ସଦର ଥାନା ଅଞ୍ଚଳରେ ବେଆଇନ ବାଲି ଚାଲାଣ ହେଉଥିବା ଖବର ପାଇ ଜିଲ୍ଲା ଖଣି ଅଧିକାରୀ ସମ୍ୱିତ ସାହୁ ଯାଞ୍ଚ କରିବାକୁ ଘଟଣାସ୍ଥଳକୁ ଯାଇଥିଲେ। ଉକ୍ତ ସମୟରେ ଖଣି ଅଧିକାରୀ ଏକ ବାଲି ବୋଝେଇ ହାଇୱାକୁ ଅଟକାଇବାରୁ ଡ୍ରାଇଭରଜଣକ ଖଣି ଅଧିକାରୀଙ୍କ ଗାଡିକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରୁ ଜିଲ୍ଲା ଖଣି ଅଧିକାରୀ ସମ୍ୱିତ ସାହୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଧକ୍କା ଦେବା ପରେ ଡ୍ରାଇଭର ଘଟଣାସ୍ଥଳରୁ ଖସି ଫେରାର ହୋଇ ଯାଇଥିବା ବେଳେ ଗାଡିକୁ ଜବତ କରିଛି ପୁଲିସ୍। ଖଣି ବିଭାଗ ପକ୍ଷରୁ ଯାଞ୍ଚ କରାଯାଇ ୩ଟି ହାଇୱା ଜବତ କରାଯାଇଛି।
ଖଣି ଅଧିକାରୀ ଏନେଇ ସଦର ଥାନାରେ ଏତଲା ଦେବାପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ହାଇୱା ଡ୍ରାଇଭର ଜଣକ ଚିହ୍ନଟ ହୋଇଥିବା ବେଳେ ତାକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଆଡିସନାଲ ଡିସିପି ଅନିଲ ମିଶ୍ର।
ଆଡିସନାଲ ଡିସିପି ଅନିଲ ମିଶ୍ର କହିଛନ୍ତି, ବାଲି ଗାଡ଼ି ଯାଞ୍ଚ ପାଇଁ ମାଇନିଂ ଅଧିକାରୀ ଯାଇଥିଲେ। ସେଠାରେ ସେ ଗାଡ଼ିକୁ ଅଟକ ରଖିଥିବା ବେଳେ ଗାଡ଼ି ଡ୍ରାଇଭର ମାଇନିଂ ଅଧିକାରୀଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଏନେଇ ଏକ ମାମଲା ରୁଜୁ କରାଯାଇ ଗାଡ଼ି ଜବତ ହୋଇଛି। ଡ୍ରାଇଭରଙ୍କୁ ଖୋଜା ଚାଲିଛି।
ଆଗାମୀ ଦୁଇ ଦିନ ମଧ୍ୟରେ ସମଗ୍ର ରାଜ୍ୟର ଡ୍ରାଇଭର ନିଜ ଗାଡିକୁ ଘରେ କିମ୍ବା ନିଜ ମାଲିକଙ୍କ ଜିମା ଦେଇ ଆନ୍ଦୋଳନରେ ସାମିଲ ହେବେ । ଏନେଇ ରାଜ୍ୟ ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ସୂଚନା ଦେଇଛନ୍ତି।
ଏନେଇ ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି, ସରକାର ଆଜି ପର୍ଯ୍ୟନ୍ତ ଆମ ଦାବି ଶୁଣୁ ନାହାନ୍ତି, ଭୂଆଁ ବୁଲାଉଛନ୍ତି। କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ ଆଇନ୍ ଅନୁଯାୟୀ, ଦୁର୍ଘଟଣା ହେଲେ ଡ୍ରାଇଭରଙ୍କୁ ୧୦ ବର୍ଷ ଜେଲ୍, ୭ ଲକ୍ଷ ଟଙ୍କା ଜରିମାନା ଦେବା ନିୟମ ଆଣିବାକୁ ଯାଉଛନ୍ତି। ଏପରି ସ୍ଥିତି ଉପୁଜିଲେ କୌଣସି ବି ଡ୍ରାଇଭର ଏତେ ଟଙ୍କା ଦେବା ସମ୍ଭବ ନୁହଁ।
ସେହିପରି ରାଜ୍ୟ ସରକାରଙ୍କ ନିକଟରେ ଗତ ଥର ଆମର ୧୦ଟି ଦାବି ଥିଲା। ସେଥିରୁ ଗୋଟିଏ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଲେ। ହେଲେ ତାହାକୁ ଆଜି ପର୍ଯ୍ୟନ୍ତ ପୂରଣ କରି ପାରି ନାହାନ୍ତି। ତେଣୁ ଆଜିଠୁ ସମଗ୍ର ଦେଶରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆରମ୍ଭ ହେବ ବୋଲି କହିଛନ୍ତି ପ୍ରଶାନ୍ତ ମେଣ୍ଡୁଲି ।
