ମେଷ: ମେଷ ରାଶିର ବ୍ୟକ୍ତି ଲାଲ ରଙ୍ଗ ଖେଳିଲେ ଶୁଭଫଳ ମିଳିଥାଏ। ଲାଲ ରଙ୍ଗ ପ୍ରେମର ପ୍ରତୀକ ଅଟେ।
ବୃଷ: ଏହି ରାଶିର ବ୍ୟକ୍ତି ଧଳା ରଙ୍ଗ ଅବିରରେ ରଙ୍ଗ ଖେଳନ୍ତୁ। ଏହି ରାଶି ପାଇଁ ଧଳା ରଙ୍ଗ ଶୁଭ ଅଟେ। ଏହାସହ ଏହି ରାଶିର ବ୍ୟକ୍ତି ହାଲକା ନୀଳ ରଙ୍ଗରରେ ହୋଲି ଖେଳି ପାରିବେ। ଧଳା ରଙ୍ଗ ସୁଖ ଓ ଶାନ୍ତିର ବାର୍ତ୍ତା ପ୍ରଦାନ କରିଥାଏ।
ମିଥୁନ: ସବୁଜ ରଙ୍ଗର ଅବିର ଏହି ରାଶି ପାଇଁ ଶୁଭ ଅଟେ। ମିଥୁନ ରାଶିର ବ୍ୟକ୍ତି ସବୁଜ ରଙ୍ଗରେ ହୋଲି ଖେଳିଲେ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।
କର୍କଟ: ଏହି ରାଶିର ବ୍ୟକ୍ତି ଧଳା ରଙ୍ଗରର ଅବିରରେ ରଙ୍ଗ ଖେଳନ୍ତୁ। ଏହି କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭଦାୟକ।
ସିଂହ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଗାଡ଼ ଲାଲ ଓ ହଳଦୀ ରଙ୍ଗର ଅବିର ଶୁଭ ଅଟେ। ସିଂହ ରାଶିର ବ୍ୟକ୍ତି ଏହି ରଙ୍ଗରେ ହୋଲି ଖେଳିଲେ ମାନସିକ ଶାନ୍ତି ମିଳିଥାଏ।
କନ୍ୟା: ଏହି ରାଶି ପାଇଁ ସବୁଜ ଶୁଭ ରଙ୍ଗ ଅଟେ। ଏହି ରଙ୍ଗକୁ ସୁଖ ଓ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଇଥାଏ।
ତୁଳା: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଧଳା ଓ ହଳଦିଆ ରଙ୍ଗ ଶୁଭ ଅଟେ।
ବିଚ୍ଛା: ଏହି ରାଶି ପାଇଁ ଲାଲ ରଙ୍ଗ ଶୁଭ ଅଟେ। ବିଚ୍ଛା ରାଶିର ବ୍ୟକ୍ତି ଲାଲ ରଙ୍ଗର ହୋଲି ଖେଳିଲେ ଶୁଭଫଳ ପ୍ରାପ୍ତି ହୋଇଥାଏ।
ଧନୁ: ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରଙ୍ଗ ହଳଦିଆ ରଙ୍ଗ ଅଟେ।
ମକର: ଏହି ରାଶିର ବ୍ୟକ୍ତି ଗାଢ଼ ସବୁଜ ଅବିରରେ ରଙ୍ଗ ଖେଳିଲେ ଶୁଭ ହୋଇଥାଏ। ଏହାଦ୍ୱାରା ମନକୁ ପ୍ରସନ୍ନତା ମିଳିଥାଏ ।
କୁମ୍ଭ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରଙ୍ଗ ନୀଳ ଅଟେ।
ମୀନ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ହଳଦିଆ ରଙ୍ଗ ଶୁଭ ରଙ୍ଗ ଅଟେ।
ଗଣେଶ: ହିନ୍ଦୁ ଧର୍ମରେ ପ୍ରଭୁ ଗଣେଶଙ୍କୁ ବିଘ୍ନ ବିନାଶକ ରୂପେ ବିବେଚନା କରାଯାଇଥାଏ। ଏଥିନିମନ୍ତେ ଯେକୌଣସି କାର୍ଯ୍ୟ ହେଲେ ପ୍ରଥମେ ତାଙ୍କୁ ଅଗ୍ରପୂଜା କରାଯାଇଥାଏ । ଗଣେଶଙ୍କୁ ପୂଜା କରିବା ବେଳେ ତାଙ୍କ ନିକଟରେ ପାରିଜାତ, ଟଗର ଓ ଚମେଲି ଆଦି ଫୁଲ ଅର୍ପଣ କରି ପାରିବେ।
ବିଷ୍ଣୁ: ଭଗବାନ ବିଷ୍ଣୁଙ୍କ ଆରାଧନା ବେଳେ ତାଙ୍କୁ ହଳଦି ରଙ୍ଗର ଫୁଲ ଚଢ଼ା ଯାଇ ପାରିବ । ଏହି ସମୟରେ ଆପଣ ପ୍ରଭୁ ବିଷ୍ଣୁଙ୍କ ନିକଟରେ ବେଲ, ଚମ୍ପା, ମାଳତୀ ଆଦି ଫୁଲ ଅର୍ପଣ କରି ପାରିବେ। ଏହାବାଦ ଆପଣ ତାଙ୍କ ନିକଟରେ ତୁଳସୀ ବି ଅର୍ପଣ କରି ପାରିବେ । ଶ୍ରୀରାମ ତଥା କୃଷ୍ଣଙ୍କ ପୂଜା ବେଳେ ବି ଆପଣ ଭଗବାନଙ୍କ ନିକଟରେ ଏହି ଫୁଲ ଲାଗି କରି ପାରିବେ।
ମା’ ଲକ୍ଷ୍ମୀ: ମା’ ଲକ୍ଷ୍ମୀଙ୍କ କୃପା ରହିଲେ ଆପଣଙ୍କ ଜୀବନ ସବୁବେଳେ ଧନଧାନ୍ୟରେ ପରିପୂର୍ଣ୍ଣ ହୋଇ ପାରିବ । ମା’ ଲକ୍ଷ୍ମୀଙ୍କ କୃପା ପାଇବାକୁ ଆପଣ ଲାଲ ଗୋଲାପ, ପଦ୍ମ ଆଦି ଫୁଲ ତାଙ୍କ ନିକଟରେ ଅର୍ପଣ କରି ପାରିବେ।
ପ୍ରଭୁ ହନୁମାନ: ପବନ ପୁତ୍ର ହନୁମାନଙ୍କ ପୂଜାର୍ଚ୍ଚନା ବେଳେ ଆପଣ ତାଙ୍କ ନିକଟରେ ଲାଲ ଗୋଲାପ, ଗେଣ୍ଡୁ ତଥା ଲାଲ ଚମେଲି ଫୁଲ ଅର୍ପଣ କରି ପାରିବେ। ଏପରି କରିବା ଦ୍ୱାରା ହନୁମାନ ପ୍ରସନ୍ନ ହେବେ ଓ ଆପଣଙ୍କ ଜୀବନରୁ ସବୁ ବାଧାବିଘ୍ନ ଦୂରେଇ ଯିବ ।
