ନିଜ ପ୍ରେଗ୍ନେସିକୁ ନେଇ ୟାମୀ ବେଶ୍ ଉତ୍ସାହିତ ଥିବା ସହ ଖୁସି ମଧ୍ୟ ଅଛନ୍ତି। ସେ ସାଢ଼େ ୫ ମାସର ଗର୍ଭବତୀ ଥିବା ଆଦିତ୍ୟ ଧର କହିଛନ୍ତି। କେବଳ ସେତିକି ନୁହେଁ ଗର୍ଭବତୀ ଥିବା ସମୟରେ କିଭଳି ସେ ଫିଲ୍ମ ସୁଟିଂ କରୁଥିଲେ ସେ ନେଇ ମଧ୍ୟ ଟ୍ରେଲର ଲଞ୍ଚ ଇଭେଣ୍ଟରେ ବଖାଣିଛନ୍ତି ୟାମୀ।
ରିପୋର୍ଟ ମୁତାବକ, ଆସନ୍ତା ମେ' ମାସରେ ୟାମୀ ନିଜ ପ୍ରଥମ ସନ୍ତାନକୁ ଜନ୍ମ ଦେବେ। ୟାମୀ ଗର୍ଭବତୀ ଥିବା ଖବରକୁ ବେଶ୍ ପ୍ରାଇଭେଟ ରଖିଥିଲେ। ଏପରିକି ସେ ନିଜ ପରିବାରକୁ ମଧ୍ୟ ଏହି ଖୁସି ଖବର ଜଣାଇନଥିଲେ। ଏବେ କିନ୍ତୁ ଫିଲ୍ମର ଟ୍ରେଲର୍ ଲଞ୍ଚ ଇଭେଣ୍ଟରେ ସେ ନିଜ ଫ୍ୟାନ୍ମାନଙ୍କୁ ସରପ୍ରାଇଜ ଦେବା ସହ ସମସ୍ତଙ୍କୁ ଗୁଡ୍ ନ୍ୟୁଜ ବିଷୟରେ ଜଣାଇ ଚକିତ କରି ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ୟାମୀ ଓ ଆଦିତ୍ୟଙ୍କ ପ୍ରଥମ ଦେଖାସାକ୍ଷାତ ଫିଲ୍ମ 'ଉରି'ର ସେଟ୍ରେ ହୋଇଥିଲା। ଫିଲ୍ମ ସେଟ୍ରେ ହିଁ ଉଭୟଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତ ବଢ଼ିଥିଲା ଓ ପରେ ଏହି ସମ୍ପର୍କ ପ୍ରେମରେ ବଦଳି ଯାଇଥିଲା। ପରସ୍ପରକୁ ୨ ଧରି ଡେଟିଂ କରିବା ପରେ ଉଭୟ ୪ ଜୁନ୍ ୨୦୨୧ରେ ବିବାହ କରିଥିଲେ। ଆଦିତ୍ୟ ପେସାରେ ଜଣେ ଲେଖକ ଓ ନିର୍ଦ୍ଦେଶକ।
ବିବାହ ଫଟୋରେ ୟାମି ଖୁବ ସୁନ୍ଦର ଲାଗୁଥିବା ବେଳେ ଏହା ସୋଶାଲ୍ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ୟାମିଙ୍କ କୋ-ଷ୍ଟାର ବିକ୍ରାନ୍ତ ମିସି ଓ କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରାଣାୱତ।
ୟାମିଙ୍କୁ ବିବାହର ଶୁଭେଚ୍ଛା ଦେବା ସହ ତାଙ୍କ ଫଟୋରେ କିଛି ମସ୍ତିଭରା କମେଣ୍ଟ ଦେଇଥିଲେ ବିକ୍ରାନ୍ତ, ଯାହାକି କଙ୍ଗନାଙ୍କର ହଜମ ହେଲାନି। ୟାମିଙ୍କ ବିବାହ ଫଟୋରେ କମେଣ୍ଟ କରି ଏହା ରାଧେ ମା’ ପରି ଶୁଦ୍ଧ ଓ ପବିତ୍ର ବୋଲି ଲେଖିଥିଲେ ବିକ୍ରାନ୍ତ। ହେଲେ ୟାମିଙ୍କୁ ରାଧେ ମା’ ସହିତ ତୁଳନା କଥାକୁ କଙ୍ଗନା ଗ୍ରହଣ କରି ପାରି ନଥିଲେ।
ଏପରିକି ବିକ୍ରାନ୍ତଙ୍କ ଉଦ୍ଦେଶ୍ୟରେ କେଉଁଠୁ ବାହାରିଲା ଏ ଅସରପା ବୋଲି କହିବା ସହ ଚପଲ ଆଣ ବୋଲି ମଧ୍ୟ ସୋଶାଲ ମିଡ଼ିଆରେ କମେଣ୍ଟ କରିଦେଲେ କଙ୍ଗନା। ଆଉ ଏହା ଏବେ ଖୁବ ଚର୍ଚ୍ଚା ବିଷୟ ପାଲିଟିଛି। ଏହାକୁ ନେଇ କିଛି ସୋଶାଲ ମିଡ଼ିଆ ୟୁଜର କଙ୍ଗନାଙ୍କୁ ଓ ଆଉ କିଛି ବିକ୍ରାନ୍ତଙ୍କୁ ସପୋର୍ଟ କରିଛନ୍ତି।
ଅପରପକ୍ଷେ ୟାମିଙ୍କ ଫଟୋଙ୍କୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରି କଙ୍ଗନା ତାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ହିମାଚଳ ପ୍ରଦେଶର ପାହାଡି କନ୍ୟା ୟାମି ଖୁବ୍ ସୁନ୍ଦର ଓ ଦେବୀ ସଦୃଶ ଦେଖାଯାଉଥିବା କଙ୍ଗନା ଲେଖିଛନ୍ତି।
ୟାମି ହିମାଚଳ ପ୍ରଦେଶର ବିଳାସପୁରରେ ଜନ୍ମ ହୋଇଥିବା ବେଳେ କଙ୍ଗନା ସେହି ରାଜ୍ୟର ଭାମ୍ବଲା ନାମକ ଏକ ଛୋଟ ସହରରେ ଜନ୍ମ ହୋଇଥିଲେ।
ସୂଚନାଯୋଗ୍ୟ, ଗତ ୪ ତାରିଖରେ ନିଜ ବିବାହ ଫଟୋ ଶେଆର କରି ୟାମି ସମସ୍ତଙ୍କୁ ଚକିତ କରିଦେଇଥିଲେ। ୟାମି ''ଉରି' ଫିଲ୍ମରୁ ନିର୍ଦେଶନାରେ ଡେ଼ବ୍ୟୁ କରିଥିବା ଆଦିତ୍ୟ ଧରଙ୍କୁ ନିଜ ଜୀବନସାଥୀ କରିଛନ୍ତି। ଏହି ଫିଲ୍ମରେ ୟାମି ଲିଡ୍ ରୋଲରେ ଅଭିନୟ କରିଥିଲେ।