ସନ୍ଦେଶଖାଲିରେ ନିଲମ୍ବିତ ଟିଏମସି ନେତା ଶେଖ ଶାହାଜାହାଁ ନିଜର ଗୁଣ୍ଡାଗର୍ଦ୍ଦି କରିବା ସହ ମହିଳାମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏଥିସହ ସେ କୁଆଡ଼େ ମହିଳାମାନଙ୍କ ଜମି ମଧ୍ୟ ବଳ ପୂର୍ବକ ଛଡ଼ାଇ ନେଇଥିଲେ।
ଶେଖ ଶାହଜାହାଁଙ୍କ ଗୁଣ୍ଡାଗର୍ଦ୍ଦିର ସମ୍ମୁଖୀନ ହୋଇଥିବା ଅନେକ ମହିଳାଙ୍କ ମଧ୍ୟରୁ ଜଣେ ହେଲେ ରେଖା ପାତ୍ର। ନିକଟରେ ଶାହାଜାହାଁଙ୍କ ଗିରଫଦାରୀ ଦାବିରେ ହୋଇଥିବା ବିକ୍ଷୋଭରେ ରେଖା ସକ୍ରିୟ ଭୂମିକା ଗ୍ରହଣ କରିଥିଲା। ରେଖାଙ୍କ ନେତୃତ୍ୱରେ ହୋଇଥିବା ବିକ୍ଷୋଭ ଯୋଗୁ ଶାହାଜାହାଁ ଗିରଫ ହେବା ସହ ଜେଲରେ ଅଛନ୍ତି।
ଏବେ ସେହି ରେଖାଙ୍କୁ ବିଜେପି ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇଛି। ଟିକେଟ ପାଇବା ପରେ ଆଜି ପ୍ରଥମଥର ପାଇଁ ତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି କଥା ହୋଇଛନ୍ତି। ଆସନ୍ତା ନିର୍ବାଚନ ପାଇଁ ସେ କେମିତି ନିଜକୁ ପ୍ରସ୍ତୁତ କରୁଛନ୍ତି ଓ ଲୋକଙ୍କ ମଧ୍ୟରେ ବିଜେପି ପ୍ରତି କି ପ୍ରକାରର ଭାବନା ରହିଛି, ସେକଥା ମୋଦି ତାଙ୍କୁ ପଚାରି ବୁଝିଛନ୍ତି।
ସାମ୍ନାକୁ ଆସିଥିବା ଅଡିଓ କ୍ଲିପରେ ମୋଦି ବସିରହାଟର ବିଜେପି ପ୍ରାର୍ଥୀ ରେଖାଙ୍କୁ ପଚାରୁଛନ୍ତି ଯେ “ଆପଣ ଏବେ ଗୋଟିଏ ବଡ଼ ଦାୟିତ୍ୱ ନିର୍ବାହ କରିବାକୁ ଯାଉଛନ୍ତି। କେମିତି ଅନୁଭବ କରୁଛନ୍ତି?”
ଏହାର ଜବାବରେ ରେଖା କହିଛନ୍ତି, “ମୋତେ ବହୁତ ଭଲ ଲାଗୁଛି। ଆପଣଙ୍କ ହାତ ମୋ ମୁଣ୍ଡ ଉପରେ ଓ ସନ୍ଦେଶଖାଲିର ସମସ୍ତ ମହିଳାଙ୍କ ମୁଣ୍ଡ ଉପରେ ରହିଛି। ଆପଣ ଆମର ଭଗବାନ ଭଳି। ଭଗବାନ ରାମଙ୍କ ହାତ ଆମ ମୁଣ୍ଡ ଉପରେ ଥିବା ଭଳି ମନେ ହେଉଛି।
ଗୋଟିଏ ବଡ଼ ଘଟଣା ଆମ ସହ ଘଟି ଯାଇଛି। କେବଳ ସନ୍ଦେଶଖାଲି ନୁହେଁ, ବସିରହାଟର ସମସ୍ତ ମହିଳା ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ଆମେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ। ୨୦୧୧ ଠାରୁ ଆମେ ଭୋଟ ଦେବାକୁ ସକ୍ଷମ ହୋଇ ନାହୁଁ। ଆଶା ଏଥର ଆମେ ଭୋଟ ଦେବୁ।”
#LISTEN | The conversation between Prime Minister Narendra Modi and Rekha Patra, a BJP candidate from Basirhat and one of the Sandeshkhali victims.
— ANI (@ANI) March 26, 2024
She says, "...The situation in Sandeshkhali has been a matter of concern since 2011. If we were allowed to vote freely then this… pic.twitter.com/Y4KB7k1OKE
ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ନିର୍ବାଚନ କମିଶନ ମହିଳାଙ୍କ ଦୁଃଖ ବୁଝିବା ସହ ସମସ୍ତେ କେମିତି ଭୋଟ ଦେଇ ପାରିବେ, ସେଥିପାଇଁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିବେ ବୋଲି ସେ ଆଶ ରଖିଥିବା କହିଛନ୍ତି।
ରେଖା ପାତ୍ରଙ୍କ ସାହାସକୁ ସାଧୁବାଦ ଜଣାଇ ମୋଦି କହିଛନ୍ତି, “ରେଖାଜୀ ଆପଣ ସନ୍ଦେଶଖାଲିରେ ଗୋଟିଏ ବଡ଼ ଲଢ଼େଇ କରିଛନ୍ତି। ଆପଣ ଜଣେ ଶକ୍ତି ସ୍ୱରୂପା। ଆପଣ ଅନେକ ବାହୁବଳୀ ଲୋକଙ୍କୁ ଜେଲ ପଠାଇଛନ୍ତି। ଆପଣ ନିଶ୍ଚିତ ନିର୍ବାଚନ ଜିତିବେ। ଆପଣ କେଉଁ ଭଳି ସାହାସ ଦେଖାଇଛନ୍ତି, ସେକଥା ଜାଣିଛନ୍ତି କି?”
ଏହାର ଜବାବରେ ରେଖା ପାତ୍ର କହିଛନ୍ତି, “ସନ୍ଦେଶଖାଲିର ସମସ୍ତ ମହିଳାଙ୍କ ସମର୍ଥନ ଯୋଗୁ ଏହା ହୋଇଛି। ଆଗକୁ ମଧ୍ୟ ଏହା ଜାରି ରହିବ। ଆପଣଙ୍କ ଆଶୀର୍ବାଦ ଆମ ସହ ରହିଛି।” ମୋଦି ମଧ୍ୟ ସବୁବେଳେ କେବଳ ସନ୍ଦେଶଖାଲି ନୁହେଁ, ପୂରା ବେଙ୍ଗଲର ବିକାଶ ପାଇଁ ମିଳିତ ଭାବେ କାମ କରିବେ ବୋଲି ରେଖାଙ୍କୁ କହିଛନ୍ତି।
ପଶ୍ଚିମବଙ୍ଗର ପୂର୍ବତନ ବିଜେପି ମୁଖ୍ୟ ଦିଲୀପ ଘୋଷଙ୍କୁ ଦଳ ତାଙ୍କ ନିର୍ବାଚନ ମଣ୍ଡଳୀରୁ ବାହାର କରି ଦେବାରୁ ସେ ହତାଶ ହୋଇ ଏପରି କଥା ସବୁ କହୁଛନ୍ତି ବୋଲି ଟିଏମସି କହିଛି।
ଆଗକୁ ଲୋକସଭା ନିର୍ବାଚନ ଥିବା ବେଳେ ଦିଲୀପ ଘୋଷ କହିଛନ୍ତି ଯେ “ଦିଦି ଗୋଆ ଯିବା ସହ ସେଠାରେ ନିଜକୁ ଗୋଆର ଝିଅ ବୋଲି କହୁଛନ୍ତି। ଏହାପରେ ସେ ତ୍ରିପୁରା ଯାଇ, ସେଠାରେ ବି ନିଜକୁ ତ୍ରିପୁରାର ଝିଅ କହୁଛନ୍ତି। ଦିଦି ପ୍ରଥମେ ନିଷ୍ପତ୍ତି ନିଅନ୍ତୁ ଯେ ତାଙ୍କ ବାପା କିଏ? ଏମିତି କାହାର ବି ଝିଅ ହୋଇଯିବା ଆଦୌ ଭଲ କଥା ନୁହେଁ।” ବେଶ କଟାକ୍ଷ କରି ଦିଲୀପ ଘୋଷ ଏପରି ବୟାନ ଦେଇଥିଲେ।
ଏହାର ଭିଡିଓ ଶେୟାର କରି ଟିଏମସି କହିଛି ଯେ ରାଜନୀତିକ ନେତୃତ୍ୱ ନାଁରେ ଦିଲୀପ ଘୋଷ ଜଣେ ଅପମାନ। ମା’ ଦୁର୍ଗାଙ୍କ ବଂଶ ଉପରେ ପ୍ରଶ୍ନ ଉଠାଇଥିବା ବ୍ୟକ୍ତି ଏବେ ମମତା ବାନାର୍ଜୀଙ୍କ ପୂର୍ବ ପୁରୁଷଙ୍କ ଉପରେ ମଧ୍ୟ କଟାକ୍ଷ କରିଛନ୍ତି।
ଏଥିରୁ ସ୍ପଷ୍ଟ ହୋଇଛି ଯେ ବେଙ୍ଗଲର ମହିଳାଙ୍କ ପ୍ରତି ଘୋଷଙ୍କର କୌଣସି ସମ୍ମାନ ନାହିଁ। ହିନ୍ଦୁତ୍ୱର ଦେବୀ ହୁଅନ୍ତି କି ଦେଶର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ହୁଅନ୍ତୁ, କାହା ପ୍ରତି ତାଙ୍କର ସମ୍ମାନ ନାହିଁ।”
୨୦୨୧ରେ ମା’ ଦୁର୍ଗାଙ୍କ ସମ୍ପର୍କରେ ଶ୍ରୀ ଘୋଷ ଦେଇଥିବା ବୟାନ ବେଶ ବିବାଦୀୟ ହୋଇଥିଲା। ସେ କହିଥିଲେ, “ଭଗବାନ ରାମ ଜଣେ ସମ୍ରାଟ ଥିଲେ। କିଛି ଲୋକ ତାଙ୍କୁ ଅବତାର ରୂପେ ଚିତ୍ରଣ କରନ୍ତି।
ଆମେ ତାଙ୍କ ପୂର୍ବପୁରୁଷଙ୍କ ନାଁ ଜାଣିଛେ। କିନ୍ତୁ ଦୁର୍ଗାଙ୍କ ସମ୍ପର୍କରେ ଆପଣମାନେ ସେମିତି କିଛି ଶୁଣିଛନ୍ତି?” ଏହା ସେତେବେଳେ ବେଶ ବିବାଦୀୟ ସ୍ଥିତି ସୃଷ୍ଟି କରିଥିଲା। ଆଜି ଟିଏମସି ତାଙ୍କୁ ସମାଲୋଚନା କରିବା ବେଳେ ଉକ୍ତ ବୟାନକୁ ଇଙ୍ଗିତ କରିଛି।
.@DilipGhoshBJP is a disgrace in the name of political leadership!
— All India Trinamool Congress (@AITCofficial) March 26, 2024
From challenging the lineage of Maa Durga to now questioning the ancestry of Smt. @MamataOfficial, he has wallowed in the filthiest depths of moral bankruptcy.
One thing is crystal clear: Ghosh has ZERO RESPECT… pic.twitter.com/25uvaDPXsi
ଟିଏମସି ନେତା କୁନାଲ ଘୋଷ ଗୋଟିଏ ଭିଡିଓ ବାର୍ତ୍ତାରେ କହିଛନ୍ତି, “ଆପଣଙ୍କ ଦଳ ଆପଣଙ୍କୁ ମେଦିନିପୁରରୁ ବାହାର କରି ଦେଇଛି। ଆପର ସେଠାରେ କିଛି କହିପାରିବେ ନାହିଁ। ତେଣୁ ଆପଣ ନିଜର ହତାଶା ଭାବକୁ ବାହାର କରିବା ପାଇଁ ମମତା ବାନାର୍ଜୀଙ୍କ ସମ୍ପର୍କରେ ଅପଶବ୍ଦ ପ୍ରୟୋଗ କରୁଛନ୍ତି।
ସେ ୭ ଥରର ସାଂସଦ, ୪ଥରର କେନ୍ଦ୍ରମନ୍ତ୍ରୀ ଓ ୩ଥରର ମୁଖ୍ୟମନ୍ତ୍ରୀ। ପୂରା ଦେଶରେ ତାଙ୍କର ଲୋକପ୍ରିୟତା ରହିଛି। ସେ ଭାରତର ଝିଅ। ତଥାପି ଆପଣ ତାଙ୍କ ସମ୍ପର୍କରେ ଅପଶବ୍ଦ ପ୍ରୟୋଗ କରିଛନ୍ତି। ଆପଣଙ୍କୁ ଆପଣଙ୍କ ଦଳ କେବଳ ଜା ଦିଲୀପ ଜା କହି ଚାଲିଛି।”
୨୦୧୯ରେ ଦିଲୀପ ଘୋଷ ମେଦିନିପୁର ଆସନରୁ ଜିତିଥିଲେ। କିନ୍ତୁ ବିଜେପି ଏଥର ତାଙ୍କୁ ବର୍ଦ୍ଧମାନ ଦୁର୍ଗାପୁର ଆସନରୁ ଟିକେଟ ଦେଇଛି। ଏହାକୁ ଟିଏମସି ପକ୍ଷରୁ କଟାକ୍ଷ କରାଯାଇଛି।
ଏଠାରେ ଟିଏମସି ଅଭିଷେକ ବାନାର୍ଜୀଙ୍କୁ ତୃତୀୟ ଥର ପାଇଁ ପ୍ରାର୍ଥୀ କରିଛି। ତେଣୁ ଡାଇମଣ୍ଡ ହାର୍ବରରେ ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରିବାର ସାହାସ ରଖିଛି କି ବୋଲି କୁନାଲ ପ୍ରଶ୍ନ କରିଛନ୍ତି।
ସେ କହିଛନ୍ତି, “ମୁଁ ଶୁଭେନ୍ଦୁ ଅଧିକାରୀଙ୍କୁ ଗୋଟିଏ ଚ୍ୟାଲେଞ୍ଜ ଦେବାକୁ ଚାହୁଁଛି। ଖୋଲା ଚ୍ୟାଲେଞ୍ଜ ଦେଇ କହିବାକୁ ଚାହୁଁଛି ଯେ ଆପଣଙ୍କର ଯଦି ସାହାସ ଅଛି, ତା’ହେଲେ ଅଭିଷେକଙ୍କ ବିରୋଧରେ ଲଢ଼େଇ କରନ୍ତୁ। ଯଦି ଦମ ଅଛି, ତା’ହେଲେ ମୋ ଚ୍ୟାଲେଞ୍ଜକୁ ଗ୍ରହଣ କରନ୍ତୁ।”
ଟିଏମସି ମୁଖପାତ୍ର କୁନାଲ ଅଭିଯୋଗ କରିଛନ୍ତି ଯେ ବେଙ୍ଗଲରେ ପ୍ରାର୍ଥୀ ଦେବାକୁ ବିଜେପି ଲୋକ ପାଉନାହିଁ। ଏଥିପାଇଁ ଦଳ ପ୍ରାର୍ଥୀ ତାଲିକା ଜାରି କରିବାରେ ବିଳମ୍ବ କରୁଛି। ସେ କହିଛନ୍ତି, “ସେମାନେ(ବିଜେପି) ଏଯାଏ ଡାଇମଣ୍ଡ ହାର୍ବର ଓ ଅନ୍ୟ ୩ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ପାରୁ ନାହାନ୍ତି। ସେମାନେ ଲୋକମାନଙ୍କୁ ଏହି ସବୁ ଆସନରେ ପ୍ରାର୍ଥୀ ହେବେ କି ବୋଲି ପଚାରୁଛନ୍ତି।”
ଦିନକ ତଳେ ବିଜେପି ୫ମ ପର୍ଯ୍ୟାୟରେ ୧୧୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏହା ମଧ୍ୟରେ ବେଙ୍ଗଲର ୧୯ଟି ଆସନ ରହିଛି। ଏହାକୁ ମିଶାଇ ବିଜେପି ଏଯାଏ ବେଙ୍ଗଲର ୪୨ ଆସନ ମଧ୍ୟରୁ ୩୮ଟି ସ୍ଥାନ ପାଇଁ ପ୍ରାର୍ଥୀ ଘୋଷଣା କଲାଣି। କିନ୍ତୁ ଡାଇମଣ୍ଡ ହାର୍ବରରେ ବିଜେପି ପ୍ରାର୍ଥୀ କିଏ ହେବେ, ସେକଥା ଦଳ ଘୋଷଣା କରି ନାହିଁ।
୩୬ ବର୍ଷୀୟ ଅଭିଷେକ ହେଉଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା। ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ଅଭିଷେକ ଏଠାରୁ ଜିତିଥିଲେ। ୨୦୧୯ରେ ସେ ବିଜେପିର ନିରଞ୍ଜନ ରୟଙ୍କୁ ୩ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।
ପଶ୍ଚିମବଙ୍ଗର ମନ୍ତ୍ରୀ ତଥା ଟିଏମସି ନେତା ଉଦୟନ ଗୁହର ଦିନହାଟା ପୌରାଧ୍ୟକ୍ଷ ଗୌରୀଶଙ୍କର ମାହେଶ୍ୱରୀଙ୍କ ଘରୁ ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗ ଦେଇ ଗତକାଲି ଫେରୁଥିଲେ। ଉକ୍ତ ସମୟରେ ବିପରୀତ ଦିଗରୁ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଆସୁଥିଲା। ଏହି ସମୟରେ କୌଣସି କାରଣରୁ ଉଭୟ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ଟିଏମ୍ସି କର୍ମୀ ନିଶିଥ ପ୍ରମାଣିକଙ୍କ ଗାଡ଼ିକୁ ଅଟକାଇ ଆକ୍ରମଣ କରିଥିଲେ। ଏଥିଯୋଗୁ ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା।
ଖବର ପାଇ ପୁଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଲାଠି ଚାର୍ଜ କରିଥିଲା। ସଂଘର୍ଷରେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ କିଛି ଜଣ ଦଳୀୟ କର୍ମୀ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ତେବେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ ।
ସେପଟେ ଏହି ଘଟଣାକୁ ନେଇ ଆଜି ଦିନହାଟାରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି ତୃଣମୂଳ କଂଗ୍ରେସ ।
କୋଲକତା ମ୍ୟୁନିସିପାଲିଟି ଅଞ୍ଚଳରେ ଥିବା ଗାର୍ଡେନ ରିଚ୍ ଅଞ୍ଚଳରେ ଏକ ନିର୍ମାଣାଧୀନ ୫ ମହଲା ଘର ଗତ ରାତିରେ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଉକ୍ତ ବିଲ୍ଡିଂ ଚାରିପାଖରେ ଛୋଟ ଛୋଟ ଝୁମ୍ପୁଡ଼ି ଥିବା ବେଳେ ବିଲ୍ଡିଂ ଏକ ଝୁମ୍ପୁଡ଼ି ଉପରେ ପଡ଼ି ଯାଇଥିଲା।
ଖବର ପାଇ ତୁରନ୍ତ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ଭଗ୍ନାଂଶ ତଳୁ ଦୁଇ ମୃତଦେହ ଉଦ୍ଧାର ହୋଇଛି। ଏଥିସହ ୧୫ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ପଠାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।
ଭୁଶୁଡ଼ି ପଡ଼ିଥିବା ବିଲ୍ଡିଂ କାର୍ଯ୍ୟ ଅବୈଧ ରୂପେ ଚାଲିଥିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ପ୍ରଶାସନ ସହାୟତାରେ ଏସବୁ ଚାଲୁଥିବା ସେମାନେ କହିଛନ୍ତି।
ପୁଲିସ୍ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି।
ଇଡି ପକ୍ଷରୁ ତାଙ୍କର ବିଭିନ୍ନ ଠିକଣା ଉପରେ ଚଢ଼ାଉ କରାଯାଉଥିବା ବେଳେ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି। ଶେଖ ଶାହଜାହାଁ ଏବେ ସିବିଆଇ ହାଜତରେ ଥିବା ବେଳେ କୋର୍ଟ ତାଙ୍କ ସିବିଆଇ କଷ୍ଟଡିକୁ ଆଉ ୮ ଦିନ ବଢ଼ାଇ ଦେଇଛନ୍ତି।
ଏଥିସହ ଇଡି ଉପରେ ଆକ୍ରମଣ କରିଥିବା ଅଭିଯୋଗରେ ଅନ୍ୟ ୭ଅଭିଯୁକ୍ତଙ୍କୁ ବି ୫ ଦିନ ପାଇଁ ସିବିଆଇ କଷ୍ଟଡିକୁ ପଠାଇ ଦିଆଯାଇଛି। ଇଡି ଟିମ୍ ଗତକାଲି ସକାଳେ ଶେଖ ଶାହଜାହାଁଙ୍କ ବିଭିନ୍ନ ଠିକଣା ଉପରେ ଚଢ଼ାଉ କରିଥିଲା। କେନ୍ଦ୍ରୀୟ ସୁରକ୍ଷା ବଳ ଉପସ୍ଥିତିରେ ଇଡି ଟିମ୍ ଶାହଜାହାଁ ଙ୍କ ଇଟା ଭାଟି ସମେତ ଧମଖାଲିରେ ଥିବା ଆଡ୍ଡା ଉପରେ ଚଢ଼ାଉ କରିଥିଲା। ସେଠାରେ ଇଡି ଟିମ୍ ଶାହଜାହାଁ ଓ ତାଙ୍କ ନିକଟତମଙ୍କ ୩ ଲକଜୁରୀ କାର୍ ଜବତ କରିଛି।
ଇଡି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରେ ହୋଇଥିବା ରାଶନ ଦୁର୍ନୀତି ମାମଲାରେ ପ୍ରାୟ ୧୦ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି। ଏହି ମାମଲାରେ ଇଡି ପ୍ରଥମେ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକଙ୍କୁ ବାନ୍ଧିଥିଲା। ଏହାପରେ ଟିଏମ୍ସି ନେତା ଶେଖ୍ ଶାହଜାହାଁ ଓ ବନଗାଁର ପୂର୍ବତନ ନଗରପାଳିକା ଶଙ୍କର ଆଦ୍ୟା ବି ସାମିଲ ଥିବା ଜଣାପଡ଼ିଥିଲା।
