ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରସ୍ଥିତ ଶ୍ରୀ ଅରବିନ୍ଦ ସ୍କୁଲରେ ଆଜି ସକାଳେ ପିଇଟି କ୍ଲାସ ହେଉଥିଲା। ଏହି ସମୟରେ ଡ୍ରିଲ୍ କରୁଥିବା ବେଳେ ମହଜିଦ ନୌସାଦ ତଳେ ପଡ଼ି ଯାଇଥିଲେ। ଏହାପରେ ସେ ଗୁରୁତର ହୋଇ ପଡ଼ିଥିବା ବେଳେ ତୁରନ୍ତ ତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ରାଉରକେଲାର ଏକ ଘରୋଇ ଡାକ୍ତରଖାନାକୁ ରେଫର କରିଦେଇଥିଲେ।
ତୁରନ୍ତ ତାଙ୍କୁ ରାଉରକେଲା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଏଥିସହ ମହଜିଦ ନୌସାଦଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚିବା ପରେ ୨ ଜଣଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ହସ୍ପିଟାଲରେ ୨ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଏହି ଘଟଣାକୁ ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି।
ଶ୍ରମିକ ଲଗାଇ ପାଇଖାନା ଟାଙ୍କି ସଫା କରିବା ବେଆଇନ। ମେସିନ୍ ବା ସେସ୍ ପୁଲ୍ ଗାଡ଼ି ଡକାଇ ପାଇଖାନା ଟାଙ୍କି ସଫା କରିବା ନିୟମ ରହିଛି। ହେଲେ ନିୟମକୁ ବେଖାତିର କରି ଶ୍ରମିକଙ୍କ ଜୀବନ ଓ ସ୍ୱାସ୍ଥ୍ୟକୁ ବାଜିରେ ଲଗାଇ ଦିଆଯାଉଥିବା ଅଭିଯୋଗ ହୋଇଛି।
ମୃତକ ହେଲେ କଞ୍ଚାନା ଗାଁର ଅର୍ଜୁନ କ୍ରିସାନିଙ୍କ ପୁଅ ଅମୀର କ୍ରିସାନି ଓ ଓ ଲବ କ୍ରିସାନିଙ୍କ ପୁଅ ପବିତ୍ର କ୍ରିସାନି। ସୂଚନା ମୁତାବକ, ଏହି ଗାଁ’ର ୩ ଜଣ ନାବାଳକ ସାଙ୍ଗ ହୋଇ ଗାଁ ନିକଟ ଖଡାପୁଟ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ୨ ଜଣ ବୁଡି ଯାଇଥିଲେ। ଅନ୍ୟ ନାବାଳକ ଜଣକ ତୁରନ୍ତ ଏଠାରୁ ଦୌଡ଼ି ଯାଇ ସ୍ଥାନୀୟ ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲା।
ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଖରୀରେ ଖୋଜାଖୋଜି କରିବା ପରେ ୨ ନାବାଳକଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।
ରିପୋର୍ଟ- ଲମତାପୁଟରୁ ଜଗତଜୀବନ କୋଚିମ୍
ପାଖାପାଖି ଅପରାହ୍ନ ସାଢ଼େ ୪ଟା ବେଳେ ଏହି ଘଟଣା ଘଟିଛି। କୁମାଘାଟ ଅଞ୍ଚଳରେ ବାହୁଡ଼ାଯାତ୍ରା ଚାଲିଥିଲା। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥରେ ବସାଇ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିରକୁ ଶ୍ରଦ୍ଧାଳୁମାନେ ଆଣୁଥିଲେ। ରଥଯାତ୍ରାରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା।
ରଥଟି ଲୁହାରେ ତିଆରି ହୋଇଥିବା ବେଳେ ଅକସ୍ମାତ୍ ବାଟରେ ଏକ ୧୩୩ କେଭି ବିଦ୍ୟୁତ୍ କେବୁଲ୍ ସଂସ୍ପର୍ଶରେ ଆସି ଯାଇଥିଲା। ଯାହା ଫଳରେ ଏତେବଡ଼ ଅଘଟଣ ଘଟିଲା ବୋଲି ପୁଲିସ କହିଛି। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଭିତରୁ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଗରତାଲା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।
ମୁଖ୍ୟମନ୍ତ୍ରୀ ମାନିକ ଶାହ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିଜନଙ୍କ ପ୍ରତି ସମବେଦନା ଜଣାଇଛନ୍ତି।
ଜିତୁ ଗୌଡ ଓ ତାଙ୍କ ସହ ଥିବା ଅନ୍ୟ ଜଣେ ଯୁବକ ବାଇକ୍ରେ ପାପଡାହାଣ୍ଡି କୌଣସି କାମରେ ଯାଉଥିଲେ। ରାସ୍ତାର ଅପରପାର୍ଶ୍ୱରୁ ସାରିଆଭାଟ୍ଟା ଗ୍ରାମର ମନୋଜ ଜାନି, ସରୋଜ ଜାନି ଏବଂ ଅନ୍ୟ ଜଣେ ଯୁବକ ଗୋଟିଏ ବାଇକ୍ ଯୋଗେ ନିଜ ଘରକୁ ଫେରୁଥିଲେ। ପୁରୁଲା ଛକ ନିକଟରେ ଉଭୟ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଉମରକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଡାକ୍ତରଖାନା ନେଇଥିଲା। ପରେ ଘଟଣାର ତଦନ୍ତ ଚଳାଇଛି। ଏହି ଅଂଚଳରେ ବେପରୁଆ ଗାଡି ଚାଳନା ଯୋଗୁ ଦୁର୍ଘଟଣା ଜନିତ ଜୀବନହାନୀ ବଢ଼ୁଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା ଅଭିଯୋଗ ହୋଇଛି।
ରିପୋର୍ଟ- ଉମରକୋର୍ଟରୁ କାର୍ତ୍ତିକ ମଲ୍ଲିକ୍
ସେପଟେ ଅଥାନିଙ୍କୁ ବାଡେଇ ବାଡେଇ ମାରିଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଜେଲ ପକ୍ଷରୁ ଅଥାନିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପରିବାର ଲୋକଙ୍କୁ ଅବଗତ କରାଯାଇନଥିବା ମଧ୍ୟ ଅଭିଯୋଗ କରିଛନ୍ତି ପରିବାର ଲୋକେ। ଯାହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଘଟଣାର ତଦନ୍ତ ଦାବି କରିଛନ୍ତି ମୃତକ ଅଥାନିଙ୍କ ପରିବାର ଲୋକେ।
ତେବେ ଏନେଇ ଜେଲ କର୍ତ୍ତୃପକ୍ଷ କିମ୍ବା ଅବକାରୀ ବିଭାଗ ଅଧିକାରୀଙ୍କ ପକ୍ଷରୁ କୌଣସି ମତ ମିଳିପାରିନି।
ପରିବାର ଲୋକଙ୍କ ସୂଚନା ମୁତାବକ, ଲକ୍ଷ୍ମୀଧର ସକାଳୁ ଖାଇ ପିଇ ନିଜ ଗାଡ଼ିରେ ପେଟ୍ରୋଲ ପକାଇବାକୁ ନିକଟସ୍ଥ ବଜାରକୁ ଯାଉଥିଲେ। ଦୁର୍ଘଟଣାର ପୂର୍ବାଭାଷ ପାଇଲା ଭଳି ମା’ ତାଙ୍କୁ ଯିବାକୁ ବାରଣ କରିଥିଲେ, ହେଲେ ସେ ଏହାକୁ ମାନି ନ ଥିଲେ। ଶୀଘ୍ର ପେଟ୍ରୋଲ ପକାଇ ପଳାଇ ଆସିବେ ବୋଲି କହି ଚାଲି ଯାଇଥିଲେ। ହେଲେ ମାତ୍ର କିଛି ସମୟ ପରେ ଏହି ଦୁଃଖଦ ଖବର ଆସିଥିଲା। ଯାହା ଶୁଣିବା ପରେ ତାଙ୍କ ଓ ବାପା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
ଲୋକଙ୍କ କହିବା ମୁତାବକ, ଭଗବାନପୁର ଫାଟକ ଦେଇ ବାଲେଶ୍ୱର-ବାଙ୍ଗିରିପୋଷି ମେମୁ ଟ୍ରେନ ଅତିକ୍ରମ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଟ୍ରେନ୍ ଖୁବ୍ ଜୋରରେ ଧକ୍କା ଦେଇଥିବାରୁ ଘଟଣା ସ୍ଥଳରେ ହିଁ ଲକ୍ଷ୍ମୀଧର ପ୍ରାଣ ହରାଇଥିଲେ। ବାରମ୍ବାର ଦାବି ସତ୍ତ୍ୱେ ରେଳ ଗେଟ୍ ନିର୍ମାଣ ନ ହେବା ଦୁର୍ଘଟଣାର କାରଣ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
ସୂଚନା ମୁତାବକ, ୱାଗନଗୁଡ଼ିକ ଦୀର୍ଘ ଦିନ ଧରି ଯାଜପୁର ରୋଡ୍ ଷ୍ଟେଶନର ସେପ୍ଟି ଲାଇନ୍ରେ ଅଟକି ରହିଥିଲା। ଏଥିରେ ଇଂଜିନ୍ ଲାଗି ନଥିଲା। ରେଳ ଟ୍ରାକ୍ ମରାମତି ନିମନ୍ତେ ମୁତୟନ ଥିବା ଶ୍ରମିକମାନେ ବର୍ଷା ପବନ ଆସିବାରୁ ମାଲବାହୀ ଟ୍ରେନ୍ ୱାଗନ ତଳେ ପଶି ଯାଇଥିଲେ। ଏହି ସମୟରେ ଜୋର ପବନ ହେବାରୁ ୱାଗନଗୁଡ଼ିକ କିଛି ବାଟ ଗଡ଼ି ଯାଇଥିଲା। ଏହି ସମୟରେ ଶ୍ରମିକମାନେ ୱାଗନ ତଳୁ ବାହାରିବାକୁ ଚେଷ୍ଟା କରିବା ବେଳେ ଲୁହା ଚକାତଳେ ଚାପି ହୋଇ ଯାଇଥିଲେ।
ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଯାଜପୁର ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଅନ୍ୟ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ୨ ଶ୍ରମିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ସ୍ଥାନାନ୍ତର କରିବାକୁ ପଦକ୍ଷେପ ନିଆଯାଇଛି।
ତେବେ କାହାର ଅବହେଳାରୁ ଅଘଟଣ ଘଟିଲା ସେନେଇ ରେଲୱେ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି। ଘଟଣାସ୍ଥଳରେ ଜନଅସନ୍ତୋଷ ଦେଖାଦେଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।