ଏହାବାଦ ଦୁର୍ଘଟଣା ହେଲେ ଗୁରୁତରଙ୍କୁ ତୁରନ୍ତ ମେଡିକାଲ ନେବାକୁ କେନ୍ଦ୍ର ସରକାର ଡ୍ରାଇଭରମାନଙ୍କୁ ନୂଆ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏପରି ସ୍ଥିତିରେ ଆମେ ଗାଡ଼ିରୁ ଓହ୍ଲାଇଲେ ଲୋକେ ଆମକୁ ପିଟି ମାରିଦେବେ। ସେପରି ସ୍ଥଳରେ ଆମ ଜୀବନ ସୁରକ୍ଷାର ଗ୍ୟାରେଣ୍ଟି କିଏ ଦେବ । ଏଥିସହ ଅଧିକାଂଶ ଦୁର୍ଘଟଣା ମଦ ଯୋଗୁ ଘଟୁଥିବାରୁ ସରକାର ମଦ ଦୋକାନ କାହିଁକି ବନ୍ଦ କରୁ ନାହାନ୍ତି ବୋଲି ପ୍ରଶ୍ନ ପଚାରିଛନ୍ତି ବ୍ରହ୍ମପୁର ଟ୍ରକ୍ ଆସୋସିଏଶନ ସଦସ୍ୟ ।
କେନ୍ଦ୍ର ସରକାରଙ୍କ ହିଟ ଆଣ୍ଡ ରନକୁ ନେଇ ହୋଇଥିବା ନୂଆ ଆଇନ୍ ଓ ଦୀର୍ଘ ଦିନ ଧରି ରାଜ୍ୟ ସରକାରଙ୍କ ନିକଟରେ କରାଯାଇଥିବା ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ସଂଘ l ଗତକାଲି ଏନେଇ ଦିଲ୍ଲୀର ଜନ୍ତର ମନ୍ତର ଠାରେ ସବୁ ରାଜ୍ୟର ଡ୍ରାଇଭର ସଂଘଙ୍କର ମିଳିତ ବୈଠକ ହୋଇଥିଲା l
କେନ୍ଦ୍ର ସରକାର ନିକଟରେ ୩ ନୂଆ ଅପରାଧିକ ଆଇନ ପ୍ରଣୟନ କରିଛନ୍ତି। ଯଦି କୌଣସି ଟ୍ରକ୍ କିମ୍ବା ଡମ୍ପର ଡ୍ରାଇଭର କାହା ଉପରେ ଗାଡ଼ି ମାଡ଼ କରନ୍ତି ଏବଂ ତାଙ୍କର ମୃତ୍ୟୁ ହୋଇଯାଏ, ତା’ହେଲେ ଡ୍ରାଇଭରଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ମିଳିବ। ଏଥିସହ ସେମାନଙ୍କୁ ୭ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡିବ।
ପୂର୍ବରୁ ଯେଉଁ ଆଇନ୍ ଥିଲା ସେଥିରେ ହିଟ୍ ଆଣ୍ଡ ରନ୍ ମାମଲାରେ ଫସିଥିବା ଡ୍ରାଇଭରଙ୍କୁ ବେଶ୍ ଅଳ୍ପ ଦିନ ମଧ୍ୟରେ ଜାମିନ ମିଳି ଯାଉଥିଲା। ଆଉ ଦୁଇ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ଥିଲା। ଏବେ ଏହି ଆଇନ୍ ବିରୋଧରେ ଡ୍ରାଇଭରମାନେ ରାସ୍ତାକୁ ଓହ୍ଲାଇବା ସହ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଛନ୍ତି।
ମୃତ ଯୁବକ ଦୁଇଜଣ ହେଲେ ବରଗଡ଼ ହାଟପଦାର ୪୦ ବର୍ଷିୟ ବିଶ୍ୱନାଥ ସାହୁ ଓ ଅଜୁର୍ନ ରାଉତ ବୟସ ୪୭ ବୋଲି ଜଣାପଡ଼ିଛି। ଉଭୟ ଆଜି ସକାଳୁ ଏକ ହୋଣ୍ଡା ସାଇନ ବାଇକରେ ହୀରାକୁଦକୁ ବଣଭୋଜି କରିବାକୁ ଯାଉଥିଲେ।
ନାଗେନପାଲି ଏଫସିଆଇ ଗୋଦାମ ସମ୍ମୁଖରେ ଏକ ଟ୍ରକ ବିପରୀତ ଦିଗରୁ ଆସି ବାଇକ ଉପରେ ମାଡ଼ି ଯାଇଥିଲା। ଘଟଣା ସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଟ୍ରକ ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଥିଲା। ଗ୍ରାମାଞ୍ଚଳ ଥାନା ପୁଲିସ ଗାଡ଼ି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଚଳାଉଛି।
ରିପୋର୍ଟ – ବରଗଡ଼ରୁ ଧର୍ମଦତ୍ତ ପାଢୀ
ଶନିବାର ଭୋରୁ ରେପୁଡୁକ୍କୋଟ୍ଟାଇ ଜିଲ୍ଲା ଦେଇ ଯାଇଥିବା ତିରୁଚି-ରାମେଶ୍ୱରମ୍ ଜାତୀୟ ରାଜପଥରେ ଗୋଟାଏ ଦ୍ରୁତଗାମୀ ଟ୍ରକ୍ ଚା' ଦୋକାନ ଭିତରେ ପଶି ଯାଇଛି। ଟ୍ରକ୍ ଚଢ଼ିଯିବାରୁ ଘଟଣାସ୍ଥଳରେ ୫ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି। ସେହିପରି ୧୯ ଜଣ ଆହତ ହୋଇଛନ୍ତି। ସେପଟେ ଦୁର୍ଘଟଣାରେ ଆହତ ହୋଇଥିବା ୩୯ ବର୍ଷିୟ ଟ୍ରକ୍ ଡ୍ରାଇଭର୍ ମାଣିକନନ୍ଦନଙ୍କ ପୁଲିସ ଗିରଫ କରିଛି। ତାଭ୍କ ନାଁ’ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ପୁଲିସ।
