ଦେହରେ କଳା ରଙ୍ଗର ଜ୍ୟାକେଟ୍ ଆଉ ହାତରେ ଚଟୁ। ଗ୍ୟାସ୍ ଉପରେ ବସିଛି ବଡ ହଣ୍ଡା। ଚାଲିଛି ବିରିୟାନୀ ପ୍ରସ୍ତୁତି। ପୂରା ମାଷ୍ଟର ସେଫ ଭଳି ରାସ୍ତାକଡ଼ରେ ଠିଆ ହୋଇ ରୋଷେଇ କରୁଛନ୍ତି ଅଭିନେତା ଅଜିତ। ରୋଷେଇ କରିବା ବେଳେ ସେ ଝାଳନାଳ ମଧ୍ୟ ହୋଇଯାଉଛନ୍ତି। ଭାଇରାଲ ହୋଇଥିବା ଭିଡିଓରେ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି।
ପ୍ରକୃତରେ ଫିଲ୍ମରୁ କିଛି ଦିନ ପାଇଁ ବ୍ରେକ୍ ନେଇ ନିଜ ସାଙ୍ଗ ସାଥୀଙ୍କ ସହ ରୋଡ୍ ଟ୍ରିପ୍ରେ ବାହାରିଛନ୍ତି ଅଜିତ। ଷ୍ଟପ୍ ଓଭର୍ ତଥା ଆରାମ କରିବା ପାଇଁ ଅଭିନେତା ଓ ତାଙ୍କ ରୋଡ୍ ଟ୍ରିପ୍ ଗ୍ୟାଙ୍ଗ ମଧ୍ୟପ୍ରଦେଶରେ ଅଟକି ଥିଲେ। ଏହି ସମୟରେ ଅଜିତ ସମସ୍ତଙ୍କ ପାଇଁ ବିରିୟାନୀ ରୋଷେଇ କରିଥିଲେ। ୫୨ ବର୍ଷୀୟ ଅଜିତଙ୍କ ଏହି ନୂଆ ଅନ୍ଦାଜ ଏବେ ତାଙ୍କ ଫ୍ୟାନ୍ମାନଙ୍କୁ ବେଶ୍ ପସନ୍ଦ ଆସିଛି। ଅନେକ ୟୁଜର୍ସ କମେଣ୍ଟ କରି ତାମିଲ ଅଭିନେତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି।
Exclusive Video 😎🔥AK Cooking briyani For Rider❤️ We Always Love you Sir ❤️#VidaaMuyarchi #AjithKumar#Ajith #AjithKumar #vidaaMuyarchi #Goodbadugly #GoodBadUgly pic.twitter.com/i5LdoGLvBY
— Ajithkumar_Samrajyam (@Ak_Samrajyam) March 21, 2024
ଶେଷଥର ପାଇଁ ଅଜିତଙ୍କୁ ତାମିଲ ଫିଲ୍ମ 'ବିଦା ମୁୟାର୍ଚ୍ଚି'ରେ ଦେଖିବାକୁ ମିଳିଥିଲା। ଆଗକୁ ସେ ଅପକମିଂ ଫିଲ୍ମ 'ଗୁଡ ବ୍ୟାଡ୍ ଅଗଲି'ରେ ନଜର ଆସିବେ।
ଫେବ୍ରୁଆରୀ ୪ ତାରିଖ ଦିନ ସକାଳ ୩ଟାରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅଭିନେତ୍ରୀ କାସିୟାମ୍ମଲଙ୍କୁ ତାଙ୍କ ପୁଅ ନମ୍ମାକୋଡି ମଦ ପିଇବା ପାଇଁ ଟଙ୍କା ମାଗିଥିଲେ। କିନ୍ତୁ ସେ ଟଙ୍କା ଦେବାକୁ ମନା କରିଦେଇଥିଲେ। ବାସ୍ ଏତିକିରେ ରାଗି ଯାଇଥିଲା ପୁଅ। ଏହାପରେ କାସିୟାମ୍ମଲଙ୍କୁ ଘରେ ରଖାଯାଇଥିବା କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିଲା ପୁଅ। ତେବେ ମା'କୁ ହତ୍ୟା କରିବା ପୂର୍ବରୁ ନମ୍ମକୋଡି ମଦ ନିଶାରେ ଥିଲା।
ଏହି ମାମଲାରେ ଅଭିଯୁକ୍ତ ପୁଅ ନମ୍ମାକୋଡିକୁ ପୁଲିସ ଗିରଫ କରିଛି। ଆଇପିସି ଧାରା ୩୦୨ ଅନୁଯାୟୀ ପୁଲିସ ମାମଲା ରୁଜୁ କରିଛି। ନମ୍ମାକୋଡି ନିଜ ସ୍ତ୍ରୀଠାରୁ ଭିନ୍ନ ହୋଇସାରିଛନ୍ତି। ସେ ନିଜ ମା'ଙ୍କ ଉପରେ ନିର୍ଭରଶୀଳ ଥିଲେ। ଅଭିନେତ୍ରୀଙ୍କୁ ଯେଉଁ କାଠ ଫାଳିଆ ପିଟି ପିଟି ପୁଅ ହତ୍ୟା କରିଥିଲା ତାକୁ ପୁଲିସ ଜବତ କରିଛି। ମାମଲାର ତଦନ୍ତ ଜାରି ରଖିଛି।
କହିରଖୁ ଯେ, ୨୦୨୧ରେ ରିଲିଜ ହୋଇଥିବା ଫିଲ୍ମ 'କଦୈସି ଭିଭାସୟୀ'ରେ ୭୪ ବର୍ଷୀୟ ଅଭିନେତ୍ରୀ କାସିୟାମ୍ମଲ ଅଭିନୟ କରିଥିଲେ। ଏହି ଫିଲ୍ମରେ ତାଙ୍କର ଦମ୍ଦାର ଅଭିନୟ ଦର୍ଶକଙ୍କ ହୃଦୟ ଜିତିଥିଲା। ନିର୍ଦ୍ଦେଶକ ମାଣିକନ୍ଦନଙ୍କ ଏହି ତାମିଲ ଫିଲ୍ମରେ ଦିବଙ୍ଗତ ଅଭିନେତ୍ରୀ ନଲନ୍ଦୀ ଓ ବିଜୟ ସେଥୁପତି ଥିଲେ। ଫିଲ୍ମଟି କୃଷକଙ୍କ ଜୀବନୀ ଉପରେ ଆଧାରିତ ଥିଲା। ଏହି ସର୍ବଶ୍ରେଷ୍ଠ ତାମିଲ ଫିଲ୍ମ ପାଇଁ ଏହା ମନୋନୀତ ମଧ୍ୟ ହୋଇଥିଲା।
ସାଉଥ ଫିଲ୍ମ 'ଅନ୍ନପୂର୍ଣ୍ଣା' ରିଲିଜ ହେବାର ଏକ ମାସ ବିତି ଗଲାଣି। ତଥାପି ଏହି ଫିଲ୍ମକୁ ନେଇ ଏବେବି ଚର୍ଚ୍ଚା ଜାରି ରହିଛି। ଫିଲ୍ମଟି ଏବେ ବିବାଦ ଭିତରକୁ ଟାଣି ହୋଇଛି। ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଫିଲ୍ମ ମେକର୍ସଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ରମେଶ ସୋଲଙ୍କି ନାମକ ଜଣେ ସୋଶାଲ ମିଡିଆ ୟୁଜର୍ସ ଏହି ଫିଲ୍ମକୁ ବିରୋଧ କିରଛନ୍ତି। ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ଅଭିଯୋଗ ମୁତାବକ, ଏହି ଫିଲ୍ମଟି ଅଣ ହିନ୍ଦୁ। ଏଥିରେ ଭଗବାନ ରାମଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ କରାଯାଇଛି। ଫିଲ୍ମରେ ଭଗବାନ ରାମ ଆମିଷ ଖାଉଥିଲେ ବୋଲି କୁହାଯାଇଛି। ଯାହା ଭକ୍ତମାନଙ୍କ ଭାବନାକୁ ଆଘାତ ଦେଇଛି। ସେ ଜି' ଓ ନେଟ୍ଫ୍ଲିକ୍ସ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି।
I have filed complain against #AntiHinduZee and #AntiHinduNetflix
— Ramesh Solanki🇮🇳 (@Rajput_Ramesh) January 6, 2024
At a time when the whole world is rejoicing in anticipation of the Pran Pratishtha of Bhagwan Shri Ram Mandir, this anti-Hindu film Annapoorani has been released on Netflix, produced by Zee Studios, Naad Sstudios… pic.twitter.com/zM0drX4LMR
ଯେଉଁଠି ସାରା ଭାରତ ଭଗବାନ ରାମଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ପାଳନ କରୁଛି ସେଠି ଏକ ଅଣ ହିନ୍ଦୁ ଫିଲ୍ମ 'ଅନ୍ନପୂର୍ଣ୍ଣା' ନେଟ୍ଫ୍ଲିକ୍ସରେ ରିଲିଜ କରାଯାଇଥିବା ସେ କହିଛନ୍ତି। କେବଳ ସେତିକି ନୁହେଁ ଏହି ଫିଲ୍ମରେ ଜଣେ ହିନ୍ଦୁ ପୂଜାରୀଙ୍କ ଝିଅ ବିରିୟାନୀ ରୋଷେଇ କରିବା ପାଇଁ ନମାଜ ପଢ଼ୁଥିବା ଦେଖିବାକୁ ମିଳିଛି। ଫିଲ୍ମ ଜରିଆରେ ଲଭ୍ ଜିହାଦଙ୍କୁ ପ୍ରମୋଟ କରାଯାଇଛି। ନେଟ୍ଫ୍ଲିକ୍ସ ଓ ଜି' ଜାଣିଶୁଣି ଏହି ଫିଲ୍ମକୁ ତିଆରି କରିଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି।
ଏହି ଫିଲ୍ମ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁମ୍ବାଇ ପୁଲିସ ଓ ମହାରାଷ୍ଟ୍ର ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ସଲୋଙ୍କି ଅନୁରୋଧ କରିଛନ୍ତି। ତେବେ ଏହି ଅଭିଯୋଗକୁ ନେଇ ଜି କିମ୍ବା ନେଟ୍ଫ୍ଲିକ୍ସ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ।
'ଅନ୍ନପୂର୍ଣ୍ଣା' ହେଉଛି ଏକ ତାମିଲ ଫିଲ୍ମ। ଏଥିରେ ନୟନତାରା ଲିଡ୍ ରୋଲରେ ଅଛନ୍ତି। ତାଙ୍କ ସହ ଜୟ, ସତ୍ୟରାଜ, କାର୍ତ୍ତିକ କୁମାର ଓ ରେଣୁକା ମଧ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି। ଏହି ଫିଲ୍ମଟି ଜଣେ ରୋଷେୟା ବା ସେଫ୍ଙ୍କ କାହାଣୀ ଉପରେ ଆଧାରିତ।
ଜଣାଶୁଣା ସାଉଥ ଅଭିନେତା ତଥା ରାଜନେତା ବିଜୟକାନ୍ତଙ୍କ ଅନ୍ତିମ ସଂସ୍କାରରେ ଶୁକ୍ରବାର ଅନେକ ତାରକା ସାମିଲ ହୋଇଥିଲେ। ଅଭିନେତା ଥଲପତି ବିଜୟ ମଧ୍ୟ ତାଙ୍କ ଅନ୍ତିମ ଦର୍ଶନ ପାଇଁ ଯାଇଥିଲେ। ସେ ବିଜୟକାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଫେରିବା ପରେ ତାଙ୍କ ଉପରେ ଚପଲ ମାଡ଼ ହୋଇଥିଲା।
ବିଜୟ ତାଙ୍କ କାର୍ ଆଡକୁ ଯିବା ବେଳେ ସେ ଭିଡ଼ ଭିତରେ ଫଶି ଯାଇଥିଲେ। ଏହି ସମୟରେ କିଏ ତାଙ୍କ ଚୁଟିକୁ ଛୁଇଁଥିଲା ତ ଆଉ କିଏ ତାଙ୍କ ହାତ ଧରି ଟାଣି ନେଉଥିଲା। ପ୍ରବଳ ଠେଳାପେଲା ଭିତରେ ଏହାର ସୁଯୋଗ ନେଇ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଚପଲରେ ଆକ୍ରମଣ କରିଥିବା ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି।
We #Ajith fans strongly condemneding this disrespect behaviour to vijay . whoever it may be, we should respect when they came to our place.
— AK (@iam_K_A) December 29, 2023
Throwing slipper to @actorvijay is totally not acceptable 👎🏻
Stay strong #Vijay #RIPCaptainVijayakanth pic.twitter.com/dVg9RjC7Yy
ତେବେ ବିଜୟଙ୍କ ଉପରକୁ ଚପଲ ଫିଙ୍ଗା ଯାଇଥିଲେ ସୁଧା ତାଙ୍କ ଦେହରେ ବାଜିନି। ଚପଲଟି ତାଙ୍କ ନିକଟରେ ପଡିଥିଲା। ପରେ ସୁରକ୍ଷାକର୍ମୀ ଏହାକୁ ଫିଙ୍ଗି ଦେଇଥିଲେ। ତେବେ ବିଜୟଙ୍କ ଉପରେ କାହିଁକି ଚପଲ ମାଡ଼ ହୋଇଛି। କଏ କରିଛି ଏନେଇ କୌଣସ ସୂଚନା ମିଳିନି। ଭିଡିଓରେ ଅଭିନେତାଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି ହୋଇଥିବା ସ୍ପଷ୍ଟ ନଜର ଆସିଛି।
୩୦ ବର୍ଷୀୟ ଜଗଦୀଶ ପ୍ରତାପ ଜଣେ ଜୁନିଅର ଆର୍ଟିଷ୍ଟଙ୍କ ସହ ଲିଭ୍-ଇନ୍ ରିଲେସନ୍ରେ ରହୁଥିଲେ। ତେବେ ନଭେମ୍ବର ୨୯ ତାରିଖରେ ଜଗଦୀଶଙ୍କ ସହ ଲିଭ୍-ଇନ୍ରେ ରହୁଥିବା ମହିଳା ଜଣଙ୍କ ଆତ୍ମହତ୍ୟା କରିଥିଲେ। ଏହା ପରେ ମୃତକଙ୍କ ପରିବାର ଜଗଦୀଶଙ୍କୁ ମହିଳାଙ୍କ ମୃତ୍ୟୁ ପାଇଁ ଦାୟୀ କରିବା ଆରମ୍ଭ କରିଥିଲେ। ଅଭିଯୋଗ ଏବଂ ତଦନ୍ତ ଆଧାରରେ ଏହି ପୁଷ୍ପା ଫେମ୍ ଅଭିନେତାଙ୍କୁ ବୁଧବାର ଧାରା ୩୦୬ ଅନୁଯାୟୀ ପୁଲିସ ଗିରଫ କରିଛି।
ପୁଲିସ ତଦନ୍ତରୁ ଜଣାପଡିଛି ଯେ, ମୃତ ମହିଳା ନଭେମ୍ବର ୨୭ ତାରିଖରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଥିବା ବେଳେ ଅଭିନେତା ଜଗଦୀଶ ଭିଡିଓ କ୍ଲିପ୍ କରିଥିଲେ। ଏହା ପରେ ଜଗଦୀଶ ଉକ୍ତ ମହିଳାଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲେ। ଇଣ୍ଟରନେଟରେ ତାଙ୍କର ବ୍ୟକ୍ତିଗତ ଫଟୋ ପୋଷ୍ଟ କରିବାକୁ ଧମକ ଦେଇଥିଲେ। ଏହାପରେ ମହିଳା ଜଣକ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ କହିଛି।
ମହିଳାଙ୍କ ମୃତ୍ୟୁ ପରଠାରୁ ଜଗଦୀଶ ଫେରାର ଥିବା ନେଇ ଅଭିଯୋଗ ହୋଇଥିଲା। ଶେଷରେ ପୁଲିସ ତଦନ୍ତ ବେଳେ ତାଙ୍କୁ ଗିରଫ କରିଛି। ବର୍ତ୍ତମାନ ପୁଲିସ ପୁଷ୍ପା ଅଭିନେତାଙ୍କୁ ରିମାଣ୍ଡରେ ନେଇ ମାମଲାର ଅଧିକ ତଦନ୍ତ ଜାରି ରଖିଛି।
ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ତଥା ତାମିଲ ବିଗ୍ବସ୍ ସିଜନ୍-୩ର ପ୍ରତିଯୋଗୀ ବନିତା ବିଜୟକୁମାରଙ୍କ ସହ ହୋଇଛି ମାର୍ପିଟ୍। କେହି ଜଣେ ଦୁର୍ବୃତ୍ତ ବିଳମ୍ବିତ ରାତିରେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିରେ ସେ ଗୁରୁତର ହୋଇଛନ୍ତି। ତାଙ୍କ ଚେହେରା ପୂରାପୁରି ବିଗିଡି ଯାଇଛି। ଏନେଇ ସେ ଖୋଦ୍ ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରି ଯନ୍ତ୍ରଣା ବଖାଣିଛନ୍ତି।
ବିନିତାଙ୍କ କହିବା ଅନୁସାରେ, #BiggBossTamil7ର ରିଭ୍ୟୁ ସାରି ଖାଇବା ପରେ ଘରକୁ ଫେରିବା ପାଇଁ ନିଜ କାର୍ ଆଡୁକୁ ଯାଉଥିଲେ। ଏହି ସମୟରେ ଅନ୍ଧାରର ସୁଯୋଗ ନେଇ କେହି ଜଣେ ଦୁର୍ବୃତ୍ତ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ ଯୋଗୁ ତାଙ୍କ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କର ପୂରା ମୁହଁ ରକ୍ତାକ୍ତ ହୋଇଯାଇଛି। ଏପରିକି ତାଙ୍କୁ ଚିହ୍ନିବା ବି ମୁସକିଲ ହୋଇପଡିଛି। ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
