ନୂଆ ଓଡ଼ିଆ ଫିଲ୍ମ ‘ବସ୍’ରେ ବର୍ଷା ମୁଖ୍ୟ ଚରିତ୍ରରେ ଅଛନ୍ତି। ଏଥିସହ ଫିଲ୍ମର କାହାଣୀ, ସ୍କ୍ରିନ୍ପ୍ଲେ ଓ କ୍ରିଏଟିଭ୍ ହେଡ୍ ଭୂମିକା ଗ୍ରହଣ କରିଛନ୍ତି। ଆର୍ଆର୍ ଇଭେଣ୍ଟ ଆଣ୍ଡ ସିନେପ୍ରଡକ୍ସନ୍ ବ୍ୟାନ୍ରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତ୍ରିପତି ସାହୁ। ଆଉ ପ୍ରଯୋଜନା କରିଛନ୍ତି ରମେଶ ବାରିକ। ଡାଇଲ୍ଗ ଲେଖିଛନ୍ତି ବିଜୟ ମଲ୍ଲ ଓ ମ୍ୟୁଜିକ୍ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର।
ଫିଲ୍ମକୁ ନେଇ ବର୍ଷା କହିଛନ୍ତି, ଫିଲ୍ମରେ ଭିନ୍ନ ଏକ ଚିରିତ୍ରରେ ମୁଁ ଆସୁଛି। ଏହି ଚରିତ୍ର ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ। ଆଜିର ସମାଜରେ ଘଟୁଥିବା ଘଟଣାବଳୀକୁ ଭିନ୍ନ ରୂପରେ ଫିଲ୍ମରେ ଦେଖିବାକୁ ମିଳିବ। ଯାହା ସମସ୍ତଙ୍କୁ ନିଶ୍ଚିତ ଭଲ ଲାଗିବ। ଆଉ ସେହି ଫିଲ୍ମୀରୁ ଲୋକଙ୍କୁ ବହୁ କିଛି ଶିଖିବାକୁ ମିଳିବ। ମାର୍ଚ୍ଚ ୭ ତାରିଖରେ ‘ବସ୍’ ରିଲିଜ ହେଉଛି ବୋଲି ବର୍ଷା କହିଛନ୍ତି।
BOSS odia movie trailer Releasing soon. pic.twitter.com/xTkmFjCck2
— VARSHA PRIYADARSHINI (@VarshaPriyadar3) February 27, 2024
କୋର୍ଟଙ୍କ ରାୟର ଏକ ଫଟୋ କପିକୁ ପୋଷ୍ଟ କରି ସାଂସଦ ଅନୁଭବ ମହାନ୍ତି ଲେଖିଛନ୍ତି, ବିବାହର ୧୦ ବର୍ଷ ପୂର୍ତ୍ତି ପୂର୍ବରୁ ତାଙ୍କ ଛାଡ଼ପତ୍ର ହୋଇଯାଇଛି। ଆଜିର ଦିନରେ ଅର୍ଥାତ ୮ ଫେବ୍ରୁଆରୀରେ ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ହୋଇଥିଲା। ଆଉ ଏହାର ଦିନକ ପୂର୍ବରୁ ସୋଶାଲ୍ ମିଡ଼ିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଅନୁଭବ। ତେବେ ଆଇନଜୀବୀଙ୍କ ମତ, ଅଭିନେତ୍ରୀ ବର୍ଷା ଯଦି ଚାହିଁବେ, ଏହି ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇପାରିବେ। ତାଙ୍କ ପାଖରେ ଏବେ ମଧ୍ୟ ସମୟ ଅଛି।
୨୦୧୪ ମସିହା ଫେବ୍ରୁଆରୀ ୮ ତାରିଖ। ଆଜିର ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସେଲିବ୍ରିଟି କପଲ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି। କିନ୍ତୁ ବିବାହର କେଇଟା ବର୍ଷ ଭିତରେ ଉଭୟଙ୍କ ମଧ୍ୟରେ ଉପୁଜିଥିଲା ବିବାଦ। ୨୦୨୦ ମସିହାରେ ବର୍ଷାଙ୍କୁ ଛାଡ଼ପତ୍ର ଦେବାକୁ ଦିଲ୍ଲୀ ପଟିଆଲା ହାଇସ୍ କୋର୍ଟରେ ଆବେଦନ କରିଥିଲେ ଅନୁଭବ। ବର୍ଷାଙ୍କ ଆବେଦନ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମାମଲା କଟକ ପାରିବାରିକ ଅଦାଲତକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଅନୁଭବ କରିଥିବା ବିବାହ ବିଚ୍ଛେଦ ଆବେଦନ ଓ ସ୍ୱାମୀ-ସ୍ତ୍ରୀ ଭାବେ ରହିବା ପାଇଁ ବର୍ଷାଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ। ଯାହାକୁ ଚାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଅନୁଭବ।
Thanks all who prayed for me & my family’s peace🙏🏻
— Anubhav Mohanty (@AnubhavMohanty_) February 7, 2024
Got my decree of divorce today, which is just a day before the completion of 10 worthless/meaningless/heartless/painful & above all, false marital years of my false marriage! I pray for her happiness.
