ଅକ୍ଟୋବର ୧ ତାରିଖରୁ ରାଜ୍ୟରେ ଲାଗୁ ହେବ ଖାଦ୍ୟ ସୁରକ୍ଷା ଆଇନ୍

ଭୁବନେଶ୍ୱର: ଅକ୍ଟୋବର ୧ ତାରିଖରୁ ରାଜ୍ୟରେ କାର୍ଯ୍ୟକାରୀ ହେବ ଖାଦ୍ୟ ସୁରକ୍ଷା ଆଇନ୍। ଆଉ ଏଥିପାଇଁ ଅଗଷ୍ଟ ୧ ତାରିଖ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇବ। ବୁଧବାର ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ସଚିବ ମଧୁସୂଦନ ପାଢ଼ୀ।

ସେ କହିଛନ୍ତି, ଖାଦ୍ୟ ସୁରକ୍ଷା ଆଇନ୍ ଅଧୀନରେ ରାଜ୍ୟରେ ୧ କୋଟି ୪ ଲକ୍ଷ ପରିବାର ପଞ୍ଜୀକରଣ କରିଛନ୍ତି। ଏହି ସବୁ ପରିବାରର ମୋଟ ସଦସ୍ୟ ସଂଖ୍ୟା ୩ କୋଟି ୯୩ ଲକ୍ଷ ହେବ। ଏମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀମାନଙ୍କୁ ବଛାଯିବ।