ଆଜି ଅପରାହ୍ନରେ ସବିରା ରେଳ ଷ୍ଟେସନ ନିକଟସ୍ଥ ରେଳ ଧାରଣାରେ ଭଦ୍ରକ ଜିଲ୍ଲା ବାଣିତିଆ ଗାଁର ଅକ୍ଷୟ ପାତ୍ର ଓ ତାଙ୍କର ୫ ଜଣ ସାଥୀ ମିଶି ରିଲ୍ସ କରୁଥିଲେ। ଠିକ୍ ସେତିକି ବେଳେ ସେହି ଲାଇନରେ ଯାଉଥିବା ନୀଳାଚଳ ଏକ୍ସପ୍ରେସ୍ ଅକ୍ଷୟଙ୍କୁ ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ହେଲେ ତାଙ୍କ ସାଥୀମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଖବର ପାଇ ଆରପିଏଫ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ ଅକ୍ଷୟ ଜଣେ ଡ୍ୟାନ୍ସର। ସେ ଯାତ୍ରା ପାର୍ଟିରେ ଡ୍ୟାନ୍ସ କରନ୍ତି। ଆଜି ଅନ୍ୟ ଯୁବକଙ୍କ ସହି ଡ୍ୟାନ୍ସ କରିବା ପାଇଁ ଆସିଥିଲେ। ତା’ପୂର୍ବରୁ ରିଲ୍ସ କରିବା ପାଇଁ ସାଥୀଙ୍କ ସହ ଟ୍ରେନ୍ ଲାଇନ୍କୁ ଯାଇଥିଲେ। ହେଲେ ଦୁର୍ଭାଗ୍ୟକୁ ନୀଳାଚଳ ଏକ୍ସ ନେଇଗଲା ଅକ୍ଷୟଙ୍କ ଜୀବନ। ଆଉ ବାପା-ମାଆଙ୍କ କୋଳରୁ ଛଡ଼ାଇ ନେଲା ଏକମାତ୍ର ପୁଅକୁ।
ରିପୋର୍ଟ-ସୋରରୁ ନୀରଞ୍ଜନ ବେହେରା
ସୂଚନା ମୁତାବକ, ଇଂଜିନ ସମେତ ଟ୍ରେନ୍ର ୪ଟି ଜେନେରାଲ ବଗି ଲାଇନଚ୍ୟୁତ ହୋଇଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। ସେପଟେ ଖବର ପାଇ ଘଟଣାସ୍ଥଳରେ ରେଲଓ୍ୱେ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଲାଇନଚ୍ୟୁତ ହୋଇଥିବା ବଗି ଗୁଡିକୁ ରେଳ ଧାରଣାକୁ ପୁଣି ଥରେ ଆଣିବାକୁ ଚେଷ୍ଟା ଜାରି ରହିଛି।
ରେଲଓ୍ୱେ ଏଡିଆର୍ଏମ୍ଙ୍କ କହିବା ମୁତାବକ, ଦୁର୍ଘଟଣାର ଶିକାର ହୋଇଥିବା ଅଜମେର ଆଗ୍ରା ଫୋର୍ଟ ସାବରମତୀ ଏକ୍ସପ୍ରେସ ଟ୍ରେନ୍ ଗତ କାଲି ସନ୍ଧ୍ୟା ୫ଟାରେ ନିର୍ଦ୍ଧାରିତ ସମୟରେ ଷ୍ଟେସନ ଛାଡିଥିଲା। ତେବେ ବିଳମ୍ବିତ ରାତିରେ ମଦାର ରେଲଓ୍ୱେ ଷ୍ଟେସନ ପୂର୍ବରୁ ଟ୍ରାକ୍ ବଦଳାଇବା ସମୟରେ ମାଲବାହି ଟ୍ରେନ୍ ସହ ଏହା ଧକ୍କା ହୋଇଥିଲା। ତେବେ ଦୁର୍ଘଟଣାର ଅନ୍ୟ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଦୁର୍ଘଟଣା ହେତୁ ଟ୍ରାକଗୁଡିକ ଡିସ୍ପ୍ଲେସ୍ ହୋଇଛି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।
#WATCH | Rajasthan: Four coaches including the engine of a passenger train travelling from Sabarmati-Agra Cantt derailed near Ajmer. Further details awaited. pic.twitter.com/fX9VeLKw2e
— ANI (@ANI) March 18, 2024
ରିପୋର୍ଟ ଅନୁଯାୟୀ, ଯଦି ଏହି ଦୁର୍ଘଟଣାରେ କେହି ଆହତ ହୁଅନ୍ତି ତେବେ ସେ ଚିକିତ୍ସିତ ହୋଇପାରିବେ, ସେଥିପାଇଁ ରେଳ ଅଧିକାରୀମାନେ ସେମାନଙ୍କ କର୍ମଚାରୀଙ୍କୁ ଅଜମେରର ରେଲଓ୍ୱେ ହସ୍ପିଟାଲକୁ ପଠାଇଛନ୍ତି। ଏଥି ସହିତ ରେଳ ଅଧିକାରୀମାନେ ଅଜମେର ରେଳ ଷ୍ଟେସନ ଏବଂ ମଦାରର ରେଳ ଷ୍ଟେସନରେ ଜେନେରାଲ କୋଚର ଯାତ୍ରୀମାନଙ୍କ ପାଇଁ ଖାଦ୍ୟ ଏବଂ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେଇଛନ୍ତି। ରୁଟ୍ ସ୍ୱାଭାବିକ ହେବା ପରେ ସମସ୍ତ ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଇ ଦିଆଯିବ ବୋଲି ରେଳ ଅଧିକାରୀମାନେ କହିଛନ୍ତି।
ତେବେ ଟ୍ରେନର କୌଣସି ବଗି ନୁହେଁ, ବରଂ ଇଞ୍ଜିନ ଅଳ୍ପ ବେଗରେ ଥିବା ବେଳେ ଲାଇନଚ୍ୟୁତ ହୋଇଥିବାରୁ କୌଣସି ବଡ଼ ଅଘଟଣ ଘଟି ନାହିଁ। ଇଞ୍ଜିନ ଲାଇନଚ୍ୟୁତ ହୋଇଥିବାରୁ ଟ୍ରେନର ଜଣେ ଲୋକୋ ପାଇଲଟ ସାମାନ୍ୟ ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଟ୍ରେନଟି ୨ ନମ୍ବର ପ୍ଲାଟଫର୍ମରୁ ୫ ନମ୍ବର ପ୍ଲାଟଫର୍ମକୁ ଯାଉଥିବା ସମୟରେ ଲକିଙ୍ଗ ସିଷ୍ଟମରେ ତ୍ରୁଟି ଯୋଗୁ ଲାଇନଚ୍ୟୁତ ହୋଇଥିଲେ। ତଥାପି ଗାଡ଼ିର ସମସ୍ତ ବଗି ଓ ଏହା ମଧ୍ୟରେ ଥିବା ଯାତ୍ରୀ ସୁରକ୍ଷିତ ରହିଛନ୍ତି। ଇଞ୍ଜିନ ଲାଇନଚ୍ୟୁତ ହୋଇଥିବାରୁ ବେଶ କିଛି ସମୟ ଉକ୍ତ ରୁଟରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା।
ରେଳବାଇ ପୁଲିସ୍ ଓ ରେଳ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ଲାଇନଚ୍ୟୁତ ଟ୍ରେନକୁ ଟ୍ରାକ୍କୁ ଆଣିଥିଲେ। ଏହାପରେ ଇଞ୍ଜିନରେ ଆବଶ୍ୟକ ମରାମତି କରାଯାଇଥିଲା। ଶେଷରେ ଉକ୍ତ ରାସ୍ତାରେ ଟ୍ରେନ ଚଳରଚଳ ସ୍ୱାଭାବିକ ହୋଇଥିଲା।
ସେ କହିଛନ୍ତି, ଉଭୟ ଲୋକ ପାଇଲଟ ଓ ସହକାରୀ ଲୋକ ପାଇଲଟ ମୋବାଇଲ୍ ଫୋନ୍ରେ କ୍ରିକେଟ୍ ମ୍ୟାଚ୍ ଦେଖୁଥିଲେ। ସେଥିପାଇଁ ସେମାନେ ଅନ୍ୟମନସ୍କ ଥିଲେ ଓ ନିଜ କାମ ଉପରେ ଧ୍ୟାନ ଦେଇ ପାରି ନଥିଲେ। ଏବେ ଆମେ ଏମିତି ଏକ ବ୍ୟବସ୍ଥା କରୁଛୁ ଯେ ଚଳନ୍ତା ଟ୍ରେନ୍ରେ ଲୋକ ପାଇଲଟ କିମ୍ବା ସହକାରୀ ଲୋକପାଇଲଟଙ୍କ ଧ୍ୟାନ ସେମାନଙ୍କ କାମ ଉପରୁ ହଟିଲେ ତାହା ଧରି ନେବ ଓ ସତର୍କ କରାଇ ଦେବ। ଲୋକ ପାଇଲଟ ଓ ସହକାରୀ ଲୋକ ପାଇଲଟଙ୍କ ଧ୍ୟାନ ଯେପରି ସର୍ବଦା ସେମାନଙ୍କ କାର୍ଯ୍ୟ ଉପରେ ରହିବ, ତାକୁ ସୁନିଶ୍ଚିତ କରିବ ଏହି ବ୍ୟବସ୍ଥା।
ଶ୍ରୀ ବୈଷ୍ଣବ କହିଛନ୍ତି, ଆମେ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ଜାରି ରଖିବୁ। ଆମେ ପ୍ରତି ଦୁର୍ଘଟଣାର ମୂଳ କାରଣ ଜାଣିବା ପାଇଁ ଉଦ୍ୟମ କରୁ ଓ ସେଗୁଡ଼ିକର କିପରି ପୁନରାବୃତ୍ତି ନଘଟିବ ସେଥିପାଇଁ ବାଟ ବାହାର କରୁ।
ଆନ୍ଧ୍ର ପ୍ରଦେଶର ବିଜୟନଗରମ ଜିଲ୍ଲା କଣ୍ଟକପଲ୍ଲୀରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାର ତଦନ୍ତ ରିପୋର୍ଟକୁ ଏଯାଏ ସିଆରଏସ୍ (Commission of Railway Safety) ସାର୍ବଜନୀନ କରି ନାହିଁ। ତେବେ ଏହି ଦୁର୍ଘଟଣା ପର ଦିନ ରେଳବାଇ ପକ୍ଷରୁ କରାଯାଇଥିବା ଏକ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା ଯେ ଏଥିପାଇଁ ରାୟଗଡ଼ା ପାସେଞ୍ଜର ଟ୍ରେନ୍ର ଲୋକ ପାଇଲଟ ଓ ସହକାରୀ ଲୋକ ପାଇଲଟ ଦାୟୀ ଥିଲେ। ଏହି ଦୁର୍ଘଟଣା ରାୟଗଡ଼ା ପାସେଞ୍ଜର ଟ୍ରେନ୍ର ଲୋକ ପାଇଲଟ ଓ ସହକାରୀ ଲୋକ ପାଇଲଟଙ୍କ ମୃତ୍ୟୁ ଘଟିଥିଲା।
ମିଳିଥିବା ସୂଚନା ଅନୁସାରେ, ଗୋଟିଏ ପ୍ୟାସେଞ୍ଜର ଟ୍ରେନ କାଲାଝରିଆ ଷ୍ଟେସନ ଅତିକ୍ରମ କରୁଥିଲା। ଏହି ସମୟରେ ଲୋକୋ ପାଇଲଟ ରେଳ ଧାରଣରୁ ଧୂଆଁ ବାହାରୁ ଥିବା ଦେଖିବାକୁ ପାଇଥିଲେ। ଏହା ଦେଖି ସେ ଭାବିଥିଲେ ଯେ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି।
ତେଣୁ ସେ ଟ୍ରେନକୁ ଅଟକାଇ ଦେଇଥିଲେ। ଟ୍ରେନ ଅଟକିବାରୁ ଲୋକମାନେ ଏଥିରୁ ଓହ୍ଲାଇ ପଡ଼ିଥିଲେ। ଏତିକି ବେଳେ ବିପରୀତ ଦିଗରୁ ଆଉ ଗୋଟିଏ ଟ୍ରେନ ଆସୁଥିଲା। ଏହା ପ୍ରଥମ ଟ୍ରେନରୁ ଓହ୍ଲାଇଥିବା ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ୧୨ ଜଣ ଲୋକଙ୍କ ଜୀବନ ଯାଇଥିବା ଜଣାପଡ଼ିଛି।
କିଛି ରିପୋର୍ଟରେ କୁହାଯାଇଛି ଯେ ଟ୍ରେନ ମାଡ଼ି ଯିବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ କିଛି ରିପୋର୍ଟରେ ୨ ଜଣଙ୍କ ଜୀବନ ଯାଇଥିବା କୁହାଯାଇଛି। କିନ୍ତୁ ରେଳବାଇ ପକ୍ଷରୁ ମୃତ୍ୟୁସଂଖ୍ୟାକୁ ନିଶ୍ଚିତ କରାଯାଇ ନାହିଁ। ଘଟଣାସ୍ଥଳରେ ମେଡିକାଲ ଟିମ ଓ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି। ତେବେ ଘଟଣାସ୍ଥଳରେ ଆଲୋକର ବ୍ୟବସ୍ଥା ନଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି।
ଦକ୍ଷିଣ କେନ୍ଦ୍ରୀୟ ରେଳପଥର ପିଆରଓ ରାକେଶ କହିଛନ୍ତି ଯେ ଏହି ଘଟଣା ପୂର୍ବାହ୍ନ ପ୍ରାୟ ୯ ଟାରେ ଘଟିଛି। ଏହି ରେଳ ଷ୍ଟେସନ ହେଉଛି ଏକ ଟର୍ମିନାଲ ଷ୍ଟେସନ, ଯେଉଁଠାରେ ଟ୍ରେନ ଅଟକିଥାଏ। ତେବେ ଏହି ଟ୍ରେନଟି ସେଠାରେ ଅଟକିବାର ଥିଲା, କିନ୍ତୁ ଏହା ସେଠାରେ ଅଟକି ନ ଥିଲା ବରଂ ଆଗକୁ ବଢ଼ି ଯାଇଥିଲା। ଯେଉଁଥିପାଇଁ ଟ୍ରେନର ତିନୋଟି ବଗି ଲାଇନଚ୍ୟୁତ ହୋଇଥିଲା। ଏହି ଘଟଣାରେ ଟ୍ରେନର ଗେଟ୍ ପାଖରେ ଠିଆ ହୋଇଥିବା ୬ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ଚିକିତ୍ସା ଲାଗି ରେଲୱେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସେପଟେ ଟ୍ରେନ୍ ଲାଇନଚ୍ୟତ ହେବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ କିଭଳି ଟ୍ରେନ୍ଟି ଏକ କାନ୍ଥରେ ଧକ୍କା ହେବା ପରେ ତିନି ବଗି ରେଳ ଟ୍ରାକ୍ରୁ ଲାଇନଚ୍ୟୁତ ହେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
#WATCH | Telangana: Five people were injured after three coaches of Charminar Express derailed at the Nampally Railway Station
— ANI (@ANI) January 10, 2024
The incident took place at around 9:15 AM. This Railway station is a terminal station where trains end. The train should have stopped before the end,… pic.twitter.com/mzlV82OLAu
ରେଳ ଦୁର୍ଘଟଣାକୁ ରୋକିବା ପାଇଁ ରେଳ ବିଭାଗ ନିରନ୍ତର କାମ କରୁଛି। ରେଳବାଇ ଅନୁଯାୟୀ, ଦକ୍ଷିଣ କେନ୍ଦ୍ରୀୟ ରେଳବାଇରେ ୧୪୬୫ ରୁଟ କିମି ଏବଂ ତିନୋଟି ବିଭାଗରେ ୧୩୯ ଲୋକୋମୋଟିରେ କବଚ ସିଷ୍ଟମ କାର୍ଯ୍ୟକ୍ଷମ ହୋଇସାରିଛି। ତଥାପି, ଗତି ପ୍ରତିବନ୍ଧକ ଯୋଗୁଁ ସେହି ମାର୍ଗରେ ପରୀକ୍ଷା କରାଯାଇପାରି ନାହିଁ। ଦିଲ୍ଲୀ-ଆଗ୍ରା ବିଭାଗ ବ୍ୟତୀତ ଭାରତର ସମସ୍ତ ରେଳ ନେଟୱାର୍କରେ ଘଣ୍ଟା ପ୍ରତି ସର୍ବାଧିକ ୧୩୦ କିଲୋମିଟର ବେଗରେ ଟ୍ରେନ ଚଳାଚଳ କରୁଛି ବୋଲି ରେଳ ଅଧିକାରୀ କହିଛନ୍ତି।
ମାଲବାହୀ ଟ୍ରେନ ଲାଇନଚ୍ୟୁତ ଯୋଗୁ କାସାରାରୁ ଇଗତପୁରୀ ଡାଉନଲାଇନ ଓ ମିଡିଲ ଲାଇନ୍ ପ୍ରଭାବିତ ହୋଇଛି। ଇଗତପୁରୀ ଓ କାସାରା ଅପଲାଇନ୍ ଆଦୌ ପ୍ରଭାବିତ ହୋଇନାହିଁ।