ଏହି ମାମଲାରେ ଗତ ଜାନୁୟାରୀ ୫ ତାରିଖରେ ଇଡି ଟିମ୍ ଶାହଜାହାଁଙ୍କ ଘରେ ରେଡ କରିବାକୁ ଯାଉଥିବା ବେଳେ କିଛି ଲୋକ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏହାପରେ ଶାହଜାହାଁ ଫେରାର ହୋଇ ଯାଇଥିଲେ। ତାଙ୍କ ବିରୁଦ୍ଧରେ ଏକାଧିକ ମାମଲା ରୁଜୁ ହେବା ସତ୍ତ୍ୱେ ବହୁ ଦିନ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଉନଥିବାରୁ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଥିଲା। ଏପରିକି ସନ୍ଦେଶଖାଲିରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ୧୪୪ ଧାରା ଲାଗୁ କରାଯାଇଥିଲା। ଇତି ମଧ୍ୟରେ ବହୁ ଖୋଜାଖୋଜି, ଚଢ଼ାଉ ପରେ ଶାହଜାହାଁଙ୍କୁ ଗିରଫ କରାଯାଇ ସିବିଆଇ ହେପାଜତରେ ରଖା ଯାଇଛି।
ସେ କହିଛନ୍ତି, “ମୋ ପରିବାର ଓ ମୁଁ ବାବୁନଙ୍କ ସହ ସମସ୍ତ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଛୁ। ପ୍ରତିଟି ନିର୍ବାଚନ ପୂର୍ବରୁ ସେ ସମସ୍ୟା ସୃଷ୍ଟି କରନ୍ତି। ମୁଁ ଲୋଭୀ ଲୋକଙ୍କୁ ପସନ୍ଦ କରେନାହିଁ। ବଂଶବାଦ ରାଜନୀତିରେ ମଧ୍ୟ ମୋର ବିଶ୍ୱାସ ନାହିଁ। ତାଙ୍କୁ ଅସ୍ୱୀକାର କରିବାକୁ ମୁଁ ନିଷ୍ପତ୍ତି ନେଇଛି। ତାଙ୍କ ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରୁଛି।”
ମମତାଙ୍କ ଏପରି ନିଷ୍ପତ୍ତି ପୂର୍ବରୁ ବାବୁନ ବାନାର୍ଜୀ ଟିଏମସିକୁ କଡ଼ା ସମାଲୋଚନା କରିଥିଲେ। ପ୍ରସୂନ ବାନାର୍ଜୀ ବର୍ତ୍ତମାନ ହାୱଡାର ସାଂସଦ ଥିବା ବେଳେ ତାଙ୍କୁ ଟିଏମସି ପୁଣି ୨୦୨୪ ନିର୍ବାଚନ ପାଇଁ ଟିକେଟ ଦେଇଛି। ଏହାକୁ ନେଇ ବାବୁନ ଟିଏମସି ଉପରେ ଖପ୍ପା ହୋଇଛନ୍ତି।
ସେ କହିଥିଲେ, “ପ୍ରାର୍ଥୀ ଚୟନକୁ ନେଇ ମୁଁ ଖୁସି ନୁହେଁ। ସେ(ପ୍ରସୂନ ବାନାର୍ଜୀ) ଉପଯୁକ୍ତ ପ୍ରାର୍ଥୀ ନୁହନ୍ତି। ଅନେକ ଯୋଗ୍ୟ ପ୍ରାର୍ଥୀଙ୍କୁ ଅଣଦେଖା କରାଯାଇଛି। ମୋତେ ପ୍ରସୂନ କରିଥିବା ଅପମାନକୁ ମୁଁ କେବେ ହେଲେ ଭୁଲି ପାରିବି ନାହିଁ।” ବାବୁନ ଦରକାର ପଡ଼ିଲେ ସ୍ୱାଧୀନ ଭାବେ ହାୱଡା ଲୋକସଭା ଆସନରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ସଙ୍କେତ ଦେଇଛନ୍ତି।
ବାବୁନ କହିଛନ୍ତି, “ମୁଁ ଜାଣିଛି ଦିଦି(ମମତା ବାନାର୍ଜୀ) ମୋ ସହ ଏକମତ ହୋଇ ନପାରନ୍ତି। କିନ୍ତୁ ଯଦି ଦରକାର ପଡ଼ିବ, ତା’ହେଲେ ମୁଁ ସ୍ୱାଧୀନ ଭାବେ ହାୱଡା ଲୋକସଭା ନିର୍ବାଚନ ଲଢ଼ିବି।”
ହାୱଡା ଆସନରୁ ପ୍ରସୂନ ୩ ଥର ବିଜୟୀ ହୋଇ ଲୋକସଭାକୁ ଯାଇଛନ୍ତି। ବାମପନ୍ଥୀ ଦଳର ଅମ୍ବିକା ବାନାର୍ଜୀଙ୍କ ପରେ ୨୦୦୯ରୁ ଟିଏମସି ଏଠାରେ ଜିତି ଆସୁଛି।
ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସିଏଏ ଲାଗୁ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ମମତା ବାନାର୍ଜୀ ତରବରିଆ ଭାବେ ଗୋଟିଏ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ।
ରାଜ୍ୟ ସଚିବାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦିଦି କହିଛନ୍ତି, “ଯଦି ନିୟମରେ ପକ୍ଷପାତିତା ରହିଥିବ, ତା’ହେଲେ ଆମେ ଏହାକୁ ଗ୍ରହଣ କରିବୁ ନାହିଁ। ଜାତି, ଧର୍ମ ଓ ଲିଙ୍ଗଗତ ଦୃଷ୍ଟିରୁ ଯଦି ପାତରଅନ୍ତର କରାଯାଇଥିବ, ତା’ହେଲେ ଆମେ ଏହାକୁ ବିରୋଧ କରିବୁ। ସେମାନେ ୨ ଦିନ ଭିତରେ କାହାକୁ ବି ନାଗରିକତା ପ୍ରଦାନ କରିପାରିବେ ନାହିଁ। ଏହା କେବଳ ଲଲିପପ ଓ ଲୋକ ଦେଖାଣିଆ କାମ।”
୪ ବର୍ଷ ଓ ୩ ମାସ ତଳେ ନାଗରିକତା ଦେବା ପାଇଁ କେନ୍ଦ୍ର ସରକାର ଆଇନ ପ୍ରଣୟନ କରିଥିଲେ। ହେଲେ ଏହାର ନିୟମ ଏଯାଏ ପ୍ରଣୟନ କରିପାରି ନଥିଲେ। ଆଉ କିଛି ଦିନ ପରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ହଠାତ୍ କେନ୍ଦ୍ର ସରକାର ସିଏଏ ନିୟମ ପ୍ରଣୟନ କରିଛନ୍ତି।
ବିରୋଧୀଙ୍କ କହିବା କଥା ଯେ ବିଜେପି ସରକାର ତୁଷ୍ଟୀକରଣ ରାଜନୀତିକ ପାଇଁ ତରବରିଆ ଭାବେ ସିଏଏ ଲାଗୁ କରିଛି। ସେହିପରି ନିର୍ବାଚନୀ ବଣ୍ଡ ମାମଲାରେ ବ୍ୟାକଫୁଟରେ ଥିବା କେନ୍ଦ୍ର ସରକାର ଏଥିରୁ ଲୋକଙ୍କ ଧ୍ୟାନଚ୍ୟୁତ ପାଇଁ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି।
ବିବାହ ବିଚ୍ଛେଦ ପରେ ମୁହଁମୁହିଁ ହୋଇଛନ୍ତି ପତିପତ୍ନୀ। ଗୋଟିଏ ଲୋକସଭା ସିଟ୍ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ଦମ୍ପତି। ପୂର୍ବତନ ସ୍ୱାମୀ ବିଜେପି ଟିକେଟରେ ନିର୍ବାଚନକୁ ଓହ୍ଲାଇଥିବା ବେଳେ ପତ୍ନୀ ବି ଟିଏମସି ଟିକେଟରେ ଟକ୍କର ଦେବାକୁ ଅଣ୍ଟା ଭିଡିଛନ୍ତି। ଏପରି ଭିନ୍ନ ଦୃଶ୍ୟ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି।
ଟିଏମ୍ସି ରବିବାର ୪୨ ଲୋକସଭା ସିଟ୍ ପାଇଁ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ଏପରି ତଥ୍ୟ ସାମନାକୁ ଆସିଛି। ତାଲିକାରେ ଦେଖିବାକୁ ମିଳିଛି ସୁଜାତା ମଣ୍ଡଳ ବାଙ୍କୁଡା ଜିଲ୍ଲାର ବିଷ୍ଣୁପୁର ସିଟ୍ରୁ ଟିଏମ୍ସି ଟିକେଟରେ ନିର୍ବାଚନ ଲଢ଼ିବେ। ତାଙ୍କ ସ୍ୱାମୀ ସୌମିତ୍ର ଖାନ ବିଜେପି ଟିକେଟରୁ ଉକ୍ତ ଆସନରୁ ଲଢ଼ିବେ।
୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସୌମିତ୍ର ଖାନ ଟିଏମ୍ସିରୁ ଭାଜପାକୁ ଆସିଥିଲେ। ସେତେବେଳେ ତାଙ୍କ ପତ୍ନୀ ତାଙ୍କ ପାଇଁ ପ୍ରଚାର କରିଥିଲେ। ଏହାପରେ ୨୦୨୧ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଦମ୍ପତି ଅଲଗା ହୋଇ ଯାଇଥିଲେ।
ସୁଜାତା ଟିଏମ୍ସିରେ ସାମିଲ ହେବା ନେଇ ଘୋଷଣା କରିବାରୁ ସୌମିତ୍ର ଗଣମାଧ୍ୟମ ସମ୍ମୁଖରେ ହିଁ ତାଙ୍କୁ ଛାଡ଼ପତ୍ର ଦେବେ ବୋଲି ଘୋଷଣା କରିଥିଲେ। ଏହାପରେ ଏହି ଦମ୍ପତି ଅଲଗା ହୋଇ ଯାଇଥିବା ବେଳେ ଏବେ ମୁହାଁମୁହିଁ ଛିଡ଼ା ହୋଇଛନ୍ତି। ତେବେ କିଏ ଏହି ସିଟ୍ରୁ ବାଜି ମାରୁଛି ତାହା ଉପରେ ସମସ୍ତଙ୍କ ନଜର।
ମମତା ବାନାର୍ଜୀ ଏଥର ବିନା ମେଣ୍ଟରେ ଏକୁଟିଆ ମଇଦାନକୁ ଓହ୍ଲାଇଛନ୍ତି। ଗତ ୧୦ ତାରିଖରେ ସେ ପଶ୍ଚିମବଙ୍ଗର ୪୨ଟି ଲୋକସଭା ସିଟ୍ରେ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି।
ସେହିରପି ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଛନ୍ଦି ହୋଇଥିବା ଟିଏମ୍ସି ନେତ୍ରୀ ମହୁଆ ମୋଇତ୍ରାଙ୍କୁ ମଧ୍ୟ ଦଳ ଟିକେଟ୍ ଦେଇଛି। କୃଷ୍ଣନଗର ଆସନରୁ ଟିଏମ୍ସି ତାଙ୍କୁ ପୁଣି ଥରେ ତାଙ୍କୁ ମୈଦାନକୁ ଓହ୍ଲାଇଛି। ସେହିପରି ଡାଇମଣ୍ଡ ହାର୍ବର ରୋଡ୍ରୁ ଦଳ ଅଭିଷେକ ବାନାର୍ଜୀଙ୍କୁ ପ୍ରାର୍ଥୀ କରିଛି।
ଟିଏମସି ପଶ୍ଚିମବଙ୍ଗରେ ଏକାକୀ ନିର୍ବାଚନ ଲଢିବା ନେଇ ଘୋଷଣା କରିବା ପରେ ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏକ ମେଗା ରାଲି କରି ଦିଦି ପରେଡ୍ ଗ୍ରାଉଣ୍ଡରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ରାଲି ପୂର୍ବରୁ ମମତା ବାନାର୍ଜୀ ସୋଶାଲ ମିଡିଆ ପ୍ଲାଟଫର୍ମ Xରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓ ଜରିଆରେ ସେ ଲୋକଙ୍କୁ ଏହି ରାଲିରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି।
୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟ ଦଳ ଠିକ୍ ଏହି ଭଳି ରାଲିର ଆୟୋଜନ କରିଥିଲା। ତେବେ ସେହି ସମୟରେ ଆମ୍ ଆଦମୀ ପାର୍ଟିର ଅରବିନ୍ଦ କେଜ୍ରିୱାଲ, ଟିଡିପିର ଚନ୍ଦ୍ରବାବୁ ନାଇଡୁ, ଜେଡିଏସର ଏଚଡି କୁମାରସ୍ୱାମୀଙ୍କ ସମେତ ପ୍ରାୟ ୨୦ ଜଣ ବିରୋଧୀଦଳ ନେତା ଏହି ରାଲିରେ ଯୋଗ ଦେଇଥିଲେ।
ଏଥିସହ କେନ୍ଦ୍ରର ଟଙ୍କା ଲୁଟ କରିବା ପାଇଁ ଟିଏମସି ନକଲି ମନରେଗା କାର୍ଡ ତିଆରି କରିଥିବା ମଧ୍ୟ ମୋଦି ଅଭିଯୋଗ କରିଛନ୍ତି। ବିରୋଧୀ ମେଣ୍ଟ ଇଣ୍ଡିଆରେ ଥିବା ଟିଏମସି ଓ କଂଗ୍ରେସ ଭଳି ଦଳ କେବଳ ସେମାନଙ୍କ ପରିବାର ଲୋକଙ୍କ ବିକାଶ କଥା ଚିନ୍ତା କରନ୍ତି ବୋଲି ମୋଦି କହିଛନ୍ତି।
ବେଙ୍ଗଲର ସିଲିଗୁଡ଼ିରେ ଆୟୋଜିତ ବିଶାଳ ରାଲିରେ ସାଧାରଣ ଲୋକଙ୍କୁ ସମ୍ବୋଧନ କରି ସେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଦଳକୁ ହରାଇବା ପାଇଁ ଆହ୍ୱାନ ଦେଇଛନ୍ତି।
ସେ କହିଛନ୍ତି, “ଦୁର୍ନୀତି ଗ୍ରସ୍ତ ଟିଏମସି ସରକାରକୁ ପଶ୍ଚିମବଙ୍ଗରୁ ହଟାଇବା ପାଇଁ ରାସ୍ତା ଲୋକସଭା ନିର୍ବାଚନରେ ଖୋଲିବ। ଦେଶର ମା’ମାନେ ଆବଶ୍ୟକ ଜିନିଷ ଓ ସୁବିଧା ପାଇବା ପାଇଁ ଅନେକ ସଂଘର୍ଷ କରୁଥିବା ମୁଁ ଦେଖିବାକୁ ପାଇଛି। ଏହି କାରଣ ପାଇଁ ମୁଁ ସାନିଟେସନ, ମାଗଣା ବିଜୁଳି, ବ୍ୟାଙ୍କ ଆକାଉଣ୍ଟ ଓ ଟ୍ୟାପ ପାଣି ଉପରେ ଗୁରୁତ୍ୱ ଦେଉଛି।
ଏହାଦ୍ୱାରା ଆମ ମା’ ଓ ଭଉଣୀମାନଙ୍କର ଜୀବନ ଅଧିକ ସହଜ ହୋଇପାରିବ। କିନ୍ତୁ ଏଠାରେ ପ୍ରଥମେ ବାମପନ୍ଥୀ ଓ ପରେ ଟିଏମସି ସରକାର ରାଜ୍ୟବାସୀଙ୍କ ମୌଳିକ ଆବଶ୍ୟକତାକୁ ଅଣଦେଖା କରି ଚାଲିଛନ୍ତି। ଟିଏମସି ରାଜ୍ୟକୁ ଲୁଟ କରି ଚାଲିଛି। ମନରେଗା ଅଧୀନରେ ଥିବା କେନ୍ଦ୍ରୀୟ ପାଣ୍ଠିକୁ ଲୁଟ କରିବା ପାଇଁ ଟିଏମସି ନକଲି ନିଯୁକ୍ତି କାର୍ଡ ତିଆରି କରିଛି।”
ବଂଶବାଦ ରାଜନୀତିକୁ ପ୍ରସଙ୍ଗ କରି ମୋଦି ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଟିଏମସି କେବଳ ନିଜ ପୁତୁରା କଥା ଚିନ୍ତା କରୁଛି। ସେହିପରି କଂଗ୍ରେସ କେବଳ ନିଜ ରାଜ ପରିବାର କଥା ଭାବୁଛି ବୋଲି ମୋଦି ଅଭିଯୋଗ କରିଛନ୍ତି।
ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର ଓ ବେଙ୍ଗଲ ବିଧାନସଭାର ବିରୋଧୀ ଦଳ ନେତା ସୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। ପଦ୍ମ ଧରିବା ପରେ ଜଷ୍ଟିସ ଅଭିଜିନ କହିଛନ୍ତି, “ଆଜି ମୁଁ ଗୋଟିଏ ନୂଆ କ୍ଷେତ୍ରରେ ସାମିଲ ହୋଇଛି। ମୁଁ ବିଜେପିରେ ସାମିଲ ହୋଇଥିବାରୁ ଖୁସି। ମୁଁ ଦଳରେ ଜଣେ ସୈନ୍ୟ ହିସାବରେ କାମ କରିବି। ଆମର ଗୋଟିଏ ଲକ୍ଷ୍ୟ ହେଲା ଦୁର୍ନୀତିଗ୍ରସ୍ତ ଟିଏମସି ଶାସନକୁ ରାଜ୍ୟରେ ବିଲୁପ୍ତ କରିବା।”
ଜଷ୍ଟିସ ଅଭିଜିନ ରାଜନୀତିକୁ ଆସିଥିବାରୁ ସୁଭେନ୍ଦୁ ଅଧିକାରୀ ତାଙ୍କୁ ପ୍ରବଳ ପ୍ରଶଂସା କରିଛନ୍ତି। ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ଭଳି ଲୋକଙ୍କୁ ପଶ୍ଚିମବଙ୍ଗ ରାଜନୀତି ଆବଶ୍ୟକ କରୁଛି ବୋଲି ସେ କହିଛନ୍ତି।
ଜଷ୍ଟିସ ଗଙ୍ଗୋପାଧ୍ୟାୟ ମଙ୍ଗଳବାର ହାଇକୋର୍ଟରେ ପହଞ୍ଚିଥିଲେ। ଏହାର କିଛି ସମୟ ପରେ ସେ ନିଜ ଇସ୍ତଫାପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଟିଏସ୍ ଶିବଙ୍ଗନମ୍ଙ୍କ ନିକଟକୁ ପଠାଇ ଦେଇଥିଲେ। ଏହାର ଗୋଟିଏ ଦିନ ପରେ ଅର୍ଥାତ ଆଜି ସେ ବିଜେପିରେ ମିଶିଛନ୍ତି।
ଜଷ୍ଟିସ ଅଭିଜିତ ୨୦୧୮ ମସିହାରେ ହାଇକୋର୍ଟରେ ଯୋଗ ଦେଇଥିଲେ। ଆସନ୍ତା ୫ ମାସ ପରେ ଅର୍ଥାତ୍ ୨୦୨୪ ଅଗଷ୍ଟରେ ସେ ଅବସର ଗ୍ରହଣ କରିଥାନ୍ତେ। କିନ୍ତୁ ଏହାପୂର୍ବରୁ ସେ ବିଚାରପତି ପଦ ଛାଡ଼ି ଦେଇଛନ୍ତି।
ଚଳିତ ବର୍ଷ ଜାନୁଆରୀରେ କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସୌମେନ ସେନଙ୍କ ସହ ତାଙ୍କର ନ୍ୟାୟିକ ବିବାଦ ଦେଖାଦେଇଥିଲା। ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କ ଭୂମିକାକୁ ନେଇ ଜଷ୍ଟିସ ଗଙ୍ଗୋପାଧ୍ୟାୟ ଏକ ସ୍ଥାନୀୟ ବଙ୍ଗଳା ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇଥିଲେ। ଏହାକୁ ସୁପ୍ରିମକୋର୍ଟ ନାପସନ୍ଦ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ଏହାକୁ ନେଇ ବିବାଦ ବି ସୃଷ୍ଟି ହୋଇଥିଲା।
ମମତା ବାନାର୍ଜୀ ଏକ ଫେସବୁକ୍ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନିନ୍ଦା କରିଛନ୍ତି। ବଙ୍ଗଳାର ପରିଚୟ କଥା ଉଠାଇ ସେ ଲୋକଙ୍କୁ ମାର୍ଚ୍ଚ ୧୦ରେ ବ୍ରିଗେଡରେ ହେବାକୁ ଥିବା ସାଧାରଣ ସଭାରେ ଭାଗ ନେବାକୁ ଅନୁରୋଧ କରିଥିଲେ। ସେ କହିଛନ୍ତି ଯେ 'ବୋହିରାଗୋଟୋ ଜମିଦାରମାନେ ଅର୍ଥାତ୍ ବାହାର ଲୋକଙ୍କୁ ମାର୍ଚ୍ଚ ୧୦ ମନେ ପକାଇଦେବା ଉଚିତ ଯେ, ବଙ୍ଗଳାର ଧୈର୍ଯ୍ୟ ଏବଂ ସୌଜନ୍ୟତା ତା'ର ଦୁର୍ବଳତା ନୁହେଁ। ସେ କଠୋର ସ୍ୱରରେ କହିଛନ୍ତି, ଆମର ଧୈର୍ଯ୍ୟକୁ ଦୁର୍ବଳତା ବୋଲି ଭାବ ନାହିଁ। ସେମାନେ କେବଳ ନିର୍ବାଚନ ସମୟରେ ଆସନ୍ତି ଏବଂ ନିର୍ବାଚନ ପରେ ଦେଖାଦିଅନ୍ତି ନାହିଁ।'
ସେ ଆହୁରି କହିଛନ୍ତି, 'ପଶ୍ଚିମବଙ୍ଗ ମନରେଗା ଟଙ୍କାରୁ ବଞ୍ଚିତ ଅଛି। ସେ ବଙ୍ଗଳାର ଏକ ଭିନ୍ନ ଚିତ୍ର ତିଆରି କରୁଥିଲେ। ବଙ୍ଗଳାକୁ ସାଂସ୍କୃତିକ ରାଜଧାନୀ କୁହାଯାଏ। ବଙ୍ଗଳାରେ ଏଭଳି ଘଟଣା ଘଟେ ନାହିଁ। ବଙ୍ଗଳା ସମସ୍ତ ଧର୍ମକୁ ସମ୍ମାନ କରେ। ଧର୍ମ ଅଲଗା, କିନ୍ତୁ ପର୍ବ ସମସ୍ତଙ୍କ ପାଇଁ। ମୁଁ ଏହାକୁ ବରଦାସ୍ତ କରିବି ନାହିଁ।'
ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ମାର୍ଚ୍ଚ ୧୦ରେ କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଏକ ରାଲି କରିବାକୁ ଯାଉଛନ୍ତି। ବିଶ୍ୱାସ କରାଯାଏ ଯେ ଏହି ସମୟ ମଧ୍ୟରେ ସେ ଲୋକସଭା ନିର୍ବାଚନ ପାଇଁ ନିଜ ଦଳର ସମସ୍ତ ୪୨ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରନ୍ତି।
