ଶୁକ୍ରବାର ସନ୍ଧ୍ୟାରେ ଆଇପିଏଲ୍ ୨୦୨୪ର ପ୍ରଥମ ମ୍ୟାଚ୍ ଖେଳା ଯାଇଥିଲା। ପ୍ରଥମ ମ୍ୟାଚ୍ରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗସ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ତେବେ ସିଏସ୍କେ ଓ ଆର୍ସିବି ମଧ୍ୟରେ ଖେଳା ଯାଉଥିବା ଲାଇଭ୍ ମ୍ୟାଚ୍ ବେଳେ ବିରାଟ କୋହଲି ବ୍ୟବହାର କରିଥିଲେ ଅପଶବ୍ଦ। ଅସଭ୍ୟ ଭାଷା କହିଥିଲେ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ପ୍ରକୃତରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଆର୍ସିବି। ଓଭର ଶେଷ ସୁଦ୍ଧା ୧୭୩ ରନ୍ କରି ଚେନ୍ନାଇ ଆଗରେ ୧୭୪ ରନ୍ର ଟାର୍ଗେଟ ଦେଇଇଲା। ଏହି ରନ୍କି ପିଛା କରି ଆର୍ସିବି ୭ ଓଭର ସୁଦ୍ଧା ୭୦ ଉପରେ ରନ୍ ହାସଲ କରିଥିଲା। ରଚିନ ରବିନ୍ଦ୍ର ସିଏସ୍କେ ତରଫରୁ ଓପନର୍ ଭାବେ ପଡିଆକୁ ଓହ୍ଲାଇ ଦମ୍ଦାର ବ୍ୟାଟିଂ କରିଥିଲେ।
— Bangladesh vs Sri Lanka (@Hanji_CricDekho) March 22, 2024
୧୫ଟି ବଲ୍ରେ ରଚିନ ରଚିଥିଲେ ଇତିହାସ। ୩ଟି ଛକା ସହ ଗୋଟିଏ ୪ ମାରି ୩୭ ରନ୍ ଧୂଆଁଧାର ଇନିଂସ୍ ଖେଳିଥିଲେ। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ଥିଲା ୨୪୬.୬୭। ତେବେ ଯେତେବେଳେ ରଚିନ ସପ୍ତମ ଓଭରର ଶେଷ ବଲରେ ଆଉ ଏକ ବଡ଼ ସଟ୍ ଖେଳିବାକୁ ଆଗେଇ ଆସିଥିଲେ, ସେତେବେଳେ ରଜତ ପାଟିଦାର କ୍ୟାଚ୍ ଧରି ତାଙ୍କୁ ଆଉଟ୍ କରିଥିଲେ। ରଚିନ୍ଙ୍କ ୱିକେଟ୍ ଯିବା ପରେ ଆରସିବି ଦୀର୍ଘ ନିଶ୍ୱାସ ମାରିଥିଲା। ଏହି ସମୟରେ ବିରାଟ କୋହଲି ଆଗ୍ରେସିଭ୍ ମୁଡ୍ରେ ନଜର ଆସିଥିଲେ। କୋହଲି ରାଚିନ୍ଙ୍କୁ ଏକ ସ୍ୟାଣ୍ଡ ଅଫ୍ ଦେଇଥିଲେ। ଏଥିସହ ତାଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଥିଲେ।
ଆଜି ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚ୍ ପୂର୍ବରୁ ଟି-୨୦ରେ ବିରାଟଙ୍କ ସ୍କୋର ୧୧,୯୯୪ ଥିଲା। ସେ ୧୨ ହଜାର ଠାରୁ ୬ ରନ ପଛରେ ଥିଲେ। ଏହାକୁ ସେ ବେଶ ସହଜରେ ହାସଲ କରି ନେଇଛନ୍ତି।
ତେବେ ପରବର୍ତ୍ତୀ ଅବସ୍ଥାରେ ବିରାଟ ଆଜି କେବଳ ୨୦ ବଲରେ ୨୧ ରନ କରି ବାଂଲାଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ରହମନଙ୍କ ବଲରେ ଆଉଟ ହୋଇଛନ୍ତି।
କିନ୍ତୁ ଆଉଟ ହେବା ପୂର୍ବରୁ ସେ କ୍ରିସ ଗେଲ ଓ କାଏରନ ପୋଲାର୍ଡଙ୍କ ଭଳି ଖେଳାଳିଙ୍କ ତାଲିକାରେ ନିଜକୁ ସାମିଲ କରି ନେଇଛନ୍ତି। ଟି-୨୦ କ୍ରିକେଟରେ ସର୍ବାଧିକ ରନ ହାସଲ କରିଥିବା କ୍ରିକେଟରଙ୍କ ତାଲିକାରେ ଗେଲ୍ ସବୁଠାରୁ ଉପରେ ରହିଛନ୍ତି। ସେ ୧୪୫୬୨ ରନ କରିଛନ୍ତି। ତାଙ୍କ ପଛକୁ ୧୩,୩୬୦ ରନ ସହ ପାକିସ୍ତାନ ଶୋଏବ ମଲିକ ରହିଛନ୍ତି।
ପୋଲାର୍ଡ ୧୨,୯୦୦ ରନ ସହ ତୃତୀୟ ଓ ଇଂଲିଶ ଟିମର ଆଲେକ୍ସ ହେଲନ୍ସ ୧୨,୩୧୯ ରନ ସହ ୪ର୍ଥ ସ୍ଥାନରେ ଅଛନ୍ତି। ୧୨୦୬୫ ରନ ସହ ଡାଭିଡ ୱାର୍ଣ୍ଣର ୬ଷ୍ଠ ଓ ତାଙ୍କ ପଛକୁ କୋହଲି ରହିଛନ୍ତି। ବିରାଟ ୩୭୭ ଟି-୨୦ ମ୍ୟାଚ୍ ଓ ୩୬୦ ଇନିଂସରେ ୧୨ ହଜାର ରନର ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି।
ଏଥିସହ ସେ ମ୍ୟାଚ ପରେ ମହିଳା ଟିମର ଅଧିନାୟକ ସ୍ମୃତି ମନ୍ଧାନାଙ୍କ ସହ ଭିଡିଓ କଲରେ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି। ହେଲେ ବିରାଟ ଭିଡିଓ କଲ୍ରେ କ’ଣ ସବୁ କହୁଥିଲେ, ସେକଥା ସ୍ମୃତି ମନ୍ଧାନା ଶୁଣି ନଥିବା କହିଛନ୍ତି।
ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ୱିକେଟ ହରାଇ ଚାମ୍ପିୟନ ହେବା ପରେ ବିରାଟ ତୁରନ୍ତ ସ୍ମୃତି ମନ୍ଧାନଙ୍କ ସହ ଭିଡିଓ କଲରେ କଥା ହୋଇଥିଲେ। ଏହାର ଫଟୋ ମଧ୍ୟ ପ୍ରାଞ୍ଚାଇଜ୍ ପକ୍ଷରୁ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଥିଲା।
କିନ୍ତୁ ଆରସିବିର ଅଧିନାୟକ ମନ୍ଧାନା କହିଛନ୍ତି ଯେ ବିରାଟ ଦେଇଥିବା ବାର୍ତ୍ତାକୁ ସେ ଆଦୌ ଶୁଣି ନାହାନ୍ତି। ଅରୁଣ ଜେଟଲୀ ଷ୍ଟାଡିୟମରେ ପ୍ରବଳ ଭିଡ଼ ଥିବାରୁ ବିରାଟ ଭିଡିଓ କଲ୍ରେ କ’ଣ ସବୁ କହୁଥିଲେ, ସେକଥା ମନ୍ଧାନା ଶୁଣି ନଥିବା କହିଛନ୍ତି।
ମନ୍ଧାନା ବେଙ୍ଗାଲୁରୁରେ ବିରାଟ କୋହଲିଙ୍କୁ ଭେଟିବେ। ମାର୍ଚ୍ଚ ୧୯ରେ ଆରସିବି ଅନବକ୍ସ ଇଭେଣ୍ଟ ବେଙ୍ଗାଲୁରୁରେ ହେବ। ସେହି ସମୟରେ ମନ୍ଧାନା ଓ ଦଳର ଅନ୍ୟ ଖେଳାଳିମାନେ ବିରାଟଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
18 🤝 18
— Royal Challengers Bangalore (@RCBTweets) March 17, 2024
📸: JioCinema pic.twitter.com/0SDwzLHvRM
ମନ୍ଧାନା କହିଛନ୍ତି, “ସେ(ବିରାଟ କୋହଲି) କହୁଥିବା କୌଣସି କଥା ମୁଁ ଶୁଣିନାହିଁ। କାରଣ ପ୍ରବଳ ଶବ୍ଦ ଚାରି ପଟୁ ହେଉଥିଲା। ସେ କେବଳ ଥମ୍ବ୍ସ ଅପ କରିଥିଲେ ଓ ସେ ବହୁତ ଖୁସି ଥିଲା। ସେ ଗତବର୍ଷ ମଧ୍ୟ ଆମ ମ୍ୟାଚ୍ ପୂର୍ବରୁ ଆସିଥିଲେ। ସେ ଆମ ସହ କଥା ହୋଇଥିଲେ। ତାଙ୍କର କେହି ପଦ କଥା ମୋତେ ଓ ପୂରା ଟିମର ମନୋବଳକୁ ବୃଦ୍ଧି କରିଥିଲା।
ଆରସିବି ସହ ସେ ୧୫ ବର୍ଷରୁ ଅଧିକ ସମୟ ହେଲା ରହିଛନ୍ତି। ଆରସିବି ଟ୍ରଫି ଜିତିଥିବାରୁ ସେ ବହୁତ ଖୁସି ଥିବା ତାଙ୍କ ମୁହଁରୁ ସ୍ପଷ୍ଟ ଜଣାପଡ଼ୁଥିଲା। କିନ୍ତୁ ଷ୍ଟାଡିୟମରେ ପ୍ରବଳ ଶବ୍ଦ ହେଉଥିବାରୁ ତାଙ୍କ କଥା ଶୁଣି ନାହିଁ। ଆମେ ଯେତେବେଳେ ବେଙ୍ଗାଲୁରୁ ଯିବୁ, ସେଠାରେ ସମ୍ଭବତଃ ତାଙ୍କ ସହ କଥା ହେବି।”
ବିଜୟ ପରେ ଆରସିବିର ସର୍ପୋଟ ଷ୍ଟାଫ ଓ ଅନ୍ୟ ଖେଳାଳିମାନେ ଉତ୍ସପ ମନାଇ ଥିଲେ। କିନ୍ତୁ ସ୍ମୃତି ମନ୍ଧାନା ଏସବୁ ଦୂରରେ ରହିଥିଲେ। ସେ ଡ୍ରେସିଂ ରୁମ ଭିତରକୁ ଯିବା ସହ ସେଠାରେ ବେଶ କିଛି ସମୟ ଏକାକୀ ବସି ରହିଥିଲେ।
ସେ ୩୭ କରିଥିଲେ ହେଁ ଭାରତ ଉକ୍ତ ଟେଷ୍ଟକୁ ଜିତି ନେଇଛି। ଧ୍ରୁବ ଜୁରେଲଙ୍କ ଲଢ଼ୁଆ ବ୍ୟାଟିଂ ଯୋଗୁ ଭାରତ ୫ ୱିକେଟରେ ଇଂଲଣ୍ଡକୁ ହରାଇ ଟେଷ୍ଟ ସିରିଜ କବଜା କରିଛି। ଜୁରେଲ ମଧ୍ୟ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପାଇଛନ୍ତି।
ତେବେ ଯଶସ୍ୱୀ ଜୈସୱାଲ ୩୭ ରନ କରିବା ପରେ କ୍ରିକେଟର କିଙ୍ଗ ବିରାଟ କୋହଲିଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ କୌଣସି ଦ୍ୱିପାକ୍ଷିକ ଟେଷ୍ଟ ସିରିଜରେ ସର୍ବାଧିକ ରନ ହାସଲ କରିବା ମାମଲାରେ ବିରାଟଙ୍କ ରେକର୍ଡକୁ ବରାବର କରିଛନ୍ତି ଯଶସ୍ୱୀ।
ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସିବାର ପୂର୍ବରେ ସେ ୬୧୮ ରନ କରିଥିଲେ। ବିରାଟଙ୍କ ରେକର୍ଡକୁ ବରାବର କରିବା ପାଇଁ ତାଙ୍କୁ ୩୭ ରନର ଆବଶ୍ୟକ ରହିଥିଲା। ସେ ସମାନ ୩୭ ରନ କରି ଆଉଟ ହୋଇଛନ୍ତି। ବିରାଟ ୨୦୧୬-୧୭ରେ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ବନିଥିଲେ।
ଆଜି ଜୈସୱାଲ ଓ ରୋହିତ ଶର୍ମା ୪୦/୦ରୁ ଭାରତର ଇନିଂସ ଆରମ୍ଭ କରିଥିଲେ। ଆରମ୍ଭରୁ ଜୈସୱାଲ ଅଡ଼ୁଆରେ ପଡ଼ିଥିଲେ। ଟମ ହାର୍ଟଲୀଙ୍କ ଗୋଟିଏ ବଲରେ ଆଉଟ ହୋଇଥିଲେ ହେଁ ଡିଆରଏସ୍ ଯୋଗୁ ବର୍ତ୍ତି ଯାଇଥିଲେ। ଏହାପରେ ସେ ଶୋଏବ ବଶିରଙ୍କୁ କିଛି ବାଉଣ୍ଡରୀ ମାରି ବିରାଟ କୋହଲିଙ୍କ ରେକର୍ଡର ସମକକ୍ଷ ହୋଇଥିଲେ। ତେବେ ଜୋ ରୁଟଙ୍କ ବଲରେ ସେ ୩୭ ରନ କରି ଶେଷରେ ଆଉଟ ହୋଇଥିଲେ।
ଏବେ ଯଶସ୍ୱୀଙ୍କ ପାଖରେ ସୁନୀଲ ଗାଭାସ୍କରଙ୍କ ରେକର୍ଡର ସମକକ୍ଷ ହେବାର ସୁଯୋଗ ରହିଛି। ସେ ଦ୍ୱିତୀୟ ଭାରତୀୟ ଭାବେ କୌଣସି ଦ୍ୱିପାକ୍ଷିକ ଟେଷ୍ଟ ସିରିଜରେ ୭୦୦ ରନ କରିବାର କୀର୍ତ୍ତିମାନ ହାସଲ କରିପାରିବେ। ମାର୍ଚ୍ଚ ୭ରୁ ଧର୍ମଶାଲାରେ ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟ ଆରମ୍ଭ ହେବ। ଏଥିରେ ସେ ରନ କରି ପାରିଲେ ୭୦୦ ରନର ମାଇଲଖୁଣ୍ଟକୁ ଅତିକ୍ରମ କରିପାରିବେ।
ଏଯାଏ ୮ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ଜୈସୱାଲ ୯୭୧ ରନ କରି ସାରିଲେଣି। ତାଙ୍କ ବ୍ୟାଟିଂ ହାର ଇଂଲଣ୍ଡ ବିପକ୍ଷ ସିରିଜରେ ୯୩.୫୭ ରହିଛି।
ତୃତୀୟ ଟେଷ୍ଟରେ ଡବଲ ଟନ୍ ହାସଲ କରିଥିବା ଯଶସ୍ୱୀ ଆଜି ୭୩ ରନ କରିବା ପରେ ନିଜକୁ ବିରଳ ରେକର୍ଡ କ୍ଲବରେ ସାମିଲ କରିଛନ୍ତି। ସେ ଛକା ମାରିବା ମାମଲାରେ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କୁ ଅତିକ୍ରମ କରି ଯାଇଛନ୍ତି। ସେହିପରି ରନ ମେସିନ ବିରାଟ କୋହଲି ଓ ବର୍ତ୍ତମାନ ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି।
ରାଞ୍ଚି ଟେଷ୍ଟର ଦ୍ୱିତୀୟ ଦିନରେ ଇଂଲଣ୍ଡର ଦମଦାର ବୋଲିଂକୁ ଯଶସ୍ୱୀ ବେଶ ଚମତ୍କାର ଢଙ୍ଗରେ ଖେଳିଥିଲେ। ଭାରତ ୪ ରନରେ ଅଧିନାୟକ ରୋହିତଙ୍କୁ ହରାଇଥିବା ବେଳେ ଯଶସ୍ୱୀ ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ଶୁବମନ ଗିଲଙ୍କ ସହ ମିଶି ସ୍ଥିତି ସମ୍ଭାଳିଥିଲେ। ଏଥିସହ ୮୯ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।
ଏହି ଅର୍ଦ୍ଧଶତକ ପରେ ସେ ବିରାଟ କୋହଲି ଓ ରାହୁଲ ଡ୍ରାଭିଡଙ୍କ ବିରଳ କ୍ଲବରେ ନିଜକୁ ସାମିଲ କରିଛନ୍ତି। ଯଶସ୍ୱୀ ଟେଷ୍ଟ କ୍ରିକେଟ ଇତିହାସରେ ଭାରତର ତୃତୀୟ ବ୍ୟାଟର ଭାବେ ଇଂଲଣ୍ଡ ବିପକ୍ଷ ସିରିଜଜରେ ୬୦୦ କିମ୍ବା ତା’ ଠାରୁ ଅଧିକ ରନ କରିଛନ୍ତି। ୨୦୦୨ ମସିହାରେ ରାହୁଲ ଡ୍ରାଭିଡ ୬୦୦ ରନ କରିଥିଲେ। ୨୦୧୬/୧୭ ଘରୋଇ ପରିବେଶରେ ବିରାଟ ୬୦୦ ରନ ପୂରଣ କରିଥିଲେ।
ଅନ୍ୟପକ୍ଷରେ ଯଶସ୍ୱୀ ଛକା ମାମଲାରେ ବୀରେନ୍ଦ୍ର ସେହୱାଗଙ୍କୁ ପଛରେ ପକାଇ ଦେଇଛନ୍ତି। ୧୬ ବର୍ଷ ଧରି ସେହୱାଗଙ୍କ ନାଁରେ ଥିବା ଛକା ରେକର୍ଡକୁ ଭାଙ୍ଗିଛନ୍ତି।
ଇଂଲଣ୍ଡ ସ୍ପିନର ଶୋଏବ ବଶିରଙ୍କୁ ଲଗଅନରେ ଛକା ମାରି ଯଶସ୍ୱୀ ଦୀର୍ଘ ବର୍ଷ ଧରି ସେହୱାଗଙ୍କ ନାଁରେ ଥିବା ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସେହୱାଗ ଟେଷ୍ଟ କ୍ରିକେଟରେ ୨୨ଟି ଛକା ମାରିଥିଲେ। ଏଥିପାଇଁ ତାଙ୍କୁ ୨୭ଟି ଇନିଂସ ଖେଳିବାକୁ ପଡ଼ିଥିଲା। ୨୦୦୮ରେ ସେହୱାଗ ଏହି ରେକର୍ଡ କରିଥିଲେ। କିନ୍ତୁ ୨୦୨୪ର ମାତ୍ର ୫ଟି ଟେଷ୍ଟ ଖେଳି ଯଶସ୍ୱୀ ୨୩ଟି ଛକା ମାରି ସାରିଲେଣି।
ତୃତୀୟ ସ୍ଥାନରେ ଋଷଭ ପନ୍ତ(୨୧), ୪ର୍ଥରେ ରୋହିତ ଶର୍ମା(୨୦) ଓ ୫ମ ସ୍ଥାନରେ ମୟଙ୍କ ଅଗ୍ରୱାଲ(୧୮) ରହିଛନ୍ତି।
ଚଳିତ ବର୍ଷ ଦେଶରେ ସାଧାରଣ ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ପ୍ରଥମେ କେବଳ ୨୧ଟି ମ୍ୟାଚ ପାଇଁ ସୂଚୀ ଜାରି କରାଯାଇଛି। ନିର୍ବାଚନ ତାରିଖ ଘୋଷଣା ହେବା ପରେ ବାକି ମ୍ୟାଚ୍ ଗୁଡ଼ିକର ସ୍ଥାନ ଓ ତାରିଖ ଜାରି କରାଯିବ ବୋଲି ଆଇପିଏଲର ଅଧ୍ୟକ୍ଷ ଅରୁଣ ଧୂମାଲ କହିଛନ୍ତି।
୨୨ ତାରିଖରୁ ଆଇପିଏଲ ଆରମ୍ଭ ହେଉଥିବା ବେଳେ ୨୩ ତାରିଖରେ ଦୁଇଟି ମ୍ୟାଚ୍ ଖେଳାଯିବ।
ପ୍ରଥମେ ପଞ୍ଜାବ କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୋହାଲିରେ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ଟି ଦିନ ୩.୩୦ରେ ଆରମ୍ଭ ହେବ। ସେହିପରି ସନ୍ଧ୍ୟା ୭.୩୦ରେ କୋଲକାତା ନାଇଟ ରାଇଡର୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍ ଖେଳିବେ।
ରବିବାର ଅର୍ଥାତ ମାର୍ଚ୍ଚ ୨୪ରେ ମଧ୍ୟ ଡବଲ ହେଡର ରହିଛି। ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ଏବଂ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ଲଢ଼େଇ କରିବେ। ପ୍ରଥମ ଦଫାରେ ଏପ୍ରିଲ ୭ ଯାଏ ହେବାକୁ ଥିବା ମ୍ୟାଚ୍ ଗୁଡ଼ିକର ସୂଚୀ ଜାରି କରାଯାଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ଦୁଇ ସପ୍ତାହ ମଧ୍ୟରେ କୌଣସି ମ୍ୟାଚ୍ର ହୋଷ୍ଟ କରିବ ନାହିଁ। ଅରୁଣ ଜେଟଲୀ ଷ୍ଟାଡିୟମ ବର୍ତ୍ତମାନ WPL ମ୍ୟାଚ୍ଗୁଡ଼ିକ ପାଇଁ ପ୍ରସ୍ତୁତ ହୋଇ ରହିଛି। ମାର୍ଚ୍ଚ ୧୭ରେ WPLର ଫାଇନାଲ ମ୍ୟାଚ୍ ମଧ୍ୟ ଦିଲ୍ଲୀରେ ଖେଳାଯିବ। ଫାଇନାଲ ଶେଷ ହେବା ପରେ ଆଇପିଏଲ ପାଇଁ ଷ୍ଟାଡିୟମକୁ ପ୍ରସ୍ତୁତ କରାଯିବ।
କୁହାଯାଉଥିଲା ଯେ ଦିଲ୍ଲୀ ତା’ର ଗୋଟିଏ ମ୍ୟାଚ୍ କଟକର ବାରବାଟୀ ଓ ଆଉ ଗୋଟିଏ ମ୍ୟାଚ୍ ପୁଣେରେ ଖେଳିବ। କିନ୍ତୁ ପ୍ରଥମ ୨୧ ମ୍ୟାଚ୍ ପାଇଁ ଜାରି ହୋଇଥିବା ସୂଚୀରେ କଟକ ସ୍ଥାନ ପାଇ ନାହିଁ।
ମ୍ୟାଚ୍ ସୂଚୀ
ମାର୍ଚ୍ଚ ୨୨: ଚେନ୍ନାଇ ବନାମ ଆରସିବି - ଚେନ୍ନାଇ(୭.୩୦)
ମାର୍ଚ୍ଚ ୨୩ : ପଞ୍ଜାବ ବନାମ ଦିଲ୍ଲୀ - ମୋହାଲି (୩.୩୦) / କେକେଆର ବନାମ ହାଇଦ୍ରାବାଦ - କୋଲକାତା (୭.୩୦)
ମାର୍ଚ୍ଚ ୨୪ : ରାଜସ୍ଥାନ ବନାମ ଲକ୍ଷ୍ନୌ - ଜୟପୁର (୩.୩୦) / ଗୁଜରାଟ ବନାମ ମୁମ୍ବାଇ ଇଣ୍ଡିଆନ୍ସ - ଅହମଦାବାଦ (୭.୩୦)
ମାର୍ଚ୍ଚ ୨୫ : ଆରସିବି ବନାମ ପଞ୍ଜାବ - ବେଙ୍ଗାଲୁରୁ (୭.୩୦)
ମାର୍ଚ୍ଚ ୨୬ : ଚେନ୍ନାଇ ବନାମ ଗୁଜରାଟ - ଚେନ୍ନାଇ (୭.୩୦)
ମାର୍ଚ୍ଚ ୨୭ : ହାଇଦ୍ରାବାଦ ବନାମ ମୁମ୍ବାଇ - ହାଇଦ୍ରାବାଦ (୭.୩୦)
ମାର୍ଚ୍ଚ ୨୮ : ରାଜସ୍ଥାନ ବନାମ ଦିଲ୍ଲୀ - ଜୟପୁର (୭.୩୦)
ମାର୍ଚ୍ଚ ୨୯ : ଆରସିବି ବନାମ କେକେଆର - ବେଙ୍ଗାଲୁରୁ (୭.୩୦)
ମାର୍ଚ୍ଚ ୩୦ : ଲକ୍ଷ୍ନୌ ବନାମ ପଞ୍ଜାବ - ଲକ୍ଷ୍ନୌ (୭.୩୦)
ମାର୍ଚ୍ଚ ୩୧: ଗୁଜରାଟ ବନାମ ହାଇଦ୍ରାବାଦ - ଅହମଦାବାଦ (୩.୩୦)/ ଦିଲ୍ଲୀ ବନାମ ଚେନ୍ନାଇ - ବିଶାଖାପଟନମ (୭.୩୦)
ଏପ୍ରିଲ ୧ : ମୁମ୍ବାଇ ବନାମ ରାଜସ୍ଥାନ - ମୁମ୍ବାଇ (୭.୩୦)
ଏପ୍ରିଲ ୨ : ଆରସିବି ବନାମ ଲକ୍ଷ୍ନୌ - ବେଙ୍ଗାଲୁରୁ (୭.୩୦)
ଏପ୍ରିଲ ୩: ଦିଲ୍ଲୀ ବନାମ କେକେଆର - ବିଶାଖାପଟନମ (୭.୩୦)
ଏପ୍ରିଲ ୪ : ଗୁଜରାଟ ବନାମ ପଞ୍ଜାବ - ଅହମଦାବାଦ (୭.୩୦)
ଏପ୍ରିଲ ୫ : ହାଇଦ୍ରାବାଦ ବନାମ ଚେନ୍ନାଇ - ହାଇଦ୍ରାବାଦ (୭.୩୦)
ଏପ୍ରିଲ ୬ : ରାଜସ୍ଥାନ ବନାମ ଆରସିବି - ଜୟପୁର (୭.୩୦)
ଏପ୍ରିଲ ୭ : ମୁମ୍ବାଇ ବନାମ ଦିଲ୍ଲୀ - ମୁମ୍ବାଇ (୩.୩୦)/ ଲକ୍ଷ୍ନୌ ବନାମ ଗୁଜରାଟ - ଲକ୍ଷ୍ନୌ (୭.୩୦)
ଉଭୟ ବିରାଟ ଓ ଅନୁଷ୍କା ନିଜ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଏହି ଖୁସି ଖବର ଶେୟାର କରିଛନ୍ତି। ଏଥିରେ ବିରୁଷ୍କା କହିଛନ୍ତି ଯେ ପୁତ୍ର ସନ୍ତାନର ଜନ୍ମ ଫେବୃଆରୀ ୧୫ରେ ହୋଇଥିଲା। ବର୍ତ୍ତମାନ ସମୟରେ ଫ୍ୟାନ୍ସଙ୍କୁ ସେମାନେ ଗୋପନୀୟତାକୁ ସମ୍ମାନ ଦେବାକୁ ଅନୁରୋଧ କରିଛନ୍ତି।
ବିରୁଷ୍କା କହିଛନ୍ତି, ଅତ୍ୟନ୍ତ ଖୁସିର ସହ ଆପଣମାନଙ୍କୁ କହିବାକୁ ଚାହୁଁଛୁ ଯେ ଫେବୃଆରୀ ୧୫ରେ ଆମେ ଆମର ପୁତ୍ର ସନ୍ତାନ ଅକାୟ ଓ ଭାମିକାର ସାନ ଭାଇକୁ ଏ ପୃଥିବୀକୁ ସ୍ୱାଗତ କରିଛୁ। ଏହି ସୁନ୍ଦର ସମୟରେ ଆମେ ଆପଣମାନଙ୍କ ଆଶୀର୍ବାଦ ଓ ଶୁଭକାମନା ଚାହୁଁଛୁ। ଏହି ସମୟରେ ଆପଣମାନେ ଆମର ଗୋପନୀୟତାକୁ ସମ୍ମାନ କରିବେ ବୋଲି ଅନୁରୋଧ କରୁଛୁ।
ସୋଶାଲ ମିଡିଆରେ ବିରୁଷ୍କା ଏପରି ପୋଷ୍ଟ କରିବା ପରେ ସେମାନଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।
ବିରାଟ ଓ ଅନୁଷ୍କା ୨୦୧୭ରେ ବିବାହ କରିଥିଲେ। ୨୦୨୧ ମସିହା ଜାନୁଆରୀ ୧୧ରେ ଅନୁଷ୍କା ପ୍ରଥମେ କନ୍ୟା ସନ୍ତାନ ଭାମିକାଙ୍କୁ ଜନ୍ମ ଦେଇଥିଲେ। ଏହାର ୩ ବର୍ଷ ପରେ ଅର୍ଥାତ ୨୦୨୪ ଫେବୃଆରୀ ୧୫ରେ ଅକାୟ ଜନ୍ମ ହୋଇଛନ୍ତି।
କନ୍ୟା ସନ୍ତାନ ଜନ୍ମ ବେଳେ ବିରାଟ ଅଷ୍ଟ୍ରେଲିଆରେ ରହିଥିଲେ। ଏହି ଖୁସି ଖବର ପାଇବା ମାତ୍ରେ ସେ ସିରଜ ଅଧାରୁ ସ୍ୱଦେଶ ଫେରିଥିଲେ। ଏବେ ପୁତ୍ର ସନ୍ତାନ ଜନ୍ମ ହେବା ପୂର୍ବରୁ ବିରାଟ ଇଂଲଣ୍ଡ ବିପକ୍ଷ ସିରିଜରୁ ଛୁଟି ନେଇଥିଲେ। ସେ ଅନୁଷ୍କାଙ୍କ ସହ ସମୟ ବିତାଇବା ଇଂଲଣ୍ଡ ସିରିଜରୁ ନିଜକୁ ଦୂରେଇ ରଖିଛନ୍ତି।
ସେ କହିଛନ୍ତି, ପ୍ରଥମ ପରିବାର। ତା’ପରେ କ୍ରିକେଟ୍। ମୁଁ ମୋ ୟୁଟ୍ୟୁବ ଚ୍ୟାନେଲରେ ଗୋଟିଏ ବଡ଼ ଭୁଲ୍ କରି ଦେଇଥିଲି। ସେହି ସୂଚନାଟି ଭୁଲ୍ ଥିଲା। ତାହା ଆଦୌ ସତ ନଥିଲା। ବିରାଟ କୋହଲିଙ୍କ ପରିବାର ପାଇଁ ସବୁ କିଛି ଭଲ ହେଉ। କେହି ଜାଣି ନାହାନ୍ତି ତାଙ୍କ ପରିବାରରେ କ’ଣ ହୋଇଛି। ମୁଁ କେବଳ ତାଙ୍କ ପରିବାରର ମଙ୍ଗଳ କାମନା କରିପାରିବି। ସେ ଯେକୌଣସି କାରଣ ପାଇଁ ବିରତି ନେଇଥା’ନ୍ତୁ ନା କାହିଁକି, ସେ ଆହୁରି ଭଲରେ ପଡ଼ିଆକୁ ଫେରିବେ ବୋଲି ମୁଁ ଆଶା କରୁଛି।
ଡିଭିଲିୟର୍ସ କହିଛନ୍ତି, ମୋ ବନ୍ଧୁ ବିରାଟ କୋହଲି ଏବେ ବି କ୍ରିକେଟ୍ ପାଇଁ ଉପଲବ୍ଧ ହୋଇନାହାନ୍ତି। ତାଙ୍କ ବ୍ୟକ୍ତିଗତ କଥାକୁ ନେଇ କେହି ଆଲୋଚନା ନ କରନ୍ତୁ ବୋଲି ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି। ମୁଁ ମୋର ପୂର୍ବ ଶୋ’ରେ ଯେଉଁ ଭୁଲ୍ କରିଛି, ସେଥିପାଇଁ କୋହଲିଙ୍କ ପରିବାରକୁ କ୍ଷମା ମାଗୁଛି। ମୁଁ ଯାହା ଜାଣିଛି, ସେ ଭଲ ଅଛନ୍ତି। ସେ ତାଙ୍କ ପରିବାର ସହିତ ସମୟ କାଟୁଛନ୍ତି।
ବ୍ୟକ୍ତିଗତ କାରଣରୁ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ଓହରି ଯାଇଥିଲେ। ବିସିସିଆଇ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇଥିଲା। ଦ୍ୱିତୀୟ ଟେଷ୍ଟ ଚାଲିଥିବା ବେଳେ ହିଁ ଡିଭିଲିୟର୍ସ କହିଥିଲେ ବିରାଟ ଓ ଅନୁଷ୍କା ସେମାନଙ୍କର ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛନ୍ତି।
ପ୍ରଥମ ଦୁଇଟି ଟେଷ୍ଟ ଭଳି ଇଂଲଣ୍ଡ ବିପକ୍ଷ ବାକି ତିନୋଟି ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳିବେ ନାହିଁ ବିରାଟ କୋହଲି। ଏହି ତିନିଟି ମ୍ୟାଚ୍ ପାଇଁ ଆଜି ବିସିସିଆଇ ପକ୍ଷରୁ ୧୭ ଜଣିଆ ଦଳ ଘୋଷଣା କରାଯାଇଥିବା ବେଳେ ସେଥିରେ କୋହଲିଙ୍କ ନାଁ ନାହିଁ। ବ୍ୟକ୍ତିଗତ କାରଣରୁ ସେ ବାକି ତିନିଟି ମ୍ୟାଚ୍ ଖେଳିପାରିବେ ନାହିଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। କୋହଲିଙ୍କ ନିଷ୍ପତ୍ତିକୁ ବିସିସିଆଇ ସମ୍ମାନ ଦେଇଛି।
ଇଂଲଣ୍ଡ ଟେଷ୍ଟ ପୂର୍ବରୁ ବ୍ୟକ୍ତିଗତ କାରଣ ପାଇଁ ବିରାଟ ଛୁଟି ନେଇଥିଲେ। ପ୍ରଥମ ୨ ଟେଷ୍ଟରେ ସେ ଉପଲବ୍ଧ ହେବେ ନାହିଁ ବୋଲି କହିଥିଲେ। ଏବେ ଏହି ଅନୁପସ୍ଥିତ ଅବଧି ବୃଦ୍ଧ ପାଇଛି।
ବିରାଟ ନିଜ ଆଡ଼ୁ ହିଁ ବ୍ୟକ୍ତିଗତ କାରଣ ପାଇଁ ବାକି ୩ ଟେଷ୍ଟ ମଧ୍ୟ ଖେଳିବେ ନାହିଁ ବୋଲି କହିଥିଲେ। ବିସିସିଆଇ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ତାଙ୍କୁ ସ୍କ୍ୱାଡରେ ସାମିଲ କରି ନାହିଁ।
ସେହିପରି ଆହତ ସମସ୍ୟା ଯୋଗୁ ଶ୍ରେୟସ ଆୟର ମଧ୍ୟ ଇଂଲଣ୍ଡ ବିପକ୍ଷ ସିରିଜରୁ ବାଦ ପଡ଼ିଛନ୍ତି। କେଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା ଆହତ କାରଣରୁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳି ନଥିଲେ। ୧୭ ଜଣିଆ ସ୍କ୍ୱାଡରେ ଉଭୟଙ୍କ ନାଁ ରହିଛି। କିନ୍ତୁ ଉଭୟ ମ୍ୟାଚ୍ ଖେଳିବେ କି ନାହିଁ, ତାହା ସେମାନଙ୍କର ଫିଟନେସ ଉପରେ ନିର୍ଭର କରିବ ବୋଲି ବିସିସିଆଇ କହିଛି।
ପ୍ରଥମ ଦୁଇ ଟେଷ୍ଟ ମ୍ୟାଚ ପାଇଁ ଘୋଷଣା ହୋଇଥିବା ସ୍କ୍ୱାଡରେ ଆବେଶ ଖାନ ରହିଥିଲେ। କିନ୍ତୁ ବାକି ୩ ଟେଷ୍ଟରୁ ତାଙ୍କୁ ବାଦ ଦିଆଯାଇଛି। ତାଙ୍କ ବଦଳରେ ଦ୍ୱିତୀୟ ଟେଷ୍ଟ ବେଳେ ସ୍କ୍ୱାଡରୁ ରିଲିଜ ହୋଇଥିବା ମହମ୍ମଦ ସିରାଜ କମବ୍ୟାକ କରିଛନ୍ତି।
ଦ୍ୱିତୀୟ ଟେଷ୍ଟ ପାଇଁ ସ୍କ୍ୱାଡରେ ସାମିଲ ହୋଇଥିବା ଯୁବ ସ୍ପିନର ସୌରଭ କୁମାରଙ୍କୁ ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳି ନଥିଲା। ଏବେ ସେ ବାକି ୩ ଟେଷ୍ଟରୁ ମଧ୍ୟ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ମିଡିୟମ ପେସ ବୋଲର ଆକାଶ ଦୀପଙ୍କୁ ସ୍କ୍ୱାଡରେ ସାମିଲ କରାଯାଇଛି।
🚨 NEWS 🚨#TeamIndia's Squad for final three Tests against England announced.
— BCCI (@BCCI) February 10, 2024
Details 🔽 #INDvENG | @IDFCFIRSTBankhttps://t.co/JPXnyD4WBK
ସର୍ଫରାଜ ଖାନ, ରଜତ ପଟିଦାର ଓ ୱାଶିଂଟନ ସୁନ୍ଦର ନିଜ ନିଜର ସ୍ଥାନ ବଜାୟୀ ରଖିଛନ୍ତି। ବିରାଟ ଓ ଶ୍ରେୟସ ନଥିବାରୁ ସର୍ଫରାଜ ୧୫ ତାରିଖରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତ ପାଇଁ ଡେବ୍ୟୁ କରିବାର ସମ୍ଭାବନା ରହିଛି। ଦ୍ୱିତୀୟ ଟେଷ୍ଟରେ ରଜତ ପଟିଦାର ଟେଷ୍ଟରେ ଭାରତ ପାଇଁ ଡେବ୍ୟୁ କରିଥିଲେ।
ଅନ୍ୟପକ୍ଷରେ ବିଶାଖାପଟନମ ଟେଷ୍ଟରେ ଦମଦାର ବୋଲିଂ କରି ଭାରତକୁ ବିଜୟୀ କରିଥିବା ଯଶପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ମିଳିନାହିଁ। ସେ ବାକି ୩ ଟେଷ୍ଟ ପାଇଁ ଘୋଷଣା ହୋଇଥିବା ସ୍କ୍ୱାଡରେ ରହିଛନ୍ତି। ପୂର୍ବଭଳି ସେ ରୋହିତ ଶର୍ମାଙ୍କ ଡେପୁଟି ଭାବେ କାମ କରିବେ।
ଭାରତୀୟ ସ୍କ୍ୱାଡ : ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୈସୱାଲ, ଶୁବମନ ଗିଲ, କେଏଲ ରାହୁଲ, କେଏସ ଭରତ(ୱିକେଟ କିପର), ଧ୍ରୁବ ଜୁରେଲ (ୱିକେଟ), ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ମୁକେଶ କୁମାର, ଯଶପ୍ରୀତ ବୁମ୍ରା (ଉପ ଅଧିନାୟକ), ରଜତ ପଟିଦାର, ସର୍ଫରାଜ ଖାନ, ୱାଶିଂଟନ ସୁନ୍ଦର ଓ ଆକାଶ ଦୀପ।
ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ୧୫ ତାରିଖରୁ ରାଜକୋଟରେ ଆରମ୍ଭ ହେବ। ସେହିପରି ୪ର୍ଥ ଟେଷ୍ଟ ଫେବୃଆରୀ ୨୩ରୁ ରାଞ୍ଚିରେ ଓ ଶେଷ ଟେଷ୍ଟ ମ୍ୟାଚ୍ ମାର୍ଚ୍ଚ ୭ରୁ ଧର୍ମଶାଲାରେ ଖେଳାଯିବ।
ଦୀର୍ଘ ଦିନ ହେବ ଅନୁଷ୍କା ଶର୍ମା ପୁଣିଥର ଗର୍ଭବତୀ ଥିବା ନେଇ ଚର୍ଚ୍ଚା ହେଉଥିଲା। ଭାରତୀୟ ଟିମ୍ର ଷ୍ଟାର୍ ଖେଳାଳି ବିରାଟ କୋହଲି ମଧ୍ୟ ମ୍ୟାଚ୍ରୁ ଛୁଟି ନେଇଥିଲେ। ଇଂଲଣ୍ଡ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚ୍ରୁ ସେ ବିସିସିଆଇକୁ ଛୁଟି ମାଗିଥିଲେ। ତେବେ କାହିଁକି ଛୁଟି ନେଉଛନ୍ତି ସେ ନେଇ କିଛି ଜଣାଇ ନଥିଲେ। ଏବେ ବିରାଟ କାହିଁକି ଟେଷ୍ଟ ମ୍ୟାଚ୍ରୁ ବିରତି ନେଇଥିଲେ ତା'ର ଖୁଲାସା କରିଛନ୍ତି ଡିଭିଲିୟର୍ସ।
ଭାରତ ଓ ଇଂଲଣ୍ଡର ଟେଷ୍ଟ ମ୍ୟାଚ୍ ପରେ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଲାଇଭ୍ ଆସିଥଇଲେ ଏବି ଡିଭିଲିୟର୍ସ। ଲାଇଭ୍ରେ ଆସି ସେ ଫ୍ୟାନ୍ମାନଙ୍କ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ସମୟରେ ସେ ବିରାଟଙ୍କ ସହ ଫୋନ୍ରେ କଥା ହୋଇଥିବା କହିଥିଲେ। ଏଥିସହ ଅନୁଷ୍କା ଓ ବିରାଟ ପୁଣି ଥରେ ବାପା-ମା' ହେବାକୁ ଯାଉଥିବା ନେଇ ସେ ଘୋଷଣା କରିଥିଲେ। ଉଭୟ ନିଜ ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛନ୍ତି। ଏଥିପାଇଁ ବିରାଟ ନିଜ ପରିବାର ସହ ସମୟ ବିତାଉଛନ୍ତି ବୋଲି ଡିଭିଲିୟର୍ସ କହିଛନ୍ତି।
AB De Villiers said, "Virat Kohli and Anushka Sharma are expecting their 2nd child, so Virat is spending time with his family". (AB YT). pic.twitter.com/qurRKnFK1q
— Virat Kohli Fan Club (@Trend_VKohli) February 3, 2024
ଏହି ଖବର ଏବେ ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଯାଇଛି। ବିରାଟ ଓ ଅନୁଷ୍କାଙ୍କ ଫ୍ୟାନ୍ମାନେ ବେଶ୍ ଖୁସି ହୋଇପଡିଛନ୍ତି। ଚାରିଆଡୁ ବିରିଷ୍କାଙ୍କୁ ଶୁଭେଚ୍ଛାର ଶୁଅ ଛୁଟିବାରେ ଲାଗିଛି। ତେବେ ବିରାଟ ଓ ଅନୁଷ୍କା କିନ୍ତୁ ଏଯାଏଁ ଦ୍ୱିତୀୟ ସନ୍ତାନ ବିଷୟରେ କୌଣସି ଅଫିସିଆଲ ଘୋଷଣା କରିନାହାନ୍ତି।
କାର୍ଯ୍ୟକ୍ରମରେ ଏଲଗାର ଦାବି କରିଛନ୍ତି ଯେ ସେ ୨୦୧୫ରେ ଭାରତ ଟୁରରେ ଥିବା ବେଳେ ବିରାଟ ମ୍ୟାଚ ବେଳେ ତାଙ୍କ ସହ ଝଗଡ଼ା କରିବାକୁ ଚେଷ୍ଟା କରିଥିଲେ। ଭାରତ ଗସ୍ତରେ ଏଲଗାର ଆସିବା ସହ ବିରାଟଙ୍କ ବିରୋଧରେ ପ୍ରଥମ ଥର ପାଇଁ କୌଣସି ମ୍ୟାଚ୍ ଖେଳିଥିଲେ।
ଏହି ସୟମରେ ଦୁହିଁଙ୍କ ମଧ୍ୟରେ ଘଟିଥିବା ଘଟଣା ସମ୍ପର୍କରେ ଏଲଗାର ଖୁଲାସା କରିଛନ୍ତି। ସେ କହିଛନ୍ତି, “ମୁଁ ବ୍ୟାଟିଂ କରିବାକୁ ଆସିଥିଲି। ଏହି ସମୟରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଖେଳିବାକୁ ଚିନ୍ତା କରୁଥିଲି। ଏହି ସମୟରେ କ’ଣ ତାଙ୍କ ନାଁ ଜେଜା(ରବୀନ୍ଦ୍ର ଜାଡେଜା) ବିରାଟ କୋହଲି ମୋ ସହ ଝଗଡ଼ା କରିବାକୁ ଚେଷ୍ଟା କରିଥିଲେ। ଉଭୟ ମୋତେ ଗାଳି କରିବା ସହ ଛେପ ପକାଇଥିଲେ। ବିରାଟଙ୍କ ବ୍ୟବହାର ଦେଖି ମୁଁ କହିଥିଲି ଯେ ଯଦି ତୁମେ ଏମିତି କରିବ, ତା’ହେଲେ ମୁଁ ତୁମକୁ ଏହି ବ୍ୟାଟରେ ପିଟିବି।”
କ’ଣ ବିରାଟ ଦକ୍ଷିଣ ଆଫ୍ରିକାର ସ୍ଥାନୀୟ ଭାଷା ଜାଣିଛନ୍ତି ବୋଲି ପ୍ରଶ୍ନରେ ଏଲଗାର ହଁ ଭରିଛନ୍ତି। ସେ କହିଛନ୍ତି, “ହିଁ, ସେ ଭଲ ଭାବେ ଦକ୍ଷିଣ ଆଫ୍ରିକାର ସ୍ଥାନୀୟ ଖରାପ ଶବ୍ଦ ଜାଣିଛନ୍ତି। କାରଣ ଏବି ଡିଭିଲିୟର୍ସ ଆଇପିଏଲରେ ବିରାଟଙ୍କ ଟିମରେ ଖେଳନ୍ତି। ତେଣୁ ବିରାଟ ତାଙ୍କ ଠାରୁ ସବୁ କିଛି ଶିଖିଛନ୍ତି।
ବିରାଟ ଖରାପ ଶବ୍ଦ ପ୍ରୟୋଗ କରିବାରୁ ମୁଁ ତାଙ୍କୁ ପଡ଼ିଆ ଭିତରେ ବ୍ୟାଟରେ ପିଟିବି ବୋଲି କହିଥିଲି। ଏହାପରେ ସେ କିଛି ଖରାପ ଶବ୍ଦ ମଧ୍ୟ ପ୍ରୟୋଗ କରିଥିଲେ। ହେଲେ ସେ ଭୁଲ ଲୋକ ସହ ପଙ୍ଗା ନେଇଥିଲେ। ସେ ଯାହା ବି ହେଉ, ଆମେ ଭାରତରେ ଥିବାରୁ ଟିକିଏ ସର୍ତକତା ଅବଲମ୍ବନ କରିଥିଲୁ।”
ଉକ୍ତ ଟେଷ୍ଟ ମ୍ୟାଚ୍ ପରେ ଡିଭିଲିୟର୍ସଙ୍କ କାନକୁ କଥା ଯାଇଥିଲା। ସେ ଏ ସମ୍ପର୍କରେ ବିରାଟଙ୍କ ସହ କଥା ହୋଇଥିଲେ। କିଛି ବର୍ଷ ପରେ ଭାରତ ଯେତେବେଳେ ଦକ୍ଷିଣ ଆଫ୍ରିକା ଟୁରରେ ଆସିଥିଲା ସେତେବେଳେ ବିରାଟ ଉକ୍ତ ଘଟଣା ପାଇଁ ଏଲଗାରଙ୍କୁ କ୍ଷମା ମାଗିଥିଲେ। ଉଭୟ ରାତି ୩ଟା ଯାଏ ମଦ ମଧ୍ୟ ପିଇଥିଲେ ବୋଲି ଏଲଗାର କହିଛନ୍ତି।
ଆଇସିସି ଶ୍ରେଷ୍ଠ ପୁରୁଷ ଦିନିକିଆ ଖେଳାଳି ପୁରସ୍କାରକୁ ୪ ଥର ପାଇବାରେ ବିରାଟ କୋହଲି ହେଉଛନ୍ତି ପ୍ରଥମ ଖେଳାଳି। ତାଙ୍କ ତଳକୁ ରହିଛନ୍ତି ଏବି ଡି’ ଭିଲିୟର୍ସ। ସେ ତିନି ଥର ଏହି ପୁରସ୍କାର ପାଇଛନ୍ତି।
୨୦୨୩ ବର୍ଷଟି ବିରାଟ କୋହଲିଙ୍କ ପାଇଁ ବଢ଼ିଆ ରହିଥିଲା। ଏହି ବର୍ଷ ସେ ଦିନିକିଆରେ ୧,୩୭୭ ରନ୍ କରିଥିଲେ। ତା’ ମଧ୍ୟରେ ୬ଟି ଶତକ ଓ ୮ଟି ଅର୍ଦ୍ଧଶତକ ଥିଲା।
୨୦୨୩ରେ ସେ ସଚିନ ତେନ୍ଦୁଲକରଙ୍କ ଦିନିକିଆ ଶତକ ରେକର୍ଡକୁ ଭଙ୍ଗ କରି ଥିଲେ। ପ୍ରଥମ ଖେଳାଳି ଭାବେ ବିରାଟ ଦିନିକିଆରେ ୫୦ଟି ଶତକ ହାସଲ କରିଛନ୍ତି। ଏହି ବର୍ଷ ଖେଳା ଯାଇଥିବା ଦିନିକିଆ ବିଶ୍ୱକପ୍ରେ ବିରାଟ କୋହଲି ଚମତ୍କାର ପ୍ରଦର୍ଶନ କରିଥିଲେ। ୧୧ଟି ମ୍ୟାଚ୍ରୁ ସେ ୭୬୫ ରନ୍ କରିଥିଲେ ଓ ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ପୁରସ୍କାର ଜିତିଥିଲେ।
ବ୍ୟକ୍ତିଗତ ଭାବେ ବିରାଟ କୋହଲି ବର୍ତ୍ତମାନ ସୁଦ୍ଧା ୭ଟି ଆଇସିସି ପୁରସ୍କାର ଜିତି ସାରିଛନ୍ତି। ଆଇସିସି ଶ୍ରେଷ୍ଠ ପୁରୁଷ ଦିନିକିଆ ଖେଳାଳି ପୁରସ୍କାର ୪ ଥର ଜିତିଥିବା ବେଳେ ୨୦୧୮ରେ ଆଇସିସି ଶ୍ରେଷ୍ଠ ପୁରୁଷ ଟେଷ୍ଟ ଖେଳାଳି ପୁରସ୍କାର ଜିତି ଥିଲେ। ଏହା ସହିତ ୨୦୧୭ ଓ ୨୦୧୮ରେ ସେ ଆଇସିସି ଶ୍ରେଷ୍ଠ ପୁରୁଷ କ୍ରିକେଟର ପୁରସ୍କାର ଜିତିଥିଲେ।
୨୦୨୩ ବର୍ଷ ପାଇଁ ଆଇସିସି ଶ୍ରେଷ୍ଠ ପୁରୁଷ କ୍ରିକେଟର ପୁରସ୍କାର ଦୌଡ଼ରେ ମଧ୍ୟ ଥିଲେ ବିରାଟ କୋହଲି। ତେବେ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ଏହି ପୁରସ୍କାର ଜିତିଛନ୍ତି।
ଅଷ୍ଟ୍ରେଲିଆର ବ୍ୟାଟର ଉସ୍ମାନ ଖ୍ୱାଜା ୨୦୨୩ ବର୍ଷ ପାଇଁ ଆଇସିସି ଶ୍ରେଷ୍ଠ ପୁରୁଷ ଟେଷ୍ଟ ଖେଳାଳି ପୁରସ୍କାର ଜିତିଛନ୍ତି। ସେ ଗତ ବର୍ଷ ୧୩ଟି ଟେଷ୍ଟ ମ୍ୟାଚ୍ରୁ ୧୨୧୦ ରନ୍ କରିଛନ୍ତି। ଏହି ପୁରସ୍କାର ଦୌଡ଼ରେ ଭାରତର ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ଥିଲେ। ସେହିପରି ଅଷ୍ଟ୍ରେଲିଆର ଟ୍ରାଭିସ ହେଡ୍ ଓ ଇଂଲଣ୍ଡର ଜୋ ରୁଟ୍ ଏହି ଦୌଡ଼ରେ ରହିଥିଲେ।
ଏହା ପୂର୍ବରୁ ଆଫଗାନିସ୍ତାନ ବିପକ୍ଷ ୩ଟି ମ୍ୟାଚ୍ ବିଶିଷ୍ଟ ଟିଟ୍ୱେଣ୍ଟି ସିରିଜ୍ର ପ୍ରଥମ ମ୍ୟାଚ୍ ମଧ୍ୟ ଖେଳି ନଥିଲେ ବିରାଟ। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ସେହି ମ୍ୟାଚ୍ ଖେଳି ନଥିଲେ। ତେବେ କେଉଁ ବ୍ୟକ୍ତିଗତ କାରଣ ଅବା ସମସ୍ୟା ଯୋଗୁ ବିରାଟ ବାରମ୍ବାର ମ୍ୟାଚ୍ ଖେଳୁ ନାହାନ୍ତି, ତାହା ଜଣାପଡ଼ିନାହିଁ।
ବିସିସିଆଇ ପକ୍ଷରୁ କୁହାଯାଇଛି, ପ୍ରଥମ ଦୁଇଟି ଟେଷ୍ଟ ନଖେଳିବା ନେଇ ବିରାଟ କୋହଲି ଅଧିନାୟକ ରୋହିତ ଶର୍ମା, ଟିମ୍ ମ୍ୟାନେଜମେଣ୍ଟ ଓ ଚୟନକର୍ତ୍ତାଙ୍କ ସହିତ ଆଲୋଚନା କରିଛନ୍ତି। ବିରାଟଙ୍କ ପ୍ରତି ଅଧିନାୟକଙ୍କ ସମର୍ଥନ ରହିଛି। ବିରାଟ କହିଛନ୍ତି ଯେ ଦେଶକୁ ପ୍ରତିନିଧିତ୍ୱ କରିବାକୁ ସେ ପ୍ରାଥମିକତା ଦିଅନ୍ତି। କିନ୍ତୁ ବ୍ୟକ୍ତିଗତ ସ୍ଥିତି କିଛି ଏମିତି ଅଛି ଯେ ସେଥିପ୍ରତି ତାଙ୍କୁ ଦୃଷ୍ଟି ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।
ବିସିସିଆଇ ଆହୁରି କହିଛି, ଆମେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛୁ। ଟିମ୍ ମ୍ୟାନେଜ୍ମେଣ୍ଟ ତାଙ୍କୁ ସମର୍ଥନ ଜଣାଇଛନ୍ତି। ବୋର୍ଡ ଓ ଟିମ୍ ମ୍ୟାନେଜମେଣ୍ଟର ଦଳର ଅନ୍ୟ ସଦସ୍ୟମାନଙ୍କ ଦକ୍ଷତା ଉପରେ ଭରସା ଅଛି। ସେମାନେ ଏହି ଟେଷ୍ଟ ସିରିଜ୍ରେ ପ୍ରଶଂସନୀୟ ପ୍ରଦର୍ଶନ କରିବେ। ବିରାଟଙ୍କ ବଦଳରେ କାହାକୁ ଟିମ୍ରେ ନିଆଯିବ, ସେ ନେଇ ଖୁବ୍ଶୀଘ୍ର ପୁରୁଷ ଚୟନ କମିଟି ନାଁ ଘୋଷଣା କରିବେ।
ବିରାଟଙ୍କ ଅନୁପସ୍ଥିତିରେ ଯୁବ ଖେଳାଳି ଯଶସ୍ୱୀ ଜୈସ୍ୱାଲ, ଶୁବମନ ଗିଲ ଓ ଶ୍ରେୟସ ଆୟର ପ୍ରମୁଖଙ୍କ ଦାୟିତ୍ୱ ବଢ଼ିଯିବ। ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ଜାନୁଆରୀ ୨୫ରୁ ହାଇଦ୍ରାବାଦରେ ଖେଳା ଯିବ। ଦ୍ୱିତୀୟ ମ୍ୟାଚ୍ ଫେବ୍ରୁଆରୀ ୨ରୁ ବିଶାଖାପାଟଣାରେ ଖେଳା ଯିବ।
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ଯଶସ୍ୱୀ ଜୈସ୍ୱାଲ, ଶ୍ରେୟସ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ଧ୍ରୁବ ଜୁରେଲ (ୱିକେଟ୍ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଯଶପ୍ରୀ ବୁମ୍ରା (ଉପ ଅଧିନାୟକ) ଓ ଅବେଶ ଖାନ ଅଛନ୍ତି।
ଏହି ସିରିଜକୁ ରୋହିତ ଶର୍ମା ଓ ବିରାଟ କୋହଲି ଫେରିଛନ୍ତି। ଦୁଇ ଖେଳାଳି ଶେଷ ଥର ପାଇଁ ୨୦୨୨ ଟି-୨୦ ବିଶ୍ୱକପ ସେମି ଫାଇନାଲ ଖେଳିଥିଲେ। ଭାରତ ଟି-୨୦ ବିଶ୍ୱକପ ସେମିରେ ଇଂଲଣ୍ଡ ଠାରୁ ହାରିବା ପରେ ରୋହିତ ଓ ବିରାଟ ଏହି ଫର୍ମାଟରେ ଆଉ ନଜର ଆସି ନଥିଲେ।
ଏବେ ଆଫଗାନିସ୍ତାନ ବିପକ୍ଷ ସିରିଜ ପାଇଁ ଘୋଷଣା ହୋଇଥିବା ସ୍କ୍ୱାଡରେ ବିରାଟ ଓ ରୋହିତ ରହିଛନ୍ତି। କିନ୍ତୁ ଆସନ୍ତାକାଲି ଆଫଗାନ ବିପକ୍ଷ ପ୍ରଥମ ଟି-୨୦ରେ ବିରାଟ ଖେଳିବେ ନାହିଁ। ମ୍ୟାଚ୍ର ଦିନକ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟିମ ଇଣ୍ଡିଆର ମୁଖ୍ୟ କୋଚ ରାହୁଲ ଡ୍ରାଭିଡ ଏହା କହିଛନ୍ତି।
ବ୍ୟକ୍ତିଗତ କାରଣ ପାଇଁ ସେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳିବେ ନାହିଁ। କିନ୍ତୁ ସେ ଦ୍ୱିତୀୟ ଓ ତୃତୀୟ ଟି-୨୦ ମ୍ୟାଚ୍ ବେଳକୁ ଉପଲବ୍ଧ ହେବେ। ସେହିପରି ଟି-୨୦ରେ ଯଶସ୍ୱୀ ଜୈସୱାଲ ଓ ରୋହିତ ଶର୍ମା ଭାରତର ଇନିଂସ ଆରମ୍ଭ କରିବେ ବୋଲି ଡ୍ରାଭିଡ ସୂଚନା ଦେଇଛନ୍ତି।
ବିରାଟ କୋହଲି ଏଯାଏ ୧୧୫ ଟି-୨୦ ମ୍ୟାଚ୍ରେ ୪୦୦୮ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୫୨.୭୩ ରହିଛି। ତାଙ୍କ ଷ୍ଟ୍ରାଇକ ରେଟ ମଧ୍ୟ ୧୩୭ରୁ ଅଧିକ। ତେଣୁ ତାଙ୍କ ଠାରୁ ଦଳ ଟି-୨୦ ବିଶ୍ୱକପରେ ଭଲ ପ୍ରଦର୍ଶନ ଚାହୁଁଛି।
ତେବେ ଏହି ସିରିଜକୁ ବିରାଟ କୋହଲି ଓ ରୋହିତ ଶର୍ମା ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି। କାରଣ ଉଭୟ ପରୋକ୍ଷରେ ଟି-୨୦ ଖେଳିବା ପାଇଁ ଉପଲବ୍ଧ ରହିବେ ବୋଲି କହି ସାରିଛନ୍ତି। ଏହି ଦୁଇ ଭେଟରାନ କ୍ରିକେଟର ପ୍ରାୟ ଗୋଟିଏ ବର୍ଷ ହେଲା ଭାରତ ପାଇଁ ଟି-୨୦ ମ୍ୟାଚ୍ ଖେଳି ନାହାନ୍ତି।
ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ବିରାଟ ଓ ରୋହିତ ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଖେଳିବାକୁ ଚାହୁଁଛନ୍ତି। ଏହାପୂର୍ବରୁ ଉଭୟ ଆଫଗାନିସ୍ତାନ ବିପକ୍ଷ ଶେଷ ଟି-୨୦ ଅନ୍ତର୍ଜାତୀୟ ସିରିଜ ମଧ୍ୟ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି। ୨୦୨୨ ବିଶ୍ୱକପ ସେମି ଫାଇନାଲ ପରେ ବିରାଟ ଓ ରୋହିତ ଆଉ ଟି-୨୦ରେ ନଜର ଆସି ନାହାନ୍ତି। ସେବେଠାରୁ ଉଭୟ କେବଳ ଟେଷ୍ଟ ଓ ଦିନିକିଆ ଖେଳିବାରେ ବ୍ୟସ୍ତ ରହିଛନ୍ତି।
ସେମାନଙ୍କ ଅନୁପସ୍ଥିତିରେ ଚୟନ କମିଟି ଯଶସ୍ୱୀ ଜୈସୱାଲ, ଋତୁରାଜ ଗାଏକ୍ୱାଡ, ଶୁବମନ ଗିଲ ଓ ଈଶାନ କିଶନଙ୍କ ଭଳି ଯୁବ ପ୍ରତିଭାଙ୍କୁ ଖୋଜି ବାହାର କରିଛି। କିନ୍ତୁ ବିଶ୍ୱକପ ପୂର୍ବରୁ ଶେଷ ଟି-୨୦ ସିରିଜରେ ଅନେକ ପରିବର୍ତ୍ତନ ହେବ। କାରଣ ଦୁଇ ଭେଟରାନ ଟି-୨୦କୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ଟି-୨୦ ସିରିଜରେ ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ମିଳିପାରେ। ଉଭୟ ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଦମଦାର ପ୍ରଦର୍ଶନ କରିଥିଲେ। ସେହିପରି ମହମ୍ମଦ ଶାମିଙ୍କ କମବ୍ୟାକକୁ ନେଇ ଏବେ ବି କୌଣସି ପ୍ରକାରର ସ୍ପଷ୍ଟ ସୂଚନା ମିଳିନାହିଁ।
ଆହତ କାରଣରୁ ସୂର୍ଯ୍ୟ କୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଆଫଗାନ ବିପକ୍ଷ ସିରିଜରେ ଉପଲବ୍ଧ ହେବେ ନାହିଁ। ହାର୍ଦ୍ଦିକ ଦିନିକିଆ ବିଶ୍ୱକପ ବେଳେ ଆହତ ହୋଇଥିଲେ। ସେବେଠାରୁ ତାଙ୍କୁ ଆଉ ମୈଦାନରେ ଦେଖିବାକୁ ମିଳିନାହିଁ। ସେହିପରି ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ବେଳେ ସୂର୍ଯ୍ୟ କୁମାର ଆହତ ହୋଇଥିଲେ। ଉଭୟ ଗୋଟିଏ ମାସ ଯାଏ କ୍ରିକେଟରୁ ଦୂରେଇ ରହିବେ ବୋଲି ଜଣାପଡ଼ିଛି।
ବିସିସିଆଇ ଆଜି ଆଫଗାନିସ୍ତାନ ବିପକ୍ଷ ସିରିଜ ସହ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟ ପାଇଁ ମଧ୍ୟ ରୋଷ୍ଟର ଜାରି କରିପାରେ।
ଏକଦା ରାଙ୍କିଙ୍ଗର ଟପ୍ ୧ରେ ରହୁଥିବା ବିରାଟ ୨୦୨୨ ମଧ୍ୟ ଭାଗରେ ଶ୍ରେଷ୍ଠ ୧୦ରୁ ବାଦ ପଡ଼ିଥିଲେ। ଏବେ କିନ୍ତୁ ସେ ୪ଟି ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୯ନଂରେ ପହଞ୍ଚି ଯାଇଛନ୍ତି।
ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ବିରାଟ ଯଥାକ୍ରମେ ୩୮ ଓ ୭୬ ରନର ଇନିଂସ ଖେଳିଥିଲେ। ଏହି ଇନିଂସ ବିରାଟଙ୍କୁ ଫାଇଦା ଦେଇଛି। ସେ ଟପ୍ ୧୦ରେ ପ୍ରବେଶ କରିଥିଲେ ହେଁ ଶୀର୍ଷ ସ୍ଥାନରେ ଥିବା କେନ ୱିଲିୟମସନଙ୍କ ଠାରୁ ୧୦୩ ପଏଣ୍ଟ ପଛରେ ରହିଛନ୍ତି। ଜୋ ରୁଟ ୮୫୯ ପଏଣ୍ଟ ସହ ଦ୍ୱିତୀୟ ଓ ଷ୍ଟିଭ ସ୍ମିଥ ୮୨୦ ପଏଣ୍ଟ ସହ ବ୍ୟାଟିଂ ରାଙ୍କିଙ୍ଗର ତୃତୀୟ ସ୍ଥାନରେ ରହିଛନ୍ତି।
ଅନ୍ୟପକ୍ଷରେ ଭାରତର ଅଧିନାୟକ ରୋହିତ ଶର୍ମା ୪ଟି ସ୍ଥାନ ତଳକୁ ଖସି ରାଙ୍କିଙ୍ଗର ୧୪ତମ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପରେ ଅବସର ନେବାକୁ ଥିବା ଡିନ ଏଲଗାର ଟପ ୨୦ରେ ପ୍ରବେଶ କରିଛନ୍ତି। ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ସେ ୧୮୫ ରନର ଇନିଂସ ଖେଳିଥିଲେ। ଏହାପରେ ସେ ୧୯ଟି ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୧୭ ନଂ ସ୍ଥାନରେ ପହଞ୍ଚିଛନ୍ତି।
ଅନ୍ୟପକ୍ଷରେ ବୋଲିଂ ରାଙ୍କିଙ୍ଗରେ ମଧ୍ୟ ଯଶପ୍ରୀତ ବୁମ୍ରା କମାଲ କରିଛନ୍ତି। ସେ ଆହତ ସମସ୍ୟାରୁ ଫେରିବା ପରେ ନିଜ ଦମ ଦେଖାଇ ରାଙ୍କିଙ୍ଗର ୫ମ ସ୍ଥାନରେ ପହଞ୍ଚିଛନ୍ତି। ତାଙ୍କ ଉପରେ ରବୀନ୍ଦ୍ର ଜାଡେଜା ରହିଛନ୍ତି। ପୂର୍ବଭଳି ଭାରତର ରବିଚନ୍ଦ୍ରନ ଅଶ୍ୱିନ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଥିବା ବେଳେ ଦ୍ୱିତୀୟରେ କାଗିସୋ ରବାଡା ଓ ତୃତୀୟରେ ଅଷ୍ଟ୍ରେଲିଆର ପାଟ କମିନ୍ସ ଅଛନ୍ତି।
କେପ ଟାଉନରେ ରୋହିତ ଶର୍ମା ଆଣ୍ଡ କୋ ଟେଷ୍ଟ ସିରିଜକୁ ଡ୍ର କରିବା ପାଇଁ ବିଜୟ ଆବଶ୍ୟକତା କରୁଛି। ଯଦି ଦ୍ୱିତୀୟ ମ୍ୟାଚ୍ ଡ୍ର ବି ରହୁଛି, ତା’ହେଲେ ଘରୋଇ ଦକ୍ଷିଣ ଆଫ୍ରିକା ସିରିଜ ଜିତି ନେବ। ୩୨ ବର୍ଷ ଧରି ରହିଥିବା ଅପେକ୍ଷାର ତ ଅନ୍ତ ହେବ ନାହିଁ, କିନ୍ତୁ ଅତି କମରେ ସିରିଜ ଡ୍ର କରିବାକୁ ଭାରତୀୟ ଟିମ ବିଜୟ ଲକ୍ଷ୍ୟ ରଖିଛି।
ମ୍ୟାଚ୍ ପୂର୍ବରୁ ଚୂଡ଼ାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ ହେବାର ମଧ୍ୟ ଚର୍ଚ୍ଚା ହେଉଛି। ଅନେକ କ୍ରିକେଟ ପଣ୍ଡିତଙ୍କ ମତ ଯେ ଭାରତୀୟ ଟିମ ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିବା ଦରକାର। ରବିଚନ୍ଦ୍ରନ ଅଶ୍ୱିନଙ୍କ ବଦଳରେ ରବୀନ୍ଦ୍ର ଜାଡେଜା ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ ମୁକେଶ କୁମାରଙ୍କୁ ସାମିଲ କରିବା ଉଚିତ ବୋଲି ସେମାନେ କହିଛନ୍ତି।
ଏସବୁ ଭିତରେ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଅଭ୍ୟାସ ବେଳେ ବିରାଟ କୋହଲି ବେଶ ଝାଳ ବୁହାଇଛନ୍ତି। ସକାଳ ପ୍ରାୟ ୯.୩୦ରେ ଭାରତୀୟ ଖେଳାଳିମାନେ ଅଭ୍ୟାସ ପାଇଁ ଆସିଥିଲେ। ବିରାଟ କୋହଲି ଓ ଶୁବମନ ଗିଲ୍ ବ୍ୟାଟିଂ ଅଭ୍ୟାସ ଆରମ୍ଭ କରିଥିଲେ।
ପଡ଼ିଆ ମଝିରେ ଥିବା ୱିକେଟରେ ଉଭୟ ୬ଟି ଲେଖାଏ ବଲ ଅଦଳବଦଳ କରି ବ୍ୟାଟିଂ କରିଥିଲେ। ଏମାନଙ୍କୁ ମହମ୍ମଦ ସିରାଜ, ଯଶପ୍ରୀତ ବୁମ୍ରା ଓ ରବି ଅଶ୍ୱିନ ବଲ ପକାଇଥିଲେ। ଉଭୟ ପ୍ରାୟ ଅଧା ଘଣ୍ଟା ଧରି ଝାଲ ବୁହାଇଥିଲେ। ସେମାନେ ଗୋଟିଏ ନିର୍ଦ୍ଦିଷ୍ଟ ଲେନ୍ଥ ବଲ ଖେଳିଥିଲେ।
କେନ୍ଦ୍ରୀୟ ୱିକେଟରେ ବ୍ୟାଟିଂ କରିବା ପରେ ଉଭୟ ନେଟ୍ସକୁ ଯାଇଥିଲେ। ସେଠାରେ ମଧ୍ୟ ସେମାନେ ୨୦ ମିନିଟ ବ୍ୟାଟିଂ କରିଥିଲେ। ବିରାଟ ବେଶ ଧ୍ୟାନର ସହ ନେଟ୍ସ କରିଥିଲେ। ସେ ବ୍ୟାଟିଂରେ ଫୋକସ କରୁଥିବାରୁ ଆଖପାଖରେ ଥିବା ସବୁ କ୍ୟାମେରା ପର୍ସନଙ୍କୁ ସାଇଡ ହୋଇଯିବାକୁ ମଧ୍ୟ କହିଥିଲେ। ସେ କେବଳ ବ୍ୟାଟିଂ ଉପରେ ଫୋକସ କରିବାକୁ ଚାହୁଁଥିଲେ।
ବିରାଟ ଓ ଗିଲଙ୍କୁ ୬ରୁ ୮ ଲେନ୍ଥରେ ଭାରତୀୟ ବୋଲରମାନେ ବୋଲିଂ କରିଥିଲେ। ବୁମ୍ରା ଓ ସିରାଜ ପ୍ରାୟ ଅଧା ଘଣ୍ଟା ବୋଲିଂ କରିଛନ୍ତି। ସେମାନେ ଗୋଟିଏ ଲେନ୍ଥରେ ହିଁ ବଲ ପକାଇ ଚାଲିଥିଲେ। ଏପରି କି ଅଶ୍ୱିନ ମଧ୍ୟ ଗୋଟିଏ ଏଣ୍ଡରୁ ଧାର୍ଯ୍ୟ ଟାର୍ଗେଟକୁ ହିଟ କରିଥିଲେ।
ଭାରତ ପ୍ରଥମ ଟେଷ୍ଟରେ ଗୋଟିଏ ଇନିଂସ ଓ ୩୨ ରନରେ ହାରିଥିଲା। ଡିନ ଏଲଗାରଙ୍କ ୧୮୫ ରନ ଓ ଦକ୍ଷିଣ ଆଫ୍ରିକାର ଘାତକ ବୋଲିଂ ଆଗରେ ଭାରତୀୟ ବ୍ୟାଟର ଆଦୌ ତିଷ୍ଠି ପାରି ନଥିଲେ। ମ୍ୟାଚ୍କୁ ମାତ୍ର ୩ ଦିନରେ ଶେଷ କରି ଦକ୍ଷିଣ ଆଫ୍ରିକା ୨ ଟିକିଆ ସିରିଜ୍ରେ ୧-୦ରେ ଆଗୁଆ ମଧ୍ୟ ହୋଇଯାଇଛି।
ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ବିରାଟ କୋହଲି ୮୨ଟି ବଲ୍ରୁ ୭୬ ରନ୍ କରିଥିଲେ। ଫଳରେ ଚଳିତ ବର୍ଷ ତାଙ୍କର ଅନ୍ତର୍ଜାତୀୟ ରନ୍ ୨୦୦୦ ଅତିକ୍ରମ କରି ଯାଇଛି। ଏହା ସହିତ ସପ୍ତମ ଥର ପାଇଁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ବିରାଟ କୋହଲି ୨୦୦୦ ରନ୍ ସଂଗ୍ରହ କରିଛନ୍ତି। ୧୮୭୭ ମସିହାରେ ପ୍ରଥମେ ଅନ୍ତର୍ଜାତୀୟ କ୍ରିକେଟ ଖେଳ ଆରମ୍ଭ ହୋଇଥିବା ବେଳେ ଏଯାବତ୍ କୌଣସି ଖେଳାଳି ଏତେ ଥର ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୨ ହଜାର ବା ତା’ଠାରୁ ଅଧିକ ରନ୍ କରି ନାହାନ୍ତି।
ବିରାଟ କୋହଲି ୨୦୧୨ ମସିହାରେ ୨୧୮୬ ରନ୍ ସଂଗ୍ରହ କରିଥିବା ବେଳେ ୨୦୧୪ରେ ୨୨୮୬, ୨୦୧୬ରେ ୨୫୯୫, ୨୦୧୭ରେ ୨୮୧୮, ୨୦୧୮ରେ ୨୭୩୫ ଓ ୨୦୧୯ରେ ୨୪୫୫ ରନ୍ କରିଥିଲେ।
ସଚିନ ତେନ୍ଦୁଲକର ୫ଟି କ୍ୟାଲେଣ୍ଡର ବର୍ଷରେ ୨୦୦୦ ବା ତା’ଠାରୁ ଅଧିକ କରିଥିଲେ। ୧୯୯୬ରେ ସେ ୨୨୩୪ ରନ୍ କରିଥିବା ବେଳେ ୧୯୯୭ରେ ୨୦୧୧, ୧୯୯୮ରେ ୨୫୪୧, ୨୦୦୨ରେ ୨୧୩୩ ଓ ୨୦୦୭ରେ ୨୨୦୧ ରନ୍ କରିଥିଲେ।
ରିପୋର୍ଟରେ କୁହାଯାଇଛି ଯେ ପାରିବାରିକ ଏମର୍ଜେନ୍ସି ଯୋଗୁ ବିରାଟ ୩ ଦିନ ତଳୁ ଭାରତ ଆସିଛନ୍ତି। ଏହାପୂର୍ବରୁ ସେ ଟିମ ମ୍ୟାନେଜମେଣ୍ଟ ଓ ବିସିସିଆଇ ଠାରୁ ଏଥିପାଇଁ ଅନୁମତି ମାଗିଥିଲେ। ଅନୁମତି ମିଳିବା ପରେ ସେ ଦକ୍ଷିଣ ଆଫ୍ରିକାରୁ ମୁମ୍ବାଇ ଉଡ଼ାଣ ଭରିଥିଲେ।
ବିରାଟ ସ୍ୱଦେଶ ଫେରିଥିବାରୁ ପ୍ରଥମ ଟେଷ୍ଟ ପୂର୍ବ ହେବାକୁ ଥିବା ୩ ଦିନିକିଆ ଅଭ୍ୟାସ ମ୍ୟାଚ୍ରେ ନଜର ଆସି ନାହାନ୍ତି। ସେ ଶୁକ୍ରବାର ହିଁ ପୁଣି ଦକ୍ଷିଣ ଆଫ୍ରିକା ଉଡ଼ାଣ କରିବେ ବୋଲି ଜଣାପଡ଼ିଛି।
ବିଶ୍ୱକପ ଫାଇନାଲ ପରେ ବିରାଟ କୋହଲି ଓ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ନଜର ଆସିବେ। ଟେଷ୍ଟ ପୂର୍ବରୁ ଖେଳା ଯାଇଥିବା ଟି-୨୦ ଓ ଦିନିକିଆ ସିରିଜରେ ବିରାଟ କିମ୍ବା ରୋହିତ କେହି ବି ଖେଳି ନଥିଲେ। ଭାରତ ଟି-୨୦ ସିରିଜକୁ ୧-୧ରେ ଡ୍ର ରଖିଥିବା ବେଳେ ଦିନିକିଆ ସିରିଜକୁ ୨-୧ରେ କବଜା କରିଛି।
ଏବେ ସମସ୍ତଙ୍କ ନଜର ୨୬ ତାରିଖରୁ ଆରମ୍ଭ ହେଉଥିବା ଟେଷ୍ଟ ସିରିଜ ଉପରେ ରହିଛି। ଟେଷ୍ଟ ସିରିଜ ପୂର୍ବରୁ ସ୍କ୍ୱାଡରେ ସାମିଲ ଥିବା ଋତୁରାଜ ଗାଏକ୍ୱାଡ ଆହତ ହୋଇଛନ୍ତି। ଏଥିପାଇଁ ସେ ଟେଷ୍ଟ ସିରିଜରୁ ବାଦ ପଡ଼ିଛନ୍ତି। ଏହାପୂର୍ବରୁ ସ୍କ୍ୱାଡରେ ଥିବା ମହମ୍ମଦ ଶାମି ମଧ୍ୟ ଆହତ ସମସ୍ୟା ଯୋଗୁ ବାଦ ପଡ଼ିଥିଲେ।
ସର୍ଚ୍ଚ ଇଞ୍ଜିନ୍ ଜିଆଣ୍ଟ 'ଗୁଗଲ୍' ଏହାର 25 ବର୍ଷର ସର୍ଚ୍ଚ ହିଷ୍ଟ୍ରି ପ୍ରକାଶ କରିଛି। ଗୁଗଲ୍ ଆସିବା ପରଠାରୁ, ବିଶ୍ୱରେ କେତେକ ଶ୍ରେଷ୍ଠ କ୍ରିକେଟର ସର୍ଚ୍ଚ ଲିଷ୍ଟରେ ଅଛନ୍ତି। ଏହି ତାଲିକାରେ ସଚିନ ତେନ୍ଦୁଲକର, ଏମଏସ ଧୋନି, ରୋହିତ ଶର୍ମାଙ୍କ ଭଳି ପ୍ରମୁଖ ଖେଳାଳି ଅଛନ୍ତି। କିନ୍ତୁ ଏ ସମସ୍ତ କ୍ରିକେଟରଙ୍କ ରେକର୍ଡ ଭାଙ୍ଗି ଗୁଗୁଲ ହିଷ୍ଟ୍ରିରେ 'ସର୍ବାଧିକ ସର୍ଚ୍ଚ କ୍ରିକେଟର' ଭାବରେ ଶୀର୍ଷରେ ଅଛନ୍ତି ବିରାଟ କୋହଲି।
If the last 25 years have taught us anything, the next 25 will change everything. Here’s to the most searched moments of all time. #YearInSearch pic.twitter.com/MdrXC4ILtr
— Google (@Google) December 11, 2023
କ୍ରିକେଟରଙ୍କ ମଧ୍ୟରେ ବିରାଟ କୋହଲି ଶୀର୍ଷରେ ଥିଲେ ମଧ୍ୟ କ୍ରୀଡାବିତଙ୍କ ମଧ୍ୟରେ ତାଙ୍କ ରେକର୍ଡ ଭାଙ୍ଗିଛନ୍ତି ଅନ୍ୟ ଜଣେ ଖେଳାଳି। ଆଉ ସେ ହେଉଛନ୍ତି ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲ୍ଡୋ। ଗୁଗଲର 25 ବର୍ଷର ସର୍ଚ୍ଚ ହିଷ୍ଟ୍ରି କହୁଛି, ଆଥଲେଟଙ୍କ ମଧ୍ୟରେ ରୋନାଲ୍ଡୋ ସର୍ବାଧିକ ସର୍ଚ୍ଚ ହୋଇଛନ୍ତି। ବିଶ୍ୱର ସମସ୍ତ ନାମି ଦାମୀ ଖେଳାଳିଙ୍କ ମଧ୍ୟରୁ ରୋନାଲ୍ଡଙ୍କୁ ଲୋକେ ଅଧିକ ଗୁଗୁଲରେ ଖୋଜିଛନ୍ତି।
ସେହିପରି ଗୁଗଲ୍ ପ୍ରକାଶ କରିଥିବା 2023 ରିପୋର୍ଟ ଅନୁସାରେ, ଗତବର୍ଷ ଶୁବମନ ଗିଲ୍ ସବୁଠୁ ଅଧିକ ସର୍ଚ୍ଚ ହୋଇଛନ୍ତି। କ୍ରିକେଟରଙ୍କ ମଧ୍ୟରେ ଗିଲ୍ ଟପରେ ଥିବାବେଳେ ବଲିଉଡ୍ କଳାକାରଙ୍କ ମଧ୍ୟରେ କିଆରା ଆଡଭାନୀ ଶୀର୍ଷରେ ଅଛନ୍ତି। ସେହିପରି ମହମ୍ମଦ ଶାମି, ଗ୍ଲେନ ମାକ୍ସୱେଲ, ଟ୍ରାଭିସ ହେଡ୍ ରଚିନ ରବୀନ୍ଦ୍ର(ନ୍ୟୁଜିଲ୍ୟାଣ୍ଡ କ୍ରିକେଟର) ଗତବର୍ଷ ଅଧିକ ସର୍ଚ୍ଚ ହୋଇଥିବା କ୍ରିକେଟର।
ଗୁଗଲ୍ ଟପ୍ ଟେନ୍ ସର୍ଚ୍ଚ ଲିଷ୍ଟ 2023
ସେ କହିଛନ୍ତି, ବିରାଟଙ୍କୁ ଏବେ କେତେ ବୟସ ହୋଇଛି? ୩୫, ଠିକ୍। ସେ ୮୦ଟି ଶତକ କରିଛନ୍ତି। ତାଙ୍କୁ ଆହୁରି ୨୦ଟି ଶତକ କରିବାକୁ ହେବ। ଯଦି ସେ ପ୍ରତିବର୍ଷ ୫ଟି ଲେଖାଏଁ ଶତକ ମାରିବେ, ତା’ହେଲେ ଆଉ ୪ ବର୍ଷ ପରେ ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହେବେ। ସେତେବେଳକୁ ବିରାଟ କୋହଲିଙ୍କୁ ୩୯ ବର୍ଷ ହୋଇଯାଇଥିବ। କଷ୍ଟକର କାମ। ବହୁତ କଷ୍ଟକର କାମ।
ଲାରା କହିଛନ୍ତି, ନିର୍ଦ୍ଦିଷ୍ଟ ଭାବେ କିଛି କହିପାରିବିନି, କେହି ବି କହିପାରିବେ ନାହିଁ। ଯେଉଁମାନେ କହୁଛନ୍ତି, ସେମାନେ କ୍ରିକେଟର ସାଧାରଣ ଜ୍ଞାନର ଉପଯୋଗ କରୁ ନାହାନ୍ତି। ୨୦ଟି ଶତକ ବହୁତ ବଡ଼ କଥା। ଅଧିକାଂଶ କ୍ରିକେଟର ସେମାନଙ୍କ କ୍ୟାରିୟରରେ ୨୦ଟି ଶତକ କରିପାରି ନାହାନ୍ତି। ମୁଁ ଦୁଃସାହାସ କରି କୋହଲି ଏହା କରିପାରିବେ ବୋଲି କହିବି ନାହିଁ।
ବୟସ କାହାକୁ ଅପେକ୍ଷା କରେ ନାହିଁ। କୋହଲି ଆହୁରି ବହୁତ ରେକର୍ଡ ଭାଙ୍ଗିବେ। କିନ୍ତୁ ୧୦୦ଟି ଶତକ କଷ୍ଟକର ଲାଗୁଛି ବୋଲି କହିଛନ୍ତି ଲାରା।
ସେ କହିଛନ୍ତି, କେବଳ କୋହଲି ସଚିନଙ୍କ ରେକର୍ଡର ପାଖାପାଖି ହୋଇପାରିବେ। ମୁଁ ତାଙ୍କର ଶୃଙ୍ଖଳା ଓ ନିଷ୍ଠାର ଜଣେ ବଡ଼ ଫ୍ୟାନ୍। ସେ ତାଙ୍କର ସବୁ କିଛି ଦେଇ ମ୍ୟାଚ୍ ପାଇଁ ପ୍ରସ୍ତୁତି କରନ୍ତି। ଆପଣ କେମିତି ତାଙ୍କର ଫ୍ୟାନ୍ ନହେବେ? ତାଙ୍କ ପାଇଁ ମୋର ଶୁଭେଚ୍ଛା ସବୁବେଳେ ରହିଛି। ଯଦି ସେ ତେନ୍ଦୁଲକରଙ୍କ ଭଳି ୧୦୦ଟି ଶତକ ମାରିବେ, ତା’ହେଲେ ମୁଁ ବହୁତ ଖୁସି ହେବି। ସଚିନ ମୋର ଜଣେ ଘନିଷ୍ଠ ବନ୍ଧୁ। ପୂର୍ବରୁ ବି ଏ କଥା ମୁଁ କହି ସାରିଛି। ମୁଁ କୋହଲିଙ୍କର ବି ବଡ଼ ଫ୍ୟାନ୍।
ସଚିନ ତେନ୍ଦୁଲକର ୪୬୩ଟି ଦିନିକିଆରୁ ୪୯ଟି ଶତକ କରିଥିବା ବେଳେ ୨୦୦ଟି ଟେଷ୍ଟ ଖେଳି ୫୧ଟି ଶତକ କରିଛନ୍ତି। ଅନ୍ୟପକ୍ଷରେ ବିରାଟ କୋହଲି ୨୯୨ଟି ଦିନିକିଆ ମ୍ୟାଚ୍ରୁ ୫୦ଟି ଶତକ କରିଥିବା ବେଳେ ୧୧୧ଟି ଟେଷ୍ଟରୁ ୨୯ଟି ଶତକ କରିଛନ୍ତି। ସେହିପରି ସେ ଟିଟ୍ୱେଣ୍ଟିରେ ଗୋଟିଏ ଶତକ କରିଛନ୍ତି। ଏହିପରି ଭାବେ ବିରାଟ ଅନ୍ତର୍ଜାତୀୟ କ୍ରିକେଟର ତିନିଟି ଫର୍ମାଟରେ ମିଶି ଏଯାବତ ୮୦ଟି ଶତକ ମାରିଛନ୍ତି।
ଗାଙ୍ଗୁଲି କହିଛନ୍ତି, ମୁଁ ବିରାଟ କୋହଲି ଙ୍କୁ ଅଧିନାୟକ ପଦରୁ ହଟାଇ ନାହିଁ। ମୁଁ ଅନେକ ଥର ଏହି କଥା କହି ସାରିଛି। ସେ ଟିଟ୍ୱେଣ୍ଟି ଟିମ୍ର ନେତୃତ୍ୱ ନେବାକୁ ଇଚ୍ଛୁକ ନଥିଲେ। ସେ ତାଙ୍କ ନିଷ୍ପତ୍ତି ନେବା ପରେ ମୁଁ ତାଙ୍କୁ କହିଥିଲି ଯେ ଯଦି ତୁମେ ଟିଟ୍ୱେଣ୍ଟି ଟିମ୍ର ନେତୃତ୍ୱ ନେବାକୁ ଚାହୁଁନାହଁ, ତା’ହେଲେ ସଂପୂର୍ଣ୍ଣ ଭାବେ ଧଳା ବଲ୍ କ୍ରିକେଟର ଅଧିନାୟକ ଦାୟିତ୍ୱ ଛାଡ଼ି ଦିଅ। ଜଣେ ହ୍ୱାଇଟ୍ ବଲ୍ କ୍ୟାପ୍ଟେନ୍ ହେବେ ଓ ଅନ୍ୟ ଜଣେ ରେଡ୍ ବଲ୍ କ୍ୟାପ୍ଟେନ୍ ହେବେ।
ଗାଙ୍ଗୁଲି ଆହୁରି କହିଥିଲେ, ରୋହିତ ଶର୍ମା ଅଧିନାୟକ ହେବା ପାଇଁ ଚାହୁଁ ନଥିଲେ। କାରଣ ସେ ତିନୋଟି ଯାକ ଫର୍ମାଟରେ ନେତୃତ୍ୱ ନେବାକୁ ଚାହୁଁ ନଥିଲେ। ଅଧିନାୟକ ଦାୟିତ୍ୱ ନେବା ପାଇଁ ମୁଁ ତାଙ୍କୁ ଟିକେ ଠେଲି ଥିଲି। ସେ ଅଧିନାୟକ ହେବାରେ ମୋର ଅଳ୍ପ ଭୂମିକା ରହିଛି। ପ୍ରଶାସକ ଯିଏ ହେଲେ ବି ପଡ଼ିଆରେ ଖେଳାଳିମାନେ ହିଁ ଭଲ ପ୍ରଦର୍ଶନ କରନ୍ତି। ଭାରତୀୟ କ୍ରିକେଟକୁ ଆହୁରି ଭଲ ସ୍ତରକୁ ନେବାକୁ ମୋତେ ବିସିସିଆଇର ସଭାପତି ଭାବେ ନିଯୁକ୍ତି ଦିଆଯାଇଥିଲା। ଆଉ ମୁଁ ଯାହା କରିଥିଲି, ତାହା ମୋ ଦାୟିତ୍ୱର ବହୁତ ଛୋଟ ଅଂଶ ଥିଲା।
ଅଶ୍ୱିନ କହିଛନ୍ତି, ଆମକୁ ବହୁତ ଦୁଃଖ ଲାଗିଥିଲା। ରୋହିତ ଓ ବିରାଟ କାନ୍ଦି ଥିଲେ। ସେ ଯାହା ହେଉ, ତାକୁ ନେଇ ଆଉ ଅଧିକ ଭାବିବା କଥା ନୁହେଁ। ଏହି ଟିମ୍ ଏକ ଅନୁଭୂତି ସଂପନ୍ନ ଟିମ୍ ଥିଲା। ଦଳର ପ୍ରତ୍ୟେକ ସଦସ୍ୟ ସେମାନଙ୍କ ଦାୟିତ୍ୱ ସଂପର୍କରେ ବେଶ୍ ଭଲ ଭାବେ ଅବଗତ ଥିଲେ।
ସେ କହିଛନ୍ତି, ଯେତେବେଳେ ଭାରତୀୟ କ୍ରିକେଟର କଥା ଉଠେ, ସମସ୍ତେ କହିବେ ଯେ ମହେନ୍ଦ୍ର ସିଂହ ଧୋନି ଅନ୍ୟତମ ଶ୍ରେଷ୍ଠ ଅଧିନାୟକ। ସେହିଭଳି ରୋହିତ ଶର୍ମା ଜଣେ ବଢ଼ିଆ ବ୍ୟକ୍ତି। ସେ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ବୁଝିପାରନ୍ତି। ଦଳର ପ୍ରତିଟି ସଦସ୍ୟଙ୍କ ପସନ୍ଦ ନାପସନ୍ଦ ସଂପର୍କରେ ସେ ଅବଗତ। ସେ ସବୁ କଥା ବୁଝିପାରନ୍ତି।
ଏଥର ବିଶ୍ୱକପ୍ କ୍ରିକେଟରେ ଭାରତ ଭଲ ଖେଳିଥିଲା। ଦଳ ସବୁ ଲିଗ୍ ମ୍ୟାଚ୍ ଜିତି ସେମି ଫାଇନାଲରେ ପହଞ୍ଚି ଥିଲା। ସେମି ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଦଳ ଫାଇନାଲରେ ପହଞ୍ଚିଥିଲା। କିନ୍ତୁ ଫାଇନାଲରେ ଦଳ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା। ଦଳ ବିଶ୍ୱକପ୍ ଜିତି ନଥିଲେ ବି ଦର୍ଶକଙ୍କ ହୃଦୟକୁ ଜିତି ପାରିଥିଲା। ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ନେତୃତ୍ୱକୁ ସମସ୍ତେ ପ୍ରଶଂସା କରୁଛନ୍ତି।
ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ବିରାଟ କୋହଲି ଏବେ ସୀମିତ ଓଭର କ୍ରିକେଟରୁ ବିଶ୍ରାମ ଚାହୁଁଥିବା ବିସିସିଆଇକୁ ଅବଗତ କରାଇଛନ୍ତି। ବିଶେଷ କରି ଦକ୍ଷିଣ ଆଫ୍ରିକା ବିପକ୍ଷ ଧଳା ବଲ ସିରିଜ ସେ ଖେଳିବାକୁ ଚାହୁଁ ନାହାନ୍ତି। କିନ୍ତୁ ସେ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ମ୍ୟାଚ୍ ଖେଳିବାକୁ ପ୍ରସ୍ତୁତ ରହିଛନ୍ତି। ବିସିସିଆଇ ବିରାଟଙ୍କ କଥାକୁ ଗ୍ରହଣ କରିବା ସହ ତାଙ୍କୁ ସୀମିତ ଓଭର ସିରିଜରେ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି।
ଭାରତର ଦକ୍ଷିଣ ଆଫ୍ରିକା ଟୁର ଡିସେମ୍ବର ୧୦ ତାରିଖରୁ ୩ଟି ଟି-୨୦ ସିରିଜରୁ ଆରମ୍ଭ ହେବ। ଏହାପରେ ଦୁଇ ଦଳ ୩ଟି ଦିନିକିଆ ମ୍ୟାଚ ଖେଳିବେ। ବକ୍ସିଂ ଡେ ଟେଷ୍ଟ ଓ ନ୍ୟୁୟର ଟେଷ୍ଟ ସହ ଭାରତର ଦକ୍ଷିଣ ଆଫ୍ରିକା ଟୁର ଶେଷ ହେବ।
ବିସିସିଆଇ ସୂତ୍ରରେ କୁହାଯାଇଛି ଯେ ବିରାଟ କୋହଲି ଧଳା ବଲ କ୍ରିକେଟରୁ ବିଶ୍ରାମ ଚାହୁଁଥିବା ବିସିସିଆଇ ଓ ଚୟନକର୍ତ୍ତାଙ୍କୁ ଜଣାଇଛନ୍ତି। ସେ କେବେ ଠାରୁ ସୀମିତ ଓଭର କ୍ରିକେଟ ଖେଳିବେ, ସେକଥା ମଧ୍ୟ ବିସିସିଆଇକୁ ପରବର୍ତ୍ତୀ ଅବସ୍ଥାରେ ଜଣାଇବେ।
ବର୍ତ୍ତମାନ ସମୟରେ ସେ କେବଳ ରେଡ୍ ବଲ କ୍ରିକେଟ ଖେଳିବେ ବୋଲି ବିସିସିଆଇକୁ କହିଛନ୍ତି। ଏହାର ଅର୍ଥ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ଟିକିଆ ଟେଷ୍ଟ ସିରିଜରେ ଉପଲବ୍ଧ ହେବେ ବୋଲି ଏହି ସୂତ୍ରରେ କୁହାଯାଇଛି।
ନିକଟରେ ଶେଷ ହୋଇଥିବା ଦିନିକିଆ ବିଶ୍ୱକପରେ ବିରାଟ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ସେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସର୍ବକାଳୀନ ଦିନିକିଆ ଶତକ ରେକର୍ଡ ଅତିକ୍ରମ କରିଥିଲେ। ଏବେ ବିରାଟ ବିଶ୍ୱର ଏକ ନମ୍ବର ବ୍ୟାଟର ଯିଏ ଦିନିକିଆ ଶତକରେ ଅର୍ଦ୍ଧଶତକ ହାସଲ କରିଛନ୍ତି।
ବିଶ୍ୱକପର ୧୧ଟି ଇନିଂସରେ ସେ ୭୬୫ ରନ କରିବା ସହ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ଜିତିଥିଲେ। ବିଶ୍ୱକପ ଫାଇନାଲରେ ହାରିବା ପରେ ମାର୍ମାହତ ହୋଇଥିବା ବିରାଟ ଏବେ ପରିବାର ସହ ଲଣ୍ଡନରେ ଛୁଟି କାଟୁଛନ୍ତି।
ଅନ୍ୟପକ୍ଷରେ ଦିନିକିଆ ଓ ଟେଷ୍ଟ ଅଧିନାୟକ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ସୀମିତ ଓଭର ସିରିଜକୁ ଫେରିବେ କି ନାହିଁ ସେକଥା ଜଣାପଡ଼ିନି। ବିରାଟଙ୍କ ଭଳି ରୋହିତ ମଧ୍ୟ ବ୍ରିଟେନରେ ପରିବାର ଲୋକଙ୍କ ସହ ରହିଛନ୍ତି। ରୋହିତ ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସହ ବିସିସିଆଇ ସମ୍ପାଦକ ଜୟ ଶାହ ଖୁବଶୀଘ୍ର ଟିମ ସମ୍ପର୍କରେ କଥା ହେବେ। ଏହାପରେ ରୋହିତ ଦକ୍ଷିଣ ଆଫ୍ରିକା ବିପକ୍ଷ ସୀମିତ ଓଭର ସିରିଜ ଖେଳିବେ କି ନାହିଁ, ତା’ର ନିଷ୍ପତ୍ତି ହେବ।
ସେହିପରି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ମଧ୍ୟ ୪ର୍ଥ ସ୍ଥାନକୁ ଲମ୍ପ ମାରିଛନ୍ତି। ବ୍ୟାଟିଂ ରାଙ୍କିଙ୍ଗର ଟପ୍ ୫ରେ ଭାରତର ୩ ଜଣ ବ୍ୟାଟର ରହିଛନ୍ତି। ବିରାଟ ଓ ରୋହିତଙ୍କ ବ୍ୟତୀତ ପୂର୍ବଭଳି ରାଙ୍କିଙ୍ଗର ୧ନଂ ସ୍ଥାନରେ ଶୁବମନ ଗିଲ ଅଛନ୍ତି।
ବିଶ୍ୱକପ ସେମି ଫାଇନାଲରେ ବିରାଟ ରେକର୍ଡ ୫୦ତମ ଶତକ ଓ ଫାଇନାଲରେ ୫୪ ରନର ଇନିଂସ ଖେଳିଥିଲେ। ଏଥିପାଇଁ ତାଙ୍କୁ ରାଙ୍କିଙ୍ଗରେ ଫାଇଦା ମିଳିଛି। ସେ ୭୯୧ ରେଟିଂ ପଏଣ୍ଟ ସହ ୩ ନଂ ସ୍ଥାନରେ ରହିଛନ୍ତି। ପ୍ରଥମ ସ୍ଥାନରେ ଥିବା ଗିଲଙ୍କ ରେଟିଂ ପଏଣ୍ଟ ୮୨୬ ଓ ୮୨୪ ପଏଣ୍ଟ ସହ ପାକିସ୍ତାନର ବାବର ଆଜମ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
ରୋହିତ ଶର୍ମା ରାଙ୍କିଙ୍ଗର ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ସେ ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି’କକଙ୍କୁ ପଛରେ ପକାଇ ଦେଇଛନ୍ତି। ରୋହିତ ୪ର୍ଥ ସ୍ଥାନରେ ଥିବା ବେଳେ ଡି’କକ ୫ମକୁ ଖସିଛନ୍ତି।
ବିରାଟ ୭୯୧ ପଏଣ୍ଟ ପାଇଥିବାରୁ ସେ ପୁଣି ଆଇସିସି ଦିନିକିଆ ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିବେ ବୋଲି କୁହାଯାଉଛି। ବିରାଟ ୨୦୧୭ରୁ ୨୦୨୧ ଯାଏ ଅର୍ଥାତ ୧୨୫୮ ଦିନ ଧରି ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଥିଲେ।
