ସୂଚନା ଅନୁସାରେ, ଚଳିତ ବର୍ଷର ସିଭିଲ୍ ସର୍ଭିସ୍ ପରୀକ୍ଷା ବିଳମ୍ବରେ ହେବ। ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମେ ୨୫ରେ ହେବାକୁ ଥିବା ପରୀକ୍ଷାସୂଚିକୁ ବଦଳା ଯାଇଛି। ନିର୍ବାଚନ ସରିବା ପରେ ପରୀକ୍ଷା ତାରିଖ ଘୋଷଣା କରିବେ ଆୟୋଗ।
ନିକଟରେ ହୋଇଥିବା ୟୁପିଏସସି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ଚଳିତ ବର୍ଷର ପରୀକ୍ଷା ମାଧ୍ୟମରେ ପ୍ରାୟ ୧,୦୫୫ଟି ପଦବୀ ପୂରଣ ହେବ। ୟୁପିଏସସି ଦ୍ୱାରା ପ୍ରତିବର୍ଷ ଆୟୋଜିତ ସିଭିଲ୍ ସର୍ଭିସ୍ ପରୀକ୍ଷା ତିନୋଟି ପର୍ଯ୍ୟାୟ ପ୍ରାଥମିକ, ମୁଖ୍ୟ ଏବଂ ସାକ୍ଷାତକାର ମାଧ୍ୟମରେ କରାଯାଏ। ଏହି ପରୀକ୍ଷା ଅଧୀନୟରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍), ଭାରତୀୟ ବୈଦେଶିକ ସେବା (ଆଇଏଫଏସ୍) ଏବଂ ଭାରତୀୟ ପୁଲିସ ସେବା (ଆଇପିଏସ୍) ପଦବୀ ପାଇଁ ଅଧିକାରୀ ଚୟନ କରାଯାଏ।
ପ୍ରକାଶ ଥାଉ କି, ଏପ୍ରିଲ ୧୯ରୁ ସାତୋଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଫଳାଫଳ ଜୁନ୍ ୪ରେ ଘୋଷଣା କରାଯିବ। ଅନ୍ୟ ପର୍ଯ୍ୟାୟଗୁଡିକ ଏପ୍ରିଲ୍ ୨୬, ମେ ୭, ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍ ୧ରେ ହେବ।
୧୯୩୦ଟି ପଦବୀ ମଧ୍ୟରୁ ୮୯୨ଟି ଅସଂରକ୍ଷିତ ରହିଥିବା ବେଳେ ୧୯୩ଟି ଇଡବ୍ଲ୍ୟୁଏସ୍ ବର୍ଗ ପାଇଁ ସଂରକ୍ଷିତ ରହିଛି। ସେହିପରି ଓବିସିଙ୍କ ପାଇଁ ୪୪୬ଟି ପଦ ସଂରକ୍ଷିତ ହୋଇଥିବା ବେଳେ ଏସ୍ସି ଓ ଏସ୍ଟି ବର୍ଗ ପାଇଁ ଯଥାକ୍ରମେ ୨୩୫ ଓ ୧୬୪ଟି ପଦବୀ ସଂରକ୍ଷିତ ହୋଇଛି। ଏହି ୧୯୩୦ଟି ପଦବୀ ମଧ୍ୟରେ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ୧୬୮ଟି ଉଦ୍ଦିଷ୍ଟ ରହିଛି।
ବୟସ ସୀମା