ପୁଲିସ ସୂଚନା ମୁତାବକ, ନମନସମୁଥିରମ୍ ଥାନା ଅନ୍ତର୍ଗତ ସେବାସ୍ତିୟାପୁରମ୍ ନିକଟରେ ରାତି ପ୍ରାୟ ୧୨.୨୦ରେ ଏହି ଦୁର୍ଘଟଣା ଘଟିଛି। ସିମେଣ୍ଟ ବସ୍ତା ନେଇ ଦୁର୍ଘଟଣା ଘଟାଇଥିବା ଟ୍ରକ୍ଟି ଅରିୟାଲୁର ଜିଲ୍ଲାରୁ ଶିବଗଙ୍ଗା ଜିଲ୍ଲାକୁ ଯାଉଥିଲା। ତେବେ ଏହି ସମୟରେ ଡ୍ରାଇଭର୍ ଶୋଇପଡ଼ିବାରୁ ଟ୍ରକ୍ଟି ନିୟନ୍ତ୍ରଣ ହରାଇ ରାସ୍ତାପାର୍ଶ୍ୱରେ ଠିଆ ହୋଇଥିବା ଦୁଇଟି ପର୍ଯ୍ୟଟକ ଭ୍ୟାନ୍ ଓ ଗୋଟାଏ କାର୍କୁ ଧକ୍କା ଦେଇ ଏକ ଚା' ଦୋକାନ ଭିତରକୁ ପଶି ଯାଇଥିଲା।
ଭ୍ୟାନ୍ରେ ଥିବା ଓ ଚା ଦୋକାନ ପାଖରେ ଠିଆ ହୋଇଥିବା ଯାତ୍ରୀମାନେ କେରଳର ରାମେଶ୍ୱରମ୍ ଓ ସାବରିମାଲା ଅଭିମୁଖେ ଯାଉଥିଲେ। ଏମାନେ ରାସ୍ତାରେ ଠିଆ ହୋଇ ଚା' ପିଉଥିଲେ। ଏହି ସମୟରେ ଟ୍ରକ୍ ଏମାନଙ୍କ ଉପରେ ଚଢ଼ି ଯାଇଥିଲା। ଦୁର୍ଘଟଣାରେ ଅହତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ମୃତଦେହଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ସମସ୍ତ ତୀର୍ଥଯାତ୍ରୀ ଚେନ୍ନାଇ ଓ ତିରୁବଲ୍ଲୁର ଜିଲ୍ଲାର ବାସିନ୍ଦା ବୋଲି ପୁଲିସ କହିଛି।
ପାରାଦୀପ ଉଦୟବିହାର ନିକଟସ୍ଥ ଏକ ଗ୍ୟାରେଜ ନିକଟରେ ଏକ କଣ୍ଟେନର ରହିଛି। ଉକ୍ତ କଣ୍ଟେନରରେ ପ୍ରାୟ ୧୨ ହଜାର ଲିଟରରୁ ଊର୍ଦ୍ଧ୍ୱ ଚୋରା ଡିଜେଲ ଥିବା ଜଣାଯାଇଛି। ଗତକାଲି ଉକ୍ତ ଗ୍ୟାରେଜକୁ ମରାମତି ନିମନ୍ତେ ଦୁଇଟି ଟ୍ରକ ଯାଇଥିଲା।
ବିଳମ୍ବିତ ରାତି ପ୍ରାୟ ୨ଟା ପରେ ହଠାତ୍ କଣ୍ଟେନରରେ ନିଆଁ ଲାଗି ଯାଇଥିଲା। ନିଆଁ ଆଖି ପିଛୁଳାକେ ମାଡ଼ି ଯାଇଥିବା ବେଳେ ଟ୍ରକ୍ ୨ଟି ବି ଜଳି ଯାଇଥିଲା। ଖବର ପାଇ ୪ଟି ଦମକଳ ଗାଡ଼ି ପହଞ୍ଚି ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଥିଲେ।
ଏହାର ପ୍ରାୟ ୪ ଘଣ୍ଟା ପରେ କଣ୍ଟେନରରେ ବଳକା ଥିବା ଡିଜେଲ କୁହୁଳି ସେଥିରେ ପୁଣି ଥରେ ନିଆଁ ଲାଗି ଯାଇଥିଲ। ଫଳରେ କୁଜଙ୍ଗରୁ ପୁଣି ଥରେ ୩ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
ଉକ୍ତ କଣ୍ଟେନରରେ ଦୀର୍ଘ ଦିନ ହେବ ଚୋରା ତେଲ କାରବାର ଚାଲିଥିବା ବେଳେ ପୁଲିସ୍ କିପରି ଟେର ପାଇପାରୁନି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ସୂଚନା ମୁତାବକ, ଆଜି ରାତି ପ୍ରାୟ ୮.୩୦ ସମୟରେ କୋରେଇ ପାଣିକୋଇଲି ରାସ୍ତାରେ ଏକ ୪୦୭ ମିନିଟ୍ରକ ପାଣିକୋଇଲି ଅଭିମୁଖେ ଆସୁଥିଲା। ଓଚିନ୍ଦା ଛକ ନିକଟରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ଟ୍ରକକୁ ଅଟକାଇଥିଲେ। ସେଥିରେ ଗୋ-ଚମଡା ଓ ହାଡ଼ ଥିବା ଦେଖି ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଏହି ଗାଡ଼ିରେ ନିଆଁ ଲଗାଇଦେଇଥିଲେ।