No Offence.#HappyRoseDay pic.twitter.com/EAEH5IY8qm
ଆଉ ଅନୁଭବଙ୍କ ଆବେଦନ ସପକ୍ଷରେ ଗତ ଡିସେମ୍ବର ୨୧ ତାରିଖରେ ହାଇକୋର୍ଟ ବିବାହ ବିଚ୍ଛେଦ ପାଇଁ ରାୟ ଶୁଣାଇଥିଲେ। ଆଉ ରାୟର ନିର୍ଦ୍ଧାରିତ ସମୟ ଭିତରେ ଏବେ ଡିଗ୍ରୀ ଅଫ୍ ଡିଭୋର୍ସ ପାଇଛନ୍ତି ଅନୁଭବ। ଏହାପୂର୍ବରୁ ଉଭୟଙ୍କ ମଧ୍ୟରେ ସୋଶାଲ୍ ମିଡ଼ିଆରେ ଚାଲିଥିଲା ତୁତୁ ମେମେ। ଦିନେ ଅନୁଭବ ଲେଖିଥିଲେ, '(ଭି) ଶସ୍ତା ଓ ହୀନ ରାଜନୀତି ବନାମ୍ (ଏ) ନ୍ୟାୟ'...। ଜବାବରେ ବର୍ଷା ଲେଖିଥିଲେ, ‘ହୀନ ଉଦ୍ଦେଶ୍ୟ ନେଇ ଛାଡ଼ପତ୍ର ଆବେଦନ ସଫଳ ହୁଏନି।’ ସୋଶାଲ୍ ମିଡ଼ିଆରେ ଅନୁଭବ-ବର୍ଷାଙ୍କ ଏଭଳି ଆକ୍ଷେପମୂଳକ ପୋଷ୍ଟକୁ ନେଇ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା ଉଭୟଙ୍କୁ।
ତେବେ ଡିଗ୍ରୀ ଅଫ୍ ଡିଭୋର୍ସ ପାଇଥିବା ଅନୁଭବ ଆଗକୁ କାହା ହାତ ଧରି ବାଟ ଚାଲିବେ? ଏଣେ ବର୍ଷା ଯଦି ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ, ତା’ହେଲେ ପୁଣି ଗଡ଼ିବ କି ବିବାହ ବିଚ୍ଛେଦ ମାମଲା? ଏଭଳି ନାନା ପ୍ରଶ୍ନ ଉଠୁଥିବା ବେଳେ ଏ ସଂପର୍କରେ ଅନୁଭବ କିମ୍ବା ବର୍ଷାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
ହାଇକୋର୍ଟରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ତାଙ୍କର ସେହି ପୁରୁଣା ଯୁକ୍ତି ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ ବର୍ଷାଙ୍କ ସହିତ ତାଙ୍କର ବିବାହ କେବଳ କାଗଜ କଲମରେ ସୀମିତ ରହିଯାଇଥିଲା। ବିବାହର ମୂଳ ଲକ୍ଷ୍ୟ ପୂରଣ ହୋଇପାରି ନଥିଲା। ବୈବାହିକ ସଂପର୍କ ଯେମିତି ରହିବା କଥା, ତାହା ସେମାନଙ୍କ ମଧ୍ୟରେ ନାହିଁ। ପରିବାରକୁ ଆଗେଇ ନେବାରେ ଓ ସନ୍ତାନସନ୍ତତି କରିବାରେ ବର୍ଷା ସହଯୋଗ କରୁ ନଥିବା ଅନୁଭବ କୋର୍ଟଙ୍କୁ କହିଥିଲେ। ସେହିପରି ତାଙ୍କ ପରିବାର ଲୋକଙ୍କୁ ବର୍ଷା ଦୁର୍ବ୍ୟବହାର କରୁଥିଲେ ବୋଲି ଅନୁଭବ କହିଥିଲେ। ତେବେ ହାଇକୋର୍ଟ କେଉଁ ଆଧାରରେ ଅନୁଭବଙ୍କୁ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି, ତାହା ଲିଖିତ ଜଜ୍ମେଣ୍ଟ ଆସିବା ପରେ ଜଣାପଡ଼ିବ।
