ମଙ୍ଗଳବାର ୟୁପିଏସ୍ସି ରେଜଲ୍ଟ ଘୋଷଣା କରାଯାଇଥିଲା। ରେଜଲ୍ଟ ଘୋଷଣା ହେବା ପରେ ଆୟେଶା ନାମକ ଜଣେ ଝିଅ ୧୮୪ ନମ୍ବର ସ୍ଥାନରେ ରହିଥିଲେ। ଏହି ରାଙ୍କକୁ ଦେଖି ଓ ରୋଲ ନମ୍ବରକୁ ମିଶାଇ ଆୟେଶା ନାମଧାରୀ ଦୁଇ ଜଣ ଝିଅଙ୍କ ଘରେ ସେଲିବ୍ରେସନ ଆରମ୍ଭ ହୋଇଥିଲା।
ଜଣେ ଆୟେଶାଙ୍କ ଘର ଦେବାସ ଜିଲ୍ଲାରେ ହୋଇଥିବା ବେଳେ ଆଉ ଜଣଙ୍କ ଘର ଅଲୀରାଜପୁର ଜିଲ୍ଲାରେ। ଉଭୟ ୟୁପିଏସ୍ସି କ୍ଲିୟର କରିଥିବା ଦାବି କରି ଏପରି ଉତ୍ସବ ମନାଇଥିଲେ।ଏହି ଘଟଣା ବୁଧବାର ସାମ୍ନାକୁ ଆସିଥିଲା।
ଦେବାସରେ ରହୁଥିବା ଝିଅ ଜଣଙ୍କ ହେଲେ ଆୟେଶା ଫାତିମା। ତାଙ୍କ ବାପାଙ୍କ ନାଁ ନଜିରୁଦ୍ଦିନ। ସେହିପରି ଅଲୀରାଜପୁରରେ ରହୁଥିବା ଝିଅ ଜଣଙ୍କ ହେଲେ ଆୟେଶା ମକରାନି। ତାଙ୍କ ବାପାଙ୍କ ନାଁ ସଲିମୁଦ୍ଦିନ। ଉଭୟ ୧୮୪ ରାଙ୍କରେ ରହିଥିବା କହିଛନ୍ତି। ଉଭୟଙ୍କ ରୋଲ ନମ୍ବର ମଧ୍ୟ ସମାନ ରହିଛି। ଦୁଇ ଆୟେଶାଙ୍କୁ ପରୀକ୍ଷା ପାଇଁ ମିଳିଥିବା ଆଡମିଟ କାର୍ଡରେ ରୋଲ ନମ୍ବର ହେଉଛି ୭୮୧୧୭୪୪। ଉଭୟ ଝିଅ ପରୀକ୍ଷା ଦେଇଥିଲେ ଓ ସାକ୍ଷାତକାରର ସମ୍ମୁଖୀନ ମଧ୍ୟ ହୋଇଥିବା ଦାବି କରିଛନ୍ତି।
ଆୟେଶା ମାକରାନିଙ୍କ ଭାଇ ଶାହବାଜୁଦ୍ଦିନ ମକରାନି ହେଉଛନ୍ତି ଜଣେ ସିଭିଲ ଇଞ୍ଜିନିୟର। ସେ କହିଛନ୍ତି ଯେ ତାଙ୍କ ଭଉଣୀ ୟୁପିଏସ୍ସି ଗଣିତରେ କ୍ଲିୟର କରିଛି। ମୋ ଭଉଣୀ ୟୁପିଏସ୍ସି କ୍ଲିୟର କରୁ ଓ ଆଇଏଏସ୍ ବନୁ ବୋଲି ମୋ ମା’ଙ୍କ ସ୍ୱପ୍ନ ରହିଥିଲା। ଏବେ ସେ ୧୮୪ ନମ୍ବର ରାଙ୍କରେ ରହିଛି।
ଆଉ ଜଣେ ଝିଅ ୟୁପିଏସ୍ସି କ୍ଲିୟର କରିଥିବା ଦାବି କରିବା ପରେ ଦ୍ୱନ୍ଦ୍ୱ ଦେଖାଯାଇଥିଲା। ଆମେ ୟୁପିଏସ୍ସି ସହ ଏନେଇ ଯୋଗାଯୋଗ କରିଥିଲୁ। ଶୁକ୍ରବାର ସୁଦ୍ଧା ପ୍ରକୃତ ସତ ସାମ୍ନାକୁ ଆସିବ। ମୋ ଭଉଣୀକୁ ୨୩ ବର୍ଷ ଓ ସେ ପ୍ରଥମଥର ପାଇଁ ୟୁପିଏସ୍ସି ପରୀକ୍ଷା ଦେଇଥିଲା ବୋଲି ଶାହବାଜୁଦ୍ଦିନ କହିଛନ୍ତି।
