ଗତ ୧୪ ତାରିଖରେ ଖେଳା ଯାଇଥଇବା ଓଡିଆଇ ବିଶ୍ୱକପ୍ ମ୍ୟାଚ୍ରେ ପାକିସ୍ତାନକୁ ପରାସ୍ତ କରିଥିଲା ଭାରତ। ବାଂଲାଦେଶ ବିପକ୍ଷରେ ମ୍ୟାଚ୍ ପୂର୍ବରୁ ଦଳକୁ ବିଶ୍ରାମା ନେବା ପାଇଁ ୫ ଦିନ ସମୟ ଦିଆଯାଇଥିଲା। ତେବେ ଅଧିନାୟକ ରୋହିତ ଶର୍ମା ଟିମ୍ ସହ ନଯାଇ ନିଜର ନୀଳ ରଙ୍ଗର ଲମ୍ବରଗିନି କାର୍ ଯୋଗେ ମୁମ୍ବାଇ ବାସଭବନକୁ ଯାଇଥିଲେ। ଏହି ସମୟରେ ମୁମ୍ବାଇ-ପୁନେ ହାଇଓ୍ୱେ ଉପରେ ଦ୍ରୁତ ଗତିରେ କାର୍ ଚଳାଇଥିଲେ ରୋହିତ ଶର୍ମା।
ନିଜ ଘରକୁ ଯିବା ବେଳେ ରାଜପଥରେ ଘଣ୍ଟା ପ୍ରତି ୨୦୦ କିମିରୁ ୨୧୫ ବେଗରେ ରୋହିତଙ୍କ କାର୍ ଦୌଡି ଥିଲା। ଫଳରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ମହାରାଷ୍ଟ୍ର ଟ୍ରାଫିକ ପକ୍ଷରୁ ତାଙ୍କ ନାଁରେ ଭିନ୍ନ ଭିନ୍ନ ସ୍ଥାନରେ ୩ଟି ଚାଲାଣ କଟାଯାଇଛି। ରୋହିତ ଶର୍ମାଙ୍କ ବେପରୁଆ ଗାଡି ଚାଳନାକୁ ମହାରାଷ୍ଟ୍ର ଟ୍ରାଫିକ ପକ୍ଷରୁ ନିନ୍ଦା ମଧ୍ୟ କରାଯାଇଛି।
ଜଣେ ଟ୍ରାଫିକ ଅଧିକାରୀ କହିଛନ୍ତି, ବିଶ୍ୱକପ୍ ଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଚାଲିଥିବା ବେଳେ ଭାରତୀୟ ଅଧିନାୟକ ହାଇଓ୍ୱେ ଉପରେ ଏଭଳି ଗାଡି ଚଳାଇବା ଠିକ୍ ନୁହେଁ। ସେ ଟିମ୍ ବସ୍ରେ ଯିବା କଥା। ତାଙ୍କର ଏଭଳି କାର୍ ଚଳାଇବା ଆଦୌ ଠିକ୍ ନୁହେଁ।
ସୂଚନା ମୁତାବକ, ଆରମ୍ଭରୁ ହିଁ ହିଟ୍ ମ୍ୟାଚ୍ ରୋହିତଙ୍କ କାର୍ ପ୍ରତି ବେଶ୍ ରୁଚି ରହିଛି। ତାଙ୍କ ପାଖରେ ଅନେକ ଲଗ୍ଜୁରୀ କାର୍ ରହିଛି। ବେଳେ ବେଳେ ସେ ନିଜେ କାର୍ ଡ୍ରାଇଭ କରୁଥିବା ମଧ୍ୟ ନଜର ଆସନ୍ତି।
ଭିଡିଓରେ ଦେଖିବାକୁ ମିଳିଛି, ବରେଲି ହାଇୱେରେ ୨ଟିସ୍କର୍ପିଓ ରାସ୍ତା ଉପରେ ଦ୍ରୁତ ଗତିରେ ଯାଉଥିଲା। ଉକ୍ତ ସମୟରେ ୨ଟି ଗାଡ଼ିର ବନେଟ ଉପରେ ୨ ଜଣ ଯୁବକ ଛିଡ଼ା ହୋଇ ବିନ୍ଦାସ ଅନ୍ଦାଜରେ ଫଟୋ ପୋଜ ଦେବା ସହ ଭିଡିଓ କରୁଥିଲେ। ଦେଖଣାହାରୀ ଏହା ଦେଖି ଅବାକ ହୋଇ ଯାଇଥିଲେ।
