସହ ୫୭ କେଜି ଫ୍ରି ଷ୍ଟାଇଲ ରେସଲିଂର ଫାଇନାଲରେ ପ୍ରବେଶ କରିଛନ୍ତି। ଫାଇନାଲରେ ତାଙ୍କର ମୁକାବିଲା ରୁଷିଆନ ଅଲିମ୍ପିକ କମିଟିର ଜାଉର ଉଗୁଉଭେଙ୍କୁ ଭେଟିବେ। ଜାଉରଙ୍କ ସହ ସେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ। ଯଦି ବି ସେ ହାରି ଯାଆନ୍ତି, ତା’ହେଲେ ତାଙ୍କୁ ରୌପ୍ୟ ପଦକ ମିଳିବ। କିନ୍ତୁ ଯଦି ସେ ସ୍ୱର୍ଣ୍ଣ ଜିତିବେ, ତା’ହେଲେ ଭାରତୀୟ ରେସଲିଂ ପାଇଁ ନୂଆ ଇତିହାସ ସୃଷ୍ଟି କରିବେ। କାରଣ ଭାରତ ପାଇଁ ଅଲିମ୍ପିକ୍ସରେ ଆଜି ଯାଏ କୌଣସି ରେସଲର ସ୍ୱର୍ଣ୍ଣ ଜିତି ନାହାନ୍ତି।

ଆଜି ରେସଲିଂ ମୈଦାନକୁ ଓହ୍ଲାଇ ଥିବା ରବି କୁମାର ପ୍ରଥମ ଦୁଇଟି ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରି ସେମି ଫାଇନାଲରେ ପ୍ରବେଶ କରିଥିଲେ। ସେମି ଫାଇନାଲ ତାଙ୍କର ମୁକାବିଲାରେ କଜାଖସ୍ତାନର ନୁରିସ୍ଲାମ ସାନାୟେଭଙ୍କ ସହ ହୋଇଥିଲା। ଏହି ମ୍ୟାଚ୍‌କୁ ସେ ଧାର୍ଯ୍ୟ ସମୟ ପୂର୍ବରୁ ଜିତି ନେଇଛନ୍ତି।

ମ୍ୟାଚ୍‌ ଜିତିବା ବେଳେ ରବି ୭-୯ରେ ପଛରେ ଥିଲେ। କିନ୍ତୁ ସାନାୟେଭଙ୍କୁ ଦମଦାର ଟ୍ୟାକେଲ ସହ ରବି କୁମାର ତଳେ ଫୋପାଡ଼ି ଦେବାରୁ ସେ ଆହତ ହୋଇଥିଲେ। ଏହି କାରଣରୁ ସାନାୟେଭଙ୍କୁ ଅମ୍ପାୟାର ଅନଫିଟ୍‌ ଘୋଷଣା କରିଥିଲେ। ଏହି କାରଣରୁ ଭାରତର ରବି କୁମାର ଫାଇନାଲକୁ ପ୍ରବେଶ କରିଛନ୍ତି।

ରବି କୁମାର ୫ମ ରେସଲର ଭାବେ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିବାକୁ ଯାଉଛନ୍ତି। ତାଙ୍କ ପୂର୍ବରୁ କେଡି ଯାଦବ, ସୁଶୀଲ କୁମାର, ଯୋଗେଶ୍ୱର ଦତ୍ତ ଓ ସାକ୍ଷୀ ମଲ୍ଲିକ ଭାରତ ପାଇଁ ଅଲିମ୍ପିକ୍ସରେ ପଦକ ଜିତିଛନ୍ତି।

ସୂଚନାଯୋଗ୍ୟ, ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ୍ ଇଭେଣ୍ଟରେ ରବି କୁମାର କ୍ୱାର୍ଟର୍ ଫାଇନାଲରେ ବୁଲଗେରିଆର ଜର୍ଜି ଭାଲେଣ୍ଟିନୋଭ୍ ଭାଙ୍ଗେଲୋଭଙ୍କୁ ୧୪-୪ ପଏଣ୍ଟରେ ହରାଇ ସେମିଫାଇନାଲରେ ପହଞ୍ଚିଥିଲେ।  ଏହା ପୂର୍ବରୁ ସେ ପ୍ରି-କ୍ୱାର୍ଟର୍ ଫାଇନାଲରେ କଲମ୍ବିଆର ଓସ୍କାର ଏଡୁଆର୍ଡ ଟାଇଗ୍ରେରୋସ୍ ଅର୍ବାନୋଙ୍କୁ ୧୩-୨ ପଏଣ୍ଟରେ ହରାଇଥିଲେ।

The post ଭାରତ ପାଇଁ ଆଉ ଗୋଟିଏ ପଦକ ପକ୍କା କଲେ ରେସଲର ରବି କୁମାର appeared first on Odisha Reporter.

]]>
centre bottom, Tokyo Olympics 2021-08-04 17:54:30 https://cdn.odishareporter.in/wp-content/uploads/2021/08/04150359/Ravi.jpg
ବକ୍ସିଂରେ ବ୍ରୋଞ୍ଜ ପଦକ ଜିତିଲେ ଲଭଲିନା https://odishareporter.in/sports/boxer-lovlina-borgohain-wins-bronze-medal-despite-losing-in-semifinals-664199 Wed, 04 Aug 2021 06:05:55 +0000 https://odishareporter.in/?p=664199

ଟୋକିଓ: ଭାରତୀୟ ମହିଳା ବକ୍ସର ଲଭଲିନ୍ ବୋର୍ଗୋହେନ୍ ସେମିଫାଇନାଲରେ ହାରିଯାଇଛନ୍ତି। ଏଥିସହ ଲଭଲିନାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ମହିଳା ୱେଲ୍ଟର (୬୪-୬୯ କେଜି) ସେମିଫାଇନାଲରେ ଲଭଲିନା ତୁର୍କୀର ବୁସେନାଜ ସୁର୍ମେନେଲୀଙ୍କୁ ଭେଟିଥିଲେ। କିନ୍ତୁ ଦୁନିଆର ଏକ ନମ୍ବର ବକ୍ସରଙ୍କ ଆଗରେ ଲଭଲିନା ଦମ୍ ଦେଖାଇ ପାରିନଥିଲେ। ଯେଉଁ କାରଣରୁ ଲଭଲିନା ୦-୫ ପଏଣ୍ଟରେ ପରାସ୍ତ ହୋଇଛନ୍ତି। ଯଦିଓ ଲଭଲିନା ସେମିରେ ପହଞ୍ଚି ପଦକ ପକ୍କା କରିସାରିଥିଲେ, ସେଥିପାଇଁ ଆଜି ମୁକାବିଲାରେ ହାରିବା ସତ୍ତ୍ୱେ ସେ […]

The post ବକ୍ସିଂରେ ବ୍ରୋଞ୍ଜ ପଦକ ଜିତିଲେ ଲଭଲିନା appeared first on Odisha Reporter.

]]>

ଟୋକିଓ: ଭାରତୀୟ ମହିଳା ବକ୍ସର ଲଭଲିନ୍ ବୋର୍ଗୋହେନ୍ ସେମିଫାଇନାଲରେ ହାରିଯାଇଛନ୍ତି। ଏଥିସହ ଲଭଲିନାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ମହିଳା ୱେଲ୍ଟର (୬୪-୬୯ କେଜି) ସେମିଫାଇନାଲରେ ଲଭଲିନା ତୁର୍କୀର ବୁସେନାଜ ସୁର୍ମେନେଲୀଙ୍କୁ ଭେଟିଥିଲେ। କିନ୍ତୁ ଦୁନିଆର ଏକ ନମ୍ବର ବକ୍ସରଙ୍କ ଆଗରେ ଲଭଲିନା ଦମ୍ ଦେଖାଇ ପାରିନଥିଲେ। ଯେଉଁ କାରଣରୁ ଲଭଲିନା ୦-୫ ପଏଣ୍ଟରେ ପରାସ୍ତ ହୋଇଛନ୍ତି। ଯଦିଓ ଲଭଲିନା ସେମିରେ ପହଞ୍ଚି ପଦକ ପକ୍କା କରିସାରିଥିଲେ, ସେଥିପାଇଁ ଆଜି ମୁକାବିଲାରେ ହାରିବା ସତ୍ତ୍ୱେ ସେ ଦେଶ ପାଇଁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଅଲିମ୍ପିକ୍ସ ଇତିହାସରେ ବକ୍ସିଂରେ ପଦକ ଜିତିବାରେ ଲଭଲିନା ତୃତୀୟ ଭାରତୀୟ ହୋଇଛନ୍ତି। ତାଙ୍କ ପୂର୍ବରୁ ବିଜେନ୍ଦର ସିଂହ (୨୦୦୮) ଓ ଏମ୍‌ସି ମ୍ୟାରୀକମ୍ (୨୦୧୨) ବ୍ରୋଞ୍ଜ ପଦକ ଜିତିଥିଲେ।

ଲଭଲିନାଙ୍କ ବ୍ରୋଞ୍ଜ ପଦକକୁ ମିଶାଇ ଚଳିତ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୩ରେ ପହଞ୍ଚି ଯାଇଛି। ଯାହାକି ୨୦୧୬ ରିଓ ଅଲିମ୍ପିକ୍ସ ତୁଳନାରେ ଭାରତ ଆଉ ଗୋଟିଏ ଅଧିକ ପଦକ ଜିତିବାରେ ସଫଳ ହୋଇଛି। ଚଳିତ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ ଭାରୋତ୍ତୋଳକ ମୀରାବାଈ ଚାନୁ। ଚାନୁ ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତିଥିଲେ। ଏହା ପରେ ବ୍ୟାଡିମିଣ୍ଟନରେ ପିଭି ସିନ୍ଧୁ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

ବକ୍ସିଂ ସେମିଫାଇନାଲରେ ଲଭଲିନା ବିଶ୍ୱର ଏକ ନମ୍ବର ବକ୍ସରଙ୍କ ନିକଟରେ ଆଦୌ ତିଷ୍ଠିପାରି ନଥିଲେ। ତୁର୍କୀ ବକ୍ସରଙ୍କ ପ୍ରତିଟି ପଞ୍ଚ୍ ଲଭଲିନାଙ୍କ ଉପରେ ଭାରୀ ପଡ଼ିଥିଲା। ତିନୋଟି ଯାକ ରାଉଣ୍ଡ ଫଳାଫଳ ବୁସେନାଜଙ୍କ ସପକ୍ଷରେ କରିଥିଲେ ୫ଟି ଯାକ ଜଜ୍। ପ୍ରଥମ ରାଉଣ୍ଡରେ ବୁସେନାଜ ଭାରତୀୟ ବକ୍ସରଙ୍କ ଉପରେ ଭାରୀ ପଡ଼ିଥିଲେ। ବୁସେନାଜ ପ୍ରଥମ ରାଉଣ୍ଡ ୫-୦ରେ ଜିତି ନେଇଥିଲେ।

ଲଭଲିନାଙ୍କ ପାଖରେ ପ୍ରତ୍ୟାବର୍ତ୍ତନ ପାଇଁ ଦୁଇ ରାଉଣ୍ଡ ଥିଲା। ଲଭଲିନାଙ୍କୁ ରେଫରୀ ପ୍ରଥମ ରାଉଣ୍ଡରେ ଚେତାବନୀ ଦେଇଥିଲେ। ଏହା ସତ୍ତ୍ୱେ ଲଭଲିନା ଲଗାତର ପଞ୍ଚ ମାରିବାରେ ଲାଗିଥିଲେ। ଯେଉଁ କାରଣରୁ ରେଫରୀ ମଝିରେ ଖେଳକୁ ରୋକି ତାଙ୍କୁ ବୁଝାଇଥିଲେ।

ଦ୍ୱିତୀୟ ରାଉଣ୍ଡରେ ଉଭୟ ଲଭଲିନା ଓ ବୁସେନାଜ ପରସ୍ପରକୁ ପଞ୍ଚ ମାରିଥିଲେ। ବିରୋଧୀ ବକ୍ସରଙ୍କ ଠାରୁ ଦୂରେଇ ରହି ପଞ୍ଚ୍ ମାରିବାକୁ ଲଭଲିନାଙ୍କ କୋଚ୍ ବାରମ୍ବାର ତାଙ୍କୁ କହୁଥିଲେ। କିନ୍ତୁ ଲଭଲିନାଙ୍କ ତୁଳନାରେ ତୁର୍କୀ ବକ୍ସର ଜଣକ ଦମଦାର ହୁକ୍ ମାରିଥିଲେ। ଏହିପରି ଭାବେ ଲଭଲିନା ଦ୍ୱିତୀୟ ରାଉଣ୍ଡ ବି ହାରି ଯାଇଥିଲେ ଏବଂ ଏଥର ତାଙ୍କ ଗୋଟିଏ ପେନାଲ୍ଟି ପଏଣ୍ଟ ମଧ୍ୟ ମିଳିଥିଲା।

ମୁକାବିଲା ଜିତିବା ପାଇଁ ଲଭଲିନାଙ୍କୁ ତୃତୀୟ ରାଉଣ୍ଡରେ ସର୍ବଶ୍ରେଷ୍ଠ କିମ୍ବା ନକଆଉଟ୍ ପଞ୍ଚ୍‌ର ଆବଶ୍ୟକ ଥିଲା। ହେଲେ ତୁର୍କୀ ବକ୍ସରଙ୍କ ଚତୁରତାକୁ ଲଭଲିନା ବୁଝିପାରିନଥିଲେ। ଯେଉଁ କାରଣରୁ ଲଭଲିନା ତୃତୀୟ ରାଉଣ୍ଡରେ ମଧ୍ୟ ହାରିଯାଇଥିଲେ।

The post ବକ୍ସିଂରେ ବ୍ରୋଞ୍ଜ ପଦକ ଜିତିଲେ ଲଭଲିନା appeared first on Odisha Reporter.

]]>
centre top, Tokyo Olympics 2021-08-04 12:02:55 https://cdn.odishareporter.in/wp-content/uploads/2021/08/04113425/lovlona.jpg
ରେସଲିଂ ସେମିରେ ଦୀପକ ଓ ରବି କୁମାର https://odishareporter.in/sports/wrestlers-ravi-dahiya-deepak-punia-in-semi-finals-in-tokyo-olympics-664164 Wed, 04 Aug 2021 04:56:30 +0000 https://odishareporter.in/?p=664164

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସର ରେସଲିଂରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଛି। ଭାରତର ଦୁଇ ଯୁବ ରେସଲର୍ ରବି କୁମାର ଦାହିୟା ଓ ଦୀପକ ପୁନିଆ ନିଜ ନିଜର ଓଜନ ବର୍ଗର ସେମିଫାଇନାଲରେ ପହଞ୍ଚି ଦେଶ ପାଇଁ ପଦକ ଆଶା ଉଜ୍ଜୀବିତ କରିଛନ୍ତି। ତେବେ ମହିଳା ରେସଲିଂରେ ଅଂଶୁ ମଲିକ୍ ପ୍ରି-କ୍ୱାର୍ଟର୍ ଫାଇନାଲରେ ହାରିଯାଇଛନ୍ତି। ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ୍ ଇଭେଣ୍ଟରେ ରବି କୁମାର କ୍ୱାର୍ଟର୍ ଫାଇନାଲରେ ବୁଲଗେରିଆର ଜର୍ଜି ଭାଲେଣ୍ଟିନୋଭ୍ ଭାଙ୍ଗେଲୋଭଙ୍କୁ ୧୪-୪ ପଏଣ୍ଟରେ ହରାଇ […]

The post ରେସଲିଂ ସେମିରେ ଦୀପକ ଓ ରବି କୁମାର appeared first on Odisha Reporter.

]]>

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସର ରେସଲିଂରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଛି। ଭାରତର ଦୁଇ ଯୁବ ରେସଲର୍ ରବି କୁମାର ଦାହିୟା ଓ ଦୀପକ ପୁନିଆ ନିଜ ନିଜର ଓଜନ ବର୍ଗର ସେମିଫାଇନାଲରେ ପହଞ୍ଚି ଦେଶ ପାଇଁ ପଦକ ଆଶା ଉଜ୍ଜୀବିତ କରିଛନ୍ତି। ତେବେ ମହିଳା ରେସଲିଂରେ ଅଂଶୁ ମଲିକ୍ ପ୍ରି-କ୍ୱାର୍ଟର୍ ଫାଇନାଲରେ ହାରିଯାଇଛନ୍ତି।

ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ୍ ଇଭେଣ୍ଟରେ ରବି କୁମାର କ୍ୱାର୍ଟର୍ ଫାଇନାଲରେ ବୁଲଗେରିଆର ଜର୍ଜି ଭାଲେଣ୍ଟିନୋଭ୍ ଭାଙ୍ଗେଲୋଭଙ୍କୁ ୧୪-୪ ପଏଣ୍ଟରେ ହରାଇ ସେମିଫାଇନାଲରେ ପହଞ୍ଚିଛନ୍ତି। ଏହା ପୂର୍ବରୁ ରବି କୁମାର ପ୍ରି-କ୍ୱାର୍ଟର୍ ଫାଇନାଲରେ କଲମ୍ବିଆର ଓସ୍କାର ଏଡୁଆର୍ଡ ଟାଇଗ୍ରେରୋସ୍ ଅର୍ବାନୋଙ୍କୁ ୧୩-୨ ପଏଣ୍ଟରେ ହରାଇଥିଲେ। ସେମିରେ ରବି କୁମାରଙ୍କ ସାମ୍ନା କଜାଖସ୍ତାନର ନୁରିସ୍ଲାମ ସାନାୟେଭଙ୍କ ସହ ହେବ।

ସେହିପରି ପୁରୁଷ ୮୬ କେଜି ଫ୍ରିଷ୍ଟାଇଲ୍ ଇଭେଣ୍ଟରେ ଦୁନିଆର ତିନି ନମ୍ବର ରେସଲର୍ ତଥା ବିଶ୍ୱ ଚାମ୍ପିୟନଶିପ୍ ରୌପ୍ୟ ପଦକ ବିଜେତା ଦୀପକ ପୁନିଆ ୬-୩ ପଏଣ୍ଟରେ ଚାଇନାର ଜୁଶେନ୍ ଲିନଙ୍କୁ ହରାଇ ଅନ୍ତିମ-୪ରେ ସ୍ଥାନ ପକ୍କା କରିଛନ୍ତି। ଦୀପକ ପ୍ରି-କ୍ୱାର୍ଟର୍ ଫାଇନାଲରେ ନାଇଜେରିଆର ଏକେରେକେମେ ଆଗିଓମୋରଙ୍କୁ ଏକତରଫା ଭାବେ ୧୨-୧ ପଏଣ୍ଟରେ ପରାସ୍ତ କରିଥିଲେ। ଦୀପକ ସେମିଫାଇନାଲରେ ଆମେରିକାର ଡେଭିଡ୍ ମୋରିସଙ୍କୁ ଭେଟିବେ।

ଅନ୍ୟପକ୍ଷରେ ମହିଳା ୫୭ କେଜି ଫ୍ରିଷ୍ଟାଇଲରେ ଭାରତର ଅଂଶୁ ବେଲାରୁଷର ଇରିନା କୁରାଚକିନାଙ୍କ ନିକଟରୁ ୨-୮ ପଏଣ୍ଟରେ ପରାସ୍ତ ହୋଇଛନ୍ତି। ଅଂଶୁଙ୍କ ପାଖରେ ରିପିଚେଜ୍ ରାଉଣ୍ଡରେ ଲଢ଼ିବାର ସୁଯୋଗ ରହିଛି। କିନ୍ତୁ ଏଥିପାଇଁ ବେଲାରୁଷର ଇରିନାଙ୍କୁ ଫାଇନାଲରେ ପହଞ୍ଚିବାକୁ ପଡ଼ିବ। ଇରିନା କ୍ୱାର୍ଟର୍ ଫାଇନାଲରେ ରୁଷିଆନ ଅଲିମ୍ପିକ୍ କମିଟିର ଭାଲେରିଆ କୋଭଲୋଭାଙ୍କୁ ୬-୩ରେ ହରାଇ ସେମିରେ ପହଞ୍ଚି ସାରିଛନ୍ତି।

The post ରେସଲିଂ ସେମିରେ ଦୀପକ ଓ ରବି କୁମାର appeared first on Odisha Reporter.