ଅନ୍ୟପକ୍ଷରେ ଆଇସିସି ଦିନିକିଆ ବୋଲିଂ ରାଙ୍କିଙ୍ଗର ଟପ ୧୦ରେ ଭାରତର ମହମ୍ମଦ ସିରାଜ ଓ ମହମ୍ମଦ ଶାମି ରହିଛନ୍ତି। ସିରାଜ ଗୋଟିଏ ସ୍ଥାନ ତଳକୁ ଖସି ୩ନଂରେ ରହିଥିବା ବେଳେ ଶାମି ୧୦ନଂରେ ଅଛନ୍ତି। ପୂର୍ବଭଳି ଦକ୍ଷିଣ ଆଫ୍ରିକାର କେଶବ ମହାରାଜ ୧ନଂ ସ୍ଥାନରେ ଓ ଅଷ୍ଟ୍ରେଲିଆର ଜୋଶ ହେଜେଲଉଡ ୨ନଂରେ ରହିଛନ୍ତି।
ସେହିପରି ସେ ବିଶ୍ୱର ୭ମ ବ୍ୟାଟର ଭାବେ ଏପରି କୀର୍ତ୍ତିମାନ ହାସଲ କରିଛନ୍ତି। ବିରାଟଙ୍କ ପୂର୍ବରୁ ୧୯୭୯ରେ ମାଇକ ବ୍ରେୟର୍ଲୀ, ୧୯୮୭ରେ ଡାଭିଡ ବୁନ, ୧୯୯୨ରେ ଜାଭେଦ ମିଆଁଦାଦ, ୧୯୯୬ରେ ଅରବିନ୍ଦଚ ଡି’ସଲଭା, ୨୦୧୫ରେ ଗ୍ରାଣ୍ଟ ଏଲିଅଟ, ୨୦୧୫ରେ ଷ୍ଟିଭ ସ୍ମିଥ ଏପରି ରେକର୍ଡ କରିଥିଲେ।
ଏହାବାଦ ବିରାଟ କୋହଲି ବିଶ୍ୱର ଏକମାତ୍ର ବ୍ୟାଟର ଯିଏ ବିଶ୍ୱକପରେ ୨ ଥର କ୍ରମାଗତ ୫ଥର ଲେଖାଏ ୫୦ରୁ ଅଧିକ ରନ କରିଛନ୍ତି। ୨୦୧୯ ବିଶ୍ୱକପରେ ସେ କ୍ରମାଗତ ୫ଥର ୫୦ କିମ୍ବା ତା’ଠାରୁ ଅଧିକ ରନ କରିଥିଲେ। ଏବେ ୨୦୨୩ରେ ମଧ୍ୟ ସେ କ୍ରମାଗତ ୫ଥର ୫୦ କିମ୍ବା ତା’ ଡାରୁ ଅଧିକ ରନ କରିଛନ୍ତି। ୨୦୧୫ରେ ଷ୍ଟିଭ ସ୍ମିଥ କ୍ରମାଗତ ୫ଥର ୫୦ରୁ ଅଧିକ ରନ କରିଥିଲେ।
ଅନ୍ୟପକ୍ଷରେ ବିରାଟ ଏକମାତ୍ର ବ୍ୟାଟର ଯିଏ ବିଶ୍ୱକପର ଗୋଟିଏ ସଂସ୍କରଣରେ ୭୦୦ରୁ ଅଧିକ ରନ କରିବାକୁ ସକ୍ଷମ ହୋଇଛନ୍ତି। ପୂର୍ବରୁ ୬୭୩ ରନ ସହ ସଚିନ ତେନ୍ଦୁଲକର ସବୁଠାରୁ ଆଗରେ ଥିଲେ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବିରାଟ ତାଙ୍କୁ ଅତିକ୍ରମ କରିଥିଲେ।
ଏବେ ସେଥିରେ ସେ ଆଉ ୫୪ ରନ ଯୋଡ଼ି ଦେଇଛନ୍ତି। ଚଳିତ ବିଶ୍ୱକପରେ ବିରାଟ ୧୧ଟି ଇନିଂସରେ ୭୬୫ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୯୫.୬୨ ରହିଛି। ସେ ୩ଟି ଶତକ ଓ ୬ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ କେହି ବି ଗୋଟିଏ ବିଶ୍ୱକପରେ ୯ଥର ୫୦ରୁ ଅଧିକ ରନ କରି ନଥିଲେ।
ବିରାଟ ଦିନିକିଆ କ୍ରିକେଟରେ ୫୦ ତମ ଶତକ ମାରି ଏକ ମାଇଲଖୁଣ୍ଟ ସ୍ଥାପନ କରିବା ପରେ ପାକିସ୍ଥାନର ARY Newsରେ ଏନେଇ ଏକ ଆଲୋଚନା ହୋଇଥିଲା। ଏଥିରେ ପାକିସ୍ତାନର ପୂର୍ବତନ କ୍ରିକେଟର କାମରାନ ଅକମଲ ଦୁଇ ଜଣଙ୍କ ନାଁ ନେଇ ଥିଲେ। ସେ କହିଥିଲେ, ପାକିସ୍ତାନର ବାବର ଆଜମ ଓ ଭାରତର ଶୁବମନ ଗିଲ ଭାଙ୍ଗିପାରିବେ ବିରାଟ କୋହଲିଙ୍କ ଏହି ୫୦ତମ ଶତକ ରେକର୍ଡ।
ଅକମଲ କହିଥିଲେ, କେବଳ ଟପ୍ ୩ରେ ବ୍ୟାଟିଂ କରିବାକୁ ଆସୁଥିବା ଖେଳାଳିମାନେ ବିରାଟଙ୍କ ୫୦ ତମ ଶତକ ରେକର୍ଡକୁ ଭାଙ୍ଗି ପାରିବେ। ମିଡିଲ୍ ଅର୍ଡର ବ୍ୟାଟର ଏହି ରେକର୍ଡ ଭାଙ୍ଗି ପାରିବେ ନାହିଁ। ବାବର ଆଜମଙ୍କର ଦକ୍ଷତା ଅଛି। ସେ ଟପ୍ ୩ରେ ମଧ୍ୟ ଖେଳିବାକୁ ଆସୁଛନ୍ତି। ସେହିପରି ଭାରତର ଶୁବମନ ଗିଲ ଏହି ରେକର୍ଡ ଭାଙ୍ଗି ପାରିବେ।
ବାବର ଆଜମ ଏଯାଏଁ ୧୧୬ଟି ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ୧୯ଟି ଶତକ ଓ ୩୨ଟି ଅର୍ଦ୍ଧଶତକ ମାରିଛନ୍ତି। ସେହିପରି ଶୁବମନ ଗିଲ ଏଯାଏଁ ୪୩ଟି ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ୬ଟି ଶତକ ଓ ୧୩ଟି ଅର୍ଦ୍ଧଶତକ କରିଛନ୍ତି।
ଏହି ବିଶ୍ୱକପ୍ରେ ବିରାଟ କୋହଲି ଏଯାବତ ୧୦ଟି ମ୍ୟାଚ୍ ଖେଳି ୭୧୧ ରନ୍ କରିଛନ୍ତି। ତା’ ମଧ୍ୟରେ ରହିଛି ତିନିଟି ଶତକ ଓ ୫ଟି ଅର୍ଦ୍ଧଶତକ। ସେ କେବଳ ଇଂଲଣ୍ଡ ଓ ପାକିସ୍ତାନ ବିପକ୍ଷରେ ଭଲ ଖେଳି ନଥିଲେ। ଇଂଲଣ୍ଡ ବିପକ୍ଷରେ ଖାତା ଖୋଲି ପାରି ନଥିବା ବେଳେ ପାକିସ୍ତାନ ବିପକ୍ଷରେ ୧୬ ରନ୍ କରିଥିଲେ।
କିଙ୍ଗ କୋହଲିଙ୍କ ନାଁରେ ଯୋଡ଼ି ହୋଇଯାଇଛି ବିଶ୍ୱ ରେକର୍ଡ। ସଚିନ ତେନ୍ଦୁଲକର ଦିନିକିଆରେ ୪୯ଟି ଶତକ ହାସଲ କରିଥିଲେ। ହେଲେ ଏବେ ବିରାଟ ତାଙ୍କର ସର୍ବକାଳୀନ ଦିନିକିଆ ରେକର୍ଡକୁ ଭାଙ୍ଗି ଦେଇଛନ୍ତି।
କିନ୍ତୁ ଏବେ ସଚିନଙ୍କ ଏକାଧିକ ରେକର୍ଡକୁ ଭାଙ୍ଗି ପାରି ନାହାନ୍ତି ବିରାଟ। ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ ଶତକ ହାସଲ କରିବାରେ ସଚିନ ହେଉଛନ୍ତି ଏକମାତ୍ର ଖେଳାଳି। ସେହିପରି ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ହାସଲ କରିବାର ରେକର୍ଡ ସଚିନଙ୍କ ନାଁରେ ରହିଛି। ଦିନିକିଆରେ ମଧ୍ୟ ସେ ୧୮ ହଜାରରୁ ଅଧିକ ରନ କରିଛନ୍ତି।
କ’ଣ ଏହି ସବୁ ରେକର୍ଡକୁ ବିରାଟ ଭାଙ୍ଗି ପାରିବେ ବୋଲି ଏବେ ସବୁଠି ପ୍ରଶ୍ନ। ବିରାଟ ଦିନିକିଆରେ ୫୦ଟି ଶତକ ମାରିଥିବା ବେଳେ ଟେଷ୍ଟରେ ୨୯ଟି ଓ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ତାଙ୍କ ବ୍ୟାଟରୁ ବାହାରିଛି ଗୋଟିଏ ସେଞ୍ଚୁରୀ। ଏହାର ଅର୍ଥ ଅନ୍ତର୍ଜାତୀୟ କ୍ରିକେଟରେ ବିରାଟଙ୍କ ଶତକ ସଂଖ୍ୟା ୮୦ରେ ପହଞ୍ଚି ଯାଇଛି।
କ’ଣ ୩୫ ବର୍ଷୀୟ ବିରାଟ ଆଉ ୨୧ଟି ଶତକ ମାରି ସଚିନଙ୍କ ସେଞ୍ଚୁରୀ ରେକର୍ଡକୁ ଭାଙ୍ଗି ପାରିବେ? ସଚିନ ୭୮୨ ଅନ୍ତର୍ଜାତୀୟ ଇନିଂସରେ ୧୦୦ ଶତକ ହାସଲ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୪୮.୫୨ ଥିବା ବେଳେ ସେ ମୋଟ ୩୪,୩୫୭ ରନ କରିଛନ୍ତି। ବିରାଟ ୫୭୩ଟି ଇନିଂସରେ ୮୦ଟି ଶତକ ହାସଲ କରିଛନ୍ତି।
ତାଙ୍କ ବ୍ୟାଟିଂ ହାର ୫୪.୩୬ ଥିବା ବେଳେ ସେ ମୋଟ ୨୬,୪୭୮ ରନ କରିଛନ୍ତି। ସଚିନ ଭାରତୀୟ କ୍ରିକେଟ ପାଇଁ ୨୪ ବର୍ଷ ଧରି ଖେଳିଥିଲେ। ବିରାଟ ୧୬ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରେ ସଚିନଙ୍କ ଦିନିକିଆ ଶତକ ରେକର୍ଡକୁ ଭାଙ୍ଗିଛନ୍ତି। ଏଥିସହ ବିଶ୍ୱକପ ଇତିହାସରେ ସଚିନ ୨୦ ବର୍ଷ ତଳେ ସୃଷ୍ଟି କରିଥିବା ଏକାଧିକ କୀର୍ତ୍ତିମାନକୁ ମଧ୍ୟ ଟପି ଯାଇଛନ୍ତି ବିରାଟ।
ବିରାଟ ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ ହାସଲ କରୁଥିବାରୁ ସେ ସଚିନଙ୍କ ୧୦୦ ଶତକର ରେକର୍ଡକୁ ମଧ୍ୟ ଅତିକ୍ରମ କରିଯିବେ ବୋଲି ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ଚର୍ଚ୍ଚା ଭିତରେ ଟିମ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ବଡ଼ ବୟାନ ଦେଇଛନ୍ତି।
ସେ କହିଛନ୍ତି, “କିଛି ବି ଅସମ୍ଭବ ନୁହେଁ। କାରଣ ଏଭଳି ଖେଳାଳିମାନେ ଯେତେବେଳେ ଶତକ ମାରିବା ଆରମ୍ଭ କରନ୍ତି ଓ ଯଥାଶୀଘ୍ର ସେମାନେ ଗୋଟିଏ ପରେ ଗୋଟିଏ ବଡ଼ ସ୍କୋର କରନ୍ତି। ବିରାଟ ସେଭଳି ଖେଳାଳିଙ୍କ ମଧ୍ୟରୁ ଜଣେ। ବିରାଟ ପରବର୍ତ୍ତୀ ୧୦ଟି ଇନିଂସରୁ ସମ୍ଭବତଃ ୫ଟି ଶତକ ମାରିପାରନ୍ତି।
କ୍ରିକେଟର ୩ଟି ଯାକ ଫର୍ମାଟରେ ବିରାଟ ଖେଳୁଛନ୍ତି। ତାଙ୍କ ପାଖରେ ଆହୁରି ୩ରୁ ୪ ବର୍ଷ କ୍ରିକେଟ ଖେଳିବାର ସମୟ ରହିଛି। ତେଣୁ ରେକର୍ଡ ଭାଙ୍ଗିବା ଓ ରେକର୍ଡର ସମକକ୍ଷ ହେବା ଆଦୌ ଅସମ୍ଭବ ନୁହେଁ।”
ଚାପରେ ବିରାଟ ଦମଦାର ପ୍ରଦର୍ଶନ କରୁଥିବାରୁ ଶାସ୍ତ୍ରୀ ଏହାକୁ ମଧ୍ୟ ପ୍ରଶଂସା କରିଛନ୍ତି। ବିଶ୍ୱକପରେ ବିରାଟ ନିଜର ବଳିଷ୍ଠତା ଦେଖାଇଛନ୍ତି। ଚଳିତ ବିଶ୍ୱକପରେ ସେ ପ୍ରଥମେ ସମୟ ନେଉଛନ୍ତି। ଚାପକୁ ନିଜ ଭିତରେ ଗ୍ରହଣ କରି ସେ ନିଜର ଦକ୍ଷତା ଦେଖାଉଛନ୍ତି। ସେ ନିଜର ଭୂମିକାକୁ ଭଲ ଭାବେ ବୁଝିଛନ୍ତି। ସେ ଇନିଂସକୁ ସବୁବେଳେ ଶେଷ କରିବା ମୁଡରେ ରହୁଛନ୍ତି। ଏହାକୁ ଅତ୍ୟନ୍ତ ଚମତ୍କାର ବୋଲି ଶାସ୍ତ୍ରୀ କହିଛନ୍ତି।
ବିରାଟ ଶତକ ହାସଲ କରିବା ପରେ ହେଲମେଟ ଖୋଲି ସଚିନଙ୍କ ଆଗରେ ମୁଣ୍ଡ ନୁଆଁ ଥିଲେ। ସଚିନ ମଧ୍ୟ ତାଳି ମାରି ବିରାଟଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବିରାଟ ଆଜି ୧୧୭ ରନର ଇନିଂସ ଖେଳିଛନ୍ତି। ଏଥିରେ ୯ଟି ଚୌକା ଓ ୨ଟି ଛକା ରହିଛି।
ତେବେ ବିରାଟଙ୍କ ୫୦ତମ ଶତକ ପରେ ବଡ଼ ବୟାନ ଦେଇଛନ୍ତି ସଚିନ। ସେ କହିଛନ୍ତି ଯେ ତାଙ୍କ ରେକର୍ଡ ଜଣେ ଭାରତୀୟ ଭାଙ୍ଗିଥିବାରୁ ସେ ବହୁତ ଖୁସି। ଏଥିସହ ବିଶ୍ୱକପର ଗୋଟିଏ ବଡ଼ ମ୍ୟାଚ୍ରେ ଏପରି ଶତକ ଆସିଥିବାରୁ ଏହା ଆହୁରି ସ୍ୱତନ୍ତ୍ର ବୋଲି ସଚିନ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି।
ଏଥିସହ ଡ୍ରେସିଂ ରୁମରେ ସେ ପ୍ରଥମଥର ବିରାଟଙ୍କୁ ଦେଖିବା ବେଳେ କେମିତି ସମସ୍ତଙ୍କ ସମ୍ମୁଖରେ ସେ ପାଦ ଛୁଇଁ ମୁଣ୍ଡିଆ ମାରିଥିଲେ, ସେକଥା ମଧ୍ୟ ସଚିନ କହିଛନ୍ତି।
ଭାରତୀୟ କ୍ରିକେଟକୁ ନିଜର ୨୪ ବର୍ଷର ସେବା ଯୋଗାଇ ସଚିନ ଦିନିକିଆରେ କରିଥିବା ସର୍ବକାଳୀନ ରେକର୍ଡ ବିରାଟଙ୍କ ହାତରେ ଭାଙ୍ଗିଛି। ଦିନିକିଆରେ ସଚିନ ୪୯ଟି ଶତକ ହାସଲ କରିଥିଲେ। କିନ୍ତୁ ବିରାଟ ଆଜି ୫୦ତମ ଶତକ ହାସଲ କରିଛନ୍ତି। ବିଶ୍ୱରେ ଏବେ ବିରାଟ ଏକମାତ୍ର ବ୍ୟାଟର ଯିଏ ଶତକରେ ଅର୍ଦ୍ଧଶତକ ହାସଲ କରିଛନ୍ତି।
ନ୍ୟୁଜିଲ୍ୟାଣ୍ତ ବିପକ୍ଷ ସେମି ଫାଇନାଲ ମ୍ୟାଚ୍ରେ ବିରାଟ ୧୦୬ ବଲରେ ଏପରି କୀର୍ତ୍ତିମାନ ହାସଲ କରିଛନ୍ତି। ସେ ଏହାପରେ ଆଉ ୧୭ ରନ ମଧ୍ୟ କରିଥିଲେ।ଆଜିର ଇନିଂସରେ ବିରାଟ ୯ଟି ଚୌକା ଓ ୨ଟି ଛକା ମଧ୍ୟ ମାରିଛନ୍ତି। ୧୧୩ ବଲରେ ୧୧୭ ରନର ଇନିଂସ ଖେଳିଥିବା ବିରାଟ ବିଶ୍ୱକପରେ ସଚିନ କରିଥିବା ଏକାଧିକ ବିଶ୍ୱକପ ରେକର୍ଡକୁ ମଧ୍ୟ ଭାଙ୍ଗିବାକୁ ସକ୍ଷମ ହୋଇଛନ୍ତି।
ସଚିନ ବିଶ୍ୱକପର ଗୋଟିଏ ସଂସ୍କରଣରେ ସର୍ବାଧିକ ୭ ଥର ୫୦ରୁ ଅଧିକ ରନ କରିଥିଲେ। ହେଲେ ବିରାଟ ୨୦ ବର୍ଷ ପରେ ଅର୍ଥାତ ୨୦୨୩ ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି।
ବିରାଟ ଚଳିତ ବିଶ୍ୱକପରେ ୮ଥର ୫୦ରୁ ଅଧିକ ରନ କରିଛନ୍ତି। ଏହି ଦୁଇ ଜଣଙ୍କ ବ୍ୟତୀତ ୨୦୧୯ରେ ବାଂଲାଦେଶର ସାକିବ ଅଲ ହାସନ ୭ ଥର, ୨୦୧୯ରେ ରୋହିତ ଶର୍ମା ୬ଥର ଓ ସେହି ୨୦୧୯ରେ ଅଷ୍ଟ୍ରେଲିଆର ଡାଭିଡ ୱାର୍ଣ୍ଣର ୬ଥର ୫୦ କିମ୍ବା ତା’ ଠାରୁ ଅଧିକ ରନ କରିଛନ୍ତି।
ସଚିନଙ୍କ ନାଁରେ ଥିବା ଆଉ ଏକ ବିଶ୍ୱକପ ରେକର୍ଡ ମଧ୍ୟ ଆଜି ଭାଙ୍ଗିଛି। ବିଶ୍ୱକପର ଗୋଟିଏ ସଂସ୍କରଣରେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ବନି ଯାଇଛନ୍ତି ବିରାଟ।
ବିଶ୍ୱକପର ୨୦୨୩ ସଂସ୍କରଣର ୧୦ଟି ମ୍ୟାଚ୍ରେ ବିରାଟ ୭୧୧ ରନ କରିଛନ୍ତି। ସଚିନ ତେନ୍ଦୁଲକର ୨୦୦୩ରେ ୬୭୩ ରନ କରିଥିଲେ। ୨୦ ବର୍ଷ ହେଲା ସଚିନଙ୍କ ଏହି ସର୍ବକାଳୀନ ରେକର୍ଡକୁ କେହି ଭାଙ୍ଗି ନଥିଲେ।
୨୦୧୯ରେ ରୋହିତ ଶର୍ମା ଏହାର ନିକଟବର୍ତ୍ତୀ ହୋଇଥିଲେ। କିନ୍ତୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମିରେ ଭାରତ ହାରିବା ସହ ରୋହିତ ୬୪୮ ରନରେ ଅଟକି ଯାଇଥିଲେ। ଆଜି ବିରାଟ ଐତିହାସିକ ଶତକ ସହ ସଚିନଙ୍କୁ ପଛରେ ପକାଇ ଦେଇଛନ୍ତି।
ବିରାଟ ୭୧୧, ସଚିନ ୬୭୩ ରନ କରିଥିବା ବେଳେ ୨୦୦୭ରେ ମାଥ୍ୟୁ ହେଡେନ ୬୫୯ ଓ ୨୦୧୯ରେ ଡାଭିଡ ୱାର୍ଣ୍ଣର ୬୪୭ ରନ କରିଥିଲା।
ବିରାଟ କୋହଲି ରିକି ପଣ୍ଟିଂଙ୍କ ଦିନିକିଆ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି। ଦିନିକିଆରେ ପଣ୍ଟିଂ ୧୩୭୦୪ ରନ କରିଥିଲେ। ଏହାକୁ ଅତିକ୍ରମ କରିବା ପାଇଁ ବିରାଟଙ୍କୁ ମାତ୍ର ୨୮ ରନ ଦରକାର ଥିଲା। ଆଜି ବିରାଟ ୧୧୭ ରନର ଇନିଂସ ଖେଳିଛନ୍ତି। ଏବେ ବିରାଟଙ୍କ ଉପରେ ଶ୍ରୀଲଙ୍କାର କୁମାର ସାଙ୍ଗାକାର ୧୪,୨୩୪ ରନ ଓ ସଚିନ ତେନ୍ଦୁଲକର ୧୮,୨୪୬ ରନ ରହିଛନ୍ତି।
ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଆଗରେ ଓ ତାଙ୍କ ହୋମ ଗ୍ରାଉଣ୍ଡରେ ବିରାଟ ତାଙ୍କର ସବୁ ରେକର୍ଡକୁ ଚୂରମାର କରି ଦେଇଛନ୍ତି। ଯେଉଁ ସଚିନଙ୍କୁ ନିଜର ଆଦର୍ଶ ଭାବେ ବିରାଟ ଗ୍ରହଣ କରିଥିଲେ ଆଜି ତାଙ୍କୁ ପଛରେ ପକାଇଛନ୍ତି। ଏଥିସହ କ୍ରିକେଟର ଦୁନିଆର ସେ ବେତାଜ ବାଦଶାହ ବନି ଯାଇଛନ୍ତି।
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମି ଫାଇନାଲ ମ୍ୟାଚ୍ରେ ବିରାଟଙ୍କ ବ୍ୟାଟରୁ ବାହାରିଛି ଐତିହାସିକ ଶତକ। ସେ ଆଜିର ମ୍ୟାଚ୍ରେ ଦମଦାର ବ୍ୟାଟିଂ କରିଥିଲେ। ପ୍ରଥମେ ୫୯ ବଲରୁ ଅର୍ଦ୍ଧଶତକ ହାସଲ କରିଥିବା ବିରାଟ ୯୦ ରନ କରିବା ପରେ ସାମାନ୍ୟ ଧିମା ପଡ଼ିଯାଇଥିଲେ। ସେ ୯୨ ରନ କରିଥିବା ବେଳେ କ୍ରାମ୍ପର ସମ୍ମୁଖୀନ ହୋଇଥିଲେ। ତଥାପି ମୁମ୍ବାଇର ୱାଙ୍ଖେଡେରେ ଶେଷ ହାର ମାନି ନଥିଲେ। କ୍ରାମ୍ପ ସତ୍ତ୍ୱେ ସେ ବ୍ୟାଟିଂ କରିଥିଲେ। ଏଥିସହ ୧୦୬ ବଲରେ ସେ ନିଜର ୫୦ତମ ଶତକ ହାସଲ କରିଥିଲେ। ନିଜେ ସଚିନ ମଧ୍ୟ ତାଳି ମାରି ବିରାଟଙ୍କ ଐତିହାସିକ ରେକର୍ଡକୁ ସ୍ୱାଗତ କରିଥିଲେ।
ପତ୍ନୀ ଅନୁଷ୍କା ଶର୍ମା ପ୍ଲାଇଙ୍ଗ କିସ୍ ଦେଇ ବିରାଟଙ୍କୁ ଶୁଭେଚ୍ଛେ ଜଣାଇଥିଲେ।
ଏହି ଶତକ ପରେ ବିରାଟ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସର୍ବକାଳୀନ ଶତକ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ସଚିନ ଦିନିକିଆ କ୍ରିକେଟରେ ୪୯ଟି ଶତକ ହାସଲ କରିଥିଲେ। ଚଳିତ ବିଶ୍ୱକପର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ରେ ବିରାଟ ୪୯ତମ ଶତକ ହାସଲ କରିଥିଲେ।
𝙈𝙊𝙉𝙐𝙈𝙀𝙉𝙏𝘼𝙇! 🫡🫡
— BCCI (@BCCI) November 15, 2023
Virat Kohli surpasses the legendary Sachin Tendulkar and now has the most centuries in Men's ODIs 👏👏#TeamIndia | #CWC23 | #MenInBlue | #INDvNZ | @imVkohli pic.twitter.com/230u7JAxcJ
ସଚିନଙ୍କ ରେକର୍ଡର ସମକକ୍ଷ ହୋଇଥିଲେ। ହେଲେ ଆଜି ବିଶ୍ୱକପର ନକଆଉଟରେ ବିରାଟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଶତକ ହାସଲ କରିଛନ୍ତି। ଏଥିସହ ସେ ସବୁ ଅପେକ୍ଷର ଅନ୍ତ ମଧ୍ୟ ଘଟାଇଛନ୍ତି। ଏକଦା ସଚିନ କହିଥିଲେ ଯେ ତାଙ୍କ ରେକର୍ଡକୁ କେବଳ ବିରାଟ କୋହଲି କିମ୍ବା ରୋହିତ ଶର୍ମା ଭାଙ୍ଗି ପାରିବେ। ଆଜି ଶତକକୁ ଶତକ ବିରାଟ ତାଙ୍କ ଦିନିକିଆ ଶତକ ରେକର୍ଡକୁ ଭାଙ୍ଗି ଦେଇଛନ୍ତି।
କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଦିନିକିଆ କ୍ରିକେଟରେ ୪୫୨ ଇନିଂସରେ ୪୯ଟି ଶତକ ହାସଲ କରିଥିବା ବେଳେ ବିରାଟ ମାତ୍ର ୨୭୭ ଇନିଂସରେ ଏହି ରେକର୍ଡର ସମକକ୍ଷ ହୋଇଥିଲେ। ଆଜି ୨୭୯ତମ ଇନିଂସରେ ସେ ସଚିନଙ୍କୁ ପଛରେ ପକାଇ ଦେଇଛନ୍ତି।
ରେକର୍ଡ ଉପରେ ଯଦି ନଜର ପକାଇବା ବିରାଟ ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ନିଜ ଦିନିକିଆ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ନିଜର ୫୦ତମ ଶତକ ହାସଲ କରିଛନ୍ତି।
ସେ ଦିନିକିଆରେ ୫୦ଟି ଶତକ ହାସଲ କରିଥିବା ବେଳେ ଟେଷ୍ଟରେ ୨୯ଟି ଶତକ ହାସଲ କରିଛନ୍ତି। ସେହିପରି ଟି-୨୦ରେ ମଧ୍ୟ ସେ ଗୋଟିଏ ସେଞ୍ଚୁରି ମାରିଛନ୍ତି। ବିରାଟଙ୍କ ଅନ୍ତର୍ଜାତୀୟ ଶତକ ସଂଖ୍ୟା ଆଜି ୮୦ରେ ପହଞ୍ଚି ଯାଇଛି।
ଅନ୍ୟପକ୍ଷରେ ଆଜି ଆରମ୍ଭରୁ ଦମଦାର ବ୍ୟାଟିଂ କରୁଥିବା ଗିଲ ୪୧ ବଲରେ ୫୦ ରନ କରିଥିଲେ। ଏହାପରେ ସେ ବଡ଼ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ୧୫୦ ପାର କରାଇବା ସହ ବ୍ୟକ୍ତିଗତ ଭାବେ ୭୯ ରନରେ ପହଞ୍ଚି ଯାଇଥିଲେ।
କିନ୍ତୁ ଏହି ସମୟରେ ସେ ମାଂସପେଶୀ ଜନିତ ସମସ୍ୟାରେ ପଡ଼ିଥିଲେ। ସେ ଜଙ୍ଘରେ କ୍ରାମ୍ପ ଅନୁଭବ କରିବାରୁ ପ୍ରଥମେ ତାଙ୍କୁ ପଡ଼ିଆରେ ଚିକିତ୍ସା ଯୋଗାଇ ଦିଆଯାଇଥିଲା। କିନ୍ତୁ କିଛି ବି ଲାଭ ମିଳି ନଥିଲା। ତେଣୁ ବାଧ୍ୟ ହୋଇ ସେ ଡ୍ରେସିଂ ରୁମକୁ ଫେରି ଯାଇଛନ୍ତି। ଡ୍ରେସିଂ ରୁମକୁ ଫେରିବା ବେଳକୁ ଗିଲ ୬୫ ବଲରେ ୭୯ ରନର ଇନିଂସ ଖେଳିଥିଲେ। ଆଜି ସେ ୮ଟି ଚୌକା ଓ ୩ଟି ଛକା ମାରିଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗିଲ ଚଳିତ ବିଶ୍ୱକପରେ ଆଜି ୪ର୍ଥ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେହିପରି ତାଙ୍କ ଦିନିକିଆ କ୍ୟାରିୟରରେ ଏହା ୧୩ତମ ଅର୍ଦ୍ଧଶତକ।
ଆଜି ମୁମ୍ବାଇରେ ସେ ଭଲ ପ୍ରଦର୍ଶନ କରିଥିଲେ। ଲାଗୁଥିଲା ଗିଲଙ୍କ ବ୍ୟାଟରୁ ଚଳିତ ବିଶ୍ୱକପରେ ପ୍ରଥମ ଶତକ ଦେଖିବାକୁ ମିଳିବ। ହେଲେ ଆହତ ସମସ୍ୟା ଯୋଗୁ ତାଙ୍କୁ ଡ୍ରେସିଂ ରୁମକୁ ଫେରିବାକୁ ପଡ଼ିଛି। ସେ ସୁସ୍ଥ ହେବା ପରେ ପୁଣି ଚାହିଁଲେ ବ୍ୟାଟିଂ କରିବାକୁ ଆସି ପାରିବେ। ତାଙ୍କ ବଦଳରେ ବିରାଟ କୋହଲିଙ୍କୁ ସାଥ ଦେବାକୁ ଶ୍ରେୟସ ଆୟର ଆସିଛନ୍ତି। ଉଭୟ ଦଳୟ ସ୍କୋରକୁ ଦ୍ରୁତ ଗତିରେ ଆଗକୁ ନେବା ପାଇଁ ଚେଷ୍ଟା କରୁଛନ୍ତି। ୨୮ ଓଭର ସୁଦ୍ଧା ଭାରତ ଗୋଟିଏ ୱିକେଟ ହରାଇ ୧୯୭ ରନ କରି ନେଇଛି।
ଏଥିସହ ବିରାଟଙ୍କ ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡ LBW ଅପିଲ ମଧ୍ୟ କରିଥିଲା। ଅମ୍ପାୟାର ଏହାକୁ ଆଉଟ ଦେଇ ନଥିଲେ। ତଥାପି କେନ ୱିଲିୟମସନ ଡିଆରଏସ୍ ନେଇଥିଲେ। ବଲ ବ୍ୟାଟରେ ମାଡ଼ ହୋଇ ବିରାଟଙ୍କ ପ୍ୟାଡରେ ମାଡ଼ ହୋଇଥିବା ସ୍ପଷ୍ଟ ହୋଇଥିଲା।
ଏହା ଦେଖି ପୂରା ଷ୍ଟାଡିୟମର ଦର୍ଶକ ଆଶ୍ୱସ୍ତି ଅନୁଭବ କରିଥିଲେ। ଷ୍ଟାଡିୟମରେ ଉପସ୍ଥିତ ଥିବା ବିରାଟଙ୍କ ପତ୍ନୀ ତଥା ଅଭିନେତ୍ରୀ ମଧ୍ୟ ଦୀର୍ଘ ନିଃଶ୍ୱାସ ନେବା ସହ ଆଶ୍ୱସ୍ତି ଅନୁଭବ କରିଥିଲେ। ଏହାର ଭିଡିଓ ସାମ୍ନାକୁ ଆସିଛି। ସେ ହାତ ଯୋଡ଼ି ଦୀର୍ଘ ନିଃଶ୍ୱାସ ମାରୁଥିବା ବେଳର ଭିଡିଓ ଭାଇରାଲ ହୋଇଛି।
ଏହି ନଟଆଉଟ ପରେ ବିରାଟ ଦମଦାର ବ୍ୟାଟିଂ ଆରମ୍ଭ କରିଛନ୍ତି। ସେ ଓ ଶୁବମନ ଗିଲ ଭାରତର ସ୍କୋରକୁ ଆଗକୁ ନେବାକୁ ଲାଗିଛନ୍ତି। ଗିଲଙ୍କ ମଧ୍ୟ ୪୧ ବଲରେ ଅର୍ଦ୍ଧଶତକ ହାସଲ କରିବା ପରେ ବ୍ୟାଟିଂ ଗିୟର ବଦଳାଇଛନ୍ତି। ବିରାଟ ମଧ୍ୟ ୩୦ ରନ ପାର କରି ସାରିଲେ।
MOOD EVERY BALL pic.twitter.com/g0CSMbObCj
— adi. (@aaditeaa) November 15, 2023
୨୦୧୧ ବିଶ୍ୱ ବିଜେତା ଭାରତ ଆଜି ଟସ୍ ଜିତି ୱାଙ୍ଖେଡେରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ରୋହିତ ଶର୍ମା ଏକମାତ୍ର ବ୍ୟାଟର ଭାବେ ୨୯ ବଲରେ ୪୭ ରନ କରି ଆଉଟ ହୋଇଛନ୍ତି। ୨୩ ଓଭର ସୁଦ୍ଧା ଭାରତର ସ୍କୋର ୧୬୫/୧ରେ ପହଞ୍ଚି ଯାଇଛି।
ଭାରତ ବ୍ୟତୀତ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ସେମିକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ବୁଧବାର ଭାରତ ଓ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ସେମି ଫାଇନାଲ ଖେଳାଯିବ। ସେହିପରି ଗୁରୁବାର ଦ୍ୱିତୀୟ ସେମି ଫାଇନାଲରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବ।
ଲିଗ ପର୍ଯ୍ୟାୟ ପରେ ସବୁଥର ଭଳି ଏଥର ବି କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟ ନିଜ ପସନ୍ଦର ବିଶ୍ୱକପ ଟିମ ବାଛିଛି। ଏହି ଟିମର ଅଧିନାୟକ ଭାବେ ବିରାଟ କୋହଲିଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ୧୨ ଜଣିଆ ସ୍କ୍ୱାଡରେ ବିରାଟଙ୍କ ବ୍ୟତୀତ ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା ଓ ରବୀନ୍ଦ୍ର ଜାଡେଜା ସ୍ଥାନ ପାଇଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କ୍ରିକେଟ ଅଷ୍ଟ୍ରେଲିଆର ବିଶ୍ୱକପ ଟିମରେ ଭାରତର ଅଧିନାୟକ ରୋହିତ ଶର୍ମା ନାହାନ୍ତି। ସେହିପରି ପାକିସ୍ତାନର କୌଣସି ଖେଳାଳିଙ୍କୁ କ୍ରିକେଟ ଅଷ୍ଟ୍ରେଲିଆ ତା’ର ବିଶ୍ୱକପ ଟିମରେ ରଖି ନାହିଁ।
ଶ୍ରୀଲଙ୍କାର ଏକମାତ୍ର ଖେଳାଳି ଭାବେ ବାମହାତୀ ଦ୍ରୁତ ବୋଲର ଦିଲସାନ ମଧୁଶଙ୍କା ଟିମରେ ସ୍ଥାନ ପାଇଛନ୍ତି। ତାଙ୍କୁ ଦ୍ୱାଦଶ ଖେଳାଳି ଭାବେ ରଖାଯାଇଛି। ମଧୁଶଙ୍କା ଚଳିତ ବିଶ୍ୱକପରେ ୯ ମ୍ୟାଚ୍ ଖେଳି ୨୧ ୱିକେଟ ନେଇଛନ୍ତି। ତାଙ୍କ ବୋଲିଂ ଇକୋନୋମି ୬.୭୦ ରହିଥିଲା। ଏଥିପାଇଁ ତାଙ୍କୁ ବିଶ୍ୱକପ ଟିମରେ ସୁଯୋଗ ମିଳିଛି।
କ୍ରିକେଟ ଅଷ୍ଟ୍ରେଲିଆର ବିଶ୍ୱକପ ଟିମ: କ୍ୱିଣ୍ଟନ ଡି’କକ(ଦକ୍ଷିଣ ଆଫ୍ରିକା), ଡାଭିଡ ୱାର୍ଣ୍ଣର(ଅଷ୍ଟ୍ରେଲିଆ), ରଚିନ ରବୀନ୍ଦ୍ର (ନ୍ୟୁଜିଲ୍ୟାଣ୍ଡ), ବିରାଟ କୋହଲି(ଭାରତ), ଏଡେନ ମାର୍କରମ(ଦକ୍ଷିଣ ଆଫ୍ରିକା), ଗ୍ଲେନ ମ୍ୟାକ୍ସୱେଲ(ଅଷ୍ଟ୍ରେଲିଆ), ମାର୍କୋ ୟାନସେନ(ଦକ୍ଷିଣ ଆଫ୍ରିକା), ରବୀନ୍ଦ୍ର ଜାଡେଜା(ଭାରତ), ମହମ୍ମଦ ଶାମି (ଭାରତ), ଆଡାମ ଜାମ୍ପା (ଅଷ୍ଟ୍ରେଲିଆ), ଯଶପ୍ରୀତ ବୁମ୍ରା(ଭାରତ) ଓ ଦ୍ୱାଦଶ ଖେଳାଳି ଦିଲସାନ ମଧୁଶଙ୍କା(ଶ୍ରୀଲଙ୍କା)।
ଭାରତ ପୂରା ଡଚ୍ ଟିମ ଉପରେ ଚାପ ପକାଇ ହାତ ଖୋଲା ଶଟ ଖେଳିବାକୁ ଦେଇ ନଥିଲା। ଏସବୁ ଭିତରେ ଚିନ୍ନାସ୍ୱାମୀର ଦର୍ଶକଙ୍କୁ ଉତ୍ସାହିତ କରିବା ପାଇଁ ଆଜି ଭାରତର ଅଧିନାୟକ ରୋହିତ ଶର୍ମା ନିଜର ପାର୍ଟଟାଇମ ବୋଲରମାନଙ୍କୁ ମଧ୍ୟ ବୋଲିଂ କରିବାକୁ ଦେଇଛନ୍ତି।
ପ୍ରଥମେ ବିରାଟ କୋହଲି ବୋଲିଂ କରିଥିଲେ। ସେ କେବଳ ବୋଲିଂ କରି ନାହାନ୍ତି ବରଂ ଡଚ୍ ଟିମର ଅଧିନାୟକ ସ୍କଟ ଏଡୱାର୍ଡସଙ୍କ ୱିକେଟ ମଧ୍ୟ ନେଇଛନ୍ତି। ବିରାଟ ଆଜି ୩ ଓଭର ବୋଲିଂ କରି ୧୩ ରନ ଦେବା ସହ ଗୋଟିଏ ୱିକେଟ ନେଇଛନ୍ତି। ବିରାଟଙ୍କ ପରେ ଶୁବମନ ଗିଲ ବୋଲିଂ କରିଥିଲେ। ସେ ୨ ଓଭର୍ରେ ୧୧ ରନ ଦେଇଥିବା ବେଳେ କୌଣସି ୱିକେଟ ପାଇ ନାହାନ୍ତି।
ତୃତୀୟ ପାର୍ଟଟାଇମ ବୋଲର ଭାବେ ସୂର୍ଯ୍ୟ କୁମାର ଯାଦବ ନିଜର ହାତ ଖୋଲିଥିଲେ। ପ୍ରଥମଥର ପାଇଁ ସୂର୍ଯ୍ୟଙ୍କୁ କୌଣସି ଦିନିକିଆରେ ବୋଲିଂ କରିବାକୁ ଦେଖିବାକୁ ମିଳିଛି। ସେ ମଧ୍ୟ ଗିଲଙ୍କ ଭଳି ୨ ଓଭର ବୋଲିଂ କରିଛନ୍ତି।
କିନ୍ତୁ ୨ ଓଭର୍ରେ ସୂର୍ଯ୍ୟ କୁମାର ୧୭ ରନ ଖର୍ଚ୍ଚ କରିଛନ୍ତି। ତାଙ୍କ ବି ୱିକେଟ ମିଳିନି। ପାର୍ଟଟାଇମ ବୋଲର ମିଳିତ ଭାବେ ୭ ଓଭର ବୋଲିଂ କରିଛନ୍ତି। ଏମାନଙ୍କ ବୋଲିଂ ସରିବା ପରେ ରୋହିତ ନିଜର ନିୟମିତ ବୋଲରମାନଙ୍କୁ ପୁଣି ଫେରିଥିଲେ।
ତେବେ ପାର୍ଟଟାଇମ ବୋଲରମାନେ ବୋଲିଂ କରିବା ବେଳେ ଦର୍ଶକମାନେ ବେଶ ଉତ୍ସାହିତ ହୋଇପଡ଼ିଥିଲେ। ସେମାନେ କରତାଳି ଦେଇ ସମସ୍ତଙ୍କୁ ବୋଲିଂ କରିବାକୁ ଉତ୍ସାହିତ କରିଥିଲେ। ବିଶେଷ କରି ବିରାଟଙ୍କ ବୋଲିଂ ବେଳେ ପୂରା ଷ୍ଟାଡିୟମ ଦର୍ଶକଙ୍କ ଉତ୍ସାହରେ ପଫାଟି ପଡ଼ିଥିଲା।
ବିରାଟ ୱିକେଟ ନେବା ପରେ ପୂରା ଚିନ୍ନାସ୍ୱାମୀ ଷ୍ଟାଡିୟମ ଉତ୍ସବ ମନାଇଥିଲା। ଷ୍ଟାଣ୍ଡରେ ବସିଥିବା ବିରାଟଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଖୁସିରେ ଆତ୍ମବିଭୋର ହୋଇଯାଇଥିଲେ। ତାଙ୍କୁ ଇଙ୍ଗିତ କରି ବିରାଟ ୱିକେଟର ସେଲିବ୍ରେସନ ମଧ୍ୟ କରିଥିଲେ।
ନେଦରଲ୍ୟାଣ୍ଡ୍ସ ଆଗରେ ଭାରତ ୪୧୧ ରନର ଟାର୍ଗେଟ ରଖିବା ପରେ ଆରମ୍ଭରୁ ଦମଦାର ବୋଲିଂ କରିଥିଲା। ଭାରତର ବୋଲିଂ ଚାଲିଥିବା ବେଳେ ଚିନ୍ନାସ୍ୱାମୀର ଦର୍ଶକ ଏକାସ୍ୱରରେ ବିରାଟଙ୍କୁ ବୋଲିଂ ଦେବାକୁ ନାରା ଦେଇଥିଲେ। ଲୋକଙ୍କ କଥା ଅଧିନାୟକ ରୋହିତ ଶର୍ମାଙ୍କ କାନରେ ମଧ୍ୟ ପଡ଼ିଥିଲା।
Kohli ko bowling do part 3 pic.twitter.com/sWgCW5luXS
— A (@_shortarmjab_) November 12, 2023
ସେ କିଛି ସମୟ ପରେ ଅର୍ଥାତ ୨୩ତମ ଓଭରରେ ବିରାଟଙ୍କୁ ବୋଲିଂ ଦେଇଥିଲେ। ବିରାଟ ମଧ୍ୟ ଠିକଠାକ ବୋଲିଂ କରିଥିଲେ। ପ୍ରଥମ ଓଭରରେ ସେ ୭ ରନ ଦେଇଥିଲେ। ତେବେ ଦ୍ୱିତୀୟ ଓଭର୍ ତୃତୀୟ ବଲରେ ସେ ଏଡୱାର୍ଡସ(୧୭)ଙ୍କୁ ଆଉଟ କରି ଚହଳ ସୃଷ୍ଟି କରିଥିଲେ। ସେ ଲେଗ ସାଇଡ୍ରେ ବଲ ପକାଇଥିଲେ ମଧ୍ୟ ଏଡୱାର୍ଡସ ୧ ରନ ପାଇଁ ଖେଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବଲ ବ୍ୟାଟରେ ବାଜି ସିଧା ୱିକେଟ କିପର କେଏଲ ରାହୁଲଙ୍କ ହାତରେ ପଡ଼ିଥିଲା। ଏଥିସହ ବିରାଟ ଚଳିତ ବିଶ୍ୱକପରେ ନିଜର ପ୍ରଥମ ୱିକେଟ ଦଖଲ କରିଥିଲେ। ନିଜର ତୃତୀୟ ଓଭର୍ରେ ବିରାଟ ୫ ରନ ଦେଇଥିଲେ।
ଏହାପୂର୍ବରୁ ବିରାଟ ବାଂଲାଦେଶ ବିପକ୍ଷରେ ମଧ୍ୟ ବୋଲିଂ କରିଥିଲେ। ଉକ୍ତ ମ୍ୟାଚ୍ରେ ସେ ମାତ୍ର ୩ଟି ବଲ ପକାଇ ୨ ରନ ଦେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରୁଥିବା ବେଳେ ଆହତ ହୋଇଥିଲେ। ଏଥିପାଇଁ ତାଙ୍କ ଓଭରର ୩ଟି ବଲ ପକାଇବାକୁ ବିରାଟ କୋହଲି ଆସିଥିଲେ।
ବିରାଟ ଶେଷ ଥର ପାଇଁ ୨୦୧୪ରେ ଦିନିକିଆ ରେ ୱିକେଟ ନେଇଥିଲେ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତାଙ୍କୁ ୱିକେଟ ମିଳିଥିଲା। ଏହାପରେ ସେ ୧୨ଟି ଇନିଂସରେ ବୋଲିଂ କରିଥିଲେ ମଧ୍ୟ କେବେ ହେଲେ ଦିନିକିଆରେ ୱିକେଟ ଦଖଲ କରିପାରି ନଥିଲେ।
ସେହିପରି ବେଙ୍ଗାଲୁରୁ ମ୍ୟାଚ୍ ପୂର୍ବରୁ ବିରାଟଙ୍କୁ ଶେଷଥର ପାଇଁ ୨୦୧୬ ମସିହାରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ରେ ୱିକେଟ ମିଳିଥିଲା। ସେ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ବିଶ୍ୱକପରେ ୱିକେ ନେବାକୁ ସକ୍ଷମ ହୋଇଥିଲେ।
ଆଜିର ମ୍ୟାଚ୍ରେ ବିରାଟ ଏଯାଏ ୩ ଓଭର ବୋଲିଂ କରି ୧୩ ରନ ଦେବା ସହ ଗୋଟିଏ ୱିକେଟ ନେଇଛନ୍ତି। ବିରାଟଙ୍କ ବ୍ୟତୀତ ଓପନର ଶୁବମନ ଗିଲ ମଧ୍ୟ ଆଜି ବୋଲିଂ କରିଛନ୍ତି। ସେ ୨ ଓଭରରେ ୧୧ ରନ ଦେଇଛନ୍ତି।
ଏହା ତାଙ୍କ ଦିନିକିଆ କ୍ୟାରିୟରର ୭୧ତମ ଅର୍ଦ୍ଧଶତକ। ଆଜିର ଇନିଂସ ପରେ ସେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଆଉ ଏକ ବିଶ୍ୱକପ ରେକର୍ଡ ସହ ସମକକ୍ଷ ହୋଇଛନ୍ତି। ପୂର୍ବ ମ୍ୟାଚ୍ରେ ସେ ଶତକ ହାସଲ କରି ସଚିନ ସର୍ବକାଳୀନ ଦିନିକିଆ ରେକର୍ଡର ସମକକ୍ଷ ହୋଇଥିଲେ।
ଉଭୟ ସଚିନ ଓ ବିରାଟ ଏବେ ଦିନିକିଆରେ ୪୯ଟି ଶତକ ମାରିବାର ରେକର୍ଡ ନିଜ ନାଁରେ କରିଛନ୍ତି। ବିରାଟ ଆଉ ଗୋଟିଏ ଶତକ ମାରିବା କ୍ଷଣି ବିଶ୍ୱର ପ୍ରଥମ ବ୍ୟାଟର ଭାବେ ଶତକରେ ହାଫ ସେଞ୍ଚୁରୀ ହାସଲ କରିବାର ରେକର୍ଡ କରିବେ।
ତେବେ ଆଜି ୫୩ ବଲରେ ୫ ଚୌକା ଓ ଗୋଟିଏ ଛକା ବଳରେ ବିରାଟ ୫୦ ରନ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ୫୧ ରନ କରି ଆଉଟ ହୋଇ ଯାଇଥିଲେ। ତେବେ ଏହା ଚଳିତ ବିଶ୍ୱକପରେ ବିରାଟଙ୍କ ୭ ତମ ୫୦+ ସ୍କୋର।
କୌଣସି ବିଶ୍ୱକପରେ ୭ ଥର ୫୦ରୁ ଅଧିକ ରନ କରିବାରର ରେକର୍ଡ ସଚିନଙ୍କ ନାଁରେ ଥିଲା। ଆଜି ବିରାଟ ଏହାର ସମକକ୍ଷ ହୋଇଛନ୍ତି। ସଚିନ ତେନ୍ଦୁଲକର ୨୦୦୩ ବିଶ୍ୱକପରେ ୭ଥର ୫୦ରୁ ଅଧିକ ରନ କରିଥିଲେ।
ବିରାଟ ୨୦୨୩ରେ ଏପରି କରିବାକୁ ସକ୍ଷମ ହୋଇଛନ୍ତି। ବିରାଟ ଓ ସଚିନଙ୍କ ବ୍ୟତୀତ ବାଂଲାଦେଶର ଅଧିନାୟକ ସାକିବ ଅଲ ହାସନ ମଧ୍ୟ ୨୦୧୯ ବିଶ୍ୱକପରେ ୭ଥର ୫୦ରୁ ଅଧିକ ରନ ସ୍କୋର କରିଥିଲେ।