ଅନ୍ୟପକ୍ଷରେ ଆୟେଶା ଫାତିମାଙ୍କ ବାପା ନଜିରୁଦ୍ଦିନ ମଧ୍ୟ ତାଙ୍କ ଝିଅ ୟୁପିଏସ୍ସି କ୍ଲିୟର କରିଥିବା ଦାବି କରିଛନ୍ତି। ସେ କହିଛନ୍ତି, “ୟୁପିଏସ୍ସି କେବେ ହେଲେ ଏମିତି ଭୁଲ କରିପାରିବ ନାହିଁ। ମୁଁ ପୂରା ତଦନ୍ତ ଚାହୁଁଛି। ପ୍ରକୃତ ସତ ସାମ୍ନାକୁ ଆସିବା ଦରକାରର। ମୋ ଝିଅର ବୟସ ୨୬। ସେ ୪ର୍ଥ ଥର ପାଇଁ ପରୀକ୍ଷା ଦେଇଥିଲା। ସେ ରାଜନୀତି ବିଜ୍ଞାନରେ ୟୁପିଏସ୍ସି କ୍ଲିୟର କରିଛି।”
ଆୟେଶା ମାକରାନିଙ୍କ ଆଡମିଟ କାର୍ଡରେ ବ୍ୟକ୍ତିତ୍ୱ ପରୀକ୍ଷାର ତାରିଖ ଏପ୍ରିଲ ୨୫ ଗୁରୁବାର ଲେଖାଯାଇଛି। ହେଲେ ଆୟେଶା ଫାତିମାଙ୍କ ଆଡମିଟ କାର୍ଡରେ ବ୍ୟକ୍ତିତ୍ୱ ଟେଷ୍ଟ ଏପ୍ରିଲ ୨୫ ମଙ୍ଗଳବାର ବୋଲି ଉଲ୍ଲେଖ କରାଯାଇଛି। ଏହାକୁ ନେଇ ଦ୍ୱନ୍ଦ୍ୱ ବଢ଼ିଥିବା ବେଳେ କେଉଁ ଆୟେଶା ୧୮୪ ନମ୍ବର ରାଙ୍କ ପାଇଛନ୍ତି, ତା’କୁ ନେଇ ତଦନ୍ତ ଆରମ୍ଭ ହୋଇଛି।
ସେପଟେ ମଙ୍ଗଳବାର ପ୍ରକାଶ ପାଇଥିବା ସିଭିଲ ସର୍ଭିସ୍ ପରୀକ୍ଷାରେ ଓଡ଼ିଆ ପିଲାଙ୍କ ସଫଳତାକୁ ନେଇ ବଢିଛି ଚର୍ଚ୍ଚା। ହେଲେ ତା’ଠାରୁ ଅଧିକ ଆଲୋଚନା ଆଉ ସମାଲୋଚନା ସିଭିଲ ସର୍ଭିସ କୋଚିଂକୁ ନେଇ। କାହିଁକି ନା ଏଥର ୟୁପିଏସସିରେ ସଫଳ ହୋଇଥିବା ଅଧିକାଂଶ ରାଜ୍ୟ ବାହାରେ କୋଚିଂ ନେଇଛନ୍ତି।
ତେଣୁ ଏବେ ପ୍ରଶ୍ନ ଉଠିଲାଣି, ରାଜ୍ୟ ଭିତରେ ଦିଆଯାଉଥିବା କୋଚିଂ ଫଳପ୍ରଦ ହେଉନି ନା ଆଶାୟୀଙ୍କ ଭରସା ପାଉନି? କାହିଁକି ବାହାର ମୁହାଁ ହେଉଛନ୍ତି ସିଭିଲ ସର୍ଭିସ ଆଶାୟୀ? ଭିତ୍ତିଭୂମିର ଅଭାବ ନା ଗୁଣାତ୍ମକ ଶିକ୍ଷାର ଅଭାବ? ଏହା ବାଦ ଓଡ଼ିଶା ସରକାର ଦେଉଥିବା ସିଭିଲ ସର୍ଭିସ କୋଚିଂ ଖାଲି ଭେଳିକି କି? ଘରୋଇ କଥା ଛାଡନ୍ତୁ ଖୋଦ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି କୋଚିଂ କରୁଥିବା ବେଳେ କିନ୍ତୁ ଜଣେ ବି କ୍ଲିୟର କରିପାରି ନାହାନ୍ତି। ତେଣୁ ଖାଲି ଭିତ୍ତିଭୂମି ନୁହଁ, କ୍ୱାଲିଟି ଟିଚିଂ ଓ ଉତ୍ତମ ବାତାବରଣ ଉପରେ ଧ୍ୟାନ ଦେବାକୁ କହିଛନ୍ତି ଆଶାୟୀ ଛାତ୍ରଛାତ୍ରୀ।
ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଆପ୍ରାଣ ଚେଷ୍ଟା ଚଳାଇଥିବା ବ୍ୟକ୍ତିଙ୍କର କେବେ ହାର ହୁଏ ନାହିଁ। ଏହା ସୂରଜ ପ୍ରମାଣିତ କରିଥିବା ବେଳେ ୟୁପିଏସ୍ସି ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ଅନ୍ୟ ଆଶାୟୀଙ୍କ ପାଇଁ ସେ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି।
ସୂରଜଙ୍କ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବା ବେଳେ ତାଙ୍କ ବାପାଙ୍କର ଏକ ଟେଲରିଂ ଦୋକାନ ଅଛି। ଦୁଃଖେକଷ୍ଟେ ପରିବାର ଚଳୁ ଥିବା ବେଳେ ୨୦୧୭ ମସିହାରେ ସମଗ୍ର ପରିବାର ଉପରେ କଳାବାଦଲ ଘୋଟି ଆସିଥିଲା। ଉକ୍ତ ବର୍ଷ ଏକ ଟ୍ରେନ୍ ଦୁର୍ଘଟଣାରେ ସୂରଜ ନିଜର ୨ ଗୋଡ଼ ଓ ଏକ ହାତ ହରାଇଥିଲେ। ୪ ମାସ କାଳ ମେଡିକାଲରେ ପଡ଼ିବା ପରେ ସେ ଘରକୁ ଫେରିଥିଲେ। ତାଙ୍କର ଏହି ଅବସ୍ଥା ଦେଖି ପୂରା ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ଦୁଃଖ ଏତିକିରେ ପିଛା ଛାଡ଼ି ନଥିଲା। ସୂରଜଙ୍କ ସାନ ଭାଇଙ୍କର ଅକାଳ ମୃତ୍ୟୁ ହୋଇଯାଇଥିଲା। ଏହାପରେ ସମଗ୍ର ପରିବାର ସଦସ୍ୟ ପୂରାପୂରି ନିସ୍ତବ୍ଧ ହୋଇ ପଡ଼ିଥିଲେ।
ଚାରିପଟେ ଘୋର ଅନ୍ଧକାର ସତ୍ତ୍ୱେ ସୂରଜ ପରିବାରର ସାହାରା ପାଲଟିବାକୁ ଶପଥ ନେଇଥିଲେ। ଏଥିପାଇଁ ସେ କଠିନ ପରିଶ୍ରମ ଆରମ୍ଭ କରିଦେଲେ। ଦିନକୁ ପ୍ରାୟ ୧୮ ଘଣ୍ଟା ପରିଶ୍ରମ କରୁଥିବା ସୂରଜ ୟୁପିଏସ୍ସି ପରୀକ୍ଷା ପାଇଁ କୌଣସି ପ୍ରକା କୋଚିଂ ନେଉ ନ ଥିଲେ। ନିଜେ ଘରେ ପଢ଼ି ହିଁ ସେ ଏହି ସଫଳତା ହାସଲ କରି ପାରିଛନ୍ତି।