ଇଡି ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ଶାହଜାହାଁ ଗିରଫ ହୋଇ ବେଙ୍ଗଲ ପୁଲିସ୍ର ହେପାଜତରେ ଅଛନ୍ତି। ବେଙ୍ଗଲ ସିଆଇଡି ଘଟଣାର ତଦନ୍ତ କରୁଛି।ତେବେ ମଙ୍ଗଳବାର ହାଇକୋର୍ଟ ଶାହଜାହାଁଙ୍କୁ ସିବିଆଇକୁ ହସ୍ତାନ୍ତର କରିବାକୁ ପୁଲିସ୍କୁ କହିଥିଲେ। କିନ୍ତୁ ବେଙ୍ଗଲ ସରକାର କିମ୍ବା ପୁଲିସ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଖାତିର କରି ନଥିଲେ।
ଏପରି ଆଚରଣ ବିରୋଧରେ ସିବିଆଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ବେଙ୍ଗଲ ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚଳାଇବାକୁ ସିବିଆଇ ଦାବି କରିଥିଲା।
ସିବିଆଇ କହିଥିଲା ଯେ ବେଙ୍ଗଲ ସିଆଇଡି ମଙ୍ଗଳବାର ହାଇକୋର୍ଟ ଦେଇଥିବା ରାୟକୁ ଅନୁପାଳନ କରି ନାହିଁ। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଶାହଜାହାଁଙ୍କୁ ସିଆଇଡି ପକ୍ଷରୁ ସିବିଆଇକୁ ହସ୍ତାନ୍ତର କରାଯାଇ ନାହିଁ ବୋଲି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କହିଥିଲା।
ନିଜ ଅଧିକାରୀଙ୍କୁ କରାଯାଇଥିବା ଆକ୍ରମଣ ଘଟଣାରେ ଇଡି ହିଁ ପ୍ରଥମେ ସିବିଆଇ ତଦନ୍ତ ଦାବି କରି କୋର୍ଟରେ ପହଞ୍ଚିଥିଲା। ମଙ୍ଗଳବାର ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ସହ ଶାହଜାହାଁଙ୍କୁ ହସ୍ତାନ୍ତର କରିବାକୁ କହିଥିଲେ।
ଇଡି ପକ୍ଷରୁ ଆଡିସିନାଲ ସଲିସିଟର ଜେନେରାଲ(ଏଏସଜି) ଏସ୍ଭି ରାଜୁ ଆଜି ହାଇକୋର୍ଟଙ୍କୁ କହିଛନ୍ତି ଯେ ଶାହଜାହାଁଙ୍କୁ ବେଙ୍ଗଲ ସରକାର ସିବିଆଇକୁ ହସ୍ତାନ୍ତର କରି ନାହାନ୍ତି। ହସ୍ତାନ୍ତର କରିବା ବଦଳରେ ବେଙ୍ଗଲ ସରକାର ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି।
ହାଇକୋର୍ଟ ନିର୍ଦ୍ଦେଶରେ ଏଯାଏ ରୋକ ଲାଗିନାହିଁ। ତେଣୁ ଏହା ଏକ ଅଦାଲତ ଅବମାନନା ମାମଲା। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଅପେକ୍ଷା କରାଯାଇ ପାରିବ ନାହିଁ ବୋଲି ରାଜୁ କହିଛନ୍ତି।
ସିବିଆଇ ପାଇଁ ଯୁକ୍ତି ରଖୁଥିବା ଓକିଲ କହିଥିଲେ ଯେ ତଦନ୍ତକାରୀ ସଂସ୍ଥା ହାଇକୋର୍ଟଙ୍କ ନିର୍ଦ୍ଦେଶ ସମ୍ପର୍କରେ ବେଙ୍ଗଲର ସମସ୍ତ ଅଧିକାରୀଙ୍କୁ ଜଣାଇଛି। ଡିଜିପି, ମୁଖ୍ୟ ଶାସନ ସଚିବ, ଅତିରିକ୍ତ ଡିଜି ଓ ସିଆଇଡିକୁ ମଧ୍ୟ ଚିଠି କରାଯାଇଛି।
ଏହାର ଜବାବରେ ଡିଜିପି ଦେଇଥିବା ଚିଠିରେ କହିଛନ୍ତି ଯେ ମାମଲା ଏବେ ସୁପ୍ରିମକୋର୍ଟରେ ରହିଛି। ତେଣୁ ମାମଲା ଉପରେ ରାୟ ଆସିବା ଯାଏ ସିବିଆଇ ଅପେକ୍ଷା କରୁ। ଏହା କେଉଁ ପ୍ରକାରର ବିବୃତି ବୋଲି ସିବିଆଇ ଓକିଲ କୋର୍ଟଙ୍କୁ ଅବଗତ କରାଇଛନ୍ତି।
ଏହା ଶୁଣିବା ପରେ ହାଇକୋର୍ଟ ଦିନ ୪.୧୫ ସୁଦ୍ଧା ଶାହଜାହାଁଙ୍କୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ବେଙ୍ଗଲ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଇଡି ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ଶାହଜାହାଁ ଏବେ ବେଙ୍ଗଲ ପୁଲିସ୍ର ସିଆଇଡି ହେପାଜତରେ ଅଛନ୍ତି। ଉକ୍ତ ମାମଲାର ତଦନ୍ତ ଦାୟିତ୍ୱ ହାଇକୋର୍ଟ ସିବିଆଇକୁ ଦେବା ସହ ଶାହଜାହାଁଙ୍କୁ ଦିନ ୪.୩୦ ସୁଦ୍ଧା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରିବାକୁ କହିଥିଲେ। ତଥାପି ବେଙ୍ଗଲ ସରକାର କୋର୍ଟଙ୍କ ନିର୍ଦ୍ଦେଶକୁ ଖାତିର କରି ନାହାନ୍ତି।
ଶାହଜାହାଁ ଓ ଘଟଣା ସହ ଜଡ଼ିତ ସମସ୍ତ ଦସ୍ତାବିଜକୁ ଦିନ ୪.୩୦ ସୁଦ୍ଧା ସିବିଆଇକୁ ହସ୍ତାନ୍ତର କରିବା ପାଇଁ କୋର୍ଟ କହିଥିଲେ। ସିବିଆଇ ଟିମ ମଧ୍ୟ କୋଲକାତାରେ ଥିବା ପୁଲିସ୍ ମୁଖ୍ୟାଳୟରେ ପହଞ୍ଚିଥିଲା। କିନ୍ତୁ ସରକାର ଶାହଜାହାଁଙ୍କୁ ହସ୍ତାନ୍ତର କରିବାକୁ ମନା କରି ଦେଇଥିଲେ। ତେଣୁ ସିବିଆଇ ଟିମ ଖାଲି ହାତରେ ସନ୍ଧ୍ୟା ୭.୩୦ ବେଳକୁ ମୁଖ୍ୟାଳୟରୁ ବାହାରି ଯାଇଛି।
ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ତେଣୁ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ପୂର୍ବରୁ ରାଜ୍ୟ ସରକାର ଶାହଜାହାଁଙ୍କୁ ସିବିଆଇକୁ ହସ୍ତାନ୍ତର କରିପାରିବେ ନାହିଁ ବୋଲି କହିଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶାହଜାହାଁଙ୍କ ଘଟଣାର ତଦନ୍ତ କରିବାକୁ ଉଭୟ ଇଡି ଓ ରାଜ୍ୟ ସରକାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଇଡି ଘଟଣାର ତଦନ୍ତ କେବଳ ସିବିଆଇ କରୁ ବୋଲି ଦାବି କରିଥିଲା।
ସେହିପରି ରାଜ୍ୟ ସରକାର ପୁଲିସ୍ ତଦନ୍ତ ଦାବି କରିଥିଲେ। ତେବେ କୋର୍ଟ ଇଡିର ଆବେଦନ ଅନୁସାରେ ଶାହଜାହାଁଙ୍କ ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଥିଲେ।
ଏହା ବିରୋଧରେ ରାଜ୍ୟ ସରକାର ତୁରନ୍ତ ସୁପ୍ରିମକୋର୍ଟରେ ଆବେଦନ କରି ଜରୁରୀ ଶୁଣାଣି ପାଇଁ ଦାବି କରିଥିଲେ। ହେଲେ ଜରୁରୀ ଶୁଣାଣିକୁ କୋର୍ଟ ମନା କରି ଦେଇଛନ୍ତି। ସେହିପରି ରେଜିଷ୍ଟ୍ରାର ଜେନେରାଲଙ୍କ ନିକଟରେ ଆବେଦନକୁ ଲିଷ୍ଟିଂ କରିବାକୁ କହିଛନ୍ତି।
ଇଡି ଅଧିକାରୀଙ୍କୁ ଆକ୍ରମଣ କରିବା ଘଟଣାରେ ପୁଲିସ୍ ଶାହଜାହାଁଙ୍କୁ ଗିରଫ କରିଥିଲା। କିନ୍ତୁ ସନ୍ଦେଶଖାଲିରେ ଶତାଧିକ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଓ ସେମାନଙ୍କ ଜମି ହଡ଼ପ ମାମଲାର ମୁଖ୍ୟ ଅଭିଯୁକ୍ତ ମଧ୍ୟ ଶାହଜାହାଁ। ତାଙ୍କୁ ୫୫ ଦିନ ହେଲା ଖୋଜା ପଡ଼ିଥିବା ବେଳେ ଶେଷରେ ପୁଲିସ୍ ତାଙ୍କୁ ଗତ ବୁଧବାର ମଧ୍ୟରାତ୍ରରେ ଗିରଫ କରିଥିଲା।
ଏଥିସହ ଏହି ଘଟଣାରେ ଗିରଫ ହୋଇଥିବା ନିଲମ୍ବିତ ଟିଏମସି ଷ୍ଟ୍ରଙ୍ଗମ୍ୟାନ ଶେଖ ଶାହଜାହାଁଙ୍କୁ ଆଜି ଦିନ ୪.୩୦ ସୁଦ୍ଧା ସିବିଆଇ ହେପାଜତରେ ଛାଡ଼ିବାକୁ ହାଇକୋର୍ଟ ବେଙ୍ଗଲ ପୁଲିସ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଇଡି ଅଧିକାରୀଙ୍କ ଉପରେ ଶାହଜାହାଁ ଓ ତାଙ୍କ ସହଯୋଗୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ ପାଇଁ ପଶ୍ଚିମବଙ୍ଗ ସରକାର ଏସଆଇଟି ଗଠନ କରିବା ସହ ଶାହଜାହାଁଙ୍କୁ ଗିରଫ କରିଥିଲେ।
ଶାହଜାହାଁ ଗିରଫ ହେବା ପରେ ପଶ୍ଚିମବଙ୍ଗ ସରକାର ଘଟଣାର ତଦନ୍ତ ଦାୟିତ୍ୱ ସିଆଇଡିକୁ ଦେଇଥିଲେ। ବର୍ତ୍ତମାନ ଶାହଜାହାଁ ପୁଲିସ୍ ରିମାଣ୍ଡରେ ରହିଛନ୍ତି। ରିମାଣ୍ଡ ଶେଷ ହୋଇ ନଥିବା ବେଳେ କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଟିଏସ୍ ଶିବଗ୍ନାମ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଶାହଜାହାଁଙ୍କ ଘଟଣାର ତଦନ୍ତ କରିବାକୁ ଉଭୟ ଇଡି ଓ ରାଜ୍ୟ ସରକାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଇଡି ଘଟଣାର ତଦନ୍ତ କେବଳ ସିବିଆଇ କରୁ ବୋଲି ଦାବି କରିଥିଲା।
ସେହିପରି ରାଜ୍ୟ ସରକାର ପୁଲିସ୍ ତଦନ୍ତ ଦାବି କରିଥିଲେ। ତେବେ କୋର୍ଟ ଇଡିର ଆବେଦନ ଅନୁସାରେ ଶାହଜାହାଁଙ୍କ ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଛନ୍ତି।
ଇଡି ଅଧିକାରୀଙ୍କୁ ଆକ୍ରମଣ କରିବା ଘଟଣାରେ ପୁଲିସ୍ ଶାହଜାହାଁଙ୍କୁ ଗିରଫ କରିଥିଲା। କିନ୍ତୁ ସନ୍ଦେଶଖାଲିରେ ଶତାଧିକ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଓ ସେମାନଙ୍କ ଜମି ହଡ଼ପ ମାମଲାର ମୁଖ୍ୟ ଅଭିଯୁକ୍ତ ମଧ୍ୟ ଶାହଜାହାଁ। ତାଙ୍କୁ ୫୫ ଦିନ ହେଲା ଖୋଜା ପଡ଼ିଥିବା ବେଳେ ଶେଷରେ ପୁଲିସ୍ ତାଙ୍କୁ ଗତ ବୁଧବାର ମଧ୍ୟରାତ୍ରରେ ଗିରଫ କରିଥିଲା।
ଜଷ୍ଟିସ ଗଙ୍ଗୋପାଧ୍ୟାୟ ଆଜି ସକାଳେ ହାଇକୋର୍ଟରେ ପହଞ୍ଚିଥିଲେ। ଏହାର କିଛି ସମୟ ପରେ ସେ ନିଜ ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଏନ ଚନ୍ଦ୍ରଚୂଡ଼ ଓ କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ଟି.ଏସ୍ ଶିବଙ୍ଗନମ୍ଙ୍କ ନିକଟକୁ ପଠାଇ ଦେଇଛନ୍ତି।
ଜଷ୍ଟିସ ଗଙ୍ଗୋପାଧ୍ୟାୟଙ୍କ କାର୍ଯ୍ୟକାଳ ଆହୁରି ୫ ମାସ ବାକିଥିବା ବେଳେ ସେ ଆଜି ଇସ୍ତଫା ଦେବା ଘଟଣାକୁ ତାଙ୍କ ସହକର୍ମୀମାନେ ସହଜେ ହଜମ କରି ପାରୁ ନାହାନ୍ତି। ଜଷ୍ଟିସ ଗଙ୍ଗୋପାଧ୍ୟାୟ ନିଜ ନିଷ୍ପତ୍ତି ଉପରେ ପୁନର୍ବିଚାର କରି ପୁଣି ଥରେ କୋର୍ଟକୁ ଫେରନ୍ତୁ ବୋଲି ସେମାନେ ତାଙ୍କୁ ଅନୁରୋଧ କରିଛନ୍ତି । ମାତ୍ର ଜୀବନରେ ଆଗକୁ ବଢ଼ିବା ସହ ଆହୁରି ବହୁ କାମ କରିବାକୁ ବାକି ଥିବା କହିଛନ୍ତି ଜଷ୍ଟିସ ଗଙ୍ଗୋପାଧ୍ୟାୟ ।
ଜଷ୍ଟିସ ଗଙ୍ଗୋପାଧ୍ୟାୟ ପଶ୍ଚିମବଙ୍ଗର ଶାସକ ଦଳ ଟିଏମସିକୁ ଧନ୍ୟବାଦ ଜଣାଇଛନ୍ତି, ଯିଏ ତାଙ୍କୁ ବାରମ୍ବାର ରାଜନୈତିକ କ୍ଷେତ୍ରରେ ପ୍ରବେଶ କରିବାକୁ ଚ୍ୟାଲେଞ୍ଜ ଦେଇଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ କେଉଁ ଦଳରୁ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ସେ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ସେ ଭାରତୀୟ ଜନତା ପାର୍ଟି (ବିଜେପି), କଂଗ୍ରେସ କିମ୍ବା ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) (ସିପିଏମ)ରେ ଯୋଗ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି।
ଜଷ୍ଟିସ ଅଭିଜିତ ୨୦୧୮ ମସିହାରେ ହାଇକୋର୍ଟରେ ଯୋଗ ଦେଇଥିଲେ, ଆସନ୍ତା ୫ ମାସ ମଧ୍ୟରେ ଅର୍ଥାତ୍ ୨୦୨୪ ଅଗଷ୍ଟରେ ସେ ଅବସର ଗ୍ରହଣ କରିଥାନ୍ତେ।
ଚଳିତ ବର୍ଷ ଜାନୁଆରୀରେ କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସୌମେନ ସେନଙ୍କ ସହ ତାଙ୍କର ନ୍ୟାୟିକ ବିବାଦ ଦେଖାଦେଇଥିଲା। ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ପଶ୍ଚିମବଙ୍ଗରେ ଜାତିଗତ ପ୍ରମାଣପତ୍ର ଦୁର୍ନୀତି ଓ ମେଡିକାଲ କଲେଜରେ ନାମଲେଖାରେ ଅନିୟମିତତା ଅଭିଯୋଗର ସିବିଆଇ ତଦନ୍ତ ଉପରେ ରୋକ ଲଗାଇବା ପରେ ଦୁଇ ବିଚାରପତିଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା।
ଏହାବ୍ୟତୀତ ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କ ଭୂମିକାକୁ ନେଇ ଜଷ୍ଟିସ ଗଙ୍ଗୋପାଧ୍ୟାୟ ଏକ ସ୍ଥାନୀୟ ବଙ୍ଗଳା ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାର ମଧ୍ୟ ତାଙ୍କୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାଉପରେ ସୁପ୍ରିମକୋର୍ଟ ମଧ୍ୟ କଡ଼ା ମନ୍ତବ୍ୟ ଦେଇଥିଲେ ଏବଂ ବିଚାରପତିମାନଙ୍କର ଟିଭି ଚ୍ୟାନେଲଗୁଡ଼ିକୁ ସାକ୍ଷାତକାର ଦେବାର ଅଧିକାର ନାହିଁ ବୋଲି କହିଥିଲେ ।
ରାଲିକୁ ସମ୍ବୋଧିତ କରି ଟିଏମ୍ସି ଅର୍ଥ ଲୋକଙ୍କୁ ବୁଝାଇଛନ୍ତି ମୋଦି। ସେ କହିଛନ୍ତି, 'ଟିଏମ୍ସିର ଅନ୍ୟ ନାଁ ହେଉଛି ଅତ୍ୟାଚାର। ଟିଏମ୍ସି ଅର୍ଥ 'ତୁ, ମେ ଓ କରପ୍ସନ୍'। ମମତା ବାନାର୍ଜୀ ସରକାର ପଶ୍ଚିମବଙ୍ଗର ନାଁକୁ ଖରାପ କରିଦେଇଛି। ଚାରିଆଡେ ଏଠି ଯୋଜନା ନାଁରେ ଦୁର୍ନୀତି ଦେଖିବାକୁ ମିଳୁଛୁ। ଆମ ଯୋଜନାରେ ତାଙ୍କ ଷ୍ଟିକର୍ ଲଗାଇ ଲୋକଙ୍କୁ ସେ ଭୂଆଁ ବୁଲାଉଛନ୍ତି। ସେ ଗରିବଙ୍କ ଅଧିକାର ଛଡାଇ ତାଙ୍କୁ ଲୁଟୁଛନ୍ତି। ମମତା ବାନାର୍ଜୀଙ୍କ ଟିଏମସି ଲୋକଙ୍କୁ ଗରିବ ରଖିବାକୁ ଚାହୁଁଛି। ମା', ମାଟି ଆଉ ମଣିଷ ସମସ୍ତେ ଟିଏମ୍ସିର କୁଶାସନ ଯୋଗୁ ଆଜି ଏଠି କାନ୍ଦୁଛନ୍ତି।'
କେବଳ ସେତିକି ନୁହେଁ ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାକୁ ନେଇ ମଧ୍ୟ ମୋଦି ମମତା ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଆଜି ପଶ୍ଚିମବଙ୍ଗରେ ଏଭଳି ସ୍ଥିତି ରହିଛି, ଯେଉଁଠି ପୁଲିସ ନୁହେଁ ଅପରାଧୀ ନିଜେ ସୁନିଶ୍ଚିତ କରୁଛି ଯେ, ସେ କେବେ ଆତ୍ମସମର୍ପଣ କରିବ। ରାଜ୍ୟ ସରକାର ଚାହୁଁନଥିଲେ ଯେ, ସନ୍ଦେଶଖାଲି ଅଭିଯୁକ୍ତ ଗିରଫ ହେଉ ବୋଲି। କିନ୍ତୁ ଏଠାକାର ମହିଳାମନେ ଦୁର୍ଗା ରୂପ ଧାରଣ କିରବା ଓ ବିଜେପି କର୍ମୀମାନେ ତାଙ୍କ ସହ ଛିଡା ହେବା ପରେ ରାଜ୍ୟ ସରକାରଙ୍କୁ ବାଧ୍ୟ ହୋଇ ନଇଁବାକୁ ପଡିଲା।
ପଶ୍ଚିମବଙ୍ଗରେ ଆଜି ହେଉଛି ମୋଦିଙ୍କ ଦ୍ୱିତୀୟ ଦିନ। ଆଜି ଦ୍ୱିତୀୟ ଦିନରେ କୃଷ୍ଣ ନଗରରେ ମୋଦି ୧୫ ହଜାର କୋଟି ଟଙ୍କାର ଏକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, 'ପଶ୍ଚିମବଙ୍ଗରେ ଏହା ମୋର ଦ୍ୱିତୀୟ ଦିନ। ଗତ ୨ ଦିନରେ ମୋତେ ବଙ୍ଗଳା ପାଇଁ ବିଭିନ୍ନ ପ୍ରକଳ୍ପର ମୂଳଦୁଆ ପକାଇବା ଏବଂ ସ୍ଥାପନ କରିବାର ସୁଯୋଗ ମିଳିଲା। ଏହା ପୁଞ୍ଜି ବିନିଯୋଗ ଆଣିବ, ରୋଜଗାରର ସୁଯୋଗ ସୃଷ୍ଟି କରିବ ଏବଂ ପଡୋଶୀ ଅଞ୍ଚଳରେ ଏହାର ପ୍ରଭାବ ପକାଇବ। ତେବେ ଆମକୁ ସ୍ୱୀକାର କରିବାକୁ ହେବ ଯେ ଟିଏମସି ସରକାର ପଶ୍ଚିମବଙ୍ଗବାସୀଙ୍କୁ ନିରାଶ କରିଛନ୍ତି। ସେମାନେ ଲୋକଙ୍କ ସହ ବିଶ୍ୱାସଘାତକତା କରନ୍ତି।'
ସନ୍ଦେଶଖାଲି ପ୍ରସଙ୍ଗରେ ସେ ଟିଏମସି ଉପରେ ହମଲା କରିଥିଲେ। ତେବେ ସନ୍ଧ୍ୟାରେ ମୋଦି ରାଜଭବନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି।
ରାଜଭବନରେ ହୋଇଥିବା ଏହି ଭେଟଘାଟ ବେଳର ଫଟୋ ସାମ୍ନାକୁ ଆସିଛି। ସେହିପରି ଭେଟଘାଟ ସୌଜନ୍ୟମୂଳକ ଓ ପ୍ରୋଟକଲ ଅନୁସାରେ ହୋଇଥିବା ମମତା ବାନାର୍ଜୀ କହିଛନ୍ତି।
