ଉଛୁଳା ଯମୁନାର ଉଗ୍ର ରୂପ ଦେଖି ଲୋକେ ମଧ୍ୟ ଭୟଭୀତ। ଦୁଇ ତିନି ଧରି କ୍ରମାଗତ ଜଳସ୍ତର ବଢିବା ପରେ ଦିଲ୍ଲୀରେ ଲୋହା ବ୍ରିଜଠାରେ ବୁଧବାର ସକାଳେ ବଢ଼ି ପାଣି ବିପଦ ସଙ୍କେତ ପାର କରିସାରିଛି। ଯମୁନା ଏବେ ବିପଦ ସଙ୍କେତ ଟପି ପ୍ରବାହିତ ହେଉଥିବାରୁ ବନ୍ୟା ସ୍ଥିତିର ଆଶଙ୍କ ସୃଷ୍ଟି କରିଛି। ଯମୁନାର ଜଳସ୍ତର ଏଠାରେ ୨୦୭. ୦୮ ମିଟର ରହିଛି । ବିପଦ ସଂକେତର ୧.୩ ମିଟର ଉପରେ ଏହା ଏବେ ପ୍ରବାହିତ ହେଉଛି। ଯାହାକି ଗତ ୪୫ ବର୍ଷ ଭିତରେ ସର୍ବାଧିକ ବୋଲି କୁହାଯାଉଛି। ଯମୁନାର ବଢ଼ି ପାଣିର ଭୟଙ୍କର ରୂପ ଦେଖି ଦିଲ୍ଲୀର ତଳି ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ୧୯୭୮ ମସିହା ରେକର୍ଡ ଭାଙ୍ଗି ଜମୁନାର ଜଳ ସ୍ତର ବିପଦସଙ୍କେତ ଉପରେ ଅର୍ଥାତ୍ ୨୦୭.୫୫ ରହିଛି।
ସେହିଭଳି ଦିଲ୍ଲୀ ପୁରୁଣା ରେଲୱେ ବ୍ରିଜ୍ ନିକଟରେ ମଧ୍ୟ ଜଳସ୍ତର ୨୦୭ ମିଟର ପାର କରିଛି । ଗୋଟେ ପଟେ ଲଗାଣ ବର୍ଷା ଏବଂ ଅନ୍ୟ ପଟେ ହରିୟାଣାରୁ ଜଳ ଛଡାଯିବାପରେ ଯମୁନାରେ ଏଭଳି ସ୍ଥିତି ଦେଖାଦେଇଛି। ହରିୟାଣାର ହଥିନୀକୁଣ୍ଡ ବ୍ୟାରେଜରୁ ୩ ଲକ୍ଷର ଅଧିକ କ୍ୟୁସେକ୍ ପାଣି ନିଷ୍କାସିତ କରାଯାଇଛି। ଏହା ଫଳରେ ଯମୁନାମ ଫୁଲିବାରେ ଲାଗିଛି।
ସ୍ଥିତିକୁ ଦେଖି ଦିଲ୍ଲୀରେ ଓଖଲା ବ୍ୟାରେଜର ସମସ୍ତ ଗେଟ୍ ଖୋଲି ଦିଆଯାଇଛି। ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ ନିଜେ ବୋଟରେ ବସି ଆଜି ବନ୍ୟା ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଯେକୌଣସି ସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା କହିଛନ୍ତି। ସେହିପରି ସ୍ଥିତିକୁ ଦେଖି ତୁରନ୍ତ ଯମୁନାରେ ଜଳ ଛାଡ଼ିବା ବନ୍ଦ କରିବାକୁ ଗୃହ ମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆସନ୍ତା ସପ୍ତାହରେ ଜି-୨୦ ବୈଠକ ରହିଥିବାରୁ ସ୍ଥିତିକୁ ଆୟତ କରିବାକୁ ସେ ଏହି ପଦକ୍ଷେପ ନେବାକୁ କହିଛନ୍ତି। ସେହିପରି ବଢ଼ି ପାଣି ଦେଖିବାକୁ ଯମୁନା ନଦୀ ବନ୍ଧରେ ଭିଡ଼ ଲାଗିଥିବାରୁ ପୁଲିସ ଏହାକୁ ନିୟନ୍ତ୍ରଣ କରିବାରେ ବେହାଲ ନଜର ଆସିଛି। ନଦୀ ବନ୍ଧ ନିକଟରେ ଭିଡ଼ ନକରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସତର୍କତା ପରାମର୍ଶ ଜାରି କରିଛନ୍ତି।
Delhi Chief Minister Arvind Kejriwal writes to Union Home Minister Amit Shah
— ANI (@ANI) July 12, 2023