ଏନେଇ ଅଭିଯୋଗ ହେବା ପରେ ଉତ୍ତରପ୍ରଦେଶ ପୁଲିସ୍ ଉକ୍ତ ୨ଟି ଗାଡ଼ିର ନମ୍ବରପ୍ଲେଟକୁ ଖୋଳତାଡ଼ କରି ତାହାର ମାଲିକଙଙ୍କୁ ଚିହ୍ନଟ କରିଥିଲା। ଏହାପରେ ପୁଲିସ୍ ୨ଟି ଗାଡ଼ି ଉପରେ ୫୨ ହଜାର ଟଙ୍କା ଲେଖାଏ ଫାଇନ୍ ପକାଇଛି। ଏଥିସହ ଚାଲାଣର କପି ସମ୍ପୃକ୍ତ ଯୁବକମାନଙ୍କ ଘରକୁ ପଠାଇ ଦେଇଛି।
ଟ୍ୱିଟ୍ କରି ଏସ୍ଟିଏ ଲେଖିଛି- ଧନ ଲୋ’ ଟିକେ ଧୀରେ! ବର୍ଷା ଦିନରେ ସତର୍କତାର ସହିତ ଗାଡି ଚଳେଇଲେ ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ। ବର୍ଷା ଦିନରେ ଅନିଶୟ ବେଗରେ ଗାଡ଼ି ଚଲାଇଲେ ଦୁର୍ଘଟଣା ସମ୍ଭାବନା ଅଧିକ ବୋଲି ଟ୍ୱିଟ୍ରେ ଲେଖାଯାଇଛି।
ବର୍ଷା ଲାଗି ରହିଥିବାରୁ ଲୋକମାନେ ନିଜ ଗସ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ତର ତର ହୋଇଥାଆନ୍ତି। ସେଥିପାଇଁ ଟ୍ରାଫିକ୍ ନିୟମଙ୍କୁ ଭାଙ୍ଗି ଥାଆନ୍ତି। ଶୀଘ୍ର ଘରେ ପହଞ୍ଚିବା ପାଇଁ ଦ୍ରୁତ ଗତିରେ ଗାଡ଼ି ଚଲାଇ ନିଜେ ଦୁର୍ଘଟଣାରେ ସମ୍ମୁଖୀନ ହେବା ସହିତ ଅନ୍ୟକୁ ମୃତ୍ୟୁ ମୁଖରେ ପକାଇଥାଆନ୍ତି। ତେଣୁ ବର୍ଷା ସମୟରେ ସତର୍କତାମୂଳକ ଭାବେ ଧୀରେ ଗାଡ଼ି ଚଳାଇବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପରାମର୍ଶ ଦେଇଛି।
ଧନ ଲୋ ଟିକେ ଧୀରେ !
— State Transport Authority, Odisha (@STAOdisha) August 2, 2023
ବର୍ଷା ଦିନ ରେ ସତର୍କତାର ସହିତ ଗାଡି ଚଳେଇଲେ ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥଳରେ ପହଂଚି ପାରିବେ I
Hope all of you are enjoying this mesmerizing #rainyweather but don't let this distract you on the road.