ଏହା ପୂର୍ବରୁ ଗତ ସେପ୍ଟେମ୍ବର ମାସରେ ପରିବାର ଅଦାଲତ ଉଭୟ ଅନୁଭବ ମହାନ୍ତି ଓ ବର୍ଷାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ। କୋର୍ଟ ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଥିବା ବେଳେ ସ୍ୱାମୀ-ସ୍ତ୍ରୀ ଭାବେ ପୁଣି ଏକାଠି ରହିବାକୁ ବର୍ଷା କରିଥିବା ଆବେଦନକୁ ମଧ୍ୟ କୋର୍ଟ ଖାରଜ କରି ଦେଇଥିଲେ। କୋର୍ଟଙ୍କ ଏଭଳି ରାୟକୁ ନେଇ ସେତେବେଳେ ବେଶ୍ ଚର୍ଚ୍ଚା ହୋଇଥିଲା। ପରିବାର ଅଦାଲତଙ୍କ ଏହି ରାୟ ବିରୋଧରେ ଗତ ଅକ୍ଟୋବର ମାସରେ ଅନୁଭବ ମହାନ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ପୂର୍ବରୁ ଫ୍ୟାମିଲି କୋର୍ଟର ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନ ଖାରଜ ହୋଇଥିଲା। ରାୟ ବିରୋଧରେ ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆସନ୍ତା ୯ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି । ଏଥିସହ ଏହି ମାମଲାର ରେକର୍ଡ ଦାଖଲ ପାଇଁ ହାଇକୋର୍ଟ ପରିବାର ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରଥମେ ଅନୁଭବ ଦିଲ୍ଲୀ ପଟିଆଲା କୋର୍ଟରେ ବିବାହ ବିଚ୍ଛେଦ ମାମଲା କରିଥିଲେ। ଏହି ମାମଲା କଟକରେ ବିଚାର କରାଯାଉ ବୋଲି ବର୍ଷା ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମାମଲା କଟକକୁ ଆସିଥିଲା। କଟକ ଫ୍ୟାମିଲି କୋର୍ଟରେଏହି ମାମଲା ବିଚାରାଧିନ ଥିଲା।