ପ୍ରଭୁ ଶିବ: ମହାଦେବ ପ୍ରଚଣ୍ଡ ରାଗୀ ହୋଇଥିବାରୁ ତାଙ୍କ ନିକଟରୁ ବର ପାଇବାକୁ ହେଲେ ତାଙ୍କୁ ପ୍ରସନ୍ନ କରିବାକୁ ପଡ଼ିଥାଏ । ଏଥିନିମନ୍ତେ ତାଙ୍କ ନିକଟରେ ଆପଣ କନିଅରି ଫୁଲ, ଅର୍କ ଫୁଲ, ଦୁରଦୁରା ଫୁଲ ଆଦି ଦାନ କରି ପାରିବେ। ଏହାଦ୍ୱାରା ଆପଣଙ୍କ ଉପରେ ସବୁବେଳେ ଭଗବାନ ଶିବଙ୍କ କୃପା ଦୃଷ୍ଟି ପଡ଼ିଥାଏ।
ସୂର୍ଯ୍ୟ ଭଗବାନ: ଆପଣ ସୂର୍ଯ୍ୟ ଦେବତାଙ୍କ ପ୍ରାତଃ ବନ୍ଦନା କରୁଥିଲେ ତାଙ୍କ ନିକଟରେ ଲାଲ ଗୋଲାପ, ଗେଣ୍ଡୁ, କନିଅର ଆଦି ଫୁଲ ଅର୍ପଣ କରି ପାରିବେ। ଏପରି କରିବା ଦ୍ୱାରା ଆପଣଙ୍କ ଜୀବନ ବୈଭବ ତଥା ସମୃଦ୍ଧିରେ ପରିପୂର୍ଣ୍ଣ ହୋଇଯିବ ।
ତେଣୁ ମାଗଣାରେ ଏସବୁ ଜିନିଷ ପାଇଲେ ଆପଣ ଏହାକୁ ଗ୍ରହଣ କରିବାକୁ ବା ଘରକୁ ନେବାର ଭୁଲ୍ କରନ୍ତୁ ନାହିଁ। କାରଣ ସାମାନ୍ୟ ଲୋଭ ପାଇଁ ଆପଣଙ୍କ ଘରର ସୁଖ ଶାନ୍ତି ହଜିଯାଇପାରେ।
ଆଜି ଆସନ୍ତୁ ଜାଣିବା ହୋଲି ଖେଳିବା ସହ ସମ୍ପର୍କୀତ କିଛି ବାସ୍ତୁ ଟିପ୍ସ । ଏହାକୁ ପାଳନ କରି ଆପଣ ବେଶ ହସଖୁସିରେ ରଙ୍ଗର ପର୍ବକୁ ପାଳନ କରି ପାରିବେ।
ବାସ୍ତୁ ଅନୁଯାୟୀ, ଯଦି ଆପଣ ପରିବାର ସଦସ୍ୟ କିମ୍ବା ସାଙ୍ଗଙ୍କ ସହ ହୋଲି ଖେଳୁଛନ୍ତି ତେବେ ଏହି ସମୟରେ କିଛି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ। ଯଦି ଆପଣଙ୍କ ଘର ଉତ୍ତର ଦିଗରେ ରହିଛି, ତେବେ ଉତ୍ତରମୁଖୀ ଘରେ ହୋଲି ଖେଳିବା ସମୟରେ ଏହାର ରଙ୍ଗ ପ୍ରତି ଧ୍ୟାନ ଦିଅନ୍ତୁ। ଏହି ସମୟରେ ଆପଣ ଲାଲ, ସବୁଜ, ଗାଢ଼ ତଥା ଫିକା ନୀଳ ରଙ୍ଗରେ ହୋଲି ଖେଳିଲେ ତାହାକୁ ଶୁଭ ବିବେଚନା କରାଯାଇଥାଏ।
ଏହି ସବୁ ରଙ୍ଗ ଦ୍ୱାରା ହୋଲି ଖେଳିବା ସମୟରେ ଆପଣଙ୍କୁ ବହୁ ସମସ୍ୟାରୁ ମୁକ୍ତି ମିଳିଥାଏ । ଏଥିସହ ସକରାତ୍ମକ ଉର୍ଜା ବି ଆପଣ ଅନୁଭବ କରି ପାରିଥାନ୍ତି।
ଯଦି ଆପଣଙ୍କ ଘରର ମୁହଁ ଦକ୍ଷିଣ ଦିଗକୁ ରହିଛି ତେବେ ଆପଣ ଗୋଲାପି, ନାରଙ୍ଗୀ ଓ ଲାଲ ରଙ୍ଗରେ ହୋଲି ଖେଳି ପାରିବେ। ବାସ୍ତୁ ଅନୁଯାୟୀ, ଏହାଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ିଥାଏ ଓ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହୋଇଥାଏ।
ଯଦି ଆପଣଙ୍କ ଘର ପୂର୍ବ ଦିଗକୁ ମୁହଁ କରି ରହିଛି ତେବେ ଆପଣ ଗାଢ଼ା ରଙ୍ଗରେ ହୋଲି ଖେଳି ପାରିବେ। ଆପଣ ଗାଢ଼ା ରଙ୍ଗର ଲାଲ, ନୀଳ, ଗୋଲାପୀ, ନାରଙ୍ଗୀ ଆଦି ରଙ୍ଗର ବ୍ୟବହାର କରି ହୋଲିର ମଜା ନେଇ ପାରିବେ। ଏହି ରଙ୍ଗ ଦ୍ୱାରା ହୋଲି ଖେଳିଲେ ମାନ-ସମ୍ମାନ ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି।
ସେହିପରି ଆପଣଙ୍କ ଘର ପଶ୍ଚିମମୁହାଁ ହୋଇଥିଲେ ଆପଣ ହାଲକା ନୀଳ, ଗୋଲଡେନ ତଥା ଧଳା ରଙ୍ଗରେ ହୋଲି ଖେଳିବା ଉଚିତ । ଏପରି କରିବା ଦ୍ୱାରା ଜୀବନରେ ସୁଖଶାନ୍ତି ବଜାୟ ରହିଥାଏ ବୋଲି ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ ରହିଛି।
ବାସ୍ତୁଶାସ୍ତ୍ର ଅନୁଯାୟୀ, କାର୍ରେ କିଛି ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦିଅନ୍ତୁ। ଏହାଦ୍ୱାରା ନକରାତ୍ମକ ଉର୍ଜା ସାଙ୍ଗକୁ ମାଡ଼ି ଆସୁଥିବା ସଙ୍କଟ ଟଳି ଯାଇଥାଏ। ଆସନ୍ତୁ ଜାଣିବା ଏପରି କିଛି ଜିନିଷ ବିଷୟରେ ଯାହାକୁ କାର୍ରେ ରଖିବା ଦ୍ୱାରା ଆମ ଉପରୁ ବିପଦ ଟଳିଯିବାର ବିଶ୍ୱାସ ରହିଛି।