Drive carefully, to live joyfully!#RainDayDrivingTips#RoadSafety pic.twitter.com/C9ktJzO0Op
ସୂଚନାରୁ ପ୍ରକାଶ, ରାଜ୍ୟରେ ବିତ୍ପାତ କରୁଛି ମୌସୁମୀ ବର୍ଷା। ଯେଉଁଥିପାଇଁ ସମଗ୍ର ରାଜ୍ୟରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବର୍ଷା ଯୋଗୁ ଅନେକ ସ୍ଥାନରେ ରାସ୍ତା ଖରାପ ହୋଇଛି। ଖାଲଖମା ରାସ୍ତାରେ ଦ୍ରୁତ ଗତିରେ ଗାଡ଼ି ଚଲାଇଲେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ସେଥିପାଇଁ ଏସ୍ଟିଏ ଏପରି ସତର୍କ ସୂଚନା ଜାରି କରିଛି।
ଶୂନ୍ୟ ମୃତ୍ୟୁ ସପ୍ତାହର ଶେଷ ଦିନରେ ଆଜି ନୟାଗଡ଼ ପରିବହନ ବିଭାଗର ପକ୍ଷରୁ ସକାଳୁ ସକାଳୁ ଚେକିଂକୁ କଡ଼ାକଡ଼ି କରାଯାଇଥିଲା। ଏପରିକି ନିୟମ ଖିଲାପକାରୀଙ୍କୁ ମାଡ଼ି ବସିବାକୁ ବିଭିନ୍ନ ସ୍ଥାନରେ ଟିମ୍ ମୁତୟନ ହୋଇଥିଲେ।
ସକାଳ ପ୍ରାୟ ୯ଟା ବେଳେ ନୟାଗଡ଼ ଟାଉନ ଥାନ ଅଞ୍ଚଳର ୨ଟି ଶିକ୍ଷାନୁଷ୍ଠାନ ସମ୍ମୁଖରେ ୩ ଜଣ ନାବାଳକ ନିଜେ ଗାଡ଼ି ଚଳାଇ ଆସୁଥିବା ବେଳେ ସେମାନଙ୍କୁ ଧରିଥିଲା ପରିବହନ ବିଭାଗ ଟିମ୍। ୨ ଜଣ ସ୍କୁଟିରେ ଆସୁଥିବା ବେଳେ ଜଣେ ବାଇକରେ ଆସୁଥିଲେ। ଗାଡ଼ି ଗୁଡ଼ିକୁ ଜବତ କରିବା ସହିତ ସେମାନଙ୍କ ଉପରେ ୨୫ ହଜାର ଟଙ୍କା ଲେଖାଏଁ (ମୋଟ ୭୫ ହଜାର ଟଙ୍କା) ଜରିମାନା ପକାଯାଇଥିଲା।
ଏହି ମାମଲାକୁ ଏସଡିଜେଏମ୍ କୋର୍ଟକୁ ଫରୱାର୍ଡ କରାଯିବ ବୋଲି ନୟାଗଡ଼ ଆରଟିଓ ପକ୍ଷରୁ କୁହାଯାଇଛି। ସେଠାରେ ମାମଲାର ଶୁଣାଣି ପରେ ଯାହା ରାୟ ପ୍ରକାଶ ପାଇବ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।
ପ୍ରେସ୍ ନୋଟ ଜାରି କରି ଆଡିସନାଲ କମିଶନର ଟ୍ରାନ୍ସପୋର୍ଟ ଲାଲମୋହନ ସେଠୀ କହିଛନ୍ତି, ୨୦୨୩ ମସିହା ଫେବ୍ରୁଆରୀ ୧୩ ତାରିଖ ସୁଦ୍ଧା ମୋଟ୍ ୩୮,୪୯,୪୯୮ ଜଣ ଗାଡି ମାଲିକ ସ୍ଲଟ୍ ବୁକ କରିଛନ୍ତି। ସେଥିମଧ୍ୟରୁ ୩୧,୬୫,୮୫୦ଟି ଗାଡିରେ ଏଚ୍ଏସ୍ଆର୍ପି ଲଗାଯାଇଛି। M.V ର ଧାରା ୧୯୨ ଅଧୀନରେ ଆକ୍ଟ, ୧୯୮୮ ଅନୁଯାୟୀ ଯଦି ନିର୍ଦ୍ଧାରିତ ତାରିଖ ମଧ୍ୟରେ ଗାଡିରେ ଏଚ୍ଏସ୍ଆର୍ପି ସହିତ ସଂଲଗ୍ନ ନହୁଏ, ତେବେ ଗାଡି ମାଲିକଙ୍କ ବିରୋଧରେ ଇ-ଚାଲାଣ ଜାରି କରାଯିବ। ଜରିମାନା ବାବଦକୁ ୫୦୦୦ ଟଙ୍କା କିମ୍ବା ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯିବ ବୋଲି କମିଶନର କହିଛନ୍ତି।