ମମତା କହିଛନ୍ତି, “ବିଭିନ୍ନ ପ୍ରସଙ୍ଗରେ କଥା ହେବା ସହ ରାଜ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛି।” କେନ୍ଦ୍ର ଉପରେ ବାକି ପଡ଼ିଥିବା ରାଜ୍ୟର ଭାଗ ସମ୍ପର୍କରେ କଥାବାର୍ତ୍ତା ହୋଇଛି କି ପ୍ରଶ୍ନରେ ମମତା କହିଛନ୍ତି, “ମୁଁ ଉକ୍ତ ପ୍ରସଙ୍ଗ ମଧ୍ୟ ଉଠାଇଛି।”
ଦୁଇ ଦିନିଆ ବେଙ୍ଗଲ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି ମଧ୍ୟାହ୍ନରେ ଏକାଧିକ ଜନସମାବେଶକୁ ସମ୍ବୋଧନ କରିଥିଲେ। ଏଥିସହ ଏକାଧିକ ସରକାରୀ ପ୍ରକଳ୍ପ ଉଦଘାଟନ କରିଥିଲେ। ଆଜି ରାତିରେ ସେ ରାଜଭବନରେ ରହିବେ।
ଆଜିର କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ମୋଦି ରାଜଭବନକୁ ଯାଇଥିଲେ। ସେ ପହଞ୍ଚିବାର କିଛି ସମୟ ପରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ରାଜଭବନକୁ ଯାଇଥିଲା।
ରାଜ୍ୟପାଳ ସିଭି ଆନନ୍ଦା ବୋଷ କହିଛନ୍ତି ଯେ ସେ ରଜଭନରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ। ଅର୍ମବାଗରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ମଧ୍ୟ ରାଜ୍ୟପାଳ ସାମିଲ ହୋଇଥିଲେ। ଏଠାରେ ୭,୨୦୦ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାଶ ମୋଦି କରିଥିଲେ।
ଗତକାଲି ବିଳମ୍ବିତ ରାତିରେ ବେଙ୍ଗଲ ପୁଲିସ୍ ଶାହଜାହାଁଙ୍କୁ ଗିରଫ କରିଥିଲା। ଇଡି ଅଧିକାରୀଙ୍କୁ ଆକ୍ରମଣ କରିବା ଘଟଣାରେ ପୁଲିସ ତାଙ୍କୁ ଗିରଫ କରିଛି। ତେବେ ସେ ସନ୍ଦେଶଖାଲିରେ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯିବା ଘଟଣାର ମଧ୍ୟ ମୁଖ୍ୟ ଅଭିଯୁକ୍ତ।
ଗିରଫର ଦିନକ ପରେ ଅର୍ଥାତ ଆଜି ସକାଳେ ଶାହଜାହାଁଙ୍କ ଓକିଲ ଜାମିନ ପାଇଁ ଆବେଦନ କରିଥିଲେ। ଏହାକୁ ମୁଖ୍ୟ ବିଚାରପତି ଗ୍ରହଣ କରି ନଥିଲେ ଓ ଆବେଦନ ଧରି ସୋମବାର ଆସିବାକୁ କହିଛନ୍ତି। ସୋମବାର ଆବେଦନ ଉପରେ କୋର୍ଟ ଶୁଣାଣି କରିପାରନ୍ତି।
ଓକିଲ ଜଣଙ୍କ କହିଥିଲେ ଯେ “ଅନେକ କଥା ମୋ କ୍ଲାଏଣ୍ଟ ବିରୋଧରେ କୁହାଯାଇଛି।” ମୁଖ୍ୟ ବିଚାରପତି ଏହାର ଜବାବରେ କହିଥିଲେ, “ଚମତ୍କାର। ଆମେ ଆପଣଙ୍କୁ ଅପେକ୍ଷା କରିଥିଲୁ।
ଓକିଲ ମହାଶୟ ସେହି ବ୍ୟକ୍ତି(ଶାହଜାହାଁ)ଙ୍କ ବିରୋଧରେ ୪୩ଟି ମାମଲା ରହିଛି। ଆମେ ଆପଣଙ୍କୁ କହି ରଖୁଛୁ ଯେ ଉକ୍ତ ବ୍ୟକ୍ତି ଜଣଙ୍କ ଆପଣଙ୍କୁ ୧୦ ବର୍ଷ ଯାଏ ବ୍ୟସ୍ତ ରଖିବେ। ଏହି ସବୁ ମାମଲାକୁ ହ୍ୟାଣ୍ଡେଲ କରିବା ପାଇଁ ଆପଣଙ୍କୁ ଅତିକମରେ ୧୦ ବର୍ଷ ସମୟ ଲାଗିବ।”
ଶାହଜାହାଁଙ୍କ ଓକିଲ କହିଥିଲେ ଯେ “ଅନ୍ତରୀଣ ଜାମିନ ଆବେଦନ ଖାରଜ ହୋଇଛି। ମୋ କ୍ଲାଏଣ୍ଟଙ୍କୁ ଗତରାତିରେ ଗିରଫ କରାଯାଇଛି। ମାମଲାକୁ ମୁଁ ନିୟମିତ ବେଞ୍ଚଙ୍କ ନିକଟରେ ଦାଖଲ କରିପାରିବି ନାହିଁ।”
ବେଞ୍ଚ କହିଥିଲେ, “ସୋମବାର ଆସ। ଉକ୍ତ ବ୍ୟକ୍ତିଙ୍କ ପାଇଁ ଆମର କୌଣସି ସମବେଦନା ନାହିଁ। ଦୟାକରି ସୋମବାର ଆସନ୍ତୁ। ଏବେ କିଛି କରାଯାଇ ପାରିବ ନାହିଁ।
ଗିରଫ ପରେ ଶାହଜାହାଁଙ୍କୁ ବେଙ୍ଗଲର ଗୋଟିଏ କୋର୍ଟରେ ହାଜର କରାଯାଇଥିଲା। ଏହାପରେ କୋର୍ଟ ତାଙ୍କୁ ୧୦ ଦିନ ପାଇଁ ପୁଲିସ୍ ରିମାଣ୍ଡରେ ପଠାଇ ଦେଇଛନ୍ତି।
ବୁଧବାର ଶ୍ରୀ ଅଧିକାରୀ ୨୪ଟି ବ୍ୟାଗରେ ନକଲି ଭୋଟରଙ୍କ ତାଲିକା ସମ୍ପର୍କିତ କାଗଜପତ୍ର ଧରି ପଶ୍ଚିମବଙ୍ଗରେ ଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ପାଖରେ ପହଞ୍ଚିଥିଲେ। ଏହାପରେ ସେ ଗୋଟିଏ ସ୍ମାରକପତ୍ର ସିଇଓ ଅଫିସରେ ଦାଖଲ କରି ଦାବି କରିଥିଲେ ଯେ ପଶ୍ଚିମବଙ୍ଗରେ ୧୬,୯୧,୧୩୨ ଜଣ ନକଲି ଭୋଟର ଥିବା ବିଜେପି ଚିହ୍ନଟ କରିଛି।
ସେ କହିଛନ୍ତି, “ଏହି ତାଲିକାରେ ପ୍ରାଣ ହରାଇ ସାରିଥିବା ଭୋଟର ଓ ରାଜ୍ୟ ଛାଡ଼ିଥିବା ଭୋଟରଙ୍କ ନାଁ ମଧ୍ୟ ରହିଛି। ସେହିପରି ଜଣେ ଭୋଟରଙ୍କ ନାଁ ଏକାଧିକ ସ୍ଥାନରେ ରହିଛି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଓ ଟିଏମସି ମଧ୍ୟରେ ଭୋଟ ବ୍ୟବଧାନ ୧୭ ଲକ୍ଷ ରହିଥିଲା।
ଏବେ ୧୭ ଲକ୍ଷ ନକଲି ଭୋଟରଙ୍କ ତାଲିକା ସାମ୍ନାକୁ ଆସିଛି। ୧୪,୨୬୭ ପୃଷ୍ଠାର ଦସ୍ତାବିଜ ସହ ଆମେ ପେନ ଡ୍ରାଇଭରେ ସବୁ ତଥ୍ୟକୁ ଅପଲୋଡ କରି ସିଇଓ ଅଫିସରେ ଦାଖଲ କରିଛୁ। ଇସିଆଇ ମାର୍ଚ୍ଚ ମାସରେ ବେଙ୍ଗଲ ଆସିବାର ଅଛି। ସେ ସବୁ ରାଜନୀତିକ ଦଳ ସହ ବୈଠକ କରିବେ। ସେହି ସମୟରେ ଆମେ ଏସବୁ ଅନିୟମିତତା ସମ୍ପର୍କରେ ତାଙ୍କୁ ଅବଗତ କରିବୁ।”
Today, BJP leaders of Bengal submitted a list of 17 lakh duplicate voters to the Election Commission in Bengal, where the name, relation name and age are exactly same.
— Megh Updates 🚨™ (@MeghUpdates) February 28, 2024
Incidentally, in 2019, the gap between the BJP and TMC was 17 lakh. pic.twitter.com/gB0a7y5mmS
ତେବେ ଅଧିକାରୀ ଆଣିଥିବା ସମସ୍ତ ଅଭିଯୋଗକୁ ସଂପୂର୍ଣ୍ଣ ଭାବେ ମିଛ ବୋଲି କହିଛି କ୍ଷମତାସୀନ ଟିଏମସି।
ଇସ୍ତଫା ଦେବା ସହ ସନ୍ଦେଶଖାଲି ପ୍ରସଙ୍ଗ ଉଠାଇ କଂଗ୍ରେସ ଉପରେ ବର୍ଷିଛନ୍ତି ବାଗ୍ଚୀ। ସନ୍ଦେଶଖାଲିରେ ଯେଉଁଠି ସ୍ଥାନୀୟ ଟିଏମ୍ସି ନେତା ଜମି ହଡପ କରିବା ସହ ଗାଁର ମହିଳାଙ୍କୁ ଯୌନ ଉତ୍ପୀଡନ ଦେଇଥିବା ଅଭିଯୋଗ ହୋଇଛି, ସେଠି କଂଗ୍ରେସର ବରିଷ୍ଠ ନେତା ଚୁପ୍ ରହିଥିବା ସେ ଅଭିଯୋଗ ଆଣିଛନ୍ତି।
ଗତ ବର୍ଷରୁ ହିଁ ଟିଏମ୍ସି ସହ କଂଗ୍ରେସର ମେଣ୍ଟକୁ ନେଇ ବିରୋଧ କରିଥିଲେ ବାଗଚୀ। ସେପ୍ଟେମ୍ବର ମାସରେ ବାଗ୍ଚୀ କଂଗ୍ରେସ ମହାସଚିବ କେସି ବେଣୁଗୋପାଳଙ୍କ ନିକଟରୁ ଏକ ଇ-ମେଲ୍ ପଠାଇଥିଲେ। ପଶ୍ଚିମବଙ୍ଗରେ କଂଗ୍ରେସ ଏକା ନିର୍ବାଚନ ଲଢ଼ିବା ଉଚିତ। ଟଏମ୍ସି ସହ ଦଳର ମେଣ୍ଟକୁ କର୍ମୀମାନେ କେବେ ସ୍ୱୀକାର କରିବେ ନାହିଁ ବୋଲି ସେ ଏହି ଇ-ମେଲ୍ରେ ଉଲ୍ଲେଖ କରିଥିଲେ।
କହିରଖୁ ଯେ, ଗତବର୍ଷ ମାର୍ଚ୍ଚ ମାସରେ ଜାମିନ୍ରୁ ଫେରିବା ପରେ ଟିଏମ୍ସିକୁ ବିରୋଧ କରି କୌସ୍ତବ ବାଗଚୀ ଲଣ୍ଡା ହୋଇଥିଲେ। ଯେତେ ଯାଏଁ ପଶ୍ଚିମବଙ୍ଗରେ ମମତା ସରକାର ରହିବ ସେବେ ଯାଏଁ ସେ ନିଜ ମୁଣ୍ଡରେ ଚୁଟି ଉଠିବାକୁ ଦେବେ ନାହିଁ ବୋଲି ଶପଥ ନେଇଥିଲେ।
ସୂଚନା ଅନୁସାରେ, ମୃତ ଟିଏମସି ନେତା ହେଉଛନ୍ତି ୪୯ ବର୍ଷୀୟ ବିଜନ ଦାସ। ସେ ଆଜି ସକାଳେ ଜଣେ ସହକର୍ମୀଙ୍କ ଘରକୁ ଯାଉଥିଲେ। ଏହି ସମୟରେ ଜମି ଚୁକ୍ତି ନେଇ ଚାଲିଥିବା ଏକ ମାମଲା ବାବଦରେ ପଚାରି ବୁଝୁଥିଲେ ବିଜନ ଦାସ। କଥାବାର୍ତ୍ତା ସମୟରେ ହଠାତ୍ ତାଙ୍କ ଉପରକୁ ଗୁଳିମାଡ କରାଯାଇଥିଲା।
ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ବରାସତ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଗୁଳିମାଡ ପରେ ଅଭିଯୁକ୍ତମାନେ ଫେରାରେ ହୋଇ ଯାଇଥିବା ବେଳେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପ୍ରକୃତରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ର ସଦସ୍ୟମାନେ ପଶ୍ଚିମବଙ୍ଗ ଗସ୍ତରେ ଯାଇ ସାନ୍ଦେଶଖାଲିରେ ପୀଡିତଙ୍କୁ ଭେଟିଥାନ୍ତେ। କିନ୍ତୁ ସାନ୍ଦେଶଖାଲିରେ ପହଞ୍ଚିବା ପୂର୍ବରୁ ପୁଲିସ ସେମାନଙ୍କୁ ଭୋଜେରହାଟ ଅଞ୍ଚଳରେ ଅଟକାଇଥିଲା। ସେଠାରେ ୧୪୪ ଧାରା ଲାଗୁ ହୋଇଥିବା କହି ଟିମ୍କୁ ଅଟକାଇଥିଲା ପୁଲିସ।
ଏହାକୁ ବିରୋଧ କରି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ରାସ୍ତା ଉପରେ ଧାରଣାରେ ବସିଥିଲା। ବ୍ୟାପକ ଉତ୍ତେଜନା ପରେ ପୁଲିସ ଦଳର ସମସ୍ତ ସଦସ୍ୟଙ୍କୁ ଗିରଫ କରିଛି। ବିଜେପିର ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟଇମ୍ରେ ୬ ଜଣ ସଦସ୍ୟ ଅଛନ୍ତି। ପାଟନା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଏଲ୍ ନରସିଂହ ରେଡ୍ଡୀ ଏହାର ନେତୃତ୍ୱ ନେଇଛନ୍ତି।
#WATCH | West Bengal: A member of the Fact-Finding Committee and former Patna HC Chief Justice L Narasimha Reddy says "We were arrested under section 151 CrPC. They brought us here and after bail documentation, we were released. We are going to meet the Governor and describe the… pic.twitter.com/19paAHFZVO
— ANI (@ANI) February 25, 2024
ପୁଲିସ ଦ୍ୱାରା ଅଟକ ରଖାଯିବା ପରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ର ସଦସ୍ୟ ଚାରୁ ବଲି ଖନ୍ନା କହିଛନ୍ତି, 'ଆମେ ସନ୍ଦେଶଖାଲି ଯାଉଥିଲୁ। କିନ୍ତୁ ଆମକୁ ଅଧାରାସ୍ତାରେ ଅଟକାଇ ଦିଆଯାଇଥିଲା। ପୁଲିସ ଜାଣିଶୁଣି ଆମକୁ ଅଟକାଇ ସମସ୍ୟା ସୃଷ୍ଟି କରୁଛି। ପୁଲିସ ଆମକୁ ପୀଡିତାଙ୍କୁ ଭେଟିବାକୁ ଦେଉନାହିଁ। ସେମାନେ କାହିଁକି ଏଭଳି ଆମକୁ ଅଟକାଉଛନ୍ତି ପୁଲିସ ଏହାର ଉତ୍ତର ଦେବା ଉଚିତ୍? ଆମକୁ ଅଟକାଇବାକୁ ପୁଲିସ ପାଖରେ କୌଣସି କାରଣ ନାହିଁ, ସେମାନଙ୍କୁ କେବଳ ଏପରି କରିବାକୁ କୁହାଯାଉଛି।'
ବିଜେପିର ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ରେ ପୂର୍ବତନ ଜଷ୍ଟିସ୍ ଏଲ୍ ନରସିଂହ ରେଡ୍ଡୀଙ୍କ ବ୍ୟତୀତ ପୂର୍ବତନ ଆଇପିଏସ୍ ରାଜପାଲ ସିଂହ, ପୂର୍ବତନ ଜାତୀୟ ମହିଳା ଆୟୋଗ ଚାରୁ ୱାଲି ଖନ୍ନା, ଆଇନଜୀବୀ ଓପି ଭାୟା ଏବଂ ଭବାନା ବଜାଜଙ୍କ ସହ ବରିଷ୍ଠ ସାମ୍ବାଦିକ ସଞ୍ଜୀବ ନାୟକ ମଧ୍ୟ ଅଛନ୍ତି।
ମମତା ବାନାର୍ଜୀ ଆଉ ଦିଦି ନୁହଁନ୍ତି। ସେ ବର୍ତ୍ତମାନ ଆଣ୍ଟି ହୋଇଗଲେଣି। ତେଣୁ ତାଙ୍କୁ ଦିଦି କହିବା ବନ୍ଦ କରାଯାଉ। ବିଧାନସଭା ନିର୍ବାଚନରେ ଯେତେବେଳେ ମୁଁ ତାଙ୍କୁ ନନ୍ଦିଗ୍ରାମରେ ପରାସ୍ତ କରିଥିଲି, ସେତେବେଳେ ସେ ମୋ ଉପରେ ରାଗି ଯାଇ ମୋ ବିରୋଧରେ ୪୨ ଟି ମାମଲା ଦାଏର କରିଥିଲେ। ସେ ଜଣେ ଅତି କ୍ରୁର ମହିଳା ବୋଲି କହି ସୁଭେନ୍ଦୁ ଅଧିକାରୀ ତାଙ୍କ ଉପରେ ବର୍ଷିଛନ୍ତି।
ସେ ଆହୁରି କହିଛନ୍ତି, 'ପଶ୍ଚିମବଙ୍ଗରେ ଯାହା ଘଟେ, ମମତାଙ୍କ ପୃଷ୍ଠ ପୋଷକତାରେ ହିଁ ଘଟିଥାଏ। ସିରିଆରେ ଯାହା ଘଟୁଛି, ପଶ୍ଚିମବଙ୍ଗରେ ମଧ୍ୟ ସେଭଳି ଘଟଣା ଘଟୁଛି। ତାଙ୍କ ଦଳ ପଶ୍ଚିମବଙ୍ଗରେ ଡବଲ ଇଂଜିନ ସରକାର ଗଠନ କରିବା ଏବଂ ରାଜ୍ୟରେ ମମତା ବାନାର୍ଜୀ ସରକାରଙ୍କ ଶାସନକୁ ସମାପ୍ତ କରିବା ଦିଗରେ କାମ କରୁଛି।' ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ରେ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଉପରେ ଏକ ପ୍ୟାନେଲ ଆଲୋଚନା ବେଳେ ସୁଭେନ୍ଦୁ ଅଧିକାରୀ ଏହି ମନ୍ତବ୍ୟ ଦେଇଛନ୍ତି।
ସନ୍ଦେଶଖାଲି ମାମଲାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା। ଟିଏମସି ନେତା ଶାହଜାହାନ ଶେଖଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମହିଳାମାନଙ୍କୁ ଯୌନ ନିର୍ଯାତନା ତଥା ବଳାତ୍କାର କରିଥିବା ଶାହଜାହାନ ଶେଖଙ୍କୁ ଫାଶୀ ଦେବାକୁ ସେ ଦାବି କରିଛନ୍ତି। ଟିଏମସି ନେତା ଶାହାଜାହାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି।
ବିଜେପି ନେତୃତ୍ୱାଧୀନ ଏନଡିଏ ବିରୋଧରେ ଇଣ୍ଡିଆ ମେଣ୍ଟ ସଶକ୍ତ ହେବାର ଆବଶ୍ୟକତା ଥିବା ଜୟରମେଶ କହିଛନ୍ତି। ସେ କହିଛନ୍ତି, “ମମତା ବାନାର୍ଜୀ ଓ ଟିଏମସି କହିଛନ୍ତି ଯେ ସେମାନେ ଇଣ୍ଡିଆ ମେଣ୍ଟକୁ ସଶକ୍ତ କରିବାକୁ ଚାହୁଁଛନ୍ତି। ସବୁଠାରୁ ବଡ଼ ଆଭିମୁଖ୍ୟ ହେଲା ବିଜେପିକୁ ହରାଇବା।”
ପଶ୍ଚିମବଙ୍ଗରେ ଟିଏମସି ଏକା ନିର୍ବାଚନ ଲଢ଼ିବ ବୋଲି ନିଜେ ମମତା ବାନାର୍ଜୀ ଘୋଷଣା କରିଥିଲେ। ତାଙ୍କର ଏପରି ଘୋଷଣା ପରେ କଂଗ୍ରେସ ଓ ଟିଏମସି ମେଣ୍ଟ ହେବା ଉପରେ କଳାବାଦଲ ଘୋଟେଇ ଆସିଥିଲା।
ଟିଏମସି ରାଜ୍ୟର ୪୨ଟି ଲୋକସଭା ଆସନରୁ କଂଗ୍ରେସକୁ ୨ଟି ଦେବ ବୋଲି କହିଥିଲା। ଏହାକୁ କଂଗ୍ରେସ ଗ୍ରହଣ ନ କରିବାରୁ ମମତା ମେଣ୍ଟ ହେବ ନାହିଁ ବୋଲି କହିଥିଲେ। ତଥାପି ନିର୍ବାଚନ ପରେ ସର୍ବଭାରତୀୟ ସ୍ତରରେ ବିଜେପିକୁ ହରାଇବା ପାଇଁ ଟିଏମସି ମେଣ୍ଟ କରିବାକୁ ପଛାଇବ ନାହିଁ ବୋଲି ମଧ୍ୟ ମମତା କହିଥିଲେ।
ମେଣ୍ଟ ସମ୍ପର୍କରେ ଜୟରାମ ରମେଶ କହିଛନ୍ତି, “ଦୁଇ ଦଳ ମଧ୍ୟରେ ଜୋରଦାର ଆଲୋଚନା ଚାଲିଛି। କିନ୍ତୁ ଆମେ ମମତା ବାନାର୍ଜୀଙ୍କୁ ସମ୍ମାନ କରୁ। ଆଲୋଚନା ବେଳେ ଏପରି ଉତ୍ତେଜନାପୂର୍ଣ୍ଣ ବାକଯୁଦ୍ଧ ଓ କଥା କଟାକଟି ହୁଏ। ମେଣ୍ଟ ପାଇଁ ଏବେ ସବୁ ପ୍ରକାରର ଦ୍ୱାର ଖୋଲା ରହିଛି।”
ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ଓକିଲଙ୍କୁ ମଧ୍ୟ କୋର୍ଟ ପ୍ରଶ୍ନ କରିଛନ୍ତି। ସେ କ’ଣ ନିଜ ପୋଷା ପ୍ରାଣୀଙ୍କ ନାଁ ହିନ୍ଦୁ ଦେବୀଦେବତା କିମ୍ବା ମୁସଲିମ ପ୍ରଫେଟଙ୍କ ନାଁରେ ରଖିପାରିବେ କି ବୋଲି ପ୍ରଶ୍ନ ପଚାରିଛନ୍ତି।
ଏକକ ବେଞ୍ଚର ବିଚାରପତି ଜଷ୍ଟିସ ସୌଗତ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଦେଶର ଅଧିକାଂଶ ଲୋକ ସୀତାଙ୍କୁ ପୂଜା କରନ୍ତି। ଆକବର ଜଣେ ଧର୍ମନିରପେକ୍ଷ ମୋଗଲ ସମ୍ରାଟ ଥିଲେ। ସରକାରୀ ଓକିଲ ମହାଶୟ, ଆପଣ କ’ଣ ନିଜ ପୋଷା ପ୍ରାଣୀଙ୍କ ନାଁ ହିନ୍ଦୁ ଦେବୀଦେବତା କିମ୍ବା ମୁସଲିମ ପ୍ରଫେଟଙ୍କ ନାଁରେ ରଖିପାରିବେ?
