ଏହାଦ୍ୱାରା ପରିବେଶକୁ ସୁହାଇଲା ଭଳି ଗାଡ଼ି ସଂଖ୍ୟା ବୃଦ୍ଧି ପାଇପାରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏହି ନୀତି ଅନୁସାରେ ଗାଡ଼ି କେତେ ଦିନ ରାସ୍ତାରେ ଗଡ଼ିବ, ତାହା ଏହାର ଫିଟନେଶ ଉପରେ ନିର୍ଭର କରିବ। ତଥାପି ଘରୋଇ ଗାଡ଼ିଗୁଡ଼ିକ ୨୦ ବର୍ଷରୁ ଅଧିକ ଦିନ ରାସ୍ତାରେ ଗଡ଼ି ପାରିବ ନାହିଁ। ୨୦ ବର୍ଷ ପାର କରିଥିବା ଗାଡ଼ି ଗୁଡ଼ିକୁ ପରିବହନ ମନ୍ତ୍ରଣାଳୟ ଅଯୋଗ୍ୟ ଘୋଷଣା କରିବ।
ସେହିପରି କର୍ମସିଆଲ ବା ବ୍ୟବସାୟିକ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଗାଡ଼ିଗୁଡ଼ିକ ୧୫ ବର୍ଷ ପରେ ଆଉ ରାସ୍ତାରେ ଚାଲି ପାରିବ ନାହିଁ। ଏସମ୍ପର୍କରେ ବିସ୍ତୃତ ତଥ୍ୟ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଖୁବଶୀଘ୍ର ସାର୍ବଜନୀନ କରାଯିବ।
ଏହି ଯୋଜନା ଦ୍ୱାରା ଗାଡ଼ି ବିକ୍ରି ସଂଖ୍ୟା ବୃଦ୍ଧି ପାଇବ। ବିଭିନ୍ନ ଗାଡ଼ି ତିଆରି କମ୍ପାନୀ ନୂଆ ବ୍ରାଞ୍ଚ ଖୋଲିବାର ସୁଯୋଗ ପାଇବେ ଓ ସେଠାରେ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ମାରୁତି ସୁଜିକି, ମହିନ୍ଦ୍ରା ଓ ଟାଟା ମୋଟର୍ସ ଭଳି କମ୍ପାନୀ voluntary vehicle scrapping policy କୁ ସ୍ୱାଗତ କରିଛନ୍ତି।
କରୋନା ଯୋଗୁଁ ଚଳିତ ବର୍ଷ ପ୍ରଥମ ଥର ପାଇଁ ପେପର ଲେସ୍ ବଜେଟ୍ ଉପସ୍ଥାପନ ହେବ। ମେଡ-ଇନ-ଇଣ୍ଡିଆ ଟାବଲେଟ୍ ଜରିଆରେ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରିବେ। ବଜେଟ୍ର ସମସ୍ତ ସଫ୍ଟ କପି, ଅନ୍ଲାଇନରେ ଉପଲବ୍ଧ ହେବ।
ତେବେ ବଜେଟ୍ ଉପସ୍ଥାପନ ପୂର୍ବରୁ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସେନସେକ୍ସ ପ୍ରାୟ ୪୦୦ ଅଙ୍କ ବୃଦ୍ଧି ପାଇଛି । ଏହାସହ ୪୬,୬୧୭.୯୫ ପଏଣ୍ଟରେ ଖୋଲିଛି । ସେହିପରି ଏନଏସଇର ନିଫ୍ଟି ୧୩,୭୫୮.୬୦ ଅଙ୍କରେ ରହିଛି । ଗତ କାରବାର ଦିନରେ ସେନସେକ୍ସ ୪୬,୨୮୫.୭୭ ଓ ନିଫ୍ଟି ୧୩,୬୩୪.୬୦ରେ ବନ୍ଦ ହୋଇଥିଲା ।
Delhi: Finance Minister Nirmala Sitharaman will present and read out the #UnionBudget 2021-22 at the Parliament through a tab, instead of the traditional 'bahi khata'. pic.twitter.com/Ir5qZYz2gy
— ANI (@ANI) February 1, 2021