ଗତ ୨୨ ତାରିଖରେ ଫ୍ୟାମିଲି କୋର୍ଟ ନିଜ ରାୟରେ ଅନୁଭବଙ୍କ ମାମଲାକୁ ଖାରଜ କରି ଦେଇଥିଲେ। ଏହା ସହିତ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କରିଥିବା ଆବେଦନକୁ ମଧ୍ୟ ଖାରଜ କରି ଦେଇଥିଲେ କୋର୍ଟ। ସ୍ୱାମୀ-ସ୍ତ୍ରୀ ଭାବେ ରହିବା ପାଇଁ ବର୍ଷା ଆବେଦନ କରିଥିଲେ।
ଅନୁଭବ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଦୀର୍ଘ ଦିନ ଧରି ଚାଲିଛି। ବିଭିନ୍ନ ସମୟରେ ଅନୁଭବ ବର୍ଷାଙ୍କୁ ଟ୍ୟାଗ କରି ଅନେକ କଥା ପୋଷ୍ଟ କରୁଥିବା ବେଳେ ପତିପତ୍ନୀଙ୍କ କଳି ପଦାକୁ ଆସୁଛି।
ପାରିବାରିକ ଅଦାଲତଙ୍କ ରାୟକୁ ନେଇ ଅନୁଭବ କହିଛନ୍ତି, ଏଇଟା ଦୁର୍ଭାଗ୍ୟଜନକ। ୪ଟି ଗ୍ରାଉଣ୍ଡରେ ଆମେ ଯଥେଷ୍ଟ ତଥ୍ୟ ଓ ପ୍ରମାଣ ଦେଇ ଯୁକ୍ତି ଉପସ୍ଥାପନ କରିଥିଲୁ। ବର୍ଷା ପ୍ରିୟଦର୍ଶିନୀ ନିଜର ସାକ୍ଷ୍ୟ ପ୍ରମାଣ ବେଳେ ପ୍ରତିଟି ଘଟଣାରେ ହଁ କରିଥିଲେ। ଏହା ସତ୍ତ୍ୱେ ଏପରି ରାୟ ଆସିଲା। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା। ଗୋଟିଏ ଐତିହାସିକ ଜଜ୍ମେଣ୍ଟ ଏମିତି ଆସିବ ବୋଲି କେବେ ଆଶା କରିନଥିଲି। ଇଏ ହେଉଛି ତଳ କୋର୍ଟର ରାୟ। ଏହା ଉପରେ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଅଛନ୍ତି। ଅପିଲ୍ କରିବା ପାଇଁ ମୋର ସାମ୍ବିଧାନିକ ଅଧିକାର ରହିଛି। ମୁଁ ଉପର ଅଦାଲତକୁ ଯିବି। ବର୍ତ୍ତମାନ ସୁଦ୍ଧା ସତ୍ୟ ଓ ଧର୍ମର ଜୟ ହୋଇନାହିଁ। ସତ୍ୟ ଓ ଧର୍ମର ଜୟ ନିଶ୍ଚିତ ଭାବେହେବ ବୋଲି ଅନୁଭବ କହିଛନ୍ତି।
କୋର୍ଟଙ୍କ ରାୟ ପରେ ‘ସତ୍ୟର ଜୟ ହେଲା’ ବୋଲି ସୋଶାଲ ମିଡ଼ିଆରେ ବର୍ଷା ଲେଖିବାକୁ ନେଇ ଅନୁଭବ କହିଛନ୍ତି, ସେ ଜଣେ ମହାନ ବ୍ୟକ୍ତିତ୍ୱ। ବହୁ କ୍ଷମତାଶୀଳ। ଗଣମାଧ୍ୟମ ସାମ୍ନାରେ ଆସି କିଛି କହୁନାହାନ୍ତି। କିନ୍ତୁ ଯାହା କହିବା କଥା ଠିକ୍ ବାଟରେ ଲୋକଙ୍କ ପାଖରେ ପହଞ୍ଚାଇ ଦେଉଛନ୍ତି। ଯେତେ ପାରୁଛନ୍ତି, ସେତେ ମୋତେ ବଦନାମ କରୁଛନ୍ତି। ଆଇନ୍ କହୁଛି, ଜଣେ ଚାହିଁଲେ ଛାଡ଼ପତ୍ର ଦେଇପାରିବେ। ସିଏ ସ୍ୱାମୀ ହୁଅନ୍ତୁ ବା ସ୍ତ୍ରୀ ହୁଅନ୍ତୁ। ମୁଁ କେବେ ଭାବି ନଥିଲି ବାହାହୋଇ ଛାଡ଼ପତ୍ର ଦେବି ବୋଲି। ଯଦି ସେମିତି ଭାବି ଥାଆନ୍ତି, ତାହାହେଲେ ବାହା କହିଁକି ହୋଇଥାଆନ୍ତି? କିନ୍ତୁ ପରିସ୍ଥିତି ଅତି ମାତ୍ରାରେ ଜଟିଳ ହେଲା ବୋଲି କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କଲି। ଯଦି ବର୍ଷାଙ୍କର ଛାଡ଼ପତ୍ର ନେବାର ନଥିଲା, ତାହାହେଲେ ସେ ମୋତେ ଭୁଲ୍ ବୋଲି ପ୍ରମାଣ କରିବା ପାଇଁ ଲଢ଼ି ପାରିଥାଆନ୍ତେ। ହେଲେ ସେ କଲେ କ’ଣ ବୋଲି ଅନୁଭବ କହିଛନ୍ତି।
ସେ ଆହୁରି କହିଛନ୍ତି, ବର୍ଷାଙ୍କ କ’ଣ ଜୟ ହେଲା? ସେ ବୁଝି ନାହାନ୍ତି ବୋଲି ମୁଁ ଭାବୁଛି। ସ୍ୱାମୀଙ୍କ ସହିତ ରହିବା ପାଇଁ ସେ ଆବେଦନ କରିଥିଲେ। କିନ୍ତୁ ତାଙ୍କର ସେହି ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ତାହା ପରେ ମଧ୍ୟ ସେ ଲେଖୁଛନ୍ତି, ଧର୍ମର ଜୟ ହେଲା। ଏହାର ଅର୍ଥ ସେ ତାଙ୍କର ରିଜେକ୍ସନ୍କୁ ସେଲିବ୍ରେସନ୍ କରୁଛନ୍ତି। ଆଉ ହାତ ଯୋଡ଼ି ଫଟୋ ଉଠାଇ ଛାଡ଼ୁଛନ୍ତି। ଲେଖୁଛନ୍ତି, ଧର୍ମର ଜୟ ହେଲା। ଏଥିରୁ ପ୍ରମାଣିତ ହେଉଛି, ସେ ମୋତେ ଛାଡ଼ିବାକୁ ଚାହୁଁନାହାନ୍ତି କି ମୋ’ ସହିତ ରହିବାକୁ ଚାହୁଁନାହାନ୍ତି। କିନ୍ତୁ ସେ କାହିଁକି ମାନିବାକୁ ଚାହୁଁନାହାନ୍ତି ହାରିଛନ୍ତି ବୋଲି? ତାଙ୍କର ପିଟିସନ୍ ଖାରଜ ହୋଇଛି। ସେ ବୁଝିବା ଦରକାର ଓ ଜାଣିବା ଦରକାର। ତାଙ୍କର ଧର୍ମର ଜୟ ହୋଇନାହିଁ। ଅଧର୍ମର ଜୟ ହୋଇଛି ବୋଲି ଅନୁଭବ କହିଛନ୍ତି।
ଛାଡ଼ପତ୍ର ପରେ ଆଉ ବିବାହ କରିବେ କି ପ୍ରଶ୍ନରେ ଅନୁଭବ କହିଛନ୍ତି, ଗୋଟିଏ ବିବାହରେ କୋର୍ଟ ଦୌଡ଼ି ଦୌଡ଼ି ନାମ ହେଉଛି। ସେଥିରୁ ଆଗେ ମୁକୁଳିଯାଏ। ଆପଣ ପୁନଃ ବିବାହ କଥା କାହିଁକି କହୁଛନ୍ତି? ଭଗବାନ କରନ୍ତୁ କାହାର ବୈବାହିକ ଜୀବନ ଏପରି ଦୁଃଖ ଓ କଷ୍ଟ ନଆସୁ। ପ୍ରକୃତରେ ଦେଖିବାକୁ ଗଲେ ମୋର ବାହାଘର ଗଣମାଧ୍ୟମରେ ହୋଇଛି। ଲୋକ ଦେଖାଣିଆ ବାହାଘର