ରେଳ ଧାରଣାରେ ଥିବା ପ୍ରାୟ ୧୦ଟି ୱାଗନ ମଧ୍ୟରୁ କିଛି ମାଲ ଥିବା ବେଳେ କିଛି ଖାଲି ଥିଲା। ୱାଗନଗୁଡ଼ିକ ନଗଡ଼ିଯିବା ନିମନ୍ତେ କୌଣସି ଜାମ୍ କିମ୍ବା ବ୍ରେକ୍ ଦିଆଯାଇ ନ ଥିଲା। ଫଳରେ ଏତେବଡ଼ ଅଘଟଣ ଘଟିଥିବା କୁହାଯାଉଛି।
ସୂଚନା ଥାଉକି, ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଷ୍ଟେଶନ ନିକଟରେ ଦୁର୍ଘଟଣା ଘଟି ୨୮୮ ଯାତ୍ରୀଙ୍କ ମୃତ୍ୟୁ ଘଟଣା ମନରୁ ନ ଲିଭୁଣୁ ପୁଣି ଏକ ବଡ଼ ଦୁର୍ଘଟଣା ଘଟିଛି। ଯାହା ଉଦ୍ବେଗର ବିଷୟ ହୋଇଛି।
ପୁରୀ ବେଳାଭୂମିର ସେକ୍ଟର ୭ ଚୈତନ୍ୟ ଛକ ନିକଟରେ ଘଟଣା ଘଟିଛି। ଦିଲରାଜ ପରିବାର ସହ ପୁରୀ ବୁଲିବା ସହ ଠାକୁର ଦର୍ଶନ କରିବାକୁ ଆସିଥିଲେ। ପରିବାର ଲୋକଙ୍କ ସହ ସେ ସମୁଦ୍ରସ୍ନାନ କରୁଥିବା ବେଳେ ଲହଡ଼ି ମାଡ଼ରେ ଗଭୀର ପାଣିକୁ ଭାସି ଯାଇଥିଲେ। ପରିବାର ଲୋକେ ଚିତ୍କାର କରିବାରୁ ତୁରନ୍ତ ଲାଇଫଗାର୍ଡମାନେ ନାବାଳକଙ୍କୁ ଉଦ୍ଧାର କରିବା ନିମନ୍ତେ ପାଣିକୁ ଲମ୍ପ ଦେଇଥିଲେ।
ପାଣିରୁ ତାଙ୍କୁ ଖୋଜି ବାହାର କରିବା ପରେ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଏହି ଦୁଃଖଦ ଘଟଣା ପରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି।
ସେପଟେ ପୁରୀ ବେଳାଭୂମିର ବ୍ଲୁଫ୍ଲାଗ୍ ବିଚ୍ ଅନ୍ତର୍ଗତ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଲହଡ଼ି ମାଡ଼ରେ ଭାସିଯାଇ ବୁଡ଼ି ଯାଉଥିବା ୨ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ଲାଇଫ୍ ଗାର୍ଡମାନେ ସଫଳ ହୋଇଛନ୍ତି।
ସୂଚନା ଥାଉକି, ଆଜି ଦେବସ୍ନାନ ପୂର୍ଣ୍ଣିମାରେ ଠାକୁର ଦର୍ଶନ ନିମନ୍ତେ ଆସିଥିବା ଜଣେ ଯାତ୍ରୀଙ୍କ ଶ୍ରୀମନ୍ଦିରରେ ମୃତ୍ୟୁ ହୋଇଥିଲା।
ସୂଚନା ମୁତାବକ, ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଲୁଣିବର ଖାଦାନରେ ଗତକାଲି ଏକ ପୋକ୍ଲିନ ମେସିନ ଦ୍ୱାରା ପଥର ତାଡ଼ିବା କାମ ଚାଲିଥିବା ବେଳେ ମେସିନ ଖାଦାନର ୫୦ ଫୁଟ ତଳକୁ ଖସିପିଡ଼ିଥିଲା। ଫଳରେ ପୋକ୍ଲିନ ମେସିନ ଅପରେଟର ଓ ହେଲ୍ପର ଗୁରୁତର ଆହତ ହୋଇଥିଲେ। ଖଣିରେ ଉପସ୍ଥିତ ଲୋକେ ସେମାନଙ୍କୁ ଉଦ୍ଧାର କରି ଧର୍ମଶାଳା ମେଡିକାଲରେ ଭର୍ତ୍ତି କରିଥିଲେ।
ସେଠାରେ ଡାକ୍ତର ଅପରେଟରଙ୍କୁ ମୃତ ଘୋଷଣା କରିଥିବା ବେଳେ ହେଲ୍ପରକୁ କଟକ ସ୍ଥାନାନ୍ତର କରାଯାଇଥିଲା। କଟକରେ ଚିକିତ୍ସା ବେଳେ ହେଲ୍ପରଙ୍କ ମୃତ୍ୟୁ ହୋଇଥିବା ଆଜି ଜଣାପଡିଛି। ଖବର ପାଇବା ପରେ ଜେନାପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅପରପଟେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠା ଯାଇଛି। ତେବେ କାହାର ଭୁଲ ଯୋଗୁ ଏତେବଡ଼ ଅଘଟଣ ଘଟିଲା ଜଣାପଡ଼ିନି। ହେଲପର ଜଣକ ନାବାଳକ ହୋଇଥିବା ବେଳେ ତାଙ୍କୁ କିପରି ବିପଦପୂର୍ଣ୍ଣ କାମରେ ନିଯୁକ୍ତ କରାଯାଇଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଠିକ୍ ତିନି ମାସ ତଳେ ସୁଶ୍ରୀ ସଙ୍ଗୀତା ସହ ମନୋଜ କୁମାରଙ୍କ ହାତଗଣ୍ଠି ପଡିଥିଲା। ଦୁଇ ଯୁବ ଡାକ୍ତର ପରସ୍ପରର ହାତ ଧରିଥିଲେ ସାତ ଜନ୍ମ ପାଇଁ। ଏବେବି ମଳିନ ପଡ଼ିନି ବିବାହ କାର୍ଡ ହେଲେ ମଥାରୁ ସିନ୍ଦୁର ପୋଛିନେଇଛି ଯମ। ସ୍ୱାମୀଙ୍କୁ ହରାଇବା ଦୁଃଖରେ ଭାଙ୍ଗି ପଡିଛନ୍ତି ନବବିବାହିତା ଡାକ୍ତରାଣୀ ସ୍ତ୍ରୀ।
ସମ୍ପର୍କୀୟଙ୍କ ସୂଚନା ଅନୁସାରେ, ରାତି ପ୍ରାୟ ସାଢ଼େ ୧୨ଟା ବେଳକୁ ବାଇକରେ କଟକ ଯାଉଥିଲେ ଡାକ୍ତର ମନୋଜ। ହେଲେ ଫାୟାର ଷ୍ଟେସନ ଛକ ପୂର୍ବରୁ ସିଆରପିଏଫ୍ କ୍ୟାମ୍ପସ ଦୁଇ ନମ୍ବର ଗେଟ୍ ସମ୍ମୁଖରେ ଘଟିଲା ଦୁର୍ଘଟଣା। ସଙ୍ଗେସଙ୍ଗେ ତାଙ୍କୁ ସ୍ଥାନୀୟ ଲୋକେ ମେଡିକାଲ ନେଇଥିଲେ। ହେଲେ ସେତେବେଳକୁ ସବୁ ସରିଯାଇଥିଲା।
ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କ୍ୟାନସର ପ୍ରଫେସର ଥିଲେ ଡାକ୍ତର ମନୋଜ କୁମାର। ଗତ ଫେବ୍ରୁଆରୀ ୨୮ରେ କଟକ ଏସ୍ସିବି ମେଡିକାଲର ଡାକ୍ତରାଣୀ ସୁଶ୍ରୀ ସଙ୍ଗୀତାଙ୍କୁ ସେ ବିବାହ କରିଥିଲେ। ଆଜି ବିବାହକୁ ୩ ମାସ ପୁରୁଥିଲା। ସେଲିବ୍ରେସନ ପାଇଁ ଯୋଜନା କରିଥିଲେ ଡାକ୍ତର ଦମ୍ପତି। ଏଥିପାଇଁ କଟକରେ ରହୁଥିବା ପତ୍ନୀଙ୍କ କ୍ୱାର୍ଟର୍ସରେ ହୋଇଥିଲା ସବୁ ପ୍ରସ୍ତୁତି। ହେଲେ ଆଗୁଆ ପହଞ୍ଚି ପତ୍ନୀଙ୍କୁ ସରପ୍ରାଇଜ୍ ଦେବାକୁ ପ୍ଲାନ୍ କରି ରାତି ୧୨ଟା ୧୫ରେ ବାଇକରେ କ୍ୱାର୍ଟର୍ସରୁ ବାହାରିଥିଲେ ମନୋଜ। ହେଲେ ତାଙ୍କ ସରପ୍ରାଇଜ୍, ସରପ୍ରାଇଜ୍ ହୋଇ ରହିଗଲା। ଦଇବ ଏମିତି ଦାଉ ସାଧିବ ବୋଲି କେହି ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ ।
ହେଲେ କେମିତି ଘଟିଲା ଡାକ୍ତର ମନୋଜଙ୍କ ଦୁର୍ଘଟଣା ? ଦ୍ରୁତ ଗତି ଯୋଗୁ ଦୁର୍ଘଟଣା ହୋଇଛି ନା କିଏ ଦୁର୍ଘଟଣା ଘଟାଇଛି, ସେନେଇ ତଦନ୍ତ କରୁଛି ପୁଲିସ।
ମୃତକ ସିର୍ତ୍ତିଗୁଡା ଗାଁର ବିନୋଦ ପ୍ରଧାନଙ୍କ ୮ ବର୍ଷର ପୁଅ ଶୁଭଜିତ ପ୍ରଧାନ। ଶୁଭଜିତ ତୃତୀୟ ଶ୍ରେଣୀର ଛାତ୍ର।
ଶୁଭଜିତ ମାମୁ ଘରକୁ ନିଜ ମାଆଙ୍କ ସହିତ ଖରା ଛୁଟି କାଟିବାକୁ ଯାଇଥିଲା। ସେଠାରେ ଆଜି ସକାଳେ ସାଙ୍ଗମାନଙ୍କ ସହ ପୋଖରୀକୁ ଗାଧୋଇବାକୁ ଯାଇଥିଲା। କୌଣସି କାରଣରୁ ସେ ପୋଖରୀରେ ଗାଧୋଇବା ବେଳେ ବୁଡି ଯାଇଥିଲା।
ଏହା ଜଣାପଡ଼ିବା ପରେ ଗାଁ ଲୋକେ ବହୁ ଖୋଜାଖୋଜି ପରେ ପାଣି ଭିତରୁ ଶୁଭଜିତ୍ଙ୍କୁ ଉଦ୍ଧାର କରି କ.ନୂଆଗାଁ ହସ୍ପିଟାଲକୁ ନେଇଥିଲେ। ତେବେ ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର। ପୁଅକୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
ଶୁଭଜିତ୍ଙ୍କ ବାପା ବିନୋଦ ପ୍ରଧାନ କହିଛନ୍ତି, ଗତକାଲି ପତ୍ନୀ ଓ ପୁଅକୁ ମାମୁ ଘର ଗାଁରେ ଛାଡ଼ି ଆସିଥିଲି। ଆଜି ସକାଳୁ ଏହି ଅଘଟଣ ଘଟିଛି।
ରିପୋର୍ଟ- ବାଲିଗୁଡ଼ାରୁ ଅଜିତ୍ ନାୟକ
ସେ ତାଙ୍କ ପରିବାର ସଦସ୍ୟଙ୍କ ସହ କାରରେ ଯାଉଥିବା ବେଳେ କେ. ଆର. ଅଣ୍ଡରପାସ ନିକଟରେ ସେମାନଙ୍କ କାରଟି ପାଣିରେ ଫସି ଯାଇଥିଲା। କାରର କାଚବାଟେ ପାଣି ପଶିଯାଇଥିବା ବେଳେ ସେମାନେ ବାହାରି ପାରି ନ ଥିଲେ। ସ୍ଥାନୀୟ ଲୋକେ ଏହା ଜାଣିବା ପରେ କାର ଭିତରୁ ସମସ୍ତଙ୍କୁ ଉଦ୍ଧାର କରିଥିଲେ ଓ ସ୍ଥାନୀୟ ମେଡିକାଲକୁ ନେଇଥିଲେ। ତେବେ ଡାକ୍ତର ଭାନୁରେଖାଙ୍କୁ ମୃତ ଘୋଷଣା କରିଥିଲେ।
ସେପଟେ ମୁଖ୍ୟମନ୍ତ୍ରୀ ସିଦ୍ଦରମୟା ହସ୍ପିଟାଲ ଯାଇ ସ୍ଥିତି ଦେଖିବା ସହ ମୃତ ଯୁବତୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି। ଏପଟେ ବର୍ଷାରେ ପୂରା ବେଙ୍ଗଲୁରୁ ସହର ସ୍ଥିତି ବେହାଲ ହୋଇ ପଡ଼ିଛି। ସହରରେ ବହୁ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ କିଛି ସ୍ଥାନରେ ପୁରୁଣା କୋଠା ମଧ୍ୟ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି।