ମୁଁ ଭାବୁଛି ଆମ ଭିତରୁ ଯିଏ କେହି ବି ଅଧିକାରୀ ହୋଇଥାଆନ୍ତେ, ତା’ହେଲେ କେବେ ହେଲେ ଆକବର କିମ୍ବା ସୀତା ନାଁ ରଖି ନଥାଆନ୍ତେ। ଆମ ଭିତରୁ କେହି କୌଣସି ପଶୁପକ୍ଷୀଙ୍କ ନାଁ ରବୀନ୍ଦ୍ର ଟାଗୋର ରଖିବାକୁ ଚିନ୍ତା କରୁଛେ କି? ସୀତାଙ୍କୁ ଦେଶର ସର୍ବାଧିକ ଲୋକ ପୂଜା କରନ୍ତି। ମୁଁ ମଧ୍ୟ ସିଂହର ନାଁ ଆକବର ରଖିବା ବିରୋଧରେ। ସେ ଜଣେ ଦକ୍ଷ, ସଫଳ ଓ ଧର୍ମନିରପେକ୍ଷ ମୋଗଲ ସମ୍ରାଟ ଥିଲେ ବୋଲି ବିଚାରପତି କହିଛନ୍ତି।
ପଶ୍ଚିମବଙ୍ଗ ସରକାର ସିଂହ ଆକବର ଓ ସିଂହି ସୀତାଙ୍କୁ ଗୋଟିଏ ଖୁଆଡ଼େରେ ରଖିବାରୁ ବିଶ୍ୱ ହିନ୍ଦୁ ପରିଷଦ ଏହାକୁ ବିରୋଧ କରିଥିଲା। ଭିଏଚପି ପକ୍ଷରୁ ନାଁ ପରିବର୍ତ୍ତନ କରିବାକୁ ଦାବି କରି କୋର୍ଟରେ ଆବେଦନ କରାଯାଇଥିଲା।
ଶୁଣାଣି ବେଳେ ପଶ୍ଚିମବଙ୍ଗ ସରକାର କୋର୍ଟଙ୍କୁ କହିଥିଲେ ଯେ ସିଂହ ଓ ସିଂହୀର ନାଁ ୨୦୧୬ରେ ତ୍ରିପୁରା ଚିଡ଼ିଆଖାନା ପକ୍ଷରୁ ଦିଆଯାଇଥିଲା। ୨୦୧୮ରେ ଏମାନଙ୍କୁ ବେଙ୍ଗଲ ସଫାରୀ ପାର୍କକୁ ଅଣା ଯାଇଛି। ବେଙ୍ଗଲକୁ ସେମାନେ ଆସିବା ପରେ ନାଁକୁ ନେଇ ବିବାଦ ଆରମ୍ଭ କରାଯାଇଥିଲା।
ତଥାପି କୋର୍ଟ ନାଁ ବଦଳାଇବାକୁ କହିଛନ୍ତି। ଆଇନଜୀବୀ ଦେବଜ୍ୟୋତି ଚୌଧୁରୀ ମଧ୍ୟ ସିଂହ ଓ ସିଂହୀର ନାଁ ବଦଳାଇବେ ବୋଲି କୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ମଙ୍ଗଳବାର ବିଜେପି ଟିମ ସନ୍ଦେଶଖାଲି ଯାଉଥିବା ବେଳେ ପୁଲିସ୍ ସେମାନଙ୍କୁ ଅଟକାଇଥିଲା। ଏହାକୁ ନେଇ ବିଜେପି ନେତା ଓ ପୁଲିସ୍ କର୍ମଚାରୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ଏତିକି ବେଳେ ବିଜେପି କ୍ୟାମ୍ପରୁ କେହି ଜଣେ ଶିଖ ଆଇପିଏସ୍ ଯଶପ୍ରୀତଙ୍କୁ ଟାର୍ଗେଟ କରି ଖଲିସ୍ତାନୀ ଶବ୍ଦର ବ୍ୟବହାର କରିଥିଲେ।
ଏହାକୁ ନେଇ ବିଚ୍ ରାସ୍ତାରେ ଯଶପ୍ରୀତ ବିଜେପି ନେତାମାନଙ୍କ ସହ ଯୁକ୍ତିତର୍କ କରିଥିଲେ। ତଥାପି ବିଜେପି ପୂରା ଘଟଣାକୁ ଫାଙ୍କିବାକୁ ଚେଷ୍ଟା କରିଥିଲା। ବିଜେପିର କୌଣସି ନେତା କିମ୍ବା କର୍ମୀ ଖଲିସ୍ତାନୀ ଶବ୍ଦର ବ୍ୟବହାର କରି ନଥିବା ଦଳ ସଫେଇ ଦେଇଥିଲା। କିନ୍ତୁ ଆଜି ବେଙ୍ଗଲ ପୁଲିସ୍ ଗୋଟିଏ ଭିଡିଓ ଜାରି କରି ବିଜେପିର ସବୁ ମିଛକୁ ଧରାଇ ଦେଇଛି।
ବେଙ୍ଗଲ ପୁଲିସ୍ ପୂରା ଭିଡିଓକୁ ଜାରି କରି ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି। ପୁଲିସ୍ କହିଛି ଯେ “ଆମେ ପଶ୍ଚିମବଙ୍ଗ ପୁଲିସ୍ ଅତ୍ୟନ୍ତ ପରିତାପର ସହ ଏହି ଭିଡିଓକୁ ଶେୟାର କରୁଛୁ। ଏଥିରେ ଆମର ଜଣେ ଅଫିସରଙ୍କୁ ରାଜ୍ୟ ବିରୋଧୀ ଦଳର ନେତା ଖଲିସ୍ତାନୀ ବୋଲି କହିଛନ୍ତି। ତାଙ୍କ ଦୋଷ ହେଲା ସେ ଜଣେ ଗର୍ବିତ ଶିଖ ଓ ଜଣେ ଦକ୍ଷ ପୁଲିସ୍ ଅଫିସର ଯିଏ ଆଇନ ଶୃଙ୍ଖଳା ପରିସ୍ଥିତିକୁ ବଜାୟୀ ରଖିବାକୁ ଚେଷ୍ଟା କରିଥିଲେ।
ଏପରି ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ ଓ ମୌଳବାଦ ଚିନ୍ତାଧାରା ସଦୃଶ। ଏହା ସାଂପ୍ରଦାୟିକ ହିଂସାକୁ ଉସକାଇବା ଭଳି ବୟାନ। ଏହା ଗୋଟିଏ ଅପରାଧ। ଆମେ ସମସ୍ତେ ମିଳିତ ଭାବେ ଏହାକୁ ଦୃଢ଼ ନିନ୍ଦା କରୁଛୁ ବୋଲି ବେଙ୍ଗଲ ପୁଲିସ କହିଛି ।
ପୁଲିସ ଓ ଶାସକ ଟିଏମସି ଜାରି କରିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ବିଜେପି ନେତା ଓ କର୍ମୀ କରୁଥିବା ଶୋଭାଯାତ୍ରାର ମଝିରେ ଶୁଭେନ୍ଦୁ ଅଧିକାରୀ ରହିଛନ୍ତି। ଏହି ସମୟରେ ସେ ଯଶପ୍ରୀତ ସିଂହଙ୍କୁ ଟାର୍ଗେଟ କରି ସେ ଜଣେ ଖଲିସ୍ତାନୀ କହୁଥିବା ଶୁଣିବାକୁ ମିଳୁଛି।
ଲୋକସଭାରୁ ବହିଷ୍କୃତ ହୋଇଥିବା ଟିଏମସି ସାଂସଦ ମହୁଆ ମୋଇତ୍ରା କହିଛନ୍ତି, “ସେ ଜଣେ ଖଲିସ୍ତାନୀ। ଆପଣମାନେ ବିଜେପିର ଅସଭ୍ୟ କଥା ଓ ମାନସିକକୁ ଜାଣିପାରୁଛନ୍ତି? ଏହା ବିଜେପିର ଅସଲ ଚରିତ୍ର। କୌଣସି ଭୁଲ କରନ୍ତୁ ନାହିଁ। ଏପରି ଘୃଣା ସୃଷ୍ଟିକାରୀ ବୟାନକୁ ଦୂରେଇ ଦିଅନ୍ତୁ। ଭାରତର ଗର୍ବ ଶିଖ ସଂପ୍ରଦାୟର ଲୋକଙ୍କ ସହ ଛିଡ଼ା ହୁଅନ୍ତୁ।”
ବେଙ୍ଗଲ ପୁଲିସ୍ ଓ ଟିଏମସିର ଭିଡିଓ ପରେ ବ୍ୟାକଫୁଟରେ ଥିବା ବିଜେପି ମଧ୍ୟ ତା’ର ଜବାବ ରଖିଛି। ଦଳ କହିଛି ଯେ “ଆଇପିଏସ ଅଧିକାରୀ ଜଣଙ୍କ ବେଆଇନ ଆଚରଣ କରିଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ଏଜେଣ୍ଟ ଭାବେ କାମ କରିଛନ୍ତି। ଏକକ ବେଞ୍ଚର ନିର୍ଦ୍ଦେଶ ଉପରେ ଡିଭିଜନ ବେଞ୍ଚ ରୋକ ଲଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଭାବିଥିଲେ।
କିନ୍ତୁ ସେମିତି କିଛି ବି ହେଲାନି। ତଥାପି ଅଫିସର ଜଣଙ୍କ କୋର୍ଟ ନିର୍ଦ୍ଦେଶକୁ ଗ୍ରହଣ କରି ନାହାନ୍ତି। ସେ ବିଜେପି ପ୍ରତିନିଧି ମଣ୍ଡଳକୁ ଅଟକାଇଥିଲେ। ଅଫିସର ଜଣଙ୍କ ଅଦାଲତକୁ ଅବମାନନା କରିଛନ୍ତି। ବେଙ୍ଗଲ ପୁଲିସ୍ ନିଜର କାମ କରିବା ପରିବର୍ତ୍ତେ ଜଣେ ରାଜନୀତିକ ଖେଳାଳି ଭାବେ କାମ କରୁଛି। ଏହା ଅତ୍ୟନ୍ତ ଲଜ୍ଜାଜନକ ବିଷୟ।“
ଉତ୍ତର ୨୪ ପ୍ରଗଣାର ସନ୍ଦେଶଖାଲିକୁ ଆଜି ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ଗୋଟିଏ ଶୋଭାଯାତ୍ରା ବାହାରିଥିଲା। ଏହାକୁ ପୁଲିସ୍ ଅଟକାଇବାରୁ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ ବିଜେପି ବିଧାୟକ ଅଗ୍ନିମିତ୍ରା ପଲ ଆଇପିଏସ୍ ଯଶପ୍ରୀତଙ୍କ ସହ ଧାମାଖାଲି ନିକଟରେ ଯୁକ୍ତିତର୍କ କରିଥିଲେ।
ଅଫିସର ଜଣଙ୍କ ରାଗରେ କାହିଁକି ଖଲିସ୍ତାନୀ ଶବ୍ଦ ପ୍ରୟୋଗ କଲେ ବୋଲି ପ୍ରଶ୍ନ କରୁଥିବା ବେଳେ ଜଣେ ବିଜେପି ନେତା ଆମେ କିଛି କହି ନାହୁଁ ବୋଲି କହୁଥିବା ଭିଡିଓରେ ଶୁଣିବାକୁ ଓ ଦେଖିବାକୁ ମିଳୁଛି। ଯଶପ୍ରୀତ ହେଉଛନ୍ତି ୨୦୧୬ ମସିହା ଆଇପିଏସ ବ୍ୟାଚର ଅଧିକାରୀ। ସେ ବର୍ତ୍ତମାନ ପଶ୍ଚିମବଙ୍ଗ ପୁଲିସ୍ରେ ସ୍ୱତନ୍ତ୍ର ଏସ୍ପି (ଗୁଇନ୍ଦା ବିଭାଗ) ଭାବେ କାର୍ଯ୍ୟ କରୁଛନ୍ତି।
ନିର୍ଦ୍ଦିଷ୍ଟ ଭାବେ କେଉଁ ବିଜେପି ନେତା ଏପରି ଶବ୍ଦ ପ୍ରୟୋଗ କରିଛନ୍ତି, ସେକଥା ଜଣାପଡ଼ିନି। କିନ୍ତୁ ପଶ୍ଚିମବଙ୍ଗର ସନ୍ଦେଶଖାଲି ଅଭିମୁଖେ ଯାଉଥିବା ବିଜେପି ନେତାମାନଙ୍କ ମଧ୍ୟରୁ କେହି ଖଲିସ୍ତାନୀ ଶବ୍ଦ ପ୍ରୟୋଗ କରିଛନ୍ତି। ଏହାକୁ ନେଇ ଆଇପିଏସ ଅଫିସର ଜଣଙ୍କ ବିଚ୍ ରାସ୍ତାରେ ବିଜେପି ନେତା ଓ କର୍ମୀଙ୍କ ସହ ଯୁକ୍ତିତର୍କ କରୁଥିବା ଭିଡିଓ ସାମ୍ନାକୁ ଆସିଛି।
ଅବଶ୍ୟ ଭିଡିଓରେ ଖଲିସ୍ତାନୀ ଶବ୍ଦ ପ୍ରୟୋଗ ବେଳର ଦୃଶ୍ୟ ନାହିଁ। କିନ୍ତୁ ଆଇପିଏସ୍ ଅଫିସର ଜଣଙ୍କ ବିଜେପି ନେତାମାନଙ୍କ ସହ ଉକ୍ତ ଶବ୍ଦକୁ ନେଇ ଯୁକ୍ତିତର୍କ କରୁଥିବା ବେଳର ପୂରା ଘଟଣା ରହିଛି।
ଅଫିସର ଯଶପ୍ରୀତ ସିଂହ ବିଜେପି ନେତାମାନଙ୍କୁ କହୁଛନ୍ତି ଯେ “ମୁଁ ପଗଡ଼ି ପିନ୍ଧିଥିବାରୁ ଆପଣମାନେ ଏମିତି କହୁଛନ୍ତି। ଯଦି ମୁଁ ପଗଡ଼ି ପିନ୍ଧି ନଥାଆନ୍ତି, ତା’ହେଲେ ଆପଣ କ’ଣ ମୋତେ ଖଲିସ୍ତାନୀ କହି ଥାଆନ୍ତେ? ଆପଣ ପୁଲିସ୍ ସମ୍ପର୍କରେ ଯାହା ଇଚ୍ଛା ସେଇଆ କହିପାରିବେ। କିନ୍ତୁ ଆପଣ ମୋ ଧର୍ମକୁ ନେଇ ଏପରି ଶବ୍ଦ ବ୍ୟବହାର କରିପାରିବେ ନାହିଁ।”
"आप मुझे ख़ालिस्तानी बोल रहे हैं, क्योंकि मैंने पगड़ी पहनी है."
— Congress (@INCIndia) February 20, 2024
- IPS ऑफिसर जसप्रीत सिंह ने ये बात कही.
BJP के लोगों की गिरी हुई हरकत देखिए. दिन रात देश की सेवा करने वाले एक पुलिस अधिकारी को इसलिए ख़ालिस्तानी कह दिया क्योंकि उसने पगड़ी पहनी थी.