ଗଣେଶଙ୍କ ମୂର୍ତ୍ତି- ଅଧିକାଂଶ ଲୋକ ନିଜ କାର୍ରେ ଭିନ୍ନ ଭିନ୍ନ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ରଖିଥାନ୍ତି। କିନ୍ତୁ ଭଗବାନ ଗଣେଶଙ୍କ ପ୍ରତିମୂର୍ତ୍ତିକୁ ପ୍ରାଥମିକତା ଦିଅନ୍ତୁ। କାରଣ ଏହାର ସମ୍ବନ୍ଧ କେତୁ ଗ୍ରହ ସହ ଥିବାର ବିଶ୍ୱାସ ରହିଛି। ତେଣୁ ଭଗବାନ ଗଣେଶ ଦୁର୍ଘଟଣାକୁ ରକ୍ଷା କରନ୍ତି ବୋଲି ବିଶ୍ୱାସ ରହିଛି ଓ ଆସୁଥିବା ସମସ୍ତ ବିଘ୍ନକୁ ବି ଟାଳି ଦିଅନ୍ତି । ଏଥିସହ କାର୍ରେ ଝୁଲୁଥିବା ଅବସ୍ଥାରେ ହନୁମାନଙ୍କ ଏକ ପ୍ରତିମୂର୍ତ୍ତି ବି ରଖିବା ଉଚିତ । କାରଣ ହନୁମାନ ସବୁବେଳେ ଭକ୍ତଙ୍କୁ ବିପଦରୁ ରକ୍ଷା କରିଥାନ୍ତି।
କଳା କଇଁଛ- ନିଜ କାର୍ରେ ସବୁବେଳେ ଏକ କଳା କଇଁଛ ରଖନ୍ତୁ। ବାସ୍ତୁ ଅନୁଯାୟୀ, ଏହାର କାର୍ ଭିତରୁ ନକରାତ୍ମକ ଶକ୍ତିକୁ ଦୂର କରି ସକରାତ୍ମକ ଏନର୍ଜୀ ପ୍ରବେଶ କରାଇଥାଏ।
ଚାଇନିଜ ମୁଦ୍ରା।- କାର୍ ଭିତରେ ଗୋଲଡେନ ରଙ୍ଗର ମୁଦ୍ରା ଓହଳାଇବାକୁ ଶୁଭ ବୋଲି ବିବେଚନା କରାଯାଇଥାଏ। କାରଣ ଏହା କାର୍ର ଡିଜାଇନ, ରଙ୍ଗ, ଇଣ୍ଟେରିଅର ଓ ସାଇଜ ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିଥାଏ।
ନାଚୁରାଲ ଷ୍ଟୋନ- କାର୍ର ଡ୍ୟାସ୍ବୋର୍ଡରେ କିଛି ନାଚୁରାଲ ଷ୍ଟୋନ ବା କ୍ରିଷ୍ଟଲ ରଖିବାକୁ ଶୁଭ ବିବେଚନା କରାଯାଇଥାଏ। ବାସ୍ତୁ ଅନୁଯାୟୀ, ଏହା ପୃଥ୍ୱୀ ତତ୍ତ୍ୱ ସହ ଏକ ଗଭୀର ସମ୍ପର୍କ ସ୍ଥାପନ କରିବା ସହ କାର୍କୁ ସର୍ବଦା ସୁରକ୍ଷିତ ରଖିଥାଏ।
ପାଣି ବୋତଲ - କାର୍ରେ ସବୁବେଳେ ଫୁଲ୍ ଥିବା ପାଣି ବୋତଲ ରଖନ୍ତୁ। ବାସ୍ତୁ ଅନୁଯାୟୀ, ଜଳ ତତ୍ତ୍ୱ ସବୁବେଳେ ଆପଣଙ୍କ ବିଚାରଧାରାରେ ସ୍ପଷ୍ଟତା ଆଣିଥାଏ। ଏହା କାର୍ରେ ଥିବା ବୈଦ୍ୟୁତିକ ଉପକରଣ ଦ୍ୱାରା କାର୍ ଭିତରେ ପ୍ରବେଶ କରୁଥିବା ନକରାତ୍ମକ ଉର୍ଜାରୁ ମୁକ୍ତି ଦେଇଥାଏ।
ଶିବଙ୍କ ବାହନ ବୃଷଭ ଅଟେ। କଠିନ ପରିଶ୍ରମ ସତ୍ତ୍ୱେ ଆପଣଙ୍କ ପାଖରେ ଟଙ୍କା ରହୁ ନ ଥିଲେ ରୂପାରେ ଏକ ବୃଷଭ ତିଆରି କରନ୍ତୁ। ଏହାକୁ ମହାଶିବ ରାତ୍ରୀ ଦିନ ଘରକୁ ଆଣନ୍ତୁ।
ପୂଜା ପରେ ଏହି ବୃଷଭକୁ ଆପଣ ନିଜ ଘରର ଆଲମିରା ବା ଧନ ରହୁଥିବା ସ୍ଥାନରେ ରଖନ୍ତୁ। ଏହାଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତି ସୁଧୁରିଥାଏ ।
ଶିବଙ୍କ ପ୍ରିୟ ଏକମୁଖି ରୁଦ୍ରାକ୍ଷକୁ ମନ୍ତ୍ର ଉଚ୍ଚାରଣ ପରେ ଧାରଣ କରନ୍ତୁ। ଏହାଦ୍ୱାରା ବଡ଼ ବଡ଼ ସଙ୍କଟ ଟଳି ଯିବ । ଏହାକୁ ଧନ ରଖୁଥିବା ସ୍ଥାନରେ ରଖିଲେ କେବେ ବି ଅର୍ଥାଭାବ ଦେଖାଯିବନି।
ମହାଶିବ ରାତ୍ରୀ ଦିନ ରତ୍ନରେ ପ୍ରସ୍ତୁତ ଏକ ଶିବଲିଙ୍ଗକୁ ଘରକୁ ଆଣନ୍ତୁ। ଏହାକୁ ଘରେ ରଖିବା ଦ୍ୱାରା ଗ୍ରହ ଦୋଷ କଟି ଯାଇଥାଏ।
ଏହାବାଦ ପାରଦ ଶିବଲିଙ୍ଗକୁ ଘରେ ରଖିବା ଦ୍ୱାରା ପିତୃ ଦୋଷ, କାଳସର୍ପ ଦୋଷ ଓ ବାସ୍ତୁ ଦୋଷ ଦୂର ହୋଇଥାଏ। ଏହାକୁ ମହା ଶିବ ରାତ୍ରୀରେ ଘରକୁ ଆଣିବା ସର୍ବୋତ୍ତମ ସମୟ।
ମହା ମୃତ୍ୟୁଞ୍ଜୟ ଯନ୍ତ୍ରକୁ ନିୟମିତ ପୂଜା କରିବା ଦ୍ୱାରା ବହୁ ରୋଗ, ଅଶାନ୍ତି, ପାରିବାରିକ କଳହକୁ ମୁକ୍ତି ମିଳିଥାଏ। ମହାଶିବ ରାତ୍ରୀରେ ଏହି ସବୁ ଜିନିଷକୁ ଘରକୁ ଆଣିଲେ ନିହାତି ଭାବେ ସୁଖସମୃଦ୍ଧି ବୃଦ୍ଧି ପାଇବ ।
୧) ତିଥି, ନକ୍ଷତ୍ର, ରାଶି, ବାର ଆଦିକୁ ବିଚାର ନ କରି ଗୃହ ଶୁଭ ଦେଲେ ତାହା କେବେବି ସମ୍ପୂର୍ଣ୍ଣ ହୋଇପାରେ ନାହିଁ ।
୨) ଶନିବାର, ମଙ୍ଗଳବାର, ଅମାବାସ୍ୟା, ରିକ୍ତା ତିଥି, ପାପ ଚନ୍ଦ୍ର, ଚନ୍ଦ୍ର କ୍ଷୟ ଭଳି ଦିନଗୁଡ଼ିକରେ ଗୃହ ଶୁଭ ଦେଲେ ତାହା ସମ୍ପୂର୍ଣ୍ଣ ହୋଇପାରେ ନାହିଁ ।
୩) ମଶାଣି ଭୂମି, ଉଇ ହୁଙ୍କାଯୁକ୍ତ ଭୂମି, ଗୋଚର ଭୂମି ଓ ଦାନ ଭୂମି ଆଦିରେ ଶୁଭ ଦେଇ ଗୃହ ନିର୍ମାଣ କଲେ ଗୃହ ସମ୍ପୂର୍ଣ୍ଣ ହୋଇପାରେ ନାହିଁ ।