ଖବର ପାଇ ପାଣିକୋଇଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚାଳକ ସମେତ ମୋଟ ୪ଜଣଙ୍କୁ ଅଟକ ରଖିଛି। ଗାଡିଟି କୋରେଇରୁ କଲିକତା ଅଭିମୁଖେ ଗୋ-ଚମଡା ଓ ହାଡ଼ ବୋଝଇ କରି ଯାଉଥିବା ସୂଚନା ମିଳିଛି।ଘଟଣାସ୍ଥଳରେ ସ୍ଥାନୀୟ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛି। ସୂଚନା ଥାଉକି, ଗତକାଲି ଯାଜପୁର ରୋଡରୁ ଏକ ଚମଡା ବୋଝେଇ ଟ୍ରକ ଧରା ପଡ଼ିଥିଲା।
ରାହୁଲ ଗାନ୍ଧି ଗତ ରାତିରେ ଦିଲ୍ଲୀରୁ ଶିମଲା ଅଭିମୁଖେ ଯାଉଥିଲେ। ହେଲେ ଅମ୍ବାଲାରୁ ସେ ଚଣ୍ଡିଗଡ଼ ପର୍ଯ୍ୟନ୍ତ ଟ୍ରକ୍ରେ ଯାତ୍ରା କରିଥିଲେ। କଂଗ୍ରେସର ବହୁ କାର୍ଯ୍ୟକର୍ତ୍ତା ଏହାର ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ରାହୁଲ ଗାନ୍ଧି ଅମ୍ବାଲାରେ ଟ୍ରକ୍ ଡ୍ରାଇଭରଙ୍କ ସହ ସାକ୍ଷାତ କରିଥିଲେ। ଏହି ସମୟରେ ସେ ଡ୍ରାଇଭରଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରିଥିଲେ।
ରାହୁଲ ଗାନ୍ଧିଙ୍କ ଭିଡିଓ ଶେଆର କରି କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ କହିଛନ୍ତି, କେତେବେଳେ ୟୁନିଭରସିଟିରେ ଛାତ୍ରଙ୍କ ସହ, କେତେବେଳେ ଖେଳାଳିଙ୍କ ସହ, କେତେବେଳ ଚାଷୀଙ୍କ ସହ ତ ପୁଣି କେତେବେଳେ ଡେଲିଭରି ବୟଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରୁଛନ୍ତି ରାହୁଲ ଗାନ୍ଧି। ସେ ଦେଶର ସାଧାରଣ ଲୋକଙ୍କ ସମସ୍ୟା ଓ କଷ୍ଟ ବୁଝିବାକୁ ଚେଷ୍ଟା କରୁଛନ୍ତି।
ଏହା ଦେଖି ମନରେ ଏକ ପ୍ରକାର ବିଶ୍ୱାସ ଜନ୍ମୁଛି ଯେ ଲୋକଙ୍କ ସମସ୍ୟା ବୁଝିବାକୁ ଓ ସେମାନଙ୍କ ସହ ଛିଡ଼ା ହେବାକୁ କେହି ଜଣେ ଏହି ଦେଶରେ ଅଛନ୍ତି । ତେଣୁ ଘୃଣାର ବଜାରରେ କେହି ଜଣେ ତ ଭଲ ପାଇବାର ଦୋକାନ ଖୋଲିବାକୁ ଅଣ୍ଟା ଭିଡିଛି। ତେଣୁ ଧୀରେ ଧୀରେ ରାହୁଲଙ୍କ ସହ ଦେଶ ପାଦ ବଢ଼ାଇ ଚାଲିବାକୁ ଆରମ୍ଭ କରିଥିବା ପରି ମନେ ହେଉଛି ବୋଲି ସେ କହିଛନ୍ତି ।
ଏହା ପୂର୍ବରୁ ରାହୁଲ ସେପ୍ଟେମ୍ବରଠାରୁ କନ୍ୟାକୁମାରୀଠାରୁ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିଥିଲେ। ଏହି ଯାତ୍ରା ୧୨ଟି ରାଜ୍ୟ ଅତିକ୍ରମ କରିଥିଲା ଓ ଜାନୁୟାରୀରେ ଜମ୍ମୁ କଶ୍ମୀରରେ ଶେଷ ହୋଇଥିଲା। ରାହୁଲ ୧୩୬ ଦିନ ଯାତ୍ରାରେ ୪ହଜାର କିଲୋମିଟରରୁ ଅଧିକ ବାଟ ଅତିକ୍ରମ କରିଥିଲେ। ଏହାପରେ କର୍ଣ୍ଣାଟକା ବିଧାନସଭା ନିର୍ବାଚନ ହୋଇଥିବା ବେଳେ ଏଥିରେ କଂଗ୍ରେସ ବହୁମତ ହାସଲ କରିବାକୁ ସକ୍ଷମ ହୋଇଥିଲା।