ତେବେ କଲ୍ୟାଣ ଓ ଇଗତପୁରୀରୁ ଦୁଇଟି ରିଲଫ ଟ୍ରେନ ଘଟଣାସ୍ଥଳକୁ ପଠାଯାଇଛି। ଖୁବଶୀଘ୍ର ଟ୍ରାକ ମରାମତି କରାଯିବ ଓ ରେଳ ଚଳାଚଳ ସ୍ୱାଭାବିକ ହେବ ବୋଲି କେନ୍ଦ୍ରୀୟ ରେଲବାଇ ପକ୍ଷରୁ କୁହାଯାଇଛି। କିନ୍ତୁ ଏକ୍ସପ୍ରେସ ଟ୍ରେନ ସହ ଏକାଧିକ ପ୍ୟାସେଞ୍ଜର ଟ୍ରେନର ଯାତାୟାତ ବାଧାପ୍ରାପ୍ତ ହେବାରୁ ଯାତ୍ରୀମାନେ ହତସନ୍ତ ହୋଇଛନ୍ତି।
ରାଜଧାନୀ ଭୁବନେଶ୍ୱରରେ ଏହି ଦୁର୍ଘଟଣା ଘଟିଛି। ପିଲାଟିର ନାଁ ସୂର୍ଯ୍ୟକାନ୍ତ ପାତ୍ର( ୧୪) ବର୍ଷ। ତାର ଘର ଶହିଦନଗର ଶାନ୍ତିପଲ୍ଲୀ ବସ୍ତିରେ।
ଗତକାଲି ଅପରାହ୍ନ ସମୟରେ ଟ୍ରେନ ଲାଇନ ପାର୍ଶ୍ଵରେ ସୂର୍ଯ୍ୟକାନ୍ତ ଗୁଡ଼ି ଉଡ଼ାଉଥିଲା। ଏହି ସମୟରେ ଗୁଡ଼ିର ସୂତା କଟିଯାଇଥିଲା। ଗୁଡ଼ିର ସୂତା ଟ୍ରେନ ଲାଇନ ଅପର ପାର୍ଶ୍ୱରେ ପଡ଼ି ଯାଇଥିଲା। ସୂର୍ଯ୍ୟକାନ୍ତ ଟ୍ରେନ ଲାଇନ ପାର ହୋଇ ସୂତା ଆଣିବାକୁ ଗଲା ବେଳେ ପିଲାଟିର ଉପରେ ମାଡ଼ିଗଲା ଲୌହଦାନବ। ସେହିଠାରେ ହିଁ ନାବାଳକର ମୃତ୍ୟୁ ଘଟିଥିଲା। GRP ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି।
ଜନଶତାବ୍ଦୀ ଏକ୍ସପ୍ରେସରେ ଆଜି ସକାଳେ ଭୁବନେଶ୍ୱର ଷ୍ଟେଶନ ଛାଡ଼ିବା ପରେ କଟକ ଷ୍ଟେଶନରେ ପହଞ୍ଚିଥିଲା। କଟକରେ ପହଞ୍ଚିବା ପରେ ଟ୍ରେନ୍ର ବ୍ରେକ୍ ଜାମ ହୋଇ ଯାଇଥିବା ବେଳେ ଏକ ବଗି ତଳେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା।
ଏହି ଖବର ପ୍ରଚାରିତ ହେବା ପରେ ଟ୍ରେନ୍ର ସସମ୍ତ ବଗିରୁ ଯାତ୍ରୀ ତୁରନ୍ତ ଓହ୍ଲାଇ ପଡ଼ିଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ତୁରନ୍ତ ନିଆଁ ଲିଭାଇଥିଲେ।
ଏଥିସହ ଫାୟାର ସେଫ୍ଟି ଟିମ୍ ଟ୍ରେନ୍କୁ ଭଲ ଭାବେ ଯାଞ୍ଚ କରୁଥିବା ଜଣାଯାଇଛି। ବ୍ରେକ୍ ବାଇଡିଂ ଯୋଗୁଁ ନିଆଁ ଲାଗିଥିବା ରେଲୱେ କର୍ତ୍ତୃପକ୍ଷଙ୍କ
ପକ୍ଷରୁ ସୂଚନା ମିଳିଛ । ନିଆକୁ ଆୟତ୍ତ ପରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଛାଡିଛି ଟ୍ରେନ୍ ।
ଏହି ଅଗ୍ନିକାଣ୍ଡରେ କୌଣସି ଯାତ୍ରୀ ଆହତ ହୋଇ ନ ଥିବା ବେଳେ ଟ୍ରେନ୍ର ବି ବିଶେଷ କ୍ଷତି ହୋଇ ନ ଥିବା ଜଣାଯାଇଛି। ତେବେ ଏଥିଯୋଗୁ ଯାତ୍ରୀମାନେ ଭୟଭୀତ ହୋଇ ପଡ଼ିଛନ୍ତି।
ଟ୍ରେନ୍ଟି ଦିଲ୍ଲୀରୁ ବିହାରର ସାହରସା ଅଭିମୁଖେ ଯାତ୍ରା କରୁଥିଲା। ରାତି ପ୍ରାୟ ଅଢେଇଟାରେ ପ୍ରଥମେ ଟ୍ରେନ୍ର ପ୍ୟାଣ୍ଟ୍ରି କାର୍ ନିକଟ S6 ବଗିରେ ନିଆଁ ଲାଗି ଯାଇଥିଲା। ନିଆଁ ହୁତୁହୁତୁ ହୋଇ ସମ୍ପୂର୍ଣ୍ଣ ବଗିକୁ ମାଡ଼ି ଯାଇଥିବା ବେଳେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ତେବେ ଏହି ଅଗ୍ନିକାଣ୍ଡରେ ସମୁଦାୟ ୧୯ ଜଣ ଆହତ ହୋଇଛନ୍ତି। ନିଶ୍ୱାସ ନେବାରେ ଅସୁବିଧା ହେବାରୁ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅବଶିଷ୍ଟ ୮ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ ଏହାର ତଦନ୍ତ ଆରମ୍ଭ ହୋଇଥିବା ରେଳବାଇର ବରିଷ୍ଠ ଅଧିକାରୀ ଉଦୟ ଶଙ୍କର ସୂଚନା ଦେଇଛନ୍ତି। ଗତ ରାତିକ ମଧ୍ୟରେ ଇଟାୱାରେ ଏହା ଦ୍ୱିତୀୟ ଘଟଣା। ।
ଗତ ରାତିରେ ନୂଆଦିଲ୍ଲୀ-ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେସ ଉତ୍ତର ପ୍ରଦେଶର ଇଟାୱା ଅତିକ୍ରମ କରୁଥିବା ବେଳେ ସେଥିରେ ଭୟଙ୍କର ନିଆଁ ଲାଗିଥିଲା। ଫଳରେ ସୁପରଫାଷ୍ଟ ଏକ୍ସପ୍ରେସର ଗୋଟିଏ ଯାତ୍ରୀବାହୀ ବଗି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ମାତ୍ର ବଗିରୁ ସମସ୍ତ ଯାତ୍ରୀ ତଳକୁ ଡେଇଁ ପଡ଼ିବାରୁ କେହି ମୃତାହତ ହୋଇ ନ ଥିଲେ।
ଜଣେ ରେଳ ଅଧିକାରୀଙ୍କ କହିବା କଥା ଯେ ସୁପରଫାଷ୍ଟ ଏକ୍ସପ୍ରେର ଗୋଟିଏ ବଗି ଉତ୍ତର ପ୍ରଦେଶର ଇଟାୱା ଠାରେ ଜଳି ଯାଇଛି। ଟ୍ରେନଟି ସରାଇ ଭୂପାଟ ଷ୍ଟେସନ ଅତିକ୍ରମ କରୁଥିବା ବେଳେ ଗୋଟିଏ ସ୍ଲିପର କୋଚ୍ରୁ ଧୂଆଁ ବାହାରୁ ଥିବା ଦେଖିବାକୁ ମିଳିଥିଲା।
ଷ୍ଟେସନ ମାଷ୍ଟର ଧୂଆଁ ଦେଖି ତୁରନ୍ତ ଲୋକୋ ପାଇଲଟଙ୍କୁ ଖବର ଦେଇଥିଲେ। ଲୋକୋ ପାଇଲଟ ଓ ଗାର୍ଡ ତୁରନ୍ତ ଟ୍ରେନକୁ ଅଟକାଇ ଦେଇଥିଲେ। ଯାତ୍ରୀମାନେ ମଧ୍ୟ ତୁରନ୍ତ କୋଚ୍ରୁ ଡିଆଁ ମାରିଥିଲେ।
କିଛି ଯାତ୍ରୀଙ୍କୁ କୋଚ୍ ମଧ୍ୟରୁ ବାହାର କରାଯାଇଥିଲା। ଯାତ୍ରୀମାନେ ବାହାରିବା କ୍ଷଣି ବଗିଟି ସଂପୂର୍ଣ୍ଣ ଭାବେ ଜଳି ଯାଇଥିଲା। କୁହାଯାଉଛି ଯେ ସ୍ଲିପର କୋଚରେ କ୍ଷମତା ଠାରୁ ଅଧିକ ଯାତ୍ରୀ ଥିଲେ। ତଥାପି ସମସ୍ତେ ସୁରକ୍ଷିତ ରହିଛନ୍ତି। କିନ୍ତୁ ସେମାନଙ୍କ ଆସବବାପତ୍ର ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି।
ରେଳ କର୍ମଚାରୀ ଓ ଅଗ୍ନିଶମ ବାହିନୀ ଦୀର୍ଘ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛନ୍ତି। କିନ୍ତୁ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।
ଏକ ଓଭର ହେଡ୍ ବିଦ୍ୟୁତ୍ ତାର ଛିଡ଼ି ଯିବାରୁ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସର ଲୋକୋ ପାଇଲଟ୍ ଏମର୍ଜେନ୍ସୀ ବ୍ରେକ୍ ପ୍ରୟୋଗ କରିଥିଲେ। ଟ୍ରେନ୍କୁ ଅଟକାଇବାକୁ ସେ ଏମର୍ଜେନ୍ସୀ ବ୍ରେକ୍ ଲଗାଇଥିଲେ। ତେବେ ଏମର୍ଜେନ୍ସୀ ବ୍ରେକ୍ର ପ୍ରୟୋଗ ଯୋଗୁ ଟ୍ରେନ୍କୁ ବଡ଼ ଝଟକା ଲାଗିଥିଲା। ଆଉ ଏହି ଝଟକା ପ୍ରଭାବରେ ପଡ଼ି ଦୁଇ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣା ଘଟିବା ବେଳେ ପୁରୀ-ନୂଆଦିଲ୍ଲୀ ଏକ୍ସପ୍ରେସର ବେଗ ଘଣ୍ଟାପ୍ରତି ୧୩୦ କିଲୋମିଟର ଥିଲା।
ଧାନବାଦ ରେଳ ଡିଭିଜନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯେହେତୁ ହଠାତ୍ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଗଲା, ତେଣୁ ଏମର୍ଜେନ୍ସୀ ବ୍ରେକ୍ ଲଗାଇବାକୁ ପଡ଼ିଲା। ଆଉ ଏଥିଯୋଗୁ ହୋଇଥିବା ଝଟକାରେ ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି।
ଦୁର୍ଘଟଣା ଘଟିବା ପରେ ଟ୍ରେନ୍କୁ ଏକ ଡିଜେଲ ଇଞ୍ଜିନ ସହାୟତାରେ ଗୋମୋ ପର୍ଯ୍ୟନ୍ତ ଅଣାଯାଇଥିଲା। ସେଠାରୁ ଏକ ବିଦ୍ୟୁତ୍ ଚାଳିତ ଇଞ୍ଚିନ ଜରିଆରେ ଏହାକୁ ପୁଣି ଦିଲ୍ଲୀ ଅଭିମୁଖେ ପଠାଯାଇଥିଲା। ଏସବୁ ପାଇଁ ୪ ଘଣ୍ଟା ଲାଗିଯାଇଥିଲା।
ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ୨୫ ସମୟରେ ଝାରସୁଗୁଡ଼ାରୁ ସମ୍ବଲପୁର ଅଭିମୁଖେ ଯାଉଥିଲା ମେମୁ ଟ୍ରେନ୍। ଏହି ସମୟରେ ଏକ ମଇଁଷିକୁ ଧକ୍କା ଦେବାରୁ ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିଲା। ଟ୍ରେନଟି ମଇଁଷି ସହ ଧକ୍କା ଦେବାରୁ ଟ୍ରେନର ୪ ନମ୍ବର ବଗି ରେଳ ଧାରଣାରୁ ଖସି ପଡ଼ିଥିଲା।
ତେବେ ଦୁର୍ଘଟଣାଗ୍ରସ୍ତ ବଗିରେ ୨୦୦ ଯାତ୍ରୀ ଥିଲେ ବି କାହାରି କୌଣସି କ୍ଷତି ହୋଇ ନଥିଲା। ସମସ୍ତେ ସୁରକ୍ଷିତ ରହିଥିଲେ। ତେବେ ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଲାଇନଚ୍ୟୁତ ବଗିକୁ ଟ୍ରାକକୁ ଉଠାଇବା ପରେ ଦୁର୍ଘଟଣାଗ୍ରସ୍ତ ଲାଇନଟି ସ୍ୱାଭାବିକ ହୋଇଥିଲା। ଦୁର୍ଘଟଣାରେ ମଇଁଷିର ମୃତ୍ୟୁ ଘଟିଥିଲା।
ନିର୍ଦ୍ଧାରିତ ସମୟରେ ଝାରସୁଗୁଡ଼ାରୁ ଛାଡ଼ିଲା ମେମୁ ପାସେଞ୍ଜର ଟ୍ରେନ୍। ଟ୍ରେନ୍ରେ ଖଚାଖଚ ଭିଡ଼ ଥିଲା। ସରଲା ନିକଟରେ ଗୋଟିଏ ମଇଁଷି ଟ୍ରାକ୍ ଅତିକ୍ରମ କରୁଥିଲା। ସେହି ସମୟରେ ମେମୋ ଟ୍ରେନ୍ଟି ମଇଁଷିକୁ ଧକ୍କା ଦେଇଥିଲା। ଯାହାଫଳରେ ଗୋଟିଏ ବଗି ଲାଇନ୍ଚ୍ୟୁତ ହୋଇଛି। ବଗିରେ ଥିବା ସବୁ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି। ଦୁର୍ଘଟଣା ହୋଇଥିବା ବଗିକୁ ପ୍ରଥମ ଅଲଗା କରାଯାଇଥିଲା। ତା’ପରେ ଟ୍ରେନ୍ଟି ସମ୍ୱଲପୁର ଅଭିମୁଖେ ଯାତ୍ରା କରିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ମଇଁଷିର ମୃତ୍ୟୁ ଘଟିଛି।
ଦିଲ୍ଲୀର ଆନନ୍ଦ ବିହାର ଓ ଉତ୍ତରପ୍ରଦେଶର ଗାଜିପୁର ସହର ମଧ୍ୟରେ ଯାଉଥିବା ସୁହେଲଦେବ ଏକ୍ସପ୍ରେସ ଗତ ରାତି ପ୍ରାୟ ୯ଟାରେ ପ୍ରୟାଗରାଜ ଷ୍ଟେସନ ଛାଡ଼ିଥିଲା। କିଛି ବାଟ ଯିବା ପରେ ହଠାତ୍ ଇଞ୍ଜିନର ଚକ ଟ୍ରାକ୍ ତଳକୁ ଖସି ଯାଇଥିଲା। ଫଳରେ ଇଞ୍ଜିନ ପଛରେ ଥିବା ୨ଟି ବଗି ଟ୍ରାକ୍ ତଳକୁ ଖସି ଯାଇଥିଲା। ମାତ୍ର ଟ୍ରେନ୍ ସ୍ପିଡ୍ କମ ଥିବାରୁ ଏକ ବଡ଼ ଅଘଟଣ ବର୍ତ୍ତି ଯାଇଛିା ଏଥିରେ କେହି ମୃତାହତ ହୋଇନଥିବା ରେଲୱେ ପକ୍ଷରୁ ସୂଚନା ଦିଆଯାଇଛିା
ଏହି ଘଟଣା ଗତରାତି ୯ଟାରେ ଘଟିଥିବା ବେଳେ କିଛି ସମୟ ମଧ୍ୟରେ ଟ୍ରାକ୍ ମରାମତି କରି ପୁଣି ଟ୍ରେନ୍କୁ ଗତିପଥ ଅଭିମୁଖେ ଛଡ଼ା ଯାଇଥିଲା।
ଗତ ୨୯ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ଆନ୍ଧ୍ରର ଆଲମଣ୍ଡା ଷ୍ଟେସନର କିଛି ପୂର୍ବରୁ ପଲାସା ପାସେଞ୍ଜର ଟ୍ରେନକୁ ବିଶାଖାପାଟଣା- ରାୟଗଡା ପାସେଞ୍ଜର ଟ୍ରେନ୍ ପଛ ପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ପାସେଞ୍ଜର ଟ୍ରେନ୍ର ବଗି ଅନ୍ୟ ଟ୍ରାକ୍ରେ ପଡ଼ିଥିଲା। ସେହି ସମୟରେ ଆସୁଥିବା ମାଲ୍ବାହୀ ଟ୍ରେନ୍ଟି ପାସେଞ୍ଜରର ବଗିକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଲୋକ ପାଇଲଟ ଓ ଗାର୍ଡଙ୍କ ସହ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଜଣ ଆହତ ହୋଇଥିଲେ।
ରବିବାର ସନ୍ଧ୍ୟା ପ୍ରାୟ ୭ଟାରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍କୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର। ଦୁର୍ଘଟଣା ପରେ ପଲାସା ପାସେଞ୍ଜର କିଛି ବଗି ଅନ୍ୟ ଟ୍ରାକ୍ରେ ପଡ଼ିଥିଲେ। ସେହି ଟ୍ରାକ୍ରେ ଆସୁଥିବା ମାଲ୍ବାହୀ ଟ୍ରେନ୍ ପାଲାସା ପାସେଞ୍ଜ ବଗିକୁ ଧକ୍କା ଦେଇଥିଲେ। ଯେଉଁଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତମାନଙ୍କୁ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି।