ରାସ୍ତାରେ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଅନେକ ତଳିଆ ସ୍ଥାନରେ ପାଣି ଜମି ରହି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
ପୁଲିସ ସୂଚନା ମୁତାବକ, ଏହି କାର୍ ଦୃତଗତିରେ ଆସି ଯାତ୍ରୀବାହି ଅଟୋକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଅଟୋରେ ବସିଥିବା ଯାତ୍ରୀମାନେ ମୃତାହତ ହୋଇଛନ୍ତି।
ମୃତକମାନେ ହେଲେ ଶେଖର(୪୫), ତାଙ୍କ ପୁଅ ଯଶବନ୍ତ(୯) , ବୃଦ୍ଧ ଦମ୍ପତି ବାଲା ନରସାଇଆ(୭୦) ଓ ମାନେମା(୬୨)। ଯେତେବେଳେ କି ଶେଖରଙ୍କ ପତ୍ନୀ କବିତା ଓ ଅନ୍ୟତମ ପୁଅ ଅଭିଳାଷର ଗୁରୁତର ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଦୁର୍ଘଟଣା ଘଟାଇବା ପରେ କାର୍ର ଡ୍ରାଇଭର ଫେରାର ହୋଇଯାଇଛି। ପୁଲିସ ଏନେଇ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ଘଟଣାସ୍ଥଳରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଜଣେ ମହିଳା ଗୁରୁତର ଆହତ ହୋଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ସୂଚନା ମୁତାବକ, ଅଜୁ ରୋହିଦାସ, ଭବାନୀ ରୋହି ଦାସ ମିସ୍ତ୍ରୀ କାମ ସାରି ଗୋଟିଏ ବାଇକରେ ନିଜ ଗ୍ରାମକୁ ଫେରୁଥିଲେ। ଠେଳକୁଳି ଭୂଷଣରେ କାମ କରୁଥିବା ଶ୍ରମିକ ଉତ୍ତର ପ୍ରଦେଶର ରମେଶ ଯାଦବ ନିଜ ସ୍ତ୍ରୀକୁ ବାଇକରେ ବସାଇ ସୁନ୍ଦରଗଡ଼ରୁ ଫେରୁଥିବା ସମୟରେ ସନ୍ଧ୍ୟା ସମୟରେ ଉଭୟ ବାଇକ ମଧ୍ୟରେ ସାମ୍ନାସାମ୍ନୀ ଧକ୍କା ହୋଇଥିଲା।
ସ୍ଥାନୀୟ ଲୋକ ଓ ପୁଲିସ ସହାୟତାରେ ସମସ୍ତଙ୍କ ରାସ୍ତାରୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। ହେଲେ ୩ ଜଣଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର। ପୁଲିସ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣାର ତଦନ୍ତ କରୁଛି।
ସେପଟେ ଦୁର୍ଘଟଣାର ଖବର ପାଇଁ ମୃତକଙ୍କ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିଥିଲେ। ଫଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
ଅଘଟଣ ପାଇଁ ବିରୋଧୀ ଦଳ ଏଆଇଏଡିଏମ୍କେ ସରକାରଙ୍କ ଦାୟିତ୍ୱହୀନତାକୁ ଦୋଷ ଦେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଏଆଇଏଡିଏମ୍କେ ପକ୍ଷରୁ ସାଧାରଣ ସମ୍ପାଦକ ଇଡିପ୍ପାଡି କେ ପାଲାନିସ୍ୱାମୀ ପ୍ରଶାସନିକ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି।
ସେ ଅଭିଯୋଗ କରିଛନ୍ତି ଯେ, ଏଆଇଏଡିଏମ୍କେ ସରକାର ଥିବା ବେଳେ ଅପ୍ରାକୃତ ମଦ ବିକ୍ରିକୁ ହଟାଇ ଦିଆଇଯାଇଥିଲା। ମାତ୍ର ଏବେ ଏହାକୁ ପୁଣି ଲାଗୁ କରାଯାଇଛି।
ସୂଚନା ଥାଉକି, ଅପ୍ରାକୃତ ମଦ ମଣିଷ ପାଇଁ କ୍ଷତିକାରଣକ। ଏହା ମଣିଷକୁ ଅନ୍ଧ କିମ୍ବା ମଣିଷର ପ୍ରାଣ ନେଇଯାଇପାରେ।
ସୂଚନା ମୁତାବକ, ଅପରାହ୍ନ ପ୍ରାୟ ୪ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡରେ ରଞ୍ଜନ ଓ ତାଙ୍କ ଭାଇଙ୍କ ପ୍ରାୟ ୮ ବଖରା ଘର ଜଳି ଯାଇଛି।ଅଗ୍ନିକାଣ୍ଡ ବେଳେ ଚାଳ ଘର ଭିତରେ ରହି ଯାଇଥିବା ରଞ୍ଜନଙ୍କ ପତ୍ନୀ ପୁଷ୍ପଲତା ବାହାରକୁ ବାହାରି ଆସି ପାରି ନ ଥିଲେ। ଘର ଭିତରେ ହିଁ ସେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ପରିବାର ଲୋକେ ମଧ୍ୟ ପୁଷ୍ପଲତାଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ।
ଖବର ପାଇ ଅଗ୍ନିଶମ ବାହିନୀ ଓ ଚୌଦ୍ୱାର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନି। ବିଦ୍ୟୁତ୍ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଆଶଙ୍କା କରାଯାଉଛି।
ହୀରାକୁଦ ପାୱାର ଚାନେଲରେ ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତଦେହ ମିଳିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା ଜୋର ଧରିଥିଲା। ମୃତଦେହରେ ଥିବା କେତେକ ଆଘାତ ଚିହ୍ନ ଏବଂ ପାରିପାର୍ଶ୍ଵିକ ସ୍ଥିତିକୁ ଆଧାର କରି ହତ୍ୟା ମାମଲା ରୁଜୁ କରିବାକୁ ଚିନ୍ମୟୀଙ୍କ ପରିବାର ପକ୍ଷରୁ ଦାବି ଜୋର ଧରିଥିଲା।
ଅନ୍ୟପଟେ ଏହା ଆତ୍ମହତ୍ୟା ବୋଲି ପୁଲିସ କହିବା ପରେ ଚିନ୍ମୟୀଙ୍କ ମା’ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୁଲିସ ଠିକ ଢଙ୍ଗରେ ତଦନ୍ତ କରୁନାହିଁ ବୋଲି ଅଭିଯୋଗ କରି କ୍ରାଇମବ୍ରାଞ୍ଚ କିମ୍ବା ଅନ୍ୟ କୌଣସି ତଦନ୍ତକାରୀ ସଂସ୍ଥା ଦ୍ୱାରା ତଦନ୍ତ କରିବା ପାଇଁ ସେ ଆବେଦନରେ ଉଲ୍ଲେଖ କରିଥିଲେ। ଆଜି ମାମଲାର ପ୍ରାରମ୍ଭିକ ଶୁଣାଣି କରି ହାଇକୋର୍ଟ ଏହି ଷ୍ଟାଟସ ରିପୋର୍ଟ ମାଗିଛନ୍ତି। ମେ' ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ସ୍ଥିର ହୋଇଛି।
ରାତି ପ୍ରାୟ ୮ଟା ବେଳେ ଗୁଣୁପୁର ଆସୁଥିବା ଘରୋଇ ବସ୍ ଧକ୍କା ଦେବା ପରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଗୁଣପୁର ମେଡିକାଲକୁ ଅଣାଯାଇଥିଲା। ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।
ଗୁଣୁପୁର ପୁଲିସ୍ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ଓ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ବସ ଚାଳକକୁ ଅଟକ ରଖିବା ସହ ଦୁର୍ଘଟଣା ଗ୍ରସ୍ତ ବସ୍ ଓ ବାଇକ୍କୁ ଜବତ କରିଛି।
ସେପଟେ ଏସମ୍ପର୍କରେ ଖବର ପାଇବା ପରେ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିଥିଲେ। ଯାହାପରେ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଥିଲା।
ରିପୋର୍ଟ- ଗୁଣୁପୁରରୁ ଇନ୍ଦ୍ରଜିତ୍ କୁମାର ପଣ୍ଡା
ରୋଗରେ ପଡ଼ିଥିବା ଉଦୟର ଚିକିତ୍ସା ହେଉଥିଲା। ତେବେ ସେ କେଉଁ ପ୍ରକାର ରୋଗରେ ପଡ଼ି ଜୀବନ ହରାଇଛି ତାହା ଜଣାପଡ଼ିନି। ଆଜି ସକାଳେ ସେ ଅସୁସ୍ଥ ହୋଇପଡ଼ିବା ଦେଖି ବନ ବିଭାଗ କର୍ତ୍ତୃପକ୍ଷ ତାହାର ଚିକିତ୍ସା ଆରମ୍ଭ କରିଥିଲେ। ଡାକ୍ତରଖାନାରେ ଚିକିତ୍ସା ଚାଲିଥିବେ ବେଳେ ଅପରାହ୍ନ ୪ଟାରେ ତାହାର ମୃତ୍ୟୁ ହୋଇଛି।
ଅସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ ହେବ। ଏହି ସମୟରେ ଭିଡିଓଗ୍ରାଫି ଓ ଫଟୋଗ୍ରାଫି କରାଯିବ। ଉଦୟକୁ ଚଳିତ ବର୍ଷ ଫେବ୍ରୁଆରୀ ୧୮ ତାରିଖରେ ଅନ୍ୟ ୧୧ ଚିତାଙ୍କ ସହ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଅଣାଯାଇଥିଲା। ଉଦୟକୁ ମିଶାଇ କୁନୋ ଜାତୀୟ ଉଦ୍ୟାନରେ ଦୁଇ ଚିତାଙ୍କ ମୃତ୍ୟୁ ହୋଇଛି।
କାରଣ ନାମିବିଆ ଓ ସାଉଥ୍ ଆଫ୍ରିକାରୁ ମୋଟ ୨୦ ଚିତା ଭାରତକୁ ଅଣାଯାଇଥିବା ବେଳେ ଗତ ମାର୍ଚ୍ଚରେ ଅନ୍ୟତମ ଚିତା ଶାଶ୍ର ମୃତ୍ୟୁ ହୋଇଥିଲା। ତେଣୁ ୨ ଚିତାଙ୍କ ଅକାଳ ମୃତ୍ୟୁ ପରେ ଏହି ଜାତୀୟ ଉଦ୍ୟାନରେ ଏବେ ୧୮ଟି ଚିତା ରହିଛନ୍ତି।
କେଦାରନାଥ ଧାମର ହେଲିପ୍ୟାଡ୍ରେ ଏହି ଘଟଣା ଘଟିଛି। ସେ ସେଲ୍ଫି ନେଉଥିବା ବେଳେ ଚଳନ୍ତା ହେଲିକପ୍ଟର ଟେଲ ରୋଟର୍ ବ୍ଲେଡ୍ ସଂସ୍ପର୍ଶରେ ଆସି ଯାଇଥିଲେ। ବ୍ଲେଡ ମାଡ଼ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।