]]>
centre bottom, Tokyo Olympics 2021-08-04 13:11:31 https://cdn.odishareporter.in/wp-content/uploads/2021/08/04102508/ravi-kumar-dahiya-and-deepa.jpg
ପ୍ରଥମ ପ୍ରୟାସରେ ଫାଇନାଲ୍ ଟିକେଟ୍ ପାଇଲେ ନୀରଜ https://odishareporter.in/sports/athletics/neeraj-chopra-qualifies-for-javelin-throw-final-in-first-attempt-of-85-65m-664138 Wed, 04 Aug 2021 02:53:06 +0000 https://odishareporter.in/?p=664138

ଟୋକିଓ: ଭାରତର ଷ୍ଟାର୍ ଆଥଲେଟ ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସର ଜାଭେଲିନ୍ ଥ୍ରୋ’ ଇଭେଣ୍ଟରେ ଦମଦାର ଥ୍ରୋ’ କରି ଫାଇନାଲକୁ କ୍ୱାଲିଫାଏ କରିଛନ୍ତି। ନୀରଜ ପ୍ରଥମ ପ୍ରୟାସରେ ହିଁ ୮୬.୬୫ ମିଟର୍ ଥ୍ରୋ’ କରି ଗ୍ରୁପ୍-ଏ’ରେ ଶୀର୍ଷରେ ରହି ଫାଇନାଲକୁ କ୍ୱାଲିଫାଏ କରି ଭାରତ ପାଇଁ ପଦକ ଆଶା ଉଜ୍ଜୀବିତ କରିଛନ୍ତି। ଫାଇନାଲ୍ ପାଇଁ କ୍ୱାଲିଫାଇଙ୍ଗ୍ ମାର୍କ ୮୩.୫୦ ମିଟର୍ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ୨୩ ବର୍ଷୀୟ ନୀରଜ ଅତି ସହଜରେ ଏହି ଲକ୍ଷ୍ୟକୁ ହାସଲ କରିନେଇଥିଲେ। […]

The post ପ୍ରଥମ ପ୍ରୟାସରେ ଫାଇନାଲ୍ ଟିକେଟ୍ ପାଇଲେ ନୀରଜ appeared first on Odisha Reporter.

]]>

ଟୋକିଓ: ଭାରତର ଷ୍ଟାର୍ ଆଥଲେଟ ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସର ଜାଭେଲିନ୍ ଥ୍ରୋ’ ଇଭେଣ୍ଟରେ ଦମଦାର ଥ୍ରୋ’ କରି ଫାଇନାଲକୁ କ୍ୱାଲିଫାଏ କରିଛନ୍ତି। ନୀରଜ ପ୍ରଥମ ପ୍ରୟାସରେ ହିଁ ୮୬.୬୫ ମିଟର୍ ଥ୍ରୋ’ କରି ଗ୍ରୁପ୍-ଏ’ରେ ଶୀର୍ଷରେ ରହି ଫାଇନାଲକୁ କ୍ୱାଲିଫାଏ କରି ଭାରତ ପାଇଁ ପଦକ ଆଶା ଉଜ୍ଜୀବିତ କରିଛନ୍ତି।

ଫାଇନାଲ୍ ପାଇଁ କ୍ୱାଲିଫାଇଙ୍ଗ୍ ମାର୍କ ୮୩.୫୦ ମିଟର୍ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ୨୩ ବର୍ଷୀୟ ନୀରଜ ଅତି ସହଜରେ ଏହି ଲକ୍ଷ୍ୟକୁ ହାସଲ କରିନେଇଥିଲେ। ନିଜର ପ୍ରଥମ ଅଲିମ୍ପିକ୍ସରେ ଭାଗ ନେଉଥିବା ନୀରଜ ଫାଇନାଲରେ ସ୍ଥାନ ହାସଲ କରିବା ପାଇଁ ଅଳ୍ପ କିଛି ସମୟ ନେଇଥିଲେ। ଆହତ ଓ କୋଭିଡ୍-୧୯ ମହାମାରୀ କାରଣରୁ ନୀରଜଙ୍କ ଅଲିମ୍ପିକ୍ସ ପ୍ରସ୍ତୁତି ବେଶ୍ ପ୍ରଭାବିତ ହୋଇଥିଲା। କିନ୍ତୁ ସେ ଅଲିମ୍ପିକ୍ସରେ ନିଜ ପ୍ରଶଂସକଙ୍କୁ ଆଦୌ ନିରାଶ କରିନାହାନ୍ତି ଏବଂ ପ୍ରଥମ ପ୍ରୟାସରେ ଦେଖାଇ ଦେଇଛନ୍ତି ଯେ କାହିଁକି ତାଙ୍କୁ ପଦକର ବଡ଼ ଦାବିବାର କୁହାଯାଉଛି।

କ୍ୱାଲିଫିକେସନରେ ନୀରଜଙ୍କ ଏହି ପ୍ରଦର୍ଶନ ଅଲିମ୍ପିକ୍ସରେ କୌଣସି ଭାରତୀୟଙ୍କ ପକ୍ଷେ ସର୍ବଶ୍ରେଷ୍ଠ କହିଲେ ଅତ୍ୟୁକ୍ତି ହେବ ନାହିଁ। ୨୦୧୭ରେ ଆୟୋଜିତ ବିଶ୍ୱ ଚାମ୍ପିୟନଶିପ ବିଜେତା ଜର୍ମାନୀର ଜୋହାନସ୍ ଭେଟ୍ଟର କ୍ୱାଲିଫିକେସନରେ ନୀରଜଙ୍କ ଠାରୁ ପଛରେ ପଡ଼ିଛନ୍ତି। ଭେଟ୍ଟର୍ କ୍ୱାଲିଫିକେସନର ପ୍ରଥମ ଦୁଇଟି ପ୍ରୟାସରେ ନିରାଶ କରିଥିବା ବେଳେ ତୃତୀୟ ପ୍ରୟାସରେ ୮୫.୬୪ ମିଟର୍ ଥ୍ରୋ’ କରି ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି।

୨୮ ବର୍ଷୀୟ ଭେଟ୍ଟର ଏପ୍ରିଲ ଓ ଜୁନ୍ ଭିତରେ ୭ଥର ୯୦ ମିଟରରୁ ଅଧିକ ମିଟର୍ ଥ୍ରୋ’ କରି ବିଶ୍ୱ ସ୍ତରରେ ନିଜର ଦବଦବା କାଏମ୍ ରଖିଛନ୍ତି। ଫାଇନାଲରେ ତାଙ୍କ ଠାରୁ ନୀରଜଙ୍କୁ କଡ଼ା ଚ୍ୟାଲେଞ୍ଜ ମିଳିବ। ଗ୍ରୁପ୍-ଏ’ରେ ଫାଇନାଲକୁ କ୍ୱାଲିଫାଏ କରିଥିବା ତୃତୀୟ ଥ୍ରୋୟର ହେଲେ ଫିନଲାଣ୍ଡର ଲାସି ଏଟେଲାଟାଲୋ, ଯିଏ ୮୪.୫୦ ମିଟର ଥ୍ରୋ’ କରିଛନ୍ତି।

ସେହିପରି ଭାରତର ଆଉଜଣେ ଜାଭେଲିନ୍ ଥ୍ରୋୟର୍ ଶିବପାଲ୍ ସିଂହ ନିରାଶ କରିଛନ୍ତି। ଶିବପାଲ୍ ମାତ୍ର ୭୬.୪୦ ମିଟର୍ ଥ୍ରୋ’ କରି ଫାଇନାଲରୁ ବଞ୍ଚିତ ହୋଇଛନ୍ତି। ଫାଇନାଲରେ ପହଞ୍ଚିବା ପାଇଁ ୮୩.୫୦ ମିଟର୍ ଥ୍ରୋ’ କିମ୍ବା ଟପ୍-୧୨ରେ ରହିଥିବା ଦରକାର। ଫାଇନାଲରେ ପାକିସ୍ତାନର ଅର୍ଶଦ ନଦୀମ ମଧ୍ୟ ସ୍ଥାନ ହାସଲ କରିଛନ୍ତି, ଯିଏ ଗ୍ରୁପ୍-ବି’ରେ ୮୫.୧୪ ମିଟର୍ ଥ୍ରୋ’ କରି ଶୀର୍ଷରେ ରହିଛନ୍ତି।

The post ପ୍ରଥମ ପ୍ରୟାସରେ ଫାଇନାଲ୍ ଟିକେଟ୍ ପାଇଲେ ନୀରଜ appeared first on Odisha Reporter.

]]>
right bottom, Tokyo Olympics 2021-08-04 10:39:51 https://cdn.odishareporter.in/wp-content/uploads/2021/08/04082401/neeraj-chopra-1.jpg
ସ୍ୱଦେଶ ଫେରିଲେ ପିଭି ସିନ୍ଧୁ, ଏୟାରପୋର୍ଟରେ ଜୋରଦାର୍ ସ୍ୱାଗତ https://odishareporter.in/sports/tokyo-olympics-brozne-winner-pv-sindhu-returned-back-to-country-664048 Tue, 03 Aug 2021 11:50:44 +0000 https://odishareporter.in/?p=664048

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ସ ଇତିହାସରେ ବ୍ୟକ୍ତିଗତ ଇଭେଣ୍ଟରେ ଦୁଇ ପଦକ ଜିତିଥିବା ଏକମାତ୍ର ମହିଳା ଖେଳାଳି ପିଭି ସିନ୍ଧୁ ମଙ୍ଗଳବାର ଅପରାହ୍ଣରେ ସ୍ୱଦେଶ ଫେରିଛନ୍ତି। ଏହି ପଦକ ବିଜେତାଙ୍କୁ ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧି ଏୟାରପୋର୍ଟରେ ଭବ୍ୟ ସ୍ୱାଗତ କରାଯାଇଛି। ଯଦିଓ ପିଭି ସିନ୍ଧୁଙ୍କ ଫେରିବା କାର୍ଯ୍ୟକ୍ରମକୁ ଅତି ଗୋପନୀୟତା ରଖାଯାଇଥିଲା, କିନ୍ତୁ ଏହା ସତ୍ତ୍ୱେ ପଦକ ବିଜେତାଙ୍କ ସ୍ୱାଗତ ପାଇଁ ପ୍ରବଳ ଭିଡ଼ ଜମି ଯାଇଥିଲା। ଏଠାରେ ପହଞ୍ଚିବା ପରେ ସିନ୍ଧୁ ହାତ ଉଠାଇ ଲୋକଙ୍କୁ ଅଭିବାଦନ […]

The post ସ୍ୱଦେଶ ଫେରିଲେ ପିଭି ସିନ୍ଧୁ, ଏୟାରପୋର୍ଟରେ ଜୋରଦାର୍ ସ୍ୱାଗତ appeared first on Odisha Reporter.

]]>

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ସ ଇତିହାସରେ ବ୍ୟକ୍ତିଗତ ଇଭେଣ୍ଟରେ ଦୁଇ ପଦକ ଜିତିଥିବା ଏକମାତ୍ର ମହିଳା ଖେଳାଳି ପିଭି ସିନ୍ଧୁ ମଙ୍ଗଳବାର ଅପରାହ୍ଣରେ ସ୍ୱଦେଶ ଫେରିଛନ୍ତି। ଏହି ପଦକ ବିଜେତାଙ୍କୁ ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧି ଏୟାରପୋର୍ଟରେ ଭବ୍ୟ ସ୍ୱାଗତ କରାଯାଇଛି। ଯଦିଓ ପିଭି ସିନ୍ଧୁଙ୍କ ଫେରିବା କାର୍ଯ୍ୟକ୍ରମକୁ ଅତି ଗୋପନୀୟତା ରଖାଯାଇଥିଲା, କିନ୍ତୁ ଏହା ସତ୍ତ୍ୱେ ପଦକ ବିଜେତାଙ୍କ ସ୍ୱାଗତ ପାଇଁ ପ୍ରବଳ ଭିଡ଼ ଜମି ଯାଇଥିଲା। ଏଠାରେ ପହଞ୍ଚିବା ପରେ ସିନ୍ଧୁ ହାତ ଉଠାଇ ଲୋକଙ୍କୁ ଅଭିବାଦନ ସ୍ୱୀକାର କରିଥିଲେ।

ସିନ୍ଧୁ ବ୍ରୋଞ୍ଜ ପଦକ ପାଇଁ ଖେଳାଯାଇଥିବା ମୁକାବିଲାରେ ଚାଇନାର ହି ବିଙ୍ଗ୍ ଜିଆଓଙ୍କୁ ୨୧-୧୩, ୨୧-୧୫ ଗେମରେ ପରାସ୍ତ କରି ଇତିହାସ ରଚିଥିଲେ। ସିନ୍ଧୁଙ୍କ ବ୍ୟତୀତ ଭାରତୀୟ ଇତିହାସରେ ସୁଶୀଲ କୁମାର ଏକମାତ୍ର ଖେଳାଳି, ଯିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଛନ୍ତି। କୋଟି କୋଟି କ୍ରୀଡ଼ାପ୍ରେମୀ ଏଥର ସିନ୍ଧୁଙ୍କ ଠାରୁ ସ୍ୱର୍ଣ୍ଣ ପଦକ ଆଶା ରଖିଥିଲେ, କିନ୍ତୁ ଲଗାତର ଚାରୋଟି ମୁକାବିଲା ଜିତିବା ପରେ ସିନ୍ଧୁଙ୍କ ବିଜୟ ଯାତ୍ରା ସେମିଫାଇନାଲରେ ଥମି ଯାଇଥିଲା। ସେମିରେ ସିନ୍ଧୁ ଚାଇନିଜ୍ ତାଇପେଇର ବିଶ୍ୱର ଏକ ନମ୍ବର ଖେଳାଳି ତାଇ ଜୁ ୟିଙ୍ଗ୍ ଠାରୁ ୧୮-୨୧, ୧୨-୨୧ ଗେମରେ ହାରିଯାଇଥିଲେ।

ବ୍ରୋଞ୍ଜ ପଦକ ଜିତିବା ପରେ ସିନ୍ଧୁ କହିଥିଲେ ଯେ ରିଓ ତୁଳନାରେ ଏଥର ତାଙ୍କ ଉପରେ ଅତ୍ୟଧିକ ଚାପ ଥିଲା। କିନ୍ତୁ ବ୍ରୋଞ୍ଜ ପଦକ ଜିତିଥିବାରୁ ସିନ୍ଧୁ ବହୁତ ଖୁସି ଥିବା କହିଛନ୍ତି। ଏଥିପାଇଁ ମଧ୍ୟ ସିନ୍ଧୁ ନିଜକୁ ଗର୍ବିତ ମନେ କରିଛନ୍ତି। ଲଗାତର ଦୁଇଥର ପଦକ ଜିତିବା ସହଜ ନୁହେଁ। ୨୦୧୬ରେ ପରିସ୍ଥିତି ଭିନ୍ନ ଥିଲା ଏବଂ ଏଥରେ ଟୋକିଓରେ ସମ୍ପୂର୍ଣ୍ଣ ଅଲଗା ଅନୁଭୂତି ଥିଲା ବୋଲି ସିନ୍ଧୁ କହିଛନ୍ତି।

ଏହା ପୂର୍ବରୁ ଚଳିତ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିବା ମୀରାବାଈ ଚାନୁଙ୍କୁ ମଧ୍ୟ ଦିଲ୍ଲୀ ଏୟାରପୋର୍ଟ ଜୋରଦାର ସ୍ୱାଗତ କରାଯାଇଥିଲା। ମୀରାବାଈ ଭାରୋତ୍ତୋଳନରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ।

The post ସ୍ୱଦେଶ ଫେରିଲେ ପିଭି ସିନ୍ଧୁ, ଏୟାରପୋର୍ଟରେ ଜୋରଦାର୍ ସ୍ୱାଗତ appeared first on Odisha Reporter.

]]>
left bottom, Tokyo Olympics 2021-08-03 17:20:44 https://cdn.odishareporter.in/wp-content/uploads/2021/08/03171842/pv-sindhu-1.jpg
ଗୋଟିଏ ରେସରେ ଦୁଇ ଖେଳାଳି ଭାଙ୍ଗିଲେ ବିଶ୍ୱ ରେକର୍ଡ https://odishareporter.in/sports/karsten-warholm-smashes-400m-hurdles-world-record-664034 Tue, 03 Aug 2021 11:18:10 +0000 https://odishareporter.in/?p=664034

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଅନେକ ରେକର୍ଡ ଦେଖିବାକୁ ମିଳିଛି। କିନ୍ତୁ କୌଣସି ଗୋଟିଏ ଇଭେଣ୍ଟରେ ଦୁଇଟି ରେକର୍ଡ ହେବା ବଡ଼ କଥା। ପୁରୁଷ ୪୦୦ ମିଟର୍ ହର୍ଡଲ୍ସ ରେସରେ ଦୁଇଟି ରେକର୍ଡ ସ୍ଥାପନ ହୋଇଛି। ନରୱେର କାର୍ଷ୍ଟେନ୍ ୱାରହୋମ୍ ପୁରୁଷ ୪୦୦ ମିଟର୍ ହର୍ଡଲ୍ସ ରେସରେ ବିଶ୍ୱ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପାଖାପାଖି ୧ ସେକେଣ୍ଡ ବ୍ୟବଧାନର ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଥିବା ଏହି ଖେଳାଳି ସୁପର୍ ମ୍ୟାନ୍ ଭଳି ନିଜ […]

The post ଗୋଟିଏ ରେସରେ ଦୁଇ ଖେଳାଳି ଭାଙ୍ଗିଲେ ବିଶ୍ୱ ରେକର୍ଡ appeared first on Odisha Reporter.

]]>

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଅନେକ ରେକର୍ଡ ଦେଖିବାକୁ ମିଳିଛି। କିନ୍ତୁ କୌଣସି ଗୋଟିଏ ଇଭେଣ୍ଟରେ ଦୁଇଟି ରେକର୍ଡ ହେବା ବଡ଼ କଥା। ପୁରୁଷ ୪୦୦ ମିଟର୍ ହର୍ଡଲ୍ସ ରେସରେ ଦୁଇଟି ରେକର୍ଡ ସ୍ଥାପନ ହୋଇଛି। ନରୱେର କାର୍ଷ୍ଟେନ୍ ୱାରହୋମ୍ ପୁରୁଷ ୪୦୦ ମିଟର୍ ହର୍ଡଲ୍ସ ରେସରେ ବିଶ୍ୱ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପାଖାପାଖି ୧ ସେକେଣ୍ଡ ବ୍ୟବଧାନର ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଥିବା ଏହି ଖେଳାଳି ସୁପର୍ ମ୍ୟାନ୍ ଭଳି ନିଜ ଜର୍ସି ଫାଡ଼ି ଦେଇଥିଲେ। ଏହି ରେସରେ ୱାରହୋମଙ୍କ ବ୍ୟତୀତ ଆମେରିକାର ରାଇ ବେଞ୍ଜାମିନ୍ ମଧ୍ୟ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି।

ଦୁଇଥରର ବିଶ୍ୱ ଚାମ୍ପିୟନ୍ ୱାରହୋମ୍ ଫାଇନାଲରେ ୪୫.୯୪ ସେକେଣ୍ଡ ସମୟରେ ୪୦୦ ମିଟର୍ ହର୍ଡଲ୍ସକୁ ପୂରଣ କରିଥିଲେ। ଏହି ରେସକୁ ପୂରଣ କରିଥିବା ୭ଜଣଙ୍କ ମଧ୍ୟରୁ ୬ ଜଣ ଆଞ୍ଚଳିକ କିମ୍ବା ଜାତୀୟ ରେକର୍ଡ କରିଛନ୍ତି। ୱାରହୋମ୍ ଏହା ପୂର୍ବରୁ ଜୁଲାଇରେ ଓସଲୋରେ ୪୬.୭୦ ସେକେଣ୍ଡ ସହ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ ଏବଂ ସେ ନିଜ ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

ଏହି ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ବେଞ୍ଜାମିନ୍ ୪୬.୧୭ ସେକେଣ୍ଡ ସହ ନିଜର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ବ୍ରାଜିଲର ଏଲିସନ୍ ଡସ୍ ସାଣ୍ଟୋସ୍ ବ୍ରୋଞ୍ଜ ପଦକ ଜିତିଛନ୍ତି। ଡସ୍ ରେସକୁ ପୂରଣ କରିବା ପାଁଇ ୪୬.୭୨ ସେକେଣ୍ଡ ସମୟ ନେଇଥିଲେ।

The post ଗୋଟିଏ ରେସରେ ଦୁଇ ଖେଳାଳି ଭାଙ୍ଗିଲେ ବିଶ୍ୱ ରେକର୍ଡ appeared first on Odisha Reporter.

]]>
left bottom, Tokyo Olympics 2021-08-03 16:48:10 https://cdn.odishareporter.in/wp-content/uploads/2021/08/03164658/Warholm-and-benjamin.jpg
ଅଗଷ୍ଟ ୧୫ରେ ଅଲିମ୍ପିକ୍ସ ଖେଳାଳି ହେବେ ସ୍ୱତନ୍ତ୍ର ଅତିଥି https://odishareporter.in/sports/pm-modi-will-invite-entire-indian-olympics-contingent-to-red-fort-as-special-guests-on-independence-day-664014 Tue, 03 Aug 2021 10:45:19 +0000 https://odishareporter.in/?p=664014

ନୂଆଦିଲ୍ଲୀ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇଥିବା ଭାରତର ସବୁ ଆଥଲେଟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୫ ତାରିଖ ଅର୍ଥାତ ସ୍ୱାଧୀନତା ଦିବସରେ ସ୍ୱତନ୍ତ୍ର ଅତିଥି ଭାବେ ଲାଲ୍ କିଲ୍ଲାକୁ ଆମନ୍ତ୍ରଣ କରିବେ। ଭାରତୀୟ ଅଲିମ୍ପିକ୍ସ ଟିମକୁ ପିଏମ୍ ମୋଦି ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ ଦେବେ। ପିଏମ୍ ସେହି ସମୟରେ ବ୍ୟକ୍ତିଗତ ଭାବେ ସମସ୍ତ ଅଲିମ୍ପିଆନଙ୍କୁ ବ୍ୟକ୍ତିଗତ ଭାବେ ଭେଟିବେ ଏବଂ କଥାବାର୍ତ୍ତା ହେବେ। ଭାରତର ୨୨୮ ଜଣିଆ ସଦସ୍ୟ ଅଲିମ୍ପିକ୍ସରେ ଭାଗ ନେଉଛନ୍ତି, […]

The post ଅଗଷ୍ଟ ୧୫ରେ ଅଲିମ୍ପିକ୍ସ ଖେଳାଳି ହେବେ ସ୍ୱତନ୍ତ୍ର ଅତିଥି appeared first on Odisha Reporter.

]]>

ନୂଆଦିଲ୍ଲୀ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇଥିବା ଭାରତର ସବୁ ଆଥଲେଟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୫ ତାରିଖ ଅର୍ଥାତ ସ୍ୱାଧୀନତା ଦିବସରେ ସ୍ୱତନ୍ତ୍ର ଅତିଥି ଭାବେ ଲାଲ୍ କିଲ୍ଲାକୁ ଆମନ୍ତ୍ରଣ କରିବେ। ଭାରତୀୟ ଅଲିମ୍ପିକ୍ସ ଟିମକୁ ପିଏମ୍ ମୋଦି ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ ଦେବେ। ପିଏମ୍ ସେହି ସମୟରେ ବ୍ୟକ୍ତିଗତ ଭାବେ ସମସ୍ତ ଅଲିମ୍ପିଆନଙ୍କୁ ବ୍ୟକ୍ତିଗତ ଭାବେ ଭେଟିବେ ଏବଂ କଥାବାର୍ତ୍ତା ହେବେ।

ଭାରତର ୨୨୮ ଜଣିଆ ସଦସ୍ୟ ଅଲିମ୍ପିକ୍ସରେ ଭାଗ ନେଉଛନ୍ତି, ଯେଉଁଥିରେ ୧୨୦ ଜଣ ଖେଳାଳି ସାମିଲ୍ ଅଛନ୍ତି। ଭାରତୀୟ ଦଳରେ ପିଭି ସିନ୍ଧୁ, ମନୁ ଭାକର, ଏମସି ମ୍ୟାରୀ କମ୍, ମୀରାବାଈ ଚାନୁ, ଭିନେଶ ଫୋଗାଟ୍, ଦୀପିକା କୁମାର ଆଦି ଖେଳାଳି ସାମିଲ୍‌ ଅଛନ୍ତି।

ସୋମବାର ଭାରତୀୟ ମହିଳା ହକି ଟିମ୍ ପ୍ରଥମଥର ଅଲିମ୍ପିକ୍ସ ସେମିଫାଇନାଲରା ପହଞ୍ଚି ଇତିହାସ ରଚିଥିଲା। ସେହିପରି ପିଭି ସିନ୍ଧୁ ଚାଇନାର ହି ବିଙ୍ଗ୍ ଜିଆଓଙ୍କୁ ହରାଇ ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ବ୍ରୋଞ୍ଜ ପଦକ ଜିତିଥିଲେ। ଅଲିମ୍ପିକ୍ସରେ ସିନ୍ଧୁଙ୍କର ଏହା ଦ୍ୱିତୀୟ ବ୍ୟକ୍ତିଗତ ମେଡାଲ୍‌ ଥିଲା।

ଚଳିତ ବର୍ଷ ଭାରତ ସର୍ବାଧିକ ଖେଳାଳିଙ୍କୁ ଅଲିମ୍ପିକ୍ସ ପଠାଇଥିବା ଆଜି ଅପରାହ୍ଣରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ମୋଦି କହିଛନ୍ତି, ୧୦୦ ବର୍ଷରେ ଦେଖାଦେଇଥିବା ସବୁଠାରୁ ବଡ଼ ବିପର୍ଯ୍ୟୟ ସମୟରେ ଆମ ଖେଳାଳିମାନେ ଅଲିମ୍ପିକ୍ସ ଗେମ୍ସରେ ଭାଗ ନେଇଛନ୍ତି। ଏହାସହ କିଛି ଗେମରେ ପ୍ରଥମଥର କ୍ୱାଲିଫାଏ କରିଛୁ। କେବଳ କ୍ୱାଲିଫାଏ ନୁହେଁ, ଆମେ ପ୍ରତିଦ୍ୱନ୍ଦ୍ୱୀଙ୍କୁ କଡ଼ା ଟକ୍କର ମଧ୍ୟ ଦେଇଛୁ। ଅଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ଆତ୍ମବିଶ୍ୱାସ ଓ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। ଆଉ ଏହି ଆତ୍ମବିଶ୍ୱାସ ହିଁ ନୂଆ ଭାରତର ପରିଚୟ ବୋଲି ପିଏମ୍ ମୋଦି କହିଛନ୍ତି।

ସୂଚନାଯୋଗ୍ୟ, ଭାରୋତ୍ତୋଳନରେ ମୀରାବାଈ ଚାନୁ ରୌପ୍ୟ ଓ ବ୍ୟାଡମିଣ୍ଟନରେ ସିନ୍ଧୁ ବ୍ରୋଞ୍ଜ ପଦକ ଜିତିଛନ୍ତି। ଭାରତ ୨ ପଦକ ସହ ତାଲିକାର ୬୩ତମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ବକ୍ସିରେ ଭାରତର ଆଉ ଏକ ପଦକ ନିଶ୍ଚିତ ହୋଇସାରିଛି। ତେବେ ଏହି ପଦକ ବ୍ରୋଞ୍ଜ, ରୌପ୍ୟ କିମ୍ବା ସ୍ୱର୍ଣ୍ଣ ମଧ୍ୟରୁ କ’ଣ ହେବ, ତାହା ଆସନ୍ତାକାଲି ଜଣାପଡ଼ିବ।

The post ଅଗଷ୍ଟ ୧୫ରେ ଅଲିମ୍ପିକ୍ସ ଖେଳାଳି ହେବେ ସ୍ୱତନ୍ତ୍ର ଅତିଥି appeared first on Odisha Reporter.

]]>
left bottom, Tokyo Olympics 2021-08-03 16:16:26 https://cdn.odishareporter.in/wp-content/uploads/2021/08/03161437/modi-2.jpg
ରେସଲିଂରେ ଆରମ୍ଭରୁ ଝଟକା, ପ୍ରଥମ ରାଉଣ୍ଡରୁ ସୋନମ୍ ଆଉଟ୍ https://odishareporter.in/sports/wrestler-sonam-malik-exits-olympics-after-losing-chance-to-compete-for-bronze-in-repechage-663986 Tue, 03 Aug 2021 09:29:53 +0000 https://odishareporter.in/?p=663986

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତ ଆଜି ରେସଲିଂରେ ମଇଦାନକୁ ଓହ୍ଲାଇଛି। କିନ୍ତୁ ଆରମ୍ଭରୁ ଭାରତକୁ ଝଟକା ଲାଗିଛି। ଭାରତର ଯୁବ ମହିଳା ରେସଲର୍ ସୋନମ ମଲିକ୍ ପ୍ରଥମ ରାଉଣ୍ଡରେ ହାରି ବିଦାୟ ନେଇଛନ୍ତି। ସୋନମ ୬୨ କେଜି ବର୍ଗର ପ୍ରଥମ ରାଉଣ୍ଡରେ ମଙ୍ଗୋଲିଆର ବୋଲୋରତୁୟା ଖୁରେଲଖୁଙ୍କ ନିକଟରୁ ପରାସ୍ତ ହୋଇଛନ୍ତି। ଅଲିମ୍ପିକ୍ସରେ ପଦାର୍ପଣ କରିଥିବା ୧୯ ବର୍ଷୀୟା ସୋନମ ଦୁଇ ‘ପୁଶ୍-ଆଉଟ୍’ ପଏଣ୍ଟ ସହ ୨-୦ରେ ଆଗୁଆ ଥିଲେ। କିନ୍ତୁ ଏସିଆନ ଚାମ୍ପିୟନଶିପ୍ ରୌପ୍ୟ ପଦକ […]

The post ରେସଲିଂରେ ଆରମ୍ଭରୁ ଝଟକା, ପ୍ରଥମ ରାଉଣ୍ଡରୁ ସୋନମ୍ ଆଉଟ୍ appeared first on Odisha Reporter.

]]>

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତ ଆଜି ରେସଲିଂରେ ମଇଦାନକୁ ଓହ୍ଲାଇଛି। କିନ୍ତୁ ଆରମ୍ଭରୁ ଭାରତକୁ ଝଟକା ଲାଗିଛି। ଭାରତର ଯୁବ ମହିଳା ରେସଲର୍ ସୋନମ ମଲିକ୍ ପ୍ରଥମ ରାଉଣ୍ଡରେ ହାରି ବିଦାୟ ନେଇଛନ୍ତି। ସୋନମ ୬୨ କେଜି ବର୍ଗର ପ୍ରଥମ ରାଉଣ୍ଡରେ ମଙ୍ଗୋଲିଆର ବୋଲୋରତୁୟା ଖୁରେଲଖୁଙ୍କ ନିକଟରୁ ପରାସ୍ତ ହୋଇଛନ୍ତି।

ଅଲିମ୍ପିକ୍ସରେ ପଦାର୍ପଣ କରିଥିବା ୧୯ ବର୍ଷୀୟା ସୋନମ ଦୁଇ ‘ପୁଶ୍-ଆଉଟ୍’ ପଏଣ୍ଟ ସହ ୨-୦ରେ ଆଗୁଆ ଥିଲେ। କିନ୍ତୁ ଏସିଆନ ଚାମ୍ପିୟନଶିପ୍ ରୌପ୍ୟ ପଦକ ବିଜେତା ଖୁରେଲଖୁ ଭାରତୀୟ ରେସଲରଙ୍କୁ ଆଟାକ୍ କରି ଦୁଇ ପଏଣ୍ଟ ହାସଲ କରି ସ୍କୋରକୁ ୨-୨-ରେ ବରାବର କରିଥିଲେ। ଶେଷ ପର୍ଯ୍ୟନ୍ତ ସ୍କୋର ୨-୨ରେ ରହିଥିଲା, କିନ୍ତୁ ମଙ୍ଗୋଲିଆ ରେସଲର୍ ଶେଷ ପଏଣ୍ଟ ସଂଗ୍ରହ କରିଥିବାରୁ ବିଜେତା ଘୋଷିତ ହୋଇଥିଲେ।

ଯଦି ବୋଲୋରତୁୟା ଫାଇନାଲରେ ପହଞ୍ଚିଥାନ୍ତେ, ତାହେଲେ ସୋନମ ପାଖରେ ରିପିଚେଜ୍ ରାଉଣ୍ଡରେ ବ୍ରୋଞ୍ଜ ପଦକ ମ୍ୟାଚ୍ ଖେଳିବାର ସୁଯୋଗ ପାଇଥାନ୍ତେ। କିନ୍ତୁ ଖୁରେଲଖୁ କ୍ୱାର୍ଟର୍ ଫାଇନାଲରେ ବୁଲଗେରିଆର ତୟବେ ମୁସ୍ତଫା ୟୁସେନଙ୍କ ଠାରୁ ହାରି ଯାଇଥିଲେ। ଯେଉଁ କାରଣରୁ ସୋନମଙ୍କର ସବୁ ଆଶା ଧୂଳିସାତ୍ ହୋଇଯାଇଥିଲା।

ନିୟମ ଅନୁଯାୟୀ, ଯେଉଁ ରେସଲର୍ ପ୍ରି-କ୍ୱାର୍ଟର୍ ଫାଇନାଲ କିମ୍ବା କ୍ୱାର୍ଟର ଫାଇନାଲରେ ପରାସ୍ତ ହୁଅନ୍ତି, ସେମାନଙ୍କୁ ରିପିଚେଜ୍ ରାଉଣ୍ଡରେ ଖେଳିବା ପାଇଁ ସୁଯୋଗ ମିଳିଥାଏ। କିନ୍ତୁ ଏଥିପାଇଁ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଫାଇନାଲରେ ପହଞ୍ଚିବାକୁ ପଡ଼ିବ। ରିପିଚେଜ୍ ରାଉଣ୍ଡର ବିଜେତା ସେମିଫାଇନାଲରେ ହାରିଥିବା ରେସଲରଙ୍କୁ ବ୍ରୋଞ୍ଜ ପଦକ ମୁକାବିଲାରେ ଭେଟିବେ। ସୋନମ ଚଳିତ ଟୋକିଓ ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ଭାବେ ରେସଲିଂରେ ମ୍ୟାଟକୁ ଓହ୍ଲାଇଥିଲେ।

The post ରେସଲିଂରେ ଆରମ୍ଭରୁ ଝଟକା, ପ୍ରଥମ ରାଉଣ୍ଡରୁ ସୋନମ୍ ଆଉଟ୍ appeared first on Odisha Reporter.