୪) ବିଦିସା ଭୂମିରେ ଗୃହ ଆରମ୍ଭ କଲେ ଗୃହ ସମ୍ପୂର୍ଣ୍ଣ ହେବାରେ ସମସ୍ୟା ହୋଇଥାଏ ।
୫) ଗୃହ ଅଗ୍ନିମୋଡ଼ ହେବା ଦ୍ୱାରା ମଧ୍ୟ ସଂପୂର୍ଣ୍ଣ ହୋଇପାରେ ନାହିଁ । ଗୃହ କର୍ତ୍ତା ଓ ଅନ୍ୟ ସଦସ୍ୟମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ।
ପ୍ରତିକାର
ଏହି ଭଳି ସ୍ଥିତି ଥିଲେ ଓ ଗୃହ ନିର୍ମାଣ ସଂପୂର୍ଣ୍ଣ ହୋଇପାରୁ ନଥିଲେ ଭୂମିକୁ ଶୋଧନ କରିବା ସହିତ ଭୂମିଲକ୍ଷ୍ମୀ ନରସିଂହଙ୍କ ପୂଜା କରିବା ଦ୍ୱାରା ଗୃହ ନିଶ୍ଚୟ ସଂପୂର୍ଣ୍ଣ ହୋଇପାରିବ।
ତେଣୁ ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଅନୁଯାୟୀ, କିପରି ଜାଗାକୁ ଚୟନ କରିବା। ବାସ୍ତୁ ଅନୁଯାୟୀ, ଜାଗା କିଣିବା ସମୟରେ ଏଥିପ୍ରତି ଧ୍ୟାନ ରଖନ୍ତୁ ଯେ ମାଟି ଖୋଳିବା ସମୟରେ ସେଥିରୁ କ’ଣ ବାହାରୁଛି। ମାଟି ଖୋଳିବା ସମୟରେ ସେଥିରୁ କପାଳ,ହାଣ୍ଡି, କୋଇଲା କିମ୍ବା ଲୁହା ବାହାରିଲେ ତାହା ଶୁଭ ନୁହେଁ। କିନ୍ତୁ ଇଟା, ପଥର ବା କଏନ ମିଳିଲେ ତାହାକୁ ଶୁଭ ବୋଲି ବିବେଚନା କରାଯାଇଥାଏ।
ହେଲେ ଜାଣିଛନ୍ତି, ଏପରି କିଛି ଜିନିଷ ଅଛି ଯାହାକୁ ଦାନ କଲେ ମାଡ଼ି ଆସିବ ବିପତ୍ତି । ଏପରି କରିବା ଦ୍ୱାରା ପିଛା ଛାଡ଼ିବନି ଦାରିଦ୍ରତା । କିଛି ପୂଣ୍ୟ ଅର୍ଜନ ପାଇଁ କରୁଥିବା ଦାନ ଡାକି ଆଣିବ ନାନା ସମସ୍ୟା। ହଠାତ୍ ହସଖୁସିର ପରିବାରରେ ଘୋଟିଯାଏ କଳା ବାଦଲ। ଆପଣ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ଦିନକୁ ଦିନ ସେଥିରେ ଛନ୍ଦି ହୋଇଯିବେ। ଏପରି ଜିନିଷ ଦାନ କରିବା ଦ୍ୱାରା ସବୁବେଳେ ଆର୍ଥିକ ସମସ୍ୟା ଲାଗି ରହିବ ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଥରେ ବ୍ୟବହାର ହୋଇଥିବା ଖାଇବା ତେଲ କାହାକୁ ଦାନ କରନ୍ତୁ ନାହିଁ। ବିଶ୍ୱାସ ଅଛି ଏହାଦ୍ୱାରା ଶନି ଦେବତା କୋପ କରିଥାନ୍ତି। ଆଉ ଶନି ଦେବଙ୍କ କୋପ ସମ୍ମୁଖରେ ତିଷ୍ଠିବା ମୁସ୍କିଲ। ତେଣୁ ବିଭିନ୍ନ ଆଡ଼ୁ ବିପତ୍ତି ମାଡ଼ି ଆସି ପରିବାରକୁ ତଳି ତଳାନ୍ତ କରି ଦେଇଥାଏ ।
ଏଥିସହ ବାସି ଭୋଜନ ବି କାହାକୁ ଦାନ କରିବା ଉଚିତ ନୁହେଁ । ଖାଦ୍ୟ ଦାନ କରିବା ବହୁତ ଶୁଭ । ମାତ୍ର ବାସି ଖାଦ୍ୟ ଦାନ କରିବା ଦ୍ୱାରା କେବେ କି ଶୁଭ ଫଳ ପ୍ରାପ୍ତି ହୋଇ ନ ଥାଏ। ଏପରି କରୁଥିବା ବ୍ୟକ୍ତିଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼ିପାରେ ।
ତେଣୁ ଭୁଲ୍ରେ ବି କେବେ ଏହି ଦୁଇ ଜିନିଷ କାହାକୁ ଦାନ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଜୀବନରେ ସବୁବେଳେ ଅଭାବ, ଅନାଟନ ଲାଗି ରହିଥାଏ।
- ବାସ୍ତୁ ନିୟମ ଅନୁଯାୟୀ, ଘରର ଧନ ତଥା ଗହଣା ଥିବା ଆଲମାରୀର ଡୋର୍ ଉତ୍ତର ଦିଗକୁ ଖୋଲିଲେ ତାହାକୁ ଶୁଭ ବୋଲି ବିବେଚନା କରାଯାଇଥାଏ । ଆଲମାରୀ ପାଖରେ କେବେ ବି ଝାଡ଼ୁ ବା ଅଳିଆ ଜିନିଷ ରଖନ୍ତୁ ନାହିଁ।
- ପୂରା ଘରେ ପଜିଟିଭ ଏନର୍ଜୀ ଖେଳାଇବା ପାଇଁ ସପ୍ତାହରେ ଥରେ ପାଣିରେ ଲୁଣ ମିଶାଇ ଘର ପୋଛି ଦିଅନ୍ତୁ। ଏପରି କରିବା ଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ ହୋଇ ଯାଇଥାଏ।
- ଘରର ଇଶାଣ କୋଣ ଅର୍ଥାତ ଉତ୍ତର - ପୂର୍ବ ଦିଗ କୋଣରେ କାଚ ବୋତଲରେ ଲୁଣ ଭର୍ତ୍ତି କରି ରଖିଲେ ଘରେ ସୁଖ ସମୃଦ୍ଧି ଆସିଥାଏ। ଏହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବା ସହ ଘରକୁ ମା’ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ।