ତୀର୍ଥଯାତ୍ରୀଙ୍କ ପାଇଁ ଚାର ଧାମ ଯାତ୍ରା ଆରମ୍ଭ ହେବାର ଗୋଟିଏ ଦିନ ପରେ ଏହି ଘଟଣା ଘଟିବା ଆଲୋଚନାକୁ ବଢ଼ାଇଛି।
ଅକ୍ଷୟ ତୃତୀୟା ଅବସରରେ ଉତ୍ତରକାଶୀ ଜିଲ୍ଲାର ଗାଙ୍ଗା ଏବଂ ଯମୁନା ସ୍ନାନ ନିମନ୍ତେ ଯାତ୍ରୀଙ୍କ ପାଇଁ ପଞ୍ଜୀକରଣ ପୋର୍ଟାଲ ଖୋଲିଥିଲା। ୧୬ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ତୀର୍ଥଯାତ୍ରା ପାଇଁ ପଞ୍ଜୀକୃତ ହୋଇସାରିଛନ୍ତି ଏବଂ ଏହି ସଂଖ୍ୟା ବୃଦ୍ଧି ପାଉଛି। ଯେତେବେଳେ କି ଯାତ୍ରୀଙ୍କ ଠାକୁର ଦର୍ଶନ ନିମନ୍ତେ କେଦାରନାଥ ମନ୍ଦିର ଏପ୍ରିଲ ୨୫ରେ ଏବଂ ବଦ୍ରିନାଥ ମନ୍ଦିର ୨୭ ଏପ୍ରିଲରେ ଖୋଲାଯିବ।
ଆଜି ସକାଳୁ ଜଣେ ପଡ଼ୋଶୀଙ୍କ ମୃତ୍ୟୁ ହେବାରୁ ସେ ଗାଁ ନିକଟ ବାରୁଣୀ ଶ୍ମଶାନ ଘାଟକୁ ଦାହ ସଂସ୍କାର କରିବାକୁ ଅନ୍ୟମାନଙ୍କ ସହ ଯାଇଥିଲେ। କାମ ସାରି ଶ୍ମଶାନ ଘାଟକୁ ଲାଗିଥିବା ବୈତରଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ସହ ଅନ୍ୟ କେହି ବି ନ ଥିଲେ। ଗାଧୋଇବା ବେଳେ ଗଣ୍ଡରେ ବୁଡ଼ି ଯାଇଥିଲେ। ଘରକୁ ନ ଫେରିବାରୁ ପରିବାର ଲୋକଙ୍କ ସନ୍ଦେହ ବଢ଼ିଥିଲା। ଖୋଜାଖୋଜି କରିଥିଲେ ହେଁ ତାଙ୍କ ପତ୍ତା ମିଳି ନଥିଲା। ତେଣୁ ଅଗ୍ନିଶମ ବାହିନୀକୁ ନଦୀରେ ଖୋଜାଖୋଜି କରିବାକୁ ଡକାଇଥିଲେ।
ଅଗ୍ନିଶମ ବାହିନୀ ଖୋଜାଖୋଜି କରି ପାଣି ଭିତରରୁ ନିଶିକାନ୍ତଙ୍କୁ ଠାବ କରିଥିଲେ। ପରେ ତାଙ୍କୁ ଦମକଳ ଯୋଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଏହା ଜାଣିବା ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
ଗ୍ରାମର ଜଣେ ପଡୋଶୀଙ୍କ ଶବ ସଂସ୍କାର କରିବାକୁ ଆସି ଏହି ଯୁବକ ନିଜେ ଶବ ହୋଇଯିବା ଘଟଣା ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି।
ରିପୋର୍ଟ- ଯାଜପୁରରୁ ସଞ୍ଜୀବ ନାୟକ
ସୂଚନା ମୁତାବକ, ଏହି ଗ୍ରାମର ରୋହିତାସ ଜେନାଙ୍କ ଶିଶୁପୁତ୍ର ରୋହନ କୁମାର ଜେନା ଘର ଅଗଣାରେ ଖେଳୁଥିଲା। ଘର ଲୋକଙ୍କ ନଜର ନ ଥିବା ବେଳେ ସେ ଘର ପୋଖରୀ ପର୍ଯ୍ୟନ୍ତ ଚାଲିଯାଇ ପାଣି ଭିତରକୁ ଖସି ପଡିଥିଲା। ଲୋକଙ୍କ ନଜର ପଡ଼ିବା ପରେ ଶିଶୁକୁ ପାଣିରୁ ବାହାର କରି ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିବାର ଲୋକେ ନେଇଥିଲେ। ହେଲେ ସେଠାରେ ଶିଶୁକୁ ମୃତ ଘୋଷଣା କରିଥିଲେ ଡାକ୍ତର।
ଏହା ପରେ ଚିକିତ୍ସାଳୟରେ ଉପସ୍ଥିତ ଥିବା ବେତଡା ରତାଙ୍ଗ ବାତ୍ୟା ଆଶ୍ରୟସ୍ଥଳୀର ସମ୍ପାଦକ ଶ୍ୟାମସୁନ୍ଦର ନାୟକ ଶିଶୁକୁ ବଞ୍ଚାଇବା ପାଇଁ ଲୁଣ ଉପାଚାର ଦେଇ ବଞ୍ଚାଇ ହେବ ବୋଲି ପରାମର୍ଶ ଦେଇଥିଲେ। ପରାମର୍ଶ ମୁତାବକ ଡାକ୍ତରଖାନା ବାହାରେ ଶିଶୁର ମୁଣ୍ଡକୁ ଛାଡ଼ି ବାକି ଶରୀରକୁ ଲୁଣରେ ପୋତି ଉପଚାର କରାଯାଇଥିଲା। ଏଥିନିମନ୍ତେ ବହୁସଂଖ୍ୟକ ଲୁଣ ପ୍ୟାକେଟ ଅଣାଯାଇଥିଲା। ହେଲେ କିଛି ଲାଭ ହୋଇ ନ ଥିଲା। ତେଣେ ଏଭଳି ଅନ୍ଧବିଶ୍ୱାସକୁ ଅନେକ ଲୋକ ନାପସନ୍ଦ କରିଛନ୍ତି।
ତେବେ ଶ୍ୟାମସୁନ୍ଦର ନାୟକଙ୍କ କହିବା କଥା, ପାଣିରେ ପଡ଼ି ଯାଇଥିବା ଶିଶୁକୁ ତୁରନ୍ତ ବାହାର କରି ଲୁଣ ଉପଚାର କରାଯିବାର ପ୍ରାୟ ଦେଢ଼ ଘଣ୍ଟା ଭିତରେ ସେ ଜୀବିତ ହୋଇ ଉଠିଥାଏ। ସେ ଏନେଇ ରେଡକ୍ରସ୍ରେ ତାଲିମ ନେଇ ଜାଣିବାକୁ ପାଇଥିଲେ। ଏମିତି ପ୍ରାୟ ୪ଟା ଘଟଣାରେ ସଫଳତା ତାଙ୍କ ଗାଁରେ ହୋଇଥିବା କରି ଦେଖାଇଛନ୍ତି। ତେବେ ଆଜି ପାଣିରେ ପଡ଼ିଥିବା ପିଲାଟିର ଖୁବ୍ ବିଳମ୍ବରେ ଲୁଣ ଉପଚାର ହୋଇଥିବାରୁ ଏହା କେତେଦୂର ସଫଳ ହେବ କହିବା ମୁସକିଲ ବୋଲି ଶ୍ରୀ ନାୟକ କହିଛନ୍ତି।
ସେପଟେ ପୁଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବାକୁ ପଦକ୍ଷେପ ନେଇଛି। ସେପଟେ ଶିଶୁକୁ ହରାଇ ତା’ ବାପା, ମାଆ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
ରିପୋର୍ଟ ବାସୁଦେବପୁରରୁ ସୂର୍ଯ୍ୟଦୟ ବିଶ୍ୱାଳ
ସୂଚନା ମୁତାବକ, ଗତ ରାତିରେ ସନାତନଙ୍କ ପାଖକୁ ତାଙ୍କ ସାଙ୍ଗ ଆକାଶର ଫୋନ୍ ଆସିଥିଲା। ଆକାଶଙ୍କ ବଡ଼ଭାଇ ଭଲପାଉଥିବା ପଡୋଶୀ ଗାଁର ଜୈନିକ ଝିଅକୁ ନେଇ ଫେରାର ହୋଇଯାଇଥିବା ସେ ଜାଣିବାବୁ ପାଇଥିଲେ। ପରେ ଆକାଶଙ୍କ ଅନୁରୋଧ କରେ ସାହାଯ୍ୟକୁ କରିବାକୁ ରାତି ଅଧରେ ବାହାରି ପଡ଼ିଥିଲେ ସନାତନ।
ସେ ଆକାଶଙ୍କ ବଡ଼ଭାଇଙ୍କ ପାଖରେ ପହଞ୍ଚି ବହୁ ବୁଝାସୁଝା କରି ଘରକୁ ଯିବାକୁ କହିଥିଲେ। ଏହି ସମୟରେ ଆକାଶ ମଧ୍ୟ ଉପସ୍ଥିତ ରହି ବୁଝାସୁଝା କରିଥିଲେ। ମାତ୍ର ଆକାଶଙ୍କ ବଡ଼ ଭାଇ ଘରକୁ ଯିବାକୁ ନାରାଜ ହୋଇଥିଲେ। ତେଣୁ ଉଭୟ ପ୍ରେମୀ ଯୁଗଳଙ୍କୁ କୈରାସୀ ଛକରୁ ନାରାୟଣୀ ଛକ ପର୍ଯ୍ୟନ୍ତ ଛାଡ଼ିବାକୁ ଆକାଶ ବାଇକ୍ରେ ଯାଇଥିଲେ। ଅନ୍ୟପଟେ ଆକାଶଙ୍କ ଫେରିବା ବାଟକୁ କୈରାସୀ ଛକରେ ଚାହିଁ ବସିଥିଲେ ସନାତନ। ଆକାଶ ଫେରି କୈରାସୀ ଛକରେ ସନାତନଙ୍କୁ ଖୋଜିଥିଲେ। ହେଲେ ପାଇନଥିଲେ। ତେଣୁ ଆକାଶ ଘରକୁ ଚାଲିଯାଇଥିଲେ।
ସେପଟେ ସନାତନ ଘରକୁ ଫେରି ନ ଥିବାରୁ ସକାଳୁ ତାଙ୍କ ପରିବାର ଲୋକେ ତନାଘନା ଆରମ୍ଭ କରିଥିଲେ। ଆକାଶଙ୍କୁ ପଚାରିଥିଲେ। ଆକାଶ ପୂର୍ବଘଟଣା କହିବା ସହ ସନାତନକୁ ଖୋଜିବାକୁ ବାହାରିଥିଲା। ସନାତନଙ୍କ ପରିବାର ଲୋକେ ଓ ଆକାଶ ଖୋଜାଖୋଜି କରିବା ବେଳେ କୈରାସୀ ଛକରେ ଥିବା ଏକ କୂଅରୁ ୨୫ ବର୍ଷିୟ ସନାତନଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଯାହାପରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏକମାତ୍ର ପୁଅକୁ ହରାଇ ବାପା, ମା’ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
ଖବର ପାଇ ଦମକଳ ବାହାନୀ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବାହାର କରିଥିଲା। ଏନେଇ ଏକ ଅପମୃତ୍ୟୁ ମାମଲା କରି ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ତେବେ ଏହା ହତ୍ୟା ନା ଏହି ଘଟଣା ପଛରେ ଅନ୍ୟକିଛି ଉଦ୍ଦେଶ୍ୟ ରହିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଛି।
ରିପୋର୍ଟ- ଖଲିକୋର୍ଟରୁ ସିଲୁ ବିଶ୍ୱାଳ
ରିଙ୍କି ଗତକାଲି ରାତିରେ ପ୍ରସବ ଯନ୍ତ୍ରଣା ପାଇବାରୁ ତାଙ୍କୁ ପରିବାର ଲୋକେ ତୁରନ୍ତ ଉଦୟପୁର ସରକାରୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଏଠାରେ ଥିବା ଡାକ୍ତର ଓ ନର୍ସ ରିଙ୍କିଙ୍କ ସ୍ଥିତି ଦେଖିବା ପରେ ଡରିବାର କିଛିନାହିଁ ବୋଲି ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଥିଲେ। ହେଲେ ରିଙ୍କି ଓ ତାଙ୍କ ଗର୍ଭସ୍ଥ ଶିଶୁର ଅବସ୍ଥା ଖରାପ ହେଉଥିବା ଦେଖି ଆଜି ସକାଳୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯିବାକୁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ରିଙ୍କିଙ୍କୁ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ। ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ଏହି ସମୟରେ ତାଙ୍କୁ ଅକ୍ସିଜେନ୍ ଦିଆଯାଇଥିଲା। ଏଠାରୁ ତାଙ୍କୁ ଅପରେସନ ରୁମ୍କୁ ନିଆଯାଇଥିବା ବେଳେ ଗର୍ଭସ୍ଥ ଶିଶୁ ସହ ମୃତ୍ୟୁ ହୋଇଥିଲା।