]]>
left bottom, Tokyo Olympics 2021-08-03 14:59:53 https://cdn.odishareporter.in/wp-content/uploads/2021/08/03145843/sonam-malik.jpg
ନିରାଶ କଲେ ଅନୁ ରାଣୀ, ଫାଇନାଲରୁ ବଞ୍ଚିତ https://odishareporter.in/sports/athletics/annu-rani-misses-final-of-womens-javelin-throw-event-finishes-14th-in-tokyo-olympics-663945 Tue, 03 Aug 2021 07:33:19 +0000 https://odishareporter.in/?p=663945

ଟୋକିଓ: ଭାରତର ଜାଭେଲିନ୍ ଥ୍ରୋୟର୍ ଅନୁ ରାଣୀ ଚଳିତ ଅଲିମ୍ପିକ୍ସରେ ନିରାଶ କରିଛନ୍ତି। ମଙ୍ଗଳବାର ଅନୁ ରାଣୀ ଗ୍ରୁପ୍-ଏ’ର କ୍ୱାଲିଫିକେସନରେ ଖରାପ ପ୍ରଦର୍ଶନ କରି ଫାଇନାଲ୍ ରାଉଣ୍ଡରୁ ବଞ୍ଚିତ ହୋଇଛନ୍ତି। ଜାତୀୟ ରେକର୍ଡ ଧାରୀ ଅନୁ ରାଣୀ ୫୪.୦୪ ମିଟର ଥ୍ରୋ’ ୧୪ଶ ସ୍ଥାନରେ ରହିଥିଲେ। ୧୪ ଖେଳାଳିଙ୍କୁ ନେଇ ଗ୍ରୁପ୍-ଏ’ରେ ଅନୁ ରାଣୀ ୫୦.୩୫ ମିଟର୍ ଥ୍ରୋ’ କରି ଅଭିଯାନ ଆରମ୍ଭ କରିଥିଲେ ଏବଂ ନିଜର ଦ୍ୱିତୀୟ ପ୍ରୟାସରେ ୫୩.୧୯ ମିଟର୍ ଥ୍ରୋ’ କରିଥିଲେ। ୨୯ […]

The post ନିରାଶ କଲେ ଅନୁ ରାଣୀ, ଫାଇନାଲରୁ ବଞ୍ଚିତ appeared first on Odisha Reporter.

]]>

ଟୋକିଓ: ଭାରତର ଜାଭେଲିନ୍ ଥ୍ରୋୟର୍ ଅନୁ ରାଣୀ ଚଳିତ ଅଲିମ୍ପିକ୍ସରେ ନିରାଶ କରିଛନ୍ତି। ମଙ୍ଗଳବାର ଅନୁ ରାଣୀ ଗ୍ରୁପ୍-ଏ’ର କ୍ୱାଲିଫିକେସନରେ ଖରାପ ପ୍ରଦର୍ଶନ କରି ଫାଇନାଲ୍ ରାଉଣ୍ଡରୁ ବଞ୍ଚିତ ହୋଇଛନ୍ତି। ଜାତୀୟ ରେକର୍ଡ ଧାରୀ ଅନୁ ରାଣୀ ୫୪.୦୪ ମିଟର ଥ୍ରୋ’ ୧୪ଶ ସ୍ଥାନରେ ରହିଥିଲେ।

୧୪ ଖେଳାଳିଙ୍କୁ ନେଇ ଗ୍ରୁପ୍-ଏ’ରେ ଅନୁ ରାଣୀ ୫୦.୩୫ ମିଟର୍ ଥ୍ରୋ’ କରି ଅଭିଯାନ ଆରମ୍ଭ କରିଥିଲେ ଏବଂ ନିଜର ଦ୍ୱିତୀୟ ପ୍ରୟାସରେ ୫୩.୧୯ ମିଟର୍ ଥ୍ରୋ’ କରିଥିଲେ। ୨୯ ବର୍ଷୀୟା ଅନୁଙ୍କୁ ଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ଉନ୍ନତ ପ୍ରଦର୍ଶନ ଆବଶ୍ୟକ ଥିଲା, କିନ୍ତୁ ସେ ୬୩ ମିଟର କ୍ୱାଲିଫିକେସନ୍ ମାର୍କ ପର୍ଯ୍ୟନ୍ତ ପହଞ୍ଚିପାରିନଥିଲେ। ଅନୁଙ୍କ ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ପ୍ରଦର୍ଶନ ୬୩.୨୪ ମିଟର ଥିଲା, କିନ୍ତୁ ଅଲିମ୍ପିକ୍ସରେ ସେ ଏହି ମାର୍କ ମଧ୍ୟ ହାସଲ କରିପାରିନଥିଲେ।

ପୋଲାଣ୍ଡର ମାରିଆ ଆନ୍ଦ୍ରେଜିକ୍ ୬୫.୨୪ ମିଟର୍ ଥ୍ରୋ’ କରି ଫାଇନାଲକୁ କ୍ୱାଲିଫାଏ କରିଛନ୍ତି। ସେ ନିଜର ପ୍ରଥମ ପ୍ରୟାସରେ ହଁ ଫାଇନାଲ୍ ଟିକେଟ୍‌ କାଟିଥିଲେ। କିନ୍ତୁ ତାଙ୍କର ସିଜନ୍ ବେଷ୍ଟ ୭୧.୪୦ ମିଟର୍ ରହିଛି। ନିୟମ ଅନୁସାରେ ୬୩ ମିଟର୍ ଥ୍ରୋ’ କରିଥିବା କିମ୍ବା ଟପ୍-୧୨ ଭିତରେ ରହିଥିବା ଖେଳାଳିଙ୍କୁ ଫାଇନାଲରେ ସ୍ଥାନ ହାସଲ କରିବେ। ଏବେ ଜାଭେଲିନରେ ଭାରତର ନୀରଜ ଚୋପ୍ରାଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ବୁଧବାର ନୀରଜ ଟ୍ରାକକୁ ଓହ୍ଲାଇବେ।

The post ନିରାଶ କଲେ ଅନୁ ରାଣୀ, ଫାଇନାଲରୁ ବଞ୍ଚିତ appeared first on Odisha Reporter.

]]>
left bottom, Tokyo Olympics 2021-08-03 16:58:44 https://cdn.odishareporter.in/wp-content/uploads/2021/08/03130245/annu-rani.jpg
ଟୋକିଓରେ ଐତିହାସିକ ମୁହୂର୍ତ୍ତ, ଗୋଟିଏ ଇଭେଣ୍ଟରେ ଦୁଇଜଣଙ୍କୁ ସ୍ୱର୍ଣ୍ଣ https://odishareporter.in/sports/athletics/high-jump-friends-elect-double-gold-over-jump-off-in-tokyo-olympics-663795 Mon, 02 Aug 2021 13:34:48 +0000 https://odishareporter.in/?p=663795

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ପୁରୁଷ ହାଇ ଜମ୍ପରେ ଦୁଇ ପ୍ରତିଯୋଗୀ ପରସ୍ପର ମଧ୍ୟରେ ସ୍ୱର୍ଣ୍ଣ ପଦକ ଶେଆର୍ କରିଛନ୍ତି। ଏହା ପରେ ଦୁହେଁ ଭାବବିହ୍ୱଳ ହୋଇଯାଇଥିଲେ ଏବଂ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଏହି ସ୍ୱର୍ଣ୍ଣ ପଦକ ଜିତିଥିବା ଆଥଲେଟ୍ ଦ୍ୱୟ ହେଉଛନ୍ତି କତାରର ମୁତାଜ ବରଶିମ୍ ଓ ଇଟାଲୀର ଗିଆନମାର୍କୋ ତାମ୍ବେରୀ। ହାଇଜମ୍ପ ମୁକାବିଲା ବେଳେ ଦୁହେଁ ବରାବର ସ୍ଥିତିରେ ଥିଲେ। ଏଭଳି ସ୍ଥିତିରେ ଦୁହିଁଙ୍କ ସାମ୍ନାରେ ଜମ୍ପ […]

The post ଟୋକିଓରେ ଐତିହାସିକ ମୁହୂର୍ତ୍ତ, ଗୋଟିଏ ଇଭେଣ୍ଟରେ ଦୁଇଜଣଙ୍କୁ ସ୍ୱର୍ଣ୍ଣ appeared first on Odisha Reporter.

]]>

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ପୁରୁଷ ହାଇ ଜମ୍ପରେ ଦୁଇ ପ୍ରତିଯୋଗୀ ପରସ୍ପର ମଧ୍ୟରେ ସ୍ୱର୍ଣ୍ଣ ପଦକ ଶେଆର୍ କରିଛନ୍ତି। ଏହା ପରେ ଦୁହେଁ ଭାବବିହ୍ୱଳ ହୋଇଯାଇଥିଲେ ଏବଂ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଏହି ସ୍ୱର୍ଣ୍ଣ ପଦକ ଜିତିଥିବା ଆଥଲେଟ୍ ଦ୍ୱୟ ହେଉଛନ୍ତି କତାରର ମୁତାଜ ବରଶିମ୍ ଓ ଇଟାଲୀର ଗିଆନମାର୍କୋ ତାମ୍ବେରୀ। ହାଇଜମ୍ପ ମୁକାବିଲା ବେଳେ ଦୁହେଁ ବରାବର ସ୍ଥିତିରେ ଥିଲେ। ଏଭଳି ସ୍ଥିତିରେ ଦୁହିଁଙ୍କ ସାମ୍ନାରେ ଜମ୍ପ ଅଫର ପ୍ରସ୍ତାବ ରଖାଯାଇଥିଲା।

ଏହି ପ୍ରସ୍ତାବ ପରେ ବରଶିମ୍ ସ୍ୱର୍ଣ୍ଣ ପଦକ ଶେଆର୍ କରିବା କଥା କହିଥିଲେ, ଯାହାକୁ ରେଫରୀ ଅନୁମୋଦନ ଦେଇଥିଲେ। ଆଉ ଏହିପରି ଭାବେ ଦୁହେଁ ମେଡାଲକୁ ଶେଆର୍ କରିଥିଲେ। ମେଡାଲ୍ ପାଇବା ପରେ ବରଶିମ୍ ଓ ତାମ୍ବେରୀ ଭାବବିହ୍ୱଳ ହୋଇପଡ଼ିଇଥିଲେ ଏବଂ ପରସ୍ପରକୁ ଆଲିଙ୍ଗନ କରି ଖୁସି ମନାଇଥିଲେ।

୩୦ ବର୍ଷୀୟ ବରଶିମ୍ ଏବଂ ୨୯ ବର୍ଷୀୟ ତାମ୍ବେରୀ ହାଇ ଜମ୍ପର ଫାଇନାଲରେ ୨.୩୭ ମିଟର୍ ଜମ୍ପ କରି ମୁକାବିଲା ଶେଷ କରିଥିଲେ। ଦୁହେଁ ତିନିଥର ଲେଖାଏ ୨.୩୯ ମିଟର୍ ଜମ୍ପ କରିବାରେ ବିଫଳ ହୋଇଥିଲେ। ଏହାକୁ ନେଇ ଅଲିମ୍ପିକ୍ସ ରେଫରୀ ଦୁହିଁଙ୍କୁ ଜମ୍ପ ଅଫ୍ ନିୟମ ସମ୍ବନ୍ଧରେ କହିଥିଲେ ଏବଂ ଏହି ଜମ୍ପ ଅଫରେ ଯିଏ ଜିତିବ, ସ୍ୱର୍ଣ୍ଣ ପଦକର ବିଜେତା ସିଏ ହେବେ। କିନ୍ତୁ ଏହାରି ଭିତରେ କତାରର ଆଥଲେଟ୍ ବରଶିମ ରେଫରୀଙ୍କୁ ପଚାରିଥିଲେ ଯେ କ’ଣ ଦୁଇଜଣଙ୍କୁ ସ୍ୱର୍ଣ୍ଣ ପଦକ ମିଳିପାରିବ କି? ଏହା ଉପରେ ରେଫରୀ ହଁ ମାରିଥିଲେ ଏବଂ ମେଡାଲ୍ କତାର ଓ ଇଟାଲୀର ଆଥଲେଟଙ୍କ ମଧ୍ୟ ବଣ୍ଟା ଯାଇଥିଲା।

ସୂଚନାଯୋଗ୍ୟ, ଉଭୟେ ବରଶିମ୍ ଓ ତାମ୍ବେରୀ ବହୁତ ଭଲ ବନ୍ଧୁ। ଏହା ଉପରେ ଖୋଦ୍ ବରଶିମ୍ କହିଛନ୍ତି, ‘ଆମେ ଦୁହେଁ ପରସ୍ପରକୁ ଦେଖିଲୁ ଏବଂ ନିଜ ଭିତରେ ବୁଝାମଣା ହୋଇଗଲା ଯେ ଆଉ ମ୍ୟାଚର ଆବଶ୍ୟକତା ନାହିଁ। ସେ ମୋର ଅତି ଘନିଷ୍ଠ ବନ୍ଧୁ। ଆମେ ଦୁହେଁ ଏକାଠି ଖେଳୁ।’

ବରଶିମ୍ ଲଣ୍ଡନ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ। ଏହା ପରେ ରିଓରେ ମଧ୍ୟ ସେ ପୁଣି ରୌପ୍ୟ ପଦକ ହାସଲ କରିଥିଲେ। ଏହାବ୍ୟତୀତ ସେ ୨୦୧୭ ଓ ୨୦୧୯ରେ ଦୁଇଥର ବିଶ୍ୱ ଚାମ୍ପିୟନଶିପର ଟାଇଟଲ୍ ମଧ୍ୟ ନିଜ ନାଁରେ କରିସାରିଛନ୍ତି। ଅନ୍ୟପକ୍ଷରେ ଇଟାଲୀର ତାମ୍ବେରୀ ୨୦୧୬ ରିଓ ଅଲିମ୍ପିକ୍ସରେ ଆଘାତପ୍ରାପ୍ତ ହୋଇଥିଲେ। ଯାହା ପରେ ସେ ଟୋକିଓରେ ପ୍ରତ୍ୟାବର୍ତ୍ତନ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

The post ଟୋକିଓରେ ଐତିହାସିକ ମୁହୂର୍ତ୍ତ, ଗୋଟିଏ ଇଭେଣ୍ଟରେ ଦୁଇଜଣଙ୍କୁ ସ୍ୱର୍ଣ୍ଣ appeared first on Odisha Reporter.

]]>
left bottom, Tokyo Olympics 2021-08-02 19:04:48 https://cdn.odishareporter.in/wp-content/uploads/2021/08/02190319/Mutaz-Barshim.jpg
ପ୍ରାକ୍ଟିସ୍ ବଦଳରେ ପ୍ରେମ ବ୍ୟାପାରରେ ମାତିଥିଲେ ଦୂତୀ: ଭଉଣୀ https://odishareporter.in/sports/athletics/dutee-chand-criticises-by-her-sister-sraswati-chand-663727 Mon, 02 Aug 2021 11:01:12 +0000 https://odishareporter.in/?p=663727

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଟୋକିଓ ଅଲିମ୍ପିକ୍ସରେ ଉଭୟ ୧୦୦ ଓ ୨୦୦ ମିଟରରେ ନିରାଶ କରିଛନ୍ତି ଭାରତୀୟ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ। ସୋମବାର ଦୂତୀ ୨୦୦ ମିଟର ଇଭେଣ୍ଟରେ ନିଜ ହିଟରେ ଶେଷ ସ୍ଥାନରେ ରହିଥିଲେ। ଦୂତୀଙ୍କ ଏହି ପ୍ରଦର୍ଶନ ସମସ୍ତଙ୍କୁ ନିରାଶ କରିଛନ୍ତି। ଦୂତୀଙ୍କ ଏହି ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ତାଙ୍କ ବଡ଼ ଭଉଣୀ ସରସ୍ୱତୀ ଚାନ୍ଦ ନକହି ନକହି ବହୁତ କଥା କହି ଦେଇଛନ୍ତି। ଖେଳରେ ମନ ଦେବା ବଦଳରେ ଦୂତୀ ପ୍ରେମ […]

The post ପ୍ରାକ୍ଟିସ୍ ବଦଳରେ ପ୍ରେମ ବ୍ୟାପାରରେ ମାତିଥିଲେ ଦୂତୀ: ଭଉଣୀ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଟୋକିଓ ଅଲିମ୍ପିକ୍ସରେ ଉଭୟ ୧୦୦ ଓ ୨୦୦ ମିଟରରେ ନିରାଶ କରିଛନ୍ତି ଭାରତୀୟ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ। ସୋମବାର ଦୂତୀ ୨୦୦ ମିଟର ଇଭେଣ୍ଟରେ ନିଜ ହିଟରେ ଶେଷ ସ୍ଥାନରେ ରହିଥିଲେ। ଦୂତୀଙ୍କ ଏହି ପ୍ରଦର୍ଶନ ସମସ୍ତଙ୍କୁ ନିରାଶ କରିଛନ୍ତି। ଦୂତୀଙ୍କ ଏହି ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ତାଙ୍କ ବଡ଼ ଭଉଣୀ ସରସ୍ୱତୀ ଚାନ୍ଦ ନକହି ନକହି ବହୁତ କଥା କହି ଦେଇଛନ୍ତି। ଖେଳରେ ମନ ଦେବା ବଦଳରେ ଦୂତୀ ପ୍ରେମ ବ୍ୟାପାରରେ ମାତିଥିଲେ ବୋଲି ସରସ୍ୱତୀ କହିବା ସହ ଦୂତୀଙ୍କ କୋଚଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି।

ସରସ୍ୱତୀ ନିଜ ଫେସବୁକ୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ଦୂତୀଙ୍କ ସମ୍ବନ୍ଧରେ ମତ ରଖିଛନ୍ତି। ସେ କହିଛନ୍ତି, ଦୂତୀ ୧୦୦ ଓ ୨୦୦ ମିଟରରେ ଯେଉଁଭଳି ପ୍ରଦର୍ଶନ କରିଛନ୍ତି, ତାହା ଅତ୍ୟନ୍ତ ନିରୁତ୍ସାହିତ ଓ ଲଜ୍ଜାଜନକ। ଦୂତୀଙ୍କ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ସରକାର ଗତ ୪ ଚାରି ବର୍ଷ ମଧ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। କିନ୍ତୁ ଦୂତୀ ସେ ପଇସାର ମୂଲ୍ୟ ଦେଇପାରିଲା ନାହିଁ।