Bravely posting my attack . #BiggBoss7Tamil is just a game show on tv . I don’t deserve to go thru this pic.twitter.com/X6rI8io4GB
— Vanitha Vijaykumar (@vanithavijayku1) November 26, 2023
ବିଳମ୍ବିତ ରାତିରେ ହୋଇଥିବା ଏହି ଆକ୍ରମଣ ପରେ ସେ ଆଖପାଖରେ ସହାୟତା ପାଇଁ ଡାକିଥିଲେ ମଧ୍ୟ କେହି ଆସିନଥିଲେ। ପରେ ସେ ନିଜ ଭଉଣୀଙ୍କୁ ଡାକି ହସ୍ପିଟାଲକୁ ଯାଇଥିଲେ। ଅଭିନେତ୍ରୀ ଏହି ଆକ୍ରମଣ ପାଇଁ କାହାକୁ ଦାୟୀ କରିନଥିବା ବେଳେ ସୋଶାଲ ମିଡିଆ ପୋଷ୍ଟରେ ପ୍ରଦୀପ ଆଣ୍ଟୋନୀ ନାମକ ଜଣେ ବ୍ୟକ୍ତିଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ଆକ୍ରମଣାତ୍ମକ ସ୍ୱାଭାବ ପାଇଁ ବିଗ୍ବସ୍-୭ରୁ ତାଙ୍କୁ ଆଉଟ୍ କରାଯାଇଥିଲା। ଏହାପରେ ତାଙ୍କ ଉପରେ ଏଭଳି ଆକ୍ରମଣ ହୋଇଥିବା କୁହାଯାଉଛି। ସେପଟେ ଅଭିନେତ୍ରୀଙ୍କ ଏଭଳି ଅବସ୍ଥା ଦେଖି ତାଙ୍କ ଫ୍ୟାନ୍ମାନେ ଚକିତ ହୋଇପଡିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
କିଛି ଦିନ ତଳେ ମନସୁରଙ୍କ ଏକ ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହେବାକୁ ଲାଗିଲା। ସେଥିରେ ତ୍ରିଷାଙ୍କ ବିରୋଧରେ ସେ ଅଭଦ୍ର ଟିପ୍ପଣୀ ଦେଉଥିବା ଶୁଣିବାକୁ ମିଳିଥିଲ। ଏହାକୁ ନେଇ ମନସୁରଙ୍କୁ ଚାରିଆଡ଼ୁ ସମାଲୋଚନାର ଶିକାର ହେବାକୁ ପଡ଼ିଲା। ଏପରିକି ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏପରିକି ମନସୁରଙ୍କ ବିରୋଧରେ ମହିଳା ଆୟୋଗ ମଧ୍ୟ ମାମଲା ରୁଜୁ କରିଛନ୍ତି। ଚାରିଆଡ଼ୁ ଫସିଯିବା ପରେ ଶେଷରେ ମନସୁର ତ୍ରିଷାଙ୍କୁ କ୍ଷମା ମାଗିଥିବା ଜଣାଯାଇଛି।
ଏବେ ମନସୁରଙ୍କ କ୍ଷମା ମାଗିବା ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ତ୍ରିଷା। ଏ ସଂକ୍ରାନ୍ତରେ ସେ କହିଛନ୍ତି, ଭୁଲ୍ କରିବା ମଣିଷର ସ୍ୱଭାବ ଓ କ୍ଷମା ଦେବା ଦେବତାଙ୍କ ଗୁଣ ।
ଫିଲ୍ମ ‘ଲିୟା’ରେ ଉଭୟ ତ୍ରିଷା ଓ ମନସୁର ଅଲି ଖାନ ଅଭିନୟ କରୁଛନ୍ତି। ଏହି ଫିଲ୍ମରେ ତ୍ରିଷାଙ୍କ ସହ ଗୋଟିଏ ବି ସିନ୍ ନ ଥିବାରୁ ଏହାକୁ ନେଇ ଅଭଦ୍ର ଟିପ୍ପଣୀ ଦେଇଥିଲେ ମନସୁର। ଏହା ଜାଣିବା ପରେ ଖପ୍ପା ହୋଇ ଯାଇଥିବା ତ୍ରିଷା ଭବିଷ୍ୟତରେ କେବେ ବି ମନସୁରଙ୍କ ସହ ଅଭିନୟ କରିବେ ନାହିଁ ବୋଲି ନିଜ ସୋଶାଲ ମିଡିଆ ସାଇଟ୍ରେ ପୋଷ୍ଟ କରିଥିଲେ। ଏହାପରେ ଏନେଇ ପୁଲିସ୍ ମନସୁରଙ୍କ ବିରୋଧରେ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ନେଇ ମାମଲା ରୁଜୁ କରିଥିଲା। ଏହାପରେ ବାଧ୍ୟ ହୋଇ ମନସୁର ତ୍ରିଷାଙ୍କୁ କ୍ଷମା ମାଗିଥିବା ଜଣାଯାଇଛି।
୧୭ ବର୍ଷୀୟ ଯାତ୍ରା ରାଜା ବିନା ହେଲ୍ମେଟ୍ ଓ ଲାଇସେନ୍ସରେ ଚେନ୍ନାଇର ପୋସ୍ ଗାର୍ଡେନ୍ ଅଞ୍ଚଳରେ ଏକ ସୁପରବାଇକ୍ ଚଳାଉଥିବା ବେଳେ ଧରାପଡିଥିଲେ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବା ପରେ ତାଙ୍କ ବିରୋଧରେ ପୁଲିସ ଆକ୍ସନ ନେଇଛି। ତାଙ୍କ ନାଁରେ ୧୦୦୦ ଟଙ୍କାର ଚାଲାଣ କାଟିଛି ପୁଲିସ।
ଭିଡିଓରେ ୟାତ୍ରା ରାଜା ଜଣେ ଗାଇଡଙ୍କ ସାହାଯ୍ୟରେ ରାସ୍ତାରେ ସୁପର୍ ବାଇକ ଧରି ବୁଲୁଥିବା ଦେଖିବାକୁ ମିଳିଛି। ସେ ବାଇକ୍ ଚଳାଇବା ଶିଖୁଥିଲେ। ତେବେ ଭିଡିଓ ସାମ୍ନାକୁ ଆସିବା ପରେ ତାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କାରଣ ଯାତ୍ରା ହେଲମେଟ ପିନ୍ଧି ନଥିଲେ କିତାଙ୍କ ବାଇକରେ ନମ୍ବର ପ୍ଲେଟ ମଧ୍ୟ ସ୍ପଷ୍ଟ ଭାବେ ଦେଖାଯାଉ ନଥିଲା। ପୁଲିସ ଧନୁଷ ଏବଂ ତାଙ୍କ ପୁଅଙ୍କ ସହ ଯୋଗାଯୋଗ କରିବା ପରେ ତାଙ୍କ ନିକଟରେ କୌଣସି ଡ୍ରାଇଭିଂ ଲାଇସେନ୍ସ ନଥିବା ଜଣାପଡିଥିଲା। ଭିଡିଓରେ ତାଙ୍କର ପରିଚୟ ନିଶ୍ଚିତ କରିବାକୁ ପୁଲିସ ଯାତ୍ରାଙ୍କ ମାଆ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ସହ ମଧ୍ୟ ଯୋଗାଯୋଗ କରିଥିଲା। ଚାଲାଣ କଟିବା ଖବର ସାମ୍ନାକୁ ଆସିବା ପରେ ଧନୁଷଙ୍କ ପୁଅ ଯାତ୍ରା ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।
କହିରଖୁ ଯେ ଧନୁଷ ଓ ଐଶ୍ୱର୍ଯ୍ୟା ଏକ ବର୍ଷ ପୂର୍ବେ ପରସ୍ପରଙ୍କଠାରୁ ଅଲଗା ହୋଇ ସାରିଛନ୍ତି। ତେବେ ଉଭୟ ସେମାନଙ୍କର ଦୁଇ ପୁଅଙ୍କ ଦାୟିତ୍ୱ ବହନ କରୁଛନ୍ତି। ୨୦୦୪ ମସିହା ନଭେମ୍ବର ୧୮ ତାରିଖରେ ଧନୁଷ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ତଥା ଫିଲ୍ମ ନିର୍ମାତା ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଥିଲେ। ଦୁଇ ବର୍ଷ ପରେ, ୨୦୦୬ ମସିହାରେ ପୁଅ ଯାତ୍ରା ଜନ୍ମ ହୋଇଥିବା ବେଳେ୨୦୧୦ରେ ସେମାନଙ୍କ ଦ୍ୱିତୀୟ ପୁଅ ଲିଙ୍ଗା ଜନ୍ମ ହୋଇଥିଲା।
ସୂଚନା ମୁତାବକ, ଧନୁଷ ଏବେ ତାଙ୍କ ଅପ୍କମିଂ ଫିଲ୍ମ 'କ୍ୟାପ୍ଟେନ୍ ମିଲର' ଯୋଗୁ ବ୍ୟସ୍ତ ଅଛନ୍ତି। ଲୋକେ ତାଙ୍କର ଏହି ଫିଲ୍ମକୁ ଉତ୍ସାହର ଅପେକ୍ଷା କରି ବସିଛନ୍ତି।
ବୟସ ଜନିତ ଅସୁସ୍ଥତା କାରଣରୁ ବେଶ କିଛି ଦିନ ହେବ ସେ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ସକାଳ ପ୍ରାୟ ୧୦ଟା ବେଳେ ହଠାତ୍ ତାଙ୍କର ହୃଦଘାତ ହେବାରୁ ସେ ହସ୍ପିଟାଲରେ ହିଁ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଚନ୍ଦ୍ର ମୋହନ ତାଙ୍କ ପତ୍ନୀ ଓ ଦୁଇ ଝିଅଙ୍କ ସହ ରହୁଥିଲେ।
ଆପୋଲୋ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ୮୨ ବର୍ଷୀୟ ଚନ୍ଦ୍ର ମୋହନ ଆଜି ସକାଳ ୯.୫୭ ମିନିଟରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ବୟସ ଜନିତ ଅସୁସ୍ଥତା କାରଣରୁ ଏଠାରେ ଭର୍ତ୍ତି ହୋଇଥିଲେ। ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରୁଥିବା ବେଳେ ଆଜି ହୃଦଘାତ ହେବାରୁ ତାଙ୍କର ମୃତ୍ୟୁ ଘଟିଛି।
୯୩୨ଟି ଫିଲ୍ମରେ ଅଭିନୟ କରିଥିବା ଚନ୍ଦ୍ର ମୋହନ ଅନେକ ଲୋକପ୍ରିୟତା ସାଉଁଟି ଥିଲେ। ଆଜି ତାଙ୍କର ଦେହାନ୍ତ ହୋଇଥିବା ବେଳେ ଆସନ୍ତା ୧୩ ତାରିଖରେ ଅନ୍ତିମ ସଂସ୍କାର କରାଯିବ। ଦୁଇ ଦିନ ଧରି ସାଧାରଣ ଲୋକ ଓ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କର ଶେଷ ଦର୍ଶନ କରିବେ। ଏଥିପାଇଁ ତାଙ୍କ ବାସଭବନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।
ଚନ୍ଦ୍ର ମୋହନଙ୍କ ପ୍ରକୃତ ନାଁ ହେଉଛି ମଲ୍ଲାମପାଲ୍ଲୀ ଚନ୍ଦ୍ରଶେଖର ରାଓ। ସେ ୧୯୪୩ ମସିହା ମେ’ ୨୩ ତାରିଖରେ ଆନ୍ଧ୍ର ପ୍ରଦେଶର କ୍ରିଷ୍ଣା ରିଜନ ଅନ୍ତର୍ଗତ ପାମିଡିମୁକ୍କାଲା ଗାଁରେ ଜନ୍ମ ଗ୍ରହଣ କରିଥିଲେ। ୧୯୬୬ରେ ରାଙ୍ଗୁଲା ରତନାମ ସିନେମା ସହ ତାଙ୍କର ଅଭିନୟ କ୍ୟାରିୟର ଆରମ୍ଭ ହୋଇଥିଲା। ଏହାପରେ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ।
ଚନ୍ଦ୍ର ମୋହନ ୯୩୨ଟି ଫିଲ୍ମରେ ନଜର ଆସିଥିବା ବେଳେ ୧୫୦ଟି ସିନେମାରେ ତାଙ୍କୁ ଲିଡ୍ ରୋଲ ମିଳିଥିଲା। ସେ ୨ଥର ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ନନ୍ଦୀ ସମ୍ମାନ ଓ ଗୋଟିଏ ଥର ଫିଲ୍ମ ଫେୟାର ଆୱାର୍ଡ ଜିତିଥିଲେ।
ଚନ୍ଦ୍ର ମୋହନଙ୍କ ସମ୍ପର୍କୀୟ ଭାଇ ହେଉଛନ୍ତି ଭେଟରାନ ନିର୍ଦ୍ଦେଶକ ତଥା ଦାଦା ସାହାବ ଫାଲକେ ଆୱାର୍ଡ ବିଜେ କେ ବିଶ୍ୱନାଥ। ଚଳିତ ବର୍ଷ ଫେବୃଆରୀ ମାସରେ ବିଶ୍ୱନାଥଙ୍କ ଦେହାନ୍ତ ହୋଇଥିଲା। ଲୋକପ୍ରିୟ କଣ୍ଠଶିଳ୍ପୀ ଦିବଙ୍ଗତ ଏସ୍ପି ବାଲାସୁବ୍ରମନିୟମଙ୍କ ସହ ମଧ୍ୟ ଚନ୍ଦ୍ର ମୋହନଙ୍କ ଘନିଷ୍ଠତା ରହିଥିଲା।
ଆଜି ଚନ୍ଦ୍ର ମୋହନଙ୍କ ବିୟୋଗରେ ମେଗାଷ୍ଟାର ଚିରଞ୍ଜୀବିଙ୍କ ଠାରୁ ଆରମ୍ଭ କରି ଜୁନିୟର ଏନଟିଆର ଏବଂ ଅନେକ ବିଶିଷ୍ଠ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।
ଗତକାଲି ଅଭିନେତ୍ରୀ ପ୍ରିୟଙ୍କା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ତାଙ୍କ ପେଟରେ ଥିବା ଛୁଆଟିର ଜୀବନ ବଞ୍ଚି ଯାଇଛି। ନବଜାତ ଶିଶୁଟିକୁ ଏନ୍ଆଇସିୟୁରେ ରଖାଯାଇଛି। ଏନେଇ ମଲୟାଲମ ଅଭିନେତା କିଶୋର ସତ୍ୟା ସୋଶାଲ ମିଡଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି।
ଅଭିନେତା କିଶୋରଙ୍କ କହିବା ମୁତାବକ, ପ୍ରିୟାଙ୍କ କୌଣସି ସ୍ୱାସ୍ଥ୍ୟ ସମସ୍ୟା ନଥିଲା। ସେ ନିୟମିତ ଚିକିତ୍ସା ପାଇଁ ହସ୍ପିଟାଲ ଯାଇଥିଲେ। ସେଠାରେ ତାଙ୍କର ହୃଦ୍ଘାତ ହେବା ଫଳରେ ମୃତ୍ୟୁ ହୋଇଛି। ସେପଟେ ଝିଅର ମୃତ୍ୟୁ ପରେ ଅଭିନେତ୍ରୀଙ୍କ ମା' ଭାଙ୍ଗି ପଡିଛନ୍ତି।
‼️ BREAKING ‼️
— Update Chaser (@UpdateChaser) November 1, 2023
Malayalam TV actress Dr Priya, who was seen in shows like Karuthamuthu, has passed away after a cardiac arrest.
The 35-year-old was eight months pregnant when she breathed her last at a private hospital pic.twitter.com/XuW3denwvA
ସୂଚନା ମୁତାବକ, ମଲୟାଲମ ଟିଭି ଶୋ' 'କରୁଥାମୁଥୁ'ରୁ ପ୍ରିୟା ଲାଇମ୍ ଲାଇଟ୍କୁ ଆସିଥିଲେ। ଏଥିରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା। ତେବେ ସେ ଦୀର୍ଘ ଦିନ ହେବ ଟେଲିଭିଜନ ଜଗତଠାରୁ ଦୂରେଇ ରହିଥିଲେ।
୨୦୦୪ରେ ସାଉଥର ସୁପରଷ୍ଟାର ତଥା ଥଲାଇଭା ରଜନୀକାନ୍ତଙ୍କ ବଡ ଝିଅ ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଥିଲେ ଧନୁଷ। ତେବେ ବିବାହର ୧୮ ବର୍ଷ ପରେ ୨୦୨୨ରେ ଦୁହେଁ ପରସ୍ପର ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଅଲଗା ହେବା ପରେ ବି ଏ ଦୁହେଁ ଝାଡ଼ପତ୍ର ନେଇ ନାହାନ୍ତି। ରିପୋର୍ଟ ମୁତାବକ, ଦୁହିଁଙ୍କ ମଧ୍ୟରୁ କେହି ଜଣେ ଯଦି ପ୍ରଥମେ ବିବାହ କରିବାକୁ ସ୍ଥିର କରିବେ ସେତେବେଳେ ସେମାନେ ଛାଡ଼ପତ୍ର ପାଇଁ ଆବେଦନ କରିବେ ବୋଲି ଜଣାପଡିଛି।
ବିବାହ ବିଚ୍ଛେଦ ପରେ, ଦୁହିଁଙ୍କର ଜଣେ ଭଲ ବନ୍ଧୁ କହିଥିଲେ ଯେ, ଧନୁଷ ସର୍ବପ୍ରଥମେ ନିଜ କାମକୁ ରଖନ୍ତି। ସେ କାମ କରିବାକୁ କେତେ ଭଲପାଆନ୍ତି ତାହା ତାଙ୍କ ସହ ଜଡ଼ିତ ଲୋକ ଭଲ ଭାବରେ ଜାଣିଛନ୍ତି। ସବୁଠାରୁ ବଡ଼ କଥା ହେଲା ଧନୁଷ କାହା ସହ ନିଜ ମନ କଥା ସେୟାର କରନ୍ତି ନାହିଁ। କେତେବେଳେ ସେ କ’ଣ ଭାବୁଛନ୍ତି। ବା ତାଙ୍କ ମନରେ କ’ଣ ଚାଲିଛି, ତାହା କେହି କହିପାରିବେ ନାହିଁ। ଯେତେବେଳେ ବି ପତ୍ନୀ ଐଶ୍ୱର୍ଯ୍ୟାଙ୍କ ସହ ତାଙ୍କର ଝଗଡ଼ା ହୁଏ ସେ ଆଲୋଚନା ନକରି ନୂଆ ଫିଲ୍ମ ହାତକୁ ନିଅନ୍ତି। ଝଗଡ଼ା ବଢ଼ିବା ଡରରେ ସେ ସବୁବେଳେ ନିଜକୁ କାମରେ ବ୍ୟସ୍ତ ରଖନ୍ତି। ହେଲେ ଦୁହିଁଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରୁ ଶେଷରେ ଦୁହେଁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ଏବେ ଦୁହେଁ ଅଲଗା ରହୁଥିଲେ ବି ନିଜ ପିଲମାନଙ୍କ ପାଇଁ ସମୟ ବାହାର କରି ସାଙ୍ଗ ହୋଇ ସମୟ କଟାଉଛନ୍ତି। ଆଗକୁ ଦୁହେଁ ଏକାଠି ନିଜର ଦୁଇ ପୁଅଙ୍କ ଲାଳନପାଳନ କରିବେ ବୋଲି କୁହାଯାଉଛି।
ବଲିଉଡ୍ ଓ ଓଲିଉଡ୍ ସକ୍ରିୟ ଥିବା ସୌରିନ୍ ଭଟ୍ଟ ଯୌନ ନିର୍ଯାତନା ପରି ଅଭିଯୋଗରେ ଫସିଯାଇଥିଲେ। ମୁମ୍ୱାଇରେ ବ୍ୟାଙ୍କର ଭାବେ କାମ କରୁଥିବା ଜଣେ ଯୁବତୀ ତାଙ୍କ ନାଁରେ ଆଣିଥିଲେ ସଙ୍ଗୀନ ଅଭିଯୋଗ। ଜଣେ ପ୍ରତିଷ୍ଠିତ ଗାୟିକା କରିଦେବାର ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ସୌରିନ୍ ଠକି ଦେଇଥିଲେ। ଏପରିକି ତାଙ୍କଠାରୁ ଟଙ୍କା ନେଇ ଫେରାଉନଥିଲେ। ଟଙ୍କା ମାଗିଲେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଯୁବତୀ ଅଭିଯୋଗ କରିଥିଲେ।
ଜୁନ୍ ୧୨ ତାରିଖରେ ପୀଡ଼ିତା ଏନେଇ କଟକ ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତିକରି ସୌରିନ ଭଟ୍ଟଙ୍କ ନାଁରେ ମାମଲା ରୁଜୁ କରିଥିଲା ମହିଳା ଥାନା ପୁଲିସ୍। ସୌରିନ୍ଙ୍କ ବିରୋଧରେ ଦଫା ୩୭୬, ୪୯୩, ୩୪୧, ୨୯୪, ୪୧୭, ୫୦୬ରେ ମାମଲା ରୁଜୁ କରିଥିଲା। ୧୬୧ ଧାରାରେ ଯୁବତୀଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲା ପୁଲିସ। ଥାନାରେ ହାଜର ପାଇଁ ସୌରିନ୍ଙ୍କ ନୋଟିସ୍ କରିଥିଲା। ହେଲେ ସୌରିନ୍ ଧରାଛୁଆଁ ଦେଇନଥିଲେ।
କମିଶନରେଟ୍ ପୁଲିସ୍ ସୌରିନ୍ଙ୍କ କୋଲକାତା ସ୍ଥିତ ଘରକୁ ଯାଇଥିଲା। ହେଲେ ସେଠାରୁ ଖାଲି ହାତରେ ଫେରିଥିଲା। ସୌରିନ୍ଙ୍କର କୌଣସି ଖୋଜଖବର ପାଇନଥିଲା ପୁଲିସ୍।
ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆସନ୍ତା ୪ ସପ୍ତାହ ମଧ୍ୟରେ ଯୁକ୍ତି ଉପସ୍ଥାପନ ଶେଷ ହେବ। ଅକ୍ଟୋବର ୧୩ ତାରିଖ ସୁଦ୍ଧା ମାମଲାର ପୂର୍ଣ୍ଣାଙ୍ଗ ରାୟ ପ୍ରକାଶ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଆଜି ବର୍ଷାଙ୍କୁ ଅନୁଭବଙ୍କ ପକ୍ଷରୁ ଅଧିକାଂଶ ଅପ୍ରାସଙ୍ଗିକ ପ୍ରଶ୍ନ ପଚରା ଯାଇଥିବା ନେଇ କହିଛନ୍ତି ବର୍ଷାଙ୍କ ଓକିଲ।
ବର୍ଷାଙ୍କ ଓକିଲ ଆଶିଷ ମିଶ୍ର କହିଛନ୍ତି, ଆଜି ବର୍ଷାଙ୍କୁ ଦୁଇ ଭାଗରେ ଜେରା କରାଯାଇଥିଲା। ଜେରା ବେଳେ ବର୍ଷାଙ୍କୁ ବହୁ ଅପ୍ରାସଙ୍ଗିକ ପ୍ରଶ୍ନ ପଚରା ଯାଇଥିଲା। ଯାହାର କୌଣସି ଏହି ମାମଲା ସହିତ ସହିତ ନାହିଁ। ଫାଇନାଲ୍ ଜେରା ପରେ ଆଶା କରାଯାଉଛି ମାମଲା ଖୁବ୍ଶୀଘ୍ର ସମାଧାନ ହୋଇଯିବ ବୋଲି ମିଶ୍ର କହିଛନ୍ତି।
ସେପଟେ ଅନୁଭବଙ୍କ ଓକିଲ ଲଲିତେନ୍ଦୁ ମିଶ୍ର କହିଛନ୍ତି, ଓଡିଶା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ମୁତାବକ ବର୍ଷା ପ୍ରିୟଦର୍ଶିନୀଙ୍କୁ ଆଜି ଫାଇନାଲ୍ ଜେରା କରାଯାଇଥିଲା। ବର୍ଷାଙ୍କୁ ୧୮୦ରୁ ୧୮୫ଟି ପ୍ରଶ୍ନ ପଚରା ଯାଇଥିଲା। ପରେ ଉଭୟ ପକ୍ଷଙ୍କ ଦଲିଲ୍ ଉପସ୍ଥାପନ କରିଥିଲେ ବୋଲି ଅନୁଭବଙ୍କ ଓକିଲ କହିଛନ୍ତି।
ପୁଲିସ୍ର କହିବା ଅନୁସାରେ ପୀଡ଼ିତାଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଛି। ଅଭିଯୋଗ ପରେ ଥାନାରେ ହାଜର ହେବା ପାଇଁ ଗଣମାଧ୍ୟମ ଓ ତାଙ୍କର ଫୋନ୍ରେ ଯୋଗାଯୋଗ କରାଯାଇଥିଲା। ହେଲେ ତାଙ୍କର ଦୁଇଟି ଯାକ ମୋବାଇଲ୍ ବନ୍ଦ ରହିଥିଲା। ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଥିବାରୁ ସେ (ସୌରିନ୍) ସବୁକିଛି ଜାଣିଛନ୍ତି। ଚାହିଁଥିଲେ ସେ ଥାନାରେ ହାଜର ହୋଇ ନିଜର ପକ୍ଷ ରଖିପାରିଥାଆନ୍ତେ। ହେଲେ ସେ ତାହା କଲେ ନାହିଁ। ତେଣୁ ତାଙ୍କ ବିରୋଧରେ ପ୍ରମାଣ ମିଳିଥିବାରୁ ଗିରଫ କରିବା ପାଇଁ ପୁଲିସ୍ ରାଜ୍ୟ ବାହାରକୁ ଯାଇଛି।
କମିଶନରେଟ୍ ପୁଲିସ୍ ଆହୁରି ମଧ୍ୟ କହିଛି, ସେ (ସୌରିନ୍) କଟକ ସିଡିଏରେ ଘୋଟିଏ ଘର ଭଡ଼ାରେ ନେଇଥିଲେ। ଏବେ ମଧ୍ୟ ତାଙ୍କ ନାଁରେ ଘର ଭଡ଼ା ରହିଛି। ସେ ଯେତେବେଳେ କୋଲକାତାରୁ ଆସୁଥିଲେ, ସେହି ଘରେ ରହୁଥିଲେ। ସେହି ଘରକୁ ପୀଡ଼ିତା ଯାଇଥିବା ଏଫ୍ଆଇଆର୍ରେ କହିଥିଲେ। ବର୍ତ୍ତମାନ ସେହି ଘର ଉପରେ ମଧ୍ୟ ନଜର ରଖାଯାଇଥିବା ପୁଲିସ୍ କହିଛି।
ଅଭିଯୋଗରୁ ପ୍ରକାଶ, ମୁମ୍ୱାଇରେ ବ୍ୟାଙ୍କର ଭାବେ କାମ କରୁଥିବା ଜଣେ ଯୁବତୀଙ୍କର କଳା ପ୍ରତି ଅହେତୁକ ରୁଚି ଥିଲା। ନିଜ ଚାକିରି ଜୀବନରୁ ଫୁରସତ୍ ମିଲିଲେ ଷ୍ଟେଜ୍କୁ ଚାଲି ଯାଉଥିଲେ। ଆଉ ମାଇକ୍ରୋ ଫୋନ୍ ଧରି ଗୀତ ଗାଉଥିଲେ। ୨୦୧୫ ମସିହାରେ ସେ ବଲିଉଡ୍ର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ସସ୍ପର୍ଶରେ ଆସିଥିଲେ। ପରବର୍ତ୍ତୀ ସମୟରେ ଉଭୟ ମିଶି ବହୁ ଷ୍ଟେଜ୍ ଶୋ’ କରିଥିଲେ।
ଷ୍ଟେଜ୍ ଶୋ’ ସମୟରେ ଯୁବତୀଙ୍କୁ ଜଣେ ପ୍ରତିଷ୍ଠିତ ଗାୟିକା କରିଦେବାର ପ୍ରତିଶ୍ରୁତି ଦେଇଥିଲେ ସୌରିନ୍। ଆଉ ତାଙ୍କର ସେହି କଥାକୁ ସେ ସହଜରେ ବିଶ୍ୱାସ କରି ନେଇଥିଲେ। ଏହାର ସୁଯୋଗ ନେଇ ସୌରିନ କୁଆଡ଼େ ତାଙ୍କଠାରୁ ଟଙ୍କା ନେଇଥିଲେ। ହେଲେ ଫେରାଉନଥିଲେ। ଏପରିକି ଧରାଛୁଆଁ ଦେଉନଥିଲେ। ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଯୁବତୀ ଅଭିଯୋଗ କରିଥିଲେ।
ଯୁବତୀ ଜଣକ ଓଡ଼ିଶା ଆସି ପ୍ରଥମେ ଜଗତପୁର ଥାନାରେ ଅଭିଯୋଗ କରିଥିଲେ। ଜଗତପୁର ଥାନା ପୁଲିସ୍ ତାଙ୍କୁ କଟକ ମହିଳା ଥାନାରେ ଅଭିଯୋଗ କରିବା ପାଇଁ ପରାମର୍ଶ ଦେଇଥିଲା। ଏହା ପରେ ପୀଡ଼ିତା ଜୁନ୍ ୧୨ ତାରିଖରେ କଟକ ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତିକରି ସୌରିନ ଭଟ୍ଟଙ୍କ ନାଁରେ ମାମଲା ରୁଜୁ କରିଥିଲା ମହିଳା ଥାନା ପୁଲିସ୍। ସୌରିନ୍ଙ୍କ ବିରୋଧରେ ଦଫା ୩୭୬, ୪୯୩, ୩୪୧, ୨୯୪, ୪୧୭, ୫୦୬ରେ ମାମଲା ରୁଜୁ କରିଥିଲା। ୧୬୧ ଧାରାରେ ଯୁବତୀଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲା ପୁଲିସ।
ଆଜି ଗଣମାଧ୍ୟମ ସମ୍ମୁଖରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ସିଧାସଳଖ କଡ଼ା ସମାଲୋଚନା କରି ପ୍ରକୃତି କହିଛନ୍ତି ଯେ, ନବାଗତା ଝିଅମାନଙ୍କୁ ଫିଲ୍ମରେ ଅଭିନୟ କରିବାର ପ୍ରଲୋଭନ ଦେଖାଇ ତଥାକଥିତ ଫିଲ୍ମ ପ୍ରଯୋଜକ ଶ୍ରୀ ନାୟକ ସେମାନଙ୍କର ଶୋଷଣ କରିଛନ୍ତି । ଫିଲ୍ମରେ ଅଭିନୟ ଆଶାୟୀ ଅନେକ ଝିଅ ଖରାପ ବ୍ୟବହାରର ଶିକାର ହୋଇଛି । ପୀଡ଼ିତା ଝିଅମାନେ କିଭଳି ଟୁଟୁ ନାୟକଙ୍କ ଶୋଷଣର ଶିକାର ହୋଇଛନ୍ତି ଏନେଇ ତାଙ୍କୁ ମେସେଜ୍ ମଧ୍ୟ କରିଛନ୍ତି । ଟୁଟୁ ନାୟକ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଅଭ୍ୟାସଗତ ଶୋଷଣକାରୀ ଓ ସବୁବେଳେ ନୂଆ ଝିଅମାନଙ୍କୁ ଟାର୍ଗେଟ୍ କରିଥାନ୍ତି । ଓଡ଼ିଆ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚର ଶିକାର ସେ ନିଜେ ହୋଇନଥିଲେ ମଧ୍ୟ ଟୁଟୁ ନାୟକ କିଭଳି ନବାଗତ ଝିଅମାନଙ୍କୁ ଶୋଷଣ କରନ୍ତି ତାହା ସମସ୍ତେ ଜାଣିଛନ୍ତି ବୋଲି ପ୍ରକୃତି କହିଛନ୍ତି । ଏପରିକି ତାଙ୍କ ସହ ଅତୀତ ଏକ ଦୁଃଖଦ ଘଟଣାବେଳେ ଟୁଟୁ ନାୟକ ନିଜେ କହିଥିଲେ ଯେ, ଭଲ ପୁଅମାନଙ୍କୁ ଫସାଇବା ଝିଅମାନଙ୍କ କାମ ।
ଟୁଟୁ ନାୟକ କିପରି ବ୍ୟକ୍ତି ତାହା ତାଙ୍କର ଏଭଳି ଛୋଟ ଚିନ୍ତାଧାରାରୁ ଜଣାପଡ଼ି ଯାଉଛି । ଟୁଟୁ ନାୟକ ଓଡ଼ିଆ ଇଣ୍ଡଷ୍ଟ୍ରିକୁ ନିଜର ଖେଳପଡ଼ିଆ ଭାବି ନିଜର ଏକ ଟିମ୍ ମାଧ୍ୟମରେ ଯାହା ଇଚ୍ଛା କରୁଛନ୍ତି । ଟୁଟୁ ନାୟକ ଇଣ୍ଡଷ୍ଟ୍ରିକୁ ଆସୁଥିବା ନବାଗତ ଝିଅମାନଙ୍କୁ ଶୋଷଣ କରିବା କଥା ସମସ୍ତେ ଜାଣନ୍ତି । ଯେଉଁ ଝିଅ ସେମାନଙ୍କ କଥାରେ ରାଜି ନହୁଏ ତାକୁ ରାତାରାତି ଫିଲ୍ମରୁ ବିଦା କରିବାର ନଜିର ମଧ୍ୟ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି । ଟୁଟୁ ନାୟକ ଏବେ ଲୁଚୁଛନ୍ତି ଓ ସେ ତାଙ୍କ ବିରୁଦ୍ଧରେ ଯେଉଁସବୁ ଅଭିଯୋଗ ଆଣିଛନ୍ତି ଗଣମାଧ୍ୟମ ତାଙ୍କୁ ଡାକି ପଚାରୁ, ସତ ଜାଣିପାରିବେ ବୋଲି ପ୍ରକୃତି କହିଛନ୍ତି ।
ଗଣମାଧ୍ୟମ ସାମ୍ନାକୁ ଆସି ପ୍ରକୃତି ଏଭଳି ସଙ୍ଗୀନ ଅଭିଯୋଗ ଆଣିବା ପରେ ଓଲିଉଡ୍ ଇଣ୍ଡଷ୍ଟ୍ରି ପୁଣିଥରେ କାଷ୍ଟିଂ କାଉଚକୁ ନେଇ ଚର୍ଚ୍ଚାକୁ ଆସିଛି।
ଅନ୍ୟପକ୍ଷରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଟୁଟୁ ନାୟକ କହିଛନ୍ତି, ସେ ନିଜେ କ’ଣ ତାହା ଓଡ଼ିଶାବାସୀ ଭଲ ଭାବେ ଜାଣନ୍ତି। ପ୍ରକୃତି ମିଶ୍ର କ’ଣ ସେ କଥା ବି ଓଡ଼ିଶାବାସୀ ଦେଖିଛନ୍ତି। ଦରକାର ପଡ଼ିଲେ ଏନେଇ ସେ ପ୍ରକୃତିଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।
ସରତ ବାବୁ ଗତ ମାସ ୨୦ ତାରିଖରୁ ହାସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିଲା। ତାଙ୍କର ଅନେକ ପ୍ରମୁଖ ଅଙ୍ଗ ଆଉ ଭଲ ଭାବେ କାମ କରୁ ନଥିଲା। ତାଙ୍କର ଚିକିତ୍ସା ପାଇଁ ଏକ ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା। ମାସେ ଧରି ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ଶେଷରେ ଆଜି ସରତ ବାବୁ ଆଖି ବୁଜି ଦେଇଛନ୍ତି।
ସରତ ବାବୁ ଉଭୟ ତେଲୁଗୁ ଓ ତାମିଲ ଚଳଚ୍ଚିତ୍ରରେ କାମ କରିଥିଲେ। ସେ ରଜନୀକାନ୍ତ, କମଲ ହାସନ, ଏନ୍ଟିଆର, ଚିରଞ୍ଜୀବୀ ଓ ଅନ୍ୟ ବଡ଼ ଷ୍ଟାରଙ୍କ ସହିତ କାମ କରିଥିଲେ।
ତାଙ୍କ ମୃତ୍ୟୁ ଖବର ଆସିବା ପରେ ଦକ୍ଷିଣ ଭାରତରେ ଚଳଚ୍ଚିତ୍ର ଜଗତ ସହିତ ଜଡ଼ିତ ସମସ୍ତ ଲୋକ ଦୁଃଖ ପ୍ରକାଶ କରିଛନ୍ତି। କମଲ ହାସନ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ଏକ ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି- ସରତ ବାବୁ ଜଣେ ଭଲ ଅଭିନେତା ଓ ଭଲ ବନ୍ଧୁ ଥିଲେ, ଯିଏ ଆଜି ଚାଲିଗଲେ। ଚଳଚ୍ଚିତ୍ର ଜଗତ ଜଣେ ଭଲ ଅଭିନେତାଙ୍କୁ ହରାଇଲା। ତାଙ୍କ ସହିତ ମୁଁ କରିଥିବା ଅଭିନୟ ଦିନଗୁଡ଼ିକ ଆଜି ବି ମନେପଡ଼େ। ସେ ଅନେକ ଭଲ ଚରିତ୍ରରେ ଅଭିନୟ କରିଥିଲେ, ଯେଉଁଗୁଡ଼ିକୁ କେବେ ଭୁଲି ହେବ ନାହିଁ।
୧୯୭୩ରେ ତେଲୁଗୁ ଫିଲ୍ମ Rama Rajyamରେ ଡେବ୍ୟୁ କରିଥିଲେ ସରତ। ସେ ଫିଲ୍ମ Nizhalgal Nijamagiradhu ରୁ ପ୍ରସିଦ୍ଧି ଲାଭ କରିଥିଲେ। ଏହି ଫିଲ୍ମରେ ତାଙ୍କ ସହିତ କମଲ ହାସନ ମଧ୍ୟ ଥିଲେ। Annamalai ଓ Muthu ଭଳି ଫିଲ୍ମରେ ସେ ରଜନୀକାନ୍ତଙ୍କ ସହିତ ଅଭିନୟ କରିଥିଲେ।