Limited quantity of water should be released from Hathnikund, so that the water level of Yamuna does not increase further. G20 summit is to be held in Delhi so if flood happens in Delhi, it won't send a… pic.twitter.com/iVbBUv8gTR
ତେବେ ତଳି ଅଞ୍ଚଳରେ ବର୍ଷା ଭିତରେ ଫସିଥିବା ଲୋକେ ସରକାରଙ୍କ ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବଢ଼ି ପାଣି ବିଶେଷ ଭାବେ ଯମୁନା କୂଳରେ ଏବଂ ଏହାର ଆଖପାଖରେ ବସ୍ତି ଅଞ୍ଚଳରେ ରହିଥିବା ଲୋକଙ୍କ ଦୁର୍ଦ୍ଦଶା ବଢେଇ ଦେଇଛି। ଅନେକ ଲୋକ ଘର ଖାଲି କରି ରାସ୍ତା ଉପରକୁ ଚାଲି ଆସିଛନ୍ତି। ଜିନିଷପତ୍ର ଓ ଛୁଆ ପିଲାଙ୍କୁ ଧରି ବ୍ରିଜ ଉପର ରାସ୍ତା କଡରେ ଆସି ବସବାସ କରିବାକୁ ବାଧ୍ୟ ହେଉଥିବା ବୋଲି ସେମାନେ କହିଛନ୍ତି।
#WATCH | Delhi CM Arvind Kejriwal, says "The water level of the Yamuna River in Delhi has reached 207.71 metres, which is the highest ever. Delhi has not received rainfall in the last 2-3 days. Water is entering Delhi from Himachal Pradesh and Haryana. Regarding this, I have also… pic.twitter.com/wPUZk7XO3u
— ANI (@ANI) July 12, 2023
ଏଭଳି ସ୍ଥିତିରେ ଯଦି ବର୍ଷା ଆହୁରି ଲାଗି ରହେ ଦିଲ୍ଲୀ, ଏନସିଆର ସମେତ ହରିୟାଣା ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ ମଧ୍ୟ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି।
1000-1500 people including children are stuck in the flood-affected area near Mayur Vihar Phase I. I have spoken to the DM to provide a boat to rescue them. The people of Delhi are our responsibility. Delhi CM should be questioned on how much money has his government spent on… pic.twitter.com/icEDsj4x9h
— ANI (@ANI) July 12, 2023
ସେପଟେ ଉତ୍ତର ଭାରତରେ ଗତ ସପ୍ତାହରୁ ଲାଗି ରହିଥିବା ବର୍ଷା ଓ ବଢ଼ି ଜନିତ ବିପର୍ଯ୍ୟୟରେ ୧୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି।