ହୋଇଛି। ବହୁ ଟଙ୍କା ଖର୍ଚ୍ଚ କରାଯାଇଛି। ଆମର ସ୍ୱାମୀ ସ୍ତ୍ରୀ ଭଳିଆ ସମ୍ପର୍କ ଗଢ଼ା ହୋଇନାହିଁ। ତାହାହେଲେ କେଉଁ ବିବାହ କଥା କହୁଛନ୍ତି? ବିବାହ କରିବା ସମସ୍ତଙ୍କ ପାଇଁ ଜରୁରୀ। ସମସ୍ତେ ଭଲ ଜୀବନସାଥୀଟିଏ ଚାହାଁନ୍ତି। ବର୍ଷାଙ୍କ ସହିତ ମୋର ସମ୍ପୂର୍ଣ୍ଣ ବିବାହ ହୋଇନାହିଁ। ସେଥିରୁ ଆଗେ ମୁକୁଳେ ବୋଲି ଅନୁଭବ କହିଛନ୍ତି।
ଅନୁଭବ ବିବାହ ବିଚ୍ଛେଦ ଆବେଦନ ଖାରଜ ହୋଇଯାଇଥିବା ବେଳେ ତାଙ୍କ ଓକିଲ ଲଳିତେନ୍ଦୁ ମିଶ୍ର କହିଛନ୍ତି, ସବୁଠୁ ବଡ଼ କଥା ହେଉଛି ଆଜି ଏହି ମାମଲାର ଅନ୍ତ ହୋଇଛି। ମାମଲାଟି ଶେଷ ହେବାରେ ବହୁ ବିଳମ୍ବ ହେଉଥିଲା। ଏହାର ଆବେଦନକାରୀ ଥିଲେ ଅନୁଭବ ମହାନ୍ତି। ୨୦୨୦ ମସିହାରୁ ସେ ଏହି ମାମଲା ପଛରେ ଲାଗିଥିଲେ। ଶେଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲାଟି ଶେଷ ହୋଇଛି। ଆମେ ଯେଉଁ ବିବାହ ବିଚ୍ଛେଦ ଆବେଦନ କରିଥିଲୁ, ତାହା ଖାରଜ ହୋଇଯାଇଛି। ସେହିପରି ତାଙ୍କ (ବର୍ଷା ପ୍ରିୟଦର୍ଶିନୀଙ୍କ) ଆବେଦନ ମଧ୍ୟ ଖାରଜ ହୋଇଛି। ତେଣୁ କେହି କାହା ପାଖରେ ରହିପାରିବେ ନାହିଁ।
ଗୋଟିଏ ପଟରେ କୋର୍ଟ ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଥିବା ବେଳେ ଅନ୍ୟପକ୍ଷରେ ସ୍ୱାମୀ-ସ୍ତ୍ରୀ ଭାବେ ପୁଣି ଏକାଠି ରହିବାକୁ ବର୍ଷା କରିଥିବା ଆବେଦନକୁ ମଧ୍ୟ କୋର୍ଟ ଖାରଜ କରି ଦେଇଛନ୍ତି। କୋର୍ଟଙ୍କ ଏଭଳି ଏକ ଆଦେଶକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଅନୁଭବଙ୍କ ଓକିଲ ଲଳିତେନ୍ଦୁ ମିଶ୍ର କହିଛନ୍ତି, ଆମେ ଏବେ କେବଳ କୋର୍ଟଙ୍କ ନିର୍ଦ୍ଦେଶର କାର୍ଯ୍ୟକାରୀ ଅଂଶଟିକୁ ଦେଖିଛୁ। ସେଥିରେ ଉଭୟଙ୍କ ଆବେଦନ ଖାରଜ କରାଯାଇଛି। ତେଣୁ ପୂରା ଜଜ୍ମେଣ୍ଟଟି ଆସିଲା ପରେ ଆମେ ତାକୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରିବୁ। ଉପର କୋର୍ଟରେ ଆବେଦନ କରିବା ନେଇ ଆମ ପାଖରେ ସୁଯୋଗ ରହିଛି। ଆମେ ନିଶ୍ଚିତ ଭାବେ ଉପରକୋର୍ଟକୁ ଯିବୁ।