ଚଳିତ ବର୍ଷ ସେ ପ୍ରଥମ ଥର ପରୀକ୍ଷା ଦେଇଥିବା ବେଳେ ରାଙ୍କ ହାସଲ କରି ବେଶ୍ ଖୁସି ଅଛନ୍ତି। ପୁଅ ଖୁସିରେ ପରିବାର ସଦସ୍ୟ ଖୁସି ଥିବା ବେଳେ ସୂରଜଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ।
ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ମଧ୍ୟ ଟ୍ୱିଟ କରି ସୂରଜଙ୍କୁ ଶୁଭେଚ୍ଛା ଜଣାଇବା ସହ ଅନ୍ୟମାନଙ୍କ ପାଇଁ ସେ ପ୍ରେରଣାର ଉତ୍ସ ବୋଲି ଉଲ୍ଲେଖ କରିଛନ୍ତି।
୯୩୩ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ୨୮ ଜଣ ଅଛନ୍ତି। ସେହିପରି ଏହି ୨୬ ଜଣଙ୍କ ମଧ୍ୟରୁ ୯ ଜଣ ପ୍ରଥମ ୧୦୦ ରାଙ୍କ ମଧ୍ୟରେ ଅଛନ୍ତି।
ଥରୁଣ ପଟ୍ଟନାୟକ ମାଦଳା ୩୩ ନମ୍ବର ରାଙ୍କରେ ଥିବା ବେଳେ ଅନୁପ ଦାସ ୩୮, ପ୍ରଣିତା ଦାସ ୪୨, ଅର୍ଣ୍ଣବ ମିଶ୍ର ୫୬, ଦୀକ୍ଷିତା ଯୋଶୀ ୫୮, କୃତିକା ମିଶ୍ର ୬୭, କସ୍ତୁରୀ ପଣ୍ଡା ୬୭, ପଲ୍ଲବୀ ମିଶ୍ର ୭୩ ଓ ପ୍ରଶାନ୍ତ ରାଜ ୯୭ ରାଙ୍କ ପାଇଛନ୍ତି। ସେହିପରି ସିଦ୍ଧାର୍ଥ ମିଶ୍ର ୧୦୬ ନମ୍ବର ରାଙ୍କରେ ରହିଥିବା ବେଳେ ସୌମ୍ୟରଞ୍ଜନ ଦାସ ୧୩୬, ସୋନାଲି ମିଶ୍ର ୧୪୦, ଦୁର୍ଗା ପ୍ରସାଦ ଅଧିକାରୀ ୧୬୨, ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ ୨୪୮, ସତ୍ୟ ପ୍ରକାଶ ମିଶ୍ର ୨୬୧, ଆୟୁଷୀ ପ୍ରଧାନ ୩୩୪, ହିମାଂଶୁ ସାମନ୍ତ ୩୪୮, ଦିବ୍ୟା ଜୈନ ୩୬୩, କୃତିକା ମିଶ୍ର ୪୦୧, ରଶ୍ମୀ ପ୍ରଧାନ ୪୦୫, ତେଜସ୍ୱୀ ବେହେରା ୫୧୬, ରାକେଶ କୁମାର ସାହୁ ୫୭୫, ପ୍ରଥମା ପ୍ରତୀକ୍ଷା ପ୍ରଧାନ ୬୭୦, ଶୁଭସ୍ନିଗ୍ଧା ସେଠୀ ୬୮୦, ଶୁଭମ ମିଶ୍ର ୬୮୮, ନିବେଦିତା ଦାସ ୮୪୮, ବୀରେନ୍ଦ୍ର କୁମାର ଦାସ ୮୫୪ ଓ ମାନସଜ୍ୟୋତି ଦାସ ୮୮୧ ରାଙ୍କରେ କୃତକାର୍ଯ୍ୟ ହୋଇଛନ୍ତି।
