ବିଶ୍ୱବ୍ୟାଙ୍କର ଭାରତ ମୁଖ୍ୟ ଅଗଷ୍ଟେ ଟାନୋ କୌମେ କହିଛନ୍ତି ଯେ ‘ଓଡ଼ିଶା ଷ୍ଟେଟ୍ କାପାବିଲିଟି ଆଣ୍ଡ ରେଜିଲେଂଟ ଗ୍ରୋଥ୍ ପ୍ରୋଗାମ’ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ । ପ୍ରାକୃତିକ ବିପର୍ଯ୍ୟୟବେଳେ କ୍ଷୟକ୍ଷତି ହ୍ରାସ ସହ ଆଗୁଆ ବିପର୍ଯ୍ୟୟ ସୂଚନା ଦେବା ଏବଂ ତଥ୍ୟ ସଂଗ୍ରହ ବ୍ୟବସ୍ଥାକୁ ସୁଦୃଢ଼ କରି ବିପର୍ଯ୍ୟୟ ମୁକାବିଲା ଯୋଜନାକୁ ସୁଦୃଢ଼ କରାଯାଇ ପାରିବ।
ଏହି କାର୍ଯ୍ୟକ୍ରମ ମଧ୍ୟ ଉପକୂଳରେ ରହୁଥିବା ବିଭିନ୍ନ ସମୁଦାୟର ଲୋକଙ୍କୁ କ୍ୟାସ ଟ୍ରାନ୍ସଫର କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ ସୁରକ୍ଷା ପ୍ରଦାନ କରିବ । ଏହି ନୂଆ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ଡିଜିଟାଲ ସାମାଜିକ ସେବା ପ୍ରଦାନ ବ୍ୟବସ୍ଥାରେ ସହାୟକ ହେବ । ଏହି କାର୍ଯ୍ୟକ୍ରମ ସାଢ଼େ ୧୨ବର୍ଷ ପର୍ଯ୍ୟନ୍ତ ଚାଲିବ, ଯାହା ଅଧିକ ୩ବର୍ଷ ବୃଦ୍ଧି କରାଯାଇପାରିବ।
ସୂଚନାଯୋଗ୍ୟ, ଓଡ଼ିଶାର ୪୮୦କିମି ସମୁଦ୍ର ଉପକୂଳ ଥିବାବେଳେ ରାଜ୍ୟ ପ୍ରତିବର୍ଷ ବାତ୍ୟାର ସମ୍ମୁଖୀନ ହେଉଛି।