- ନିଜ ବେଡରୁମ୍ ବା ରୋଷେଇ ଘରେ କେବେ ବି ଠାକୁରଙ୍କ ଫଟୋ ଲଗାନ୍ତୁ ନାହିଁ। ଏହାଦ୍ୱାରା ଘରେ ଆର୍ଥିକ ସଙ୍କଟ ଦେଖାଦେଇଥାଏ।
- ବାଥରୁମ୍ କବାଟ ସବୁବେଳେ ବନ୍ଦ ରଖନ୍ତୁ। ନଚେତ ଘରେ ନକରାତ୍ମକ ଏନର୍ଜୀ ପ୍ରବେଶ କରି ଯାଇଥାଏ।
- ବାଥରୁମ୍ ତଥା ରୋଷେଇ ଘରର ଟ୍ୟାପ୍କୁ ସବୁବେଳେ ଭଲ ଭାବେ ବନ୍ଦ କରନ୍ତୁ। ନଚେତ ପାଣି ପଡ଼ିବା ବନ୍ଦ ନ ହେଲେ ଧନହାନୀ ହେବାର ଆଶଙ୍କା ରହିଥାଏ।
- ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ତୁଳସୀ ଗଛ ଲଗାଇଲେ ଘରେ ସୁଖ- ସମୃଦ୍ଧି ଆସିଥାଏ । ଏଥିସହ ପାରିବାରିକ ବିବାଦ ଦୂର ହୋଇ ଯାଇଥାଏ।
- ବେଡରୁମ୍ରେ ମିରର୍ ଥିଲେ ଶୋଇବା ସମୟରେ ତାହାକୁ ଘୋଡ଼ାଇ ରଖନ୍ତୁ। କାରଣ ମିରରରେ ଆପଣଙ୍କ ଛାଇ ପଡ଼ିଲେ ପତିପତ୍ନୀଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥାଏ। ତେଣୁ ଆପଣଙ୍କ ବେଡର ଠିକ୍ ସାମନାରେ ମିରର୍ ଥିଲେ ଶୋଇବା ସମୟରେ ତାହାକୁ ଘୋଡ଼ାଇ ରଖନ୍ତୁ।
- ଘରର କୌଣସି କୋଣରେ ଭାଙ୍ଗିରୁଜି ଯାଇଥିବା କାଚ ଥିଲେ ତାହାକୁ ତୁରନ୍ତ ଫୋପାଡ଼ି ଦିଅନ୍ତୁ। ଏପରି ଜିନିଷ ରହିଲେ ନେଗେଟିଭ ଏନର୍ଜୀ ଘରର ପିଛା ଛାଡ଼େନି।
- ଘରେ କେବେ ବି କଣ୍ଟାଜାତୀୟ ଗଛ ଲଗାନ୍ତୁ ନାହିଁ। କାରଣ ଘରେ କଣ୍ଟାଜାତୀୟ ଗଛ ଲଗାଇଲେ ରୋଗ ପିଛା ଛାଡ଼େନି।
ଘରେ ସମସ୍ତେ ଏହାକୁ ହାଲକା ଭାବେ ନେଇଥାନ୍ତି। ସେମାନେ କିଛି ନ ଭାବି ଯେକୌଣସି ଦିଗରେ ବି ତାହାକୁ ରଖି ଦେଇଥାନ୍ତି। କିନ୍ତୁ ଏପରି କରିବା ଦ୍ୱାରା ଏହାର ନକରାତ୍ମକ ପ୍ରଭାବ ଆପଣଙ୍କ ପରିବାର ଉପରେ ପଡ଼ିଥାଏ।
ତେଣୁ ଜୋତା, ଚପଲକୁ ଘରର ଦକ୍ଷିଣ - ପଶ୍ଚିମ କୋଣରେ ରଖନ୍ତୁ । ଏହି ଦିଗ ପୃଥିବୀ ତତ୍ତ୍ୱ ସହ ସମ୍ବନ୍ଧିତ ଥିବାରୁ ଏହାକୁ ଶୁଭ ବୋଲି ବିବେଚନା କରାଯାଇଥାଏ।
ମାତ୍ର ଜୋତା, ଚପଲକୁ କେବେ ବି ଘରର ଉତ୍ତର- ପୂର୍ବ ଦିଗରେ ରଖନ୍ତୁ ନାହିଁ । କାରଣ ପ୍ରାର୍ଥନା ନିମନ୍ତେ ଘରର ଏହି ଦିଗକୁ ସବୁଠୁ ପବିତ୍ର ବୋଲି ବିବେଚନା କରାଯାଇଥାଏ।
ଘରେ ଜୋତା-ଚପଲ ରାକ୍କୁ କେବେ ବି ରୋଷେଇ ଘର କିମ୍ବା ପୂଜା ଘର କାନ୍ଥରେ ଲଗାଇ ରଖନ୍ତୁ ନାହିଁ । ଏହାକୁ ଅଶୁଭ ବୋଲି ବିବେଚନା କରାଯାଇଥାଏ । ଏହାଦ୍ୱାରା ପରିବାର ସଦସ୍ୟଙ୍କ ଶରୀର ଅସୁସ୍ଥ ରହିବା ସହ ଆର୍ଥିକ ଅନଟନ ବି ପିଛା ଛାଡ଼େ ନାହିଁ।
ଘରର ଇଶାଣ କୋଣରେ ପୂଜା ଘର କରିବାକୁ ଶୁଭ ବିବେଚନା କରାଯାଇଥାଏ। କିନ୍ତୁ ଏଥିନିମନ୍ତେ ଠିକ୍ ନିୟମ ପାଳନ ନ କଲେ ଆର୍ଥିକ ଦୁର୍ଗତି ଆପଣଙ୍କ ପିଛା ଛାଡ଼ିବ ନାହିଁ।
ଇଶାଣ କୋଣରେ ପୂଜା ଘର କରିବା ସମୟରେ କିଛି ଦିନ ପ୍ରତି ଧ୍ୟାନ କଲେ ଆପଣଙ୍କ ଘର ସବୁବେଳେ ହସଖୁସିରେ ପୂରି ଉଠିବ ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ପୂଜା ଘର କରିବା ସମୟରେ ପୂଜା ସ୍ଥାନ ତଳେ ପଥରର ସ୍ଲାବ ଦିଅନ୍ତୁ ନାହିଁ। ଏହାଦ୍ୱାରା ଆପଣ ସବୁବେଳେ କରଜରେ ବୁଡ଼ି ରହିବେ।
ପଥର ବଦଳରେ ଆପଣ କାଠର ସ୍ଲାବ ତିଆରି କରି ପାରିବେ। ନଚେତ ସମ୍ପୂର୍ଣ୍ଣ ଭାବେ କାଠରେ ପୂରା ମନ୍ଦିର ପ୍ରସ୍ତୁତ କରି ପୂଜା କରନ୍ତୁ। ଏଥିପ୍ରତି ଧ୍ୟାନ ରଖିବେ କି କାଠର ମନ୍ଦିର କାନ୍ଥକୁ ସ୍ପର୍ଶ କରିବ ନାହିଁ । ତେଣୁ କାନ୍ଥଠୁ ସାମାନ୍ୟ ହଟାଇ ତାହାକୁ ସ୍ଥାପିତ କରନ୍ତୁ।
ଯଦି ଆପଣ ଉତ୍ତର - ପୂର୍ବ ଦିଗରେ କାଠର ମନ୍ଦିର ନିର୍ମାଣ କରୁଛନ୍ତି ତେବେ ଉକ୍ତ ମନ୍ଦିର ତଳେ ଛୋଟ ଛୋଟ ଗୋଲ ଆକୃତିର ଚକ ରଖନ୍ତୁ।