ତେଲୁଗୁ ଓ ତାମିଲ ସହିତ ସରତ ବାବୁ କିଛି ମଲାୟାଲାମ ଓ କନ୍ନଡ଼ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ଶେଷ ଥର ପାଇଁ ଦର୍ଶକ ତାଙ୍କୁ ତାମିଲ ଫିଲ୍ମ Vasantha Mullai ଓ ପବନ କଲ୍ୟାଣ ଫିଲ୍ମ Vakeel Saab ରେ ଦେଖିଥିଲେ।
ଡାକ୍ତରଙ୍କ ସୂଚନା ମୁତାବକ, ଅଭିନେତା ଇନୋସେଣ୍ଟଙ୍କ ହୃଦ୍ଘାତ ଯୋଗୁ ମୃତ୍ୟୁ ହୋଇଛି। ସେ ମାର୍ଚ୍ଚ ୩ ତାରିଖରୁ ଚିକିତ୍ସାଧୀନ ଥିଲେ। ସେ କରୋନାରେ ସଂକ୍ରମିତ ହେବା ସହ ଶ୍ୱାସ ରୋଗରେ ମଧ୍ୟ ସଂକ୍ରମିତ ଥିଲେ। ତାଙ୍କର ଏକାଧିକ ଅର୍ଗାନ ଫେଲ୍ ମଧ୍ୟ ହୋଇଯାଇଥିଲା।
ସୂଚନା ମୁତାବକ, ଏଲ୍ଡିଏଫ୍’ ଟିକେଟ୍ରେ ବିଜୟୀ ହୋଇ ୧୬ତମ ଲୋକସଭାରେ ଚଲାକୁଡ଼ୀ ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ କରିଥିବା ଇନୋସେଣ୍ଟକିଛି ବର୍ଷ ପୂର୍ବେ କ୍ୟାନ୍ସର୍ ରୋଗରେ ମଧ୍ୟ ପୀଡିତ ଥିଲେ । ଏଥିପାଇଁ ରବିବାର ରାତିରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥ ବିଗିଡି ଯାଇଥିଲା । ଆଜି ସନ୍ଧ୍ୟାରେ ଇରିଞ୍ଜାଲାକୁଡ଼ାସ୍ଥିତ ସେଣ୍ଟ୍ ଟୋମାସ୍ କ୍ୟାଥେଡ୍ରାଲ୍ରେ ତାଙ୍କ ମରଶରୀରକୁ କବର ଦିଆଯିବ।
ତାଙ୍କର ମୃତ୍ୟୁକୁ ନେଇ କେରଳର ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ୍ ଶୋକବ୍ୟକ୍ତ କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ‘ଇନୋସେଣ୍ଟ୍ ସଦାସର୍ବଦା ବାମପନ୍ଥୀ ମନୋଭାବ ପରିପୋଷଣ କରୁଥିଲେ। ‘ଲେଫ୍ଟ୍ ଡେମୋକ୍ରାଟିକ୍ ଫ୍ରଣ୍ଟ୍’ର ଅନୁରୋଧକ୍ରମେ ସେ ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିବାରୁ କେରଳ ତାଙ୍କୁ କୃତଜ୍ଞାତାର ସହ ସ୍ମରଣ କରିବ। ନିର୍ବାଚନରେ ବିଜୟୀ ହେବା ପରେ ସେ ସଂସଦରେ କେରଳର ଦାବି ସବୁ ସ୍ପଷ୍ଟ ଭାବେ ଉତ୍ଥାପନ କରିଥିଲେ।’
ମଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନ୍ ହାସ୍ୟ ଅଭିନେତା ଇନୋସେଣ୍ଟଙ୍କୁ ୨୦୧୨ରେ କ୍ୟାନ୍ସର୍ ହୋଇଥିବା କଥା ଜଣାପଡିଥିଲା। ଏହାର ୩ ବର୍ଷ ପରେ ସେ କ୍ୟାନ୍ସର ମୁକ୍ତ ହୋଇଥିବା ନେଇ ଘୋଷଣା କରିଥିଲେ। ଏଥିସହ ‘ଲାଫ୍ଟର୍ ଇନ୍ ଦି କ୍ୟାନ୍ସର୍ ୱାର୍ଡ’ ନାମକ ପୁସ୍ତକରେ କର୍କଟ ରୋଗ ବିପକ୍ଷରେ ତାଙ୍କ ସଂଗ୍ରାମ କଥା ଲେଖିଥିଲେ।
ବହୁ ବର୍ଷ ଧରି ଇନୋସେଣ୍ଟ ମଲୟାଲମ ଚଳଚ୍ଚିତ୍ର କଳା ସଂଘ ତଥା ଏମଏମ୍ଏର ସଭାପତି ଭାବେ କାର୍ଯ୍ୟ ତୁଲାଇଥିଲେ। ଏହି ଭେଟେରାନ୍ ଅଭିନେତା ପ୍ରଥମେ ଜଣେ ଫିଲ୍ମ ନିର୍ମାତା ଭାବେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ। ପରେ ସେ ଅଭିନୟ ଆଡକୁ ମୁହାଁଇଥିଲେ। ସେ ନିଜର ଚମତ୍କାର କମେଡି ମାଧ୍ୟମରେ ସମସ୍ତ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ। ମଲୟାଲମ୍, ତାମିଲ୍ ଓ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ପ୍ରାୟ ୭୫୦ ଫିଲ୍ମରେ ଅଭିନୟ କରିଛନ୍ତି।
ପୁଲିସର ସୂଚନା ମୁତାବକ, ଐଶ୍ୱର୍ଯ୍ୟାଙ୍କ ଘରେ କାମ କରୁଥିବା ଈଶ୍ୱରୀ ଓ ତାଙ୍କ ଡ୍ରାଇଭର ଭେଙ୍କେଟେସ୍ ମିଶି ତାଙ୍କ ଲକରରୁ ଲକ୍ଷ ଲକ୍ଷ ଟଙ୍କାର ଗହଣା ଚୋରି କରିଥିଲେ। ବୁଧବାର ଏହି ଦୁଇ ଜଣଙ୍କୁ ପୁଲିସ ଗିରଫ କରିଛି। ଦୀର୍ଘ ଦିନ ଧରି ଐଶ୍ୱର୍ଯ୍ୟାଙ୍କ ଘରେ କାମ କରୁଥିବାରୁ ଈଶ୍ୱରୀଙ୍କର ଲକର ଚାବି ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଥିବା ପୁଲିସ କହିଛି। ସେ କାର ଡ୍ରାଇଭରଙ୍କ ନିର୍ଦ୍ଦେଶରେ ଏହି କାମ କରିଥିଲେ। ସେ ଘର କିଣିବା ପାଇଁ ଅଳଙ୍କାର ବ୍ୟବହାର କରିଥିଲେ, ତାଙ୍କ ଘର ସହ ଜଡିତ କାଗଜପତ୍ର ମଧ୍ୟ ଈଶ୍ୱରୀଙ୍କ ନିକଟରୁ ଜବତ କରାଯାଇଛି।
ନିକଟରେ ଚେନ୍ନାଇରେ ଥିବା ତାଙ୍କ ଘରର ଲକରରୁ ସୁନା, ହୀରା ଏବଂ ରୂପା ଅଳଙ୍କାର ୩ ଲକ୍ଷରୁ ଅଧିକ ମୂଲ୍ୟର ଅଳଙ୍କାର ଚୋରି ହୋଇଥିବା ପୁଲିସରେ ଐଶ୍ୱର୍ଯ୍ୟା ରଜନୀକାନ୍ତ ଅଭିଯୋଗ କହିଥିଲେ। ଏହି ମାମଲାରେ ଏଶ୍ୱର୍ଯ୍ୟା ତାଙ୍କ ଘରର ତିନି ଜଣ ଚାକରଙ୍କ ଉପରେ ସନ୍ଦେହ କରିଥିଲେ। ପରେ ଐଶ୍ୱର୍ଯ୍ୟାଙ୍କ ଅଭିଯୋଗ ଉପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଚୋରି ହୋଇଥିବା ଗହଣା ଭିିତରେ ସୁନା ବ୍ୟତୀତ ୩୦ ଗ୍ରାମ ହୀରା ଅଳଙ୍କାର, ୪ କିଲୋ ରୁପା ମଧ୍ୟ ସାମିଲ ଥିଲା।
ଉଲ୍ଲେଖଯୋଗ୍ୟ, ଚୋରି ମାମଲାରେ ଧରାପହିଥିବା ଈଶ୍ୱରୀ ଗତ ୧୮ ବର୍ଷ ହେଲା ଐଶ୍ୱର୍ଯ୍ୟାଙ୍କ ପାଖରେ କାମ କରୁଥିଲେ। ସେ ଗହଣା ଚୋରି କରିବା ପରେ ଏହା ବିକ୍ରି କରିଦେଇଥିଲେ। ସେହି ଟଙ୍କାରେ ଘର କିଣି ଥିଲେ। ପୁଲିସ ମୁତାବକ, ସେ ଏକା ସଙ୍ଗେ ସବୁ ଗହଣା ଚୋରି କରିନଥିଲେ, ଧୀରେ ଧୀରେ ଏହାକୁ ଚୋରି କରିଥିଲେ।
ଐଶ୍ୱର୍ଯ୍ୟା ହେଉଛନ୍ତି ସାଉଥ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ନିର୍ଦ୍ଦେଶକ ତଥା ଫିଲ୍ମ ମେକର୍। ସେ ସାଉଥ ସୁପରଷ୍ଟାର୍ ଧନୁଷଙ୍କ ପୂର୍ବତନ ପତ୍ନୀ ମଧ୍ୟ। ଦୁହେଁ ବିବାହର ୧୮ ବର୍ଷ ପରେ ଛାଡପତ୍ର ନେଇଥିଲେ।
ମାଲୟାଲମ୍ ଅଭିନେତ୍ରୀ ଆର୍ଯ୍ୟା ପାର୍ବତୀଙ୍କ ଖୁସି କହିଲେ ନସରେ। ୨୩ ବର୍ଷୀୟ ଏହି ଅଭିନେତ୍ରୀ ଏବେ ବନିଛନ୍ତି ବଡ ଭଉଣୀ। ନାନୀ ତଥା ଅକ୍କା ଡାକିବାକୁ ଘରେ ଜନ୍ମ ନେଇଛି କୁନି ଝିଅ। ତେବେ ଚର୍ଚ୍ଚା ଏଥିପାଇଁ ହେଉଛି ଯେ, ୪୭ ବର୍ଷ ବୟସରେ ମାଆ ବନିଛନ୍ତି ଆର୍ଯ୍ୟାଙ୍କ ମାଆ। ଏହାକୁ ନେଇ ପ୍ରଶଂସକ ଆଶ୍ଚର୍ୟ୍ୟ ହେବା ସହ ନାନା କଥା ହେଉଥିବା ବେଳେ ଭଉଣୀ ଆସିବା ଖୁସିରେ ଉତ୍ସବ ମନାଉଛନ୍ତି ଅଭିନେତ୍ରୀ ଆର୍ଯ୍ୟା ପାର୍ବତୀ।
ପିଲାଦିନୁ ହିଁ ଆର୍ଯ୍ୟା ଏକ ଭଉଣୀ ଚାହୁଁଥିଲେ। ଯାହା ସହ ସେ ଖେଳିପାରିବେ, ତାଙ୍କ ମନ କଥା କହିପାରିବେ। ତେବେ ଘରକୁ କୁନି ଭଉଣୀ ଆସୁଥିବା ଖବର ଆର୍ଯ୍ୟା ଠାରୁ ଲୁଚାଇ ରଖିଥିଲେ ତାଙ୍କ ପରିବାର। କାରଣ, ଆର୍ଯ୍ୟା ଏହି ଖବରକୁ ବର୍ତ୍ତମାନ କିଭଳି ଗ୍ରହଣ କରିବେ ସେ ନେଇ ଆଶଙ୍କାରେ ଥିଲେ ବାପା-ମାଆ।
ତେବେ କିଛି ଦିନ ପରେ ତାଙ୍କ ବାପା ଆର୍ଯ୍ୟାଙ୍କୁ ସବୁ କଥା କହିଥିଲେ। ଆଉ ଯେତେବେଳେ ଆର୍ଯ୍ୟା ଘରକୁ ଯାଇଥିଲେ, ମାଆଙ୍କୁ ଦେଖି ଅତି ଭାବବିହ୍ୱଳ ହୋଇପଡିଥିଲେ। ମାଆଙ୍କୁ କୁଣ୍ଢାଇ ଧରି ବେଶ୍ ସମୟ କାନ୍ଦିଥିଲେ। ତେବେ ତାହା ଖୁସିର ଲୁହ ଥିଲା ବୋଲି କହିଛନ୍ତି ଅଭିନେତ୍ରୀ ଆର୍ଯ୍ୟା ପାର୍ବତୀ।
ପ୍ରକୃତରେ ତାଙ୍କ ଅପ୍କମିଂ ଫିଲ୍ମ ଏନ୍ଟିଆର୍-୩୦କୁ ନେଇ ସେ ଲାଇମ ଲାଇଟ୍ରେ ଅଛନ୍ତି। କେବଳ ସେତିକି ନୁହେଁ ନିକରେ ଫିଲ୍ମ ଆର୍ଆର୍ଆର୍ ଓସ୍କାର ଜିତିବା ପରେ ତାଙ୍କର ଚାରିଆଡେ ପ୍ରଶଂସା ଚାଲିଛି। ଲଗାତର ଏହି ଫିଲ୍ମର ଷ୍ଟାର୍ମାନେ ଇଣ୍ଟରଭ୍ୟୁ ଓ ଟକ୍ ଶୋ’ରେ ବ୍ୟସ୍ତ ଅଛନ୍ତି।
ନିକଟରେ ଜୁନିଅର୍ ଏନ୍ଟିଆର୍ ମଧ୍ୟ ଏକ ଇଣ୍ଟରଭ୍ୟୁରେ ଯୋଗ ଦେଇଥିଲେ। ଏଥିରେ ଫ୍ୟାନ୍ମାନେ ତାଙ୍କୁ ତାଙ୍କ ଅପ୍କମିଂ ଫିଲ୍ମ ବିଷୟରେ ବାରମ୍ବାର ପଚାରିଥିଲେ। ସେ ଏହାର ଉତ୍ତର କହିଥିଲେ, ମୁଁ କୌଣସି ଫିଲ୍ମ କରୁନାହିଁ। ଯଦି ଆପଣମାନେ ଏଭଳି ବାରମ୍ବାର ପଚାରିବେ ତେବେ ମୁଁ ଫିଲ୍ମ କରିବା ବନ୍ଦ କରିଦେବି। ଏହା ଶୁଣି ଚକିତ ହୋଇପଡିଥିଲେ ତାଙ୍କ ଫ୍ୟାନ୍ମାନେ। ତେବେ ସେ ଏଭଳି ଥଟ୍ଟାରେ କହୁଥିବା କହିଥିଲେ।
ପରେ ଜୁନିଅର୍ ଏନ୍ଟିଆର୍ ସ୍ପଷ୍ଟିକରଣ ଦେଇ କହିଥିଲେ ଯେ, ମୁଁ ଥଟ୍ଟା କରୁଛି। ଫିଲ୍ମରେ କାମ କରିବା ବନ୍ଦ କରିବା ନେଇ ତାଙ୍କର କୌଣସି ଯୋଜନା ନାହିଁ। ଆଗକୁ ମଧ୍ୟ ସେ ଫିଲ୍ମ କରିବା ଜାରି ରଖିବେ ବୋଲି କହିଥିଲେ।
ଜୁନିଅର୍ ଏନ୍ଟିଆର୍ ଏବେ ତାଙ୍କ ଅପ୍କମିଂ ଫିଲ୍ମ ‘ଏନ୍ଟିଆର୍-୩୦’ ପାଇଁ ବ୍ୟସ୍ତ ଅଛନ୍ତି। ଆସନ୍ତା ମାର୍ଚ୍ଚ ୨୩ରୁ ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ। ଏହାକୁ କୋରାତାଲା ଶିବ ନିର୍ଦ୍ଦେଶନା ଦେଉଛନ୍ତି। ଏହି ଫିଲ୍ମର ଲିଡ୍ ରୋଲ୍ରେ ଜୁନିଅର୍ ଏନ୍ଟିଆର୍ ଥିବା ବେଳେ ପ୍ରଥମ କରି ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କ ଅପଜିଟ୍ରେ ନଜର ଆସିବେ। ଜାହ୍ନବୀଙ୍କ ଏହା ହେବ ସାଉଥ ଡେବ୍ୟୁ ଫିଲ୍ମ। ଏହାପରେ ଜୁନିଅର୍ ଏନ୍ଟିଆର୍ କେଜିଏଫ୍ ଫେମ୍ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ସହ କାମ କରିବେ ବୋଲି ଚର୍ଚ୍ଚା ହେଉଛି।
ଚେନ୍ନାଇ ସ୍ଥିତ ବାସଭବନରେ ଥିବା ଐଶ୍ୱର୍ଯ୍ୟାଙ୍କ ଲକର୍ରୁ ପ୍ରାୟ ୪୮୦ ଗ୍ରାମ୍ ଓଜନର ସୁନା ଓ ହୀରା ଅଳଙ୍କାର ଚୋରି ହୋଇଯାଇଥିବା ତେନାମ୍ପେଟ୍ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଐଶ୍ୱର୍ଯ୍ୟାଙ୍କ କହିବା ଅନୁସାରେ ଚୋରି ହୋଇଥିବା ଅଳଙ୍କାରର ମୂଲ୍ୟ ୩.୬୦ ଲକ୍ଷ ଟଙ୍କା ହେବ। ସେଗୁଡ଼ିକୁ ସେ ୨୦୧୯ରେ ଭଉଣୀ ସୌନ୍ଦର୍ଯ୍ୟାର ବାହାଘର ବେଳେ ପିନ୍ଧିଥିଲେ।
ଚୋରି ହୋଇଯାଇଥିବା ଅଳଙ୍କାର ମଧ୍ୟରେ ‘ଡାଇମଣ୍ଡ୍ ସେଟ୍’, ‘ଅନ୍କଟ୍ ଡାଇମଣ୍ଡ୍’ ପ୍ରାଚୀନ ସୁବର୍ଣ୍ଣ ଖଣ୍ଡ, ନବରତ୍ନ ସେଟ୍, ସୁବର୍ଣ୍ଣ ଖଚିତ ପ୍ରାଚୀନ ‘ଅନ୍କଟ୍ ଡାଇମଣ୍ଡ୍’, ବାହୁଟି ଏବଂ ଚୁଡ଼ି ରହିଛି। ଫେବ୍ରୁଆରୀ ୧୦ ତାରିଖ ଦିନ ଲକର୍ ଖୋଲିବା ପରେ ଅଳଙ୍କାର ଚୋରି ହୋଇଥିବା କଥା ଜାଣିବାକୁ ପାଇଥିଲେ ବୋଲି ଐଶ୍ୱର୍ଯ୍ୟା କହିଛନ୍ତି।
ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଧାରା ୩୮୧ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ‘ଅଳଙ୍କାର ଲକର୍ରେ ରଖିଥିବା କଥା ତାଙ୍କ ଘରର ଅଳ୍ପ କେତେକ ସେବାକାରୀ ଜାଣିଥିଲେ। ଏଥିରେ ସେମାନଙ୍କ ମଧ୍ୟରୁ ୩ଜଣ ସାମିଲ ଥିବା କଥା ସେ ସନ୍ଦେହ କରୁଛନ୍ତି।
ହାଇଦ୍ରାବାଦ ସ୍ଥିତ ନିଜ ଘରେ ବିଜୟଲକ୍ଷ୍ମୀ ଶେଷ ନିଶ୍ୱାସ ତ୍ୟାଗ କରିଛି। ସେ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ। ବୟସ ଜନିଷ ସମସ୍ୟାରେ ସେ ପୀଡିତ ଥିଲେ। ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ରବିବାର ସେ ଜୀବନରେ ଯୁଦ୍ଧରେ ହାରି ଯାଇଥିଲେ।
ସେପଟେ ଜୟଲକ୍ଷ୍ମୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ମାନେ ଶୋକବ୍ୟକ୍ତ କରିଛନ୍ତି। ସ୍ୱାମୀ ଯିବାର ୨୫ଦିନ ପରେ ସ୍ତ୍ରୀ ଜୟଲକ୍ଷ୍ମୀ ଆଖିବୁଜି ଦେବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି।
Legendary Director K Viswanath gari wife Jayalakshmi (86) Garu passed away due to illness.
