ତୁଳସୀ ଏସ୍‌ଏଚ୍‌ଜି ଆକାଉଣ୍ଟରେ କଳା ଟଙ୍କା ଜମା ହୋଇଥିବା ନେଇ ପ୍ରମାଣ ପାଇଛି ପୋଲିସ୍

କଟକ: ପଦ୍ମପୁର ତୁଳସୀ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଜମାଖାତାରେ କଳାଟଙ୍କା ଜମା ହୋଇଥିବା ନେଇ ପ୍ରମାଣ ପାଇଛି କମିଶନରେଟ୍ ପୋଲିସ୍।  ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ସଞ୍ଜୀବ ଅରୋରା। ତାଙ୍କ ସୂଚନା ଅନୁଯାୟୀ, ଏକ ଘରୋଇ ଫାଇନାନ୍ସ ସଂସ୍ଥାର ଜଣେ କର୍ମଚାରୀ ଏହି ଘଟଣାର ମାଷ୍ଟରମାଇଣ୍ଡ। ତାଙ୍କ ନାଁ ସଚୀନ୍ଦ୍ର ଭୋଇ। ତାଙ୍କ ଘର ଜଗତପୁର ଅଞ୍ଚଳରେ। ସେ ତାଙ୍କର କଳା ଟଙ୍କାକୁ ଧଳା କରିବା ପାଇଁ ଏହି ଏସ୍‌ଏଚ୍‌ଜିର ଜମାଖାତାକୁ ଟଙ୍କା ଟ୍ରାନ୍ସଫର […]

shg-group

shg-group

Rakesh Mallick
  • Published: Monday, 02 January 2017
  • Updated: 02 January 2017, 11:51 AM IST

Sports

Latest News

କଟକ: ପଦ୍ମପୁର ତୁଳସୀ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଜମାଖାତାରେ କଳାଟଙ୍କା ଜମା ହୋଇଥିବା ନେଇ ପ୍ରମାଣ ପାଇଛି କମିଶନରେଟ୍ ପୋଲିସ୍।  ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ସଞ୍ଜୀବ ଅରୋରା।

ତାଙ୍କ ସୂଚନା ଅନୁଯାୟୀ, ଏକ ଘରୋଇ ଫାଇନାନ୍ସ ସଂସ୍ଥାର ଜଣେ କର୍ମଚାରୀ ଏହି ଘଟଣାର ମାଷ୍ଟରମାଇଣ୍ଡ। ତାଙ୍କ ନାଁ ସଚୀନ୍ଦ୍ର ଭୋଇ। ତାଙ୍କ ଘର ଜଗତପୁର ଅଞ୍ଚଳରେ। ସେ ତାଙ୍କର କଳା ଟଙ୍କାକୁ ଧଳା କରିବା ପାଇଁ ଏହି ଏସ୍‌ଏଚ୍‌ଜିର ଜମାଖାତାକୁ ଟଙ୍କା ଟ୍ରାନ୍ସଫର କରିଥିଲେ। ପୋଲିସ୍ ତାଙ୍କ ନାଁରେ ମାମଲା ରୁଜୁ କରିଛି। ତାଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଡିସିପି କହିଛନ୍ତି।

ସଚୀନ୍ଦ୍ର କିଭଳି ଓ କାହାକୁ ହାତ କରି ତାଙ୍କ କଳା ଟଙ୍କାକୁ ଏସ୍‌ଏଚ୍‌ଜି ସଦସ୍ୟାଙ୍କ ଜମାଖାତାକୁ ଟଙ୍କା ଟ୍ରାନ୍ସଫର କଲେ ସେ ନେଇ କମିଶନରେଟ୍ ପୋଲିସ୍ ଖୋଳତାଡ଼ କରୁଛି।

ପୂର୍ବରୁ ପୋଲିସ୍ ଗୋପୀନାଥପୁର ଷ୍ଟେଟ୍ ବ୍ୟାଙ୍କ ଶାଖା ଅଧିକାରୀଙ୍କୁ ପଚରାଉଚରା କରିଥିଲା। ଏହି ବ୍ୟାଙ୍କର ତୁଳସୀ ଏସ୍‌ଏଚ୍‌ଜି ସଦସ୍ୟାଙ୍କ ଜମାଖାତା ଅଛି।

ଗତ ୨୮ ତାରିଖରେ ଏହି ଏସ୍‌ଏଚ୍‌ଜିର ସଦସ୍ୟାମାନେ ଅଭିଯୋଗ କରିଥିଲେ ଯେ ସେମାନେ ଜିରୋ ବାଲାନ୍ସରେ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିଲେ। କିନ୍ତୁ ସେମାନଙ୍କ ଅଜାଣତରେ ବିଭିନ୍ନ ସମୟରେ ସେମାନଙ୍କ ଜମାଖାତାରେ ଟଙ୍କା ଦେଣନେଣ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos