ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, କୋହ୍ଲାପୁରାରେ ୪ ଜଣ, ମୁମ୍ବାଇରେ ୨ ଜଣ, ଇଞ୍ଚଲକରଞ୍ଜିରେ ୨ ଜଣ, ପନ୍ଦରପୁରରେ ଜଣେ ଓ ପୁଣେରେ ଜଣେ ଜିକା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି।
ପୁଣେର ଜଣେ ୬୪ ବର୍ଷୀୟା ମହିଳା ପ୍ରଥମେ ଜିକା ଭାଇରସରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଥିଲେ। ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇ ଆଉ ୯ ଜଣଙ୍କ ସାମ୍ପୁଲ ଟେଷ୍ଟ ପାଇଁ NIV ପଠାଯାଇଛି। ମହିଳାଜଣକ ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ ପରେ ଗତ ଅକ୍ଟୋବରରେ ସେ କେରଳ ଯାଇଥିବା ଜଣାପଡ଼ିଥିଲା।
ଜିକା ଭାଇରସରେ ଆକ୍ରାନ୍ତ ପ୍ରାୟ ୮୦% ରୋଗୀଙ୍କ ଶରୀରରେ ପ୍ରଥମେ କୌଣସି ଲକ୍ଷଣ ଦେଖା ଯାଇ ନ ଥାଏ । ଜ୍ୱର, ଚର୍ମରେ ଦାଗ, ମାଂସପେଶୀ ଓ ଗଣ୍ଠି ଯନ୍ତ୍ରଣା, ମୁଣ୍ଡବିନ୍ଧା ଆଦି ଜିକା ଭାଇରସ ସଂକ୍ରମଣର ପ୍ରାରମ୍ଭିକ ଲକ୍ଷଣ। ଏହି ଭାଇରସର ଲକ୍ଷଣଗୁଡ଼ିକ ସାଧାରଣତଃ ସାମାନ୍ୟ ଏବଂ ୨ରୁ ୭ ଦିନ ପର୍ଯ୍ୟନ୍ତ ଏହା ରହିଥାଏ। କିନ୍ତୁ ଉପଯୁକ୍ତ ସମୟରେ ଏହାର ଚିକିତ୍ସା କରା ନ ଗଲେ ଏହା ମାରାତ୍ମକ ସାବ୍ୟସ୍ତ୍ୟ ହୋଇଥାଏ । ବିଷେଷ କରି ଗର୍ଭବତୀଙ୍କ କ୍ଷେତ୍ରରେ ଏହା ଖୁବ୍ ସାଂଘାତିକ ରୂପ ଧାରଣ କରିଥାଏ ।
ଏଡିସ୍ ଇଜିପ୍ଟି ମଶା କାମୁଡ଼ିବା ଦ୍ୱାରା ଜିକା ସଂକ୍ରମଣ ହୁଏ। ଏହି ମଶା ଡେଙ୍ଗୁ ଓ ଚିକୁନ୍ଗୁନିଆ ସଂକ୍ରମଣ ପାଇଁ ମଧ୍ୟ ଦାୟୀ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ଜିକା ଜୀବାଣୁ ଏଡିସ୍ ମଶା ଦ୍ୱାରା ସଂକ୍ରମିତ ହୁଏ। ଏହି ମଶା ଡେଙ୍ଗୁ ଓ ଚିକୁନ୍ଗୁନିଆ ସଂକ୍ରମଣ ପାଇଁ ମଧ୍ୟ ଦାୟୀ। ଜିକା ଭାଇରସ ରୋଗ ପ୍ରଥମେ ୧୯୫୨ମସିହାରେ ଉଗାଣ୍ଡା ଏବଂ ତାଞ୍ଜାନିଆର ମଣିଷମାନଙ୍କଠାରେ ଚିହ୍ନଟ ହୋଇଥିଲା।
ମଶାଙ୍କ ଦ୍ୱାରା ବ୍ୟାପୁଥିବା ଏହି ଭାଇରସରେ କେରଳର ଜଣେ ୨୪ ବର୍ଷୀୟ ଗର୍ଭବତୀ ମହିଳା ସଂକ୍ରମିତ ହୋଇଛନ୍ତି। ଏନେଇ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି। ସେଠାକାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି।
ଗତ ୭ ତାରିଖରେ ସେ ଏକ ଛୁଆକୁ ଜନ୍ମ ଦେଇଥିଲେ। ଏହାପରେ ତାଙ୍କୁ ଜ୍ୱର ଏବଂ ମୁଣ୍ଡ ବିନ୍ଧା ହେବା ସହ ପୂରା ଶରୀରରେ ଲାଲ ଦାଗ ପାଡିବକୁ ଲାଗିଥିଲା। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଅନେକ ପରୀକ୍ଷା ପରେ ସେ ଜିକା ଭାଇରସରେ ସଂକ୍ରମିତ ହୋଇଥିବା ନେଇ ଜଣାପଡିଥିଲା। ଏବେ ଉକ୍ତ ସଂକ୍ରମିତ ମହିଳାଙ୍କ ଅବସ୍ଥା ସ୍ଥିର ଥିବା ମନ୍ତ୍ରୀ କହିଛନ୍ତି। ଏକ ସପ୍ତାହ ତଳେ ସଂକ୍ରମିତ ମହିଳାଙ୍କ ମା’ଙ୍କ ଠାରେ ମଧ୍ୟ ଏଭଳି ଲକ୍ଷଣ ଦେଖିବାକୁ ମିଳିଥିଲା।
ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଥିରୁୱନନ୍ତପୁରମରେ ଏହି ଭାଇରସର ସନ୍ଦିଗ୍ଧ ୧୯ଟି ମାମଲା ସାମ୍ନାକୁ ଆସିଛି। ଏଥିରେ ଡାକ୍ତରଙ୍କ ସମେତ ୧୩ଜଣ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି। ଏମାନେ ଜିକା ଭାଇରସରେ ସଂକ୍ରମିତ ହୋଇଥିବା ନେଇ ସନ୍ଦେହ କରାଯାଇଛି। ଏଥିପାଇଁ ଏହି ୧୯ଜଣଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଛି । ଏବେ କେବଳ ରିପୋର୍ଟକୁ ଅପେକ୍ଷା ରହିଛି।
ଜିକା ଭାଇରସର ଲକ୍ଷଣ ଡେଙ୍ଗୁ ଭଳି। ଜ୍ୱର ହେବା ସହ ଶରୀରରେ ଲାଲା ଦାଗ ପଡିବା ଏବଂ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେବା ସବୁ ଜିକା ଭାଇରସର ଲକ୍ଷଣ ।