ପ୍ରବଳ ବର୍ଷା ପରେ ହିମାଚଳ ପ୍ରଦେଶରେ ଏବେବି ସ୍ଥିତି ଭୟଙ୍କର ରହିଛି। ଗତ ସପ୍ତାହେ ଭିତରେ ବର୍ଷା ବତ୍ପାତରେ ପ୍ରାୟ ୮୦ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ଏବେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ଭୂସ୍ଖଳନର ପ୍ରଭାବ ଏବେବି ଦେଖିବାକୁ ମିଳିଛି। ବଡ ବଡ ପଥର ଅତଡା ଧସିବା ଫଳରେ ରାସ୍ତା ବନ୍ଦ ହୋଇ ଯାତାୟତ ବ୍ୟବସ୍ଥାକୁ ଠପ କରିଦେଇଛି। ଏହା ଫଳରେ ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡିକରେ ୩୦୦ରୁ ଅଧିକ ପର୍ଯ୍ୟଟକ ମାନେ ଫସି ରହିଛନ୍ତି। ଆଜି ବି ହିମାଚଳ ପ୍ରଦେଶରେ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ ଜାରି କରାଯାଇଛି। ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ସତର୍କତାମୂଳକ ଭାବରେ ବନ୍ଦ ରଖାଯାଇଛି। ହିମାଚଳ ପ୍ରଦେଶର ମଣ୍ଡି, କୁଲୁ ସମେତ ବିଭିନ୍ନ ସ୍ଥାନରେ ବିପର୍ଯ୍ୟୟର ସ୍ଥିତି ଦେଖିବାକୁ ମିଳିଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ କହିବା ଅନୁସାରେ, ପ୍ରବଳ ବର୍ଷା ସହିତ ବନ୍ୟା, ଭୂସ୍ଖଳନ ଯୋଗୁ ହିମାଚଳ ପ୍ରଦେଶରେ ୭୬୧ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି।
ସେହିପରି ଉତ୍ତରାଖଣ୍ଡରେ ବର୍ଷା କମିଯାଇଛି। ହେଲେ ଏବେ ବି ସ୍ଥାନେ ସ୍ଥାନେ ଭୂସ୍ଖଳନ ଦେଖିବାକୁ ମିଳୁଛି। ଭୂସ୍ଖଳନ ଯୋଗୁ ଯାତାୟତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ତେବେ ବିଭିନ୍ନ ସ୍ଥାନରେ ଅତଡା ହଟାଇବାକୁ ଜୋରଦାର ଉଦ୍ୟମ କରୁଛି ପ୍ରଶାସନ। ପ୍ରବଳ ବର୍ଷା ହେତୁ ଗଙ୍ଗା ନଦୀ ସମେତ ସମସ୍ତ ନଦୀର ଜଳ ସ୍ତର ବୃଦ୍ଧି ପାଇଛି। ପ୍ରବଳ ବର୍ଷା ଯୋଗୁ ସୋନପ୍ରାୟାଗ ଏବଂ ଗୌରୀକୁଣ୍ଡରେ ପର୍ଯ୍ୟଟକମାନଙ୍କ ପାଇଁ କେଦାରନାଥ ଯାତ୍ରା ବନ୍ଦ କରାଯାଇଛି। ପ୍ରଶାସନ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ୧୩ ଜୁଲାଇ ପର୍ଯ୍ୟନ୍ତ ଆସିବା ପାଇଁ ବାରଣ କରାଯାଇଛି। ପ୍ରବଳ ବର୍ଷା ହେବାର ଚେତାବନୀକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଲୋକମାନଙ୍କୁ ନିବେଦନ କରିଛନ୍ତି ଯେ ଅନାବଶ୍ୟକ ଭାବରେ ନିଜ ଘର ବାହାରକୁ ନ ବାହାରନ୍ତୁ।
#WATCH | Uttarakhand: A hill collapses in Chamoli, due to torrential rain pic.twitter.com/9bK5NRyHF0
— ANI UP/Uttarakhand (@ANINewsUP) July 12, 2023