ଅସଂରକ୍ଷିତ ଓ ଇଡବ୍ଲ୍ୟୁଏସ୍ ବର୍ଗର ପ୍ରାର୍ଥୀଙ୍କ ବୟସ ସର୍ବାଧିକ ୩୦ ବର୍ଷ ରହିଛି। ଅନ୍ୟବର୍ଗଙ୍କ ପାଇଁ ଏଥିରେ କୋହଳ କରାଯାଇଛି। ଓବିସି ବର୍ଗର ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୩ ବର୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ଏସ୍ସି/ଏସ୍ଟିଙ୍କ ପାଇଁ ୨୫ ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମା ୪୦ ବର୍ଷ ରହିଛି। ସବୁ ବର୍ଗର ପ୍ରାର୍ଥୀଙ୍କ ପାଇଁ ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ରହିଛି।
ଶିକ୍ଷାଗତ ଯୋଗ୍ୟତା
ପ୍ରାର୍ଥୀ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ବା ଅନୁଷ୍ଠାନରୁ ନର୍ସିଂ ଅନର୍ସ ବା ସମ୍ମାନ ରଖି ବି.ଏସ୍ସି କରିଥିବେ ବା ବିଏସ୍ସି ନର୍ସିଂର ରେଗୁଲାର କୋର୍ସ କରିଥିବା ଆବଶ୍ୟକ। ସେହିପରି ସେ ଷ୍ଟେଟ୍ ନର୍ସିଂ କାଉନ୍ସିଲରେ ଜଣେ ନର୍ସ ବା ନର୍ସ ଏବଂ ମିଡ୍-ୱାଇଫ୍ ଭାବେ ନିଜ ନାମ ପଞ୍ଜୀକୃତ କରିଥିବା ଆବଶ୍ୟକ।
ପ୍ରାର୍ଥୀଙ୍କ ପାଖରେ ଉପରୋକ୍ତ ଶିକ୍ଷାଗତ ଯୋଗ୍ୟତା ଥିବ ଅବା ପ୍ରାର୍ଥୀ ଜେନାରାଲ ନର୍ସିଂ ମିଡ୍-ୱାଇଫେରୀରେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ ବା କାଉସିଲରୁ ଡିପ୍ଲୋମା କରିଥିବେ ଏବଂ ଷ୍ଟେଟ୍ ନର୍ସିଂ କାଉନସିଲରେ ଜଣେ ନର୍ସ ବା ନର୍ସ ଏବଂ ମିଡ୍-ୱାଇଫ୍ ଭାବେ ନିଜ ନାମ ପଞ୍ଜୀକୃତ କରିଥିବେ। ସେହିପରି ଜେନାରାଲ ନର୍ସିଂ ମିଡ୍-ୱାଇଫେରୀରେ ଡିପ୍ଲୋମା କରିବା ପରେ ସେ କୌଣସି ୫୦ଟି ବେଡ୍ ବିଶିଷ୍ଟ ଡାକ୍ତରଖାନାରେ କାମ କରିଥିବେ।
ଚୟନ ପ୍ରକ୍ରିୟା
ଏହି ପଦରେ ନିଯୁକ୍ତି ପାଇଁ ୟୁପିଏସ୍ସି ଲିଖିତ ପରୀକ୍ଷା କରିବ। ଏହି ପରୀକ୍ଷା ଆସନ୍ତା ଜୁଲାଇ ୭ ତାରିଖରେ ହେବ। ଓଡ଼ିଶାର କଟକରେ ମଧ୍ୟ ପରୀକ୍ଷା କେନ୍ଦ୍ର ରହିଛି। ତେବେ ୟୁପିଏସ୍ସି ଉଭୟ ପରୀକ୍ଷା ତାରିଖ ଓ କେନ୍ଦ୍ରକୁ ପରିବର୍ତ୍ତନ କରିପାରେ।
ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀମାନେ upsc.gov.in ଖୋଲି Recruitment ସେକ୍ସନର Advertisementsକୁ ଯାଇ ଏହି ନିଯୁକ୍ତି ସମ୍ବନ୍ଧୀୟ ବିଜ୍ଞପ୍ତି ପଢ଼ି ସବିଶେଷ ତଥ୍ୟ ପାଇପାରିବେ।