ये बेहद गिरी हुई मानसिकता है. pic.twitter.com/Jl4bhBdVPo
ଉତ୍ତର ୨୪ ପ୍ରଗଣାର ସନ୍ଦେଶଖାଲିକୁ ଆଜି ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ଗୋଟିଏ ଶୋଭାଯାତ୍ରା ବାହାରିଥିଲା। ଏହାକୁ ପୁଲିସ୍ ଅଟକାଇବାରୁ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ ବିଜେପି ବିଧାୟକ ଅଗ୍ନିମିତ୍ରା ପଲ ଆଇପିଏସ୍ ଯଶପ୍ରୀତଙ୍କ ସହ ଧାମାଖାଲି ନିକଟରେ ଯୁକ୍ତିତର୍କ କରିଥିଲେ।
ଅଫିସର ଜଣଙ୍କ ରାଗରେ କାହିଁକି ଖଲିସ୍ତାନୀ ଶବ୍ଦ ପ୍ରୟୋଗ କଲେ ବୋଲି ପ୍ରଶ୍ନ କରୁଥିବା ବେଳେ ଜଣେ ବିଜେପି ନେତା ଆମେ କିଛି କହି ନାହୁଁ ବୋଲି କହୁଥିବା ଭିଡିଓରେ ଶୁଣିବାକୁ ଓ ଦେଖିବାକୁ ମିଳୁଛି। ଯଶପ୍ରୀତ ହେଉଛନ୍ତି ୨୦୧୬ ମସିହା ଆଇପିଏସ ବ୍ୟାଚର ଅଧିକାରୀ। ସେ ବର୍ତ୍ତମାନ ପଶ୍ଚିମବଙ୍ଗ ପୁଲିସ୍ରେ ସ୍ୱତନ୍ତ୍ର ଏସ୍ପି (ଗୁଇନ୍ଦା ବିଭାଗ) ଭାବେ କାର୍ଯ୍ୟ କରୁଛନ୍ତି।
ପୁଲିସ୍ ଅଫିସରଙ୍କ ପ୍ରତି ବିଜେପି ଖଲିସ୍ତାନୀ ଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି।
ମମତା କହିଛନ୍ତି, “ଆମ ଶିଖ ଭାଇ ଓ ଭଉଣୀମାନଙ୍କ ସମ୍ମାନକୁ କ୍ଷତି ପହଞ୍ଚାଇବା ପାଇଁ ବିଜେପି କରୁଥିବା ଉଦ୍ୟମକୁ ମୁଁ ନିନ୍ଦା କରୁଛି। ଆଜି ବିଜେପିର ବିଭାଜନ ରାଜନୀତି ଲଜ୍ଜାଜନକ ଭାବେ ସାମ୍ବିଧାନିକ ସୀମାକୁ ଅତିକ୍ରମ କରିଯାଇଛି। ବିଜେପି ମତରେ ପ୍ରତିଟି ପଗଡ଼ି ପିନ୍ଧିଥିବା ଲୋକ ଖଲିସ୍ତାନୀ।
ବେଙ୍ଗଲରେ ଜାରି ରହିଥିବା ସୌହାର୍ଦ୍ଦ୍ୟକୁ ଅକ୍ଷୁଣ୍ଣ ରଖିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ବିଶୃଙ୍ଖଳା ପାଇଁ ଉଦ୍ୟମ କରୁଥିବା ପ୍ରତିଟି ଲୋକ ବିରୋଧରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।”
କଂଗ୍ରେସ ମଧ୍ୟ ଏହି ଘଟଣାକୁ ନେଇ ବିଜେପିକୁ ସମାଲୋଚନା କରିଛି। କଂଗ୍ରେସ କହିଛି ଯେ “ବିଜେପିର ନିଚ ବ୍ୟବହାର ଦେଖନ୍ତୁ। ଦିନ ରାତି ଦେଶର ସେବା କରୁଥିବା ଜଣେ ପୁଲିସ୍ ଅଫିସରଙ୍କୁ ବିଜେପି ଖଲିସ୍ତାନୀ କହୁଛି। କାରଣ ସେ ପଗଡ଼ି ପିନ୍ଧିଥିଲେ। ଏହା ଅତ୍ୟନ୍ତ ନିଚ ମାନସିକତା।”
ତେବେ ବିଜେପି ସଫେଇ ଦେଇଛି ଯେ ଶୋଭାଯାତ୍ରାରେ ସାମିଲ ଥିବା କୌଣସି ଦଳୀୟ କର୍ମୀ କିମ୍ବା ନେତା ଖଲିସ୍ତାନୀ ଶବ୍ଦର ପ୍ରୟୋଗ କରି ନାହାନ୍ତି।
ଅଭିଯୁକ୍ତ ତଥା ବାହୁବଳି ଟିଏମ୍ସି ନେତା ଶେଖ ଶହାଜାହାଁ ଏଭଳି ଫେରାର ହୋଇ ପାରିବେ ନାହିଁ। ତାଙ୍କୁ ପଶ୍ଚିମବଙ୍ଗର ସରକାର ସମର୍ଥନ କରିପାରିବେ ନାହିଁ। ଜଣେ ନେତା ଟଙ୍କା ପାଇଁ ସମସ୍ତଙ୍କୁ ଏଭଳି ବନ୍ଧକ ରଖିପାରିବେ ନାହିଁ। ବିଜେପି ନେତା ସୁଭେନ୍ଦୁ ଅଧିକାରୀ ସନ୍ଦେଶଖାଲି ଯିବାକୁ ଅନୁମତି ପାଇଁ କରିଥିବା ଆବେଦନର ଶୁଣାଣି କରି ହାଇକୋର୍ଟ ଏଭଳି କହିଛନ୍ତି।
କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଟିଏସ୍ ଶିବଗଣମ୍ କହିଛନ୍ତି, 'ମହିଳାଙ୍କ ଅଭିଯୋଗକୁ ସମୀକ୍ଷା କରାଯାଇଛି। ଏହି ଅଞ୍ଚଳର ମହିଳାମାନେ ଗୁରୁତର ପ୍ରସଙ୍ଗ ଉଠାଇ ଅଭିଯୋଗ ଆଣିଛନ୍ତି। ଏଠାକାର କିଛି ଜମି ଉପରେ କବ୍ଜା କରାଯାଇଛି। ଶେଖ ଶାହଜାହାଁ ଏଭଳି ଫେରାର ହୋଇପାରିବେ ନାହିଁ। ତାଙ୍କୁ ଏଠାରେ ଆସି ଆତ୍ମସମର୍ପଣ କରିବାକୁ ପଡିବ। ସେ ଆଇନ ଉଲ୍ଲଙ୍ଘନ କରିପାରିବେ ନାହିଁ।'
ଯଦି ଜଣେ ବ୍ୟକ୍ତି ପୂରା ଅଞ୍ଚଳର ବାସିନ୍ଦାଙ୍କୁ ଟାଙ୍କା ପାଇଁ ମୁଣ୍ଡ ଜାମିନ ରଖିପାରୁଛନ୍ତି, ତେବେ ତାଙ୍କୁ ସରକାର ସମର୍ଥନ କରିପାରିବେ ନାହିଁ କି ସୁରକ୍ଷା ଯୋଗାଇ ପାରିବେ ନାହିଁ। ସେ କେବଳ ଲୋକଙ୍କ ପ୍ରତିନିଧି। ତାଙ୍କ କାମ ହେଲା କେବଳ ଲୋକଙ୍କ ସେବା କରିବା ବୋଲି କଡା ଭାଷାରେ କହିଛନ୍ତି ହାଇକୋର୍ଟ।
ସେହିପରି ସନ୍ଦେଶଖାଲିରେ କଟକଣା ଲାଗୁ କରିବାକୁ ନେଇ ମଧ୍ୟ ମମତା ସରକାରଙ୍କ ଉପରେ ବର୍ଷିଛନ୍ତି ହାଇକୋର୍ଟ। ସେ କହିଛନ୍ତି, 'ଆପଣ ଅଯଥାରେ ସାଧାରଣ ଲୋକଙ୍କୁ ହଇରାଣ କରୁଛନ୍ତି। ଆପଣ କେବଳ ହିଂସାତ୍ମକ ସ୍ଥିତି ସୃଷ୍ଟି କରୁଛନ୍ତି। କୋଭିଡ ସମୟରେ ଲୋକେ ଯେପରି ଅବସାଦରେ ଥିଲେ ଏଠାକାର ଲୋକେ ସେଭଳି ଡିପ୍ରେସନରେ ଅଛନ୍ତି। କାରଣ ଏଠକାର ଲୋକେ ଘର ଭିତରେ ବନ୍ଦୀ ହୋଇ ରହିବାକୁ ବାଧ୍ୟ ହେଉଛନ୍ତି।'
ଉଲ୍ଲେଖଯୋଗ୍ୟ, ଟିଏମ୍ସି ନେତା ଶେଖ ଶାହଜାହାଁ ଗତ ଏକ ମାସ ଧରି ଫେରାର ଅଛନ୍ତି। ଜାନୁଆରୀ ମାସରେ ଇଡି ଚଢ଼ାଉ ବେଳେ ଶେଖ ଶାହଜାହାଁଙ୍କ ସମର୍ଥକମାନେ ଇଡି ଅଧିକାରୀଙ୍କ ଟିମ୍ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ମାମଲାରେ ଶାହଜାହାଁଙ୍କ ସହଯୋଗୀ ଉତ୍ତମ ସରକାର ଓ ଶିବୁ ହାଜରା ସମେତ ୧୭ ଜଣଙ୍କୁ ଗିରଫ କରାଯାଇଥିଲା। ପରେ ମାମଲାର ତଦନ୍ତ ବେଳେ ଏଠାକାର ମହିଳାଙ୍କୁ ଟିଏମ୍ସି ନେତା ଓ ତାଙ୍କର କିଛି ସମର୍ଥକ ଯୌନ ଉତ୍ପୀଡନ କରିବା ସହ ଓ କିଛି ଜମି ହଡପ କରିନେଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା।
ଗତ ସନ୍ଧ୍ୟାରେ ସନ୍ଦେଶଖାଲି ରେ ଗ୍ରାଉଣ୍ଡ ଜିରୋ ରିପୋର୍ଟିଂ କରିଥିଲେ ସନ୍ତୁ ପନ୍। ସନ୍ଦେଶଖାଲିର ସ୍ଥିତି ସମ୍ପର୍କରେ ଦର୍ଶକଙ୍କୁ ଅବଗତ କରାଉଥିଲେ। ହେଲେ ଏହି ସମୟରେ ପୁଲିସ୍ ଓ ଅନ୍ୟ ଫୋର୍ସ ତାଙ୍କୁ ସେଠାରୁ ଟେକି ନେବା ସହ ତୁରନ୍ତ ଗିରଫ କରିଛନ୍ତି।
ସାମ୍ବାଦିକଙ୍କ ଉପରେ ଏପରି ବ୍ୟବହାରକୁ ନେଇ ବିଭିନ୍ନ ମହଳରୁ ନିନ୍ଦା କରାଯାଇଛି। ସେପଟେ ସନ୍ତୁ ପନଙ୍କ ନାଁରେ କିଛି ଅଭିଯୋଗ ରହିଛି ଯାହାକୁ ଆଧାର କରି ତାଙ୍କୁ ଗିରଫ କରାଯାଇଥିବା ପଶ୍ଚିମବଙ୍ଗ ପୁଲିସ୍ କହିଛି।
ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରୟା ପ୍ରକାଶ କରି ରିପବ୍ଲିକ ବଙ୍ଗଳା ଟିଭିର ସିନିୟର ଏଡିଟର ସରନେଲ ସରକାର କହିଛନ୍ତି, ପୁଲିସ୍ ଏପରି ପଦକ୍ଷେପ କିପରି ଉଠାଇ ପାରୁଛି ତାହା ବୁଝାପଡ଼ୁନି। ଟିଏମସି ନେତା ଶାଜାହାନ ଶେଖଙ୍କୁ ଏଯାଏ ପୁଲିସ୍ ଗିରଫ କରି ପାରୁନି। ଶାଜାହାନ ଶେଖ ଏବେବି ସେଠାରେ ଥିବା ସ୍ଥାନୀୟ ଲୋକେ କହୁଥିବା ବେଳେ ପୁଲିସ୍ କିନ୍ତୁ ତାଙ୍କୁ କିପରି ଖୋଜି ପାରୁନି ତାହା ସନ୍ଦେହ ସୃଷ୍ଟି କରୁଛି। ସନ୍ତୁ ପନଙ୍କ ଉପରେ ଲାଗିଥିବା ସମସ୍ତ ଆରୋପ ମିଥ୍ୟା। କେବଳ ତାଙ୍କୁ ଗିରଫ କରିବା ନିମନ୍ତେ ଏପରି ମିଥ୍ୟା ଷଡଯନ୍ତ୍ର ରଚା ଯାଇଛି ବୋଲି କହିଛନ୍ତି ସରନେଲ ସରକାର ।
ରିପବ୍ଲିକ ବଙ୍ଗଳା ଟିଭିର ସିନିୟର ଏଡିଟର ଶୁଭାଂଶୁ ଚାଟାର୍ଜୀ କହିଛନ୍ତି, ସନ୍ତୁ ପନଙ୍କ ଉପରେ ଲାଗିଥିବା ପଶ୍ଚିମବଙ୍ଗ ସରକାର ଲଗାଇଥିବା ଆରୋପ ଅନ୍ୟ କୌଣସି ରାଜ୍ୟରେ କୌଣସି ସାମ୍ବାଦିକଙ୍କ ଉପରେ ଲଗା ଯାଇ ନ ଥାଏ । ଏଠାକାର ସରକାର ମା’, ମାଟି, ମାନୁଷ ବୋଲି କହିଥାଏ। କିନ୍ତୁ ଟିଏମସି ସରକାର ମାନୁଷର କଥା ଶୁଣିବାକୁ ରାଜି ନୁହଁ। ସରକାର ସାଧାରଣ ଲୋକଙ୍କୁ, ସାମ୍ବାଦିକଙ୍କୁ ଡରାଇବାକୁ ଚାହୁଁଛି। ସରକାର ଇଙ୍ଗିତରେ ନ ଚାଲିଲେ ମିଛ କେସ୍ରେ ଜେଲ୍ରେ ଫିଙ୍ଗି ଦେବାର ଧମକ ଦିଆଯାଉଛି।
ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ହୋଇଥିବା ହିଂସାକୁ ଇତି ମଧ୍ୟରେ ୪୬ ଦିନ ବିତି ଯାଇଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଥିବା ହଙ୍ଗାମା କିନ୍ତୁ ଥମୁନି। ଟିଏମ୍ସି ନେତା ଶାଜାହାନ ଶେଖ ଓ ତାଙ୍କ ସହଯୋଗୀମାନେ ମହିଳାଙ୍କ ଉପରେ କରିଥିବା ଯୌନ ନିର୍ଯାତନା ବିରୋଧରେ ସନ୍ଦେଶଖାଲିରେ ଆରମ୍ଭ ହୋଇଥିବା ହିଂସା ଦିନକୁ ଦିନ ଉଗ୍ର ରୂପ ନେଉଛି।
ସନ୍ଦେଶଖାଲି ମାମଲାରେ ସିବିଆଇ ବା ଏସ୍ଆଇଟି ତଦନ୍ତ ପାଇଁ ହୋଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସୋମବାର ସିଧା ସିଧା ମନା କରିଦେଇଛନ୍ତି। ଜଷ୍ଟିସ ବିବି ନାଗରତ୍ନା ଓ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିହଙ୍କ ବେଞ୍ଚ କହିଛନ୍ତି ଯେ, 'ଏହି ମାମଲାକୁ ମଣିପୁର ସହ ତୁଳନା କରନାହିଁ। କୋଲକାତା ହାଇକୋର୍ଟ ନିଜେ ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି। ସେ ଏହାର ସ୍ଥିତି ଆକଳନ କରିବାକୁ ସର୍ବଶ୍ରେଷ୍ଠ ଅଟନ୍ତି। ସେ ଏସ୍ଆଇଟି ତଦନ୍ତ ନିର୍ଦ୍ଦଶ ଦେବା ପାଇଁ ମଧ୍ୟ ସକ୍ଷମ ଅଟନ୍ତି। ତେଣୁ ଆବେଦନକାରୀ ହାଇକୋର୍ଟର ଦ୍ୱାରସ୍ଥ ହେବା ଉଚିତ।' ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ନିଜ ଆବେଦନ ଫେରାଇ ନେଇଛନ୍ତି ଆବେଦନକାରୀ।
ଉଲ୍ଲେଖଯୋଗ୍ୟ ଯେ, ସନ୍ଦେଶଖାଲି ମାମଲାରେ ସିବିଆଇ କିମ୍ବା ଏସ୍ଆଇଟି ତଦନ୍ତ ପାଇଁ ଆଇନଜୀବୀ ଅଲଖ ଆଲୋକ ଶ୍ରୀବାସ୍ତବ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ନିରପେକ୍ଷ ଯାଞ୍ଚ ପାଇଁ ପଶ୍ଚିମବଙ୍ଗ ବାହାରେ ସମ୍ପୂର୍ଣ୍ଣ ତଦନ୍ତ କରିବାକୁ ସେ ନିଜ ଆବେଦନରେ ଉଲ୍ଲେଖ କରିଥିଲେ। ଏଥିସହ ମଣିପୁର ଭଳି ଏହି ମାମଲାରେ ତିନି ଜଣ ଅବସର ପ୍ରାପ୍ତ ଜଜ୍ଙ୍କୁ ନେଇ ଏକ କମିଟି ଗଠନ କରିବାକୁ ଦାବି କରିଥିଲେ। ପୀଡିତାଙ୍କୁ କ୍ଷତିପୂରଣ ରାଶି ଦେବାକୁ ନିର୍ଦ୍ଦେଶ ଦେବା ସହ ଅଭିଯୁକ୍ତ ପୁଲିସକର୍ମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଜ ଆବେଦନରେ କୁହାଯାଇଥିଲା।
ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛି ସନ୍ଦେଶଖାଲି ମାମଲା। ଏଠାକାର ଶତାଧିକ ମହିଳା ତୃଣମୂଳ କଂଗ୍ରେସ ନେତା ଶହଜାହାଁ ଶେଖ୍ ଓ ତାଙ୍କ ସହଯୋଗୀ ଗାଁ ଲୋକଙ୍କ ଜମି ଜବରଦଖଲ କରିବା ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି।
ଉଲ୍ଲେଖଯୋଗ୍ୟ, ବିଜେପିର ଲୋକସଭା ସାଂସଦ ସୁକାନ୍ତ ମଜୁମଦାରଙ୍କ ଅଭିଯୋଗ ଆଧାରରେ ପ୍ରିଭିଲେଜ କମିଟି ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଭାଗବତ ପ୍ରସାଦ ଗୋପାଳିକା, ଡିଜିପି ରାଜୀବ କୁମାର, ଉତ୍ତର ୨୪ ପରଗଣା ଜିଲ୍ଲା ମାଜିଷ୍ଟ୍ରେଟ ଶରଦ କୁମାର ଦ୍ୱିବେଦୀ, ବଶିରହାଟ ପୁଲିସ ଅଧୀକ୍ଷକ ହୁସେନ ମେହେଦି ରେହମାନ ଏବଂ ଅତିରିକ୍ତ ପୁଲିସ ଅଧିକ୍ଷକ ପାର୍ଥ ଘୋଷଙ୍କୁ ସମନ ଜାରି କରି ୧୯ ଫେବ୍ରୁଆରୀରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଏହି ନୋଟିସକୁ ଚ୍ୟାଲେଞ୍ଜ କରି ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଥିଲା। ଆଜି ଏହି ମାମଲାର ଶୁଣାଣି ହୋଇଛି। ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଏବଂ ଅଭିଷେକ ମନୁ ସିଙ୍ଘଭି ସୋମବାର ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଡିଓ୍ୱାଇ ଚନ୍ଦ୍ରଚୂଡଙ୍କ ବେଞ୍ଚ ସମ୍ମୁଖରେ ଏହି ପ୍ରସଙ୍ଗ ଉଠାଇଥିଲେ। ସିବଲ କହିଥିଲେ, ସନ୍ଦେଶଖାଲିରେ ଧାରା ୧୪୪ ଲାଗୁ ହୋଇଥିଲା। ଏପରି ପରିସ୍ଥିତିରେ, ଧାରା ୧୪୪ କୁ ଉଲ୍ଲଂଘନ କରି କରାଯାଇଥିବା ରାଜନୈତିକ କାର୍ଯ୍ୟକଳାପ ଅଧିକାରର ଉଲ୍ଲଂଘନ।
West Bengal Govt moves Supreme Court against Parliament Ethics Committee notices relating to Sandeshkhali incident in West Bengal.
— ANI (@ANI) February 19, 2024
The matter is likely to be mentioned in the Supreme Court for urgent listing today. pic.twitter.com/p0ZSNnlOUM
ସନ୍ଦେଶଖାଲି ଯିବାକୁ ଅଟକାଇବା ମାମଲାରେ ସୁକାନ୍ତ ମଜୁମଦାର ଅଭିଯେଗ କରିଥିଲେ। ଏହି ମାଲାରେ ଅଧିକାରୀମାନଙ୍କୁ ଆଜି ହିଁ ପ୍ରିଭିଲେଜ କମିଟି ନିକଟରେ ହାଜର ହେବାକୁ କୁହାଯାଇଥିଲା। ତେବେ ଏହା ପୂର୍ବରୁ ସୁପ୍ରିମକୋର୍ଟ ପ୍ରିଭିଲେଜ କମିଟିର ତଦନ୍ତ ଉପରେ ରୋକ ଲଗାଇଛନ୍ତି। ୪ ସପ୍ତାହ ପରେ ଏହି ମାମଲାର ପରବର୍ତ୍ତି ଶୁଣାଣି ହେବ। ଏହା ସହିତ କୋର୍ଟ ଲୋକସଭା ସଚିବାଳୟ, ବିଶେଷ ଅଧିକାର କମିଟି ଓ ସୁକାନ୍ତ ମଜୁମଦାରଙ୍କୁ ନୋଟିସ ଜାରି କରିଛନ୍ତି।
ଏହାକୁ ନେଇ ବିବାଦ ଲାଗି ରହିଥିବା ବେଳେ ବେଙ୍ଗଲରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ପ୍ରସ୍ତାବ ଦେଇଛି ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗ (ଏନସିଏସ୍ସି)।
ଆୟୋଗର ଗୋଟିଏ ଟିମ ଗୁରୁବାର ସନ୍ଦେଶଖାଲି ଗସ୍ତରେ ଯାଇଥିଲେ। ସେମାନେ ସେଠାକାର ସ୍ଥିତି ପରଖି ଥିଲେ। ଆଜି ଆୟୋଗ ପକ୍ଷରୁ ଗୋଟିଏ ରିପୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମଙ୍କ ନିକଟରେ ଦାଖଲ କରାଯାଇଛି। ଏହି ରିପୋର୍ଟରେ ବେଙ୍ଗଲରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଛି।
ଏନସିଏସ୍ସି ଅଧ୍ୟକ୍ଷ ଅରୁଣ ହାଲଦାର କହିଛନ୍ତି, “ରାଜ୍ୟରେ କ୍ଷମତାସୀନ ସରକାର ସହ ଅପରାଧୀମାନେ ହାତ ମିଳାଇଛନ୍ତି। ଏହା ଅନୁସୂଚିତ ଜାତି ବର୍ଗର ଲୋକଙ୍କ ଜୀବନକୁ ଗଭୀର ଭାବେ ପ୍ରଭାବିତ କରୁଛି।
ଏନସିଏସ୍ସି ଟିମ ବେଙ୍ଗଲ ଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଠାରୁ କୌଣସି ପ୍ରକାରର ସହାୟତା ମିଳି ନଥିଲା। ଆମେ ଯୌନ ନିର୍ଯାତନାର ଶିକାର ହୋଇଥିବା ମହିଳାମାନଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ ମଧ୍ୟ ଆମକୁ ଅନୁମତି ମିଳି ନଥିଲା। ସେଠାକାର ସ୍ଥିତି ଅତ୍ୟନ୍ତ ଗମ୍ଭୀର। ଆଇନଶୃଙ୍ଖଳା ପରିସ୍ଥିତି ପୂରା ବିଗିଡ଼ି ଯାଇଛି। ତେଣୁ ବେଙ୍ଗଲରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଦରକାର।”
ଘଟଣାକୁ ନେଇ ବିବାଦ ଲାଗି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ବିଜେପି କିମ୍ବା କଂଗ୍ରେସର କୌଣସି ପ୍ରତିନିଧିମାନଙ୍କୁ ସନ୍ଦେଶଖାଲି ଯିବାକୁ ଦେଉ ନାହିଁ। ଏହାକୁ ନେଇ କଂଗ୍ରେସର ରାଜ୍ୟ ମୁଖ୍ୟ ଅଧିର ରଞ୍ଜନ ଚୌଧୁରୀ ସିଧା ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ସେ କହିଛନ୍ତି, “ସନ୍ଦେଶଖାଲିରେ ବିରୋଧୀଙ୍କ ପ୍ରବେଶ ଉପରେ କାହିଁକି ରୋକ ଲଗା ଯାଉଛି? ରାଜ୍ୟ ସରକାର କ’ଣ ଲୁଚାଇବାକୁ ଚାହୁଁଛନ୍ତି? କାହିଁକି ସେମାନେ ଏହାକୁ ରାଜନୀତିକରଣ କରୁଛନ୍ତି?” ଏହାପୂର୍ବରୁ ବିଜେପିର ପ୍ରତିନିଧି ମଣ୍ଡଳୀଙ୍କୁ ମଧ୍ୟ ସନ୍ଦେଶଖାଲିରେ ପ୍ରବେଶ ପାଇଁ ଅନୁମତି ମିଳି ନଥିଲା। ତେଣୁ ବିଜେପି ନେତାମାନେ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ ଭେଟିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ମମତା ବାନାର୍ଜୀ ଭୟବୀତ। ହିନ୍ଦୁ ମହିଳାମାନଙ୍କୁ ଦୁଷ୍କର୍ମ କରାଯାଇଛି। ବେଙ୍ଗଲ ଜଳୁଛି ବୋଲି ସେମାନେ କହିଛନ୍ତି।
ରାଜନୀତିକ ବିବାଦ ଚାଲିଥିବା ବେଳେ ସନ୍ଦେଶଖାଲି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଜଣେ ଆଇନଜୀବୀ ପିଆଇଲ ଦାଖଲ କରି ସିବିଆଇ କିମ୍ବା ଏସ୍ଆଇଟି ଦ୍ୱାରା ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି।
ଏହାକୁ ନେଇ ପୂରା ଅଞ୍ଚଳରେ କିଛି ସମୟ ପାଇଁ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ପୁଲିସ୍ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲା ୪୦ ବର୍ଷୀୟ ଗୌତମ।
ଆଜି ସେ ଚିସ୍ତିପୁର ବସ୍ ଷ୍ଟାଣ୍ଡ ନିକଟରେ ବୁଲୁଥିଲା। ତା’ ଦେହ ସାରା ରକ୍ତ ଲାଗିଥିବା ବେଳେ ହାତରେ ସ୍ତ୍ରୀର କଟାମୁଣ୍ଡ ରହିଥିଲା। ଲୋକମାନେ ଏପରି ଭୟଙ୍କର ଦୃଶ୍ୟ ଦେଖି ତୁରନ୍ତ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍କୁ ଦେଖି ମଧ୍ୟ ଗୌତମ ଡରି ନଥିଲା। ବରଂ ପୁଲିସ୍ ହାତରେ ଆପେଆପେ ଧରା ଦେଇଥିଲା।
ପୁଲିସ୍ ତାକୁ ଗିରଫ କରିବା ସହ କଟା ମୁଣ୍ଡକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ପୁଲିସ୍ କହିଛି ଯେ ଗୌତମ ଜଣେ ମାନସିକ ରୋଗୀ। ସେ ଘରୋଇ କଳି ଯୋଗୁ ନିଜ ପତ୍ନୀଙ୍କୁ ହତ୍ୟା କରିଥିଲା।
ଏହାପରେ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଥିଲା। ଶେଷରେ କଟା ମୁଣ୍ଡକୁ ଧରି ରାସ୍ତାରେ ବୁଲିଥିଲା। ପୁଲିସ୍ ଗୌତମକୁ ଗିରଫ କରିବା ପରେ ତା’ ଘରେ ପହଞ୍ଚିଥିଲା। ସେଠାରେ ପଡ଼ିଥିବା ମୁଣ୍ଡ ବିହୀନ ମୃତଦେହକୁ ମଧ୍ୟ ପୁଲିସ୍ ଜବତ କରିଛି।
ଏହି ଘଟଣାକୁ ବିରୋଧ କରି ଆଜି ବିଜେପି ଆନ୍ଦୋଳନ କରିଛି। ଶତାଧିକ ସଂଖ୍ୟାରେ ଆନ୍ଦୋଳନରତ ବିଜେପି ନେତା ଓ କର୍ମୀ ସନ୍ଦେଶଖାଲିରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥିଲେ। ତେବେ ଏମାନଙ୍କୁ ପୁଲିସ ଅଟକାଇଥିଲା। ଏହି ସମୟରେ ବିଜେପି ନେତା ଓ ପୁଲିସଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏହି ସମୟରେ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର ଆହତ ହୋଇଛନ୍ତି। ତାଙ୍କ ସହ ଅନେକ ଦଳୀୟ କର୍ମୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି।
ବିଜେପି ନେତାଙ୍କ ଉପରେ ପୁଲିସ ଲାଠି ମାଡ କରିଥିବା ଅଭିଯୋଗ ହୋଇଛି। ଆହତ ବିଜେପି ସଭାପତି ସୁକାନ୍ତ ମଜୁମଦାରଙ୍କୁ ଉଦ୍ଧାର କରି ବଶିରହଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ପ୍ରଥମିକ ଚିକିତ୍ସା ପରେ ତାଙ୍କୁ କୋଲକାତା ସ୍ଥାନାନ୍ତର କରାଯାଇଛି।
#WATCH | Basirhat, North 24 Parganas | West Bengal BJP president Sukanta Majumdar got injured after falling from the car, a lathi charge by security personnel followed soon after.
— ANI (@ANI) February 14, 2024
He has been taken to Basirhat multi-facility hospital pic.twitter.com/BAJBx0VPDQ
ଏହା ପୂର୍ବରୁ ପଶ୍ଚିମବଙ୍ଗ ପୁଲିସ ସୁକାନ୍ତ ମଜୁମଦାରଙ୍କୁ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଟାକିରେ ଥିବା ଏକ ଗେଷ୍ଟ ହାଉସରୁ ଆନ୍ଦୋଳନ ସ୍ଥଳକୁ ବାହାରିବାବେଳେ ଅଟକାଇଥିବା ଅଭିଯୋଗ ହୋଇଥିଲା। ବିଜେପି ନେତାଙ୍କୁ ସନ୍ଦେଶଖାଲି ଆଡ଼କୁ ଯିବାରୁ ରୋକିବା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଯେପରି କୌଣସି ଅଘଟଣ ନ ଘଟେ ସେଥିପାଇଁ କିଛି ଅଞ୍ଚଳରେ ୧୪୪ ଧାରା ମଧ୍ୟ ଜାରି କରାଯାଇଥିଲା ତେବେ ବିଜେପି ନେତାମାନେ ନିଷେଧାଦେଶକୁ ଅମାନ୍ୟ କରି ସନ୍ଦେଶଖାଲି ଅଭିମୁଖେ ଯାତ୍ରା ଜାରି ଏସ୍ପି ଅଫିସ ଘେରାଉ କରିଥିଲେ। ଏହି ସମୟରେ ସେମାନଙ୍କ ପୁଲିସ ସହ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା।
ଉଲ୍ଲେଖଯୋଗ୍ୟ ଏହି ଘଟଣାକୁ କେନ୍ଦ୍ରକରି ଅଶାନ୍ତ ହୋଇ ପଡ଼ିଥିବା ସନ୍ଦେଶଖାଲିରେ ୧୪୪ ଧାରା ଜାରି କରାଯାଇଛି।
ସୂଚନା ମୁତାବକ, ଟ୍ରେନିଂ ବେଳେ ଖଡ଼ଗପୁର ଥାନା ଦିଆସା ଅଞ୍ଚଳରେ ବାୟୁସେନାର ଏକ ଲଢ଼ୁଆ ବିମାନଟି ବିଲକୁ ଖସି ପଡ଼ିଛି। ଦୁର୍ଘଟଣାଗ୍ରସ୍ତ ବିମାନଟି କଲେଇକୁଣ୍ଡା ଏୟାରବେସ୍ରୁ ଉଡ଼ାଣ ଭରିଥିଲା। ତେବେ ଏଥିରେ ଥିବା ଦୁଇ ଜଣ ପାଇଲଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଉଭୟ ପାଇଲଟ ପରାସୁଟ୍ ଯୋଗେ ସୁରକ୍ଷିତ ଅବତରଣ କରିଛନ୍ତି। ସେପଟେ ବିମାନଟି ବିଲକୁ ଖସିପଡିବା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ବିଲରେ ଖସିପଡ଼ିଥିବା ବିମାନଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।
ଗତବର୍ଷ ଡିସେମ୍ବରରେ ମଧ୍ୟ ଭାରତୀୟ ବାୟୁସେନାର ଏକ ପ୍ରଶିକ୍ଷକ ବିମାନ ତେଲେଙ୍ଗାନାର ମେଡାକ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଥିଲା। ଡିଣ୍ଡିଗୁଲରେ ଅବସ୍ଥିତ ବାୟୁସେନା ଏକାଡେମୀ ନିକଟରେ ଏହି ଦୁର୍ଘଟଣା ଘଟିଥିଲେ। ଏଥିରେ ଜଣେ କ୍ୟାଡେଟ୍ ପାଇଲଟ୍ ଏବଂ ଜଣେ ଟ୍ରେନର୍ ଥିଲେ।
ଟିଏମସି ଏହାର ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛି, 'ଆସନ୍ତା ରାଜ୍ୟସଭା ନିର୍ବାଚନ ପାଇଁ ସାଗରିକା ଘୋଷ, ସୁସ୍ମିତା ଦେବ, ସାଂସଦ ଏମ ନଦିମ ଉଲ୍ଲ ହକ୍ ଏବଂ ମମତା ବାଲା ଠାକୁରଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଆମେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛୁ ଏବଂ ଆଶା କରୁଛୁ ଯେ ସେ ଟିଏମ୍ସି ଚିରନ୍ତନ ପରମ୍ପରାକୁ ବଜାୟ ରଖିବା ଦିଗରେ କାର୍ଯ୍ୟ କରିବେ। ପ୍ରତ୍ୟେକ ଭାରତୀୟଙ୍କ ଅଧିକାରର ସୁରକ୍ଷା ପାଇଁ ଲଢ଼େଇ କରିବେ।'
କହିରଖୁ ଯେ, ସୁସ୍ମିତା ଦେବ ମଧ୍ୟ ପୂର୍ବରୁ ଟିଏମସି ସାଂସଦ ଥିଲେ। ୨୦୨୧ରେ କଂଗ୍ରେସରୁ ଟିଏମସିରେ ଯୋଗଦେବା ପରେ ଦଳ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ତାଙ୍କର କାର୍ଯ୍ୟକାଳ କିଛି ଦିନ ପୂର୍ବରୁ ହିଁ ଶେଷ ହୋଇଛି। ନାଦିମ ଉଲ୍ଲ ହକ ମଧ୍ୟ ଦଳର ରାଜ୍ୟସଭା ସାଂସଦ ଅଛନ୍ତି। ମମତା ଠାକୁର ହେଉଛନ୍ତି ମାତୁଆ ସମ୍ପ୍ରଦାୟର ଧାର୍ମିକ ‘ମାତା’ ଯିଏକି ୨୦୧୯ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେ ବିଜେପିର ଶାନ୍ତନୁ ଠାକୁରଙ୍କ ଦ୍ୱାରା ପରାସ୍ତ ହୋଇଥିଲେ। ସେହିପରି ସାଗରିକା ଘୋଷ ହେଉଛନ୍ତି ଜଣେ ଜଣାଶୁଣା ବରିଷ୍ଠ ସାମ୍ବାଦିକ।
ଉଲ୍ଲେଖଯୋଗ୍ୟ, ୧୫ଟି ରାଜ୍ୟରୁ ରାଜ୍ୟସଭାର ୫୬ଟି ଆସନ ପାଇଁ ଆସନ୍ତା ଫେବ୍ରୁଆରୀ ୨୭ରେ ନିର୍ବାଚନ ହେବ। ନିର୍ବାଚନ ଆୟୋଗ କହିବା ମୁତାବକ ଏପ୍ରିଲ ୨ରେ ରାଜ୍ୟସଭାରୁ ୫୦ଜଣ ସଦସ୍ୟ ଅବସର ନେବେ। ଆଉ ୬ ଜଣ ସଦସ୍ୟ ଏପ୍ରିଲ ୩ରେ ଅବସର ନେବେ। ଯେଉଁ ରାଜ୍ୟରୁ ସଦସ୍ୟମାନେ ଅବସର ନେଉଛନ୍ତି ସେମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଓଡିଶା ଏବଂ ରାଜସ୍ଥାନ ରହିଛି।
ଗତ ଜୁନ୍ ମାସରେ ଅଲ ଇଣ୍ଡିଆ ସେକ୍ୟୁଲାର ଫ୍ରଣ୍ଟ(AISF) ନେତା ମୋହିଉଦ୍ଦିନ ମୁଲ୍ଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାର ପ୍ରାଥମିକ ଯାଞ୍ଚ ବେଳେ ଅରାବୁଲ ଇସଲାମ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ଏହାପରେ ପୁଲିସ୍ ତାଙ୍କୁ ଘରୁ ଉଠାଇ ନେଇଛି।
ଅରାବୁଲଙ୍କ ବିରୋଧରେ ହତ୍ୟା, ବଟି ଆଦାୟ, ସରକାରୀ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ଆଦି ଗୁରୁତର ଅଭିଯୋଗ ରହିଛି। ଏହା ପୂର୍ବରୁ ୨୦୧୩ ମସିହାରେ ମଧ୍ୟ ଜଣେ ବରିଷ୍ଠ ନେତାଙ୍କ ହତ୍ୟା ମାମଲାରେ ପୁଲିସ୍ ତାଙ୍କୁ ଗିରଫ କରିଥିଲା।
ନିର୍ବାଚନ ପୂର୍ବରୁ ଷଡଯନ୍ତ୍ର କରାଯାଇ ଅରାବୁଲଙ୍କୁ ଗିରଫ କରାଯାଇଥିବା ବିଜେପି ନେତା ଶୁଭେନ୍ତୁ ଅଧିକାରୀ ଆରୋପ ଲଗାଇଛନ୍ତି। ପୁଲିସ୍ ଆଜି ତାଙ୍କୁ ଅତିରିକ୍ତ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରିବ ରିମାଣ୍ଡରେ ନେବ ବୋଲି ଜଣାଯାଇଛି ।
ଗତ ବର୍ଷ ପଞ୍ଚାୟତ ନିର୍ବାଚନରେ ନାମାଙ୍କନ ଦାଖଲର ଶେଷ ଦିନରେ ମୋଇନୁଦ୍ଦିନ ମୋଲ୍ଲା ନାମକ ଆଇଏଫଏସ୍ କର୍ମକର୍ତ୍ତାଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର ଯାଞ୍ଚ ଚାଲିଥିବା ବେଳେ ପୁଲିସ୍ ଅରାବୁଲଙ୍କୁ ଗିରଫ କରିଛି।
ପ୍ରେମିକା ବି ଏଥିରେ ପ୍ରେମିକର ପୂରା ସାଥ ଦେଇଛି। ପ୍ରେମିକ ଥାଇ ମଧ୍ୟ ପ୍ରେମିକା ଜଣଙ୍କ ଆଉ ଜଣଙ୍କ ସହ ରାତି ବିତାଉଥିଲେ। ଏହା ଏବେ ତାଙ୍କୁ ମହଙ୍ଗା ପଡ଼ିଛି। ସ୍ଥିତି ଏପରି ହୋଇଛି ଯେ ଏବେ ହତ୍ୟା ମାମଲାରେ ପ୍ରେମିକ ଓ ପ୍ରେମିକାଙ୍କୁ ପୁଲିସ ଗିରଫ କରିଛି।
ତ୍ରିକୋଣୀୟ ପ୍ରେମ କାହାଣୀ ଶେଷରେ ହତ୍ୟାରେ ଶେଷ ହୋଇଛି। ଗୁହାଟୀର ଗୋଟିଏ ପଞ୍ଚ ତାରକା ହୋଟେଲରେ ଘଟିଥିବା ହତ୍ୟାକାଣ୍ତର ରହସ୍ୟ ଉପରୁ ପୁଲିସ୍ ମାତ୍ର କିଛି ଘଣ୍ଟା ମଧ୍ୟରେ ପରାଦ ହଟାଇବାକୁ ସକ୍ଷମ ହୋଇଛି। ହତ୍ୟା ପରେ ଦୁଇ ଅଭିଯୁକ୍ତ ୫୦୦ କିମି ଦୂର କୋଲକାତାକୁ ଖସି ଯିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ପୁଲିସ୍ ସେମାନଙ୍କୁ ଠିକଣା ସମୟରେ ଧରିଛି।
୪୪ ବର୍ଷୀୟ ସନ୍ଦୀପ କୁମାର କାମ୍ବଲିଙ୍କ ମୃତଦେହ ଗୁହାଟୀ ଏୟାରପୋର୍ଟ ନିକଟରେ ଥିବା ଆଝାରା ହୋଟେଲରୁ ସୋମବାର ଅପରାହ୍ନରେ ମିଳିଥିଲା। ଅଭିଯୁକ୍ତ ୨୫ ବର୍ଷୀୟ ଅଞ୍ଜଳୀ ଶ’ ଓ ତାଙ୍କର ପୁରୁଷ ବନ୍ଧୁ ୨୩ ବର୍ଷୀୟ ବିକାଶ କୁମାର ଶ’ ଘଟଣା ପରେ ବିମାନ ଯୋଗେ କୋଲକାତା ଚାଲିଯିବାକୁ ଯୋଜନା କରିଥିଲେ। କିନ୍ତୁ ସେମାନେ ଏୟାରପୋର୍ଟରେ ପହଞ୍ଚିବା ପୂର୍ବରୁ ପୁଲିସ୍ ଉଭୟଙ୍କୁ ଗିରଫ କରି ନେଇଛି।
ସନ୍ଦୀପ ହେଉଛନ୍ତି ପୁଣେର ଜଣେ କାର ଡିଲର। ସେ ନିସ୍ତେଜ ଅବସ୍ଥାରେ ତାଙ୍କ ରୁମରେ ପଡ଼ି ରହିଥିବା ପ୍ରଥମେ ହୋଟେଲ କର୍ମଚାରୀମାନେ ଦେଖିଥିଲେ। ତାଙ୍କ ନାକରୁ ପ୍ରବଳ ରକ୍ତସ୍ରାବ ମଧ୍ୟ ହେଉଥିଲା। ଏହାପରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।
ଅଞ୍ଜଳୀ କୋଲକାତା ଏୟାରପୋର୍ଟରେ ଥିବା ଗୋଟିଏ ରେଷ୍ଟୁରାଣ୍ଟରେ କାମ କରନ୍ତି। କାମ କରିବା ଭିତରେ ଗତବର୍ଷ ସନ୍ଦୀପଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। ଏହି ବନ୍ଧୁତା ପ୍ରେମର ରୂପ ନେଇଥିଲା। ଦୁହେଁ ଅନେକ ଥର ଏକାଠି ବୁଲିବାକୁ ଯିବା ସହ ପରସ୍ପର ସହ ଢେର ସମୟ ମଧ୍ୟ ବିତାଉଥିଲେ। ସବୁ କିଛି ଠିକ ଠାକ ଚାଲିଥିଲା। ହେଲେ ଅଞ୍ଜଳୀ ପୂର୍ବରୁ ବିକାଶଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ।
ସବୁ କିଛି ଠିକ ଠାକ ଚାଲିଥିଲା। ଏସବୁ ଭିତରେ ସନ୍ଦୀପ ବାରମ୍ବାର ଅଞ୍ଜଳୀଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ ଅଞ୍ଜଳୀ ଏଥିରେ ରାଜି ହୋଇ ନଥିଲେ ଓ ତାଙ୍କ ସହ ସବୁ ପ୍ରକାରର ସମ୍ପର୍କ ତୁଟାଇ ଦେଇଥିଲେ। ଅଞ୍ଜଳୀ ସମ୍ପର୍କ ତୁଟାଇ ଦେଇଥିଲେ ମଧ୍ୟ ସନ୍ଦୀପ ତାଙ୍କ ପିଛା ଛାଡ଼ି ନଥିଲେ। ସନ୍ଦୀପଙ୍କ ପାଖରେ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଥିବାରୁ ସେ ଅଞ୍ଜଳୀଙ୍କୁ ବ୍ଲାକ ମେଲ କରିବା ଆରମ୍ଭ କରିଥିଲେ।
ତେବେ ଉକ୍ତ ଫଟୋ ଗୁଡ଼ିକୁ ନେଇ ଅଞ୍ଜଳୀ ଓ ବିକାଶ ମିଳିତ ଭାବେ ସନ୍ଦୀପଙ୍କ ପଚାରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ସମସ୍ତେ କୋଲକାତା ଏୟାରପୋର୍ଟରେ ଦେଖା ହେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସନ୍ଦୀପ ଉକ୍ତ ମିଟିଂକୁ ଗୁହାଟୀ ବଦଳାଇ ଦେଇଥିଲେ। ସେଠାରେ ସେ ଗୋଟିଏ ପଞ୍ଚ ତାରକା ହୋଟେଲରରେ ରୁମ ବୁକ କରିଥିଲେ।
ବିକାଶ ଓ ଅଞ୍ଜଳୀ ଏକାଠି ଗୁହାଟୀ ଯାଇଥିଲେ। କିନ୍ତୁ ସେଠାରେ ପହଞ୍ଚିବା ପରେ ଅଲଗା ଅଲଗା ହୋଇ ହୋଟେଲକୁ ଯାଇଥିଲେ। ପୂର୍ବରୁ ବିକାଶ ମଧ୍ୟ ସନ୍ଦୀପଙ୍କ ଅଜାଣତରେ ସମାନ ହୋଟେଲରେ ଗୋଟିଏ ରୁମ ବୁକ କରିଥିଲେ।
ଯୋଜନା ଅନୁସାରେ ଅଞ୍ଜଳୀ ଗୁହାଟୀରେ ପ୍ରଥମେ ସନ୍ଦୀପଙ୍କୁ ଦେଖା କରିଥିଲେ। ସେମାନେ ଏକାଠି ହୋଟେଲକୁ ଯାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ବିକାଶ ଏକାକୀ ହୋଟେଲରେ ପ୍ରବେଶ କରିଥିଲେ।
ଅଞ୍ଜଳୀ ଓ ସନ୍ଦୀପଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିବା ବେଳେ ହଠାତ ବିକାଶ ପହଞ୍ଚି ଯାଇଥିଲେ। ଏହା ସନ୍ଦୀପଙ୍କୁ ପସନ୍ଦ ଆସି ନଥିଲା। ଫଳରେ ବିକାଶ ଓ ସନ୍ଦୀପଙ୍କ ମାରପିଟ ହୋଇଥିଲା। ଏଥିରେ ସନ୍ଦୀପ ଆହତ ହୋଇଥିଲେ। ତାଙ୍କ ନାକରୁ ରକ୍ତ ବାହାରି ଥିଲା।
ଏହା ଦେଖି ଅଞ୍ଜଳୀ ଓ ବିକାଶ ସେଠାରୁ ଚମ୍ପଟ ମାରିଥିଲେ। ଯିବା ସମୟରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଥିବା ସନ୍ଦୀପଙ୍କର ଦୁଇଟି ଯାକ ମୋବାଇଲ ମଧ୍ୟ ସେମାନେ ନେଇ ଯାଇଥିଲେ।
ସେହିଦିନ ବିକାଶଙ୍କ ଗୋଟିଏ ଫୋନ କଲ ପାଇଁ ହୋଟେଲ କର୍ମଚାରୀ ସତର୍କ ହୋଇଥିଲେ ଓ ସେମାନେ ଗୁହାଟୀ ପୁଲିସ୍କୁ ସୂଚନା ଦେଇଥିଲେ। ପୁଲିସ୍ ହୋଟେଲ ରେଜିଷ୍ଟର, ସିସିଟିଭି ଫୁଟେଜ ଓ ଏୟାରପୋର୍ଟ ପାସେଞ୍ଜର ଲିଷ୍ଟକୁ ଯାଞ୍ଚ କରିଥିଲା।
ଏହାପରେ ପୁଲିସ୍ ବିକାଶ ଓ ଅଞ୍ଜଳୀଙ୍କ ସମ୍ପର୍କରେ ସୂଚନା ପାଇଥିଲା। ସେମାନେ ୯.୧୫ରେ କୋଲକାତା ଯିବା ପାଇଁ ବିମାନରେ ବସି ଥାଆନ୍ତେ। କିନ୍ତୁ ତା’ ପୂର୍ବରୁ ପୁଲିସ୍ ଉଭୟଙ୍କୁ ଗିରଫ କରି ନେଇଛି।
ଫେବୃଆରୀ ୨୧ ସୁଦ୍ଧା ଶ୍ରମିକମାନେ ସେମାନଙ୍କ ବକେୟା ଟଙ୍କା ପାଇବେ। ଏହି ଟଙ୍କା ସିଧାସଳଖ ଶ୍ରମିକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ବୋଲି ଆଜି ଦିଦି ଘୋଷଣା କରିଛନ୍ତି।
ମମତା କହିଛନ୍ତି, “ରାଜ୍ୟ ସରକାର ୨୧ ଲକ୍ଷ ମନରେଗା ଶ୍ରମିକଙ୍କ ପାରିଶ୍ରମିକ ଦେବେ। ୨ ବର୍ଷ ହେଲା କେନ୍ଦ୍ର ସରକାରଙ୍କ ପାଖରେ ବାକି ରହିଥିବା ଶ୍ରମିକଙ୍କ ପାଉଣା ରାଜ୍ୟ ସରକାର ନିଜ ପାଣ୍ଠିରୁ ଦେବେ। ଫେବୃଆରୀ ୨୧ ସୁଦ୍ଧା ସବୁ ଟଙ୍କା ଶ୍ରମିକଙ୍କ ଆକାଉଣ୍ଟରେ ପହଞ୍ଚି ଯିବ।”
ବିଭିନ୍ନ କଲ୍ୟାଣ ମୂଳକ ଯୋଜନା ବାବଦରେ କେନ୍ଦ୍ର ଠାରୁ ପାଇବାକୁ ଥିବା ପାଣ୍ଠି ପଶ୍ଚିମବଙ୍ଗକୁ ମିଳୁ ନାହିଁ ବୋଲି ଅଭିଯୋଗ କରି ମମତା ଶୁକ୍ରବାର ଠାରୁ ଦୁଇ ଦିନିଆ ଆନ୍ଦୋଳନ ଆରମ୍ଭ କରିଥିଲେ। ଆଜି ଆନ୍ଦୋଳନର ଦ୍ୱିତୀୟ ଦିନରେ ମମତା ଏପରି ଘୋଷଣା କରିଛନ୍ତି।
ବିନିଯୋଗ ପ୍ରମାଣପତ୍ର ଦେବାରେ ପଶ୍ଚିମବଙ୍ଗ ସରକାର ବିଳମ୍ବ କରିଥିବା ନେଇ ସିଏଜି ଦେଇଥିବା ରିପୋର୍ଟ ସମ୍ପର୍କରେ ମଧ୍ୟ ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି।
ସେ ତାଙ୍କ ଚିଠିରେ କହିଛନ୍ତି ଯେ ତ୍ରୁଟିପୂର୍ଣ୍ଣ ରିପୋର୍ଟ ଭୁଲ ଚିତ୍ର ବା ଧାରଣା ସୃଷ୍ଟି କରିପାରେ। ଭୁଲ ରିପୋର୍ଟକୁ ବ୍ୟବହାର କରି କିଛି ଲୋକ ରାଜ୍ୟ ପ୍ରଶାସନିକ ବ୍ୟବସ୍ଥା ବିରୋଧରେ ମିଥ୍ୟା ପ୍ରଚାର କରୁଛନ୍ତି।
୨୦୨୦-୨୧ ସିଏଜିର ରାଜ୍ୟ ଆର୍ଥିକ ଅଡିଟ ରିପୋର୍ଟରେ କୁହାଯାଇଛି ଯେ ୨୦୦୨-୦୩ରୁ ୨୦୨୦-୨୧ ମଧ୍ୟରେ ଖର୍ଚ୍ଚ ହୋଇଥିବା ୨,୨୯,୦୯୯ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦେବାରେ ବିଳମ୍ବ ହୋଇଛି। କିନ୍ତୁ ପଶ୍ଚିମବଙ୍ଗ ସରକାର ବିନିଯୋଗ ପ୍ରମାଣପତ୍ର ଠିକ ସମୟରେ ଉପଯୁକ୍ତ ମନ୍ତ୍ରଣାଳୟଗୁଡ଼ିକ ନିକଟରେ ଦାଖଲ କରି ସାରିଥିବା ମମତା କହିଛନ୍ତି।
ବେଙ୍ଗଲର ମୁର୍ଶିଦାବାଦରେ ଆୟୋଜିତ ସମାବେଶରେ ମମତା କହିଛନ୍ତି, “କଂଗ୍ରେସ ଆସନ୍ତା ଲୋକସଭା ନିର୍ବାଚନରେ ୩୦୦ ଆସନରୁ ୪୦ଟି ବି ଜିତି ପାରିବ କି ନାହିଁ ମୋର ସନ୍ଦେହ ହେଉଛି। ତଥାପି ଏତେ ଅହଂକାର କାହିଁକି?