ସରସ୍ୱତୀ ଦୂତୀଙ୍କ କୋଚଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି। ଦୂତୀଙ୍କ କୋଚ୍ ସମ୍ବନ୍ଧରେ ସରସ୍ୱତୀ କହିଛନ୍ତି, ହାଫ୍ ପ୍ୟାଣ୍ଟ ପିନ୍ଧି ବେକରେ ହୁଇସଲ୍ ପକାଇ କଳିଙ୍ଗ ଷ୍ଟାଡିୟମରେ ବୁଲିଗଲେ, କେହି କେବେ ଇଣ୍ଟରନ୍ୟାଶନାଲ୍ କୋଚ୍ ହୋଇପାରିବେ ନାହିଁ। ସେ ଭାବୁଛନ୍ତି ଦୂତୀଙ୍କୁ ଅଲିମ୍ପିକ୍ସରେ ଦୌଡ଼ାଇ ଦେବା ସବୁଠାରୁ ବଡ଼ ସଫଳତା। ଦୂତୀର ଯେଉଁ ପୋଟେନ୍ସିଆଲ୍ ଅଛି, ସେ ଅଲିମ୍ପିକ୍ସରେ ଫାଇନାଲକୁ ଯିବା କଥା। କିନ୍ତୁ ସେ ସବୁବେଳେ ମଜା କରିବା, ଭୁବନେଶ୍ୱରରେ ଗୋଟିଏ ହୋଟେଲରେ ରହିକି ଫିଷ୍ଟ କରିବା ସହ କଲିକତା ଓ ପଞ୍ଜାବରେ ବୁଲିବା କଥା ଚିନ୍ତା କରୁଥିଲେ।

ଏପରିକି ଯେଉଁ ସମୟରେ ଖେଳ ଉପରେ କନସେନଷ୍ଟ୍ରେସନ୍ କରିବା କଥା, ସେହି ସମୟରେ ସେ ପ୍ରେମ ବ୍ୟାପାରରେ ମୁଣ୍ଡ ପୁରାଇଥିଲେ। ଯେଉଁ କାରଣରୁ ଆଜିର ପ୍ରଦର୍ଶନ ଉପରେ ତାହା ପ୍ରଭାବ ପକାଇଛି। ଯଦି ଦୂତୀ ଦୁଇଥର ଅଲିମ୍ପିକ୍ସରେ ଭାଗ ନେଇ ମହାନ ହେଇଗଲା, ତାହେଲେ ସୀମା ପୁନିଆଙ୍କ ଠାରୁ ଆରମ୍ଭ କରି ଅନେକ ଆଥଲେଟ୍ ତିନି-ଚାରିଥର ଅଲିମ୍ପିକ୍ସ ଖେଳିଛନ୍ତି। ଏମାନଙ୍କୁ ମଧ୍ୟ ମହାନ କୁହାଯିବ। ସତ କହିବାକୁ ଗଲେ ଦୂତୀଙ୍କ ଅଲିମ୍ପିକ୍ସ ପ୍ରଦର୍ଶନ ସମସ୍ତଙ୍କୁ କ୍ରୋଧାନ୍ୱିତ କରିଛି। ତେଣୁ ଦୂତୀ କାହିଁକି ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିପାରିଲା ନାହିଁ, ତା’ର ଉତ୍ତର ଷ୍ଟପ୍ ୱାଚ୍ କୋଚ୍, କିଟର ତା’ର ଗଡଫାଦର୍, ତା’ ଗୋଷ୍ଠୀକୁ ଦେବାକୁ ପଡ଼ିବ, କାରଣ ସେମାନେ ଲୋକଙ୍କ ଟ୍ୟାକ୍ସରୁ କୋଟି କୋଟି ଟଙ୍କା ନେଇ ଖେଳରେ ବିନିଯୋଗ କରିଥିବା ସରସ୍ୱତୀ କହିଛନ୍ତି।

ଦୂତୀଙ୍କୁ ସମାଲୋଚନା କରିବା କଥା ନୂଆ କଥା ନୁହେଁ। କିଛି ଦିନ ତଳେ ଦୂତୀଙ୍କ ମା’ ମଧ୍ୟ ନିଜ ଝିଅକୁ ନେଇ ବଡ଼ ବୟାନ ଦେଇଥିଲେ। ଦୂତୀ ଟୋକିଓ ଯିବା ପାଇଁ ତାଙ୍କ ମା’ ଜାଣିନଥିଲେ। ସେ ଗଣମାଧ୍ୟମରୁ ଖବର ପାଇ ଦୂତୀଙ୍କ ଟୋକିଓ ଯିବା କଥା ଜାଣିବାକୁ ପାଇଥିଲେ। ଏହା ପୂର୍ବରୁ ସରସ୍ୱତୀ ଦୂତୀଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକଥର ନିଜ ସାନ ଭଉଣୀ ଉପରେ ବର୍ଷିଛନ୍ତି।

ସୂଚନାଯୋଗ୍ୟ, ୨୦୧୬ରେ ରିଓ ଅଲିମ୍ପିକ୍ସରେ ଦୂତୀ ୧୦୦ ମିଟରରେ ନିରାଶ କରିଥିଲେ। ରିଓରେ ଖରାପ ପ୍ରଦର୍ଶନ ପରେ ଦୂତୀ ଟୋକିଓରେ ଟେକ ରଖିବେ ବୋଲି ଆଶା କରାଯାଉଥିଲା। ଦୂତୀ ଟୋକିଓ ଅଲିମ୍ପିକ୍ସକୁ ସିଧାସଳଖ କ୍ୱାଲିଫାଏ କରିପାରିନଥିଲେ, କିନ୍ତୁ ଅନ୍ତର୍ଜାତୀୟ ରାଙ୍କିଙ୍ଗ୍ କୋଟାରେ ତାଙ୍କୁ ଅଲିମ୍ପିକ୍ସ ଟିକେଟ୍ ମିଳିଥିଲା। କିନ୍ତୁ ଏଥର ମଧ୍ୟ ଦୂତୀ ଖାଲି ହାତରେ ଫେରିଛନ୍ତି। ଦୂତୀ ଉଭୟ ୧୦୦ ଓ ୨୦୦ ମିଟରରେ ନିଜ ହିଟରେ ସପ୍ତମ ସ୍ଥାନରେ ରହିଥିଲେ।

The post ପ୍ରାକ୍ଟିସ୍ ବଦଳରେ ପ୍ରେମ ବ୍ୟାପାରରେ ମାତିଥିଲେ ଦୂତୀ: ଭଉଣୀ appeared first on Odisha Reporter.

]]>
centre bottom, ‌Dutee chand, Tokyo Olympics 2021-08-03 13:33:14 https://cdn.odishareporter.in/wp-content/uploads/2021/08/02162834/dutee.jpg
ଭାରତୀୟ ମହିଳା ହକି ଟିମ୍‌ର ଐତିହାସିକ ବିଜୟ, ପ୍ରଥମ ଥର ଅଲିମ୍ପିକ୍ସ ସେମିରେ ପହଞ୍ଚିଲା https://odishareporter.in/sports/hockey/indian-women-hockey-team-enters-semi-finals-in-tokyo-olympics-663599 Mon, 02 Aug 2021 04:46:57 +0000 https://odishareporter.in/?p=663599

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସେମି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଟିମ୍‌ । ତିନି ଥର ଚାମ୍ପିଅନ୍ ହୋଇଥିବା ଅଷ୍ଟ୍ରେଲିଆକୁ ପରାସ୍ତ କରି ସେମିରେ ପହଞ୍ଚିଛି ଦଳ। ଆଉ ଏହା ସହିତ ଇତିହାସ ରଚିଛି ଭାରତୀୟ ମହିଳା ହକି ଟିମ୍‌। ଅଲିମ୍ପିକ୍ସରେ ଦଳ ପ୍ରଥମ ଥର ପାଇଁ ସେମି ଫାଇନାଲ୍‌ ରାଉଣ୍ଡରେ ପ୍ରବେଶ କରିଛି। ଆଜି ଖେଳା ଯାଇଥିବା କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆକୁ ୧-୦ ଗୋଲ୍‌ରେ ହରାଇଛି। ଦଳ ତରଫରୁ […]

The post ଭାରତୀୟ ମହିଳା ହକି ଟିମ୍‌ର ଐତିହାସିକ ବିଜୟ, ପ୍ରଥମ ଥର ଅଲିମ୍ପିକ୍ସ ସେମିରେ ପହଞ୍ଚିଲା appeared first on Odisha Reporter.

]]>

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସେମି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଟିମ୍‌ । ତିନି ଥର ଚାମ୍ପିଅନ୍ ହୋଇଥିବା ଅଷ୍ଟ୍ରେଲିଆକୁ ପରାସ୍ତ କରି ସେମିରେ ପହଞ୍ଚିଛି ଦଳ। ଆଉ ଏହା ସହିତ ଇତିହାସ ରଚିଛି ଭାରତୀୟ ମହିଳା ହକି ଟିମ୍‌। ଅଲିମ୍ପିକ୍ସରେ ଦଳ ପ୍ରଥମ ଥର ପାଇଁ ସେମି ଫାଇନାଲ୍‌ ରାଉଣ୍ଡରେ ପ୍ରବେଶ କରିଛି।

ଆଜି ଖେଳା ଯାଇଥିବା କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆକୁ ୧-୦ ଗୋଲ୍‌ରେ ହରାଇଛି। ଦଳ ତରଫରୁ ଏହି ଏକମାତ୍ର ଗୋଲ୍ ଦେଇଥିଲେ ଗୁରଜୀତ କୌର। ଅଲିମ୍ପିକ୍ସରେ ଏହା ହେଉଛି ତାଙ୍କର ପ୍ରଥମ ଗୋଲ୍‌।

ମ୍ୟାଚ୍‌ର ୨୨ତମ ମିନିଟ୍‌ରେ ଗୁରଜୀତ ଏହି ଏକମାତ୍ର ଗୋଲ୍‌ କରିଥିଲେ। ଏକ ପେନାଲ୍‌ଟି କର୍ଣ୍ଣର ଦ୍ୱାରା ସେ ଏହି ଗୋଲ୍ କରିଥିଲେ। ଆଉ ଶେଷ ପର୍ଯ୍ୟନ୍ତ ଭାରତୀୟ ଦଳ ଏହି ଲିଡ୍‌କୁ ବଜାୟ ରଖିବାରେ ସମର୍ଥ ହୋଇଥିଲା।

ଅଷ୍ଟ୍ରେଲିଆ ଆକ୍ରମଣ ପରେ ଆକ୍ରମଣ କରିଥିଲା। ତେବେ ଭାରତୀୟ ଦଳ ସେସବୁକୁ ପ୍ରତିରୋଧ କରିବାରେ ସମର୍ଥ ହୋଇଥିଲା। ଦଳ ପାଖାପାଖି ୮ଟି ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ ହେବାକୁ ଦେଇ ନଥିଲା। ଆଉ ଏହା ପଛରେ ମୂଖ୍ୟ ଭୂମିକା ଥିଲା ଗୋଲକିପର ତଥା ଉପ-ଅଧିନାୟକ ସବିତା ପୁନିଆଙ୍କର। ସେ ଗୋଲପୋଷ୍ଟ ଓ ଅଷ୍ଟ୍ରେଲିଆ ଖେଳାଳିଙ୍କ ମଝିରେ କାନ୍ଥ ଭଳି ଛିଡ଼ା ହୋଇଥିଲେ। କିନ୍ତୁ ଯେଉଁ ଗୋଟିଏ ପେନାଲ୍‌ଟି କର୍ଣ୍ଣର ଭାରତୀୟ ଦଳ ପାଇଥିଲା, ତାକୁ ଗୋଲ୍‌ରେ ପରିଣତ କରି ଏହି ମ୍ୟାଚ୍‌ ଜିତି ଯାଇଥିଲା।

ଏହି ମ୍ୟାଚ୍ ପରେ ଗୁରଜୀତ କୌର କହିଛନ୍ତି, ‘ଏହି ବିଜୟକୁ ନେଇ ଆମେ ସମସ୍ତେ ବହୁତ ଖୁସି। ଏହି ବିଜୟ ପାଇଁ ସମସ୍ତେ କଠିନ ପରିଶ୍ରମ କରିଥିଲେ। ଆମେ ଏକ ଦଳ ହୋଇ ଖେଳିଥିଲୁ। ସେମି ଫାଇନାଲ୍‌କୁ ଉନ୍ନୀତ ହୋଇଥିବାରୁ ଖୁବ୍ ଖୁସି ଅଛୁ। ଯେଉଁମାନେ ଆମକୁ ସମର୍ଥନ କରିଛନ୍ତି, ସେମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ୍‌। ଆମକୁ ଆମର ପୂରା ଦେଶ ସମର୍ଥନ କରୁଛି। ଆମ ପାଇଁ ପୂରା ଦେଶବାସୀ ପ୍ରାର୍ଥନା କରୁଛନ୍ତି।’

ଲଗାତାର ତିନୋଟି ପରାଜୟ ପରେ ତିନୋଟି ବିଜୟ

ଟୋକିଓ ଅଲିମ୍ପିକ୍ସର ପ୍ରଥମ ତିନୋଟି ମ୍ୟାଚ୍ ଭାରତୀୟ ମହିଳା ହକି ଦଳ ହାରି ଯାଇଥିଲା। ଦଳ ନେଦରଲ୍ୟାଣ୍ଡ ଠାରୁ ୫-୧ରେ, ଜର୍ମାନୀ ଠାରୁ ୨-୦ରେ ଓ ଗ୍ରେଟ୍ ବ୍ରିଟେନ୍ ଠାରୁ ୪-୧ ଗୋଲ୍‌ରେ ପରାସ୍ତ ହୋଇଥିଲା। ଆୟର୍ଲ୍ୟାଣ୍ଡ ବିପକ୍ଷରେ ଦଳ ତା’ର ପ୍ରଥମ ବିଜୟ ହାସଲ କରିଥିଲା। ଦଳ ଆୟର୍ଲ୍ୟାଣ୍ଡକୁ ୧-୦ରେ ହରାଇବା ପରେ ଦକ୍ଷିଣ ଆଫ୍ରିକାକୁ ୪-୩ରେ ହରାଇଥିଲା। ଆଉ ଆଜି କ୍ୱାର୍ଟର ଫାଇନାଲ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇଛି।

ସୂଚନାଯୋଗ୍ୟ, ଭାରତୀୟ ପୁରୁଷ ହକି ଟିମ୍ ମଧ୍ୟ ସେମି ଫାଇନାଲ୍‌ରେ ପହଞ୍ଚିଛି। ରବିବାର ଦଳ ଗ୍ରେଟ୍ ବ୍ରିଟେନ୍‌କୁ ୩-୧ ଗୋଲ୍‌ରେ ପରାସ୍ତ କରି ସେମି ଫାଇନାଲ୍‌ରେ ପ୍ରବେଶ କରିଛି। ଦଳ ମଙ୍ଗଳବାର ବେଲ୍‌ଜିୟମ ବିପକ୍ଷରେ ସେମି ଫାଇନାଲ୍ ମ୍ୟାଚ୍ ଖେଳିବ।

The post ଭାରତୀୟ ମହିଳା ହକି ଟିମ୍‌ର ଐତିହାସିକ ବିଜୟ, ପ୍ରଥମ ଥର ଅଲିମ୍ପିକ୍ସ ସେମିରେ ପହଞ୍ଚିଲା appeared first on Odisha Reporter.

]]>
centre bottom, Tokyo Olympics 2021-08-02 14:28:04 https://cdn.odishareporter.in/wp-content/uploads/2021/08/02101455/hockey-1.jpg
ଟୋକିଓ ଅଲିମ୍ପିକ୍ସରେ ପୁଣି ନିରାଶ କଲେ ଦୂତୀ https://odishareporter.in/sports/athletics/dutee-chand-fails-to-qualify-for-200m-semifinals-in-tokyo-olympics-663563 Mon, 02 Aug 2021 02:45:13 +0000 https://odishareporter.in/?p=663563

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟୋକିଓ ଅଲିମ୍ପିକ୍ସରେ ପୁଣି ନିରାଶ କରିଛନ୍ତି ସ୍ପ୍ରିଣ୍ଟର ଦୂତୀ ଚାନ୍ଦ। ପୂର୍ବରୁ ୧୦୦ ମିଟର ଦୌଡ଼ରେ ନିରାଶ କରିଥିବା ଦୂତୀ ଆଜି ୨୦୦ ମିଟର ଦୌଡ଼ରେ ମଧ୍ୟ ହାରି ଯାଇଛନ୍ତି। ୨୦୦ମିଟରରେ ହିଟ୍‌-୪ରେ ସପ୍ତମ ସ୍ଥାନରେ ରହି ସେ ତାଙ୍କ ଟୋକିଓ ଅଲିମ୍ପିକ୍ସ ଅଭିଯାନ ଶେଷ କରିଛନ୍ତି। ୨୦୦ ମିଟର ଅତିକ୍ରମ କରିବା ପାଇଁ ଦୂତି ୨୩.୮୫ ସେକେଣ୍ଡ ସମୟ ନେଇଥିଲେ, ଯାହା ତାଙ୍କର ନିଜର ଶ୍ରେଷ୍ଠ ଟାଇମିଂ ଠାରୁ ଅଧିକ ଥିଲା। […]

The post ଟୋକିଓ ଅଲିମ୍ପିକ୍ସରେ ପୁଣି ନିରାଶ କଲେ ଦୂତୀ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟୋକିଓ ଅଲିମ୍ପିକ୍ସରେ ପୁଣି ନିରାଶ କରିଛନ୍ତି ସ୍ପ୍ରିଣ୍ଟର ଦୂତୀ ଚାନ୍ଦ। ପୂର୍ବରୁ ୧୦୦ ମିଟର ଦୌଡ଼ରେ ନିରାଶ କରିଥିବା ଦୂତୀ ଆଜି ୨୦୦ ମିଟର ଦୌଡ଼ରେ ମଧ୍ୟ ହାରି ଯାଇଛନ୍ତି। ୨୦୦ମିଟରରେ ହିଟ୍‌-୪ରେ ସପ୍ତମ ସ୍ଥାନରେ ରହି ସେ ତାଙ୍କ ଟୋକିଓ ଅଲିମ୍ପିକ୍ସ ଅଭିଯାନ ଶେଷ କରିଛନ୍ତି।

୨୦୦ ମିଟର ଅତିକ୍ରମ କରିବା ପାଇଁ ଦୂତି ୨୩.୮୫ ସେକେଣ୍ଡ ସମୟ ନେଇଥିଲେ, ଯାହା ତାଙ୍କର ନିଜର ଶ୍ରେଷ୍ଠ ଟାଇମିଂ ଠାରୁ ଅଧିକ ଥିଲା। ୨୦୦ ମିଟରରେ ଦୂତୀଙ୍କ ଶ୍ରେଷ୍ଠ ଟାଇମିଂ ୨୩.୦୦ ସେକେଣ୍ଡ ରହିଛି। ୨୦୧୮ରେ ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ୍ସ ଗେମ୍ସରେ ସେ ଏହି ଟାଇମିଂ ହାସଲ କରିଥିଲେ।