ଏହି ଚଳଚ୍ଚିତ୍ରକୁ ଯୁବପିଢି ଖୁବ୍ ପସନ୍ଦ କରିଛନ୍ତି। ନିକଟରେ ଛତିଶଗଡର ଜଣେ ଆଇଏଏସ ଅଧିକାରୀ ମଧ୍ୟ ସିନେମାକୁ ଖୁବ୍ ପ୍ରଶଂସା କରିଛନ୍ତି। ଆଇଏଏସ ଅଧିକାରୀ ଅବନିଶ ଶରଣ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ଏକ କ୍ଲିପ୍ ଶେଆର୍ କରିଛନ୍ତି।
यह सिर्फ़ आपका रिजल्ट नहीं है…उन तमाम संघर्षों का रिजल्ट है, जो तमाम विषम परिस्थितियों के बावजूद यूपीएससी परीक्षा में बैठने की हिम्मत जुटा पाते हैं. pic.twitter.com/HHskjf28O2
— Awanish Sharan 🇮🇳 (@AwanishSharan) January 7, 2024
ସିନେମାନେ ମନୋଜ ଯେତେବେଳେ ବହୁ ସଙ୍ଘର୍ଷ ପରେ ଆଇପିଏସ ଟପ୍ପର ହୋଇଛନ୍ତି ଏବଂ ଏହି ସମୟରେ ତାଙ୍କ ସାଙ୍ଗମାନେ ଖୁସିରେ କାନ୍ଦି ପକାଉଥିବାର ଦୃଶ୍ୟକୁ ଶେଆର୍ କରିଛନ୍ତି ଆଇଏଏସ ଅବନିଶ। ସେ ତାଙ୍କ ଏକ୍ସ ପୋଷ୍ଟରେ କହିଛନ୍ତି, "ଏହା କେବଳ ଆପଣଙ୍କ ରେଜଲ୍ଟ ନୁହେଁ... ପୂରା ସଙ୍ଘର୍ଷର ଫଳାଫଳ, ଯାହା ବହୁ ବିଷମ ପରିସ୍ଥିତି ସତ୍ତ୍ୱେ ୟୁପିଏସସି ପରୀକ୍ଷାରେ ବସିବା ପାଇଁ ସାହସ ଯୋଗାଇଥାଏ।" ସିନେମାରେ ମନୋଜ ଶର୍ମାଙ୍କ ଭୂମିକା ନିଭାଇଥିବା ବିକ୍ରାନ୍ତ ମେସୀ ଆଇଏଏସ ଅବନିଶଙ୍କ ପୋଷ୍ଟରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
'12th Fail' ସିନେମା ଏକ ଶିକ୍ଷଣୀୟ ସିନେମା। ଜୀବନରେ ବିଫଳତା ସତ୍ତ୍ୱେ କିପରି ସଫଳତା ହାସଲ କରାଯାଏ ତା'ର ଶିକ୍ଷା ଦିଆଯାଇଛି। ଏଥିରେ ଆଇପିଏସ ଅଫିସର ମନୋଜ ଶର୍ମାଙ୍କ କାହାଣୀ ଉଲ୍ଲେଖ ରହିଛି। ବିଧୁ ବିନୋଦ ଚୋପ୍ରା ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। 2023, ଅକ୍ଟୋବର 27ରେ ସିନେମାଟି ରିଲିଜ୍ ହୋଇଥିଲା।
ମଙ୍ଗଳବାର ୟୁପିଏସ୍ସି ରେଜଲ୍ଟ ଘୋଷଣା କରାଯାଇଥିଲା। ରେଜଲ୍ଟ ଘୋଷଣା ହେବା ପରେ ଆୟେଶା ନାମକ ଜଣେ ଝିଅ ୧୮୪ ନମ୍ବର ସ୍ଥାନରେ ରହିଥିଲେ। ଏହି ରାଙ୍କକୁ ଦେଖି ଓ ରୋଲ ନମ୍ବରକୁ ମିଶାଇ ଆୟେଶା ନାମଧାରୀ ଦୁଇ ଜଣ ଝିଅଙ୍କ ଘରେ ସେଲିବ୍ରେସନ ଆରମ୍ଭ ହୋଇଥିଲା।
