ସେଠାରେ ତାଙ୍କର ଚକିତ୍ସା କରାଯିବା ସହ କୋଭିଡ ଟେଷ୍ଟ ମଧ୍ୟ ହୋଇଥିଲା। ତେବେ ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟଲ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନରେ କୁହାଯାଇଛି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ, ଆଗାମୀ ୨୪ ଘଣ୍ଟା ପାଇଁ ତାଙ୍କୁ ଅବଜରଭେସନରେ ରଖାଯାଇଛି।
ସୂଚନା ଅନୁସାରେ, ରବିବାର ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଭଦୋଦରାର ନିଜାମପୁରରେ ନଗରପାଳିକା ନିର୍ବଚନ ପ୍ରଚାର ପାଇଁ ପହଞ୍ଚିଥିଲେ। ସେଠାରେ ମଞ୍ଚ ଉପରେ ଭାଷଣ ଦେଉଥିବା ବେଳେ ହଠାତ୍ ସେ ଚେତାଶୂନ୍ୟ ହୋଇ ତଳେ ପଡିଯାଥିଲେ। ସେଠାରେ ଉପସ୍ଥିତ ଥିବା ତାଙ୍କ ସୁରକ୍ଷାକର୍ମୀ ଏବଂ କିଛି ନେତାମାନେ ତାଙ୍କୁ କାବୁ କରିଥିଲେ। ପରେ ମଞ୍ଚ ଉପରେ ଡାକ୍ତର ଅସି ତାଙ୍କ ଚିକିତ୍ସା କରିଥିଲେ। ଏହାପରେ ତାଙ୍କ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମକୁ ରଦ୍ଦ କରାଯାଇଥିଲା।
ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଥିଲେ । ଲଗାତାର ଭାବେ ଚାପରେ ରହୁଥିବାରୁ ତାଙ୍କର ରକ୍ତଚାପ କମିଯାଇଥିଲା । ସେଥିପାଇଁ ଏଭଳି ସମସ୍ୟା ଦେଖାଦେଇଥିଲା । ତେବେ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଥିଲେ।
Gujarat Chief Minister Vijay Rupani tests positive for #COVID19. He has been admitted to a hospital.
(File photo) pic.twitter.com/4wlVDiosMO
— ANI (@ANI) February 15, 2021
କାରକେଡରୁ ଓହ୍ଲାଇ ଶଗଡ ଗାଡିରେ ବସିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ। ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଗୁଜରାଟ ବାଡୋଲି ଜିଲ୍ଲାର ହରିପୁରା ଗାଁକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ସେଠାରେ ପହଞ୍ଚିବା ପରେ ୧୯୩୮ ମସିହାର କଥାକୁ ମୁଖ୍ୟମନ୍ତ୍ରୀ ପୁଣି ଦୋହରାଇଛନ୍ତି ମୁଖମନ୍ତ୍ରୀ। ଗାଁର ପରମ୍ପରା ଅନୁଯାୟୀ ସେ ସୁସଜ୍ଜିତ ଶଗଡ଼ ଗାଡିରେ ବସି ବିରାଟ ଶୋଭାଯାତ୍ରା କରିଥିଲେ। ପରେ ନେତୀଜୀ ସୁବାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।
୧୯୩୮ରେ ହରିପୁରା ଗାଁର କଂଗ୍ରେସର ରାଷ୍ଟ୍ରୀୟ ଅଧିବେଶନ ଥିଲା, ଯେଉଁଠି ନେତାଜୀଙ୍କୁ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବ ନିଯୁକ୍ତି କରାଯାଇଥିଲା। ସେହି ସମୟରେ ନେତାଜୀଙ୍କୁ ଗାଁ ଲୋକେ ଶଗଡ଼ ଗାଡିରେ ବସାଇ ଭବ୍ୟ ସ୍ୱାଗତ କରିଥିଲେ। ବାସ ସେହି ଦିନଠାରୁ ଗାଁରେ ଏହି ପରମ୍ପରା ଜାରି ରହିଛି।
୨୦୦୯ରେ ମଧ୍ୟ ନରେନ୍ଦ୍ର ମୋଦୀ ନେତାଜୀଙ୍କ ଜୟନ୍ତୀ ଅବସରରେ ହରିପୁରା ଗାଁକୁ ଯାଇଥିଲେ । ତାଙ୍କୁ ମଧ୍ୟ ସେତେବେଳେ ଗ୍ରାମବାସୀ ଶଗଡ଼ ଗାଡିରେ ବସାଇ ଏଭଳି ହିଁ ସ୍ୱାଗତ କରିଥିଲେ।
ଅଧିକ ପଢ଼ନ୍ତୁ : ଓଡ଼ିଶାର ଗର୍ବ ସୁଭାଷ ଥିଲେ ଅବିଭକ୍ତ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ
https://youtu.be/wnTZj0lVUks