ପଞ୍ଜାବ ଓ ହରିଆନାରେ ବର୍ଷା ବିତ୍ପାତରେ ୧୫ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ଯେତେବେଳେ କି ଉତ୍ତରାଖଣ୍ଡରେ ଗତ ୨୪ ଘଣ୍ଟା ଭିତରେ ବର୍ଷା ବିତ୍ପାତରେ ୯ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି।
#WATCH | Haryana CM Manohar Lal Khattar conducted an aerial survey of rain-affected areas in the state today
— ANI (@ANI) July 12, 2023
The work of providing relief to the affected people is ongoing, says CM. pic.twitter.com/HDiZNLHpbH
ପ୍ରବଳ ବର୍ଷା ଯୋଗୁ ସୋନପ୍ରାୟାଗ ଏବଂ ଗୌରୀକୁଣ୍ଡରେ ପର୍ଯ୍ୟଟକମାନଙ୍କ ପାଇଁ କେଦାରନାଥ ଯାତ୍ରା ବନ୍ଦ କରାଯାଇଛି। ପ୍ରବଳ ବର୍ଷା ହେବାର ଚେତାବନୀକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଲୋକମାନଙ୍କୁ ନିବେଦନ କରିଛନ୍ତି ଯେ ଅନାବଶ୍ୟକ ଭାବରେ ନିଜ ଘର ବାହାରକୁ ନ ବାହାରନ୍ତୁ।
ସେହିଭଳି ପଶ୍ଚିମ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ ଏବଂ ସିକ୍କିମରେ ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଉତ୍ତରପ୍ରଦେଶ, ବିହାର, ପଶ୍ଚିମ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଝାରଖଣ୍ଡ, ପୂର୍ବ ମଧ୍ୟପ୍ରଦେଶ, ବିଦର୍ଭ, କୋଙ୍କଣ, ଗୋଆ, ଉପକୂଳ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉପକୂଳ କର୍ଣ୍ଣାଟକ ଏବଂ କେରଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।
ସେହିଭଳି ଦିଲ୍ଲୀର ଯମୁନା ନଦୀର ଜଳସ୍ତର କ୍ରମାଗତ ଭାବରେ ବୃଦ୍ଧି ପାଇ ବିପଦ ସଂକେତ ଉପରେ ରହିଛି। ଆଜି ସକାଳେ ଯମୁନା ନଦୀର ଜଳ ସ୍ତର ୨୦୭.୧୪ ମିଟର ଥିବାବେଳେ ଏହାପୂର୍ବରୁ ୧୯୭୮ ମସିହାରେ ଦିଲ୍ଲୀର ଯମୁନା ନଦୀର ଜଳସ୍ତର ୨୦୭.୪୯ ମିଟର ରେକର୍ଡ କରାଯାଇଥିଲା। ଯାହା ଏବେ ଚିନ୍ତାର ବିଷୟ। ହରିୟାଣାର ହାଥିନୀକୁଣ୍ଡ ବ୍ୟାରେଜରୁ ବନ୍ୟା ଜଳ ନିଷ୍କାସିତ ହେବା ପରେ ଦିଲ୍ଲୀର ଯମୁନା ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି। ତେବେ ବନ୍ୟାକୁ ଦୃଷ୍ଟିରେ ରଖି ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।