ସିଭିଲ ସର୍ଭିସ ପରୀକ୍ଷା ୨୦୨୨ ପାଇଁ ଗତ ବର୍ଷ ଜୁନ୍ ୫ ତାରିଖରେ ପ୍ରିଲିମ ପରୀକ୍ଷା ହୋଇଥିଲା। ଏହାର ଫଳ ଜୁନ ୨୨ ତାରିଖରେ ପ୍ରକାଶ ପାଇଥିଲା। ୧୧ ଲକ୍ଷ ୩୫ ହଜାର ୬୯୭ ଜଣ ଆବେଦନ କରିଥିବା ବେଳେ ୫ ଲକ୍ଷ ୭୩ ହଜାର ୭୩୫ ଜଣ ପ୍ରିଲିମ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୩ ହଜାର ୯୦ ଜଣ ଲିଖିତ (ମେନ୍) ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ମେନ୍ ପରୀକ୍ଷା ସେପ୍ଟେମ୍ବର ୧୬ରୁ ୨୫ ମଧ୍ୟରେ ହୋଇଥିଲା ଓ ଏହାର ଫଳାଫଳ ଡିସେମ୍ବର ୬ରେ ପ୍ରକାଶ କରାଯାଇଥିଲା। ୨୫୨୯ ଜଣଙ୍କୁ ସାକ୍ଷାତକାର ପାଇଁ ଡକା ଯାଇଥିଲା। ସାକ୍ଷାତକାର ପରୀକ୍ଷା ମେ’ ୧୮ରେ ଶେଷ ହୋଇଥିଲା। ଆଉ ଆଜି ଚୂଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶ କରାଯାଇଛି।
କୃତକାର୍ଯ୍ୟ ହୋଇଥିବା ୯୩୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮୦ ଜଣ ଆଇଏଏସ୍, ୩୮ ଜଣ ଆଇଏଫ୍ଏସ୍, ୨୦୦ ଜଣ ଆଇପିଏସ୍ ଏବଂ ବାକି ମାନେ ସେଣ୍ଟ୍ରାଲ ସର୍ଭିସେସ୍ ଗ୍ରୁପ୍ ଏ ଓ ଗ୍ରୁପ୍ ବି ସର୍ଭିସେସ୍ରେ ନିଯୁକ୍ତି ପାଇବେ।
ଆଦର୍ଶଙ୍କୁ ମାତ୍ର ୨୨ ବର୍ଷ ହୋଇଛି। ତାଙ୍କ ଘର ଉତ୍ତର ପ୍ରଦେଶର ବରବାଙ୍କୀ ଜିଲ୍ଲାରେ। ତାଙ୍କ ବାପା ରାଧାକାନ୍ତ ଶୁକ୍ଳା ଜଣେ ଆକାଉଣ୍ଟାଣ୍ଟ। ସେ ଏକ ପ୍ରାଇଭେଟ୍ ଫାର୍ମରେ କାମ କରନ୍ତି।
ଭଲ ରୋଜଗାର ପାଇଁ ୨୦ ବର୍ଷ ତଳେ ରାଧାକାନ୍ତ ତାଙ୍କ ଗାଁ ରାମନଗରରୁ ବାରବାଙ୍କୀକୁ ଚାଲି ଆସିଥିଲେ। ରାମନଗର ଗାଁଟି ବାରବାଙ୍କୀ ଜିଲ୍ଲାରେ ଅଛି। ଆଦର୍ଶଙ୍କ ମା’ ଜଣେ ଗୃହିଣୀ। ତାଙ୍କର ଜଣେ ଭଉଣୀ ଅଛନ୍ତି। ସେ ଏଲଏଲଏମ୍ କରିବା ପରେ ଜୁଡ଼ିସିଆରୀ ସର୍ଭିସ୍ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। କହିବାକୁ ଗଲେ ଆଦର୍ଶ ଏକ ସରଳ ଓ ସାଧାରଣ ପରିବାରରୁ ଆସିଛନ୍ତି।