ଆଜି ୨୦୦ ମିଟରରେ ହିଟ୍-୪ରେ ଦୂତୀଙ୍କ ସହିତ ଆମେରିକାର ଗାବ୍ରିଏଲ୍ ଥୋମାସ୍, ନାମିବିଆର କ୍ରିଷ୍ଟାଇନ୍ ବୋମା, ବ୍ରାଜିଲର ଭିକ୍ଟୋରିଆ କ୍ରିଷ୍ଟିନା ରୋସା, ନାଇଜେରିଆର ଆମିନାଟୁ ସେୟନୀ ଓ ଜର୍ମାନୀର ଜେ.ବି ୱେସୋଲୀ, ଜାମ୍ବିଆର ରୋଡା ଜୋଭବୁ ଦୌଡ଼ିଥିଲେ। ସେମାନଙ୍କ ମଧ୍ୟରୁ କ୍ରିଷ୍ଟାଇନ୍ ବୋମା ୨୨.୧୧ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତ୍ୱକୁ ଅତିକ୍ରମ କରି ପ୍ରଥମ ସ୍ଥାନରେ ରହିଥିବା ବେଳେ ଆମେରିକାର ଗାବ୍ରିଏଲ୍ ଥୋମାସ୍ ୨୨.୨୦ ସେକେଣ୍ଡ ସହ ଦ୍ୱିତୀୟ ଓ ଆମିନାଟୁ ସେୟନୀ ୨୨.୭୨ ସେକେଣ୍ଡ ସହ ତୃତୀୟ ସ୍ଥାନରେ ରହିଥିଲେ। ହିଟ୍‌-୪ରୁ ଏହି ତିନି ଜଣ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି।

ଏହା ପୂର୍ବରୁ ଦୂତୀ ଜୁଲାଇ ୩୦ ତାରିଖରେ ୧୦୦ ମିଟର୍ ଦୌଡ଼ରେ ହିଟ୍‌-୫ରେ ସପ୍ତମ ସ୍ଥାନରେ ଓ ମୋଟ ଉପରେ ୪୫ତମ ସ୍ଥାନରେ ରହିଥିଲେ। ୧୦୦ ମିଟରରେ ମଧ୍ୟ ସେ ନିଜ ରେକର୍ଡ ଠାରୁ ଖରାପ ପ୍ରଦର୍ଶନ କରିଥିଲେ। ୧୦୦ ମିଟରରେ ଦୂତୀଙ୍କ ନିଜସ୍ୱ ରେକର୍ଡ ୧୧.୧୭ ସେକେଣ୍ଡ ରହିଛି, ଯାହା ଏକ ଜାତୀୟ ରେକର୍ଡ ମଧ୍ୟ। କିନ୍ତୁ ଅଲିମ୍ପିକ୍ସରେ ସେ ଏହି ଦୂରତା ଅତିକ୍ରମ କରିବାକୁ ୧୧.୫୪ ସେକେଣ୍ଡ ନେଇଥିଲେ।

ଦେଶର ଏକମାତ୍ର ଆଥ୍ଲେଟ୍ ଭାବେ ଦୂତି ଟୋକିଓ ଅଲିମ୍ପିକ୍ସରେ ଦୁଇଟି ଇଭେଣ୍ଟ (ଶହେ ଓ ୨ଶହ ମିଟର ଦୌଡ଼)ରେ ଭାଗ ନେଇଥିଲେ। ଟୋକିଓ ଅଲିମ୍ପିକ୍ସକୁ ତାଙ୍କୁ ୱାର୍ଲ୍ଡ ରାଙ୍କିଙ୍ଗ୍ କୋଟାରେ ଟିକେଟ୍ ମିଳିଥିଲା। ଏହି ଅଲିମ୍ପିକ୍ସରେ ସେ ପ୍ରଥମ ଥର ପାଇଁ ୨୦୦ ମିଟର ଦୌଡ଼ରେ ଭାଗ ନେଇଥିଲେ। ଏହା ପୂର୍ବରୁ ସେ ୨୦୧୬ରେ ଅନୁଷ୍ଠିତ ରିଓ ଅଲିମ୍ପିକ୍ସରେ ୧୦୦ ମିଟର ଦୌଡ଼ରେ ଭାଗ ନେଇଥିଲେ।

The post ଟୋକିଓ ଅଲିମ୍ପିକ୍ସରେ ପୁଣି ନିରାଶ କଲେ ଦୂତୀ appeared first on Odisha Reporter.

]]>
right bottom, Tokyo Olympics 2021-08-02 13:26:05 https://cdn.odishareporter.in/wp-content/uploads/2021/08/02081117/dutee1.jpg
ବ୍ରୋଞ୍ଜ ଜିତିଲେ ପିଭି ସିନ୍ଧୁ https://odishareporter.in/sports/pv-sindhu-won-bronze-medal-in-tokyo-olympics-663482 Sun, 01 Aug 2021 12:25:46 +0000 https://odishareporter.in/?p=663482

ଟୋକିଓ: ପୁଣି ଅଲିମ୍ପିକ୍ସରେ ପଦକ ଜିତିଛନ୍ତି ଷ୍ଟାର୍ ଶଟଲର୍ ପିଭି ସିନ୍ଧୁ। ଫାଇନାଲରୁ ବଞ୍ଚିତ ହୋଇଥିବା ଭାରତୀୟ ଶଟଲର୍ ପିଭି ସିନ୍ଧୁ ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସ ଇଭେଲ୍ଟରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି। ଏଥିସହ ଚଳିତ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨ରେ ପହଞ୍ଚିଛି। ଏହା ପୂର୍ବରୁ ମହିଳା ଭାରୋତ୍ତୋଳନରେ ମୀରାବାଈ ଚାନୁ ରୌପ୍ୟ ପଦକ ଜିତିଥିଲେ। କ୍ରମାଗତ ଦ୍ୱିତୀୟ ଅଲିମ୍ପିକ୍ସରେ ପଦକ ଜିତିବାରେ ସିନ୍ଧୁ ଦେଶର ପ୍ରଥମ ମହିଳା ହୋଇଛନ୍ତି। ରିଓ ଅଲିମ୍ପିକ୍ସରେ ସିନ୍ଧୁ ରୌପ୍ୟ […]

The post ବ୍ରୋଞ୍ଜ ଜିତିଲେ ପିଭି ସିନ୍ଧୁ appeared first on Odisha Reporter.

]]>

ଟୋକିଓ: ପୁଣି ଅଲିମ୍ପିକ୍ସରେ ପଦକ ଜିତିଛନ୍ତି ଷ୍ଟାର୍ ଶଟଲର୍ ପିଭି ସିନ୍ଧୁ। ଫାଇନାଲରୁ ବଞ୍ଚିତ ହୋଇଥିବା ଭାରତୀୟ ଶଟଲର୍ ପିଭି ସିନ୍ଧୁ ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସ ଇଭେଲ୍ଟରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି। ଏଥିସହ ଚଳିତ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨ରେ ପହଞ୍ଚିଛି। ଏହା ପୂର୍ବରୁ ମହିଳା ଭାରୋତ୍ତୋଳନରେ ମୀରାବାଈ ଚାନୁ ରୌପ୍ୟ ପଦକ ଜିତିଥିଲେ। କ୍ରମାଗତ ଦ୍ୱିତୀୟ ଅଲିମ୍ପିକ୍ସରେ ପଦକ ଜିତିବାରେ ସିନ୍ଧୁ ଦେଶର ପ୍ରଥମ ମହିଳା ହୋଇଛନ୍ତି। ରିଓ ଅଲିମ୍ପିକ୍ସରେ ସିନ୍ଧୁ ରୌପ୍ୟ ପଦକ ଜିତି ଇତିହାସ ରଚିଥିଲେ।

ରବିବାର ଖେଳାଯାଇଥିବା ବ୍ରୋଞ୍ଜ ପଦକ ମୁକାବିଲାରେ ସିନ୍ଧୁ ଚାଇନାର ହି ବିଙ୍ଗ୍ ଜିଆଓଙ୍କୁ ସିଧାସଳଖ ୨୧-୧୩, ୨୧-୧୫ ଗେମରେ ହରାଇ ଏହି ବଡ଼ ସଫଳତା ଅର୍ଜନ କରିଛନ୍ତି। ଏହା ପୂର୍ବରୁ ସିନ୍ଧୁ ସେମିଫାଇନାଲରେ ବିଶ୍ୱର ଦୁଇ ନମ୍ବର ଖେଳାଳି ଚାଇନିଜ୍ ତାଇପେଇର ତାଇ ଜୁ ୟିଙ୍ଗ’ଙ୍କୁ ନିକଟରୁ ହାରି ଫାଇନାଲରୁ ବଞ୍ଚିତ ହୋଇଥିଲେ। କିନ୍ତୁ ବ୍ରୋଞ୍ଜ ପଦକ ମୁକାବିଲାରେ ସିନ୍ଧୁ ଦମଦାର ଖେଳ ଦେଖାଇଛନ୍ତି।

ମ୍ୟାଚର ପ୍ରଥମ ଗେମରେ ଦୁନିଆ ଷଷ୍ଠ ମାନ୍ୟତାପ୍ରାପ୍ତ ଖେଳାଳି ସିନ୍ଧୁ ଦମଦାର ପ୍ରଦର୍ଶନ କରିଥିଲେ। ସିନ୍ଧୁ ନିଜର ପାୱାରଫୁଲ୍‌ ସ୍ମାଶ୍ ଦ୍ୱାରା ଚାଇନା ଖେଳାଳିଙ୍କୁ ନାକେଦମ କରିଥିଲେ। ପ୍ରଥମ ଗେମରେ ହାଫ୍ ଟାଇମ୍ ସୁଦ୍ଧା ସିନ୍ଧୁ ୧୧-୮ରେ ଆଗୁଆ ରହିଥିଲେ। କିନ୍ତୁ ଏହା ପରେ ସିନ୍ଧୁ ଘନଘନ ଆକ୍ରମଣ କରି ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ସୁଯୋଗ ଦେଇନଥିଲେ। ଏଥିସହ ପ୍ରଥମ ଗେମକୁ ସିନ୍ଧୁ ୨୧-୧୩ରେ ଜିତି ମ୍ୟାଚରେ ୧-୦ର ଅଗ୍ରଣୀ ହାସଲ କରିଥିଲେ। ଏହି ଗେମକୁ ଜିତିବା ପାଇଁ ତାଙ୍କୁ ମାତ୍ର ୨୩ ମିନିଟ୍‌ ସମୟ ନେଇଥିଲେ।

ସେହିପରି ଦ୍ୱିତୀୟ ଗେମରେ ମଧ୍ୟ ସିନ୍ଧୁ ଦମଦାର ଆରମ୍ଭ କରିଥିଲେ ଏବଂ ବ୍ରେକ୍ ସୁଦ୍ଧା ୧୧-୮ରେ ଲିଡ୍ କରିଥିଲେ। ଏହା ପରେ ଚାଇନା ଖେଳାଳି କମବ୍ୟାକ୍ କରିବାକୁ ପ୍ରୟାସ କରିଥିଲେ ଏବଂ କିଛି ପଏଣ୍ଟ ମଧ୍ୟ ଜିତିଥିଲେ। କିନ୍ତୁ ସିନ୍ଧୁଙ୍କ ଦମ୍ ଆଗରେ ବେଦମ୍ ହୋଇଥିଲେ ଚାଇନା ଖେଳାଳି। ୧୮-୧୫ରେ ଆଗୁଆ ଥିବା ସିନ୍ଧୁ ଲଗାତର ତିନି ପଏଣ୍ଟ ହାସଲ କରି ମ୍ୟାଚକୁ ଜିତି ନେଇଥିଲେ। ଦ୍ୱିତୀୟ ଗେମକୁ ସିନ୍ଧୁ ୨୯ ମିନିଟରେ ନିଜ ନାଁରେ କରିଥିଲେ।

କ୍ୱାର୍ଟର୍ ଫାଇନାଲରେ ସେ ଜାପାନର ଅକାନେ ୟାମାଗୁଚିଙ୍କୁ ୨୧-୧୮, ୨୧-୯ ଗେମରେ ହରାଇ ସେମିଫାଇନାଲ୍ ଟିକେଟ୍ କାଟିଥିଲେ। କିନ୍ତୁ ଅନ୍ତିମ-୪ରେ ସିନ୍ଧୁ ତାଇପେଇର ତାଇ ଜୁ ୟିଙ୍ଗଠାରୁ ୧୮-୨୧, ୧୨-୨୧ ଗେମରେ ହାରି ଫାଇନାଲ୍ ରେସରୁ ଆଉଟ୍ ହୋଇଥିଲେ।

The post ବ୍ରୋଞ୍ଜ ଜିତିଲେ ପିଭି ସିନ୍ଧୁ appeared first on Odisha Reporter.

]]>
centre top, Tokyo Olympics 2021-08-02 11:57:58 https://cdn.odishareporter.in/wp-content/uploads/2021/08/01175424/PV-SINDHU.jpg
ଅଲିମ୍ପିକ୍ସରେ ନିୟମ ଭାଙ୍ଗିଲେ, ୨ ରୌପ୍ୟ ବିଜେତା ଆଉଟ୍ https://odishareporter.in/sports/six-banished-for-breaking-covid-rules-in-tokyo-olympics-663470 Sun, 01 Aug 2021 11:53:50 +0000 https://odishareporter.in/?p=663470

ଟୋକିଓ: କରୋନା ମହାମାରୀ ଭଳି ସଙ୍କଟ ସମୟରେ ଆୟୋଜିତ ହେଉଛି ଟୋକିଓ ଅଲିମ୍ପିକ୍ସ ଗେମ୍ସ। ଏହି କ୍ରୀଡ଼ା ମହାକୁମ୍ଭ ପାଇଁ କଡ଼ା କୋଭିଡ୍ ନିୟମାବଳୀ କରାଯାଇଛି। ଯଦି କେହି ଏହି ନିୟମ ଭାଙ୍ଗନ୍ତି, ତାହେଲେ ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ। ନିୟମ ଭାଙ୍ଗୁଥିବା ଖେଳାଳି, ଷ୍ଟାଫ୍ ଓ ଅନ୍ୟମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ୁଛି। ଏବେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି। ଟୋକିଓ ଅଲିମ୍ପିକ୍ସରେ କୋଭିଡ୍ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରସ୍ତୁତ ହୋଇଥିବା […]

The post ଅଲିମ୍ପିକ୍ସରେ ନିୟମ ଭାଙ୍ଗିଲେ, ୨ ରୌପ୍ୟ ବିଜେତା ଆଉଟ୍ appeared first on Odisha Reporter.

]]>

ଟୋକିଓ: କରୋନା ମହାମାରୀ ଭଳି ସଙ୍କଟ ସମୟରେ ଆୟୋଜିତ ହେଉଛି ଟୋକିଓ ଅଲିମ୍ପିକ୍ସ ଗେମ୍ସ। ଏହି କ୍ରୀଡ଼ା ମହାକୁମ୍ଭ ପାଇଁ କଡ଼ା କୋଭିଡ୍ ନିୟମାବଳୀ କରାଯାଇଛି। ଯଦି କେହି ଏହି ନିୟମ ଭାଙ୍ଗନ୍ତି, ତାହେଲେ ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ। ନିୟମ ଭାଙ୍ଗୁଥିବା ଖେଳାଳି, ଷ୍ଟାଫ୍ ଓ ଅନ୍ୟମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ୁଛି। ଏବେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି।

ଟୋକିଓ ଅଲିମ୍ପିକ୍ସରେ କୋଭିଡ୍ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରସ୍ତୁତ ହୋଇଥିବା ନିୟମର ଉଲ୍ଲଙ୍ଘନ କରିଥିବା ୬ ଖେଳାଳିଙ୍କୁ ବାହାର କରି ଦିଆଯାଇଛି, ଯେଉଁଥିରେ ଦୁଇ ରୌପ୍ୟ ପଦକ ବିଜେତା ମଧ୍ୟ ସାମିଲ୍ ଥିବା ଟୋକିଓ ଅଲିମ୍ପିକ୍ସ ଆୟୋଜକ କହିଛନ୍ତି।

ଏହି କ୍ରୀଡ଼ା ମହାକୁମ୍ଭର ମୁଖ୍ୟ କାର୍ଯ୍ୟକାରୀ ତୋଶିରୋ ମୁତୋ କହିଛନ୍ତି, ଜର୍ଜିଆର ଦୁଇ ଜୁଡୋ ଖେଳାଳି ବାହାରକୁ ବୁଲିବାକୁ ଚାଲିଯାଇଥିଲେ, ଯାହା ଦ୍ୱାରା ଏମାନେ ଅଲିମ୍ପିକ୍ସରେ ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରୋଟୋକଲ ସମ୍ବନ୍ଧିତ ପ୍ଲେବୁକର ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ କରିଛନ୍ତି। ଜର୍ଜିଆର ଏହି ଦୁଇ ଖେଳାଳି ହେଲେବାଜା ମାର୍ଗଭେଲାଶଭିଲି ଓ ଲାଶା ଶାଭଦାତୁଆଶଭିଲି।

ମଙ୍ଗଳବାର ଇଭେଣ୍ଟ ଶେଷ ହେବା ପରେ ଦୁହିଁଙ୍କୁ ଟୋକିଓ ଟାୱାର ନିକଟରେ ଦେଖିବାକୁ ମିଳିଥିଲା। ଏଥିପାଇଁ ଜର୍ଜିଆ ଦୂତାବାସ କ୍ଷମା ମାଗିଥିବା ମୁତୋ କହିଛନ୍ତି। ତେବେ ବାକି ଚାରି ଜଣଙ୍କ ମଧ୍ୟରୁ ଆମେରିକା ଓ ବ୍ରିଟେନର ଠିକାଦାର ସାମିଲ୍ ଅଛନ୍ତି, ଯେଉଁମାନେ ଅଲିମ୍ପିକ୍ସ ଆରମ୍ଭ ହେବା ପୂର୍ବରୁ କୋକିନର ସେବନ କରୁଥିବା ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

The post ଅଲିମ୍ପିକ୍ସରେ ନିୟମ ଭାଙ୍ଗିଲେ, ୨ ରୌପ୍ୟ ବିଜେତା ଆଉଟ୍ appeared first on Odisha Reporter.