କରଜରୁ ବର୍ତ୍ତିବା ପାଇଁ ଘରେ କେବେ ବି ଭଙ୍ଗା ବା ଫାଟି ଯାଇଥିବା ବାସନ ରଖନ୍ତୁ ନାହିଁ। ଏପରି ବାସନକୁ ଘରୁ ବାହାର ନ କରିବା ପର୍ଯ୍ୟନ୍ତ ଅର୍ଥାଭାବ ଆପଣଙ୍କ ପିଛା ଛାଡ଼ିବ ନାହିଁ।
ସେହିପରି କରଜରୁ ବର୍ତ୍ତିବା ପାଇଁ ଘରର ଉତ୍ତର ଦିଗରେ ଆଠ କୋଣ ବାଲା ଏକ ଆଇନା ଲଗାନ୍ତୁ। ଘରେ ଏହାକୁ ଲଗାଇବା ଦ୍ୱାରା ବହୁ ଶୁଭ ଫଳ ମିଳିଥାଏ ଓ କରଜ ଟେନସନ୍ରୁ ମୁକ୍ତି ମିଳିଥାଏ ।
ତେବେ ଆପଣ ଜାଣିଛନ୍ତି କି ଘରର କେଉଁ କୋଣ ଔଷଧ ରଖିବା ପାଇଁ ଉପଯୁକ୍ତ। ଆଉ କେଉଁ କୋଣରେ ଔଷଧ ରଖିଲେ ପରିବାର ସଦସ୍ୟଙ୍କ ଉପରେ ତାହାର ନକରାତ୍ମକ ପ୍ରଭାବ ପଡ଼ିଥାଏ। ଫଳରେ ଅସୁସ୍ଥତା କେବେ ବି ପିଛା ଛାଡ଼େନି।
-ବାସ୍ତୁ ଶାସ୍ତ୍ର ଅନୁସାରେ, କେବେ ବି ଔଷଧ ବକ୍ସକୁ ଘରର ଦକ୍ଷିଣ- ପୂର୍ବ କୋଣରେ ରଖନ୍ତୁ ନାହିଁ। ଏହି ଦିଗରେ ଔଷଧ ରଖିବା ଦ୍ୱାରା ରୋଗ ଦୀର୍ଘ ଦିନ ଧରି ମାଡ଼ି ବସିବା ସହ ପିଛା ଛାଡ଼େ ନାହିଁ।
-ଏହାବାଦ ଘରର ସଦସ୍ୟଙ୍କ ଶାରୀରିକ ଅସୁସ୍ଥତା ଲାଗି ରହିବା ସହ ଆର୍ଥିକ ସମସ୍ୟାର ବି ସମ୍ମୁଖୀନ ହେବାକୁ ପଡ଼ିପାରେ । ଔଷଧ ରଖିବାକୁ ଘରର ପଶ୍ଚିମ କୋଣ ବି ଉପଯୁକ୍ତ ନୁହେଁ। ଏହାଦ୍ୱାରା ରୋଗରେ ପଡ଼ିଥିବା ବ୍ୟକ୍ତିଙ୍କ ଅସୁସ୍ଥତା ଆହୁରି ବଢ଼ି ପାରେ।
-କେବେ ବି ଔଷଧକୁ ନିଜ ବେଡ ଉପରେ କିମ୍ବା ତାହାର ଆଖପାଖରେ ବି ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ରାହୁ-କେତୁର ପ୍ରଭାବ ପଡ଼ିପାରେ ।
- ରୋଷେଇ ଘରେ ରୋଷେଇ ସମୟରେ ହାତ କଟିବା, ନିଆଁ ଲାଗି ଜଳିବାର ଭୟ ଥାଏ। ଏପରିସ୍ଥିତିରେ ବହୁ ଲୋକ ଫାଷ୍ଟ ଏଡ ବକ୍ସ ରୋଷେଇ ଘରେ ରଖିଥାନ୍ତି। ମାତ୍ର ଏହାର ନକରାତ୍ମକ ପ୍ରଭାବ ଘରର ସଦସ୍ୟଙ୍କ ଉପରେ ପଡ଼ିଥାଏ। ଏପରିକି ସବୁବେଳେ ଛୋଟ ମୋଟ ବେମାର ଲାଗି ରହିଥାଏ। ତେଣୁ ରୋଷେଇ ଘରେ କେବେ ବି ଫାଷ୍ଟ-ଏଡ ବକ୍ସ ରଖନ୍ତୁ ନାହିଁ। ନଚେତ ଅଯଥାରେ ଆପଣଙ୍କୁ ସ୍ୱାସ୍ଥ୍ୟ ସମସ୍ୟା ଭୋଗିବାକୁ ପଡ଼ିପାରେ।
-ବାସ୍ତୁ ଶାସ୍ତ ଅନୁସାରେ, ଔଷଧକୁ ସବୁବେଳେ ଘରର ଉତ୍ତର ଦିଗରେ ରଖିବା ଉଚିତ । ଔଷଧ ରଖିବା ନିମନ୍ତେ ଏହି ଦିଗକୁ ଶୁଭ ବୋଲି ବିବେଚନା କରାଯାଇଥାଏ।
ବାସ୍ତୁଶାସ୍ତ୍ର ଅନୁଯାୟୀ, ଆଲମିରାକୁ ଘରର ଦକ୍ଷିଣ ବା ପଶ୍ଚିମ ଦିଗରେ ରଖିବା ଉଚିତ । ଅପରପକ୍ଷେ, ମିରର୍କୁ ରଖିବା ପାଇଁ ପୂର୍ବ କିମ୍ବା ଉତ୍ତର ଦିଗ ସବୁଠୁ ଭଲ ।
ତେଣୁ ଆଲମିରା ଡୋରରେ ମିରର୍କୁ ଲଗାଇଲେ ଘର ଉପରେ ଏହାର ନକରାତ୍ମକ ପ୍ରଭାବ ପଡ଼ିଥାଏ। ଏହାଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଥାଏ। ଏଥିଯୋଗୁ ଆପଣଙ୍କ ଆୟର ସ୍ରୋତ ବି ପ୍ରଭାବିତ ହୋଇପାରେ।
ବାସ୍ତୁଶାସ୍ତ୍ର ଅନୁଯାୟୀ, ଡାଇନିଂ ରୁମ୍ରେ ବଡ଼ ଆକୃତିର ମିରର୍ ଲଗାଇବାକୁ ଖୁବ୍ ଭଲ ବୋଲି କୁହାଯାଇଥାଏ । ଏହା ଘରେ ପଜିଟିଭ ଏନର୍ଜୀ ଭରି ଦେଇଥାଏ।
ଡାଇନିଂ ରୁମ୍ରେ ଠିକ୍ ଡାଇନିଂ ଟେବୁଲ ସମ୍ମୁଖରେ ବଡ଼ ଆକୃତିର ମିରର୍ ଲଗାଇବା ଦ୍ୱାରା ସେଥିରେ ଖାଦ୍ୟ ଦୁଇଗୁଣ ଆକାରର ଦେଖା ଦେଇଥାଏ । ଏହାଦ୍ୱାରା ଭୋକ ଅଧିକ ଲାଗିଥାଏ ଓ ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବି ଭଲ ରହିଥାଏ।
ଏହାବାଦ ଆପଣଙ୍କ ରୋଷେଇ ଘର ପଶ୍ଚିମମୁଖି ହୋଇଥିଲେ ଏହାର ଅପର ପାର୍ଶ୍ୱରେ ଅର୍ଥାତ ପୂର୍ବ ଦିଗରେ ଏକ ଗୋଲ ମିରର୍ ଲଗାନ୍ତୁ। ଏହାଦ୍ୱାରା ଆପଣଙ୍କ ରୋଷେଇ ଘରେ ଥିବା ସମସ୍ତ ବାସ୍ତୁ ଦୋଷ ଦୂର ହୋଇଯିବ ।
ଘରର କେଉଁ କୋଣରେ ଲଗାଇବେ ମିରର?
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ଦକ୍ଷିଣ, ପଶ୍ଚିମ ଦିଗ ନଚେତ ଆଗ୍ନେୟ ଓ ବାୟୁ କୋଣରେ ଥିବା କାନ୍ଥରେ ଆପଣ ମିରର୍ ଲଗାଇ ପାରିବେ। ଏହାବାଦ ଅନ୍ୟ ଦିଗରେ ମିରର୍ ଲଗାଇଲେ ଏହାର ନକରାତ୍ମକ ପ୍ରଭାବ ଘର ଉପରେ ପଡ଼ିପାରେ। ପରିବାର ଲୋକଙ୍କ
*ଘରେ ଥିବା ଭଙ୍ଗା ଜିନିଷ ସବୁବେଳେ ନକରାତ୍ମକ ଉର୍ଜା ସୃଷ୍ଟି କରିଥାଏ। ତେଣୁ ଏସବୁକୁ ଦାନ କରିବା ଅର୍ଥ ଯେଉଁ ବ୍ୟକ୍ତି ଏହାକୁ ଗ୍ରହଣ କରୁଛି ତାକୁ ନକରାତ୍ମକ ଉର୍ଜା ହସ୍ତାନ୍ତର କରିବା ତେଣୁ ଏଥିରୁ ଦୂରେଇ ରୁହନ୍ତୁ।
*ମାଗଣାରେ ଲୁଣ ପ୍ରଦାନ କରିବାକୁ ବାରଣ କରାଯାଇଛି। ଏହାଦ୍ୱାରା ଲୁଣ ଗ୍ରହଣ କରୁଥିବା ବ୍ୟକ୍ତି ସର୍ବଦା ଋଣୀ ହୋଇ ରହୁଥିବା ବିଶ୍ୱାସ କରାଯାଏ । ତେଣୁ କାହାକୁ ମାଗଣାରେ ଲୁଣ ଦିଅନ୍ତୁ ନାହିଁ କି କାହାଠୁ ଗ୍ରହଣ କରନ୍ତୁ ନାହିଁ। ତେଣୁ ଆବଶ୍ୟକ ସ୍ଥଳରେ ଲୁଣ ଆଣିଲେ କିଛି ନ ହେଲେ ଟଙ୍କାଟେ ଦେଇ ଦିଅନ୍ତୁ ।
*ନିଜ ବ୍ୟବହୃତ ଚପଲକୁ ବି କାହାକୁ ଦାନ କରନ୍ତୁ ନାହିଁ। କାରଣ ଏହାଦ୍ୱାରା ଆପଣଙ୍କ ସୌଭାଗ୍ୟ ଅନ୍ୟ ପାଖକୁ ଚାଲିଯିବା ବିଶ୍ୱାସ କରାଯାଏ ।
*ଧାରୁଆ ଅସ୍ତ୍ର ଯେପରି ଛୁରୀ, କଇଁଚିକୁ ବି କାହାକୁ ଦାନ କରାଯିବାକୁ ବାସ୍ତୁଶାସ୍ତ୍ରରେ ବାରଣ କରାଯାଇଛି।
*ରୁମାଲରେ ସାଧାରଣତଃ ଆମେ ମୁହଁ ଓ କପାଳ ପୋଛି ଥାଉ । କପାଳରେ ଜଣଙ୍କ ଭାଗ୍ୟ ଥିବା ବେଳେ ରୁମାଲ କାହାକୁ ଦାନ କରିବା ଅର୍ଥ ଆମେ ଆମ ଭାଗ୍ୟ ଆଉ କାହାକୁ ଦାନ କରିଦେବା। ତେଣୁ କେବେ ବି ନିଜ ରୁମାଲ ଆଉ କାହାକୁ ଦାନ କରନ୍ତୁ ନାହିଁ।
*ସେହିପରି ଦିଆସିଲି ଦାନକୁ ବି ବାରଣ କରାଯାଇଛି। କାରଣ ଦିଆସିଲିର କାମ ନିଆଁ ଲଗାଇବା। କାହାକୁ ମାଗଣାରେ ଦିଆସିଲ ଦେବା ଅର୍ଥ ଉକ୍ତ ଘରେ କଳହ ସହ ଅଶାନ୍ତି ସୃଷ୍ଟି କରିବା ।
*ଆକ୍ୱାରିୟମରେ ରହିଥିବା ମାଛକୁ ମଣିଷର ଭାଗ୍ୟ ସହ ତୁଳନା କରାଯାଏ । ଏହାକୁ ଅନ୍ୟକୁ ଦାନ କରିଦେବା ଅର୍ଥ ନିଜ ସୁକର୍ମ ଓ ସୌଭାଗ୍ୟ ଅନ୍ୟକୁ ଦାନ କରିବା । ଏପରି ଦାନ କରିଥିବା ବ୍ୟକ୍ତି ଆର୍ଥିକ ଦୁର୍ଗତି ଦେଇ ଗତି କରନ୍ତି ବୋଲି ବିଶ୍ୱାସ ରହିଛି।
ଏବେ ଆସନ୍ତୁ ଜାଣିବା, ଘରେ ମୟୂର ପୁଚ୍ଛ ରଖିଲେ କ'ଣ ଲାଭ ହୋଇଥାଏ।
. ଘରେ ମୟୂର ପୁଚ୍ଛ ରଖିଲେ ଶୁଭ ଫଳ ମିଳିଥାଏ। ଏହାସହ ଘରକୁ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରିପାରନ୍ତି ନାହିଁ। ଘରର ବାସ୍ତୁଦୋଷ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ।
. ଘରେ ମୟୂର ପୁଚ୍ଛ ପୂର୍ବ ଦିଗରେ ରଖିଲେ ସୁଖ ଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ ।
. ଘରେ ମୟୂର ପୁଚ୍ଛ ଉତ୍ତର –ପଶ୍ଚିମ ଦିଗରେ ରଖିଲେ ଘର ଅଭାବ ଅନାଟନ ଦୂର ହୋଇଥାଏ। ଏହାସହ ଧନବୃଦ୍ଧିରେ ସହାୟକ ହୋଇଥାଏ।
.ଭଗବାନ ଶ୍ରୀକୃଷ୍ଣଙ୍କ ମୁକୁଟରେ ମୟୂରପୁଚ୍ଛ ଶୋଭାପାଇଥାଏ। ଏଥିପାଇଁ ଘରେ ମୟୂରପୁଚ୍ଛ ରଖିଲେ ଶ୍ରୀକୃଷ୍ଣଙ୍କ କୃପା ମିଳିଥାଏ।
ବାସ୍ତୁ ଅନୁଯାୟୀ, ଘରର ବିଭିନ୍ନ ରୁମ୍ର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। କାରଣ ଘରର ସବୁ ସ୍ଥାନ, ସବୁ କୋଣ କିଛି ନା କିଛି ଗ୍ରହ ସହ ସମ୍ବନ୍ଧିତ ରହିଛି । ତେଣୁ କିଛି ବାସ୍ତୁ ନିୟମକୁ ପାଳନ କଲେ ବିନା ଟଙ୍କା ଖର୍ଚ୍ଚରେ ବି ଘରେ ଶାନ୍ତି ବିରାଜମାନ କରିବ ।
ମୁଖ୍ୟ ଦ୍ୱାର: ଘରର ମୁଖ୍ୟ ଦ୍ୱାର ଦେଇ ଘରର ଶାନ୍ତି ଓ ସମସ୍ୟା ଉଭୟ ପ୍ରବେଶ କରିଥାଏ। ତେଣୁ ଏହାକୁ ସବୁବେଳେ ସଫାସୁତୁରା ରଖନ୍ତୁ। ସବୁବେଳେ ଘର ବାହାରେ ନେମପ୍ଲେଟ ଲଗାନ୍ତୁ। କିନ୍ତୁ ଧ୍ୟାନ ରଖନ୍ତୁ, ଏହାର ରଙ୍ଗ ଯେପରି କଳା ନ ହୁଏ। ଶନିବାର ସେଠାରେ ଦୀପ ଜାଳନ୍ତୁ।