ସେହିଭଳି ପ୍ରବଳ ବର୍ଷା ପରେ ହିମାଚଳ ପ୍ରଦେଶରେ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି। ଭୂସ୍ଖଳନ ଯୋଗୁ ହିମାଚଳ ପ୍ରଦେଶ ଓ ଏହାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମନାଲିରେ ଅନେକ ପର୍ଯ୍ୟଟକ ମାନେ ଫସି ରହିଛନ୍ତି। ଆଜି ବି ହିମାଚଳ ପ୍ରଦେଶରେ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ ଜାରି କରାଯାଇଛି। ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ସତର୍କତାମୂଳକ ଭାବରେ ବନ୍ଦ ରଖାଯାଇଛି। ହିମାଚଳ ପ୍ରଦେଶର ମଣ୍ଡୀ, କୁଲୁ ସମେତ ସାତଟି ଜିଲ୍ଲାରେ ପ୍ରବଳ ବର୍ଷା ଏବେବି ଜାରି ରହିଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ କହିବାନୁସାରେ, ଜୁନ୍ ୨୪ରେ ମୌସୁମୀ ବର୍ଷା ଆରମ୍ଭ ହେବାଠାରୁ ରାଜ୍ୟରେ ୭୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୮ରୁ ୧୦ ଜଣ ଲୋକ ନିଖୋଜ ଅଛନ୍ତି। ଏହା ସହିତ ୭୩ ଜଣଙ୍କର ଘର କ୍ଷତିଗ୍ରସ୍ତ ହୋଇଛି ଏବଂ ୩୭୩ ଗାଈଗୋରୁ ମଧ୍ୟ ପ୍ରାଣ ହରାଇଛନ୍ତି। ପ୍ରବଳ ବର୍ଷା ସହିତ ବନ୍ୟା, ଭୂସ୍ଖଳନ ଯୋଗୁ ହିମାଚଳ ପ୍ରଦେଶରେ ୭୬୧ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି। ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଏକ ସେତୁ ଭୁଶୁଡି ପଡିବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଛି।
ସେପଟେ ଚମୋଲିରେ ପ୍ରବାହିତ ଧଉଳିଗଙ୍ଗା ନଦୀରେ ଗୋଟିଏ ମାପଦଣ୍ଡ ବସାଇବା ଲାଗି ଏନଡିଆରଏଫ୍ କର୍ମଚାରୀମାନ ପାହାଡ ଉପରକୁ ଯାଇଛନ୍ତି। ଏନ୍ଡିଆର୍ଏଫ୍ର ଡେପୁଟି କମାଣ୍ଡାଣ୍ଟ କହିଛନ୍ତି, ନଦୀରେ ଜଳପତ୍ତନ ବୃଦ୍ଧି ପାଇବାର ସମ୍ଭାବନା ଅଛି। ଏହାର ଗଭୀରତା ଏବଂ ଜଳସ୍ତର ମାପିବା ଲାଗି ଆମେ ଗୋଟାଏ ମାପଦଣ୍ଡ ବସାଉଛୁ। ଅନ୍ୟପଟେ ଚମୋଲିର ଉଚ୍ଚଭାଗରେ ସୃଷ୍ଟି ହୋଇଥିବା ହ୍ରଦର ସର୍ବେକ୍ଷଣ ପରେ ଆଇଟିବିପି ଏବଂ ଡିଆର୍ଡିଓ ଟିମ୍ ଯୋଶୀମଠକୁ ଫେରି ଆସିଛନ୍ତି।
ଟନେଲ ମଧ୍ୟରେ ବିପୁଳ ପରିମାଣରର ଭଙ୍ଗାରୁଜା ଅଶଂ ଏବଂ କଦୁଅ ଜମି ରହିଥିବାରୁ ଉଦ୍ଧାର ଅଭିଯାନ ଆହୁରି ଅନେକ ଦିନ ଧରି ଚାଲିପାରେ। ଜରୁରୀ ପରିସ୍ଥିତ ବେଳେ ସତର୍କ ସୂଚନା ପାଇଁ ରେନି ଗାଁରେ ଏକ ୱାଟର ସେନ୍ସର ୱାର୍ଣ୍ଣିଂ ସିଷ୍ଟମ ଲଗାଯାଇଥିବା ନେଇ ଏସ୍ଡିଆର୍ଏଫ୍ କହିଛି।
ସୂଚନା ଯୋଗ୍ୟ ଯେ, ଗତ ୭ ତରିଖରେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ତପୋବଦ-ରେନି ଅଞ୍ଚଳରେ ହିମସ୍ଖଳନ ହୋଇଥିଲା। ବିରାଟ ବଡ ବରଫଖଣ୍ଡ ଧସିଯିବା ଧଉଳିଗଙ୍ଗା ଏବଂ ଅଳକାନନ୍ଦା ନଦୀରେ ପ୍ରଳୟଙ୍କାରୀ ବନ୍ୟା ଆସିଥିଲା। ଫଳରେ ରେନି ଗାଁର ଅଧିକାଂଶ ଘରଦ୍ୱାର ନଷ୍ଟ ହେବା ସହ ଋଷିଗଙ୍ଗା ଜଳବିଦ୍ୟୁତ ପ୍ରକଳ୍ପ ମଧ୍ୟ ନଷ୍ଟ ହୋଇଯାଇଥିଲା। ସେପଟେ ପାଣି ମାଡରେ ଜଳ ବିଦ୍ୟୁତ ପ୍ରକଳ୍ପରେ କାମ କରୁଥିବା ଶତାଧିକ ଶ୍ରମିକ ଭାସି ଯାଇଥିଲେ।