ଦୁର୍ଘଟଣା ପରେ ଯୁଦ୍ଧକାଳୀନ ଭିତିରେ ଉଦ୍ଧାର ଓ ମରାମତି କାମ ଚାଲିଛି। ଟ୍ରାକ୍ ଉପରେ ପଡ଼ିଥିବା ବଗି ଗୁଡ଼ିକୁ ହଟା ଯାଉଛି। ଏଥିସହ ଟ୍ରାକ୍ ମରାମତି ଓ ବଦ୍ୟୁତ୍ କନେକସନ୍ ଦିଆଯାଉଛି। ମରାମତି କାମରେ ୯୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଅପରାହ୍ଣ ଅପରାହ୍ନ ୨ଟା ୩୬ ୪ଟାରେ ଟ୍ରାକ୍ ମରାମତି କାମ ସରିଲା। ଟ୍ରାକ୍ ମରାମତି ପରେ ପ୍ରଥମେ ଟ୍ରାଏଲ୍ ହେଲା। ତା’ପରେ ପ୍ରଶାନ୍ତି ଏକ୍ସପ୍ରେସ ଯାଇଛି।
ଅନ୍ୟପକ୍ଷରେ ଦୁର୍ଘଟଣା ସ୍ଥଳରୁ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନର ୧୧ଟି କୋଚକୁ ପରବର୍ତ୍ତୀ ଷ୍ଟେସନ୍ ଆଲମଣ୍ଡା ଷ୍ଟେସନକୁ ନିଆଯାଇଛି। ସେହିପରି ବିଶାଖାପାଟଣା-ରାୟଗଡା ପାସେଞ୍ଜର ଟ୍ରେନର ୯ଟି ବଗିକୁ ପୂର୍ବ ଷ୍ଟେସନ୍ କଣ୍ଟକପାଲିକୁ ଫେରାଇ ନିଆଯାଇଛି। ବାକି କୋଚ୍ ଗୁଡ଼ିକ ଟ୍ରାକ୍ ପାର୍ଶ୍ୱରେ ପଡ଼ି ରହିଛି।
ରବିବାର ସନ୍ଧ୍ୟାରେ ମେରଟର କଙ୍କରଖେଡା ନିକଟସ୍ଥ କାସମପୁର ଫାଟକ ନିକଟରେ ଏକ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଜଣେ ମହିଳା ଓ ୨ ଝିଅଙ୍କ ଉପରେ ଚଢ଼ି ଯାଇଛି। ଫଳରେ ଘଟଣାସ୍ଥଲରେ ହିଁ ତିନି ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ୪୦ ବର୍ଷୀୟ ମହିଳା ଓ ତାଙ୍କ ୨ ଝିଅ ଅଛନ୍ତି। ଅବୈଧ ରୂପେ ରେଳ ଫାଟକ ଅତିକ୍ରମ କରୁଥିବା ବେଳେ ଏମାନଙ୍କ ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।
ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ପୀୟୂଷ କୁମାର ସିଂହ କହିଛନ୍ତି, ଜଗୁଆଳି ଥିବା କସମ୍ପୁର ରେଳ ଫାଟକ ବନ୍ଦ ଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରୁ ଖଣ୍ଡବିଖଣ୍ଡିତ ଶବଗୁଡ଼ିକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
ପୁଲିସ ସୂଚନା ମୁତାବକ, କଙ୍କରଖେଡା ନିବାସୀ ନରେଶ ଗୋଟାଏ ଠେଲା ଗାଡି ନେଇ ଯାଉଥିଲେ। ଠେଳା ଗାଡି ପଛରେ ବସିଥିଲେ ତାଙ୍କ ୪୦ ବର୍ଷୀୟ ସ୍ତ୍ରୀ ମୋନା, ୧୪ ବର୍ଷୀୟ ଝିଅ ମନୀଷା ଓ ୭ ବର୍ଷୀୟ ଝିଅ ଚାରୁ। କସମପୁର ଜଗୁଆଳି ଥିବା ରେଳ ଫାଟକ ବନ୍ଦ ଥିବାରୁ ନରେଶ ଫାଟକ ତଳବାଟେ ପ୍ରବେଶ କରି ରେଳ ଧାରଣା ଅତିକ୍ରମ କରୁଥିଲେ। ସେତିକି ବେଳେ ଏହି ଟ୍ରାକ୍ରେ ୧୨୦ ସ୍ପିଡ୍ରେ ଆସୁଥିବା ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଧକ୍କା ଦେଇ ମୋନା ଓ ତାଙ୍କ ୨ ଝିଅଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ଆଖିପିଛୁଳାକେ ସମାନଙ୍କ ମୃତ୍ୟୁ ହେବା ସହ ସେମାନଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇ ବିଛାଡି ପଡିଥିଲା। ଫଳରେ ଘଟଣାସ୍ଥଳରେ ଆତଙ୍କ ଖେଳି ଯାଇଥିଲା। ଦୁର୍ଘଟଣା ସମୟରେ ଫାଟକ ବନ୍ଦ ଥିବା ବେଳେ ବନ୍ଦେ ଭାରତ ଟ୍ରେନ୍ ଆସିବା ପାଇଁ ସିଗ୍ନାଲ ଗ୍ରୀନ୍ ମଧ୍ୟ ଥିଲା।
ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ୧୧ ଜଣଙ୍କ ପରିଚୟ ମିଳିଛି । ସେମାନଙ୍କ ମଧ୍ୟରେ ୯ ଜଣ ପୁରୁଷ ଓ ୨ଜଣ ମହିଳା ଥିବା ଜଣାପଡ଼ିଛି। ସମସ୍ତଙ୍କ ଘର ଆନ୍ଧ୍ରପ୍ରଦେଶ। ଏବେ ବି ୩ ଜଣଙ୍କର ପରିଚୟ ମିଳିନାହିଁ। ତେବେ ମୃତକ ମଧ୍ୟରେ ଓଡ଼ିଶାର କେହି ନଥିବା ସୂଚନା ଦେଇଛନ୍ତି ବିଜୟନଗରମ ଯୁଗ୍ମ ଜିଲ୍ଲାପାଳ କେ. ମୟୂର ଅଶୋକ। ଏହି ଦୁର୍ଘଟଣାରେ ୫୦ରୁ ଊର୍ଦ୍ଧ୍ୱ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି।
ଆହତ ଯାତ୍ରୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଛି। ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛି ରେଳ ବିଭାଗ। ଗୁରୁତର ଆହତ ଯାତ୍ରୀଙ୍କୁ ୨ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କୁ ୫୦ହଜାର ଟଙ୍କାର ସହାୟତା ଦିଆଯିବ। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ଦୁର୍ଘଟଣା ପରେ ଯୁଦ୍ଧକାଳୀନ ଭିତିରେ ଉଦ୍ଧାର ଓ ମରାମତି କାମ ଚାଲିଛି। ଟ୍ରାକ ଉପରେ ବଗି ପଡି ରହିଥିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ମରାମତି ପାଇଁ ୯୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଅପରାହ୍ଣ ୪ଟା ସୁଦ୍ଧା ମରାମତି କାମ ଶେଷ ହେବ ବୋଲି ସିପିଆରଓ ସୂଚନା ଦେଇଛନ୍ତି।
ଦୁର୍ଘଟଣା ପରେ ଏହି ରୁଟରେ ଆସିବାକୁ ଥିବା ୪୫ଟି ଟ୍ରେନକୁ ବାତିଲ କରାଯାଇଛି। ସେହିଭଳି ୧୧ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି। ୨୬ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଥିବା ବେଳେ ୬ଟି ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି।
ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍ ନିର୍ଦ୍ଧାରିତ ସମୟରେ ବିଶାଖାପାଟଣାଠାରୁ ଛାଡ଼ିଥିଲା। ପଲାସା ପାସେଞ୍ଜର ଛାଡ଼ିବାର ୧୫ ମିନିଟ୍ ପରେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍ ଛାଡ଼ିଥିଲା। କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ଠାରୁ ୨୦୦ ମିଟର ଦୂରରେ ପଲାସା ପାସେଞ୍ଜର ଟ୍ରେନ୍ଟି ଛିଡ଼ା ହୋଇଥିଲା। ଠିକ୍ ସେହି ସମୟରେ ସେହି ଟ୍ରାକ୍ରେ ଆସୁଥିବା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍ଟି ପଲାସା ପାସେଞ୍ଜରକୁ ଧକ୍କା ଦେଇଥିଲା।
ରେଳ ବିଭାଗ ପକ୍ଷରୁ ମୃତକଙ୍କ ପରିବାର ବର୍ଗକୁ ୧୦ ଲକ୍ଷ, ଗୁରୁତର ଆହତଙ୍କୁ ୨ଲକ୍ଷ ୫୦ ହଜାର ଓ ସାମାନ୍ୟ ଆହତ ବ୍ୟକ୍ତି ୫୦ ହଜାର ଲେଖାଏଁ ଦେବାକୁ ଘୋଷଣା କରାଯାଇଛି।
ସେହିପରି ଆନ୍ଧ୍ରପ୍ରଦେଶ ବାସିନ୍ଦାଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ସମେତ ଅନ୍ୟ ରାଜ୍ୟର ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ପ୍ରଦାନ କରିବାକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଗୁରୁତରଙ୍କୁ ୫୦ ହଜାର ଟଙ୍କା ଲେଖାଏସହାୟତା ପ୍ରଦାନ କରିବାକୁ ବି ସେ ନିର୍ଦ୍ଦେଶ ଦେଇଛନ୍ତି।
ଗତକାଲି ଘଟିଥିବା ଟ୍ରେନ୍ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ସହ କଥା ହୋଇ ସ୍ଥିତିର ସମୀକ୍ଷା କରିଛନ୍ତି।
ସେହିପରି ମର୍ମନ୍ତୁଦ ରେଳ ଦୁର୍ଘଟଣା ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏସ୍ଆରସି ଏବଂ ରାୟଗଡ଼ା ଓ କୋରାପୁଟ ଜିଲ୍ଲାପାଳଙ୍କୁ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ତୁରନ୍ତ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ୪ଟି ଓଡ୍ରାଫ୍ ଟିମ ପଠାଇବାକୁ ମୁଖ୍ୟମନ୍ତ୍ରୀ ଏସଆରସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅଗ୍ନିଶମ ବିଭାଗର ୧୯ଜଣ କର୍ମଚାରୀଙ୍କୁ ଦୁର୍ଘଟଣାସ୍ଥଳକୁ ପଠାଯାଇଥିବା ଅଗ୍ନିଶମ ବିଭାଗ ଡିଆଇଜି ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ସେମାନେ ପ୍ଲାଜମା କଟର, କମ୍ବୋ ଟୁଲସ ଓ ରେସକ୍ୟୁ ଲାଇନ ନେଇ ବିଜୟନଗରମ ଅଭିମୁଖେ ଯାଇଛନ୍ତି।
ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ ସମୟରେ ଆନ୍ଧ୍ରର ଆଲମଣ୍ଡା ଷ୍ଟେସନରୁ କିଛି ବାଟ ପୂର୍ବରୁ ପଲାସା ପାସେଞ୍ଜର ଟ୍ରେନକୁ ବିଶାଖାପାଟଣା- ରାୟଗଡା ପାସେଞ୍ଜର ଟ୍ରେନ୍ ପଛ ପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ପାସେଞ୍ଜର ଟ୍ରେନ୍ର ବଗି ଅନ୍ୟ ଟ୍ରାକ୍ରେ ପଡ଼ିଥିଲା। ସେହି ସମୟରେ ଆସୁଥିବା ମାଲ୍ବାହୀ ଟ୍ରେନ୍ଟି ପାସେଞ୍ଜରର ବଗିକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଲୋକ ପାଇଲଟ ଓ ଗାର୍ଡଙ୍କ ସହ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି।
ଇଷ୍ଟ କୋଷ୍ଟ ରେଲୱେ ସିପିଆରଓ ବିଶ୍ୱଜିତ ସାହୁଙ୍କ ସୂଚନା ଅନୁଯାୟୀ, ସିଗନାଲ୍ ଓଭରସୁଟିଂରୁ ଦୁର୍ଘଟଣା ହୋଇଥାଇପାରୋ ଅର୍ଥାତ୍ ରେଡ୍ ସିଗନାଲ୍ ଥାଇ ବି ଟ୍ରେନ ଟି ଆଗକୁ ମାଡ଼ି ଚାଲି ଯାଇଛିା ତେଣୁ ପ୍ରାଥମିକ ଯାଞ୍ଚରୁ ଏହା ମନୁଷ୍ୟକୃତ ତ୍ରୁଟି ହୋଇଥିବା ପୂର୍ବତଟ ରେଲୱେର ସିପିଆରଓ ସୂଚନା ଦେଇଛନ୍ତି।
ଗତ ରାତିରେ ଘଟିଥିବା ଏହି ଛାତିଥରା ଟ୍ରେନ୍ ଦୁର୍ଘଟଣାରେ ୧୩ ଜୀବନ ଅକାଳରେ ଚାଲି ଯାଇଥିବା ବେଳେ ୫୦ରୁ ଅଧିକ ଜଣ ଗୁରୁତର ହୋଇଛନ୍ତି।
ବର୍ତ୍ତମାନ ସୁଦ୍ଧା ବିଶାଖାପାଟଣା- ପଲାସା ଟ୍ରେନର ୧୧ଟି କୋଚ୍ ଓ 08504 ବିଶାଖାପାଟଣା-ରାୟଗଡା ଟ୍ରେନର ୯ଟି କୋଚକୁ ସ୍ଥାନାନ୍ତର କରି ନିକଟବର୍ତ୍ତୀ ଷ୍ଟେସନକୁ ପଠାଇଦିଆଯାଇଛି । ଦୁର୍ଘଟଣାସ୍ଥଳରେ ଏବେ କେବଳ ଲାଇନଚ୍ୟୁତ ଓ କ୍ଷତିଗ୍ରସ୍ତ ହୋଇଥିବା କୋଚ୍ ଗୁଡିକ ପଡିରହିଛି ।
ଆକ୍ସିଡେଣ୍ଟି ରିଲିଫ୍ ଟ୍ରେନ୍ ଦ୍ୱାରା ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଉଛି । ପରିସ୍ଥିତିକୁ ଦେଖି ୨୬ଟି ଟ୍ରେନ ବାତିଲ କରାଯାଇଥିବା ବେଳେ ୨୨ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । ୧୧ଟି ଟ୍ରେନ ଆଂଶିକ ବାତିଲ କରାଯାଇଛି । ପ୍ରଭାବିତ ଲୋକଙ୍କ ପାଇଁ ବସ୍ ବ୍ୟବସ୍ଥା କରାଯାଇଛି ।