— Shreyas Sriniwaas (@shreyasmedia) February 26, 2023
Om Shanthi 🙏 pic.twitter.com/iRffQAV5Yu
ଜୟଲକ୍ଷ୍ମୀଙ୍କ ମୃତ୍ୟୁ ଖବର ଶୁଣି ସାଉଥ ମେଗାଷ୍ଟାର ଚିରଞ୍ଜିବୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସେ କିଛିଦିନ ପୂର୍ବରୁ ଜୟଲକ୍ଷ୍ମୀଙ୍କୁ ଭେଟି ତାଙ୍କ ସହିତ କଥା ହୋଇଥିଲା। ଏହି ଭେଟଘାଟ ବେଳର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା।
ସୂଚନା ମୁତାବକ, ଜୋସେଫ ହେପାଟାଇଟିସ୍ ରୋଗରେ ପୀଡିତ ଥିଲେ। ତାଙ୍କୁ ଏର୍ଣ୍ଣାକୁଲମର ଆଲୁଭା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ବେଶ୍ କିଛି ଦିନ ହେବ ତାଙ୍କ ଚିକିତ୍ସା ଚାଲିଥିଲା। ହେଲେ ଚିକିତ୍ସା ହେବା ସମୟରେ ନିମୋନିଆରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଜୋସେଫ ପ୍ରଥମ କରି ଫିଲ୍ମ ‘ନାନ୍ସି ରାଣୀ’ର ନିର୍ଦ୍ଦେଶନା ଦେଇଥିଲେ। ତେବେ ଏହି ଫିଲ୍ମଟି ରିଲିଜ ହେବା ପୂର୍ବରୁ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ମଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।
ଫିଲ୍ମ ‘ନାନ୍ସି ରାଣୀ’ର ଲିଡ୍ ଅଭିନେତ୍ରୀ ଆହାନା କ୍ରିଷ୍ଣା ଓ ଅଭିନେତା ଅର୍ଜୁନ ଅଶୋକନ ଇନ୍ଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଜୋସେଫ ମୃତ୍ୟୁ ଖବର ନେଇ ଶୋକ ପ୍ରକାଶ କରିଛନ୍ତି । ଆହାନା ଲେଖିଛନ୍ତି, ‘ଏଭଳି ହେବାର ନଥିଲା, ତୁମ ଆତ୍ମାକୁ ଶାନ୍ତି ମିଳୁ।’
ଜୋସେଫ ନିର୍ଦ୍ଦେଶକ ସୁବି ଜେମ୍ସଙ୍କ ଫିଲ୍ମ ଆଇଏମ୍ କ୍ୟୁରିୟସ୍ରେ ଶିଶୁ କଳାକାର ରୂପେ ଡେବ୍ୟୁ କରିଥିଲେ। ୨୦୦୪ରେ ଏହି ଫିଲ୍ମ ରିଲିଜ ହୋଇଥିଲା। ଜୋସେଫ ହିନ୍ଦୀ, ମଲୟାଲମ ଓ କାନାଡା ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।
ସାଉଥର ଏହି ଲେଡି ସୁପରଷ୍ଟାର୍ ଏବେ ଲାଇମଲାଇଟ୍ ଠାରୁ ଦୂରେଇ ଯିବେ। ସେ ସ୍ପଟଲାଇଟ୍ରୁ ଦୂରେଇ ଯାଇ ନିଜ ବ୍ୟକ୍ତିଗତ ଜୀବନ ଉପରେ ଫୋକସ୍ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ସେ ନିଜ ଯମଜ ସନ୍ତାନ ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ଏବଂ ନୂଆ କରି ମା’ ହେବାର ଅନୁଭୂତିକୁ ଅନୁଭବ କରିବାକୁ ଚାହୁଁଛନ୍ତି। ସେ ନିଜ ପିଲାଙ୍କ ଉପରେ ଧ୍ୟାନ ଦେବାକୁ ଚାହୁଁଥିବା ରିପୋର୍ଟରେ କୁହାଯାଇଛି।
ସେ ନିଜ ଯମଜ ପିଲାଙ୍କ ଦାୟିତ୍ୱ ସମ୍ଭାଳିବା ସହ ସ୍ୱାମୀ ବିଘ୍ନେଶଙ୍କ ପ୍ରଡକ୍ସନ ହାଉସ ‘ରାଉଡି ପିକଜର୍ସ’’ର ଦାୟିତ୍ୱ ମଧ୍ୟ ସମ୍ଭାଳିବେ। ଅର୍ଥାତ୍ ସେ ଆକ୍ଟିଂ ଦୁନିଆକୁ ପୂରାପୁରି ଅଲବିଦା କହିବେ ନାହିଁ। ତେବେ ଏନେଇ ନୟନତାରାଙ୍କ ତରଫରୁ କୌଣସି ସ୍ପଷ୍ଟିକରଣ ଆସିନାହିଁ। ସେପଟେ ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ମାନେ ଚିନ୍ତିତ ହୋଇପଡିଛନ୍ତି। ସେମାନଙ୍କୁ ଶକ୍ତ ଝଟ୍କା ଲାଗିଛି। ତେବେ ଏହି ଖବର କେତେ ସତ କେତେ ମିଛ ତାହା ଏଯାଏଁ ଜଣାପଡି ନାହିଁ।
କହିବାକୁ ଗଲେ ଅଭିନେତ୍ର ନୟନତାରାଙ୍କ ହାତରେ ଏବେ ଅନେକ ବଡ ବଡ ପ୍ରୋଜେକ୍ଟ ରହିଛି। ବଲିଉଡର କିଙ୍ଗ ଶାହରୁଖ ଖାନ୍ଙ୍କ ସହ ତାଙ୍କର ସବୁଠାରୁ ବଡ ଫିଲ୍ମ ପ୍ରୋଜେକ୍ଟ ‘ଯବାନ’ ମଧ୍ୟ ଆସିବାକୁ ଯାଉଛି। ଏହି ଫିଲ୍ମରେ ଶାହରୁଖ ଖାନ୍ଙ୍କ ଅପୋଜିଟ୍ରେ ନୟନତାରା ନଜର ଆସିବେ। ସାଉ୍ଥର ପ୍ରସିଦ୍ଧ ନିର୍ଦ୍ଦେଶକ ଏଟଲିଙ୍କ ସହ ସେ ଏଥିରେ କାମ କରୁଛନ୍ତି। ପଠାନ୍ ଭଳି ଶାହରୁଖଙ୍କ ଏହି ଫିଲ୍ମଟି ମଧ୍ୟ ସୁପରହିଟ୍ ହେବ ବୋଲି ସମସ୍ତେ ଆଶା ରଖିଛନ୍ତି।
କ୍ଷୁଦ୍ର ଚଳଚ୍ଚିତ୍ରରୁ ଓଲିଉଡ୍ ସିନେମା ପର୍ଯ୍ୟନ୍ତ ସବୁଥିରେ ଚମତ୍କାର ଅଭିନୟ କରିଛନ୍ତି ରୋଶନ ଓ ମୁନିଆ। ଏମାନେ ଓଡ଼ିଶା ତଥା ପଶ୍ଚିମ ଓଡ଼ିଶାର ଘରେ ଘରେ ପାରଚିତ। ରୋଶନ ଓ ମୁନିଆ ବିଶେଷ କରି ହାସ୍ୟରସାତ୍ମକ କ୍ଷୁଦ୍ର ଚଳଚ୍ଚିତ୍ର ତିଆରି କରି ସୋଶଲ ମିଡ଼ିଆର ସେନସେସନ ପାଲଟି ଯାଇଥିଲେ।
ରିଲ୍ ଲାଇଫରେ ସ୍ୱାମୀ-ସ୍ତ୍ରୀ ଭାବରେ ଚମତ୍କାର ଅଭିନୟ କରୁଥିବା ରୋଶନ ଓ ମୁନିଆଙ୍କୁ ଦର୍ଶକ ମଧ୍ୟ ପସନ୍ଦ କରୁଥିଲେ। ଏପରିକି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତୁ ବୋଲି ଅନେକ ପ୍ରଶଂସକ ସୋଶାଲ ମିଡ଼ିଆରେ ଅନୁରୋଧ କରୁଥିଲେ। ପ୍ରଶଂସକଙ୍କ ଅନରୋଧ ସତରେ ପରିଣତ ହୋଇଛି। ରିଲ ଲାଇଫରେ ଅଭିନୟ କରୁ କରୁ ନୁହେଁ ପରସ୍ପର ପ୍ରେମରେ ପଡି ଯାଇଥିଲେ। ଆଉ ଶେଷରେ ପରିବାର ଲୋକଙ୍କ ସ୍ୱୀକୃତିରେ ବାହାଘର କରିବା ପାଇଁ ନିଷ୍ପତ୍ତି ନେଇଥିଲେ।
ରୋଶନଙ୍କ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ହୋଇଥିବା ବେଳେ ମୁନିଆ ସୋନପୁର ଜିଲ୍ଲାର ଝିଅ। ବୁଧବାର କଣ୍ଟାବାଞ୍ଜିରୁ ବରଯାତ୍ରୀ ସୋନପୁର ଯାଇଥିଲା। ସେଠାରେ ବୈଦିକ ରୀତିନୀତିରେ ବାହାଘର ହୋଇଯାଇଛି। ରିଲ ଲାଇଫର ଦୁଇ ସୁପରହିଟ ଯୋଡିଙ୍କୁ ରିଅଲ ଲାଇଫ୍ରେ ଦେଖି ପ୍ରଶଂସକ ବେଶ ଖୁସି।
ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର
ବିିଶାଲଙ୍କ ଅପ୍କମିଂ ଫିଲ୍ମ ‘ମାର୍କ ଆଣ୍ଟୋନିି’ର ଶୁଟିଂ ସେଟ୍ରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଫିଲ୍ମ ଶୁଟିଂ ସମୟରେ କିଭଳି ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ କାନ୍ଥରେ ଯାଇ ଧକ୍କା ହେଉଛି ତାହା ଦେଖିବାକୁ ମିଳିଛି। ଏହି ଘଟଣା ପରେ ସେଟ୍ରେ ଲୋକେ ଆତଙ୍କିତ ହୋଇ ଦୌଡାଦୌଡି କରିବାକୁ ଲାଗୁଥିବା ଭିଡିଓରେ ନଜର ଆସିଛି।
ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କାହାରି କୌଣସି କ୍ଷତି ହୋଇନାହିଁ। ସାଉଥ ଅଭିନେତା ବିଶାଲ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଟ୍ରକ୍ରେ ଯାନ୍ତ୍ରିକ ତ୍ରୁଟି ଥିବା ଯୋଗୁ ଏହା ନିୟନ୍ତ୍ରଣ ହୋଇପାରିନଥିଲା ଓ ଡ୍ରାଇଭର ଟ୍ରକ୍ଟିକୁ ଅଟକାଇ ପାରିନଥିଲେ ବୋଳି ସୂଚନା ମିଳିଛି।
Jus missed my life in a matter of few seconds and few inches, Thanks to the Almighty
— Vishal (@VishalKOfficial) February 22, 2023
Numb to this incident back on my feet and back to shoot, GB pic.twitter.com/bL7sbc9dOu
ଉଲ୍ଲେଖଯୋଗ୍ୟ ବିଶାଲଙ୍କ ଅପ୍କମିଂ ଫିଲ୍ମ ‘ମାର୍କ ଆଣ୍ଟୋନି’ର ନିର୍ଦ୍ଦେଶନା ଦାୟିତ୍ୱରେ ଅଧିକ ରବିଚନ୍ଦ୍ରନ୍ ଅଛନ୍ତି। ଫିଲ୍ମରେ ବିଶାଲଙ୍କ ସହ ଏସ୍.ଜେ ସୂର୍ଯ୍ୟା, ରିତୁ ବର୍ମା, ଅଭିନୟା ଓ ସୁନିଲ ମଧ୍ୟ ଅଛନ୍ତି। ଚଳିତ ବର୍ଷ ଫିଲ୍ମଟି ପରଦାକୁ ଆସିବ।
ଋିପୋର୍ଟ ମୁତାବକ, ସେ ଦୀର୍ଘ ଦିନ ଧରି ଲିଭର ସହ ଜଡିତ ସମସ୍ୟାରେ ପୀଡିତ ଥିଲେ। ଗତ କିଛି ମାସ ହେବ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ଆଜି ଚିକିତ୍ସିତ ଅବସ୍ଥାରେ କୋଚ୍ଚିର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ସୁୁବି ମଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ଚେହେରା। ଯିଏକି ଫିଲ୍ମରେ ଜବରଦସ୍ତ ଅଭିନୟ କରି ଲୋକଙ୍କ ହୃଦୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ। ମିମିକ୍ରି କଳାକାର ରୂପେ ସୁବି ନିଜ କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କ କମେଡି ଶୋ’ ‘ସିନେମାଲା’ ଖୁବ୍ ଚର୍ଚ୍ଚାରେ ଥିଲା। ଏହାପରେ ଅନେକ ଟିଭି ଶୋ’ ହୋଷ୍ଟ କରିବା ଠାରୁ ଆରମ୍ଭ କରି କମେଡି ଶୋ’ କରିଥିଲେ।
କେବଳ ଟିଭି ଶୋ’ ନୁହେଁ ଅନେକ ମଲୟାଲମ ଫିଲ୍ମରେ ମଧ୍ୟ ସୁବି କାମ କରିଛନ୍ତି। ବିଶେଷ କରି ସେ ‘ହାପି ହଜବ୍ୟାଣ୍ଡ’ ଓ ‘କଙ୍କନାସିମହସନମ୍’ଭଳି ଫିଲ୍ମରେ ନିଜର ଦମ୍ଦାର କମେଡି ପାଇଁ ବେଶ୍ ଜଣାଶୁଣା। ସୁବି ସୁରେଶଙ୍କ ଏଭଳି ହଠାତ୍ ଦେହାନ୍ତ ହେବା ଖବର ଏବେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଶକ୍ତ ଝଟ୍କା ଦେଇଛି।
Absolutely shocked to hear about Subi Suresh. Soo young and so much left to do. A real loss to the Malayalam film fraternity. Praying for her family and friends to cope through this difficult time. pic.twitter.com/gi7rju1ju4
— Dulquer Salmaan (@dulQuer) February 22, 2023
ସାଉଥ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଦୁଲକର ସଲମାନ ସୋଶାଲ ମିଡିଆ ଜରିଆରେ ସୁବି ସୁରେଶଙ୍କ ଦେହାନ୍ତ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଅଭିନେତ୍ରୀଙ୍କ ସହ ଏକ ଫଟୋ ଶେଆର କରି ଲେଖିଛନ୍ତି, ‘ତାଙ୍କ ଦେହାନ୍ତ ଖବର ଶୁଣି ମୋତେ ଶକ୍ତ ଝଟ୍କା ଲାଗିଛି। ସେ ବେଶ୍ କମ୍ ବୟସରେ ଚାଲିଗଲେ। ସେ ନିଜ କ୍ୟାରିୟରରେ ଅହୁରି ଅନେକ କିଛି କରିବା ବାକି ଥିଲା। ଏହା ମଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ବଡ କ୍ଷତି।’
ପୂର୍ବରୁ ଜେଏଚ୍ ପଟେଲଙ୍କ ସରକାରରେ ସହରୀ ବିକାଶ ମନ୍ତ୍ରଣାଳୟର ଦାୟିତ୍ୱ ଥିଲେ ଅନନ୍ତ ନାଗ। ୨୦୦୪ ମସିହାରେ ସେ ଚାମରାଜପେଟ୍ ନିର୍ବାଚନମଣ୍ଡଳୀରୁ ଜେଡିଏସ୍ ଟିକେଟରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ କିନ୍ତୁ ପରାସ୍ତ ହୋଇଥିଲେ। ୭୩ ବର୍ଷୀୟ ଅନନ୍ତ ନାଗ ୧୯୮୦ ରେ ଜନତା ପାର୍ଟିରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ।
ଉଲ୍ଲେଖଯୋଗ୍ୟ, ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରୁ ଅନନ୍ତ ନାଗ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। ଏକ ସାକ୍ଷାତକାରରେ ସେ ଏହିସବୁ ବିଷୟରେ ଉଲ୍ଲେଖ କରିଛନ୍ତି। ଅନନ୍ତ ନାଗ ୧୯୮୩, ୧୯୮୫ ଏବଂ ୧୯୮୯ ରେ କର୍ଣ୍ଣାଟକରେ ଜନତା ପାର୍ଟି ପାଇଁ ଷ୍ଟାର ପ୍ରଚାରକ ଥିଲେ। ସେ ୧୯୮୮ ରୁ ୧୯୯୪ ପର୍ଯ୍ୟନ୍ତ ଏମ୍ଏଲ୍ସି ମଧ୍ୟ ଥିଲେ। ୧୯୯୪ ରେ ସେ ପ୍ରଥମ ଥର ପାଇଁ ମଲେଶ୍ୱରମରୁ ବିଧାନସଭା ନିର୍ବାଚନରେ ଜିତିଥିଲେ। ପରେ ତାଙ୍କୁ ମନ୍ତ୍ରୀ କରାଯାଇଥିଲା।
ଆଗକୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ଏହାକୁ ନେଇ ଭାରତୀୟ ଜନତା ପାର୍ଟି ବେଶ୍ ଆକ୍ଟିଭ ମୁଡ୍ରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ସଭାପତି ଜେପି ନାଡ୍ଡାଙ୍କ ସମେତ ଦଳର ବହୁ ବଡ ନେତା ରାଜ୍ୟରେ ଘନ ଘନ ପ୍ରଚାର କରୁଛନ୍ତି। ଆସନ୍ତା ସୋମବାର ଦିନ ପ୍ରଧାନମନ୍ତ୍ରୀ ମୋଦି ଶିମୋଗାରେ ପହଞ୍ଚି ସେଠାରେ ଏକ ସମାବେଶକୁ ସମ୍ବୋଧିତ କରିବେ। କର୍ଣ୍ଣାଟକ ବିଧାନସଭାର କାର୍ୟ୍ୟକାଳ ମେ’ ମାସରେ ଶେଷ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ସମସ୍ତ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଛନ୍ତି।