]]>
left bottom, Tokyo Olympics 2021-08-01 17:26:18 https://cdn.odishareporter.in/wp-content/uploads/2021/08/01172309/tokyo.jpg
କ୍ୱାର୍ଟର ଫାଇନାଲ୍‌ରେ ହାରିଗଲେ ସତୀଶ https://odishareporter.in/sports/others/satish-kumar-failed-to-reach-semi-finals-663389 Sun, 01 Aug 2021 04:57:13 +0000 https://odishareporter.in/?p=663389

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବକ୍ସିଂ ସୁପର ହେଭି (+୯୧କେଜି) କ୍ୱାର୍ଟର ଫାଇନାଲ୍‌ରେ ହାରିଗଲେ ସତୀଶ କୁମାର। ସେ ଉଜ୍‌ବେକିସ୍ତାନର ବାଖୋଦିର ଜଲୋଲୋଭଙ୍କ ଠାରୁ ପରାସ୍ତ ହୋଇଛନ୍ତି। ତିନୋଟି ଯାକ ରାଉଣ୍ଡରେ ସତୀଶ କୁମାରଙ୍କ ଉପରେ ଭାରି ପଡ଼ିଥିଲେ ବିଶ୍ୱର ଏକ ନମ୍ବର ଖେଳାଳି ବାଖୋଦିର। ସତୀଶଙ୍କୁ ବାଖୋଦିର ୫-୦ରେ ପରାସ୍ତ କରିଥିଲେ। ତିନୋଟି ଯାକ ରାଉଣ୍ଡରେ ସମସ୍ତ ୫ ଜଣ ଜଜ୍‌ ବାଖୋଦିରଙ୍କୁ ୧୦ ପଏଣ୍ଟ ଲେଖାଏଁ ଦେଇଥିଲେ। ଡାକ୍ତରଙ୍କ ଠାରୁ ଅନୁମତି ମିଳିବା ପରେ ଆଜି […]

The post କ୍ୱାର୍ଟର ଫାଇନାଲ୍‌ରେ ହାରିଗଲେ ସତୀଶ appeared first on Odisha Reporter.

]]>

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବକ୍ସିଂ ସୁପର ହେଭି (+୯୧କେଜି) କ୍ୱାର୍ଟର ଫାଇନାଲ୍‌ରେ ହାରିଗଲେ ସତୀଶ କୁମାର। ସେ ଉଜ୍‌ବେକିସ୍ତାନର ବାଖୋଦିର ଜଲୋଲୋଭଙ୍କ ଠାରୁ ପରାସ୍ତ ହୋଇଛନ୍ତି। ତିନୋଟି ଯାକ ରାଉଣ୍ଡରେ ସତୀଶ କୁମାରଙ୍କ ଉପରେ ଭାରି ପଡ଼ିଥିଲେ ବିଶ୍ୱର ଏକ ନମ୍ବର ଖେଳାଳି ବାଖୋଦିର। ସତୀଶଙ୍କୁ ବାଖୋଦିର ୫-୦ରେ ପରାସ୍ତ କରିଥିଲେ। ତିନୋଟି ଯାକ ରାଉଣ୍ଡରେ ସମସ୍ତ ୫ ଜଣ ଜଜ୍‌ ବାଖୋଦିରଙ୍କୁ ୧୦ ପଏଣ୍ଟ ଲେଖାଏଁ ଦେଇଥିଲେ।

ଡାକ୍ତରଙ୍କ ଠାରୁ ଅନୁମତି ମିଳିବା ପରେ ଆଜି ସତୀଶ କୁମାର କ୍ୱାର୍ଟର ଫାଇନାଲ୍ ଖେଳିଥିଲେ। କାରଣ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ତାଙ୍କ ଡାହାଣ ଆଖି ଉପରେ ଆଘାତ ଲାଗିଥିଲା ଓ ୭ଟି ଷ୍ଟିଚ୍ ପଡ଼ିଥିଲା। ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ସେ ଜାମାଇକାର ରିକାର୍ଡୋ ବ୍ରାଉନ୍‌ଙ୍କୁ ୪-୧ରେ ପରାସ୍ତ କରିଥିଲେ।

ସୂଚନାଯୋଗ୍ୟ, ଅଲିମ୍ପିକ୍ସରେ ସୁପର ହେଭିୱେଟ୍‌ (+୯୧କେଜି) ବର୍ଗରେ ଭାଗ ନେବାରେ ସତୀଶ ହେଉଛନ୍ତି ପ୍ରଥମ ଭାରତୀୟ ବକ୍ସର। ଏହା ତାଙ୍କର ପ୍ରଥମ ଅଲିମ୍ପିକ୍ସ ଥିଲା।

The post କ୍ୱାର୍ଟର ଫାଇନାଲ୍‌ରେ ହାରିଗଲେ ସତୀଶ appeared first on Odisha Reporter.

]]>
right top, Tokyo Olympics 2021-08-01 11:15:30 https://cdn.odishareporter.in/wp-content/uploads/2021/08/01102324/satish.jpg
୧୦୦ ମିଟର ଦୌଡ଼ରେ ଗୋଟିଏ ଦେଶ ଜିତିଲା ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ https://odishareporter.in/sports/athletics/elaine-thompson-herah-wins-womens-100m-final-663338 Sat, 31 Jul 2021 14:49:10 +0000 https://odishareporter.in/?p=663338

ଟୋକିଓ: ଚଳିତ ଅଲିମ୍ପିକ୍ସରେ ବିରଳ ରେକର୍ଡ ସୃଷ୍ଟି ହୋଇଛି। ୧୦୦ ମିଟର ଦୌଡ଼ରେ ଜାମାଇକାର ୩ ଖେଳାଳି ଯଥାକ୍ରମେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଭାଗ ନେଇଥିବା ଅନ୍ୟ ଦେଶର ଖେଳାଳିମାନେ କେବଳ ଜଳକା ସାଜିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସ୍ୱର୍ଣ୍ଣ ପଦକ ଜିତିଥିବା ଜାମାଇକାର ଇଲାଇନେ ଥମ୍ପପସନ ହେରାହ ୩୩ ବର୍ଷତଳେ ଅଲିମ୍ପିକ୍ସରେ ସୃଷ୍ଟି ହୋଇଥିବା ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଅଲିମ୍ପିକ୍ସରେ ମହିଳା ୧୦୦ ମିଟର ଦୌଡ଼ରେ ଫ୍ଲୋରେନ୍ସ […]

The post ୧୦୦ ମିଟର ଦୌଡ଼ରେ ଗୋଟିଏ ଦେଶ ଜିତିଲା ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ appeared first on Odisha Reporter.

]]>

ଟୋକିଓ: ଚଳିତ ଅଲିମ୍ପିକ୍ସରେ ବିରଳ ରେକର୍ଡ ସୃଷ୍ଟି ହୋଇଛି। ୧୦୦ ମିଟର ଦୌଡ଼ରେ ଜାମାଇକାର ୩ ଖେଳାଳି ଯଥାକ୍ରମେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଭାଗ ନେଇଥିବା ଅନ୍ୟ ଦେଶର ଖେଳାଳିମାନେ କେବଳ ଜଳକା ସାଜିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସ୍ୱର୍ଣ୍ଣ ପଦକ ଜିତିଥିବା ଜାମାଇକାର ଇଲାଇନେ ଥମ୍ପପସନ ହେରାହ ୩୩ ବର୍ଷତଳେ ଅଲିମ୍ପିକ୍ସରେ ସୃଷ୍ଟି ହୋଇଥିବା ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

ଅଲିମ୍ପିକ୍ସରେ ମହିଳା ୧୦୦ ମିଟର ଦୌଡ଼ରେ ଫ୍ଲୋରେନ୍ସ ଗ୍ରିଫିଥ ଜୋୟନେର ରେକର୍ଡ ସୃଷ୍ଟି କରିଥିଲେ। ୧୯୮୮ ମସିହା ସେଓଲ ଅଲିମ୍ପିକ୍ସରେ ଫ୍ଲୋରେନ୍ସ ୧୦.୬୨ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିଥିଲେ। ହେଲେ ଇଲାଇନେ ଆଜି ୧୦.୬୧ ମିନିଟରେ ୧୦୦ ମିଟର ଅତିକ୍ରମ କରି ନୂଆ ଅଲିମ୍ପିକ୍ସ ରେକର୍ଡ ସୃଷ୍ଟି କରିଛନ୍ତି। ୨୦୧୬ ଅଲିମ୍ପିକ୍ସରେ ମଧ୍ୟ ଇଲାଇନେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତେବେ ୧୦୦ ମିଟର ଦୌଡ଼ରେ ବିଶ୍ୱ ରେକର୍ଡ ଫ୍ଲୋରେନ୍ସଙ୍କ ନାଁରେ ରହିଛି। ସେ ୧୦.୪୯ ସେକେଣ୍ତରେ ୧୦୦ ମିଟର ଅତିକ୍ରମ କରିଥିଲେ।

ଦ୍ୱିତୀୟ ସ୍ଥାନରେ ଜାମାଇକାର ଶେଲ୍ଲୀ ଆନ ଫ୍ରାସେର ପ୍ରାୟସେ ଥିବା ବେଳେ ତୃତୀୟରେ ସେହି ଦେଶର ଶେରିକା ଜ୍ୟାକସନ ରହିଛନ୍ତି। ଏହି ଦୁଇ ଖେଳାଳି ଯଥାକ୍ରମେ ୧୦.୭୪ ଓ ୧୦.୭୬ ସେକେଣ୍ଡରେ ୧୦୦ ମିଟିର ଦୌଡ଼ ଅତିକ୍ରମ କରି ରୌପ୍ୟ ଏବଂ କାଂସ୍ୟ ପଦକ ହାସଲ କରିଛନ୍ତି।

ଚଳିତ ବର୍ଷର ଆଜି ଯାଏ ଶେଲ୍ଲୀ ବିଶ୍ୱର ଦ୍ରୁତତମ ଧାବିକାର ରେକର୍ଡ ନିଜ ନାଁରେ ରଖିଥିଲେ। ୧୦୦ ମିଟିର ଫାଇନାଲରେ ସେ ସ୍ୱର୍ଣ୍ଣ ଜିତିବେ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ସମସ୍ତଙ୍କୁ ଭୁଲ ପ୍ରମାଣିତ କରି ଇଲାଇନେ ବାଜିମାରି ନେଇଛନ୍ତି।

The post ୧୦୦ ମିଟର ଦୌଡ଼ରେ ଗୋଟିଏ ଦେଶ ଜିତିଲା ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ appeared first on Odisha Reporter.

]]>
left bottom, Tokyo Olympics 2021-07-31 20:59:35 https://cdn.odishareporter.in/wp-content/uploads/2021/07/31201815/Jamaica.jpg
ବ୍ରିଟେନ ଜିତିଲା, କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଭାରତୀୟ ମହିଳା ହକି ଦଳ https://odishareporter.in/sports/hockey/womens-hockey-team-qualifies-for-quarters-663324 Sat, 31 Jul 2021 13:47:00 +0000 https://odishareporter.in/?p=663324

ଟୋକିଓ: ବ୍ରିଟେନ ପାଇଁ ଭାରତୀୟ ମହିଳା ହକି ଟିମ୍‌ ଟୋକିଓ ଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଆଜି ଗ୍ରୁପ ଏ’ର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ବ୍ରିଟେନ ପ୍ରତିପକ୍ଷ ଆୟର୍ଲ୍ୟାଣ୍ତକୁ ହରାଇବାରୁ ଭାରତ ଆପେଆପେ କ୍ୱାର୍ଟର ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛି। ଆଜି ସକାଳେ ଭାରତୀୟ ମହିଳା ହକି ଟିମ୍‌ ୪-୩ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ତେବେ ଏହି ବିଜୟ ଭାରତକୁ କ୍ୱାର୍ଟର୍ସରେ ପହଞ୍ଚାଇବାକୁ ଯଥେଷ୍ଟ ନଥିଲେ। ଆୟର୍ଲ୍ୟାଣ୍ଡ ଓ ବ୍ରିଟେନ ମଧ୍ୟରେ ଅନୁଷ୍ଠିତ […]

The post ବ୍ରିଟେନ ଜିତିଲା, କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଭାରତୀୟ ମହିଳା ହକି ଦଳ appeared first on Odisha Reporter.

]]>

ଟୋକିଓ: ବ୍ରିଟେନ ପାଇଁ ଭାରତୀୟ ମହିଳା ହକି ଟିମ୍‌ ଟୋକିଓ ଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଆଜି ଗ୍ରୁପ ଏ’ର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ବ୍ରିଟେନ ପ୍ରତିପକ୍ଷ ଆୟର୍ଲ୍ୟାଣ୍ତକୁ ହରାଇବାରୁ ଭାରତ ଆପେଆପେ କ୍ୱାର୍ଟର ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛି।

ଆଜି ସକାଳେ ଭାରତୀୟ ମହିଳା ହକି ଟିମ୍‌ ୪-୩ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ତେବେ ଏହି ବିଜୟ ଭାରତକୁ କ୍ୱାର୍ଟର୍ସରେ ପହଞ୍ଚାଇବାକୁ ଯଥେଷ୍ଟ ନଥିଲେ। ଆୟର୍ଲ୍ୟାଣ୍ଡ ଓ ବ୍ରିଟେନ ମଧ୍ୟରେ ଅନୁଷ୍ଠିତ ହୋଇଥିବା ମ୍ୟାଚ୍‌ରେ ଭାରତର ଭାଗ୍ୟ ନିର୍ଭର କରିଥିଲା।

ଯଦି ଆୟର୍ଲ୍ୟାଣ୍ତ ହାରିବ କିମ୍ବା ମ୍ୟାଚ୍‌ ଡ୍ର ରହିବ, ତା’ହେଲେ ଭାରତ ପରବର୍ତ୍ତୀ ପର୍ଯ୍ୟାୟକୁ ଯିବ। ଗ୍ରେଟ ବ୍ରିଟେନ ସନ୍ଧ୍ୟାରେ ଖେଳା ଯାଇଥିବା ମ୍ୟାଚ୍‌ରେ ଆୟର୍ଲ୍ୟାଣ୍ତକୁ ୨-୦ ପରାସ୍ତ କରିଛି। ଏହି ରେଜଲ୍ଟ ପରେ ଭାରତୀୟ ମହିଳା ଟିମ୍‌ରେ ଖୁସିର ମାହୋଲ ଦେଖା ଯାଇଛି।

ଚଳିତ ଅଲିମ୍ପିକ୍ସରେ ଭାରତୀୟ ମହିଳା ଟିମ୍‌ କ୍ରମାଗତ ୩ଟି ମ୍ୟାଚ୍‌ ହାରିଥିଲା। କିନ୍ତୁ ଗତକାଲି ଆୟର୍ଲ୍ୟାଣ୍ତକୁ ୧-୦ ଗୋଲରେ ପରାସ୍ତ କରିବା ପରେ ଦଳର କ୍ୱାର୍ଟର ଫାଇନାଲ ଖେଳିବାର ଆଶା ସୃଷ୍ଟି ହୋଇଥିଲା। ଏଥିସହ ଆଜି ସକାଳେ ଦଳ ଦକ୍ଷିଣ ଆଫ୍ରିକାକୁ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ହରାଇବା ପରେ ପରବର୍ତ୍ତୀ ରାଉଣ୍ଡକୁ ଯିବାର ଉତ୍କଣ୍ଠା ଆହୁରି ବଢ଼ି ଯାଇଥିଲା।

ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ଗୋଟିଏ ସମୟରେ ଉଭୟ ଦଳ ୩-୩ ସ୍ଥିତିରେ ଥିଲେ। କିନ୍ତୁ ଚତୁର୍ଥ କ୍ୱାର୍ଟରରେ ଭାରତର ବନ୍ଦନା କଟିୟାର ଏକ ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ଦେଇଥିଲେ। ଫଳରେ ଦଳ ୪-୩ରେ ଆଗୁଆ ରହିଥିଲା ଓ ଶେଷରେ ମ୍ୟାଚ୍‌ ଜିତି ଯାଇଥିଲା। ପୂର୍ବରୁ ହୋଇଥିବା ୩ଟି ଗୋଲ ମଧ୍ୟରୁ ବନ୍ଦନା ୨ଟି ଗୋଲ ଦେଇଥିଲେ।

ତେଣୁ ଚଳିତ ଅଲିମ୍ପିକ୍ସରେ ସେ ପ୍ରଥମ ମହିଳା ଖେଳାଳି ଭାବେ ଗୋଟିଏ ମ୍ୟାଚ୍‌ରେ ହ୍ୟାଟ୍ରିକ ଗୋଲ ସ୍କୋର କରିଛନ୍ତି। ସେ ମ୍ୟାଚ୍‌ର ଚତୁର୍ଥ ମିନିଟ୍‌ରେ ପ୍ରଥମ ଗୋଲ୍ ଦେଇଥିବା ବେଳେ ୧୭ଶ ଓ ୪୯ତମ ମିନିଟ୍‌ରେ ଅନ୍ୟ ଦୁଇଟି ଗୋଲ୍ ଦେଇଥିଲେ। ସେହିପରି ୩୨ତମ ମିନିଟ୍‌ରେ ଭାରତ ପକ୍ଷରୁ ନେହା ଗୋଟିଏ ଗୋଲ୍ ସ୍କୋର କରିଥିଲେ।

The post ବ୍ରିଟେନ ଜିତିଲା, କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଭାରତୀୟ ମହିଳା ହକି ଦଳ appeared first on Odisha Reporter.

]]>
left bottom, Tokyo Olympics 2021-07-31 19:17:00 https://cdn.odishareporter.in/wp-content/uploads/2021/07/31191633/Tokyo-2.jpg
ଅଧା ରହିଗଲା ସ୍ୱପ୍ନ, ହାରିଗଲେ ସିନ୍ଧୁ https://odishareporter.in/sports/others/sindhu-to-compete-for-bronze-663279 Sat, 31 Jul 2021 11:14:30 +0000 https://odishareporter.in/?p=663279

ଟୋକିଓ: କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଥିବା ଭାରତର ଷ୍ଟାର ଶଟଲର ପିଭି ସିନ୍ଧୁଙ୍କ ସ୍ୱପ୍ନ ଅଧା ରହି ଯାଇଛି। ଆଜି ସେ ସେମି ଫାଇନାଲ ମୁକାବିଲାରେ ଚାଇନିଜ ତାଇପେଇର ତାଇ ଜୁ ୟିଙ୍ଗ ଠାରୁ ସିଧାସଳଖ ୨-୦ରେ ପରାସ୍ତ ହୋଇଛନ୍ତି। ଏହି ପରାଜୟ ସହ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବାରୁ ସିନ୍ଧୁ ଯେଉଁ ଲକ୍ଷ୍ୟ ରଖିଥିଲେ, ତାହା ଅଧା ରହି ଯାଇଛି। ତେବେ ସେ ସେମି ଫାଇନାଲରେ ହାରି ଥିବାରୁ […]

The post ଅଧା ରହିଗଲା ସ୍ୱପ୍ନ, ହାରିଗଲେ ସିନ୍ଧୁ appeared first on Odisha Reporter.

]]>

ଟୋକିଓ: କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଥିବା ଭାରତର ଷ୍ଟାର ଶଟଲର ପିଭି ସିନ୍ଧୁଙ୍କ ସ୍ୱପ୍ନ ଅଧା ରହି ଯାଇଛି। ଆଜି ସେ ସେମି ଫାଇନାଲ ମୁକାବିଲାରେ ଚାଇନିଜ ତାଇପେଇର ତାଇ ଜୁ ୟିଙ୍ଗ ଠାରୁ ସିଧାସଳଖ ୨-୦ରେ ପରାସ୍ତ ହୋଇଛନ୍ତି।

ଏହି ପରାଜୟ ସହ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବାରୁ ସିନ୍ଧୁ ଯେଉଁ ଲକ୍ଷ୍ୟ ରଖିଥିଲେ, ତାହା ଅଧା ରହି ଯାଇଛି। ତେବେ ସେ ସେମି ଫାଇନାଲରେ ହାରି ଥିବାରୁ ବ୍ରୋଞ୍ଜ ପଦକ ପାଇଁ ଆଉ ଏକ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇବେ।

ଆଜିର ସେମି ଫାଇନାଲ ମୁକାବିଲାରେ ସିନ୍ଧୁ ଜବରଦସ୍ତ ଆରମ୍ଭ କରିଥିଲେ। ପ୍ରଥମ ସେଟ୍‌ର ଫାଷ୍ଟ ହାଫକୁ ୧୧-୮ରେ ଜିତି ନେଇଥିଲେ। କିନ୍ତୁ ସେଟ୍‌ର ବ୍ରେକ ପରେ ତାଇ ଜୁ ଜବରଦସ୍ତ କମବ୍ୟାକ୍‌ କରିଥିଲେ। ସିନ୍ଧୁ ମଧ୍ୟ ତାଙ୍କୁ କଡ଼ା ଟକ୍କର ଦେଇଥିଲେ। ଶେଷରେ ଏହି ସେଟ୍‌କୁ ତାଇ ୨୧-୧୮ରେ ବାଜିମାରି ନେଇଥିଲେ।

ଦ୍ୱିତୀୟ ସେଟ୍‌ରେ ତାଇ ନିଜର ରଣନୀତି ବଦଳାଇ ସିନ୍ଧୁଙ୍କୁ ଲଙ୍ଗ ରାଲି ଖେଳିବାକୁ ବାଧ୍ୟ କରିଥିଲେ। ଏହାର ଫାଇଦା ମଧ୍ୟ ତାଙ୍କୁ ମିଳିଥିଲା। ଦ୍ୱିତୀୟ ସେଟ୍‌ର ପ୍ରଥମ ବ୍ରେକ ପଏଣ୍ଟକୁ ତାଇ ଜୁ ୧୧-୭ରେ ଜିତି ନେଇଥିଲେ। ବ୍ରେକ ପରେ ସିନ୍ଧୁ କମବ୍ୟାକ କରିବାକୁ ଚେଷ୍ଟା କରିଥିଲେ। ହେଲେ ତାଇ ଜୁ ନିଜ ଅଭିଜ୍ଞତାର ପ୍ରଦର୍ଶନ କରି ଦୁଇ ଖେଳାଳିଙ୍କ ମଧ୍ୟରେ ଥିବା ଲିଡ୍‌କୁ ଆଗକୁ ବଢ଼ାଇ ଦେଇଥିଲେ। ଶେଷରେ ସେ ଏହି ସେଟ୍‌କୁ ୨୧-୧୨ରେ ଜିତି ନେଇ ସିନ୍ଧୁଙ୍କ ସ୍ୱର୍ଣ୍ଣିମ ସ୍ୱପ୍ନରେ ବ୍ରେକ ଲଗାଇ ଦେଇଥିଲେ।

୨୦୧୬ ଅଲିମ୍ପିକ୍ସରେ ସିନ୍ଧୁ ଫାଇନାଲରେ ପ୍ରବେଶ କରିଥିଲେ। କିନ୍ତୁ ଫାଇନାଲରେ ତାଙ୍କ ସ୍ପେନର କାରଲିନା ମାରିନଙ୍କ ଠାରୁ ପରାସ୍ତ ହେବାକୁ ପଡ଼ିଥିଲା। ତେଣୁ ସେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ। ଏଥର ମଧ୍ୟ ସେ ସେମିରେ ପହଞ୍ଚିଥିବାରୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ସ୍ୱର୍ଣ୍ଣ ପାଇଁ ଲଢ଼େଇ କରିବେ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ଏହି ଆଶା ନିରାଶରେ ପରିଣତ ହୋଇଛି।

ସିନ୍ଧୁ ସେମିରେ ହାରି ଯାଇଥିଲେ ହେଁ ବ୍ରୋଞ୍ଜ ପଦକ ଜିତିବାର ସୁଯୋଗ ତାଙ୍କ ପାଖରେ ରହିଛି। ଆସନ୍ତାକାଲି ସେ ଏହି ପଦକ ଜିତିବା ପାଇଁ ଚାଇନାର ହେ ବିଙ୍ଗଜିଆଓଙ୍କ ସହ ଲଢ଼େଇ କରିବେ। ଯଦି ସେ ଏହି ମ୍ୟାଚ୍‌ରେ ଜିତିବେ, ତା’ହେଲେ ଦ୍ୱିତୀୟ ଭାରତୀୟ ଭାବେ ଅଲିମ୍ପିକ୍ସରେ ଦୁଇଥର ପଦକ ଜିତିବାର ରେକର୍ଡ ସୃଷ୍ଟି କରିବେ।

ସିନ୍ଧୁଙ୍କ ପୂର୍ବରୁ ରେସଲର ସୁଶୀଲ କୁମାର ୨୦୦୮ରେ ବ୍ରୋଞ୍ଜ ଓ ୨୦୧୨ରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ। ତେଣୁ ସିନ୍ଧୁଙ୍କ ପାଖରେ ତାଙ୍କ ରେକର୍ଡର ସମକକ୍ଷ ହେବାର ସୁଯୋଗ ରହିଛି।

The post ଅଧା ରହିଗଲା ସ୍ୱପ୍ନ, ହାରିଗଲେ ସିନ୍ଧୁ appeared first on Odisha Reporter.

]]>
centre bottom, Tokyo Olympics 2021-07-31 16:57:19 https://cdn.odishareporter.in/wp-content/uploads/2021/07/31164316/sindhu-1.jpg
ନିରାଶ କଲେ ବକ୍ସର ପୂଜା ରାଣୀ, କ୍ୱାର୍ଟର ଫାଇନଲରେ ହାରିଗଲେ https://odishareporter.in/sports/athletics/boxer-pooja-rani-loses-663259 Sat, 31 Jul 2021 10:33:59 +0000 https://odishareporter.in/?p=663259

ଟୋକିଓ: ପୁଣି ଜଣେ ଭାରତୀୟ ବକ୍ସର ଟୋକିଓ ଅଲିମ୍ପିକ୍ସରେ ନିରାଶ କରିଛନ୍ତି। ୬୯ରୁ ୭୫ କେଜି ମିଡିଲ ୱେଟ ବକ୍ସିଂ କ୍ୱାର୍ଟର ଫାଇନାଲରେ ଭାରତର ପୂଜା ରାଣୀ ହାରି ଯାଇଛନ୍ତି। ଏଥିସହ ତାଙ୍କର ଅଲିମ୍ପିକ୍ସ ଅଭିଯାନ ମଧ୍ୟ ଏହି ମ୍ୟାଚ୍‌ ପରେ ଶେଷ ହୋଇଛି। ଆଜିର ମ୍ୟାଚ୍‌ରେ ପୂଜାଙ୍କ ମୁକାବିଲା ଚାଇନାର ଲି କ୍ୟୁଆନଙ୍କ ସହ ହୋଇଥିଲା। ଲି ହେଉଛନ୍ତି ପୂର୍ବତନ ବିଶ୍ୱ ଚାମ୍ପିୟନ। ନିଜର ଦକ୍ଷତା ଦେଖାଇ ସେ ପୂଜା ରାଣୀଙ୍କୁ ସଂପୂର୍ଣ୍ଣ ବ୍ୟାକଫୁଟକୁ ଠେଲି […]

The post ନିରାଶ କଲେ ବକ୍ସର ପୂଜା ରାଣୀ, କ୍ୱାର୍ଟର ଫାଇନଲରେ ହାରିଗଲେ appeared first on Odisha Reporter.

]]>

ଟୋକିଓ: ପୁଣି ଜଣେ ଭାରତୀୟ ବକ୍ସର ଟୋକିଓ ଅଲିମ୍ପିକ୍ସରେ ନିରାଶ କରିଛନ୍ତି। ୬୯ରୁ ୭୫ କେଜି ମିଡିଲ ୱେଟ ବକ୍ସିଂ କ୍ୱାର୍ଟର ଫାଇନାଲରେ ଭାରତର ପୂଜା ରାଣୀ ହାରି ଯାଇଛନ୍ତି। ଏଥିସହ ତାଙ୍କର ଅଲିମ୍ପିକ୍ସ ଅଭିଯାନ ମଧ୍ୟ ଏହି ମ୍ୟାଚ୍‌ ପରେ ଶେଷ ହୋଇଛି। ଆଜିର ମ୍ୟାଚ୍‌ରେ ପୂଜାଙ୍କ ମୁକାବିଲା ଚାଇନାର ଲି କ୍ୟୁଆନଙ୍କ ସହ ହୋଇଥିଲା।

ଲି ହେଉଛନ୍ତି ପୂର୍ବତନ ବିଶ୍ୱ ଚାମ୍ପିୟନ। ନିଜର ଦକ୍ଷତା ଦେଖାଇ ସେ ପୂଜା ରାଣୀଙ୍କୁ ସଂପୂର୍ଣ୍ଣ ବ୍ୟାକଫୁଟକୁ ଠେଲି ମ୍ୟାଚ୍‌କୁ କବଜା କରି ନେଇଛନ୍ତି। ଲି ଏହି ମ୍ୟାଚକୁ ୫-୦ରେ ଜିତି ନେଇଛନ୍ତି।

ପ୍ରଥମ ସେଟ୍‌କୁ ଲି ୫-୦ରେ ଜିତି ନେଇଥିଲେ। ଅର୍ଥାତ ସମସ୍ତ ୫ ଜଣ ଯାକ ଜଜ୍‌ ଲିଙ୍କୁ ୧୦ ଲେଖାଏ ପଏଣ୍ଟ ଦେଇଥିଲେ। ଦ୍ୱିତୀୟ ସେଟରେ ପୂଜା କମବ୍ୟାକ କରିବେ ବୋଲି ଆଶା କରାଯାଉଥିଲା।

କିନ୍ତୁ ଏହାକୁ ମଧ୍ୟ ଲି ୫-୦ରେ ଜିତି ଥିଲେ। ତୃତୀୟ ସେଟରେ ବି ସମାନ ଘଟଣା ଘଟିଥିଲା। ଶେଷରେ ପୂଜାଙ୍କୁ ଲି ୫-୦ରେ ହରାଇ ସେମି ଫାଇନାଲରେ ପ୍ରବେଶ କରିଛନ୍ତି।

The post ନିରାଶ କଲେ ବକ୍ସର ପୂଜା ରାଣୀ, କ୍ୱାର୍ଟର ଫାଇନଲରେ ହାରିଗଲେ appeared first on Odisha Reporter.

]]>
left bottom, Tokyo Olympics 2021-07-31 16:03:59 https://cdn.odishareporter.in/wp-content/uploads/2021/07/31160316/Pooja.jpg
ଭାରତର ତୀରନ୍ଦାଜୀ ଅଭିଯାନ ଶେଷ, ବକ୍ସର ଅମିତ ବି ପ୍ରଥମ ରାଉଣ୍ଡରୁ ବିଦା https://odishareporter.in/sports/others/amit-panghal-and-atanu-das-lost-in-olympics-663236 Sat, 31 Jul 2021 09:32:04 +0000 https://odishareporter.in/?p=663236

ଟୋକିଓ: ବିନା ପଦକରେ ଚଳିତ ଅଲିମ୍ପିକ୍ସରେ ଭାରତର ତୀରନ୍ଦାଜୀ ଅଭିଯାନ ଶେଷ ହୋଇଛି। ପୂର୍ବରୁ ସବୁ ଖେଳାଳି ହାରି ସାରିଥିବା ବେଳେ ଆଜି ସମସ୍ତଙ୍କ ଆଶା ଷ୍ଟାର ତୀରନ୍ଦାଜ ଅତନୁ ଦାସଙ୍କ ଉପରେ ରହିଥିଲା। ହେଲେ ସେ ଆଜି ପ୍ରି କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇଛନ୍ତି। ଏହି ପରାଜୟ ସହ ଚଳିତ ଅଲିମ୍ପିକ୍ସରେ ଭାରତର ତୀରନ୍ଦାଜୀ ଅଭିଯାନ ବିନା ପଦକରେ ଶେଷ ହୋଇଛି। ସେହିପରି ବିଶ୍ୱର ୧ନଂ ବକ୍ସର ଅମିତ ପଙ୍ଘାଲ ମଧ୍ୟ ସମସ୍ତଙ୍କୁ ନିରାଶ କରିଛନ୍ତି। […]

The post ଭାରତର ତୀରନ୍ଦାଜୀ ଅଭିଯାନ ଶେଷ, ବକ୍ସର ଅମିତ ବି ପ୍ରଥମ ରାଉଣ୍ଡରୁ ବିଦା appeared first on Odisha Reporter.

]]>

ଟୋକିଓ: ବିନା ପଦକରେ ଚଳିତ ଅଲିମ୍ପିକ୍ସରେ ଭାରତର ତୀରନ୍ଦାଜୀ ଅଭିଯାନ ଶେଷ ହୋଇଛି। ପୂର୍ବରୁ ସବୁ ଖେଳାଳି ହାରି ସାରିଥିବା ବେଳେ ଆଜି ସମସ୍ତଙ୍କ ଆଶା ଷ୍ଟାର ତୀରନ୍ଦାଜ ଅତନୁ ଦାସଙ୍କ ଉପରେ ରହିଥିଲା। ହେଲେ ସେ ଆଜି ପ୍ରି କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇଛନ୍ତି। ଏହି ପରାଜୟ ସହ ଚଳିତ ଅଲିମ୍ପିକ୍ସରେ ଭାରତର ତୀରନ୍ଦାଜୀ ଅଭିଯାନ ବିନା ପଦକରେ ଶେଷ ହୋଇଛି।

ସେହିପରି ବିଶ୍ୱର ୧ନଂ ବକ୍ସର ଅମିତ ପଙ୍ଘାଲ ମଧ୍ୟ ସମସ୍ତଙ୍କୁ ନିରାଶ କରିଛନ୍ତି। ସେ ପ୍ରଥମ ମ୍ୟାଚରେ ପରାସ୍ତ ହୋଇ ଅଲିମ୍ପିକ୍ସରୁ ବାଦ ପଡ଼ିଛନ୍ତି। ଫଳରେ ତାଙ୍କ ଠାରୁ ପଦକ ଆଶା କରିଥିବା ଭାରତୀୟଙ୍କୁ ନିରାଶ ହେବାକୁ ପଡ଼ିଛି।

ଆଜି ସକାଳେ ଅତନୁ ପ୍ରି କ୍ୱାର୍ଟର ମ୍ୟାଚ୍‌ରେ ଜାପାନର ତାକାହାରୁ ଫୁରୁକାୱାଙ୍କୁ ଭେଟିଥିଲେ। ପୂର୍ବ ମ୍ୟାଚ୍‌ରେ ଅତନୁ ଲଣ୍ଡନ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ହରାଇଥିବାରୁ ସମସ୍ତେ ତାଙ୍କ ଠାରୁ ବିଜୟ ଆଶା କରିଥିଲେ। କିନ୍ତୁ ସେ ତାକାହାରୁଙ୍କ ଠାରୁ ୪-୬ ପଏଣ୍ଟରେ ହାରି ଯାଇଛନ୍ତି। ଗତକାଲି ତାଙ୍କ ପତ୍ନୀ ତଥା ବିଶ୍ୱର ୧ନଂ ତୀରନ୍ଦାଜ ଦୀପିକା କୁମାରୀ ମଧ୍ୟ ଦକ୍ଷିଣ କୋରିଆର ଆନ ସାନଙ୍କ ଠାରୁ ପରାସ୍ତ ହୋଇଥିଲେ।

ଅନ୍ୟପକ୍ଷରେ ଅମିତ ୫୨ କେଜି ବର୍ଗର ବକ୍ସିଂ ମୁକାବିଲାରେ ରିଓ ଅଲିମ୍ପିକ୍ସର ରୌପ ପଦକ ବିଜେତା ୟୁବେରଜେନ ମାର୍ଟିନଞ୍ଜେଙ୍କୁ ଭେଟିଥିଲେ। ପ୍ରଥମ ସେଟ୍‌କୁ ଅମିତ ଚମତ୍କାର ଢଙ୍ଗରେ ୪:୧ରେ ଜିତି ନେଇଥିଲେ। କିନ୍ତୁ ଦ୍ୱିତୀୟ ସେଟ୍‌ରେ ୟୁବେରଜେନ ଜବରଦସ୍ତ କମବ୍ୟାକ୍‌ କରିଥିଲେ।

ସେ ଏହି ସେଟକୁ ଜିତି ନେଇଥିଲେ। ତୃତୀୟ ସେଟରେ ମଧ୍ୟ ସେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଅମିତ ଦୁଇଟି ଯାକ ସେଟରେ ଅଧିକ ଡିଫେନ୍ସିଭ ହୋଇଯିବାରୁ ଏହାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିଥିଲା। ଶେଷରେ ୟୁବେରଜେନ ୪:୧ରେ ମ୍ୟାଚ୍‌ ଜିତି ନେଇଥିଲେ। ଏଥିସହ ଅମିତଙ୍କ ଅଲିମ୍ପିକ୍ସ ଅଭିଯାନରେ ପୂର୍ଣ୍ଣଚ୍ଛେଦ ଟାଣି ଦେଇଥିଲେ।

The post ଭାରତର ତୀରନ୍ଦାଜୀ ଅଭିଯାନ ଶେଷ, ବକ୍ସର ଅମିତ ବି ପ୍ରଥମ ରାଉଣ୍ଡରୁ ବିଦା appeared first on Odisha Reporter.

]]>
left bottom, Tokyo Olympics 2021-07-31 17:35:43 https://cdn.odishareporter.in/wp-content/uploads/2021/07/31150142/amit.jpg