ବାତିଲ ହୋଇଥିବା ଟ୍ରେନ ଗୁଡ଼ିକ ହେଲା ପଲାସା-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ୍, ବିଶାଖାପାଟଣା-କୋର୍ବା ଟ୍ରେନ୍, କୋର୍ବା-ବିଶାଖାପାଟଣା ଟ୍ରେନ୍, ପଲାସା-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ୍, ବିଶାଖାପାଟଣା-ପାରାଦୀପ ଏକ୍ସପ୍ରେସ୍, ପାରାଦୀପ-ବିଶାଖାପାଟଣା ଏକ୍ସପ୍ରେସ୍, ରାୟଗଡା-ବିଶାଖାପାଟଣା ପାସେଞ୍ଜର, ବିଜୟନଗରମ୍-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ୍, ବିଶାଖାପାଟଣା-ଗୁଣପୁର ସ୍ୱତନ୍ତ୍ର ଟ୍ରେନ୍, ଗୁଣପୁର-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ,ଏମଜିଆର ଚେନ୍ନାଇ ସେଣ୍ଟ୍ରାଲ-ପୁରୀ ଏକ୍ସପ୍ରେସ,ବିଶାଖାପାଟଣା-କୋରବା ଏକ୍ସପ୍ରେସ,ବିଶାଖାପାଟଣା-ପାରାଦୀପ ଏକ୍ସପ୍ରେସ,ରାୟଗଡା-ଗୁଣ୍ଟୁର ଏକ୍ସପ୍ରେସ,ବିଶାଖାପାଟଣା-ପଲାସା ପାସେଞ୍ଜର,ପଲାସା-ବିଶାଖାପାଟଣା ପାସେଞ୍ଜର,ବିଶାଖାପାଟଣା-ତିରୁପତି ପାସେଞ୍ଜର,ତିରୁପତି-ବିଶାଖାପାଟଣା ପାସେଞ୍ଜର,ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ୍, ବିଶାଖାପାଟଣା-ବ୍ରହ୍ମପୁର ଏକ୍ସପ୍ରେସ, ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଓ
ବିଶାଖାପାଟଣା-ଭୁବନେଶ୍ୱ ଇଣ୍ଟରସିଟିକୁ ବାତିଲ କରାଯାଇଛି। ଏନେଇ ଇଷ୍ଟ କୋଷ୍ଟ ରେଲୱେ ସିପିଆରଓ ବିଶ୍ୱଜିତ ସାହୁ ସୂଚନା ଦେଇଛନ୍ତି। ଇଷ୍ଟକୋଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।
ସେ ଆହୁରି କହିଛନ୍ତି, ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ ମରାମତି କାମ ଚାଲିଛି। ଅପରାହ଼ହ୍ନ ୪ଟା ସୁଦ୍ଧା ମରାମତି କାମ ସରିବବୋଲି ଆଶ ରଖାଯାଇଛି। ଼ଦୁର୍ଘଟଣାରେ ୫ଟି ବଗି କ୍ଷତିଗ୍ରସ୍ତ ହୋଇଛି। ପ୍ରଭାବିତ ଲୋକଙ୍କ ପାଇଁ ବସ୍ ବ୍ୟବସ୍ଥା କରାଯାଇଛି।
ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ ସମୟରେ ଆନ୍ଧ୍ରର ଆଲମଣ୍ଡା ଷ୍ଟେସନରୁ କିଛି ବାଟ ପୂର୍ବରୁ ପଲାସା ପାସେଞ୍ଜର ଟ୍ରେନକୁ ବିଶାଖାପାଟଣା- ରାୟଗଡା ପାସେଞ୍ଜର ଟ୍ରେନ୍ ପଛ ପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ପାସେଞ୍ଜର ଟ୍ରେନ୍ର ବଗି ଅନ୍ୟ ଟ୍ରାକ୍ରେ ପଡ଼ିଥିଲା। ସେହି ସମୟରେ ଆସୁଥିବା ମାଲ୍ବାହୀ ଟ୍ରେନ୍ଟି ପାସେଞ୍ଜରର ବଗିକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଲୋକ ପାଇଲଟ ଓ ଗାର୍ଡଙ୍କ ସହ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୫୦ ଜଣ ଆହତ ହୋଇଥିବା ନେଇ ସିପିଆର୍ଓ ସୂଚନା ଦେଇଛନ୍ତି।
ଏହି ଦୁର୍ଘଟଣାରେ ୫୦ରୁ ଊର୍ଦ୍ଧ୍ୱ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି ।
ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍ ନିର୍ଦ୍ଧାରିତ ସମୟରେ ବିଶାଖାପାଟଣାଠାରୁ ଛାଡ଼ିଥିଲା। ପଲାସା ପାସେଞ୍ଜର ଛାଡ଼ିବାର ୧୫ ମିନିଟ୍ ପରେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍ ଛାଡ଼ିଥିଲା। କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ଠାରୁ ୨୦୦ ମିଟର ଦୂରରେ ପଲାସା ପାସେଞ୍ଜର ଟ୍ରେନ୍ଟି ଛିଡ଼ା ହୋଇଥିଲା। ଠିକ୍ ସେହି ସମୟରେ ସେହି ଟ୍ରାକ୍ରେ ଆସୁଥିବା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍ଟି ପଲାସା ପାସେଞ୍ଜରକୁ ଧକ୍କା ଦେଇଥିଲା।
ଦୁର୍ଘଟଣା ଯୋଗୁ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍ର ୨ଟି ବଗି ଲାଇନ୍ଚ୍ୟୁତ ହୋଇ ଅନ୍ୟ ଟ୍ରାକ୍କୁ ପଳାଇ ଯାଇଥିଲା। ଠିକ୍ ସେହି ସମୟରେ ଆସୁଥିବା ମାଲ୍ବାହୀ ଗାଡି ବଗି ଦୁଇଟିକୁ ଧକ୍କା ଦେଇଥିଲା। ସେପଟେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍ର ଇଞ୍ଜିନ୍ଟି ଲାଇନ୍ଚ୍ୟୁତ ହୋଇଥିଲା।
ଦୁର୍ଘଟଣା ଖବର ପାଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡି ଗୁରୁତରଙ୍କୁ ତତ୍କାଳ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ବିଶାଖାପାଟଣା ଓ ବିଜୟ ନଗରରୁ ଘଟଣାସ୍ଥଳକୁ ଆମ୍ବୁଲାନ୍ସ ପଠା ଯାଇଥିବା ବେଳେ ଗୁରୁତରଙ୍କୁ ସଙ୍ଗେସଙ୍ଗେ ଆଖପାଖ ହସ୍ପିଟାଲରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଦୁର୍ଘଟଣା ଖବର ପାଇଁ ସ୍ଥାନୀୟ ପ୍ରଶାସନ ଓ ରେଳ ବିଭାଗ ପକ୍ଷରୁ ତୁରନ୍ତ ଉଦ୍ଧାର ଆରମ୍ଭ କରାଯାଇଥଲା । ପରେ ଏଥିରେ ଏସଡିଆରଏଫ୍ ଓ ଏନଡିଆରଏଫ୍ ଟିମ୍ ସାମିଲ ହୋଇଥିଲେ ।
ଏହି ଦୁର୍ଘଟଣାରେ ମୃତ ଆନ୍ଧ୍ରପ୍ରଦେଶ ବାସିନ୍ଦାଙ୍କୁ ୧୦ ଲକ୍ଷ ଲେଖା ସହାୟତା ସମେତ ଅନ୍ୟ ରାଜ୍ୟର ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ସହାୟତା ପ୍ରଦାନ କରିବାକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଗୁରୁତରଙ୍କୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରିବାକୁ ବି ସେ ନିର୍ଦ୍ଦେଶ ଦେଇଛନ୍ତି।
ଏହା ପୂର୍ବରୁ ଜୁନ୍ ମାସରେ ବାଲେଶ୍ୱରରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ଶତାଧିକ ଲୋକଙ୍କ ଜୀବନ ଅକାଳରେ ଚାଲି ଯାଇଥିଲା। ଏହାପରେ ଗତ ୧୧ ତାରିଖରେ ବିହାରର ବକ୍ସର ଜିଲ୍ଲାରେ ବି ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା।
ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍ ନିର୍ଦ୍ଧାରିତ ସମୟରେ ବିଶାଖାପାଟଣାଠାରୁ ଛାଡ଼ିଥିଲା। ବିଶାଖାପାଟଣା-ପଲାସା ପାସେଞ୍ଜର ଛାଡ଼ିବାର ୧୫ ମିନିଟ୍ ପରେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍ ଛାଡ଼ିଥିଲା। କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ଠାରୁ ୨୦୦ ମିଟର ଦୂରରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍ଟି ଛିଡ଼ା ହୋଇଥିଲେ। ଠିକ୍ ସେହି ସମୟରେ ସେହି ଟ୍ରାକ୍ରେ ଆସୁଥିବା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା। ଫଳରେ ପଲାସା ପସେଞ୍ଜର ୨ଟି ବଗି ଅନ୍ୟ ଟ୍ରାକ୍ରେ ପଡ଼ିଥିଲା। ସେହି ସମୟରେ ଆସୁଥିବା ମାଲ୍ବାହୀ ଟ୍ରେନ୍ ପଲାସା ପାସେଞ୍ଜର ଦୁଇଟି ବଗିକୁ ଧକ୍କା ଦେଇଥିଲା। ଫଳରଆ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି।
ସ୍ଥାନୀୟ ଲୋକ ଓ ରେଳ ବିଭାଗ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଅନ୍ଧକାର ରାତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ପ୍ରଭାବିତ ହେଉଛି।
ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍ ନିର୍ଦ୍ଧାରିତ ସମୟରେ ବିଶାଖାପାଟଣାଠାରୁ ଛାଡ଼ିଥିଲା। ପଲାସା ପାସେଞ୍ଜର ଛାଡ଼ିବାର ୧୫ ମିନିଟ୍ ପରେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍ ଛାଡ଼ିଥିଲା। କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ଠାରୁ ୨୦୦ ମିଟର ଦୂରରେ ପଲାସା ପାସେଞ୍ଜର ଟ୍ରେନ୍ଟି ଛିଡ଼ା ହୋଇଥିଲା। ଠିକ୍ ସେହି ସମୟରେ ସେହି ଟ୍ରାକ୍ରେ ଆସୁଥିବା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍ଟି ପଲାସା ପାସେଞ୍ଜରକୁ ଧକ୍କା ଦେଇଥିଲା।
Helpline Number regarding Train Accident between Alamanda and Kantakapalle in Vizianagaram-Kottavalasa Rly secn of Waltair Divn of ECoR in Howrah-Chennai Main Line.
— East Coast Railway (@EastCoastRail) October 29, 2023
Bhubaneswar -
0674-2301625, 2301525, 2303069
Waltair - 0891-
2885914@RailMinIndia
ଦୁର୍ଘଟଣା ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍ର ୨ଟି ବଗି ଲାଇନ୍ଚ୍ୟୁତ ହୋଇ ଅନ୍ୟ ଟ୍ରାକ୍କୁ ପଳାଇ ଯାଇଥିଲା। ଠିକ୍ ସେହି ସମୟରେ ଆସୁଥିବା ମାଲ୍ବାହୀ ଗାଡି ବଗି ଦୁଇଟିକୁ ଧକ୍କା ଦେଇଥିଲା। ସେପଟେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍ର ଇଞ୍ଜିନ୍ଟି ଲାଇନ୍ଚ୍ୟୁତ ହୋଇଥିଲା। ଆଜି ରବିବାର ଥିବାରୁ ଦୁଇ ପାସେଞ୍ଜର ଟ୍ରେନ୍ରେ ପ୍ରବଳ ଭିଡ ହୋଇଥିଲା। ତେଣୁ ମୃତାହତ ଅଧିକ ହେବେ ବୋଲି ଅନୁମାନ କରାଯାଉଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।
ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଦୁର୍ଘଟଣା ନେଇ ଖବର ପାଇ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ରାତି ଅନ୍ଧକାର ଭିତରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଯେଉଁମାନଙ୍କୁ ଉଦ୍ଧାର କରାଯାଉଛି, ସେମାନଙ୍କୁ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତଙ୍କୁ ବିଶାଖାପାଟଣା ମେଡ଼ିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି। ଆନ୍ଧ୍ରପ୍ରଦେଶର ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାଶ ସହାୟତା ଯୋଗାଇ ଦିଆଯାଇଛି।
ସେପଟେ ପୂର୍ବତଟ ରେଳପଥ ପକ୍ଷରୁ ଜାରି କରାଯାଇଛି ହେଲପ୍ ଲାଇନ୍ ନମ୍ବର। 0674-2301625, 2301525, 2303069 ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।
ଦୁର୍ଘଟଣା ସଂପର୍କରେ ପୂର୍ବତଟ ରେଳପଥର ସିପିଆରଓ ବିଶ୍ୱଜିତ ସାହୁ କହିଛନ୍ତି, ପଲାସାର ୨ଟି ବଗି ଓ ରାୟଗଡ଼ା ପାସେଞ୍ଜରର ଇଞ୍ଜିନ୍ ଲାଇନ୍ଚ୍ୟୁତ ହୋଇଛି। ବଗି ମାଲବାହୀ ଟ୍ରେନ୍ରେ ମାଡ଼ ହୋଇଥିଲେ ହେଁ କ୍ଷତି ହୋଇନି। ଉଭୟ ଟ୍ରେନ୍ରେ ମିଶି ୧୦୦ରୁ ୧୫୦ ଯାତ୍ରୀ ଥାଇପାରନ୍ତି। ଦୁର୍ଘଟଣାସ୍ଥଳରେ ପହଞ୍ଚିଲା ରେଳ ବିଭାଗର ଉଦ୍ଧାରକାରୀ ଦଳ। ଦୁର୍ଘଟଣାସ୍ଥଳକୁ ଗଲା ଭୁବନେଶ୍ବରରୁ ଏକ ଉଦ୍ଧାରକାରୀ ଦଳ। ତ୍ୱରିତ ବେଗରେ ଚାଲିଛି ଉଦ୍ଧାର କାର୍ଯ୍ୟ। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟରେ ୧୪ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଥିବା ସିପିଆରଓ କହିଛନ୍ତି।
ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍ ନିର୍ଦ୍ଧାରିତ ସମୟରେ ବିଶାଖାପାଟଣାଠାରୁ ଛାଡ଼ିଥିଲା। ବିଶାଖାପାଟଣା-ପଲାସା ପାସେଞ୍ଜର ଛାଡ଼ିବାର ୧୫ ମିନିଟ୍ ପରେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଛାଡ଼ିଥିଲା। ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍ଟି ବିଜୟନଗ୍ରମ ଆଲ୍ମଣ୍ଡ ଷ୍ଟେସନ୍ଠାରୁ ଦୁଇ କିମି ଦୂରରେ ଛିଡ଼ା ହୋଇଥିଲା। ସେହି ଟ୍ରାକ୍ରେ ପଛରୁ ଆସୁଥିବା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍ ଧକ୍କା ଦେଇଥିଲା।ଫଳରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍ର ୪ଟି ବଗି ଲାଇନ୍ଚ୍ୟୁତ ହୋଇଥିଲା। ଏଥିରେ ବହୁ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।
ଗତ ଜୁନ ୨ ତାରିଖରେ ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିଲା। ଶାଳିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍ ମାଲଗାଡ଼ି ଉପରେ ଚଢ଼ି ଯାଇଥିଲା। ଠିକ୍ ସେହି ସମୟରେ ଆସୁଥିବା ବାଙ୍ଗାଲୁରୁ-ହାୱାଡ଼ା ୟେଶବନ୍ତପୁର ଏକ୍ସପ୍ରେସ୍ର ଉପରେ ପଡ଼ିଥିଲା କରମଣ୍ଡଳ ଏକ୍ସପ୍ରେସ୍। ଏହି ଭୟଙ୍କର ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ୨୮୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ବାକି ୫ ଜଣଙ୍କ କଟକ ବଡ଼ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ।
ଏହି ଘଟଣା ସମଗ୍ର ଦେଶରେ ଆଲୋଡନ ଖେଳାଇ ଦେଇଥିଲା। ସେବେଠୁ ଦୁର୍ଘଟଣାସ୍ଥଳରେ ପଡିଥିଲା ଏହି ହୃଦୟଥରା ଦୁର୍ଘଟଣାର ମୂକସାକ୍ଷୀ କ୍ଷତିଗ୍ରସ୍ତ ଟ୍ରେନର ଇଞ୍ଜନ ଓ ବଗି। ଡିସେମ୍ବର ୫ ତାରିଖ ସୁଦ୍ଧା ସବୁ କୋଚ୍ ଓ ଇଞ୍ଜିନ ଗୁଡ଼ିକୁ ନେଇଯିବ କଂପାନୀ।
ଗତ କାଲି ରାତି ପ୍ରାୟ ୪ଟା ସମୟରେ ଲକ୍ଷ୍ମୀପୁର ବ୍ଲକ କୁସୁମଗୁଡ଼ା ଗାଁ ନିକଟ ଟ୍ରେନ ଲାଇନରେ ଟ୍ରେନ୍ ଗତି କରୁଥିଲା। ଉକ୍ତ ସମୟରେ ନାବାଳକଜଣକ ଟ୍ରାକ୍ରେ ଥିବା ବେଳେ ଟ୍ରେନ୍ଟି ତାଙ୍କୁ ଜୋରରେ ଧକ୍କା ଦେଇଥିଲା। ଫଳରେ ନାବାଳକଜଣକ ଛିଟିକି ଗୁରୁତର ହୋଇ ପଡ଼ିଥିଲେ।
ଲକ୍ଷ୍ମୀପୁର ଷ୍ଟେସନ୍ ମାଷ୍ଟରଙ୍କ ନିକଟରୁ ଖବର ପାଇ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପ୍ରଥମେ ଲକ୍ଷ୍ମୀପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜକୁ ସ୍ଥାନନ୍ତରିତ କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।
ତେବେ ନାବାଳକଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ସେ ରାତିରେ ଟ୍ରେନ୍ ଲାଇନ୍ରେ କ’ଣ କରୁଥିଲେ ତାହା ସ୍ପଷ୍ଟ ହୋଇ ପାରିନି। ଲକ୍ଷ୍ମୀପୁର ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁସାରେ, ଯାତ୍ରୀବାହୀ ଟ୍ରେନଟି ଆଗ୍ରାରୁ ଝାନସୀ ଯାଉଥିଲା। ହଠାତ୍ ଗୋଟିଏ ବଗିରୁ ଧୂଆଁ ବାହାରିବା ଆରମ୍ଭ ହୋଇଥିଲା। ଯାତ୍ରୀମାନେ ଆତଙ୍କିତ ହେବା ସହ ଟ୍ରେନକୁ ଅଟକାଇ ଦେଇଥିଲେ।
ତେବେ ଚାହୁଁଚାହୁଁ ଟ୍ରେନର ୪ଟି ବଗିକୁ ନିଆଁ ବ୍ୟାପି ଯାଇଥିଲା। ଲୋକମାନେ ତୁରନ୍ତ ଟ୍ରେନରୁ ଓହ୍ଲାଇ ଯାଇଥିଲେ ହେଁ ସେମାନଙ୍କ ଜିନିଷପତ୍ର ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି।
ଅଗ୍ନିକାଣ୍ଡର ଖବର ପାଇ ରେଳବାଇ ଅଧିକାରୀ, ସ୍ଥାନୀୟ ପୁଲିସ୍ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ କେହି ବି ମୃତାହତ ହୋଇନାହାନ୍ତି।
ମୃତକମାନେ ହେଉଛନ୍ତି ସୁରେଶ (୧୫), ରବି (୧୦) ଓ ମଞ୍ଜୁନାଥ (୧୧)। ସୁରେଶ ଶ୍ରବଣ ଶକ୍ତି ବାଧିତ ଥିଲେ। ସେହିପରି ରବି ବାକ୍ ଶକ୍ତି ବାଧିତ ଥିଲେ। ଅର୍ଥାତ୍ ସେ କଥା କହିପାରୁ ନଥିଲେ।
ସୁରେଶ ଓ ରବି ଉରାପକ୍କମର ବାସିନ୍ଦା ଥିଲେ। ମଞ୍ଜୁନାଥ ଛୁଟି କାଟିବା ପାଇଁ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ସେମାନେ ରେଳ ଧାରଣା ନିକଟରେ ଖେଳୁଥିଲେ। ସେମାନେ ରେଳ ଧାରଣା ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ଟ୍ରେନ୍ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା।
ପୁଲିସ୍ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ କରୁଛି।
ସେହିପରି ଦୁର୍ଘଟଣା ପରେ ଲାଇନଚ୍ୟୁତ ସହ ଛିନଛତ୍ର ହୋଇ ଯାଇଥିବା ବଗି ମଧ୍ୟରେ ଅନେକ ଲୋକ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଚାଲିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି।
ବାଂଲାଦେଶର ପୂର୍ବପ୍ରାନ୍ତ ଭୈରବ ସହରରେ ଏପରି ଭୟଙ୍କର ଘଟଣା ଘଟିଛି। ଏଠାରେ ଗୋଟିଏ ମାଲ ଗାଡ଼ି ସାମ୍ନା ପଟୁ ଆସୁଥିବା ଯାତ୍ରୀବାହୀ ଟ୍ରେନକୁ ଧକ୍କା ଦେଇଛି। ଏଥିଯୋଗୁ ଯାତ୍ରୀବାହୀ ଟ୍ରେନର ଏକାଧିକ ବଗି ଲାଇନଚ୍ୟୁତ ହୋଇଯାଇଛି। ଖବର ପାଇ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏବେ ଲାଇନଚ୍ୟୁତ ବଗି ମଧ୍ୟରେ ଫସି ରହିଥିବା ଲୋକଙ୍କୁ ସେମାନେ ଉଦ୍ଧାର କରିବାରେ ଲାଗିଛନ୍ତି।
ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି, ଏଯାଏ ଦୁର୍ଘଟଣା ସ୍ଥଳରୁ ୧୫ ଜଣଙ୍କ ମୃତଦେହ ମିଳିଛି। ସେହିପରି ୧୦୦ରୁ ଅଧିକ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନେକ ଲୋକ ବଗିଗୁଡ଼ିକରେ ଫସି ରହିଛନ୍ତି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ରହିଛି।
କାରଣ ବଗି ତଳେ ଅନେକ ଲୋକ ପଡ଼ି ରହିଥିବା ଉଦ୍ଧାରକାରୀ ଦଳ ଦେଖିବାକୁ ପାଇଛନ୍ତି। ଲାଇନଚ୍ୟୁତ ବିଗ ଗୁଡ଼ିକୁ କଟା ଯାଇ ଲୋକଙ୍କୁ ବାହାରକୁ ଆଣିବା ପାଇଁ ପ୍ରୟାସ କରାଯାଉଥିବା ସେ ସୂଚନା ଦେଇଛନ୍ତି।
ତାଙ୍କ କହିବା କଥା ଯେ ସ୍ଥାନୀୟ ସମୟ ଅପରାହ୍ନ ୪ଟାରେ ଦୁର୍ଘଟଣା ଘଟିଥିଲା। ସିଗ୍ନାଲଗତ ତ୍ରୁଟି ଯୋଗୁ ଗୋଟିଏ ସମୟରେ ସମାନ ଟ୍ରାକରେ ଦୁଇଟି ଟ୍ରେନ ଆସି ଯାଇଥିଲେ। ତେଣୁ ଏତେ ବଡ଼ ଦୁର୍ଘଟଣା ଘଟିଛି।
କୋରେଇ ବ୍ଲକ୍ ବରୁଣ୍ଡେଇ ଗାଁର ଆଶୁତୋଷ ସିହ୍ନା(୭୩) ଓ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ସିହ୍ନା ଦୀର୍ଘ ଦିନ ଧରି ମୟୂରଭଞ୍ଜ ସଦର ମହକୁମା ବାରିପଦାରେ ରହୁଥିଲେ। ଦୁର୍ଗା ପୂଜା ପାଇଁ ଉଭୟ ଘରକୁ ଆସୁଥିଲେ। ସେମାନେ ବାଲେଶ୍ୱରରୁ ଇଷ୍ଟକୋଷ୍ଟ ଏକ୍ସପ୍ରେସ୍ରେ ଆସି ବୈତରଣୀ ରୋଡ୍ ରେଳ ଷ୍ଟେସନରେ ଓହ୍ଲାଇ ଥିଲେ। ଟ୍ରେନ୍ରୁ ଓହ୍ଲାଇ ସ୍ୱାମୀ-ସ୍ତ୍ରୀ ଚାଲି ଚାଲି ରେଳ ଧାରଣା ଅତିକ୍ରମ କରି ପ୍ଲାଟଫର୍ମ ଉପରକୁ ଚଢ଼ୁଥିଲେ। ଠିକ୍ ସେହି ସମୟରେ ଡାଉନ୍ ଲାଇନରେ ଆସୁଥିବା ମୁଜାଫରପୁର ଏକ୍ସପ୍ରେସ୍ ଉଭୟକୁ ପିଟି ଦେଇଥିଲା।
ଘଟଣା ସ୍ଥଳରେ ସ୍ୱାମୀ-ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା। ରେଳବାଇ ପୁଲିସ୍ ଓ ଆରପିଏଫ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ରିପୋର୍ଟ-ଯାଜପୁରରୁ ଜନ୍ମେଜୟ ଦାଶ
ପଶ୍ଚିମବଙ୍ଗ, ଆସାମରୁ ଦିଲ୍ଲୀ ଯାଉଥିବା ଟ୍ରେନ୍ ପାଇଁ ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ଏହି ଦୁର୍ଘଟଣା ପାଇଁ ବହୁ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି। ଫଳରେ ଏବେ ବି ଉଦ୍ଧାର କାର୍ଯ୍ୟ ଚାଲୁ ରହିଥିବା ବେଳେ ଟ୍ରାକ୍ ମରାମତି କାମକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି।
ଏହି ଦୁର୍ଘଟଣା ପରେ ଏହି ଟ୍ରାକ୍ ଦେଇ ଯାଉଥିବା କିଛି ଟ୍ରେନ୍ର ଗତିପଥ ବଦଳା ଯାଇଥିବା ବେଳେ କିଛି ଟ୍ରେନ୍କୁ ବାତିଲ କରାଯାଇଛି। ଉତ୍ତର ପ୍ରଦେଶ ବନାରସ ଷ୍ଟେଶନରୁ ପଟଣା ଯାଉଥିବା ୧୫୧୨୫ ନଂ ବିଶିଷ୍ଟ୍ର ଟ୍ରେନ୍ ଓ ପଟଣାକୁ ବନାରସ ଯାଉଥିବା ୧୫୧୨୬ ନଂ ବିଶିଷ୍ଟ ଟ୍ରେନ୍କୁ ଆଜି ପାଇଁ ବାତିଲ କରି ଦିଆଯାଇଛି।
ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତଦେହଗୁଡ଼ିକୁ ରଘୁନାଥପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି। ଗୋଟିଏ ମୃତଦେହ ଚିହ୍ନଟ ହୋଇଛି। ଆଖାପାଖ ସ୍ୱାସ୍ଥ୍ୟକେନ୍ଦ୍ରରେ ସାମାନ୍ୟ ଆହତଙ୍କୁ ଚିକିତ୍ସା କରାଯାଉଛି। ଗୁରୁତରଙ୍କୁ ବକ୍ସର, ପାଟଣା, ବାରଣାସୀ ପଠାଯାଇଛି।
ଏହି ଦୁର୍ଘଟଣାରେ ସୁରକ୍ଷିତ ଥିବା ଯାତ୍ରୀଙ୍କୁ ନେଇ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଏକ ସ୍ପେଶାଲ ଟ୍ରେନ୍ ଗତ ରାତିରେ ରଘୁନାଥପୁର ଷ୍ଟେଶନ ଛାଡ଼ିଛି।
ଏହି ଦୁର୍ଘଟଣା ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଟ୍ୱିଟ କରି, ଏହି ଦୁର୍ଘଟଣା ଖବର ଅତ୍ୟନ୍ତ ଦୁଃଖଦାୟକ । ଏହି ଦୁର୍ଘଟଣା ଉପରେ ତୀକ୍ଷଣ ନଜର ରଖାଯାଇଛି।
दानापुर मंडल के रघुनाथपुर स्टेशन के निकट गाड़ी संख्या 12506 आनंद विहार टर्मिनल-कामाख्या एक्सप्रेस के कुछ डिब्बे पटरी से उतर जाने के कारण इस मार्ग पर संचालित की जाने वाली ट्रेनों के परिचालन में निम्नानुसार अस्थायी बदलाव किया गया है: pic.twitter.com/erX3CEoRX9
— Ministry of Railways (@RailMinIndia) October 11, 2023
ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ଜୁନ୍ ୨ ତାରିଖରେ ବାଲେଶ୍ୱର ଜିଲ୍ଲାର ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।
ଗତ ରାତିରେ ଦିଲ୍ଲୀ ଆନନ୍ଦ ବିହାର ଷ୍ଟେସନରୁ ଗୁଆହାଟୀର କାମାକ୍ଷା ଷ୍ଟେସନ୍ ଯାଉଥିବା ନର୍ଥ ଇଷ୍ଟ ସୁପରଫାଷ୍ଟ ଏକ୍ସପ୍ରେସର ୨୧ଟି ବଗି ଲାଇନ୍ଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାରେ ଶତାଧିକ ଲୋକ ଆହତ ହୋଇଥିବା ବେଳେ ଗୁରୁତର ବ୍ୟକ୍ତିଙ୍କୁ ପାଟନା ଏମ୍ସକୁ ସ୍ଥାନାନ୍ତର କରାଯାଇଛି।