ଚେନ୍ନାଇ ରାସ୍ତାରେ ଗତକାଲି ଦ୍ରୁତ ଗତିରେ ଏକ ଟ୍ରକ୍ ମାଡ଼ି ଚାଲିଥିବା ବେଳେ ଟ୍ରକ୍ ଭିତରେ ଥିଲା ୫୩୫ କୋଟି ଟଙ୍କା । ଟ୍ରକ୍ଟି ଭାରତୀୟ ରିଜର୍ଭ ବ୍ୟାଙ୍କରୁ କ୍ୟାସ୍ ନେଇ ଯାଉଥିବା ଜଣାପଡ଼ିଛି। ମାତ୍ର ବ୍ୟସ୍ତବହୁଳ ରାସ୍ତାରେ ହଠାତ୍ ଟ୍ରକ୍ରେ ଯାନ୍ତ୍ରୀକ ତ୍ରୁଟି ଦେଖା ଯିବାରୁ ବାଟରେ ଟ୍ରକ୍ଟି ଅଟକି ଯାଇଥିଲା । ଏନେଇ ତୁରନ୍ତ ପୁଲିସ୍କୁ ଖବର ଦିଆଯିବାରୁ ବରିଷ୍ଠ ପୁଲିସ୍ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ତୁରନ୍ତ ରାସ୍ତାରେ ଟ୍ରକ୍ ଚାରିପଟେ କର୍ଡନ କରାଯିବା ସହ ପୁଲିସ୍ ଏହାକୁ ଜଗି ରହିଲା। ଏହାପରେ ମେକିନିକ ଡକା ଯାଇଥିଲେ ବି ସେମାନେ ଟ୍ରକ୍ଟିକୁ ଠିକ୍ କରି ପାରି ନ ଥିଲେ।
ଏହାପରେ ଅନ୍ୟ ଭାରୀ ଯାନ ସହାୟତାରେ ଟ୍ରକ୍ଟିକୁ ପୁଣି ଥରେ ଆରବିଆଇ ପରିସରକୁ ପଠାଯାଇଛି। ସେଠାରେ ଟ୍ରକ୍ ଚାରିପଟେ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିବା ବେଳେ ଅନ୍ୟ ଏକ ଟ୍ରକ୍ରେ ଟଙ୍କାକୁ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଯିବ ବୋଲି ଜଣାଯାଇଛି।
ରାଜ୍ୟ ପରିବହନ ସଚିବ ଉଷା ପାଢ଼ୀ ଏନେଇ ରାଜ୍ୟ ପୂର୍ତ୍ତ ସଚିବଙ୍କୁ ଚିଠି ଲେଖି ଟ୍ରକ ଟର୍ମିନାଲ ନିର୍ମାଣ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ, ପ୍ଲାନ୍ ଡିଜାଇନ୍ ଓ ଏଷ୍ଟିମେଟ୍ ପ୍ରସ୍ତୁତ କରିବାକୁ ଅନୁରୋଧ କରିଛନ୍ତି । ପ୍ରତ୍ୟେକ ଟ୍ରକ ଟର୍ମିନାଲ ୧୦ଏକର ଲେଖାଏଁ ଜମିରେ ହେବ । ଏହି ଟ୍ରକ ଟର୍ମିନାଲରେ ଅଧିକ ସଂଖ୍ୟକ ଟ୍ରକ ଯେଭଳି ପାର୍କିଂ ହୋଇପାରିବ ତାହା ସୁନିଶ୍ଚିତ କରାଯିବା ସହ ଟ୍ରକ ଡ୍ରାଇଭର,ହେଲପରଙ୍କ ନିମନ୍ତେ ଅସ୍ଥାୟୀ ରହଣୀ ସ୍ଥଳୀ, ଶୌଚାଳୟ, ପାନୀୟ ଜଳ ବ୍ୟବସ୍ଥା, ଫୁଡ୍ ପ୍ଲାଜା, କ୍ୟାଣ୍ଟିନ, ଟ୍ରକ ମରାମତି ପାଇଁ ଗ୍ୟାରେଜ୍, ଗାର୍ଡ ରୁମ, ଅଫିସ ରୁମ୍ ସମେତ ଟ୍ରକ ଯିବାଆସିବା ପାଇଁ ଭିନ୍ନ ଭିନ୍ନ ଗେଟ୍ ଓ ଟର୍ମିନାଲ ଚାରିପଟେ ପାଚେରୀ ର୍ନିାଣ ଆଦି କାର୍ଯ୍ୟ ବାବଦରେ କେତେ ଅର୍ଥ ବ୍ୟୟ ହେବ ତା’ର ରିପୋର୍ଟ ପ୍ରସ୍ତୁତ କରିବାକୁ ପୂର୍ତ୍ତ ବିଭାଗକୁ କୁହାଯାଇଛି । ଅନ୍ୟ ରାଜ୍ୟରେ ନିର୍ମିତ ଟ୍ରକ ଟର୍ମିନାଲକୁ ଅନୁଧ୍ୟାନ କରି ଡିପିଆର(ବିସ୍ତୃତ ପ୍ରକଳ୍ପ ରିପୋର୍ଟ) ପ୍ରସ୍ତୁତ ନିମନ୍ତେ ଶ୍ରୀମତୀ ପାଢ଼ୀ ପରାମର୍ଶ ଦେଇଛନ୍ତି ।
ଏହି ଟ୍ରକ ଟର୍ମିନାଲଗୁଡ଼ିକ ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ନବରଙ୍ଗପୁର, ଯାଜପୁର, ବ୍ରହ୍ମପୁର, କେନ୍ଦୁଝର ଓ ଜଗତସିଂହପୁର ଜିଲ୍ଲାରେ ହେବ । ଏଥିପାଇଁ ଏସବୁ ଜିଲ୍ଲାରେ ୧୦ଏଳର ଲେଖାଏଁ ଜମି ଚିହ୍ନଟ ହୋଇସାରିଛି । ଟ୍ରକ ଟର୍ମିନାଲ ନିର୍ମାଣ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଅନୁଦାନ ଆକାରରେ ଦେଇଥିବା ୩୦୦କୋଟି ଟଙ୍କାକୁ ଇତିମଧ୍ୟରେ ପରିବହନ ବିଭାଗକୁ ଅର୍ଥ ବିଭାଗ ଦେଇସାରିଛି ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଗତକାଲି ରାତି