ଜଣେ ଆୟେଶାଙ୍କ ଘର ଦେବାସ ଜିଲ୍ଲାରେ ହୋଇଥିବା ବେଳେ ଆଉ ଜଣଙ୍କ ଘର ଅଲୀରାଜପୁର ଜିଲ୍ଲାରେ। ଉଭୟ ୟୁପିଏସ୍ସି କ୍ଲିୟର କରିଥିବା ଦାବି କରି ଏପରି ଉତ୍ସବ ମନାଇଥିଲେ।ଏହି ଘଟଣା ବୁଧବାର ସାମ୍ନାକୁ ଆସିଥିଲା।
ଦେବାସରେ ରହୁଥିବା ଝିଅ ଜଣଙ୍କ ହେଲେ ଆୟେଶା ଫାତିମା। ତାଙ୍କ ବାପାଙ୍କ ନାଁ ନଜିରୁଦ୍ଦିନ। ସେହିପରି ଅଲୀରାଜପୁରରେ ରହୁଥିବା ଝିଅ ଜଣଙ୍କ ହେଲେ ଆୟେଶା ମକରାନି। ତାଙ୍କ ବାପାଙ୍କ ନାଁ ସଲିମୁଦ୍ଦିନ। ଉଭୟ ୧୮୪ ରାଙ୍କରେ ରହିଥିବା କହିଛନ୍ତି। ଉଭୟଙ୍କ ରୋଲ ନମ୍ବର ମଧ୍ୟ ସମାନ ରହିଛି। ଦୁଇ ଆୟେଶାଙ୍କୁ ପରୀକ୍ଷା ପାଇଁ ମିଳିଥିବା ଆଡମିଟ କାର୍ଡରେ ରୋଲ ନମ୍ବର ହେଉଛି ୭୮୧୧୭୪୪। ଉଭୟ ଝିଅ ପରୀକ୍ଷା ଦେଇଥିଲେ ଓ ସାକ୍ଷାତକାରର ସମ୍ମୁଖୀନ ମଧ୍ୟ ହୋଇଥିବା ଦାବି କରିଛନ୍ତି।
ଆୟେଶା ମାକରାନିଙ୍କ ଭାଇ ଶାହବାଜୁଦ୍ଦିନ ମକରାନି ହେଉଛନ୍ତି ଜଣେ ସିଭିଲ ଇଞ୍ଜିନିୟର। ସେ କହିଛନ୍ତି ଯେ ତାଙ୍କ ଭଉଣୀ ୟୁପିଏସ୍ସି ଗଣିତରେ କ୍ଲିୟର କରିଛି। ମୋ ଭଉଣୀ ୟୁପିଏସ୍ସି କ୍ଲିୟର କରୁ ଓ ଆଇଏଏସ୍ ବନୁ ବୋଲି ମୋ ମା’ଙ୍କ ସ୍ୱପ୍ନ ରହିଥିଲା। ଏବେ ସେ ୧୮୪ ନମ୍ବର ରାଙ୍କରେ ରହିଛି।
ଆଉ ଜଣେ ଝିଅ ୟୁପିଏସ୍ସି କ୍ଲିୟର କରିଥିବା ଦାବି କରିବା ପରେ ଦ୍ୱନ୍ଦ୍ୱ ଦେଖାଯାଇଥିଲା। ଆମେ ୟୁପିଏସ୍ସି ସହ ଏନେଇ ଯୋଗାଯୋଗ କରିଥିଲୁ। ଶୁକ୍ରବାର ସୁଦ୍ଧା ପ୍ରକୃତ ସତ ସାମ୍ନାକୁ ଆସିବ। ମୋ ଭଉଣୀକୁ ୨୩ ବର୍ଷ ଓ ସେ ପ୍ରଥମଥର ପାଇଁ ୟୁପିଏସ୍ସି ପରୀକ୍ଷା ଦେଇଥିଲା ବୋଲି ଶାହବାଜୁଦ୍ଦିନ କହିଛନ୍ତି।
ଅନ୍ୟପକ୍ଷରେ ଆୟେଶା ଫାତିମାଙ୍କ ବାପା ନଜିରୁଦ୍ଦିନ ମଧ୍ୟ ତାଙ୍କ ଝିଅ ୟୁପିଏସ୍ସି କ୍ଲିୟର କରିଥିବା ଦାବି କରିଛନ୍ତି। ସେ କହିଛନ୍ତି, “ୟୁପିଏସ୍ସି କେବେ ହେଲେ ଏମିତି ଭୁଲ କରିପାରିବ ନାହିଁ। ମୁଁ ପୂରା ତଦନ୍ତ ଚାହୁଁଛି। ପ୍ରକୃତ ସତ ସାମ୍ନାକୁ ଆସିବା ଦରକାରର। ମୋ ଝିଅର ବୟସ ୨୬। ସେ ୪ର୍ଥ ଥର ପାଇଁ ପରୀକ୍ଷା ଦେଇଥିଲା। ସେ ରାଜନୀତି ବିଜ୍ଞାନରେ ୟୁପିଏସ୍ସି କ୍ଲିୟର କରିଛି।”