୨୩ ବଗି ବିଶିଷ୍ଟ ଟ୍ରେନ୍ ବୁଧବାର ସକାଳ ୭ଟା ୪୦ ମିନିଟ୍ରେ ଦିଲ୍ଲୀ ଆନନ୍ଦ ବିହାର ଟର୍ମିନାଲ ଷ୍ଟେଶନ ଛାଡ଼ିଥିଲା। ଏହାପରେ ଟ୍ରେନ୍ଟି ବିବାହର ବକ୍ସର ଷ୍ଟେଶନ ଅତିକ୍ରମ କରିବାର ପ୍ରାୟ ଅଧ ଘଣ୍ଟା ପରେ ରଘୁନାଥପୁର ଷ୍ଟେଶନ ନିକଟରେ ରାତି ପ୍ରାୟ ୯ଟା ୫୩ ମିନିଟ୍ରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।
ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି, ବକ୍ସରର ଯେଉଁ ସ୍ଥାନରେ ଟ୍ରେନ୍ ଦୁର୍ଘଟଣା ହୋଇଛି ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଉଦ୍ଧାର କାର୍ଯ୍ୟରେ NDRF , SDRF , ଜିଲ୍ଲା ପ୍ରଶାସନ, ରେଲୱେ ଅଧିକାରୀ, ସ୍ଥାନୀୟ ଲୋକେ ନିୟୋଜିତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି ଦୁର୍ଘଟଣା ଖବର ପ୍ରଚାରିତ ହେବ ପରେ ତୁରନ୍ତ ବହୁ ସଂଖ୍ୟାରେ ଆମ୍ବୁଲାନ୍ସ ଓ ଚିକିତ୍ସକଙ୍କୁ ଦୁର୍ଘଟଣାସ୍ଥଳ ଅଭିମୁଖେ ପଠାଯାଇଥିଲା। ସେଠାରୁ ସେମାନଙ୍କ ପ୍ରାଥମିକ ଚିକିତ୍ସା ପରେ ପାଟଣା ସ୍ଥାନାନ୍ତର କରାଯାଇଛି। ଏଥିସହ ରେଳବାଇ ପକ୍ଷରୁ ଯାତ୍ରୀଙ୍କ ସମ୍ପର୍କରେ ସୂଚନା ଦେବା ନିମନ୍ତେ ହେଲପଲାଇନ୍ ନମ୍ବର ଜାରି କରାଯାଇଛି। ତେବେ ଦୁର୍ଘଟଣା କାହିଁକି ଓ କିପରି ଘଟିଲା ତାହାର ତଦନ୍ତ ଚାଲିଛି।
କିନ୍ତୁ ରେଳବାଇ କର୍ମଚାରୀଙ୍କ ସତର୍କତା ଯୋଗୁ ଗୋଟିଏ ବଡ଼ ରେଳ ଦୁର୍ଘଟଣା ଟଳି ଯାଇଛି। ଟ୍ରେନ ଆସିବା ପୂର୍ବରୁ ପୁଣେ-ମୁମ୍ବାଇ ରେଳ ଟ୍ରାକ୍ରେ ଜାଣିଶୁଣି ରଖାଯାଇଥିବା ବଡ଼ବଡ଼ ପଥର ଖଣ୍ଡଗୁଡ଼ିକୁ ଠାବ କରାଯିବା ସହ ଏହାକୁ ହଟାଇ ଦିଆଯାଇଛି।
ଶୁକ୍ରବାର ଏପରି ଘଟଣା ଘଟିଥିବା ଜଣେ ରେଳବାଇ ଅଧିକାରୀ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ମହାରାଷ୍ଟ୍ରରେ ମହାରାଷ୍ଟ୍ରରେ ଶୁକ୍ରବାର ଗୋଟିଏ ବଡ଼ ଟ୍ରେନ ଦୁର୍ଘଟଣା ଟଳି ଯାଇଛି। କିଛି ଦୁର୍ବୃତ୍ତ ଜାଣିଶୁଣି ଟ୍ରେନକୁ ଲାଇନଚ୍ୟୁତ କରିବା ପାଇଁ ଯୋଜନା କରିଥିଲେ।
ସେମାନେ ପୁଣେ-ମୁମ୍ବାଇ ରେଳ ଟ୍ରାକର ଏକାଧିକ ସ୍ଥାନରେ ପଥର ସବୁ ରଖିଥିଲେ। କିନ୍ତୁ ରେଳ କର୍ମଚାରୀ ଏହାକୁ ଦେଖିବା ସହ ତୁରନ୍ତ ସେଗୁଡ଼ିକୁ ଟ୍ରାକ୍ରୁ ହଟାଇ ଦେଇଥିଲେ। ଫଳରେ ବଡ଼ ଅଘଟଣ ଟଳି ଯାଇଥିବା ସେ ସୂଚନା ଦେଇଛନ୍ତି।
ଏହାପୂର୍ବରୁ ଉଦୟପୁର-ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସକୁ ମଧ୍ୟ ଲାଇନଚ୍ୟୁତ କରିବାକୁ ଯୋଜନା ହୋଇଥିଲା। ତେବେ ଏକ୍ସପ୍ରେସର ଲୋକୋ ପାଇଲଟ ଠିକଣା ସମୟରେ ରେଳ ଧାରଣା ଉପରେ ପଥର ଥିବା ଦେଖି ଦେଇଥିଲେ।
ଏଥିସହ ସେ ଜରୁରିକାଳୀନ ବ୍ରେକ ଲଗାଇ ଟ୍ରେନ୍କୁ ଗୋଟିଏ ନିଶ୍ଚିତ ଦୁର୍ଘଟଣାକୁ ରକ୍ଷା କରି ଦେଇଥିଲେ। ଘଟଣାର ତଦନ୍ତ କରି ରାଜସ୍ଥାନ ପୁଲିସ୍ କହିଥିଲା ଯେ ଟ୍ରାକ୍ରେ ଦୁଇ ଜଣ ପିଲା ଖେଳୁଥିଲେ। ସେମାନେ ଖେଳିବା ବେଳେ ଟ୍ରାକ୍ ଉପରେ ପଥା ଥୋଇ ଚାଲି ଯାଇଥିଲେ।
କେଶବଙ୍କ ଝିଅ ଭୁବନେଶ୍ୱରର ଏକ ଘରୋଇ କଲେଜ ପଢ଼ୁଛି। ନୂଆଖାଇରେ ଘରେ ପିଠାପଣା ହୋଇଥିଲା। ଗତକାଲି ବାପା ଝିଅ ପାଖକୁ ପଠାପଣା ନେଇ ଭୁବନେଶ୍ୱର ଆସିଥିଲେ। ଗତକାଲି ଝିଅକୁ ଦେଖା କରି ଘରକୁ ଫେରିଥିଲେ। ଭୁବନେଶ୍ୱର ରେଲୱେ ଷ୍ଟେସନରୁ ପୁରୀ -ଦୁର୍ଗ ଇଣ୍ଟରସିଟି ଏକ୍ସପ୍ରେସରେ ବସି ଘରକୁ ଯାଉଥିଲେ।
ଆଜି ସକାଳେ ଲୋଇସିଂହା ରେଲୱେ ଷ୍ଟେସନ ନିକଟରେ କେଶବ ଚଳନ୍ତା ଟ୍ରେନରୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଜିଆରପି କେଶବଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। କେଶବ ଆତ୍ମହତ୍ୟା କରିଛନ୍ତି ନା ଆଉ କିଛି କାରଣ ଅଛି ଅସ୍ପଷ୍ଟ ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି।
ଜେନେରେଟର ବଗି ନଆଁରେ ପୋଡ଼ି ପାଉଁଶ ହୋଇ ଯାଇଥିବା ବେଳେ ଯାତ୍ରୀବାହୀ ବଗିଟି ଅଧା କ୍ଷତିଗ୍ରସ୍ତ ହୋଇଛି। ତେବେ ଏହି ଘଟଣାରେ କେହି ବି ମୃତାହତ ହୋଇ ନାହାନ୍ତି। ଅଘଟଣ ଘଟିବା ପୂର୍ବରୁ ଯାତ୍ରୀମାନେ ବଗି ଛାଡ଼ି ବାହାରକୁ ଚାଲି ଆସିଥିଲେ।
ଶନିବାର ପ୍ରାୟ ଦିନ ୨ଟା ବେଳେ ଟ୍ରେନଟି ଗୁଜରାଟର ଭାଲସାଦ ରେଳ ଷ୍ଟେସନ ଛାଡ଼ିବା କ୍ଷଣି ଏହି ଘଟଣା ଘଟିଛି। ଜଣେ ଅଧିକାରୀ କହିଛନ୍ତି, ଥିରୁଚଚିରାପାଲ୍ଲୀ-ଶ୍ରୀ ଗଙ୍ଗାନଗର ହମସଫଲ ଏକ୍ସପ୍ରେସ ଭାଲସାସ ଷ୍ଟେସରେ ରହିଥିଲା। ତେବେ ଟ୍ରେନଟି ଷ୍ଟେସନ ଛାଡ଼ି ସୁରତ ଅଭିମୁଖ୍ୟ ଯାଉଥିବା ବେଳେ ହଠାତ୍ ଏଥିରେ ନିଆଁ ଲାଗି ଯାଇଥିଲା।
ପ୍ରଥମେ ନିଆଁ ପାୱାର କୋଚରେ ଲାଗିଥିଲା। ଶର୍ଟସର୍କିଟ ଯୋଗୁ ଲାଗିଥିବା ନିଆଁ ପାୱାର କୋଚରୁ ପାର୍ଶ୍ୱବର୍ତ୍ତୀ ବି-୧ କୋଚ୍କୁ ବ୍ୟାପି ଯାଇଥିଲା। ନିଆଁ ଲାଗିଥିବା ଜାଣି ତୁରନ୍ତ ଟ୍ରେନକୁ ଅଟକା ଯାଇଥିଲେ। ନିଆଁକୁ ତୁରନ୍ତ ଆୟତ୍ତ କରାଯିବା ସହ ଲୋକଙ୍କୁ ସୁରକ୍ଷିତ ବାହାରକୁ ଅଣା ଯାଇଥିଲା। ଏଥିରେ କେହି ବି ମୃତାହତ ହୋଇ ନାହାନ୍ତି ବୋଲି ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି।
ରେଳବାଇ ପୁଲିସ୍, କର୍ମଚାରୀ ଓ ଅଗ୍ନିଶମ ବାହିନୀ ମିଳିତ ଭାବେ ନିଆଁକୁ କିଛି ମିନିଟ ମଧ୍ୟରେ ଆୟତ୍ତ କରି ନେଇଥିଲେ। ହେଲେ ନିଆଁକୁ ଦେଖି ଲୋକମାନେ ବେଶ କିଛି ସମୟ ପାଇଁ ଆତଙ୍କିତ ହୋଇ ପଡ଼ିଥିଲେ। ସେମାନେ ବଗିରୁ ଡେଇଁ ଏଣେତେଣେ ମଧ୍ୟ ଦୌଡ଼ି ଥିଲେ।
ରେଳବାଇର ନୂଆ ନିର୍ଦ୍ଦେଶାନାମା ଅନୁଯାୟୀ, ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୫୦ ହଜାର ପରିବର୍ତ୍ତେ ୫ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ । ସେହିପରି ଗୁରୁତର ଆହତଙ୍କୁ ମିଳୁଥିବା କ୍ଷତିପୂରଣ ରାଶିକୁ ୨୫ ହଜାରରୁ ବଢ଼ାଇ ୨.୫୦ ଲକ୍ଷ ଟଙ୍କା କରାଯାଇଛି। । ସାମାନ୍ୟ ଆହତ ହୋଇଥିବା ଯାତ୍ରୀଙ୍କୁ ୫ ହଜାର ପରିବର୍ତ୍ତେ ୫୦ ହଜାର ଟଙ୍କା ମିଳିବ ।
ଏହାବାଦ ଅତର୍କିତ ଘଟଣା ଯେପରି ଟ୍ରେନ୍ ଉପରେ ଆତଙ୍କବାଦୀ ଆକ୍ରମଣ, ଟ୍ରେନ୍ରେ ଡକାୟତି, ହିସାଂକାଣ୍ଡ ଆଦି ଘଟଣା ଘଟି କାହାର ଜୀବନ ହାନୀ ଘଟିଲେ ତଥା କେହି ଗୁରୁତର ଆହତ ହେଲେ ସହାୟତା ରାଶିର ପରିଣାମ ବଢ଼ାଯିବ । ଏପରି ଘଟଣାରେ ମୃତ୍ୟୁମୁଖରେ ପଡ଼ୁଥିବା ଯାତ୍ରୀଙ୍କୁ ଦେଢ ଲକ୍ଷ, ଗୁରୁତରଙ୍କୁ ୫୦ ହଜାର ଓ ସାମାନ୍ୟ ଆହତଙ୍କୁ ୫ ହଜାର ମିଳିବ । ପୂର୍ବରୁ ଏହି ରାଶି ଯଥାକ୍ରମରେ ୫୦ ହଜାର, ୨୫ ହଜାର ଓ ୫ ହଜାର ଟଙ୍କା ଥିଲା।
ଟ୍ରେନ୍ ଦୁର୍ଘଟଣାରେ ଗୁରୁତର ହୋଇ ମେଡିକାଲରେ ୩୦ ଦିନରୁ ଅଧିକ ସମୟ ଆଡମିଟ ହେଲେ ଅନୁକମ୍ପା ରାଶି ବି ବୃଦ୍ଧି ପାଇବ ବୋଲି ରେଲବାଇ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି।
ଆଜି ସକାଳେ ଗୁଜରାଟର ଗୋଧ୍ରା ଯାଉଥିବା ଗୋଟିଏ ମେମୁ ଟ୍ରେନରେ ଏପରି ଘଟଣା ଘଟିଛି। ଜାକୋଟ ଷ୍ଟେସନ ନିକଟରେ ଦାହୋଡ ଆନନ୍ଦ ମେମୁ ଟ୍ରେନର ଗୋଟିଏ ବଗି ହୁତୁହୁତୁ ହୋଇ ନଷ୍ଟ ହୋଇଯାଇଛି। ଏହାର ଭିଡିଓ ବି ସାମ୍ନାକୁ ଆସିଛି।
ରିପୋର୍ଟ ଅନୁସାରେ, ମେମୁ ଟ୍ରେନଟି ସବୁଦିନ ଭଳି ଶୁକ୍ରବାର ମଧ୍ୟ ଗୋଧ୍ରା ଅଭିମୁଖେ ଯାଉଥିଲା। କିନ୍ତୁ ହଠାତ୍ ଜାକୋଟ ଷ୍ଟେସନ ନିକଟରେ ଏହାର ସବୁଠାରୁ ଶେଷରେ ଥିବା ବଗିରେ ନିଆଁ ଲାଗି ଯାଇଥିଲା।
ଏହା ଦେଖି ଲୋକମାନେ ବିଗିରୁ ବାହାରି ଦୌଡ଼ିବାକୁ ଲାଗିଥିଲେ। ଫଳରେ କିଛି ସମୟ ପାଇଁ ଦଳାଚକଟା ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ଟ୍ରେନ ପୋଡ଼ି କିମ୍ବା ଦଳାଚକଟାରେ କେହି ବି ମୃତାହତ ହୋଇ ନାହାନ୍ତି।
ଖବର ପାଇ ଏକାଧିକ ଦମକଳ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ପୂରା ବଗିରେ ନିଆଁ ଲାଗି ସାରିଥିଲା। ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ।
ଏଥିସହ ଏହାକୁ ଅଲଗା ବଗିକୁ ବ୍ୟାପିବାକୁ ଦେଇ ନଥିଲେ। ଫଳରେ ବଡ଼ ଅଘଟଣ ଟଳି ଯାଇଥିଲା। ପୁଲିସ୍ କହିଛି ଯେ ଶେଷ ବଗିଟି ନିଆଁରେ ପୋଡ଼ି ଯାଇଛି। କିନ୍ତୁ ବାକି ବଗି ଗୁଡ଼ିକ ସୁରକ୍ଷିତ ରହିଛି। ସେହିପରି ନିଆଁ କେମିତି ଲାଗିଲା, ତା’ର ତଦନ୍ତ ରେଳବାଇ ଓ ପୁଲିସ୍ କରୁଥିବା ଜଣାପଡ଼ିଛି।
କୋଇଲା ବୋଝେଇ ଟ୍ରେନ ଆସୁଥିବା ବେଳେ ବୋଲେରୋଟି ରେଳ ଧାରଣା ଅତିକ୍ରମ କରୁଥିଲା। ବୋଲେରୋ ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଏପରି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି।
ପାରାଦୀପରୁ ରମାକାନ୍ତ ନାୟକଙ୍କ ରିପୋର୍ଟ
ଦାନଗଦୀ ବ୍ଲକ୍ ଗୋଡିଗୋଠ ଡଙ୍କାଗାଡିଆ ନିକଟରେ ଜଣେ ଯୁବକ ନିଜର ଟ୍ରାକ୍ଟର ଧରି ଫାଟକ ବିହୀନ ରେଳ ଟ୍ରାକ ଅତିକ୍ରମ କରୁଥିଲେ। ଠିକ୍ ସେହି ସମୟରେ ସୁକିନ୍ଦା ରୋଡ୍ରୁ କେନ୍ଦୁଝର ଅଭିମୁଖେ ଆସିଥିଲା ମାଲବାହୀ ଟ୍ରେନ୍। ଚାଳକ ଟ୍ରେନ୍କୁ ଦେଖି ଟ୍ରାକ୍ରେ ଟ୍ରାକ୍ଟର ଛାଡ଼ି ଜୀବନ ବିକଳରେ ଡେଇଁପଡ଼ିଥିଲା। ଟ୍ରେନ୍ଟି ଟ୍ରାକ୍ଟରକୁ ଧକ୍କା ଦେଇ ପଳାଇ ଯାଇଥିଲା। ସୌଭାଗ୍ୟକୁ ଡ୍ରାଇଭର ଜୀବନ ବଞ୍ଚି ଯାଇଥିଲେ ସୁଦ୍ଧା ଟ୍ରାକ୍ଟରଟି ଭାଙ୍ଗିରୁଜି ଯାଇଛି।
ରେଳବାଇ ପୁଲିସ୍ ଘଟଣାର ତଦନ୍ତ କରୁଛି। ବର୍ତ୍ତମାନ ସୁଦ୍ଧା ଟ୍ରାକ୍ ପାର୍ଶ୍ୱରେ ଟ୍ରାକ୍ଟରଟି ପଡ଼ିଥିବା ବେଳେ ଡ୍ରାଇଭରଙ୍କ ପତ୍ତା ମିଳୁନି। ସେ କେଉଁଆଡ଼େ ଫେରାର ହୋଇଯାଇଛନ୍ତି।
ରିପୋର୍ଟ-ଯାଜପୁରରୁ ଜନ୍ମେଜୟ ଦାଶ
ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ ଗିରଫ ବରିଷ୍ଠ ସେକସନ ଇଞ୍ଜିନିୟର(ସିଗ୍ନାଲ ଇନ ଚାର୍ଜ) ଅରୁଣ କୁମାର ମହାନ୍ତ ଭୁବନେଶ୍ୱରର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ।
ଏହାକୁ ବିରୋଧ କରି ସିବିଆଇ କୋର୍ଟଙ୍କୁ କହିଛି ଯେ ବାହାନଗା ବଜାର ଷ୍ଟେସନ ନିକଟ ଲେଭଲ କ୍ରସିଂ ଗେଟ୍ ନମ୍ବର ୯୪ର ମରାମତି ଅରୁଣଙ୍କ ଦ୍ୱାରା ହେଉଥିଲା। କିନ୍ତୁ ଏଥିପାଇଁ ସିନିୟର ଡିଭିଜନାଲ ସିଗ୍ନାଲ ଓ ଟେଲିକମ ଇଞ୍ଜନିୟରଙ୍କ ଅନୁମତି ନିଆଯାଇ ନଥିଲା। ସେହିପରି ମରାମତି ପାଇଁ ଆବଶ୍ୟକ ସର୍କିଟ ଡାଇଗ୍ରାମକୁ ମଧ୍ୟ ଅନୁମୋଦନ ମିଳି ନଥିଲା।