ତୁମେମାନେ ବେଙ୍ଗଲ ଆସିଲ, ଆମେ ଇଣ୍ଡିଆ ମେଣ୍ଟରେ ଅଛୁ। ଥରେ ମୋତେ କହି ଥାଆନ୍ତ। ମୁଁ ବେଙ୍ଗଲ ଆସିବା କଥା ପ୍ରଶାସନ ଠାରୁ ଶୁଣିଲି। ଯଦି ଆପଣମାନଙ୍କର ସାହସ ଅଛି, ତା’ହେଲେ ବିଜେପିକୁ ବାରାଣସୀରେ ହରାଇ ଦେଖାଅ। ଆପଣମାନେ ପୂର୍ବରୁ ଯେଉଁଠି ସବୁ ଜିତିଥିଲେ, ସେଠାରେ ହାରିଛନ୍ତି।
ଉତ୍ତର ପ୍ରଦେଶରେ ଆପଣଙ୍କର ଗୋଟିଏ ହେଲେ ବି ଆସନ ନାହିଁ। ଆପଣ ରାଜସ୍ଥାନରେ ଜିତି ପାରି ନାହାନ୍ତି। ସେଠାକୁ ଯାଅ ଓ ନିଜ ଆସନ ଗୁଡ଼ିକ ଜିତ। ମୁଁ ଦେଖିବି ଆପଣଙ୍କ ସାହସ କେତେ। ଆହ୍ଲାବାଦ ଓ ବାରାଣସୀରେ ଜିତିକି ଦେଖାଅ। ଆପଣଙ୍କ ପାର୍ଟି କେତେ ସାହସୀ ଜଣାପଡ଼ିବ।”
ରାହୁଲ ଗାନ୍ଧି ନିଜର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ନେଇ ବେଙ୍ଗଲ ଆସିଥିଲେ। ଏହି ସମୟରେ ସେ ବିଡ଼ି ଶ୍ରମିକମାନଙ୍କ ସହ କଥା ହୋଇଥିଲେ। ଏ ସମ୍ପର୍କରେ ମମତା କହିଛନ୍ତି, “ବର୍ତ୍ତମାନ ଗୋଟିଏ ଷ୍ଟାଇଲ ସାମ୍ନାକୁ ଆସିଛି। ସେହି ଷ୍ଟାଇଲ ହେଲା ଫଟୋ ଶୁଟ। ଯେଉଁମାନେ ଦିନେ ଚା’ ଦୋକାନ ଯାଇ ନଥିବେ, ଏବେ ସେମାନେ ବିଡ଼ି ଶ୍ରମିକଙ୍କ ସହ ବସୁଛନ୍ତି। ସେମାନେ ସମସ୍ତେ ପ୍ରବାସୀ ପକ୍ଷୀ।”
ଟିଏମସି ସହ ମେଣ୍ଟ କରିବାକୁ ହେଲେ କଂଗ୍ରେସକୁ ପ୍ରଥମେ ସିପିଏମ ସହ ସବୁ ପ୍ରକାରର ସମ୍ପର୍କ ଚ୍ଛିନ୍ନ କରିବାକୁ ପଡ଼ିବ ବୋଲି ମମତା କହିଛନ୍ତି। ସିଟ ଶେୟାରିଂ ବେଳେ ଟିଏମସି ବେଙ୍ଗଲରେ କଂଗ୍ରେସକୁ ୨ଟି ସିଟ ଦେବାକୁ ପ୍ରସ୍ତାବ ଦେଇଥିଲା। ହେଲେ ଏହାକୁ କଂଗ୍ରେସ ପ୍ରତ୍ୟାଖ୍ୟାନ କରିଥିଲା। ଏବେ ମମତା ଗୋଟିଏ ବି ସିଟ୍ ଦିଆଯିବ ନାହିଁ ବୋଲି କହିଛନ୍ତି।
ମାଲଦାରେ ମମତା କହିଛନ୍ତି, “ସିପିଏମ ଅନେକ ଥର ମୋତେ ଶାରୀରିକ ଭାବେ ଆକ୍ରମଣ କରିଛି। ମୋତେ ଭୟଙ୍କର ଢଙ୍ଗରେ ମାଡ଼ ମରାଯାଇଥିଲା। । ମୁଁ କେବଳ ମୋର ଶୁଭେଚ୍ଛୁଙ୍କ ଆଶୀର୍ବାଦ ଯୋଗୁ ଆଜି ବଞ୍ଚିଛି। ମୁଁ ବାମପନ୍ଥୀଙ୍କୁ କେବେ ହେଲେ କ୍ଷମା କରିବି ନାହିଁ।
ମୁଁ କେବେ ହେଲେ ସିପିଏମକୁ କ୍ଷମା ଦେବି ନାହିଁ। ତେଣୁ ଯେଉଁମାନେ ଆଜି ସିପିଏମ ସହ ଅଛନ୍ତି, ସେମାନେ ମଧ୍ୟ ବିଜେପି ସହ ରହିବେ। ମୁଁ ସେମାନଙ୍କୁ କେବେ ହେଲେ କ୍ଷମା କରିବି ନାହିଁ।”
ଆଜି ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ବେଙ୍ଗଲରେ ପ୍ରବେଶ କରିଥିବା ବେଳେ ମମତା ଏପରି ବୟାନ ଦେଇଛନ୍ତି। ସେ ଆହୁରି କହିଛନ୍ତି, “ମୁଁ କଂଗ୍ରେସକୁ କହିଥିଲି ଯେ ତୁମର ଜଣେ ହେଲେ ବି ବିଧାୟକ ବିଧାନସଭାରେ ନାହାନ୍ତି। ଆମେ ତୁମକୁ ଦୁଇଟି ଲୋକସଭା ସିଟ ଦେବୁ। ଏଥିସହ ତୁମ ପ୍ରାର୍ଥୀ ଜିତିବା ପାଇଁ ସବୁ ପ୍ରକାରର ଚେଷ୍ଟା କରିବୁ। କିନ୍ତୁ ସେମାନେ ଅଧିକ ଆସନ ଚାହୁଁଛନ୍ତି। ଏଥିପାଇଁ ବାମପନ୍ଥୀ କମ୍ପାନୀ ନ ଛାଡ଼ିବା ଯାଏ ସେମାନଙ୍କୁ ଗୋଟିଏ ହେଲେ ବି ସିଟ ମିଳିବ ନାହିଁ ବୋଲି ମୁଁ କହିଛି।”
ପୂର୍ବରୁ ଟିଏମସି ସହ କୌଣସି ପ୍ରକାରର ମେଣ୍ଟ ହେବନାହିଁ ବୋଲି ସିପିଏମ ସ୍ପଷ୍ଟ କରି ସାରିଛି। ଜୁନ ମାସରେ ସିପିଏମର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଥିଲେ ଯେ “ମମତା ବାନାର୍ଜୀ ଓ ସିପିଏମ କେବେ ହେଲେ ଏକାଠି ହୋଇପାରିବେ ନାହିଁ। ଲେଫ୍ଟ ସହ ଧର୍ମନିରପେକ୍ଷ ଦଳ ରହିଛନ୍ତି। ବେଙ୍ଗଲରେ କଂଗ୍ରେସ ଉଭୟ ବିଜେପି ଓ ଟିଏମସି ସହ ଲଢ଼େଇ କରିବ।”
ପଥର ମାଡ଼ରେ ରାହୁଲଙ୍କ କାର୍ର ପଛ କାଚ ଭାଙ୍ଗି ଯାଇଛି। କିନ୍ତୁ ପଥର ମାଡ଼ରେ ରାହୁଲ ଆହତ ହୋଇନାହାନ୍ତି। ଆକ୍ରମଣରେ ରାହୁଲ କାରରୁ ବାହାରି ଚାଲି ଚାଲି ଯାଉଥିବା ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି।
କଂଗ୍ରେସ ଓ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ମଧ୍ୟରେ ସିଟ ଶେୟାରିଂକୁ ନେଇ ତିକ୍ତତା ଚାଲିଛି। ମମତା ବାନାର୍ଜୀଙ୍କ ଟିଏମସି ଇଣ୍ଡିଆ ମେଣ୍ଟର ସଦସ୍ୟ ଥିଲେ ହେଁ କଂଗ୍ରେସ ସହ ସିଟ ଶେୟାରିଂ କରିବା ମୁଡରେ ନାହିଁ। ଏହାକୁ ନେଇ ଦୁଇ ଦଳ ମଧ୍ୟରେ ବାକଯୁଦ୍ଧ ଚାଲିଥିବା ବେଳେ ଆଜି ସକାଳୁ ବିହାର ଦେଇ ରାହୁଲଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ପଶ୍ଚିମବଙ୍ଗର ମାଲଦାରେ ପହଞ୍ଚିଥିଲା। ତାଙ୍କ କନଭୟ ମାଲଦାରେ ପ୍ରବେଶ କରିବା କ୍ଷଣି ଏହା ଉପରେ ଆକ୍ରମଣ ହୋଇଛି।
କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି, “ଭିଡ଼ ଭିତରୁ ସମ୍ଭବତଃ କେହି ପଥର ମାଡ଼ କରିଛନ୍ତି। ଏହା ଗୋଟିଏ ଛୋଟିଆ ଘଟଣା। କିନ୍ତୁ ଏଥିରେ କିଛି ବି ହୋଇପାରିଥାଆନ୍ତା।”
ରାହୁଲ ଆଜି ମାଲଦାରେ ପହଞ୍ଚିଥିବା ବେଳେ ମମତା ବାନାର୍ଜୀ ମଧ୍ୟ ସେଠାରେ ନିଜର ଜନସଂଯୋଗ ଯାତ୍ରା କରିଛନ୍ତି। ମାଲଦାରେ ଲୋକଙ୍କୁ ସମ୍ବୋଧନ କରି ମମତା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ମୁଁ ଖୁବ କମ ସମୟ ରାଜନୀତି ପାଇଁ ଏଠାକୁ ଆସେ। କିନ୍ତୁ ଏମିତି କିଛି ରାଜନୀତିକ ଦଳ ଅଛନ୍ତି ଯେଉଁମାନେ ନିର୍ବାଚନ ସମୟରେ ପକ୍ଷୀଙ୍କ ଭଳି ବୋବାନ୍ତି। ବିଜେପି ସହ ଆମର ଲଢ଼େଇ ଜାରି ରହିବ। ଆମେ ଏକାକୀ ଲଢ଼ିବୁ। ଯଦି କେହି ବିଜେପିକୁ ହରାଇ ପାରିବ, ତା’ହେଲେ ସେ ହେଉଛି ତୃଣମୂଳ କଂଗ୍ରେସ।”
ମାଲଦା ଓ ମୁର୍ଶିଦାବାଦ ହେଉଛି କଂଗ୍ରେସର ଗଡ଼। ଏବେ ଏଠାରେ କଂଗ୍ରେସକୁ ମାତ ଦେବାକୁ ଦିଦି ରଣନୀତି କରୁଛନ୍ତି।
ଗତକାଲି ବିଳମ୍ବିତ ରାତିରେ ସୁଫଲଗଡ ଅଞ୍ଚଳର ଜାତୀୟ ରାଜପଥ ୩୧ରେ ଗୋଟିଏ ଟ୍ରକର ଚକା ଖରାପ ହୋଇଯାଇଥିଲା । ଫଳରେ ଟ୍ରକଟି ରାତିସାରା ରାସ୍ତାରେ ରହିଥିଲା ।
ସକାଳୁ ଘନ କୁହୁଡି ଯୋଗୁଁ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଟ୍ରକ୍କୁ ଧକ୍କା ଦେଇଥିଲା । ଏହାପରେ ୪ଟି କାର୍ ପରସ୍ପର ସହ ଧକ୍କା ହୋଇଥିଲା । କୁହୁଡି ଯୋଗୁଁ ରାସ୍ତା ଦେଖାଯାଇ ନ ଥିଲା । ଏହାର କିଛି ସମୟ ପରେ ଗୋଟିଏ ତେଲ ଟ୍ୟାଙ୍କର ଓ ବସ୍ ମଧ୍ୟ ଟ୍ରକ୍ ସହ ପିଟି ହୋଇଯାଇଥିଲା ।
ଦୁର୍ଘଟଣାରେ ଦୁଇଜଣ କାର ଚାଳକ ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିଗୁଡିକୁ ରାସ୍ତାରୁ ହଟାଇ ଦିଆଯାଇଛି।
ଆଜି ହେଉଥିବା ଚଢ଼ାଉ ସମୟରେ ଇଡି ଟିମ୍କୁ ଏକ କମ୍ପାନୀ ସିଆରପିଏଫ ଫୋର୍ସ ସୁରକ୍ଷା ଯୋଗାଉଛନ୍ତି। ଚଢ଼ାଉ ସମୟରେ ସେଣ୍ଟ୍ରାଲ ଫୋର୍ସର ୧୨୫ ଯବାନ, ରାଜ୍ୟ ପୁଲିସ୍ର ୩୫ ଯବାନ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି। ଇଡି ଟିମ୍ ପ୍ରାୟ ୨୪ଟି କାର୍ରେ ଶାହଙ୍କ ଘରେ ପହଞ୍ଚିଥିବା ବେଳେ ସ୍ଥାନୀୟ ପୁଲିସ୍ ବି ଘଟଣାସ୍ଥଳରେ ଉପସ୍ଥିତ ଅଛି ।
ଇଡି ଟିମ୍ ଉପରେ ଆକ୍ରମଣ କରିବା ପରଠୁ ରାଶନ ଘୋଟାଲାରେ ସମ୍ପୃକ୍ତ ଶାହଜାହାନ ୧୯ ଦିନ ହେବ ଫେରାର ହୋଇ ଯାଇଛନ୍ତି। ତାଙ୍କ ନାଁରେ ଲୁକ୍ଆଉଟ ନୋଟିସ୍ ଜାରି କରାଯାଇଥିବା ବେଳେ ଆଜି ଏହି ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଘରେ ତାଲା ପଡ଼ିଥିବାରୁ ଇଡି ଟିମ୍ ତାଲା ଭାଙ୍ଗି ତଦନ୍ତ ଆରମ୍ଭ କରିଛନ୍ତି।
ଇଡି ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସିବିଆଇ ଯାଞ୍ଚ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅନୁରୋଧ କରାଯାଇଥିଲା। ମାତ୍ର ଏହି ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରିବାକୁ କିଛି ଦିନ ପୂର୍ବେ କୋଲକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ଘଟଣାର ମୁଖ୍ୟ ଅଭିଯୁକ୍ତ ଶାହଜାହାନ ଶେଖ ଏଯାଏ ଫେରାର ଥିବା ବେଳେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ନିଜ ଅସନ୍ତୋଷ ଝାଡ଼ିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ । ତାଙ୍କୁ କାହିଁକି ତୁରନ୍ତ ଗିରଫ କରାଯାଉନି ଓ ସେ କିପରି ବାହାରେ ବୁଲି ପାରୁଛନ୍ତି ସେ ନେଇ ପ୍ରଶ୍ନ ଉଠାଇଛନ୍ତି।
ଗତ ୫ ତାରିଖରେ ଇଡି ଅଧିକାରୀମାନେ ତୃଣମୂଳ କଂଗ୍ରେସ (ଟିଏମ୍ସି) ନେତା ଶାହଜାହାନ ଶେଖଙ୍କ ଘରେ ଚଢ଼ାଉ କରିବା ପାଇଁ ଯାଉଥିଲେ। ମାତ୍ର ଶାହଜାହାନ ଘରେ ନ ଥିବା ବେଳେ ଇଡି ଅଧିକାରୀମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ଇଡିର ଅନେକ ଅଧିକାରୀ ଆହତ ହୋଇଥିଲେ।
ଏପରି ଏକ ଅଭାବନୀୟ କାଣ୍ଡ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଘଟିଛି। ମୃତକ ହେଲେ ପାପାୟି ଦାସ । ଏପରି ଏକ ସାଂଘାତିକ କାଣ୍ଡ ଘଟାଇଥିବା ୪ ଜଣଙ୍କୁ ପୁଲିସ୍ ଉଠାଇ ନେଇଛି।
ପାପାୟି କିଛି ଦିନ ହେବ ନିଖୋଜ ଥିଲେ। ଏନେଇ ତାଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ। କିଛି ଦିନ ପୂର୍ବେ ପୁଲିସ୍ ଜଙ୍ଗଲରୁ ଏକ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଥିଲା। ତଦନ୍ତ ପରେ ତାହା ପାପାୟିଙ୍କର ବୋଲି ସ୍ପଷ୍ଟ ହୋଇଥିଲା।
ପୁଲିସ୍ ଏହି ଘଟଣାର ଖୋଳତାଡ଼ କରି ପାପାୟିଙ୍କୁ ତାଙ୍କ ୪ ସାଙ୍ଗ ହିଁ ମାରିଥିବା ଜାଣିବାକୁ ପାଇଥିଲା। ପାପାୟି ନିଜ ଅନଲାଇନ୍ ଗେମ୍ ପାସ୍ୱାର୍ଡ ଦେବାକୁ ମନା କରିବାରୁ ପ୍ରତିଶୋଧ ପରାୟଣ ହୋଇ ଏପରି କାଣ୍ଡ ଘଟାଇଥିବା ସେମାନେ ସ୍ୱୀକାର କରିଛନ୍ତି।
ପୁଲିସ୍ ଉକ୍ତ ୪ କିଶୋରଙ୍କୁ ଉଠାଇ ଆଣି ପଚରାଉଚରା କରିବା ପରେ ସେମାନେ ସବ କଥା ମାନି ଯାଇଥିଲେ। ଏହାପରେ ପୁଲିସ୍ ସେମାନଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ଆଗରେ ହାଜ କରିଥିବା ଜଣାଯାଇଛି।
ଗତକାଲି ଆଇଆଇଏମ୍-କୋଲକତା ପକ୍ଷରୁ ଜାରି ପ୍ରେସ୍ ରିଲିଜରେ କୁହାଯାଇଛି, ନିର୍ଦ୍ଦେଶକ ସହଦେବ ସରକାରଙ୍କ ନାଁରେ କର୍ମ କ୍ଷେତ୍ରରେ ଯୌନ ନିର୍ଯାତନା ମାମଲା ନେଇ ଅଭିଯୋଗ କରିବା ପରେ ଏହାର ତଦନ୍ତ ପାଇଁ ଏକ ଆଭ୍ୟନ୍ତରିଣ କମିଟି ଗଠନ କରାଯାଇଛି।
ଏହି ଅଭିଯୋଗର ତଦନ୍ତ ପାଇଁ ଗତ ୬ ତାରିଖରେ ଆଭ୍ୟନ୍ତରିଣ ଉପଦେଷ୍ଟା କମିଟିର ମିଟିଂ ବସିଥିଲା। ଏହି ତଦନ୍ତ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବାକୁ ସରକାରଙ୍କୁ ତୁରନ୍ତ ନିଜ ପଦରୁ ବହିଷ୍କାର କରିବାକୁ ଆଭ୍ୟନ୍ତରିଣ କମିଟି ଉପଦେଶ ଦେଇଥିଲା। ଏହାପରେ ତୁରନ୍ତ ସରକାରଙ୍କୁ ନିଜ ପଦରୁ ବହିଷ୍କାର କରାଯାଇଛି। ଏଥିସହ ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ତାଙ୍କୁ ଅନ୍ୟ ସମସ୍ତ ଦାୟିତ୍ୱରୁ ମଧ୍ୟ ମୁକ୍ତ କରାଯାଇଛି।