ଆୟେଶା ମାକରାନିଙ୍କ ଆଡମିଟ କାର୍ଡରେ ବ୍ୟକ୍ତିତ୍ୱ ପରୀକ୍ଷାର ତାରିଖ ଏପ୍ରିଲ ୨୫ ଗୁରୁବାର ଲେଖାଯାଇଛି। ହେଲେ ଆୟେଶା ଫାତିମାଙ୍କ ଆଡମିଟ କାର୍ଡରେ ବ୍ୟକ୍ତିତ୍ୱ ଟେଷ୍ଟ ଏପ୍ରିଲ ୨୫ ମଙ୍ଗଳବାର ବୋଲି ଉଲ୍ଲେଖ କରାଯାଇଛି। ଏହାକୁ ନେଇ ଦ୍ୱନ୍ଦ୍ୱ ବଢ଼ିଥିବା ବେଳେ କେଉଁ ଆୟେଶା ୧୮୪ ନମ୍ବର ରାଙ୍କ ପାଇଛନ୍ତି, ତା’କୁ ନେଇ ତଦନ୍ତ ଆରମ୍ଭ ହୋଇଛି।
ସେପଟେ ମଙ୍ଗଳବାର ପ୍ରକାଶ ପାଇଥିବା ସିଭିଲ ସର୍ଭିସ୍ ପରୀକ୍ଷାରେ ଓଡ଼ିଆ ପିଲାଙ୍କ ସଫଳତାକୁ ନେଇ ବଢିଛି ଚର୍ଚ୍ଚା। ହେଲେ ତା’ଠାରୁ ଅଧିକ ଆଲୋଚନା ଆଉ ସମାଲୋଚନା ସିଭିଲ ସର୍ଭିସ କୋଚିଂକୁ ନେଇ। କାହିଁକି ନା ଏଥର ୟୁପିଏସସିରେ ସଫଳ ହୋଇଥିବା ଅଧିକାଂଶ ରାଜ୍ୟ ବାହାରେ କୋଚିଂ ନେଇଛନ୍ତି।
ତେଣୁ ଏବେ ପ୍ରଶ୍ନ ଉଠିଲାଣି, ରାଜ୍ୟ ଭିତରେ ଦିଆଯାଉଥିବା କୋଚିଂ ଫଳପ୍ରଦ ହେଉନି ନା ଆଶାୟୀଙ୍କ ଭରସା ପାଉନି? କାହିଁକି ବାହାର ମୁହାଁ ହେଉଛନ୍ତି ସିଭିଲ ସର୍ଭିସ ଆଶାୟୀ? ଭିତ୍ତିଭୂମିର ଅଭାବ ନା ଗୁଣାତ୍ମକ ଶିକ୍ଷାର ଅଭାବ? ଏହା ବାଦ ଓଡ଼ିଶା ସରକାର ଦେଉଥିବା ସିଭିଲ ସର୍ଭିସ କୋଚିଂ ଖାଲି ଭେଳିକି କି? ଘରୋଇ କଥା ଛାଡନ୍ତୁ ଖୋଦ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି କୋଚିଂ କରୁଥିବା ବେଳେ କିନ୍ତୁ ଜଣେ ବି କ୍ଲିୟର କରିପାରି ନାହାନ୍ତି। ତେଣୁ ଖାଲି ଭିତ୍ତିଭୂମି ନୁହଁ, କ୍ୱାଲିଟି ଟିଚିଂ ଓ ଉତ୍ତମ ବାତାବରଣ ଉପରେ ଧ୍ୟାନ ଦେବାକୁ କହିଛନ୍ତି ଆଶାୟୀ ଛାତ୍ରଛାତ୍ରୀ।
୯୩୩ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ୨୮ ଜଣ ଅଛନ୍ତି। ସେହିପରି ଏହି ୨୬ ଜଣଙ୍କ ମଧ୍ୟରୁ ୯ ଜଣ ପ୍ରଥମ ୧୦୦ ରାଙ୍କ ମଧ୍ୟରେ ଅଛନ୍ତି।
ଥରୁଣ ପଟ୍ଟନାୟକ ମାଦଳା ୩୩ ନମ୍ବର ରାଙ୍କରେ ଥିବା ବେଳେ ଅନୁପ ଦାସ ୩୮, ପ୍ରଣିତା ଦାସ ୪୨, ଅର୍ଣ୍ଣବ ମିଶ୍ର ୫୬, ଦୀକ୍ଷିତା ଯୋଶୀ ୫୮, କୃତିକା ମିଶ୍ର ୬୭, କସ୍ତୁରୀ ପଣ୍ଡା ୬୭, ପଲ୍ଲବୀ ମିଶ୍ର ୭୩ ଓ ପ୍ରଶାନ୍ତ ରାଜ ୯୭ ରାଙ୍କ ପାଇଛନ୍ତି। ସେହିପରି ସିଦ୍ଧାର୍ଥ ମିଶ୍ର ୧୦୬ ନମ୍ବର ରାଙ୍କରେ ରହିଥିବା ବେଳେ ସୌମ୍ୟରଞ୍ଜନ ଦାସ ୧୩୬, ସୋନାଲି ମିଶ୍ର ୧୪୦, ଦୁର୍ଗା ପ୍ରସାଦ ଅଧିକାରୀ ୧୬୨, ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ ୨୪୮, ସତ୍ୟ ପ୍ରକାଶ ମିଶ୍ର ୨୬୧, ଆୟୁଷୀ ପ୍ରଧାନ ୩୩୪, ହିମାଂଶୁ ସାମନ୍ତ ୩୪୮, ଦିବ୍ୟା ଜୈନ ୩୬୩, କୃତିକା ମିଶ୍ର ୪୦୧, ରଶ୍ମୀ ପ୍ରଧାନ ୪୦୫, ତେଜସ୍ୱୀ ବେହେରା ୫୧୬, ରାକେଶ କୁମାର ସାହୁ ୫୭୫, ପ୍ରଥମା ପ୍ରତୀକ୍ଷା ପ୍ରଧାନ ୬୭୦, ଶୁଭସ୍ନିଗ୍ଧା ସେଠୀ ୬୮୦, ଶୁଭମ ମିଶ୍ର ୬୮୮, ନିବେଦିତା ଦାସ ୮୪୮, ବୀରେନ୍ଦ୍ର କୁମାର ଦାସ ୮୫୪ ଓ ମାନସଜ୍ୟୋତି ଦାସ ୮୮୧ ରାଙ୍କରେ କୃତକାର୍ଯ୍ୟ ହୋଇଛନ୍ତି।
ସିଭିଲ ସର୍ଭିସ ପରୀକ୍ଷା ୨୦୨୨ ପାଇଁ ଗତ ବର୍ଷ ଜୁନ୍ ୫ ତାରିଖରେ ପ୍ରିଲିମ ପରୀକ୍ଷା ହୋଇଥିଲା। ଏହାର ଫଳ ଜୁନ ୨୨ ତାରିଖରେ ପ୍ରକାଶ ପାଇଥିଲା। ୧୧ ଲକ୍ଷ ୩୫ ହଜାର ୬୯୭ ଜଣ ଆବେଦନ କରିଥିବା ବେଳେ ୫ ଲକ୍ଷ ୭୩ ହଜାର ୭୩୫ ଜଣ ପ୍ରିଲିମ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୩ ହଜାର ୯୦ ଜଣ ଲିଖିତ (ମେନ୍) ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ମେନ୍ ପରୀକ୍ଷା ସେପ୍ଟେମ୍ବର ୧୬ରୁ ୨୫ ମଧ୍ୟରେ ହୋଇଥିଲା ଓ ଏହାର ଫଳାଫଳ ଡିସେମ୍ବର ୬ରେ ପ୍ରକାଶ କରାଯାଇଥିଲା। ୨୫୨୯ ଜଣଙ୍କୁ ସାକ୍ଷାତକାର ପାଇଁ ଡକା ଯାଇଥିଲା। ସାକ୍ଷାତକାର ପରୀକ୍ଷା ମେ’ ୧୮ରେ ଶେଷ ହୋଇଥିଲା। ଆଉ ଆଜି ଚୂଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶ କରାଯାଇଛି।
କୃତକାର୍ଯ୍ୟ ହୋଇଥିବା ୯୩୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮୦ ଜଣ ଆଇଏଏସ୍, ୩୮ ଜଣ ଆଇଏଫ୍ଏସ୍, ୨୦୦ ଜଣ ଆଇପିଏସ୍ ଏବଂ ବାକି ମାନେ ସେଣ୍ଟ୍ରାଲ ସର୍ଭିସେସ୍ ଗ୍ରୁପ୍ ଏ ଓ ଗ୍ରୁପ୍ ବି ସର୍ଭିସେସ୍ରେ ନିଯୁକ୍ତି ପାଇବେ।
ବିଦ୍ୟୁତ୍ ବିହାରୀ ସ୍ୱାଇଁ ଗୁଜରାଟରେ ବିଭିନ୍ନ ପଦବଦବୀରେ ରହି କାର୍ଯ୍ୟ କରିଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣଳାୟରେ ବି ସେ କାର୍ଯ୍ୟ କରିଛନ୍ତି।
ସେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରଣାଳୟର ବାଣିଜ୍ୟ ବିଭାଗର ସ୍ୱତନ୍ତ୍ର ସେକ୍ରେଟେରୀ ଭାବେ କାର୍ଯ୍ୟ କରିଛନ୍ତି। ସେହିପରି ସେ ଅଣୁ, ଲଘୁ ଓ କ୍ଷୁଦ୍ର ଉଦ୍ୟୋଗ ମନ୍ତ୍ରଣାଳୟର ସେକ୍ରେଟେରୀ ଭାବେ କାର୍ଯ୍ୟ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଆଇଏଏସ୍ ୨୦୨୦ ବ୍ୟାଚର ବିଭୂତି ଭୂଷଣ ନାୟକ, ଚଭନ କୁନାଲ ମୋତିରାମ, କୁଲକର୍ଣ୍ଣୀ ଆଶୁତୋଷ ସି, ମଧୁମିତା ଓ ବେଦଭୂଷଣଙ୍କୁ ଓଡ଼ିଶା କ୍ୟାଡ଼ର ଆବଂଟନ ହୋଇଛି । ଏହି ଆଇଏଏସ୍ ଅଫିସରମାନଙ୍କର ଚାକିରି ୨୦୨୨ ଅକ୍ଟୋବର ୧୨ ତାରିଖରୁ ବୈଧ ହୋଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ତଥା ରାଜ୍ୟ ସରକାରମାନଙ୍କୁ ଅବଗତ କରାଯାଇଛି ।
ମୋଟ ପଦବୀ- ୫୭୭
ଏନ୍ଫୋର୍ସମେଣ୍ଟ ଅଫିସର/ଆକାଉଣ୍ଟସ୍ ଅଫିସର୍- ୪୧୮
ଆସିଷ୍ଟାଣ୍ଟ ପ୍ରଭିଡେଣ୍ଟ ଫଣ୍ଡ କମିଶନର୍- ୧୫୯
ଶିକ୍ଷାଗତ ଯୋଗ୍ୟତା- ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେ କୌଣସି ବିଷୟ ଉପରେ ଆବେଦନକାରୀ ସ୍ନାତକ ଡିଗ୍ରୀ କରିଥିବା ଆବଶ୍ୟକ।
ବୟସ ସୀମା- ଆସିଷ୍ଟାଣ୍ଟ ପ୍ରଭିଡେଣ୍ଟ ଫଣ୍ଡ କମିଶନର୍ ପାଇଁ ସର୍ବାଧିକ ବୟସ ସୀମା ୩୫ ବର୍ଷ ଥିବା ବେଳେ ଏନ୍ଫୋର୍ସମେଣ୍ଟ ଅଫିସର ପାଇଁ ବୟସ ସୀମା ୩୦ ରଖାଯାଇଛି।
ଆବେଦନ ଫି’- ପ୍ରାର୍ଥୀମାନଙ୍କୁ ଏସବିଆଇର ଯେକୌଣସି ଶାଖାରେ ନଗଦ ଅର୍ଥ କିମ୍ବା କୌଣସି ବ୍ୟାଙ୍କର ନେଟ ବ୍ୟାଙ୍କିଙ୍ଗ ସୁବିଧା କିମ୍ବା ଭିସା / ମାଷ୍ଟର / ରୂପା / କ୍ରେଡିଟ୍ / ଡେବିଟ୍ କାର୍ଡ / ୟୁପିଇ ପେମେଣ୍ଟ ବ୍ୟବହାର କରି କେବଳ୨୫ ଟଙ୍କା ଶୁଳ୍କ ଦେବାକୁ ପଡିବ। ମହିଳା ପ୍ରାର୍ଥି, ଏସ୍ସି/ଏସ୍ଟି ଓ ଦିବ୍ୟାଙ୍ଗ ପାଇଁ ଆବେଦନ ଶୁକ୍ଳ ଛାଡ କରାଯାଇଛି।
କିଭଳି ରହିବ ପେ’ ସ୍କେଲ୍?
ଏନଫୋର୍ସମେଣ୍ଟ ଅଫିସର / ଆକାଉଣ୍ଟସ୍ ଅଫିସର ଲାଗି ସପ୍ତମ ସିପିସି ଅନୁଯାୟୀ ପେ ମ୍ୟାଟ୍ରିକ୍ସରେ ସ୍ତର- ୮ ରଖାଯାଇଛି।
ଆସିସାଷ୍ଟାଣ୍ଟ ପ୍ରୋଭିଡେଣ୍ଟ ଫଣ୍ଡ କମିଶନରଙ୍କ ପାଇଁ ସ୍ତର - ସପ୍ତମ ସିପିସି ଅନୁଯାୟୀ ପେ ମ୍ୟାଟ୍ରିକ୍ସରେ ସ୍ତର- ୧୦ ରଖାଯାଇଛି।
କିଭଳି କରିବେ ଆବେଦନ?
