୧୭ ଏପ୍ରିଲ;ବିଶ୍ୱ ହିମୋଫିଲିଆ ଦିବସ

ଭୁବନେଶ୍ୱର: ଆଜି ୧୭ ଏପ୍ରିଲ । ବିଶ୍ୱ ହିମୋଫିଲିଆ ବା ରକ୍ତହୀନତା ଦିବସ। ଏହି ଦିବସକୁ ବିଶ୍ୱସ୍ତରରେ ବିଶ୍ୱ ଫେଡେରେସନ ଅଫ୍ ହେମୋଫେଲିଆ ଅନୁଷ୍ଠାନ ତରଫରୁ ପାଳନ କରାଯାଉଛି। ପ୍ରତି ୫ହଜାରରୁ ୧୦ହଜାରଙ୍କ ମଧ୍ୟରେ ଜଣଙ୍କ ଠାରେ ଏହି ରୋଗ ଦେଖାଯାଏ।

ଏହା ଏକ ଜନ୍ମଗତ ରୋଗ।ଏହି ରୋଗର ମୁଖ୍ୟ ଲକ୍ଷଣ ହେଲା କ୍ଷତରୁ ରକ୍ତ ବୋହିବା ବନ୍ଦ ନ ହେବା। ଏହି ଦିବସକୁ ପାଳନ କରାଯିବା ଅବସରରେ ଏବେ ବିଶ୍ୱସ୍ତରରେ ବ୍ୟାପକ ସଚେତନତା କାର୍ଯ୍ୟ ହାତକୁ ନିଆଯାଉଛି ।

ଚଳିତବର୍ଷ ଏହି ଦିବସକୁ ପାଳନ କରିବାର ମୁଖ୍ୟ ଥିମ ରହିଛି ‘କ୍ଲୋଜ ଦି ଗ୍ୟାଫ୍’। ଏହି ରୋଗୀମାନଙ୍କୁ ବିଭିନ୍ନ କ୍ଷେତ୍ରରୁ ସହଯୋଗ ମିଳବା ଦରକାର । ପରସ୍ପରର ସହଯୋଗରେ ହିଁ ଏହି ରୋଗକୁ ମୁକାବିଲା କରାଯାଇପାରିବ ବୋଲି ଡବ୍ଲୁ ଏଫ୍ ଏଚ୍ ଆଶା ରଖିଛି।