ପ୍ରକୃତରେ ସେ ଏହି ଲଗ୍ଜୁରୀ ଘରଟିକୁ ନିଜ ବାପା-ମା’ଙ୍କ ପାଇଁ କିଣିଛନ୍ତି। ଧନୁଷ ନିଜ ବାପା-ମା’ଙ୍କୁ ଏହି ଘରଟି ଉପହାର ସ୍ୱରୂପ ଦେଇଛନ୍ତି। ନିର୍ଦ୍ଦେଶକ ସୁବ୍ରମଣ୍ୟମ ଶିବା ଫେସ୍ବୁକ୍ରେ ଏହି ଘରର ଫଟୋକୁ ଶେଆର କରିଛନ୍ତି। ନିକଟରେ ଧନୁଷଙ୍କ ପୂରା ପରିବାର ଏହି ଘରେ ରହିବା ପାଇଁ ଆସିଥିବା ସେ ସୂଚନା ଦେଇଛନ୍ତି।
ଚେନ୍ନାଇର ପୋଇସ୍ ଗାର୍ଡନରେ ସ୍ଥିତ ଏହି ବିଳାଶପୂର୍ଣ୍ଣ ଘରଟିର ଦାମ୍ ପ୍ରାୟ ୧୫୦ କୋଟି ଟଙ୍କା ହେବ ବୋଲି ଦାବି କରାଯାଉଛି। ସୋଶାଲ ମିଡିଆରେ ଘରର ଯେଉଁ ଫଟୋ ସବୁ ସାମ୍ନାକୁ ଆସିଛି, ସେଥିରେ ଧନୁଷଙ୍କ ବାପା କସ୍ତୁରୀରାଜ ଓ ମା’ ବିଜୟଲକ୍ଷ୍ମୀଙ୍କୁ ଦେଖିବାକୁ ମିଳିଛି।
ଏହି ପୋଷ୍ଟରେ ସୁବ୍ରମଣ୍ୟମ ଶିବା ଲେଖିଛନ୍ତି, ମୋର ସାନଭାଇ ଧନୁଷଙ୍କ ନୂଆ ଘର ମୋତେ ଏକ ମନ୍ଦିର ପରି ଦେଖାଯାଉଛି। ସେ ନିଜ ପିତାମାତାଙ୍କୁ ସ୍ୱର୍ଗ ପରି ଏକ ଘର ଦେଇଛନ୍ତି। ଏହି ପୋଷ୍ଟରେ ସୁବ୍ରମଣ୍ୟମ ଶିବା ଧନୁଷଙ୍କୁ ପ୍ରଶଂସା କରିଛନ୍ତି।
ନିକଟରେ ଧନୁଷଙ୍କ ଫିଲ୍ମ ‘ବାତୀ’ ରିଲିଜ ହୋଇଛି। ଏହି ଫିଲ୍ମକୁ ଚାରିଆଡୁ ପଜିଟିଭ ରେସ୍ପନ୍ସ ମିଳିଛି। ଫିଲ୍ମରେ ଧନୁଷଙ୍କ ଅପୋଜିଟ୍ରେ ସଂଯୁକ୍ତା ମେନନ୍ ନଜର ଆସିଛନ୍ତି। ଭେଙ୍କି ଅତଲୁରୀ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ୩୦ କୋଟି ବଜେଟ୍ରେ ତିଆରି ଏହି ଫିଲ୍ମ ଫେବ୍ରୁଆରୀ ୧୭ ତାରିଖରେ ପରଦାକୁ ଆସିଥିଲା।
ଚିତ୍ତୁରରେ ଏକ ରୋଡ୍ ଶୋ’ ବେଳେ ତାରକ ରତ୍ନଙ୍କୁ ହୃଦ୍ଘାତ ହୋଇଥିଲା। ଏହାପରେ ପ୍ରବଳ ଭିଡ ଭିତରେ ସେ ଚେତାଶୂନ୍ୟ ହୋଇ ପଡିଥିଲେ। ଏହାପରେ ତୁରନ୍ତ ତାଙ୍କୁ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ପିସିଆର୍ ଓ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗଇ ଦିଆଯାଇଥିଲା।
ଜାନୁୟାରୀ ୨୭ରେ ନନ୍ଦମୁରି ତାରକ ରତ୍ନ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ନାରା ଲୋକେଶଙ୍କ ଯୁବାଗଲମ ପଦଯାତ୍ରାରେ ଭାଗ ନେଇଥିଲେ। ସେ କୁପ୍ପମରେ ଏକ ମସଜିଦରେ ନମାଜ ପଢି ଫେରିବା ସମୟରେ ହଠାତ୍ ପଡିଯାଇଥିଲେ। ତେଲଗୁ ଦେଶମ ପାର୍ଟିର କର୍ମୀମାନେ ସେଠାରୁ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ। ସେବେଠାରୁ ସେ ଲାଇଫ୍ ସପୋର୍ଟରେ ଥିଲେ ଓ ୧୮ ଫେବୃୟାରୀରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ମେଗାଷ୍ଟାର ଚିରଞ୍ଜିବ ତାରକ ରତ୍ନଙ୍କ ଦେହାନ୍ତ ନେଇ ଟୁଇଟ କରିଛନ୍ତି। ସେ କହିଛନ୍ତି, ନନ୍ଦମୁରି ତାରକ ରତ୍ନଙ୍କ ଅସମୟରେ ମୃତ୍ୟୁ ଖବର ଜାଣିବା ପରେ ବହୁତ ଦୁଃଖ ଅନୁଭବ କରୁଛି। ଏତେ ଉଜ୍ୱଳ, ପ୍ରତିଭାଶାଳୀ, ସ୍ନେହି ଯୁବା..ବହୁତ ଶୀଘ୍ର ବିଦାୟ ନେଲେ! ସମସ୍ତ ପରିବାର ସଦସ୍ୟ ଓ ପ୍ରଶଂସକଙ୍କ ହାର୍ଦ୍ଦିକ ସମବେଦନା! ତାଙ୍କ ଆତ୍ମାକୁ ଶାନ୍ତି ମିଳୁ।
ମହେଶ ବାବୁ, ଆଲୁ ଅର୍ଜୁନଙ୍କ ସମେତ ବହୁ କଳାକାର ନନ୍ଦମୁରି ତାରକ ରତ୍ନଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି।
A dear friend and very humble human, it’s heartbreaking to see him gone so soon. He will be dearly missed. Rest in peace babai. #TarakaRatna pic.twitter.com/T72HMwaohQ
— Allari Naresh (@allarinaresh) February 18, 2023
ଶାଲିନ୍ ଭାନୋଟଙ୍କ ପୂର୍ବ ପତ୍ନୀ ଦଲଜିତ କୌରଙ୍କୁ ପୁଣି ଥରେ ଭଲପାଇବା ମିଳିଛି। ଶାଲିନଙ୍କଠାରୁ ଅଲଗା ହେବା ପରଠାରୁ ଏକାକୀ ଜୀବନ ବିତାଉଥିଲେ ଦଲଜିତ। ହେଲେ ଏବେ ତାଙ୍କ ହାତ ଧରିବାକୁ ଆଗକୁ ଆସିଛନ୍ତି ବ୍ରିଟେନର ବିଜନେସମ୍ୟାନ୍ ନୀଖିଲ ପଟେଲ। ଗତକାଲି ତଥା ଜାନୁଆରୀ ୩ ତାରିଖରେ ଦଲଜିତ ଓ ନୀଖିଲଙ୍କ ନିର୍ବନ୍ଧ ସରିଛି। ଏନେଇ ଇନ୍ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ନିଜେ ଦଲଜିତ।
ସୂଚନା ମୁତାବକ, ଦଳଜିତ ଆସନ୍ତା ମାର୍ଚ୍ଚ ମାସରେ ବିବାହ କରିବେ। ନୀଖିଲଙ୍କ ସହ ବିବାହ ପରେ ସେ ଭାରତ ଛାଡି ଲଣ୍ଡନ ଚାଲିଯିବେ। ତେବେ ଲଣ୍ଡନ ଯିବା ପୂର୍ବରୁ ସେ କିଛି ବର୍ଷ ପାଇଁ ଆଫ୍ରିକାର ନୌରବିରେ ରହିବେ। ଏହାପରେ ଲଣ୍ଡନ ଆସିବେ। କାରଣ ନୀଖିଲଙ୍କୁ ବର୍ତ୍ତମାନ ନିଜ କାମ ପାଇଁ ସେଠାରେ ରହିବାକୁ ହେବ।
ଦଲଜିତ କହିଛନ୍ତି, ମୁଁ ଲଣ୍ଡନରେ ରହିଲେ ବି ପୁଅକୁ ନେଇ ଭାରତ ଯିବା ଆସିବା କରିବି। ବାପା ହିସାବରେ ଶାଲିନଙ୍କୁ ତାଙ୍କ ପୁଅ ସହ ସମୟ ବିତାଇବାର ଅଧିକାର ଅଛି। ସେଥିପାଇଁ ମୁଁ ଭାରତ ଆସିବି।
କୁହାଯାଉଛି ଯେ, ଦଲଜିତ ଦୁବାଇ ସ୍ଥିତ ନିଜର ଏକ ବନ୍ଧୁଙ୍କ ପାର୍ଟିରେ ନୀଖିଲଙ୍କୁ ଭେଟିଥିଲେ। ଏହା ପରେ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା।
୨୦୦୯ରେ ଦଲଜିତ କୌର ଓ ଶାଲିନ ଭନୋଟ୍ଙ୍କ ବିବାହ ହୋଇଥିଲା। ତେବେ ବିବାହର ୪ ବର୍ଷ ପରେ ତଥା ୨୦୧୩ରେ ଉଭୟ ଅଲଗା ହୋଇଯାଇଥିଲେ। ଦଲଜିତ ଓ ଶାଲିନଙ୍କ ଗୋଟିଏ ପୁଅ ଅଛି, ତାଙ୍କ ନା ଜେଡନ୍। ମା' ଦଲଜିତଙ୍କ ପାଖରେ ଜେଡନ୍ ରୁହେ। ସେହିପରି ନୀଖିଲ ମଧ୍ୟ ପୂର୍ବରୁ ବିବାହତ । ସେ ତାଙ୍କ ପ୍ରଥମ ପତ୍ନୀଙ୍କ ଛାଡ଼ପତ୍ର ଦେଇସାରିଛନ୍ତି। ତାଙ୍କର ୧୩ ଓ ୮ ବର୍ଷର ଦୁଇଟି ଝିଅ ଅଛନ୍ତି।
ଗତବର୍ଷ ନାଗା ଚୈତନ୍ୟ ଓ ସମନ୍ତା ରୁଥ ପ୍ରଭୁଙ୍କ ଛାଡପତ୍ର ନେଇ ବେଶ ଚର୍ଚ୍ଚା ହୋଇଥିଲା। ପ୍ରଥମେ ତ ଏହି ଦମ୍ପତ୍ତି ଛାଡପତ୍ର ଖବରକୁ ନେଇ ଚୁପ୍ ରହିଥିଲେ କିନ୍ତୁ ଅକ୍ଟୋବର ମାସରେ ଦୁହେଁ ଏହି ଚର୍ଚ୍ଚା ଉପରେ ମୋହର ମାରିଥିଲେ। ଆଉ ଛାଡପତ୍ର ନେଇଥିବା ନେଇ ଘୋଷଣା କରିଥିଲେ। ଏହାପରେ ଉଭୟ ନିଜ ନିଜ ପ୍ରଫେସନାଲ ଲାଇଫ୍ରେ ବିଜି ହୋଇ ଯାଇଥିଲେ।
[caption id="attachment_708301" align="aligncenter" width="650"] ଦକ୍ଷିଣ ଭାରତର ସୁପରଯିଟ ଅଭିନେତ୍ରୀ ସମନ୍ଥା ଓ ଅଭିନେତା ନାଗା ।[/caption]
ନିକଟରେ ଏକ ସାକ୍ଷାତକାର୍ରେ ନାଗା ଚୈତନ୍ୟ ସମନ୍ଥାଙ୍କ ସହ ଛାଡପତ୍ରକୁ ନେଇ ମୁହଁ ଖୋଲିଥିଲେ। ସେ କହିଥିଲେ, ‘ଭିନ୍ନ ହେବା ଠିକ୍ ଥିଲା। ଏହା ଆପୋସ ସହମତିରେ ନିଆଯାଇଥିବା ନିଷ୍ପତ୍ତି ଥିଲା, ଯାହା ଦୁଇ ଜଣଙ୍କ ଖୁସି ପାଇଁ ନିଆଯାଇଛି। ଯଦି ସେ(ସମନ୍ଥା) ଖୁସି ଅଛି ଆଉ ମୁଁ ଖୁସି ଅଛି, ତେବେ ଏଭଳି ସ୍ଥିତିରେ ଛାଡପତ୍ର ଏକ ଭଲ ନିଷ୍ପତ୍ତି।’
[caption id="attachment_708302" align="aligncenter" width="650"] ଦକ୍ଷିଣ ଭାରତର ସୁପରହିଟ ଅଭିନେତ୍ରୀ ସମନ୍ଥା।[/caption]
ଡିସେମ୍ବର ମାସରେ ଫିଲ୍ମଫେଆର୍ ଆୱାର୍ଡ ସମାରୋହରେ ସମନ୍ଥା ନିଜ ଛାତପତ୍ର ବିଷୟରେ ସର୍ବସମ୍ମୁଖରେ ଆଲୋଚନା କରିଥିଲେ। ସେ କହିଥିଲେ, ‘ମୁଁ ଏବେବି ମୋ ଜୀବନ ବଞ୍ଚିବା ବା ଉପଭୋଗ କରିବା ବାକି ଅଛି। ମୁଁ ଜାଣିଛି ମୁଁ ଏବେବି ମୋ ବ୍ୟକ୍ତିଗତ କିଛି ସମସ୍ୟାକୁ ନେଇ ବଞ୍ଚିବାକୁ ପଡିବ। ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ, ମୁଁ କେତେ ଶକ୍ତିଶାଳୀ ଥିଲି। ଭାବିଥିଲି ମୁଁ ଦୁର୍ବଳ ପଡିଯିବି ବୋଲି। ଆଜି ମୁଁ ମୋ ନିଜ ଉପରେ ଗର୍ବ ଅନୁଭବ କରୁଛି, ଯେ ମୁଁ ଜଣେ ଶକ୍ତିଶାଳୀ।’
ସମନ୍ଥାଙ୍କୁ ନିକଟରେ ସୁପରହିଟ୍ ଫିଲ୍ମ ‘ପୁଷ୍ପା’ର ଏକ ଆଇଟମ୍ ଗୀତରେ ଦେଖିବାକୁ ମିଳିଥିଲା। ଏହା ସୁପରହିଟ୍ ହେବା ପରେ ସେ ସୁଇଜରଲାଣ୍ଡରେ ନିଜ ଛୁଟିକୁ ଏନଜୟ କରୁଛନ୍ତି। ଖୁବ୍ ଶୀଘ୍ର ସେ ହଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି ।
କଥାଟା ହେଉଛି- ଆଗକୁ ରଚିତାଙ୍କର ଏକ ନୂଆ ଫିଲ୍ମ ଆସୁଛି। ଏହାର ନାଁ ‘ଲଭ୍ ୟୁ ରଚ୍ଛୁ’। ଏଥିରେ ଅନେକ ବୋଲ୍ଡ ସିନ୍ ଅଛି। ଆଉ ସାମ୍ବାଦିକ ସମ୍ମିଳନୀରେ ଜଣେ ସାମ୍ବାଦିକ ଏ ସଂପର୍କରେ ପଚାରିବାରୁ ରଚିତା ରାଗିଯାଇଥିଲେ। କାରଣ ସେ ପୂର୍ବରୁ କହିଥିଲେ ଯେ ସେ ଆଉ ବୋଲ୍ଡ ସିନ୍ରେ ଅଭିନୟ କରିବେ ନାହିଁ।
ରଚିତା ସାମ୍ବାଦିକ ସମ୍ମିଳନୀରେ ଉକ୍ତ ରିପୋର୍ଟରଙ୍କ ଉପରେ ରାଗିଯାଇ କହିଥିଲେ, ଆପଣ କ’ଣ ବିବାହିତ ନୁହନ୍ତି? ବାହାଘର ପରେ ପ୍ରଥମ ରାତିରେ ସ୍ୱାମୀସ୍ତ୍ରୀ କ’ଣ କରନ୍ତି ? ସେମାନେ କ’ଣ କରନ୍ତି? ସେମାନେ ରୋମାନ୍ସ କରିବେ। ଠିକ୍ ଅଛି। ଆଉ ଠିକ୍ ତାହାକୁ ଫିଲ୍ମରେ ଦେଖାଯାଇଛି।
ବୋଲ୍ଡ ସିନ୍କୁ ନେଇ ରଚିତା ଆହୁରି କହିଥିଲେ ଯେ ସେ କାହାଣୀ ଅନୁସାରେ ଅଭିନୟ କରିଛନ୍ତି। ସେ କହିଛନ୍ତି, କିଛି କାରଣ ପାଇଁ ମୁଁ ବୋଲ୍ଡ ସିନ୍ କରିଛି। ଆପଣମାନେ ଯେତେବେଳେ ଫିଲ୍ମଟି ଦେଖିବେ ସେତେବେଳେ ବୁଝିପାରିବେ, କାହିଁକି ସେହିସବୁ ସିନ୍ କରାଯାଇଛି।
ସେହିପରି ଫିଲ୍ମରେ ଥିବା ଏକ ଗୀତର ଏକ ସିନ୍ ବିଷୟରେ ଆଉ ଜଣେ ସାମ୍ବାଦିକ ପଚାରିଥିଲେ। ରଚିତା କହିଥିଲେ ଯେ ସେହି ସିନ୍ରେ ଏମିତି କିଛି ନାହିଁ ଯାହା ଅଶ୍ଲୀଳ ଲାଗି। ତେଣୁ ସେ କିଛି ଭୁଲ୍ କରି ନାହାନ୍ତି।
‘ଲଭ୍ ୟୁ ରଚ୍ଛୁ’ରେ ରଚିତାଙ୍କ ସହିତ ଅଜୟ ରାଓ ଅଭିନୟ କରିଛନ୍ତି। ଆଉ ଫିଲ୍ମରେ ସେମାନେ ବହୁ ବୋଲ୍ଡ ସିନ୍ ଦେଇଥିବା ବେଳେ ସେଗୁଡ଼ିକ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି।
ସୂଚନାଯୋଗ୍ୟ, ଫିଲ୍ମ ‘ଆଇ ଲଭ୍ ୟୁ’ରେ ମଧ୍ୟ ରଚିତା ବୋଲ୍ଡ ସିନ୍ ଦେଇଥିଲେ। ଏଥିରେ ସୁପରଷ୍ଟାର ଉପେନ୍ଦ୍ର ଥିଲେ। ତେବେ ଫିଲ୍ମଟି ରିଲିଜ୍ ହେବା ପରେ ରଚିତା କହିଥିଲେ ଯେ ସେ ଆଉ ବୋଲ୍ଡ ସିନ୍ରେ ଅଭିନୟ କରିବେ ନାହିଁ। କାରଣ ଏହା ତାଙ୍କ ପରିବାରକୁ ଆଘାତ ଦେଉଛି।
ନିକଟରେ ଆଲ୍ଲୁ ଅର୍ଜୁନ ଏକ ଆପ୍ର ବିଜ୍ଞାପନ କରିଥିଲେ। ୟଟ୍ୟୁବରେ ଏହି ବିଜ୍ଞାପନ ଗତ କିଛି ଦିନ ତଳେ ପ୍ରସାରିତ ହୋଇଛି। ଏହି ବିଜ୍ଞାପନରେ ଆଲ୍ଲୁ ଜଣେ ଦୋସା ବିକଳି ଚରିତ୍ରରେ ନଜର ଆସିଛନ୍ତି। ସେ ଜଣେ ଗ୍ରାହକଙ୍କୁ ରାଜ୍ୟର ବସ୍ଗୁଡିକ ଠିକଣା ସ୍ଥାନରେ ପହଞ୍ଚାଇବା ପାଇଁ ଅଧିକ ସମୟ ନିଅନ୍ତି। ଆପଣ ଆପ୍ ଜରିଆରେ ବାଇକରେ ବସି ଖୁବ୍ଶୀଘ୍ର ଓ ସଫଳତାର ସହ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ। ଏଥିସହ ବସ୍ ଭିଡରୁ ରକ୍ଷା ମଧ୍ୟ ପାଇପାରିବେ ବୋଲି କହୁଥିବା ଦେଖିବାକୁ ମିଳିଛି।
ଏହି ବିଜ୍ଞାପନରେ ଆଲ୍ଲୁ ଅର୍ଜୁନ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ବିରବସାରାମ ମାର୍ଗରେ ଠିଆ ହୋଇ ଆନ୍ଧ୍ରପ୍ରଦେଶର ସରକାରୀ ବସ୍ ଆଡକୁ ଇସାରା କରିଥିବା ମଧ୍ୟ ନଜର ଆସିଛନ୍ତି। ଏହାକୁ ନେଇ ବିବାଦ ଉପୁଜିଛି।
ଟିଏସ୍ଆର୍ଟିସି ମୁଖ୍ୟ ବି ସି ସଜ୍ଜନର ଆଲ୍ଲୁ ଅର୍ଜୁନଙ୍କ ଏହି ବିଜ୍ଞାପନକୁ ବିରୋଧ କରିଛନ୍ତି। ଆର୍ଟିସି ବସ୍ରେ ଯାଉଥିବା ଯାତ୍ରୀ ଏବଂ କର୍ମଚାରୀ ଏହି ବିଜ୍ଞାପନକୁ ପସନ୍ଦ କରିନାହାନ୍ତି। ଟିଏସ୍ଆର୍ଟିସିକୁ ଏହା ଅପମାନିତ କରିଛି। ତେଣୁ ଟିଏସ୍ଆର୍ଟିସିର ମ୍ୟାନେଜମେଣ୍ଟ, ଯାତ୍ରୀ ଏବଂ ଏହାର ପୂର୍ବତନ କର୍ମଚାରୀମାନେ ଏଭଳି ଅପମାନକୁ ବରଦାଶ କରିବେ ନାହିଁ ବୋଲି ବି ସି ସଜ୍ଜନର କହିଛନ୍ତି। ଆଲ୍ଲୁ ଅର୍ଜୁନଙ୍କୁ ଏଥିପାଇଁ ଆଇନଗତ ନୋଟିସ ପଠାଯାଇଛି।