କୋର୍ଟଙ୍କ ରାୟ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ଉଭୟ ବର୍ଷା ଓ ଅନୁଭବ। ବର୍ଷା ତାଙ୍କ ଏକ୍ସ (ପୂର୍ବର ଟ୍ୱିଟର)ରେ ଏକ ଫଟୋ ପୋଷ୍ଟ କରି ସତ୍ୟର ସବୁ ବେଳେ ଜୟ ହୁଏ ବୋଲି ଉଲ୍ଲେଖ କରିଥିବା ବେଳେ ସେପଟେ ନ୍ୟାୟର ସର୍ବଦା ଜୟ ହୁଏ ବୋଲି ଗଣମାଧ୍ୟମକୁ କହିଛନ୍ତି ଅନୁଭବ ମହାନ୍ତି।
ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆସନ୍ତା ୪ ସପ୍ତାହ ମଧ୍ୟରେ ଯୁକ୍ତି ଉପସ୍ଥାପନ ଶେଷ ହେବ। ଅକ୍ଟୋବର ୧୩ ତାରିଖ ସୁଦ୍ଧା ମାମଲାର ପୂର୍ଣ୍ଣାଙ୍ଗ ରାୟ ପ୍ରକାଶ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଆଜି ବର୍ଷାଙ୍କୁ ଅନୁଭବଙ୍କ ପକ୍ଷରୁ ଅଧିକାଂଶ ଅପ୍ରାସଙ୍ଗିକ ପ୍ରଶ୍ନ ପଚରା ଯାଇଥିବା ନେଇ କହିଛନ୍ତି ବର୍ଷାଙ୍କ ଓକିଲ।
ବର୍ଷାଙ୍କ ଓକିଲ ଆଶିଷ ମିଶ୍ର କହିଛନ୍ତି, ଆଜି ବର୍ଷାଙ୍କୁ ଦୁଇ ଭାଗରେ ଜେରା କରାଯାଇଥିଲା। ଜେରା ବେଳେ ବର୍ଷାଙ୍କୁ ବହୁ ଅପ୍ରାସଙ୍ଗିକ ପ୍ରଶ୍ନ ପଚରା ଯାଇଥିଲା। ଯାହାର କୌଣସି ଏହି ମାମଲା ସହିତ ସହିତ ନାହିଁ। ଫାଇନାଲ୍ ଜେରା ପରେ ଆଶା କରାଯାଉଛି ମାମଲା ଖୁବ୍ଶୀଘ୍ର ସମାଧାନ ହୋଇଯିବ ବୋଲି ମିଶ୍ର କହିଛନ୍ତି।
ସେପଟେ ଅନୁଭବଙ୍କ ଓକିଲ ଲଲିତେନ୍ଦୁ ମିଶ୍ର କହିଛନ୍ତି, ଓଡିଶା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ମୁତାବକ ବର୍ଷା ପ୍ରିୟଦର୍ଶିନୀଙ୍କୁ ଆଜି ଫାଇନାଲ୍ ଜେରା କରାଯାଇଥିଲା। ବର୍ଷାଙ୍କୁ ୧୮୦ରୁ ୧୮୫ଟି ପ୍ରଶ୍ନ ପଚରା ଯାଇଥିଲା। ପରେ ଉଭୟ ପକ୍ଷଙ୍କ ଦଲିଲ୍ ଉପସ୍ଥାପନ କରିଥିଲେ ବୋଲି ଅନୁଭବଙ୍କ ଓକିଲ କହିଛନ୍ତି।