ସ୍ୱାମୀ ରାଜ କିଶୋର ପାତ୍ର କହିଛନ୍ତି, ବାରମ୍ବାର ରୋଗୀକୁ ଏ ଡାକ୍ତରଖାନରୁ ସେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବାରୁ ଏଭଳି ଦୁଃଖଦ ଘଟଣା ଘଟିଛି। ମୃତକର ମା’ ଭାଗବତୀ ପାତ୍ର କହିଛନ୍ତି, ଚିକିତ୍ସା ଅବହେଳା କରିବାରୁ ଝିଅ ଓ ତା’ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଛି। ମୃତକର ଭଉଣୀ ସୁଜାତା ପାତ୍ର କହିଛନ୍ତି, ରିଙ୍କିର ତୃତୀୟ ପିଲା ହେବାର ଥିଲା। ରିଙ୍କିକୁ ଭର୍ତ୍ତି କରିବା ବେଳେ ଉଦୟପୁର ଡାକ୍ତରଖାନାରେ ଅପରେସନ ସୁବିଧା ନ ଥିବା ପରିବାର ଲୋକେ ଜାଣି ନ ଥିଲେ। ଏନେଇ ମଧ୍ୟ ଡାକ୍ତରଖାନା ପକ୍ଷରୁ କୁହାଗଲା ନାହିଁ। ଯେତେବେଳେ ମା’ ଓ ଗର୍ଭସ୍ଥ ଶିଶୁଙ୍କ ଅବସ୍ଥା ସଙ୍କଟାପନ୍ନ ହେଲା ସେତେବେଳକୁ ଏନେଇ କୁହାଗଲା। ସେଠାରୁ ରୋଗୀଙ୍କୁ ଅକ୍ସଜେନ୍ ଲଗାଇ କେନ୍ଦୁଝର ଅଣାଗଲା। ଏଠାରେ ପହଞ୍ଚିବା କ୍ଷଣି ଅକ୍ସଜେନ୍ ଖୋଲିଦିଆଗଲା। ଲେବର ରୁମ୍କୁ ନିଆଯିବାର କିଛି ସମୟ ପରେ ମା’ ଓ ଗର୍ଭସ୍ଥ ଶିଶୁଙ୍କ ମୃତ୍ୟୁ ହୋଇଗଲା ବୋଲି ନର୍ସ ଆସି କହିଲେ। ଏଥିରୁ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଏହି ଦୁଃଖଦ ଘଟଣା ଘଟିଲା ବୋଲି ଜଳଜଳ ଦିଶୁଥିବା ସୁଜାତା କହିଛନ୍ତି।
ତେବେ ଏ ନେଇ ଚିକିତ୍ସା କରୁଥିବା ଡାକ୍ତର କିମ୍ବା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ଅନ୍ୟପଟେ ପତ୍ନୀ ଓ ଗର୍ଭସ୍ଥ ଶିଶୁର ମୃତଦେହ ମିଳି ନଥିବାରୁ ଏହି ପରିବାର ଲୋକେ ମେଡ଼ିକାଲ ଫାଣ୍ଡିର ଦ୍ଵାରସ୍ଥ ହୋଇଛନ୍ତି।
ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି
ସୂଚନା ଥାଉକି, ଦଣ୍ଡଯାତ୍ରାର ପରଭା ଉତ୍ସବରେ ଅଭିନୟ କରିବା ପରେ ସେ ନିଖୋଜ ହୋଇଯାଇଥିଲେ। ଏହାକୁ ନେଇ ଦୁଇ ଗାଁ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା। ନିଖୋଜ ଦଣ୍ଡୁଆଙ୍କ ଗ୍ରାମବାସୀ ଦଣ୍ଡଯାତ୍ରା ହେଉଥିବା ଗାଁ କୃଷ୍ଣଚନ୍ଦ୍ରପୁରରେ ଆସି ପ୍ରତିବାଦ କରିଥିଲେ। ଧାରଣା ଦେବା ସହ ଦଣ୍ଡୁଆଙ୍କୁ ଖୋଜି ଦେବାକୁ ଦାବି କରିଥିଲେ ।
ଶେଷରେ ବିଜୟଙ୍କ ମୃତଦେହ ମିଳିଛି। ଯାହାକୁ ନେଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ସେମାନେ ପୁଲିସରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ, ଶ୍ୟାମପୁର ଗାଁ’ ସ୍ଥିତ ଏକ ମଠ ନିକଟରେ ଥିବା ପୋଖରୀକୁ ୩ ଜଣ ସାଙ୍ଗ ଗାଧୋଇବା ପାଇଁ ଯାଇଥିଲେ। ଦୁଇ ସାଙ୍ଗ ପୋଖରୀ ଉପରେ ଠିଆ ହୋଇଥିବା ବେଳେ ଜଣେ ପାଣିରେ ଗାଧୋଇବା ବେଳେ ବୁଡି ଯାଇଥିଲେ।
ଏହା ଦେଖିବା ପରେ ଉପରେ ଠିଆ ହୋଇଥିବା ଗୋଟିଏ ସାଙ୍ଗ ପାଣିକୁ ଡେଇଁ ସାଙ୍ଗକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ଦୁହେଁ ପାଣି ଭିତରେ ଧରାଧରି ହୋଇ ବୁଡ଼ି ଯାଉଥିବା ଲକ୍ଷ୍ୟ କରି ଅନ୍ୟ ସାଙ୍ଗ ଜଣଙ୍କ ଲୋକଙ୍କୁ ଡାକ ପକାଇଥିଲା। ଲୋକେ ପହଞ୍ଚିବା ବେଳକୁ ଦୁହେଁ ପାଣିରେ ବୁଡ଼ି ସାରିଥିଲେ।
ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚିଥିଲା ଓ ସ୍ଥାନୀୟ ଲୋକଙ୍କ ସହ ମିଶି ପୋଖରୀରୁ ଦୁହିଁଙ୍କୁ ଖୋଜି ବାହାର କରାଯାଇଥିଲା। ପରେ ଦୁହିଁଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲା।
ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବଢ଼ିଲା ପୁଅମାନଙ୍କୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
ରିପୋର୍ଟ- ଭଦ୍ରକରୁ ପାର୍ଥସାରଥୀ ନାୟକ
ରାଜସ୍ଥାନର ଅଞ୍ଚଳର ଏକ ଦମ୍ପତି ବୌଦ୍ଧରେ ରହୁଥିବା ବେଳେ ଏଠାରେ ବିଭିନ୍ନ ଜିନିଷ ବିକି ନିଜ ପରିବାର ପୋଷୁଥିଲେ। ସେମାନେ ବୌଦ୍ଧରେ ଏକ ଘର ଭଡ଼ା ନେଇ ସ୍ୱାମୀ, ସ୍ତ୍ରୀ, ଛୋଟ ଛୁଆ ଓ ଦିଅର ରହୁଥିଲେ।
ଗତକାଲି ସମସ୍ତେ ରାମଲୀଳା ଦେଖିବାକୁ ଯାଇଥିଲେ। ସେଠାରେ ମହିଳାଙ୍କ ଦିଅର ରହିଯାଇଥିବା ବେଳେ ଅନ୍ୟମାନେ ଫେରି ଆସିଥିଲେ । ମାତ୍ର ଘରେ କୌଣସି କାରଣରୁ ପତିପତ୍ନୀଙ୍କ ଝଗଡ଼ା ହୋଇଥିବା ଅନୁମାନ କରାଯାଉଛି।
ମହିଳାଙ୍କ ଦିଅର ବିଳମ୍ବିତ ରାତିରେ ଫେରିବା ବେଳକୁ କବାଟ ଖୋଲାଥିବା ବେଳେ ଭାଉଜଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ଏଥିସହ ଉକ୍ତ ରୁମ୍ରେ ପିଲାଟି ବି ଶୋଇଥିଲା। ତେବେ ସେ ନିଜ ଭାଇଙ୍କ ପତ୍ତା ପାଇପାରି ନ ଥିଲେ।
ଏନେଇ ସେ ଘର ମାଲିକଙ୍କୁ ଖବର ଦେଇଥିଲେ। ଘର ମାଲିକ ଏନେଇ ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ଆଦର୍ଶ ଥାନା ପୁଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ମହିଳାଙ୍କ ସ୍ୱାମୀଙ୍କ ପତ୍ତା ମିଳିପାରିନି । ପୁଲିସ୍ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବି କରି ଲୋକେ ରାସ୍ତାରେ ଧାରଣା ଦେଇଥିଲେ। ଖବର ପାଇ ପୁଲିସ ପହଞ୍ଚିଥିଲା। ଗୁରୁତରଙ୍କୁ ପିସିଆର ଯୋଗେ ଡାକ୍ତରଖାନା ନେବା ସହ ଲୋକଙ୍କୁ ବୁଝାସୁଝା କରିଥିଲା। ପ୍ରାୟ ଘଣ୍ଟାଏ ପରେ ଲୋକେ ଧାରଣାରୁ ଉଠିଥିଲେ।
ବାରିପଦାର ବାସିନ୍ଦା ଅଜିତ୍ କୁମାର ଦାଶଙ୍କ ଅଭିଯୋଗ ମୁତାବକ ବାରିପଦା ସହରର ରାସ୍ତାଗୁଡ଼ିକ ଜବର ଦଖଲ ହେବାରେ ଲାଗିଛି। ରାସ୍ତା ଉପରେ ଦୋକାନ ବଜାର ବସୁଛି। କିଣାକିଣି କରିବାକୁ ଆସୁଥିବା ବେଳେ ଲୋକେ ରାସ୍ତା ଉପରେ ଗାଡ଼ି ପାର୍କିଂ କରୁଛନ୍ତି। ଫଳରେ ଯାତାୟତ ରାସ୍ତା ସଙ୍କୁଚିତ ହେଉଛି ଓ ଦୁର୍ଘଟଣା ଘଟୁଛି। ରାସ୍ତା ଉପରୁ ଜବରଦଖଲ ହଟାଇବାକୁ ସ୍ଥାନୀୟ ପ୍ରଶାସନ କିମ୍ବା ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ହେଲେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଶୂନ୍ୟ କରିବାକୁ ପୁଲିସ, ପରିବହନ ବିଭାଗକୁ ଲଗାଇ ଧରପଗଡ଼ କରି ଜରିମାନା ଆଦାୟରେ ବ୍ୟସ୍ତ ରହୁଛନ୍ତି। ସଡ଼କ ସୁରକ୍ଷା ନିୟମ ଠିକ୍ ଭାବେ ଲାଗୁ କରିବାରେ ସରକାର ଉଚିତ୍ ଦୃଷ୍ଟି ଦେଉନାହାନ୍ତି। ଫଳତଃ ଆଜି ଏହି ଜୀବନହାନି ହୋଇଛି। ଏଥିପାଇଁ ସରକାର ଦାୟୀ ବୋଲି ଅଜିତ୍ କହିଛନ୍ତି।
ତେବେ ଏନେଇ ପୁଲିସ ପ୍ରତିକ୍ରିୟା ମିଳିପାରିନି।
ରିପୋର୍ଟ- ବାରିପଦାରୁ ମାନିକ୍ ଲାଲ୍ ପାଣି
ପୁଅର ମୃତଦେହକୁ ଛାତିରେ ଚାପି ଧରି ଅନାବିଳ ସ୍ନେହ କରୁଥିବା ବାପା ଓ ପରିବାର ଲୋକେ ଦୁଃଖରେ କାନ୍ଦିକାନ୍ଦି ଅଥୟ ହୋଇପଡ଼ୁଥିଲେ। ଯାହା ସଭିଙ୍କ ହୃଦୟକୁ ଦୁଃଖରେ ବ୍ୟଥିତ କରିଦେଉଥିଲା।
କେମିତି ବା ହୃଦୟଟା ସହିବ। ସୂଚନା ମୁତାବକ, ମିସ୍ତ୍ରୀ କାମ କରୁଥିବା ରଂଜିତ ଶୁକ୍ରବାର ସକାଳୁ ପୁଅକୁ ଗେଲ କରି ସାରି ପ୍ରତିଦିନ ଭଳି କାମକୁ ବାହାରି ଯାଇଥିଲେ। ଯିବା ବେଳେ ତାଙ୍କର ଏହି ଶିଶୁପୁତ୍ର ଖଗେଶ୍ୱର ସାଙ୍ଗରେ ଯିବାକୁ ଜିଦ୍ କରିଥିଲା ଓ ପଛେ ଗୋଡ଼ାଇଥିଲା। ହେଲେ ବାପା ବୁଝାଇସୁଝାଇ ଘରେ ଛାଡ଼ି ଯାଇଥିଲେ। ହେଲେ କିଛି କ୍ଷଣିକ ପରେ ସବୁକିଛି ଓଲଟାପାଲଟ ହୋଇଯାଇଥିଲା।