ବର୍ତ୍ତମାନ ଏହି ଜଳ ପ୍ରଳୟ ଯୋଗୁଁ ମୋଟ ୬୭ ଜଣଙ୍କ ମୃତ୍ୟୁ ହୋଇଛି। ଏବେବି ଆହୁରି ୧୩୭ ଜଣ ନିଖୋଜ ଅଛନ୍ତି। ଏସଡିଆରଏଫ ଯବାନମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
[caption id="attachment_619490" align="aligncenter" width="650"] Tapovan Tunel[/caption]
ତପୋବନ ସୁଡ଼ଙ୍ଗ ଭିତରେ ଗତ ୯ ଦିନ ହେବ ଉଦ୍ଧାର କାର୍ଯ୍ୟ ଜାରି ରହିଛି, କିନ୍ତୁ ବଡ ଧରଣର ଭଗ୍ନାବଶେଷ ଏବଂ ମାଟି କାଦୁଅ ସୁଡଙ୍ଗ ଭିତରେ ଜମା ହୋଇଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଫଳରେ ଏହା ଧିମେଇ ଯାଇଛି। ଟନଲ ଭିତରେ ଏଯାଏଁ ୧୪୦ ମିଟର ପର୍ଯ୍ୟନ୍ତ ଖୋଦେଇ ହୋଇଛି।
ସେପଟେ ସୁଡଙ୍ଗ ଭିତରୁ ନିଖୋଜ ଶ୍ରମିକଙ୍କ ମୃତଦେହ ମିଳିବା ପରେ ମୃତକଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ରବିବାର ସୁଡଙ୍ଗ ଭିତରୁ ଆଲମ ପୁଣ୍ଡରୀ ନାମକ ଜଣେ ଇଲେକଟ୍ରିସିଆନଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହାପରେ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଆଲମ ପୁଣ୍ଡରୀଙ୍କ ଭାଇ କହିଛନ୍ତି, ଯେ, ଭାଇଙ୍କ ମୃତ ଖବର ଶୁଣି ମୋର ସବୁ ଆଶା ଆଉ ଭରସା ମଉଳି ଯାଇଛି।
ସେହିପରି ଟନଲରେ ଫସି ରହିଥିବା ସହରାନପୁରର ଇଂଜିନିଅର ସାଦିକ ଅଲ୍ଲିଙ୍କ ବାପା ସୁଡଙ୍ଗ ଭିତରୁ ଗୋଟିଏ ପରେ ଗୋଟିଏ ମୃତଦେହ ଉଦ୍ଧାର ହେଉଥିବା ଦେଖି ତାଙ୍କ ଆଖି ଛଳ ଛଳ ହୋଇପଡିଛି। ସେ ଭୟରେ ଥିରି ଉଠିଛନ୍ତି ଏବଂ ତାଙ୍କ ପୁଅ ଜୀବିତ ଥିବା ଅଶା ମଧ୍ୟ ଧୀରେ ଧୀରେ ମଉଳିବାକୁ ଲାଗିଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ ଯ, ଗତ ୭ ତାରିଖରେ ଉତ୍ତରାଖଣ୍ଡର ଚମୋଲିରେ ହିମସ୍ଖଳନ ହୋଇଥିଲା। ଏହାପରେ ଭୟଙ୍କର ଜଳପ୍ରଳୟ ସୃଷ୍ଟି ହୋଇଥିଲା। ପାଣି ମାଡରେ ଅନେକ ଲୋକ ଭାସି ଯାଇଥିଲେ। ସେହିପରି ରେନି ଗାଁ ପୁରାପୁରି ନଷ୍ଟ ହୋଇଯାଇଛି। ପୋଲ ଭାଙ୍ଗିବା ଯୋଗୁଁ ମଲାରୀ ସମେତ ଅନେକ ଗାଁ ମୁଖ୍ୟସ୍ରୋତରୁ ବିଚ୍ଛିନ୍ନ ହୋଇଛି। ଆଇଟିବିପି ଯବାନମାନେ ଲଗାତାର ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ନିଜ ମାଲିକଙ୍କୁ ୬ ଦିନ ହେବ ଖୋଜି ବୁଲୁଛି 'ବ୍ଳାକି'। ସୁଡଙ୍ଗ ନିକଟରେ ମାରୁଛି ପଇଁତର। ସୁଡ଼ଙ୍ଗ ଭିତରୁ କାଳେ ତା' ମାଲିକ ଆସିବେ ତାକୁ ଖାଇବାକୁ ଦେବେ ଆଉ ତା'ସହ ଖେଳିବେ। ଯେତେ ବୁଝେଇଲେ ବି ସେ ଜମାରୁ ହଟୁନି। ତପୋବନ ଡ୍ୟାମ ନିକଟରେ ରେସକ୍ୟୁ ଅପରେସନ ଜାରି ରହିଥିବା ବେଳେ ଏହି ଭୁତିଆ ବ୍ରିଡ୍ର କୁକୁରଟି ବାହାରେ ଠଆ ହୋଇ ରହୁଛି। ପଙ୍କ କାଦୁଅରେ ବ୍ଲାକି ରେସକ୍ୟୁ ଟିମ ସହ ସୁଡଙ୍ଗ ନିକଟରେ ଏପଟ ସେପଟ ମଧ୍ୟ ହେଉଛି। ତଡିବା ପରେ ବି ବ୍ଲାକି ଜାଗା ଛାଡୁ ନଥିବା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଯବାନମାନେ କହିଛନ୍ତି। ହିମସ୍ଖଳ ପରେ ଭୟଙ୍କର ଜଳ ପ୍ରଳୟ ଯୋଗୁଁ ଡ୍ୟାମରେ ଫସି ରହିଥିବା କର୍ମଚାରୀଙ୍କୁ ଦୀର୍ଘ ୬ ଦିନ ହେବ ଅପେକ୍ଷା କରି ବସିଛି ଏହି କୁକୁର। ସୁଡ଼ଙ୍ଗ ବାହାରେ ମାଲିକଙ୍କୁ ଅପେକ୍ଷା କରି ରହିଥିବା ବ୍ଲାକିର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଯିଏ ଦେଖୁଛି ସିଏ ଭାବୁକ ହୋଇପଡୁଛି।
This will melt your heart. He is blackie & he is most probably waiting for his owner to be rescued from the tapovan tunnel. What a heartwarming story. Via @AFP pic.twitter.com/yVG6A58DTW
— Parveen Kaswan, IFS (@ParveenKaswan) February 12, 2021
ସୂଚନାଯୋଗ୍ୟ ଯେ, ଗତ ୭ ତାରିଖରେ ଉତ୍ତରାଖଣ୍ଡର ଚମୋଲିରେ ହିମସ୍ଖଳନ ହୋଇଥିଲା। ଏହାପରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଥିଲା । ପାଣି ସୁଅରେ ଚମୋଲି ନିକଟସ୍ଥଳ ରେନି ଗାଁ ପୁରା ନଷ୍ଟ ହେବା ସହ ନିକଟରେ ଥିବା ଋଷିଗଙ୍ଗା ହାଇଡ୍ରା ପ୍ରଜୋକ୍ଟ ପୁରା ଧ୍ୱଂସ ହୋଇଯାଇଥିଲା। କାଦୁଅ ଓ ପାଣି ମାଡରେ ପ୍ରଳ୍ପରେ କାମ କରୁଥିବା ଅନେକ ଶ୍ରମିକ ମୃତହାତ ହୋଇଥିବା ବଳେ ଏବେବି ନିଖୋଜ ଅଛନ୍ତି। ସୁଡଙ୍ଗ ଭିତରେ ମାଟି ପାଣି ପଶିବା ଯୋଗୁଁ ୩୦ରୁ ଅଧିକ ଶ୍ରମିକ ସେଠାରେ ଏବେବି ଫସି ରହି ଯାଇଥିବା ଆଶଙ୍କା କରାଯାଉଛି। ଆଇଟିବି ଯବାନଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଜି ୫ଟି ମୃତଦେହ ସୁଡଙ୍ଗ ଭିତରୁ ଉଦ୍ଧାର ହୋଇଛି। ଫଳରେ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି ପାଇଛି। ଏବେବି ୧୬୧ ଜଣ ନିଖୋଜ ଅଛନ୍ତି।