ସୋଶାଲ୍ ମିଡିଆ ଟ୍ୱିଟର ଓ ଫେସ୍ବୁକ୍ରେ ଅନୁଭବ ଲେଖିଛନ୍ତି, ମିଛ ଅପପ୍ରଚାର ହେଉଛି ଯଦି, ତା ବିରୋଧରେ ଆପଣ ଓ ସମସ୍ତେ ନିହାତି ମୁହଁ ଖୋଲିବା ଦରକାର। ମୁଁ ମଧ୍ୟ ଏ ବିଷୟରେ ଏକମତ। ଦୟାକରି ଏଇ କିଛି ସରକାରୀ ଦସ୍ତାବିଜ ବିରୋଧରେ ମୁହଁ ଖୋଲନ୍ତୁ ବୋଲି ଅନୁଭବ ଲେଖିଛନ୍ତି। ଆମଣଙ୍କ ଜବାବର ଅକ୍ଷେପରେ ମୁଁ, ଆଉ ଓଡ଼ିଶାବାସୀ। ସବା ଶେଷରେ ସେ ଲେଖିଛନ୍ତି, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ।
ମିଛ ଅପପ୍ରଚାର ହେଉଛି ଜଦି ତାହା ବିରୁଦ୍ଧରେ ଆପଣ ଓ ସମସ୍ତେ ନିହାତି ମୁହ ଖୋଲିବା ଦରକାର । ମୁଁ ମଧ୍ୟଁ ଏ ବିଷୟରେ ଏକମତ । ସେଥିପାଇଁ ଦୟା କରି ଏଇ କିଛି ସରକାରି ଦସ୍ତାବିଜ ବିରୁଦ୍ଧରେ ମୁହଁ ଖୋଲନ୍ତୁ ।
— Anubhav Mohanty (@AnubhavMohanty_) April 11, 2023
ଆମଣଙ୍କ ଜବାବର ଅପେଖ୍ଯାରେ ମୁଁ ଆଉ ଓଡି଼ଶାବାସି ।
ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ🙏🏻@VarshaPriyadar3 https://t.co/FYyl9r2urf
ସୂଚନାରୁ ପ୍ରକାଶ, ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେଇ ବର୍ଷା କହିଥିଲେ, ଜୀବନ ଅନିଶ୍ଚିତ। କେତେ ବେଳେ କ’ଣ ଘଟିବ କେହି ଜାଣିନଥାନ୍ତି। ମୁଁ ଲାଜୁଆ, ଡରୁଆ ପ୍ରକୃତିର ଝିଅ। ମୋ ଜୀବନରେ ଝଡ଼ ଆସିଲା। ଯାହା ଆଶା କରିନଥିଲି ସେୟା ହେଲା। ଜୀବନ ମତେ ବହୁତ ଥର ପକେଇବାକୁ ଚେଷ୍ଟା କରିଛି। କିନ୍ତୁ ମୁଁ ପୁଣି ଥରେ ଛିଡା ହୋଇଛି। ସୋଶାଲ ମିଡିଆରେ ମୁଁ କାହିଁକି ମତ ରଖେନି ବୋଲି ବହୁ ଲୋକ ପ୍ରଶ୍ନ କରିବାରୁ ମୋର ସାମାଜିକ କାର୍ଯ୍ୟକ୍ରମର ଫଟୋ ଶେଆର କଲି। ଏହା ପରେ ବହୁତ ଲୋକ କମେଣ୍ଟ କଲେ ଯେ, ରାଜନୀତିରେ ଯୋଗଦେବାକୁ ଓ ଟିକେଟ ପାଇବାକୁ ଏସବୁ କରୁଛନ୍ତି। ଛୋଟ ବେଳୁ ମୁଁ ସାମାଜିକ କାମରେ ଜଡ଼ିତ ଥିଲି। ସେତେବେଳେ କଣ ପଲିଟିକ୍ସକୁ ଆସିବାକୁ ଚାହୁଁଥିଲି କି ବୋଲି ବର୍ଷା ପ୍ରଶ୍ନ କରିଥିଲେ।
ତେବେ ଏନେଇ ବର୍ଷାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
https://youtu.be/YkqVtszaenM