ଘର ବାରିପଟ ରଞ୍ଜିତଙ୍କ ସ୍ତ୍ରୀ କୌଣସି କାମ କରୁଥିବା ବେଳେ ପୁଅ ଦାଣ୍ଡ ଦୁଆରେ ଖେଳୁଥିଲା। କାମ ସାରି ପୁଅକୁ ନେବାକୁ ରଞ୍ଜିତଙ୍କ ସ୍ତ୍ରୀ ଦାଣ୍ଡ ଦୁଆରେ ପହଞ୍ଚିବା ବେଳକୁ ପୁଅକୁ ଏକ ନାଗ ସାପ ଚୋଟ ପରେ ଚୋଟ ମାରି ଚାଲିଥିଲା। ପୁଅ କାନ୍ଦି ବୋବାଇ ଚିତ୍କାର କରୁଥିଲା। ସାପକୁ ଘଉଡ଼ାଇବା ପରେ ସଙ୍ଗେସଙ୍ଗେ ପୁଅକୁ ଖଲ୍ଲିକୋଟ ମେଡିକାଲକୁ ନେଇଯାଇଥିଲେ। ହେଲେ ସେତବେଳକୁ ସବୁ କଥା ସରିଥିଲା। ଡାକ୍ତରଖାନାରେ ଶିଶୁକୁ ମୃତ ଘୋଷଣା କରିଥିଲେ ଡାକ୍ତର। ଖବର ପାଇ ଶିଶୁର ବାପା ଓ ପରିଜନ ଡାକ୍ତରଖାନାରେ ପହଞ୍ଚିଥିଲେ। ଏହାପରେ କାନ୍ଦବୋବାଳିରେ ଡାକ୍ତରଖାନାର ଫାଟି ପଡ଼ିଥିଲା।
ସେପଟେ ଶିଶୁକୁ ଚୋଟ ମାରିଥିବା ନାଗ ସାପକୁ ସ୍ଥାନୀୟ ଜଣେ ସାପ ଧରାଳି ଆସି ଧରିଥିଲେ।
ରଞ୍ଜିତ ଦାସଙ୍କ କହିବା କଥା, ବହୁ ଅପେକ୍ଷା ପରେ ଗାଁ ଠାକୁରାଣୀ ମନ୍ଦିରରେ ମାନସିକ କରି ତାଙ୍କ ଦୟାରୁ ଏହି ପୁଅ ହୋଇଥିଲା। ହେଲେ ଆଜି ଏଭଳି ଅଚାନକ ପୁଅର ଅକାଳ ମୃତ୍ୟକୁ ସେ ବିଶ୍ୱାସ କରିପାରୁନାହାନ୍ତି।
ଅଘଟଣ ଖବର ପାଇ ପୁରୁଷୋତ୍ତମପୁର ଥାନା ପୁଲିସ ଖଲ୍ଲିକୋଟ ମେଡ଼ିକାଲରେ ପହଞ୍ଚିଥିଲା। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
ରିପୋର୍ଟ- ଖଲିକୋର୍ଟରୁ ସିଲୁ ବିଶ୍ୱାଳ
ଲୋକେ ଅଭିଯୋଗ କରିଛନ୍ତି, ସଦର ବିଧାୟକ ପ୍ରତିଶ୍ରୁତି ଦେଇଥିଲେ ଯେ ଗୁରୁତରଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇ ଭଲ ଚିକିତ୍ସା କରାଯିବ। ବିଏସ୍କେୱାଇ କାର୍ଡରେ ସବୁ ସୁବିଧା ମିଳିପାରିବ। ମାତ୍ର କଟକ ଏସ୍ସିବିରେ ଗୁରୁତରଙ୍କୁ ଆଇସିୟୁ ଭର୍ତ୍ତି କରାଯାଇ ନ ଥିଲା କିମ୍ବା ଭଲ ଚିକିତ୍ସା ମିଳିଲାନି। ତେଣୁ ଚିକିତ୍ସା ଅଭାବରୁ ଲୋକଟିର ମୃତ୍ୟୁ ହେଲା।
ଲୋକେ ଦାବି କରିଛନ୍ତି, ତୁରନ୍ତ ବିଧାୟକ ପହଞ୍ଚି ଲୋକଙ୍କୁ ଏହାର ଉତ୍ତର ଦିଅନ୍ତୁ। ଘଟଣାକୁ ୬ ଦିନ ପୂରିବାକୁ ବସିଥିବା ବେଳେ ପ୍ରଶାସନ ପକ୍ଷରୁ ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରାଗଲାନାହିଁ କିମ୍ବା ସହାୟତା କରାଗଲା ନାହିଁ। ତୁରନ୍ତ ଏହାର ବିଚାର କରାଯାଇ ଉପଯୁକ୍ତ ସହାୟତା ଯୋଗାଇ ଦିଆଯାଉ।
ସେପଟେ ଏହି ଘଟଣାରେ ଅନ୍ୟ ୨ ଗୁରୁତର ଶିଶୁ ବାଲେଶ୍ୱର ମେଡିକାଲରେ ଓ ମାଆ କଟକ ଏସ୍ସିବିରେ ଚିକିତ୍ସାଧୀନ ଅଛନ୍ତି। ଏହି ଦୁଃଖଦ ଘଟଣାକୁ ନେଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ଉତ୍ତେଜନା ସ୍ଥଳରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଛି।
ଛତ୍ରପୁରରେ କନଷ୍ଟେବଲ ନିଯୁକ୍ତ ପାଇଁ ଦୌଡ଼ିବା ବେଳେ ଜଣେ ଯୁବକ ଅସୁସ୍ଥ ହେବାରୁ ଛତ୍ରପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କୁ ଏମ୍କେସିଜି ସ୍ଥାନାନ୍ତର କରାଯାଇଥିଲା। ହେଲେ ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ମୃତକ ଖଲ୍ଲିକୋଟ ବ୍ଲକ ଶ୍ୟାମସୁନ୍ଦରପୁର ଗାଁ’ର ଦୀପ୍ତିରଞ୍ଜନ ଦାଶ(୨୦)।
ସେହିପରି ରାୟଗଡା ଜିଲ୍ଲା ପୁଲିସ ପକ୍ଷରୁ ଜେକେପୁର ଠାରେ ଥିବା ପୁଲିସ ରିଜର୍ଭ ପଡ଼ିଆରେ ପୁଲିସ କନେଷ୍ଟବଲ ନିଯୁକ୍ତି ଦୌଡ଼ ପରୀକ୍ଷା ବେଳେ ୨ ଯୁବକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ଗୁରୁତର ଦୁଇ ଯୁବକଙ୍କ ଘର ଆମ୍ବାଦଳା ଓ ଗୁଣୁପୁରୁ ବୋଲି ଜଣାପଡ଼ିଛି।
ଜେକେପୁର ଠାରେ ଥିବା ପୁଲିସ ରିଜର୍ଭ ପଡ଼ିଆରେ ଦୌଡ଼ ପରୀକ୍ଷା ଚାଲିଥିବା ବେଳେ ଏଥିରେ ଭାଗ ନେଇଥିବା ଏହି ଦୁଇ ଯୁବକ ଅଚେତ ହୋଇ ତଳେ ପଡି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ତେବେ ଏନେଇ କାହାରି ପ୍ରତିକ୍ରିୟା ମିଳି ପାରିନାହିଁ।
ଆଜି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ୫୩ ନଂ ଜାତୀୟ ରାଜପଥର ଯମୁନାକୋଟ ଛକ ନିକଟରେ ଟ୍ରକ ଧକ୍କାରେ ସ୍ୱାତୀଙ୍କ ମୃତ୍ୟୁ ହୋଇଛି ଓ ତାଙ୍କ ବାପା ଗୁରୁତର ହୋଇଛନ୍ତି। ଅଭିରାମଙ୍କୁ ଭୁବନ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ସ୍ୱାତୀ ତାଙ୍କ ବାପାଙ୍କ ସହ ବାଇକ ଯୋଗେ ତାଳଚେରରୁ ଭୁବନ ଥାନା ଅନ୍ତର୍ଗତ ଧଳପଡ଼ା ଗାଁ ସ୍ଥିତ ଅଜା ଘରକୁ ବୁଲିବାକୁ ଯାଉଥିଲେ। ବାଟରେ ବାଇକ୍କୁ ପଛରୁ ଧକ୍କା ଦେଇଥିଲା ଟ୍ରକ। ଗୁରୁତର ଅବସ୍ଥାରେ ବାପା ଓ ଝିଅଙ୍କୁ ପିସିଆର ଯୋଗେ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ସ୍ୱାତୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଯାହା ଦେଖି ଡାକ୍ତରଖାନାରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ପୂରା ପରିବାର।
ଘଟଣା ଘଟାଇବା ପରେ ଟ୍ରକ ଛାଡି ଡ୍ରାଇଭର ଫେରାର ହୋଇଯାଇଛି। ଖବର ପାଇ ଭୁବନ ପୁଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିଛି ଓ ଘଟଣାର ତଦନ୍ତ ଜାରି ରଖିଛି।
ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ
ଉତ୍ତରରେ ଉଲ୍ଲେଖ କରାଯାଇଛି, ଗତ ତିନିବର୍ଷ ଭିତରେ ନଦୀରେ ଗାଧୋଇବା ବେଳେ ୧୬୧୫ ଜଣ ବୁଡ଼ି ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୧୩ ଜଣଙ୍କୁ ଉଦ୍ଧାର କରାଯାଇଛି। ଯେତେବେଳେ କି ୯୭୦ ଜଣ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି।
ନଦୀ ନିକଟରେ ଥିବା ବିଭିନ୍ନ ବିପଦସଙ୍କୁଳ ସ୍ଥାନରେ ପର୍ବପର୍ବାଣୀ ସମୟରେ ସତର୍କତା ଅବଲମ୍ବନ ପାଇଁ ଆବଶ୍ୟକ ଅଗ୍ନିଶମ ବାହିନୀ ଓ ଜରୁରୀକାଳୀନ କର୍ମଚାରୀଙ୍କୁ ଆବଶ୍ୟକ ଉପକରଣ ସହ ଉଦ୍ଧାର କାମ ନିମନ୍ତେ ମୁତୟନ କରାଯାଉଛି।
ସୂଚନା ଥାଉକି, ରାଜ୍ୟ ବିଭିନ୍ନ ସହର ଉପକଣ୍ଠ ନଦୀରେ ଗଧୋଇବା ସମୟରେ ଅନେକ ଲୋକଙ୍କ ଜୀବନ ଯାଉଛି। ହୋଲି ଓ ଅନ୍ୟ ପର୍ବପର୍ବାଣୀ ବେଳେ ଅଘଟଣ ସଂଖ୍ୟା ଅଧିକ ହେଉଛି। ଯାହାକୁ ରୋକିବାରେ ସରକାର ବିଫଳ ହୋଇଥିବା ଅଭିଯୋଗ ହୋଇଆସୁଛି।
ପୁରୀରେ ଧାନ, ନବରଙ୍ଗପୁରରେ ମକା ଆଉ କୋରାପୁଟରେ ପରିବା ଚାଷ କ୍ଷତି ହୋଇଛି। ପୁରୀ ଜିଲ୍ଲାର ବ୍ରହ୍ମଗିରି ଅଞ୍ଚଳରେ ବ୍ୟାପକ ଧାନ ଫସଲ କ୍ଷତି ହୋଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ନଷ୍ଟ ହୋଇଛି ବହୁ ଏକର ମକା ଫସଲ। ପବନ ମାଡ଼ରେ କ୍ଷେତରେ ଶୋଇଯାଇଛି ଫୁଲ ଓ ଫଳ ଧରିଆସିଥିବା ମକା ଫସଲ। କୋରାପୁଟ ଜିଲ୍ଲା ଲେନ୍ଦିରି ମାଳିଗୁଡ଼ା ଅଞ୍ଚଳରେ ବାଇଗଣ, ଭେଣ୍ଡି, କଲରା ଓ କାକୁଡ଼ି ଆଦି ବିଭିନ୍ନ କିସର ପରିବା ଫସଲ ନଷ୍ଟ। ସେହିଭଳି ବାଲେଶ୍ୱର ଓ ଜିଲ୍ଲାର ଜଳେଶ୍ୱର ଅଞ୍ଚଳରେ ମଧ୍ୟ ବ୍ୟାପକ ପିରମାଣରେ କଖାରୁ, ତରଭୁଜ ଓ ଜହ୍ନି ଫସଲ କ୍ଷତି ହୋଇଛି।
ତିନି ଦିନ ଧରି କୋହଲା ପାଗ ସାଙ୍ଗକୁ କାଲିର କୁଆପଥର ବର୍ଷା ପରେ ପାଣିରେ ଲୋଟୁଛି ଏକର ଏକର ପରିବା କ୍ଷେତ। ଯାହାକୁ ନେଇ ଚାଷୀ ଦୁଃଖି।