ସେ ଆହୁରି କହିଛନ୍ତି, ଏ ପର୍ଯ୍ୟନ୍ତ ଜାରି କରାଯାଇଥିବା ଚାଲାଣଗୁଡିକ ମଧ୍ୟରେ ଅଧିକାଂଶ ଯାନ ଦୁଇ ଚକିଆ ଯାନ ଅଟେ। ଜରିମାନା ଉଲ୍ଲଂଘନକାରୀଙ୍କ ଉପରେ ୫୦୦୦ ଟଙ୍କା ଲଗାଯାଇଛି। ଭବିଷ୍ୟତରେ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସେଠୀ କହିଛନ୍ତି।
ଶ୍ରୀ ସେଠୀ କହିଛନ୍ତି, “ଯେଉଁ ଗାଡି ମାଲିକମାନେ ଇଣ୍ଟରନେଟର ବ୍ୟବହାର କରନ୍ତି ନାହିଁ କିମ୍ବା ଟେକ୍ନୋଲୋଜି ବିଷୟରେ ଅଧିକ ଜ୍ଞାନ ନାହିଁ, ସେମାନେ ନିକଟସ୍ଥ ମୋ’ ସେବା କେନ୍ଦ୍ର କିମ୍ବା ସେମାନଙ୍କ ସୁବିଧା ଅନୁଯାୟୀ ଆରଟିଓରେ ଥିବା HSRP ସୁବିଧା କେନ୍ଦ୍ର ମାଧ୍ୟମରେ HSRP ପାଇଁ ଆବେଦନ କରିପାରିବେ।"
୨୦୧୯ ଜାନୁଆରୀ ୧ ତାରିଖ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଯାନଗୁଡିକ, ଯାହାକି ଓଡ଼ିଶା ରେଜିଷ୍ଟ୍ରେସନ୍ ନମ୍ୱର ଥିବା ୧,୨, ୩, ୪, ୫ ଓ ୬ ପୁରୁଣା ଯାନଗୁଡିକରେ HSRP ସଂଲଗ୍ନ କରିବାର ସମୟ ସୀମା ୨୦୨୨ ଡିସେମ୍ୱର ୩୧ ତାରିଖକୁ ଧାର୍ଯ୍ୟ କରାଯାଥିଲା। ଠିକ୍ ସେହିପରି ୭ ଓ ୮ ସହିତ ସମାପ୍ତ ହେଉଥିବା ଯାନ ସଂଖ୍ୟା ପାଇଁ ଶେଷ ତାରିଖ ୨୦୨୩ ମସିହା ଜାନୁଆରୀ ୩୧ ତାରିଖରେ ଶେଷ ହୋଇଛି। ୯ ଓ 0 ସହିତ ଶେଷ ହେଉଥିବା ଯାନଗୁଡିକ ପାଇଁ HSRP ସଂଲଗ୍ନ କରିବାର ଶେଷ ତାରିଖ ୨୦୨୩ ମସିହା ଫେବ୍ରୁଆରୀ ୨୮ ତାରିଖ ରହିଛି। ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗର ଅଧିକାରୀମାନେ ଜାନୁଆରୀରେ ମୋଟର ଯାନ ନିୟମ ଉଲ୍ଲଂଘନ କରିଥିବା ଗାଡି ଚାଳକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲା। ରାଜ୍ୟ ପରିବହନ ବିଭାଗର ଅଧିକାରୀମାନେ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖିବା ପାଇଁ ସ୍ୱତନ୍ତ୍ର ଡ୍ରାଇଭ୍ କରିଥିଲା।
https://youtu.be/h5T6Gz9QcqU