ଲେଭଲ କ୍ରସିଂ ଗେଟ ନମ୍ବର ୭୯ର ସର୍କିଟ ଡାଇଗ୍ରାମକୁ ବାହାନଗା ବଜାର ରେଳ ଷ୍ଟେସନର ଉତ୍ତର ଗୁମଟୀର ୱାୟରିଂ କାମ ବେଳେ ମଧ୍ୟ ବ୍ୟବହାର କରାଯାଇଥିଲା। ଗେଟ ନମ୍ବର ୯୪ର ଅପରେସନକୁ ୧୧୦ ଭୋଲ୍ଟ ଏସିରୁ ୨୪ ଭୋଲ୍ଟ ଡିସିକୁ ପରିବର୍ତ୍ତନ କରିବା ପାଇଁ ଏପରି କରାଯାଇଥିଲା।
ଗେଟ ନମ୍ବର ୯୪ର ମରାମତି କାମକୁ ଅରୁଣ ସିଧାସଳଖ ତଦାରଖ କରୁଥିଲେ। ଏହାର ପରିଣାମ ଜଣାଥିଲେ ମଧ୍ୟ ସେ ସବୁ କିଛି ତାଙ୍କ ଜାଣତରେ କରିଥିଲେ ବୋଲି ସିବିଆଇ କୋର୍ଟକୁ କହିଛି।
ଅରୁଣଙ୍କ ଓକିଲ ଯୁକ୍ତି ରଖି କହିଥିଲେ ଯେ ଯେଉଁ ଲେଭଲ କ୍ରସିଂ ଗେଟ ଉପରେ ପ୍ରଶ୍ନ ଉଠାଯାଉଛି, ସେଇଟା ବେଶ କିଛି ଦିନ ହେବ ଠିକ ଭାବେ କାମ କରୁ ନଥିଲା। ତଥାପି ଅରୁଣଙ୍କ ଉପରେ ଥିବା ଅଧିକାରୀମାନେ କୌଣସି ପ୍ରକାରର ପଦକ୍ଷେପ ନେଇ ନଥିଲେ।
ତଦାରଖ କାମ କିଛି ଅଲଗା ଲୋକଙ୍କ ଉପରେ ବିଶ୍ୱାସ କରି ଛଡ଼ା ଯାଇଥିଲା। ତେଣୁ ଦୁର୍ଘଟଣା ପାଇଁ ଅରୁଣ ଦାୟୀ ନୁହନ୍ତି ବୋଲି ତାଙ୍କ ଓକିଲ କହିଥିଲେ। ଏହା ଶୁଣିବା ପରେ ମଧ୍ୟ କୋର୍ଟ ଅରୁଣଙ୍କୁ ଜାମିନ ଦେବାକୁ ମନା କରି ଦେଇଥିଲେ।
ଜୁନ ୨ରେ ବାହାନଗା ବଜାର ରେଳ ଷ୍ଟେସନ୍ରେ ଘଟିଥିଲା ଲୋମଟାଙ୍କୁରା ଦୁର୍ଘଟଣା। ଏଥିରେ ୨୯୬ ଜଣ ଯାତ୍ରୀଙ୍କ ଜୀବନ ଯାଇଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।
ଟ୍ରେନ୍ଟି ଗ୍ୱାଲିୟର ଷ୍ଟେସନ ଛାଡ଼ିବାର କିଛି ମିନିଟ ପରେ ଇଞ୍ଜିନରେ ନିଆଁ ଲାଗିଥିବା ଜଣାପଡ଼ିଥିଲା। ଟ୍ରେନ୍ର ଇଞ୍ଜିନରୁ ଧୂଆଁ ବାହାରୁଥିବା ଖବର ପାଇ ଘଟଣାସ୍ଥଳରେ ଆର୍ପିଏଫ୍ର କର୍ମଚାରୀ ଓ ଦୁଇଟି ଦମକଳ ବାହିନୀ ପହଞ୍ଚିଥିଲେ ଏବଂ ଧୂଆଁକୁ ଆୟତ୍ତ କରିଥିଲେ।
ରେଳବାଇର ଝାନସୀ ଲୋକ ସଂପର୍କ ଅଧିକାରୀ କହିଛନ୍ତି ଯେ ଇଞ୍ଜନରୁ ଧୂଆଁ ବାହାରିଥିଲା। କିନ୍ତୁ ବାସ୍ତବରେ ନିଆଁ ଲାଗି ନଥିଲା। ଟ୍ରେନ୍ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।
ନର୍ଥ ସେଣ୍ଟ୍ରାଲ ରେଲୱେର ମୁଖ୍ୟ ଲୋକ ସଂପର୍କ ଅଧିକାରୀ ହିଂମାଶୁ ଶେଖର ଉପାଧ୍ୟାୟ କହିଛନ୍ତି ଯେ ଏହି ଘଟଣାର କାରଣ ଖୋଜିବା ପାଇଁ ତଦନ୍ତ କରାଯାଉଛି।
ଏହି ଘଟଣା ଯୋଗୁ ଟ୍ରେନ୍ଟି ପ୍ରାୟ ୨ ଘଣ୍ଟା ଧରି ଅଟକି ରହିଥିଲା।
ଓଡ଼ିଶା ମୋ’ ପରିବାର ଆମ୍ବୁଲାନ୍ସ କଲ୍ୟାଣସିଂହପୁରରୁ ରୋଗୀ ଧରି ବିଷମକଟକ ହସ୍ପିଟାଲ୍ ଯାଇଥିଲା। ସେଠାରେ ରୋଗୀ ଛାଡ଼ି ଆମ୍ୱୁଲାନ୍ସଟି ଫେରୁଥିଲା। ତେବେ ପାଖ ହେବ ବୋଲି ଭାବି ଆମ୍ୱୁଲାନ୍ସ ଡ୍ରାଇଭର ବିଷମକଟକ ବୃନ୍ଦାବାଡ଼ି ଛକରେ ଥିବା ବିନା ପଞ୍ଜୀକୃତ କ୍ରସିଂରେ ଟ୍ରାକ୍ ଅତିକ୍ରମ କରୁଥିଲା। ଠିକ୍ ସେହି ସମୟରେ ସେହି ଟ୍ରାକ୍ରେ ଆସୁଥିଲା ତପସ୍ୱିନୀ ଏକ୍ସପ୍ରେସ୍। ଟର୍ଣ୍ଣିଂ ଥିବାରୁ ଲୋକୋ ପାଇଲଟ୍ ଟ୍ରେନ୍ର ବେଗ କମାଇ ଥିଲେ। ସେତିକି ବେଳେ ଟ୍ରାକ୍ରେ ଆମ୍ୱୁଲାନ୍ସ ଥିବା ଦେଖିବାକୁ ପାରିଥିଲେ ଲୋକୋ ପାଇଲଟ୍। ଆଉ କାଳ ବିଳମ୍ୱ ନକରି ସଙ୍ଗେ ସଙ୍ଗେ ଟ୍ରେନ୍ର ବ୍ରେକ୍ ମାରିଥିଲେ।
ବ୍ରେକ୍ ମାରିଥିଲେ ସୁଦ୍ଧା ଟ୍ରେନ୍ ଇଞ୍ଜିନ୍ଟି ଯାଇ ଆମ୍ୱୁଲାନ୍ସକୁ ପିଟି ଦେଇଥିଲା। ଆମ୍ୱୁଲାନ୍ସ ଡ୍ରାଇଭର ଓ ସହଯୋଗୀ ଡେଇଁ ପଡ଼ିଥିବାରୁ ଜୀବନ ବର୍ତ୍ତି ଯାଇଛି। ଆଉ ଗୋଟିଏ ବଡ଼ ଧରଣର ଦୁର୍ଘଟଣାର ବର୍ତ୍ତିଗଲା ତପସ୍ୱିନୀ ଏକ୍ସପ୍ରେସ୍। ବର୍ତ୍ତିଯାଇଥିଲା ଟ୍ରେନ୍ ଯାତ୍ରୀଙ୍କ ଜୀବନ। ଟ୍ରାକ୍ରୁ ଆମ୍ୱୁଲାନ୍ସ ହଟାଯିବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି।
ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିବା ଆମ୍ବୁଲାନ୍ସଟି ହେଉଛି ବିଜେଡିର। ଓଡ଼ିଶା ମୋ’ ପାରିବାର ନାମରେ ବିଭିନ୍ନ ଗାଁକୁ ଏହି ଆମ୍ୱୁଲାନ୍ସ ଚାଲେ।ସରକାରୀ ଆମ୍ବୁଲାନ୍ସ ନମିଳିଲେ, ଓଡ଼ିଶା ମୋ ପରିବାର ଆମ୍ୱୁଲାନ୍ସ ରୋଗୀ ନେଇଥାଏ। କିନ୍ତୁ ଏହି ଘଟଣା ନେଇ କାହାର ପ୍ରତିକ୍ରିୟା ମିଳିପାରି ନାହିଁ।
ରିପୋର୍ଟ-ରାୟଗଡ଼ାରୁ ମାଉଡି ବାରିକ
ମିଳିଥିବା ସୂଚନା ଅନୁସାରେ, ହାଜାରା ଏକ୍ସପ୍ରେସର ୧୦ଟି ବଗି ଲାଇନଚ୍ୟୁତ ହୋଇଛି। ଶାହଜାଦପୁର ଓ ନୱାବଶାହ ମଧ୍ୟରେ ଥିବା ସାହାରା ରେଳ ଷ୍ଟେସନ ନିକଟରେ ଏପରି ଭୟଙ୍କର ଦୁର୍ଘଟଣା ଘଟିଛି। ଟ୍ରେନଟି କରାଚିରୁ ଅବୋଟ୍ଟାବାଦ ଯାଉଥିଲା। ତେବେ ଅଧା ରାସ୍ତାରେ ସବୁ କିଛି ଓଲଟପାଲଟ ହୋଇଯାଇଛି।
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପାକିସ୍ତାନ ରେଞ୍ଜର୍ସଙ୍କ ଠାରୁ ଆରମ୍ଭ କରି ସେନା, ପୁଲିସ ଓ ବିଭିନ୍ନ ଉଦ୍ଧାରକାରୀର ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୃତାହତଙ୍କୁ ଦୁର୍ଘଟଣାଗ୍ରସ୍ତ ଟ୍ରେନରୁ ଉଦ୍ଧାର କରି ନୱାବଶାହର ପିପୁଲ୍ସ ମେଡିକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ହସ୍ପିଟାଲଗୁଡ଼ିକୁ ମଧ୍ୟ ହାଇଆଲର୍ଟରେ ରହିବାକୁ କୁହାଯାଇଛି।
ତେବେ କେଉଁ ପରିସ୍ଥିତିରେ ଟ୍ରେନର ୧୦ଟି ବଗି ଲାଇନଚ୍ୟୁତ ହେଲା, ସେକଥା ଏଯାଏ ଜଣାପଡ଼ିନି। ଏହି ଯାତ୍ରୀବାହୀ ଟ୍ରେନରେ ମୋଟ ୧୭ଟି ବଗି ରହିଥିଲା। ଏହାର ଇକୋନୋମି କ୍ଲାସରେ ୯୫୦ ଜଣ ଓ ଏସି କୋଚ୍ରେ ୭୨ ଜଣ ବସିବାର ବ୍ୟବସ୍ଥା ରହିଛି। ତେଣୁ ମୃତାହତଙ୍କ ସଂଖ୍ୟା ଆଗକୁ ବଢ଼ିବାର ଆଶଙ୍କା ରହିଛି।
୧୦ ଜଣ ଷ୍ଟେସନ ହାଉସ ଅଫିସର, ୪ ଜଣ ଡିଏସ୍ପି ଓ ୧୦୦ରୁ ଅଧିକ ପୁଲିସ୍ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।
ଏମ୍ସରେ ଥିବା ୮୧ ଅଚିହ୍ନା ମୃତଦେହ ଭିତରୁ ୫୨ଟି ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ୧୦୩ ଦାବିଦାରଙ୍କ ଡିଏନଏ ସାମ୍ପୁଲକୁ ମ୍ୟାଚିଂ ପାଇଁ ପଠା ଯାଇଥିଲା। ଡିଏନଏ ସାମ୍ପୁଲ ମ୍ୟାଚ ହେବା ପରେ ରେଳ ବିଭାଗ ସାହାୟତାରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ଦାବିଦାର ନଥିବା ମୃତଦେହ ଗୁଡ଼ିକୁ କ'ଣ କରାଯିବ ସେ ନିଷ୍ପତ୍ତି କେନ୍ଦ୍ର ଓ ରାଜ୍ୟ ସରକାର ନେବେ ବୋଲି ପ୍ରଫେସର ଦିଲ୍ଲୀପ ପରିଡ଼ା କହିଛନ୍ତି।
ସୂଚନାରୁ ପ୍ରକାଶ, ଦୁଇ ମାସ ତଳେ ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ଷ୍ଟେସନ୍ରେ ଘଟିଥିଲା ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ହାୱାଡ଼ାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ଲୋପ୍ ଲାଇନ୍ରେ ଛିଡ଼ା ହୋଇଥିବା ମାଲ୍ବାହୀ ଟ୍ରେନ୍କୁ ଧକ୍କା ଦେଇ ଅନ୍ୟ ଏକ ଟ୍ରାକ୍ରେ ବାଙ୍ଗରୁରୁ-ସାଲିମାର ଅଭିମୁଖେ ଆସୁଥିବା ୟଶବନ୍ତ ଏକ୍ସପ୍ରେସ୍ ଉପରେ ପଡ଼ିଥିଲା। ଯାହାଫଳରେ ୩୦୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ୧୦୦୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଏହି ଦୁର୍ଘଟଣା ସମଗ୍ର ଦେଶରେ ଆଲୋଡ଼ନ ଖେଳାଇ ଦେଇଥିଲା।
୧. ଦୁଇ ଦ୍ରୁତଗାମୀ ଟ୍ରେନର ସାଧାରଣ ବଗିମାନଙ୍କରେ ଯାତ୍ରା କରୁଥିବା ମୃତ ଯାତ୍ରୀଙ୍କ ସଂଖ୍ୟା ଅନ୍ୟୁନ ଏକ ହଜାର ବା ଉର୍ଦ୍ଧ୍ଵ ହେବା ନେଇ ସ୍ଥାନୀୟ ଗ୍ରାମବାସୀଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳର ବିଧାନସଭା ସଦସ୍ୟ ପର୍ଯ୍ୟନ୍ତ ସମସ୍ତେ ଗଣମାଧ୍ୟମରେ କହିଆସୁଛନ୍ତି। ଉଭୟ ଗାଡ଼ିର ସାଧାରଣ ବଗିରେ ରହିଥିବା ଯାତ୍ରୀ ଏଥିରେ ଅଧିକ ସଂଖ୍ୟାରେ ମୃତ୍ୟୁବରଣ କରିଛନ୍ତି। ରେଳ ବିଭାଗ ସାଧାରଣ ବଗିଗୁଡ଼ିକ ଗାଡ଼ିର ଆରମ୍ଭ ଓ ଶେଷରେ କାହିଁକି ସର୍ବଦା ରଖିଥା’ନ୍ତି ତାହାର କୌଣସି ସ୍ପଷ୍ଟୀକରଣ ଆଜି ପର୍ଯ୍ୟନ୍ତ କେବେ ଦେଇନାହାନ୍ତି। ତେବେ, ୧୯୯୫ ମସିହାରେ ପୁରୁଷୋତ୍ତମ ଏକ୍ସପ୍ରେସ ଦିଲ୍ଲୀ-କାନପୁର ରାସ୍ତାରେ କାଳିନ୍ଦୀ ଏକ୍ସପ୍ରେସ ଉପରକୁ ଚଢ଼ିଯିବାରୁ ୩୦୦ରୁ ଉର୍ଦ୍ଧ୍ଵ ଲୋକଙ୍କର ମୃତ୍ୟୁ ହୋଇଥିଲା। ସେ ସମୟରେ ସାଧାରଣ ବଗିର ଯାତ୍ରୀ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ ଓ ଅନେକ ଶରୀରକୁ ଚିହ୍ନଟ କରାଯାଇନଥିଲା। ସେମାନଙ୍କ ପରିବାର କ୍ଷତିପୂରଣରୁ ବଞ୍ଚିତ ହୋଇଥିଲେ। ଆଜି ବି ସେହି ସମାନ କଥା ହୋଇଛି।
୨. ଆଜିକାଲି ସିସିଟିଭି, ମୋବାଇଲ ଟ୍ରାକିଂ, ଇମେଜ ପ୍ରୋସେସିଂ ଇତ୍ୟାଦି ‘ଅପରାଧୀ’କୁ ଧରିବା ଲାଗି ବ୍ୟବହାର ହେଉଛି। କିନ୍ତୁ ଟ୍ରେନ ଦୁର୍ଘଟଣାରେ ମୃତବ୍ୟକ୍ତିଙ୍କୁ ଶୀଘ୍ର କ୍ଷତିପୂରଣ ମିଳିବା କାମରେ ଏହି ବ୍ୟବସ୍ଥାକୁ ବ୍ୟବହାର କରାଯାଇପାରୁ ନାହିଁ। ମୂଳ ଷ୍ଟେସନର ସିସିଟିଭି କ୍ୟାମେରାର ଫୁଟେଜ ଓ ଦୁର୍ଘଟଣା ସ୍ଥାନରେ ମିଳିଥିବା ଯାତ୍ରୀଙ୍କ ଜିନିଷକୁ ଦେଖି ଅଧିକ ଯାତ୍ରୀଙ୍କୁ ଚିହ୍ନଟ କରାଯାଇ ପାରିଥା’ନ୍ତା। କିନ୍ତୁ, ଦୁର୍ଘଟଣାର କାରଣ ଖୋଜିବାକୁ ନଯାଇ ମୂଳରୁ ଏହାକୁ ରେଳବାଇ କର୍ମଚାରୀଙ୍କ ଷଡ଼ଯନ୍ତ୍ର ଧରିନିଆଯାଇଛି। ଏଥିରେ ମୃତଯାତ୍ରୀଙ୍କ ପରିବାରର ନା ଆର୍ଥିକ ଉନ୍ନତି ହେବାର ସମ୍ଭାବନା ଅଛି, ନା ଦେଶରେ ବିଭିନ୍ନ ଭାଗରେ ନିୟମିତ ଯାତାୟାତ କରୁଥିବା ରେଳଯାତ୍ରୀଙ୍କ ଲାଗି ସୁରକ୍ଷିତ ଯାତ୍ରାର ଆଶ୍ଵାସନା ଅଛି। ଦୁର୍ଘଟଣାରେ ଖଣ୍ଡ ବିଖଣ୍ଡିତ ଶରୀରମାନଙ୍କୁ ପୋତିଦେବା ଦ୍ଵାରା ମୃତଯାତ୍ରୀଙ୍କ ପ୍ରମାଣ ନଷ୍ଟ ହୋଇସାରିଛି। ସେହି ଖଣ୍ଡ ବିଖଣ୍ଡିତ ଶରୀରମାନଙ୍କର ଡିଏନଏ ପରୀକ୍ଷା ଦ୍ଵାରା ହୁଏତ ସେମାନଙ୍କର ଚିହ୍ନଟ ହୋଇ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇପାରିଥା’ନ୍ତା। ଏହା ଦ୍ଵାରା ରେଳ ବିଭାଗ ନିଜକୁ ଅଧିକ ଦାୟିତ୍ଵପୂର୍ଣ୍ଣ ପ୍ରମାଣିତ କରିପାରିଥା’ନ୍ତା।