ସେପଟେ ଭଦ୍ରକ ବାସୁଦେବପୁରରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତକ ଜଣକ ବାଂଶବଡା ଥାନା ଅଧିନ କରଞ୍ଜମାଳ ଗୁଆଁଶୁଳ ଗ୍ରାମର କାର୍ତ୍ତିକ ମାଝି। ସେହିପରି ବାଲେଶ୍ୱର ସିମୁଳିଆର ରାମକୃଷ୍ଣପୁର ଗାଁରେ ବଜ୍ରାଘାତରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀର ଅକାଳ ବିୟୋଗ ଖବର ଆସିଛି। ସେପଟେ ମାଲକାନଗିରି ପଡିଆ ବ୍ଲକ ମେଟାଗୁଡ଼ା ଗାଁରେ କାନ୍ଥ ଭୁଶୁଡ଼ି ପଡ଼ି ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ମାଆ-ବାପା ଗୁରୁତର ଆହତ ହୋଇଛନ୍ତିା
ଏହି ଜିଲ୍ଲାର ଅନେକ ସ୍ଥାନରେ ଚାଳ ଓ ଆଜବେଷ୍ଟ ଛପର ଉଡ଼ିଯିବାରୁ ଲୋକେ ବେସାହାରା ହୋଇଛନ୍ତି। ସେହିଭଳି କୋରାପୁଟ ଜିଲ୍ଲାର ଦଶରଥପୁର ଓ ପଟାଙ୍ଗି ବ୍ଲକର ବିଭିନ୍ନ ସ୍ଥାନରେ ଘରର ଆଜବେଷ୍ଟସ ଛପର ଉଡିବା ଗଛ ଉପୁଡ଼ି ଘର ଭାଙ୍ଗିଥିବା ଚିତ୍ର ବି ସାମ୍ନାକୁ ଆସିଛି।
ମୃତକ ଜଣକ ନୂଆଗାଁର ମଞ୍ଜୁ ଦାସ। ତେବେ ମାଙ୍କଡର ଏଭଳି ଅଜବ ବ୍ୟବହାର ସମସ୍ତଙ୍କୁ ଚକିତ କରିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା। ସେପଟେ ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ମଞ୍ଜୁଙ୍କ ପୁଅ ପ୍ରକାଶ ଦାସଙ୍କ କହିବା ମୁତାବକ, ଶୁକ୍ରବାର ତାଙ୍କ ମା’ଙ୍କ ଦେହାନ୍ତ ଡାକ୍ତରଖାନାରେ ଚିକିତ୍ସା ବେଳେ ହୋଇଥିଲା। ସେଠାରୁ ମୃତଦେହକୁ ଘରକୁ ଅଣାଯାଇଥିଲା। ଗତକାଲି ସକାଳେ ମୃତଦେହକୁ ସଂସ୍କାର ନିମନ୍ତେ ପ୍ରସ୍ତୁତି ଚାଲିଥିଲା। ପରିବାର ଲୋକେ ମୃତଦେହ ପାଖରେ ବସି କନ୍ଦାକଟା କରୁଥିଲେ। ଦାଣ୍ଡରେ ସାହିଭାଇ କୋକେଇ ପ୍ରସ୍ତୁତିରେ ଲାଗିପଡିଥିଲେ। ଠିକ୍ ଏତିକି ବେଳେ ଏକ ବୁଲା ମାଙ୍କଡ଼ ହଠାତ୍ ଘର ଭିତରକୁ ପଶି ଆସିଥିଲା। ମାଙ୍କଡ଼କୁ ଦେଖି ସମସ୍ତେ ଭୟଭୀତ ହୋଇପଡ଼ିଥିଲେ। ହେଲେ ଏହି ମାଙ୍କଡ଼ ସିଧାସଳଖ ଯାଇ ମା’ଙ୍କ ଗଡ଼ ପାଖରେ ଗୋଡ଼କୁ ଜାବୁଡ଼ି ଧରି ବସି ରହିଲା। ଏହି ଘଟଣାରେ ସେ ଖୁବ୍ ଦୁଃଖି ଥିବା ଭଳି ମୁହଁକୁ ତଳକୁ ମାଡ଼ି ରଖିଥିଲା। ନା କାହାକୁ ଆକ୍ରମଣ କରିଥିଲା, ନା ଖିଙ୍କାରୀ ଗୋଡେଇଥିଲା।
ଏହି ମାଙ୍କଡ଼ ଶବ ପାଖରୁ ନ ଉଠିବାରୁ ଶବ ଶ୍ମଶାନକୁ ନେବାରେ ବିଳମ୍ବ ହୋଇଥିଲା। କିଏ ତାକୁ ହନୁମାନ କହୁଥିଲା ତ, କିଏ ବାବା ଡାକି ମୃତଦେହ ଛାଡିଦେବାକୁ ଅନୁରୋଧ କରୁଥିଲେ। ପ୍ରାୟ ୨/୩ ଘଣ୍ଟା ପରେ ମୃତଦେହକୁ ବାହାରକୁ ଆଣିବାକୁ ଚେଷ୍ଟା କରିବା ବେଳେ ବାଟରେ ଶୋଇ ରାସ୍ତା ଅବରୋଧ କରିଥିଲା। ବହୁତ କଷ୍ଟରେ ଘର ବାହାରକୁ ମୃତଦେହ ଅଣାଯାଇଥିଲା। ଏହା ପରେ ମାଙ୍କଡ଼ଟି ଘର ଭିତରୁ ବାହାର ପିଣ୍ଡାରେ ଆସି ଲୋକଙ୍କ ଗହଣରେ ବସିଥିଲା। ଏହାପରେ ଗାଁ ଲୋକେ କୋକେଇରେ ମୃତଦେହ ନେଇ ଶ୍ମଶାନ ଯାତ୍ରା କରିଥିଲେ। ମୃତଦେହ ପଛେପଛେ ମାଙ୍ଗଡ଼ଟି ଶ୍ମଶାନ ପର୍ଯ୍ୟନ୍ତ ଯାଇଥିଲା। ମୃତଦେହ ସଂସ୍କାର ପରେ ଏହି ମାଙ୍କଡ଼ ଅନ୍ତଧ୍ୟାନ ହୋଇଯାଇଥିଲା।
ମାଙ୍କଡର ଏହି ବ୍ୟବହାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ବୋଲି ପ୍ରକାଶ କହିଛନ୍ତି।
ବୁର୍ଲାସ୍ଥିତ ଭିସୁଟ୍ ରେଜିଷ୍ଟ୍ରାରଙ୍କ ଅଭିଯୋଗ ପରେ ପୁଲିସ ଏବଂ ଦମକଳବାହିନୀ ଗତ ରାତିରେ ଏବଂ ଆଜି ଚଳାଇଥିଲେ ସର୍ଚ୍ଚ ଅପରେସନ। ଶେଷରେ ଆଜି ସକାଳୁ ପାୱାର ଚାନେଲର ଜଳରାଶି ଭିତରୁ ମିଳିଥିଲା ଚିନ୍ମୟୀଙ୍କ ମୃତଦେହ। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ଚିନ୍ମୟୀଙ୍କ ପରିବାର ଲୋକେ।
ଚିନ୍ମୟୀଙ୍କ ବାପା ଡାକ୍ତର ବନମାଳୀ ସାହୁ କହିଛନ୍ତି, ଝିଅ ମାନସୀକସ୍ତରରେ ଖୁବ୍ ଦୃଢ଼। ଜଣେ ଅଧେ ଲୋକ ଆକ୍ରମଣ କରିଥିଲେ ସେ ସାବାଡ଼ କରିଦେବା କ୍ଷମତା ରଖିଥିଲା। ହେଲେ ତାକୁ କେହି ଅତର୍କିତ ଆକ୍ରମଣ କରିଛି। ତା ବେକକୁ ଚିପି ଦେଇଥିବା ଚେନ୍ ଦାଗ ରହିଛି।
ଚିନ୍ମୟୀ ଭିସୁଟରୁ INFORMATION AND TECHNOLOGY ବ୍ରାଞ୍ଚରେ ପାସଆଉଟ୍ ହୋଇଥିଲେ। କାଲି ଥିଲା ଭିସୁଟର ସମାବର୍ତ୍ତନ ଉତ୍ସବ। ଯେଉଁ ଉତ୍ସବକୁ ଆସିଥିଲେ ଚିନ୍ମୟୀ। ସାର୍ଟିଫିକେଟ୍ ପାଇଥିଲେ। ଖୁସୀରେ ଫଟୋ ବି ଉଠାଇଥିଲେ। ଏହି ସମାବର୍ତ୍ତନ ଉତ୍ସବକୁ ଚିନ୍ମୟୀଙ୍କ ସହପାଠୀ ତଥା ବନ୍ଧୁ ପ୍ରୀତିମାନ ବି ଆସିଥିଲେ। ଉଭୟଙ୍କ ଦେଖାସାକ୍ଷାତ ହୋଇଥିଲା। ଅପରାହ୍ନରେ ଭିସୁଟ ପାଖ ସମ୍ବଲପୁରୀ ଢାବାରେ ଖିଆପିଆ ବି କରିଥିଲେ ଦୁହେଁ। ଅନ୍ଲାଇନ୍ ବିଲ୍ ପୈଠ କରିଥିଲେ ଚିନ୍ମୟୀ। ଏହାପରେ ରାତିରେ ଚିନ୍ମୟୀ ବସରେ ଭୁବନେଶ୍ୱର ଫେରିବାର ଥିଲା।
କିନ୍ତୁ ସେହି ରାତିରେ କ’ଣ ଘଟିଲା କେଜାଣି, ଏହି ପାୱାର ଚାନେଲର ଗଭୀର ଜଳରାଶି ଭିତରୁ ମିଳିଥିଲା ମୃତଦେହ। ଚିନ୍ମୟୀଙ୍କ ମା’ ଲବଙ୍ଗ ସାହୁଙ୍କ କହିବା କଥା, ରାତିରେ ଝିଅକୁ ଫୋନ କରିଥିଲେ। ସେହି ସମୟରେ ଫୋନରେ ଅଜବ ଶୁଭୁଥିଲା ଚିନ୍ମୟୀଙ୍କ ସ୍ୱର। ସେ ଠିକ୍ ଭାବେ କଥା କହିପାରୁ ନ ଥିଲା। ପାଖରେ କିଛି ଲୋକଙ୍କ ପାଟିତୁଣ୍ଡ ଶୁଣା ଯାଉଥିଲା। ଆଉ ଆଜି ମୃତଦେହ ମିଳିବା ସହ ବେକ ଓ ଶରୀରର କିଛି ସ୍ଥାନରେ ଦାଗ ଥିବାରୁ ଝିଅକୁ ତଣ୍ଟିଚିପି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ସେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି।
ସହପାଠୀ ପ୍ରୀତିମାନଙ୍କ ଭୁବନେଶ୍ୱର ସ୍ଥିତ ଘରପାଖରେ ରହୁଥିଲେ ଚିନ୍ମୟୀ। ଉଭୟ ସିଡିଏସ୍, ଓପିଏସ୍ସି ଭଳି ନାନା କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇବା ସହ କୋଚିଂ ନେଉଥିଲେ। ଗୃହ ବିଭାଗରେ ଯୁଗ୍ମ ସଚିବ ଥିବା ପ୍ରୀତିମାନଙ୍କ ବାପା ପ୍ରଣବ କୁମାର ଦେ କହିଛନ୍ତି, ଉଭୟେ ଭଲ ବନ୍ଧୁ ଥିଲେ। ପୁଲିସ ନିରପେକ୍ଷ ଭାବେ ତଦନ୍ତ କରୁ। ସେପଟେ ପୁଲିସ ପ୍ରୀତିମାନଙ୍କୁ ଧରିବା ସହ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ବୁର୍ଲା ଏସଡିପିଓ ସତ୍ୟବ୍ରତ ଦାଶ କହିଛନ୍ତି, ଏହି ମାମଲାରେ ମୋବାଇଲ୍ ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି। ପୂରା ଘଟଣାର ଟିକନିଖ ତଦନ୍ତ କରାଯାଉଛି।
ବାପପୁଅ ମିଶି ଗାଧୋଇବା ବେଳେ ପୁଅ ନଦୀର ଅକାତକାତ ପାଣି ଥିବା ଏକ ଗଣ୍ଡରେ ବୁଡି ଯାଇଥିଲା। ପୁଅକୁ ଉଦ୍ଧାର କରିବାକୁ ଯାଇ ଗଭୀର ଜଳକୁ ଡେଇଁ ପଡ଼ିଥିଲା ବାପା। ପୁଅକୁ ବହୁ କଷ୍ଟରେ କୂଳରେ ପହଞ୍ଚାଇ ଥିଲେ ବାପା। ହେଲେ ନଦୀର ଗଭୀର ପାଣି ଭିତରେ ସେ ନିଜେ ନିଖୋଜ ହୋଇଯାଇଥିଲେ। ଦିଗପହଣ୍ଡି ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ଲୋକେ ବହୁ ଖୋଜାଖୋଜି କରିବା ପରେ ଅରୁଣଙ୍କ ମୃତଦେହ ପାଣି ଭିତରୁ ମିଳିଥିଲା।
ଏହି ଘଟଣାକୁ ନେଇ ନଦୀକୂଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା। ମୃତ ଅରୁଣ ରାଉରକେଲାରେ ଚାକିରି କରୁଥିବା ବେଳେ ଗାଁକୁ ବୁଲିବାକୁ ଆସିଥିବା ଜଣାପଡ଼ିଛି।
ଏନେଇ ଭୃଗୁରାମ କହିଛନ୍ତି, ଏହି ୩ ଭଉଣୀ ସେମାନଙ୍କ ମା’ ସହ ନଦୀରେ ଗାଧୋଉଥିଲେ। ନଦୀରେ ସାମାନ୍ୟ ସ୍ରୋତ ଥିଲା। ପାଣିରେ ଖେଳୁଖେଳୁ ବଡ଼ ଭଉଣୀ ଭାସି ଯାଇଥିଲା। ତାକୁ ଉଦ୍ଧାର କରିବାକୁ ଅନ୍ୟ ଦୁଇ ସାନ ଭଉଣୀ ଚେଷ୍ଟା କରିବା ବେଳେ ଭାସି ଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ପାଖରେ ଗାଧୋଉଥିବା ତାଙ୍କ ମା’ ଦୁଇ ଶିଶୁଙ୍କୁ ଉଦ୍ଧାର କରିଥିଲେ। ହେଲ ବଡ଼ ଭାସି ଯାଇଥିଲା। ନିଖୋଜ ପରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିବା ବେଳେ ମୃତଦେହ ମିଳିଥିଲା।
ଏହି ଘଟଣାକୁ ନେଇ ସାଧକନଗର ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।
ସମସ୍ତଙ୍କର ମୃତ୍ୟୁ ଘଟିଥିଲେ ମଧ୍ୟ କୌଣସି ପିଲାଙ୍କ ଶରୀରରେ କ୍ଷତିଚିହ୍ନ ନାହିଁ। ସେହିପରି ଦଳଚକଟା ଆଶଙ୍କାକୁ ପ୍ରଶାସନ ଖଣ୍ଡନ କରିଛି। ଏବେ ଶବ ବ୍ୟବଚ୍ଛେଦ ପରେ ହିଁ ପିଲାମାନେ ବିଷକ୍ରିୟା ଯୋଗୁ ପ୍ରାଣ ହରାଇଛନ୍ତି କି ନାହିଁ, ତା’ହା ସ୍ପଷ୍ଟ ହେବ ବୋଲି ପୁଲିସ୍ କହିଛି। ରବିବାର ରାତିରେ ସିଟି ଅଫ ଇଷ୍ଟ ଲଣ୍ଡନରେ ଥିବା ଉକ୍ତ ବାର ବାହାରେ ସାଧାରଣ ଲୋକଙ୍କ ସମେତ ପ୍ରାଣ ହରାଇଥିବା ପିଲାମାନଙ୍କ ବାପା ମା’ମାନେ ଭିଡ଼ ଜମାଇଥିଲେ।
ପରିବାର ଓ ସାଧାରଣ ଲୋକଙ୍କ ଉପସ୍ଥିତିରେ ହିଁ ପିଲାମାନଙ୍କ ମୃତଦେହଗୁଡ଼ିକୁ ଆମ୍ବୁଲାନ୍ସରେ ଭର୍ତ୍ତି କରାଯିବା ବେଳର ଦୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି।
ଖବର ପାଇ ବରିଷ୍ଠ ଅଧିକାରୀମାନେ ଶବଗୁଡ଼ିକ ରଖା ଯାଇଥିବା ସ୍ଥାନରେ ପହଞ୍ଚିଥିଲେ। ଏମାନଙ୍କ ମଧ୍ୟରେ ଥିବା ନ୍ୟାଶନାଲ ପୁଲିସ୍ ମିନିଷ୍ଟର ବେହକି ସେଲେ ଏତେ ସଂଖ୍ୟକ ଶବ ଦେଖି କାନ୍ଦି ପକାଇଥିଲେ। ସେ ଲୁହ ଛଳଛଳ ଆଖିରେ କହିଛନ୍ତି, “ଏହା ଅତ୍ୟନ୍ତ ଦୃଦୟ ବିଦାରକ। ମୃତକମାନେ ସବୁ ଛୋଟ ପିଲା। ସେମାନଙ୍କ ବୟସ ୧୩/୧୪ ବର୍ଷ ହେବ। କିଛି ପିଲାଙ୍କ ବୟସ ୧୯ ବର୍ଷ। ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ମୃତଦେହ ଦେଖିଲେ, ଆପଣ ଆଦୌ ନିଜକୁ ସମ୍ଭାଳି ପାରିବେ ନାହିଁ।”
ଇଷ୍ଟର୍ଣ୍ଣ କେପର ପ୍ରୋଭିନସିଆଲ ସରକାର କହିଛନ୍ତି, ୮ ଜଣ ଝିଅ ଓ ୧୩ ଜଣ ପୁଅଙ୍କ ମୃତ୍ୟୁ ଘଟିଛି। ବାର ଭିତରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାକି ୪ ଜଣ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ବାର୍ରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମଦ ପିଇବାକୁ ଅନୁମତି ରହିଛି। ହେଲେ ଅନେକ ସମୟରେ ଏଠାରେ ମଦ ପିଇବା ନିୟମକୁ ପାଳନ କରାଯାଇ ନଥାଏ।
କିନ୍ତୁ ମଦ ପିଇବା ଯୋଗୁ ନା ଆଉ କୌଣସି କାରଣରୁ ଏତେବଡ଼ ଘଟଣା ଘଟିଲା, ସେକଥା ସ୍ପଷ୍ଟ ହୋଇନାହିଁ। ପୁଲିସ୍ ଏବେ ସବୁ ଦିଗକୁ ଦୃଷ୍ଟି ରଖି ତଦନ୍ତ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି।
ସୂଚନା ଅନୁଯାୟୀ, ସୁଶୀଲ ସାହୁ ଏକ ଘରୋଇ ହସ୍ପିଟାଲରେ ଶିଶୁ ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟରତ ଥିଲେ। ଗତକାଲି ସେ ଡ୍ୟୁଟିରେ ଥିବା ବେଳେ କିଛି ସମୟ ପାଇଁ ରେଷ୍ଟ ରୁମ୍କୁ ଯାଇଥିଲେ। ହେଲେ ସେ ଚାମ୍ବରକୁ ନ ଫେରିବାରୁ ହସ୍ପିଟାଲ କର୍ମଚାରୀ ରେଷ୍ଟ ରୁମ୍କୁ ଯାଇ ଡାକ୍ତରଜଣକ ବେଡ୍ରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଡାକିବା ସତ୍ତ୍ୱେ ସେ ନ ଉଠିବାରୁ ଏନେଇ କର୍ମଚାରୀଜଣକ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଏହାପରେ ହସ୍ପିଟାଲ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଡା. ସାହୁଙ୍କ ପରିବାର ଲୋକେ ପୁଅର ମୃତ୍ୟୁକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି । ଭରତପୁର ଥାନା ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କିପରି ତାଙ୍କ ମୃତ୍ୟୁ ହୋଇଛି, ଏହା ଆତ୍ମହତ୍ୟାଜନିତ ମୃତ୍ୟୁ ନ ଆଉ କିଛି ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍।
ଡାକ୍ତର ସୁଶୀଲ ସାହୁ ମାତ୍ର ଅଳ୍ପ ଦିନ ପୂର୍ବେ ନିଜ ବୈବାହିକ ଜୀବନ ଆରମ୍ଭ କରିଥିବା ବେଳେ ହଠାତ୍ କ’ଣ ଘଟିଲା ଯେ ତାଙ୍କ ମୃତ୍ୟୁ ହେଲା ସେ ନେଇ ତଦନ୍ତ ଜାରି ରହିଥିବା କହିଛନ୍ତି ଥାନାଧିକାରୀ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ଅଧିକ ସ୍ପଷ୍ଟ ହେବ ବୋଲି କହିଛି ପୁଲିସ୍ ।
ମୃତ ଶୁଭେନ୍ଦୁ ନାୟକଙ୍କ ଘର ଅନୁଗୋଳ ଜିଲ୍ଲାର କିଶୋରନଗର ବ୍ଲକ କୁମୁରୁଶିଙ୍ଗା ଗାଁରେ। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହେଇଥିଲା। ଶୁଭେନ୍ଦୁ କୁମାର ନାୟକ ରଜାମୁଣ୍ଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ।
ଆଜି ନିର୍ବାଚନ କାର୍ଯ୍ୟରେ ପ୍ରିଜାଇଡିଙ୍ଗ ଅଫିସର ଭାବେ ଯୋଗ ଦେବାକୁ ଶୁଭେନ୍ଦୁ କୁମାର ନାୟକ ଘରୁ ବାହାରିଥିଲେ। ବଅଁରପାଳ ବ୍ଲକରେ ପୂର୍ବାହ୍ନ ୯ଟାରେ ଯୋଗ ଦେବାର ଥିଲା । ସେଥିପାଇଁ ସେ ଭୋରରୁ ଘରୁ ବାହାରୁ ଥିବା ସମୟରେ ଅଚେତ୍ ହୋଇ ପଡ଼ିଥିଲେ। ପରେ ତାଙ୍କୁ କିଶୋରନଗର ମେଡିକାଲକୁ ନିଆଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଖନ୍ତାପଡା ଥାନା ବରୁଣସିଂ ଗ୍ରାମର ଭିକା ଦାସଙ୍କ ସ୍ତ୍ରୀ ତୁଳସୀ ଦାସଙ୍କୁ କିଛି ଦିନ ପୂର୍ବେ ଏକ ବିଲେଇ କାମୁଡ଼ି ଦେଇଥିଲା। ବିଲେଇ କାମୁଡ଼ା ଇଞ୍ଜେକସନ ନେବାକୁ ତୁଳସୀ ଆଜି ନୀଳଗିରି ମେଡିକାଲ ଆସୁଥିଲେ। ଏଥିନିମନ୍ତେ ସେ ଜଣଙ୍କ ବାଇକ୍ରେ ଲିଫ୍ଟ ନେଇ ଆସୁଥିଲେ।
ମାତ୍ର ଅସାବଧାନତାଃ ଯୋଗୁ ସେରଗଡ଼ ନୀଳଗିରି ରାସ୍ତା ନୀଳଗିରି ନିକଟ ଆମ୍ବଡିହା ଛକରେ ବାଇକ୍ରୁ ଖସି ପଡ଼ିଲେ ତୁଳସୀ। ବାଇକ୍ ଆରୋହୀଜଣକ ତାଙ୍କୁ ତୁରନ୍ତ ନୀଳଗିରି ମେଡିକାଲ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମୃତା ମହିଳା ମେଡିକାଲରେ ପହଞ୍ଚିଥିବା ବେଳେ ପୁଲିସ୍ ପହଞ୍ଚି ତଦନ୍ତ କରିଛି। ଏହାପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି।
ରବିବାର ମୁଙ୍ଗେର ଜିଲ୍ଲାର ରଞ୍ଜନ ଯାଦବ (ଛଦ୍ମନାମ) ଖୁଦିଆ ଗାଁର ନିଶା କୁମାରୀଙ୍କୁ ବିବାହ କରିଥିଲେ। କରୋନା କଟକଣା ନିୟମ ଅନୁଯାୟୀ ଏହି ବିବାହ ସଂପନ୍ନ ହୋଇଥିଲା। ଅଳ୍ପ ଲୋକଙ୍କ ଉପସ୍ଥିତିରେ କରାଯାଇଥିଲା ଏହି ବିବାହ। ତେବେ ବିବାହ ଶେଷ ହେବାର କିଛି ଘଣ୍ଟା ପରେ ନବବଧୂ ନିଶା ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ।
ତାଙ୍କୁ ସଙ୍ଗେ ସଙ୍ଗେ ତାରାପୁରର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ନିଶା ଗୁରୁତର ହୋଇପଡ଼ିଥିବାରୁ ଡାକ୍ତର ତାଙ୍କୁ ଭାଗଲପୁର ହସ୍ପିଟାଲକୁ ପଠାଇ ଦେଇଥିଲେ। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ବିବାହର ମାତ୍ର ୬ ଘଣ୍ଟା ମଧ୍ୟରେ ଘଟିଗଲା ଏହି ଦୁଃଖଦ ଘଟଣା।
ନିଶାଙ୍କ ଶାଶୂ ଘର ପକ୍ଷରୁ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ୬ ଘଣ୍ଟା ପୂର୍ବରୁ ନିଶାଙ୍କ ସିନ୍ଥିରେ ସିନ୍ଦୂର ଦେଇଥିବା ରଞ୍ଜନ ତାଙ୍କୁ ଦେଇଥିଲେ ମୁଖାଗ୍ନୀ। ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକେ ସ୍ତବ୍ଧ ହୋଇଯାଇଛନ୍ତି।