ଆଦର୍ଶ ହାଇସ୍କୁଲ୍ ଓ ଯୁକ୍ତ ଦୁଇ ପରୀକ୍ଷାରେ ଟପ୍ପର ହୋଇଥିଲେ। ସେ ଲକ୍ଷ୍ନୌର ନ୍ୟାଶନାଲ୍ ପିଜି କଲେଜରେ ବିଏସ୍ସି କରୁଥିଲେ ଏବଂ ଏଥିରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଆଦର୍ଶଙ୍କୁ ଯେତେବେଳେ ୨୧ ବର୍ଷ ହୋଇଥିଲା ସେ ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଇଥିଲେ। ଆଉ ପ୍ରଥମ ଥରରେ ସେ ବାଜି ମାରିଥିବା ଯୋଗୁ ତାଙ୍କୁ ଚାରିଆଡୁ ଅଭିନନ୍ଦନର ସୁଅ ଛୁଟୁଛି।
ଏହି ସଫଳତା ପାଇଁ ଆଦର୍ଶ ତାଙ୍କ ବାପାମା’ଙ୍କୁ ଶ୍ରେୟ ଦେଇଛନ୍ତି। ଆଉ ଏହି ସଫଳତା ତାଙ୍କ ବାପା ରାଧାକାନ୍ତଙ୍କ ସ୍ୱପ୍ନକୁ ମଧ୍ୟ ପୂରଣ କରିଛି। କାରଣ ତାଙ୍କ ବାପା ବି ପଢ଼ିଲା ବେଳେ ସିଭିଲ ସର୍ଭିସ୍ ପରୀକ୍ଷା ଦେବାକୁ ମନ ବଳାଇଥିଲେ। ତେବେ ସେତେବେଳେ ତାଙ୍କର ଆର୍ଥିକ ସ୍ଥିତି ଏତେ ସ୍ୱଚ୍ଛଳ ନଥିଲା ଓ ଅନ୍ୟାନ୍ୟ ସମସ୍ୟା କାରଣରୁ ସେ ପରୀକ୍ଷା ଦେଇ ପାରି ନଥିଲେ।
ଟିନା ଡାବି ୨୦୧୬ରୁ ଜଣେ ଆଇଏସ୍ ଏବଂ ବର୍ତ୍ତମାନ ରାଜସ୍ଥାନ ସରକାରରେ ଅର୍ଥ ବିଭାଗର ଯୁଗ୍ମ ସଚିବ ଭାବରେ କାମ କରୁଛନ୍ତି।
ସୂଚନାଯୋଗ୍ୟ, ବିହାର କାଟିହରର ଶୁଭମ କୁମାର ୟୁପିଏସସି ୨୦୨୦ର ଟପ୍ପର ହୋଇଛନ୍ତି। ଜାଗୃତି ଅୱସ୍ତି ଏବଂ ଅଙ୍କିତା ଜୈନ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। 19 ବର୍ଷ ପରେ ବିହାରରୁ ଶୁଭମ ହୋଇଛନ୍ତି ୟୁପିଏସସି ଟପ୍ପର। ବିହାରର ଆଲୋକ ରଂଜନ ଝା ୨୦୦୧ରେ ୟିପିଏସସିରେ ଟପ୍ପର ହୋଇଥିଲେ।