୩. ଟାଟା ଗୃପର ପୂର୍ବତନ ମୁଖ୍ୟ ସାଇରସ ମିସ୍ତ୍ରୀ ଯେବେ ଦୁର୍ଘଟଣାରେ ପ୍ରାଣ ହରାଇଲେ, ଏହାର ତୁରନ୍ତ ବାଦ, ପଛ ସିଟ ବେଲ୍ଟ ବାଧ୍ୟତାମୂଳକ କରିବା ଲାଗି କେନ୍ଦ୍ର ସରକାର ସମସ୍ତ କାର୍ ଉତ୍ପାଦନ କରୁଥିବା କମ୍ପାନୀଙ୍କୁ ରଖିବା ପାଇଁ ନିର୍ଦ୍ଦେଶ ଦେଲେ। ଏବେ କେବଳ ସାମ୍ନା ସିଟ ଲାଗି ଉକ୍ତ ବ୍ୟବସ୍ଥା ଲାଗୁ ହେଉଛି। ଦୁର୍ଘଟଣାରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଦେଶର ନିୟମରେ ପରିବର୍ତ୍ତନ କରିଦେଇପାରିଲା। ଅଥଚ, ବାହାନଗା ଦୁର୍ଘଟଣାରେ ସରକାରୀ ହିସାବରେ ତିନି ଶହ ଲୋକ ମୃତ୍ୟୁବରଣ କରିଛନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କ କୌଣସି ନୀତିରେ ପରିବର୍ତ୍ତନ ଆମେ ଦେଖିଲୁ ନାହିଁ। ଗଣତନ୍ତ୍ରରେ ସମସ୍ତଙ୍କର ବଞ୍ଚିବାର ସମାନ ଅଧିକାର ରହିଥିବା ବେଳେ ଅଳ୍ପ କିଛି ବ୍ୟକ୍ତିଙ୍କ ଜୀବନ ଅନ୍ୟମାନଙ୍କଠାରୁ ଲକ୍ଷେ ଗୁଣରେ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି।
୪. ଦକ୍ଷିଣ ପୂର୍ବ ରେଳପଥର ଦୁଇ ପ୍ରମୁଖ ଟ୍ରେନ, କରମଣ୍ଡଳ ଓ ବାଙ୍ଗାଲୋର-ହାଓଡ଼ା ସୁପରଫାଷ୍ଟ, ଦେଶର ତିନି ପ୍ରମୁଖ ସହର (କଲିକତା, ଚେନ୍ନାଇ ଓ ବାଙ୍ଗାଲୋର) ସହିତ ଯୋଗାଯୋଗ କରୁଛି। ଅଥଚ, ସଂପୂର୍ଣ୍ଣ ଟ୍ରେନରେ ଜଣେ ହେଲେ ଭିଆଇପି, ଭିଭିଆଇପି, କୌଣସି ଉଚ୍ଚ ରେଳ ବିଭାଗ ଅଧିକାରୀ ବା ଧନୀ ଖେଳାଳି କି ଧନୀ କଳାକାର ନଥିଲେ। ରହିଥିଲେ ନିଶ୍ଚିତ ରୂପେ ଖବରକାଗଜରେ ପ୍ରକାଶିତ ହୋଇଥା’ନ୍ତା। ଅର୍ଥାତ, ଗଲା କିଛି ବର୍ଷ ମଧ୍ୟରେ ଯାତ୍ରୀବାହୀ ରେଳଡବା ଗୁଡ଼ିକ ଆମ ଭଳି ଶ୍ରମିକ ଓ ନିମ୍ନ ମଧ୍ୟବିତ୍ତ ପରିବାରର ଛାତ୍ରଛାତ୍ରୀ, କଳାକାର, ଅଫିସ କିରାଣୀ, ରୋଗୀ, ରୋଗୀଙ୍କ ସମ୍ପର୍କୀୟ, ତୀର୍ଥଯାତ୍ରୀ ଓ ଭ୍ରମଣକାରୀ ଇତ୍ୟାଦିଙ୍କ ଲାଗି ଉଦ୍ଦିଷ୍ଟ ହୋଇଯାଇଛି। ଯାତ୍ରୀମାନେ ସାମାନପତ୍ର ଭଳି ଏ ସହରରୁ ସେ ସହର ବୁହା ହେବା ଲାଗି ରେଳ ଗାଡ଼ିଗୁଡିକ ଉଦ୍ଦିଷ୍ଟ, ଯେଉଁମାନଙ୍କର ସରକାରୀ ବ୍ୟବସ୍ଥାକୁ ପ୍ରଭାବିତ କରିପାରିବାର କୌଣସି କ୍ଷମତା ନାହିଁ। ସରକାର ମଧ୍ୟ ମନେକରୁଛନ୍ତି ଯେ, କମ ଅର୍ଥରେ ଯାତାୟତ ସୁବିଧା ଯୋଗାଇଦେଉଥିବାରୁ ଦେଶବାସୀ ତାଙ୍କ ପ୍ରତି କୃତଜ୍ଞ ରୁହନ୍ତୁ, ନିଜ ଧନଜୀବନର ସୁରକ୍ଷା ଦାବି ନକରନ୍ତୁ।
୫. ଜୁନ ୭, ୨୦୨୩ରେ ଯାଜପୁର ରୋଡ଼ରେ କିଛି ଦିନ ହେଲା ରଖାଯାଇଥିବା ମାଲବାହୀ ଗାଡ଼ି ହଠାତ ଗଡ଼ିବାରୁ ଏହା ତଳେ ବର୍ଷା ପାଇଁ ଆଶ୍ରୟ ନେଇଥିବା ଛଅ ଜଣ ଶ୍ରମିକଙ୍କ ମୁଣ୍ଡ ଗାଡ଼ି ଚକରେ କଟିଯାଇଥିଲା। ଷ୍ଟେସନ ଅଧିକାରୀ କେମିତି ଭାବିପାରିଲେ ନାହିଁ ଯେ, ହୁଏତ ଖାଲି ଡବାଗୁଡ଼ିକ ଅନ୍ୟ ଟ୍ରାକକୁ ଗଡ଼ି ଚାଲିଯିବ ଯାହା ଚଳନ୍ତା ଟ୍ରେନ ସହିତ ଧକ୍କା ମଧ୍ୟ ହେଇପାରେ? ସେଥିଲାଗି ଚେନ, ତାଲା କିମ୍ବା ଲୁହା ବ୍ରେକର ବ୍ୟବସ୍ଥା ସେ କେଉଁଭଳି କରିପାରିଲେ ନାହିଁ? ବାହାନଗା ରେଳ ଦୁର୍ଘଟଣାରୁ ଆଜି ଭିତରେ ଅଗରତାଲା ଏକ୍ସପ୍ରେସ, ଫଲକାନାମା ଏକ୍ସପ୍ରେସ ଓ ବିବେକାନନ୍ଦ ଏକ୍ସପ୍ରେସରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି। ଉପରୋକ୍ତ ସମସ୍ତ ଘଟଣା ରେଳ ବିଭାଗ ଅଧିକାରୀଙ୍କ ଅବହେଳା, ପରିଚାଳନାଗତ ତ୍ରୁଟି ଓ ଉପଯୁକ୍ତ ସରଞ୍ଜାମର ଅଭାବ ହେତୁ ଘଟିଛି। ଏହି ସମସ୍ତ ରେଳ ଦୁର୍ଘଟଣା ଲାଗି ଉଚ୍ଚ ଅଧିକାରୀମାନେ ପ୍ରଥମରେ ଦାୟୀ ରହିବା କଥା।
୬. ରେଳ ବୋର୍ଡ ଦ୍ଵାରା ପ୍ରସ୍ତୁତ ଆନୁଆଲ ଷ୍ଟାଟିଷ୍ଟିକାଲ ଷ୍ଟେଟମେଣ୍ଟ ରିପୋର୍ଟର ପୃଷ୍ଠା ସଂଖ୍ୟା ୫୪୧ରେ ତଥ୍ୟ ଦିଆଯାଇଛି ଯେ, ୨୦୨୧-୨୨ ମସିହାରେ ୮୭୪୭ଟି ‘ଯନ୍ତ୍ରପାତି ବିଫଳତା’ ହେତୁ ଘଟିଥିବା ବିଭିନ୍ନ ଘଟଣାର ସୂଚନା ଦିଆଯାଇଛି ଯେଉଁଥିରୁ କେବଳ ‘ସିଗନାଲ ଯନ୍ତ୍ରପାତିର ବିଫଳତା’ ପାଇଁ ୨୫୯୨ ଘଟଣା ଘଟିଛି। ଏହାର ଅନ୍ୟତମ କାରଣ ହେଲା, ଦେଶର ରେଳ ବିଭାଗର ସିଗନାଲ ବିଭାଗରେ ୧୪,୮୫୦ ପୋଷ୍ଟ ଖାଲି ରହିବା। ରାଜ୍ୟସଭାରେ, ୧ ଡିସେମ୍ବର ୨୦୨୨ରେ ଏକ ତାରକା ଯୁକ୍ତ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ ସ୍ଵୀକାର କରିଥିଲେ ଯେ, ସମୁଦାୟ ରେଳ ବିଭାଗରେ ୩ ଲକ୍ଷ ୧୨ ହଜାର ପୋଷ୍ଟ ଖାଲିରହିଛି। ଅଳ୍ପ କର୍ମଚାରୀରେ କାମ ଚଳାଉଥିବା ହେତୁ ରେଳ ବିଭାଗ କର୍ମଚାରୀଙ୍କ ଉପରେ କାର୍ଯ୍ୟର ଚାପ ଅଧିକ। ଇଞ୍ଜିନିୟର ଓ ଡ୍ରାଇଭର ପୋଷ୍ଟ ପୂରଣରେ ଅବହେଳା କରିଥିବା ରେଳ ବିଭାଗୀୟ ଉଚ୍ଚ ଅଧିକାରୀମାନେ ବି ଏଥିଲାଗି ଗିରଫ ହେବା ଉଚିତ ନୁହେଁ କି? ଏପରିକି, ଏହି ବର୍ଷ ଫେବୃଆରୀ ୮ ତାରିଖରେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ହେତୁ ସମ୍ପର୍କ କ୍ରାନ୍ତି ଟ୍ରେନ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା ( ସିଗନାଲ ବିଫଳତା)।
୭. ରେଳ ବିଭାଗକୁ ସିଗନାଲ ଯନ୍ତ୍ରପାତି ଯୋଗାଉଥିବା କମ୍ପାନୀକୁ ନେଇ କୌଣସି ଚର୍ଚ୍ଚା ହେଉନାହିଁ। ଦକ୍ଷିଣ ପୂର୍ବ ରେଳପଥର ଖଡଗପୁର-ଭଦ୍ରକ ଡିଭିଜନରେ ବାହାନଗା ଷ୍ଟେସନ ରହିଛି। ଏହି ଡିଭିଜନର ସିଗନାଲ ଯନ୍ତ୍ରପାତି କିଏ ଯୋଗାଉଥିଲା ସେ ସମ୍ପର୍କରେ ରେଳ ବିଭାଗ କୌଣସି ତଥ୍ୟ ଦେଉନାହିଁ। ଏହା ଟାଟା କମ୍ପାନୀର ନୁହେଁ ତ?
୮. ଗଣମାଧ୍ୟମ ଓ ଟାଟା କମ୍ପାନୀର ୱେବସାଇଟରୁ ମିଳୁଥିବା ତଥ୍ୟକୁ ବିଶ୍ଳେଷଣ କଲେ ଜଣାପଡୁଛି ଯେ, ରେଳ ମନ୍ତ୍ରୀ ୨୦୨୧ ମସିହାରେ ଦାୟିତ୍ଵ ନେବା ପରେ ଟାଟା କମ୍ପାନୀ ବନ୍ଦେ ଭାରତ ଟ୍ରେନ ନିର୍ମାଣ, ଟ୍ରାକ ନିର୍ମାଣ, ଇଣ୍ଟର ଲକିଙ୍ଗ ବ୍ୟବସ୍ଥା କରିବା, ଷ୍ଟେସନ ଆଧୂନିକୀକରଣ କରିବା ଇତ୍ୟାଦିର ସମସ୍ତ ଅର୍ଡର ପାଇଛି। କିଛି ରେଳ ଅଧିକାରୀ କହୁଛନ୍ତି ଯେ, ପ୍ରାଇଭେଟ କମ୍ପାନୀ ସିଗନାଲ ଯନ୍ତ୍ରପାତି ଯୋଗାଉଥିଲା ଯେଉଁଗୁଡିକ ଉନ୍ନତମାନର ନଥିଲା। ମାତ୍ର ସେହି କମ୍ପାନୀକୁ ଆଜି ପର୍ଯ୍ୟନ୍ତ କୈଫୟତ ମଗାହେଲା ନାହିଁ।
୯. ଇଣ୍ଟରନେଟ ମାଧ୍ୟମରେ ମିଳିଥିବା ତଥ୍ୟ ଅନୁସାରେ, ୨୦୧୦ରୁ ୨୦୧୯ ମଧ୍ୟରେ ସବୁଠାରୁ ନିରାପଦ ଟ୍ରେନ ବ୍ୟବସ୍ଥା ଫିନଲାଣ୍ଡ, କାନାଡ଼ା, ସ୍ଵିଡେନ, ୟୁକ୍ରେନ, ଚେକ ରିପବ୍ଲିକ, ହଙ୍ଗେରୀ, ମେକ୍ସିକୋ, ରୁଷିଆ, ଚୀନ, ଗ୍ରୀସ ଇତ୍ୟାଦି ଦେଶରେ ରହିଥିବା କଥା ବିଭିନ୍ନ ରିପୋର୍ଟରେ ପ୍ରକାଶିତ। ସେମାନେ ତିନୋଟି ବ୍ୟବସ୍ଥା ଉପରେ ମୁଖ୍ୟତଃ ଗୁରୁତ୍ଵ ଦେଇଛନ୍ତି, ଯାହାକୁ, ଭାରତୀୟ ରେଳ ବିଭାଗ ଗ୍ରହଣ କରୁନାହିଁ।
କ) ରେଳଡବାରେ ନିଆଁ ଲାଗିଲେ ସେନ୍ସର ବ୍ୟବସ୍ଥା ସେମାନଙ୍କର ରହିଛି। କିନ୍ତୁ, ଭାରତରେ ପ୍ରତି ଟ୍ରେନ ପିଛା ୩୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଦର୍ଶାଇ ରେଳ ବିଭାଗ ନୀରବ।
ଖ) ସେହି ଦେଶମାନଙ୍କ ରେଳ ଟ୍ରାକରେ ସେନ୍ସର ବ୍ୟବସ୍ଥା ରହିଛି। ଓଭର ଲୋଡିଙ୍ଗ ହେଲେ ସେହି ବ୍ୟବସ୍ଥା ଟ୍ରେନକୁ ବନ୍ଦ କରିଦେବ। ତାହା ମାଲବାହୀ ଗାଡ଼ି ଲାଇନଚ୍ୟୁତ ହେବା ସମସ୍ୟାକୁ ରୋକିପାରିଛି। କିନ୍ତୁ, ଅନୁମାନ କରାଯାଉଛି ଯେ, ଭାରତରେ ଖଣି କମ୍ପାନୀଙ୍କ ଲବି ପାଇଁ ତାହା କାର୍ଯ୍ୟକାରୀ କରାଯାଉନାହିଁ। ମାଲବାହୀ ଗାଡ଼ିରେ ଖଣିଜ ଦ୍ରବ୍ୟର ଅଧିକ ଚୋରାଚାଲାଣ ହେଉଥିବା ଶାହା କମିଶନଙ୍କ ରିପୋର୍ଟରେ ପୂର୍ବରୁ ସୂଚିତ ହୋଇଛି।
ଗ) ଇଣ୍ଟର ଲକିଙ୍ଗରେ ‘ଜାପାନୀୟ ନିରାପଦ ବ୍ୟବସ୍ଥା’ ପୃଥିବୀର ଅନେକ ଦେଶ ଗ୍ରହଣ କରିଛନ୍ତି। ମାତ୍ର, ଭାରତରେ ଟାଟା କମ୍ପାନୀ ସିଗନାଲ ଯନ୍ତ୍ରାଂଶ ଓ କମ୍ପ୍ୟୁଟର ପ୍ରୋଗ୍ରାମିଂ ରେଳ ବିଭାଗକୁ ଯୋଗାଇଛି, ଯାହା, ନିରାପଦ ହେଉନଥିବା ବାରମ୍ବାର ପ୍ରମାଣିତ ହେଉଛି। ପୂର୍ବରୁ, ରେଳ ବିଭାଗର ଇଞ୍ଜିନିୟର ପ୍ରତି ସ୍ତରରେ ଯନ୍ତ୍ରାଂଶର କାର୍ଯ୍ୟ ନିରୀକ୍ଷଣ କରୁଥିଲେ। ଏବେ ପ୍ରାଇଭେଟ କମ୍ପାନୀ ଯନ୍ତ୍ରାଂଶ ଯୋଗାଇବା ପରେ କିଏ ତାହା ନିରୀକ୍ଷଣ କରୁଛନ୍ତି ଓ କିଏ ଉତ୍ତରଦାୟୀ ରହୁଛନ୍ତି ତାହା ସ୍ପଷ୍ଟ ହେଉନାହିଁ। ଅଧିକ ଟ୍ରେନ ଗଡୁଛି, କିନ୍ତୁ, ନା ତାହାର ଉପଯୁକ୍ତ ରକ୍ଷଣାବେକ୍ଷଣ ହେଉଛି ନା ତଦାରଖ ହେଉଛି।
୧୦. ଉତ୍ପାଦନଠାରୁ ଯାତ୍ରୀଙ୍କୁ ସୁବିଧା ଯୋଗାଉଥିବା ସେବା ପର୍ଯ୍ୟନ୍ତ ଅନେକ କାର୍ଯ୍ୟକୁ ରେଳ ବିଭାଗ ଘରୋଇ କମ୍ପାନୀ ହାତରେ ଟେକି ଦେଇଛି। ଏହାଦ୍ୱାରା ରେଳ ବିଭାଗ ଆଜି ଘରୋଇ କମ୍ପାନୀଙ୍କ ଲାଭର ଉତ୍ସ। ଏହି ପରମ୍ପରା କଂଗ୍ରେସ ସମୟରେ ଆରମ୍ଭ ହୋଇଥିଲା। ଭାରତୀୟ ଜନତା ପାର୍ଟି ସେହି ଗାତରେ ନିଜେ ପଡ଼ିସାରିଛି ଓ ଦେଶବାସୀଙ୍କୁ ଟାଣି ନେଇ ସେହି ଗାତରେ ପକାଉଛି।
‘ଭାରତର ଜୀବନ ରେଖା’ (lifeline of the nation) ଭାରତୀୟ ରେଳର ମୁଖ୍ୟ ସ୍ଲୋଗାନ। ଏହା ଦେଶର ବିକାଶର ପ୍ରତୀକ। ସେହି ଭାରତୀୟ ରେଳ ଆଜି ନିର୍ଦ୍ଧନଙ୍କ ଜୀବନ ରେଖା ପାଲଟିଛି। ସୁରକ୍ଷିତ ଯାତ୍ରାର ନିର୍ଭରୋକ୍ତି ଦେଇନପାରି ରେଳ ବିଭାଗ ବିତଣ୍ଡା ଯୁକ୍ତି କରୁଛି। ଦେଶର ଅନ୍ୟାନ୍ୟ ବିଭାଗ ଭଳି ରେଳ ବିଭାଗ ମଧ୍ୟ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବା ବଦଳରେ ଅଳ୍ପ କେତେକ କମ୍ପାନୀ ଓ ରେଳ ଅଧିକାରୀଙ୍କ ଲାଗି ଅର୍ଥକାରୀ ଫସଲ ପାଲଟିଛି। ‘ଲୋକଙ୍କ ସେବାରେ ରେଳ ବିଭାଗ’ ସ୍ଲୋଗାନ ନିଜର ଉଦ୍ଦେଶ୍ୟ ପୂରଣ କରିବାକୁ ହେଲେ ଏହାର ଆମୂଳଚୂଳ ପରିବର୍ତ୍ତନର ଆବଶ୍ୟକତା ହେଉଛି।
ଦେବ ରଞ୍ଜନ/ଗୋଲକ ବିହାରୀ ନାଥ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସମିତି
ଯୋଗାଯୋଗ : gassbhubaneswara@gmail.com
ତେବେ ସିଗନାଲ କିମ୍ବା ଟ୍ରାକର ତ୍ରୁଟି ଜଣା ପଡିନଥିବା ବେଳେ ଲୋକ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ହଜାର ହଜାର ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି। ନୀଳଗିରି ରୋଡ଼ରେ ଦୁଇ ଘଣ୍ଟାରୁ ଅଧିକ ସମୟ ଟ୍ରେନଟି ରହିଥିବା ବେଳେ ଲୋକ ପାଇଲଟ ଗାଡିକୁ ପଛକୁ ବ୍ରେକ କରି ପୁଣି ବାଲେଶ୍ୱର ଅଭିମୁଖେ ଯାଇଥିବା ଜଣାପଡ଼ିଛି।
ବାଲେଶ୍ୱରଠାରେ ୪ ନମ୍ବର ଟ୍ରାକରେ ଟ୍ରେନଟି ପହଞ୍ଚିବା ପରେ ଯାତ୍ରୀମାନେ ଲୋକ ପାଇଲଟକୁ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି।