ସେ କହିଛନ୍ତି, “ପ୍ରଥମେ ମୁଁ ସେମାନଙ୍କୁ ପଚାରିବାକୁ ଚାହୁଁଛି ଯେ ଭାଗ୍ୟନଗର ଆସିଲା କେଉଁଠୁ? ଏହା କେଉଁଠି ଲେଖା ହୋଇଛି ବୋଲି ସେମାନଙ୍କୁ ପଚାରନ୍ତୁ। ଆପଣମାନେ ହାଇଦ୍ରାବାଦକୁ ଘୃଣା କରନ୍ତି। ଏଥିପାଇଁ ନାଁ ବଦଳାଇବାକୁ ଚାହୁଁଛନ୍ତି।
ହାଇଦ୍ରାବାଦ ହେଉଛି ଆମର ପରିଚୟ। ଆପଣ କେମିତି ଏହାର ନାଁ ବଦଳାଇବେ? ସେମାନେ କେବଳ ଘୃଣାର ରାଜନୀତି କରୁଛନ୍ତି। ହାଇଦ୍ରାବାଦର ନାଁ ବଦଳାଇବାକୁ ପ୍ରତିଶ୍ରୁତି ଦେବା ବିଜେପିର ବିଭାଜନକାରୀ ରାଜନୀତିର ଅଂଶବିଶେଷ। ମୋର ଆଶା ହାଇଦ୍ରାବାଦ ଓ ତେଲେଙ୍ଗାନାର ଲୋକମାନେ ସେମାନଙ୍କୁ ଉପଯୁକ୍ତ ଜବାବ ଦେବେ।”
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତେଲେଙ୍ଗାନା ବିଧାନସଭା ନିର୍ବାଚନର ପ୍ରଚାର କରିବା ବେଳେ ହାଇଦ୍ରାବାଦର ନାଁ ବଦଳିବ ବୋଲି କହିଥିଲେ। ସେ କହିଥିଲେ, “କଂଗ୍ରେସ ଏହି ସହରକୁ ହାଇଦ୍ରାବାଦ କରିଛି। କିନ୍ତୁ ଆମେ ଏହାକୁ ଭାଗ୍ୟନଗର କରିବାକୁ ଆସିଛୁ। ସହର ଭାଗ୍ୟ ବଦଳାଇବାକୁ ଆସିଛୁ।
ଶ୍ରୀ ଭାଗ୍ୟ ଲକ୍ଷ୍ମୀ ମନ୍ଦିର ଏଠାରେ ରହିଛି। ତେଣୁ ଏହି ସହର ପୁଣିଥରେ ଭାଗ୍ୟନଗର ହେବ।” ତେଲେଙ୍ଗାନା ବିଜେପି ସଭାପତି ତଥା କେନ୍ଦ୍ରମନ୍ତ୍ରୀ ଜି କ୍ରିଷ୍ଣା ରେଡ୍ଡୀ ମଧ୍ୟ ଆଦିତ୍ୟନାଥଙ୍କ ନାଁ ବଦଳାଇବା ପ୍ରତିଶ୍ରୁତିକୁ ସମର୍ଥନ କରିଛନ୍ତି।
ସେ କହିଛନ୍ତି, “ହଁ, ନିଶ୍ଚିତ। ଯଦି ବିଜେପି କ୍ଷମତାକୁ ଆସିବ, ତା’ହେଲେ ହାଇଦ୍ରାବାଦର ନାଁ ବଦଳିବ। ମୁଁ ପଚାରିବାକୁ ଚାହୁଁଛି, ହାଇଦର କିଏ? ଆପଣମାନେ ହାଇଦର ନାଁ ଚାହାନ୍ତି? ହାଇଦର କେଉଁଠୁ ଆସିଥିଲା? ମୁଁ ପଚାରିବାକୁ ଚାହେଁ ହାଇଦରକୁ କିଏ ଚାହୁଁଛି? ଯଦି ବିଜେପି କ୍ଷମତାକୁ ଆସିବ, ତା’ହେଲେ ଆମେ ହାଇଦର ନାଁକୁ ହଟାଇ ଦେବୁ। ସହରର ନାଁ ଭାଗ୍ୟନଗର ରହିବ।
ସହରର ନାଁ ହାଇଦ୍ରାବାଦରୁ ଭାଗ୍ୟନଗରକୁ ବଦଳାଇଲେ ଭୁଲ କ’ଣ? ମାଡ୍ରାସର ନାଁ ଚେନ୍ନାଇ, ବମ୍ବେର ନାଁ ମୁମ୍ବାଇ, କ୍ୟାଲକାଟାର ନାଁ କୋଲକାତା ଓ ରାଜପଥର ନାଁ କର୍ତ୍ତବ୍ୟ ପଥ ହେଉଥିବା ବେଳେ ହାଇଦ୍ରାବାଦର ନାଁ କାହିଁକି ବଦଳି ପାରିବ ନାହିଁ? ଆମେ କ୍ଲୀତଦାସକୁ ଇଙ୍ଗିତ କରୁଥିବା ସବୁ ସହରର ନାଁ ବଦଳାଇବୁ।”
ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ରାଜ୍ୟରେ ଏହି ଫିଲ୍ମକୁ ବ୍ୟାନ କରିଥିବା ବେଳେ ଉତ୍ତରପ୍ରଦେଶରେ ଏହାକୁ ଟ୍ୟାକ୍ସ ଫ୍ରି କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏଥିସହ ନିଜେ ଏହାର ସ୍ପେଶାଲ ସ୍କ୍ରିନିଂ ଦେଖିବେ ବୋଲି ବି କହିଛନ୍ତି। ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲୋକଭବନରେ ନିଜ କ୍ୟାବିନେଟ ମନ୍ତ୍ରୀଙ୍କ ସହ ଏହି ଫିଲ୍ମ ଦେଖିବେ ବୋଲି ସୂଚନା ମିଳିଛି।
ପୂର୍ବରୁ ମଧ୍ୟପ୍ରଦେଶ ସରକାର ‘The Kerala Story’କୁ ଟ୍ୟାକ୍ସ ଫ୍ରି କରିଥିଲେ। ତା’ସହିତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଫିଲ୍ମଟିକୁ ପ୍ରଶଂସା କରିଥିଲେ।
ବିହାରରେ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବାକୁ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ଦାବି କରିଛନ୍ତି। ସେହିପରି ସମସ୍ତ ବିଜେପି ଶାସିତ ରାଜ୍ୟରେ ଏହାକୁ ଟ୍ୟାକ୍ସ ଫ୍ରି କରିବାକୁ ଦାବି ଉଠିଛି।
ଅନ୍ୟପକ୍ଷରେ ତାମିଲନାଡ଼ୁର ଫିଲ୍ମଟିକୁ ନ ଚଲାଇ ଦେବାକୁ ନିଷ୍ପତ୍ତି ନେଇଛି ସେଠାକାର ମଲ୍ଟିପ୍ଲେକ୍ସ ଆସୋସିଏସନ। କେରଳ ସରକାର ମଧ୍ୟ ଫିଲ୍ମଟିକୁ ବିରୋଧ କରୁଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଏହି ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।
ସୂଚନାଯୋଗ୍ୟ, ଅଦା ଶର୍ମା ଅଭିନୀତ ‘The Kerala Story’ରେ କେରଳରେ ହିନ୍ଦୁ ଓ ଖ୍ରୀଷ୍ଟିଆନ ଯୁବତୀମାନଙ୍କର ଧର୍ମପରିବର୍ତ୍ତନ କରି ସେମାନଙ୍କୁ ମୁସଲମାନ କରାଯାଉଛି ଓ ପରେ ସେମାନଙ୍କୁ ଆଫଗାନିସ୍ତାନ, ୟେମେନ ଓ ସିରିୟା ଭଳି ଦେଶକୁ ପଠାଯାଇ ଇସଲାମ ପାଇଁ ଲଢ଼ିବାକୁ ଆତଙ୍କବାଦୀ ସଂଗଠନରେ ସେମାନଙ୍କୁ ସାମିଲ କରାଯାଇ ସେମାନଙ୍କ ହାତରେ ଅସ୍ତ୍ର ଧରାଇ ଦିଆଯାଉଛି ବୋଲି ଦେଖାଯାଇଛି।
କେରଳର ଶାସକ ସିପିଆଇ (ଏମ୍) ଓ ବିରୋଧୀ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ୩୨ ହଜାର ମହିଳାଙ୍କ ଧର୍ମ ପରିବର୍ତ୍ତନ କରାଯାଇ ସେମାନଙ୍କୁ ଆତଙ୍କବାଦୀ ସଂଗଠନରେ ସାମିଲ କରାଯାଇ ଭାରତ ଓ ବିଶ୍ୱର ଅନ୍ୟାନ୍ୟ ସ୍ଥାନରେ ମୁତୟନ କରାଯାଇଛି ବୋଲି ‘The Kerala Story’ରେ ଯେଉଁ ଦାବି କରାଯାଇଛି, ତାହା ପୂରା ମିଛ।
ଲକ୍ଷ୍ନୌ ଓ ହାର୍ଡୋଇ ଜିଲ୍ଲାରେ ପ୍ରତିଷ୍ଠା ହେବାକୁ ଥିବା ଟେକ୍ସଟାଲ ପାର୍କ ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର ମତ ରଖିଛନ୍ତି।
ସେ କହିଛନ୍ତି, “ବର୍ତ୍ତମାନ କୌଣସି ପେଶାଗତ ଅପରାଧୀ କିମ୍ବା ମାଫିଆ ଆଉ ଫୋନ ଯୋଗେ ଶିଳ୍ପପତିଙ୍କୁ ଧମକ ଦେଇପାରିବେ ନାହିଁ। ଉତ୍ତର ପ୍ରଦେଶରେ ପୂର୍ବରୁ ଭୟଙ୍କର ଦଙ୍ଗା ହେଉଥିଲା। ଲୋକଙ୍କୁ ଭୟଭୀତ କରାଯାଉଥିଲା। ହେଲେ ଏବେ ଆଉ ଭୟଭୀତ ହେବାର କୌଣସି କାରଣ ନାହିଁ। ମାଫିଆମାନେ ଏବେ ଚିନ୍ତାରେ।”
ପୂର୍ବରୁ କ୍ଷମତାରେ ଥିବା ଅଖିଲେଶ ଯାଦବ ସରକାରଙ୍କୁ ଟାର୍ଗେଟ କରି ଆଦିତ୍ୟନାଥ କହିଛନ୍ତି, “୨୦୧୨ରୁ ୨୦୧୭ ମଧ୍ୟରେ ୭୦୦ରୁ ଅଧିକ ଦଙ୍ଗା ରାଜ୍ୟରେ ଦେଖାଯାଇଥିଲା। କିନ୍ତୁ ୨୦୧୭ରୁ ୨୦୨୩ ମଧ୍ୟରେ ଗୋଟିଏ ହେଲେ ଦଙ୍ଗା ହୋଇନି। କୌଣସି ପ୍ରକାରର କର୍ଫ୍ୟୁ ମଧ୍ୟ ଲାଗୁ ହୋଇନି। କର୍ଫ୍ୟୁ ଲାଗୁ କରିବାର ସ୍ଥିତି ହିଁ ଆସିନି। ରାଜ୍ୟରେ ପୁଞ୍ଜିନିବେଶ ଓ ଶିଳ୍ପ ଗଠନ ପାଇଁ ଏବେ ଉପଯୁକ୍ତ ସ୍ଥିତି ସୃଷ୍ଟି ହୋଇଛି। ଉତ୍ତର ପ୍ରଦେଶ ଏବେ ଆଇନ ଶୃଙ୍ଖଳା ବ୍ୟବସ୍ଥାର ଗ୍ୟାରେଣ୍ଟ ଦେଉଛି।”
ପ୍ରଥମେ ଉମେଶ ପାଲ, ପରେ ଅତିକଙ୍କୁ ହତ୍ୟା କରାଯିବା ଘଟଣାକୁ ନେଇ ବିରୋଧୀ ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେହିପରି ଗତକାଲି ଜଣେ କଲେଜ ଛାତ୍ରୀଙ୍କୁ ମଧ୍ୟ ବିଚ୍ ରାସ୍ତାରେ ଗୁଳି କରି ହତ୍ୟା କରାଯାଇଥିଲା। ଏସବୁ ଘଟଣା ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତ ସୃଷ୍ଟି କରିଛି।
ଗତକାଲି ଅତିକ ମହମ୍ମଦ ଓ ତାଙ୍କ ଭାଇ ଅସରଫଙ୍କୁ ପ୍ରୟାଗରାଜର ଏକ କୋର୍ଟରେ ହାଜର କରାଯାଇଥିବା ବେଳେ ଏହି ଏନକାଉଣ୍ଟର ହୋଇଥିଲା। କୋର୍ଟରେ ଥିବା ସମୟରେ ହିଁ ଅତିକ ମହମ୍ମଦ ପୁଅର ଏନକାଉଣ୍ଟର ଖବର ପାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଏପରିକି ବାହୁବଲୀ ଆଖିରେ ଲୁହ ଦେଖିବାକୁ ମିଳିଥିଲା। ପୁଅର ଶେଷକୃତ୍ୟ ବେଳେ ଉପସ୍ଥିତି ରହିବାକୁ ଅତିକ ମହମ୍ମଦ ପ୍ରୟାଗରାଜର ଏକ କୋର୍ଟରେ ଅନୁମତି ମାଗିଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ସୁରକ୍ଷା ଦୃଷ୍ଟିରୁ ଏଥିନିମନ୍ତେ ତାଙ୍କୁ ଅନୁମତି ଦେବାକୁ କୋର୍ଟ ମନା କରି ଦେଇଛନ୍ତି। ଫଳରେ ପୁଅକୁ ଶେଷ ଥର ଦେଖି ପାରିବେନି ଅତିକ ।
ଡାକ୍ତରଙ୍କ ଏକ ପ୍ୟାନେଲ୍ ଗତକାଲି ବିଳମ୍ବିତ ରାତିରେ ପ୍ରାୟ ସାଢେ ୩ ଘଣ୍ଟା ପର୍ଯ୍ୟନ୍ତ ଉଭୟଙ୍କ ଶବ ବ୍ୟବଚ୍ଛେଦ କରିଥିବା ବେଳେ ଏହାର ଭିଡିଓଗ୍ରାଫି କରାଯାଇଛି। ଉକ୍ତ ସମୟରେ ମେଡିକାଲ ବାହାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଥିବା ବେଳେ ସମଗ୍ର ଅଞ୍ଚଳର ୨୦ ମିଟର କ୍ଷେତ୍ରର କାର୍ଯ୍ୟକଳାପକୁ କ୍ୟାମେରାରେ କଏଦ କରାଯାଇଥିଲା। ଅସଦଙ୍କ ବେକ ଏବଂ ମୁଣ୍ଡରେ ଗୁଳି ବାଜିଥିବା ଜଣାଯାଇଛି।
ଅସଦଙ୍କ ପରିବାର ପକ୍ଷରୁ ତାଙ୍କ ଅଜା ଓ ମଉସା ପ୍ରଶାସନଠୁ ଆଜି ଗ୍ରହଣ କରି ପ୍ରୟାଗରାଜ ଶ୍ମଶାନରେ ସମାଧି ଦେବେ ବୋଲି ଜଣାଯାଇଛି । ତେବେ ମହମ୍ମଦ ଗୁଲାମଙ୍କ ମୃତଦେହକୁ ଗ୍ରହଣ କରିବାକୁ ତାଙ୍କ ପରିବାର ଲୋକେ ମନା କରି ଦେଇଥିବାରୁ ପ୍ରଶାସନ ପକ୍ଷରୁ ତାଙ୍କ ମୃତଦେହକୁ ସମାଧି ଦିଆଯିବ ।
ସୂଚନାଯୋଗ୍ୟ, ପ୍ରୟାଗରାଜରେ ଉମେଶ ପାଲ ଓ ତାଙ୍କର ୨ ସୁରକ୍ଷା କର୍ମୀଙ୍କୁ ଗୁଳି ମାରି ହତ୍ୟା କରିବା ପରେ ଅସଦ ଓ ଗୁଲାମ ଫେରାର ହୋଇଯାଇଥିଲେ। ଉଭୟଙ୍କୁ ଧରିବା ଏସଟିଏଫ ପାଇଁ ଚ୍ୟାଲେଞ୍ଜ ପାଲଟିଥିବା ବେଳେ ଏଥିପାଇଁ ବହୁ ଟିମ୍ ଗଠିତ ହୋଇଥିଲା। ଏପରିକି ଉଭୟଙ୍କ ମୁଣ୍ଡରେ ୫ ଲକ୍ଷ ଲେଖା ପୁରସ୍କାର ବି ଘୋଷଣା କରାଯାଇଥିଲା। ହେଲେ ଉଭୟ ଖୁବ୍ ଅଳ୍ପ ଦିନ ବ୍ୟବଧାନରେ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଫେରାର ଯାଉଥିବାରୁ ସେମାନଙ୍କୁ ଧରିବା ସମ୍ଭବପର ହୋଇ ପାରୁ ନ ଥିଲା।
ସବୁବେଳେ ନିଜ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରଖୁଥିବା ଅସଦ ପୁଲିସ୍ ନଜରରୁ ବର୍ତ୍ତିବା ପାଇଁ ୨ ମାସ ମଧ୍ୟରେ ୬ ଥର ସ୍ଥାନ ପରିବର୍ତ୍ତନ କରି ସାରିଥିଲା। ଖୁବ୍ କମ୍ ଦିନରେ ୧୦ଟି ସିମ୍ କାର୍ଡ ବଦଳାଇ ସାରିଥିଲା। ଏହାପରେ ଗୁରୁବାର ଉଭୟ ଅସଦ ଓ ଗୁଲାମ ବେଶ ବଦଳାଇ ବାଇକ୍ ଯୋଗେ ଝାନସୀ ରାସ୍ତା ଦେଇ ମଧ୍ୟପ୍ରଦେଶ ଅଭିମୁଖେ ଯାଉଥିଲେ।
ଖବର ପାଇ ଏସଟିଏଫ ଟିମ୍ ସେମାନଙ୍କ ପିଛା କରିଥିଲେ। ଏହାପରେ ସେମାନଙ୍କୁ ଏସଟିଏଫ ପକ୍ଷରୁ ଅଟକାଇବାକୁ ଚେଷ୍ଟା କରାଯାଉଥିବା ବେଳେ ସେମାନେ କିନ୍ତୁ ଗୁଳି ଚାଳନା କରିଥିଲେ। ଫଳରେ ପାଲଟା ଗୁଳି ଚାଳନା କରିବାକୁ ଯାଇ ଏସଟିଏଫ ଉଭୟଙ୍କ ଏନକାଉଣ୍ଟର କରିଥିବା ଜଣାଯାଇଛି।
ଉମେଶ ପାଲ ହତ୍ୟା ଘଟଣାରେ ଅତିକ ଓ ତାଙ୍କ ଭାଇଙ୍କୁ ଗତକାଲି ପ୍ରୟାଗରାଜ କୋର୍ଟରେ ହାଜର କରାଯାଇଥିବା ବେଳେ କୋର୍ଟ ଉଭୟଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।
ଉମେଶ ପାଲ ହତ୍ୟା ଘଟଣାରେ ଆଜି ଅତିକ ଓ ତାଙ୍କ ଭାଇଙ୍କୁ ପ୍ରୟାଗରାଜ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଉଭୟଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ତେବେ କୋର୍ଟର ଶୁଣାଣି ବେଳେ ପୁଅ ଅସଦର ଏନକାଉଣ୍ଟର ଖବର ଅତିକଙ୍କ ପାଖରେ ପହଞ୍ଚିଥିଲା। ଏହି ଖବର ଶୁଣି ସେ କୋର୍ଟ ଭିତରେ ହିଁ କାନ୍ଦି ପକାଇଥିଲେ।
ଅନ୍ୟପକ୍ଷରେ ଅସଦ ଓ ଗୁଲାମର ଏନକାଉଣ୍ଟର ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ଦେଇଛନ୍ତି ଉମେଶ ପାଲଙ୍କ ମା’ ଓ ପତ୍ନୀ। ଏବେ ନ୍ୟାୟ ମିଳିଲା ବୋଲି ଉଭୟ କହିଛନ୍ତି। ପ୍ରୟାଗରାଜରେ ଉମେଶ ପାଲଙ୍କ ମା’ ଶାନ୍ତି ଦେବୀ କହିଛନ୍ତି, “ନ୍ୟାୟ ପାଇଁ ମୁଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ଜଣାଉଛି। ଆଗକୁ ମଧ୍ୟ ଆମକୁ ସେ ନ୍ୟାୟ ଦେବେ ବୋଲି ଆମର ଆଶା। ମୁଖ୍ୟମନ୍ତ୍ରୀଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି।”
ଉମେଶ ପାଲ ହେଉଛନ୍ତି ୨୦୦୫ର ତତ୍କାଳୀନ ବିଏସପି ବିଧାୟକ ରାଜୁ ପାଲଙ୍କ ହତ୍ୟାକାଣ୍ତର ମୁଖ୍ୟ ସାକ୍ଷୀ। ଅତିକ ଅହମଦ ଓ ତାଙ୍କ ସହଯୋଗୀମାନେ ରାଜୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତେବେ ଚଳିତ ବର୍ଷ ଫେବୃଆରୀ ୨୪ରେ ଉମେଶ ପାଲ ଓ ତାଙ୍କ ସୁରକ୍ଷାକାର୍ଯ୍ୟରେ ନିୟୋଜତତ ୨ ଜଣ ପୁଲିସ୍ କର୍ମଚାରୀଙ୍କୁ ବିଚ୍ ରାସ୍ତାରେ ଗୁଳି କରି ହତ୍ୟା କରାଯାଇଥିଲା। ଏଥିରେ ଅତିକଙ୍କ ପୁଅ ଅସଦ ଓ ତା’ର ସହଯୋଗୀମାନେ ସାମିଲ ଥିବା କୁହାଯାଇଥିଲା।
ଗୋଟିଏ ବଟଲିଂ ପ୍ଲାଣ୍ଟର ଭୂମି ପୂଜନ ପରେ ସେ କହିଛନ୍ତି ଯେ “ପୂର୍ବରୁ ଯେଉଁମାନେ ଆଇନ ଶୃଙ୍ଖଳାକୁ ଖାତିର କରୁ ନଥିଲେ, ଏବେ ସେମାନେ ନିଜ ଜୀବନ ବଞ୍ଚାଇବାକୁ ଦୌଡ଼ୁଛନ୍ତି। ଏକଥା ଲୋକମାନେ ବି ଦେଖୁଛନ୍ତି। ଯେତେବେଳେ କୋର୍ଟ ସେମାନଙ୍କୁ ଦଣ୍ଡ ଦେଉଛନ୍ତି, ସେମାନଙ୍କ ପ୍ୟାଣ୍ଟ ଓଦା ହୋଇଯାଉଥିବା ଦେଖାଯାଉଛି।
ଲୋକମାନେ ସବୁ କିଛି ଦେଖୁଛନ୍ତି। ଲୋକଙ୍କୁ ଆତଙ୍କିତ କରାଇବା, ଶିଳ୍ପପତିଙ୍କୁ ଧମକ ଦେବା ଓ ବ୍ୟବସାୟୀଙ୍କୁ ଅପହରଣ କରିବା କାମ ମାଫିଆମାନେ କରୁଥିଲେ। କିନ୍ତୁ ଏବେ ସେମାନେ ଭୟଭୀତ ଓ ନିଜ ଜୀବନ ବଞ୍ଚାଇବାକୁ ଲାଗି ପଡ଼ିଛନ୍ତି।”
୨୦୦୫ରେ ବିଏସପିର ତତ୍କାଳୀନ ବିଧାୟକ ରାଜୁ ପାଲଲଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଅତିକ ଅହମଦ। ଏହାପରେ ଉମେଶ ପାଲଙ୍କୁ ଅପହରଣ କରାଯାଇଥିଲା। କାରଣ ସେ ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଥିଲେ। ନିକଟରେ ଉମେଶ ପାଲଙ୍କୁ ହତ୍ୟା କରାଯାଇଛି।
ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ପୁଲିସ୍ ଅତିକ ଅହମଦଙ୍କୁ ଦର୍ଶାଇଛି। ଉମେଶ ପାଲ ଅପହରଣ ମାମଲାର ଶୁଣାଣି ପାଇଁ ଅତିକଙ୍କୁ ଗୁଜରାଟର ସାବରମତି ଜେଲରୁ ପ୍ରୟାଗରାଜ ଅଣାଯାଇଥିଲା।
ଜେଲରୁ ବାହାରିବା ବେଳେ ସେ ଏନକାଉଣ୍ଟର ଆଶଙ୍କା କରିଥିଲେ। ଏଥିପାଇଁ ସୁରକ୍ଷାକର୍ମୀଙ୍କ ଗାଡ଼ିବରେ ବସିବା ପୂର୍ବରୁ ହତ୍ୟା ହତ୍ୟା ବୋଲି ଚିତ୍କାର କରିଥିଲେ। ଏହି ଘଟଣାରେ ଅତିକ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ଆଜୀବନ ଜେଲଦଣ୍ଡ ମିଳିଛି।
ଆସନ୍ତାମାସରେ ଇଦ୍ ଓ ଅକ୍ଷମ ତୃତୀୟା ପ୍ରାୟ ସମାନ ତାରିଖରେ ପଢ଼ିବାର ଯଥେଷ୍ଟ ସମ୍ଭାବନା ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ପୂର୍ବ ଅନୁମତି ବିନା ରାଜ୍ୟରେ କୌଣସି ପ୍ରକାରର ଧାର୍ମିକ ସମାବେଶ କିମ୍ବା ଶୋଭାଯାତ୍ରା କରାଯାଇ ପାରିବ ନାହିଁ। ଅନୁମତି ନେବା ବେଳେ ଆୟୋଜକମାନେ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟୀ ରଖିବେ ବୋଲି ଗୋଟିଏ ଲିଖିତ ପ୍ରତିଶ୍ରୁତି ଦେବେ।
ପ୍ରଶାସନ ପକ୍ଷରୁ କେବଳ ପାରମ୍ପରିକ କାର୍ଯ୍ୟକ୍ରମ ପାଇଁ ଅନୁମତି ମିଳିବ। କୌଣସି ପ୍ରକାରର ନୂଆ କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଆଯିବନି। ନୂଆ ସ୍ଥାନରେ କେହି ବି ମାଇକ୍ରୋଫୋନ ବ୍ୟବହାର କରିପାରିବେ। ପୂର୍ବରୁ ଯେଉଁ ସବୁ ସ୍ଥାନରେ ଲାଉଡସ୍ପିକର ବ୍ୟବହାର ହେଉଛି, ସେଠାରେ ଏହାକୁ ବଜାଇବା ପାଇଁ ଅନୁମତି ମିଳିବ। ତେବେ ଏହି ସାଉଣ୍ଡ ଯେମିତି କାହାକୁ ଡିଷ୍ଟର୍ବ କରିବ ନାହିଁ, ସେକଥାକୁ ଆୟୋଜକ ନିଶ୍ଚିତ କରିବେ।
ଧାର୍ମିକ କାର୍ଯ୍ୟକ୍ରମ କେବଳ ଅନୁମୋଦନ ପ୍ରାପ୍ତ ସ୍ଥାନ ଗୁଡ଼ିକରେ କରାଯିବ। କୌଣସି ରାସ୍ତା କିମ୍ବା ଟ୍ରାଫିକକୁ ବନ୍ଦ କରି କେହି ବି ଶୋଭାଯାତ୍ରା କରିପାରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।
कोई शोभायात्रा/धार्मिक जुलूस बिना विधिवत अनुमति के न निकाली जाए। अनुमति से पूर्व आयोजक से शांति-सौहार्द कायम रखने के संबंध में शपथ पत्र लिया जाए।
अनुमति केवल उन्हीं धार्मिक जुलूसों को दिया जाए, जो पारंपरिक हों, नए आयोजनों को अनावश्यक अनुमति न दी जाए:#UPCM श्री @myogiadityanath जी— CM Office, GoUP (@CMOfficeUP) April 18, 2022
ଅନ୍ୟପକ୍ଷରେ ଦେଶର ବିଭିନ୍ନ ପ୍ରାନ୍ତରେ ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି ହେଉଥିବାରୁ ଉତ୍ତର ପ୍ରଦେଶ ସରକାର ମେ’ ୪ ତାରିଖ ଯାଏ ସମସ୍ତ ପୁଲିସ୍ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। ସେହିପରି ଛୁଟିରେ ଥିବା କର୍ମଚାରୀଙ୍କୁ ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ଦେବାକୁ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ପୁଲିସ୍ ଷ୍ଟେସନର ଅଧିକାରୀଙ୍କ ଠାରୁ ଆରମ୍ଭ କରି ଏଡିଜି ପାହ୍ୟାର ଅଫିସରମାନଙ୍କ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ସମସ୍ତ ଅଧିକାରୀ ଶାନ୍ତି ବଜାୟୀ ରଖିବା ପାଇଁ ଧାର୍ମିକ ନେତାମାନଙ୍କ ସହ ନିୟମିତ ଭାବେ ଆଲୋଚନା କରିବେ। କେହି ଯେମିତି ହିଂସା ସୃଷ୍ଟି ନ କରିବେ, ତା’କୁ ନିଶ୍ଚିତ କରିବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି।
ତାଙ୍କୁ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଯୋଗୀଙ୍କ ଏହି ଶପଥ ପାଠ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଅନେକ ବଲିଉଡ ଷ୍ଟାର ଓ ବିଜେପିର ହଜାର ହଜାର କର୍ମୀ ଉପସ୍ଥିତ ରହିଥିଲେ।
ପୂର୍ବଭଳି ଏଥିର ମଧ୍ୟ ଯୋଗୀଙ୍କ ଶାସନରେ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ। ବିଧାନସଭା ନିର୍ବାଚନ ହାରିଥିବା କେଶବ ମୌର୍ଯ୍ୟ ଆଜି ଯୋଗୀଙ୍କ ଡେପୁଟି ଭାବେ ଶପଥ ନେଇଛନ୍ତି। ପୂର୍ବରୁ ମଧ୍ୟ ସେ ଉତ୍ତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ତେବେ ଯୋଗୀଙ୍କ ପ୍ରଥମ ଶାସନ କାଳରେ ଉପ ମୁଖ୍ୟମନ୍ତ୍ରୀ ଥିବା ଦୀନେଶ ଶର୍ମା ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ଯୋଗୀ ୨.୦ ସରକାରରେ ଦ୍ୱିତୀୟ ଉପ ମୁଖ୍ୟମନ୍ତ୍ରୀ ଭାବେ ବ୍ରିଜେଶ ପାଠକଙ୍କୁ ଦେଖିବାକୁ ମିଳିବ।
ଆଜି ସେ ମଧ୍ୟ କେଶବ ମୌର୍ଯ୍ୟଙ୍କ ଭଳି ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ଯୋଗୀଙ୍କ ବ୍ୟତୀତ ଆଜି ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଥିବା ଆଉ ୫୨ ଜଣ ମଧ୍ୟ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ୟରୁ ୧୮ ଜଣ କ୍ୟାବିନେଟ ମନ୍ତ୍ରୀ ରହିଛନ୍ତି। ସେହିପରି ଯୋଗୀଙ୍କ ନୂଆ ଟିମ୍ରେ ୫ ଜଣ ମହିଳା ରହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ବାରାଣସୀରୁ ୩ ଜଣ ବିଧାୟକ ଯୋଗୀଙ୍କ କ୍ୟାବିନେଟରେ ସ୍ଥାନ ପାଇଛନ୍ତି। ମୋଦିଙ୍କ ଘନିଷ୍ଠ ଏକେ ଶର୍ମା ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହବାଦ ବିଜେପିର ୟୁପି ମୁଖ୍ୟ ସ୍ୱତନ୍ତ୍ର ଦେବ ମଧ୍ୟ ଯୋଗୀଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି।
ଯୋଗୀ ୩୭ ବର୍ଷ ମଧ୍ୟରେ ପ୍ରଥମ ରାଜନେତା ଯିଏ ୫ ବର୍ଷ ଶାସନ କାଳ ପୂରଣ କରିବା ପରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି। ଏଥିସହ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ତାଙ୍କ ନାଁରେ ଆଉ ଏକ ରେକର୍ଡ ଯୋଡ଼ି ହୋଇଯାଇଛି। ୧୫ ବର୍ଷ ମଧ୍ୟରେ ସେ ପ୍ରଥମ ବିଧାୟକ ଭାବେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି।
୨୦୧୭ରେ ଯୋଗୀ ଯେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେତେବେଳେ ସେ ଲୋକସଭା ସଦସ୍ୟ ଥିଲେ। ଏହାପରେ ସେ ଉତ୍ତର ପ୍ରଦେଶ ବିଧାନ ପରିଷଦକୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ପଦ ବଜାୟୀ ରଖିଥିଲେ। ଅର୍ଥାତ ସେ ବିଧାନସଭାକୁ ସିଧାସଳଖ ନିର୍ବାଚିତ ହୋଇ ନଥିଲେ। ଏଥର କିନ୍ତୁ ଯୋଗୀ ଗୋରଖପୁର ଆସନରୁ ଜିତିଛନ୍ତି।
ସେହିପରି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ମଧ୍ୟ ଶପଥଗ୍ରହଣ ସମାରୋହକୁ ନିମନ୍ତ୍ରଣ କରାଯାଇଛି । ଏପରିକି ବିଏସପି ସୁପ୍ରିମୋ ମାୟାବତୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରମୁଖଙ୍କୁ ବି ନିମନ୍ତ୍ରଣ କରାଯାଇଛି । ୟୁପି ରାଜଧାନୀ ଲକ୍ଷ୍ନୌର ବିଭିନ୍ନ ସ୍ଥାନରେ ଯୋଗୀ ଓ ମୋଦିଙ୍କ ପୋଷ୍ଟର ସାଙ୍ଗକୁ ହୋର୍ଡିଂ ଛାଇଯାଇଛି ।
ଆଜି ଅପରାହ୍ନ ୪ଟାବେଳେ ଶପଥ ଗ୍ରହଣ ପାଇଁ ସମୟ ଧାର୍ଯ୍ୟ ହୋଇଛି । ଗତକାଲି ୟୁପି ବିଧାୟକ ଦଳର ବୈଠକରେ ଯୋଗୀ ଆଦିତ୍ୟନାଥଙ୍କୁ ସର୍ବସମ୍ମତିକ୍ରମେ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଥିଲା । ଏହାପରେ ରାଜ୍ୟପାଳଙ୍କୁ ଭେଟିଥିଲେ ଯୋଗୀ ଆଦିତ୍ୟନାଥ ।
ଅଷ୍ଟ୍ରେଲିଆର ସାଂସଦ କ୍ରାଇଗ କେଲି ଟ୍ୱିଟ୍ କରି ଯୋଗୀଙ୍କ କୋଭିଡ ପରିଚାଳନାକୁ ପ୍ରଶଂସା କରିଛନ୍ତି। କୋଭିଡର ଦ୍ୱିତୀୟ ଲହରକୁ ରୋକିବା ପାଇଁ ଯୋଗୀଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ ବୋଲି ସେ କହିଛନ୍ତି। ୟୁପି ସରକାର କୋଭିଡ ପରିଚାଳନା ପାଇଁ Ivermectin ଟାବଲେଟକୁ ବ୍ୟବହାର କରିଛନ୍ତି। ଯଦିଓ ଏହି ଔଷଧକୁ ୟୁକେ ସମେତ ଅନେକ ଦେଶ ବ୍ୟବହାର କରିବେନି ବୋଲି ନିଷ୍ପତ୍ତି ନେଇଛି। ତେବେ ରାଜ୍ୟରେ କୋଭିଡ୍ ସଂକ୍ରମଣକୁ କମାଇବାରେ ଯୋଗୀ ସଫଳ ହୋଇଥିବାରୁ ଏକ ପ୍ରତୀକାତ୍ମକ ଭାବରେ କ୍ରାଇଗ କହିଛନ୍ତି ଯୋଗୀ ଅଷ୍ଟ୍ରେଲିଆର କୋଭିଡ୍ ପରିଚାଳନାର ଦାୟିତ୍ୱ ନେବା ଦରକାର।
https://twitter.com/CraigKellyMP/status/1395562678018449409?s=20
କୋଭିଡର ଦ୍ୱିତୀୟ ଲହର ଯେତେବେଳେ ପିକରେ ଥିଲା ସେତେବେଳେ ୨୪ କୋଟି ଜନବସତି ବିଶିଷ୍ଟ ୟୁପିରେ Ivermectin ଔଷଧକୁ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଇଥିଲେ ସରକାର। ଏହାପରେ ରାଜ୍ୟରେ କୋଭିଡ ସଂକ୍ରମଣ କମିବାରେ ଲାଗିଥିଲା। ୟୁପି ପ୍ରଥମେ ରାଜ୍ୟ ଭାବରେ ଏହି ଔଷଧ ବ୍ୟବହାର କରିଥିଲା।
https://twitter.com/CraigKellyMP/status/1410217778724761608?s=20
କୋଭିଡ ରୋଗୀ, ସ୍ୱାସ୍ଥ୍ୟ କର୍ମୀଙ୍କୁ ଖାଇବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ Ivermectinକୁ ପ୍ରତିଷେଧକ ଭାବରେ ଖାଇବା ପାଇଁ କହିଥିଲା। ଏହାପରେ କୋଭିଡର ପ୍ରଥମ ଲହର ଏବଂ ଦ୍ୱିତୀୟ ଲହରକୁ ରୋକିବାରେ ଉତ୍ତରପ୍ରଦେଶ ଏକ ପ୍ରକାର ସଫଳ ହୋଇଛି। ଏବେ ମୋଟ୍ ୨୪କୋଟି ଜନବସିତ ବିଶିଷ୍ଟ ୟୁପିରେ ଦୈନିକ ସଂକ୍ରମିତ ସଂଖ୍ୟା ୨୦୦ ପାଖାପାଖି ରହିଛି। ହେଲେ ୨.୫ କୋଟି ଜନସଂଖ୍ୟା ବିଶିଷ୍ଟ ଅଷ୍ଟ୍ରେଲିଆରେ ଏବେ ୩୧ ହଜାରରୁ ଅଧିକ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୫୮୯ ଜଣ ଚିକିତ୍ସାଧୀନ ରହିଛନ୍ତି। ଜୁଲାଇ ୧୦ ସୁଦ୍ଧା ୯୧୦ ଜଣ ପ୍ରାଣ ହରାଇଥିବା କହିଛନ୍ତି ଅଷ୍ଟ୍ରେଲିଆର ସାଂସଦ କ୍ରାଇଗ।
ସୋଶାଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ମୁସଲମାନ ବୃଦ୍ଧଙ୍କ ଦାଢ଼ି ବଳପୂର୍ବକ ଭାବରେ କଟାଯାଉଥିବାର ଭିଡିଓ ଘୁରି ବୁଲୁଛି। ଆଉ ସେହି ବୃଦ୍ଧଙ୍କୁ 'ଜୟ ଶ୍ରୀରାମ' କହିବାକୁ ବାଧ୍ୟ କରାଯାଉଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ ତଦନ୍ତ କରି ଘଟଣାର ସତ୍ୟତା କହିଛି।
ଗାଜିଆବାଦ ଜିଲ୍ଲାର ବାସିନ୍ଦା ସୁଫି ଅବଦୁଲ ସମଦଙ୍କୁ ମାଡ ମାରିବା ସହ ଦାଢ଼ି କାଟିବା ଅଭିଯୋଗରେ ପୁଲିସ ଚାରି ଜଣଙ୍କୁ ଗିରଫ କରି ସାରିଛି। ପୀଡିତ ଦାବି କରିଥିଲେ ଯେ ଯେଉଁମାନେ ତାଙ୍କୁ ମାଡ଼ ମାରିଥିଲେ ସେମାନେ ତାଙ୍କୁ 'ଜୟ ଶ୍ରୀ ରାମ' ଜପିବାକୁ ବାଧ୍ୟ କରିଥିଲେ। ତେବେ ଏହି ମାମଲାରେ କୌଣସି ସାମ୍ପ୍ରଦାୟିକ ନାହିଁ ବୋଲି ପୁଲିସ କହିଛି। ପୁଲିସ କହିଛି ଯେ ଯେଉଁମାନେ ସୁଫି ଅବଦୁଲ ସମଦଙ୍କୁ ମାଡ ମାରିଥିଲେ ସେମାନଙ୍କ ମଧ୍ୟରେ ହିନ୍ଦୁ ଏବଂ ମୁସଲମାନଙ୍କ ସମେତ ପ୍ରାୟ ୬ ଜଣ ଥିଲେ। ମାଡ଼ ମାରିଥିବା ବ୍ୟକ୍ତି ସମଦଙ୍କ ପାଖରୁ ତାବଜି ନେଇଥିଲେ। ତାବଜି ପିନ୍ଧିବା ପରେ ଏହାର ପ୍ରଭାବ ଓଲଟା ପଡ଼ିଥିଲା। ଆଉ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ପରେ ସମଦଙ୍କୁ ସେମାନେ ମାଡ଼ ମାରିଥିବା ପୁଲିସ କହିଛି।
ଭିଡିଓରେ ବୃଦ୍ଧଙ୍କୁ ଠେଲି ଦିଆଯାଉଥିବା ବେଳେ ତାଙ୍କ ଦାଢି କାଟି ଦିଆଯାଉଥିବା ଦେଖିବାକୁ ମିଳିଛି। ଏଥିସହ ତାଙ୍କୁ ଗୋଇଠା ଏବଂ ମାଡ଼ ମରାଯାଉଥିବା ଜଣାପଡ଼ିଛି। ଏହି ଭିଡିଓ ଯିଏ ବି ଦେଖିବ ଅସନ୍ତୋଷ ପ୍ରକାଶ କରିବା ସ୍ୱାଭାବିକ। ଯେଉଁମାନେ ଏପରି ନିଷ୍ଠୁର କାମ କରନ୍ତି ସେମାନଙ୍କୁ ଯଥାଶୀଘ୍ର ଦଣ୍ଡ ଦିଆଯାଉ ବୋଲି ଦାବି ହେବା ବି ସ୍ୱାଭାବିକ। ହେଲେ ଭାଇରାଲ ହୋଇଥିବା ଏହି ଭିଡିଓ ସହିତ ପ୍ରକୃତ ତଥ୍ୟ ନଜାଣି ବଡ଼ ବଡ଼ ନେତା ଘୃଣାକୁ ଉସକେଇବା କେତେ ଯୁକ୍ତିଯୁକ୍ତ?
ରାହୁଲ ଗାନ୍ଧୀ ଏହି ଘଟଣାକୁ ଟ୍ୱିଟ୍ କରି କହିଥିଲେ ଶ୍ରୀରାମଙ୍କ ଭକ୍ତ କେବେ ଏଭଳି ନିଷ୍ଠୁର କାମ କରିବେ ନାହିଁ। ଏହାର ଜବାବରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ କଡ଼ା ଜବାବ ସହ ରାହୁଲଙ୍କୁ ମାନବିକତାର ପାଠ ପଢ଼ାଇଛନ୍ତି। ଭଗବାନ ଶ୍ରୀ ରାମଙ୍କର ପ୍ରଥମ ଶିକ୍ଷା ହେଉଛି "ସତ କୁହ" ଯାହା ତୁମେ (ରାହୁଲ) ଜୀବନରେ କେବେ କରି ନାହଁ ବୋଲି ଯୋଗୀ ଟ୍ୱିଟ୍ କରି କହିଛନ୍ତି। ପୁଲିସ ଏହି ଘଟଣାର ତଦନ୍ତ କରିବା ପରେ ବି ମିଛ ଖବର ପ୍ରଚାର କରିବା ପଛର ଉଦ୍ଦେଶ୍ୟ କାହାକୁ ଅଛପା ନୁହେଁ। ଏଭଳି ମନ୍ତବ୍ୟ ଉତ୍ତରପ୍ରଦେଶର ଲୋକଙ୍କୁ ଅପମାନିତ କରିଛି। ଶ୍ରୀ ରାମଙ୍କର ପ୍ରକୃତ ଭକ୍ତ ଏପରି କରିପାରିବେ ନାହିଁ। ଏପରି ନିଷ୍ଠୁରତା ମାନବିକତାଠାରୁ ବହୁ ଦୂରରେ। ଉଭୟ ସମାଜ ତଥା ଧର୍ମ ପାଇଁ ଲଜ୍ଜାଜନକ ବୋଲି ଯୋଗୀ କହିଛନ୍ତି। ଏହାପରେ କିନ୍ତୁ ରାହୁଲ୍ ଗାନ୍ଧୀ କିଛି କହି ନାହାନ୍ତି।
https://twitter.com/myogiadityanath/status/1404786977392644097?s=20
ସେହିପରି ଏଆଇଏମ୍ଆଇଏମ୍ ସଭାପତି ଅସଦୁଦ୍ଦିନ ଓବେସୀ ମଧ୍ୟ ଟ୍ୱିଟ୍ କରି କହିଛନ୍ତି ଯେ ମୁସଲମାନମାନଙ୍କଠାରୁ ସମ୍ମାନର ସହ ଜୀବନଯାପନ କରିବାର ଅଧିକାର ଛଡ଼ାଇ ନିଆଯାଉଛି।
ସବୁଠୁ ବଡ଼ କଥା ହେଲା ଭାଇରାଲ ଭିଡିଓରେ ଜୟ ଶ୍ରୀ ରାମ ନାରା ଦେବାକୁ ବାଧ୍ୟ କରାଯାଉଛି ବୋଲି ଦେଖିବାକୁ ମିଳିଛି। କିନ୍ତୁ ପୁଲିସ ନିକଟରେ ଦାୟର ହୋଇଥିବା ଏଫଆଇଆରରେ ଏ ବାବଦରେ ଉଲ୍ଲେଖ କରାଯାଇ ନାହିଁ। କେବଳ ବୃଦ୍ଧ ଜଣଙ୍କ ୟୁପି ସୀମାକୁ ଆସିବା ପରର ଘଟଣା ବର୍ଣ୍ଣନା କରାଯାଇଛି।
ୟୁପି ସରକାର ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ସହିତ ଅନ୍ୟାନ୍ୟ ସେବା ଯୋଗାଇଦେବା ପାଇଁ ହେଲପ ଲାଇନ ନମ୍ୱର ଜାରି କରିଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନେଇ ଯୋଗୀ ସରକାରକୁ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏହି ପଦକ୍ଷେପ ଏକ ଭଲ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ ମୋଦିଙ୍କ ଏହି ଟ୍ୱିଟ୍ ରାଜୀନିତକ ଦୃଷ୍ଟିକୋଣରୁ ବହୁ ଗୁରୁତ୍ୱ ବୋଲି କୁହାଯାଉଛି। କାରଣ ଯୋଗୀଙ୍କ ଉପରେ ମୋଦି ନାଖୁସ ଥିବା ଚର୍ଚ୍ଚା ହେଉଥିଲା।
ନିକଟରେ ଯୋଗୀ ଆଦିତ୍ୟନାଥ ଦିଲ୍ଲୀ ଆସି ବିଜେପି ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ମୋଦିଙ୍କୁ ଭେଟିଥିଲେ। ଏହି ସମୟରେ ଚର୍ଚ୍ଚା ହେଉଥିଲା ଯୋଗୀଙ୍କ ଉପରେ ମୋଦି ଅସନ୍ତୋଷ ରହିଛନ୍ତି। ଯୋଗୀଙ୍କ ସରକାରରେ ଅଦଳ ବଦଳ ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା। ଏମିତିକି ମୁଖ୍ୟମନ୍ତ୍ରୀ ପଦରୁ ଯୋଗୀ ବିଦା ହୋଇପାରନ୍ତି। ବିଜେପିରେ ଥିବା କନ୍ଦଳକୁ କେନ୍ଦ୍ରୀୟ ନେତା ଲୁଚାଇବାକୁ ଚେଷ୍ଟା କରୁଛନ୍ତି ବୋଲି ରାଜନୀତିକ ପଣ୍ଡିତମାନେ ଆକଳନ କରିଥିଲେ। ସେହିପରି ନିକଟରେ ଯୋଗୀଙ୍କ ଜନ୍ମଦିନ ଯାଇଥିଲା ହେଲେ ନରେନ୍ଦ୍ର ମୋଦି ଟ୍ୱିଟ କରି ଶୁଭେଚ୍ଛା ଜଣାଇନଥିବାରୁ ମଧ୍ୟ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। କିନ୍ତୁ ରବିବାର ନରେନ୍ଦ୍ର ମୋଦିଙ୍କ ଏହି ଟ୍ୱିଟ୍ ସମସ୍ତ ଆକଳର ପୂର୍ଣ୍ଣଛେଦ ପକାଇଛି।
ତେବେ ମୋଦିଙ୍କ ସହ ବୈଠକ ପରେ ଯୋଗୀ ଟ୍ୱିଟ୍ କରି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ତାଙ୍କର ସୌଜନ୍ୟମୂଳକ ସାକ୍ଷାତକାର ଥିଲା। ନିଜର ବ୍ୟସ୍ତବହୁଳ ସମୟରୁ ପ୍ରଧାନମନ୍ତ୍ରୀ ତାଙ୍କୁ ସମୟ ଦେଇଥିବାରୁ ଟ୍ୱିଟ୍ କରି ସେ ଖୁସି ବ୍ୟକ୍ତ କରିଥିଲେ।
ଗତକାଲି ସେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ମଧ୍ୟ ବୈଠକ କରିଥିଲେ। ଆଜି ମଧ୍ୟାହ୍ନରେ ଯୋଗୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ପହଞ୍ଚଥିଲେ। ଏହାପରେ ଉଭୟ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଏହାପରେ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି।