ପରୀକ୍ଷାରେ ଟପ୍ପର ହେବା ପରେ ଶୁଭମ କହିଛନ୍ତି, ମୋର ସ୍ୱପ୍ନ ପୂରଣ ହୋଇଛି । ଏକ ଛୋଟିଆ ଗାଁରୁ ଆସିଥିବା ଏହି ଟପ୍ପର ପିଟିଆଇକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କାମ କରିବା ବେଳେ ଗ୍ରାମାଞ୍ଚଳର ବିକାଶ, ରୋଜଗାର ସୃଷ୍ଟି ଏବଂ ଦାରିଦ୍ର୍ୟ ଦୂରିକରଣ ଉପରେ ତାଙ୍କର ଫୋକସ ରହିବ। ୨୪ ବର୍ଷୀୟ ଶୁଭମ ତୃତୀୟ ପ୍ରୟାସରେ ସେ ଏହି ସ୍ଥାନରେ ପହଂଚିଥିବା କହିଛନ୍ତି । ସେ ଇଚ୍ଛାଧୀନ ଭାବରେ ଆନ୍ଥ୍ରୋପୋଲୋଜି ରଖିଥିଲେ।
୨୦୧୯ ୟୁପିଏସସି ପରୀକ୍ଷାରେ ଶୁଭମ ଯୋଗ୍ୟତା ହାସଲ କରିବା ପରେ ଭାରତୀୟ ପ୍ରତିରକ୍ଷା ଆକାଉଣ୍ଟସ ସର୍ଭିସ (IDAS) କୁ ମନୋନୀତ ହୋଇଥିଲେ। ସେହିପରି ୨୦୧୮ ପରୀକ୍ଷାରେ ସେ ପ୍ରଥମ ଥର ପାଇଁ ପରୀକ୍ଷା ଦେଇଥିଲେ। ଆଇଆଇଟି ବମ୍ବେରୁ ସିଭିଲ୍ ଇଞ୍ଜିନିୟରିଂରେ ବିଟେକ କରିଥିଲେ ଶୁଭମ।
ରାଙ୍କରେ ଯତୀନ କିଶୋର ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ତୃତୀୟ ସ୍ଥାନରେ ରହିଛନ୍ତି ପ୍ରତିଭା ବର୍ମା। ୧୦୭ତମ ସ୍ଥାନରେ ଅଂଶୁମାନ ରାଜ, ୧୨୦ତମ ସ୍ଥାନରେ ଅନୁପ ଦାସ, ୧୯୦ତମ ସ୍ଥାନରେ ଶୈଳଜା ଦାସ ଓ ୨୦୨ତମ ସ୍ଥାନରେ ରହିଛନ୍ତି ରାହୁଲ ମିଶ୍ର।
ସେହିପରି ୨୨୫ତମ ରାଙ୍କରେ ହେମା ନାୟକ ଥିବା ବେଳେ ୨୨୯ତମ ସ୍ଥାନରେ ଆରୁଷି ମିଶ୍ର, ୨୯୧ ରାଙ୍କରେ ଆଶିଷ ଦାସ, ୨୯୪ ତମ ସ୍ଥାନରେ ଅଙ୍କିତ ଶଙ୍କର ମିଶ୍ର ରହିଛନ୍ତି। ଏହାବ୍ୟତୀତ ୩୦୦ତମ ସ୍ଥାନ ସୋନାଲି ମିଶ୍ର ଅଧିକାର କରିଥିବା ବେଳେ ୩୧୨ତମ ସ୍ଥାନ ଦିବ୍ୟା ମିଶ୍ର, ୩୬୧ ରାଙ୍କରେ ଅର୍ଘ୍ୟ ପଟ୍ଟନାୟକ ଓ ୩୭୯ ସ୍ଥାନରେ ରହିଛନ୍ତି ଜୁବିନ ମହାପାତ୍ର।
୪୪୧ ରାଙ୍କରେ ସମୀର କୁମାର ଜେନା, ୫୬୭ ତମ ରାଙ୍କରେ ମାନସ ରଞ୍ଜନ ସାହୁ ଓ ୭୧୨ତମ ସ୍ଥାନରେ ରହିଛନ୍ତି ଶିବମ ମିଶ୍ର। ୭୧୫ତମ ସ୍ଥାନରେ ଓମ୍ ପ୍ରସାଦ ମହାନ୍ତି ଥିବା ବେଳେ ୮୧୯ସ୍ଥାନରେ ରହିଛନ୍ତି ବିଭୂତି ଭୂଷଣ ନାୟକ।