ପ୍ରାୟ ସାଢେ ୧୨ଟା ପରେ ଜାତୀୟ ରାଜପଥ ୪୯ରେ ଗୋଟିଏ ଦିଗରେ ୨ଟି ଟ୍ରକ୍ ଯାଉଥିବା ବେଳେ ପରସ୍ପରକୁ ଓଭରଟେକ୍ କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ଅପରପାର୍ଶ୍ୱରୁ ଏକ ଟ୍ରକ୍ ଆସୁଥିଲା। ଫଳରେ ଭାରସାମ୍ୟ ହରାଇ ଓଭରଟେକ୍ କରିବାକୁ ଚେଷ୍ଟା କରୁଥିବା ୨ ଟ୍ରକ୍ ଅପର ପାର୍ଶ୍ୱରୁ ଆସୁଥିବା ଟ୍ରକ୍ ସହ ମୁହାଁମୁହିଁ ପିଟି ହୋଇଥିଲେ।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣା ପରେ ୩ଟି ଟ୍ରକ୍ ହୁତୁହୁତ ହୋଇ ଜଳିବାକୁ ଲାଗିଲେ। ଫଳରେ ତା’ ମଧ୍ୟରେ ଫସି ରହିଥିବା ୩ ଡ୍ରାଇଭର ବାହାରି ନ ପାରି ଜୀଅନ୍ତା ଜଳି ଯାଇଥିଲେ।
ଖବର ପାଇ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁକୁ ଆୟତ୍ତ କରିବାକୁ ୩ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା । ଏଥିନିମନ୍ତେ ଅଗ୍ନିଶମ କର୍ମଚାରୀଙ୍କୁ ପ୍ରାୟ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଲାଗିଥିଲା।
ସକାଳେ କ୍ରେନ ସାହାଯ୍ୟରେ ଟ୍ରକ୍ ୩ଟିକୁ ରାସ୍ତା ପାର୍ଶ୍ୱକୁ ନିଆଯାଇ ସେଥିମଧ୍ୟରୁ ୩ ଡ୍ରାଇଭରଙ୍କୁ ବାହାର କରାଯାଇଥିଲା। ତୁରନ୍ତ ସେମାନଙ୍କୁ ଝାରସୁଗୁଡ଼ା ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି।
୩ଟି ଟ୍ରକ୍ ରାସ୍ତା ଉପରେ ଦୀର୍ଘ ସମୟ ଜଳିବାରୁ ବହୁ ସମୟ ପର୍ଯ୍ୟନ୍ତ ରାସ୍ତା ଉପରେ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା। ଗାଡ଼ିଗୁଡ଼ିକୁ ସାଇଡ କରାଯିବା ପରେ ସକାଳେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିବା ଜଣାଯାଇଛି।
ଡ୍ରାଇଭରମାନେ ନିଶାସକ୍ତ ଥାଇ ଗାଡ଼ି ଚଳାଉଥିବାରୁ ଏପରି ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ପୁଲିସ୍ ଘଟଣାର ତଦନ୍ତ କରୁଛି। ୩ ମୃତକଙ୍କ ପରିଚୟ ମିଳି ପାରିନି।
ରାଜ୍ୟବ୍ୟାପୀ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ବୁଧବାର ଦିନ ଓ ରାତି ତମାମ ବସ୍ କର୍ମଚାରୀମାନେ ନାନା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ଏହାକୁ ନେଇ ଆଜି ଘରୋଇ ବସ୍ ମାଲିକ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ପୁଲିସ୍ର ଅପାରଗତାକୁ ନେଇ ବୈଠକରେ ଆଲୋଚନା ହୋଇଥିଲା। ଡ୍ରାଇଭରଙ୍କ ଆନ୍ଦୋଳନକୁ ନେଇ ବୈଠକରୁ ବାହାରିଥିବା ନିଷ୍କର୍ସ ନେଇ ବସ୍ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଆନ୍ଦୋଳନ ଯୋଗୁ ଡ୍ରାଇଭରମାନେ ସବୁ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଟ୍ରକ୍ ଛିଡ଼ା କରିଦେଇଛନ୍ତି। ଯେଉଁଥିପାଇଁ ରାସ୍ତା ପୂରା ଜାମ୍ ହୋଇଯାଇଛି। ଆଉ ଗାଡ଼ି ଯିବା ପାଇଁ ରାସ୍ତା ନାହିଁ। ଆଜି ସନ୍ଧ୍ୟା