ଯୋଗୀ ସରକାର ରାଜ୍ୟରେ କରୋନାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବାରୁ ଦଳର ଛବି ମଳିନ ପଡ଼ିଛି। ସେହିପରି କଂଗ୍ରେସରୁ ଆସି ଜିତିନ ପ୍ରସାଦ ମଧ୍ୟ ବିଜେପି ମିଶିଛନ୍ତି। ଯୋଗୀଙ୍କ ନେତୃତ୍ୱକୁ ଦଳ ଭିତରୁ ବିରୋଧ କରାଯାଉଛି। ଏସବୁ ବାବଦରେ ମୋଦି ବିସ୍ତୃତ ଭାବେ ଯୋଗୀଙ୍କ ସହ ଆଲୋଚନା କରିଛନ୍ତି। ଆସନ୍ତାବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପିରେ ବଡ଼ଧରରଣ ପରିବର୍ତ୍ତନ ଘଟିବ ବୋଲି ସମ୍ଭାବନା ରହିଛି।
आज आदरणीय प्रधानमंत्री श्री @narendramodi जी से नई दिल्ली में शिष्टाचार भेंट एवं मार्गदर्शन प्राप्ति का सौभाग्य प्राप्त हुआ।
अपनी व्यस्ततम दिनचर्या से भेंट के लिए समय प्रदान करने व आत्मीय मार्गदर्शन करने हेतु आदरणीय प्रधानमंत्री जी का हृदयतल से आभार। pic.twitter.com/0pAmYVA44q
— Yogi Adityanath (@myogiadityanath) June 11, 2021
ମୋଦିଙ୍କ ସହ ବୈଠକ ପରେ ଯୋଗୀ ଟ୍ୱିଟ କରିଛନ୍ତି। ସେ ମୋଦିଙ୍କ ସହ ଆଲୋଚନା କରିବା ବେଳର ଫଟୋ ଏଥିରେ ରହିଛି। ସେ ଲେଖିଛନ୍ତି, “ ଆଜି ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ନୂଆଦିଲ୍ଲୀରେ ଭେଟିବାର ସୌଭାଗ୍ୟ ପ୍ରାପ୍ତ କରିଛି। ତାଙ୍କ ମାର୍ଗଦର୍ଶନ ମଧ୍ୟ ପ୍ରାପ୍ତ ହୋଇଛି। ସେ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ମୋ ପାଇଁ ସମୟ ବାହାର କରି ଆଲୋଚନା କରିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି।”
आज आदरणीय राष्ट्रीय अध्यक्ष श्री @JPNadda जी से नई दिल्ली में शिष्टाचार भेंट कर विभिन्न विषयों पर उनका मार्गदर्शन प्राप्त किया।
अपनी व्यस्त दिनचर्या से मुझे समय प्रदान करने के लिए आदरणीय अध्यक्ष जी का कोटिशः आभार। pic.twitter.com/tK2cqVTGIQ
— Yogi Adityanath (@myogiadityanath) June 11, 2021
ମୋଦିଙ୍କ ବାସଭବନରୁ ବାହାରିବା ପରେ ଯୋଗୀ ସିଧା ଜେପି ନଡ୍ଡାଙ୍କ ଘରେ ପହଞ୍ଚିଥିଲେ। ତାଙ୍କ ସହ ଯୋଗୀ ଦୀର୍ଘ ଦେଢ଼ ଘଣ୍ଟା ଆଲୋଚନା କରିଥିଲେ। ଜେପି ନଡ୍ଡା ଟ୍ୱିଟ କରି କହିଛନ୍ତି, “ଉତ୍ତର ପ୍ରଦେଶର ସଫଳ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲି।”
ଏମିତିକି ୪୬ ଆକ୍ରାନ୍ତଙ୍କ ପରିବାରକୁ ପ୍ରଶାସନ ହସ୍ପିଟାଲ ପାଖରୁ ପଇସା ଆଣି ଫେରାଇଛି। ହାପୁଡରେ ଥିବା ହସ୍ପିଟାଲ ସରକାରଙ୍କ ନିୟମ ବାହାରକୁ ଯାଇ ଆକ୍ରାନ୍ତଙ୍କ ପାଖରୁ ପଇସା ନେଇଥିବା ଅଭିଯୋଗ ହୋଇଥିଲା। ସେହିପରି ମରେଠରେ ୪୯ଟି ଅଭିଯୋଗ ପ୍ରଶାସନ ପାଖରେ ଦାୟର ହୋଇଥିଲା। ପରେ ୧୮ଟି ଅଭିଯୋଗ ଯୁକ୍ତିଯୁକ୍ତ ବୋଲି ଜଣାପଡ଼ିଥିଲା। ଏଥିମଧ୍ୟରୁ ଦୁଇଟି ବଡ଼ ବଡ଼ ହସ୍ପିଟାଲରୁ ୪ ଲକ୍ଷ ଲେଖାଏଁ ପଇସା ପ୍ରଶାସନ ଫେରାଇ ଆଣିଥିବା ବେଳେ ତିନୋଟି ହସ୍ପିଟାଲ ବାବଦରେ ତଦନ୍ତ ଚାଲିଛି।
କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ସରକାର ଏହି ନିର୍ଦ୍ଦାରିତ ଦର ଧାର୍ଯ୍ୟ କରିଛନ୍ତି। ଆଇସୋଲେସନରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଠାରୁ ୪୮୦୦, ଆଇସିୟୁ ପାଇଁ ୭୮୦୦ ଏବଂ ଆଇସିୟୁ ଭେଣ୍ଟିଲେଟର ପାଇଁ ୯୦୦୦ ଟଙ୍କା ଇତ୍ୟାଦି ଦର ସରକାର ସ୍ଥିର କରିଛନ୍ତି। ହେଲେ ଘରୋଇ କୋଭିଡ ଡାକ୍ତରଖାନାରେ ରୋଗୀଙ୍କଠାରୁ ମନଇଚ୍ଛା ମୂଲ୍ୟ ଫି ନିଆ ଯାଉଥିଲା। ଏ ସମ୍ପର୍କରେ ଅଭିଯୋଗ କ୍ରମାଗତ ଭାବରେ ପ୍ରଶାସନରେ ପହଞ୍ଚୁଥିଲା। ସରକାରଙ୍କ ନିର୍ଦ୍ଦେଶ ପରେ ହାପୁଡର ଜିଲ୍ଲାପାଳ ଦୁଇଟି କୋଭିଡ ଡାକ୍ତରଖାନାକୁ ନୋଟିସ କରିଥିଲେ। ଏହାପରେ ପ୍ରଶାସନ ବିଭିନ୍ନ ହସ୍ପିଟାଲରେ ଅଭିଯୋଗକୁ ଭିତ୍ତି କରି ତଦନ୍ତ କରିଥିଲା।