ପ୍ରଥମେ ଅଫିସିଆଲ୍ ୱେବସାଇଟ୍ upsconline.nic.in କୁ ଯାଆନ୍ତୁ। ଏହାପରେ ହୋମ୍ ପେଜର ୱାନ୍ ଟାଇମ ରେଜିଷ୍ଟ୍ରେସନ୍ ତଥା ଓଟିଆର୍କୁ ଯାଇ ରେଜିଷ୍ଟର କରି ୟୁପିଏସ୍ସିର ଅନ୍ଲାଇନ୍ ଆପ୍ଲିକେସନ୍ ଫର୍ମ ଫିଲ୍ଅପ କରନ୍ତୁ। ଏହାପରେ ଆପ୍ଲିକେସନ୍ ଫିସ୍ ଦେଇ ଫର୍ମ ସବ୍ମିଟ୍ କରନ୍ତୁ।
ଅଧିକ ତଥ୍ୟ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରନ୍ତୁ।
check the official notification.
ସୂଚନା ଥାଉ କି ପୂର୍ବରୁ ଦୁଇ ଦୁଇ ଥର ଏଭଳି କୋଚିଂ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। କିନ୍ତୁ ତାହା ସଫଳ ହୋଇନି। ଓଡ଼ିଆଙ୍କ ପ୍ରଦର୍ଶନ ୟୁପିଏସ୍ସିରେ ଦିନକୁ ଦିନ ହ୍ରାସ ପାଉଥିବାରୁ ବିଭାଗ ଏଭଳି ପଦକ୍ଷେପ ନେଉଛି। କିନ୍ତୁ ଏଯାଏ ସୁଫଳ ମିଳୁନି।
ଯଦି ପରୀକ୍ଷା ଘୁଞ୍ଚାଯିବ ତାବେଲେ ଆସନ୍ତା ବର୍ଷ ମଧ୍ୟ ପରୀକ୍ଷା ଉପରେ ପ୍ରଭାବ ପକାଇବ ବୋଲି ବୋର୍ଡ ଯୁକ୍ତି ରଖିଥିଲେ । ପରୀକ୍ଷାର୍ଥୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ୟୁପିଏସସି ଦ୍ୱାରା ଉପଯୁକ୍ତ ବ୍ୟବସ୍ଥା କରାଯାଇଛି। ଏ ନେଇ ୟୁପିଏସସି ଦାଖଲ କରିଥିବା ଆଫିଡେଭିଟରେ କହିଛି। ଏଥିରେ ଆହୁରି କୁହାଯାଇଛି ଯେଉଁମାନଙ୍କୁ କାଶ କିମ୍ୱା ଥଣ୍ଡା ହୋଇଥିବ ସେମାନଙ୍କ ବସିବା ପାଇଁ ଅଲଗା ବ୍ୟବସ୍ଥା କରାଯାଇଛି।
ଏହି ପରୀକ୍ଷା କରିବା ପାଇଁ ୫୦ କୋଟି ଟଙ୍କା ଖର୍ଚ୍ଚ କରିସାରିଛି। ଏଭଳି ପରିସ୍ଥିତିରେ ଯଦି ପରୀକ୍ଷା ସ୍ଥଗିତ ରଖାଯାଏ ତେବେ ସରକାରୀ ଅର୍ଥର ବଡ କ୍ଷତି ଘଟାଇବ। ଅକ୍ଟୋବର ୪ ରେ UPSC ପ୍ରାଥମିକ ପରୀକ୍ଷା ଅନୁଷ୍ଠିତ ହେବ ଢ କରୋନା ଅବଧିରେ, ଏହାକୁ ସ୍ଥଗିତ ରଖିବାକୁ ଏକ ଆବେଦନ କରାଯାଇଥିଲା।
ୟୁପିଏସସି ପ୍ରିଲିମ ପରୀକ୍ଷାରେ ୬ ଲକ୍ଷ ପରୀକ୍ଷାର୍ଥୀ ଉପସ୍ଥିତ ରହିବେ। ଦେଶର ୭୨ଟି ବିଭିନ୍ନ ସହରରେ ପରୀକ୍ଷା ହେବ। ଏଥିମଧ୍ୟରୁ କେତେକ କରୋନା କାରଣରୁ ପରୀକ୍ଷା ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ। ଏହି ପରୀକ୍ଷା ପ୍ରଥମେ ୩୧ ମେରେ ଅନୁଷ୍ଠିତ ହେବାର ଥିଲା କିନ୍ତୁ କରୋନା କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ତା’ପରେ ୫ ଜୁନ୍ ରେ, UPSC ୪ ଅକ୍ଟୋବର ନୂଆ ତାରିଖ ଘୋଷଣା କରିଥିଲେ।