ହିମସ୍ଖଳନରୁ ବର୍ତ୍ତି ଯାଇଥିବା ଋଷିଗଙ୍ଗା ହାଇଡ୍ରୋ ପାୱାର ପ୍ରୋଜେକ୍ଟରେ କାମ କରୁଥିବା ଶ୍ରମିକଙ୍କ ମଧ୍ୟରୁ ବିକ୍ରମ ଚୌହାନ ହେଉଛନ୍ତି ଅନ୍ୟତମ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେ ଗଛ ସାହାରାରେ ନିଜ ଜୀବନ ବଞ୍ଚାଇଥିଲେ ସତ ହେଲେ ମାଟି ଏବଂ କାଦୁଅ ପାଣି ଯୋଗୁଁ ତାଙ୍କ ମୁଣ୍ଡ ଏବଂ କାନ ଓ ନାକରେ ଗଭୀର ଅଘାତ ଲାଗିଛି। ତାଙ୍କୁ ଡେରାଡୁନର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ବିକ୍ରମ ଚୌହାନଙ୍କ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, ପ୍ରକୃତି ତାଙ୍କୁ ରକ୍ଷା କରିଛି। ପ୍ରଥମ ଦିନ ଅପେକ୍ଷା ଏବେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଛି।
ତେବେ ଏହା ପୂର୍ବରୁ ସେ ଟାଇମ୍ସ ଅଫ ଇଣ୍ଡିଆକୁ ଏକ ସାକ୍ଷାତକାର ଦେଇ ପୁଣି ଥରେ ସେହି ଭୟଙ୍କର ବିପର୍ଯ୍ୟୟକୁ ମନେ ପକାଇଛନ୍ତି। ସେ କହିଛନ୍ତି, 'ସବୁ ଦିନ ଭଳି ରବିବାର ମଧ୍ୟ ସେ ସକାଳୁ କାମରେ ଯାଇ ଖୋଦେଇ ମେସିନ ଜରିଆରେ ନଦୀ ତଟରେ ବାଲି ଭର୍ତ୍ତି କରୁଥିଲେ। ତେବେ ହଠାତ ବରଫ ପାଣିର ଜୁଆର ଉଠି ପ୍ରକଳ୍ପ ଆଡକୁ ମାଡି ଆସିଥିଲା। ପାଣି ମାଡରେ ମୋ ସହ ସାଇଟ୍ରେ ଉପସ୍ଥିତ ଥିବା ଅନେକ ଶ୍ରମିକ ଭାସି ଯାଇଥିଲେ। ପାଣି ସୁଅରେ ଭାସି ଏକ ଗଛରେ ବାଡେଇ ହେବା ପରେ ମୁଁ ଗଛକୁ ଧରି ନେଇଥିଲି। ୩୦ ମିନିଟ ଯାଏଁ ସେ ଗଛକୁ ଧରି ରହିବା ପରେ ରେସକ୍ୟୁ ଟିମ୍ ତାଙ୍କ ପାଖରେ ପହଞ୍ଚିଥିଲା ବୋଲି ସେ କହିଛନ୍ତି। ସେ କହିଛନ୍ତି, ମୁଁ ମୃତ୍ୟୁ ମୁଖରେ ପଡିଥିଲି। ମୁଁ ଗଛ ଏବଂ ଉଦ୍ଭିଦକୁ ସମ୍ମାନ ଦେଉଥିଲି କାରଣ ସେମାନେ ଆମକୁ ଅମ୍ଳଜାନ ଦିଅନ୍ତି । ମୁଁ ଏହା ଛଡା ଆଉ କିଛି ଜାଣି ନଥିଲି । କିନ୍ତୁ ସେଦିନ ସକାଳେ ମୁଁ ଏକ ନୂଆ ପାଠ ପଢ଼ିଲି। ପ୍ରକୃତିର ଦୁଇଟି ଶକ୍ତି ଅଛି - ବଞ୍ଚାଇବା ଏବଂ ମାରିବା।' ଏହି ଭୟଙ୍କର ବିପର୍ଯ୍ୟୟରେ ସେ ତାଙ୍କ ୨ଜଣ ଭଲ ବନ୍ଧୁଙ୍କୁ ମଧ୍ୟ ହରାଇଥିବା କହିଛନ୍ତି।
ବିକ୍ରମ ଏବଂ ତାଙ୍କର ଦୁଇ ସାଥୀ ଚମୋଲିର ଲମ୍ବାବାଡରେ ରୁହନ୍ତି। ଗତ ପାଞ୍ଚ ବର୍ଷ ହେଲା ସେମାନେ ଋଷି ଗଙ୍ଗା ପାୱାର ପ୍ଲାଣ୍ଟରେ କାମ କରୁଥିଲେ। ସେମାନେ ଗଛ କଟା ଏବଂ ମାଟି ଖନନ କାମରେ ନିୟୋଜିତ ଥିଲେ।
ସୂଚନାଯୋଗ୍ୟ ଯେ, ଗତ ରବିବାର ଉତ୍ତରାଖଣ୍ଡର ଚମୋଲି ନିକଟରେ ହିମସ୍ଖଳନ ଯୋଗୁଁ ଭୟଙ୍କର ଜଳପ୍ରଳୟ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଏଥିରେ ୩୬ ଜଣଙ୍କ ମୃତଦେହ ମିଳିଥିବା ବେଳେ ୧୬୮ ଜଣ ନିଖୋଜ ରହିଛନ୍ତି। ୧୨ଟି କ୍ଷତ ବିକ୍ଷତ ମାନବ ଅଙ୍ଗ ମିଳିଛି। ଏଠାରେ ଥିବା ୨.୫ କିମି ସୁଡ଼ଙ୍ଗ ମଧ୍ୟରେ କିଛି ଲୋକ ଫସି ରହିଥିବାରୁ ସେମାନଙ୍କ ସନ୍ଧାନ ଜାରି ରହିଛି।