ଅନ୍ୟପକ୍ଷରେ ଚଳିତ ବିଶ୍ୱକପରେ ବିରାଟ ସର୍ବାଧିକ ରନ ହାସଲକାରୀ ବ୍ୟାଟର ମଧ୍ୟ ହୋଇ ଯାଇଛନ୍ତି। ବିରାଟ ଏଯାଏ ବିଶ୍ୱକପରେ ୫୯୪ ରନ କରିଛନ୍ତି। ତାଙ୍କ ପଛକୁ ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି’କକ ୫୯୧ ରନ ସହ ରହିଛନ୍ତି। ବିରାଟ ଆଉ ୬ ରନ କରିବା ପରେ ତୃତୀୟ ଭାରତୀୟ ବ୍ୟାଟର ଭାବେ କୌଣସି ବିଶ୍ୱକପରେ ୬୦୦ ରନ କରିବାର କୀର୍ତ୍ତିମାନ ହାସଲ କରିବେ।
ପୂର୍ବରୁ ଏହି ରେକର୍ଡ ସଚିନ ତେନ୍ଦୁଲକର ଓ ରୋହିତ ଶର୍ମାଙ୍କ ନାଁରେ ରହିଛି। ସେହିପରି ବିଶ୍ୱର ୬ଷ୍ଠ ବ୍ୟାଟର ଭାବେ ୬୦୦ ରନର ମାଇଲଖୁଣ୍ଟ ଅତିକ୍ରମ କରିବେ।
୨୦୦୩ ବିଶ୍ୱକପରେ ସଚିନ ୬୭୩ ରନ କରିଥିବା ବେଳେ ୨୦୦୭ରେ ମାଥ୍ୟୁ ହେଡେନ ୬୫୯, ୨୦୧୯ରେ ରୋହିତ ଶର୍ମା ୬୪୮, ୨୦୧୯ରେ ଡାଭିଡ ୱାର୍ଣ୍ଣର ୬୪୭, ୨୦୧୯ରେ ସାକିବ ୬୦୬ ରନ କରିଥିଲେ।
ଅର୍ଦ୍ଧଶତକ ହାସଲ କରିବା ପରେ ସେ ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ୫୧ ରନ କରି ପଲ ଭାନ ମିକରନଙ୍କ ବଲରେ ବାଉଣ୍ଡରୀ ପାଖରେ କ୍ୟାଚ୍ ହୋଇ ଯାଇଛନ୍ତି। ଆଉଟ ହେବା ପୂର୍ବରୁ ସେ ରୋହିତଙ୍କ ସହ ମିଶି ପ୍ରଥମ ୱିକେଟ ପାଇଁ ୧୦୦ ରନର ଭାଗିଦାରୀ କରିଥିଲେ।
୩୨ ବଲରେ ୫୧ ରନର ଇନିଂସ ଖେଳିଥିବା ଗିଲ୍ ୩ଟି ଚୌକା ଓ ୪ଟି ଛକା ମାରିଛନ୍ତି। ଏହି ୪ ଛକା ମଧ୍ୟରୁ ଗୋଟିଏ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମର ପାର୍କିଂରେ ପଡ଼ିଥିଲା। ଆର୍ଯ୍ୟନ ଦତ୍ତଙ୍କ ବଲକୁ ସେ ଏପରି ବିଶାଳ ଛକା ମାରିଥିଲେ।
ଗିଲ୍ ଆଉଟ ହୋଇଥିଲେ ମଧ୍ୟ ରୋହିତ ଶର୍ମା ୪୪ ବଲରେ ଚଳିତ ବିଶ୍ୱକପରେ ଆଉ ଏକ ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କ ସହ ଇନଫର୍ମ ବିରାଟ କୋହଲି ଅଛନ୍ତି। ବେଙ୍ଗାଲୁରୁ ହେଉଛି ବିରାଟଙ୍କ ଦ୍ୱିତୀୟ ଘର। କାରଣ ୨୦୦୮ରୁ ସେ ଆଇପିଏଲରେ ଆରସିବି ପଟୁ ଖେଳି ଆସୁଛନ୍ତି। ତେଣୁ ଆଜି ତାଙ୍କ ବ୍ୟାଟରୁ ରେକର୍ଡ ୫୦ତମ ଶତକ ଦେଖିବାକୁ ସମସ୍ତେ ଅପେକ୍ଷା କରିଛନ୍ତି।
ରିପୋର୍ଟ ଲେଖା ହେବା ବେଳକୁ ଭାରତ ୧୪ ଓଭର୍ରେ ଗୋଟିଏ ୱିକେଟ ହରାଇ ୧୦୯ ରନ କରି ନେଇଛି। ରୋହିତ ୫୨ ଓ ବିରାଟ ୩ ରନ କରି ଅପରାଜିତ ରହିଛନ୍ତି।
ପୁଣି ଥରେ ଅନୁଷ୍କା ଓ କ୍ରିକେଟର ବିରାଟ କୋହଲିଙ୍କ ଘରକୁ ଆସିବେ କୁନି ଅତିଥି। ଦ୍ୱିତୀୟ ଥର ପାଇଁ ମା' ହେବାକୁ ଯାଉଛନ୍ତି ଅନୁଷ୍କା ଶର୍ମା। ନିକଟରେ ବିରାଟ ଓ ଅନୁଷ୍କାଙ୍କୁ ବେଙ୍ଗାଲରୁରେ ଏକାଠି ଦେଖିବାକୁ ମିଳିଥିଲା। ଏହି ସମୟରେ ଅନୁଷ୍କା ନିଜ ବେବି ବମ୍ପ ସହ ନଜର ଆସିଥିଲେ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଅନୁଷ୍କା ଢ଼ିଲା ପୋଷାକ ପିନ୍ଧିବା ସହ ବିରାଟଙ୍କ ହାତ ଧରି ଆଉଟିଂରେ ଯାଉଛନ୍ତି। ଉଭୟ ବେଙ୍ଗାଲୁରୁର ଏକ ହୋଟେଲ ବାହାରେ ନଜର ଆସିଛନ୍ତି। ଅନୁଷ୍କା କଳା ରଙ୍ଗର ଶର୍ଟ ଲୁଜ୍ ଡ୍ରେସ୍ ପିନ୍ଧିଛନ୍ତି। ଏହି ଡ୍ରେସ ଜରିଆରେ ସେ ନିଜର ବେବି ବମ୍ପକୁ ଲୁଚାଇବାକୁ ଚେଷ୍ଟା କରୁଥିବା ନଜର ଆସିଛନ୍ତି। କେବଳ ସେତିକି ନୁହେଁ ସେ ନିଜ ପେଟ ଉପରେ ହାତ ଦେଇ ଲୁଚାଇବାକୁ ଚେଷ୍ଟା କରିଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଅନୁଷ୍କା ପୁଣି ଥରେ ମା' ହେବାକୁ ଯାଉଥିବା ନେଇ ଫ୍ୟାନ୍ମାନଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଗର୍ଭବତୀ ହେବା ଖବର ଅନେକ ଦିନ ଧରି ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ପ୍ରକୃତରେ ସେ ଦ୍ୱିତୀୟ ଥର ପାଇଁ ଗର୍ଭବତୀ ଅଛନ୍ତି ନା ନାହିଁ ସେ ନେଇ ସସ୍ପେନ୍ସ ଜାରି ରହିଛି। ଆଜି ପର୍ଯ୍ୟନ୍ତ ବିରାଟ-ଅନୁଷ୍କା ଏନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ନିକଟରେ ଭାରତ ବନାମ ଅଷ୍ଟ୍ରେଲିଆ କ୍ରିକେଟ୍ ମ୍ୟାଚରେ ଅନୁଷ୍କା ବିରାଟଙ୍କ ପାଇଁ ଖୁସି ଥିବା ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ମଧ୍ୟ ସେ ଏକ ଧଳା ରଙ୍ଗର ଢ଼ିଲା ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିଲା।
ଏଥିସହ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସର୍ବାକାଳୀନ ଶତକ ରେକର୍ଡ ସହ ସମକକ୍ଷ ହୋଇଥିଲା। ଏହି ରେକର୍ଡ ବ୍ୟତୀତ ଉକ୍ତ ମ୍ୟାଚ୍ରେ ଆଉ ଏକ ରେକର୍ଡ ସୃଷ୍ଟି ହୋଇଛି। ବିଶ୍ୱକପ ଷ୍ଟାର ନେଟୱର୍କ ବ୍ୟତୀତ Disney+ Hotstarରେ ମଧ୍ୟ ସିଧାପ୍ରସାରଣ ହେଉଛି। ଏବେ Disney+ Hotstarରେ ଯୋଡ଼ି ହୋଇଯାଇଛି ନୂଆ ରେକର୍ଡ। ରବିବାର ମ୍ୟାଚ୍କୁ Disney+ Hotstarରେ ଦେଖିଛନ୍ତି ରେକର୍ଡ ସଂଖ୍ୟକ ଲୋକ। ପୂର୍ବରୁ Disney+ Hotstar ଯେଉଁ ସବୁ ରେକର୍ଡ କରିଥିଲା, ସେସବୁ ବିରାଟଙ୍କ ଶତକ ସହ ଭାଙ୍ଗି ଯାଇଛି।
ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍କୁ ଗୋଟିଏ ସମୟରେ ୪.୪ କୋଟି ଲୋକ Disney+ Hotstarରେ ଦେଖିଥିଲେ। ଏହାପୂର୍ବରୁ କେବେ ହେଲେ କୌଣସି ମ୍ୟାଚ୍କୁ ଡିଜିଟାଲ ପ୍ଲାଟଫର୍ମରେ ଏତେ ଲୋକ ଦେଖି ନଥିଲେ। ଉକ୍ତ ମ୍ୟାଚ୍ର Viewership ଫିଫା ବିଶ୍ୱକପର ଫାଇନାଲ ମ୍ୟାଚର ରେକର୍ଡକୁ ମଧ୍ୟ ପଛରେ ପକାଇ ଦେଇଛି।
୨୦୨୨ରେ କତାରରେ ଖେଳା ଯାଉଥିବା ଫିଫା ବିଶ୍ୱକପର ସିଧାପ୍ରସାରଣ ଜିଓ ସିନେମାରେ ହେଉଥିଲା। ଫାଇନାଲ ମ୍ୟାଚ୍ରେ ଆର୍ଜେଣ୍ଟିନା ଓ ଫ୍ରାନ୍ସ ମୁହାଁମୁହିଁ ହେଇଥିଲେ। ଏହି ମ୍ୟାଚ୍କୁ ୩୨ ମିଲିୟନ ବା ୩.୨ କୋଟି ଲୋକ ଜିଓ ସିନେମାରେ ଲାଇଭ ଦେଖିଥିଲେ।
କିନ୍ତୁ ଭାରତ ଓ ଦକ୍ଷିଣ ଆଫ୍ରିକା ବିଶ୍ୱକପ ମ୍ୟାଚ୍କୁ Disney+ Hotstarରେ ୪.୪ କୋଟି ଲୋକ ଦେଖିଛନ୍ତି। ଲାଇଭରେ କୌଣସି ମ୍ୟାଚ୍କୁ ଏତେ ସଂଖ୍ୟକ ଲୋକ ଦେଖିବା ପ୍ରଥମ ଘଟଣା।
ପୂର୍ବରୁ Disney+ Hotstar ନାଁରେ ୪.୩ କୋଟି ରେକର୍ଡ ଥିଲା। ଅକ୍ଟୋବର ୨୨ରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍କୁ Disney+ Hotstarରେ ୪.୩ କୋଟି ଲୋକ ଦେଖିଥିଲେ। କେବଳ Disney+ Hotstarରେ ୪.୩ କୋଟି ଲୋକ ମ୍ୟାଚ୍ ଦେଖୁଥିବା ବେଳେ ଟିଭିରେ ମଧ୍ୟ କୋଟି କୋଟି ଲୋକ ମ୍ୟାଚ୍ର ମଜା ଉଠାଇଥିଲେ।
ଏହାବାଦ ଷ୍ଟାଡିୟମରେ ମଧ୍ୟ ହାଉସ ଫୁଲ ଥିଲା। ତେଣୁ ମ୍ୟାଚ୍କୁ କୋଟି କୋଟି ଲୋକ ଦେଖିଥିଲା। ଏବେ ଏହି ରେକର୍ଡକୁ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଭାଙ୍ଗି ଦେଇଛି। ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍କୁ Disney+ Hotstarରେ ଗୋଟିଏ ସମୟରେ ୩.୫ କୋଟି ଲୋକ ଦେଖିଥିଲେ। ଏହା ସଂସ୍ଥାର ସର୍ବକାଳୀନ ରେକର୍ଡ ଥିଲା।
ଏସିଆ କପ ଭଳି Disney+ Hotstarରେ ଲୋକମାନେ ବିଶ୍ୱକପର ମଜା ମଧ୍ୟ ବିନା ସବସ୍କ୍ରିବସନରେ ଉଠାଇ ପାରୁଛନ୍ତି। ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ୍କୁ ୨.୮ କୋଟି ଲୋକ ଦେଖିଥିଲେ। ଏହି ରେକର୍ଡ ଅକ୍ଟୋବର ୧୪ ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ୍ ବେଳେ ଭାଙ୍ଗିଥିଲା।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କୌଣସି ଅନଲାଇନ ପ୍ଲାଟଫର୍ମରେ କ୍ରିକେଟ ମ୍ୟାଚ୍କୁ ଏତେ ସଂଖ୍ୟକ ଲୋକ ଲାଇଭ ଦେଖିବା ପ୍ରଥମ ଘଟଣା। ପୂର୍ବରୁ ଜିଓ ସିନେମାରେ ଆଇପିଏଲର ପ୍ରସାରଣ କରାଯାଉଥିଲା।
ମେ’ ୨୯ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳା ଯାଇଥିବା ଫାଇନାଲ ମ୍ୟାଚ୍କୁ ୩.୨ କୋଟି ଲୋକ ଦେଖିଥିଲେ। ଏହି ରେକର୍ଡକୁ ମଧ୍ୟ ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ ଭାଙ୍ଗି ଦେଇଛି।
୧୦ ୱିକେଟରେ ପାକିସ୍ତାନ ଠାରୁ ଜିତିବା ପରେ ଭାରତକୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏହାର ଠିକ ଗୋଟିଏ ବର୍ଷ ପରେ ଅଷ୍ଟ୍ରେଲିଆରେ ଖେଳା ଯାଇଥିବା ଟି-୨୦ ବିଶ୍ୱକପରେ ରୋହିତ ଶର୍ମା ଭାରତ କମାଣ ଧରିଥିଲେ। କିନ୍ତୁ ପାକିସ୍ତାନକୁ ବିରାଟ କୋହଲି ୮୨ ରନର ଚମତ୍କାର ଇନିଂସ ଖେଳି ହରାଇଥିଲେ। ବିରାଟଙ୍କ ସର୍ବଶ୍ରେଷ୍ଠ ଇନିଂସ ମଧ୍ୟରୁ ଏହା ଅନ୍ୟତମ।
୨୦୨୧ ଟି-୨୦ ବିଶ୍ୱକପର ଉକ୍ତ ମ୍ୟାଚ୍ରେ ବାବର ଆଜମ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନର ଷ୍ଟାର ଫାଷ୍ଟ ବୋଲର ଶାହୀନ ଶାହ ଆଫ୍ରିଦି ପ୍ରଥମ ଦୁଇ ଓଭର୍ରେ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ରୋହିତ ଶର୍ମାଙ୍କୁ ସେ ଶୂନ ଓ କେଏଲ ରାହୁଲଙ୍କୁ ମାତ୍ର ୩ ରନରେ ପ୍ୟାଭିଲିୟନ ପଠାଇ ଦେଇଥିଲେ।
ବିରାଟ ଅଧିନାୟକ ଭାବେ ଲଢ଼େଇ କରି ୪୯ ବଲରେ ୫୭ ରନ କରିଥିଲେ। ଏହି ଇନିଂସରେ ସେ ୫ଟି ଚୌକା ଓ ଗୋଟିଏ ଛକା ମଧ୍ୟ ମାରିଥିଲେ। ବିରାଟଙ୍କ ପରେ ଋଷଭ ପନ୍ତ ୩୦ ବଲରେ ୩୯ କରିବାକୁ ଭାରତ ୨୦ ଓଭର୍ରେ ୭ ୱିକେଟ ହରାଇ ୧୫୧ ରନ କରିବାକୁ ସକ୍ଷମ ହୋଇଥିଲା।
ଏହାର ଜବାବରେ ପାକିସ୍ତାନର ଦୁଇ ଓପନର ମହମ୍ମଦ ରିଜୱାନ ଓ ବାବର ଆଜମ ଭାରତୀୟ ବୋଲରଙ୍କୁ କୌଣସି ପ୍ରଭାବ ବିସ୍ତାର କରିବାକୁ ଦେଇ ନଥିଲେ। ପାକିସ୍ତାନ ବିନା କୌଣସି ୱିକେଟ ହରାଇ ୧୭.୫ ଓଭର୍ରେ ବିଜୟ ହାସଲ କରି ନେଇଥିଲା। ବିରାଟ ଉକ୍ତ ପରାସ୍ତରୁ ମୁକୁଳି ସାରିଲେଣି। ସେ ରେକର୍ଡ ପରେ ରେକର୍ଡ ମଧ୍ୟ କରି ଚାଲିଛନ୍ତି।
ଏବେ ସେ ୨୦୨୧ ପରାଜୟକୁ ନେଇ ସର୍ବସମ୍ମୁଖରେ ବଡ଼ ବୟାନ ରଖିଛନ୍ତି। ବିରାଟ କହିଛନ୍ତି, “ପାକିସ୍ତାନ ଠାରୁ ଆମେ ୨୦୨୧ରେ ହାରିଥିଲୁ ବୋଲି କେବେ ବି ୨୦୨୨ରେ ମୋ ମୁଣ୍ତକୁ ଆସିନି। ଖେଳରେ ମାନବ ତ୍ରୁଟି ରହିବ। ସବୁବେଳେ ଆପଣ ଜିତିବେ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ। ପୂର୍ବରୁ ଆମେ ପାକିସ୍ତାନ ଠାରୁ ସବୁ ମ୍ୟାଚ୍ ଜିତି ଆସିଥିଲୁ।
କିନ୍ତୁ ସେଦିନ, ସେମାନେ ଆମକୁ ହରାଇଥିଲେ। ଏହାକୁ ସ୍ୱୀକାର କରିବାରେ ଲାଜ କରିବାର କିଛି କାରଣ ନାହିଁ। ତାହା ଆମ ସମସ୍ତଙ୍କ ପାଇଁ ଗୋଟିଏ ବଡ଼ ଶିକ୍ଷା ଥିଲା। ପୂର୍ବରୁ ଆମେ ସେମାନଙ୍କୁ ପରାସ୍ତ କରିଥିଲୁ ବୋଲି ଭାବି ଆମେ ମ୍ୟାଚ୍ ଖେଳି ପାରିବା ନାହିଁ। ସମସ୍ତେ ଅଧିକ ଆଶା ଆମ ଉପରେ ରଖିଥିଲେ। କିନ୍ତୁ ସେଦିନ ପାକିସ୍ତାନ ଠାରୁ ଆମ ଠାରୁ ଭଲ ଖେଳିଥିଲା।”
ପାକିସ୍ତାନ ଠାରୁ ଏକତରଫା ପରାଜୟର ଗୋଟିଏ ବର୍ଷ ପରେ ବିରାଟ ଦମଦାର ଢଙ୍ଗରେ ଏହାର ପ୍ରତିଶୋଧ ନେଇଥିଲେ। ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ବିରାଟ ପାକିସ୍ତାନ ବିପକ୍ଷରେ ୮୨ ରନର ଅପରାଜିତ ଇନିଂସ ଖେଳିଥିଲେ। ଏଥିସହ ଭାରତକୁ ୪ ୱିକେଟରେ ବିଜୟ ଭେଟି ଦେଇଥିଲେ। ବିରାଟଙ୍କ ଉକ୍ତ ଇନିଂସକୁ ସମସ୍ତେ ଏବେ ବି ମନେ ରଖିଛନ୍ତି।
ଅନ୍ୟପକ୍ଷରେ ରବିବାର ବିରାଟ ତାଙ୍କ କ୍ରିକେଟ କ୍ୟାରିୟରରେ ଆଉ ଏକ ଅଧ୍ୟାୟ ସୃଷ୍ଟି କରିଛନ୍ତି। ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କ ଦିନିକିଆ ଅନ୍ତର୍ଜାତୀୟ କ୍ୟାରିୟର୍ରେ ୪୯ତମ ଶତକ ହାସଲ କରିଛନ୍ତି। ଏହି ଶତକ ପରେ ସେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସର୍ବକାଳୀନ ରେକର୍ଡର ସମକକ୍ଷ ମଧ୍ୟ ହୋଇଯାଇଛନ୍ତି।
ଆଜି ହେଉଛି ସେହି ମହାନ କ୍ରିକେଟରଙ୍କ ଜନ୍ମ ଦିନ। ୩୫ ବର୍ଷ ବୟସରେ ପାଦ ଥାପିଛନ୍ତି ବିରାଟ। ଜନ୍ମ ଦିନରେ ଆଜି ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ୍ ଖେଳିବେ।
କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସକୁ ବିରାଟମୟ କରିବାକୁ ବେଙ୍ଗଲ କ୍ରିକେଟ ଆସୋସିଏସନ ବ୍ୟାପକ ପ୍ରସ୍ତୁତି କରିଛି। ମ୍ୟାଚ୍ ପୂର୍ବରୁ ପଡ଼ିଆରେ ବିରାଟଙ୍କ ଜନ୍ମଦିନ ପାଳନ କରାଯିବ। ସେହିପରି ବିରାଟ ତାଙ୍କ ଜନ୍ମ ଦିନରେ ନିଜ ଦିନିକିଆ କ୍ୟାରିୟରର ୪୯ତମ ଶତକ ହାସଲ କରି ଏହାକୁ ଆହୁରି ସ୍ମରଣୀୟ କରିବେ ବୋଲି ମଧ୍ୟ ସମସ୍ତେ ଆଶା କରିଛନ୍ତି।
ଭାରତ ପାଇଁ ଅଣ୍ଡର ୧୯ ବିଶ୍ୱକପ ଜିତିବା ପରେ ବିରାଟ ଭାରତୀୟ ଟିମରେ ସାମିଲ ହୋଇଥିଲେ। ୨୦୦୮ରୁ ସେ ନିରବଚ୍ଛିନ୍ନ ଭାବେ ଭାରତୀୟ ଟିମକୁ ନିଜର ସେବା ଯୋଗାଇ ଆସୁଛନ୍ତି। ଧୋନିଙ୍କ ପରେ ବିରାଟଙ୍କୁ ଭାରତର କମାଣ ମିଳିଥିଲା। ସେ ଟେଷ୍ଟରେ ଦେଶକୁ ୧ନଂ ମଧ୍ୟ କରିଥିଲେ। ୨୦୧୯ ବିଶ୍ୱକପ ସେମି ଫାଇନାଲରେ ମଧ୍ୟ ଭାରତ ବିରାଟଙ୍କ କ୍ୟାପ୍ଟେନ୍ସିରେ ପ୍ରବେଶ କରିଥିଲା। ହେଲେ ବିରାଟଙ୍କ ଅମଳରେ ଦେଶ ଆଇସିସିର କୌଣସି ଟ୍ରଫି ନ ଜିତିବା ଏକ ନୈରାଶ୍ୟଜନକ ଅଧ୍ୟାୟ ସୃଷ୍ଟି କରିଛି।
ତଥାପି ବିରାଟ ନିଜକୁ ଗ୍ରେଟେଷ୍ଟ ଅଫ ଅଲ ଟାଇମ ବା ଗୋଟ ଭାବେ ଗଢ଼ି ତୋଳିଛନ୍ତି। ସେ ଏକାକୀ ଭାରତକୁ ଅନେକ ମ୍ୟାଚ୍ ଜିତାଇଛନ୍ତି। ବିରାଟ ତାଙ୍କ କ୍ରିକେଟର କ୍ୟାରିୟର ମଧ୍ୟରେ ଅନେକ ମାଇଲଷ୍ଟୋନ ସ୍ଥାପନ କରିଛନ୍ତି। ସେ ଦ୍ରୁତତମ ବ୍ୟାଟର ଭାବେ ଦିନିକିଆରେ ୫୦ତମ ଶତକ ହାସଲ କରିବାର ଅତି ନିକଟରେ ପହଞ୍ଚି ଯାଇଛନ୍ତି। ମହା କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାଁରେ ୪୯ଟି ଶତକ ଥିବା ବେଳେ ବିରାଟ ଏଯାଏ ୪୮ଟି ସେଞ୍ଚୁରୀ ହାସଲ କରି ସାରିଲେଣି।
ଚଳିତ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ରେ ସେ ୯୫ ରନ କରିଥିଲେ। ସେହିପରି ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ୮୮ ରନ ମାରିଥିଲେ। ଶତକରୁ ଅଳ୍ପ ଦୂରରେ ରହି ଯାଇଥିବା ବିରାଟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନୂଆ କୀର୍ତ୍ତିମାନ ହାସଲ କରିବେ ବୋଲି ସମସ୍ତେ ଆଶା କରିଛନ୍ତି।