ଶିଡି: ଘରର ଉନ୍ନତି ସହ ସିଡିର ରହିଛି ସିଧାସଳଖ ସମ୍ପର୍କ । ଶିଡି ଦ୍ୱାରା ହିଁ ରାହୁ କେତୁକୁ ନିୟନ୍ତ୍ରିତ କରାଯାଇଥାଏ। ଶିଡିରେ ଭୁଲ ହେଲେ ତାହା ଜୀବନରେ ଆକସ୍ମିକ ସମସ୍ୟା ସୃଷ୍ଟି କରିଥାଏ। ଏହାର ନିର୍ମାଣ ସବୁବେଳେ ଉତ୍ତରରୁ ଦକ୍ଷିଣ ଦିଗ ବା ପୂର୍ବରୁ ପଶ୍ଚିମ ଦିଗକୁ ହୋଇଥାଏ। ସିଡିକୁ ବେଶି ବକ୍ରାକାର ନ କଲେ ତାହା ପରିବାର ପାଇଁ ଭଲ ଫଳପ୍ରଦ ହୋଇଥାଏ ।
ଲିଭିଙ୍ଗ ଏରିଆ: ଏହି ସ୍ଥାନରେ ହିଁ ଘରର ସମସ୍ତ ସଦସ୍ୟ ଏକତ୍ରିତ ହୋଇଥାନ୍ତି। ତେଣୁ ଏହାକୁ ସବୁବେଳେ ପରିଷ୍କାର ରଖନ୍ତୁ। ଯେପରି ଏହିବାଟ ଦେଇ ସୂର୍ଯ୍ୟାଲୋକ ପହଞ୍ଚିବ ସେପରି ବ୍ୟବସ୍ଥା କରନ୍ତୁ।
ରୋଷେଇ ଘର: ଏହାକୁ ସବୁବେଳେ ବ୍ୟବସ୍ଥିତ ଢଙ୍ଗରେ ସଜାଡ଼ି ରଖନ୍ତୁ। ବାହାର ଲୋକଙ୍କୁ ନିଜ ରୋଷେଇ ଘରେ ପ୍ରବେଶ କରାଇ ନ ଦିଅନ୍ତୁ। ପୂଜା ପରେ ଏଠାରେ ଧୂପ ଦେବାକୁ ଭୁଲନ୍ତୁ ନାହିଁ।
ବେଡରୁମ୍ : ଏଠାରେ ସୁଖ ଓ ସମୃଦ୍ଧି ବିରାଜମାନ ହୋଇଥାଏ। ଏହାର କାନ୍ଥର ରଙ୍ଗ ସବୁବେଳେ ହାଲକା ରଖନ୍ତୁ। ବେଡରୁମ୍ରେ ଟିଭି ଲଗାନ୍ତୁ ନାହିଁ। ଏଠାରେ ହାଲକା ସଙ୍ଗୀତର ବ୍ୟବସ୍ଥା କରି ପାରନ୍ତି। ବେଡରୁମ୍ରେ ବସି ନ ଖାଇବା ଭଲ । ବେଡରୁମ୍ରେ ଯେପରି ପର୍ଯ୍ୟାପ୍ତ ପରିମାଣର ସୂର୍ଯ୍ୟାଲୋକ ପଡ଼ିବା ସହ ପବନ ଯାତାୟତ କରିବ, ତାହାର ବ୍ୟବସ୍ଥା କରନ୍ତୁ।
ବାଥରୁମ୍: ଏହାକୁ ସବୁବେଳେ ସଫା ରଖନ୍ତୁ। ପାଣିର ଅପଚୟ କରନ୍ତୁ ନାହିଁ। ବାଥରୁମ୍ରେ ନୀଳ ରଙ୍ଗ ପ୍ରୟୋଗ ଶୁଭପ୍ରଦ ହୋଇଥାଏ। ଏଠାରେ ହାଲକା ସୁଗନ୍ଧ ବ୍ୟବସ୍ଥା କରିବା ଉଚିତ ।
ତେବେ ମୋଡୁଲାର କିଚେନ ତିଆରି ସମୟରେ ଏହାକୁ ଆକର୍ଷଣୀୟ ଓ ସୁନ୍ଦର କରିବାକୁ ବହୁତ ଭାବି ଚିନ୍ତି ରଙ୍ଗର ପ୍ରୟୋଗ କରିବାକୁ ପଡ଼ିଥାଏ, ଯାହା ଆଖିକୁ ସୁନ୍ଦର ଦେଖାଯିବା ସହ ବାସ୍ତୁ ଅନୁଯାୟୀ ମଧ୍ୟ ଶୁଭ ଫଳ ଦେଇଥାଏ।
ଆଜି ଏପରି ୬ଟି କଲର ବିଷୟରେ ଜାଣିବା, ଯାହାକୁ ଆପଣ ନିଜ ମୋଡୁଲାର କିଚେନରେ ପ୍ରୟୋଗ କଲେ ବାସ୍ତୁ ଅନୁସାରେ ଖୁବ୍ ଭଲ ଫଳ ମିଳିବା ସହ ଦେଖିବାକୁ ମଧ୍ୟ ୟୁନିକ ଓ ଆକର୍ଷଣୀୟ ଲାଗିବ ।
[caption id="attachment_661308" align="aligncenter" width="650"] Representational Image[/caption]
[caption id="attachment_661310" align="aligncenter" width="650"] Representational Image[/caption]
[caption id="attachment_661311" align="aligncenter" width="650"] Representational Image[/caption]
[caption id="attachment_661312" align="aligncenter" width="650"] Representational Image[/caption]
[caption id="attachment_661313" align="aligncenter" width="650"] Representational IMAGE[/caption]
[caption id="attachment_661314" align="aligncenter" width="650"] Representational Image[/caption]
ଆଜି ଆମେ ଜାଣିବା ଏପରି ଉପାୟ ଯାହାକୁ ଘରର ମୁଖ୍ୟ ଦ୍ୱାର ନିକଟରେ କରିବା ଦ୍ୱାରା ନକାରାତ୍ମକ ଚିନ୍ତାଧାରା ଦୂର ହୋଇ ଘରେ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ।
[caption id="attachment_643522" align="aligncenter" width="650"] Representational Image[/caption]
[caption id="attachment_643524" align="aligncenter" width="650"] ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ[/caption]
[caption id="attachment_643525" align="aligncenter" width="650"] ଘରର ମୁଖ୍ୟ ଦ୍ୱାର ନିକଟରେ ଦୀପ[/caption]