ସୁଦ୍ଧା ରାସ୍ତା କ୍ଲିୟର ନହେଲେ ଆସନ୍ତାକାଲିଠାରୁ ବସ୍ ଚଳାଚଳ ବନ୍ଦ କରିବା ପାଇଁ ବାଧ୍ୟ ହେବୁ। ସକାଳ ୧୦ରୁ ୧୧ଟା ପର୍ଯ୍ୟନ୍ତ ରାସ୍ତାରେ ବସ୍ ଛିଡ଼ା କରି ପ୍ରତିବାଦ କରିବୁ। ଏହା ପରେ ଯଦି ରାଜ୍ୟ ସରକାର ଆମ ଅଭିଯୋଗ ନଶୁଣନ୍ତି, ତାହା ହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ି ଛିଡ଼ା କରି ଆନ୍ଦୋଳନ କରିବୁ ବୋଲି ଶ୍ରୀ ସାହୁ କହିଛନ୍ତି।
ସେ ଆହୁରି କହିଛନ୍ତି, ଡ୍ରାଇଭର ସଂଘର ଆନ୍ଦୋଳନ ବେଳେ ପୁଲିସ୍ ପ୍ରଶାସନ ସହଯୋଗ କରିବ ବୋଲି ଭାବିଥିଲୁ। ସେଥିପାଇଁ ଗାଡ଼ି ଚଳାଇଥିଲୁ। ହେଲେ ପୁଲିସ୍ ସହଯୋଗ କଲା ନାହିଁ। ପୁଲିସ ଉପସ୍ଥିତିରେ ଡ୍ରାଇଭରମାନେ ଗାଡ଼ି ଅଟକାଉଛନ୍ତି। ବସ୍ କର୍ମଚାରୀଙ୍କୁ ମାଡ଼ ମାରୁଛନ୍ତି। ବୁଧବାର ତିର୍ତ୍ତୋଲ ପାଖରେ ବସ୍ କର୍ମଚାରୀଙ୍କୁ ମାଡ଼ ମାରି ବିଦା କରିଦେଲେ। କଟକ-ପୁରୀ ରାସ୍ତାରେ ଗାଡ଼ି ଛାଡ଼ିଲେ ନାହିଁ। ଟମାଣ୍ଡୋ ପାଖରେ ଆନ୍ଧ୍ରପ୍ରଦେଶରୁ ମାଛ ଓ ପରିବା ଧରି ଆସିଥିବା ଟ୍ରକ୍କୁ ଅଟକାଇ ଦେଲେ। ସେମାନେ ସେଠାରେ କାନ୍ଦୁଛନ୍ତି। ଆଖୁଆପଦାଠାରେ ଆମର ଗୋଟିଏ ଗାଡ଼ିକୁ ଡ୍ରାଇଭରମାନେ ଅଟକାଇ ଦେଲେ। ଏ ସମ୍ପର୍କରେ ଖବର ପାଇ ମୁଁ ପୁଲିସକୁ ଖବର ଦେଇଥିଲି। ସେଠାରେ ପୁଲିସ୍ ପହଞ୍ଚିଲା। ଆଉ କହିଲା- ଏହି ଅଞ୍ଚଳ ଆଖୁଆପଦା ଥାନା ଅଞ୍ଚଳରେ ଯାଉଛି। ଏହି ଅଞ୍ଚଳଟି ପାଣିକୋଇଲି ଥାନା ଏରିଆ ଯାଉଛି କହି ପୁଲିସ୍ ଫେରିଆସିଲା। କୌଣସି କ୍ଷେତ୍ରରେ ପୁଲିସ୍ ଆମକୁ ସହଯୋଗ କରୁନାହିଁ। ଯଦି ଏପରି ହେବ, ତାହାହେଲେ କେମିତି ବସ୍ ଚାଲିବ? ଗତକାଲି ରାତିରେ ସବୁ ଛକରେ ବସ୍ ଅଟକାଇ କର୍ମଚାରୀଙ୍କୁ ମାରଧର କରିଥିଲେ। ଡ୍ରାଇଭର ସଂଘର ଆନ୍ଦୋଳନକୁ ଆମେ ବିରୋଧ କରୁନାହୁଁ। ସେମାନେ ତାଙ୍କ ଦାବି ଉପସ୍ଥାପନ କରନ୍ତୁ। କିନ୍ତୁ ସେମାନେ ଯାତ୍ରୀବାହୀ ବସ୍କୁ କାହିଁକି ଅଟକାଉଛନ୍ତି ବୋଲି ଶ୍ରୀ ସାହୁ ପ୍ରଶ୍ନ କହିଛନ୍ତି।
ଅନ୍ୟପକ୍ଷରେ ଆଜି ବିଧାନସଭାରେ ଉଠିଛି ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପ୍ରସଙ୍ଗ। ଏହାକୁ ନେଇ କଂଗ୍ରେସ ଓ ବିଜେପି ବିଧାୟକମାନେ ହଟ୍ଟଗୋଳ କରିଛନ୍ତି। ଯାହାଫଳରେ ୧୦ ମିନିଟ୍ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରସଙ୍ଗ ଉଠାଇ କହିଥିଲେ, ସରକାର ସେମାନଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଆଉ ଗୋଟିଏ ଗ୍ରୁପ୍କୁ ଉସୁକାଇ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଚାହୁଁଛନ୍ତି। ଯେଉଁଥିପାଇଁ ପରିବହନ ସେବା ଠପ୍ ହୋଇଯାଇଛି। ଗୃହରେ ଆଲୋଚନା ବେଳେ ଅଫିସର ରହୁନାହାନ୍ତି। ଆମେ ବାଧ୍ୟହୋଇ ଗୃହ ମଧ୍ୟଭାଗକୁ ଯାଉଛୁ। ବିଜେପି ବିଧାୟକମାନେ ମଧ୍ୟ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ବିରୋଧଙ୍କ ଅଭିଯୋଗ ପରେ ରୁଲିଂ ଦେଇଥିଲେ ବାଚସ୍ପତି। ଗୃହରେ ବିବୃତି ରଖିବାକୁ ପରିବହନ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଡ୍ରାଇଭରଙ୍କ ସହ ଆଲୋଚନା କରି କାଲି ଗୃହରେ ବିବୃତି ଦେବାକୁ କହିଲେ ମନ୍ତ୍ରୀ।