ସବୁଠାରୁ ଅବିଶ୍ୱସନୀୟ ଓ ଅଦ୍ଭୂତ କଥା ହେଲା ଯେ ବିରାଟ ହାସଲ କରିଥିବା ୪୮ଟି ଶତକ ମଧ୍ୟରୁ ଭାରତ ୪୦ଟି ମ୍ୟାଚ୍ରେ ଜିତିଛି। ତେନ୍ଦୁଲକରଙ୍କ ୪୯ଟି ଶତକରୁ ଭାରତ ୩୩ଟିରେ ଜିତିଥିଲା। କିନ୍ତୁ ବିରାଟ ତାଙ୍କ ଠାରୁ ଅଧିକ ୭ଟି ମ୍ୟାଚ୍ରେ ଶତକ ହାସଲ କରି ଦେଶକୁ ଜିତାଇଛନ୍ତି।
ଅନ୍ତର୍ଜାତୀୟ କ୍ରିକେଟରେ ବିରାଟ ଏଯାଏ ୭୮ଟି ଶତକ ଥିବା ବେଳେ ଭାରତ ୫୪ଟିରେ ଜିତିଛି। ତେବେ ଏହି ମାମଲାରେ ବିରାଟ ଅଷ୍ଟ୍ରେଲିଆର ରିକି ପଣ୍ଟିଂ ଠାରୁ ଗୋଟିଏ ଶତକ ପଛରେ ରହି ଯାଇଛନ୍ତି। ପଣ୍ଟିଂଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ୫୫ଟି ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଥିଲା। ତେବେ ବିରାଟଙ୍କ ପାଖରେ ଏହାକୁ ଅତିକ୍ରମ କରିବାକୁ ଯଥେଷ୍ଟ ସୁଯୋଗ ଓ ସମୟ ରହିଛି।
ସଂକ୍ଷେପରେ ବିରାଟଙ୍କ ଶତକ
ଅନ୍ତର୍ଜାତୀୟ କ୍ରିକେଟ: ୭୮
ଦିନିକିଆ- ୪୮
ଭାରତର ବିଜୟ-୪୦
୩ନଂରେ ଶତକ- ୪୧
ରନ ଚେଜରେ ଶତକ- ୨୭
ସଫଳତାର ସହ ରନ ଚେଜ – ୨୩
ଭାରତରେ ଶତକ-୨୩
୨୦୨୩ରେ ଶତକ-୪
ବିଶ୍ୱକପ- ୩
ବିଶ୍ୱକପ ରନ ଚେଜ- ୧
ଆଇସିସି ଦ୍ୱାରା ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ( ଦିନିକିଆ ବିଶ୍ୱକପ୍, ଟି୨୦ ବିଶ୍ୱ କପ୍, ଚାମ୍ପିୟନ୍ସ ଟ୍ରଫି)ରେ ଟିମ୍ ଇଣ୍ଡିଆ ପାଇଁ ସର୍ବାଧିକ ରନ୍ ସଂଗ୍ରହକାରୀ ଖେଳାଳି ହେଉଛନ୍ତି ବିରାଟ। ସେ ଚଳିତ ବିଶ୍ୱକପର ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ୮୫ ରନର ଇନିଂସ ଖେଳିଥିଲେ। ଏହାପରେ ସେ ୬୪ଟି ଇନିଂସରୁ ୨୭୮୫ ରନ୍ କରି ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଥିଲେ।
ସଚିନ ୫୮ଟି ଇନିଂସରୁ ୨୭୧୯ ରନ୍ କରିଥିବା ବେଳେ ବିରାଟ ୬୪ଟି ଇନିଂସରେ ତାଙ୍କୁ ଅତିକ୍ରମ କରିଥିଲେ। ସଚିନ ଦିନିକିଆ ବିଶ୍ୱକପରେ ୪୫ଟି ଇନିଂସରୁ ୨୨୭୮ ରନ୍ ଓ ଚାମ୍ପିୟନ୍ସ ଟ୍ରଫିରେ ୧୪ଟି ଇନିଂସରୁ ୪୪୧ ରନ୍ କରିଥିଲେ।
ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ରୋହିତ ଶର୍ମା। ସେ ୬୪ଟି ଇନିଂସରୁ ୨୪୨୨ ରନ୍ କରିଥିବା ବେଳେ ଯୁବରାଜ ସିଂହ (୬୨ଟି ଇନିଂସରୁ ୧୭୦୭ ରନ୍) ଓ ସୌରଭ ଗାଙ୍ଗୁଲି (୩୨ଟି ଇନିଂସରୁ ୧୬୭୧ ରନ୍) କରି ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଅଛନ୍ତି।
ଏହାବାଦ ଚଳିତ ବିଶ୍ୱକପରେ ବିରାଟ ବାଂଲାଦେଶ ବିପକ୍ଷରେ ତାଙ୍କ ଦିନିକିଆ କ୍ୟାରିୟରର ୪୮ମ ଶତକ ହାସଲ କରିଥିଲେ। ୯୭ ବଲରେ ଅପରାଜିତ ୧୦୩ ରନର ରେକର୍ଡ ବ୍ରେକିଂ ଇନିଂସ ବଳରେ ବିରାଟ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟରେ ୨୬ ହଜାର ରନର ମାଇଲଖୁଣ୍ଟକୁ ଅତିକ୍ରମ କରିଥିଲେ।
ବିରାଟ ଏଯାଏ ଦିନିକିଆରେ ୪୮ଟି, ଟେଷ୍ଟରେ ୨୯ଟି ଓ ଟି-୨୦ରେ ଗୋଟିଏ ଶତକ ମାରିଛନ୍ତି। ବାଂଲାଦେଶର ଦ୍ରୁତ ବୋଲର ହାସନ ମହମୁଦଙ୍କୁ ଛକା ମାରି ବିରାଟ ୨୬ ହଜାର ରନର କୀର୍ତ୍ତିମାନ ହାସଲ କରିଥିଲେ। ୨୬ ହଜାର ରନ ହାସଲ କରିବାରେ ସେ ସଚିନଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ସଚିନ ୬୦୦ ଇନିଂସରେ ୨୬ ହଜାର ରନ କରିଥିଲେ। କିନ୍ତୁ ବିରାଟ ୫୬୭ଟି ଇନିଂସରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି।
ଏହାବାଦ ବିରାଟ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ହାସଲକାରୀ କ୍ରିକେଟରଙ୍କ ତାଲିକାର ୪ର୍ଥ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସେ ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର ମାହେଲା ଜୟବର୍ଦ୍ଧନଙ୍କ ୨୫,୯୫୭ ରନର ରେକର୍ଡକୁ ଅତିକ୍ରମ କରି ଯାଇଛନ୍ତି। ଏହି ତାଲିକାର ୧ ନଂ ସ୍ଥାନରେ ସଚିନ ତେନ୍ଦୁଲକର(୩୪,୩୫୭), କୁମାର ସାଙ୍ଗାକାରା(୨୮,୦୧୬) ଓ ରିକି ପଣ୍ଟିଂ(୨୭,୪୮୩) ରହିଛନ୍ତି।
ଗୁରୁବାର ବିରାଟ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ସଚିନ ତେନ୍ଦୁଲକରଙ୍କ ସର୍ବକାଳୀନ ଦିନିକିଆ ରେକର୍ଡ ଭାଙ୍ଗିଥିଲେ। ସେ ରୋହିତ ଶର୍ମା ଓ ଶୁବମନ ଗିଲଙ୍କ ପରେ ତୃତୀୟ ଭାରତୀୟ ଭାବେ ୨୦୨୩ରେ ଦିନିକିଆ କ୍ରିକେଟରେ ୧ହଜାର ରନ ପୂରଣ କରିଥିଲେ। ଏହାବାଦ ବିଶ୍ୱର ୪ର୍ଥ ବ୍ୟାଟର ଭାବେ ଚଳିତ ବର୍ଷ ୫୦ ଓଭର ଫର୍ମାଟରେ ହଜାରେ ରନ ପୂରଣ କରିବା ତାଲିକାରେ ମଧ୍ୟ ନିଜକୁ ସାମିଲ କରିଛନ୍ତି। ଏହି ତାଲିକାରେ ରୋହିତ ଓ ଗିଲଙ୍କ ବ୍ୟତୀତ ଶ୍ରୀଲଙ୍କାର ପଥୁମ ନଶଙ୍କା ରହିଛନ୍ତି।
ବିରାଟ ଚଳିତ ବର୍ଷ ଦିନିକିଆ ମ୍ୟାଚ୍ରେ ୧ ହଜାର ରନ ପୂରଣ କରିବେ ପାଇଁ ୨୩ ମ୍ୟାଚର ସହାୟତା ନେଇଛନ୍ତି। ୧୦୦୦ ରନ ପୂରଣ କରି ବିରାଟ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସର୍ବକାଳୀନ ଦିନିକିଆ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ସଚିନ ଏଯାଏ ସର୍ବାଧିକ ଥର ଦିନିକିଆରେ ୧ ହଜାର ରନ ହାସଲ କରିଥିଲେ। କିନ୍ତୁ ବିରାଟ ତାଙ୍କୁ ଆଜି ଅତିକ୍ରମ କରି ଯାଇଛନ୍ତି।
ତେନ୍ଦୁଲକର ୭ଟି କ୍ୟାଲେଣ୍ଡର ବର୍ଷରେ ୧୦୦୦ ରନ ଲେଖାଏ ହାସଲ କରିଥିଲେ। ବିରାଟ ଏବେ ୮ମଥର ପାଇଁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧ ହଜାର ରନ ପୂରଣ କରିଛନ୍ତି।
ବିରାଟ ୨୦୧୧, ୨୦୧୨, ୨୦୧୩, ୨୦୧୪, ୨୦୧୭, ୨୦୨୮, ୨୦୧୯ ଓ ୨୦୨୩ ବର୍ଷରେ ଦିନିକିଆରେ ହଜାରେ ରନ ପୂରଣ କରିଛନ୍ତି। ସଚିନ ତେନ୍ଦୁଲକର ୧୯୯୪, ୧୯୯୬,୧୯୯୭,୧୯୯୮,୨୦୦୦, ୨୦୦୩ ଓ ୨୦୦୭ ବର୍ଷରେ ଏପରି କୀର୍ତ୍ତିମାନ ହାସଲ କରିଥିଲେ।
ଏହା ପରଠାରୁ ବିରାଟ ଓ ଗିଲ୍ ଶ୍ରୀଲଙ୍କା ବୋଲରଙ୍କୁ କଡ଼ା ପ୍ରହାର କରି ଚାଲିଛନ୍ତି। ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ଭାରତକୁ ଗୋଟିଏ ବଡ଼ ସ୍କୋର ଅଭିମୁଖେ ନେବାକୁ ଚେଷ୍ଟା କରୁଛନ୍ତି।
ବିରାଟ ଆଜି ୫୦ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି। ବିଶ୍ୱକପରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ଖେଳାଳିଙ୍କ ତାଲିକାରେ ବିରାଟ ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି।
ବିଶ୍ୱକପରେ ଏହା ବିରାଟଙ୍କ ୧୩ତମ ଅର୍ଦ୍ଧଶତକ। ୩୩ଟି ଇନିଂସରେ ସେ ଏପରି କୀର୍ତ୍ତିମାନ ହାସଲ କରିଛନ୍ତି। ତାଙ୍କ ଉପରେ ସଚିନ ତେନ୍ଦୁଲକର ୨୧ଟି ଅର୍ଦ୍ଧଶତକ ସହ ଅଛନ୍ତି। ବିରାଟ ଆଜି ଅର୍ଦ୍ଧଶତକ ହାସଲ କରିବା ପରେ ନିଜ ବ୍ୟାଟିଂ ଗିୟରକୁ ବଦଳାଇଛନ୍ତି। ଏଥିସହ ଦ୍ରୁତ ଗତିରେ ଦଳୀୟ ସ୍କୋରକୁ ଆଗକୁ ନେବାରେ ଲାଗିଛନ୍ତି।
କେବଳ ବିରାଟ ନୁହନ୍ତି, ଏଯାଏ ବିଶ୍ୱକପରେ ଆଖି ଦୃଶିଆ ପ୍ରଦର୍ଶନ କରି ନଥିବା ଶୁବମନ ଗିଲଙ୍କ ବ୍ୟାଟ ମଧ୍ୟ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଚାଲିଛି। ସେ ୫୨ ବଲରେ ଚଳିତ ବିଶ୍ୱକପରେ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏଥିସହ ବିରାଟଙ୍କ ସହ ମିଶି ଭାରତକୁ ବଡ଼ ସ୍କୋର ଅଭିମୁଖେ ନେବାକୁ ଚେଷ୍ଟା କରୁଛନ୍ତି।
ରିପୋର୍ଟ ଲେଖା ହେବା ବେଳକୁ ଭାରତ ୨୬ ଓଭର୍ରେ ଗୋଟିଏ ୱିକେଟ ହରାଇ ୧୬୨ ରନ କରି ନେଇଛି। ବିରାଟ ୮୨ ଓ ଗିଲ୍ ୬୭ ରନ କରି ଅପରାଜିତ ରହିଛନ୍ତି।
ଏହାବାଦ ବିଶ୍ୱର ୪ର୍ଥ ବ୍ୟାଟର ଭାବେ ଚଳିତ ବର୍ଷ ୫୦ ଓଭର ଫର୍ମାଟରେ ହଜାରେ ରନ ପୂରଣ କରିବା ତାଲିକାରେ ମଧ୍ୟ ନିଜକୁ ସାମିଲ କରିଛନ୍ତି। ଏହି ତାଲିକାରେ ରୋହିତ ଓ ଗିଲଙ୍କ ବ୍ୟତୀତ ଶ୍ରୀଲଙ୍କାର ପଥୁମ ନଶଙ୍କା ରହିଛନ୍ତି।
ବିରାଟ ଚଳିତ ବର୍ଷ ଦିନିକିଆ ମ୍ୟାଚ୍ରେ ୧ ହଜାର ରନ ପୂରଣ କରିବେ ପାଇଁ ୨୩ ମ୍ୟାଚର ସହାୟତା ନେଇଛନ୍ତି। ୧୦୦୦ ରନ ପୂରଣ କରି ବିରାଟ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସର୍ବକାଳୀନ ଦିନିକିଆ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ସଚିନ ଏଯାଏ ସର୍ବାଧିକ ଥର ଦିନିକିଆରେ ୧ ହଜାର ରନ ହାସଲ କରିଥିଲେ। କିନ୍ତୁ ବିରାଟ ତାଙ୍କୁ ଆଜି ଅତିକ୍ରମ କରି ଯାଇଛନ୍ତି।
ତେନ୍ଦୁଲକର ୭ଟି କ୍ୟାଲେଣ୍ଡର ବର୍ଷରେ ୧୦୦୦ ରନ ଲେଖାଏ ହାସଲ କରିଥିଲେ। ବିରାଟ ଏବେ ୮ମଥର ପାଇଁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧ ହଜାର ରନ ପୂରଣ କରିଛନ୍ତି।
ବିରାଟ ୨୦୧୧, ୨୦୧୨, ୨୦୧୩, ୨୦୧୪, ୨୦୧୭, ୨୦୨୮, ୨୦୧୯ ଓ ୨୦୨୩ ବର୍ଷରେ ଦିନିକିଆରେ ହଜାରେ ରନ ପୂରଣ କରିଛନ୍ତି। ସଚିନ ତେନ୍ଦୁଲକର ୧୯୯୪, ୧୯୯୬,୧୯୯୭,୧୯୯୮,୨୦୦୦, ୨୦୦୩ ଓ ୨୦୦୭ ବର୍ଷରେ ଏପରି କୀର୍ତ୍ତିମାନ ହାସଲ କରିଥିଲେ।
ସଚିନଙ୍କ ରେକର୍ଡକୁ ଭାଙ୍ଗିବା ପାଇଁ ବିରାଟଙ୍କୁ ଆଜି ୩୪ ରନର ଆବଶ୍ୟକ ଥିଲା। ସେ ବେଶ ଆରାମରେ ଏହାକୁ ହାସଲ କରି ନେଇଛନ୍ତି। ଆଜିର ମ୍ୟାଚ୍ ପୂର୍ବରୁ ବିରାଟ ଇଂଲଣ୍ଡ ବିପକ୍ଷରେ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ବିଶ୍ୱକପରେ ପ୍ରଥମଥର ପାଇଁ ବିରାଟ ଶୂନରେ ପ୍ୟାଭିଲିୟନ ଫେରିବାର ଲଜ୍ଜାଜନକ ରେକର୍ଡର ମଧ୍ୟ ଅଧିକାରୀ ହୋଇଥିଲେ।
ଏହି ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଆରମ୍ଭରୁ ହିଁ ଅଧିନାୟକ ରୋହିତ ଶର୍ମାଙ୍କୁ ହରାଇଛି। ମୁମ୍ବାଇ ରୋହିତଙ୍କ ହୋମ ଗ୍ରାଉଣ୍ଡ ହୋଇଥିବା ବେଳେ ସେ ପ୍ରଥମ ବଲରେ ଚୌକା ମାରି ଖାତା ଖୋଲିଥିଲେ। କିନ୍ତୁ ଦ୍ୱିତୀୟ ବଲରେ ଦିଲସାନ ମଧୁଶଙ୍କା ତାଙ୍କୁ କ୍ଲିନବୋଲ୍ଡ କରି ଦେଇଥିଲେ। ପୂରା ଷ୍ଟାଡିୟମ ରୋହିତଙ୍କ ବ୍ୟାଟରୁ ବଡ଼ ଇନିଂସର ଆଶା କରିଥିବା ବେଳେ ସେ ଆଜି ସମସ୍ତଙ୍କୁ ନିରାଶ କରିଛନ୍ତି।
ଭାରତ ୪ ରନରେ ପ୍ରଥମ ୱିକେଟ ହରାଇବା ପରେ କ୍ରିଜ୍କୁ ଆସିଥିଲେ କିଙ୍ଗ ବିରାଟ କୋହଲି। ସେ ଶୁବମନ ଗିଲଙ୍କ ସହ ମିଶି ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ଆଗକୁ ନେଉଛନ୍ତି। ବେଶ ଦମଦାର ଷ୍ଟାଇଲରେ ଉଭୟ ବ୍ୟାଟିଂ କରୁଛନ୍ତି। ଗିଲ୍ ଏଯାଏ ବିଶ୍ୱକପରେ କୌଣସି ବଡ଼ ଇନିଂସ ଖେଳି ନାହାନ୍ତି। ତେଣୁ ତାଙ୍କ ଠାରୁ ଆଜି ସମସ୍ତେ ଶତକ ଅପେକ୍ଷାରେ ରହିଛନ୍ତି।
ସେହିପରି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ହୋମ ଗ୍ରାଉଣ୍ଡରେ ବିରାଟ କୋହଲି ତାଙ୍କ ଶତକ ରେକର୍ଡର ସମକକ୍ଷ ହେବେ ବୋଲି କ୍ରିକେଟ ଫ୍ୟାନ୍ସ ଆଶା କରିଛନ୍ତି। ବିରାଟ ଏଯାଏ ଦିନିକିଆ କ୍ରିକେଟରେ ୪୮ଟି ଶତକ ମାରିଥିବା ବେଳେ ସଚିନଙ୍କ ସେଞ୍ଚୁରୀ ସଂଖ୍ୟା ୪୯ ରହିଛି। ତେଣୁ ବିରାଟ ଆଜି ଶତକ ହାସଲ କଲେ ସଚିନଙ୍କ ରେକର୍ଡର ସମକକ୍ଷ ହେବେ।
ରିପୋର୍ଟ ଲେଖା ହେବା ବେଳକୁ ଭାରତ ୧୬ ଓଭର୍ରେ ଗୋଟିଏ ୱିକେଟ ହରାଇ ୯୭ ରନ କରି ନେଇଛି। ବିରାଟ ୪୬ ଓ ଗିଲ୍ ୩୯ ରନ କରି ଅପରାଜିତ ରହିଛନ୍ତି।
ଏହାକୁ ସ୍ପେଶାଲ କରିବା ପାଇଁ ବେଙ୍ଗଲ କ୍ରିକେଟ ଆସୋସିଏସନ ବ୍ୟାପକ ପ୍ରସ୍ତୁତ କରିଛି। ବିରାଟଙ୍କୁ ରବିବାର ସ୍ୱତନ୍ତ୍ର ଉପହାର ଦିଆଯିବ। ପୂରା ଷ୍ଟାଡିୟମକୁ ବିରାଟମୟ କରିବା ପାଇଁ ଆସୋସିଏସନ ପକ୍ଷରୁ ୭୦ ହଜାର ‘ବିରାଟ ମାସ୍କ’ ଲୋକଙ୍କୁ ବଣ୍ଟା ଯିବ। ବିରାଟ ପଡ଼ିଆକୁ ଆସିବା କ୍ଷଣି ସମସ୍ତେ ଏହି ମାସ୍କକୁ ପିନ୍ଧି ତାଙ୍କୁ ସ୍ୱାଗତ କରିବେ।
ରବିବାର ବିରାଟଙ୍କ ଜନ୍ମ ଦିନ ହୋଇଥିବା ବେଳେ ତାଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ପାକିସ୍ତାନର ୱିକେଟ କିପର ବ୍ୟାଟର ମହମ୍ମଦ ରିଜୱାନ। ଆଜି ଇଡେନ ଗାର୍ଡେନ୍ସରେ ପାକିସ୍ତାନର ମୁକାବିଲା ବାଂଲାଦେଶ ସହ ହେଉଛି। ଏହାପୂର୍ବରୁ ରିଜୱାନ ବେଶ ଚମତ୍କାର ଢଙ୍ଗରେ ଇଡେନ ପଡ଼ିଆରେ ଅଭ୍ୟାସ କରିଥିଲେ।
ଏହି ଅଭ୍ୟାସ ବେଳେ ସେ ଗଣମାଧ୍ୟମ ସହ ବେଶ କିଛି ସମୟ ବିତାଇଥିଲେ। ତାଙ୍କୁ ଇଡେନରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ସମ୍ପର୍କରେ ପଚରା ଯାଉଥିଲା। ଏଥିସହ ରବିବାର ବିରାଟଙ୍କ ଜନ୍ମ ଦିନ ମଧ୍ୟ ପଡ଼ୁଥିବା ରିଜୱାନଙ୍କୁ କୁହାଯିବାରୁ ସେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ରିଜୱାନ କହିଛନ୍ତି, “ବିରାଟଙ୍କ ଜନ୍ମ ଦିନ ନଭେମ୍ବର ୫ରେ ବୋଲି ଜାଣି ବହୁତ ଭଲ ଲାଗୁଛି। ମୁଁ ତାଙ୍କୁ ଅଲ ଦି ବେଷ୍ଟ କହୁଛି ଓ ଜନ୍ମ ଦିନର ଶୁଭେଚ୍ଛା ମଧ୍ୟ ଜଣାଉଛି। ଅବଶ୍ୟ ମୁଁ ନିଜ ଜନ୍ମଦିନ ପାଳନ କରେ ନାହିଁ କିମ୍ବା ଜନ୍ମ ଦିନରେ ବିଶ୍ୱାସ ରଖେ ନାହିଁ।
ତେବେ ବିରାଟଙ୍କୁ ଜନ୍ମ ଦିନରେ ବହୁତ ବହୁତ ଶୁଭେଚ୍ଛା ଜଣାଉଛି। ମୁଁ ଆଶା କରୁଛି ଯେ ସେ ତାଙ୍କ ୪୯ତମ ଦିନିକିଆ ଶତକ ଜନ୍ମ ଦିନରେ ହାସଲ କରନ୍ତୁ। ଚଳିତ ବିଶ୍ୱକପରେ ମଧ୍ୟ ସେ ନିଜର ୫୦ତମ ଦିନିକିଆ ଶତକ ହାସଲ କରନ୍ତୁ ବୋଲି ମୁଁ ଆଶା କରିବି।”
ପାକିସ୍ତାନର ଅଧିନାୟକ ବାବର ଆଜମଙ୍କୁ ମଧ୍ୟ ବିରାଟଙ୍କ ଜନ୍ମ ଦିନ ସମ୍ପର୍କରେ ପଚରା ଯାଇଥିଲା। କିନ୍ତୁ ସେ ସମ୍ପର୍କରେ ସେ କୌଣସି ପ୍ରକାରର ଉତ୍ତର ଦେଇ ନଥିଲେ।