TSRTC ସାଧାରଣ ଲୋକଙ୍କ ସେବା ପାଇଁ ଅଟେ। ଅଭିନେତାମାନେ ସେହି ବିଜ୍ଞାପନଗୁଡିକୁ ପ୍ରୋତ୍ସାହିତ କରିବା ଉଚିତ ଯାହା ସାଧାରଣ ପରିବହନର ଉନ୍ନତି ପାଇଁ ଅଟେ ଏବଂ ଯାହା ଦ୍ୱାରା ଆମର ସାଇଟ୍ ପରିଷ୍କାର ରହିବ ବୋଲି ସେ କହିଛନ୍ତି। ବି ସି ସାଜ୍ଜନାର ପୂର୍ବରୁ ସାଇବରବାଦ ପୁଲିସ କମିଶନର ଥିଲେ। ଏହା ପରେ ତାଙ୍କୁ TSRTCର MD ଦାୟିତ୍ୱ ଦିଆଯାଇଛି।
ରିଲିଜ ହୋଇଥିବା ଟିଜର୍ରେ ଏକ ଯୁଦ୍ଧକୁ ଦେଖାଯାଇଛି ଏବଂ ଫିଲ୍ମର ସବୁ ଷ୍ଟାର ଏହି ଯୁଦ୍ଧରେ ଲଢ଼ୁଥିବା ଦେଖିବାକୁ ମିଳିଛି। ବାହୁବଳି ପ୍ରାଞ୍ଚାଇଜ ତୁଳନାରେ ଏହି ଫିଲ୍ମଟି ଏକ ବଡ ପ୍ରୋଜେକ୍ଟ ହେବ ବୋଲି ଆଶା କରାଯାଉଛି।
ବହୁବଳି ଫେମ୍ ନିର୍ଦ୍ଦେଶକ ରାଜାମୌଲିଙ୍କ ନିର୍ଦ୍ଦେଶନାରେ ତଆରି ଏହି ଫିଲ୍ମର ଲିଡ୍ ରୋଲରେ ରାମ ଚରଣ, ଜୁନିଅର୍ ଏନ୍ଟିଆର୍, ଅଜୟ ଦେବଗନ ଏବଂ ଆଲିଆ ଭଟ୍ଟ ଅଛନ୍ତି। ବିଗ୍ବଜେଟ୍ ଫିଲ୍ମ ‘ଆର୍ଆର୍ଆର୍’ ଦୀର୍ଘ ଦିନ ହେବ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମକୁ ନେଇ ଫ୍ୟାନ୍ସମାନେ ମଧ୍ୟ ବେଶ୍ ଏକ୍ସାଇଟେଡ୍।
ପୂର୍ବରୁ ଫିଲ୍ମଟିକୁ ଚଳିତ ବର୍ଷ ଅକ୍ଟୋବର ୧୩ରେ ରିଲିଜ କରିବା ପାଇଁ ଘୋଷଣା କରାଯାଇଥିଲା। କିନ୍ତୁ ଏବେ ଏହା ଆସନ୍ତା ବର୍ଷ ଜାନୁଆରୀ ୭ରେ ପରଦାକୁ ଆସିବ।
ସ୍ୱାଧୀନତା ସଂଗ୍ରାମୀ କୋମାରାମ ଭୀମ ଏବଂ ଅଲ୍ଲୁରୀ ସୀତାରାମରାଜୁଙ୍କ ଜୀବନୀ ସହ ଜଡିତ ଏକ କାଳ୍ପନିକ କାହାଣୀ ଉପରେ ଫିଲ୍ମ ‘ଆର୍ଆର୍ଆର୍’ ଆଧାରିତ। ୪୫୦ କୋଟି ଟଙ୍କା ବଜେଟ୍ରେ ତିଆରି ଏହି ଫିଲ୍ମ ହିନ୍ଦୀ, ତେଲୁଗୁ, ତାମିଲ, ମଲୟାଲମ ଏବଂ କନ୍ନଡ ସମେତ ଅନ୍ୟ ଭାଷାରେ ମଧ୍ୟ ରିଲିଜ ହେବ।
View this post on Instagram
ଜିମ୍ରେ ୱାର୍କଆଉଟ୍ କଲା ବେଳେ ହଠାତ୍ ପୁନୀତ୍ ବେହୋସ ହୋଇ ପଡ଼ିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବେଙ୍ଗାଲୁରୁ ସ୍ଥିତ ବିକ୍ରମ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣାପଡ଼ିଲା ଯେ ତାଙ୍କର ହୃଦ୍ଘାତ ହୋଇଥିଲା। ଏହା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏକ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ। ତେବେ ସେମାନଙ୍କର ସମସ୍ତ ପ୍ରୟାସ ସତ୍ତ୍ୱେ ଆଖି ବୁଜିଥିଲେ ପୁନୀତ ରାଜକୁମାର।
କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବସଭରାଜ ଏସ୍ ବୋମ୍ମାଇ ମଧ୍ୟ ହସ୍ପିଟାଲ୍ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ଡାକ୍ତରମାନଙ୍କୁ ପଚାରି ବୁଝିଥିଲେ। ପୁନୀତଙ୍କ ବଡ଼ ଭାଇ ତଥା ଅଭିନେତା ଶିବ ରାଜକୁମାର ଓ ପୂରା ପରିବାର ମଧ୍ୟ ହସ୍ପିଟାଲ୍ରେ ଉପସ୍ଥିତ ଥିଲେ। ଅଭିନେତା ୟଶ ଓ ଦର୍ଶନ ପ୍ରମୁଖ ମଧ୍ୟ ହସ୍ପିଟାଲ୍ରେ ପୁନୀତଙ୍କୁ ଦେଖିବାକୁ ପହଞ୍ଚିଥିଲେ।
ପୁନୀତ୍ଙ୍କୁ ଫ୍ୟାନ୍ମାନେ ଆପୁ ବୋଲି ସମ୍ବୋଧନ କରୁଥିଲେ। ସେ ହେଉଛନ୍ତି କନ୍ନଡ଼ର ପ୍ରଖ୍ୟାତ ଅଭିନେତା ରାଜକୁମାରଙ୍କ ପୁଅ। ସେ ୨୯ଟି କନ୍ନଡ଼ ଫିଲ୍ମରେ ଲିଡ୍ ରୋଲ୍ରେ ଅଭିନୟ କରିଥିଲେ।
ପୁନୀତ୍ ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୫ରେ ସେ ଶ୍ରେଷ୍ଠ ଶିଶୁ କଳାକାର ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ସେ ଶ୍ରେଷ୍ଠ ଶିଶୁ କଳାକାର ଭାବେ କର୍ଣ୍ଣାଟକା ରାଜ୍ୟ ପୁରସ୍କାର ପାଇଥିଲେ। ୨୦୦୨ରେ ସେ ଆପ୍ପୁ ଫିଲ୍ମରେ ପ୍ରଥମ ଥର ହିରୋ ହୋଇଥିଲେ। ସେହିଦିନଠାରୁ ଫ୍ୟାନ୍ମାନେ ତାଙ୍କୁ ଆପ୍ପୁ ସମ୍ବୋଧିତ କରୁଥିଲେ। ଶେଷଥର ପାଇଁ ଚଳିତ ବର୍ଷ ତାଙ୍କୁ ‘ଯୁବରତ୍ନ’ ଫିଲ୍ମରେ ଦେଖିଥିଲେ ଦର୍ଶକ।
ଗତ କିଛି ଦିନ ହେବ ସାମନ୍ତ ଏବଂ ପ୍ରୀତମଙ୍କ ଫଟୋ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଉଭୟଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ ହିଁ ଏହି ସୁପର କପଲଙ୍କ ବିଚ୍ଛେଦର କାରଣ ବୋଲି ଚର୍ଚ୍ଚା ବି ଟଲିଉଡ ଗଳିରେ ଜୋର ଧରିଛି। ତେବେ ଏହି ଗୁଜବ ଉପରେ ଉଭୟ ନାଗା ଏବଂ ସମନ୍ଥା ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନ ଥିବା ବେଳେ ମୁହଁ ଖୋଲିଛନ୍ତି ପ୍ରୀତମ ।
[caption id="attachment_683430" align="aligncenter" width="650"] ଟଲିଉଡ଼ ଅଭିନେତ୍ରୀ ସମନ୍ଥା।[/caption]
ନିଜେ ସାମନ୍ତଙ୍କ ସହ ସମ୍ପର୍କ ଥିବା ଖବର ଉପରେ ନୀରବତା ଭାଙ୍ଗି ପ୍ରୀତମ କହିଛନ୍ତି ଯେ, ମୁଁ ସାମନ୍ତଙ୍କୁ ଜିଜି ବୋଲି ଡାକନ୍ତି। ଏଥିସହ ସେ କହିଛନ୍ତି, ନାଗା ଚୈତନ୍ୟ ବି ମୋତେ ବର୍ଷ ବର୍ଷ ଧରି ବେଶ୍ ଭଲ ଭାବେ ଜାଣିଛନ୍ତି । ଆମ ଦୁହିଁଙ୍କ ମଧ୍ୟରେ ଥିବା ସମ୍ପର୍କ ବହୁତ ସ୍ୱଚ୍ଛ । ଏହାକୁ ଖୋଦ ନାଗା ବି ବୁଝିଛନ୍ତି। ତେଣୁ ତାଙ୍କର ଗୋଟିଏ ପଦ କଥା ଗୁଜବ ସୃଷ୍ଟିକାରୀଙ୍କ ମୁହଁ ବନ୍ଦ କରିଦେବାକୁ ଯଥେଷ୍ଟ । ହେଲେ ସେ ଏପରି କରୁ ନ ଥିବାରୁ ସମନ୍ଥା ତାଙ୍କ ଉପରେ ଖପ୍ପା ଅଛନ୍ତି।
ଏଥିସହିତ ସାମନ୍ତ ମଧ୍ୟ ନିଜ ବିପକ୍ଷରେ ଉଡ଼ୁଥିବା ଗୁଜବକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ବିଚ୍ଛେଦ ଖୁବ୍ ଯନ୍ତ୍ରଣାଦାୟକ । ଏଥିରୁ ବାହାରିବାକୁ ମୋତେ ସମୟ ଦରକାର। ଏହା ମଧ୍ୟରେ ଏପରି ବ୍ୟକ୍ତିଗତ ଆରୋପ ମୋତେ ଖୁବ୍ ବାଧୁଛି। ମୁଁ ନିଜକୁ ନକରାତ୍ମକ ଚିନ୍ତାଧାରା ଦ୍ୱାରା କବଳିତ କରିବାକୁ ଚାହୁଁନି। ଯେତେ ଯାହା କଲେ ବି ଯେକୌଣସି ଶକ୍ତ ଆଘାତ ମୋତେ ଭାଙ୍ଗି ପାରିବନି ବୋଲି କଥା ଦେଉଛି।”
[caption id="attachment_683431" align="aligncenter" width="650"] ନାଗା ଚୈତନ୍ୟଙ୍କ ସହ ସମନ୍ଥା।[/caption]
ସମନ୍ଥା ଏବଂ ନାଗା ଚୈତନ୍ୟ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ଗୋଆରେ ୨୦୧୭ ମସିହାରେ ବିବାହ କରିଥିଲେ। ବିବାହ ପରେ ସାମନ୍ତ ତାଙ୍କ ଉପନାମକୁ ଆକ୍କିନେନିରେ ବଦଳାଇଲେ । କେବଳ ଶାଶୁ ନୁହଁନ୍ତି ପରିବାର ସଦସ୍ୟ ମଧ୍ୟ ସମନ୍ଥାଙ୍କ ଛାଡପତ୍ର ନେଇ ଭାଙ୍ଗି ପଡ଼ିଛନ୍ତି। ଏନେଇ ସମନ୍ଥାଙ୍କ ପିତା ଜୋସେଫ ପ୍ରଭାସ କହିଛନ୍ତି, ଯେତେବେଳେ ଝିଅର ବିବାହ ଭାଙ୍ଗିବାର ଖବର ଶୁଣିଲି, ଆଖି ସାମ୍ନାରେ ଅନ୍ଧକାର ଥିଲା। ଛାଡପତ୍ରର ନିଷ୍ପତ୍ତିକୁ ପୁନର୍ବିଚାର କରିବା ଉଚିତ୍ ବୋଲି ସେ ସମନ୍ଥାଙ୍କୁ ବୁଝାଇବାକୁ ଖୁବ୍ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିବା କହିଛନ୍ତି।
ଗତ କିଛି ଦିନ ତଳେ ସମନ୍ଥା ଏବଂ ସାଉଥ ଷ୍ଟାର ନାଗା ଚୈତନ୍ୟ ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରି ପରସ୍ପରଠାରୁ ଅଲଗା ହେବା ନେଇ ପ୍ରଶଂସକଙ୍କୁ ସୂଚନା ଦେଇଥିଲେ। ସେ କହିଥିଲେ ଅନେକ ବିଚାର ବିମର୍ଶ ପରେ ପରସ୍ପରଠାରୁ ଭିନ୍ନ ହେବା ପାଇଁ ନିଷ୍ପତ୍ତି ନେଇଛୁ। ଏଥିସହ ଏଭଳି ଅସୁବିଧା ସମୟରେ ନିଜ ପ୍ରାଇଭେସିକୁ ସମ୍ମାନ ଦେବା ସହ ଜୀବନରେ ଆଗକୁ ବଢ଼ିବାକୁ ଦେବା ପାଇଁ ଉଭୟ ନିଜ ପ୍ରଶଂସକଙ୍କୁ ଅନୁରୋଧ କରିଥିଲେ।
ମିଡିଆ ରିପୋର୍ଟ ମୁତାବକ, ଗତ ଏକ ମାସ ହେଲା ନାଗା ଚୈତନ୍ୟ ହୋଟେଲରେ ଅଛନ୍ତି। ପିଙ୍କଭିଲ୍ଲାର ରିପୋର୍ଟ ଅନୁଯାୟୀ ହାଇଦ୍ରାବର ଏକ ଲଗଜୁରୀ ହୋଟେଲରେ ଅଛନ୍ତି ନାଗା ଚୈତନ୍ୟ। ସେ ଘର ଛାଡି ଚାଲି ଆସିଥିବା କୁହାଯାଉଛି। ଏହି ଖବର ଏବେ ସାମ୍ନାକୁ ଆସିବା ପରେ ପୁଣି ସାଉଥ ଇଣ୍ଡଷ୍ଟ୍ରିରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି।
ଶନିବାର ଦିନ ସମନ୍ଥା ଏବଂ ନାଗା ଚୈତନ୍ୟ ଛାଡପତ୍ର ନେଉଥିବା ନେଇ ଘୋଷଣା କରିଥିଲେ। ସମନ୍ଥା ନିଜ ସୋଶାଲ ମିଡିଆରେ ଏକ ଲମ୍ବା ଚଉଡା ମେସେଜ ଲେଖିଥିଲେ। ସେ କହିଥିଲେ 'ବେଶ ବିଚାର ବିମର୍ଶ ପରେ ଆମେ ଦୁହେଁ ସ୍ୱାମୀ-ସ୍ତ୍ରୀ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛୁ। ୧୦ ବର୍ଷରୁ ଅଧିକ ଦିନ ହେବ ଆମେ ଭଲ ବନ୍ଧୁ ଥିଲୁ। ଏହା ହିଁ ଆମ ସମ୍ପର୍କର ମୂଳଦୁଆ ଥିଲା। ଆମେ ଦୁହେଁ ଆଗକୁ ମଧ୍ୟ ଭଲ ବନ୍ଧୁ ହୋଇ ରହିବୁ ବୋଲି ମୋର ବିଶ୍ୱାସ। ଏଭଳି ଏକ ଅସୁବିଧା ସସମୟରେ ପ୍ରଶଂସକ, ଶୁଭଚିନ୍ତକ ଏବଂ ମିଡିଆ ବନ୍ଧୁମାନେ ଆମର ସାଥ ଦିଅନ୍ତୁ ବୋଲି ସେ ନିବେଦନ କରିଥିଲେ।'
ସେପଟେ ପୁଅ ବୋହୂଙ୍କ ଛାଡପତ୍ର ନେଇ ସାଉଥ ସୁପରଷ୍ଟାର ନାଗାର୍ଜୁନ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ ଟ୍ୱିଟରରେ ଏକ ପୋଷ୍ଟ ଶେଆର କରି ଲେଖିଥିଲେ, 'ସମନ୍ଥା ଏବଂ ଚୈତନ୍ୟଙ୍କ ମଧ୍ୟରେ ଯାହା ସବୁ ଘଟିଛି, ତାହା ବେଶ୍ ଦୁର୍ଭାଗ୍ୟପୂର୍ଣ୍ଣ। ଏହା ଉଭୟଙ୍କ ବ୍ୟକ୍ତିଗତ ମାମଲା। ଉଭୟ ସମନ୍ଥା ଏବଂ ଚୈତନ୍ୟ ମୋ ପାଇଁ ବେଶ୍ ପ୍ରିୟ। ମୋ ପରିବାର ସମନ୍ଥାଙ୍କ ସହ ବିତାଇଥିବା ସମସ୍ତ ମୁହୂର୍ତ୍ତକୁ ମନେ ରଖିବ ଏବଂ ସେ ଆମ ସମସ୍ତଙ୍କ ପାଇଁ ସର୍ବଦା ସ୍ୱତନ୍ତ୍ର ରହିବେ। ଭଗବାନ ଉଭୟଙ୍କୁ ସାହସ ଦିଅନ୍ତୁ।'
ସମନ୍ଥା ଏବଂ ନାଗା ଚୈତନ୍ୟଙ୍କ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା କଥା ଗତ କିଛି ଦିନ ଧରି ଚର୍ଚ୍ଚା ହେଉଥିଲା। ପ୍ରକୃତରେ ସମନ୍ଥାଙ୍କ ପୂରା ନାଁ ହେଇଛି ସମନ୍ଥା ରୁଥ ପ୍ରଭୁ। ବିବାହ ପରେ ସେ ଟ୍ୱିଟର ଆକାଉଣ୍ଟରେ ନିଜ ନାଁ ପଛରେ ସ୍ୱାମୀ ନାଗା ଚୈତନ୍ୟଙ୍କ ନାଁ ଯୋଡିଥିଲେ। ସେ ଟ୍ୱିଟରରେ ନିଜ ନାଁ ସମନ୍ଥା ଅକିନେନି ରଖିଥିଲେ। କିନ୍ତୁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବା ପରେ ସମନ୍ଥା ନିଜ ସରନେମ୍ ବା ଉପନାମରୁ ଅକିନେନି ହଟାଇ ଦେଇଥିଲେ।
୨୦୧୭ ଅକ୍ଟୋବର ମାସରେ ସମନ୍ଥା ଏବଂ ନାଗା ଚୈତନ୍ୟଙ୍କ ବିଧିବଦ୍ଧ ଭାବେ ପରସ୍ପରର ହାତ ଧରିଥିଲେ। ଦୁହିଁଙ୍କ ବିବାହ ଦୁଇ ଥର ହୋଇଥିଲା। ପ୍ରଥମେ ହିନ୍ଦୁ ରୀତିନୀତି ଅନୁଯାୟୀ ଏବଂ ପରେ ଚର୍ଚ୍ଚରେ ହୋଇଥିଲା। ବିବାହ ପୂର୍ବରୁ ଦୁହେଁ ପରସ୍ପରକୁ ୧୦ ବର୍ଷ ଧରି ଡେଟ୍ କରିଥିଲେ। ଦୁହେଁ ଅନେକ ଫିଲ୍ମ ଏବଂ ବିଜ୍ଞାପନରେ ଏକାଠି କାମ କରିସାରିଛନ୍ତି। ତେବେ ବିବାହର ୪ ବର୍ଷ ପରେ ଏବେ ସାଉଥର ଏହି ପପୁଲାର ଯୋଡି ଅଲଗା ହୋଇଯାଇଛନ୍ତି।
ରକୁଲ ପ୍ରୀତି ସିଂହଙ୍କୁ ସେପ୍ଟେମ୍ବର ୬ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି। ସେହିପରି ରାଣା ଦଗୁବାତୀଙ୍କୁ ସେପ୍ଟେମ୍ବର ୮, ରବି ତେଜାଙ୍କୁ ସେପ୍ଟେମ୍ବର ୯ ଏବଂ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କୁ ସେପ୍ଟେମ୍ବର ୩୧ ତାରିଖରେ ହାଜର ହେବାକୁ ଇଡି ନୋଟିସ ଜାରି କରିଛି। ଏମାନଙ୍କ ଛଡା ଚାର୍ମୀ କୌର, ମୁମୈଥ ଏବଂ ଅନ୍ୟ କିଛି ସେଲିବ୍ରିଟିଙ୍କୁ ମଧ୍ୟ ଇଡି ସମନ୍ ପଠାଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ୪ ବର୍ଷ ତଳର ଏହି ଡ୍ରଗ୍ସ ଲିଙ୍କ ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୨ଜଣଙ୍କୁ ସମନ୍ ପଠାଇସାରିଲାଣି ଇଡି। ୨୦୧୭ ମସିହାରେ ଜୁଲାଇ ମାସରେ ଏକ ବାର୍ ଉପରେ ଚଢଉ ବେଳେ ବିପୁଳ ପରିମାଣର ଡ୍ରଗ୍ସ ମିଳିଥିଲା। ଏହି ଘଟଣାରେ ୧୧ ପୃଷ୍ଠାର ଚାର୍ଜ ସିଟ୍ ଦାଖଲ କରାଯାଇଥିଲା।
[caption id="attachment_670063" align="aligncenter" width="650"] ରବି ତେଜାଙ୍କୁ ସେପ୍ଟେମ୍ବର ୯ ଏବଂ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କୁ ସେପ୍ଟେମ୍ବର ୩୧ ତାରିଖରେ ହାଜର ହେବାକୁ ଇଡି ନୋଟିସ ଜାରି କରିଛି।[/caption]
ଉଲ୍ଲେଖ ଯୋଗ୍ୟ ଯେ, ରକୁଲ ପ୍ରିତ ସିଂହ ସାଉଥ ସିନେମା ବ୍ୟତୀତ ଅନେକ ହିନ୍ଦୀ ଫିଲ୍ମରେ କାମ କରିସାରିଛନ୍ତି। ତାଙ୍କୁ ୟାରିଆଁ, ଅୟାରୀ, ଦେ ଦେ ପ୍ୟାର୍ ଦେ, ସରଦାର କା ଗ୍ରାଣ୍ଡସନ ଭଳି ଫିଲ୍ମରେ ଦେଖିବାକୁ ମିଳିଛି। ସେହିପରି ବ୍ଲକବଷ୍ଟର ଫିଲ୍ମ ବାହୁବଳୀରେ ଖଳନାୟକ ଚରିତ୍ରରେ ପ୍ରସିଦ୍ଧ ଲାଭ କରିଥିବା ଭଲ୍ଲାଲଦେବ ଓରଫ ରାଣା ଦଗୁବତୀ ସାଉଥ ସିନେମାର ଜଣାଶୁଣା ଚେହେରା। ତାଙ୍କୁ ବାହୁବଳୀ ବ୍ୟତୀତ, ଗାଜି ଆଟାକ, ବେବି, ଦମ୍ ମାରୋ ଦମ୍, ହାତୀ ମେରା ସାଥୀ ଓ ହାଉସଫୁଲ-୪ରେ ଦେଖିବାକୁ ମିଳିଛି।
ସେହିପରି ରବି ତେଜା ମଧ୍ୟ ତେଲୁଗୁ ଫିଲ୍ମର ଜଣେ ଦମ୍ଦାର ଅଭିନେତା ରୂପେ ବେଶ୍ ଜଣାଶୁଣା। ସାଉଥ ଇଣ୍ଡଷ୍ଟ୍ରିକୁ ସେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ନିଜ ଅଭିନୟ ଜାଦୁରେ ଦର୍ଶକ ହୃଦୟ ମଧ୍ୟ ଜିତିଛନ୍ତି। ଅନ୍ୟ ପଟେ ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ଧର୍ମ ପ୍ରଡକ୍ସନ ସହ ମିଶି ନିଜ ଅପ୍କମିଂ ଫିଲ୍ମ ‘ଲାଇଗର’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ସାଉଥ ଫିଲ୍ମ ବ୍ୟତୀତ ପୁରୀ ଜଗନ୍ନାଥ ହିନ୍ଦୀ ଫିଲ୍ମ ‘ବୁଢ଼ା ହୋଗା ତେରା ବାପ’ର ନିର୍ଦ୍ଦେଶନା ଦେଇଥିଲେ।
ସୂଚନା ମୁତାବକ, ଆଲେକଜାଣ୍ଡ୍ରା ଜାଭି ତାମିଲ ଫିଲ୍ମ କଞ୍ଚନା-୩ରେ ଅଭିନୟ କରିଥିଲେ। ଏଥିରେ ତାଙ୍କୁ ଭୂତ ଚରିତ୍ରରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମଟି ୨୦୧୯ରେ ରିଲିଜ ହୋଇଥିଲା। ମଡେଲ ତଥା ଅଭିନେତ୍ରୀ ଆଲେକଜାଣ୍ଡ୍ରାଙ୍କ ଶୁକ୍ରବାର ମୃତ୍ୟୁ ହୋଇଛି। ପୁଲିସ ତାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି, ତାହା କେବଳ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଜଣାପଡିଛି।
ଫିଲ୍ମ ବିଟ୍ ଦେଇଥିବା ରିପୋର୍ଟ ମୁତାବକ, ଆଲେକଜାଣ୍ଡ୍ରା ଦୀର୍ଘ ଦିନ ଧରି ଡିପ୍ରେସନରେ ଥିଲେ। ତାଙ୍କ ବୟଫ୍ରେଣ୍ଡ ଠାରୁ ବ୍ରେକ-ଅପ୍ ହେବା ପରେ ସେ ଏକଟୁଆ ରହୁଥିଲେ ବୋଲି ଉତ୍ତର ଗୋଆ ସ୍ଥିତ ଏକ ଗାଁର ଲୋକମାନେ ଅଭିଯୋଗ କରିଛନ୍ତି। ଏବେ ପୁଲିସ ଉକ୍ତ ବୟଫ୍ରେଣ୍ଡକୁ ପଚରାଉଚରା କରିବା ସମ୍ଭାବନା ରହିଛି।
ଅନ୍ୟପଟେ ୨୦୧୯ରେ ଅଭିନେତ୍ରୀ ଜଣକ ଚେନ୍ନାଇର ଜଣେ ଫଟୋଗ୍ରାଫରଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିଲେ। ଅଭିଯୋଗ ପାଇ ସେତେବେଳେ ପୁଲିସ ଅଭିଯୁକ୍ତ ଫଟୋଗ୍ରାଫରକୁ ଗିରଫ କରିଥିଲା। ଖବର ଅନୁଯାୟୀ ଆଲେକଜାଣ୍ଡ୍ରାଙ୍କ ମୃତ୍ୟୁ ପରେ ଏବେ ତାଙ୍କୁ ମଧ୍ୟ ପୁଲିସ ପୁଚରାଉଚରା କରିପାରେ ବୋଲି ଜଣାପଡିଛି।
ସାଉଥ ସୁପରଷ୍ଟାର ପବନ କଲ୍ୟାଣଙ୍କ ପାଇଁ ବିଶାଖାପଟନମ୍ର ସଙ୍ଗମ ଶରଥ ଥିଏଟର ଭିତରେ ହଙ୍ଗାମା ହୋଇଛି। ସୋମବାର ଦିନ ସାଉଥଷ୍ଟାର ପବନ କଲ୍ୟାଣଙ୍କ ଅପକମିଂ ଫିଲ୍ମ `ଓକିଲ ସାହବ'ର ଟ୍ରେଲର ରିଲିଜ ହୋଇଛି। ଦୀର୍ଘ ୨ ବର୍ଷର ବିରତି ଉପରେ ଏହି ଫିଲ୍ମ ଜରିଆରେ ସେ ପୁଣିଥରେ ବଡ ପରଦାକୁ ଫେରିଛନ୍ତି। ଟ୍ରେଲର ରିଲିଜ ହେବା ଖବର ପାଇବା ପରେ ପବନ କଲ୍ୟାଣଙ୍କ ଫ୍ୟାନ୍ସମାନେ ପାଗଳ ହୋଇଯାଇଥିଲେ।
ଟ୍ରେଲର ରିଲିଜର ଦୁଇ ଘଣ୍ଟା ପୂର୍ବରୁ ଶତାଧିକ ସଂଖ୍ୟାରେ ପ୍ରଶଂସକମାନେ ଥିଏଟର ବାହାରେ ଭିଡ ଜମାଇଥିଲେ। ଏଥିସହ ପ୍ରଶଂସକମାନେ ପବନ କଲ୍ୟାଣ ଫଟୋକୁ ପୂଜା କରିବା ସହ ନଡିଆ ଚଢ଼ାଇ ଥିଲେ। କେବଳ ସେତିକି ନୁହେଁ ବାଜା ବଜାଇ ବାଣ ଫୁଟାଇ ଉତ୍ସାହ ମନାଇ ଥିଲେ।
ଏହି ଉତ୍ସାହ ଦେଖୁ ଦେଖୁ ଧୀରେ ଧୀରେ ହଙ୍ଗାମାରେ ପରିଣତ ହୋଇଥିଲା। ହଲ ଭିତରେ ଲୋକେ ଜୋର ଜବରଦସ୍ତ ପ୍ରବେଶ କରିବା ସହ ଦଳଚକଟା ଯାଏଁ କଥା ଯାଇଥିଲା। ଏହି ଦଳାଚକଟାରେ ହଲ ଭିତରର କିଛି କାଚ ଭାଙ୍ଗି ଯାଇଥିବା ବେଳେ ୩ରୁ ୪ ଜଣ ବ୍ୟକ୍ତି ଆହତ ହୋଇଥିଲେ। ତେବେ ଆହତ ହେବା ସତ୍ତ୍ୱେ ମଧ୍ୟ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ କମିନଥିଲା। ଏହି ସମସ୍ତ ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୂଚନାଯୋଗ୍ୟ ଯେ, ଫିଲ୍ମମେକରମାନେ ତେଲୁଗୁ ଫିଲ୍ମ `ଓକିଲ ସାହବ'ର ଟ୍ରେଲରକୁ ହୋଲି ଅବସରରେ ରିଲିଜ କରିଛନ୍ତି। ଏହାର ଲିଡ୍ ରୋଲରେ ପବନ କଲ୍ୟାଣ ଅଛନ୍ତି। ଏଥିରେ ତାଙ୍କୁ ଜଣେ ଓକିଲ ଚରିତ୍ରରେ ଦେଖିବାକୁ ମିଳିବ। ଏହି ଫିଲ୍ମଟି ଅମିତାଭ ବଚ୍ଚନଙ୍କ ବଲିଉଡ ଫିଲ୍ମ `ପିଙ୍କ'ର ତେଲୁଗୁ ରିମେକ୍।
https://twitter.com/ANI/status/1376710765843861506?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1376710765843861506%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fndtv.in%2Findia-news%2Fchaos-at-theatre-during-pawan-kalyans-film-trailer-release-watch-video-2401943
ତାମିଲ ସୁପରଷ୍ଟାର ଅଜିତ କୁମାରଙ୍କ ଫ୍ୟାନ କ୍ଲବରେ ଏହି ଅତ୍ମହତ୍ୟା ସମ୍ପନ୍ଧୀୟ ଖବର ପ୍ରକାଶିତ ହୋଇଛି । ଫ୍ୟାନ କ୍ଲବର ଟୁଇଟର ହ୍ୟାଣ୍ଡେଲରେ କିଛି ଫଟୋ ପୋଷ୍ଟ ଶେଆର କରାଯିବା ସହ ଜଣେ ଭଲ ପ୍ରଶଂସକଙ୍କୁ ହରାଇଥିବା ନେଇ ଉଲ୍ଲେଖ କରାଯାଇଛି। ଆତ୍ମହତ୍ୟା କରିଥିବା ଏହି ବ୍ୟକ୍ତିଙ୍କ ନାଁ ହେଉଛି ପ୍ରକାଶ। ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି, ଆତ୍ମହତ୍ୟା ପଛର କାରଣ କ’ଣ ରହିଛି, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ନାହିଁ। ପୁଲିସ ପକ୍ଷରୁ ମଧ୍ୟ ଏନେଇ କିଛି ସୂଚନା ମିଳିନାହିଁ। ଅନ୍ୟପକ୍ଷରେ ସୋଶାଲ ମିଡିଆରେ ଏହି ପ୍ରଶଂସକ ଜଣକଙ୍କ ଆତ୍ମହତ୍ୟା ଖବର ଭାଇରାଲ ହେବାରେ ଲାଗିଛି।
ଅଜିତଙ୍କ ଫ୍ୟାନ କ୍ଲବ ପେଜରେ ଶେଆର ହୋଇଥିବା ଫଟୋରେ ଉକ୍ତ ଫ୍ୟାନ ଜଣଙ୍କ ନିଜ ଶରୀରରେ ଅଜିତଙ୍କ ନାଁରେ ଅନେକ ଟାଟୁ କରିଥିବା ଦେଖିବାକୁ ମିଳିଛି। ତାମିଲ ଭାଷାରେ ଅଜିତ ତାଙ୍କ ଭଗବାନ ବୋଲି ସେ ଲେଖିଛନ୍ତି। ଏଥିସହ ଟାଟୁ ଜରିଆରେ ଅଜିତଙ୍କ ଫଟୋ ଚିତ୍ର ମଧ୍ୟ ଆଙ୍କିଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ୧୯୯୦ ମସିହାରେ ‘ଏନ ବିଜୁ ଏନ କାନାୱର’ ଫିଲ୍ମ ଜରିଆରେ ସାଉଥ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ ଅଭିନେତା ଅଜିତ। ୧୯୯୩ ମସିହାରେ ‘ଅମରାବତୀ’ ଫିଲ୍ମ ଜରିଆରେ ପ୍ରଥମ କରି ତାଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିଥିଲା। ଏହାପରେ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦେଇ ଚାଲିଛନ୍ତି। ତାମିଲ ଇଣ୍ଡଷ୍ଟ୍ରିରେ ତାଙ୍କର ପ୍ରାୟ ୫୦ ବର୍ଷ ପୂର୍ତ୍ତି ହୋଇସାରିଲାଣି।
Today We Lost One Of the Good Soul and One of the Die Hard THALA AJITH Fan 😑
Requesting Nearby Located FC's/Fans to Take Care of His Family And Any Needs 🙏 Kindly Support Family With Ur Assist
Our deepest condolences and prayers to their Family.#RIPThalaPRAKASH #RIPPrakash pic.twitter.com/W8zj0v0HkO
— AJITHKUMAR FANS CLUB (@ThalaAjith_FC) February 24, 2021
ଚଳିତ ବର୍ଷ ତାମିଲ ଇଣ୍ଡଷ୍ଟ୍ରିରୁ ଭାରତୀୟ ସିନେମା ଜଗତରେ ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲ୍କେ ଆୱାର୍ଡ ପାଇବେ ସାଉଥ୍ ଷ୍ଟାର ତଥା ‘କୋଲାଭେରି ଡି’ ଗୀତର ଗାୟକ ଧନୁଷ। ଫିଲ୍ମ ‘ଅସୁରନ୍’ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ରୂପେ ସମ୍ମାନିତ କରାଯିବ । ଧନୁଶଙ୍କ ସମେତ ମୋଷ୍ଟ ଭର୍ସଟାଇଲ ଅଭିନେତା ରୂପେ ଅଜିତ କୁମାର, ଅଭିନେତ୍ରୀ ଜ୍ୟୋତିକାଙ୍କୁ ଫିଲ୍ମ ‘ରାମଚାସୀ’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ, ଆର.ପରର୍ଥୀବନଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଫିଲ୍ମ ରୂପେ ‘ଟୁ-ଲେଟ୍’ କୁ ଏବଂ ଶ୍ରେଷ୍ଠ ମ୍ୟୁଜିକ ଡିରେକ୍ଟର ରୂପେ ଅନିରୁଦ୍ଧ ରବୀଚନ୍ଦ୍ରଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାରରେ ସମ୍ମାନୀତ କରାଯିବ।
ସେହିପରି ମଲାୟଲାମ, ତେଲୁଗୁ ଏବଂ କନ୍ନଡ ଇଣ୍ଡଷ୍ଟ୍ରିରେ କିଏ ଓ କେଉଁ ଚଳଚ୍ଚିତ୍ର ଦାଦାସାହେବ ଫାଲ୍କେ ପୁରସ୍କାର ପାଇବେ ଆସନ୍ତୁ ଜାଣିବା
ତେଲୁଗୁ ଇଣ୍ଡଷ୍ଟ୍ରି
ମୋଷ୍ଟ ଭର୍ସାଟାଇଲ୍ ଅଭିନେତା- ଅକ୍କିନେନି ନାଗାର୍ଜୁନ
ଶ୍ରେଷ୍ଠ ଅଭିନେତା – ନଭୀନ ପୋଲିଶେଟ୍ଟୀ
ଶ୍ରେଷ୍ଠ ଅଭିନେତ୍ରୀ- ରଶ୍ମୀକା ମନ୍ଦନା
ଶ୍ରେଷ୍ଠ ଫିଲ୍ମ-ଜର୍ସି
ଶ୍ରେଷ୍ଠ ନିର୍ଦ୍ଦେଶକ- ଫଲ୍ମ ‘ସାହୋ’ ପାଇଁ ସୁଜୀତ
ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ- ଏସ୍. ଥାମନ
କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରି
ମୋଷ୍ଟ ଭର୍ସାଟାଇଲ୍ ଅଭିନେତା- ଶିବରାଜ କୁମାର
ଶ୍ରେଷ୍ଠ ଅଭିନେତା – ରକ୍ଷିତ ସେଟ୍ଟି
ଶ୍ରେଷ୍ଠ ଅଭିନେତ୍ରୀ- ତାନ୍ୟା ହୋପ
ଶ୍ରେଷ୍ଠ ଫିଲ୍ମ-ମୁକାଜ୍ଜିୟା କନାସୁଗାଲୁ
ଶ୍ରେଷ୍ଠ ନିର୍ଦ୍ଦେଶକ- ରମେଶ ଇନ୍ଦିରା
ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ- ବି.ହରିକୃଷ୍ଣ
ମଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରି
ମୋଷ୍ଟ ଭର୍ସାଟାଇଲ୍ ଅଭିନେତା- ମୋହନଲାଲ
ଶ୍ରେଷ୍ଠ ଅଭିନେତା – ସୁରଜ ବେଞ୍ଜାରାମୁଡୁ
ଶ୍ରେଷ୍ଠ ଅଭିନେତ୍ରୀ- ପାର୍ବତୀ ଥିରୁଭୋଥୁ
ଶ୍ରେଷ୍ଠ ଫିଲ୍ମ-ଉୟାରେ
ଶ୍ରେଷ୍ଠ ନିର୍ଦ୍ଦେଶକ- ମଧୁ ସି ନାରାୟଣ
ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ- ଦୀପିକା ଦେବ
View this post on Instagram
କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଦେବା ପରେ ସେ କୋଭିଡ ପରୀକ୍ଷା କରାଇଥିଲେ। ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ହାଇଦ୍ରାବାଦ ସ୍ଥିତ ନିଜ ଘରେ ଆଇସୋଲେସନରେ ଅଛନ୍ତି। ସମସ୍ତ ପଦକ୍ଷେପ ଗ୍ରହଣ କରୁଛି । ମୁଁ ଖୁବ୍ ଶୀଘ୍ର ଫେରିବି । ସମସ୍ତଙ୍କ ଭଲପାଇବା ପାଇଁ ମୁଁ କୃତଜ୍ଞତା ଜଣାଉଛି ବୋଲି ବରୁଣ କହିଛନ୍ତି।
ସୂଚନା ଯୋଗ୍ୟ ଯେ, ନିକଟରେ ବରୁଣ ତେଜ କୋନିଡେଲା ଏବଂ ରାମ ଚରଣ ଏକାସଙ୍ଗେ ଖ୍ରୀଷ୍ଟମାସ ପାର୍ଟିରେ ସାମିଲ ହୋଇଥିଲେ। ଏହାପରେ ଉଭୟଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଏହି ପାର୍ଟି ବରୁଣ ତେଜଙ୍କ ଭଉଣୀ ଦେଇଥିଲେ। ଯିଏ ନିକଟରେ ଅଭିନେତା ଚୈତନ୍ୟଙ୍କୁ ବିବାହ କରିଛନ୍ତି। ଏହି ପାର୍ଟିରେ ସାଇ ଧର୍ମ ତେଜ, ବରୁଣ ତେଜ, ଅଲ୍ଲୁ ସିରିଶ, ଅଲ୍ଲୁ ବବି, ଚିରଞ୍ଜିବୀଙ୍କ ଝିଅ ଶ୍ରୀଜା ଏବଂ ସୁସ୍ମିତା ମଧ୍ୟ ସାମିଲ ହୋଇଥିଲେ।