ମୃତହାତମାନେ ସାହୁ ପରିବାରର ସଦସ୍ୟ। ସେମାନେ ଖିଲୋରା ଠାରୁ ଆୟୋଜିତ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ଅରଜୁନିକୁ ଫେରୁଥିଲେ। ହେଲେ ପରିବାରର ସଦସ୍ୟମାନେ ପିକଭ୍ୟାନରେ ଖାମାରିଆର ଡିପିଡବ୍ଲ୍ୟୁଏସ୍ ସ୍କୁଲ ଅତିକ୍ରମ କରୁଥିବା ବେଳେ ଘଟିଥିଲା ଦୁର୍ଘଟଣା। ଗୋଟିଏ ଦ୍ରୁତଗାମୀ ଟ୍ରକ୍ ସହ ସାହୁ ପରିବାରର ସଦସ୍ୟମାନେ ଯାଉଥିବା ପିକଅପ୍ ଭ୍ୟାନନର ଧକ୍କା ହୋଇଥିଲା।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ସାହୁ ପରିବାରର ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଉ ୧୨ ଜଣ ଏଥିରେ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ପୁଲିସ୍ ଘଟଣସ୍ଥଳରେ ପହଞ୍ଚିବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତାହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି।
ସେଠାରେ କିଛି ଲୋକ ଗୁରୁତର ଆହତ ହୋଇଥିବା ଜଣାପଡ଼ିବା ପରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ରାୟପୁର ପଠାଯାଇଛି। ଦୁର୍ଘଟଣା ଗ୍ରସ୍ତ ଟ୍ରକ୍ ଓ ପିକଅପ ଭ୍ୟାନକୁ ଜବତ କରାଯାଇଛି। ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ସେକଥା ଜଣାପଡ଼ିନି।
ଏହାବାଦ ଟ୍ରକ୍ଟି ପ୍ରଥମେ ଧକ୍କା ଦେଇଥିବା କାର୍ ୪ରୁ ୫ ଜଣ ଲୋକ ଥିଲେ। ସେମାନେ ଗାଡ଼ି ମଧ୍ୟରେ ଚାପି ହୋଇ ରହି ଯାଇଛନ୍ତି। ଟ୍ରକ୍ ତଳେ କାର୍ଟି ରହି ଯାଉଥିବାରୁ ଏହା ମଧ୍ୟରେ ଥିବା ଲୋକମାନେ ବାହାରି ପାରୁ ନାହାନ୍ତି। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ସ୍ଥାନୀୟ ଲୋକ ଓ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।
ପୁଲିସ୍ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରଥମେ ପୁଲିସ୍ ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ହସ୍ପିଟାଲ ପଠାଇଛି। ସେହିପରି ଲକ୍ଷ୍ନୌ-କାନପୁର ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଥିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଛି। ଟ୍ରାଫିକ ସମସ୍ୟା ଦେଖାଯାଇଥିବାରୁ ଏହାକୁ କ୍ଲିୟର କରିବାରେ ପୁଲିସ୍ ଟିମ ଲାଗିଛନ୍ତି। ସହକାରୀ ଏସ୍ପି ଶଶି ଶେଖର ସିଂହ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି।
https://youtu.be/LZxCKZIPxe8
https://www.youtube.com/watch?v=7hSXr-PYyXk